অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଜମିଦାରୀ ଉଚ୍ଛେଦ ନିୟମାବଳୀ, ୧୯୫୨

ଓଡିଶା ଜମିଦାରୀ ଉଚ୍ଛେଦ ନିୟମାବଳୀ, ୧୯୫୨

ନଂ, ୫୫୬୭ – ଇ- ଏ ୪/୫୨ ଆର – ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (ଓଡିଶା ଆଇନ ୧/୧୯୫୨ ) ର ଦଫା ୪୭ ର ଉପ-ସଫା (୧) ଦ୍ଵାରା ପ୍ରଦତ୍ତ କ୍ଷମତା ପରିଚାଳନାରେ , ଓଡିଶାର ରାଜ୍ୟପାଳ , ନିମ୍ନଲିଖିତ ନିୟମାବଳୀ ପ୍ରଣୟନ କରିବା ନିମନ୍ତେ ସନ୍ତୁଷ୍ଟ ହୋଇଛନ୍ତି , ଯଥା  :-

ସଂକ୍ଷିପ୍ତ ଆଖ୍ୟା ଏବଂ ପ୍ରାରମ୍ଭ

  1. ଏହି ନିୟମାବଳୀକୁ , ଓଡିଶା ଜମିଦାରୀ ଉଚ୍ଛେଦ ନିୟମାବଳୀ , ୧୯୫୨ ବୋଲି କୁହାଯିବ   ।
  2. ସେଗୁଡିକ ତତକ୍ଷଣାତ ବଳବତନ୍ତର ହେବ   ।

ସଂଜ୍ଞା

ଏହି ନିୟମାବଳୀ, ଯଦି ବିଷୟ କିମ୍ବା ସୂଚୀ ସେପରି କୌଣସି ବିପରିତାର୍ଥ ନଥାଏ  :-

  • “ ଆଇନ “ଅର୍ଥ , ଓଡିଶା ଜମିଦାରୀ ଉଚ୍ଛେଦ ଆଇନ,  ୧୯୫୧
  • “ ଫର୍ମ “ ଅର୍ଥ ଏହି ନିୟମାବଳୀ ସହ ସମ୍ପୃକ୍ତ ସୂଚୀରେ ଉଲ୍ଲେଖିତ କୌଣସି ଫର୍ମ
  • “ ସୂଚୀ “ ଅର୍ଥ ଏହି ନିୟମାବଳୀ ସହ ସଂଯୁକ୍ତ ସୂଚୀ;
  • “ ଦଫା “ ଅର୍ଥ ଏହି ଆଇନର କୌଣସି ଦଫା
  • ଏହି ନିୟମାବଳୀରେ ବ୍ୟବହୃତ ସମସ୍ତ ଶବ୍ଦାବଳୀ ଏବଂ ଉକ୍ତି , ଯାହାକି ସେଥିରେ ସଂଜ୍ଞାୟୀତ କରାଯାଇନାହିଁ, ସେଗୁଡିକର ସେହି ଅର୍ଥ ରହିବ , ଯେପରି ଏହି ଆଇନରେ ସେଗୁଡିକୁ ନ୍ୟସ୍ତ କରାଯାଇଛି ।

ସୂଚନା କିମ୍ବା ଜାରି ପଦ୍ଧତି

  1. ଏହି ଆଇନରେ ଅନ୍ୟଥ୍ୟା ବ୍ୟବସ୍ଥାୟୀତ ବ୍ୟତୀତ, ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ ଜାରି କରାଯିବାକୁ ଆବଶ୍ୟକ ଥିବା କୌଣସି ସୂଚନା କିମ୍ବା ଆଦେଶକୁ ଉକ୍ତ ବ୍ୟକ୍ତିଙ୍କୁ, ତାର ଏକ ସ୍ଵାକ୍ଷରିତ ନକଲ ପ୍ରଦାନ କରି , ଯାହାଙ୍କ ଉପରେ ଏହା ଜାରି କରାଯିବ କିମ୍ବା କୌଣସି ତାଙ୍କ ଦ୍ଵାରା ସଠିକ ଭାବେ କ୍ଷମତାୟୀତ ପ୍ରତିନିଧି କିମ୍ବା ସମୁଦାୟ କିମ୍ବା  ଆଂଶିକ ସଂପତ୍ତିର ଦାୟିତ୍ଵରେ ଥିବା ପ୍ରତିନିଧିକୁ ଏହା ପ୍ରଦାନ କରି, ଜାରି କରାଯିବ, ଯେଉଁଥି ପ୍ରତି ଏପରି ସୂଚନା କିମ୍ବା ଆଦେଶ ସମ୍ପୃକ୍ତ   । ଏପରି ପ୍ରତ୍ୟେକ ସୁକହନା କିମ୍ବା ଆଦେଶର ନକଲ, ସେହି ଜିଲ୍ଲା କଲେକ୍ଟରଙ୍କ ସୂଚନା ପଟ୍ଟାରେ ସଂଯୋଗ କରାଯିବ , ଯେଉଁଥି ଏହା ନିର୍ଗମ କରାଯିବ ଏବଂ ସେହି ଜିଲ୍ଲାକଲେକ୍ଟରଙ୍କ ସୂଚନାପଟ୍ଟାରେ ଏହା ସଂଯୋଗ କରାଯିବ   ।
  2. ଯେଉଁ ସ୍ଥଳରେ ଉକ୍ତ ବ୍ୟକ୍ତି, ଯାହାଙ୍କ ଉପରେ ଏପରି ସୂଚନା ଜାରୀ କରାଯିବାକୁ ଥାଏ କିମ୍ବା ସଂପତ୍ତିର ଦାୟିତ୍ଵରେ ଥିବା ତାଙ୍କ ପ୍ରତିନିଧି, ଯେଉଁଠି ପ୍ରତି ଏପରି ସୂଚନା କିମ୍ବା ଆଦେଶ ସମ୍ପୃକ୍ତ । ଏପରି ପ୍ରତ୍ୟେକ ସୂଚନା କିମ୍ବା ଆଦେଶର ନକଲ, ସେହି ଜିଲ୍ଲା କଲେକ୍ଟରଙ୍କ ସୂଚନା ପଟ୍ଟାରେ ସଂଯୋଗ କରାଯିବ, ଯେଉଁଠୁ ଏହା ନିର୍ଗମ କରାଯିବ ଏବଂ ସେହି ଜିଲାର କଲେକ୍ଟରଙ୍କ ସୂଚନାପଟ୍ଟାରେ ଏହା ସଂଯୋଗ କରାଯିବ ।
  3. ଯେତେବେଳେ ଜାରି –କାରୀ ଅଧିକାରୀ, ସେହି ବ୍ୟକ୍ତିଙ୍କୁ ଏପରି ସୂଚନା କିମ୍ବା ଆଦେଶର ଏକ ନକଲ, ବ୍ୟକ୍ତିଗତଭାବେ ପ୍ରଦାନ କରନ୍ତି , ଯାହାଙ୍କ ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବ ତାଙ୍କ ତରଫରୁ , ତାଙ୍କ ପ୍ରତିନିଧି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପରେ ଏହା ଜାରି କରନ୍ତି , ସେପରି ସ୍ଥଳେ ସେ , ଏପରି ସୂଚନା କିମ୍ବା ଆଦେଶର ମୂଳ ପ୍ରତିଲିପିରେ , ତାଙ୍କର ପ୍ରାପ୍ତି ସ୍ଵକାର ଗ୍ରହଣ କରିବେ  ।
  4. ଯେଉଁ ସ୍ଥଳରେ ଉକ୍ତ ବ୍ୟକ୍ତି, ଯାହାଙ୍କ ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବା କଥା ତାଙ୍କ ପ୍ରତିନିଧି କିମ୍ବା ଉପରୋକ୍ତ ଅନୁଯାୟୀ ଏପରି ଅନ୍ୟ କୌଣସି ବ୍ୟକ୍ତି, ପ୍ରାପ୍ତି ସ୍ଵକାର ପତ୍ରରେ ସ୍ଵାକ୍ଷର କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରନ୍ତି କିମ୍ବା ଯେଉଁ ସ୍ଥଳରେ ଜାରି –କାରୀ ଅଧିକାରୀ, ସମସ୍ତ ଯଥାଯଥ ଚେଷ୍ଟା ସତ୍ତ୍ୱେ ଉକ୍ତ ବ୍ୟକ୍ତିଙ୍କୁ ପାଆନ୍ତି ନାହିଁ, ଯାହାଙ୍କ ଉପରେ ଏପରି ସୂଚନା କିମ୍ବା ଆଦେଶ ପ୍ରଦାନ କରାଯିବ କିମ୍ବା ତାଙ୍କ ତରଫରୁ ଏପରି ସୂଚନା କିମ୍ବା ଆଦେଶ ଗ୍ରହଣ କରିବା ନିମନ୍ତେ କୌଣସି କ୍ଷମତାୟୀତ ବ୍ୟକ୍ତି ନଥାଆନ୍ତି କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯାହାଙ୍କ ଉପରେ ଜାରି କରାଯିବା କଥା, ସେପରିସ୍ଥଳେ ଉକ୍ତ ବ୍ୟକ୍ତିର ବାଦ୍ୟ ଦରଜାରେ କିମ୍ବା ଗୃହର କୌଣସି ଆଖିଦୃଶିଆ ସ୍ଥାନରେ ଉକ୍ତ ସୂଚନା କିମ୍ବା ଆଦେଶର ଏକ ନକଲ ସଂଯୋଗ କରିବେ, ଯେଉଁଠି ଉକ୍ତ ବ୍ୟକ୍ତି ସାଧାରଣଭାବେ ବାସ କରେ କିମ୍ବା ବ୍ୟବସାୟ ପରିଚାଳନା କିମ୍ବା ଲାଭ ନିମନ୍ତେ,  ବ୍ୟକ୍ତିଗତଭାବେ କାର୍ଯ୍ୟକରେ କିମ୍ବା କାର୍ଯ୍ୟାଳୟ କିମ୍ବା ସଂପତ୍ତିର କଚେରୀ ଗୃହ ସମ୍ମୁଖରେ ସଂଯୋଗ କରାଯିବ ଯେଉଁଥିପ୍ରତି ଏପରି ଏକ ସୂଚନା କିମ୍ବା ଆଦେଶ ସମ୍ପୃକ୍ତ   ।
  5. ଜାରିକାରୀ ଅଧିକାରୀ, ସମସ୍ତ କ୍ଷେତ୍ରରେ, ଯେଉଁଥିରେ ସୂଚନା କିମ୍ବା ଆଦେଶ ଉପ- ନିୟମ (୩)କିମ୍ବା (୪) ଅନୁଯାୟୀ ଜାରି କରାଯାଇଛି, ତାର ଏକ ନକଲ ପ୍ରାପ୍ତି ସ୍ଵୀକାର ସହିତ ଫେରସ୍ତ କରିବେ, ଯେଉଁଠିରେ ସେହି ତାରିଖ ମଧ୍ୟ ଉଲ୍ଲେଖ କରାଯିବ, ଯେତେ ଏପରି ସୁକହନା କିମ୍ବା ଆଦେଶ ଜାରି କରାଗଲା ଏବଂ କିପରି ଭାବେ ଏହା ଜାରି କରାଗଲା ଏବଂ ଦୁଇ ଜଣ ସାକ୍ଷୀଙ୍କର ନାମ ଏବଂ ଠିକଣା, ଯେଉଁମାନେ ଏପରି ଜାରିର ପ୍ରତୀକ୍ଷଦର୍ଶୀ ଅଟନ୍ତି  ।
  6. ଉପରୋକ୍ତ ଉପ- ନିୟମରେ ଧାରୀତ କୌଣସି ବିଷୟ ସତ୍ତ୍ୱେ, କଲେକ୍ଟର ଯଦି ସେ ଉଚିତ ମନେ କରନ୍ତି , ଆଦେଶ ଦେଇପାରନ୍ତି ଯେ, ଉକ୍ତ ସୂଚନା କିମ୍ବା ଆଦେଶକୁ ନିମ୍ନଭାବେ ଜାରି କରାଯିବ  -
    • ସଠିକ ଭାବେ ସ୍ଵାକ୍ଷରିତ ଏବଂ ବନ୍ଦ ଲଫାପାରେ ତାର ଏକ ନକଲକୁ ପ୍ରାପ୍ତି ସ୍ଵୀକାର ପ୍ରତି   ସହିତ, ରେଜେଷ୍ଟ୍ରି ଡାକଯୋଗେ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ପ୍ରେରଣ କରିବେ, ଯାହାଙ୍କ ଉପରେ ଉକ୍ତ ସୂଚନା କିମ୍ବା ଆଦେଶ ଜାରି କରାଯିବ; କିମ୍ବା
    • ଯଦି ଏପରି ସୂଚନା କିମ୍ବା ଆଦେଶ, କୌଣସି ସଂପତ୍ତି ପ୍ରତି ସମ୍ପୃକ୍ତ ଥାଏ, ସେପରିସ୍ଥଳେ ଉକ୍ତ ସଂପତ୍ତି ମଧ୍ୟରେ କୌଣସି ଆଖିଦୃଶିଆ ସ୍ଥାନରେ ତାହା ସଂଯୋଗ କରି, ଯେଉଁଥିପ୍ରତି ଏପରି ସୂଚନା କିମ୍ବା ଆଦେଶ , ସମ୍ପୃକ୍ତ  ।

    ଧାରା (୧) ରେ ଉଲ୍ଲେଖିତ ଘଟଣାଗୁଡିକ କ୍ଷେତ୍ରରେ ଏପରି ସୂଚନା କିମ୍ବା ଆଦେଶକୁ ଡାକ ଦ୍ଵାରା ପ୍ରେରଣ କରିବା , ସମ୍ପୃକ୍ତି ବ୍ୟକ୍ତି ଉପରେ ସୂଚନା କିମ୍ବା ଆଦେଶ ଜାରିର ଯଥେଷ୍ଟ ପ୍ରମାଣ ହେବ  ।

    ଧାରା (୨) ରେ ଉଲ୍ଲେଖିତ ଘଟନାଗୁଡିକ ସଂବନ୍ଧରେ , ଜାରି – କାରୀ ଅଧିକାରୀଙ୍କ ଦ୍ଵାରା କୌଣସି ଫେରସ୍ତି , ଯାହାକି ଦୁଇ ଜଣ ବ୍ୟକ୍ତିଙ୍କ ଦ୍ଵାରା ଏପରି ଜାରିକୁ ପ୍ରମାଣିତ କରାଯାଇଥିବ , ତାହା ସମ୍ପୃକ୍ତ ବ୍ୟକ୍ତି ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରୀର ଯଥେଷ୍ଟ ପ୍ରମାଣ ହେବ  ।

  7. ଯେଉଁ ସ୍ଥଳରେ, ଏହି ଆଇନ ଅନୁଯାୟୀ, କୌଣସି ସୂଚନା କିମ୍ବା ଆଦେଶ, କୌଣସି ବ୍ୟକ୍ତି ଉପରେ ଜାରୀ କରାଯିବାକୁ ଥାଏ, ସେ ଜଣେ ନାବାଳକ ହୋଇଥାଆନ୍ତି   କିମ୍ବା ଅସୁସ୍ଥ ମସ୍ତିସ୍କ ବ୍ୟକ୍ତି ହୋଇଥାଆନ୍ତି କିମ୍ବା ଜଣେ ବାଚାଳ ହୋଇଥାଆନ୍ତି , ସେପରିସ୍ଥଳେ ତାଙ୍କ ଅଭିଭାବକ କିମ୍ବା ଏପରି ନାବାଳକ କିମ୍ବା ଅସୁସ୍ଥ ମସ୍ତିସ୍କ ବ୍ୟକ୍ତି କିମ୍ବା ବାଚାଳଙ୍କ ଆଇନଗତ ତତ୍ତ୍ଵାବଧାରକଙ୍କ ଉପରେ ତାହା, ସେହିପରି ଭାବେ ଜାରୀ କରାଯିବ   ।

ଟିପ୍ପଣୀ:-

ଯେତେବେଳେ କୌଣସି ସୂଚନା କିମ୍ବା ଆଦେଶ, କୌଣସି ବ୍ୟକ୍ତି, ଯାହାଙ୍କ ଉପରେ ଏପରି ସୂଚନା ଜାରୀ କରାଯିବା କଥା , ସେ ତାଙ୍କ ଘରେ ମିଳନ୍ତି ନାହିଁ , ସେପରିସ୍ଥଳେ ସେ କେଉଁଠାରେ ଅଛନ୍ତି ତାହା ବାହାର କରିବା ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରାଯିବା ଉଚିତ ଏବଂ ଏପରି ଚେଷ୍ଟା ସତ୍ତ୍ୱେ, ଯଦି ସେ ନ ମିଳନ୍ତି, ସେପରି ସ୍ଥଳେ ତାଙ୍କ ପ୍ରତିନିଧିଙ୍କ ଉପରେ କିମ୍ବା ତାଙ୍କ ତରଫରୁ  ଏପରି ସୂଚନା ଗ୍ରହଣ କରିବା ନିମନ୍ତେ କ୍ଷମତାୟୀତ କୌଣସି ବ୍ୟକତିଙ୍କ ଉପରେ ତାହା ଜାରୀ କରାଯିବ । ଯଦି ଏପରି ସମସ୍ତ ଚେଷ୍ଟା ଅକୃତକାର୍ଯ୍ୟ ହୁଏ,  ସେପରିସ୍ଥଳେ ଜାରୀକରି ଅଧିକାରୀ, ଏପରି ସୂଚନାକୁ ସଂଯୋଗ ଦ୍ଵାରା ଦାରି କରିବା ନିମନ୍ତେ କ୍ଷମତାୟୀତ ଅଟନ୍ତି  । ଏପରି ଆବଶ୍ୟକତା  ଉପରେ ଜୋର ଦେବା ନିମନ୍ତେ ଉତ୍ତମ ଏବଂ ବୈଧ କାରଣ ଅଛି । ଉକ୍ତ ବ୍ୟକ୍ତି କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପରେ ତାହା ଜାରୀ, ଏପରି ସୂଚନାର କୌଣସି ଜାରୀ ହେବ ନାହିଁ  - (୧୯୭୧(୧) ସି .ଡବ୍ଲୁ. ଆର – ୩୪୬)

[୩ – “ କ” –କ୍ରମାଗତିକ ବାର୍ଷିକ ଅର୍ଥରୁ , ଦଫା ୫ (ଘ) କିମ୍ବା (କେ) ଅନୁଯାୟୀ , ପ୍ରାପ୍ୟର ଉଦ୍ଧାର ନିମନ୍ତେ ପଦ୍ଧତି   :

ସେହି କ୍ଷେତ୍ରରେ ,ଯେଉଁ ସ୍ଥଳରେ , ଦଫା ୨୮ ର ଧାରା (୨) ଅନୁଯାୟୀ  ବାର୍ଷିକ ଅର୍ଥରାସୀ ଦେୟ ହୋଇଥାଏ , ସେପରିସ୍ଥଳେ ଦଫା ୫ ର ଧାରା (ଘ) କିମ୍ବା (କେ) ଅନୁଯାୟୀ ଆଦେଶିତ ଅର୍ଥରାସୀକୁ , ଯାହାକି କ୍ଷତିପୂରଣ ଅର୍ଥକୁ ହ୍ରାସକାରଣ କରାଯିବ କଥା , ତାହା , ଏପରି କ୍ରମାନୁଗତିକ ବାର୍ଷିକ ଅର୍ଥରୁ ପ୍ରତ୍ୟେକ ବର୍ଷ ଉକ୍ତ ଅର୍ଥରୁ ପଚାଶ ପ୍ରତିଶତଠାରୁ (ଅଧିକନୁହେଁ  ) ଅର୍ଥରାସୀକୁ ହ୍ରାସକରଣ କରାଯିବ   ।

ଦଫା ୫ ର ଧାରା (ଜ)(ଝ) ଏବଂ (ଞ) ଅନୁଯାୟୀ ସୂଚନା ଫର୍ମ

ଦଫା ୫ ର ଧାରା (ଜ) ଅନୁଯାୟୀ ସୂଚନା "ଫର୍ମ – କ"ରେ ହେବ; ଦଫା ୫ ର ଧାରା (ଝ) ଅନୁଯାୟୀ ସୂଚନା "ଫର୍ମ – ଖ"କିମ୍ବା “ଫର୍ମ ଖ – ୧" ରେ ହେବ ଏବଂ ଦଫା ୫ ର ଧାରା ((ଞ) ରେ ସୂଚନା"ଫର୍ମ – ଗ",ରେ ହେବ   ।

[୪-: “କ” – ସଇରାତର ସ୍ଵାର୍ଥକୁ ହସ୍ତାନ୍ତକରଣ ଦ୍ଵାରା,  ତାଙ୍କ ଦ୍ଵାରା ଉପଭୋଗ କରାଯାଉଥିବା ଉପକାରର ମୂଲ୍ୟର କୌଣସି ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣରୁ ହ୍ରାସକରଣ  ନିମନ୍ତେ ତଦନ୍ତ ପଦ୍ଧତ୍ତି  :-

ଦଫା ୫ ର ଧାରା (କ) ପ୍ରତି, ପ୍ରଥମ ପ୍ରତିବନ୍ଧ ଅନୁଯାୟୀ, କୌଣସି ମଧ୍ୟସ୍ଥଙ୍କୁ , କ୍ଷତିପୂରଣରୁ ହ୍ରାସକରଣ କରାଯିବାକୁ ଥିବା ଅର୍ଥରାସୀ ସ୍ଥିର କରିବା ନିମନ୍ତେ, କଲେକ୍ଟର, ଏପରି ମଧ୍ୟସ୍ଥ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ , କୌଣସି ନଥି ଆହ୍ଵାନ କରିପାରନ୍ତି, ଯେପରି ସେ ଉକ୍ତ ଉଦ୍ଦେଶ୍ୟ ନିମନ୍ତେ ଆବଶ୍ୟକ ବୋଲି ବିବେଚନା କରନ୍ତି   ।  ଯଦି ଏପରି କୌଣସି ନଥି ଉପଲ୍ଲବ୍ଧ ନହୁଏ ।  ସେପରିସ୍ଥଳେ କଲେକ୍ଟର ଉକ୍ତ ମଧ୍ୟସ୍ଥ କିମ୍ବା ଏପରି ଅନ୍ୟ  କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା କରିବେ ଏବଂ ଉକ୍ତ ଧାରା ଅନୁଯାୟୀ ଉଲ୍ଲେଖିତ କୌଣସି ଚୁକ୍ତି ଅନୁଯାୟୀ,  କୌଣସି ଅଧିକାରର ଉପଭୋଗ ପ୍ରକୃତିକୁ ଯାଞ୍ଚ କରିବେ ଏବଂ କରଣ ଦର୍ଶାଇବା ନିମନ୍ତେ ବ୍ୟକ୍ତିଗତଭାବେ ଉପସ୍ଥିତ  ହେବା କିମ୍ବା କୌଣସି କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ ଉପସ୍ଥିତ ହେବା କିମ୍ବା କୌଣସି କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ ଉପସ୍ଥିତ ହେବା ନିମନ୍ତେ ମଧ୍ୟସ୍ଥଙ୍କ ଉପରେ ସୂଚନା ଜାରି କରିବେ ଯେ ତାଙ୍କ ଦ୍ଵାରା ପ୍ରସ୍ତାବିତ ଅର୍ଥରାସୀକୁ କାହିଁକି, ତାଙ୍କୁ ଦେୟ କ୍ଷତିପୂରଣ ଅର୍ଥରାସୀରୁ ହ୍ରାସ କରାଯିବ ନାହିଁ   ଏବଂ ତାଙ୍କୁ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଶୁଣିବାରେ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଏପରି ହ୍ରାସକରଣ କରାଯିବାକୁ ଥିବା ଅର୍ଥରାସୀକୁ ଚୁଡାନ୍ତଭାବେ ସ୍ଥିର କରିବେ ।

[୪-“ ଖ” –ଦଫା ୫ ର ଧାରା (୧) ଅନୁଯାୟୀ, ତଦନ୍ତ ଅଧୀନରେ ଥିବା ଜମିଗୁଡିକ ନିମନ୍ତେ ଦେୟ ଖଜଣା ଚୁଡାନ୍ତ ଆଦେଶ ତାରିଖରୁ ସେହି ହାରରେ ସୁଧ ବହନ କରିବ, ଯାହାକି ଉକ୍ତ ଦଫା ଦ୍ଵାରା ଅବୃତ ପଟ୍ଟା, ବନ୍ଦୋବସ୍ତ କିମ୍ବା ହସ୍ତାନ୍ତରକରଣକୁ ନାକଚ କିମ୍ବା ଦୃଢୀକରଣ କରି :

ଉଲ୍ଲେଖ ଥାଉ ଯେ, ଏପରି କୌଣସି ସୁଧ ହେବ ନାହିଁ  : ଯଦି ଏପରି ଖଜଣା , ଉକ୍ତ  ଏପରି ଖଜଣା ଉକ୍ତ ତାରିଖରୁ ଏକ ବର୍ଷ  ମଧ୍ୟରେ ପ୍ରଦାନ କରାଯାଏ  ।

ଦଫା ୬ ଏବଂ ୭ ଅନୁଯାୟୀ, ଉପଯୁକ୍ତ ଏବଂ ସମାନ ଖଜଣାଭାବେ ସ୍ତିରିକରଣ

  1. ତାଙ୍କ ଦଖଲରେ ଛଡା ଯାଇଥିବା ଗୃହପୋଯୋଗ୍ୟ ଜମି ନିମନ୍ତେ ଦଫା ୬ ର ଉପଦଫା (୧) ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ଦ୍ଵାରା ଦେୟ ଭୂମି – ଖଜଣା ସ୍ଥିର କରିବାରେ , ସେହିପରି ବର୍ଣ୍ଣନୀୟ କୌଣସି ଗୃହପୋଯୋଗୀ ଜମି ସମ୍ବନ୍ଧରେ ଖଜଣା ଭାବେ ଦଖଲକାରୀ ରୟତଙ୍କ ଦ୍ଵାରା ଦେୟ ହାରାହାରି ଖଜଣାକୁ , କଲେକ୍ଟର  ବିଚାର କରିବେ , ଯାହାର କି ସେହି ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ସୁବିଧା ଥିବା କିମ୍ବା ଯେଉଁ ସ୍ଥଳରେ ଏପରି ଗୃହପୋଯୋଗୀ ଜମି ସ୍ଥିତି ନଥାଏ , ସେପରିସ୍ଥଳେ ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ସୁବିଧା ସହିତ , ସେହି ପ୍ରକାର ଜମି ସଂବନ୍ଧରେ ଦେୟ , ଦଖଲକାରୀ ରୟତ ଦ୍ଵାରା ଦେୟ ହାରାହାରି ଖଜଣା   ।
  2. (ଗୃହପୋଯୋଗୀ ଜମି ବ୍ୟତୀତ  ) କୌଣସି ଜମି ସଂବନ୍ଧରେ ଉକ୍ତ ଦଫା ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ଦ୍ଵାରା ଦେୟ ଭୂମି- ଖଜଣା ସ୍ଥିର କରିବାରେ ,  ଯାହା ଉପରେ ଅଟ୍ଟାଳିକା କିମ୍ବା ଅନ୍ୟ ନିର୍ମାଣ ଦଣ୍ଡାୟମାନ ହୋଇଥାଏ  , ସେପରିସ୍ଥଳେ କଲେକ୍ଟର , ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ସୁବିଧା ସହିତ ସେହି ଏକ ପ୍ରକାର ବର୍ଣ୍ଣନୀୟ ଜମିର କୃଷକମାନଙ୍କ ଦ୍ଵାରା ଦେୟ ହାରାହାରି ଖଜଣାର ହାରକୁ ବିଚାର କରିବେ  ।
  3. ଦଫା ୭ ଅନୁଯାୟୀ ତାଙ୍କ ଦଖଲରେ ଛଡା ଯାଇଥିବା ଜମିଗୁଡିକ ସଂବନ୍ଧରେ , କୋଣସି ମଧ୍ୟସ୍ଥଙ୍କ ଦ୍ଵାରା ଦେୟ ଖଜଣା ସ୍ଥିର କରିବାରେ , କଲେକ୍ଟର ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ସୁବିଧା ସହିତ ,  ସେହିପ୍ରକାର ବର୍ଣ୍ଣନୀୟ ଜମି , ନିମନ୍ତେ , ଦଖଲକାରୀ ରୟତଙ୍କ ଦ୍ଵାରା ଦେୟ ହାରାହାରି ଖଜଣା ହାରକୁ ବିଚାରକୁ ନେବେ   ।
  4. [ଦଫା ୭ ର ଧାରା (୪) ଅନୁଯାୟୀ , ବନ୍ଦୋବସ୍ତ ନିମନ୍ତେ କୌଣସି  ମଧ୍ୟସ୍ଥଙ୍କ ଦ୍ଵାର ଦେୟ ଖଜଣା ସ୍ଥିର କରିବାରେ , କଲେକ୍ଟର , ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସର୍ବନିମ୍ନ ଶ୍ରେଣୀର ଧାନ ଜମି ନିମନ୍ତେ , ଦଖଲକାରୀ ରୟତଙ୍କ ଦ୍ଵାରା ଦେୟ ଖଜଣାକୁ ବିଚାରକୁ ନେବେ   ।

[୫ – “ କ” ଦଫା (ଘ) ଅନୁଯାୟୀ, ବଂଜର ଜମି ଏବଂ ଜଳାଶୟର ବନ୍ଦୋବସ୍ତ :-

  1. ଦଫା 8 (ଘ) ଅନୁଯାୟୀ, ଟ୍ରଷ୍ଟ ସମ୍ପତ୍ତିଭାବେ କୌଣସି ସମ୍ପତ୍ତି ଘୋଷଣା ପରେ ପରେ, ଯେତେ ଶୀଘ୍ର ସମ୍ଭବ, ଓଡିଶା ହିନ୍ଦୁ ଧର୍ମ ନୈତିକ ଏଣ୍ଡାଉମେଣ୍ଟ ଆଇନ, 1951 ଅନୁଯାୟୀ ନିଯୁକ୍ତ, ଏଣ୍ଡାଉମେଣ୍ଟ କମିଶନର କିମ୍ବା ୱାକଫ ଆଇନ 1954 ଅନୁଯାୟୀ ଡାକଫବୋର୍ଡ କିମ୍ବା ଜିଲ୍ଲା କଲେକ୍ଟର କିମ୍ବା ଏ ସମ୍ବନ୍ଧରେ ତାଙ୍କ ଦ୍ଵାରା କ୍ଷମତାୟିତ କୌଣସି ଅଧିକାରୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗଞି ମଧ୍ୟସ୍ଥଙ୍କ ଦଖଲରେ ଥିବା ବଂଜର ଜମି ଏବଂ ଜଳାଶୟକୁ ଚିହ୍ନଟ କିମ୍ବା ଧାର୍ଯ୍ୟ କରିବା ନିମନ୍ତେ ଅଗ୍ରସର ହେବେ, ଯାହାକି ଠିକ ନ୍ୟସ୍ତିକରଣ ପୂର୍ବରୁ ସଂପୂର୍ଣ୍ଣ ଭାବେ ଧର୍ମନୈତିକ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ ହେଉଥିଲା   ।
  2. ବଂଜର ଜମି କିମ୍ବା ଜଳାଶୟ କିମ୍ବା ଉଭୟର ଚିହ୍ନଟ କିମ୍ବା ଧାର୍ଯ୍ୟକରଣ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ପ୍ରତ୍ୟେକ ସ୍ଥଳରେ ତଦନ୍ତ ପରେ ଏବଂ ମଧ୍ୟସ୍ଥଙ୍କୁ ଶୁଣାଣୀର ସୁଯୋଗ ପ୍ରଦାନ କରିବା ପରେ  , କରାଯିବ    ।
  3. ବଂଜର ଜମି କିମ୍ବା ଜଳାଶୟ କିମ୍ବା ଉଭୟର ଚିହ୍ନଟ କିମ୍ବା ଧାର୍ଯ୍ୟକରଣ ଯେଉଁସ୍ଥଳରେ , ଯେପରି ପ୍ରୟୋଗନିଯା , ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ଦଖଲ କରାଯିବ   ।
  4. ଦଫା 7 ର ଧାରା (ଘ) ରେ ଉଲ୍ଲେଖିତ କୌଣସି ଜମି କିମ୍ବା ଜଳାଶୟର ବନ୍ଦୋବସ୍ତ , ଏହି ସର୍ତ୍ତର ନିୟନ୍ତ୍ରଣାଧଇଁରେ କରାଯିବ ଯେ ଏପରି କୌଣସି ଜମି କିମ୍ବା ଜଳାଶୟକୁ , ନିମ୍ନଲିଖିତ ପୂର୍ବ ମଞ୍ଜୁରୀ ବ୍ୟତୀତ ବିକ୍ରି , ପଟ୍ଟା , ଦାନ କିମ୍ବା ଅନ୍ୟାନ୍ୟ ହସ୍ତାନ୍ତରଣ କରାଯାଇପାରିବ ନାହିଁ ।
    • ସେହି ସମସ୍ତ ଟ୍ରଷ୍ଟ ସଂବନ୍ଧରେ , ଯାହାକି ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଉମେଣ୍ଟ ଆଇନ ୧୯୫୧ ଏବଂ ଶ୍ରୀ ଜଗର୍ନ୍ନାଥ ମନ୍ଦିର ଆଇନ ୧୯୫୬ ଦ୍ଵାରା ପରିଚାଳିତ ଏବଂ ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଉମେଣ୍ଟ ଆଇନ ୧୯୫୧ ଅନୁଯାୟୀ ନିଯୁକ୍ତ , ଏଣ୍ଡାଉମେଣ୍ଟ କମିଶନର  ;
    • ତା ଅଧୀନରେ ପରିଚାଳିତ ଟ୍ରଷ୍ଟ ସଂବନ୍ଧରେ ‘ ୱାକଫ ‘ଆଇନ ୧୯୫୪ ଅନୁଯାୟୀ ଗଠିତ ‘ୱାକଫ ‘ ବୋର୍ଡ   ।
    • ଅନ୍ୟାନ୍ୟ ଧର୍ମନୈତିକ ଟ୍ରଷ୍ଟ ସଂବନ୍ଧରେ , ଜିଲ୍ଲା କଲେକ୍ଟର କିମ୍ବା ତାଙ୍କର ଦ୍ଵାରା କ୍ଷମତାୟୀତ କୌଣସି ଅଧିକାରୀ   ।

ଦଫା ୮-“ କ” (୧) (୨) ଅନୁଯାୟୀ, ଦାବୀ ଦାଖଲ କରିବା ଏବଂ ତାର ତଦନ୍ତ ପଦ୍ଧତି

  1. ଜମି ଓ ଅଟ୍ଟାଳିକାର ଉପଯୁକ୍ତ ଏବଂ ଯଥାଯଥ ଖଜଣା ସ୍ଥିର କରିବା ନିମନ୍ତେ , ଯାହାକି ଦଫା ୬ କିମ୍ବା ୭ ଅନୁଯାୟୀ ତାଙ୍କ ସହିତ ବନ୍ଦୋବସ୍ତ କରାଯାଇଛି ବୋଲି ଧରାଯାଏ ,  ସେପରିସ୍ଥଳେ ମଧ୍ୟସ୍ଥ ସୂଚୀର ଫର୍ମ ‘ ଜ’ ରେ ଦାବୀ ଦାଖଲ କରିବେ , ଯେଉଁଠିରେ ସେ ଉପଯୁକ୍ତ ଏବଂ ଯଥାଯଥ ଖଜଣାର ସ୍ଥିରୀକରଣ ନିମନ୍ତେ , ଏପରି ସମସ୍ତ ଜମିର ଏକ ସଂପୂର୍ଣ୍ଣ ଏବଂ ସଠିକ ବିବରଣୀ ଏବଂ ବର୍ଣ୍ଣନା ଦାଖଲ କରିବ  ।
  2. ଦଫା ୮ ର ଉପଦଫା (୩) ଅନୁଯାୟୀ, ବ୍ୟକ୍ତିଗତ ଜାରିର ସର୍ତ୍ତରୁ ଖଲାସ ହୋଇଥିବା କୌଣସି ବ୍ୟକ୍ତି , ସୂଚୀର ଫର୍ମ -୧ ରେ ଆବେଦନପତ୍ର ଆକାରରେ ବନ୍ଦୋବସ୍ତ ନିମନ୍ତେ, କଲେକ୍ଟରଙ୍କ ସମ୍ମୁଖରେ ତାଙ୍କର ଦାବୀ ଦାଖଲ କରିବେ   ।
  3. ଉପ- ନିୟମ (୧) କିମ୍ବା (୨) ଅନୁଯାୟୀ କୌଣସି ଆବେଦନପତ୍ର ଏ ସଂବନ୍ଧରେ, ଆବେଦନକାରୀ କିମ୍ବା ତାଙ୍କ ଦ୍ଵାରା ସଠିକ ଭାବେ କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ (୫/୧୯୦୮) ଅନୁଯାୟୀ କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ଯାଞ୍ଚ କରାଯିବ  ।

[୬ – “ କ” ଦଫା ୭(ଘ) (୧) ଅନୁଯାୟୀ , ବଂଜର ଜମି ଏବଂ ଜଳାଶୟର ବନ୍ଦୋବସ୍ତ ନିମନ୍ତେ , ଦାବୀ ଦାଖଲ କରିବା ପଦ୍ଧତି : -

  • ଦଫା ୭(ଘ) ଅନୁଯାୟୀ ତାଙ୍କ ସହିତ, ଜଳାଶୟ ଏବଂ ବଂଜର ଜମି ବନ୍ଦୋବସ୍ତ କରିବା ନିମନ୍ତେ ଉପଯୁକ୍ତ ଏବଂ ଯଥାଯଥ ଖଜଣା ସ୍ଥିର କରିବା ନିମନ୍ତେ,  ଏପରି ମଧ୍ୟସ୍ଥ ଫର୍ମ ‘ପ’ ରେ ଏକ ଆବେଦନପତ୍ର ଆକାରରେ ତାଙ୍କର ଦାବୀ ଦାଖଲ କରିବେ, ଯେଉଁତିରେ ସେ ନିୟମ ୫- “କ‘ ଉପ- ନିୟମ (୧) ରେ ଉଲ୍ଲେଖିତ ଜମି ଏବଂ ଜଳାଶୟର ଏକ ସଂପୂର୍ଣ୍ଣ ଏବଂ ସଠିକ ବିବରଣୀ ତାର ଉପଯୁକ୍ତ ଏବଂ ଯଥାଯଥ ଖଜଣା ସ୍ଥିର କରିବା ନିମନ୍ତେ ଦାଖଲ କରିବେ   ।
  • ଉପ- ନିୟମ (୧) ଅନୁଯାୟୀ , କୌଣସି ଆବେଦନ ପର ସେହି ପଦ୍ଧତିରେ କିମ୍ବା ସେପରିଭାବେ ଯାଞ୍ଚ କରାଯିବ, ଯେପରି ଦେୱାନୀ କାର୍ଯ୍ୟ ବିଧି ସଂହିତା , ୧୯୦୮ (୫/୧୯୦୮) ଅନୁଯାୟୀ, କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ କରାଯାଇଥାଏ  ।

୬- “ ଖ” –ଦଫା ୭- “ କ” ଅନୁଯାୟୀ, ଜମି ଏବଂ ଅଟ୍ଟାଳିକା ବନ୍ଦୋବସ୍ତ ନିମନ୍ତେ ସର୍ତ୍ତାବଳୀ ଏବଂ ଉପଯୁକ୍ତ ତଥା ଯଥାଯଥ ଖଜଣାର ସ୍ଥିରକରଣ   :-

  • ଦଫା ୭-“ କ” ଅନୁଯାୟୀ ବନ୍ଦୋବସ୍ତ ହୋଇଥିବା ଜମି ଏବଂ ଅଟ୍ଟାଳିକା ସଂବନ୍ଧରେ , ଯଥାଯଥ ଏବଂ ସମାନ ଖଜଣା ସ୍ଥିର କରିବା ନିମନ୍ତେ, ନିୟମ -୫ ରେ ଧାର୍ଯ୍ୟ ପଦ୍ଧତିକୁ ଅନୁସରଣ କରାଯିବ  ।
  • ଦଫା ୭- - “ କ” ଅନୁଯାୟୀ ଜମି କିମ୍ବା ଅଟ୍ଟାଳିକା କିମ୍ବା ଉଭୟର ବନ୍ଦୋବସ୍ତ ଏହି ସର୍ତ୍ତର ନିୟନ୍ତ୍ରଣାଧିନ ହେବ ଯେ ରାଜ୍ୟ ସରକାରଙ୍କ ପୂର୍ବ ମଞ୍ଜୁରୀ ବୀନା , ଏପରି କୌଣସି ଜମି କିମ୍ବା ଅଟ୍ଟାଳିକାର ହସ୍ତାନ୍ତରଣ କିମ୍ବା ପଟ୍ଟା କରାଯାଇପାରିବ ନାହିଁ ଏବଂ ଏପରି ମଞ୍ଜୁରୀ ବିନା କରାଯାଇଥିବା ହସ୍ତାନ୍ତରଣ କିମ୍ବା ପଟ୍ଟା , ଅସିଦ୍ଧ ହେବ  ।

ଦଫା ୮ ଅନୁଯାୟୀ, ଜମିର ବନ୍ଦୋବସ୍ତ ନିମନ୍ତେ ପଦ୍ଧତି ଏବଂ ସର୍ତ୍ତାବଳୀ

  1. କୌଣସି ବ୍ୟକ୍ତି , ଜେକି ଦଫା ୮ ର ଉପ-ଦଫା (୩) ଅନୁଯାୟୀ ବ୍ୟବସ୍ଥାୟୀତ ସେବା ସର୍ତ୍ତାବଳୀରୁ ଖଲାସ ହୋଇଛନ୍ତି , ଶେଠୀରେ ସେ ଏପରି ରୟତି ଅଧିକାର ଗ୍ରହଣ କରିବେ, ଯେପରି କଲେକ୍ଟରଙ୍କ ଦ୍ଵାରା ସ୍ଥିର କରାଯାଇପାରେ ଏବଂ ଏପରି ଖଜଣା , ସେବା ରହିତିକରଣ ତାରିଖରୁ ପ୍ରଦାନ କରିବା ନିମନ୍ତେ ଦାୟୀ ରହିବେ, ଯେପରି କଲେକ୍ଟରଙ୍କ ଦ୍ଵାରା, ଉପଯୁକ୍ତ ଏବଂ ଯଥାଯଥ ବୋଲି ଆକଳନ କରାଯିବ  ।
  2. ଉପଯୁକ୍ତ ଏବଂ ଯଥାଯଥ ଖଜଣା ସ୍ଥିର କରିବାରେ, କଲେକ୍ଟର, ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକପ୍ରକାର ବର୍ଣ୍ଣନୀୟ ଏବଂ ସେହି ପ୍ରକାର ସୁବିଧାଥିବା ଜମି ନିମନ୍ତେ ଦାଖଲକାରୀ ରୟତଙ୍କ ଦ୍ଵାରା ଦେୟ ଖଜଣା ହାରାହାରି ହାରକୁ , ବିବେଚନା କରିବେ   ।
    • [୭-“ କ” ଏହି ଆଇନର ଦଫା ୮ – “ଖ” ଅନୁଯାୟୀ ଆଦାୟ କରାଯିବାକୁ ଥିବା ଖଜଣା, ଏହି ଆଇନର ଦଫା ୬ କିମ୍ବା ୭ କିମ୍ବା ଦଫା ୮ ର ଉପଦଫା (୩) ଅନୁଯାୟୀ କାର୍ଯ୍ୟାନୁଷ୍ଠାନର, ଚୁଡାନ୍ତ ଫଇସଲା ତାରିଖରୁ, କ୍ରମାନୁଗତିକ ହାରରେ, ସୁଧ ବହନ କରିବ।

ଉଲ୍ଲେଖଥାଉ ଯେ, ଏପରି କୌଣସି ସୁଧ ଦେୟ ହେବ ନାହିଁ ।  ଯଦି ଏପରି ଖଜଣା ସେହି ତାରିଖରୁ, ଏକ ବର୍ଷ ମଧ୍ୟରେ ପ୍ରଦାନ କରାଯାଏ  ।

୩(୭-ଖ) ଦଫା ୮-“କ” (୪) ଅନୁଯାୟୀ, ତଦନ୍ତ ପଦ୍ଧତି

ଦଫା ୮ – “ କ” ର ଉପ-ଦଫା ୪ ଅନୁଯାୟୀ, କଲେକ୍ଟରଙ୍କ ଦ୍ଵାରା ପରିଚାଳିତ କରାଯିବାକୁ ଥିବା ତଦନ୍ତ, ସଂକ୍ଷିପ୍ତ ପ୍ରକୃତିର ହେବ । ସେମାନଙ୍କର ଦାବୀର ସମର୍ଥନରେ, ସେମାନଙ୍କର ସାକ୍ଷୀ ଏବଂ ଦଲିଲ  ସହିତ ଧାର୍ଯ୍ୟ ସମୟ ଏବଂ ସ୍ଥାନରେ, ତାଙ୍କ ସମ୍ମୁଖରେ ଉପସ୍ଥିତ ହେବା ନିମନ୍ତେ, କଲେକ୍ଟର  ପକ୍ଷମାନଙ୍କୁ ସୂଚନା ନିର୍ଗମ କରିବେ ।  ଯଦି କୌଣସି ପକ୍ଷ,  କୌଣସି ସାକ୍ଷୀର  ଉପସ୍ଥିତ ନିମନ୍ତେ କିମ୍ବା ଦଲିଲର ଉପସ୍ଥାପନା ନିମନ୍ତେ ଇଚ୍ଛା ପ୍ରକାଶ କରନ୍ତି, କଲେକ୍ଟର ସେହି ଅନୁଯାୟୀ ଆହ୍ଵାନ କରିବେ,  ଯଦି କଲେକ୍ଟରଙ୍କ ଦ୍ଵାରା ଧାର୍ଯ୍ୟ ଯଥାଯଥା ସମୟ ମଧ୍ୟରେ ଆବଶ୍ୟକ ଆଦେଶିକ ଶୁକ୍ଳ ଏବଂ ସାକ୍ଷ୍ୟମାନଙ୍କର ଖର୍ଚ୍ଚ ଜମା କରାଯାଏ । ଯଦି କଲେକ୍ଟର ଯେପରି ଉପଯୁକ୍ତ ମନେ କରନ୍ତି, ତା ହେଲେ ସେ ସ୍ଥାନୀୟ ତଦନ୍ତ କରିବା ନିମନ୍ତେ ଜଣେ ଅଧିକାରୀଙ୍କୁ ପ୍ରେରଣ କରିପାରନ୍ତି ଏବଂ ଏପରି ପ୍ରେରିତ ଅଧିକାରୀଙ୍କର ବିବରଣୀ, ଉକ୍ତ ମୋକଦ୍ଦମା ରେ ଏକ ଅଂଶ ଗଠନ କରିବ ।

“ଉଚିତ ମନେ କରିବା “ର ଅର୍ଥ – “କ” – ୧୯୮୩ । ସୁପ୍ରିମକୋର୍ଟ -୯୯୦ “କ’ -୧୯୬୨ ସୁପ୍ରିମକୋର୍ଟ – ୭୫୩, ୧୯୭୩ (୧) ସିଡବ୍ଲ୍ୟୁଆର – ୭୬)   ।

୮- “ କ” ଦଫା ୯(୧) ଅନୁଯାୟୀ , ଅପିଲ ଫଇସଲା ନିମନ୍ତେ , ପଦ୍ଧତି  :-

  1. ଦଫା ୩- “ ଖ” ର ଉପ-ଦଫା (୪),  ଦଫା  ୫ ର ଧାରା (ଜ), (ଝ)ଏବଂ (କେ) : ଦଫା ୬ କିମ୍ବା ୭ ର ଉପ-ଦଫା (୧) ଦଫା ୮ ର ଉପ-ଦଫା (୩) ଏବଂ ଦଫା ୮ – “ କ” ର ଉପ-ଦଫା (୩) ଏବଂ (୪) ଅନୁଯାୟୀ , କଲେକ୍ଟରଙ୍କ କୌଣସି ଆଦେଶ ବିରୁଦ୍ଧରେ ଅପିଲ, ଫଇସଲା କରିବାରେ , ରାଜସ୍ୱ ପରିଷଦ ଦ୍ଵାରା ଅନୁସରଣ କରାଯିବାକୁ ଥିବା ପଦ୍ଧତି , ଦେବନି କାର୍ଯ୍ୟବିଧି ସଂହିତା , ୧୯୦୮ (୫/୧୯୮୦) ର ଅର୍ଡର ୪୧ ଅନୁଯାୟୀ ବ୍ୟବସ୍ଥାୟିତ ପରେ ହେବ  ।

[୮- “ ଖ” –ଦଫା ୮- “ କ” (୫) ଅନୁଯାୟୀ , ଟ୍ରିବ୍ୟୁନାଳକୁ ଉଲ୍ଲେଖ ନିମନ୍ତେ ଦାବୀ ଦାଖଲ କରିବା ପଦ୍ଧତି  :

  1. ଏହା ଦାବୀକରି , ଦଫା ୮-“ କ” ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ଦ୍ଵାରା କୌଣସି ଆବେଦନ ପତ୍ର ଯେ ତାଙ୍କ ଦ୍ଵାରା ଧାରିତ ସମ୍ପତ୍ତି ଏକ ଟ୍ରଷ୍ଟ ସମ୍ପତ୍ତି ଅଟେ , ତାହା ସୂଚୀର ଫର୍ମ “ ଏଲ “ ରେ ଦାଖଲ କରାଯିବ ଏବଂ ତାହା ଆବେଦନକାରୀ କିମ୍ବା ସେ ସଂବନ୍ଧରେ ତାଙ୍କ ଦ୍ଵାରା କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା , ଦେୱାନୀ କାର୍ଯ୍ୟ ବିଧି ସଂହିତା ୧୯୦୮, (୫/୧୯୦୮) ଅନୁଯାୟୀ କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ଯାଞ୍ଚ କରାଯିବ  । ଏପରି ଆବେଦନପତ୍ର , ତା ର ତିନୋଟି ପ୍ରତିଲିପି ଦ୍ଵାରା ଦାଖଲ କରାଯିବ ଏବଂ ବ୍ୟକ୍ତିଗତଭାବେ କିମ୍ବା କୌଣସି କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ କଲେକ୍ଟରଙ୍କ ନିକଟରେ ଦାଖଲ କରାଯିବ କିମ୍ବା ପ୍ରାପ୍ତି ସ୍ଵୀକାର ପତ୍ର ସହିତ , ରେଜିଷ୍ଟ୍ରି ଡାକ୍ତ ଦ୍ଵାରା , ପ୍ରେରଣ କରାଯିବ  ।
  2. ଜିଲ୍ଲା କଲେକ୍ଟର, ଦଫା ୮-“କ” (୫)ମ ଅନୁଯାୟୀ କୌଣସି ଉଲ୍ଲେଖ କରିବା ସମୟରେ , ଟ୍ରିବ୍ୟୁନାଲଙ୍କୁ , ଏପରି ଆବେଦନପତ୍ରର ତିନୋଟି ନକଲ ପ୍ରେରଣ କରିବେ  ।

“ଗ” ଦଫା ୮- “ଙ” ଅନୁଯାୟୀ, ଉଲ୍ଲେଖ ପ୍ରକାଶନ କରିବା ପଦ୍ଧତି   :-

  1. ଦଫା ୮-“କ” (୫) ଅନୁଯାୟୀ, କଲେକ୍ଟରଙ୍କ ଠାରୁ ଉଲ୍ଲେଖ ଗ୍ରହଣ କରିବା ପରେ, ଟ୍ରିବ୍ୟୁନାଲ ସେଥି ସହିତ ଗୃହିତ ସମସ୍ତ ଉଲ୍ଲେଖ ର ବିବରଣୀଙ୍କୁ, ତାଙ୍କ କାର୍ଯ୍ୟାଳୟର ସୂଚନା ପଟ୍ଟାରେ ତଥା ସେହି ଗ୍ରାମର କୌଣସି ଆଖି ଦୃଶିଆ ସ୍ଥାନରେ ପ୍ରକାଶନ କରିବେ ଏବଂ ତାହା ପକାସନ କରିବା ସମୟରେ ଇତ୍ସୁକ ବ୍ୟକ୍ତିମାନଙ୍କ ଠାରୁ ଆପତ୍ତି ମଧ୍ୟ ଆହ୍ଵାନ କରିବେ   ।
  2. ଉକ୍ତ ବିବରଣୀ ଏକ ନକଲକୁ ମଧ୍ୟ ନିମ୍ନ ବ୍ୟକ୍ତିଙ୍କୁ , ରେଜେଷ୍ଟ୍ରି ଡାକ ଯୋଗେ ପ୍ରେରଣ କରାଯିବ   ।
    • ଏଣ୍ଡାଉମେଣ୍ଟ – କମିଶନର : ଯେଉଁ ସ୍ଥଳରେ ଏପରି ଟ୍ରଷ୍ଟ ସଂପତ୍ତି , କୌଣସି ହିନ୍ଦୁ ଧର୍ମନୈତିକ ଆନୁଷ୍ଠାନିକ ହୋଇଥାଏ   ।
    • “ ୱାକଫ ବୋର୍ଡ “ ଯେଉଁ ସ୍ଥଳରେ ତାହା କୌଣସି ମୁସଲିମ ୱାକଫର ହୋଇଥାଏ  ।
    • ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ , ଜିଲ୍ଲା କଲେକ୍ଟର ଙ୍କୁ  ।

୮- :”ଘ” ଆପତ୍ତି ଦାଖଲ :-

  1. ନିୟମ ୮ – “ ଗ” ର ଉପ-ନିୟମ (୧) ର ବ୍ୟବସ୍ଥାବଳୀ ଅନୁଯାୟୀ ଦାଖଲ କରାଯାଇଥିବା କୌଣସି ଆପତ୍ତି , ସେହି କାରଣ ଧାରଣ କରିଥିବ , ଯାହା ଉପରେ ଏପରି ଆପତ୍ତି ସମ୍ପୃକ୍ତ ଏବଂ ଟ୍ରିବ୍ୟୁନାଲଙ୍କର ସୂଚନା ପଟ୍ଟାରେ , ଉକ୍ତ ପ୍ରକାଶନ ତାରିଖରୁ ୩୦ ଦିନ ମଧ୍ୟରେ, ତିନୋଟି ପ୍ରତିଲିପିରେ ଦାଖଲ କରାଯିବ   ।
  2. ଆପତ୍ତି ଆବେଦନପତ୍ରର ନକଲ, ଟ୍ରିବ୍ୟୁନାଲଙ୍କ  ଦ୍ଵାରା, ଏଣ୍ଡାଉମେଣ୍ଟ – କମିଶନର “ କିମ୍ବା “ ୱାକଫ – ବୋର୍ଡ ‘ କିମ୍ବା କଲେକ୍ଟରଙ୍କୁ ପ୍ରେରଣ କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗଞି ଏବଂ ସମ୍ପୃକ୍ତ ଟ୍ରଷ୍ଟିମାନଙ୍କୁ ମଧ୍ୟ ପ୍ରେରଣ କରାଯିବ   ।

୮-“ ଙ’ ଶୁଣାଣୀର ତାରିଖ ଧାର୍ଯ୍ୟ କରିବା  :-

  1. ସମସ୍ତ ଆପତ୍ତି ଗ୍ରହଣ କରିବା ପରେ, ଟ୍ରିବ୍ୟୁନାଲ ଏକ ଶୁଣାଣୀ ତାରିଖ ଧାର୍ଯ୍ୟ କରିବେ ଏବଂ ସମ୍ପୃକ୍ତ ପକ୍ଷମାନଙ୍କୁ ତାର ସୂଚନା ପ୍ରଦାନ କରିବେ ଏବଂ ‘ଏଣ୍ଡାଉମେଣ୍ଟ କମିଶନର କିମ୍ବା “ ୱାକଫ ବୋର୍ଡ” କିମ୍ବା ଜିଲ୍ଲା କଲେକ୍ଟରଙ୍କୁ  , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟଙ୍କୁ ମଧ୍ୟ ତାହା ସୂଚିତ କରିବେ, ଯଦି ଏପରି କମିଶନର କିମ୍ବା ବୋର୍ଡ କିମ୍ବା କଲେକ୍ଟରଙ୍କୁ ଏକ ପକ୍ଷଭାବେ ସଂଯୁକ୍ତ କରାଯାଇ ନଥାଏ   ।
  2. ୮ –“ ଚ” – ଟ୍ରିବ୍ୟୁନାଲଙ୍କ ସିଦ୍ଧାନ୍ତ, କଲେକ୍ଟର ଏବଂ ଅନ୍ୟମାନଙ୍କୁ ସୂଚିତ କରାଯିବ :- କୌଣସି ସଂପତ୍ତି ଏକ ଟ୍ରଷ୍ଟ ସଂପତ୍ତିକୁ ନୁହେଁ, ସେ ସଂବନ୍ଧରେ ଟ୍ରିବ୍ୟୁନାଲଙ୍କ ଆଦେଶ ଗ୍ରହଣ କରିବା ପରେ, କଲେକ୍ଟର ଯେକି ଟ୍ରିବ୍ୟୁନାଲଙ୍କୁ ଏପରି ଉଲ୍ଲେଖ କରିଥିଲେ, ସେ ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ଉକ୍ତ ଆଦେଶ ସୂଚିତ କରିବେ ଏବଂ ଓଡିଶା ପର୍ଯ୍ୟବେକ୍ଷଣ  ଏବଂ ବନ୍ଦୋବସ୍ତ ନିୟମାବଳୀ, ୧୯୬୨ ଅନୁଯାୟୀ, ଖତିୟାନର ରକ୍ଷଣାବେଖାନା ସହିତ ନ୍ୟସ୍ତ ଥିବା ଅଧିକାରୀଙ୍କୁ ମଧ୍ୟ, ତାହା ସୂଚିତ କରିବେ   ।

ଟ୍ରିବ୍ୟୁନାଲଙ୍କ ଦ୍ଵାରା ଅନୁସରଣ କରାଯିବାକୁ ଥିବା ପଦ୍ଧତି

  1. ଦଫା ୧୩ ର ଉପ-ଦଫା (୩) ଦଫା ୩୦ ର ଉପଦଫା (୪) କିମ୍ବା ଦଫା ୩୬ କିମ୍ବା ଦଫା ୩୭ ର ଉପ –ଦଫା (୪) ଅନୁଯାୟୀ ନିଯୁକ୍ତ ଟ୍ରିବ୍ୟୁନାଲ ଏପରି ପଦ୍ଧତି ଅନୁସରଣ କରିବେ , ଯେପରି ଦେୱାନି କାର୍ଯ୍ୟବିଧି ସଂହିତା , ୧୯୦୮ ଅନୁଯାୟୀ, ମୋକଦ୍ଦମାର ବିଚାର ନିମନ୍ତେ ଉଲ୍ଲେଖିତ  ।
  2. ଶପଥପାଠ ଉପରେ ସାକ୍ଷ ଗ୍ରହଣ କରିବା ଏବଂ ସାକ୍ଷୀମାନଙ୍କର ଉପସ୍ଥିତିକୁ ବଳବତ୍ତର କରିବା ଏବଂ ଦଲିଲର ଉପସ୍ଥାପନାକୁ ବାଧ୍ୟ କରିବା ଉଦ୍ଦେଶ୍ୟରେ , ଟ୍ରିବ୍ୟୁନାଲଙ୍କର ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ ଅନୁଯାୟୀ କୌଣସି ଦେୱାନୀ ନ୍ୟାୟଳୟଙ୍କର ସମସ୍ତ କ୍ଷମତା ରହିବ ଏବଂ ଫୌଜଦାରି କାର୍ଯ୍ୟବିଧି ସଂହିତାର ଅଧ୍ୟାୟ ୩୫ ଏବଂ ୧୯୫ ର ଉଦ୍ଦେଶ୍ୟରେ ଏପରି ଟ୍ରିବ୍ୟୁନାଲକୁ ଏକ ନ୍ୟାୟଳୟ ଭାବେ ଧରାଯିବ   ।
  3. ଖର୍ଚ୍ଚ ଆବଣ୍ଟନ ନିମନ୍ତେ, ଟ୍ରିବ୍ୟୁନାଲ ଦେୱାନୀ କାର୍ଯ୍ୟବିଧି ସଂହିତା ୧୯୦୮ ର ଦଫା ୩୫ ରେ ଉଲ୍ଲେଖିତ ସେହି ଏକା ନୀତି ଅନୁସରଣକରିବେ   ।
    • ଯଦି କୌଣସି ସରକାରୀ କର୍ମଚାରୀ ବ୍ୟତୀତ,ଅନ୍ୟକୌଣସି ବ୍ୟକ୍ତି, ଟ୍ରିବ୍ୟୁନାଲର ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି, ସେପରିସ୍ଥଳେ ସେ ଏପରି “ଫିସ“ ନିମନ୍ତେ ହକଡାର ହେବେ, ଯେପରି ସମୟାନୁକ୍ରମେ, ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ  ।
    • ଉପ- ନିୟମ (୧) ଅନୁଯାୟୀ ଧାର୍ଯ୍ୟ “ ଫିସ “ ଟ୍ରିବ୍ୟୁନାଲ କାର୍ଯ୍ୟାନୁଷ୍ଠାନର ଖର୍ଚ୍ଚରେ ଅନ୍ତର୍ଭୁକ୍ତ କରାଯିବ   ।

୯ – “କ” (୧): ଦଫା ୧୩ – “ଘ” ଅନୁଯାୟୀ ଦାବୀ ଏବଂ ଉଲ୍ଲେଖ ଦାଖଲ କରିବା ପଦ୍ଧତି: -

  1. ଦଫା ୧୩ “ ଘ” ଅନୁଯାୟୀ କୌଣସି ଟ୍ରଷ୍ଟ ସଂପତ୍ତି ସଂବନ୍ଧରେ ଟ୍ରଷ୍ଟିଙ୍କ ଦ୍ଵାରା କୌଣସି ଆବେଦନପତ୍ର , ଫର୍ମ “ ଏଲ” ରେ କରାଯିବ ଏବଂ ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ (୫/୧୯୦୮)” ଏଲ” ରେ କରାଯିବ ଏବଂ ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ (୫/୧୯୦୮) ଅନୁଯାୟୀ, କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ, ଆବେଦନକାରୀ କିମ୍ବା ତାଙ୍କ ଦ୍ଵାରା, ସେ ସଂବନ୍ଧରେ କ୍ଷମତାୟିତ ପ୍ରତିନିଧିଙ୍କ ଦ୍ଵାରା ଯାଞ୍ଚ କରାଯିବ  ।
  2. [୯-“କ” (୧) ଦଫା ୧୩-“ଘ” ଅନୁଯାୟୀ କୌଣସି ଟ୍ରଷ୍ଟ ସଂପତ୍ତି ସଂବନ୍ଧରେ ଟ୍ରଷ୍ଟିଙ୍କ ଦ୍ଵାରା କୌଣସି ଆବେଦନପତ୍ର, ଫର୍ମ “ ଏଲ” ରେ କରାଯିବ ଏବଂ ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮, (୫/୧୯୦୮) ଅନୁଯାୟୀ, କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ଆବେଦନକାରୀ କିମ୍ବା ତାଙ୍କ ଦ୍ଵାରା, ସେ ସଂବନ୍ଧରେ କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା, ସେ ସଂବନ୍ଧରେ କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା ଯାଞ୍ଚ କରାଯିବ   ।

  3. ଏପରି ଆବେଦନପତ୍ର , ତାର ତିନୋଟି ପ୍ରତିଲିପି ଦ୍ଵାରା ସହିତ ବ୍ୟକ୍ତିଗତଭାବେ କିମ୍ବା କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ କୃତ୍ତିତ୍ଵ ଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ଉପସ୍ଥାପନ କରାଯିବ କିମ୍ବା ପ୍ରାପ୍ତି ସ୍ଵୀକାର ପତ୍ର ସହିତ ଡାକ ଯୋଗେ ପ୍ରେରଣ କରାଯିବ  ।
  4. ଉକ୍ତ ଦଫା ଅନୁଯାୟୀ , କୌଣସି ଉଲ୍ଲେଖ କରିବା ସମୟରେ, ଜିଲ୍ଲା କଲେକ୍ଟର, ମଧ୍ୟ ଉକ୍ତ ଆବେଦନ ପତ୍ରର ତିନୋଟି ନକଲ, ଟ୍ରିବ୍ୟୁନାଲ ଙ୍କୁ ପ୍ରେରଣ କରିବେ  ।

୯-“ଖ” : ଦଫା ୧୩- “ ଛ “ ଅନୁଯାୟୀ ଦାବୀ ଏବଂ ଉଲ୍ଲେଖରେ ପ୍ରକାଶନ  ପଦ୍ଧତି   :-

  1. ଦଫା ୩ – “ କ” ରେ ଯେପରି ସଂଜ୍ଞାୟୀତ , ନ୍ୟସ୍ତିକାରଣ ବିଜ୍ଞପ୍ତି ତାରିଖରୁ ତିନିମାସ ସମୟରେ ସମାପ୍ତି ପରେ , ଟ୍ରିବ୍ୟୁନାଲ ଦଫା ୧୩-“ ଘ” ଅନୁଯାୟୀ ଗୃହିତ ସମସ୍ତ ଦାବୀ ଏବଂ  ଉଲ୍ଲେଖିତ ବିବରଣୀକୁ , ତାଙ୍କ କାର୍ଯ୍ୟାଳୟର ସୂଚନା ପଟ୍ଟା ଏବଂ ସେହି ଗ୍ରାମର କୌଣସି ଆଖିଦୃଶିଆ ଷ୍ଠାନରେ ପ୍ରକାଶନ କରିବେ ଯେଉଁଠାରେ ଏପରି ଟ୍ରଷ୍ଟ ସଂପତ୍ତି ସ୍ଥିତ ଅଟେ ଏବଂ ତାହା ପ୍ରକାଶନ କରିବା ସମୟରେ ଇତ୍ସୁକ ବ୍ୟକ୍ତିମାନଙ୍କ ଠାରୁ ମଧ୍ୟ ଆହ୍ଵାନ କରିବେ   ।
  2. ଉକ୍ତ ବିବରଣୀର ଏକ ନକଲ ମଧ୍ୟ, ରେଜେଷ୍ଟ୍ରି , ଡାକଯୋଗେ, ନିମ୍ନ ବ୍ୟକ୍ତିମାନଙ୍କୁ ପ୍ରେଣ କରାଯିବ  :-
    • “ଏଣ୍ଡାଉମେଣ୍ଟ – କମିଶନର “ଯେଉଁ ସ୍ଥଳରେ ଏପରି ଟ୍ରଷ୍ଟ ସଂପତ୍ତି, କୌଣସି ହିନ୍ଦୁ ଧର୍ମନୈତିକ ଅନୁଷ୍ଠାନର ହୋଇଥାଏ।
    • “ ୱାକଫ ବୋର୍ଡ “ ଯେଉଁ ସ୍ଥଳରେ ତାହା କୌଣସି ମୁସଲିମ ୱାକଫର ହୋଇଥାଏ   ।

୯- “ଗ“ ଆପତ୍ତିର ଦାଖଲ :

ନିୟମ ୯-“ ଖ” ଅନୁଯାୟୀ କୌଣସି ଆପତ୍ତି,ସେହି ସମସ୍ତ କାରଣ ଧାରଣ କରିବ, ଯାହା ଉପରେ ଆପତ୍ତିକାରୀ ଆସ୍ଥା ସ୍ଥାପନ କରେ ଏବଂ ଟ୍ରିବ୍ୟୁନାଲ ସୂଚନା ପଟ୍ଟାରେ, ଉକ୍ତ ନିୟମ ଅନୁଯାୟୀ, ଉକ୍ତ ବିବରଣୀ ପ୍ରକାଶନ ତାରିଖ ର, ତିରିଶ ଦିନ ମଧ୍ୟରେ, ତିନି ପ୍ରତିଲିପାରେ ଦାଖଲ କରାଯିବ  ।

୯-“ ଗ” : ଆପତ୍ତିର ଦାଖଲ  :

  1. ନିୟମ ୯- ଖଅନୁଯାୟୀ କୌଣସି ଆପତ୍ତି, ସେହି ସମସ୍ତ କାରଣ ଧାରଣ କରିବ, ଯାହା ଉପରେ ଆପତ୍ତିକାରୀ ଆସ୍ଥା ସ୍ଥାପନ କରେ,  ଏବଂ ଟ୍ରିବ୍ୟୁନାଲ ସୂଚନା ପଟ୍ଟାରେ, ଉକ୍ତ ନିୟମ ଅନୁଯାୟୀ, ଉକ୍ତ ବିବରଣୀ ପ୍ରକାଶନ ତାରିଖର, ତିରିଶ ଦିନ ମଧ୍ୟରେ, ତିନି ପ୍ରତିଲିପିରେ ଦାଖଲ କରାଯିବ   ।
  2. ଏପରି ଆପତ୍ତି ଦରଖାସ୍ତର ନକଲ “ଏଣ୍ଡାଉମେଣ୍ଟ କମିଶନର “କିମ୍ବା “ ୱାକଫ ବୋର୍ଡ : କୁ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଟ୍ରିବ୍ୟୁନାଲଙ୍କ ଦ୍ଵାରା ପ୍ରେରଣ କରାଯିବ ସହିତ, ସମ୍ପୃକ୍ତ ଟ୍ରଷ୍ଟିଙ୍କୁ ମଧ୍ୟ ପ୍ରେରଣ କରାଯିବ  ।

୯- ‘”ଘ”   : ଶୁଣାଣୀ ତାରିଖର ଧାର୍ଯ୍ୟ କରଣ  :

ଏପରି ସମସ୍ତ ଆପତ୍ତି ଗୃହିତ ହେବା ପରେ , ଟ୍ରିବ୍ୟୁନାଲ ଏକ ଶୁଣାଣୀ ତାରିଖ ଧାର୍ଯ୍ୟ କରିବେ ଏବଂ ସମ୍ପୃକ୍ତ ପକ୍ଷମାନଙ୍କୁ ତଥା ଏଣ୍ଡାଉମେଣ୍ଟ କମିଶନର କିମ୍ବା “ୱାକଫ ବୋର୍ଡ“ ଙ୍କୁ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ତାର ସୂଚନା ପ୍ରଦାନ କରିବେ, ଯଦି ସେମାନେ ପୂର୍ବରୁ ପକ୍ଷଭାବେ ଅନ୍ତର୍ଭୁକ୍ତ ହୋଇନଥାଆନ୍ତି  ।

୯ “ଙ”: କଲେକ୍ଟରଙ୍କୁ, ଟ୍ରିବ୍ୟୁନାଲଙ୍କ ସିଦ୍ଧାନ୍ତ ସୁସଚିତ କରାଯିବ :

ଟ୍ରଷ୍ଟ – ସଂପତ୍ତିଭାବେ ଘୋଷିତ କୌଣସି ସଂପତ୍ତି ଘୋଷଣା ଉପରେ, ଟ୍ରିବ୍ୟୁନାଲ, ଯେତେ ଶୀଘ୍ର ସମ୍ଭବ, ସମ୍ପୃକ୍ତ ଜିଲ୍ଲା କଲେକ୍ଟରଙ୍କୁ ଏବିଷୟ ସୂଚିତ କରିବେନ  ।

ଋଣଦାତା ଏବଂ ରକ୍ଷଣାବେକ୍ଷଣାକାରୀଙ୍କୁ ଦ୍ଵାରା ଦାବୀର ବିଜ୍ଞପ୍ତି ସଂବନ୍ଧରେ ପଦ୍ଧତି

ପ୍ରତ୍ୟେକ ଋଣଦାତା, ଯାହାଙ୍କର ଋଣ, କୌଣସି ସଂପତ୍ତିର ବନ୍ଧକ ଉପରେ ନିଶ୍ଚିତ କରାଯାଇଥାଏ କିମ୍ବା କୌଣସି ସଂପତ୍ତି ଉପରେ ଭାର ହୋଇଥାଏ କିମ୍ବା ତାର ଅଂସ ଯାହାକି ଦଫା ୩ ଅନୁଯାୟୀ, ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ଥାଏ ଏବଂ କୌଣସି ସଂପତ୍ତିରେ ଭରଣପୋଷଣଧାଡ଼ି, ଯାହାର ଉତ୍ତରାଧିକାରୀ, ପ୍ରାଥମିକଥା ଆଇନ ଦ୍ଵାରା ପରିଚାଳିତ ଏବଂ ଯେକି ଭରଣାପୋଷଣ ପରିବର୍ତ୍ତେ କୌଣସି ଆର୍ଥିକ ଭତ୍ତା ଗ୍ରହଣ କରୁଥାଆନ୍ତି, ଯାହାକି ଏପରି ସଂପତ୍ତି ଉପରେ ଏକ ଭାର ହୋଇଥାଏ ଏବଂ ଉକ୍ତ ଦଫାର ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ଥାଏ, ତାହା ଏପରି ନ୍ୟସ୍ତିକରଣ ତାରିଖରୁ ଛଅମାସ ମଧ୍ୟରେ କିମ୍ବା ସେହି ତାରିଖରୁ କିମ୍ବା ଦଫା ୫ ର ଧାରା (ଜ) ର ବ୍ୟବସ୍ଥାବଳୀ ଅନୁଯାୟୀ ଯେବେ ଏପରି ଋଣଦାତାଙ୍କୁ ବେ-ଦଖଲ କରାଗଲା କିମ୍ବା ଦାବୀ ଅଧିକାରୀଙ୍କ ନିଯୁକ୍ତି ତାରିଖରୁ ତିନିମାନ ମଧ୍ୟରେ, ତନ୍ମଧ୍ୟରୁ ଯେଉଁ ତାରିଖ ଖର୍ଚ୍ଚ ଶୀଘ୍ର ହୋଇଥିବ, ତାଙ୍କ ଦାବୀର ନିମ୍ନଲିଖିତ ବିବରଣୀ ପ୍ରଦାନ କରି,  ଦାବୀ ଅଧିକାରୀଙ୍କ ସମ୍ମୁଖରେ, ଲିଖିତଭାବେ ଏକ ଦରଖାସ୍ତ ଦଖଲ ଦ୍ଵାରା, ତାଙ୍କ ଦାବୀ ସୂଚିତ କରିବେ, ଯଥା  : -

  • ଋଣଦାତା ଏବଂ ଭରଣପୋଷଣଧାରୀଙ୍କ ନାମ ଏବଂ ଠିକଣା
  • ମଧ୍ୟସ୍ଥଙ୍କ ନାମ ଏବଂ ଠିକଣା ;
  • ଅଗ୍ରୀମଭାବେ ପ୍ରଦାନ କରାଯାଇଥିବା ମୂଳ ଅର୍ଥରାସୀ କିମ୍ବା ଭତ୍ତା ଅର୍ଥରାଶୀର ପରିମାଣ , ଯାହାକି ଭରଣପୋଷଣଧାରୀ, ଗ୍ରହଣ କରିବା ନିମନ୍ତେ ହକଦାର ଅଟନ୍ତି  ।
  • ସଂପତ୍ତିର ତାଭଜୀ କିମ୍ବା ଖେୱାତ ସଂଖ୍ୟା କିମ୍ବା ଅନ୍ୟ କୌଣସି ବିବରଣୀ , ଯାହାକି ବନ୍ଧକ ଦିଆଯାଇଛି କିମ୍ବା ଭାରାକ୍ରାନ୍ତ ହୋଇଛି  (ଯଦି ସଂପତ୍ତିର କୌଣସି ଅଂଶକୁ ବନ୍ଧକ ଦିଆଯାଇଥାଏ କିମ୍ବା ଭାରାକ୍ରାନ୍ତ କରାଯାଇଥାଏ  ) ।  ଯେଉଁ ଅଂଶ ବନ୍ଧକ ଦିଆଯାଇଛି କିମ୍ବା ଭାରାକ୍ରାନ୍ତ କରାଯାଇଛି , ତାହା ଏଠାରେ ଉଲ୍ଲେଖ କରାଯିବ ) କିମ୍ବା ସେହି ସଂପତ୍ତିର ତାଭଜି ଏବଂ ଖେୱାତ ସଂଖ୍ୟା କିମ୍ବା କୌଣସି ବିବରଣୀ ଯାହାଦ୍ଵାରା ସଂପତ୍ତିକୁ ଚିହ୍ନଟ କରାଯାଇପାରିବ କିମ୍ବା ସଂପତ୍ତିକୁ ଚିହ୍ନଟ କରିବା ନିମନ୍ତେ ଅନ୍ୟ କୌଣସି ବିବରଣୀ , ଯାହା ଉପରେ ଭରଣପୋଷଣ ଭତ୍ତାକୁ ଭାରାକ୍ରାନ୍ତ କରାଯାଇଛି   ।
  • ଦାବୀର ଭିତ୍ତି ଗଠନ କରୁଥିବା ଦଲିଲର ଏକ ପ୍ରମାଣିତ କିମ୍ବା ସଠିକ ନକଲ   ।
  • ଋଣ – ଦାତାଏନକେ ଦ୍ଵାରା ଆଦାୟ କରାଯାଇଥିବା ବନ୍ଧକ ସଂପତ୍ତିରୁ ସମୁଦାଯ ଲାଭ କିମ୍ବା ସୁଧ ଅର୍ଥରାସୀ , ଏବଂ   ।
  • ଅନ୍ୟ କୌଣସି ବିବରଣୀ , ଯାହାକି ଋଣଦାତା କିମ୍ବା ଭରଣାପୋଷଣଧାଡ଼ିଙ୍କ ଦାବୀ ସ୍ଥିର କରିବା ନିମନ୍ତେ ଆବଶ୍ୟକ ହୋଇପାରେ  ।
  • ଋଣ ଦାତା କିମ୍ବା ଭରଣାପୋଷଣକାରୀଙ୍କ ଦ୍ଵାରା  ଦାବୀ ଆବେଦନପତ୍ର , ଦୈତ୍ୟ  ନକଲରେ ଦଖଲ କରାଯିବ ଏବଂ ସେହି ପରିଭାବେ ଯାଞ୍ଚ କରାଯିବ , ଯେପରି ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ ରେ ଅର୍ଜିର ଯାଞ୍ଚ ନିମନ୍ତେ ଉଲ୍ଲେଖ କରାଯାଇଛି   ।

ଆଧାର  - ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate