অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଙ୍ଗଲ (ସଂରକ୍ଷଣ ନିୟମାବଳୀ, ୨୦୦୩)

ଜଙ୍ଗଲ (ସଂରକ୍ଷଣ) ଆଇନ୍ ୧୯୮୦ (୬୯/୧୯୮୦)ର ଦଫା ୪ର ଉପ-ଦଫା (୧)

ଦ୍ଵାରା  ଅର୍ପିତ କ୍ଷମତା ପ୍ରୟୋଗରେ ଏବଂ ଜଙ୍ଗଲ (ସଂରକ୍ଷଣ) ନିୟମାବଳୀ, ୧୯୮୧ର ଅଧିକ୍ରମଣରେ, ସେପରି ଅଧିକ୍ରମଣ ପୂର୍ବରୁ କୃତ କାର୍ଯ୍ୟ କିମ୍ବା ଅକୃତ କାର୍ଯ୍ୟ ବ୍ୟତୀତ  କେନ୍ଦ୍ର ସରକାର ନିମ୍ନଲିଖିତ ନିୟମାବଳୀ ଏତଦ୍ୱାରା ପ୍ରଣୟନ କରିପାରନ୍ତି ।  ଯଥା:-

ଦଫା

ଦଫା ୧। ସଂକ୍ଷିପ୍ତ ନାମ, ପରିସର ଏବଂ ପ୍ରାରମ୍ଭ

  1. ଏହି ନିୟମାବଳୀକୁ ଜଙ୍ଗଲ (ସଂରକ୍ଷଣ) ନିୟମାବଳୀ ୨୦୦୩ କୁହାଯିବ ।
  2. ଏହା ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ ସମଗ୍ର ଭାରତ ବର୍ଷରେ ବିସ୍ତୃତ ହେବ ।
  3. ଏହା କାର୍ଯ୍ୟାଳୟ ଗେଜେଟ୍ରେ  ଏହାର ପ୍ରକାଶନ ତାରିଖରୁ କାର୍ଯ୍ୟକାରୀ ହେବ ।

ଦଫା ୨। ସଂଜ୍ଞା

ଏହି ନିୟମାବଳୀରେ ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନ ହେଲେ –

  1. ”ଆଇନ୍” ଅର୍ଥ ଜଙ୍ଗଲ ( ସଂରକ୍ଷଣ) ଆଇନ୍ ୧୯୮୦(୬୯/୧୯୮୦);
  2. “କମିଟି” ଅର୍ଥ ଆଇନ୍ ର ଦଫା ୩ ଅନୁଯାୟୀ ଗଠିତ ପରାମର୍ଶ ଦାୟୀ କମିଟି ।
  3. “ସଭାପତି” ଅର୍ଥ କମିଟିର ସଭାପତି;
  4. ”ସଭ୍ୟ” ଅର୍ଥ କମିଟିର ଜଣେ ସଭ୍ୟ;
  5. “ନୋଡ଼ାଲ ଅଫିସର” ଅର୍ଥ ଆଇନ୍ ଅନୁଯାୟୀ ଜଙ୍ଗଲ ସଂରକ୍ଷଣ ବିଷୟରେ କାର୍ଯ୍ୟ ସମ୍ପାଦନ କରିବାକୁ ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାୟୀତ ଜଙ୍ଗଲ ସଂରକ୍ଷଣକାରୀ ସ୍ତରରୁ ନିମ୍ନ ପାହ୍ୟାର ହୋଇ ନଥିବା କୌଣସି ଅଫିସର;
  6. ”ଆଞ୍ଚଳିକ କାର୍ଯ୍ୟାଳୟ” ଅର୍ଥ ଆଇନ ଅନୁଯାୟୀ ଜଙ୍ଗଲ ସଂରକ୍ଷଣ ବିଷୟରେ କାର୍ଯ୍ୟ ସମ୍ପାଦନ କରିବାକୁ ମନ୍ତ୍ରୀମଣ୍ଡଳର ଅଂଶ ରୂପେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ସରକାରଙ୍କର ଦ୍ଵାରା ପ୍ରତିଷ୍ଠିତ ଏକ ଆଞ୍ଚଳିକ କାର୍ଯ୍ୟାଳୟ;
  7. “ଦଫା” ଅର୍ଥ ଆଇନ୍ ର କୌଣସି ଦଫା;
  8. “ବ୍ୟବହାର କରୁଥିବା ଏଜେନ୍ସି” ଅର୍ଥ ଆଇନ୍ କିମ୍ବା ନିୟମାବଳୀ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ଅନୁମତି ଅଣ ଜଙ୍ଗଲ ଉଦ୍ଦେଶ୍ୟରେ ଜଙ୍ଗଲ ଜମିର ବ୍ୟବହାର କରିବା କିମ୍ବା ଅଣ ଜଙ୍ଗଲ ଉଦ୍ଦେଶ୍ୟରେ ଜଙ୍ଗଲ ଜମିର ଗତି ବିଚ୍ୟୁଟି ପାଇଁ କିମ୍ବା ସୂଚନା ଦେବାରୁ ଓହରିଯିବା ପାଇଁ ଏକ ଅନୁରୋଧ କରିଥିବା କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା କମ୍ପାନୀ କିମ୍ବା କେନ୍ଦ୍ର ନା ରାଜ୍ୟ ସରକାରଙ୍କ ବିଭାଗ ।

ଦଫା ୩। କମିଟିର ଗଠନ :-

  1. କମିଟି ନିମ୍ନଲିଖିତ ସଦସ୍ୟଙ୍କୁ ନେଇ ଗଠିତ ହେବ ଯଥା –
  2. ଜଙ୍ଗଲର ସାଧାରଣ ନିର୍ଦ୍ଦେଶକ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ

    ସଭାପତି

    ଜଙ୍ଗଲର ଅତିରିକ୍ତ ସାଧାରଣ ନିର୍ଦ୍ଦେଶକ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ

    ସଦସ୍ୟ

    ଅତିରିକ୍ତ କମିଶନର(ମୃତ୍ତିକା ସଂରକ୍ଷଣ) କୃଷି ମନ୍ତ୍ରଣାଳୟ

    ସଦସ୍ୟ

    ବନ ବିଜ୍ଞାନ ଏବଂ ସମଜାତୀୟ ପ୍ରଶିକ୍ଷଣରେ ତିନିଜଣ ବିଶିଷ୍ଟ ଜ୍ଞାନୀ(ବେସରକାରୀ)

    ସଦସ୍ୟ

    ଜଙ୍ଗଲର ଇନିସ୍ପେକ୍ଟର ଜେନେରାଲ୍(ଜଙ୍ଗଲ ସଂରକ୍ଷଣ) ସଦସ୍ୟ ସେକ୍ରେଟାରୀ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ

  3. ଜଙ୍ଗଲ ଅତିରିକ୍ତ ସାଧାରଣ ନିର୍ଦ୍ଦେଶକ ଜଙ୍ଗଲର ସାଧାରଣ ନିର୍ଦ୍ଦୋକଙ୍କ ଅନୁପସ୍ଥିତିରେ ସଭାପତି ରୂପେ କାର୍ଯ୍ୟ କରିବେ।

ଦଫା ୩.କ.- ଆଞ୍ଚଳିକ କ୍ଷମତାପନ୍ନ କମିଟିର ଗଠନ :-

  1. ପ୍ରତ୍ୟେକ ଆଞ୍ଚଳିକ କାର୍ଯ୍ୟାଳୟରେ ନିମ୍ନଲିଖିତ ସଭ୍ୟମାନଙ୍କୁ ନେଇ ଏକ ଆଞ୍ଚଳିକ କ୍ଷମତାପନ୍ନ କମିଟି ଗଠନ କରାଯିବ : ଅର୍ଥାତ୍
    • ଆଞ୍ଚଳିକ ପ୍ରମୁଖ ମୁଖ୍ୟ ବନ୍ୟ ସଂରକ୍ଷକ ( କେନ୍ଦ୍ରୀୟ)-  ଚେୟାରପର୍ସନ (ସଭାପତି)
    • ତିନିଜଣ ଅଣ-କାର୍ଯ୍ୟାଳୟ ସଭ୍ୟ ଯିଏକି ପ୍ରତ୍ୟେକ, ଖଣି, ବୈଧାନିକ ଯନ୍ତ୍ରବିଦ୍ୟା ଓ ଉନ୍ନୟନ ଅର୍ଥଶାସ୍ତ୍ରରେ ପ୍ରବୀଣ ହୋଇଥିବେ । - ସଭ୍ୟ
    • ବନ୍ୟ ସଂରକ୍ଷଣ କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟର ଉପବନ୍ୟ ସଂରକ୍ଷକ । - ସଭ୍ୟ
  2. କାର୍ଯ୍ୟାଳୟ ସଭ୍ୟମାନଙ୍କର ନିଯୁକ୍ତିର କାର୍ଯ୍ୟକାଳ, ଏହି ନିୟମାବଳୀ ନିୟମ ୪ରେ ବିନିର୍ଦ୍ଦିଷ୍ଟ ପ୍ରକାରେ ହେବ ।

ଦଫା ୪। ବେସରକାରୀ ସଭ୍ୟମାନଙ୍କ ନିଯୁକ୍ତିର କାର୍ଯ୍ୟକାଳ ନିମ୍ନଲିଖିତ ଅନୁଯାୟୀ  ହେବ –

  1. ଜେଣ ବେସରକାରୀ ସଦସ୍ୟ ତାଙ୍କର ପଦବୀ ଦୁଇବର୍ଷ ସମୟ ପାଇଁ ଧାରଣ କରିବେ ;
  2. ଜଣେ ବେସରକାରୀ ସଦସ୍ୟ ତାଙ୍କର ପଦବୀ ଧାରଣରୁ ବଞ୍ଚିତ ହେବେ ଯଦି ସେ ବିକୃତ ମସ୍ତିଷ୍କ ହୋଇଥିବେ କିମ୍ବା ଦେବାଳିଆ ହୋଇଥିବେ କିମ୍ବା ନୈତିକଭ୍ରାଷ୍ଟାଚାର ଅନ୍ତର୍ଗତ କୌଣସି ପ୍ୟୌଜଦାରୀ ଅପରାଧରେ ଆଇନ୍ ଦ୍ଵାରା ଅପରାଧୀ ଅଟନ୍ତି।
  3. ଜଣେ ବେସରକାରୀ ସଦସ୍ୟ ତାଙ୍କ ପଦବୀରୁ ଅପରସାରଣ ହୋଇପାରିବେ ଯଦି ସେ ଯଥେଷ୍ଟ କାରଣ ବିନା କମିଟିର କ୍ରମାଗତ ତିନୋଟି ବୈଠକରେ ଉପସ୍ଥିତ ରହିବାରେ ବିଫଳ ହୋଇଥାନ୍ତି;
  4. ପ୍ରକରଣ (ii) ଏବଂ (iii) ରେ ଉଲ୍ଲିଖିତ କୌଣସି କାରଣ ଦ୍ଵାରା ସଭ୍ୟପଦରେ କୌଣସି ଶୂନ୍ୟତା ସୃଷ୍ଟି ହେଲେ ତାହା ଦୁଇବର୍ଷ ଅବଧି ଅତିକ୍ରାନ୍ତ ନ ହେବା ପର୍ଯ୍ୟନ୍ତ ସରକାରଙ୍କ ଦ୍ଵାରା ପୂରଣ ହେବ;
  5. କେନ୍ଦ୍ର ସରକାରଙ୍କ ଦ୍ଵାରା ଏବଂ ସେ ସମୟ ପାଇଁ ବଳବତ୍ତର ଥିବା ନିୟମ ଏବଂ ଆଦେଶ ଅନୁଯାୟୀ ଗୃପ୍ 'ଏ' ସରକାରୀ ସେବକଙ୍କୁ; ଗ୍ରହଣଯୋଗ୍ୟ ସର୍ବୋଚ୍ଚ ହାରରେ କମିଟିର ବେସରକାରୀ ସଦସ୍ୟଙ୍କୁ ଗସ୍ତଭତ୍ତା ଏବଂ ଦୈନିକ ଭତ୍ତା ପ୍ରଦାନ ହେବ;

ଉଲ୍ଲେଖଥାଉ ଯେ ପାର୍ଲିମଆମେଣ୍ଟ କିମ୍ବା ରାଜ୍ୟ ବିଧାନସଭାର କୌଣସି ସଭ୍ୟଙ୍କୁ ଗସ୍ତଭତ୍ତା ଏବଂ ଦୈନିକ ଭତ୍ତା ପ୍ରଦାନ, ସମ୍ପୃକ୍ତ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କ ନିମନ୍ତେ ସମ୍ବନ୍ଧୀୟ ଆଇନ୍ ର ବ୍ୟବସ୍ଥାବଳୀ କିମ୍ବା ପାର୍ଲିଆମେଣ୍ଟ ଆଇନ୍ ୧୯୫୪(୩୦/୧୯୫୪)ର ସଦସ୍ୟମାନଙ୍କର ବେତନ ଭତ୍ତା ଏବଂ ପେନ୍ସନ ଅନୁଯାୟୀ ନିୟନ୍ତ୍ରିତ ହେବ ।

ଦଫା ୫। କମିଟିର କାର୍ଯ୍ୟ ପରିଚାଳନା :-

  1. ସଭାପତି କମିଟିର ବୈଠକ ଡକାଇପାରିବେ ଯେତେବେଳେ ଆବଶ୍ୟକ ବିବେଚିତ ହୁଏ, ମାତ୍ର ଏକ ମାସରେ ଠାରେ ଠାରୁ କମ୍ ହୋଇ ନ ଥିବ ।
  2. କମିଟିର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ।
  3. ଯେଉଁ କ୍ଷେତ୍ରରେ ସଭାପତି ସନ୍ତୁଷ୍ଟ ହୁଅନ୍ତି ଯେ ନିୟମ -୬ ର ଉପନିୟମ (୩) ଅନୁଯାୟୀ ଗ୍ରହଣ କରାଯାଇଥିବା ପ୍ରସ୍ତାବର ବିଚାର ସମ୍ପର୍କରେ, ଅଣଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହୃତ ହେବାକୁ ଥିବା ପ୍ରସ୍ତାବିତ ଜଙ୍ଗଲଜମିର  ଅଞ୍ଚଳଗୁଡିକୁ ଯାଞ୍ଚ କରିବା ଆବଶ୍ୟକ କିମ୍ବା ଉପଯୁକ୍ତ ହେବ, ସେହି କ୍ଷେତ୍ରରେ ସେ ନିର୍ଦ୍ଦେଶ ଦେଇପାରନ୍ତି ଯେ କମିଟିର ବୈଠକ ନୂଆଦିଲ୍ଲୀ ବ୍ୟତୀତ କୌଣସି ସ୍ଥାନରେ ଅନୁଷ୍ଠିତ ହେବ ଯେଉଁଠାରେ ଅଞ୍ଚଳ/ଅଞ୍ଚଳଗୁଡ଼ିକର ଯାଞ୍ଚ କରିବା ଆବଶ୍ୟକ ଅଟେ ।
  4. କମିଟିର ପ୍ରତ୍ୟେକ ବୈଠକରେ ସଭାପତି ସଭାପତିତ୍ଵ କରିବେ ଯେଉଁଠାରେ ସେ ଉପସ୍ଥିତ ଥାଆନ୍ତି ।
  5. କମିଟିର ପ୍ରତ୍ୟେକ ବୈଠକରେ ସଭାପତି ସଭାପତିତ୍ଵ କରିବେ ଯେଉଁଠାରେ ସେ ଉପସ୍ଥିତ ଥାଆନ୍ତି ।
  6. ପ୍ରତ୍ୟେକ ପ୍ରଶ୍ନ ଯାହା ଉପରେ କେନ୍ଦ୍ର ସରକାର ପରାମର୍ଶ ଦେବାକୁ ଆବଶ୍ୟକ କରନ୍ତି ତାହା କମିଟିର ବୈଠକରେ ବିଚାର ହେବ, ଉଲ୍ଲେଖ ଥାଉ ଯେ ଜରୁରୀ କ୍ଷେତ୍ରରେ ଯଦି ବୈଠକରେ  ଗୋଟିଏ ମାସ ମଧ୍ୟରେ ଆହୂତ କରାଯାଇ  ନ ପାରେ ତେବେ ସଭାପତି ନିର୍ଦ୍ଦେଶ ଦେଇପାରନ୍ତି ଯେ ଦସ୍ତାବିଜ ଗୁଡ଼ିକ ପ୍ରସାରିତ ହେବ ଏବଂ ନିର୍ଦ୍ଦାରିତ ସମୟ ମଧ୍ୟରେ ସଦସ୍ୟମାନଙ୍କର ମତାମତ ପାଇଁ ସେମାନଙ୍କ ନିକଟକୁ ପଠାଯିବ ।
  7. କମିଟିର ବୈଠକର ଆବଶ୍ୟକ ସଂଖ୍ୟା (କୋରମ୍) ତିନି ହେବ ।

ଦଫା ୬। ଆଇନ୍ ଦଫା ୨ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବା ପାଇଁ ପ୍ରସ୍ତାବଗୁଡ଼ିକର ଉପସ୍ଥାପନ :-

  1. ପ୍ରତ୍ୟେକ ୟୁଜର ଏଜେନ୍ସି ଯେ କି ଅଣଜଙ୍ଗଲ ଉଦ୍ଦେଶ୍ୟରେ କୌଣସି ଜଙ୍ଗଲ ଜମିକୁ ବ୍ୟବହାର କରିବାକୁ ଇଚ୍ଛା କରନ୍ତି ସେ ଏହି ନିୟମାବଳୀ ସହିତ ସଂଲଗ୍ନ ଉପଯୁକ୍ତ ଫର୍ମରେ ତାଙ୍କର ପ୍ରସ୍ତାବ ପ୍ରସ୍ତୁତ କରିବେ ଯଥା – ଫର୍ମ (କ) ଆଇନ୍ ଅନୁଯାୟୀ ପ୍ରଥମଥର ଅନୁମୋଦନ ପାଇବା ପାଇଁ ପ୍ରସ୍ତାବ ନିମନ୍ତେ ଏବଂ ଫର୍ମ ‘ଖ’ ପଟ୍ଟାର ନବୀକରଣ ପାଇବାକୁ ପ୍ରସ୍ତାବ ନିମନ୍ତେ, ଯେଉଁ କ୍ଷେତ୍ରରେ ଜଙ୍ଗଲ ଜମି ଉପରେ କୌଣସି ଅଣଜଙ୍ଗଲ କାର୍ଯ୍ୟପନ୍ଥା ଗ୍ରହଣ କରିବାରେ ଏବଂ ସମସ୍ତ ବିଷୟରେ ସମାପ୍ତ ହୋଇଥିବା ଆବଶ୍ୟକ ସୂଚନା ଆବଶ୍ୟକ ସୂଚନା ଏବଂ ନଥିପତ୍ର ସହିତ ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାୟତି ସମ୍ପୃକ୍ତ ନୋଡ଼ାଲ ଅଫିସରଙ୍କୁ ଆଇନ୍ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅନୁମୋଦନ ପୂର୍ବରୁ ପ୍ରଦାନ କରାଯାଇଥିଲା ।
  2. ପ୍ରତ୍ୟେକ ରାଜ୍ୟସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷ ଉପ-ନିୟମ (୧) ଅନୁଯାୟୀ ପ୍ରସ୍ତାବ ପାଇଲା ପରେ ସନ୍ତୁଷ୍ଟ ହୁଅନ୍ତି ଯେ ଆଇନ୍ ର ଦଫା ୯ ଅନୁଯାୟୀ ପ୍ରସ୍ତାବ ପୂର୍ବ ଅନୁମୋଦନ ଆବଶ୍ୟକ କରେ ତେବେ ଆଇନ୍ ଅନୁଯାୟୀ ପ୍ରଥମ ଥର ଅନୁମୋଦନ ପାଇବାକୁ ପ୍ରସ୍ତାବ ନିମନ୍ତେ ୟଜର ଏଜେନ୍ସି ଠାରୁ ପ୍ରସ୍ତାବ ପାଇବାର ନବେ ଦିନ ମଧ୍ୟରେ ଉପଯୁକ୍ତ ଫର୍ମରେ କେନ୍ଦ୍ର ସରକାରଙ୍କ ନିକଟକୁ ଏହା ପଠାଇବେ ଏବଂ ଯେଉଁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆଇନ ଅନୁଯାୟୀ ଯଥେଷ୍ଟ ପୂର୍ବରୁ ମିଳିଥିଲା ସେହି କ୍ଷେତ୍ରରେ ପଟ୍ଟାଗୁଡ଼ିକର ନବୀକରଣ ପାଇବାକୁ ପ୍ରସ୍ତାବ ନିମନ୍ତେ ଷାଠିଏ ଦିନ ମଧ୍ୟରେ ଏହା ପଠାଇବେ –
  3. ଉଲ୍ଲେଖଥାଉ ଯେ ପୁନଃ ବନୀକରଣ ପାଇଁ ଜଙ୍ଗଲ ଜମିରେ କିମ୍ବା ତାହାର କୌଣସି ଅଂଶରେ ପ୍ରାକୃତିକଭାବେ ବଢିଥିବା ଗଛଗୁଡ଼ିକ କାଟିବା ପାଇଁ ଅନ୍ତର୍ଗତ ସମସ୍ତ ପ୍ରସ୍ତାବଗୁଡ଼ିକ କାର୍ଯ୍ୟ ପ୍ରଣାଳୀ ଯୋଜନା (ୱାର୍ଗିଙ୍ଗପ୍ଲାନ) କିମ୍ବା ପରିଚାଳନା ଯୋଜନା(ମ୍ୟାନେଜ୍ମେଣ୍ଟ ପ୍ଲାନ)ର ଫର୍ମରେ ପଠାଯିବ ।

  4. ଚାଳିଶ ହେକ୍ଟରଠାରୁ ଅଧିକ ଜଙ୍ଗଲଜମି ଅନ୍ତର୍ଗତ ଉପରୋକ୍ତ ଉପ-ନିୟମ(୨)ରେ ଉଲ୍ଲିଖିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ(ସମ୍ପୂର୍ଣ୍ଣ ଆବଦ୍ଧିକରଣ ) ସହ ପ୍ରସ୍ତାବର ଏକ ନକଲ, ଭାରତ ସରକାରଙ୍କ ସେକ୍ରେଟାରୀ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ, ପର୍ଯ୍ୟାବରଣ ଭବନ, ସିଜିଓ କଂପ୍ଲେକ୍ସ, ଲୋଧିରୋଡ୍, ନୂଆଦିଲ୍ଲୀ -୧୧୦୦୦୩ ନିକଟକୁ ପ୍ରେରଣ କରାଯିବ ।
  5. ଚାଲିଶି ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ଜମି ଅନ୍ତର୍ଗତ ଉପରୋକ୍ତ ଉପ-ନିୟମ (୨)ରେ ଉଲ୍ଲିଖିତ ପ୍ରସ୍ତାବ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟର ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ବନ ସଂରକ୍ଷଣକାରୀଙ୍କ ନିକଟକୁ ପଠାଯିବ ।
  6. ବନୀକରଣ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଜଙ୍ଗଲଜମି କିମ୍ବା ତାହାର ଅଂଶରେ ପ୍ରାକୃତିକ ଭାବେ ବଢିଥିବା ଗଛ କାଟିବା ସହ ଅନ୍ତର୍ଗତ ଉପରିସ୍ଥ ଉପ- ନିୟମ (୨) ରେ  ଉଲ୍ଲେଖିତ ପ୍ରସ୍ତାବ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟର ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟ ର ମୁଖ୍ୟ ବନ ସଂରକ୍ଷଣକାରୀ କିମ୍ବା ବନ ସଂରକ୍ଷଣକାରୀଙ୍କ ନିକଟକୁ ପଠାଯିବ ।

ଦଫା ୭। କେନ୍ଦ୍ର ସରକାରଙ୍କ ଦ୍ଵାରା ପାଇଥିବା ପ୍ରସ୍ତାବ ଉପରେ ପରାମର୍ଶ ଦେବାପାଇଁ କମିଟି :-

  1. କେନ୍ଦ୍ର ସରକାର ନିୟମ ୬ର ଉପ ନିୟମ (୩) ଅନୁଯାୟୀ ପାଇଥିବା ପ୍ରତ୍ୟେକ ପ୍ରସ୍ତାବ, ଅଞ୍ଚଳର ଯାଞ୍ଚ ରିପୋର୍ଟ ସମେତ ଯେଉଁ କ୍ଷେତ୍ରରେ ଆବଶ୍ୟକ ତା ଉପରେ ଏହାର ପରାମର୍ଶ ପାଇଁ କମିଟିକୁ ପଠାଇବେ ।
  2. ଉପ-ନିୟମ(୧) ଅନୁଯାୟୀ ଉଲ୍ଲିଖିତ ପ୍ରସ୍ତାବ ଉପରେ ଏହାର ପରାମର୍ଶ ପ୍ରଦାନ ସମୟରେ ନିମ୍ନଲିଖିତ ସମସ୍ତ କିମ୍ବା ଯେକୌଣସି ବିଷୟପ୍ରତି କମିଟିର ଉପଯୁକ୍ତ ସମ୍ମାନ ରହିବ ଯଥା –
    • ଅଣ- ଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହୃତ ହେବାକୁ ଥିବା ପ୍ରସ୍ତାବିତ ଜଙ୍ଗଲ ଜମି ଜୀବମଣ୍ଡଳ ସଂରକ୍ଷଣ, ବନ୍ୟଜନ୍ତୁ ସମ୍ପଦ ଆଶ୍ରୟସ୍ଥଳ, ଜାତୀୟ ଉପବନ, ପ୍ରାକୃତିକ ସଂରକ୍ଷଣତାର ଅଂଶ ଗଠନ କରେ କିମ୍ବା କୌଣସି ବିଲୋପୋନ୍ମୁଖ ପଶୁ ଏବଂ ଉଦ୍ଭିଦ ଜାତିର ବାସସ୍ଥାନ ଗଠନ କରେ;
    • କୌଣସି ନଦୀ ଉପତ୍ୟାକା କାରଣକୁ କିମ୍ବା ଜଳ ବିଦ୍ୟୁତ ଯୋଜନା କାରଣରୁ ବ୍ୟକ୍ତିମାନଙ୍କର ବାସସ୍ଥାନରୁ ସ୍ଥାନାନ୍ତର ହୋଇ ସେମାନଙ୍କ ପୁନର୍ବସତି ନିମନ୍ତେ କିମ୍ବା କୃଷିକାର୍ଯ୍ୟ ଉଦ୍ଦେଶ୍ୟରେ କୌଣସି ଜଙ୍ଗଲ ଜମିର ବ୍ୟବହାର;
    • ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷ ପ୍ରମାଣିତ କରନ୍ତି ଯେ ଏହାର ଅନ୍ୟ ସମସ୍ତ ବିକଳ୍ପ ଅଛି ଏବଂ ସେହି ପରିସ୍ଥିତିରେ କୌଣସି ବିକଳ୍ପ ସମ୍ଭବ ପର ନୁହେଁ ଏବଂ ଆବଶ୍ୟକୀୟ ଅଞ୍ଚଳ ସର୍ବନିମ୍ନ ଅଟେ ;ଏବଂ
    • ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷ ତାହାର ବନୀକରଣ ପାଇଁ କୌଣସି ଅନୁରୂପ ଅଞ୍ଚଳର ଭୂ-ଅର୍ଜ୍ଜନ ପାଇଁ ଏହାର ମୂଲ୍ୟରେ ବ୍ୟବସ୍ଥା କରିବାକୁ ଦାୟିତ୍ଵ ଗ୍ରହଣ କରିବେ ।
  3. ପରାମର୍ଶ ପ୍ରଦାନ କରିବା ସମୟରେ କମିଟି ମଧ୍ୟ କୌଣସି ଅଣ ଜଙ୍ଗଲ ପାଇଁ କୌଣସି ଜଙ୍ଗଲ ଜମିର ବ୍ୟବହାର ଉପରେ କୌଣସି ସର୍ତ୍ତ କିମ୍ବା କଟକଣା ପ୍ରସ୍ତାବ ଦେଇ ପାରିବେ ଯାହା ଏହାର ମତରେ ପ୍ରତିକୂଳ ପରିବେଶ ସମ୍ବନ୍ଧୀୟ ପ୍ରଭାବ କମାଇ ପାରିବ ।

ଦଫା ୮। କମିଟିର ପରାମର୍ଶ ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ:-

କେନ୍ଦ୍ର ସରକାର ନିୟମ ୭ଅନୁଯାୟୀ ପ୍ରଦାନ କରିଥିବା କମିଟିର ପରାମର୍ଶ ବିଚାର କରିବା ପରେ ଏବଂ ସେପରି ପୁନଶ୍ଚ ତଦନ୍ତ ପରେ ଯେପରି ଆବଶ୍ୟକ ବିବେଚନା କରିବେ ସେପରି ସର୍ତ୍ତ ବିନା କିମ୍ବା ସହିତ ପ୍ରସ୍ତାବ ପାଇଁ ଅନୁମୋଦନ ମଞ୍ଜୁର କରିବେ କିମ୍ବା ଏହା ପାଇବାର ଷାଠିଏ ଦିନ ମଧ୍ୟରେ ଖାରଜ କରିବେ ।

ଦଫା ୯। ଆଇନ୍ ଅନୁଯାୟୀ ଅପରାଧର ଅପରାଧୀଙ୍କ ବିପକ୍ଷରେ ଆଇନ୍ ଗତ କାର୍ଯ୍ୟବିଧି :-

  1. କେନ୍ଦ୍ର ସରକାର ବିଜ୍ଞପ୍ତି ଦ୍ଵାରା ଜଙ୍ଗଲ ଜମି ଉପରେ ଆଞ୍ଚଳିକ କ୍ଷେତ୍ରାଧିକାର ଥିବା ସମ୍ପୃକ୍ତ ଜଙ୍ଗଲ ଅଧିକାରୀ କିମ୍ବା ଜଙ୍ଗଲର ସଂରକ୍ଷଣକାରୀ ପାହ୍ୟାରୁ ନିମ୍ନ ପାହ୍ୟାର ହୋଇ ନଥିବା କୌଣସି ଅଫିସରଙ୍କୁ କ୍ଷମତାୟୀତ କରିପାରିବେ ଯାହା ସମ୍ବନ୍ଧରେ ଉକ୍ତ ଅପରାଧ ସଂଘଟିତ ହୋଇଛି ବୋଲି କୁହାଯାଇପାରେ, ଘଟଣାରେ କ୍ଷେତ୍ରାଧିକାର ଥିବା ଅଦାଲତରେ ତଦନୁଯାୟୀ ପ୍ରଣୀତ ନିୟମାବଳୀ ଉଲ୍ଲଂଘନ କିମ୍ବା ଆଇନ୍ ଅନୁଯାୟୀ ଅପରାଧର ଅପରାଧୀ ପ୍ରଥମ ଦୃଷ୍ଟିଗତରେ ମିଳିଲେ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିବେ;
  2. ଉଲ୍ଲେଖ ଥାଉ ଯେ ଯେଉଁ ବ୍ୟକ୍ତି କିମ୍ବା ଅଫିସର କିମ୍ବା କର୍ତ୍ତୃପକ୍ଷଙ୍କ ବିପକ୍ଷରେ ଅପରାଧର ଅଭିଯୋଗ ଥାଏ ସେମାନଙ୍କୁ କାରଣ ଦର୍ଶାଇବା ପାଇଁ ଏବଂ ସେମାନଙ୍କ ଆଚରଣ ବୁଝାଇବାକୁ ଏକ ସୁଯୋଗ ପ୍ରଦାନ ନ କରି ଅନ୍ୟୁନ ଷାଠିଏ ଦିନ  ମଧ୍ୟରେ ଲିଖିତାକାରରେ ଏକ ନୋଟିସ ଜାରୀ କରିବେ, କାହିଁକି ତାଙ୍କ ବିପକ୍ଷରେ ଆରୋପ କରାଯାଇଥିବା ଅପରାଧ ପାଇଁ ଏକ ଅଭିଯୋଗ ଦାଖଲ ହେବ ନାହିଁ ।

  3. ଉପ-ନିୟମ (୧)ରେ କେନ୍ଦ୍ର ସରକାରଙ୍କ ଦ୍ଵାରା କ୍ଷମତାୟୀତ ଅଫିସର, କ୍ଷେତ୍ରାଧିକର ଥିବା କୌଣସି ଅଦାଲତରେ କୌଣସି ଅଭିଯୋଗ ଦାଖଲ କରିବା ପାଇଁ ଆବଶ୍ୟକ ବିବେଚନା କଲେ ତଦନୁଯାୟୀ ପ୍ରସ୍ତୁତ ଆଇନ୍ କିମ୍ବା ନିୟମାବଳୀର ଉଲ୍ଲଂଘନ ସମ୍ବନ୍ଧୀୟ ଅନ୍ୟ କୌଣସି ସୂଚନା, କୌଣସି ରିପୋର୍ଟ, ନଥିପତ୍ର, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ପ୍ରଦାନ କରିବାକୁ କୌଣସି ରାଜ୍ୟ ସରକାର କିମ୍ବା ଏହାର ଅଫିସର କିମ୍ବା କୌଣସି ବ୍ୟକ୍ତି କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ଆବଶ୍ୟକ କରିପାରନ୍ତି ଏବଂ ସେମାନେ ସେପରି କରିବାକୁ ବାଧ୍ୟ ହେବେ ।

ଆଧାର – ଦ ଲ ହାଉସ

Last Modified : 7/7/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate