অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅପିଲ୍, ରିଭିଜନ୍ ଏବଂ ରିଭ୍ୟୁ ଓ ହିସାବ ପଦ୍ଧତି

ଅପିଲ୍, ରିଭିଜନ୍ ଏବଂ ରିଭ୍ୟୁ ଓ ହିସାବ ପଦ୍ଧତି

ଅପିଲ୍, ରିଭିଜନ୍ ଏବଂ ରିଭ୍ୟୁ ଓ ହିସାବ ପଦ୍ଧତି ସମ୍ବନ୍ଧରେ

  1. ନିୟମ ୪୨ ଅନୁଯାୟୀ, ତହସିଲଦାର୍ ଙ୍କର କୌଣସି ଚୁଡାନ୍ତ ଆଦେଶରୁ, କୌଣସି ଅପିଲ୍, ନିମ୍ନ ଅଧିକାରୀଙ୍କ ନିକଟରେ ଦାଏର୍  କରାଯିବ : -
    • ସବଡିଭିଜନାଲ୍ ଅଫିସର କିମ୍ବା ରେଭିନ୍ୟୁ ଡିଭିଜନାଲ୍ ଅଫିସରଙ୍କ ତଳ ପାହ୍ୟାର କୌଣସି ଅଧିକାରୀଙ୍କ ଦ୍ଵାରା ଆଦେଶ ବିରୁଦ୍ଧରେ; ସବଡିଭିଜନାଲ୍  ଅଫିସରଙ୍କ ତଳ ପାହ୍ୟାର କୌଣସି ଅଧିକାରୀଙ୍କ ଦ୍ଵାରା ଆଦେଶ ବିରୁଦ୍ଧରେ; ସବଡିଭିଜନାଲ୍ ଅଫିସର କିମ୍ବା ରେଭିନ୍ୟୁ ଡିଭିଜନାଲ୍ ଅଫିସର ନିକଟରେ;
    • ଜିଲ୍ଲା କଲେକ୍ଟରଙ୍କ ନିକଟରେ, ଯଦି ମୂଳ ଆଦେଶ ସବଡିଭିଜନାଲ୍ ଅଫିସର କିମ୍ବା ରେଭିନ୍ୟୁ-ଡିଭିଜନାଲ୍ ଅଫିସରଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ  ।
  2. ନିୟମ ୪୨ର ଧାରା (୩) ଅନୁଯାୟୀ, କଲେକ୍ଟର ତାଙ୍କର ଅପିଲ୍ ଗ୍ରହଣ କ୍ଷମତାକୁ, ତାଙ୍କର କୌଣସି ଅଧସ୍ତନ ରାଜସ୍ୱ ଅଧିକାରୀଙ୍କୁ ପ୍ରଦାନ କରିପାରନ୍ତି, ଯେକି ସବଡିଭିଜନାଲ୍ ଅଫିସର ଏବଂ ରେଭିନ୍ୟୁ ଡିଭିଜନାଲ୍ ଅଫିସରଙ୍କ ଠାରୁ ପାହ୍ୟାରେ ଉଚ୍ଚ ହୋଇଥାଆନ୍ତି  । ଏପରି କ୍ଷମତା ପ୍ରଦାନ ଭୂ-ନଥି ଏବଂ ପର୍ଯ୍ୟବେକ୍ଷଣର ନିର୍ଦ୍ଦେଶକଙ୍କ ଜରିଆରେ ରାଜସ୍ୱ ପରିଷଦର ପୂର୍ବ ମଞ୍ଜୁରୀ ସହିତ କରାଯାଇପାରେ  । ଏପରି କ୍ଷମତା, ପଦବୀ ଦ୍ଵାରା, ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇପାରେ, ଯାହାଫଳରେ ଉଲ୍ଲେଖ କରିବା ବ୍ୟବସ୍ଥାକୁ ପରିତ୍ୟାଗ କରାଯାଇପାରେ, ଯଦି କୌଣସି ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରିବା ଉଦ୍ଦେଶ୍ୟ ଥାଏ, ଯେକି କେବଳ ସ୍ଥାୟୀ, ମୋକଦ୍ଦମାଗୁଡିକୁ ଫଇସଲା କରିବେ, ଯେଉଁ କ୍ଷେତ୍ରରେ, ଏପରି ପଦବୀ, ନାମ ଦ୍ଵାରା କରାଯାଇପାରେ  ।
  3. କୌଣସି ନାମାନ୍ତରଣ ମୋକଦ୍ଦମାରେ, ସବଡିଭିଜନାଲ୍ ଅଫିସର କିମ୍ବା ରେଭିନ୍ୟୁ ଡିଭିଜନାଲ୍ ଅଫିସରଙ୍କ ମୂଳ ଆଦେଶ ବିରୁଦ୍ଧରେ ଏବଂ ନିକଟରେ ଦାଏର କରାଯାଇଥିବା କୌଣସି ଅପିଲ୍ କୁ, କଲେକ୍ଟର, କୌଣସି ଅଧିକାରୀଙ୍କ ଫାଇଲ୍ କୁ ହସ୍ତାନ୍ତରଣ କରିପାରନ୍ତି, ଯେକି ଅପିଲ୍ କ୍ଷମତା ପରିଚାଳନା କରନ୍ତି  । ଆଇନର ଦଫା ୩୧ର ଉପ-ଦଫା (୨) ର ଧାରା (କ)ର ବ୍ୟବସ୍ଥାବଳୀ ଅନୁଯାୟୀ, ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ କାର୍ଯ୍ୟ ବିତରଣ କରିବା କ୍ଷମତା ତାଙ୍କର ଅଛି; ଯଦି ଅପିଲ୍ କ୍ଷମତା ପରିଚାଳନା କରୁଥିବା ଅଧିକାରୀଙ୍କ ସଂଖ୍ୟା, ଜଣକରୁ ଅଧିକ ହୋଇଥାଏ  । ଏପରି ଆଦେଶ ଲିଖିତଭାବେ ପ୍ରଦାନ କରାଯିବ ଏବଂ ତାହା ସେତେ ଶୀଘ୍ର ପ୍ରଦାନ କରାଯିବ, ଯେତେବେଳେ ଅପିଲ୍ କ୍ଷମତା ପରିଚାଳନା କରୁଥିବା ଅଧିକାରୀଙ୍କ ସଂଖ୍ୟା ଏକରୁ ଅଧିକ ହୋଇଥାଏ, ଯାହା ଫଳରେ, କୌଣସି ଅଧିକାରୀ ବିନା କାର୍ଯ୍ୟରେ କିମ୍ବା କାମରେ ରହିବେ ନାହିଁ  । କଲେକ୍ଟର ଯେକୌଣସି ମୋକଦ୍ଦମାକୁ, କୌଣସି ଅପିଲ୍ ଅଧିକାରୀଙ୍କ ଫାଇଲ୍ ରୁ ପ୍ରତ୍ୟାହାର କରିପାରିବେ  ଏବଂ ନିଜେ ତାହା ଫଇସଲା କରିବେ କିମ୍ବା ତାଙ୍କ ଅଧିନରେ କାର୍ଯ୍ୟ କରୁଥିବା ଅନ୍ୟ କୌଣସି ଅଧିକାରୀଙ୍କୁ ତାହା ହସ୍ତାନ୍ତରଣ କରିପାରିବେ  । ଏପରି କ୍ଷମତା ପରିଚାଳନା କରାଯାଇପାରେ, ଯେତେବେଳେ ପରିସ୍ଥିତି ସେପରି ହୋଇଥାଏ, ଯେପରି ପାରାଗ୍ରାଫ ୧୫ରେ ଉଲ୍ଲେଖିତ ଅଛି  ।
