ନ୍ୟସ୍ତିକରଣ ତାରିଖରେ :-
ଉଲ୍ଲେଖଥାଉ ଯେ, ଯେଉଁ ସ୍ଥଳରେ ଏପରି ଜମିର ଦଖଲ ସଂବନ୍ଧରେ ମଧ୍ୟସ୍ଥମାନେ ସେମାନଙ୍କ ମଧ୍ୟରେ କୌଣସି ବୁଝାମଣାରେ ଉପନୀତ ହୋଇଥାଆନ୍ତି ଏବଂ ସେ ସଂବନ୍ଧରେ କଲେକ୍ଟରଙ୍କ ନିକଟରେ ଏକ ବିବରଣୀ ଦାଖଲ କରନ୍ତି, ସେପରିସ୍ଥଳେ ସେପରି ବୁଝାମଣା ଅନୁଯାୟୀ, ଏପରି ଜମି ଏପରି ମଧ୍ୟସ୍ଥଙ୍କ ସହିତ ବନ୍ଦୋବସ୍ତ କରାଯାଇଛି ବୋଲି ଧରାଯିବ ।
ଆହୁରି ଉଲ୍ଲେଖ ଥାଉ ଯେ ଧାରା (ଘ) ରେ ଉଲ୍ଲେଖିତ କୌଣସି ଜମି କିମ୍ବା ଜଳାଶୟ ଯେଉଁ ସ୍ଥଳରେ ଥାଏ, ତାହା ଏପରି ବନ୍ଦୋବସ୍ତ ଦ୍ଵାରା, ଏହି ଦଫା ଅନୁଯାୟୀ ବନ୍ଦୋବସ୍ତ କରାଯାଇଛି ବୋଲି ଧରାଯିବ ଏବଂ ତାହା ଏପରି ଧାର୍ଯ୍ୟ ସର୍ତ୍ତାବଳୀର ନିୟନ୍ତ୍ରଣାଧିନ ହେବ ।
ଆହୁରି ମଧ୍ୟ ଉଲ୍ଲେଖଥାଉ ଯେ ଧାରା (ଖ) ଅନୁଯାୟୀ ବ୍ୟବସ୍ଥାୟୀତ କୌଣସି ମଧ୍ୟସ୍ଥଙ୍କ ଦଖଲରେ ଥିବା ଜମିର ପରିମାଣ ସଂବନ୍ଧରେ କଟକଣା କୌଣସି ଧର୍ମନୈତିକ ଅନୁଷ୍ଠାନ କୌଣସି ଦେବତାଙ୍କର ହୋଇଥିବା କୌଣସି ଟ୍ରଷ୍ଟ ସମ୍ପତ୍ତି ପ୍ରତି, ପ୍ରୟୋଗ ହେବ ନାହିଁ (ଯାହାକି ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଉମେଣ୍ଟ ଆଇନର ଅର୍ଥ ମଧ୍ୟରେ ଏକ ମଠ ହୋଇଥିବ) ଯାହାକି ୧୯୭୪ ମସିହା ମାର୍ଚ୍ଚ ମାସ ୧୮ ତାରିଖରେ କିମ୍ବା ପରେ ରାଜ୍ୟରେ ନ୍ୟସ୍ତ ହୋଇଥାଏ ।
ଟିପ୍ପଣୀ
ଏହି ଦଫାର ବ୍ୟବସ୍ଥାବଳୀର ଉପକାର ଗ୍ରହଣ କରିବା ନିମନ୍ତେ ଏପରି ମଧ୍ୟସ୍ଥମାନେ ନିଜେ କିମ୍ବା ଭୃତ୍ୟଙ୍କ କିମ୍ବା ଭଡାଟିଆ ଶ୍ରମିକମାନଙ୍କ ଦ୍ଵାରା ଜମିର କଷଣସ୍ଥିତିରେ ନିଶ୍ଚିତ ଭାବେ ରହିବା ଉଚିତ – (୯୬(୨୦୦୩) ସି ଏଲ ଟି -୭୨୦ (ସୁପ୍ରିମ କୋର୍ଟ)
୭‘କ’ ଜମି ଏବଂ ଅଟ୍ଟାଳିକାର ବନ୍ଦୋବସ୍ତ
ଯଦି ରାଜ୍ୟ ସରକାରଙ୍କ ଏପରି ମତ ପୋଷଣ କରନ୍ତି ଯେ କୌଣସି ଜମି, ତାହା ହାଟ, ବଜାର, ଫଳ, ବଗିଚା, ଖଣି, କ୍ଵାରୀ କିମ୍ବା ଅନ୍ୟାଥ ଜଳାଶୟ କିମ୍ବା ଅଟ୍ଟାଳିକାଭାବେ ବ୍ୟବହୃତ ହେଉଥାଉ (ଏବଂ ଟ୍ରଷ୍ଟ ସମ୍ପତ୍ତିର ଏକ ଅଂଶ ହୋଇଥାଏ) ଏବଂ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ହୋଇଥାଏ, ଏବଂ ଟ୍ରଷ୍ଟର ସୁପରିଚାଳନା ନିମନ୍ତେ ଆବଶ୍ୟକ ହୋଇଥାଏ । ତାହେଲେ , ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନରେ କିମ୍ବା ଏହି ଆଇନରେ ଧାରୀତ ଅନ୍ୟ କୌଣସି ବ୍ୟବସ୍ଥା ସତ୍ତ୍ୱେ , ରାଜ୍ୟ ସରକାର ଉକ୍ତ ବ୍ୟକ୍ତି ସହିତ ଏପରି ଜମି, ଜଳାଶୟ କିମ୍ବା ଅଟ୍ଟାଳିକାକୁ ବନ୍ଦୋବସ୍ କରିପାରନ୍ତି , ଯେକି ଏପରି ନ୍ୟସ୍ତିକରଣର ଠିକ ପୂର୍ବରୁ, ଏପରି ଜମି କିମ୍ବା ଜଳାଶୟ କିମ୍ବା ଅତାଳିକା ସଂବନ୍ଧରେ ଜଣେ ମଧ୍ୟସ୍ଥ ଏବଂ ତାହା ଏପରି ଉପଯୁକ୍ତ ଏବଂ ଯଥାଯଠ ଖଜଣାର ପ୍ରଦାନର ନିୟନ୍ତ୍ରଣାଧିନରେ, ଯେପରି ଧାର୍ଯ୍ୟ ପଦ୍ଧତିରେ କଲେକ୍ଟରଙ୍କ ଦ୍ଵାରା ଏପରି ସର୍ତ୍ତାବଳୀର ନିୟନ୍ତ୍ରଣାଧିନରେ ସ୍ଥିର କରାଯାଇପରେ, ଯେପରି ଧାର୍ଯ୍ୟ କରାଯାଇପରେ ।
ଉଲ୍ଲେଖଥାଉ ଯେ, ଏପରି କୌଣସି ଜମି, ଜଳାଶୟ କିମ୍ବା ଅଟ୍ଟାଳିକାକୁ ଏହି ଦଫା ଅନୁଯାୟୀ ବନ୍ଦୋବସ୍ତ କରାଯିବ ନାହିଁ -
ଟିପ୍ପଣୀ
ଦକ୍ଷ ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ରାଏ, ଯେପରି ରାଜସ୍ଵ ପରିଷଦର ସଦସ୍ୟ, ଯେ ଉକ୍ତ ଜମି, ଟ୍ରଷ୍ଟ ଉଦ୍ଦେଶ୍ୟ ପରିପାଳନ କରିବା ନିମନ୍ତେ ଆବଶ୍ୟକ କି ନୁହେଁ, ସେପରି କ୍ଷେତ୍ରରେ ଦେୱାନୀ ନ୍ୟାୟାଳୟ ସିଦ୍ଧାନ୍ତରେ ପ୍ରଦାନ କରାଯାଇଥିବା ଏପରି ରାଏ ଉପରେ ଅପିଲ ଗ୍ରହଣ କରିବେ ନାହିଁ (୨୦୦୧ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ – ୧୫୦୯)
[ଉଲ୍ଲେଖଥାଉ ଯେ ଉପ – ଦଫା (୩) ରେ ଧାରୀତ କୌଣସି ବ୍ୟବସ୍ଥା, କୌଣସି ଟ୍ରଷ୍ଟ ସମ୍ପତ୍ତି ପ୍ରତି ପ୍ରୟୋଗ ହେବ ନାହିଁ, ଯାହାକି ଓଡିଶା ଜମିଦାରୀ ଉଚ୍ଛେଦ (ସଂଶୋଧିତ ଆଇନ ୧୯୭୦ ର ବଳବତ୍ତର ତାରିଖରେ କିମ୍ବା ପରେ, ରାଜ୍ୟରେ ନ୍ୟସ୍ତ ହୋଇଥାଏ ।"ଫର୍ମ – “ଝ” ସଂଯୋଗ – “କ”"
ଟିପ୍ପଣୀ
ଓଡିଶା ଜମିଦାରୀ ଉଚ୍ଛେଦ ଆଇନର ଦଫା ୮ (୧), ରାଜ୍ୟରେ ଜମିର ନ୍ୟସ୍ତିକରଣରୁ, କୃଷକମାନଙ୍କ ଅଧିକାରରୁ ସୁରକ୍ଷିତ ରଖେ, ଉକ୍ତ ଦଫା ଉଲ୍ଲେଖକରେ ଯେ ଜଣେ କୃଷକ ଯେକି ନ୍ୟସ୍ତିକରବ୍ନ ପୂର୍ବରୁ କାର୍ଯ୍ୟରେ ନିଯୁକ୍ତ ହୋଇଥାଏ ଏବଂ ଯେକି ନ୍ୟସ୍ତିକରଣ ତାରିଖରେ ଜଣେ କୃଷକଭାବେ ଜମିର ଦଖଲରେ ଥାଏ, ସେ ରାଜ୍ୟ ଅଧୀନରେ ଜଣେ କୃଷକଭାବେ ରହିବ- (୨୦୦୫ (୨) ଓ ଏଲ ଆର – ୧୮୫।
ପ୍ରତିବାଦୀ, ଜମିଦାରି ଉଚ୍ଛେଦ ସମୟରେ ଜମିର ଦଖଲରେ ଥିଲେ, ଯେହେତୁ ତାଙ୍କୁ ପଟ୍ଟା ମଞ୍ଜୁର କରାଯାଇଥିଲା - ତାଙ୍କରି ମାନ ମଧ୍ୟ କ୍ଷତିୟାନରେ ଦେଖାଯାଇଥିଲା । ସେପରିସ୍ଥଳରେ ଏପରି ମୋକଦ୍ଦମା, ସାଧାରଣ ପ୍ରଶାସନ ବିଭାଗକୁ ସଂଯୋଗ ଣ କରିବା ଯୋଗୁଁ ପ୍ରଭାବିତ ହେବ ନାହିଁ, ଯେହେତୁ ରାଜସ୍ୱ ବିଭାଗରୁ ଏବଂ କଲେକ୍ଟରଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥାଏ, ଯେପରି ଦେୱାନୀ କାର୍ଯ୍ୟବିଧି ସଂହିତାର ଦଫା ୮ ରେ ବ୍ୟବସ୍ଥାୟୀତ ହୋଇଛି – (୨୦୦୦(୧) ଓ ଏଲ ଆର -୧୩୪ ।
ଆଇନର ଦଫା ୮(୧) ର ଉପକାର ପାଇବା ନିମନ୍ତେ ଜଣକୁ ଏକ କୃଷକ ହେବାକୁ ହେବ ଏବଂ ନ୍ୟସ୍ତିକରଣ ତାରିଖର ଠିକ ପୂର୍ବରୁ, ସେ ସମ୍ପୃକ୍ତ ଜମିର ଦଖଲରେ ଥିବା ଉଚିତ ୧୯୯୮(୨) ଓ ଏଲ ଆର – ୬୮ ।
ଖଜଣା ଗ୍ରହଣ ସଂବନ୍ଧରେ ପ୍ରଶାସନିକ ଆଦେଶ, ଦେୱାନୀ ନ୍ୟାୟାଳୟ ଦ୍ଵାରା ପ୍ରମାଣିତ ପ୍ରକୃତ କୃଷକର ଅଧିକାରକୁ କୌଣସି ପ୍ରକାର ପ୍ରଭାବିତ କରିବ ନାହିଁ -(୮୩(୧୯୯୭) ସି ଏଲ ଟି – ୭୨୪; ୧୯୯୭ (୧) ଓ ଏଲ ଆର -୪୯୫।
ଉଚ୍ଚନ୍ୟାୟାଳୟଙ୍କର ସଂପୂର୍ଣ୍ଣ ଖଣ୍ଡପୀଠ ଓଡିଶା ଜମିଦାରୀ ଉଚ୍ଛେଦ ଆଇନର ଦଫା ୮(୧) ଏବଂ ୩୮ – ଖ କୁ ବିଚାର କରିବା ପରେ, ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ରାଜସ୍ୱ ପରିଷଦଙ୍କର, ତହସିଲଦାରଙ୍କ ଆଦେଶ ସଂଶୋଧନ କରିବାର କର୍ତ୍ତୁତ୍ଵ ନାହିଁ । ଯେହେତୁ ଏହା କେବଳ ମାତ୍ର ଏକ ପ୍ରଶାସନିକ ସିଦ୍ଧାନ୍ତ ଅଟେ ଏବଂ ଅର୍ଦ୍ଧ- ବୈଚାରିକ ପ୍ରତିକୃତର ନୁହେଁ , ତେଣୁ ସେ ରାଜସ୍ୱ ପରିଷଦର ଆଦେଶକୁ ନାକଚ କରିଥିଲେ ଏବଂ ନିର୍ଦ୍ଦେଶ ଦେଇଥିଲେ ଯେ ତହସିଲଦାର , ପ୍ରଶାସନିକ ପାର୍ଶ୍ଵରୁ ଆବେଦନକାରୀଙ୍କ ଆବେଦନପତ୍ରକୁ ପୁନଃ ବିଚାର କରିବା ଉଚିତ ଏବଂ ତାଙ୍କ ସିଦ୍ଧାନ୍ତରେ ଉପନୀତ ହେବା ଉଚିତ । ଉଚ୍ଚ ନ୍ୟାୟାଳୟ, କେବଳ ଏହି କରଣ ଉପରେ ଉକ୍ତ ଆଦେଶରେ ହସ୍ତକ୍ଷେପ କରିଥିଲେ ଯେ ରାଜସ୍ୱ ପରିଷଦର କୌଣସି କର୍ତ୍ତୁତ୍ଵ ନାହିଁ । ଯେହେତୁ ତହସିଲଦାର ଙ୍କ ଆଦେଶ ଏକ ଅର୍ଦ୍ଧ – ବୈଚାରିକ ଆଦେଶ ନୁହେଁ । ଅନ୍ୟ ଅର୍ଥରେ ଉଚ୍ଚନ୍ୟାୟଳୟ ଙ୍କ ଅନୁଯାୟୀ, ତହସିଲଦାରଙ୍କ ଆଦେସ ଏକ ପ୍ରଶାସନିକ ଆଦେଶ ଅଟେ । ଯଦି ତାହା ହୋଇଥାଏ, ତାହେଲେ ଏକ ପ୍ରଶାସନିକ ସିଦ୍ଧାନ୍ତ ଗ୍ରହଣ କରିବା ନିମନ୍ତେ, ପୁନର୍ବାର ତହସିଲଦାରଙ୍କ ଆଦେଶ ଏକ ପ୍ରଶାସନିକ ଆଦେଶ ଅଟେ । ଯଦି ତାହା ହୋଇଥାଏ, ତାହେଲେ ଏକ ପ୍ରଶାସନିକ ସିଦ୍ଧାନ୍ତ ଗ୍ରହଣ କରିବା ନିମନ୍ତେ ପୁନର୍ବାର ତହସିଲଦାରଙ୍କୁ ତାହା କାହିଁକି ପ୍ରେରଣ କରାଯିବ, ତାହା ଜଣେ ହୃଦୟଙ୍ଗମ କରିପାରେ ନାହିଁ । ତେଣୁ ଉଚ୍ଚନ୍ୟାୟଳୟଙ୍କ ଆଦେଶ ଗ୍ରହଣୀୟ ନୁହେଁ – (୧୯୯୫ (୧) ଓ ଏଲ ଆର – ୫୮୭ (ଶ୍ରୀମତୀ ବାସନ୍ତୀ କୁମାରୀ ସାହୁ ବିନାମ ଓଡିଶା ରାଜ୍ୟ ସରକାର ଏବଂ ଅନ୍ୟମାନେ ।
ସମ୍ପତ୍ତିର ନ୍ୟସ୍ତିକରଣ ପରେ ତହସିଲଦାରଙ୍କ କ୍ଷମତାକୁ ସ୍ପଷ୍ଟ କରାଯାଇଛି ନ୍ୟସ୍ତିକରାନ ପରେ କୃଷକ କୃଷକଭାବେ ରହେ। ରାଜ୍ୟ, ଜମିଦାର ଭାବେ ଖଜଣା ଆଦାୟ କରିବା ନିମନ୍ତେ ହକଦାର ଅଟେ । ତହସିଲଦାର, ରାଜ୍ୟର ଜଣେ ପ୍ରତିନିଧିଭାବେ ଖଜଣା ଆଦାୟ କରନ୍ତି, କୃଷକ ସହିତ ଜମି ବନ୍ଦୋବସ୍ତ କରିବା ଅଧିକାର ତାଙ୍କର ନାହିଁ । ଯଦି ସେ ସେପରି କରନ୍ତି, ତାହେଲେ ସେ କର୍ତ୍ତୁତ୍ଵତର ଅପବ୍ୟବହାରର କରୁଛନ୍ତି ବୋଲି ଧରାଯିବ, ଯାହାକି ତାଙ୍କ ଉପରେ ନ୍ୟସ୍ତ କରାଯାଇ ନାହିଁ ଏବଂ ଏପରି କୌଣସି ସିଦ୍ଧାନ୍ତକୁ ନାକଚ କରିବା କ୍ଷମତା, ରାଜସ୍ୱ ପରିଷଦର ଅଛି - (୧୯୯୨(୧) ଓ ଏଲ ଆର – ୪୭ ଏବଂ ୪୧)।
ପୂର୍ବମଧ୍ୟସ୍ଥଙ୍କ ଦ୍ଵାରା, ପରିବର୍ତ୍ତେ ଦିଆଯାଇଥିବା କୃଷି ଜମି ସଂବନ୍ଧରେ, ଖଜଣା ର ଗ୍ରହଣ, ରୟତି ଆଧିକାର ପ୍ରଦାନ କରିଥାଏ । ଏପରି ପଟ୍ଟା ଧାରଣକାରୀଙ୍କୁ, ଏକତ୍ରୀକରଣ ଅଧିକାରୀମାନେ, ରୟତି ଅଧିକାର ପ୍ରଦାନ କରିଥାଏ । ଏପରି ପଟ୍ଟା ଧାରଣକାରୀଙ୍କୁ ଏକତ୍ରୀକରଣ ଅଧିକାରୀମାନେ, ରୟତଭାବେ ଗ୍ରହଣ କରିବେ ଏବଂ ଏହି ଦଫା ବ୍ୟବସ୍ଥାର ଅନୁଯାୟୀ, କ୍ଷମତା ପରିଚାଳନା କରିଥିବା ଅଧିକାରୀଙ୍କ ସିଦ୍ଧାନ୍ତକୁ ସମ୍ମାନ ଦେବେ – (୧୯୯୨(୨) ଓ ଏଲ ଆର – ୫୨୯)।
ଆଇନର ଦଫା ୩୯ ଏକ ପ୍ରତିବନ୍ଧକ ନୁହେଁ, ଯଦି କୌଣସି ବ୍ୟକ୍ତି ଏହି ଆଇନ ବଳବତ୍ତର ହେବା ପୂର୍ବରୁ ଜଣେ କୃଷକ ଭାବେ, ଜମି ଦଖଲରେ ଥାଏ, ଦେୱାନୀ ନ୍ୟାୟାଳୟ ଦ୍ଵାରା ଏପରି ଏକ ଘୋଷଣା ପ୍ରଦାନ କରାଯାଇଥାଏ । (୧୯୯୮(୧) ଓ ଏଲ ଆର – ୫୬୨।
ପଟ୍ଟା ଅବଧି କିମ୍ବା ସମୟ ନିମନ୍ତେ, ଭାଗ – ଚାଷର ଜମିରେ ସ୍ଵାର୍ଥ ନିହିତ ଥାଏ, ୧୯୮୪ (୧) ଓ ଏଲ ଆର – ୭୨।
‘ଦେଶ – ହାଟ “ଜାଗୀର ହସ୍ତାନ୍ତରଣୀୟ ନୁହେଁ – ୪୦ (୧୯୭୪) ଏଲ ଟି ଏସ ଏନ – ୯୨, ଆହୁରି ମଧ୍ୟ ୩୮ (୧୯୭୨) ସି ଏଲ ଟି – ୫୭୭ ଦ୍ରଷ୍ଟବ୍ୟ)
ଏହି ଦଫା ଅନୁଯାୟୀ , ବିବାଦୀୟ ଉକ୍ତିକୁ ସ୍ଥିର କରାଯାଇ ପାରିବ ନାହିଁ, ମୋକଦ୍ଦମା ପ୍ରତିବନ୍ଧକ ନୁହେଁ – (୩୭(୧୯୭୨) ସି ଏଲ ଟି – ୩୮୯ “କ” ୧୯୭୧ ଓଡିଶା – ୨୭୧)।
ଭାରତୀୟ ତମାଦି ଆଇନର ଆର୍ଟିକିଲ – ୧୧୨ ଦୃଷ୍ଟିରୁ, କୃଷକ ଠାରୁ ଭୂମି ଖଜଣା ଉଦ୍ଧାର କରିବାର ତମାଦି ସମୟ ୩୦ ବର୍ଷ ଅଟେ – (୩୭ (୧୯୭୧) ସି ଏଲ ଟି -୧୯୦।
ମଧ୍ୟସ୍ଥଙ୍କ ଅଧୀନରେ ଜଣେ କୃଷକଭାବେ ନ୍ୟସ୍ତିକରଣ ତାରିଖରେ, ଦୈନିକ ଦଖଲରେ ଥିବା କୌଣସି ବ୍ୟକ୍ତି, ସେହି ଅଧିକାରୀ ସହିତ ରହିବେ – (2007 (2) ଓ ଏଲ ଆର – 558 (ସାଧାରଣ ପ୍ରଶାସନିକ ସରକରାଙ୍କ ବିଶେଷ ସଚିବ ଏବଂ ଅନ୍ୟମାନେ ବନାମ ଶ୍ରୀ ବଂଶିଧର ନାଏକ) । ମଧ୍ୟସ୍ଥ, ସ୍ଵୟଂକ୍ରୀୟାଭାବେ ଜଣେ କୃଷକ ଅଟନ୍ତି ଏବଂ ଏଥି ନିମନ୍ତେ କୌଣସି ଆଦେଶ ପ୍ରଦାନ କରିବାର ଆବଶ୍ୟକାତା ନାହିଁ - 2007 (ସପ୍ଲିମେଣ୍ଟାରି -1) ଓ ଏଲ ଆର – 510 (ଓଡିଶା ରାଜ୍ୟ ସରକାର ଏବଂ ବିନାମ ଶ୍ରୀମତୀ ହରପ୍ରିୟା ବିଶୋଇ ଏବଂ ଅନ୍ୟ ଜଣେ ।
୮‘କ’ ଦଫା ୬, ୭ ଏବଂ ୮ ଅନୁଯାୟୀ ଦାବୀ ଦାଖଲ କରିବା ଏବଂ ସେ ସମ୍ବନ୍ଧୀୟ ବିବାଦ:-
[ଉଲ୍ଲେଖଥାଉ ଯେ, କଲେକ୍ଟର ଯେତେ ଶୀଘ୍ର ସମ୍ଭବ ଉପ ଦଫା (୧) କି ଉପ ଦଫା (୨) ଅନୁଯାୟୀ ଦାଖଲ କାରାଯାଇଥିବା ଏପରି କୌଣସି ଦାବୀ ଉପରେ ଉପଯୁକ୍ତ ସ୍ଥାନରେ ଡ୍ରମବାଦ୍ୟ ଦ୍ଵାରା ଏବଂ ଏପରି ଆଖିଦୃଶିଆ ସ୍ଥାନରେ ପ୍ରାଚୀର – ପତ୍ର ସଂଯୋଗ କରି ସର୍ବସାଧାରଣ ସୂଚନା ପ୍ରଦାନ କରିବେ ଯେପରି ସେ ଉଚିତ ମଧ୍ୟ କରନ୍ତି ଏବଂ ଇଚ୍ଛୁକ ବ୍ୟକ୍ତିମାନଙ୍କଠାରୁ ଆପତ୍ତି ଆହ୍ଵାନ କରିବେ ।
[ ଆହୁରି ଉଲ୍ଲେଖ ଥାଉ ଯେ ସେହି ସମସ୍ତ ସମ୍ପତ୍ତି ସଂବନ୍ଧରେ, ଯାହା ଓଡିଶା ଜମିଦାରୀ ଉଚ୍ଛେଦ (ଦ୍ଵିତୀୟ ସଂଶୋଧନ) ଆଇନ ୧୯୫୭ (ଓଡିଶା ଆଇନ ୩/୧୯୫୮) ର ପ୍ରଚଳନ ତାରିଖ ପୂର୍ବରୁ ରାଜ୍ୟ ସରକରାଙ୍କ ଠାରେ ନ୍ୟସ୍ତ ଥିଲା ସେପରିସ୍ଥଳେ, ଉପ – ଦଫା (୧) ଏବଂ(୨) ରେ ଉଲ୍ଲେଖିତ ଦାବୀ, ଉକ୍ତ ତାରିଖ (ଛଅମାସ ମଧ୍ୟରେ, କଲେକ୍ଟରଙ୍କ ସମ୍ମୁଖରେ ଦାଖଲ କରାଯିବ ।
[ଆହୁରି ମଧ୍ୟ ଉଲ୍ଲେଖ ଥାଉ ଯେ, କୌଣସି ସମ୍ପତ୍ତି ସଂବନ୍ଧରେ, କୌଣସି ମଧ୍ୟସ୍ଥଙ୍କ ତରଫରୁ ଦାବୀ ଯାହାକି ୧୯୭୦ ମସିହା ୧୮ ମାର୍ଚ୍ଚ କିମ୍ବା ପରେ, ମାତ୍ର ଓଡିଶା ଜମିଦାର ଉଚ୍ଛେଦ (ସଂଶୋଧନ ଆଇନ ୧୯୭୪ ପ୍ରଚଳନ ତାରିଖ ପୂର୍ବରୁ ରାଜ୍ୟସରକାରଙ୍କ ଠାରେ ନ୍ୟସ୍ତ ଥାଏ ସେପରି ସ୍ଥଳେ, ଯେଉଁ ସ୍ଥଳରେ ଏପରି ଦାବୀ କୌଣସି ଟ୍ରଷ୍ଟ ସମ୍ପତ୍ତି ସହ ସମ୍ପୃକ୍ତ ଥାଏ, ତାହା ଏହି ଆଇନର ପ୍ରଚଳନ ତାରିଖରୁ ଛଅମାସ ସମୟ ମଧ୍ୟରେ, କଲେକ୍ଟଙ୍କ ସମ୍ମୁଖରେ ଦାଖଲ କରାଯିବ ।
ଆହୁରି ଉଲ୍ଲେଖ ଥାଉ ଯେ, ଉପରୋକ୍ତ ଅନୁଯାୟୀ, ଏପରି କୌଣସି ଦାବୀ ଯାହାକି ୧୯୭୪ ମସିହା ସେପ୍ଟେମ୍ବର ପରେ ଏବଂ ଏହି ଆଇନର ପ୍ରଚଳନ ପୂର୍ବରୁ ଦାଖଲ କରାଯାଇଥାଏ । ତାହା ସମସ୍ତ ଉଦ୍ଦେଶ୍ୟ ନିମନ୍ତେ ତମାଦି ସମୟ ମଧ୍ୟରେ ଦାଖଲ କରାଯାଇଥିବା ଦାବି ବୋଲି ବିବେଚନା କରାଯିବ ।
[ଆହୁରି ଉଲ୍ଲେଖ ଥାଉ ଯେ, ଉପରୋକ୍ତ ଅନୁଯାୟୀ, ଏପରି କୌଣସି ଦାବି ଯାହାକି 1974 ମସିହା 18 ସେପ୍ଟେମ୍ବର ପରେ ଏବଂ ଏହି ଆଇନର ପ୍ରଚଳନ ପୂର୍ବରୁ ଦାଖଲ କରାଯାଇଥାଏ, ତାହା ସମସ୍ତ ଉଦ୍ଦେଶ୍ୟ ନିମନ୍ତେ ତମାଦି ସମୟ ମଧ୍ୟରେ ଦାଖଲ କରାଯାଇଥିବା ଦାବି ବୋଲି ବିବେଚନା କରାଯିବ । ।
ଉଲ୍ଲେଖଥାଉ ଯେ, ଯେତେବେଳେ ଏହି ଅକୃତକାର୍ଯ୍ୟ, କୌଣସି ଆଇନ ନ୍ୟାୟଳୟର କାର୍ଯ୍ୟାନୁଷ୍ଠାନ ର ସ୍ଥଗିତାବସ୍ଥା ଯୋଗୁଁ ହୋଇଥାଏ, ଯେଉଁଠାରେ ଦଫା 3 କିମ୍ବା 3’କ’ ଅନୁଯାୟୀ ବିଜ୍ଞପ୍ତିର ବୈଧତା ବିବାଦୀୟ ହୋଇଥାଏ । ସେପରି ସ୍ଥଳେ ରାଜ୍ୟ ସରକାର ଏ ସଂବନ୍ଧରେ ବିଶେଷଭାବେ ପ୍ରଦାନ କରାଯାଇଥିବା କୌଣସି ଆଦେଶ ଦ୍ଵାରା, ଏପରି ଦାବୀ ଦାଖଲ ନିମନ୍ତେ, ସମୟ ପରିବର୍ତ୍ତନ କରିପାରନ୍ତି ।
ଉଲ୍ଲେଖଥାଉ ଯେ ଦଫା 2 ର ଧାରା (ଓଓ) ପ୍ରତି ପ୍ରତିବନ୍ଧକ ଉଲ୍ଲେଖିତ କୌଣସି ସମ୍ପତ୍ତି କ୍ଷେତ୍ରରେ, ଏପରି କୌଣସି ଉଲ୍ଲେଖ ଆବଶ୍ୟକ ହେବ ନାହିଁ ।
ଟିପ୍ପଣୀ
ଦଫାର ପରିସର ଏବଂ ଉଦ୍ଦେଶ୍ୟକୁ ସ୍ପଷ୍ଟ କରାଯାଇଛି, ଅଧିକନ୍ତୁ, ଏହା ପକ୍ଷମାନଙ୍କର ଦାବୀର ସମାଧାନ ନିମନ୍ତେ , ଆବେଦନପତ୍ର ଦଖଲ କରିବା ପଦ୍ଧତି ବ୍ୟବସ୍ଥାୟୀତ କରେ – (୩୩ (୧୯୬୭)ସି ଏଲ ଟି -୧୫୫ । ୩୧(୧୯୬୫) ସି ଏଲ ଟି – ୬୭୧ , ୩୭ (୧୯୭୧) ସି ଏଲ ଟି – ୯୪୫ ।
ଏହି ଦଫା ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶର ବୈଧତାକୁ ଆହ୍ଵାନ କରିବାରେ, ଦେୱାନୀ ନ୍ୟାୟଳୟଙ୍କ କର୍ତ୍ତୃତ୍ଵରେ ପ୍ରତିବନ୍ଧକ – (୩୭(୧୯୭୧) ସି ଏଲ ଟି – ୯୯୨ ।
୮ ‘ଖ’ ଆକଳନ ପୂର୍ବରୁ, ସେହି ସମୟ ନିମନ୍ତେ ଖଜଣାର ଆଦାୟ ନିମନ୍ତେ ତମାଦି :-
ସେତେବେଳେ ବଳବତ୍ତରର ଥିବା ଅନ୍ୟ କୌଣସି ଆଇନରେ ଧାରିତ କୌଣସି ବିଷୟ ସତ୍ତ୍ୱେ, ଅଟ୍ଟାଳିକା କିମ୍ବା ନିର୍ମାଣ ସଂବନ୍ଧରେ କଲେକ୍ଟରଙ୍କ ଦ୍ଵାରା ସ୍ଥିର କରାଯାଇଥିବା ଉପଯୁକ୍ତ ଖଜଣା, ଯାହାକି ମଧ୍ୟସ୍ଥଙ୍କ ସହିତ ବନ୍ଦୋବସ୍ତ କରାଯାଇଥାଏ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସହିତ ଦଫା ୬ ଏବଂ ୮ ଅନୁଯାୟୀ ବନ୍ଦୋବସ୍ତ କରାଯାଇଥାଏ, ତାହା ଏପରି ଖଜଣା ଆକଳନ ତାରିଖ ପୂର୍ବରୁ ସେହି ସମୟ ନିମନ୍ତେ, ତାହା ତାରିଖରୁ ୨ ( ଦଶବର୍ଷ ) ସମୟା ମଧ୍ୟରେ , ରାଜ୍ୟ ସରାକରଙ୍କ ଦ୍ଵାରା ଆଦାୟ କରାଯିବ ।
[ସଂରକ୍ଷଣ:- ଏହି ଆଇନର ଦଫା ୨ ଦ୍ଵାରା ଯେପରି ସଂଶୋଧିତ, ମୂଳ ଆଇନର ଦଫା ୮ ‘ଖ’ ରେ ଧାରିତ କୌଣସି ବ୍ୟବସ୍ଥା, କୌଣସି କ୍ଷେତ୍ରରେ କୌଣସି ଉପଯୁକ୍ତ ଏବଂ ଯଥାଯଠ ଖଜଣା ଆଦାୟ ପ୍ରତି, ରାଜ୍ୟସରକାରଙ୍କୁ କ୍ଷମତାୟୀତ କରେ ବୋଲି ଧରାଯିବ ନାହିଁ ଯେଉଁସ୍ଥଳରେ ଏପରି ଆଦାୟ, ଉକ୍ତ ଦଫା 8- “ଖ” ଧାରିତ ବ୍ୟବସ୍ଥାର କାରଣ ଦ୍ଵାରା ପ୍ରତିବନ୍ଧକ ହୋଇଥାଏ, ଯାହାକି ଉକ୍ତ ଦଫା ଦ୍ଵାରା, ଏହାର ସଂଶୋଧନ ପୂର୍ବରୁ ଥିଲା ।
୮'ଗ’ ଦାର୍ ମିଲା ଇନାମ୍ ପ୍ରତି (ଦଫା ୬, ୭, ୭ -‘କ’ ଏବଂ ୮ - ‘କ’ ଏବଂ ୮ ‘ଖ’)ର ପ୍ରୟୋଗ :-
କୌଣସି ନାବାଳକ ଦାର୍ ମିଲା ଇନାମ୍ ଙ୍କର ଜଣେ ଇନାମ୍ ଦାର୍ ଙ୍କ ସମ୍ବନ୍ଧରେ, ଦଫା ଦଫା ୬, ୭, ୭ -‘କ’ ଏବଂ ୮- ‘କ’ ଏବଂ ୮ ‘ଖ’, ସେହି ସମ୍ପତ୍ତି ସମ୍ବନ୍ଧରେ ପ୍ରୟୋଗ ହେବ, ଯେପରିକି ଏପରି ଇନାମ୍ ଏକ ଇନାମ୍ ଥିଲା ଏବଂ ପୃଥକ୍ ଭାବେ ନ୍ୟସ୍ତ କରାଯାଇଥିଲା ।
ଉଲ୍ଲେଖଥାଉ ଯେ, ଯେଉଁ ସ୍ଥଳରେ ଏପରି ନ୍ୟସ୍ତିକରଣ, ଓଡିଶା ଜମିଦାର ଉଚ୍ଛେଦ (ସଂଶୋଧନ ) ଆଇନ 1960 ବଳବତ୍ତର ହେବା ତାରିଖ ପୂର୍ବରୁ ଘଟିଥାଏ ସେପରିସ୍ଥଳେ ଦଫା 8 ‘କ” ର ଉପଦଫା (1) ରେ ଉଲ୍ଲେଖିତ ଦାବୀ , ଉକ୍ତ ତାରିଖରୁ ତିନିମାସ ମଧ୍ୟରେ ଅତିବାହିତ ହେବାପୂର୍ବରୁ , କଲେକ୍ଟରଙ୍କ ନିକଟରେ ଦାଖଲ କରାଯିବ ।
ସ୍ପଷ୍ଟୀକରଣ
ନାବାଳକ ଦାରମଇଳା ଇନାମ ‘ ଅର୍ଥ ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲାରେ କୌଣସି ପୂର୍ବ- ବନ୍ଦୋବସ୍ତ ଭାବେ , ସ୍ଥାନୀୟଭାବେ ଜଣା କୌଣସି ମଞ୍ଜୁରୀ ।
୮‘ଘ’ ଟ୍ରିବ୍ୟୁନାଲର ଗଠନ :
୮ ‘ଙ’ ଉଲ୍ଲେଖିତ ଫଇସଲା
ଉଲ୍ଲେଖଥାଉ ଯେ, ଜାଡୀ ଏପରି ଆଦେଶ, ଜିଲ୍ଲା କଲେକ୍ଟରଙ୍କ ବ୍ୟତୀତ, ଅନ୍ୟ କୌଣସି ଆଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଏ, ସେପରିସ୍ଥଳେ ଏପରି ଆଦେଶର ଷାଠିଏ ଦିନ ମଧ୍ୟରେ ଦାଏର କରାଯାଇଥିବା ଅପିଲ ଉକ୍ତ କଲେକ୍ଟରଙ୍କ ନିକଟରେ ଦାଏର କରାଯିବ, ଯେକି ରାଜସ୍ୱ ପରିଷଦ ଦ୍ଵାରା ଏପରି ଅପିଲର ଫଇସଲା ନିମନ୍ତେ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ, ଏପରି ଅପିଲ ଫଇସଲା କରିବେ ।
ସ୍ପଷ୍ଟୀକରଣ
ପ୍ରତିବନ୍ଧକରେ ଉଲ୍ଲେଖିତ ଜିଲ୍ଲା – କଲେକ୍ଟର, ଏହି ଉପ ଦଫା – ଉଦ୍ଦେଶ୍ୟରେ ଉକ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ଅନ୍ତର୍ଭୁକ୍ତ କରିବ ।
ଟିପ୍ପଣୀ
ଓଡିଶା ଜମିଦାରୀ ଉଚ୍ଛେଦ କଲେକ୍ଟରଙ୍କ ଦ୍ଵାରା ରାଏ – ଋଣୀଙ୍କ ସପକ୍ରେ ଜମି ବନ୍ଦୋବସ୍ତ – ଏହି କାରଣ ଉପରେ ଡିଗ୍ରୀଧାରିଙ୍କ ଦ୍ଵାରା ଆପତ୍ତି ଉଠାଯାଇଥିଲା ଯେ ଘୋଷଣା ଏବଂ ସୂଚନା ନିର୍ଗମ କରାଯାଇନଥିଲା – କରାଯାଇନଥିବା ବନ୍ଦୋବସ୍ତ ଗ୍ରହଣୀୟ ନୁହେଁ । - (୧୯୯୬(୧) ଓ ଏଲ ଆର -୩୮) ।
ଏହି ଆଇନର ଦଫା ୫ (୧) ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶ ବିରୁଦ୍ଧରେ, ସର୍ବସାଧାରଣଙ୍କର ଅପିଲ କରିବା ଅଧିକାର ନାହିଁ । (୩୯(୧୯୬୯)ସି ଏଲ ଟି ଏନ –୬୦) ।
ଅତିରିକ୍ତ ଜିଲ୍ଲାମାଜିଷ୍ଟ୍ରେଟଙ୍କ ନିକଟରେ ଅପିଲ ଦାଏର କରାଯାଇଥିଲା - ଫଇସଲା ନିମନ୍ତେ, ତାହା ନିକଟରେ ହସ୍ତାନ୍ତରଣ କରିବା କ୍ଷମତା କଲେକ୍ଟରଙ୍କର ନାହିଁ । (୩୫ (୧୯୬୯) ସି ଏଲ ଟି – ୧୦୩୪) ।
ରାଜସ୍ୱ ପରିଷଦ ସମ୍ମୁଖରେ ଦ୍ଵିତୀୟ ଅପିଲର ଗ୍ରହଣୀୟତା ସ୍ପଷ୍ଟ କରାଯାଇଛି “ କୌଣସି ଆଦେଶ “ ର ଅଧିକ ଅର୍ଥକୁ ମଧ୍ୟ ସ୍ପଷ୍ଟ କରାଯାଇଛି (୩୫ (୧୯୬୫) ସି ଏଲ ଟି – ୬୯୬) ।
ଯେହେତୁ ୧୯୭୪ ମସିହାରେ, ରାଜ୍ୟରେଜମି ନ୍ୟସ୍ତ କରାଗଲା, ତେଣୁ ଏହି ଆଇନରେ ଦଫା ୮୩(୩) ର ବ୍ୟବସ୍ଥାବଳୀର କୌଣସି ପ୍ରୟୋଗନିୟତା ନାହିଁ ଏବଂ ଏହି ଆଇନର ଦଫା ୮(୩) ଦ୍ଵାରା ଆବୃତ ଜମି ସଂବନ୍ଧରେ , ସରକାରୀ ସର୍କୁରାଲ ତା ୧୪.୦୩.୧୯୯୧ ରେ ମନକୁ ମନ ଆରମ୍ଭ କରାଯାଇଥିବ ବେ-ବନ୍ଦୋବସ୍ତ ମୋକଦ୍ଦମାରେ ପ୍ରଦାନ କରାଯାଇଥିବା କୌଣସି ଆଦେଶ ବିରୁଦ୍ଧରେ ଦଫା ୯ ଅନୁଯାୟୀ, କୌଣସି ଅପିଲ ଦାଏର କରାଯାଇପାରିବ ନାହିଁ । ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଅପିଲ, ଉପଯୁକ୍ତ ନୁହେଁ । ଅଧିକନ୍ତୁ କୌଣସି ସର୍ବସାଧାରଣ ସୂଚନା ନଥିଲା ଏବଂ ଆବେଦନକାରୀମାନଙ୍କୁ ଏହି ମୋକଦ୍ଦମାରେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା - (୧୦୩)(୨୦୦୭ ) ଶି ଏଲ ଟି – ୧୮୩, ୨୦୦୭ (୧) ଓ ଏଲ ଆର – ୮୯ – ବସନ୍ତ କୁମାର ଦେଇ ବିନାମ ଶ୍ରୀମତୀ କୃଷ୍ଣପ୍ରିୟା ଦେବୀ ଏବଂ ଅନ୍ୟମାନେ ।
ଉଲ୍ଲେଖଥାଉ ଯେ ଏପରି ସମସ୍ତ ସର୍ତ୍ତାବଳୀ, ସେତେବେଳେ ବଳବତ୍ତର ଥିବା କୌଣସି ସାଧାରଣ ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ କରାଯିବ, ଯାହାକି ନୂତନ ଖଣି ପଟ୍ଟାର ମଞ୍ଜୁରକୁ ନିୟନ୍ତ୍ରଣ କରେ ।
ଉଲ୍ଲେଖଥାଉ ଯେ, ସେତେବେଳେ ବଳବତ୍ତର ଥିବା କୌଣସି କେନ୍ଦ୍ରୀୟ ଆଇନର ବ୍ୟବସ୍ଥାବଳୀ ସହ ସମନ୍ଵୟ ରକ୍ଷାକରି, ଉକ୍ତ ପଟ୍ଟାର ସର୍ତ୍ତାବଳୀରେ କୌଣସି ସଂଶୋଧନ କରିବାରେ ଏହି ଉପ- ଦଫା କୌଣସି ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଧରାଯିବ ନାହିଁ ।
ଯେଉଁ ସ୍ଥଳରେ ଦଫା ୧୦ କିମ୍ବା ଦଫା ୧୧ ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ଵାରା କୌଣସି ସଂପତ୍ତିରେ ଥିବା ଖଣି ଏବଂ ଖଣିଜ ପଦାର୍ଥକୁ ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଇଛି ବୋଲି ଧରାଯାଏ, ସେପରି ସ୍ଥଳେ ଏପରି ପଟ୍ଟାରେ ଅନ୍ତର୍ଭୁକ୍ତ ହୋଇନଥିବା ସମସ୍ତ ଅଟ୍ଟାଳିକା ଏବଂ ଜମି, ତାହା ଉକ୍ତ ସଂପତ୍ତିରେ କିମ୍ବା ଅନ୍ୟ କୌଣସି ସଂପତ୍ତିରେ ଧାରୀତ ହୋଇଥାଉ, ଯାହାକି ଏହି ଆଇନର କାର୍ଯ୍ୟକାରିତା ଯୋଗୁଁ , ରାଜ୍ୟ ସରକାରଙ୍କ ଠାରୁ ନ୍ୟସ୍ତ ହୋଇଥାଏ, ଯାହାକି ଏପରି ପଟ୍ଟାରେ ଧାରୀତ ଖଣି ଏବଂ ଖଣିଜ ପଦାର୍ଥର କାର୍ଯ୍ୟକାରିତା କିମ୍ବା ସମ୍ପାଦନ ସହିତ ଉଦ୍ଦେଶ୍ୟ ନିମନ୍ତେ, ପଟ୍ଟାଧାରୀଙ୍କ ବ୍ୟବହାର ଏବଂ ଦଖଲରେ ଥାଏ ଏବଂ ତାହା ଜମି ସହିତ, ଯାହା ଉପରେ କୌଣସି କାର୍ଯ୍ୟ, ଯନ୍ତ୍ରପାତି, ଟ୍ରାମ – ଲାଇନ ଥାଏ, ଯାହାକି ଏପରି ଖଣିରେ ନିକଟରେ ଥାଏ, ତାହା ଏପରି ସଂପତ୍ତିର ନ୍ୟସ୍ତିକରଣ ତାରିଖରୁ ଉକ୍ତପଟ୍ଟାଧାରୀଙ୍କୁ, ରାଜ୍ୟ ସରକାରଙ୍କ ଦ୍ଵାରା ପଟ୍ଟା ଦିଆଯାଇଛି ବୋଲି ଧରାଯିବ ଏବଂ ଏପରି ଯଥାଯଠ ଭୂ –ଖଞ୍ଜନା ପ୍ରଦାନରେ ନିୟନ୍ତ୍ରଣାଧଇଁରେ ଉକ୍ତପଟ୍ଟାଧାରୀ ବ୍ୟକ୍ତି, ଏପରି ସମସ୍ତ ଅଟ୍ଟାଳିକା ଏବଂ ଜମିକୁ ଦଖଲ କରିବା ନିମନ୍ତେ ହକଦାର ହେବେ, ଯେପରି ରାଜ୍ୟସରକାର ଏବଂ ପଟ୍ଟାଧାରୀ ବ୍ୟକ୍ତିଙ୍କ ଦ୍ଵାରା ସମ୍ମତି ହୋଇଥିବା କିମ୍ବା ଏପରି ଚୁକ୍ତିର ଖିଲାପିପରେ, ଯେପରି ଦଫା ୧୩ ଅନୁଯାୟୀ ନିଯୁକ୍ତ ଖଣି – ଟ୍ରିବ୍ୟୁନାଳଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ।
ଟିପ୍ପଣୀ
ଆଇନର ଦଫା ୧୩ “ଘ” ଏବଂ ଦଫା ୨୮ (୨) କୁ ବିଚାରକୁ ନେଇ ଏହି ଦଫାର ବ୍ୟବସ୍ଥାବଳୀ, ପଛୁଆଭାବେ ବଳବର୍ତ୍ତରଣୀୟ ନୁହେଁ – (୩୬(୧୯୭୦) ଶି ଏଲ ଟି – ୧୯୩ ) ।
ଶବ୍ଦ ‘ ପକ୍ଷ’ ର ଅର୍ଥକୁ ସ୍ପଷ୍ଟ କରାଯାଇଛି । କାର୍ଯ୍ୟାନୁଷ୍ଠାନରେ ଟ୍ରିବ୍ୟୁନାଲ ସମ୍ମୁଖରେ କଲେକ୍ଟର ଏକ ପକ୍ଷ ନୁହଁନ୍ତି – ରାଜ୍ୟକୁ ପ୍ରତିନିଧିତ୍ଵ କରି ସେ ଉଚ୍ଚନ୍ୟାୟଳୟ ସମ୍ମୁଖରେ କୌଣସି ଅପିଲ ଦାଏର କରିପାରିବେ ନାହିଁ - (୩୬(୧୯୭୦) ସି ଏଲ ଟି –ଏସ ଏନ -୪୧ ) ।
ଆଇନର ବିଭିନ୍ନ ଦଫାରେ ଦେଖାଯାଇଥିବା ଶବ୍ଦ ‘ସଂପତ୍ତି‘ଶବ୍ଦର ଅର୍ଥକୁ ସ୍ପଷ୍ଟ କରାଯାଇଛି – (୩୫(୧୯୬୯) ସି ଏଲ ଟି – ୯୬୮ ।
ଉକ୍ତ ସଂପତ୍ତି ଜଣେ ଟ୍ରଷ୍ଟି ହିଁ, କୌଣସି ଆବେଦନପତ୍ର ପ୍ରଦାନ କରିପାରିଲେ (୩୫(୧୯୬୯) ସି ଏଲ ଟି – ୯୬୮)।
ଏହି ଦଫାରେ ଯେପରି ବ୍ୟବସ୍ଥାୟୀତ, ତମାଦି ନିମନ୍ତେ ଏବଂ ଏହାର ପଛୁଆ ପ୍ରୟୋଗ ନିମନ୍ତେ , ଦୟାକରି ୩୫(୧୯୬୯) ସି ଏଲ ଟି – ୯୬୮; ୩୩ (୧୯୬୭) ସି ଏଲ ଟି – ୧୧୮୫ ଦ୍ରଷ୍ଟବ୍ୟ ।
ଏହି ଅଧ୍ୟାୟ , ଓଡିଶା ଆଇନ ସଂଖ୍ୟା ୫/୬୩ ଦ୍ଵାରା ସଂଯୋଗ କରାଯାଇଥିଲା ଏବଂ ଓଡିଶା ଆଇନ ୩୩/୭୦ ଦ୍ଵାରା ଋଦ୍ଧିକୃତ ହୋଇଥିଲା । ଯେହେତୁ ଦଫା ୮ “ଘ” ଏବଂ ୮ଙ ରେ ଥିବା ଏକା ବ୍ୟବସ୍ଥାବଳୀ, ରାଷ୍ଟ୍ରପତିଙ୍କ ଆଇନସଂଖ୍ୟା ୩/୧୯୭୪ ଦ୍ଵାରା ପୁନର୍ବାର ଅନ୍ତର୍ଭୁକ୍ତ କରାଯାଇଛି, ତେଣୁ ସମୁଦାୟ ରଦିକୃତ ଅଧ୍ୟାୟସହିତ ଟିପ୍ପଣୀକୁ ,ପରିଶିଷ୍ଟ -୩ ମୁଦ୍ରଣ କରାଯାଇଛି ।
ଆଧାର – ଦ ଲ ହାଉସ
Last Modified : 1/28/2020