অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (କ୍ଷତିପୂରଣର ଆକଳନ)

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (କ୍ଷତିପୂରଣର ଆକଳନ)
  1. କ୍ଷତିପୂରଣ ଅଧିକାରୀଙ୍କ ନିଯୁକ୍ତି
  2. ସାମଗ୍ରିକ ସଂପତ୍ତି ନିମନ୍ତେ, କ୍ଷତିପୂରଣ ସ୍ଥିର କରାଯିବ
  3. କେତେକ ନିର୍ଦ୍ଧିଷ୍ଟ ଟ୍ରଷ୍ଟକୁ ଅବଜ୍ଞା କରିବାରେ, କ୍ଷତିପୂରଣ ଅଧିକାରୀଙ୍କର କ୍ଷମତା
  4. ‘ପୂର୍ବ –କୃଷି –ବର୍ଷ ଏବଂ ‘ମୋଟ ସଂପତ୍ତି କୁ ସଂଜ୍ଞାୟୀତ କରାଯାଇଛି
  5. ହାରାହାରି ଆୟରଗଣନା
  6. କ୍ଷତିପୂରଣର ହାର
  7. ଦଫା ୨୮ର ବ୍ୟବସ୍ଥାବଳୀ, କୌଣସି ଚୁକ୍ତିକୁ ପ୍ରଭାବିତ କରିବା ନାହିଁ
  8. କ୍ଷତିପୂରଣ ଆକଳନ ତାଲିକାର ପ୍ରାରମ୍ଭିକ ପ୍ରକାଶନ
  9. ଅପିଲ
  10. କ୍ଷତିପୂରଣ –ଆକଳନ ତାଲିକାର ଚୂଡାନ୍ତ ପ୍ରକାଶନ
  11. ପ୍ରମାଣପତ୍ର ଏବଂ କ୍ଷତିପୂରଣ ଆକଳନ ତାଲିକାର ଚୂଡାନ୍ତ ପ୍ରକାଶନ ସମ୍ବନ୍ଧରେ ଅନୁମାନ
  12. ସଠିକ୍ ତ୍ରୁଟୀ ଗୁଡ଼ିକରେ, କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ସଂଶୋଧନ
  13. ଖଣି ଏବଂ ଖଣିଜ ଦ୍ରବ୍ୟ ପଟ୍ଟାର ପୂର୍ବ ସମାପ୍ତି ନିମନ୍ତେ, କ୍ଷତିପୂରଣର ସ୍ଥିରୀକରଣ

କ୍ଷତିପୂରଣ ଅଧିକାରୀଙ୍କ ନିଯୁକ୍ତି

କିମ୍ବା ଦଫା ୩-“କ” ର ଉପ ଦଫା (୧) ଅନୁଯାୟୀ, ବିଜ୍ଞପ୍ତି ପ୍ରକାଶ ପରେ, ଯେତେ ଶୀଘ୍ର ସମ୍ଭବ, ରାଜ୍ୟ ସରକାର ଜଣେ ଅଧିକ ଅଧିକାରୀଙ୍କୁ ନିଯୁକ୍ତି କରିବେ, ଯେକି କ୍ଷତିପୂରଣ ଅଧିକାରୀ ଭାବେ ପଦବାୟିତ ହେବେ, ଯେକି ଧାର୍ଯ୍ୟ ଫର୍ମରେ ଏବଂ ଧାର୍ଯ୍ୟ ପଦ୍ଧତିରେ ଏକ କ୍ଷତିପୂରଣ ଆକଳନ ତାଲିକା ପ୍ରସ୍ତୁତ କରିବେ, ଯାହାକି ପ୍ରତ୍ୟେକ ସଂପତ୍ତିର ମୋଟ ସଂପତ୍ତି ଏବଂ ହାରାହାରି ଆୟ ଧାରଣ କରିବ ଏବଂ ଏପରି ସଂପତ୍ତି ସମ୍ବନ୍ଧରେ,  ଏହି ଆଇନର ବ୍ୟବସ୍ଥାବଳି ଅନୁଯାୟୀ ପ୍ରଦାନ କରାଯିବାକୁ ଥିବା କ୍ଷତିପୂରଣ ମଧ୍ୟ ପ୍ରସ୍ତୁତ କରିବେ ଏବଂ ଏପରି ସମସ୍ତ ବିବରଣୀ ମଧ୍ୟ ପ୍ରସ୍ତୁତ କରିବେ, ଯେପରି ଧାର୍ଯ୍ୟ କରାଯାଇପାରେ  ।

ସାମଗ୍ରିକ ସଂପତ୍ତି ନିମନ୍ତେ, କ୍ଷତିପୂରଣ ସ୍ଥିର କରାଯିବ

ଏହି ଆଇନର ବ୍ୟବସ୍ଥାବଳି ସହ ସମନ୍ଵୟ ରକ୍ଷାକରି ସାମଗ୍ରିକ ଭାବେ ସଂପତ୍ତି ନିମନ୍ତେ, କ୍ଷତିପୂରଣ ସ୍ଥିର କରାଯିବ ଏବଂ ସେଥିରେ ଥିବା ପ୍ରତ୍ୟେକ ଅଂଶ ନିମନ୍ତେ, ପୃଥକ ଭାବେ ନୁହେଁ  ।

ସ୍ପଷ୍ଟୀକରଣ -୧

ସଂପତ୍ତି ବିଭାଜନ ଆଇନ ୧୮୯୭ (ବେଙ୍ଗଲ ଆଇନ ୫/୧୮୯୭) ଆଇନ ଅନୁଯାୟୀ କିମ୍ବା ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ କିମ୍ବା ପ୍ରଥା ଅନୁଯାୟୀ ଉକ୍ତ ଆଇନ କିମ୍ବା ପ୍ରଥା ଅନୁଯାୟୀ କୌଣସି ରୟତିର ବିଭାଜନ ସଂବନ୍ଧରେ କୌଣସି ମଧ୍ୟସ୍ଥ ଦ୍ଵାରା ସ୍ଵୀକୃତ ହୋଇନଥାଏ, ତାହା ୧୯୫୦ ମସିହା ଜାନୁଆରୀ ୧୭ ତାରିଖ ପରେ, ତାକୁ ଏହି ଆଇନ ଅନୁଯାୟୀ, ଆକଳନ ଏବଂ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ, ବିଚାରକୁ ନିଆଯିବ  ।

ସ୍ପଷ୍ଟୀକରଣ - ୨

କୌଣସି ମଧ୍ୟସ୍ଥଙ୍କ ଅଧିନରେ ଥିବା ରୟତି ଏବଂ ଉପ- ରୟତୀକୁ ଅଧ୍ୟାୟ ୫ ଏବଂ ୬ ଉଦ୍ଦେଶ୍ୟରେ, ଏକ ପୃଥକ ସଂପତ୍ତି ଭାବେ, ବିବେଚନା କରାଯିବା  ।

ସ୍ପଷ୍ଟୀକରଣ - ୩

ଦଫା ୮ “ଗ” ରେ ଉଲ୍ଲେଖିତ ନାବାଳକ – ଦାରମିଲା ଇନାମ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ଉଦ୍ଦେଶ୍ୟରେ,ଏହାକୁ ଏକ ପୃଥକ ସଂପତ୍ତିଭାବେ ବିବେଚନା କରାଯିବେ  ।

କେତେକ ନିର୍ଦ୍ଧିଷ୍ଟ ଟ୍ରଷ୍ଟକୁ ଅବଜ୍ଞା କରିବାରେ, କ୍ଷତିପୂରଣ ଅଧିକାରୀଙ୍କର କ୍ଷମତା

ଦଫା ୨୮ ର ଧାରା (୨) ରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ, କ୍ଷତିପୂରଣ ଅଧିକାରୀ, କ୍ଷତିପୂରଣ – ଆକଳନ ତାଲିକା ପ୍ରସ୍ତୁତ କରିବାରେ ଯେଉଁ ସ୍ଥଳରେ କୌଣସି ସଂପତ୍ତି ସଂବନ୍ଧରେ ୧୯୪୬ ମସିହା ଜାନୁଆରୀ ପ୍ରଥମ ଦିନରେ କିମ୍ବା ପରେ ଏକ ଟ୍ରଷ୍ଟ ଗଠନ କରାଯାଇଥାଏ ଏବଂ ଯେଉଁସ୍ଥଳରେ କ୍ଷତିପୂରଣ, ଏକ କ୍ରମାନୁଗୁତିକ ବାର୍ଷିକ ଆୟ ଭାବେ ଆକଳନ କରାଯିବ, ସେପରିସ୍ଥଳେ ରାଜ୍ୟ ସରକାରଙ୍କର ପୂର୍ବ ମଞ୍ଜୁରୀ ଗ୍ରହଣ କରିବେ; "ଫର୍ମ – ଟ"

ଉଲ୍ଲେଖଥାଉ ଯେ ରାଜ୍ୟ ସରକାର, ଏପରି ମଞ୍ଜୁରୀ ପ୍ରତ୍ୟାଖାନ କରିବା ନିମନ୍ତେ ଦକ୍ଷ ହେବେ   ।

‘ପୂର୍ବ –କୃଷି –ବର୍ଷ ଏବଂ ‘ମୋଟ ସଂପତ୍ତି କୁ ସଂଜ୍ଞାୟୀତ କରାଯାଇଛି

ଏହି ଅଧ୍ୟାୟ ଉଦ୍ଦେଶ୍ୟରେ :-

  1. “ପୂର୍ବେ କୃଷି ବର୍ଷ “ଅର୍ଥ, ସେହି କୃଷି –ବର୍ଷ, ଯାହାର ପୂର୍ବରୁ, ନ୍ୟସ୍ତିକରଣ ତାରିଖ ପଡେ:
  2. “ମୋଟ ସଂପତ୍ତି “ଯେତେବେଳେ କୌଣସି ସଂପତ୍ତି ଉଲ୍ଲେଖରେ ବ୍ୟବହୃତ ହୁଏ, ତାହା ଖଜଣାର ମୋଟ ସହିତ ସମସ୍ତ ସେସକୁ ଅନ୍ତର୍ଭୁକ୍ତ କରେ ବୋଲି ଅର୍ଥାୟୀତ କରେ, ଯାହାକି ପୂର୍ବ କୃଷିବର୍ଷ ନିମନ୍ତେ, ଉକ୍ତ ସଂପତ୍ତି ସଂବନ୍ଧରେ ଦେୟ ହୋଇଥାଆନ୍ତା  :-
    • ଅଧ୍ୟସ୍ତନ ମଧ୍ୟସ୍ଥଙ୍କ ଦ୍ଵାରା, ଯଦି ଏପରି ମଧ୍ୟସ୍ଥ,କୌଣସି ସ୍ଥାୟୀ କିମ୍ବା ପୁନଃ ଉଦ୍ଧାରନୀୟ ରାୟତୀ ହୋଇଥାଏ  ।
    • ଦଫା ୭ର ଉପ ଦଫା (୧) ଅନୁଯାୟୀ, ମଧ୍ୟସ୍ଥଙ୍କ ସହିତ ବନ୍ଦୋବସ୍ତ କରାଯାଇଥିବା ଜମି ବ୍ୟତୀତ, ଅନ୍ୟ ଜମି ଚାଷ କରୁଥିବା ଅନ୍ୟ କୌଣସି ବ୍ୟକ୍ତି କିମ୍ବା ରୟତ ଦ୍ଵାରା ଏବଂ ଏହା ନିମ୍ନଙ୍କୁ ଅନ୍ତର୍ଭୁକ୍ତ କରେ  :-
      • ଉକ୍ତ ଦଫା ଗୁଡିକରେ ଉଲ୍ଲେଖିତ ମଧ୍ୟସ୍ଥଙ୍କ ଦାଖଲ ଥିବା ଜମି ସଂବନ୍ଧରେ ଦଫା ୬ ଏବଂ ୭ ର ବ୍ୟବସ୍ଥାବଳୀ ସହିତ ସମନ୍ଵୟ ରକ୍ଷାକରି ସ୍ଥିର କରାଯାଇଥିବା ସମୁଦାୟଖଜଣା   ।  (ଏପରି ଜମି ମଧ୍ୟସ୍ଥଙ୍କ ଖାସ ଦାଖଲରେ ନଥାଉ ଏବଂ କିମ୍ବା କୌଣସି ରୟତ ସହିତ ବନ୍ଦୋବସ୍ତ ହୋଇଥାଏ,  ଯାହା ଏହି ଅଧିଗ୍ରହଣ ପୂର୍ବରୁ ଦେୟ ହାରରେ କରାଯାଇଥାଏ   ।
      • ଖଜଣା ଆଦାୟ ନିମନ୍ତେ ମୁଖ୍ୟତଃ କାର୍ଯ୍ୟାଳୟ କିମ୍ବା କଚେରୀଭାବେ ବ୍ୟବହୃତ ଅଟ୍ଟାଳିକାର ବାର୍ଷିକ ଖଜଣା, ଯାହାକି ଧାର୍ଯ୍ୟ ପଦ୍ଧତିରେ ସ୍ଥିର କରାଯାଇଥିବା କିମ୍ବା କାର୍ଯ୍ୟରେ ଥିବା ସମ୍ପତ୍ତିର ଭୁତ୍ୟମାନଙ୍କ ନିମନ୍ତେ ଆଶ୍ରୟ ଗୃହ କିମ୍ବା ପୋଲ, ଯାହାକି ମୁଖ୍ୟତଃ ଆକାର ପ୍ରକାରରେ ଖଜଣାର ଜମା ନିମନ୍ତେ ବ୍ୟବହାର କରାଯାଏ  ।
      • ମାଛଧାରା, ବୃକ୍ଷ, ଜଳକର, ପାରିଘାଟ, ହାତ ଏବଂ ବଜାରରୁ, ପୂର୍ବ କୃଷିବର୍ଷରେ ମୋଟ ଆୟ  ।
      • [ ମୁଖ୍ୟ ବନ ସଂରକ୍ଷକ ] ଙ୍କ ଅନୁମୋଦନର ନିୟନ୍ତ୍ରଣାଧିନରେ, କୌଣସି ବନଅଧିକାରୀଙ୍କ ଦ୍ଵାରା, ନ୍ୟସ୍ତିକାରଣ ତାରିଖରେ, ଜଙ୍ଗଲର ବାର୍ଷିକ ଉତ୍ପାଦନର ଭିତ୍ତିଉପରେ ଗଣନା କରାଯାଇଥିବା ଜଙ୍ଗଲରୁ ମୋଟ ଆୟ ଏବଂ ଏପରି ବନ- ଅଧିକାରୀ, “ଡିଭିଜନାଲ ବନ ଅଧିକାରୀଙ୍କ ତଳ ପାହ୍ୟା କିମ୍ବା ସ୍ତରର ହୋଇନଥାଆନ୍ତି, ଜେକି ,ରାଜ୍ୟ ସରକାରଙ୍କ ଦ୍ଵାରା, ଏ ସଂବନ୍ଧରେ ନିଯୁକ୍ତ ହେବେ।
      • ରାଜ୍ୟସରକାରଙ୍କ ଉପରେ ନ୍ୟସ୍ତ କୌଣସି ସଂପତ୍ତିରୁ ଅନ୍ୟ କୌଣସି ସୁଧରୁ ପୂର୍ବ – କୃଷି – ବର୍ଷର ମୋଟ ଆୟ, ଯାହାକି ଉପଧାରା (୧) ରୁ (୫) ରେ, ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇନଥାଏ  ।

ଟିପ୍ପଣୀ

ଦଫାର ଉଦ୍ଦେଶ୍ୟ –ସ୍ପଷ୍ଟ କରାଯାଇଛି – ନ୍ୟସ୍ତିକରଣ ତାରିଖ ସହିତ, ବର୍ଷ ଶେଷରେ କରାଯାଇଥିବା କ୍ଷତିପୂରଣର ଆକଳନ ଏବଂ ଦଫା ୨୬(୨) (ଖ) (୫) ସହିତ ନିୟମ ୧୩(୩) ପଠନୀୟ ଅଟେ  ।  ମୁଖ୍ୟ ବନସଂରକ୍ଷକଙ୍କ ଦ୍ଵାରା ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯିବ; ତା ପରେ ହିଁ ଏହାକୁ କାର୍ଯ୍ୟକାରୀ କରାଯିବ – (୩୭(୧୯୭୧) ସି । ଏଲ ଟି –ଏସ ଏନ -୧୧୧) ।

ହାରାହାରି ଆୟରଗଣନା

  1. କ୍ଷତି ପୂରଣ ଆକଳନ ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ, ଏପରି ସଂପତ୍ତିକୁ ହାରାହାରି ଆୟକୁ, ଏପରି ସଂପତ୍ତିର ମୋଟ ଆୟକୁ ନିମ୍ନଲିଖିତକୁ ହ୍ରାସକରଣ କରି, ଗଣନା କରାଯିବ; ଯଥା :-
    • କୌଣସି ଅର୍ଥରାସୀ, ଯାହାକି ଭୂମି – ଖଜଣା କିମ୍ବା ଖଜଣା ସହିତ ରାଜ୍ୟସରକାରଙ୍କୁ ସେସ ପ୍ରଦାନ କିମ୍ବା ବରିଷ୍ଠ ମଧ୍ୟସ୍ଥଙ୍କୁ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ସେହି ସଂପତ୍ତି ସଂବନ୍ଧରେ ଏବଂ ତାହା ପୂର୍ବ କୃଷିବର୍ଷ ନିମନ୍ତେ;
    • ଉଲ୍ଲେଖଥାଉ ଯେ ଯେଉଁସ୍ଥଳରେ,ଏପରି ସଂପତ୍ତିରେ ଧାରିତ କୌଣସି “ହୋଲଡିଙ୍ଗ ‘ର ଖଜଣା, ନଗଦ ଖଜଣାକୁ ପରିବର୍ତ୍ତନ କରାଯାଇଥାଏ ଏବଂ ଉକ୍ତ ସଂପତ୍ତି ସଂବନ୍ଧରେ , ଦେୟ ସେସର ପୁନଃ ମୂଲ୍ୟାୟନ କରାଯାଇନଥାଏ, ସେପରିସ୍ଥଳେ, ଏହି ଧାରା ଅନୁଯାୟୀ ଦେୟ ସେସ, ଏପରି ହ୍ରାସକରଣ ଖଜଣାର ଭିତ୍ତି ଉପରେ ସ୍ଥିର କରାଯିବ   ।
    • ପୂର୍ବ କୃଷିବର୍ଷ ନିମନ୍ତେ, ଏପରି ସଂପତ୍ତିରୁ ଉଦ୍ରେକ କୌଣସି କୃଷି ଆୟ ସଂବନ୍ଧରେ , କୃଷି ଆୟକର ଭାବେ ଏପରି ସଂପତ୍ତି ସଂବନ୍ଧରେ ଦେୟ କୌଣସି ଅର୍ଥରାଶି   ।
    • ପୂର୍ବ କୃଷିବର୍ଷ ନିମନ୍ତେ, ଏପରି ସଂପତ୍ତି ରୁ ଉଦ୍ରେକ ଖଣିରୁ ‘ ରୟାଲଟି ବ୍ୟତୀତ,  କୌଣସି ଆୟ ସଂବନ୍ଧରେ, ଆୟଭାବେ, ମଧ୍ୟସ୍ଥଙ୍କ ଦ୍ଵାରା ଦେୟ କୌଣସି ଅର୍ଥରାଶି   ।

    ଉଲ୍ଲେଖଥାଉ ଯେ, ଏହି ଧାରା ଅନୁଯାୟୀ ଦେୟ ଆୟ କର, ଆକଳନର ହାର ସହିତ ସମନ୍ଵୟ ରକ୍ଷାକରି ସ୍ଥିର କରାଯିବ, ଯାହାକି ପ୍ରୟୋଗ ହୋଇଥାଆନ୍ତା, ଯଦି ଏପରି ସଂପତ୍ତିରୁ ଉଦ୍ରେକ ଆୟ ବ୍ୟତୀତ, ଏପରି ମଧ୍ୟସ୍ଥଙ୍କର କୌଣସି ଆୟନଥାଏ;

  2. ଏପରି ସଂପତ୍ତିର ପରିଚାଳନା ନିମନ୍ତେ, କାର୍ଯ୍ୟାଳୟ କିମ୍ବା କଚେରୀଭାବେ ମୁଖ୍ୟତଃ ବ୍ୟବହୃତ କୌଣସି ଅଟ୍ଟାଳିକା ସଂବନ୍ଧରେ, ଚୌକିଦାରି କର, କିମ୍ବା ପୌରପାଳିକା କର ଭାବେ ଦେୟ କୌଣସି ଅର୍ଥରାଶି କିମ୍ବା କାର୍ଯ୍ୟରେ ଥିବା ସଂପତ୍ତିର ଭୃତ୍ୟଙ୍କ ନିମନ୍ତେ ଆଶ୍ରୟ ଗୃହଭାବେ ବ୍ୟବହୃତ ହୁଏ କିମା ଆକାର ପ୍ରକାରରେ ଖଜଣା ଜମା କରିବା ନିମନ୍ତେ ପୋଲାଭାବେ ମୁଖ୍ୟତଃ ବ୍ୟବହାର କରାଯାଏ   ।
  3. ନିମ୍ନଲିଖିତ ହାରରେ, ସଂପତ୍ତିର ପରିଚାଳନା ଖର୍ଚ୍ଚ ନିମ୍ନ ପ୍ରକାର ହେବ  :-

କ୍ର ସଂ

ମୋଟ ପରିମାଣ

ହାର

ଯେଉଁସ୍ଥଳରେ ମୋଟ ସଂବଳ ୫୦୦.୦୦ ରୁ ଉର୍ଦ୍ଧ୍ଵ ହୁଏ ନାହିଁ

ନୀଲ

ଯେଉଁସ୍ଥଳରେ ମୋଟ ସଂବଳ ଟ ୫୦୦.୦୦ ରୁ ଊର୍ଦ୍ଧ୍ଵ ହୋଇଥାଏ,  ମାତ୍ର ଟ ୨୦୦୦.୦୦ ରୁ ଉର୍ଦ୍ଧ୍ଵ ହୋଇନଥାଏ

ଏପରି ମୋଟ ସଂବଳର ୫ ପ୍ରତିଶତ

ଯେଉଁସ୍ଥଳରେ ମୋଟ ସଂବଳ ଟ ୨୦୦.୦୦ ରୁ ଉର୍ଦ୍ଧ୍ଵ ହୋଇଥାଏ, ମାତ୍ର ଟ ୫୦୦.୦୦ ରୁ ଉର୍ଦ୍ଧ୍ଵ ହୋଇନଥାଏ  ।

ଏପରି ମୋଟ ସଂବଳର ୭  ପ୍ରତିଶତ

ଯେଉଁ ସ୍ଥଳରେ ଏପରି ମୋଟ ସଂବଳ ଟ ୫୦୦.୦୦ ରୁ ଉର୍ଦ୍ଧ୍ଵ ହୋଇଥାଏ , ମାତ୍ର ଟ ୧୦,୦୦୦,୦୦ ରୁ ଉର୍ଦ୍ଧ୍ଵ ହୋଇନଥାଏ

ଏପରି ସଂବଳର ୧୦ ପ୍ରତିଶତ

ଯେଉଁସ୍ଥଳରେ ମୋଟ ସଂବଳ ଟ ୧୦,୦୦୦,୦୦  ରୁ ଉର୍ଦ୍ଧ୍ଵ ହୋଇଥାଏ ;ମାତ୍ର ୧.୫,୦୦୦,୦୦ ରୁ ଉର୍ଦ୍ଧ୍ଵ ହୋଇନଥାଏ