  4. ନିୟମ ୪୨ରେ, ଧାରା (ଖ) ଅନୁଯାୟୀ, ଆଦେଶ ତାରିଖରୁ ତିରିଶ ଦିନ ମଧ୍ୟରେ କୌଣସି ଅପିଲ୍ ଦାଏର କରାଯିବ  । ଏପରି ସମୟ ଗଣନା କରିବା ନିମନ୍ତେ, ଯେଉଁ ଦିନ ଏପରି ଅଭିଯୋଗ କରାଯାଇଥିବା ରାଏ ଘୋଷଣା କରାଯାଇଥାଏ ଏବଂ ଆଦେଶର ଏକ ନକଲ ଗ୍ରହଣ କରିବା ନିମନ୍ତେ ନିଆଯାଇଥିବା ପ୍ରକୃତ ସମୟକୁ ବହିର୍ଭୂତ କରାଯିବ  ।
  5. ଅଧିକାଂଶ ସମୟରେ ଏହା ଦେଖାଯାଏ ଯେ ଆବେଦିତ ପ୍ରମାଣିତ ନକଲ ଯୋଗାଇବା ନିମନ୍ତେ, କାର୍ଯ୍ୟାଳୟରେ ନକଲ ନିମନ୍ତେ ଅଧିକ ସମୟ ନିଆଯାଇଥାଏ, ଯାହା ଫଳରେ ଅପିଲ୍ ମୋକଦ୍ଦମାଗୁଡିକ ଯଥେଷ୍ଟ ଭାବେ ବିଳମ୍ବିତ ହୁଏ । ଏ ସମ୍ବନ୍ଧରେ, ଏହା ମନେ ରଖିବା ଉଚିତ୍ ଯେ, କୌଣସି ଗୋଟିଏ ନିୟମ ପରିପାଳନ କରିବାରେ ଅକୃତକାର୍ଯ୍ୟତା, ଅନ୍ୟଟିର କାର୍ଯ୍ୟକୁ ଯଥେଷ୍ଟ ଭାବେ ପ୍ରଭାବିତ କରିବ । ଯଦି ଏପରି ବିଳମ୍ବତାକୁ ଅନୁମୋଦନ କରାଯାଏ, ଏହା ନିଶ୍ଚିତ ଯେ, ଅଧିକାର- ନଥିରେ କିମ୍ବା ଖତିୟାନରେ ପରିବର୍ତ୍ତନ ଅନ୍ତର୍ଭୁକ୍ତିକରଣ ନିମନ୍ତେ ସେହି ପରିମାଣରେ ବିଳମ୍ବ ଘଟିବ, ଯାହାର ଅର୍ଥ ହେଉଛି, ନାମାନ୍ତରଣର ଉଦ୍ଦେଶ୍ୟ ପଣ୍ଡ ହେବ କିମ୍ବା ବିଭ୍ରାନ୍ତ ହେବ । ନକଲ ଦାୟିତ୍ଵରେ ଥିବା ଅଧିକାରୀ, ଏହା ନିଶ୍ଚିତ କରିବା ଉଚିତ୍ ଯେ, ସେହି ବିଷୟ ଉପରେ, ନିୟମାବଳୀ ସହିତ ସମନ୍ଵୟ ରକ୍ଷାକରି, ଆବେଦନକାରୀମାନଙ୍କୁ ନକଲ ଯୋଗାଇ ଦିଆଯାଉ
  6. ଅପିଲ୍ ନିମନ୍ତେ ପ୍ରତ୍ୟକ ଆବେଦନପାତ୍ର ସହିତ, ଅପିଲ୍ କରାଯାଉଥିବା ଆଦେଶର ଏକ ପ୍ରମାଣିତ ନକଲ ସଂଯୁକ୍ତ କରାଯିବ  ।
  7. ଯଦି ଅପିଲ୍ ସମୟର ଶେଷ ଦିନ, ଏକ ଛୁଟି ଦିନରେ ପଡେ, ସେପରିସ୍ଥଳେ ଅପିଲ୍ ନିମନ୍ତେ ଆବେଦନପତ୍ର ସେହିଦିନ ଗ୍ରହଣ କରାଯିବ, ଯେବେ ନ୍ୟାୟାଳୟ ତାପରେ ଖୋଲେ  ।
  8. ଅପିଲ୍ ନିମନ୍ତେ ଆବେଦନପତ୍ର, ଚାରି ଟଙ୍କାର ଏକ ନ୍ୟାୟାଳୟ ଶୁଳ୍କ ଟିକସ ଧାରଣ କରିବ, ଯେପରି ନିୟମାବଳୀର  ସୂଚୀ-୧ ର ବିଷୟ ୧୨ରେ ବ୍ୟବସ୍ଥାୟୀତ ହୋଇଛି  । ଏପରି ଟିକସକୁ ଯାଞ୍ଚ କରାଯିବ, ନାକଚ୍ କରାଯିବ ଏବଂ ହିସାବଭୁକ୍ତ କରାଯିବ, ଯେପରି ପାରାଗ୍ରାଫ ୨୮ରେ ଉଲ୍ଲେଖିତ, ଏବଂ ଏହା ପାରାଗ୍ରାଫ୍ ୧୦୦ ଅନୁଯାୟୀ, ଅପିଲ୍ କୁ ଏକ ମୋକଦ୍ଦମାଭାବେ ନିବନ୍ଧନ କରିବା ପୂର୍ବରୁ କରାଯିବ  ।
  9. ଆବେଦନପତ୍ର ଗ୍ରହଣ ଦିନ, ଏହାକୁ ଅପିଲ୍ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ  । ଏହି ରେଜିଷ୍ଟରର ପ୍ରୋଫାର୍ମା, ପରିଶିଷ୍ଠ-୨୨ ରେ ପ୍ରଦାନ କରାଯାଇଛି  ।
  10. ଅପିଲ୍ ଆବେଦନପତ୍ରକୁ, ଗ୍ରହଣ କରିବା ସଙ୍ଗେ ସଙ୍ଗେ ବେଞ୍ଚ୍ କିରାଣୀଙ୍କ କର୍ତ୍ତବ୍ୟ ହେଉଛି, ତାହା ଯାଞ୍ଚ କରିବେ  । ଆବେଦନପତ୍ର ଗୃହୀତ ହେବା ଦିନ ହିଁ ଏପରି ଯାଞ୍ଚ କରାଯିବ କିମ୍ବା ପରବର୍ତ୍ତୀ ଦିନ ଏହା କରାଯିବ  । ଏ ବିଷୟରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ଉଚିତ୍ ଯେ, ଏପରି ଆବେଦନପତ୍ର ଠିକ୍ ସମୟ ମଧ୍ୟରେ ଦାଖଲ କରାଯାଇଛି କି ନାହିଁ  ।
  11. ଯଦି ଆବେଦନପତ୍ର ତ୍ରୁଟିପୂର୍ଣ୍ଣ ଥାଏ, ସେପରିସ୍ଥଳେ ଆଦେଶ ନିମନ୍ତେ ସଭାପତିତ୍ଵକାରୀ ଅଧିକାରୀଙ୍କ ସମ୍ମୁଖରେ ଏହା ସ୍ଥାପନ କରାଯିବ  । ଏପରି ମୋକଦ୍ଦମାଗୁଡିକୁ ତତକ୍ଷଣାତ ନାକଚ  କରାଯାଇପାରେ  । ଏପରି କୌଣସି କ୍ଷେତ୍ରରେ, ସେ ସମ୍ବନ୍ଧରେ ଉଲ୍ଲେଖ, ରେଜିଷ୍ଟରର ମନ୍ତବ୍ୟ ସ୍ତମ୍ଭରେ କରାଯିବ  । ସାଧାରଣତଃ ଅପିଲ୍, ଆବେଦନପତ୍ର ଉପରେ କୌଣସି ସଂଶୋଧନ ଗ୍ରହଣ କରାଯାଏ ନାହିଁ; ଯେହେତୁ ଏହା କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଘଟାଏ  ।
  12. ଯଦି ଆବେଦନପତ୍ର ସଠିକ୍ ଅଛି ବୋଲି ଦେଖାଯାଏ, ସେପରିସ୍ଥଳେ ବେଞ୍ଚ୍ କିରାଣୀ, ସେ ସମ୍ବନ୍ଧରେ ଆବେଦନପତ୍ରର ପଛରେ ପ୍ରମାଣିତ କରିବେ  । ତାପରେ ମୌଳିକଭାବେ ଅପିଲ୍ ଗ୍ରହଣ କରାଯାଏ  ।
  13. ଏପରି ଗ୍ରହଣ ପରେ ପରେ ଅପିଲ୍ ନ୍ୟାୟାଳୟ, ନିମ୍ନ ନ୍ୟାୟାଳୟରୁ, ମୋକଦ୍ଦମା ନଥି ସହିତ ଏକ ବିବରଣୀ ଆହ୍ଵାନ କରିବେ  । ଯଦି କୌଣସି ବିବରଣୀ ଥାଏ, ତା ସହିତ ମୋକଦ୍ଦମା ନଥିକୁ ତୁରନ୍ତ ନିମ୍ନ ନ୍ୟାୟାଳୟ ଦ୍ଵାରା ଅପିଲ୍ ନ୍ୟାୟାଳୟକୁ ପ୍ରେରଣ କରାଯିବ  । ଏ ସମ୍ବନ୍ଧରେ କୌଣସି ବିଳମ୍ବତାକୁ ଗୁରୁତର ଭାବେ ଗ୍ରହଣ କରାଯିବ  ।
  14. ଅପିଲ୍ ମୋକଦ୍ଦମାକୁ ଯେତେ ଶୀଘ୍ର ସମ୍ଭବ ଫଇସଲା କରାଯିବ ଏବଂ କୌଣସି କ୍ଷେତ୍ରରେ ଅଯଥା ସ୍ଥଗିତିକରଣ କିମ୍ବା ମୁଲତବି ଦିଆଯିବ ନାହିଁ  ।
  15. ଯେତେ ଶୀଘ୍ର ମୋକଦ୍ଦମା ଫଇସଲା ହୁଏ, ସେପରିସ୍ଥଳେ ମୂଳ ମୋକଦ୍ଦମା ନଥି ସହିତ, ଅପିଲ୍ ରେ ପ୍ରଦାନ କରାଯାଇଥିବା ଆଦେଶର ଏକ ନକଲକୁ ଅଧିକାର-ନଥିରେ କିମ୍ବା ଖତିୟାନରେ ଆବଶ୍ୟକ ସଂଶୋଧନ କରିବା ନିମନ୍ତେ, ତହସିଲଦାର୍ ଙ୍କୁ ପ୍ରେରଣ କରାଯିବ  ।
  16. ମୂଳ ନଥି ସହିତ, ଅପିଲ୍ ରେ  ପ୍ରଦାନ କରାଯାଇଥିବା ଆଦେଶର ନକଲକୁ ତହସିଲଦାର୍ ସଂଯୁକ୍ତ କରିବେ, ଆଦେଶ ଫର୍ଦ୍ଦରେ ସେ ସମ୍ବନ୍ଧରେ ଏକ ଟିପ୍ପଣୀ ପ୍ରଦାନ କରିବେ ଏବଂ ମୋକଦ୍ଦମାକୁ ବନ୍ଦ କରିବେ  । ଅଧିକାର-ନଥିରେ କିମ୍ବା ଖତିୟାନରେ କେବଳ ଆବଶ୍ୟକ ସଂଶୋଧନ କରାଯାଏ ଏବଂ ସୂଚନାଙ୍କର ଫେରସ୍ତନୀୟ ନକଲ, ନାଇବ୍ ତହସିଲଦାର୍ ଙ୍କ ଠାରୁ ଗ୍ରହଣ କରାଯାଏ  ।
  17. ଯେପରି ନିୟମ ୪୩ରେ ବ୍ୟବସ୍ଥାୟୀତ, ଯଦି କୌଣସି ବ୍ୟକ୍ତି, କୌଣସି ନାମାନ୍ତରଣ ମୋକଦ୍ଦମାର ସିଦ୍ଧାନ୍ତରେ ବ୍ୟଥିତ ବୋଲି ବିବେଚନା କରନ୍ତି, ତାହେଲେ ସେ ଏପରି ଆଦେଶ ତାରିଖରୁ ତିରିଶଦିନ ମଧ୍ୟରେ, ନଥିରେ ସ୍ପଷ୍ଟ ଥିବା କୌଣସି ତ୍ରୁଟି କାରଣ ଉପରେ, ଯେଉଁ ଅଧିକାରୀ ଉକ୍ତ ଆଦେଶ ପ୍ରଦାନ କରିଥିଲେ, ତାହା ପୁନର୍ବିଚାର କରିବା ନିମନ୍ତେ ଆବେଦନ କରିପାରିବେ  । ଏହା, କିମ୍ବା ଏହି ବ୍ୟବସ୍ଥା, ଉଭୟ ମୂଳ ଏବଂ ଅପିଲ୍ ଆଦେଶ ପ୍ରତି ପ୍ରୟୋଗନୀୟ ଅଟେ, ଯେଉଁ ଅଧିକାରୀଙ୍କ ନିକଟରେ ପୁନର୍ବିଚାର ନିମନ୍ତେ ଏକ ଆବେଦନପତ୍ର ଦାଖଲ ହୁଏ, ସେ ଉତ୍ସକୁ ପକ୍ଷମାନଙ୍କୁ ଶୁଣାଣୀର ଏକ ଯଥାଯଥ ସୁଯୋଗ ପ୍ରଦାନ କରିବା ପରେ, ଏପରି ଆଦେଶ ପ୍ରଦାନ କରିପାରନ୍ତି, ଯେପରି ସେ ଉପଯୁକ୍ତ ମନେ କରନ୍ତି  ।

ଟିପ୍ପଣୀ

ଏହି ନ୍ୟାୟାଳୟ ସମ୍ମୁଖରେ କାର୍ଯ୍ୟାନୁଷ୍ଠାନ ପରିଚାଳନା କରିବା ନିମନ୍ତେ ଆଇନ୍ ଗତ ନିୟମାବଳୀ ଦ୍ଵାରା ଦେୱାନୀ କାର୍ଯ୍ୟବିଧି ଆଇନ୍ ସ୍ପଷ୍ଟ କରେ ଯେ, କୌଣସି ପ୍ରତିବନ୍ଧକ ସ୍ଥିତ ନାହିଁ ଯେ, ଦେୱାନୀ କାର୍ଯ୍ୟ ବିଧି ସଂହିତାର ଅର୍ଡର ୪୭ ସହିତ ପୁନର୍ବିଚାର କମିଶନରଙ୍କ ସମ୍ମୁଖରେ ହେଉଥିବା କାର୍ଯ୍ୟାନୁଷ୍ଠାନ ପ୍ରତି ପ୍ରୟୋଗ ହେବ ନାହିଁ – ଓଜେଆର -୧୫(୧୯୭୯)

  1. ଯେଉଁ ପରିସ୍ଥିତିରେ କୌଣସି ପୁନର୍ବିଚାର କରାଯାଏ, ତାହା ସ୍ପଷ୍ଟଭାବେ ଆଦେଶ ଫର୍ଦ୍ଦରେ ଉଲ୍ଲଖେ କରାଯିବ, କାରଣ ପୁନର୍ବିଚାର ସେହି ପଦ୍ଧତି ନୁହେଁ, ଯାହାଦ୍ଵାରା ଅପିଲ୍ କିମ୍ବା ରିଭିଜନ୍ ରେ ଆଦେଶକୁ ପରିବର୍ତ୍ତନ କରାଯାଏ  । ନଥିରେ ସ୍ପଷ୍ଟଭାବେ ଦୃଶ୍ୟମାନ କୌଣସି ତ୍ରୁଟି କାରଣ ଉପରେ, ପୁନର୍ବିଚାର କେବଳ ଗ୍ରହଣ କରାଯାଏ ଏବଂ ଅନ୍ୟ କୌଣସି ପରିସ୍ଥିତିରେ ନୁହେଁ  ।
  2. ଆଇନ୍ ର ଦଫା ୩୨ ଅନୁଯାୟୀ, କୌଣସି ଅଧିକାରୀଙ୍କ ନିକଟରେ କୌଣସି କାର୍ଯ୍ୟାନୁଷ୍ଠାନକୁ ସଂଶୋଧନ କରିବା ନିମନ୍ତେ, ରାଜସ୍ୱ ପରିଷଦ, କୌଣସି ଆବେଦନ ପତ୍ର ଉପରେ କିମ୍ବା ବିନା ଆବେଦନରେ ନଥି ଆହ୍ଵାନ କରିବା କ୍ଷମତା ବହନ କରନ୍ତି, ଯାହାଙ୍କ ସିଦ୍ଧାନ୍ତରୁ କୌଣସି ଅପିଲ୍ ରୁହେ ନାହିଁ  । ଏହି ବିଷୟ ଯେ, ରାଜସ୍ୱ ପରିଷଦ, ଯେକୌଣସି ସମୟରେ କୌଣସି କାର୍ଯ୍ୟାନୁଷ୍ଠାନର ସଂଶୋଧନ କରିବା କ୍ଷମତା ବହନ କରନ୍ତି, ତା’ର ଅର୍ଥ ନୁହେଁ ଯେ, କୌଣସି ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ପ୍ରତି କୌଣସି ପକ୍ଷ, ଚିରାଚରିତଭାବେ, କୌଣସି ଅଧସ୍ତନ ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା କୌଣସି ଆଦେଶ ପରିବର୍ତ୍ତନ ନିମନ୍ତେ ରାଜସ୍ୱପରିଷଦକୁ ଅନୁରୋଧ କରିବେ  । ପ୍ରଥମ ଅପିଲ୍ ପରେ, ଆଇନଗତ ଅବସ୍ଥା, ଏକ ଦ୍ଵିତୀୟ ଅପିଲ୍ କିମ୍ବା ରିଭିଜନ ନିମନ୍ତେ ବ୍ୟବସ୍ଥା କରେ ନାହିଁ ଏବଂ ଏପରି ନିର୍ଦ୍ଧିଷ୍ଟ ବ୍ୟବସ୍ଥାର ଅନୁପସ୍ଥିତିରେ, ଦଫା ୩୨ ଦ୍ଵାରା ପ୍ରଦତ୍ତ ସାଧାରଣ କ୍ଷମତା, ରାଜସ୍ୱ ପରିଷଦକୁ ଏକ ଦ୍ଵିତୀୟ ଅପିଲ୍ ନ୍ୟାୟାଳୟ ଭାବେ ବ୍ୟବହାର କରାଯାଇପାରିବ ବରିଷ୍ଠ ଅଧିକାରୀଙ୍କ ଦ୍ଵାରା ନିୟନ୍ତ୍ରଣ ଏବଂ ତତ୍ତ୍ଵାବଧାନର କ୍ଷମତା, ବିବେକାନୁଦାୟୀ ଅଟେ ଏବଂ ଏପରି କ୍ଷମତା ପରିଚାଳନା କରୁଥିବା ଅଧିକାରୀମାନେ ଶ୍ରେଣୀୟ ମୋକଦ୍ଦମା ଗୁଡିକ ବ୍ୟତୀତ, ସାଧାରଣତଃ ହସ୍ତକ୍ଷେପ କରିପାରିବେ ନାହିଁ  ଯଥା :-
    • ଯେଉଁ ସ୍ଥଳରେ କୌଣସି ଅଧସ୍ତନ ଅଧିକାରୀ ଅନୁପଯୁକ୍ତ ଭାବେ କୌଣସି କର୍ତ୍ତୃତ୍ଵ ପରିଚାଳନା କରିବାକୁ ପ୍ରତ୍ୟାଖ୍ୟାନ କରନ୍ତି, ଯାହାକି ତାଙ୍କ ଉପରେ ନ୍ୟସ୍ତ ଥାଏ; କିମ୍ବା
    • ଯେଉଁ ସ୍ଥଳରେ ଏପରି ଅଧିକାରୀ, ତାଙ୍କର କର୍ତ୍ତୃତ୍ଵ ପରିଚାଳନା କର୍ତ୍ତବ୍ୟରେ ଅକୃତକାର୍ଯ୍ୟ ହୁଅନ୍ତି କିମ୍ବା ଆଇନ୍ ର କେତେକ ସ୍ପଷ୍ଟ ବ୍ୟବସ୍ଥାକୁ ଉଲ୍ଲଘଂନ କରନ୍ତି, ଯାହାକି ମୋକଦ୍ଦମାର ଗୁଣ ଉପରେ, ସିଦ୍ଧାନ୍ତକୁ ପ୍ରଭାବିତ କରେ ଏବଂ ଯେଉଁ ସ୍ଥଳରେ ଏପରି ଉଲ୍ଲଘଂନ, ନ୍ୟାୟରେ ଗୁରୁତର ପରିବର୍ତ୍ତନ ଘଟାଇଥାଏ; କିମ୍ବା
    • ସାଧାରଣତଃ, ଯେଉଁ ସ୍ଥଳରେ ଗୁରୁତର ଅନ୍ୟାୟକୁ ପ୍ରତିରୋଧ କରିବା ନିମନ୍ତେ ଏହା ଆବଶ୍ୟକ ଅଟେ  ।
  3. ପରିଷଦ ଦ୍ଵାରା ରିଭିଜନ୍ ନିମନ୍ତେ, କୌଣସି ଆବେଦନ ପତ୍ରର ଦାଖଲ ସମ୍ବନ୍ଧରେ କୌଣସି ସମୟସୀମାର ଅନୁପସ୍ଥିତିରେ, ତାହା, ନିମ୍ନ ନ୍ୟାୟାଳୟର ଆଦେଶ ତାରିଖରୁ ନବେ ଦିନ ମଧ୍ୟରେ ଦାଏର କରାଯିବ, ଯେଉଁଥିରୁ ରାଏର ନକଲ ପାଇବା ନିମନ୍ତେ ସମୟକୁ ବାଦ୍ ଦିଆଯିବ  । ଯାହାହେଉନା କାହିଁକି, ଏକ ମାସ ପରେ, ରିଭିଜନ୍ ନିମନ୍ତେ କୌଣସି ଆବେଦନ ପତ୍ର, ପରିଷଦ, ନିଜ ବିବେକ ଅନୁଯାୟୀ ଗ୍ରହଣ କରିପାରନ୍ତି  ।
  4. ରିଭିଜନ୍ ନିମନ୍ତେ ଆବେଦନପତ୍ର ସହିତ, ସମସ୍ତ ନିମ୍ନ ନ୍ୟାୟାଳୟ ଦ୍ଵାରା ପ୍ରଦତ୍ତ ଆଦେଶର ସଠିକ୍ ନକଲକୁ ସଂଯୁକ୍ତ କରାଯିବ  ।
  5. ଯେଉଁ ସମସ୍ତ କ୍ଷେତ୍ରରେ ସରକାରଙ୍କ ସ୍ଵାର୍ଥ ପ୍ରଭାବିତ ହୁଏ, ସେପରିସ୍ଥଳେ ନିମ୍ନ ନ୍ୟାୟାଳୟର ଆଦେଶ ବିରୁଦ୍ଧରେ ରିଭିଜନ୍ ନିମନ୍ତେ, କଲେକ୍ଟର ପରିଷଦକୁ ଆବେଦନ କରିପାରନ୍ତି  । ସରକାରଙ୍କ ବିରୁଦ୍ଧରେ ରାଜସ୍ୱ ପରିଷଦରେ ଦାଏର  କରାଯାଇଥିବା ରିଭିଜନ୍ ମୋକଦ୍ଦମାଗୁଡିକ ସର୍ବଦା କଲେକ୍ଟରଙ୍କ ଦ୍ଵାରା ପ୍ରତିଦ୍ୱନ୍ଦିତା କରାଯିବ  । ଯଦି କଲେକ୍ଟରଙ୍କ ଦ୍ଵାରା, ସରକାରଙ୍କ ତରଫରୁ ଯୁକ୍ତି ବାଢିବା ନିମନ୍ତେ କୌଣସି ଅଧିବକ୍ତାଙ୍କ ନିଯୁକ୍ତି ଆବଶ୍ୟକ ମନେ ହୁଏ, ସେପରିସ୍ଥଳେ ସେ ଭୂ-ନଥି ଏବଂ ପର୍ଯ୍ୟବେକ୍ଷଣର ନିର୍ଦ୍ଦେଶକଙ୍କୁ ଅନୁରୋଧ କରିବେ, ଯାହାଙ୍କର ଏପରି ନିଯୁକ୍ତି ମଞ୍ଜୁରୀ କରିବା କ୍ଷମତା ଅଛି  ।

ଆଧାର – ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate