“ ବ୍ୟବସାୟୀ “ ଅର୍ଥ କୌଣସି ବନ୍ଦୀ ପ୍ରାଣୀ, ପ୍ରାଣୀ ଦ୍ରବ୍ୟ, ଟ୍ରଫି, ଅଣକ୍ୟୁଓର୍ଡ ଟ୍ରଫି, ମାଂସ ବା ବିନିର୍ଦ୍ଧିଷ୍ଟ ଉଦ୍ଭିଦ ସମ୍ବନ୍ଧରେ କୌଣସି ବ୍ୟକ୍ତି ଯେ କି ସେପରି ପ୍ରାଣୀ ବା ଦ୍ରବ୍ୟର କ୍ରୟ ବା ବିକ୍ରୟର କାର୍ଯ୍ୟ ପରିଚାଳହଣା କରିଥାନ୍ତି ଏବଂ ଜଣେ ବ୍ୟକ୍ତି ଅନ୍ତର୍ଭୁକ୍ତ ଯେ କି କୌଣସି ଏକକ କାରବାରରେ ବ୍ୟବସାୟ ଦାୟିତ୍ଵ ଗ୍ରହଣ କରିଥାନ୍ତି ।
10. “ ସରକାରୀ ସମ୍ପତ୍ତି“ ଅର୍ଥ ଦଫା ୩୯ରେ ସୂଚିତ କୌଣସି ସମ୍ପତ୍ତି [ କିମ୍ବା ଦଫା ୧୭ – ଜ ]
11. “ ପ୍ରାକୃତିକ ବାସ “ ଭୂମି, ଜଳ, ଉଦ୍ଭିଦ ରାଜି ଅନ୍ତର୍ଭୁକ୍ତ ଯାହା କୌଣସି ବନ୍ୟ ପ୍ରାଣୀଙ୍କର ପ୍ରାକୃତିକ ବାସଗୃହ ଅଟେ ।
12. “ ଶିକାର “ ଏହାର ବ୍ୟାକରଣଗତ ପରିବର୍ତ୍ତନ କିମ୍ବା ସଜାତୀୟ ଅଭିବ୍ୟକ୍ତି ସହ ଅନ୍ତର୍ଭୁକ୍ତ ।
13. “ଭୂମି“ କେନାଲ, ଉପନଦୀ ଏବଂ ଅନ୍ୟାନ୍ୟ ଜଳ ଚ୍ୟାନେଲ, ଜଳଭଣ୍ଡାର, ନଦୀ, ଝରଣା ଏବଂ ହ୍ରଦ ଅନ୍ତର୍ଭୁକ୍ତ କୃତ୍ରିମ ବା ପ୍ରାକୃତିକ ହେବ [ ପଙ୍କ ଭୂମି ଏବଂ ଆର୍ଦ୍ର ଭୂମି ଏବଂ ପଥର ଢିମା ଏବଂ ଶିଳା ମଧ୍ୟ ଅନ୍ତର୍ଭୁକ୍ତ ]
14. “ ଲାଇସେନସ“ ଅର୍ଥ ଏହି ଆଇନଅନୁଯାୟୀ ମଞ୍ଜୁର ଲାଇସେନସ ।
15. “ ନିର୍ମାତା” ଅର୍ଥ କୌଣସି ବ୍ୟକ୍ତି ଯେ କି ଅନୁସୂଚି ୧ ରୁ ୫ ଏବଂ ଯଥାସ୍ଥିତି ୬ ରେ ବିନିର୍ଦ୍ଧିଷ୍ଟ କୌଣସି ପ୍ରାଣୀ କିମ୍ବା ଉଦ୍ଭିଦରୁ ଦ୍ରବ୍ୟ ପ୍ରସ୍ତୃତ କରନ୍ତି ।
16. “ ମାଂସ “ କୌଣସି ପୀଡିତ ପ୍ରାଣୀ ବ୍ୟତୀତ କୌଣସି ବନ୍ୟ ପ୍ରାଣୀ କିମ୍ବା ବନ୍ଦୀ ପ୍ରାଣୀଙ୍କର କଞ୍ଚା ବା ରନ୍ଧନ , ଚମଡା ବିନା ବା ସହ ମାଂସ ଏବଂ ରକ୍ତ, ହାଡ, ତନ୍ତୁ, ଅଣ୍ଡା, ଅଣ୍ଡାଖୋଳପା କିମ୍ବା କଇଁଛ , ଖୋଳପା ଚର୍ବି ଅନ୍ତର୍ଭୁକ୍ତ ।
17. “ ଜାତୀୟ ପାର୍କ ଦଫା ୩୫ ବା ଦଫା ୩୮ ଅନୁଯାୟୀ ଘୋଷିତ ଅଞ୍ଚଳ କିମ୍ବା ଏକ ଜାତୀୟ ପାର୍କ ରୂପେ ଦଫା ୬୬ ର ଉପ-ଦଫା ୩ ଅନୁଯାୟୀ ଘୋଷିତ ବୋଲି ବିବେଚିତ ।
18. “ ବିଜ୍ଞପ୍ତି “ ଅର୍ଥ ଅଫିସିଆଲ ଗେଜେଟରେ ପ୍ରକାଶିତ କୌଣସି ବିଜ୍ଞପ୍ତି ।
19. “ ପରମିଟ“ ଏହି ଆଇନ କିମ୍ବା ତଦନୁଯାୟୀ ପ୍ରଣୀତ ନିୟମାନୁଯାୟୀ ମଞ୍ଜୁର ହୋଇଥିବା କୌଣସି ପରମିଟ ।
20. “ବ୍ୟକ୍ତି“ ଏକ ଫାର୍ମ ଅନ୍ତର୍ଭୁକ୍ତ
21. “ନିର୍ଦ୍ଧାରିତ“ ଅର୍ଥ ଏହି ଆଇନନାନୁଯାୟୀ ପ୍ରଣୀତ ନିୟମାବଳି ଦ୍ଵାରା ନିର୍ଦ୍ଧାରିତ ;
22. ”ଅଭୟାରଣ୍ୟ“ ଅର୍ଥ ଏହି ଆଇନର ଅଧ୍ୟାୟ ୪ ର ବ୍ୟବସ୍ଥାନୁଯାୟୀ ବିଜ୍ଞପ୍ତି ଦ୍ଵାରା ଏକ ଅଭୟାରଣ୍ୟ ରୂପେ ଘୋଷିତ ଏକ ଅଞ୍ଚଳ ଏବଂ ଦଫା ୬୬ ର ଉପ-ଦଫା (୪) ଅନୁଯାୟୀ ଏକ ବିବେଚିତ ଅଭୟାରଣ୍ୟ ମଧ୍ୟ ଅନ୍ତର୍ଭୁକ୍ତ ]
23. ବିନିର୍ଦ୍ଧିଷ୍ଟ ଉଦ୍ଭିଦ ଅର୍ଥ ଅନୁସୂଚି ୬ରେ ବିନିର୍ଦ୍ଧିଷ୍ଟ କୌଣସି ଉଦ୍ଭିଦ ]
24. “ରାଜ୍ୟସରକାର ସଂଘ ରାଜ୍ୟକ୍ଷେତ୍ର ସମ୍ବନ୍ଧରେ ଅର୍ଥ ସମ୍ବିଧାନର ଅଣୁଚ୍ଛେଦ ୨୩୯ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତ ସେହି ସଂଘ ରାଜ୍ୟ କ୍ଷେତ୍ରରେ ପ୍ରଶାସକ;
25. ”ବାସ୍ତବିକ ପଶୁ ରୂପ ପ୍ରସ୍ତୁତି କୌଶଳ ଏହାର ବ୍ୟାକରଣଗତ ପରିବର୍ତ୍ତନ ଏବଂ ସଜାତୀୟ ଅଭିବ୍ୟକ୍ତି ସହ ଅର୍ଥ ଆରୋଗ୍ୟ କରିବା, ଟ୍ରଫିମାନଙ୍କର ପ୍ରସ୍ତୁତି କିମ୍ବା ପରିରକ୍ଷଣ ।
26. “ ଟ୍ରଫି “ ଅର୍ଥ ପୀଡିତ ପ୍ରାଣୀ ବ୍ୟତୀତ ବନ୍ଦୀ ପ୍ରାଣୀ କିମ୍ବା ବନ୍ୟ ପ୍ରାଣୀଙ୍କର ସଂପୂର୍ଣ୍ଣ ବା କୌଣସି ଅଂଶ ଯାହା କୌଣସି ଉପାୟରେ (କୃତ୍ରିମ ବା ପ୍ରାକୃତିକ ହେଉ) ସଂରକ୍ଷିତ କରଯାଇଥାଏ ବା ରଖାଯାଇଥାଏ ଏବଂ ନିମ୍ନଲିଖିତ ବିଷୟ ଅନ୍ତର୍ଭୁକ୍ତ -
27. “ଅଣକ୍ୟୁଓର୍ଡ ଟ୍ରଫି“ ଅର୍ଥ ପୀଡିତ ପ୍ରାଣୀମାନଙ୍କ ବ୍ୟତିତ କୌଣସି ବନ୍ଦୀ ପ୍ରାଣୀ କିମ୍ବା ବନ୍ୟ ପ୍ରାଣୀମାନଙ୍କର ସଂପୂର୍ଣ୍ଣ ବା କୌଣସି ଅଂଶ ଯାହାର ବାସ୍ତବ ପଶୁରୂପ ପ୍ରସ୍ତୁତି କୌଶଳ ପ୍ରକ୍ରିୟାରେ ସହ୍ୟ ହୋଇନଥାଏ ଏବଂ [ସଦ୍ୟଭାବେ ମୃତ ବନ୍ୟପ୍ରାଣୀ, କସ୍ତୁରୀ ଏବଂ ଅନ୍ୟାନ୍ୟ ପ୍ରାଣୀ ଉତ୍ପଜ ଅନ୍ତର୍ଭୁକ୍ତ ।
28. “ଯାନ“ ଅର୍ଥ ଭୂମି, ଜଳ କିମ୍ବା ବାୟୁରେ ଚଳପ୍ରଚଳ ପାଇଁ ବ୍ୟବହୃତ କୌଣସି ଯାନବାହାନ ଏବଂ ମହିଷୀ , ଶଣ୍ଢ , ବଳଦ , ଘୋଡା, ଗଧ, ହାତୀ, ଓଟ ଏବଂ ଖଚର ଅନ୍ତର୍ଭୁକ୍ତ;
29. “ପୀଡିତ ପ୍ରାଣୀ“ ଅର୍ଥ ଅନୁସୂଚି ୫ ରେ ବିନିର୍ଦ୍ଧିଷ୍ଟ ବନ୍ୟ ପ୍ରାଣୀ
30. ”ଅସ୍ତ୍ରଶସ୍ତ୍ର “ଗୋଳାବାରୁଦ, ଧନୁ ଏବଂ ଶର, ବିସ୍ପୋରକ, ଆଗ୍ନେୟାସ୍ତ୍ର, ଅଙ୍କୁଶ, ଛୁରୀ, ଜାଲ ବିଷ, ଫାଶ ଏବଂ ଫାନ୍ଦ ଏବଂ ଅନ୍ୟାନ୍ୟ ଉପକାରଣ ବା ସାଧନ ଯାହା କୌଣସି ପ୍ରାଣୀଙ୍କୁ ମାରିବା ବା ଆଘାତ ନଷ୍ଟ କରିବା ଫାନ୍ଦରେ ପକାଇବା ନିଶ୍ଚେତ କରିବାରେ ସମର୍ଥ;
31. “ବନ୍ୟ ପ୍ରାଣୀ“ ଅର୍ଥ ଅନୁସୂଚୀ ୧ ରୁ ୪ ରେ ବିନିର୍ଦ୍ଧିଷ୍ଟ କୌଣସି ପ୍ରାଣୀ ଏବଂ ପ୍ରକୃତିରେ ବନ୍ୟ ଦୃଷ୍ଟିଗୋଚର ହୁଏ।
32. “ବନ୍ୟ ଜୀବନ କୌଣସି ପ୍ରାଣୀ, ଜଳଛାଡ଼, ଭୂମି,ଗୁଳ୍ମଲତା ଅନ୍ତର୍ଭୁକ୍ତ ଯାହାକୌଣସି ପ୍ରାକୃତିକ ବାସର ଅଂଶ ଗଠନ କରେ ।
33. “ବନ୍ୟ ଜୀବନ ରକ୍ଷକ“ ଅର୍ଥ ଦଫା ୪ ର ଉପ- ଦଫା (୧) ର ପ୍ରକରଣ (ଖ) ଅନୁଯାୟୀ ନିଯୁକ୍ତ ସେପରି ବ୍ୟକ୍ତି ।
34. “ଚିଡିଆଖାନା” କୌଣସି ପ୍ରତିଷ୍ଠାନ ସ୍ଥିର ହେଉ ବା ଚଳମାନ ହେଉ, ଯେଉଁ କ୍ଷେତ୍ରରେ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ବନ୍ଦୀ ପ୍ରାଣୀମାନଙ୍କୁ ରଖାଯାଇଥାଏ [ ଏବଂ ଏକ ସର୍କଲ ଓ ଉଦ୍ଧାର କେନ୍ଦ୍ର ଅନ୍ତର୍ଭୁକ୍ତ ମାତ୍ର ପ୍ରାଣୀମାନଙ୍କୁ ବନ୍ଦୀ ରଖିବାରେ ଏକ ମଞ୍ଜୁରପ୍ରାପ୍ତ ବ୍ୟବସାୟୀଙ୍କର ଏକ ପ୍ରତିଷ୍ଠାନ ] ଅନ୍ତର୍ଭୁକ୍ତ ନୁହେଁ ।
35. ଏହି ପ୍ରକରଣ ବିଲରେ ପ୍ରସ୍ତାବିତ ସଂଶୋଧନ ଉଦ୍ଦେଶ୍ୟରେ ନିର୍ଦ୍ଧିଷ୍ଟ ସଂଜ୍ଞାଗୁଡିକୁ ସଂଯୋଗ, ରୂପାନ୍ତରିତ ଏବଂ ପ୍ରତିସ୍ଥାପନ କରିବାକୁ ଆବଶ୍ୟକ କରେ ।
ଆଧାର –ଲଅ ହାଉସ
Last Modified : 1/26/2020