ଏପରି ମୋଟ ସଂବନ୍ଧରେ ୧୦  ପ୍ରତିଶତ

ଯେଉଁସ୍ଥଳରେ ମୋଟ ସଂବଳ  ୧.୫,୦୦୦,୦୦ ରୁ ଉର୍ଦ୍ଧ୍ଵ ହୋଇଥାଏ  ।

ଏପରି ମୋଟ ସଂବଳର ୧୫ ପ୍ରତିଶତରୁ କମ ନୁହେଁ ଏବଂ ୨୦ ପ୍ରତିଶତରୁ ଅଧିକ ନୁହେଁ   ।

[ଉଲ୍ଲେଖଥାଉ ଯେ ଧାରା (ଙ) ରେ ଉଲ୍ଲେଖିତ ପରିଚାଳନା ଖର୍ଚ୍ଚ ଯୋଗୁଁ ହ୍ରାସକରଣ, ଉକ୍ତି ଧାରାର ଉପ-ଧାରା (୨) ରୁ (୬) କୌଣସି ଅନ୍ତର୍ଭୁକ୍ତକରଣରେ ଧାର୍ଯ୍ୟ ମଧ୍ୟସ୍ଥର ହାରାହାରି ସଂବଳକୁ ହ୍ରାସ କରିବା ପ୍ରଭାବ ରହିବ ନାହିଁ, ଏବଂ ତାହା ଉକ୍ତ ଧାରାର ଉପ- ଧାରା (୧)ରୁ (୫) ରେ ଉଲ୍ଲେଖିତ ଅନ୍ତର୍ଭୁକ୍ତକରଣରେ ଧାର୍ଯ୍ୟ ମଧ୍ୟସ୍ଥର ହାରାହାରି ସଂବଳର ତଳେ କୌଣସି ଅର୍ଥରାଶି ହେବ ନାହିଁ   ।

ସ୍ପଷ୍ଟୀକରଣ

ଏହି ଦଫା ଉଦ୍ଦେଶ୍ୟରେ ଉକ୍ତି ‘ହାରାହାରି ସଂବଳ‘ ଅର୍ଥ ମୋଟ ସଂବଳରୁ ପରିଚାଳନା ଖର୍ଚ୍ଚର ହ୍ରାସକରଣ   ।

ଉଦାହରଣ : କୌଣସି ମଧ୍ୟସ୍ଥର ମୋଟ ସଂବଳର ମୂଲ୍ୟ ଟ ୨୦୦.୦୦  ।  ପାଞ୍ଚ (୫) ପ୍ରାୟସାତ ହାରରେ ପରିଚାଳନା ଖର୍ଚ୍ଚ ବିୟୋଗ କରିବା ପରେ ହାରାହାରି ସଂବଳ ଟ ୧୯୦୦.୦୦ ହୁଏ   ।

ଅନ୍ୟ ଜଣେ ମଧ୍ୟସ୍ଥଙ୍କର ମୋଟ ସଂବଳ ଟ ୨୦୧୦.୦୦ ଅଟେ । ୭  ପ୍ରତିଶତ ହାରରେ ପରିଚାଳନା ଖର୍ଚ୍ଚ ବିୟୋଗ କରିବା ପରେ ତାଙ୍କର ହାରାହାରି ସଂବଳ ଟ ୧୫୬୦.୦୦ ହୁଏ, ମାତ୍ର ଏହି ପ୍ରତିବନ୍ଧକ ସର୍ତ୍ତ ଅନୁଯାୟୀ, ତାଙ୍କର ହାରାହାରି ବଳ ଟ ୧୯୦୦.୦୦ ରୁ କମ ହେବ ନାହିଁ  ।

  • ଏପରି ସଂପତ୍ତି ସଂବନ୍ଧରେ ଦେୟ ଅନ୍ୟ କୌଣସିରେ କିମ୍ବା ଆଇନଗତ ଧାର୍ଯ୍ୟକରଣ, ଯାହାକି ସ୍ପଷ୍ଟଭାବେ ଧାରା (କ) ରୁ (ଚ) ରେ ଉଲ୍ଲେଖିତ ହୋଇନଥାଏ, ଉପଭୋଗତା ପ୍ରତି, କୌଣସି ପୂର୍ବ ସର୍ତ୍ତଭାବେ ପ୍ରଦାନ କରାଯାଇଥିବା କୌଣସି ହେବା ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ହ୍ରାସକରଣ କରାଯିବାକୁ ଥିବା ମୂଲ୍ୟ   ।
  • [ କୌଣସି ଅର୍ଥରାଶି , ଯାହାକି କ୍ଷତିପୂରଣ ଅଧିକାରୀଙ୍କ ମତରେ, ସଂପତ୍ତି ର ମୋଟ ବାର୍ଷିକ ଆୟ ପ୍ରତି ଘଟି ଥିବା ହାରାହାରି କ୍ଷତିର ସମାନ ଅଟେ, ଏବଂ ତାହା କ୍ଷତି, ନଷ୍ଟିକରଣ କିମ୍ବା ଜଙ୍ଗଲ କିମ୍ବା ଅନ୍ୟ ସଂପତ୍ତିର ମୂଲ୍ୟରେ ୧୯୪୬ ମସିହା ପ୍ରଥମେ ତାରିଖ ପରେ ହ୍ରାସକରଣ କିମ୍ବା କ୍ଷତି; ଏପରି ମଧ୍ୟସ୍ଥଙ୍କ ତ୍ରୁଟି ଯୋଗୁଁ ଘଟିଥାଏ  ।

ଉପ-ଦଫା (୧) ର ବିଭିନ୍ନ ଧାରା ଅନୁଯାୟୀ, ଅର୍ଥରାଶିର ଗଣନା ନିମନ୍ତେ ରାଜ୍ୟସରକାର ନିୟମାବଳୀ ପ୍ରଣୟନ କରିପାରନ୍ତି, ଯେତେବେଳେ ଦଫା ୩ [ କିମ୍ବା ଦଫା ୩-କ] ଅନୁଯାୟୀ, ରାଜ୍ୟ ସରକାରଙ୍କ ଠାରେ, ଏପରି ସଂପତ୍ତି ନ୍ୟସ୍ତ ହୁଏ ଏବଂ ତାହା କୌଣସି ସଂପତ୍ତିର ଏକ ଅଂଶ ହୋଇଥାଏ, କିମ୍ବା ଯେତେବେଳେ ପୂର୍ବ କୃଷି ବର୍ଷ, ସଠିକ ଭାବେ ଅନ୍ୟ କୌଣସି ବର୍ଷ ସହିତ ମେଳ ଖାଏ ନାହିଁ, ଯାହା ଅନୁଯାୟୀ; ଉକ୍ତ କୌଣସି ଧାରାରେ ଉଲ୍ଲେଖିତ କୌଣସି ଅର୍ଥରାଶି ଦେୟ ହୋଇଥାଏ  ।

କ୍ଷତିପୂରଣର ହାର

ଦଫା ୨୭ ଅନୁଯାୟୀ, ହାରାହାରି ଆୟ ଗଣନା କରାଯିବା କ୍ଷତିପୂରଣ ଅଧିକାରୀ, କ୍ଷତିପୂରଣ ଆକଳନ ତ୍ଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ, ପ୍ରତ୍ୟେକ ସଂପତ୍ତି ସଂବନ୍ଧରେ, ରାଜ୍ୟ ସରକାରଙ୍କ ସ୍ଵାର୍ଥ ସଂବନ୍ଧରେ ଦେୟ ହେବାକୁ ଥିବା କ୍ଷତିପୂରଣ ଅର୍ଥରାଶି ସ୍ଥିର କରିବା ନିମନ୍ତେ, ନିମ୍ନଭାବେ ଅଗ୍ରସର ହେବେ;

କୌଣସି ସ୍ଥାୟୀ କିମ୍ବା ପୁନଃ ଉଦ୍ଧାରନୀୟସଂପତ୍ତି କ୍ଷେତ୍ରରେ, ଦେୟ କ୍ଷତିପୂରଣ, ନିମ୍ନ ପଦ୍ଧତିରେ ସ୍ଥିର କରାଯିବ; ଯଥା:-

ହାରାହାରି ଆୟର ପରିମାଣ

ଦେୟ କ୍ଷତିପୂରଣ ହାର

ହାରାହାରି ଆୟର ପ୍ରଥମ ପାଞ୍ଚ ଶହ ଟଙ୍କା ଉପରେ

ଏପରି ହାରାହାରି ଆୟର ପନ୍ଦରଗୁଣ

ହାରାହାରି ଆୟର ପରବର୍ତ୍ତୀ ପଇଁତିରିଶ  ଶହ ଟଙ୍କା ଉପରେ

ଏପରି ହାରାହାରି ଆୟର ତେରଗୁଣ

ହାରାହାରି ଆୟର ପରବର୍ତ୍ତୀ ତିନିଯାହାର ଟଙ୍କା ଉପରେ

ଏପରି ହାରାହାରି ଆୟର ତେରଗୁଣ

ହାରାହାରି ଆୟର ପରବର୍ତ୍ତୀ ପନ୍ଦରହଜାର ଟଙ୍କା ଉପରେ

ଏପରି ହାରାହାରି ଆୟର ଦୁଇଗୁଣ

ହାରାହାରି ଆୟର ପରବର୍ତ୍ତୀ ପନ୍ଦର ହଜାର

ଏପରି ହାରାହାରି ଆୟର ପାଞ୍ଚଗୁଣ

ହାରାହାରି ଆୟର ଟଙ୍କା ଉପରେ

ଏପରି ହାରାହାରି ଆୟର ଚାରିଗୁଣ

 

ଏପରି ଭାବରେ ସ୍ଥିର କରାଯାଇଥିବା ଅର୍ଥରାଶି, କ୍ଷତିପୂରଣ ଅର୍ଥରାଶି ଶହ ସଂଯୋଗ କରାଯିବ, ଯଦି କିଛି ଥାଏ, ଯାହାକି ଖଣି ଏବଂ ଖଣିଜ ଦ୍ରବ୍ୟ ସଂବନ୍ଧରେ ଦେୟ ଅଟେ, ଯାହାକି ଦଫା ୩୦ ଅନୁଯାୟୀ ସ୍ଥିର ହୋଇଥାଏ ଏବଂ ଏପରି ଅର୍ଥରାଶି , ଯାହାକି ଧାର୍ଯ୍ୟ ପଦ୍ଧତିରେ କୌଣସି ଉନ୍ନତିକରଣ ନିମନ୍ତେ କରାଯାଇଥାଏ, ଯାହାକି ଏପରି ମଧ୍ୟସ୍ଥ କୌଣସି ବଂଜରଜମି ସଂବନ୍ଧରେ କରିଥାଆନ୍ତି;

ଉଲ୍ଲେଖଥାଉ ଯେ, ଯେତେବେଳେ ଏପରି କୌଣସି ଜମି କୌଣସି ମଧ୍ୟସ୍ଥଙ୍କ ସହିତ ଉପଯୁକ୍ତ ଏବଂ ସମାନ ଖଜଣା ଉପରେ ବନ୍ଦୋବସ୍ତ କରାଯାଇଥାଏ, ସେପରିସ୍ଥଳେ ଏପରିଜମି ନିମନ୍ତେ କୌଣସି କ୍ଷତିପୂରଣ ପ୍ରଦାନ କରାଯିବ ନାହିଁ   ।

ସ୍ପଷ୍ଟୀକରଣ -୧

ଏହି ଧାରାରେ, ଉକ୍ତି ‘ପୁନଃ ଉଦ୍ଧାରନୀୟ ସଂପତ୍ତି‘ର ଅର୍ଥ କୌଣସି ସଂପତ୍ତି ଯାହାକି ଏପରି ସର୍ତ୍ତର ନିୟନ୍ତ୍ରଣାଧିନରେ ଧାରିତ ହୋଇଥାଏ ଯେ, ଏହା ମଞ୍ଜୁରକାରୀଙ୍କ ସଂପତ୍ତି ପ୍ରତି ପୁନଃ ଫେରସ୍ତ ଆସିବ ଏବଂ ତାହା ତାଙ୍କ ଦ୍ଵାରା କିମ୍ବା ସତ୍ତ୍ଵ - ଉତ୍ତରାଧିକାରୀଙ୍କ ସଂପତ୍ତି ପ୍ରତି ପୁନଃ ଫେରସ୍ତ ଆସିବ ଏବଂ ତାହା , ତାଙ୍କ ଦ୍ଵାରା କିମ୍ବା ସତ୍ଵ - ଉତ୍ତରାଧିକାରୀଙ୍କ ଦ୍ଵାରା ପୁନଃ ଉଦ୍ଧାରନୀୟ ହେବ  : -

  • ମୂଳ ମଞ୍ଜୁରୀ ପ୍ରାପ୍ତିଙ୍କର ଉତ୍ତରାଧିକାରୀଙ୍କ ଅକୃତ କାର୍ଯ୍ୟତାରେ ପୁରୁଷୁନୁକ୍ରମେ; କିମ୍ବା
  • ଉପରେ ଉଲ୍ଲେଖିତ ବ୍ୟତୀତ, କୌଣସି ନିର୍ଦ୍ଧିଷ୍ଟ ଆବଶ୍ୟକ ଘଟଣା ଦାବି ଉପରେ   ।

ସ୍ପଷ୍ଟୀକରଣ – ୨

ଏହିଧାରା ଉଦ୍ଦେଶ୍ୟରେ, ଉନ୍ନତିକରଣ ଅର୍ଥ, ଜମିର ଉତ୍ତମ ବ୍ୟବହାର ନିମନ୍ତେ କରାଯାଇଥିବା କୋଣସି ନ୍ୟସ୍ତିକରଣ କିମ୍ବା ବିନିଯୋଗ   ।

  • ସେହି କ୍ଷେତ୍ରରେ, ଯେଉଁ ସ୍ଥଳରେ କ୍ଷତିପୂରଣ ଅଧିକାରୀଙ୍କ ମତରେ,ଟ୍ରଷ୍ଟ କିମ୍ବା ଅନ୍ୟ କୌଣସି ଆଇନ ଗତ ଦାୟିତ୍ଵ ଅଧିନରେ ଧାରିତ କୌଣସି ସଂପତ୍ତି ସଂବନ୍ଧରେ ହାରାହାରି ଆୟ କିମ୍ବା ଏପରି ହାରାହାରି ଆୟର କୌଣସି ଅଂଶ, ଯାହାକି ସଂପୂର୍ଣ୍ଣ ଭାବେ ବଦାନ୍ୟ କିମ୍ବା ଧର୍ମନୈତିକ ଉଦ୍ଦେଶ୍ୟ ନିମନ୍ତେ ଉତ୍ସର୍ଗ କରାଯାଇଥାଏ [ କିମ୍ବା ସର୍ବସାଧାରଣ ପ୍ରକୃତିର ହୋଇଥାଏ  ] ଏବଂ ତାହା କୌଣସି ବ୍ୟକ୍ତି ପ୍ରତି ଆର୍ଥିକ ଉପକାର ସଂରକ୍ଷଣ ବିନା କରାଯାଇଥାଏ, ସେପରିସ୍ଥଳେ ଏପରି ଆୟ କିମ୍ବା ତାର କୌଣସି ଅଂଶ ନିମନ୍ତେ ଦେୟ କ୍ଷତିପୂରଣ, ଧାରା (୧) ଅନୁଯାୟୀ ଆକଳିତ ହେବା ପରିବର୍ତ୍ତେ, କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ଭାବେ ଆକଳନ କରାଯିବ, ଯାହାକି ଏପରି ହାରାହାରି ଆୟ ସହିତ ସମାନ ହେବ କିମ୍ବା କିମ୍ବା ତାର କୌଣସି ଅଂଶ ସହିତ ସମାନ ହେବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ [ ଏବଂ ଏପରି ଆକଳିତ ବାର୍ଷିକ ଅର୍ଥରାଶି, ସଂଶୋଧନ ନିୟନ୍ତ୍ରଣାଧବନ ହେବ, ଯେପରି ଏତତ ପରେ ବ୍ୟବସ୍ଥାୟୀତ ହୋଇଛି   ।

[ ଉଲ୍ଲେଖଥାଉ ଯେ ହିନ୍ଦୁ ଧର୍ମନୈତିକ ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ସଂବନ୍ଧରେ ସଂପତ୍ତି ସଂବନ୍ଧରେ, କ୍ଷତିପୂରଣ ଅଧିକାରୀ,  ସନ୍ଦେହ କ୍ଷେତ୍ରରେ , ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଉମେଣ୍ଟ ଆଇନ ୧୯୬୧ ଅନୁଯାୟୀ ନିଯୁକ୍ତ,  ଏଣ୍ଡାଉମେଣ୍ଟ କମିଶନରଙ୍କୁ ଉକ୍ତ ବିଷୟ ଉଲ୍ଲେଖ କରିବେ ଏବଂ ଏକ ସଂକ୍ଷିପ୍ତ ତଦନ୍ତ ପରେ, ତାଙ୍କର ମତାମତ ଭକ୍ଷା କରିବେ, ଯେପରି ଧାର୍ଯ୍ୟ କରାଯାଇପାରେ ଏବଂ ଏପରି ମତାମତ ଗ୍ରହଣ କରିବା ପରେ, ତାହା ଅନୁଯାୟୀ ଉକ୍ତ ବିଷୟ ସ୍ଥିର କରିବେ, ଯଦି ସମ୍ପୃକ୍ତ ପକ୍ଷମାନେ ପରି ବ୍ୟକ୍ତି କରାଯାଇଥିବା ମତାମତକୁ ପ୍ରତିଦ୍ଵନ୍ଦିତା ନକରନ୍ତି, ଯଦି ସଂପୃକ୍ତ ପକ୍ଷମାନେ ପରି ବ୍ୟକ୍ତ କରାଯାଇହିବା ମତାମତକୁ ପ୍ରତିଦ୍ବନ୍ଦିତା ନକରନ୍ତି , ଯେଉଁ କ୍ଷେତ୍ରରେ କ୍ଷତିପୂରଣ ଅଧିକାରୀ, ଧାର୍ଯ୍ୟ ପଦ୍ଧତି ଏକ ତଦନ୍ତ ଅନୁଷ୍ଠିତ କରିବାପରେ, ଏପରି ଆଦେଶ ପ୍ରଦାନ କରିବେ, ଯେପରି ସେ ଉଚିତ ମନେ କରନ୍ତି  ।

[ଆହୁରି ଉଲ୍ଲେଖଥାଉ ଯେ, ରାଜ୍ୟ ସରକାର, ପ୍ରତ୍ୟେକ କ୍ଷେତ୍ରରେ, କୌଣସି ବିଶେଷ ଆଦେଶ ଦ୍ଵାରା, ଏପରି ଟ୍ରଷ୍ଟ କିମ୍ବା ଆଇନଗତ ଦାୟିତ୍ଵକୁ, ଏହି ଧାରାର ଉପକାର ପ୍ରତି ହକଦାର ବୋଲି ଘୋଷଣା କରିପାରନ୍ତି   ।

[ଆହୁରି ମଧ୍ୟ ଉଲ୍ଲେଖ ଥାଉ ଯେ, ଯେଉଁସ୍ଥଳରେ କ୍ରମାନୁଗତିକ ବାର୍ଷିକ ଭିତ୍ତିରେ ପ୍ରଦାନ କରାଯିବ ନାହିଁ, ମାତ୍ର ଏହି ଅର୍ଥରାଶି, ଉକ୍ତ ବାର୍ଷିକ ଅର୍ଥରାଶି ପାଞ୍ଚଗୁଣ ସହିତ ହେବ ଏବଂ ନ୍ୟସ୍ତିକରଣ ତାରିଖରୁ ପ୍ରତ୍ୟେକ ପାଞ୍ଚବର୍ଷରେ ଠାରେ ପ୍ରଦାନ କରାଯିବ ।

ସ୍ପଷ୍ଟୀକରଣ

  1. କୌଣସି “ ୱାକଫ“ କ୍ଷେତ୍ରରେ କୌଣସି ମୁତାୱାଲିଙ୍କୁ ଦେୟ ବେତନ ପରିଶ୍ରମିକ କିମ୍ବା କୌଣସି ଭକ୍ତା କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ କୌଣସି ଟ୍ରଷ୍ଟି , ସହିତ କୌଣସି ଧର୍ମନୈତିକ ହିନ୍ଦୁ ଟ୍ରଷ୍ଟର ଜଣେ ସେବାୟତ କ୍ଷେତ୍ରରେ, ଆୟର  ପନ୍ଦର ପ୍ରତିଶତ ଠାରୁ ଅଧିକ ହେବ ନାହିଁ, ଯାହାକି ସଂପୂର୍ଣ୍ଣଭାବେ ବଦାନ୍ୟ କିମ୍ବା ଧର୍ମନୈତିକ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ, ତାହା ଏହି ଧାରାର ଅର୍ଥ ମଧ୍ୟରେ, କୌଣସି ବ୍ୟକ୍ତିପ୍ରତି, ଆର୍ଥିକ ସୁବିଧାର ସଂରକ୍ଷଣ ବୋଲି ଧରାଯିବ ନାହିଁ   ।
  2. [ ଉକ୍ତି ‘ଏଣ୍ଡାଉମେଣ୍ଟ – କମିଶନର, ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଊମେଣ୍ଟ ଆଇନ ୧୯୫୧ ଅନୁଯାୟୀ ନିଯୁକ୍ତ କୌଣସି ସହକାରୀ ଏଣ୍ଡାଉମେଣ୍ଟ କମିଶନର ଙ୍କୁ ଅନ୍ତର୍ଭୁକ୍ତ କରିବ  । ]
    • ଯେତେବେଳେ ଧାନର ଦର, ଆକଳନ ସମୟରେ ପ୍ରଚଳନ ଦର ତୁଳନାରେ କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, କ୍ରମାନୁଗତିକ ବାର୍ଷିକ ଅର୍ଥରାଶିର ଶେଷ ସଂଶୋଧନ ଅନୁଯାୟୀ, ଖୁବ  କମରେ ପଚିଶ ପ୍ରତିଶତ ବୃଦ୍ଧି ପାଏ କିମ୍ବା ହ୍ରାସ ହୁଏ, ତାହା, ଏପରି ବୃଦ୍ଧି କିମ୍ବା  ହ୍ରାସକରଣର ଅନୁପାତରେ ସଂଶୋଧନ  କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଏବଂ ତାପରେ ଦଫା ୩୧ ରୁ ୩୫ ର ବ୍ୟବସ୍ଥାବଳୀ ଏପରି ସଂଶୋଧନ, କାର୍ଯ୍ୟାନୁଷ୍ଠାନ ପ୍ରତି,  ପାରସ୍ପରିକ ଭାବେ, ପ୍ରୟୋଗ ହେ   ।

ସ୍ପଷ୍ଟୀକରଣ

ଏହି ଧାରା ଉଦ୍ଦେଶ୍ୟରେ “ଧାନର ଦର, କୌଣସି ବର୍ଷ ସଂବନ୍ଧରେ, ଧାନ ଦରର ଉଲ୍ଲେଖରେ, ରାଜ୍ୟସରକାରଙ୍କ ଦ୍ଵାରା ପ୍ରକାଶନ କରାଯାଇଥିବା, କୌଣସି ରୟତି ଆଇନ କିମ୍ବା ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ ଅନୁଯାୟୀ ଦରକୁ ଅର୍ଥାୟୀତ କରିବ   ।

  • ଯେତେବେଳେ ଉକ୍ତ ଦଫାରେ ଉଲେଖିତ  କୌଣସି ବ୍ୟକ୍ତିତି ସହିତ, ଦଫା ୭୧ ଅନୁଯାୟୀ, କୌଣସି ସଂପତ୍ତିକୁ ବନ୍ଦୋବସ୍ତ କରାଯାଏ,  ସେପରିସ୍ଥଳେ, ଏପରି ବ୍ୟକ୍ତିଙ୍କୁ ଦେୟ କ୍ରମାନୁଗତିକ ବାର୍ଷିକ ଅର୍ଥରାଶିକୁ ସଂଶୋଧନ କରାଯିବ  ।
  • ଏପରି ସଂଶୋଧନ ଉଦ୍ଦେଶ୍ୟରେ , କ୍ରମାନୁଗତିକ ବାର୍ଷିକ ଅର୍ଥରାସୀ ଆକଳନ କରିବାରେ ବିଚାରରୁ ନିଆଯାଇଥିବା ଏପରି ସମ୍ପତ୍ତିରେ ମୋଟ ଆୟକୁ, ଏପରି ସଂପତ୍ତିର ମୋଟ ମୂଲ୍ୟରୁ ହ୍ରାସକାରଣ କରାଯିବ ଏବଂ ଦଫା 31 ରୁ ୩୫ ର ବ୍ୟବସ୍ଥାବଳୀ,  ପରସ୍ପର ପ୍ରତି, ପ୍ରୟୋଗନୀୟ ହେବ   ।
  • ସେହି କ୍ଷେତ୍ରରେ, ଯେଉଁ ସ୍ଥଳରେ, କୌଣସି ମଧ୍ୟସ୍ଥଙ୍କ ସ୍ଵାର୍ଥ, ଏପରି ସଂପତ୍ତି କିମ୍ବା ତାର ଅଂଶ ଉପରେ , କୌଣସି ବନ୍ଧକ କିମ୍ବା  ଭାର ଧାରଣ କରିଥିବା ଋଣ –ଦାତାଙ୍କୁ ଦେୟ କ୍ଷତିପୂରଣ ଏପରି ଅନୁପାତରେ ପ୍ରଦାନ କରାଯିବ, ଯେପରି ଏତତପରେ ବ୍ୟବସ୍ଥାୟୀତ ହୋଇଛି ଏବଂ ବଳକା ଅର୍ଥକୁ, ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ପ୍ରଦାନ କରାଯିବ  । ଏପରି ବନ୍ଧକ କିମ୍ବା ଭାରଯୋଗୁଁ , ଋଣଦାତାଙ୍କୁ ଦେୟ କ୍ଷତିପୂରଣ ଅର୍ଥରାସୀ, ସେହି ଅର୍ଥରାସୀ ହେବ ଯାହାକି ଅଧ୍ୟାୟ -୪ ଅନୁଯାୟୀ ସ୍ଥିର କରାଯାଇଥିଲା, ଯାହାକି, ସେତେବେଳେ ବଳବର୍ତ୍ତର ଥିବା କୌଣସି ଆଇନରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ, ନିମ୍ନକୁ ଅତିକ୍ରମ କରିବ ନାହିଁ  :-
    • ଏପରି କ୍ଷତିପୂରଣ ପଚାଶ ପ୍ରତିଶତ, ଯେତେବେଳେ ଏପରି କ୍ଷତିପୂରଣର ଅର୍ଥରାସୀ ,ପଚାଶ ହଜାର କିମ୍ବା କମ ହୋଇଥାଏ   ।
    • ତିରିଶ ପ୍ରତିଶତ , ଯେତେବେଳେ ଏପରି କ୍ଷତିପୂରଣର ଅର୍ଥରାସୀ, ପଚାଶ ଯାହାର କିମ୍ବା କମ ହୋଇଥାଏ   ।
    • ତିରିଶ ପ୍ରତିଶତ , ଯେତେବେଳେ ଏପରି କ୍ଷତିପୂରଣ ଅର୍ଥରାସୀ, ପଚାଶ ହଜାର  ଟଙ୍କାରୁ ଉର୍ଦ୍ଧ୍ଵ ହୋଇଥାଏ ଏବଂ ଏକ ଲକ୍ଷ ଟଙ୍କାରୁ କମ ହୋଇଥାଏ; ଏବଂ
    • ଏକୋଇଶ ପ୍ରତିଶତ, ଯେତେବେଳେ ଏପରି କ୍ଷତିପୂରଣ ଅର୍ଥରାଶି ଏବଂ ଯେଉଁସ୍ଥଳରେ ଏପରି ଦୁଇ କିମ୍ବା ଅଧିକ ଋଣ ଦାତା ଥାଆନ୍ତି, ସେପରି ସ୍ଥଳେ ଏପରି କ୍ଷତିପୂରଣ ଉପରୋକ୍ତ ଅନୁପାତରେ ଯୁଗ୍ମଭାବେ ପ୍ରଦାନ କରାଯିବ ଏବଂ ସେହି କ୍ରମାନ୍ଵୟରେ, ସେପରି ଉକ୍ତ ଦଫା ଅନୁଯାୟୀ ସ୍ଥିର କରାଯିବ   ।
    • କୌଣସି ସଂପତ୍ତି କ୍ଷେତ୍ରରେ, ଯେଉଁଥି ପ୍ରତି ଉତ୍ତରାଧିକାରୀ, ବଂଶାନୁଗତିକ ପ୍ରଥାମିକତା ଦ୍ଵାରା ପରିଚାଳିତ, ଯେଉଁ ସ୍ଥଳରେ କୌଣସି ବ୍ୟକ୍ତି, ଭରଣପୋଷଣର ପ୍ରତିବଦଳରେ, ଆର୍ଥିକ ଭତ୍ତା ଗ୍ରହଣ କରେ, ଯାହାକି ସଂପତ୍ତି ଉପରେ ଏକ ଭାର ଅଟେ, ସେପରି ସ୍ଥଳେ ଏପରି ଭରଣାପୋଷଣ ଭତ୍ତା ହିସାବରେ ଉକ୍ତ ବ୍ୟକ୍ତିଙ୍କୁ ଦେୟ କ୍ଷତିପୂରଣ ଦଫା ୩୭ ଅନୁଯାୟୀ ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣ ପ୍ରତି ସେହି ହାର ବହନ କରିବ ଯେପରି ଦଫା ୨୦ ର [ଉପଦଫା – (୫) ] ଅନୁଯାୟୀ ତାର ଦାବୀ ସ୍ଥିର କରାଯାଇଥାଏ, ତାହା ଉକ୍ତ ମଧ୍ୟସ୍ଥର ହାରାହାରି ଆୟ ପରିବହନ କରେ, ଯାହାକି ଦଫା ୨୭ ଅନୁଯାୟୀ ଗଣନା କରାଯାଇଥାଏ  । ଏବଂ ତାହା ଏପରି ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣରୁ ହ୍ରାସ କରାଯିବ।

ଦଫା ୨୮ର ବ୍ୟବସ୍ଥାବଳୀ, କୌଣସି ଚୁକ୍ତିକୁ ପ୍ରଭାବିତ କରିବା ନାହିଁ

ଦଫା ୪ ଅନୁଯାୟୀ, ମଧ୍ୟସ୍ଥ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କୌଣସି ଚୁକ୍ତିର ସର୍ତ୍ତାବଳୀକୁ, ପୂର୍ବ ଦଫାର କୌଣସି ବ୍ୟବସ୍ଥା ସଂଶୋଧନ କରିବା ନିମନ୍ତେ, କାର୍ଯ୍ୟ କରିବ ନାହିଁ   ।

ଖଣି ଏବଂ ଖଣିଜ ଦ୍ରବ୍ୟ ନିମନ୍ତେ ଦେୟ କ୍ଷତିପୂରଣର ଗଣନା

  1. କ୍ଷତିପୂରଣ ଅଧିକାରୀ, ଧାର୍ଯ୍ୟ "ଫର୍ମ"ରେ ଏବଂ ଧାର୍ଯ୍ୟ ପଦ୍ଧତିରେ ଏକ କ୍ଷତିପୂରଣ – ଆକଳନ ତାଲିକା ପ୍ରସ୍ତୁତ କରିବେ, ଯାହାକି ଖଣି ଏବଂ ଖଣିଜ ପଦାର୍ଥ ବାବଦରେ ‘ରୟାଲିଟି‘ ଗ୍ରହଣ କରୁଥିବା ପ୍ରତ୍ୟେକ ମଧ୍ୟସ୍ଥଙ୍କୁ ଧାରଣ କରିଥିବ ଯେକି ଏପରି ସଂପତ୍ତିରେ ଧାରିତ ଖଣିକୁ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି  ।
    • ଏପରି ରୟାଲିଟିରୁ ତାଙ୍କର ମୋଟ ଏବଂ ହାରାହାରି ଆୟ   ।
    • ତାଙ୍କ ଦ୍ଵାରା ପ୍ରତ୍ୟକ୍ଷଭାବେ କାର୍ଯ୍ୟ କରାଯାଉଥିବା ଖଣିରୁ ତାଙ୍କର ମୋଟ ଆୟ ଏବଂ ଏପରି ଖଣି ସଂବନ୍ଧରେ ‘ରୟାଲିଟି‘ ରୁ ତାଙ୍କର ହାରାହାରି ଆୟ ବୋଲି ଧରାଯାଉଥିବା ଅର୍ଥରାଶି  ।
    • ଖଣି ଏବଂ ଖଣିଜ ପଦାର୍ଥ ନିମନ୍ତେ, ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ  ତାମଳୀ ଦେୟ କ୍ଷତିପୂରଣର ଅର୍ଥରାଶି  ।
    • ଏପରି ଅନ୍ୟାନ୍ୟ ବିବରଣୀ ,ଯେପରି ଧାର୍ଯ୍ୟ କରାଯାଇପାରେ   ।
  2. ଉପ-ଦଫା (୧) ର ଧାରା (କ) ଉଦ୍ଦେଶ୍ୟରେ “ରୟାଲିଟି ‘ “ ରୁ କୌଣସି ମଧ୍ୟସ୍ଥଙ୍କ ମୋଟ ଆୟ ରୟାଲିଟି ‘ବାବଦରେ ହାରାହାରି ବାର୍ଷିକ ଆୟକର କିମ୍ବା ‘ସେସ‘ ର ଆକଳନ ନିମନ୍ତେ ମଧ୍ୟସ୍ଥଙ୍କ ଦ୍ଵାରା ଦାଖଲ କରାଯାଇଥିବା ବାର୍ଷିକ ରିଟର୍ଣ୍ଣ ଭିତ୍ତିରେ ଗଣନା କରାଯାଏ ଯେତେ ନ୍ୟସ୍ତିକାରଣ ତାରିଖ ପଡେ କିମ୍ବା କୌଣସି ସ୍ୱଳ୍ପ ସମୟ, ଯେଉଁଥି ନିମନ୍ତେ ଏପରି ରିଟର୍ଣ୍ଣ ଭିତ୍ତିରେ ଗଣନା କରାଯାଏ  ଯେତେ ଏପରି ନ୍ୟସ୍ତିକାରଣ ତାରିଖ ପଡେ କିମ୍ବା କୌଣସି ସ୍ୱଳ୍ପ ସମୟ, ଯେଉଁଥି ନିମନ୍ତେ  ଏପରି ରିଟର୍ଣ୍ଣ ଦାଖଲ କରାଯାଇଥାଏ ଏବଂ “ରୟାଲିଟି’ ରୁ ହାରାହାରି ଆୟ, ଏପରି ସ୍ଥିର କରାଯାଇଥିବା ମୋଟ ଆୟରୁ ହ୍ରାସକାରଣ ଦ୍ଵାରା ଗଣନା କରାଯିବ ଏବଂ ଏପରି ଗଣନା କରିବା ସମୟରେ, ଉକ୍ତ ସମୟ ମଧ୍ୟରେ , ତ ଉପରେ ପ୍ରଦାନ କରାଯାଇଥିବା ହାରାହାରି ଆୟକର ଏବଂ ଏପରି ହାରର ସଂଗ୍ରହ ଖର୍ଚ୍ଚକୁ, ମଧ୍ୟ ବିଚାରକୁ ନିଆଯିବ;
  3. ଉଲ୍ଲେଖଥାଉ ଯେ ‘ସଲାମି ‘ କିମ୍ବା ‘ପ୍ରିମିୟମ ‘ ଭାବେ ମଧ୍ୟସ୍ଥଙ୍କ ଦ୍ଵାରା ଗୃହିତ ଉକ୍ତ ବାର୍ଷିକ ରିଟର୍ଣ୍ଣ, ଦର୍ଶାଯାଇଥିବା କୌଣସି ଅର୍ଥରାଶିକୁ, ‘ ରୟାଲିଟି ‘ରୁ ମୋଟ ଆୟ ଗଣନା କରିବା ନିମନ୍ତେ, ବିଚାରକୁ ନିଆଯିବ ନାହିଁ   ।

  4. ଉପ – ଦଫା (୧) ର ଧାରା (ଖ) ଉଦ୍ଦେଶ୍ୟରେ, ତାଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରାଯାଉଥିବା ଖଣିଗୁଡିକରୁ କୌଣସି ମଧ୍ୟସ୍ଥଙ୍କ ମୋଟ ଆୟ , ଏପରି ଖଣିଗୁଡିକ ହାରାହାରି ବାର୍ଷିକ ମୋଟ ଆୟ ହେବ , ଯାହାକି ସେହି ଭିତ୍ତି ଉପରେ ଗଣନା କରାଯିବ,  ଯେପରି ଉପ-ଦଫା (୨) ରେ ଧାର୍ଯ୍ୟ କରାଯାଇଛି  । ଏପରିଭାବେ ସ୍ଥିର କରାଯାଇଥିବା ମୋଟ ଆୟର ପାଞ୍ଚ ପ୍ରତିଶତ ସହ ସମାନ କୌଣସି ଅର୍ଥରାଶି,’ ରୟାଲିଟି’ ରୁ ହାରାହାରି ଆୟ ବୋଲି ଧରାଯିବ, ଯାହାକି ସେ ଏପରି ଖଣି ଗୁଡିକକୁ ଆହରଣ କରିପାରିଥାଆନ୍ତେ ଯଦି ସେ ସେଗୁଡିକକୁ, ଅନ୍ୟ କୌଣସି ବ୍ୟକ୍ତିକୁ ପଟ୍ଟାରେ ନେଇ ଥାଆନ୍ତି   ।
  5. ଉପ-ଦଫା (୨) ଏବଂ (୩) ଅନୁଯାୟୀ ‘ରୟାଲିଟି’ ର ହାରାହାରି ଆୟ ଗଣନା କରାଯିବା ପରେ , କ୍ଷତିପୂରଣ ଅଧିକାରୀ ଦଫା ୨୮ ର ଉପଦଫା (୧) ରେ ଧାରିତ ‘ଟେବୁଲ ସମୟ ସମନ୍ଵୟ ରକ୍ଷାକରି, କ୍ଷତିପୂରଣ ହିସାବ କରିବେ,ଯେପରି ଉକ୍ତ ‘ଟେବୁଲ‘ ରେ ଉଲ୍ଲେଖିତ ହାରାହାରି ଆୟ, ଦଫା ୨୭ ଅନୁଯାୟୀ ସଂପତ୍ତି ସଂପତ୍ତି ଗଣନା କରାଯାଇଥିବା ହାରାହାରି ଆୟର ମୋଟ ଅଟେ   ଏବଂ ଉପରୋକ୍ତ ଉପ-ଦଫା ଅନୁଯାୟୀ ଗଣନା କରାଯାଇଥିବା ହାରାହାରି ଆୟ   ।
    • ଯେଉଁ ସ୍ଥଳରେ ପୂର୍ବୋକ୍ତ ଧାରା ଅନୁଯାୟୀ ଗଣନା କରାଯାଇଥିବା କ୍ଷତିପୂରଣ ଅର୍ଥରାଶି ସମ୍ମତ ହୋଇଥାଏ,  ସେପରି ସ୍ଥଳେ ଏହା,  ଉକ୍ତ ଧାରା ଅନୁଯାୟୀ ସ୍ଥିର କରାଯିବ   ।
    • ଯେଉଁସ୍ଥଳରେ,ଏପରି କୌଣସି ଚୁକ୍ତି, ଧାର୍ଯ୍ୟ ସମୟ ମଧ୍ୟରେ ଉପନୀତ ହୋଇନଥାଏ କିମ୍ବା କରାଯାଇନଥାଏ, ସେପରିସ୍ଥଳେ, ଏ ସଂବନ୍ଧରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ହେବାକୁ ଥିବା କୌଣସି ଟ୍ରିବ୍ୟୁନାଲକୁ, କ୍ଷତିପୂରଣ ଅର୍ଥରାଶି ସ୍ଥିର କରିବା ପ୍ରଶ୍ନ, କ୍ଷତିପୂରଣ ଅଧିକାରୀ ଉଲ୍ଲେଖ କରିବେ ।
      • ଏପରି ଟ୍ରିବ୍ୟୁନାଲରେ ଜଣେ ଜିଲ୍ଲା ବିଚାରପତି ରହିବେ, ଯାହାଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ମନୋନୀତ ହେବାକୁ ଥିବା ଜଣେ ଖଣି ବିଶେଷଜ୍ଞ ସାହାଯ୍ୟ କରିବେ ।
      • ଟ୍ରିବ୍ୟୁନାଲ ଙ୍କ ସମ୍ମୁଖରେ କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭ ସମୟରେ, ମଧ୍ୟସ୍ଥ ଏହା ଉଲ୍ଲେଖ କରିବେ ଯେ ତାଙ୍କ ମତରେ କ୍ଷତିପୂରଣ ଉପଯୁକ୍ତ ଅର୍ଥରାଶି କେତେ ହେବ।
        • “ଟ୍ରିବ୍ୟୁନାଲ“ ରାଏ ପ୍ରଦାନ କରିବା ସମୟରେ, ଉପ-ଦଫା (୨) ଏବଂ (୩) ର ବ୍ୟବସ୍ଥାବଳୀକୁ, ବିଚାରକୁ ନେବେ ଏବଂ କରାଯାଇଥିବା ଖଣି କାର୍ଯ୍ୟର ପରିମାଣ ଏବଂ ଉଦ୍ରେକ କରାଯାଇଥିବା ଖଣିଜ ପଦାର୍ଥ ସଂବନ୍ଧରେ ନୀତି ସହିତ ସମନ୍ଵୟ ରକ୍ଷାକରି ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣ ଅର୍ଥରାଶି ସ୍ଥିର କରିବେ   ।
        • ଏହି ଉପ-ଦଫା ଅନୁୟାଯୀ ଟ୍ରିବ୍ୟୁନାଲ ଦ୍ଵାରା ପ୍ରଦାନ କରାଯାଇଥିବା ପ୍ରତ୍ୟେକ ରାଏ, କ୍ଷତିପୂରଣ ଅଧିକାରୀଙ୍କୁ ସୂଚିତ କରାଯିବ, ଯେକି ଏପରି ଉଲ୍ଲେଖିତ କରିଥିଲେ ଏବଂ ତାପରେ ସେ କ୍ଷତିପୂରଣ ଆକଳନ ତାଲିକା ସମାପ୍ତ କରିବା ନିମନ୍ତେ ଅଗ୍ରସର ହେବେ  ।
        • ଟ୍ରିବ୍ୟୁନାଲ ଯାହାକି ୧୯୫୮ ମସିହା ଜୁନ ୩୦ ତାରିଖ ପୂର୍ବରୁ ନିଯୁକ୍ତ ହୋଇଥାନ୍ତି,ସେ ଉପ-ଦଫା (୪) ଅନୁଯାୟୀ ଟ୍ରିବ୍ୟୁନାଲଭାବେ ନିଯୁକ୍ତ ବୋଲି ଧରାଯିବ, ଯେପରି, ଓଡିଶା ଜମିଦାରୀ ଉଚ୍ଛେଦ (ସଂଶୋଧନ ) ଆଇନ ୧୯୫୬ (ଓଡିଶା ଆଇନ ୧୫/୧୯୫୦ ଦ୍ଵାରା ସଂଶୋଧିତ   ।

କ୍ଷତିପୂରଣ ଆକଳନ ତାଲିକାର ପ୍ରାରମ୍ଭିକ ପ୍ରକାଶନ

  1. କୌଣସି ସଂପତ୍ତି ସଂବନ୍ଧରେ ପ୍ରଦାନ କରାଯିବାକୁ ଥିବା କ୍ଷତିପୂରଣ ଅର୍ଥରାଶି, ଯାହାକି ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ ନ୍ୟସ୍ତ ହୋଇଛି, ତାହା ଦଫା ୨୮ ଏବଂ ୩୦ ର ବ୍ୟବସ୍ଥାବଳୀ ଅନୁଯାୟୀ ସ୍ଥିର କ୍ଷେତ୍ରରେ, କ୍ଷତିପୂରଣ ଅଧିକାରୀ, ଏପରି ସଂପତ୍ତିରେ ପ୍ରତ୍ୟେକ ଅଂଶଧାରଣକାରୀଙ୍କ ଦ୍ଵାରା ଦାଖଲ କରାଯାଇଥିବା ଅଂଶ ସଂବନ୍ଧରେ ତଦନ୍ତ କରିବେ ଏବଂ ଉକ୍ତ ଅଂଶ ଅନୁଯାୟୀ,  ଏପରି କ୍ଷତିପୂରଣକୁ ସେମାନଙ୍କ ମଧ୍ୟରେ , ଅନୁପାତ ଅନୁଯାୟୀ ବଣ୍ଟନ କରିବେ, ତାପରେ, ସେ ଆକଳନ ତାଲିକାର ଖସଡାରୁ ଧାର୍ଯ୍ୟ ପଦ୍ଧତିରେ ଏବଂ ଧାର୍ଯ୍ୟ ସମୟ ନିମନ୍ତେ ପ୍ରକାଶନ କରିବେ, ଯାହାକି ତିରିଶ ଦିନଊ କମ ହେବ ନାହିଁ ଏବଂ ତା ପରେ ଏହାର ନକଲକୁ, ପ୍ରାପ୍ତି ସ୍ଵୀକାର ପତ୍ର ସହିତ, ରେଜେଷ୍ଟ୍ରି ଡାକରେ, ମଧ୍ୟସ୍ଥଙ୍କ ନିକଟକୁ ପ୍ରେରଣ କରିବେ, ଯାହାଙ୍କର ନାମ ଏପରି କ୍ଷତିପୂରଣ ଆକଳନ ତାଲିକାରେ ଖସଡାରେ ଥାଏ, କିମ୍ବା ମୃତ୍ୟୁ କ୍ଷେତ୍ରରେ ଆଇନଗତ ଉତ୍ତରାଧିକାରୀଙ୍କ ନିକଟକୁ ପ୍ରେରଣ କରାଯିବ   ।  କ୍ଷତିପୂରଣ ଅଧିକାରୀ, କୌଣସି ଆପତ୍ତି ଗ୍ରହଣ କରି,  ତାହା ବିଚାର କରିବେ, ଯାହାକି ଏପରି କ୍ଷତିପୂରଣ ଆକଳନ ତାଲିକା ଖସଡାରେ କୌଣସି ଅନ୍ତର୍ଭୁକ୍ତକାରଣ ଉପରେ ପ୍ରଦାନ କରାଯାଇଥାଏ କିମ୍ବା ପ୍ରକାଶନ ସମୟରେ ସେଥିରେ ଥିବା କୌଣସି ତ୍ରୁଟି ଉପରେ କରାଯାଇଥାଏ ଏବଂ ଏପରି ନିୟମାବଳୀ ଅନୁଯାୟୀ ଏପରି ଆପତ୍ତିଗୁଡିକୁ ଫଇସଲା କରିବେ , ଯେପରି ରାଜ୍ୟ ସରକାର ଏ ସଂବନ୍ଧରେ ପ୍ରଣୟନ କରିପାରନ୍ତି  ।
    • ଉପ ଦଫା (୧) ରେ ଥିବା କୌଣସି ବ୍ୟବସ୍ଥା ଏପରି ଆବଣ୍ଟନ କରିବା ନିମନ୍ତେ, କ୍ଷତିପୂରଣ ଅଧିକାରୀଙ୍କୁ ଆବଶ୍ୟକ କରିବ ବୋଲି ଧରାଯିବ ନାହିଁ,  ଯେଉଁ ସ୍ଥଳରେ ସମସ୍ତ କିମ୍ବା କୌଣସି ଅଂଶଧାରଣକାରୀଙ୍କ ଅବହେଳା ଯୋଗୁଁ, ତାଙ୍କ ସମ୍ମୁଖରେ ଉପସ୍ଥିତ ହେବା ସମ୍ଭବ ହୁଏ ନାହିଁ  ।
  2. ପୃଥକ କ୍ଷତିପୂରଣ ଆକଳନ ତାଲିକାର ଖସଡା ପ୍ରସ୍ତୁତ କରାଯିବ ଏବଂ ଉପ- ଦଫା (୧) ଅନୁଯାୟୀ , ବିଭିନ୍ନ ସଂପତ୍ତିଗୁଡିକ ନିମନ୍ତେ ପ୍ରକାଶନ କରାଯିବ ।

ଟିପ୍ପଣୀ

ଆପତ୍ତି ଦାଖଲ କରିବା ସମୟ ସୂଚିତ କରାଯାଇଛି, ମାତ୍ର ଏପରି ସମୟ ପରିବର୍ଦ୍ଧନ କରିବା, କ୍ଷତିପୂରଣ ଅଧିକାରୀଙ୍କ ବିବେକ ଉପରେ ନିର୍ଭର କରେ  - (୨୭(୧୯୬୧) ସି.ଏଲ.ଟି – ଏସ –ଏନ – ୧୭୬) ।

ଅପିଲ

  1. କୌଣସି ଅପିଲ , ଯଦି ଆଦେଶ ତାରିଖରୁ ଏକମାସ ମଧ୍ୟରେ ଉପସ୍ଥାପନା କରାଯାଇଥାଏ, ତାହା କ୍ଷତିପୂରଣ ଅଧିକାରୀଙ୍କର ପ୍ରତ୍ୟେକ ଆଦେଶକୁ, ଦଫା ୩୧ ର ଉପ-ଦଫା (୧) ଅନୁଯାୟୀ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଦାଏର କରାଯିବ   ।
  2. ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୬୧ ର ପ୍ରାରମ୍ଭ ତାରିଖରେ ,ଉଚ୍ଚନ୍ୟାୟଳୟ ସମ୍ମୁଖରେ ସ୍ଥଗିତ ଥିବା ସମସ୍ତ ଅପିଲ, କର୍ତ୍ତୁତ୍ଵ ଥିବା ଜିଲ୍ଲାକଲେକ୍ଟରଙ୍କୁ ହସ୍ତାନ୍ତରିତ ହେବ   ।
  3. ଓଡିଶା ଜମିଦାରୀ ଉଚ୍ଛେଦ (ସଂଶୋଧନ ) ଆଇନ ୧୯୬୧ ର ପ୍ରାରମ୍ଭ ତାରିଖରେ, ଉଚ୍ଚନ୍ୟାୟଳୟ ସମ୍ମୁଖରେ ସ୍ଥଗିତ ଥିବା ସମସ୍ତ ଅପିଲ , କର୍ତ୍ତୃତ୍ଵ ଥିବା ଜିଲ୍ଲାକଲେକ୍ଟରଙ୍କୁ ହସ୍ତାନ୍ତରିତ   ହେବ  ।
    • ଦ୍ଵିତୀୟ ଅପିଲ :- ଦଫା ୩୨ ଅନୁଯାୟୀ କଲେକ୍ଟରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା କୋଣସି ଆଦେଶ ଦ୍ଵାରା ବ୍ୟଥିତ କୋଣସି ବ୍ୟକ୍ତି , ଉକ୍ତ ଆଦେଶର ଏକମାସ ମଧ୍ୟରେ , ରାଜସ୍ୱପରିଷଦ ସମ୍ମୁଖରେ , ଏକ ଅପିଲ ଦାଏର କରିପାରନ୍ତି   ।
    • ରିଭିଜନ  - ଦଫା 32-“କ” ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଅପିଲ ଆଦେଶରେ ବ୍ୟଥିତ କୌଣସି ବ୍ୟକ୍ତିତ, ଏପରି ଆଦେଶର ଏକମାସ ମଧ୍ୟରେ, ଏହି କାରଣ ଉପରେ , ଏପରି ଆଦେଶର ସଂଶୋଧନ ନିମନ୍ତେ, ଉଚ୍ଚନ୍ୟାୟଳୟରେ ଏକ ଆବେଦନପତ୍ର ଦାଖଲ କରିପାରନ୍ତି ଯେ, ଏପରି ସିଦ୍ଧାନ୍ତ, ଆଇନ ସହ ସମନ୍ଵୟ ରକ୍ଷା କରେ ନାହିଁ   ।

କ୍ଷତିପୂରଣ –ଆକଳନ ତାଲିକାର ଚୂଡାନ୍ତ ପ୍ରକାଶନ

ଯେତେବଳେ ଏପରି [ଆପତ୍ତି ଏବଂ ରିଭିଜନ [ଫଇସଲା କରାଯାଏ, ସେତେବେଳେ କ୍ଷତିପୂରଣ ଅଧିକାରୀ,  କ୍ଷତିପୂରଣ ଆକଳନ ତାଲିକାର ଖସଡାରେ ଏପରି ପରିବର୍ତ୍ତନ ଯାହା ଫଳରେ [ଏପରି ଆପତ୍ତି ,ଅପିଲ ଏବଂ ଉପରୋକ୍ତ ଅନୁଯାୟୀ ରିଭିଜନରେ ପ୍ରଦାନ କରାଯାଇଥାଏ  "ଫର୍ମ – ଏମ" "ଫର୍ମ – ଏନ"

କୌଣସି ଆଦେଶକୁ ପ୍ରଭାବିତ କରିବା ନିମନ୍ତେ ଆବଶ୍ୟକ ଅଟେ ଏବଂ ଏପରି ପରିବର୍ତ୍ତିତ ତାଲିକାକୁ ଧାର୍ଯ୍ୟ ପଦ୍ଧତିରେ ଚୂଡାନ୍ତ ଭାବେ ପ୍ରକାଶ କରାଇବ  ।  ଏପରି ଚୂଡାନ୍ତଭାବେ ଭାବେ ପ୍ରକାଶ କରାଇବେ , ଏପରି ଚୂଡାନ୍ତଭାବେ ପ୍ରକାଶିତ ତାଲିକାରେ, ପ୍ରତ୍ୟେକ ଅନ୍ତର୍ଭୁକ୍ତକାରଣ ଏତତପରେ ବ୍ୟବସ୍ଥାୟୀତ  ବ୍ୟତୀତ ଏପରି ଅନ୍ତର୍ଭୂକ୍ତିକାରଣରେ ଉଲ୍ଲେଖିତ ବିଷୟର ଚୂଡାନ୍ତ ଏବଂ ସିଦ୍ଧାନ୍ତନୀୟ ପ୍ରମାଣ ହେବ ଏବଂ ଆହୁରି ମଧ୍ୟ କୌଣସି ମଧ୍ୟସ୍ଥଙ୍କ ସ୍ଵାର୍ଥର ପ୍ରକୃତି ତଥା ସେଥିରେ ସ୍ଵାର୍ଥ ଦାବୀ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କ୍ଷତିପୂରଣ ଆବଣ୍ଟନ ନିମନ୍ତେ ମଧ୍ୟ ଚୂଡାନ୍ତ ଏବଂ ସିଦ୍ଧାନ୍ତନୀୟ ପ୍ରମାଣ ହେବ  ।

ଉଲ୍ଲେଖଥାଉ ଯେ, ଏହି ଆଇନରେ ଧାରିତ କୌଣସି ବ୍ୟବସ୍ଥା, କର୍ତ୍ତୁତ୍ଵଥିବା କୌଣସି ନ୍ୟାୟଳୟରେ, ଆଇନର ଯଥାଯଠ ଅନୁଯାୟୀ, କୌଣସି ସଂପତ୍ତି କିମ୍ବା ତା ଅଂଶ ସଂବନ୍ଧରେ ତାଙ୍କର ଦାବୀ ପ୍ରମାଣିତ କରିବା ନିମନ୍ତେ, କୌଣସି ବ୍ୟକ୍ତିର ଅଧିକାରୀଙ୍କୁ, ପ୍ରଭାବିତ କରିବ ନାହିଁ  ।

ପ୍ରମାଣପତ୍ର ଏବଂ କ୍ଷତିପୂରଣ ଆକଳନ ତାଲିକାର ଚୂଡାନ୍ତ ପ୍ରକାଶନ ସମ୍ବନ୍ଧରେ ଅନୁମାନ

ଯେତେବେଳେ  ଦଫା  ୩୩ ଅନୁଯାୟୀ, କୌଣସି କ୍ଷତିପୂରଣ ଆକଳନ ତାଲିକା ଚୂଡାନ୍ତଭାବେ  ପ୍ରକାଶ କରାଯାଏ, ସେତେବେଳେ କ୍ଷତିପୂରଣ ଅଧିକାରୀ, ଏପରି ସମସ୍ତ କ୍ଷେତ୍ରରେ, ଯେପରି  ରାଜ୍ୟ ସରକାର, କୌଣସି ସାଧାରଣ କିମ୍ବା ବିଶେଷ ଆଦେଶ  ଦ୍ଵାରା ଆବଶ୍ୟକ କରିପାରନ୍ତି, ଏପରି ଚୂଡାନ୍ତ ପ୍ରକାଶନର  ବିଷୟ ଉଲ୍ଲେଖ କରି,  ଏକ ପ୍ରମାଣପତ୍ରରେ  ସ୍ଵାକ୍ଷର  କରିବେ  ଏବଂ ସେଥିରେ ତାରିଖ ପ୍ରଦାନ କରିବେ ଏବଂ ସେଥିରେ ତାରିଖ ପ୍ରଦାନ କରିବେ  ଏବଂ ତାଙ୍କ ନାମ ଏବଂ କାର୍ଯ୍ୟାଳୟ ପଦବୀ  ସହିତ ସେଥିରେ ତାରିଖ ପ୍ରଦାନ  କରିବେ ଏବଂ ସ୍ଵାକ୍ଷର କରିବେ, ଏବଂ ଏପରି ପ୍ରମାଣପତ୍ର ଏପରି ପ୍ରକାଶନର ସିଦ୍ଧାନ୍ତନୀୟ ପ୍ରମାଣ ହେବ ।

ସଠିକ୍ ତ୍ରୁଟୀ ଗୁଡ଼ିକରେ, କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ସଂଶୋଧନ

  1. କୌଣସି କ୍ଷତିପୂରଣ ଅଧିକାରୀ, କୌଣସି ଆବେଦନପତ୍ର ଉପରେ କିମ୍ବା ତାଙ୍କ ମନକୁମନ, ଦଫା ୩୭ ଅନୁଯାୟୀ, କ୍ଷତିପୂରଣ ଆକଳନ ତାରିଖ ସହିତ ସମନ୍ଵଯ ରକ୍ଷାକରି, କ୍ଷତିପୂରଣ ଅର୍ଥ ପୂରଣ କରିବା ପୂର୍ବରୁ, କୌଣସି ସମ୍ପତ୍ତିରେ ଚୂଡାନ୍ତଭାବେ ପ୍ରକାଶନ କ୍ଷତିପୂରଣ ଆକଳନ ତାଲିକାରେ କୌଣସି ଅନ୍ତର୍ଭୁକ୍ତକରଣରୁ ସଂଶୋଧନ କରିପାରନ୍ତି, ଯେଉଁଥି ପ୍ରତି ଏପରି କ୍ଷତିପୂରଣ ଆକଳନ ତାଲିକା ସମ୍ପୃକ୍ତ କିମ୍ବା ଏପରି କ୍ଷତିପୂରଣ ଆକଳନ ତାଲିକାରେ ଥିବା କୌଣସି ଅନ୍ତର୍ଭୁକ୍ତକରଣକୁ, ଯାହାକି କୌଣସି ସଠିକ ତ୍ରୁଟି ଯୋଗୁଁ କରାଯାଇଛି ବୋଲି ସେ ସନ୍ତୁଷ୍ଟ ହୁଅନ୍ତି, କିମ୍ବା କୌଣସି ମଧ୍ୟସ୍ଥଙ୍କ ସ୍ଵାର୍ଥରେ, ଉତ୍ତରାଧିକାରୀତ୍ଵ ଯୋଗୁଁ ହସ୍ତାନ୍ତରଣ ନିମନ୍ତେ ଆବଶ୍ୟକ ହୋଇଥାଏ, କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯାହାଙ୍କର ନାମ ଏପରି କ୍ଷତିପୂରଣ ନିମନ୍ତେ ହକଦାର ବ୍ୟକ୍ତି ଭାବେ ଏପରି ତାଲିକାରେ ଆବିର୍ଭୂତ ହୁଏ  ।
  2. ଉଲ୍ଲେଖଥାଉ ଯେ, ଏପରି କୌଣସି ସଂଶୋଧନ କରାଯିବ ନାହିଁ, ଯଦି ଦଫା ୩୨ ଅନୁଯାୟୀ, ଏପରି ଅନ୍ତର୍ଭୁକ୍ତକରଣକୁ ପ୍ରଭାବିତ କରୁଥିବା କୌଣସି ଅପିଲ ଦାଏର କରାଯାଇଥାଏ   ।

    [ଆହୁରି ଉଲ୍ଲେଖଥାଉ ଯେ, ଏପରି ଅପିଲର ଫଇସଲା ପରେ, ଦଫା ୩୩ ଅନୁଯାୟୀ ଆକଳନ ତାଲିକାର ପ୍ରକାଶନର ପରିଣତି –ସ୍ୱରୂପ ଅର୍ଥ ପ୍ରଦାନ ଆଦେଶ ନିର୍ଗମ ତାରିଖରୁ ଦେଢବର୍ଷ ସମୟ ମଧ୍ୟରେ କୌଣସି ମଧ୍ୟସ୍ଥଙ୍କ ଦ୍ଵାରା କୌଣସି ଆବେଦନ ପତ୍ର ଉପରେ କିମ୍ବା ସେହି ସମୟ ମଧ୍ୟରେ ନିଜ ମନକୁମନ ଏବଂ ଉତ୍ସୁକଥିବା ବ୍ୟକ୍ତିମାନଙ୍କୁ ଶୁଣାଣୀର ସୁଯୋଗ ପ୍ରଦାନ କରିବା ପରେ, ଅଧିକ ତ୍ରୁଟି, ଯଦି କିଛି ଥାଏ, ତାହାହିଁ କେବଳ ସଂଶୋଧନ କରିବା ନିମନ୍ତେ କ୍ଷତିପୂରଣ ଆକଳନ ତାଲିକାକୁ ପୁନଃ ବିଚାର କରିବା, କ୍ଷତିପୂରଣ ଅଧିକାରୀଙ୍କ ନିମନ୍ତେ ଆଇନ ସମ୍ମତ ହେବ   ।

    [ଆହୁରି ମଧ୍ୟ ଉଲ୍ଲେଖଥାଉ ଯେ,ସେହି ସମସ୍ତ କ୍ଷେତ୍ରରେ, ଯେଉଁ ସ୍ଥଳରେ ମଧ୍ୟସ୍ଥକୁ ସମୁଦାୟକ୍ଷତିପୂରଣ ଅର୍ଥରାଶି ପ୍ରଦାନ କରାଯାଇଥାଏ ଏବଂ ଉପରୋକ୍ତ ଅନୁଯାୟୀ କୌଣସି ପୁନଃ ବିଚାରରେ, ଏହା ଦେଖାଯାଏ ଯେ ଯାହା ପ୍ରାପ୍ୟ, ତାଠାରୁ ଅଧିକ ଉକ୍ତ ମଧ୍ୟସ୍ଥଙ୍କୁ ପ୍ରଦାନ କରାଯାଇଛି, ସେପରିସ୍ଥଳେ ରାଜ୍ୟ ସରକାରଙ୍କ ନିମନ୍ତେ ଏହା ଆଇନ ସମ୍ମତ ହେବ ଯେ, ସେ ଉକ୍ତ ଅତ୍ୟଧିକ ଅର୍ଥରାଶିକୁ, ଅନ୍ୟ କୌଣସି ଆଦାୟ ପଦ୍ଧତିରେ ଆଞ୍ଚ ନଆଣି, ବକେୟା ଭୂମି ଖଜଣା ଭାବେ, ତାଙ୍କ ଠାରୁ ଉଦ୍ଧାର କରିବେ  ।

    [ଆହୁରି ମଧ୍ୟ ଉଲ୍ଲେଖଥାଉ ଯେ, କ୍ଷତିପୂରଣ ଅଧିକାରୀ ସେହି ସମସ୍ତ ସମ୍ପତ୍ତି କ୍ଷେତ୍ରରେ, ଯାହା ସଂବନ୍ଧରେ ଓଡିଶା ଜମିଦାରୀ ଉଚ୍ଚେଦ (ଦ୍ଵିତୀୟ ସଂଶୋଧନ) ଆଇଡ, ୧୯୫୭ (ଓଡିଶା ଆଇନ ସଂଖ୍ୟା ୩/୧୯୫୮) ର ପ୍ରଚଳନ ପୂର୍ବରୁ ଏପରି କ୍ଷତିପୂରଣ ଅର୍ଥରାଶି ପ୍ରଦାନ କରାଯାଇଥାଏ, ସେପରିସ୍ଥଳେ, ଦଫା ୮”କ” ର ଉପ –ଦଫା (୨) ଏବଂ (୨) ପ୍ରତି ଦ୍ଵିତୀୟ ଏବଂ ତୃତୀୟ ପ୍ରତିବନ୍ଧ ଅନୁଯାୟୀ ଦାବିର ଦାଖଲ ଉପରେ କ୍ଷତିପୂରଣ ଆକଳନ ତାଲିକାରେ କୌଣସି ସଂଶୋଧନ କରିପାରନ୍ତି ।

  3. କୌଣସି ସମ୍ପତ୍ତି ସଂବନ୍ଧରେ ଚୂଡାନ୍ତଭାବେ ପ୍ରକାଶିତ କ୍ଷତିପୂରଣ ଆକଳନ ତାଲିକାରେ କୌଣସି ଅନ୍ତର୍ଭୁକ୍ତକରଣର କୌଣସି ସଂଶୋଧନ କରାଯିବ ନାହିଁ ଯେଉଁଥିପ୍ରତି ଏପରି କ୍ଷତିପୂରଣ –ଆକଳନ ତାଲିକା ସମ୍ପୃକ୍ତ ଯଦି କ୍ଷତିପୂରଣ ଅଧିକାରୀ ପ୍ରଥମେ ଏପରି ସଂଶୋଧନର ଏକ ଖସଡା ପ୍ରକାଶନ କରିଥାଆନ୍ତି ଏବଂ ପ୍ରାପ୍ତି ସ୍ଵୀକାର ପତ୍ର  ସହିତ [କିମ୍ବା ତାଙ୍କ ସନ୍ତୁଷ୍ଠି ଅନୁଯାୟୀ ଅନ୍ୟାଥା ରେଜେଷ୍ଟ୍ରି ଡାକରେ ପ୍ରେରଣ କରିଥାଆନ୍ତି ଏବଂ ତାହା ଏପରି ମଧ୍ୟସ୍ଥଙ୍କୁ ଏପରି ଖସଡାର ନକଲ ପ୍ରେରଣ କରିଥାଆନ୍ତି , ଯାହାଙ୍କ ପ୍ରତି ଏପରି ସଂଶୋଧନ ସମ୍ପୃକ୍ତ ଏବଂ କୌଣସି ଆପତ୍ତି ବିଚାର ଏବଂ ଫଇସଲା କରିବା ପରେ , ତାହା ଚୂଡାନ୍ତ ଭାବେ ପ୍ରକାଶନ କରିଥାଆନ୍ତି ଯାହାକି [ଦଫା ୩୧ ରୁ ୩୪ ]ରେ ବ୍ୟବସ୍ଥାୟୀତ ପଦ୍ଧତିରେ ଏପରି କୌଣସି ସଂଶୋଧନ କରାଯାଇଥାଏ  ]

ଟିପ୍ପଣୀ

ମଧ୍ୟସ୍ଥଙ୍କ ଦ୍ଵାରା ‘ଉତ୍ତରାଧିକାରୀତ୍ଵ ପ୍ରମାଣପତ୍ର ‘ଉପସ୍ଥାପନ କରିବା ନିମନ୍ତେ, ଆଇନଗତି ଉତ୍ତରାଧିକାରୀଙ୍କୁ ନିର୍ଦ୍ଦେଶ, କର୍ତ୍ତୁତ୍ଵ ବାହାରେ ଅଟେ – (୩୬(୧୯୭୦)ସି ଏଲ ଟି -୩୧୪ )

ଖଣି ଏବଂ ଖଣିଜ ଦ୍ରବ୍ୟ ପଟ୍ଟାର ପୂର୍ବ ସମାପ୍ତି ନିମନ୍ତେ, କ୍ଷତିପୂରଣର ସ୍ଥିରୀକରଣ

  1. ଯେଉଁ ସ୍ଥଳରେ ଦଫା ୧୧ ର ଉପା –ଦଫା (୨) ରେ ଉଲ୍ଲେଖିତ ଅତିରିକ୍ତ ସର୍ତ୍ତ ଅନୁଯାୟୀ, କୌଣସି ଖଣି କିମ୍ବା ଖଣିଜଦ୍ରବ୍ୟର ପଟ୍ଟାକୁ ରାଜ୍ୟସରକାରଙ୍କ ଦ୍ଵାରା ସମାପ୍ତ କରାଯାଏ, ସେପରିସ୍ଥଳେ ପଟ୍ଟାଧାରୀ ବ୍ୟକ୍ତି, ଏପରି ପଟ୍ଟାର ପୂର୍ବ ସମାପ୍ତି ଯୋଗୁଁ, ରାଜ୍ୟସରକାରଙ୍କ ଠାରୁ ଏପରି କ୍ଷତିପୂରଣ ପାଇବା ନିମନ୍ତେ ହକକାର ହେବେ, ଯେପରି ରାଜ୍ୟସରକାର ଏବଂ ପଟ୍ଟାଧାରୀଙ୍କ ମଧ୍ୟରେ ସମ୍ମତ ହୋଇଥାଏ ଏବଂ ଚୁକ୍ତିର ଖିଲାପରେ, ଯେପରିଭାବେ ଦଫା ୧୩ ଅନୁଯାୟୀ ଟ୍ରିବ୍ୟୁନାଲଙ୍କ ଦ୍ଵାରା ସ୍ଥିର କରାଯାଇପାରେ  ।
  2. ଉପ-ଦଫା (୧) ଅନୁଯାୟୀ ଦେୟ କ୍ଷତିପୂରଣ ସ୍ଥିର କରିବାରେ, ଟ୍ରିବ୍ୟୁନାଲ ଅନ୍ୟାନ୍ୟ ବିଷୟ ମଧ୍ୟରେ, କାରବାରର ସଠିକତା ଏବଂ କେଉଁ ସମୟ ପର୍ଯ୍ୟନ୍ତ ଏପରି ପଟ୍ଟା ବଳବତ୍ତର ଥିଲା, ତାହା ବିବେଚନା କରିବେ  ।

ଆଧାର – ଦ ଲ ହାଉସ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate