অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାଜସଜା ପଥର ନିମନ୍ତେ, ଅନ୍ଵେଷଣ – ଅନୁମତି ପତ୍ରର ମଞ୍ଜୁରୀ

ଅନ୍ଵେଷଣ – ଅନୁମତି ପତ୍ର  ନିମନ୍ତେ କୌଣସି ଆବେଦନପତ୍ର

  1. ଅନ୍ଵେଷଣ – ଅନୁମତି ପତ୍ର  ନିମନ୍ତେ କୌଣସି ଆବେଦନପତ୍ର, ଫର୍ମ – “କ” ରେ, ତିନି ପ୍ରତିଲିପି ସହ, ସେହି ଅଞ୍ଚଳ ଉପରେ କର୍ତ୍ତୃତ୍ଵାଥିବା ଉପ - ନିର୍ଦ୍ଦେଶକ, କିମ୍ବା ଖଣି- ଅଧିକାରୀଙ୍କ ଜରିଆରେ,  ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯିବ  ଏବଂ ତାହା ନିମ୍ନ ବିଷୟ ସହ ପ୍ରଦାନ କରାଯିବ ।
    • ଆବେଦନପତ୍ର ଶୁକ୍ଳ ଭାବେ ଏକ ହଜାର ଟଙ୍କା ଜମା ଦର୍ଶାଇ, ଟ୍ରେଜେରୀ ଚାଲାନ ଜମା କରାଯାଇଥିବ ।
    • ନକ୍ସା, ସୀମାର ବର୍ଣ୍ଣନା  ଏବଂ ଭୂମି-ସୂଚୀ, ଯାହାକି ଆବେଦିତ ଅଞ୍ଚଳକୁ ସହଜରେ ଚିହ୍ନଟ କରିବାରେ ସାହାଯ୍ୟ କରିବ ।
    • ରାଜ୍ୟ ମଧ୍ୟରେ, ସାଜସଜା ପଥର ନିମନ୍ତେ କୌଣସି ଅନ୍ଵେଷଣ ଅନୁମତି ପତ୍ର/ ଖଣି ପଟ୍ଟାରେ, ଯୁଗ୍ମ ସ୍ଵାର୍ଥ ଥିବା ଅନ୍ୟ କୌଣସି ବ୍ୟକ୍ତି ସହିତ କିମ୍ବା ନିଜେ ଆବେଦନକାରୀଙ୍କ ଦ୍ଵାରା ଧାରିତ ଅଞ୍ଚଳର ସଂପୂର୍ଣ୍ଣ ବିବରଣୀ ସହିତ ଏକ ଆଫିଡାଭିଟ ।
    • ଅଧୁନା ପର୍ଯ୍ୟନ୍ତ, ଆକାର ଏବଂ ବିକ୍ରିକର ପଇଠ ପ୍ରମାଣ ପତ୍ର କିମ୍ବା ଅଣ-ଆକଳନ ପ୍ରମାଣପତ୍ରର ପ୍ରମାଣିତ ଏବଂ ସ୍ଵାକ୍ଷରିତ ନକଲ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ।
    • ଟିପ୍ପଣୀ

      କୌଣସି କ୍ଷେତ୍ରରେ ଯଦି ଅଧୁନା ପର୍ଯ୍ୟନ୍ତ ଆୟକର ପଇଠ , ପ୍ରମାଣପତ୍ର ଉପଲବ୍ଧ ନହୁଏ, ସେପରିସ୍ଥଳେ ଏକ ଆଫିଡାଭିଟ, ଯେ ଆୟକର ଆଇନ ୧୯୬୧ ଅନୁଯାଯାଇ ଧାର୍ଯ୍ୟ ଅଧୁନା ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଏବଂ ଯେ, ପ୍ରାପ୍ୟ କର ସହିତ, ସ୍ଵ- ଆକଳନ ଉପରେ କର ପ୍ରଦାନ କରାଯାଇଛି, ତାହା ଦାଖଲ କରାଯାଇପାରେ ।

    • ଏହି ଆଇନ କିମ୍ବା ତତ ସଂକ୍ରାନ୍ତୀୟ ନିୟମାବଳି ଅନୁଯାୟୀ ଦେୟ ଖଣିପ୍ରାପ୍ୟର ପ୍ରଦାନ ସମ୍ବନ୍ଧରେ ଏକ ବୈଧ ପଇଠ, ପ୍ରମାଣପତ୍ର, ଯେପରି ନିର୍ଦ୍ଦେଶକଙ୍କ ଦ୍ଵାରା ନିର୍ଗମ କରାଯାଇଥିବ   ।
    • ସମ୍ପୃକ୍ତ ରାଜସ୍ୱ ଅଧିକାରୀଙ୍କ ଠାରୁ ଏକ ଆର୍ଥିକ ସ୍ଵଚ୍ଛଳତା ପ୍ରମାଣପତ୍ର  ଏବଂ ସ୍ଥାବର ସଂପତ୍ତିର ଏକ ତାଲିକା ।
    • ତାଙ୍କର ଅର୍ଥ ପ୍ରଦାନ କରିବା ଦକ୍ଷତା ସମ୍ବନ୍ଧରେ କୌଣସି ବ୍ୟାଙ୍କର ଠାରୁ ପ୍ରମାଣପତ୍ର ।
    • ଯେଉଁ ସ୍ଥଳରେ ଅବେଦିତ ଜମି ଘରୋଇ ବ୍ୟକ୍ତିଙ୍କର ହୋଇଥାଏ ସେପରିସ୍ଥଳେ,  ଅନ୍ଵେଷଣ – ଅନୁମତିପତ୍ରର ମଞ୍ଜୁରୀ ନିମନ୍ତେ, ଏପରି ସମସ୍ତ ବ୍ୟକ୍ତିଙ୍କର ସମ୍ମତି ।
    • ଏହା ପ୍ରମାଣ କରିବା ନିମନ୍ତେ କୌଣସି ଦଲିଲ ର ଏକ ପ୍ରମାଣିତ ନକଲ ଯେ , ସାଜସଜ୍ଜା ପଥରର କାର୍ଯ୍ୟ ପ୍ରକ୍ରିୟା ନିମନ୍ତେ, ରାଜ୍ୟରେ ଏକ ଶିଳ୍ପ ପ୍ରତିଷ୍ଠା କରିବା, ନିମନ୍ତେ ତାଙ୍କର ଏକ ନିର୍ଦ୍ଧିଷ୍ଟ ଯୋଜନା ଅଛି  ।
    • ଏହା ପ୍ରମାଣ କରିବା ନିମନ୍ତେ ଯେ, ସେ, ଆବେଦିତ ଜମିର ଜଣେ ରୟତ ଅଟନ୍ତି, ସେ ସମ୍ବନ୍ଧୀୟ ଦଲିଲର ଏକ ପ୍ରମାଣିତ ନକଲ   ।
    • ଅନ୍ୟ କୌଣସି ତଥ୍ୟ, ଯାହାକି ଆବେଦନକାରୀ ଦାଖଲ କରିବା ନିମନ୍ତେ ଇତ୍ସୁକ ଯେପରି ଅନ୍ଵେଷଣ କାର୍ଯ୍ୟରେ ଆବେଦନକାରୀଙ୍କ ବୈଷୟିକ ଜ୍ଞାନ ଏବଂ ଅଭିଜ୍ଞାତା, ତାଙ୍କ ଦାଖଲରେ ଥିବା ଯନ୍ତ୍ରପାତି, ନିଯୁକ୍ତ କିମ୍ବା ଅନିଯୁକ୍ତ ହେବାକୁ ଥିବା ବୈଷୟିକ କର୍ମଚାରୀଙ୍କନାମ, ଯୋଗ୍ୟତା ଏବଂ ଦକ୍ଷତା ଏବଂ ପ୍ରସ୍ତାବିତ ବିନିଯୋଗ ଅର୍ଥ ।
  2. ଉପ- ନିର୍ଦ୍ଦେଶକ/ଖଣି ଅଧିକାରୀଙ୍କ ଦ୍ଵାରା ଗୃହିତ ପ୍ରତ୍ୟେକ ଆବେଦନପତ୍ରକୁ “ଫର୍ମ- ଖ” ରେ, ଅନ୍ଵେଷଣ ଅନୁମତିପତ୍ର ନିମନ୍ତେ ଆବେଦନ ପତ୍ର ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ   ।
  3. ଆବେଦନପତ୍ର ପ୍ରାପ୍ତି ସ୍ଵୀକାର -
    • ଯେଉଁ  ସ୍ଥଳରେ ଅନ୍ଵେଷଣ ଅନୁମତିପତ୍ରର ମଞ୍ଜୁରୀ ନିମନ୍ତେ କୌଣସି ଆବେଦନପତ୍ର :-
      • ବ୍ୟକ୍ତିଗତଭାବେ ପ୍ରଦାନ କରାଯାଏ, ସେପରିସ୍ଥଳେ ଏହାର ଗ୍ରହଣ ତୁରନ୍ତ କରାଯିବ, କିମ୍ବା
      • ରେଜିଷ୍ଟ୍ରି-ଡାକରେ କିମ୍ବା ଡାକ ଦ୍ଵାରା ଗ୍ରହଣ କ୍ଷେତ୍ରରେ, ଏହାକୁ ସେହିଦିନ ପ୍ରାପ୍ତି-ସ୍ଵୀକାର କରାଯିବ ।
      • ଅନ୍ୟ କୌଣସି କ୍ଷେତ୍ରରେ, ଏପରି ଆବେଦନପତ୍ରର ଗ୍ରହଣ, ଏପରି ଗ୍ରହଣର ତିନିଦିନ ମଧ୍ୟରେ ପ୍ରାପ୍ତି-ସ୍ଵୀକାର କରାଯିବ ଏପରି ପ୍ରତ୍ୟେକ ଆବେଦନପତ୍ରର ଗ୍ରହଣକୁ, ଅରମ-“ଗ” ରେ ପ୍ରାପ୍ତି ସ୍ଵୀକାର କରାଯିବ ।

ଆବେଦନପତ୍ରର ଫଇସଲା

  1. କୌଣସି ଆବେଦନପତ୍ର ମଞ୍ଜୁର କରାଯିବ ନାହିଁ, ଯଦି ସେ, ଆୟକର ପଇଠ (୧) କୌଣସି ଆବେଦନପତ୍ର ମଞ୍ଜୁର କରାଯିବ ନାହିଁ , ଯଦି  ଆୟକର ପଇଠ ପ୍ରମାଣପତ୍ର ଏବଂ ବିକ୍ରିକର ପଇଠ ପ୍ରମାପତ୍ର କିମ୍ବା ସ୍ଵ- ଅଣ- ଆକଳନ ପ୍ରମାଣପତ୍ରର ମୂଳ ପ୍ରତିଲିପି ତଥା ରାଜସ୍ୱ ଦ୍ରୁଷ୍ଟିରୁ, ସମ୍ପୃକ୍ତ ତହସିଲଦାରଙ୍କର ଅଣ- ଆପତ୍ତି ପ୍ରମାଣପତ୍ର ଏବଂ  ଅନ୍ଵେଷଣ  ଅନୁମତିର ମଞ୍ଜୁର ନିମନ୍ତେ ସମ୍ପୃକ୍ତ ଗ୍ରାମପଞ୍ଚାୟତର  ଆପତ୍ତି ପ୍ରମାଣପତ୍ର ଦାଖଲ ନ କରନ୍ତି ।
  2. ଉଲ୍ଲେଖଥାଉ ଯେ, ତାଙ୍କର ବିଚାର ନିମନ୍ତେ, ନିର୍ଦ୍ଦେଶକଙ୍କୁ ଆବେଦନପତ୍ର ପ୍ରେରଣ କରିବା ପୂର୍ବରୁ, ସେମାନଙ୍କର କର୍ତ୍ତୃତ୍ଵରେ ଥିବା ଖଣି- ଅଧିକାରୀ/ ଉପ- ନିର୍ଦ୍ଦେଶକଙ୍କୁ, ରାଜସ୍ୱ ଦ୍ରୁଷ୍ଟିକୋଣରୁ ସମ୍ପୃକ୍ତ ତହସିଲଡାରଙ୍କ ଠାରୁ, ବନ କିମ୍ବା ଜଙ୍ଗଲ ଦ୍ରୁଷ୍ଟିରୁ, ଡିଭିଜନାଲ ବନ ଅଫିସରଙ୍କ ଠାରୁ ଏବଂ ଉକ୍ତ ଅଞ୍ଚଳର ଆଦିବାସୀଙ୍କ ଉନ୍ନୟନର ସ୍ଵାର୍ଥ ଦ୍ରୁଷ୍ଟିରୁ, ସଂପୃକ୍ତ ଗ୍ରାମ ପଞ୍ଚାୟତ ଠାରୁ  ଅନୁସୂଚିତ ଅଞ୍ଚଳ କ୍ଷେତ୍ରରେ, ଏକ ବିବରଣୀ ଆହ୍ଵାନ କରିବେ ।

    ଆହୁରି ଉଲ୍ଲେଖଥାଉ ଯେ, ଯଦି  ସୂଚନା ଗ୍ରହଣର ଦୁଇ ମାସ ସମୟ ମଧ୍ୟରେ ତହସିଲଦାର ଏବଂ ସମ୍ପୃକ୍ତ ଗ୍ରାମପଞ୍ଚାଯତର ମତାମତ ନମିଳେ, ତାହେଲେ ଏହା ଧରାଯିବ ଯେ ତହସିଲଦାର /ଗ୍ରାମ ପଞ୍ଚାୟତର ଅନ୍ଵେଷଣ ଅନୁମତିପତ୍ରର ମଞ୍ଜୁରୀରେ କୌଣସି ଆପତ୍ତି ନାହିଁ  ।

  3. ଯେଉଁ ସ୍ଥଳରେ,ସେହି ଏକା ଜମି କିମ୍ବା ଅଞ୍ଚଳ ସମ୍ବନ୍ଧରେ, ଦୁଇ କିମ୍ବା ଅଧିକ ବ୍ୟକ୍ତି, କୌଣସି  ଅନ୍ଵେଷଣ ଅନୁମତି ପତ୍ର ନିମନ୍ତେ ଆବେଦନ କରିଥାଆନ୍ତି, ସେପରି ସ୍ଥଳେ ଯେଉଁ ଆବେଦନକାରୀର ଆବେଦନ ପତ୍ର ପ୍ରଥମେ ଗ୍ରହଣ କରାଯାଇଥାଏ, ତାକୁ, ପରେ ଗୃହିତ ଆବେଦନ ପତ୍ର ଠାରୁ ପ୍ରାଥମିକତା ଦିଆଯିବ।
  4. ଉଲ୍ଲେଖ ଯେ, ଯଦି ନିର୍ଦ୍ଦେଶକ, ଖଣିଜ ଦ୍ରବ୍ୟର ଉନ୍ନୟନ ସ୍ଵାର୍ଥରେ, ଏହି ମତ ପୋଷଣ କରନ୍ତି ଯେ, ଏପରି କରିବା ଆବଶ୍ୟକ  ଅଟେ, ତାହେଲେ ସେ, ଲିଖିତ ଭାବେ କାରଣ ଲିପିବଦ୍ଧ କରି, ଆବେଦନପତ୍ର ଗ୍ରହଣ ତାରିଖ ଅନୁଯାଯାଇ ପ୍ରଥମେ ଗୃହିତ ଆବେଦନପତ୍ରକୁ ପ୍ରାଥମିକତା ଦେବେ । ଯଦି ସେହି ଏକା ଜମି ନିମନ୍ତେ ସେହି ଏକାଦିନ ଦୁଇ କିମ୍ବା ଅଧିକ ଆଇନପତ୍ର ଗୃହିତ ହୁଏ, ସେପରିସ୍ଥଳେ ନିମ୍ନ କ୍ରମାନ୍ଵୟରେ ଆବେଦନକାରୀଙ୍କୁ ପ୍ରାଥମିକତା ଦିଆଯିବ, ଯଥା:-

    • ରାଜ୍ୟରେ, ସଜବାଜ୍ଜ ପଥରର ପାଦ୍ଧତିକ କାର୍ଯ୍ୟକ୍ରମ ନିମନ୍ତେ, କୌଣସି ଶିଳ୍ପ ସ୍ଥାପନ କରିଥିବା ବ୍ୟକ୍ତି ଏବଂ ରାଜ୍ୟରେ ସଜବାଜ୍ଜ ପଥର ନିମନ୍ତେ, ତାର କୌଣସି କ୍ଵାରୀ ପଟ୍ଟା ନାହିଁ  ।
    • ଗ୍ରାନାଇଟପାଦ୍ଧିତିକ କାର୍ଯ୍ୟ କରିବା ଏବଂ ରାଜ୍ୟରେ ଏକ ଶିଳ୍ପ ସ୍ଥାପନ କରିବା ନିମନ୍ତେ ଏକ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ କରିଥିବା କୌଣସି ବ୍ୟକ୍ତି,  ଯଦି ସେ ଏପରି ପାଦ୍ଧତିକ କାର୍ଯ୍ୟ ଶିଳ୍ପ, ଯାହାକି ପ୍ରସାବିତ ଅଟେ, ତା ର ପ୍ରକଳ୍ପ- ବିବରଣୀର ଏକ ନକଲ ଦାଖଲ କରିଥାଏ ଏବଂ କୌଣସି ଅର୍ଥ ଯୋଗାଣ ସଂସ୍ଥା ର ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ ଦ୍ଵାରା ନିର୍ଗମ କରାଯାଇଥିବା କୌଣସି ପତ୍ର ତାଙ୍କର ପ୍ରକଳ୍ପ ବିବରଣୀ, ଏହି ଅର୍ଥଯୋଗାଣକାରୀ ସଂସ୍ଥା ଦ୍ଵାରା ଯାଞ୍ଚ କରାଯାଇଥାଏ ।
    • ଜଣେ ଅଣନିଯୁକ୍ତ ଭୂତତ୍ଵବିଆଇଟି ଖଣି ଯନ୍ତ୍ରୀ
    • କୌଣସି ବ୍ୟକ୍ତି,  ଯେକି ଉକ୍ତ ଜମିର ରୟତ ଅଟନ୍ତି ।
    • ଅନ୍ୟ କୌଣସି ଶ୍ରେଣୀୟ

ଉଲ୍ଲେଖଥାଉ ଯେ, ଉପରୋକ୍ତ ଧାରା (୧) ଏବଂ (୨) ଅନୁଯାୟୀ ଯଦି ଉଲ୍ଲେଖିତ କୌଣସି ଶ୍ରେଣୀ ସମ୍ବନ୍ଧରେ ଗୋଟିକରୁ ଅଧିକ ଆବେଦନପତ୍ର, ସେହି ଏକା ଅଞ୍ଚଳ ନିମନ୍ତେ ଗୃହିତ ହୁଏ,  ସେପରି ସ୍ଥଳେ ପାରସ୍ପରିକ – ପ୍ରାଥମିକତା, ସ୍ଥାପିତ କ୍ଷମତା  ଅନ୍ଵେଷଣ /କ୍ଵାରୀ କାର୍ଯ୍ୟରେ ବିଶେଷ ଅଭିଜ୍ଞତା କିମ୍ବା ଜ୍ଞାନ ଦାଖଲରେ ଥିବା ଯନ୍ତ୍ରପାତି, ଆର୍ଥିକ ସଂବଳ, ନିଯୁକ୍ତ କିମ୍ବା ନିଯୁକ୍ତ ହେବାକୁ ଥିବା ବୈଷୟିକ କର୍ମଚାରୀଙ୍କ ଯୋଗ୍ୟତା ଏବଂ କାର୍ଯ୍ୟ ଦକ୍ଷତା, ପ୍ରସ୍ତାବିତ ବିନିଯୋଗ ଏବଂ ରାଜ୍ୟରେ ପୂର୍ବରୁ ଧାରିତ, ସାଜସାଜ୍ଜ ପଥର ନିମନ୍ତେ, ଅନ୍ଵେଷଣ – ଅନୁମତି ପତ୍ର/ଖଣି ପଟ୍ଟା, ଉପରେ ସ୍ଥିର କରାଯିବ ।

ଅନ୍ଵେଷଣ – ଅନୁମତି ପତ୍ର ନିମନ୍ତେ, ଆବେଦନ ପତ୍ରର ପ୍ରତ୍ୟାଖ୍ୟାନ

  1. ନିର୍ଦ୍ଦେଶକ , ସୁନାନିର ଏକ ସୁଯୋଗ ପ୍ରଦାନ କରି ଏବଂ ଲିଖିତ ଭାବେ କାରଣ ଲିପିବଦ୍ଧ କରି ଏବଂ ଆବେଦନକାରୀଙ୍କୁ ତାହା ସୂଚିତ କରେ ଆବେଦିତ ସମସ୍ତ କିମ୍ବା ଆଂଶିକ ଅଞ୍ଚଳ ଉପରେ, କୌଣସି ଅନ୍ଵେଷଣ – ଅନୁମତିପତ୍ରର ମଞ୍ଜୁରୀ କିମ୍ବା ନବୀକରଣ ପ୍ରତ୍ୟାଖ୍ୟାନ କରିପାରନ୍ତି   ।
  2. ନିୟମ  -୯  ଅନୁଯାଯାଇ ଅନ୍ଵେଷଣ – ଅନୁମତିପତ୍ରର ମଞ୍ଜୁରୀ ନିମନ୍ତେ ପ୍ରଦାନ କରାଯାଇଥିବା କୌଣସି ଆବେଦନପତ୍ର, ନିର୍ଦ୍ଦେଶକଙ୍କ ଦ୍ଵାରା କେବଳ ଏହି କାରଣ ଉପରେ ପ୍ରତ୍ୟାଖ୍ୟାନ କରାଯିବ ନାହିଁ , ଯେ ଫର୍ମ “କ” ସମସ୍ତ ଆବଶ୍ୟକୀୟ ବିତରଣ ଦ୍ଵାରା ସଂପୂର୍ଣ୍ଣ କରାଯାଇ ନାହିଁ; କିମ୍ବା ଉକ୍ତ ନିୟମର, ଉପ ନିୟମ (୧)ର ଧାରା  (୨) (୩) ଏବଂ (୪) ରେ ଉଲ୍ଲେଖିତ ଦଲିଲ ସହ ପ୍ରଦାନ କରାଯାଇନାହିଁ  ।
  3. ଯେଉଁ ସ୍ଥଳରେ ଏହା ପ୍ରତୀତ ହୁଏ କିମ୍ବା ଦେଖାଯାଏ ଯେ ,  ଉକ୍ତ ଆବେଦନପତ୍ର ସମସ୍ତ ଉପାଦେୟ ବିବରଣୀରେ ସଂପୂର୍ଣ୍ଣ ନୁହେଁ, କିମ୍ବା ଆବଶ୍ୟକ ଦଲିଲ ଦ୍ଵାରା ପ୍ରଦାନ  କରାଯାଇ ନାହିଁ, ସେପରିସ୍ଥଳେ ଉପ ନିର୍ଦ୍ଦେଶକ /ସମ୍ପୃକ୍ତ ଖଣି ଅଧିକାରୀ ଆବେଦନପତ୍ର ଗ୍ରହଣ ପ୍ରାପ୍ତି ସ୍ଵୀକାର ସମୟରେ, ଆବେଦନକାରୀଙ୍କୁ ଏପରି ତ୍ରୁଟି ଭରଣା କରିବା ଏବଂ ବିନା ବିଳମ୍ବରେ ଦଲିଲ ଦାଖଲ କରିବା ନିମନ୍ତେ ଆବଶ୍ୟକ କରିବେ  ଏବଂ କୌଣସି କ୍ଷେତ୍ରରେ, ଏପରି ଆବେଦନପତ୍ର ଗ୍ରହଣ ତାରିଖରୁ, ତିରିଶ ଦିନରୁ ଅଧିକ ସମୟ ପରେ ନୁହେଁ ।
  4. ଯେଉଁ ସ୍ଥଳରେ ଅନ୍ଵେଷଣ – ଅନୁମତିପତ୍ରର ମଞ୍ଜୁରୀ ନିମନ୍ତେ ଆବେଦନପତ୍ର ଏବଂ ଖଣି – ପଟ୍ଟାର ମଞ୍ଜୁରୀ ନିମନ୍ତେ ଆବେଦନପତ୍ର ସେହି ଅଞ୍ଚଳ ନିମନ୍ତେ, ସେହି ଏକାଦିନ ଗ୍ରହଣ କରାଯାଏ କିମ୍ବା ତିରିଶଦିନ ସମୟ ମଧ୍ୟରେ ବିଭିନ୍ନ ତାରିଖରେ ଗ୍ରହଣ କରାଯାଏ, ସେପରିସ୍ଥଳେ ଖଣି- ପଟ୍ଟାର ମଞ୍ଜୁରୀ ନିମନ୍ତେ ଆବେଦନ ପତ୍ର , ଯଦି ଉକ୍ତ ଅଞ୍ଚଳ ପୂର୍ବରୁ କୌଣସି ଖଣି- ପଟ୍ଟା ଅଧୀନରେ ଧାରୀତ ହୋଇଥାଏ କିମ୍ବା ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ଥାଏ ଯେ, ଉକ୍ତ ଅଞ୍ଚଳ ପୂର୍ବରୁ ଅନ୍ଵେଷଣ କରାଯାଇଛି କିମ୍ବା ଖଣି ଉତ୍ତୋଳନୀୟ ସାଜସଜ୍ଜା ପଥରର ସ୍ଥିତି ଅନ୍ୟଥା ପ୍ରମାଣିତ ହୋଇଥାଏ, ତାହେଲେ  ଅନ୍ଵେଷଣ- ଅନୁମତିପତ୍ରର ମଞ୍ଜୁରୀ ନିମନ୍ତେ ଆବେଦନ ପତ୍ରର ବିଚାର ପୂର୍ବରୁ, ତାହା ଫଇସଲା କରାଯିବ ।

କ୍ଵାରୀ-ପଟ୍ଟା / ପରମିଟର ପ୍ରତ୍ୟାଖ୍ୟାନ

ସେହି ଅଞ୍ଚଳ ମଧ୍ୟରେ, ରାସ୍ତା, ଧାତୁ ପଥର, ସାଧାରଣ ପଥର ଖଣ୍ଡ ନିମନ୍ତେ, କୌଣସି କ୍ଵାରୀ - ପଟ୍ଟା /ପରମିଟ ମଞ୍ଜୁର କରାଯିବ ନାହିଁ, ଯେଉଁଠି ନିମନ୍ତେ ସାଜସଜ୍ଜା ପଥର ନିମନ୍ତେ ପଟ୍ଟା/ଅନୁମତିପତ୍ର ପୂର୍ବରୁ ମଞ୍ଜୁର କରାଯାଇଛି ।

ଅନ୍ଵେଷଣ କାର୍ଯ୍ୟର ବିବରଣୀ

ଫର୍ମ “ଜେଡ – “କ” ରେ, ଅନ୍ଵେଷଣ ବିବରଣୀ , ଅନୁମତିପତ୍ରଧାଡ଼ି ବ୍ୟକ୍ତି, ନିର୍ଦ୍ଦେଶକ, ଏକ ଉପ- ନିର୍ଦ୍ଦେଶକ/ସମ୍ପୃକ୍ତ ଖଣି ଅଧିକାରୀଙ୍କୁ ଦାଖଲ କରିବେ।

କୌଣସି ଅନ୍ଵେଷଣ – ଅନୁମତି ପତ୍ରର ସର୍ତ୍ତାବଳୀ

  1. ଅନୁମତିପତ୍ରଧାରି ବ୍ୟକ୍ତି,  ସେହି ସମୟରେ ପ୍ରତ୍ୟେକ ବର୍ଷ କିମ୍ବା ବର୍ଷର କୌଣସି ଅଂଶ ନିମନ୍ତେ,  ଅନୁମତି ପତ୍ର ଦ୍ଵାରା ଆବୃତ୍ତ ଜମିର ହେକ୍ଟର ପ୍ରତି ଏକଶହ ଟଙ୍କା ହାରରେ ଅନ୍ଵେଷଣ ଶୁଳ୍କ ଅଗ୍ରୀମ ଭାବେ ପ୍ରଦାନ କରିବେ । ଯେଉଁଥି ନିମନ୍ତେ ଏପରି ଅନୁମତିପତ୍ର ମଞ୍ଜୁର କରାଯାଇଛି ।
  2. ପାଦ୍ଦିତିକ କାର୍ଯ୍ୟ ଏବଂ ବ୍ୟବସାୟର ଯଥାର୍ଥତାକୁ ପରୀକ୍ଷା କରିବା ନିମନ୍ତେ ଉପ- ନିର୍ଦ୍ଦେଶକ /ଖଣି ଅଧିକାରୀଙ୍କ ଅନୁମତି ସହିତ, ଅଗ୍ରୀମ ରୟାଲଟିର ପ୍ରଦାନ ଉପରେ ଦଶ କ୍ୟୁବିକ ମିଟର ସାଜସଜ୍ଜା ପଥର, ବ୍ୟବସାୟିକ, ଉଦ୍ଦେଶ୍ୟ ବ୍ୟତୀତ, ଅନ୍ୟ ଉଦ୍ଦେଶ୍ୟରେ, ଅନୁମତି ପତ୍ର ଧାରୀ ବ୍ୟକ୍ତି, ନେଇପାରନ୍ତି କିମ୍ବା ଅପସାରଣ କରିପାରନ୍ତି   ।
  3. ଉଲ୍ଲେଖଥାଉ ଯେ , ଉପରେ ଧାର୍ଯ୍ୟ ଠାରୁ ଯଦି ଅଧିକ ପରିମାଣ ନିଆଯାଏ  କିମ୍ବା ଅପସାରଣ କରାଯାଏ , ସେପରିସ୍ଥଳେ ଉପ- ନିର୍ଦ୍ଦେଶକ /ସମ୍ପୃକ୍ତ ଖଣି ଅଧିକାରୀ, ଏପରି ଅଧିକ ପରିମାଣର ଖର୍ଚ୍ଚ ଆଦାୟ କରିପାରନ୍ତି   ।

  4. ନିର୍ଦ୍ଦେଶକଙ୍କ ଲିଖିତ ଅନୁମୋଦନ ସହିତ,  ଅନୁମତି ପତ୍ରଧାରୀ ବ୍ୟକ୍ତି, ଉପରେ, ଉପ- ନିୟମ(୨) ରେ ଧାର୍ଯ୍ୟ ସୀମାଠାରୁ ଅଧିକ ପରିମାଣ ସାଜସଜ୍ଜା ପଥର ପରୀକ୍ଷା ଉଦ୍ଦେଶ୍ୟରେ, ଅଗ୍ରୀମ ରୟାଲିଟି ପ୍ରଦାନ କରି, ନେଇପାରନ୍ତି   ।
  5. ଏପରି ଆବିଷ୍କାର ତାରିଖ ଠାରୁ ତିରିଶଦିନ ମଧ୍ୟରେ, ଅନୁମତିପତ୍ରର ଧାର୍ଯ୍ୟ ହୋଇନଥିବା ଅନ୍ୟ କୌଣସି ଖଣିଜ ପଦାର୍ଥର ଆବିଷ୍କାର ବିଷୟ,  ଅନୁମତିପତ୍ର ଧାରୀ ବ୍ୟକ୍ତି, ନିର୍ଦ୍ଦେଶକଙ୍କୁ ସୂଚିତ କରିବେ । ଏପରି ବିବରଣୀ ପ୍ରଦାନର ପରିଣତି ସ୍ୱରୂପ,  ଏପରି ନୂତନ ଭାବେ ଆବିଷ୍କୃତ କ୍ଷୁଦ୍ର ଖଣିଜ ପଦାର୍ଥ , ଅନ୍ଵେଷଣ- ଅନୁମତିପତ୍ରରେ ଅନ୍ତର୍ଭୁକ୍ତ ବୋଲି ଧରାଯିବ   ।
  6. ଉଲ୍ଲେଖଥାଉଯେ, ଉକ୍ତ ଅଞ୍ଚଳର ଅନ୍ଵେଷଣ ସମୟରେ ଯଦି କ୍ଷୁଦ୍ର ଖଣିଜ ପଦାର୍ଥ ବ୍ୟତୀତ, ଅନ୍ୟ କୌଣସି ଖଣିଜ ପଦାର୍ଥ ଆବିଷ୍କାର କରାଯାଏ,  ସେପରିସ୍ଥଳେ କେବଳ ଏହି କାରଣ ଉପରେ ଯେ, ଏପରି ଜମି,ତାଙ୍କ ଅନୁମତିପତ୍ରରେ, କ୍ଷୁଦ୍ର ଖଣିଜପଦାର୍ଥ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଛି, ସେ,  ଏପରି ନୂତନ ଖଣିଜ ପଦାର୍ଥ ନିମନ୍ତେ କୌଣସି ଅନୁମତିପତ୍ର କିମ୍ବା ପଟ୍ଟା ଉଦ୍ଦେଶ୍ୟରେ କୌଣସି ପ୍ରାଥମିକତା ପାଇଁ ହକଦାର ହେବେ ନାହିଁ, ଏବଂ ଅନୁମତିପତ୍ରଧାରୀଙ୍କୁ କୌଣସି କ୍ଷତିପୂରଣ ବିନା,  ଏପରି ଅନୁମତିପତ୍ର ସମାପ୍ତ କରାଯିବ  ।

  7. ଅନୁମତିପତ୍ରଧାରୀ ବ୍ୟକ୍ତି, ନିର୍ଦ୍ଦେଶକଙ୍କ ପୂର୍ବ ମଞ୍ଜୁରୀ ବିନା, ଏପରି ଅନୁମତି ପତ୍ରକୁ ହସ୍ତାନ୍ତର କରିପାରିବେ ନାହିଁ   ।
  8. ଉଲ୍ଲେଖଥାଉ ଯେ,  ଏପରି କୌଣସି ଅନୁମତିପତ୍ର , କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତରଣ କରାଯିବ ନାହିଁ, ଯେକି ନିୟମ ୯ର ଉପ- ନିୟମ (୧)ର ବିଷୟ (୨),(୪),(୫),(୬) (୭) ରେ ଉଲ୍ଲେଖିତ ଦଲିଲ ସହିତ  ହସ୍ତାନ୍ତରଣ ଆବେଦନପତ୍ର ଶୁକ୍ଳ ଦୁଇ ହଜାର ଟଙ୍କା ଜମାର ଚାଲାନ ଉପସ୍ଥାପନ କରିନଥାଆନ୍ତି, ଏବଂ ଯେକି ମୃତ୍ୟୁବରଣ କରନ୍ତି ସେ, ଏହି ନିୟମାବଳି ଅନୁଯାୟୀ ଜଣେ ଅନୁପତିପତ୍ରଧାରୀ ହେବା ନିମନ୍ତେ ଯୋଗୁଁ ବିଛେଚିତ ହେବେ  ନାହିଁ ।

  9. ଅନୁମତିପତ୍ରଧାରୀ ବ୍ୟକ୍ତି ଏପରି କୌଣସି ପାରିଶ୍ରମିକ ପ୍ରଦାନ କରିବେ ନାହିଁ, ଯାହାକି ସର୍ବନିମ୍ନ ମଞ୍ଜୁରୀ ଆଇନ,୧୯୪୮ ଅନୁଯାୟୀ, ସମୟାନୁକ୍ରମେ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସର୍ବନିମ୍ନ ମଞ୍ଜୁରୀ କିମ୍ବା ପାରିଶ୍ରମିକ ଠାରୁ କମ ହୋଇଥିବ ।
  10. ଅନୁମତିପତ୍ରଧାରୀ ବ୍ୟକ୍ତି, ଖଣି ଆଇନ,୧୯୫୨ର ବ୍ୟବସ୍ଥାବଳୀକୁ ପରିପାଳନ କରିବେ  ।
  11. ଅନୁପତ୍ରଧାରୀ ବ୍ୟକ୍ତି, ସେହି ଅଞ୍ଚଳରେ କିମ୍ବା ରାଜ୍ୟ ବନ ବିଭାଗ ଦ୍ଵାରା ଚିହ୍ନିତ ଅନ୍ୟ କୌଣସି ଅଞ୍ଚଳରେ, ଅନ୍ଵେଷଣ କାର୍ଯ୍ୟ ଦ୍ଵାରା ନଷ୍ଟ ହୋଇଥିବା ବୃକ୍ଷ ସଂଖ୍ୟାର ଦୁଇଗୁଣ ବୃକ୍ଷ ରୋପଣ କରିବା ନିମନ୍ତେ, ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ।
  12. ଜମିର ଭୂ-ପୃଷ୍ଠ ଦଖଲକାରୀଙ୍କୁ, ଅନୁମତିପତ୍ରଧାରୀ ବ୍ୟକ୍ତି ଏପରି ଉଚିତ ଏବଂ ଯଥାଯଥ କ୍ଷତିପୂର୍ଣ ପ୍ରଦାନ କରିବେ, ଯେପରି ଜମିର ମାଲିକ ଏବଂ ଅନୁମତିପତ୍ରଧାରୀ ବ୍ୟକ୍ତିଙ୍କ ମଧ୍ୟରେ ସମ୍ମତ ହୋଇଥିବ   ।
  13. ଅନୁମତିପତ୍ରଧାରୀ ବ୍ୟକ୍ତି, ଗ୍ରାନାଇଟ ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ,୧୯୯୯ ର ବ୍ୟବସ୍ଥାବଳୀକୁ ପରିପାଳନ କରିବେ ।
  14. ଅନୁମତିପତ୍ରଧରି ବ୍ୟକ୍ତି, ଅନ୍ୟ ସଠିକ ରିହାତି ପ୍ରାପ୍ତ ବ୍ୟକ୍ତିଙ୍କୁ ପ୍ରବେଶ କରିବା ନିମନ୍ତେ, ଯଥାଯଥ ସୁଯୋଗ ପ୍ରଦାନ କରିବେ ।
  15. ବନ (ସଂରକ୍ଷଣ) ଆଇନ,୧୯୦୮ ର ବ୍ୟବସ୍ଥାବଳୀ ଅନୁଯାୟୀ ଯେପରି ଆବଶ୍ୟକ, ସେହିପରି ଜଙ୍ଗଲ କିମ୍ବା ବନ ଜମିରେ କୌଣସି କାର୍ଯ୍ୟ କରିବା ନିମନ୍ତେ, ଜଙ୍ଗଲ କିମ୍ବା ବନ ବିଭାଗର ଦକ୍ଷ ଅଧିକାରୀଙ୍କ ପୂର୍ବ ଅନୁମତି, ଅନୁମତିପତ୍ରଧାରୀ ବ୍ୟକ୍ତି ଗ୍ରହଣ କରିବେ ।
  16. ଅନୁମତି ପରିଚାଳନା କିମ୍ବା କାର୍ଯ୍ୟକାରୀ କରିବା ସମୟରେ, ତାଙ୍କ ଦ୍ଵାରା ଘଟାଯାଇଥିବା ସମସ୍ତ କ୍ଷତି କିମ୍ବା ବିଶୃଙ୍ଖଳା ନିମନ୍ତେ, ଅନୁମତି ପତ୍ରଧାରୀ ବ୍ୟକ୍ତି, ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ପ୍ରଦାନ କରିବେ ଏବଂ ଏପରି କ୍ଷତି  କିମ୍ବା ବିଶୃଙ୍ଖଳା ସଂବନ୍ଧରେ, ତୃତୀୟ ପକ୍ଷମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ତ ଦାବୀ ବିରୁଦ୍ଧେ ସରକାରଙ୍କୁ ଭରଣା କରିବେ ।
  17. ସାଜସଜ୍ଜା ପଥର ନିମନ୍ତେ, କୌଣସି ଅନ୍ଵେଷଣ ଅନୁମତିପତ୍ରଧାରୀ ବ୍ୟକ୍ତି, ଏପରି ଅନୁମତିପତ୍ର ସଂପାଦାନ ତାରିଖରୁ ଷାଠିଏ ଦିନ ମଧ୍ୟରେ,  ଅନ୍ଵେଷଣ ର ଏକ ଯୋଜନା, ନିର୍ଦ୍ଦେଶ, ଉପ- ନିର୍ଦ୍ଦେଶିକା/ସମ୍ପୃକ୍ତ ଖଣି ଅଧିକାରୀଙ୍କୁ ଦଖଲ କରିବେ ଯେଉଁଥିରେ ସେ ସୂଚିତ କରିବେ ଯେ, କେଉଁ ପଦ୍ଧତିରେ ସେ, ଗ୍ରାନାଇଟି ସଂରକ୍ଷଣ ଯେଉଁଥିରେ ସେ ସୂଚିତ କରିବେ ଯେ, କେଉଁ ପଦ୍ଧତିରେ ସେ, ଗ୍ରାନାଇଟି ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ, ୧୯୯୯ର ନିୟମ ୮ ଅନୁଯାୟୀ, ଅନ୍ଵେଷଣ କାର୍ଯ୍ୟ ପରିଚାଳନା କରିବାକୁ ପ୍ରସ୍ତାବ କରିଛନ୍ତି  ।  ଉକ୍ତ ନିୟମାବଳୀର ବ୍ୟବସ୍ଥାବଳୀ ଅନୁଯାୟୀ ଏପରି ଯୋଜନା, ଅନ୍ଵେଷଣ – ଅନୁମତିପତ୍ରଧାରୀଙ୍କ ଦ୍ଵାରା ସଂଶୋଧନ ଅନୁଯାୟୀ  ।
  18. ଅନୁମତିପତ୍ରଧାରୀ ବ୍ୟକ୍ତି, ଦାଖଲ କରାଯାଇଥିବା ଅନ୍ଵେଷଣ ଯୋଜନା ଶହ ସମନ୍ଵୟ ରକ୍ଷାକରି,  ଅନ୍ଵେଷଣ କାର୍ଯ୍ୟ ପରିଚାଳନା କରିବେ,  କିମ୍ବା ଏପରି ସଂଶୋଧନ ସହିତ, ଯାହାକି ଏ ସଂବନ୍ଧରେ, ନିର୍ଦ୍ଦେଶକ କିମ୍ବା ତାଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଉଚ୍ଚକର୍ମଚାରୀଙ୍କ ଦ୍ଵାରା ନିର୍ଦ୍ଦେଶ କରାଯିବ।
  19. ଅନ୍ଵେଷଣ କାର୍ଯ୍ୟ ସମୟରେ ଉତ୍ତୋଳିତ କ୍ଷୁଦ୍ର- ଖଣିଜ ପଦାର୍ଥର ସଠିକ ହିସାବ, ଅନୁମତିପତ୍ର ଧାରୀ ବ୍ୟକ୍ତି ରଖିବେ ଏବଂ ପରିଚାଳିତ ଅନ୍ଵେଷଣ କାର୍ଯ୍ୟର ବାର୍ଷିକ ବିବରଣୀ, ଗ୍ରାନାଇଟି ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ,୧୯୯୯ ରେ ନିୟମ ୧୧ ଅନୁଯାୟୀ ଧାର୍ଯ୍ୟ ଫର୍ମ “କ” ତାହା, ନିର୍ଦ୍ଦେଶକ ଏବଂ ଉପ- ନିର୍ଦ୍ଦେଶକ । କର୍ତ୍ତୃତ୍ଵ ଥିବା ଖଣି ଅଧିକାରୀଙ୍କୁ ଦାଖଲ କରିବେ ।
  20. ଅନୁପତି ପ୍ରାପ୍ତ ଅଞ୍ଚଳ,ଅନ୍ଵେଷଣ ସମ୍ବନ୍ଧୀୟ ହିସାବ ଏବଂ ନଥି ପରିଦର୍ଶନ କରିବା ନିମନ୍ତେ, ନିୟନ୍ତ୍ରଣକାରୀ ଅଧିକାରୀ, ଦକ୍ଷ ଅଧିକାରୀ ଏବଂ ନିର୍ଦ୍ଦେଶକ କିମ୍ବା ସେମାନଙ୍କର ମଧ୍ୟରୁ କୌଣସି ଅଧିକାରୀଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଉଚ୍ଚକର୍ମଚାରୀଙ୍କୁ ପରିଦର୍ଶନ କରିବା ନିମନ୍ତେ, ଅନୁମତିପତ୍ର ଧାରୀ ବ୍ୟକ୍ତି ଯଥାଯଥ ସୁଯୋଗ ପ୍ରଦାନ କରିବେ  ।  ଏପରି ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀ, ସମୁଚିତ ଏବଂ ବୈଜ୍ଞାନିକ ସମ୍ମତ  ଅନ୍ଵେଷଣ ନିମନ୍ତେ, ଷାଠିଏ ଦିନରୁ  (ଅଧିକ ନୁହେଁ) ଧାର୍ଯ୍ୟ ସମୟ ସୀମା ମଧ୍ୟରୁ ନିୟମାବଳୀ ଏବଂ ନିର୍ଦ୍ଦେଶାବଳୀର ବ୍ୟବସ୍ଥାବଳୀର ପରିପାଳନକୁ ନିଶ୍ଚିତ କରିବା ନିମନ୍ତେ, ନିର୍ଦ୍ଦେଶାବଳୀ ନିର୍ଗମ କରିପାରନ୍ତି ।
  21. ଅନୁପତିପତ୍ରଧାରୀ ବ୍ୟକ୍ତି, ଅନୁମତି ପତ୍ର ସମୟ ଶେଷ ହେବା ପୂର୍ବରୁ କିମ୍ବା ଏହାର ସମାପ୍ତି ପୂର୍ବରୁ, ଯଦି ଏହା ପୂର୍ବରୁ ହୋଇଥାଏ  କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ଏପରି ଅଧିକ ସମୟ ମଧ୍ୟରେ, ସମସ୍ତ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ନିର୍ମାଣକୁ ଅପସାରନ କରିବେ, ଯାହାର ଅକୃତ କାର୍ଯ୍ୟତାରେ, ଉକ୍ତ ସମ୍ପତ୍ତି ସହିତ ଉକ୍ତ ଅଞ୍ଚଳରେ ଛଡା ଯାଇଥିବା କ୍ଷୁଦ୍ର ଖଣିଜ ପଦାର୍ଥକୁ ସରକାରଙ୍କ ସଂପତ୍ତି ଭାବେ ଧରାଯିବ ।  ଏପରି ସଂପତ୍ତି, ସର୍ବସାଧାରଣ ନିଲାମରେ ବିକ୍ରି କରାଯିବ ଏବଂ ବିକ୍ରି ଲବ୍ଧ ଅର୍ଥକୁ ସରକାରୀ ହିସାବରେ ଜମା କରାଯିବ ।
  22. ଉପଯୁକ୍ତ ବାତାବରଣର ନିରାପତ୍ତା ସହିତ, ଅନୁପତ୍ରଧାରୀ ବ୍ୟକ୍ତି,  ଅନ୍ଵେଷଣ କାର୍ଯ୍ୟକ୍ରମ ପରିଚାଳନା କରିବେ ।
  23. ନିମ୍ନ ଦୂରତା ମଧ୍ୟରେ, କୌଣସି ସମୟରେ, ଅନୁମତିପତ୍ରଧାରୀ ବ୍ୟକ୍ତି କୌଣସି ଅନ୍ଵେଷଣ କାର୍ଯ୍ୟ ପରିଚାଳନା କରିବ ନାହିଁ କିମ୍ବା ପରିଚାଳନା କରାଇବେ ନାହିଁ କିମ୍ବା ପରିଚାଳନା କରିବା ନିମନ୍ତେ ଅନୁମୋଦନ ହେବେ ନାହିଁ ।
    • କୌଣସି ରେଲୱେ ଲାଇନରୁ ଏକ ଶହ ମିଟର  (ସମ୍ପୃକ୍ତ ରେଳୱେ ପ୍ରଶାସନର ଲିଖିତ ଅନୁମତି ବ୍ୟତୀତ) ଜାତୀୟ ରାଜପଥ, ରାଜ୍ୟ ରାଜପଥ କିମ୍ବା କୌଣସି ଜଳାଶୟ, କିମ୍ବା
    • କୌଣସି ଜଳାଶୟ, କେନାଲ, ରାସ୍ତା  (ଜାତୀୟ କିମ୍ବା ରାଜ୍ୟ ରାଜପଥ କିମ୍ବା ଅନ୍ୟ ସର୍ବସାଧାରଣ କାର୍ଯ୍ୟ କିମ୍ବା ଅଟ୍ଟାଳିକା  କିମ୍ବା ଜନବସତି ସ୍ଥାନ ବ୍ୟତୀତ ଏବଂ ତାହା,  କଲେକ୍ଟରଙ୍କ ପୂର୍ବ ଅନୁମତି ବ୍ୟତୀତ, ଏପରି ସ୍ଥାନ ଠାରୁ ପଚାଶ ମିଟର ଦୂରତ୍ଵ ମଧ୍ୟରେ । ରେଳୱେ ପ୍ରଶାସନ କିମ୍ବା କଲେକ୍ଟର, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ମଧ୍ୟରେ ସର୍ତ୍ତାବଳୀ ଉପରେ ଏପରି ଅନୁମତି ମଞ୍ଜୁର କରିପାରନ୍ତି, ଯେପରି ସେ ଧାର୍ଯ୍ୟ କରିବେ ।
  24. ଅନୁମତିପତ୍ର ଅଧୀନରେ ଧାରୀତ ଜମିରେ କିମ୍ବା ଜମି ଉପରେ, ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କର , କୌଣସି ରାସ୍ତା,  ରେଲୱେ କିମ୍ବା କେନାଲ ଜଳାଶୟ ନିର୍ମାଣ କରିବା ଅଧିକାର ରହିବ କିମ୍ବା ବିଦ୍ୟୁତ କିମ୍ବା ଟେଲିଫୋନ ଲାଇନ ସ୍ଥାପନ କରିବା ଅଧିକାର ରହିବ ।
  25. ଉଲ୍ଲେଖଥାଉ ଯେ, ଏପରି ଅଧିକାର ପରିଚାଳନା କରିବା ପୂର୍ବରୁ, ଅନୁମତି ପତ୍ରଧାରୀ ବ୍ୟକ୍ତିଙ୍କୁ ଖୁବ କମରେ ତିରିଶ ଦିନିଆ ପର୍ବ ସୂଚନା ପ୍ରଦାନ କରାଯିବ ଏବଂ ଏପରିଭାବେ ବ୍ୟବସ୍ଥାୟୀତ ଅଞ୍ଚଳକୁ, ଅନୁମତିପତ୍ରଧାରୀଙ୍କ ଅଧୀନରେ ଧାରୀତ ଅଞ୍ଚଳରୁ ବାଦ ଦିଆଯିବ ।
  26. ଅନୁମତି- ପତ୍ରଧାରୀ ବ୍ୟକ୍ତି, ନିଜ ଖର୍ଚ୍ଚ, ସୀମା ସ୍ଥାପନ କରିବେ ଏବଂ ସୀମା ଖୁଣ୍ଟ ନିର୍ମାଣକରି ସେଗୁଡିକ ସବୁ ସମୟରେ ରକ୍ଷଣାବେକ୍ଷଣା କରିବେ, ଯାହା ଫଳରେ ଅନୁମତିପ୍ରାପ୍ତ ଅଞ୍ଚଳକୁ ପୃଥକ ରଖାଯାଇପାରିବ ।
  27. ଅନୁମତିପତ୍ରର କାର୍ଯ୍ୟକାରିତା ସଂବନ୍ଧରେ, କର୍ମଚାରୀ ଏବଂ ସର୍ବସାଧାରଣଙ୍କ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ସୁବିଧାକୁ ପ୍ରଭାବିତ କରୁଥିବା ବିଷୟ ସଂବନ୍ଧରେ ସେତେବେଳେ ବଳବତ୍ତର ଥିବା ସମସ୍ତ ଆଇନର ବ୍ୟବସ୍ଥାବଳୀକୁ, ଅନୁମତିପତ୍ରଧାରୀ ବ୍ୟକ୍ତି ପରିପାଳନ କରିବେ ।  ସେ ମଧ୍ୟ ରାସ୍ତା, ଜଳ ଏବଂ ଅନ୍ୟାନ୍ୟ ଗମନାଗମନ ନିମନ୍ତେ ସ୍ଥିତ ସମସ୍ତ ଆଇନ ମାଣିବେ ଏବଂ “ଲାଟରାଇଟ କ୍ଵାରୀ“ ରେ ଯନ୍ତ୍ରଚାଳିତ କଟାଯନ୍ତ୍ର କିମ୍ବା ଅନ୍ୟ ଯନ୍ତ୍ରପାତି ବ୍ୟବହାର କରିବେ ନାହିଁ  ।
  28. କ୍ଷତି କିମ୍ବା ଜୀବନ ହାନି କିମ୍ବା ସଂପତ୍ତିର କ୍ଷତି ଅନ୍ତର୍ଭୁକ୍ତ କରୁଥିବା ସମସ୍ତ ଦୁର୍ଘଟଣା , ସଙ୍ଗେ ସଙ୍ଗେ ଜିଲ୍ଲା କଲେକ୍ଟର ଏବଂ ନିର୍ଦ୍ଦେଶକଙ୍କୁ ସୂଚିତ କରାଯିବ  ।
  29. ଏହି ନିୟମାବଳୀ ଦ୍ଵାରା କିମ୍ବା ଅନୁଯାୟୀ, କୌଣସି ଅନ୍ଵେଷଣ ଅନୁମତିପତ୍ରର କୌଣସି ସର୍ତ୍ତର ଖିଲାପରେ କିମ୍ବା ଉଲ୍ଲଂଘନରେ, ଏହାର ତ୍ରୁଟିକୁ ସୁଧାରିବା କିମ୍ବା ସଂଶୋଧନ କରିବା ନିମନ୍ତେ ଅନୁମତିପତ୍ର ଧାରୀ ବ୍ୟକ୍ତିଙ୍କୁ, ନିର୍ଦ୍ଦେଶକ ତିରିଶ  ଦିନିଆ ସୂଚନା ପ୍ରଦାନ କରିପାରନ୍ତି । ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଅନୁମତିପତ୍ର ଧାରୀ ବ୍ୟକ୍ତି ଉକ୍ତ ତ୍ରୁଟିଗୁଡିକୁ ସଂଶୋଧନ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି, ସେପରିସ୍ଥଳେ, ନିର୍ଦ୍ଦେଶକ, ଲିଖିତ ଆଦେଶ ଦ୍ଵାରା ଉକ୍ତ ଅନୁମତିପତ୍ରକୁ ନାକଚ କରିପାରନ୍ତି ଏବଂ ଅମାନତ ଜମାବାବଦରେ ଅନୁମତି ପତ୍ର ଧାରୀଙ୍କ ଦ୍ଵାରା ଜମା ଅର୍ଥରାସୀକୁ ସଂପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ବ୍ୟାଜ୍ୟାପ୍ତ କରିପାରନ୍ତି;
  30. ଉଲ୍ଲେଖଥାଉଯେ, ତାଙ୍କର କାରଣ ଉଲ୍ଲେଖ କରିବା ନିମନ୍ତେ ଅନୁମତିପତ୍ରଧାରୀଙ୍କୁ କୌଣସି ସୁଯୋଗ ପ୍ରଦାନ ନକରି , ଏପରି କୌଣସି ଆଦେଶ ପ୍ରଦାନ କରାଯିବ ନାହିଁ ।
  31. ଅନୁମତିପତ୍ରଧାରୀ ବ୍ୟକ୍ତି , କୌଣସି ଉତ୍ତମ ଏବଂ ଯଥେଷ୍ଟ କାରଣ ନିମନ୍ତେ, ନିର୍ଦ୍ଦେଶକଙ୍କୁ ଲିଖିତଭାବେ ତିନିମାସିଆ ସୂଚନା ପ୍ରଦାନ କରିବା ପରେ,  ଯେ କୌଣସି ସମୟରେ ଉକ୍ତ ଅନୁମତିପତ୍ର ସମର୍ପଣ କରିପାରନ୍ତି   ।
  32. ଖଣିଜ ଦ୍ରବ୍ୟର ଉନ୍ନୟନ ଏବଂ ବାତାବରଣର ସୁରକ୍ଷା ନିମନ୍ତେ ନିର୍ଦ୍ଦେଶକ, ଅନୁମତିପତ୍ରରେ ଏପରି ଅଧିକ ସର୍ତ୍ତାବଳୀ ଧାର୍ଯ୍ୟ କରିପାରନ୍ତି, ଯେପରି ସେ ଉଚିତ ମନେ କରନ୍ତି   ।

ଫର୍ମ

"ଫର୍ମ"ସମ୍ବନ୍ଧରେ ସୂଚନା ।

ଆଧାର- ଦି ଲ ହାଉସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate