অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲଦାର୍ ଙ୍କ ଦ୍ଵାରା ମୋକଦ୍ଦମାଗୁଡିକର ଆରମ୍ଭ ଏବଂ ଫଇସଲା

ତହସିଲଦାର୍ ଙ୍କ ଦ୍ଵାରା ମୋକଦ୍ଦମାଗୁଡିକର ଆରମ୍ଭ ଏବଂ ଫଇସଲା

ତହସିଲଦାର୍ ଙ୍କ ଦ୍ଵାରା ମୋକଦ୍ଦମା

  1. ନାମାନ୍ତରଣ ନିମନ୍ତେ, ତହସିଲଦାର୍ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରନ୍ତି -
    • ଇଚ୍ଚୁକ କୌଣସି ବ୍ୟକ୍ତିଙ୍କ ଠାରୁ, ସେ ସମ୍ବନ୍ଧରେ ଆବେଦନପତ୍ର ଉପରେ; କିମ୍ବା
    • ତାଙ୍କର କୌଣସି ଅଧସ୍ତନଙ୍କ ଦ୍ଵାରା ତାଙ୍କୁ ପ୍ରଦାନ କରାଯାଇଥିବା କୌଣସି ବିବରଣୀ ଉପରେ; କିମ୍ବା
    • ଭାରତୀୟ ନିବନ୍ଧନ ଆଇନ୍, ୧୯୦୮ ଅନୁଯାୟୀ ନିଯୁକ୍ତ ନିବନ୍ଧକ କିମ୍ବା ଉପନିବନ୍ଧଙ୍କ ଠାରୁ କୌଣସି ସୂଚନା ଗ୍ରହଣ ଉପରେ; କିମ୍ବା
    • କୌଣସି ନ୍ୟାୟାଳୟରୁ କୌଣସି ସୂଚନା ଗ୍ରହଣ ଉପରେ; କିମ୍ବା
    • ଭୂମି-ଅଧି ଗ୍ରହଣ ଆଇନ୍ ଅନୁଯାୟୀ ଭୂମି-ଅଧିଗ୍ରହଣ ଉପରେ କୌଣସି ସୂଚନା ଗ୍ରହଣ ଉପରେ ; କିମ୍ବା
    • ନିଜ ମନକୁ ମନ ;

    ବିଭିନ୍ନ ‘ହୋଲଡିଂ’ ନିମନ୍ତେ ପୃଥକ୍ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍, ଯଦିଓ ନଥିଭୁକ୍ତ ମାଲିକ ସେହି ଏକା ବ୍ୟକ୍ତି ହୋଇଥାଆନ୍ତି, କିମ୍ବା ଯଦିଓ କାର୍ଯ୍ୟାନୁଷ୍ଠାନ ଆରମ୍ଭର କାରଣ ସେହି ଏକା ହୋଇଥାଏ  ।

  2. ଯଦି କୌଣସି ବ୍ୟକ୍ତି ଦ୍ଵାରା, ନିୟମ ୩୪ର ଧାରା (କ) ରୁ (ଚ) ରେ ଉଲ୍ଲେଖିତ ଗୋଟିଏ କିମ୍ବା ଅଧିକ କାରଣ ଉପରେ କୌଣସି ବ୍ୟକ୍ତି ଦ୍ଵାରା କୌଣସି ଆବେଦନପତ୍ର ପ୍ରଦାନ କରାଯାଏ, ସେପରିସ୍ଥଳେ ତହସିଲଦାର୍, ଆବେଦନପତ୍ରକୁ ପ୍ରାରମ୍ଭ ବିନ୍ଦୁ ଭାବେ ଗ୍ରହଣକରି, ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ  ।
  3. ନାଇବ୍ ତହସିଲଦାର୍, ପରିବର୍ତ୍ତନକୁ ସ୍ଥିର କରିବା ନିମନ୍ତେ ସମସ୍ତ ଚେଷ୍ଟା କରିବେ, ଯାହାକି ନିର୍ଦ୍ଧିଷ୍ଟ ଭାବେ ନକ୍ସା ଏବଂ ଅଧିକାର-ନଥିର ସଂଶୋଧନ, ଖଜଣା ଆଦାୟର ସମୟ, ପ୍ରତ୍ୟକ ଖଜଣା ପ୍ରଦାନକାରୀଙ୍କୁ ପଚରାଯିବା ଉଚିତ୍ ଯେ, ଯଦି ତାଙ୍କର ଜଣାଇବା ନିମନ୍ତେ କୌଣସି ନାମାନ୍ତରଣ ଅଛି ଏବଂ ଯଦି ସେପରି ହୋଇଥାଏ ତାହାହେଲେ ନାଇବ୍-ତହସିଲଦାର୍ ତାଙ୍କ ଠାରୁ ସମ୍ପୂର୍ଣ୍ଣ ବିବରଣୀ ଗ୍ରହଣ କରିବେ  । ସେହିପରିଭାବେ ଯେତେବେଳେ ଅନ୍ୟ କୌଣସି ରାଜସ୍ୱ କିମ୍ବା ବିବିଧା କାର୍ଯ୍ୟରେ ନିଯୁକ୍ତ ଥାଆନ୍ତି, ନାଇବ୍-ତହସିଲଦାର୍ ନାମାନ୍ତରଣ ମୋକଦ୍ଦମା ଦେଖିପାରନ୍ତି, ଏପରି ସମସ୍ତ କ୍ଷେତ୍ରରେ ସେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ସମସ୍ତ ବିବରଣୀ ସଂଗ୍ରହ କରିବେ କିମ୍ବା ନିଶ୍ଚିତ କରିବେ ଏବଂ ପରିଶିଷ୍ଠ -୫ ରେ ପ୍ରଦତ୍ତ ଫର୍ମରେ ଏକ ବିବରଣୀ ଦାଖଲ କରିବେ  । ତହସିଲଦାର୍ ଏହା ନିଶ୍ଚିତ କରିବେ ଯେ, ନାଇବ୍-ତହସିଲଦାର୍ ଙ୍କ ନିକଟରେ ଏହି ଫର୍ମ ଯଥେଷ୍ଟ ପରିମାଣରେ ଅଛି  । ନାମାନ୍ତରଣ ସମ୍ବନ୍ଧରେ ସମସ୍ତ ତଥ୍ୟର ଏକ ଟିପ୍ପଣୀ ରଖିବା ନିମନ୍ତେ, ପରିଶିଷ୍ଠ -୬ ରେ ପ୍ରଦତ୍ତ ଫର୍ମରେ ଏକ ରେଜିଷ୍ଟର, ନାଇବ୍-ତହସିଲଦାର୍  ରକ୍ଷଣାବେକ୍ଷଣ କରିବେ, ଯାହାକି ସେ ତଦନ୍ତ ସମୟରେ କିମ୍ବା ଖଜଣା ଆଦାୟ ସମୟରେ ପାଆନ୍ତି ଏବଂ ତାହା ତହସିଲଦାର୍ ଙ୍କ ନିକଟକୁ ପ୍ରେରଣ କରନ୍ତି  । ତହସିଲଦାର୍ ଙ୍କ ସମ୍ମୁଖରେ ଉପାଦେୟ ନାମାନ୍ତରଣ କାର୍ଯ୍ୟାନୁଷ୍ଠାନରେ, ପ୍ରାରମ୍ଭ ବିନ୍ଦୁ ଭାବେ, ନାଇବ୍-ତହସିଲଦାର୍ ଙ୍କ ରିପୋର୍ଟ କିମ୍ବା ବିବରଣୀକୁ ବିବେଚନା କରାଯିବ, ଯଦି ଏପରି କାର୍ଯ୍ୟାନୁଷ୍ଠାନ ତାଙ୍କ ଦ୍ଵାରା ଆରମ୍ଭ ହୋଇନଥାଏ  ।

ଟିପ୍ପଣୀ

ଏହି ନିୟମ, କଲେକ୍ଟରଙ୍କ ଅନ୍ୟ ରାଜସ୍ୱ ଅଧସ୍ତନମାନଙ୍କ ପ୍ରତି ପ୍ରୟୋଗ ହୁଏ, ଯେଉଁମାନଙ୍କୁ ନାମାନ୍ତରଣ ଘଟଣା, ତହସିଲଦାର୍ ଙ୍କୁ ସୂଚୀତ କରିବା କାର୍ଯ୍ୟ ନ୍ୟସ୍ତ କରାଯାଇଥାଏ  ।

  • ଯେତେବେଳେ ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ କିମ୍ବା କୌଣସି କମ୍ପାନୀ ନିମନ୍ତେ, ଭୂମି ସ୍ଥାୟୀ ଭାବେ ଅଧି ଗ୍ରହଣ କରାଯାଏ, ସେପରିସ୍ଥଳେ ଭୂମି-ଅଧିଗ୍ରହଣ ଅଧିକାରୀ, ଭୂ-ଖଜଣା ଛାଡ ମଞ୍ଜୁରୀର ଠିକ୍ ପରେ, ପରିଶିଷ୍ଠ -୫ରେ ପ୍ରଦତ୍ତ ଫର୍ମରେ ତହସିଲଦାର୍ ଙ୍କୁ ଏକ ବିବରଣୀ ପ୍ରେରଣ କରିବେ  । ଭୂମି-ଅଧିଗ୍ରହଣ କାର୍ଯ୍ୟାନୁଷ୍ଠାନ ଦ୍ଵାରା ପ୍ରଭାବିତ ପ୍ରତ୍ୟକ ଖାତା/ଖେୱାଟ ନିମନ୍ତେ ପୃଥକ୍ ବିବରଣୀ, ଭୂମି-ଅଧିଗ୍ରହଣ ଅଧିକାରୀଙ୍କ ଦ୍ଵାରା ପ୍ରେରଣ କରାଯିବ, ଯାହା ଫଳରେ ପୃଥକ୍ ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସୁବିଧାୟୀତ ହୋଇପାରିବ  । ଯେତେବେଳେ ଏପରି ଏକ ବିବରଣୀ ଗୃହୀତ ହୁଏ, ସେତେବେଳେ ଏହା ନାମାନ୍ତରଣ କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭିକ ବିନ୍ଦୁ ହୁଏ  । ଭୂମି-ଅଧିଗ୍ରହଣକାରୀ ଅଧିକାରୀମାନେ, ପରିଶିଷ୍ଠ -୬ ରେ ପ୍ରଦତ୍ତ ପ୍ରୋଫର୍ମରେ ଏକ ରେଜିଷ୍ଟରରେ, ତହସିଲଦାର୍ ଙ୍କୁ ସୂଚୀତ କରାଯାଇଥିବା ସମସ୍ତ ନାମାନ୍ତରଣର ଏକ ଟିପ୍ପଣୀ ରଖିବେ  ।
  • ଜମିରେ ମାଲିକାନାର ହସ୍ତାନ୍ତରଣ, କେତେକ ନିର୍ଦ୍ଧିଷ୍ଟ ଆଇନ୍ ଆବଶ୍ୟକ କରେ, ଯାହାକି ନିବନ୍ଧନକାରୀ ଅଧିକାରୀଙ୍କ ଦ୍ଵାରା, ଉକ୍ତ ଅଧିକାରଙ୍କୁ ବିଜ୍ଞପ୍ତ କରାଯିବ, ଯେକି ଭୂ-ନଥିର ରକ୍ଷଣାବେକ୍ଷଣ ନିମନ୍ତେ ଦକ୍ଷ ଅଟନ୍ତି  । ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ର ଦଫା ୧୯ର ଉପ-ଦଫା (୩) ଏବଂ ଦଫା ୧୧ର ଉପ-ଦଫା (୫) ଏପରି ପ୍ରକାରର ଉଦାହରଣ ଅଟେ  । ଯେତେବେଳେ ଏପରି ଏକ ସୂଚନା ଗୃହୀତ ହୁଏ, ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଏ, ଏବଂ ଏପରି ସୂଚନାକୁ କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭ ବିନ୍ଦୁ ଭାବେ ଗ୍ରହଣ କରାଯାଏ  ।
  • କେତେକ ନିର୍ଦ୍ଧିଷ୍ଟ ଆଇନ୍ ର ବ୍ୟବସ୍ଥାବଳୀ ଅନୁଯାୟୀ, ନ୍ୟାୟଳୟଗୁଡିକ, ଜମିରେ ମାଲିକାନାର ପରିବର୍ତ୍ତନକୁ, ସେହି ଅଧିକାରୀଙ୍କୁ ବିଜ୍ଞପ୍ତ  କରିବେ, ଯେକି ଭୂ-ନଥିର ରକ୍ଷଣାବେକ୍ଷଣ ନିମନ୍ତେ ଦକ୍ଷ ଅଟନ୍ତି  । ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦ ର ଦଫା ୧୧ର ଉପ-ଦଫା (୮); ଦଫା ୧୯ର ଉପ-ଦଫା (୩), (୫) ଏବଂ (୬) ଏବଂ ଦଫା ୩୧ର ଉପ-ଦଫା (୨), ଏ ପ୍ରକାର ଉଦାହରଣ ଅଟେ  । ଯେତେବେଳେ ଏପରି କୌଣସି ସୂଚନା ଗୃହୀତ ହୁଏ, ସେତେବେଳେ ଏକ ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୁଏ ଏବଂ ଏପରି ସୂଚନାକୁ, କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭ ବିନ୍ଦୁ ଭାବେ ଗ୍ରହଣ କରାଯାଏ  ।
  • ସାଧାରଣତଃ, ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଏବଂ ଫଇସଲା କରିବା କ୍ଷମତା ଥିବା ଅଧିକାରୀମାନଙ୍କର, ଅନ୍ୟାନ୍ୟ ରାଜସ୍ୱ ଏବଂ ରୟତି ଆଇନ୍ ଅନୁଯାୟୀ କ୍ଷମତା ଅଛି, ଏବଂ ସେଥିପାଇଁ ସେମାନେ ଏପରି ମୋକଦ୍ଦମା ଗୁଡିକୁ ବିଚାର କରନ୍ତି, ଯାହାର ଭୂ-ନଥି ସଂଶୋଧନ କରିବା ପ୍ରଭାବ ଅଛି  । ଉଦାହରଣ ସ୍ୱରୂପ, କୌଣସି ତହସିଲଦାର୍  ଯେକି ଓଡିଶା ସମ୍ପତ୍ତି ଉଚ୍ଛେଦ ଆଇନ୍, ୧୯୫୧ ଅନୁଯାୟୀ, କୌଣସି କଲେକ୍ଟରଙ୍କ କ୍ଷମତା ପରିଚାଳନା କରନ୍ତି ସେ, ଘରୋଇ ଜମି ଏବଂ ଜାଗୀର ଜମିର ଆକଳନ ଏବଂ ପରିବର୍ତ୍ତନ ମୋକଦ୍ଦମାଗୁଡିକୁ ପରିଚାଳନା କରନ୍ତି  । ସେହିପରିଭାବେ ଜଣେ ତହସିଲଦାର୍, ସରକାରୀ ସମ୍ପତ୍ତିର ଜଣେ ପରିଚାଳକଭାବେ; ପଟ୍ଟା, ଜବରଦଖଲ ଛାଡ୍ ଏବଂ ସେହିପରି ଅନ୍ୟାନ୍ୟ ମୋକଦ୍ଦମା ପରିଚାଳନା କରନ୍ତି ଏବଂ ଓଡିଶା ଭୂ-ସଂସ୍କାର ଆଇନ୍ ୧୯୬୦ ଅନୁଯାୟୀ କୌଣସି ରାଜସ୍ୱ ଅଧିକାରୀଙ୍କ କ୍ଷମତା ପରିଚାଳନା କରୁଥିବା କୌଣସି ତହସିଲଦାର୍, ସୀମା ବହିର୍ଭୂତ ଜମିର ଆବଣ୍ଟନ କିମ୍ବା ଏପରି ଅନ୍ୟାନ୍ୟ ମୋକଦ୍ଦମା ବିଚାର କରନ୍ତି, ଯାହାକି ମାଲିକାନା, ଦାଖଲ, ସ୍ଥିତି ଇତ୍ୟାଦିରେ ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ କରେ  । ଯେତେବେଳେ ଏପରି ଏକ ମୋକଦ୍ଦମା ଫଇସଲା କରାଯାଏ ଏବଂ ଅପିଲ୍ ଏବଂ/କିମ୍ବା ରିଭିଜନ୍ ର ସମୟ ଅତିକ୍ରାନ୍ତ ହୋଇଥାଏ ଏବଂ ସେହି ସମୟ ମଧ୍ୟରେ କୌଣସି ଅପିଲ୍ କିମ୍ବା ରିଭିଜନ୍ ଦାଏର୍ କରାଯାଇନଥାଏ, କିମ୍ବା ଯଦି ଏପରି କୌଣସି ଅପିଲ୍ କିମ୍ବା ରିଭିଜନ୍ ଦାଖଲ ହୋଇଥାଏ, ଏବଂ ତା’ର ଫଇସଲା ପରେ, ସେପରିସ୍ଥଳେ, ମୋକଦ୍ଦମାର ଫଇସଲାରେ ପ୍ରଦାନ କରାଯାଇଥିବା ଆଦେଶର ଉପାଦେୟ ଅଂଶର ସାରାଂଶ ଗ୍ରହଣ କରି, ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀ ଏକ ନାମାନ୍ତରଣ ମୋକଦ୍ଦମା ଆରମ୍ଭ କରିବେ  । ଏପରି ସମସ୍ତ କ୍ଷେତ୍ରରେ ଅପେକ୍ଷା କରିବା ବାଞ୍ଛନୀୟ ଅଟେ, ଯେପର୍ଯ୍ୟନ୍ତ ଇତ୍ସୁକ ପକ୍ଷ ନାମାନ୍ତରଣ ନିମନ୍ତେ ଆବେଦନ ନକରିଛି ।
  • ଯଦି କୌଣସି ଆବେଦନପତ୍ର, କୌଣସି ତହସିଲଦାର୍ ଙ୍କ ବ୍ୟତୀତ, ରାଜସ୍ୱ ଅଧିକାରୀଙ୍କୁ ଦାଖଲ କରାଯାଏ, ସେପରିସ୍ଥଳେ ସେ ଆବେଦନକାରୀଙ୍କୁ ଉକ୍ତ ଆବେଦନପତ୍ର ଫେରସ୍ତ କରିବେ ଏବଂ ଆବେଦନ ପତ୍ରରେ ସେ ସମ୍ବନ୍ଧରେ ଏକ ଉଲ୍ଲେଖ କରିବା ପରେ, ଉପଯୁକ୍ତ ଅଧିକାରୀଙ୍କ ସମ୍ମୁଖରେ ତାହା ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେବେ  ।
  • ଗ୍ରହଣ କରାଯାଇଥିବା କୌଣସି ନାମାନ୍ତରଣ ଆବେଦନପତ୍ରର ଠିକ୍ ପରେ ପରେ କିମ୍ବା ଯେତେବେଳେ ମନକୁ ମନ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ନ୍ୟାୟାଳୟ ଶୁଳ୍କ ଟିକସ ଗୃହୀତ ହୁଏ, ସେପରିସ୍ଥଳେ ଏକ ଗୋଲାକାର ‘ପଞ୍ଛ’ ରେ ତାହା ବନ୍ଦ କରାଯିବ, ଯାହାଫଳରେ ଚିହ୍ନ ଶୀର୍ଷ ଉପରେ ଏକ ସ୍ପଷ୍ଟ ଗାତ କିମ୍ବା କଣା ସୃଷ୍ଟି କରାଯିବ  । ତା ପରେ ସମସ୍ତ ଲେବୁଲ୍ କୁ ବେଞ୍ଚ୍ କିରାଣୀ ଦ୍ଵାରା ଲିଭାଯିବ ଯେକି ନାଲି କାଳିରେ ଏ ଗୁଡିକର ପ୍ରତ୍ୟକଟି ଉପରେ ତାଙ୍କ ପୂରା ନାମ ଏପରିଭାବେ ଲେଖିବେ ଯେ, ତାଙ୍କ ନାମର ଅଂଶ, ଯେକୌଣସି ପାର୍ଶ୍ଵର ବାହାରେ ରହିବ  । ଏପରି ନ୍ୟାୟାଳୟ ଶୁଳ୍କକୁ, ନ୍ୟାୟାଳୟ-ଶୁଳ୍କ ରେଜିଷ୍ଟରରେ ହିସାବଭୁକ୍ତ କରାଯିବ, ଯାହାର ପ୍ରୋଫର୍ମା, ପରିଶିଷ୍ଠ -୭ ରେ ପ୍ରଦାନ କରାଯାଇଛି  । ଅନ୍ତର୍ଭୁକ୍ତିକରଣ ତାରିଖ ସହିତ, ଏହି ରେଜିଷ୍ଟରରେ, ଅନ୍ତର୍ଭୁକ୍ତିକରଣର କ୍ରମିକ ସଂଖ୍ୟାର ଏକ ଉଲ୍ଲେଖ ଏବଂ ଟିକସ ମୂଲ୍ୟ, ଆବେଦନପତ୍ରକୁ, ସେହି ଏକା ସମୟରେ, ନିୟମ ୩୫ ଦ୍ଵାରା ଯେପରି ଆବଶ୍ୟକ, ନାମାନ୍ତରଣ ରେଜିଷ୍ଟରରେ, ଏକ ନାମାନ୍ତରଣ ମୋକଦ୍ଦମା ଭାବେ ନିବନ୍ଧନ କରାଯିବ  । ଯେଉଁ ପ୍ରୋଫାର୍ମାରେ ନାମାନ୍ତରଣ ରେଜିଷ୍ଟର ରକ୍ଷଣାବେକ୍ଷଣ କରାଯିବ, ତାହା ପରିଶିଷ୍ଠ-୮ ରେ ପ୍ରଦାନ କରାଯାଇଛି  । ସମସ୍ତ ଅଧିକାରୀ, ଯେଉଁମାନେ ନାମାନ୍ତରଣ କ୍ଷମତା ଅପରିଚାଳନା କରନ୍ତି, ସେମାନଙ୍କର ପୃଥକ ନାମାନ୍ତରଣ ରେଜିଷ୍ଟର, ପୃଥକ୍ ନ୍ୟାୟାଳୟ-ଶୁଳ୍କ ରେଜିଷ୍ଟର ଏବଂ ଅନ୍ୟାନ୍ୟ ରେଜିଷ୍ଟରରେ ରହିବ  ।
  • ନାମାନ୍ତରଣ ରେଜିଷ୍ଟରରେ, ନାମାନ୍ତରଣ ଆବେଦନ ପତ୍ରର ଅନ୍ତର୍ଭୁକ୍ତିକରଣ ପରେ, ସଂପୃକ୍ତ ମୋକଦ୍ଦମାନଥିକୁ ନଥିରକ୍ଷକଙ୍କ, ନିକଟକୁ ପ୍ରେରଣ କରାଯିବ  । ସେ ଅଧିକାରନଥିର ବିଦ୍ୟମାନ ଅନ୍ତର୍ଭୁକ୍ତିକରଣ ଭିତ୍ତିରେ, ଆବେଦନପତ୍ରକୁ ଯାଞ୍ଚ କରିବେ  । ଏହାର ଅର୍ଥ ହେଉଛି  ସେ ଆବେଦନପତ୍ରରେ କରାଯାଇଥିବ କିମ୍ବା ଉଲ୍ଲେଖିତ ବିବରଣୀକୁ ପରୀକ୍ଷା କରି ଦେଖିବେ ଯେ, ଅଧିକାର ନଥିରେ କୌଣସି ପରିବର୍ତ୍ତନ କରିବା ନିମନ୍ତେ ସେଥିରେ ଯଥେଷ୍ଟ ତଥ୍ୟ ଅଛି କି ନାହିଁ  କିମ୍ବା କୌଣସି ତଥ୍ୟର ଅଭାବ ରହିଛି  । ନିର୍ଦ୍ଧିଷ୍ଟ ଭାବେ, ସେ ଦେଖିବେ ଯେ ଆବେଦନପତ୍ରରେ ଖାତା ନମ୍ବର, ପ୍ଲଟ ନମ୍ବର ଏବଂ ନଥିଭୁକ୍ତ ରୟତର ନାମ ସଠିକ୍ ଭାବେ ଉଲ୍ଲେଖ କରାଯାଇଛି କି ନାହିଁ   । ଯଦି ସେ ଦେଖନ୍ତି ଯେ ତାହା କରାଯାଇଛି ଏବଂ ଆବେଦନପତ୍ର ସମ୍ପୂର୍ଣ୍ଣ ତଥ୍ୟ ଯୋଗାଉଛି, ସେପରିସ୍ଥଳେ ସେ ଆବେଦନପତ୍ରର ପଛପଟେ ସେ ସମ୍ବନ୍ଧରେ ଏକ ପ୍ରମାଣପତ୍ର ସଂଯୋଗ କରିବେ ଏବଂ ନଥିକୁ ତହସିଲଦାର୍ ଙ୍କ ନିକଟରେ ଦାଖଲ କରିବେ ଯେକି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ନିମନ୍ତେ ଆବେଦନପତ୍ରକୁ ଗ୍ରହଣ କରିବେ  । ନାମାନ୍ତରଣ ଆବେଦନପତ୍ର ଗ୍ରହଣ ତାରିଖରୁ ତିନୋଟି କାର୍ଯ୍ୟ ଦିବସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ  । ତହସିଲଦାର୍ ସମସ୍ତ ମୋକଦ୍ଦମାର ଏହା ନିଶ୍ଚିତ କରିବେ ଏବଂ ଯଦି ସେ ଦେଖନ୍ତି ଯେ ନଥି ପ୍ରକୋଷ୍ଠରେ ସ୍ଥିତ କର୍ମଚାରୀମାନେ, କାର୍ଯ୍ୟରେ ବହୁଳତା ସହିତ ଖାପ ଖୁଆଇବା ନିମନ୍ତେ ଅକ୍ଷମ ଅଟନ୍ତି, ସେପରିସ୍ଥଳେ ସେ, କର୍ମଚାରୀଙ୍କ ସଂଖ୍ୟା ବର୍ଦ୍ଧନ ନିମନ୍ତେ, ତୁରନ୍ତ କଲେକ୍ଟରଙ୍କୁ ଆବେଦନ କରିବେ  । କଲେକ୍ଟର ଯଦି ସେ ସନ୍ତୁଷ୍ଟ ହୁଅନ୍ତି ଯେ ଅଧିକ କର୍ମଚାରୀ ନିମନ୍ତେ ମଞ୍ଜୁରୀ ନିମନ୍ତେ ଆବେଦନ କରାଯିବ, ସେପରିସ୍ଥଳେ ସେ ଭୂ-ନଥି ଏବଂ ପର୍ଯ୍ୟବେକ୍ଷଣ ନିର୍ଦ୍ଦେଶକଙ୍କୁ ଏ ସମ୍ବନ୍ଧରେ ଏକ ଆବେଦନପତ୍ର ଦାଖଲ କରିବେ  ।
  • ଯଦି ଏପରି ଆବେଦନପତ୍ର ଅସଠିକ୍ କିମ୍ବା ଆବଶ୍ୟକ ତଥ୍ୟରୁ କମ୍ ହୋଇଥାଏ  ସେପରିସ୍ଥଳେ ତାଙ୍କ (ଆବେଦନକାରୀଙ୍କ) ଦ୍ଵାରା ଗୃହୀତ ଆଦେଶ ତାରିଖରୁ ଏକ ସପ୍ତାହ ମଧ୍ୟରେ ଏକ ସଂଶୋଧିତ ଆବେଦନପତ୍ର ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେବେ  । ଏପରି ସଂଶୋଧିତ ଆବେଦନପତ୍ର ସାଧାକାଗଜରେ ହେବ ଏବଂ ନ୍ୟାୟାଳୟ ଶୁଳ୍କ ଟିକସ ବହନ କରିବ  ।
  • ଯଦି ସଂଶୋଧିତ ଆବେଦନପତ୍ର ଠିକ୍ ସମୟରେ ଦାଖଲ କରାନଯାଏ, ସେପରିସ୍ଥଳେ ମୋକଦ୍ଦମାକୁ ଖାରଜ କରାଯିବ, ଯଦି ତହସିଲଦାର୍ ତାଙ୍କ ବିବେକ ଅନୁଯାୟୀ ଅଧିକ ସମୟ ମଞ୍ଜୁର ନକରନ୍ତି  । ସାଧାରଣତଃ ମୋକଦ୍ଦମାଗୁଡିକ ଯେଉଁ ସ୍ଥଳରେ ସଂଶୋଧିତ ଆବେଦନପତ୍ର ଯଥାଯଥ ସମୟ ମଧ୍ୟରେ ଦାଖଲ କରାଯାଏ ନାହିଁ, ସେଗୁଡିକୁ ଖାରଜ କରାଯାଏ  । ଯେତେବେଳେ କୌଣସି ମୋକଦ୍ଦମାକୁ ଖାରଜ କରାଯାଏ, ସେପରିସ୍ଥଳେ ନାମାନ୍ତରଣ ରେଜିଷ୍ଟର ମନ୍ତବ୍ୟ ସ୍ତମ୍ଭରେ ସେ ସମ୍ବନ୍ଧରେ ଏକ ଟିପ୍ପଣୀ ପ୍ରଦାନ କରାଯାଏ  ।
  • ଯଦି ଆବେଦନପତ୍ର ଗ୍ରହଣ କରାଯାଏ ତାହେଲେ ନିୟମ ୩୭ ଅନୁଯାୟୀ ଧାର୍ଯ୍ୟ ହାରରେ, ସାତଦିନ ମଧ୍ୟରେ ଆବଶ୍ୟକ ଆଦେଶିକା ଶୁଳ୍କ ଜମା କରିବା ନିମନ୍ତେ ତହସିଲଦାର୍ ଆବେଦନକାରୀଙ୍କୁ ଆଦେଶ ଦେବେ । ତହସିଲଦାର୍ ଙ୍କ ଦ୍ଵାରା ମୋକଦ୍ଦମା ନଥିର ଆଦେଶ ଫର୍ଦ୍ଦରେ, ଆଦେଶିତ ଶୁଳ୍କର ଅର୍ଥରାଶିକୁ ଉଲ୍ଲେଖ କରାଯିବ  । ଏହାକୁ ନ୍ୟାୟାଳୟ- ଶୁଳ୍କ ଟିକସ ଆକାରରେ ଆଦାୟ କରାଯିବ ଏବଂ ନ୍ୟାୟାଳୟ ଶୁଳ୍କ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ  ।
  • ଯଦି ଆବେଦନକାରୀ ଠିକ୍ ସମୟରେ, ଆଦେଶିକା ଶୁଳ୍କ ଜମା କରିବାରେ ଅକୃତ କାର୍ଯ୍ୟ ହୁଅନ୍ତି, ସେପରିସ୍ଥଳେ ତହସିଲଦାର୍, ନିଜ ବିବେକ ଅନୁଯାୟୀ, ଉକ୍ତ ଶୁଳ୍କ ଜମା କରିବା ନିମନ୍ତେ ତାଙ୍କୁ ଅଧିକ ସମୟ ଦେଇପାରନ୍ତି କିମ୍ବା ମୋକଦ୍ଦମାକୁ ଖାରଜ କରିପାରନ୍ତି  । ସାଧାରଣତଃ ସେହି ମୋକଦ୍ଦମା ଗୁଡିକ ଯେଉଁଥିରେ ଶୁଳ୍କ ଯଥାଯଥ ସମୟ ମଧ୍ୟରେ ପ୍ରଦାନ କରାନଯାଏ  ସେଗୁଡିକୁ ଖାରଜ କରାଯାଏ  । ଯଦି ମୋକଦ୍ଦମା ଖାରଜ ହୁଏ, ସେପରିସ୍ଥଳେ ନାମାନ୍ତରଣ ରେଜିଷ୍ଟରର ମନ୍ତବ୍ୟ ସ୍ତମ୍ଭରେ ସେ ସମ୍ବନ୍ଧରେ ଏକ ଉଲ୍ଲେଖ ରହିବ  ।
  • ଯେଉଁ ସ୍ଥଳରେ ନାମାନ୍ତରଣ ନିମନ୍ତେ କୌଣସି ଆବେଦନପତ୍ର ଉପରେ ଏକ ସଂଶୋଧନ ଆବେଦନପତ୍ର ଆବଶ୍ୟକ ହୁଏ, ସେପରିସ୍ଥଳେ କୌଣସି ଆଦେଶିକା ଶୁଳ୍କ ଆଦାୟ କରାଯିବ ନାହିଁ, ଯଦି ସଂଶୋଧିତ ଆବେଦନପତ୍ରକୁ ଯାଞ୍ଚ କରାଯାଇ ସଠିକ୍ ବୋଲି ଦେଖା ନଯାଏ ଏବଂ କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭ ନିମନ୍ତେ ଆବେଦନପତ୍ର ଗ୍ରହଣ କରାନଯାଏ  ।
  • ଆଦେଶିତ ଶୁଳ୍କ ଆଦାୟ ତାରିଖରେ ତହସିଲଦାର୍ ପରିଶିଷ୍ଠ-୯ ରେ ପ୍ରଦତ୍ତ ଫର୍ମରେ ଏକ ସାଧାରଣ ସୂଚନା ନିର୍ଗମ କରିବେ ଏବଂ ଇଚ୍ଛୁକ ବ୍ୟକ୍ତିମାନଙ୍କ ଠାରୁ ଜାରୀ ତାରିଖର ତିରିଶ ଦିନ ମଧ୍ୟରେ ଆପତ୍ତି ଆହ୍ଵାନ କରିବେ  ।
  • ଯେପରିଭାବେ ନିୟମ ୪ ଅନୁଯାୟୀ ଆବଶ୍ୟକ ଏପରି ସୂଚନାକୁ ଦେୱାନୀ କାର୍ଯ୍ୟବିଧି ସଂହିତା ଅନୁଯାୟୀ ପ୍ରତିବାଦୀ ଉପରେ ଆହ୍ଵାନର ଜାରୀ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ଜାରୀ କରାଯିବ  । ପରିଶିଷ୍ଠ-୧୦ ରେ ଦେୱାନୀ କାର୍ଯ୍ୟବିଧି ସଂହିତାରୁ ଉପାଦେୟ ଅଂଶ ପ୍ରଦାନ କରାଯାଇଛି  । ଏହା ମଧ୍ୟ ଘୋଷଣା ଏବଂ ଡ୍ରମବାଦ୍ୟ ଦ୍ଵାରା ଏବଂ ଏହାକୁ ମଧ୍ୟ ଗ୍ରାମର କୌଣସି ଆଖିଦୃଶିଆ ସ୍ଥାନରେ ଖୁବ୍ କମ୍ ରେ ଦୁଇଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ସଂଯୁକ୍ତ କରି, ଜାରୀ କରାଯାଇପାରେ  ଯେପରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଅବସର ବିନୋଦନ କ୍ଲବ ଏବଂ ସେହିପରି ସ୍ଥାନରେ ଏବଂ ଏହାକୁ ମଧ୍ୟ ଗ୍ରାମ କାର୍ଯ୍ୟାଳୟରେ ସଂଯୁକ୍ତ କରି, ଯଦିଥାଏ, ଯେଉଁଠାରେ ସାଧାରଣତଃ ଖଜଣା ପ୍ରଦାନ କରାଯାଏ  । ସଠିକ୍ ଜାରୀର ପ୍ରତୀକ ସ୍ୱରୂପ, ସୂଚନାର କାର୍ଯ୍ୟାଳୟ ନକଲର ପଛପଟେ, ଖୁବ୍ କମ୍ ରେ ଦୁଇଜଣ ବ୍ୟକ୍ତିଙ୍କର ସ୍ଵାକ୍ଷର ଗ୍ରହଣ କରାଯିବ  । ସୂଚନାର କାର୍ଯ୍ୟାଳୟ ନକଲର ପଛପଟେ ଆଦେଶିକା ଜାରୀକରି ବ୍ୟକ୍ତିର ପ୍ରମାଣପତ୍ର  ଏପରି ଜାରୀର ପଦ୍ଧତି ଉଲ୍ଲେଖ କରିବା ସହିତ, ଜାରୀ ସମୟରେ ଉପସ୍ଥିତ ବ୍ୟକ୍ତିମାନଙ୍କର ନାମ ମଧ୍ୟ ଉଲ୍ଲେଖ କରାଯିବ  । ଏପରି ପ୍ରମାଣପତ୍ର ନାଜିରଙ୍କ ଦ୍ଵାରା ସଠିକ୍ ପ୍ରମାଣ କରାଯିବ କିମ୍ବା ତହସିଲଦାର୍ ଙ୍କ ସମ୍ମୁଖରେ ଶପଥପାଠ ଦ୍ଵାରା ଦୃଢୀକରଣ କରାଯିବ  । କୌଣସି ବସବାସ ହୀନ ଗ୍ରାମ କ୍ଷେତ୍ରରେ ଏପରି ସୂଚନାଜାରୀ ସେହି ଉପରୋକ୍ତ ପଦ୍ଧତିରେ ନିକଟବର୍ତ୍ତୀ ବସବାସ ଗ୍ରାମରେ କରାଯିବ  ।
  • ପରିଶିଷ୍ଠ -୧୧ ନିୟମାବଳୀର ଫର୍ମନଂ-୧୦ ରେ ବ୍ୟକ୍ତିଗତ ସୂଚନା, ସେହି ସମସ୍ତ ବ୍ୟକ୍ତିଙ୍କ ଉପରେ ଜାରୀ କରାଯିବ, ଯାହାଙ୍କର ସ୍ଵାର୍ଥ, ତହସିଲଦାର୍ ଙ୍କ ମତରେ, ପ୍ରଭାବିତ ହେବ  ଏବଂ ଏପରି ସମସ୍ତ ବ୍ୟକ୍ତିଙ୍କୁ ଏପରି ସମୟ ଏବଂ ଏପରି ସ୍ଥାନରେ ଉପସ୍ଥିତ ହେବା ଆହ୍ଵାନ କରାଯିବ, ଯେପରି ତହସିଲଦାର୍, ମୋକାଦ୍ଦମାର ଫଇସଲା ନିମନ୍ତେ ଧାର୍ଯ୍ୟ କରିବେ  ।
  • ବ୍ୟକ୍ତିଗତସୂଚନା, ସମସ୍ତ ମୋକଦ୍ଦମାରେ ଆବଶ୍ୟକ ହୋଇନପାରେ, ଯେତେବେଳେ ଏକ ସାଧାରଣ ସୂଚନା, ସମସ୍ତ ମୋକଦ୍ଦମାରେ ଜାରୀ କରାଯିବ  । ଏହି ବିଷୟ ଉପରେ ନିମ୍ନଲିଖିତ ଗୁଡିକ କେତେକ ଦୃଷ୍ଟାନ୍ତ କିମ୍ବା ଉଦାହରଣ ଅଟେ : -
    • କୌଣସି ଖାତାରେ ‘କ’ ଜଣେ ନଥିଭୁକ୍ତ ରୟତ ଅଟେ  । ଏହା ଦାବୀ କରେ ଯେ, ‘କ’ ମୃତ ଅଟେ ଏବଂ ସେମାନେ ତାଙ୍କର ପୁତ୍ର ଅଟନ୍ତି ବୋଲି, ‘ଖ’ ଏବଂ ‘ଗ’ ଯୁଗ୍ମ ଭାବେ, ନାମାନ୍ତରଣ ନିମନ୍ତେ ଆବେଦନ କରନ୍ତି  । ଏପରି କୌଣସି ମୋକଦ୍ଦମାରେ, ତହସିଲଦାର୍ କୌଣସି ବ୍ୟକ୍ତି ଉପରେ କୌଣସି ବ୍ୟକ୍ତିଗତ ସୂଚନା ନିର୍ଗମ କରିବା ଆବଶ୍ୟକ ନୁହେଁ; ଯେହେତୁ ସେପରି ସ୍ତରରେ ଏହା ତାଙ୍କ ପକ୍ଷରେ ଜାଣିବା ସମ୍ଭବ ନୁହେଁ ଯେ, ତତ୍ ଦ୍ଵାରା ଅନ୍ୟ କୌଣସି ବ୍ୟକ୍ତିର ସ୍ଵାର୍ଥ ପ୍ରଭାବିତ ହେବ କି ନାହିଁ; କେବଳ ମାତ୍ର ଏକ ସାଧାରଣ ସୂଚନା କାର୍ଯ୍ୟ କରିବ  ।
    • କୌଣସି ନିର୍ଦ୍ଧିଷ୍ଟ ଖାତାରେ, ‘କ’ ଏବଂ ‘ଖ’ ଯୁଗ୍ମଭାବେ ନଥିଭୁକ୍ତ ରୟତ ଅଟନ୍ତି  । ଏହା ଦାବୀକରି ‘ଗ’ ଏବଂ ‘ଘ’, ନାମାନ୍ତରଣ ନିମନ୍ତେ ଆବେଦନ କରନ୍ତି ଯେ, ‘କ’ ମୃତ ଅଟେ ଏବଂ ସେମାନେ ତାଙ୍କର ପୁତ୍ର ଅଟନ୍ତି  । ଏପରି କୌଣସି ମୋକଦ୍ଦମାରେ, ‘ଖ’ ଉପରେ ବ୍ୟକ୍ତିଗତ ସୂଚନା ଆବଶ୍ୟକ ଅଟେ (ଯେହେତୁ ସେ ଯୁଗ୍ମ ଭାବେ ‘କ’ ସହିତ ନଥିଭୁକ୍ତ ଅଟେ) ଏବଂ ଏହିସହିତ ଅଧିକନ୍ତୁ, ସାଧାରଣ ସୂଚନା ମଧ୍ୟ ପ୍ରଦାନ କରାଯିବ  ।
  • ଯେତେ ଶୀଘ୍ର ଏହି ଅଧ୍ୟାୟରେ ପାରାଗ୍ରାଫ ୧୯ ରୁ ୨୪ର ଯେକୌଣସି ପାରାଗ୍ରାଫ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଏ ଏବଂ ତାହା କୌଣସି ନିର୍ଦ୍ଧିଷ୍ଟ ଆବେଦନପତ୍ରର ଅନ୍ୟଥା ହୋଇଥାଏ, ସେପରିସ୍ଥଳେ ଏକ ନାମାନ୍ତରଣ ମୋକଦ୍ଦମା ଭାବେ, ନାମାନ୍ତରଣ ରେଜିଷ୍ଟରରେ ନିବନ୍ଧନ କରାଯିବ  । ସଂପୃକ୍ତ ମୋକଦ୍ଦମା ନଥିକୁ ଯାଞ୍ଚ ଏବଂ ବିବରଣୀ ପ୍ରଦାନ କରିବା ନିମନ୍ତେ, ନଥିରକ୍ଷକଙ୍କ ନିକଟକୁ ପ୍ରେରଣ କରାଯିବ, ଯେପରି  ପାରାଗ୍ରାଫ ୨୯ରେ ସୂଚୀତ କରାଯାଇଛି  । କେତେକ କ୍ଷେତରେ ନଥିରକ୍ଷକଙ୍କ ବିବରଣୀ ସୂଚୀତ କରିପାରେ ଯେ, ମୂଳ ତଥ୍ୟକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ, କେତେକ ନିର୍ଦ୍ଧିଷ୍ଟ ଅତିରିକ୍ତ ତଥ୍ୟ ଆବଶ୍ୟକ ଅଟେ  । ଏପରି କୌଣସି କ୍ଷେତ୍ରରେ ଯଦି ୧୯ କିମ୍ବା ୨୦ ଯେକୌଣସି ପାରାଗ୍ରାଫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଏ, ତାହେଲେ ସେହି ବ୍ୟକ୍ତି ଯାହାଙ୍କ ବିବରଣୀ ଉପରେ ଏହା ଆରମ୍ଭ କରାଯାଇଥିଲା, ସେ ଏପରି ତ୍ରୁଟି ପୂରଣ କରିବା ନିମନ୍ତେ ଆବଶ୍ୟକ କରାଯିବ  । ଯଦି ଏପରି କାର୍ଯ୍ୟାନୁଷ୍ଠାନ, ପାରାଗ୍ରାଫ ୨୪ ଅନୁଯାୟୀ ଆରମ୍ଭ କରାଯାଇଥାଏ, ସେପରିସ୍ଥଳେ ଏପରି ତ୍ରୁଟିକୁ ପରିପୂରଣ କରିବା ନିମନ୍ତେ ନାଇବ୍-ତହସିଲଦାର୍ ଙ୍କୁ କୁହାଯିବ  । ଯଦି ଏପରି କାର୍ଯ୍ୟାନୁଷ୍ଠାନ ପାରାଗ୍ରାଫ ୨୧ ରୁ ୨୩ ର କୌଣସିଟି ଅନୁଯାୟୀ ଆରମ୍ଭ କରାଯାଏ, ସେପରିସ୍ଥଳେ ଇତ୍ସୁକ ଯଥା : - ସେହି ପକ୍ଷ, ଯାହାଙ୍କ ସପକ୍ଷରେ ଭୂ-ନଥିକୁ ସଂଶୋଧନ କରିବାର ସମ୍ଭାବନା ଅଛି, ତାଙ୍କୁ ଆବଶ୍ୟକ ତଥ୍ୟ ଯୋଗାଇବା ନିମନ୍ତେ କୁହାଯିବ  । ଏପରି ସମସ୍ତ କ୍ଷେତ୍ରରେ, ତହସିଲଦାର୍ ଦେଖିବେ ଯେ, ଆବଶ୍ୟକ ତଥ୍ୟ ଗ୍ରହଣ କରିବାରେ କୌଣସି ବିଳମ୍ବ କରାଯାଉ ନାହିଁ  । ଏ ପ୍ରକାର ସମସ୍ତ କ୍ଷେତ୍ରରେ, ସମସ୍ତ ବ୍ୟକ୍ତିଙ୍କ ଉପରେ ବ୍ୟକ୍ତିଗତ ସୂଚନା ମଧ୍ୟ ଜାରୀ କରାଯିବ, ଯେଉଁମାନଙ୍କର ପ୍ରଶ୍ନଗତ ଜମିରେ ସ୍ଵାର୍ଥ ନିହିତ ଅଟେ, ଯାହାକି ଅଧିକାର ନଥିରୁ ନିଶ୍ଚିତ କରାଯିବ ଏବଂ ସେହି ସମସ୍ତ ବ୍ୟକ୍ତି, ଯାହାଙ୍କ ସପକ୍ଷରେ ଅଧିକାର ନଥି ସଂଶୋଧନ ହେବାର ସମ୍ଭାବନା ଅଛି  । ସାଧାରଣ ଏବଂ ବ୍ୟକ୍ତିଗତ ସୂଚନା ନିର୍ଗମ ନିମନ୍ତେ କୌଣସି ଆଦେଶିକା ଶୁଳ୍କ ଏପରି ମୋକଦ୍ଦମା ଗୁଡିକରେ କାହାଠାରୁ ଆଦାୟ କରାଯିବା ଆବଶ୍ୟକ ନୁହେଁ  ।
  • ସାଧାରଣ ସୂଚନା ଏବଂ ବ୍ୟକ୍ତିଗତ ସୂଚନାକୁ ଏକା ସମୟରେ ନିର୍ଗମ କରାଯିବ  ।
  • ଆଦେଶିକା ରେଜିଷ୍ଟରରେ ଅନ୍ତର୍ଭୁକ୍ତିକରଣ ପରେ ଜାରୀ ନିମନ୍ତେ ସମସ୍ତ ଆଦେଶିକାକୁ ନାଜିରଙ୍କୁ ହସ୍ତାନ୍ତରଣ କରାଯିବ  । ପରିଶିଷ୍ଠ-୧୨ ରେ ଏହି ରେଜିଷ୍ଟରର ଶୀର୍ଷ ଉଲ୍ଲେଖ କରାଯାଇଛି  ।
  • ନିୟମ ୪୦ ଅନୁଯାୟୀ ଆବଶ୍ୟକ ସାଧାରଣ ସୂଚନା କିମ୍ବା ବ୍ୟକ୍ତିଗତ ସୂଚନାର ଉତ୍ତରରେ ଆପତ୍ତି-ଆବେଦନପତ୍ର, ଏପରି ଜାରୀ ତାରିଖରେ ତିରିଶ ଦିନ ମଧ୍ୟରେ ଦାଖଲ କରାଯିବ  । ଏପରି ପ୍ରତ୍ୟକ ଆବେଦନପତ୍ରରେ ଏକ ଟଙ୍କାର ନ୍ୟାୟାଳୟ ଶୁଳ୍କ ଟିକସ ଧାରୀତ ହେବ  । ସମସ୍ତ ଆପତ୍ତି ଆବେଦନ ପତ୍ରକୁ ଏକ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ ଯାହାକୁ ‘ନାମାନ୍ତର-ମୋକଦ୍ଦମା ଆପତ୍ତି ଆବେଦନ ପତ୍ର ରେଜିଷ୍ଟର’  ବୋଲି କୁହାଯିବ  । ଏହି ରେଜିଷ୍ଟରର ପ୍ରୋଫର୍ମା, ପରିଶିଷ୍ଠ-୧୩ ରେ ପ୍ରଦାନ କରାଯାଇଛି  ।
  • ପ୍ରଥମ ଶୁଣାଣୀ ତାରିଖରେ ତହସିଲଦାର୍ ପ୍ରଥମେ ନିଶ୍ଚିତ କରିବେ ଯେ, ଆପତ୍ତିର ସମୟ, ଯାହାକି ସାଧାରଣ ସୂଚନାର ଜାରୀ ତାରିଖରୁ ତିରିଶଦିନ ଅଟେ  ତାହା ଶେଷ ହୋଇଛି କି ନାହିଁ  । ଯଦି, ସୂଚନା ଜାରୀର ବିଳମ୍ବ ଯୋଗୁ ଏପରି ସମୟ ଏପର୍ଯ୍ୟନ୍ତ ସମାପ୍ତ ହୋଇ ନାହିଁ, ତହସିଲଦାର୍ ଆପତ୍ତି ସମୟ ପରେ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରିବେ  ।
  • ଯଦି ଏପରି କାର୍ଯ୍ୟାନୁଷ୍ଠାନ, ଏକ ଆବେଦନପତ୍ର ଉପରେ ଆରମ୍ଭ କରାଯାଇଥାଏ, ସେପରିସ୍ଥଳେ ଶୁଣାଣୀ ତାରିଖରେ ତାଙ୍କର ପଦବୀର ସମର୍ଥନରେ ସାକ୍ଷ୍ୟ ଉପସ୍ଥାପନ କରିବା ନିମନ୍ତେ ଆବେଦନକାରୀଙ୍କୁ ଆହ୍ଵାନ କରାଯିବ  । ଆବେଦନକାରୀଙ୍କ ସାକ୍ଷ୍ୟ ବନ୍ଦ ହେବା ପରେ, ତାଙ୍କର ଆପତ୍ତି ସମର୍ଥନରେ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଆପତ୍ତିକାରୀଙ୍କୁ ଆହ୍ଵାନ କରାଯିବ  । ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥାତ୍ ପାରାଗ୍ରାଫ ୧୯ ରୁ ୨୪ର ଯେକୌଣସି ପାରାଗ୍ରାଫ ଅନୁଯାୟୀ ଆରମ୍ଭ କରାଯାଉଥିବା ମୋକଦ୍ଦମା କ୍ଷେତ୍ରରେ, ଏପରି କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭ ବିନ୍ଦୁ ଗଠନ କରୁଥିବା ତଥ୍ୟ ଭିତ୍ତିରେ ପ୍ରସ୍ତାବିତ ନାମାନ୍ତରଣକୁ ପ୍ରଭାବିତ କରିବା ନିମନ୍ତେ ତାଙ୍କର ଆପତ୍ତିର ସମର୍ଥନରେ ସାକ୍ଷ୍ୟ ପ୍ରଦାନ କରିନା ନିମନ୍ତେ ଆପତ୍ତିକାରୀଙ୍କୁ ଆହ୍ଵାନ କରାଯିବ କିମ୍ବା କୁହାଯିବ  । ଏପରି ତଥ୍ୟ, କୌଣସି ବ୍ୟକ୍ତି ଦ୍ଵାରା ମୌଳିକ ଭାବେ ପ୍ରମାଣିତ କରିବା ଆବଶ୍ୟକ ନୁହେଁ  । ସାଧାରଣତଃ, ତିରିଶଦିନ ସମୟ ପରେ ଗୃହୀତ ଆପତ୍ତି ଆବେଦନ ପତ୍ର କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରାଯିବ ଏବଂ ଏପରି କୌଣସି କ୍ଷେତ୍ରରେ କୌଣସି ସାକ୍ଷ୍ୟ ଉପସ୍ଥାପନ କରିବା ନିମନ୍ତେ ଆପତ୍ତିକାରୀଙ୍କୁ ଆହ୍ଵାନ କରାଯିବା ଆବଶ୍ୟକ ନୁହେଁ କିମ୍ବା ପରବର୍ତ୍ତୀ ଶୁଣାଣୀରେ ଉପସ୍ଥିତ ରହିବା ମଧ୍ୟ ଆବଶ୍ୟକ ନୁହେଁ  । ମାତ୍ର, ତହସିଲଦାର୍ ତାଙ୍କ ବିବେକ ଅନୁଯାୟୀ ତିରିଶ ଦିନ ପରେ [ ବର୍ତ୍ତମାନ ପନ୍ଦର ଦିନ କୌଣସି ଆପତ୍ତିକୁ ଉତ୍ତମ ଏବଂ ଯଥେଷ୍ଟ କାରଣ ଯୋଗୁ ଗ୍ରହଣ କରିପାରନ୍ତି  ।
  • ପକ୍ଷମାନେ, ଉପସ୍ଥିତ ସାକ୍ଷୀ ତଥା ଉପସ୍ଥାପନ କରାଯାଇଥିବା ଦଲିଲ୍ ର ଏକ ତାଲିକା ଦାଖଲ କରିବେ  । ରାଜସ୍ୱ ନ୍ୟାୟାଳୟରେ ସାକ୍ଷୀମାନଙ୍କର ଉପସ୍ଥିତ ନିମନ୍ତେ, ରେଜିଷ୍ଟରରେ ସାକ୍ଷୀମାନଙ୍କର ନାମ ଅନ୍ତର୍ଭୁକ୍ତ କରାଯିବ  । ଏହି ରେଜିଷ୍ଟରର ପ୍ରୋଫର୍ମା, ପରିଶିଷ୍ଠ -୧୪ ରେ ପ୍ରଦାନ କରାଯାଇଛି  ।
  • ଦଫା ୪୬. ନିୟମାବଳୀ ୩ ଏବଂ ୪୧ରେ ଯେପରି ବ୍ୟବସ୍ଥାୟିତ, ଆଇନ୍ ଅନୁଯାୟୀ ପରିଚାଳିତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟାନୁଷ୍ଠାନ ପରି, ନାମାନ୍ତରଣ ମୋକଦ୍ଦମାର ଫଇସଲା ନିମନ୍ତେ ଆବଶ୍ୟକ ଅନୁଯାୟୀ ସମସ୍ତ ତଦନ୍ତ ସଂକ୍ଷିପ୍ତ ପ୍ରକୃତିର ହେବା ଉଚିତ୍  । ଅର୍ଥାତ୍ ସାକ୍ଷ୍ୟ ଏବଂ ବିବରଣୀର ପର୍ଯ୍ୟାପ୍ତ ଲିପିବଦ୍ଧକରଣ ଆବଶ୍ୟକ ନୁହେଁ  । କେବଳ ମାତ୍ର ତା’ର ଏକ ସାରାଂଶ ଲିପିବଦ୍ଧ କରାଯିବା ଉଚିତ୍  । ଯାହେଉନା କାହିଁକି, ଏହା ମନେ ରଖିବା ଉଚିତ୍ ଯେ ‘ସଂକ୍ଷିପ୍ତ’ ର ଅର୍ଥ ମନମୁଖୀ ନୁହେଁ ଏବଂ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ନିମନ୍ତେ ଆବଶ୍ୟକ ସମସ୍ତ ଉପାଦେୟ ବିଷୟକୁ ନଥିରେ ରଖାଯିବା ଉଚିତ୍  । ନିୟମ ୩ ଆବଶ୍ୟକ କରେ ଯେ, ଯେତେଦୂର ସମ୍ଭବ ତଦନ୍ତର କେତେକ ନିର୍ଦ୍ଧିଷ୍ଟ ସ୍ତର, ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୫୮ର ପ୍ରଥମ ସୂଚୀର କେତେକ ନିର୍ଦ୍ଧିଷ୍ଟ ବ୍ୟବସ୍ଥାବଳୀ ଦ୍ଵାରା ପରିଚାଳିତ ଅଟେ  । ଏପରି ବ୍ୟବସ୍ଥାବଳୀ ଗୁଡିକ, ପରିଶିଷ୍ଠ-୧୫ ରେ ପ୍ରଦାନ କରାଯାଇଛି  । ଏହି ପଦ୍ଧତିକୁ ଏତେ ସଂକ୍ଷିପ୍ତ କରାଯିବ ନାହିଁ; ଯାହାକି ଏହି ବ୍ୟବସ୍ଥାବଳୀର କୌଣସିଟିର ଉଦ୍ଦିପନ୍ନାକୁ ସଂକ୍ଷିପ୍ତ କରିବ ନାହିଁ  । ସେହି ଏକା ସମୟରେ ପକ୍ଷମାନଙ୍କ ଉପରେ ଏପରି ଧାରଣ ପ୍ରଦାନ କରିବା ଆବଶ୍ୟକ ଯେ, ନାମାନ୍ତରଣ କାର୍ଯ୍ୟାନୁଷ୍ଠାନଗୁଡିକ ନଥି-ସମ୍ପର୍କୀୟ ତଦନ୍ତ ଅଟେ ଏବଂ ସେଥିପାଇଁ ସେଗୁଡିକ କୌଣସି ସତ୍ତ୍ଵସ୍ଥିର କରେ ନାହିଁ  । ଏଣୁ ଏହା ପ୍ରତ୍ୟକଙ୍କର ସମସ୍ତ ଶକ୍ତି ଏବଂ ଅର୍ଥର ଅପଚୟ ହେବ ଯେ, କୌଣସି ନାମାନ୍ତରଣ କାର୍ଯ୍ୟାନୁଷ୍ଠାନରେ ସତ୍ତ୍ଵନିମନ୍ତେ ପର୍ଯ୍ୟାପ୍ତ ପରୀକ୍ଷା ଗ୍ରହଣ କରିବା  ।
  • ଅଧିକାର ନଥିରେ ସମ୍ପୂର୍ଣ୍ଣ ସ୍ଵିକୃତି ନିମନ୍ତେ ସମ୍ପୂର୍ଣ୍ଣ ସତ୍ତ୍ଵ ସହିତ ଦଖଲ ଯଥେଷ୍ଟ ଅଟେ  । ନିମ୍ନଲିଖିତ କେତେକ ବିଷୟ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ, ଯାହାକି ମୋକଦ୍ଦମାର ସ୍ଥିରୀକରଣ ନିମନ୍ତେ ଉପାଦେୟ ଅଟେ, ଯଥା : -
    • କୌଣସି ସତ୍ତ୍ଵର ରଙ୍ଗ ଅନୁଯାୟୀ କିମ୍ବା ରୂପରେଖ ଅନୁଯାୟୀ, ଦାଖଲ  ।
    • କୌଣସି ଆପତ୍ତି ବିନା, ସେହି ବ୍ୟକ୍ତି କିମ୍ବା ବ୍ୟକ୍ତିମାନେ ଯାହାଙ୍କ ଠାରୁ ଖଜଣା ଗ୍ରହଣ କରାଯାଏ;
    • ଅଧିକାର-ନଥିରେ ନଥିଭୁକ୍ତ ବ୍ୟକ୍ତିମାନଙ୍କ ସହିତ, ବର୍ତ୍ତମାନ ବ୍ୟକ୍ତିଙ୍କର ସମ୍ପର୍କ;
    • ସତ୍ତ୍ଵ ବିଷୟ ବିଚାର କରୁଥିବା ଦକ୍ଷ ନ୍ୟାୟାଳୟଙ୍କ ଆଦେଶ; ଏବଂ
    • ସତ୍ତ୍ଵର ହସ୍ତାନ୍ତରଣ ଦଲିଲ୍  ।

    ଏହା ଦେଖିବା ନିମନ୍ତେ ସର୍ବଦା ଯତ୍ନ ନେବା ଉଚିତ୍ ଯେ, ଦଖଲରେ ଥିବା ବ୍ୟକ୍ତିର ସପକ୍ଷରେ ସମ୍ପୂର୍ଣ୍ଣ ସ୍ଵିକୃତି ଅନୁମୋଦନ କରାଯାଉ, ଯାହାଙ୍କର ଆଇନ୍ ଅନୁଯାୟୀ, କୌଣସି ସତ୍ତ୍ଵ ନାହିଁ  । ଏହିପରିଭାବେ ଯେତେବେଳେ କୌଣସି ବ୍ୟକ୍ତି, କ୍ରୟ ଜରିଆରେ କୌଣସି ଭୂ-ସମ୍ପତ୍ତିର ଦଖଲରେ ଥାଏ,  ଏବଂ ଆଇନ୍ ଆବଶ୍ୟକ କରେ ଯେ, ଏପରି କାରଣର ଏକ ନିବନ୍ଧିତ ଦଲିଲ୍ ଜରିଆରେ ହେବା ଉଚିତ୍; ସେପରିସ୍ଥଳେ ତାଙ୍କୁ ଅଧିକାର-ନଥିର ସମ୍ପୂର୍ଣ୍ଣ ସ୍ଵିକୃତି ପ୍ରଦାନ କରାଯିବ, ଯଦି ଏପରିକ୍ରୟ ଏକ ନିବନ୍ଧିତ ଦଲିଲ୍ ଦ୍ଵାରା ସମ୍ପାଦନ କରାଯାଇଥାଏ କିମ୍ବା ଯଦି ସେ ପ୍ରତିକୂଳ-ଦଲିଲ୍ ଦ୍ଵାରା ସତ୍ତ୍ଵ ଧାରଣ କରିଥାଆନ୍ତି  । ଅନ୍ୟଥା, ତାଙ୍କର ଦଖଲ କେବଳ ମାତ୍ର ପ୍ଲଟର ମନ୍ତବ୍ୟ ସ୍ତମ୍ଭରେ ଲିପିବଦ୍ଧ କରାଯିବ, ଯେଉଁଥିରେ କାରବାରର ସମ୍ପୂର୍ଣ୍ଣ ବିବରଣୀ, ଯେପରି ବିକ୍ରୟ ତାରିଖ, ପ୍ରଦାନ କରାଯାଇଥିବା ବଏନା ଅର୍ଥ ଇତ୍ୟାଦି, ଉଲ୍ଲେଖ କରାଯିବ  । ସେହିପରିଭାବେ, ଯେତେବେଳେ କୌଣସି ବ୍ୟକ୍ତି, କୌଣସି ଜମିର ଦଖଲରେ ଥାଆନ୍ତି, ଯାହାକି କୌଣସି ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କ ଠାରୁ ହସ୍ତାନ୍ତରଣ ଦ୍ଵାରା ଗ୍ରହଣ କରାଯାଇଥାଏ, ସେପରିସ୍ଥଳେ ଏପରି ଦଖଲ ସହିତ ସତ୍ତ୍ଵକୁ ବ୍ୟାଖ୍ୟା କରାଯିବ, ଯଦି ସମ୍ପତ୍ତିର ହସ୍ତାନ୍ତରଣ ନିମନ୍ତେ ଦକ୍ଷ ଅଧିକାରୀଙ୍କ ଅନୁମତି, ଯେପରି ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦ କିମ୍ବା ଓଡିଶା ସୂଚୀତ ଅଞ୍ଚଳର ସ୍ଥାବର ସମ୍ପତ୍ତିର ହସ୍ତାନ୍ତରଣ (ଅନୁସୂଚୀତ ଜାତି ଦ୍ଵାରା) ନିୟମିତକରଣ, ୧୯୫୬ ଅନୁଯାୟୀ ଗ୍ରହଣ କରାଯାଇଛି ଏବଂ ଏହା ସହିତ, ସତ୍ତ୍ଵର ହସ୍ତାନ୍ତରଣ ଅନ୍ୟ ସମସ୍ତ ସର୍ତ୍ତାବଳୀ ମଧ୍ୟ ପୂରଣ କରାଯାଇଥିବ  । ଅନ୍ୟଥା ଏପରି ଦଖଲର ସମ୍ପୂର୍ଣ୍ଣ ବିବରଣୀ ସହିତ ମନ୍ତବ୍ୟ ସ୍ତରରେ, ହସ୍ତାନ୍ତରୀତ ବ୍ୟକ୍ତିର ଅବୈଧ ଦଖଲକୁ ମନ୍ତବ୍ୟ ସ୍ତମ୍ଭରେ ଉଲ୍ଲେଖ କରାଯିବ  । ସେହିପରି ଭାବେ, ଯେଉଁ ସ୍ଥଳରେ, କୌଣସି ମନ୍ତବ୍ୟ ସ୍ତମ୍ଭରେ ଉଲ୍ଲେଖ କରାଯିବ  । ସେହିପରିଭାବେ ଯେଉଁ ସ୍ଥଳରେ କୌଣସି ଖଜଣା ମୁକ୍ତ ରୟତିର ହସ୍ତାନ୍ତରଣ କୌଣସି ରାଜସ୍ୱ ଅଧିକାରୀଙ୍କ ପୂର୍ବାନୁମତିର ନିୟନ୍ତ୍ରଣାଧିନ ଅଟେ, ସେପରିସ୍ଥଳେ, ଏପରି ଅନୁମତି ବିନା ସତ୍ତ୍ଵର କୌଣସି ହସ୍ତାନ୍ତରଣ ହେବ ନାହିଁ ଏବଂ ଏପରି କୌଣସି କ୍ଷେତ୍ରରେ ଦଖଲରେ ଥିବା ହସ୍ତାନ୍ତରୀତ ବ୍ୟକ୍ତି ପତି ସମ୍ପୂର୍ଣ୍ଣ ସ୍ଵିକୃତି, କୌଣସି ନାମାନ୍ତରଣ ମୋକଦ୍ଦମା ଦେଇପାରିବ ନାହିଁ  । ତାଙ୍କୁ ମନ୍ତବ୍ୟ ସ୍ତମ୍ଭରେ ଜଣେ ଅବୈଧ ହସ୍ତାନ୍ତରୀତ ବ୍ୟକ୍ତି ଭାବେ ଦର୍ଶାଯାଇପାରେ  । ଯେଉଁ  ସ୍ଥଳରେ ରୟତି ଆଇନ୍ ଆବଶ୍ୟକ  କରେ ଯେ, ହସ୍ତାନ୍ତରଣ ଉପରେ, କୌଣସି ଜମିର ସ୍ଥିତିରେ ପରିବର୍ତ୍ତନ ଘଟିବ କିମ୍ବା ଅଧିକ ଆକଳନ ଧାର୍ଯ୍ୟ କରାଯିବ (ଯେପରି ଢେଙ୍କାନାଳ ଏବଂ କାମାକ୍ଷାନଗର ସବଡିଭିଜନ୍) ର ଖଜଣା – ମୁକ୍ତ ରୟତି କ୍ଷେତ୍ରରେ; ନାମାନ୍ତରଣ ମୋକଦ୍ଦମାରେ ଆଦେଶ ଏହି ସମସ୍ତ ବିଷୟକୁ ବିଶେଷଭାବେ ଆବୃତ କରିବ, ଅର୍ଥାତ୍ ନୂତନ ଆକଳନର ଅର୍ଥରାଶି ଆଦେଶରେ ଉଲ୍ଲେଖ କରାଯିବ ତଥା ସ୍ଥିତି ଯାହା ଅନୁଯାୟୀ ଜମିକୁ ନଥିଭୁକ୍ତ କରାଯିବ  ।

  • ଯେଉଁ ସ୍ଥଳରେ ନାମାନ୍ତରଣ ଶୁଳ୍କ ସରକାରଙ୍କୁ ଦେୟ ହୋଇଥାଏ, ସେପରିସ୍ଥଳେ ଏପରିଦେୟ ଅର୍ଥରାଶିକୁ ଚୁଡାନ୍ତ ଆଦେଶ ଉଲ୍ଲେଖ କରିବ ଏବଂ କେଉଁ ପକ୍ଷ ଦ୍ଵାରା ତାହା ଦେୟ ଅଟେ, ତାହା ମଧ୍ୟ ଉଲ୍ଲେଖ କରାଯିବ  । ଯଦିଓ ଏପରି ଘଟଣାଗୁଡିକରେ କିମ୍ବା ମୋକଦ୍ଦମାଗୁଡିକରେ, ନାମାନ୍ତରଣକୁ ଅନୁମୋଦନ କରାଯାଇପାରେ, ଯଦି ଅନ୍ୟାନ୍ୟ ସର୍ତ୍ତାବଳୀ ପରିପୂରଣ କରାଯାଇଥାଏ, ତଥାପି ଚୁଡାନ୍ତ ଆଦେଶକୁ କାର୍ଯ୍ୟକାରୀ କରାଯାଇପାରିବ  ନାହିଁ, ଯେ ପର୍ଯ୍ୟନ୍ତ ଶୁଳ୍କ ପ୍ରଦାନ କରାନଯାଇଛି  । ଆଦାୟ କରାଯାଇଥିବା ଶୁଳ୍କକୁ ମାପଚୁପ ଏବଂ ନାମାନ୍ତରଣ ଶୁଳ୍କ (ପରିଶିଷ୍ଠ – ୧୬) ର ରେଜିଷ୍ଟରରେ ହିସାବଭୁକ୍ତ କରାଯିବ ଏବଂ ତହସିଲ କାର୍ଯ୍ୟାଳୟରେ (ପରିଶିଷ୍ଠ-୧୭) ରେ, ବିବିଧା ଗ୍ରହଣର ଗୌଣ ରେଜିଷ୍ଟରରେ ମଧ୍ୟ ଉଲ୍ଲେଖ କରାଯିବ  ।
  • ଯଦି ଇଚ୍ଛୁକ ଥିବା ସମସ୍ତ ପକ୍ଷ ସେଥିରେ ସମ୍ମତି ପ୍ରଦାନ ନକରନ୍ତି, କୌଣସି ‘ହୋଲଡିଂ’ରେ ଉପ-ବିଭାଜନ ଅନୁମୋଦନ କରାଯିବ ନାହିଁ, ଯଦିଓ ରୟତିର ଉପ-ବିଭାଜନର ସୁବିଧା, ଏପରି ଉପ-ବିଭାଜନର ଅସୁବିଧାକୁ ଅତିକ୍ରାନ୍ତ କରେ  । ଉପ-ବିଭାଜନରେ  ସ୍ଵାଧୀନତା, କେତେକ ‘ହୋଲଡିଂ’ ର ସଂଖ୍ୟାରେ ବୃଦ୍ଧି ଘଟାଇପାରେ  । ମାତ୍ର ସେହି ଏକା ସ୍ଥିତିର ରୟତିଗୁଡିକୁ ସର୍ବଦା ଏକତ୍ରୀକରଣ ଦ୍ଵାରା ଏହାକୁ ପ୍ରତିରୋଧ କରାଯାଇପାରେ, ଯେତେବେଳେ ସେଗୁଡିକ ଜଣେ ବ୍ୟକ୍ତିର ଦଖଲକୁ ଆସେ  । ଅଧିକନ୍ତୁ କୌଣସି ବ୍ୟକ୍ତିଠାରୁ ଖଜଣା ଆଦାୟ କରିବା, ଏକ ନିୟମ ଭାବେ, ସହଜ ହୋଇପାରେ ମାତ୍ର ଜମିରେ ବିବାଦୀୟ ସ୍ଵାର୍ଥ ଥିବା ଅନେକ ବ୍ୟକ୍ତିଙ୍କଠାରୁ ସେପରି କରିବା କଷ୍ଟକର ଅଟେ  । ଅଂଶ-ଧାରଣକାରୀଙ୍କ ପ୍ରତି ଏହା ସୁବିଧାଜନକ ହେବ ଯେ, ‘କୌଣସି ହୋଲଡିଂ’ ର ଉପ-ବିଭାଜନ ଅନୁମୋଦିତ ହେବା ଉଚିତ, ଯେତେବେଳେ କି କୌଣସି ଗୋଟିଏ କିମ୍ବା ଅନ୍ୟ କାରଣ ନିମନ୍ତେ, ସାଧାରଣଭାବେ ଜମିକୁ ଧାରଣ କରିବା, ସେମାନଙ୍କ ପକ୍ଷରେ କଷ୍ଟକର ଅଟେ  ।
  • ‘ହୋଲଡିଂ’ ର ଉପ-ବିଭାଜନ କ୍ଷେତ୍ରରେ; ପ୍ରତ୍ୟକ ନୂତନ ‘ହୋଲଡିଂ’ ପ୍ରତି ଆବଣ୍ଟିତ ଖଜଣାର ଉପ-ବିଭାଜନର ପ୍ରଭାବ ପକ୍ଷମାନଙ୍କୁ ବୁଝାଇ ଦିଆଯିବ  । ଖଜଣାର ଉପ-ବିଭାଜନ ସମାନ ଭାବେ ହେବା ଉଚିତ  । ଯଦି ଖଜଣାକୁ ଜମିର ଶ୍ରେଣୀ ବିଭାଗ ସହିତ ସମ୍ପର୍କିତ କରାଯାଏ ସେପରିସ୍ଥଳେ ଖଜଣାର ବିତରଣରେ ‘ହୋଲଡିଂ’ର ଉପ-ବିଭାଜନ ସମୟରେ ଏହାକୁ ବିଭ୍ରାନ୍ତ କରାଯିବ ନାହିଁ  ।
  • ନିବନ୍ଧିତ ବିକ୍ରୀ କବଲା କ୍ଷେତ୍ରରେ ସେଥିରେ ଉଲ୍ଲେଖିତ ଖଜଣାର ବିଭାଜନ, କୌଣସି ପରିବର୍ତ୍ତନ ବିନା ଗ୍ରହଣ କରାଯିବ, ଯଦି ପକ୍ଷମାନେ ଅନ୍ୟ କୌଣସି ବିଭାଜନ ପ୍ରତି ସମ୍ମତ ନହୁଅନ୍ତି  ।ଯେପରି ବିକ୍ରୀ କବଲାରେ ଉଲ୍ଲେଖିତ, ଖଜଣାର ଅସମାନ ବିଭାଜନ, ପକ୍ଷମାନଙ୍କ ଦୃଷ୍ଟିକୁ ଅଣାଯିବା ଉଚିତ୍  ଏବଂ ସେମାନଙ୍କୁ ଏହା ବିବେଚନା କିମ୍ବା ବିଚାର କରିବା ନିମନ୍ତେ କୁହାଯିବ, ଯଦି ସେମାନେ ଏହାକୁ ସମାନ କରିବାକୁ ଚାହାଁନ୍ତି  । ସମାନ ବିଭାଜନ ମଧ୍ୟ, ସେମାନଙ୍କୁ ସୂଚୀତ କରାଯିବା ଉଚିତ୍ ।
  • ଭୂ-ସମ୍ପତ୍ତିର ବିଭାଜନ ଯୋଗୁ ନାମାନ୍ତରଣକୁ ଅନୁମୋଦନ କରାଯିବ, କେବଳ ଯେତେବେଳେ ବିଭାଜନ, ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ର ବ୍ୟବସ୍ଥାବଳୀ ସହ ସମନ୍ଵୟ ରକ୍ଷା କରି, କରାଯାଏ  ।
  • ଲଗାତାର ଭାବେ ସାତବର୍ଷରୁ ଉର୍ଦ୍ଧ୍ଵ କୌଣସି ବ୍ୟକ୍ତିର ଅନ୍ତର୍ଦ୍ଧାନ କ୍ଷେତ୍ରରେ ଏବଂ କୌଣସି ସାକ୍ଷ୍ୟର ଅନୁପସ୍ଥିତିରେ ଏହା ଦର୍ଶାଇବା ନିମନ୍ତେ ଯେ, ସେ ଏପର୍ଯ୍ୟନ୍ତ ଜୀବିତ ଅଛି, ସେପରିସ୍ଥଳେ ତାଙ୍କୁ ମୃତବୋଲି ବିବେଚନା କରାଯିବ ଏବଂ ସେଥିନିମନ୍ତେ ଆବେଦନ କରିଥିବା ଆଇନ୍ ଗତ ଉତ୍ତରାଧିକାରୀଙ୍କ ସପକ୍ଷରେ, ନାମାନ୍ତରଣ ଅନୁମୋଦନ କରାଯିବ  । ଯେଉଁ ସ୍ଥଳରେ କୌଣସି ଆଇନଗତ ଉତ୍ତରାଧିକାରୀ ନଥାଆନ୍ତି, ସେପରିସ୍ଥଳେ ଏହା ସେହି ବ୍ୟକ୍ତିଙ୍କ ସପକ୍ଷରେ ପ୍ରଭାବିତ କରାଯିବ, ଯେକି ଜମିର ଦଖଲରେ ଥାଆନ୍ତି, ଯାହାକି ତଦନ୍ତ ପରେ ସ୍ଥିର କରାଯାଇଥାଏ  । ଏପରି ସମସ୍ତ ଘଟଣାରେ, ବିଶେଷତଃ ତହସିଲଦାର୍ ଙ୍କ ଦ୍ଵାରା ଉପଯୁକ୍ତ କ୍ଷେତ୍ରରେ ତଦନ୍ତ ଆବଶ୍ୟକ  ଅଟେ  ।
  • ସେହି ବ୍ୟକ୍ତିମାନଙ୍କ ସପକ୍ଷରେ ନାମାନ୍ତରଣ ମଞ୍ଜୁର କରାଯାଇପାରେ, ଯାହାଙ୍କର ସତ୍ତ୍ଵର କୌଣସି ଦଲିଲ୍ ନଥାଏ, ମାତ୍ର ତଦନ୍ତ ସମୟରେ ଦେଖାଯାଏ ଯେ, ସେ କୌଣସି ଘରୋଇ ସମ୍ପତ୍ତିର ଦଖଲରେ ବାର (୧୨) ବର୍ଷରୁ କିମ୍ବା ତଦୁର୍ଦ୍ଧ ବର୍ଷ ନିମନ୍ତେ ଜଣେ ପ୍ରଖ୍ୟାତ ମାଲିକ ହୋଇନଥାଆନ୍ତି  ।
  • କେତେକ କ୍ଷେତ୍ରରେ, ଅବିବାଦୀୟ ଦଖଲରେ ସମୟ, ବାରବର୍ଷରୁ କମ୍ ହୋଇପାରେ  । ଏପରି ଘଟଣା ଗୁଡିକରେ, ପ୍ରତିକୂଳିତ ଦଖଲର ଏକ ଟିପ୍ପଣୀ, ଖତିୟାନର ମନ୍ତବ୍ୟରେ ଅନ୍ତର୍ଭୁକ୍ତ କରାଯିବା ସହିତ ତାରିଖ ପ୍ରଦାନ କରାଯିବ, ଯେବେଠୁ ଏପରି ଦଖଲ ଆରମ୍ଭ ହୁଏ  ।
  • ଯଦି କାର୍ଯ୍ୟାନୁଷ୍ଠାନ ସମୟରେ, ପାରାଗ୍ରାଫ ୩୮ରେ ଉଲ୍ଲେଖିତ କାରଣ ନିମନ୍ତେ, ଅନ୍ୟ କୌଣସି ବ୍ୟକ୍ତି ପ୍ରତି, ବ୍ୟକ୍ତି ଗତ ସୂଚନା ନିର୍ଗମ କରିବା ନିମନ୍ତେ, ତହସିଲଦାର୍ ଏହା ଆବଶ୍ୟକ ମନେ କରନ୍ତି, ସେପରିସ୍ଥଳେ ପରିଶିଷ୍ଠ-୧୧ ରେ ପ୍ରଦତ୍ତ ଫର୍ମରେ ତୁରନ୍ତ ଏପରି ସୂଚନା ନିର୍ଗମ କରାଯିବ  ।
  • ଯଦି ତଦନ୍ତ ସମୟରେ, ଜମିର କୌଣସି ମାପଚୁପ କିମ୍ବା କ୍ଷେତ୍ର ତଦନ୍ତ ଆବଶ୍ୟକ ମନେ ହୁଏ; ନାମାନ୍ତରଣ ନିମନ୍ତେ ଆବେଦନ କରିଥିବା ପକ୍ଷ କିମ୍ବା ଏପରି ମାପଚୁପ କିମ୍ବା ତଦନ୍ତ ଦାବୀ କରୁଥିବା ବ୍ୟକ୍ତି, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ନିୟମ ୩୮ ଅନୁଯାୟୀ ଧାର୍ଯ୍ୟ ହାରରେ ଆବଶ୍ୟକ ଶୁଳ୍କ ଜମା କରିବେ; ଯେଉଁ ସ୍ଥଳରେ କୌଣସି କାର୍ଯ୍ୟାନୁଷ୍ଠାନ ପାରାଗ୍ରାଫ ୧୯ରୁ ୨୪ ର ଯେକୌଣସିଟି ଅନୁଯାୟୀ ପ୍ରାରମ୍ଭ କିମ୍ବା ଆରମ୍ଭ କରାଯାଇଥାଏ, ସେପରିସ୍ଥଳେ ସେହି ବ୍ୟକ୍ତି ଯାହାଙ୍କ ସପକ୍ଷରେ ଅଧିକାର-ନଥି ସଂଶୋଧିତ ହେବାର ସମ୍ଭାବନା ଥାଏ, ଶୁଳ୍କ ପ୍ରଦାନ କରିବା ନିମନ୍ତେ  ଆହ୍ଵାନ କରାଯିବ, ଯଦି ଅନ୍ୟ କୌଣସି ବ୍ୟକ୍ତି ଦ୍ଵାରା ମାପଚୁପ କିମ୍ବା ତଦନ୍ତ ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ଦାବୀ ନଥାଏ  ।
  • କ୍ୟାସିୟର କିମ୍ବା ଶୁଳ୍କ ଗ୍ରହଣ ନିମନ୍ତେ ଅନ୍ୟ କୌଣସି କ୍ଷମତାୟୀତ ବ୍ୟକ୍ତିଙ୍କୁ, ଶୁଳ୍କର ପ୍ରକୃତ ଅର୍ଥ ପ୍ରଦାନ କରାଯିବ  । ଓ.ଟି.ସି. ଫର୍ମ ନଂ-୫ରେ, ଅର୍ଥ ପ୍ରଦାନକାରୀ ବ୍ୟକ୍ତି ଏକ ରସିଦ୍ ନିମନ୍ତେ ହକଦାର୍ ଅଟନ୍ତି  । ବିବିଧା ଗ୍ରହଣର ଗୌଣ ରେଜିଷ୍ଟରରେ ଏପରି ଅର୍ଥ ପ୍ରଦାନକୁ ଅନ୍ତର୍ଭୁକ୍ତ କରାଯିବ । ପରିଶିଷ୍ଠ-୧୭ ରେ ଏହି ରେଜିଷ୍ଟରର ପ୍ରୋଫର୍ମା ପ୍ରଦାନ କରାଯାଇଛି  ।
  • ମାପଚୁପ ଏବଂ ନାମାନ୍ତରଣ ଶୁଳ୍କର ରେଜିଷ୍ଟରରେ ଆଦାୟ କରାଯାଇଥିବା ଶୁଳ୍କର ହିସାବକୁ ରକ୍ଷଣାବେକ୍ଷଣ କରାଯିବ  । ଏପରି ରେଜିଷ୍ଟରର ପ୍ରୋଫାର୍ମା, ପରିଶିଷ୍ଠ-୧୬ ରେ ପ୍ରଦାନ କରାଯାଇଛି  ।
  • ସାଧାରଣତଃ ମାପଚୁପ କାର୍ଯ୍ୟ କିମ୍ବା କ୍ଷେତ୍ର ତଦନ୍ତ, ନାଇବ୍- ତହସିଲଦାର୍ ଙ୍କ ଦ୍ଵାରା କେବଳ ଶୁଳ୍କ ଆଦାୟ ପରେ କରାଯିବ, ଯେତେବେଳେ ଏପରି ଶୁଳ୍କ ଆଦାୟନୀୟ ହୁଏ  । ଯେତେବେଳେ ନାଇବ୍ –ତହସିଲଦାର୍  ପର୍ଯ୍ୟବେକ୍ଷଣ ଜାଣିନଥାନ୍ତି, ସେତେବେଳେ ତହସିଲ କାର୍ଯ୍ୟାଳୟ ପ୍ରତି ସଂପୃକ୍ତ ଜଣେ ଅମିନଙ୍କୁ ଏପରି କାର୍ଯ୍ୟ ନ୍ୟସ୍ତ କରାଯିବ କିମ୍ବା ଅନ୍ୟ କୌଣସି ଅଧସ୍ତନ କର୍ମଚାରୀଙ୍କୁ, ଯେପରି ତହସିଲଦାର୍ ସ୍ଥିର କରିପାରନ୍ତି  । ନାମାନ୍ତରଣ ଆବେଦନପତ୍ରର ଏକ ନକଲ (ସହିତ ଏହାର ସଂଯୁକ୍ତ, ଯଦି କିଛି ଥାଏ) କିମ୍ବା ଆବଶ୍ୟକ ତଥ୍ୟ ତଦନ୍ତର ସୁବିଧା ନିମନ୍ତେ ତାଙ୍କୁ ପ୍ରଦାନ କରାଯିବ  । ତାଙ୍କର ବିବରଣୀ ଏକ ଫର୍ମରେ ଦାଖଲ କରାଯିବ, ଯାହାକି ‘ଅମିନଙ୍କ ତଦନ୍ତ ବିବରଣୀ ଫର୍ମ’ ବୋଲି କୁହାଯାଏ  । ଏହାକୁ ପରିଶିଷ୍ଠ-୧୮ ରେ ପ୍ରଦାନ କରାଯାଇଛି  । ଏକ ପ୍ରତିଶତତା (୧୦ ରୁ କମ୍ ନୁହେଁ), ଯାହାକି ଏପରି ବିବରଣୀ ସହିତ ସଂପୃକ୍ତ, ତାହା ଉକ୍ତ ସ୍ଥାନରେ ତହସିଲଦାର୍ ଙ୍କ ଦ୍ଵାରା ଯାଞ୍ଚ କରାଯିବ  ।
  • ମାପଚୁପକୁ ଅନ୍ତର୍ଭୁକ୍ତ କରୁଥିବା କ୍ଷେତ୍ରରେ, ତଦନ୍ତ ବିବରଣୀ, ଗ୍ରାମ ନକ୍ସାର ଏକ ମୁଦ୍ରିତ ନକଲ କିମ୍ବା ଏକ ପୃଥକ୍ ଟ୍ରେସିଙ୍ଗ ଦ୍ଵାରା ତଦନ୍ତ ବିବରଣୀ ସହିତ ସଂଯୁକ୍ତ କରାଯିବ, କିମ୍ବା ଏହାର ସେତିକି ପରିମାଣ, ଯାହାକି ପ୍ରଭାବିତ ପ୍ଲଟ ଏବଂ ଆବଶ୍ୟକ ପରିବର୍ତ୍ତନକୁ ଦର୍ଶାଇବା ନିମନ୍ତେ ଆବଶ୍ୟକ ଅଟେ, ଅଲିଭା ନାଲି କାଳିରେ ହେବା ଉଚିତ୍  ।
  • କୌଣସି କାର୍ଯ୍ୟାନୁଷ୍ଠାନ ସମୟରେ, କୌଣସି ସାକ୍ଷୀ ଉପରେ ସୂଚନାଜାରୀ କରିବା ନିମନ୍ତେ ତହସିଲଦାର୍ ଙ୍କୁ ଆବଶ୍ୟକ କରୁଥିବା ପକ୍ଷ, ପାରାଗ୍ରାଫ ୩୨ରେ ଉଲ୍ଲେଖିତ ହାରରେ ଆଦେଶିକା ଶୁଳ୍କ ପ୍ରଦାନ କରିବେ  । କୌଣସି ଆଦେଶିକା ନିର୍ଗମ କରାଯିବ ନାହିଁ, ଯେପର୍ଯ୍ୟନ୍ତ ଆବଶ୍ୟକ ଶୁଳ୍କକୁ ଯଥାଯଥ ସମୟ ମଧ୍ୟରେ ଶୁଳ୍କ ପ୍ରଦାନ ନକରେ; ସେପରିସ୍ଥଳେ ତାଙ୍କୁ ଅପେକ୍ଷାନକରି, ମୋକଦ୍ଦମା ଅଗ୍ରଗତି କରିବ  ।
  • ଯେତେବେଳେ ଅନୁମୋଦିତ ସମୟ ମଧ୍ୟରେ କୌଣସି ଆପତ୍ତି ଦାଖଲ କରାଯାଏ ନାହିଁ ଏବଂ ସାଧାରଣ ସୂଚନା ଏବଂ ବ୍ୟକ୍ତିଗତସୂଚନା ଯଥେଷ୍ଟଭାବେ ନିର୍ଗମ ହୋଇଛି ବୋଲି ପ୍ରମାଣିତ ହୁଏ, ସେପରିସ୍ଥଳେ, ପ୍ରଥମେ ଶୁଣାଣୀ ତାରିଖରେ ଚୁଡାନ୍ତ ଆଦେଶ ପ୍ରଦାନ କରାଯାଇପାରେ, ଯଦି ଉକ୍ତ ମୋକଦ୍ଦମା କୌଣସି ସ୍ଥାନୀୟ ତଦନ୍ତ କିମ୍ବା ମାପଚୁପକୁ ଅନ୍ତର୍ଭୁକ୍ତ କରୁନଥାଏ  । ଅଧିକାଂଶ ନାମାନ୍ତରଣ ମୋକଦ୍ଦମାଗୁଡିକ, ଏହି ପ୍ରକୃତିର ଅଟେ  । ମାତ୍ର ଅଧିକାଂଶ ସଂଖ୍ୟକ ମୋକଦ୍ଦମା ଅଛି, ଯେଉଁ ସ୍ଥଳରେ ଆପତ୍ତିର ଶୁଣାଣୀ କରାଯାଏ, ସାକ୍ଷୀମାନଙ୍କୁ ପରୀକ୍ଷା କରାଯାଏ, କିମ୍ବା ସ୍ଥାନୀୟ ତଦନ୍ତ ଏବଂ ମାପଚୁପକୁ ପରିଚାଳନା କରାଯାଏ  । ତହସିଲଦାର୍ ଙ୍କର ଏହା ଚେଷ୍ଟା ହେବା ଉଚିତ୍ ଯେ, ଏପରି ମୋକଦ୍ଦମାଗୁଡିକ ଯେତେ ଶୀଘ୍ର ସମ୍ଭବ ଫଇସଲା କରାଯିବ  ।
  • ପରିଶିଷ୍ଠ-୧୯ ରେ ପ୍ରଦତ୍ତ ଫର୍ମରେ, ତହସିଲଦାର୍  ଏକ ନ୍ୟାୟାଳୟ ଡାଏରୀ ରକ୍ଷଣାବେକ୍ଷଣ କରିବେ  । ଡାଏରୀରେ ଉଲ୍ଲେଖିତ ବିଭିନ୍ନ ତାରିଖର ଅନ୍ତର୍ଭୁକ୍ତିକରଣକୁ, ଯେତେ ଶୀଘ୍ର ସମ୍ଭବ ମୋକଦ୍ଦମାକୁ ଅନ୍ତର୍ଭୁକ୍ତ କରାଯାଏ  । ଏହି କାର୍ଯ୍ୟକୁ ସ୍ଥଗିତ ରଖିବା ନିମନ୍ତେ ଅନୁମୋଦନ କରାଯିବ ନାହିଁ  ।
  • ସଭାପତିତ୍ଵକାରୀ ଅଧିକାରୀଙ୍କ (ତହସିଲ୍ ଦାର)ଙ୍କ ଉପସ୍ଥିତିରେ, ଉନ୍ମୁକ୍ତ ନ୍ୟାୟାଳୟରେ ଶପଥପାଠ ପୂର୍ବକ, ମୌଖିକଭାବେ ପ୍ରତ୍ୟକ ସାକ୍ଷୀଙ୍କୁ ପରୀକ୍ଷା କରିବେ  ।
  • ଯେତେବେଳେ ସାକ୍ଷୀମାନଙ୍କର ପରୀକ୍ଷା ଚାଲିଥାଏ କିମ୍ବା ଯେତେବେଳେ ଦଲିଲୀୟ ସାକ୍ଷ୍ୟ ଗଠନ କରାଯାଉଥାଏ, ସେତେବେଳେ ତହସିଲଦାର୍  ନିଶ୍ଚିତଭାବେ ଅନ୍ୟ କୌଣସି କାର୍ଯ୍ୟରେ ନିଯୁକ୍ତ ରହିବେ ନାହିଁ  ।
  • କୌଣସି ସାକ୍ଷୀର ପରୀକ୍ଷାକୁ ନିଶ୍ଚିତଭାବେ ବ୍ୟାଘାତ ପ୍ରଦାନ କରାଯିବ ନାହିଁ, ଯଦି ତହସିଲଦାର୍ ଜରୁରୀ ପ୍ରକୃତିର ଅନ୍ୟ କୌଣସି କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ବାଧ୍ୟ ନହୁଅନ୍ତି, ଯେଉଁ ବିଷୟ ମୋକଦ୍ଦମାର ଆଦେଶ ଫର୍ଦ୍ଦରେ ଲିପିବଦ୍ଧ କରାଯିବା ଉଚିତ୍  ।
  • ପ୍ରତ୍ୟକ ସାକ୍ଷୀ କ’ଣ ବୟାନ କଲେ, ତା’ର ସାରାଂଶକୁ ନିଜ ହାତରେ ତହସିଲଦାର୍ ଲେଖିବେ କିମ୍ବା ଲିପିବଦ୍ଧ କରିବେ  । ଏପରି ସ୍ମାରକପତ୍ର ନିଶ୍ଚିତଭାବେ ସ୍ପଷ୍ଟଭାବେ ଇଂରାଜୀରେ କିମ୍ବା ଓଡିଆରେ ଲେଖାଯିବ, ଏହା ତାଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ଏବଂ ତାରିଖ ପ୍ରଦାନ କରାଯିବ ଏବଂ ଏହା ନଥିର ଏକ ଅଂଶ ଗଠନ କରିବ  । କୌଣସି ଅପିଲ୍ କିମ୍ବା ରିଭିଜନ୍ କ୍ଷେତ୍ରରେ ଏହାକୁ ନଥି ସହିତ ଅପିଲ୍ କିମ୍ବା ରିଭିଜନ୍ ନ୍ୟାୟାଳୟକୁ ପ୍ରେରଣ କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଅଟେ  । ଏହାକୁ ପଢାଇ ବୁଝାଇ ଦେବା ପରେ, ସାକ୍ଷ୍ୟରେ ଏପରି ସ୍ମାରକପତ୍ର, ସଂପୃକ୍ତ ସାକ୍ଷୀ ଦ୍ଵାରା ସ୍ଵାକ୍ଷରିତ ହେବ  ।
  • ସାକ୍ଷୀମାନଙ୍କର ପରୀକ୍ଷା ଆରମ୍ଭ ହେବା ପରେ, କାର୍ଯ୍ୟାନୁଷ୍ଠାନ ଚାଲୁ ରହିବ, ଯେପର୍ଯ୍ୟନ୍ତ ଉଭୟ ପକ୍ଷର ସମସ୍ତ ସାକ୍ଷୀଙ୍କୁ ପରୀକ୍ଷା କରାନଯାଇଛି (ସେହି ପକ୍ଷ, ଯାହାଙ୍କ ଉପରେ ପ୍ରମାଣ କରିବା ଦାୟିତ୍ଵ ଥାଏ, ତାଙ୍କୁ ପ୍ରଥମେ ପରୀକ୍ଷା କରାଯିବ ଏବଂ ତାପରେ ବିପରୀତ ପକ୍ଷଙ୍କୁ)  । ଯଥେଷ୍ଟ କାରଣ ବ୍ୟତୀତ ଶୁଣାଣୀର ସ୍ଥଗିତିକରଣ ଅନୁମୋଦିତ ହେବ ନାହିଁ, ଯାହାକୁ ନିଶ୍ଚିତଭାବେ ଲିପିବଦ୍ଧ କରାଯିବ  ।
  • ସେପରି ଘଟଣା ଘଟିପାରେ, ଯେଉଁଥିରେ କୌଣସି ଗୁରୁତ୍ଵପୂର୍ଣ୍ଣ ସାକ୍ଷୀର ଅନୁପସ୍ଥିତିରେ ଯାହାକି ପକ୍ଷ ଦ୍ଵାରା ପରିତ୍ୟାଗ କରାଯାଇପାରେ ନାହିଁ, ଯେକି ତା’ର ସାକ୍ଷ୍ୟ ଅବଶ୍ୟ କରେ, ସେପରିସ୍ଥଳେ ଶୁଣାଣୀକୁ ସ୍ଥଗିତ ରଖିବା ଆବଶ୍ୟକ ହୋଇପାରେ  । ଏପରି ଘଟଣାଗୁଡିକରେ, ଉପସ୍ଥିତ ଥିବା ସାକ୍ଷୀମାନଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ ଏବଂ ସାକ୍ଷୀମାନଙ୍କୁ ଅଟକ ରଖାଯିବ ନାହିଁ କିମ୍ବା ପୁନର୍ବାର ଉପସ୍ଥିତ ହେବା ନିମନ୍ତେ ଆବଶ୍ୟକ କରାଯିବ ନାହିଁ, ଯଦି ସେପରି କୌଣସି ବିଶେଷ କାରଣ ଘଟେ, ଯାହାକି ଲିପିବଦ୍ଧ କରାଯିବ  ।
  • ଯେତେବେଳେ କୌଣସି ସ୍ଥଗିତିକରଣ ଘଟେ, ତାହା ଅତି ସ୍ୱଳ୍ପ ସମୟ ନିମନ୍ତେ ହେବ ଏବଂ କେଉଁ ପରିସ୍ଥିତିରେ ଏପରି ସ୍ଥଗିତିକରଣ ମଞ୍ଜୁର କରାଯାଇଛି, ତାହା ବିଚାରକୁ ନିଆଯିବ  ।
  • ମୁକ୍ତ ନ୍ୟାୟାଳୟରେ ମୌଖିକ ବ୍ୟତୀତ, କୌଣସି କ୍ଷେତ୍ରରେ ସ୍ଥଗିତିକରଣ ମଞ୍ଜୁର କରାଯିବ ନାହିଁ, ଯେଉଁ ତାରିଖକୁ ମୋକଦ୍ଦମାକୁ ସ୍ଥଗିତ ରଖାଗଲା ଏବଂ ସ୍ଥଗିତିକରଣର କାରଣକୁ, ସମସ୍ତ କ୍ଷେତ୍ରରେ ଉନ୍ମୁକ୍ତ ନ୍ୟାୟାଳୟରେ, ସଭାପତିତ୍ଵକାରୀ ଅଧିକାରୀଙ୍କ ଦ୍ଵାରା ସର୍ବସାଧାରଣରେ ଉଲ୍ଲେଖ କରାଯିବ ଏବଂ ଆଦେଶ ଫର୍ଦ୍ଦରେ ଲିପିବଦ୍ଧ କରାଯିବ  ।
  • ଯଦି ସାକ୍ଷୀମାନଙ୍କର ପରୀକ୍ଷା ପରେ ଏବଂ ପକ୍ଷମାନଙ୍କୁ ଶୁଣିବା ପରେ, ସେମାନେ ନିଜର ବୟାନ ନିଜେ ଉପସ୍ଥାପନ କରନ୍ତି କିମ୍ବା ଅଧିବକ୍ତାଙ୍କ ଜରିଆରେ  କରନ୍ତି, ସଭାପତିତ୍ଵକାରୀ ଅଧିକାରୀ ରାଏ ପ୍ରଦାନ କରିବା ନିମନ୍ତେ ପ୍ରସ୍ତୁତ ନଥାଆନ୍ତି, ସେପରିସ୍ଥଳେ ସେ କୌଣସି ଭବିଷ୍ୟତ ତାରିଖକୁ ତାହା ସ୍ଥଗିତ ରଖିବେ, ଯାହାର ଉପଯୁକ୍ତ ସୂଚନା, ପକ୍ଷମାନଙ୍କୁ ଏବଂ ସେମାନଙ୍କର ଓକିଲଙ୍କୁ ପ୍ରଦାନ କରାଯିବ  । ସାକ୍ଷୀମାନଙ୍କୁ ନିଶ୍ଚିତଭାବେ ଅଟକ ରଖାଯିବ ନାହିଁ  ।
  • ରାଏର ସାରାଂଶକୁ, ଯେପରିଭାବେ ଲେଖାଯାଇଥାଏ ତାହା ମୌଖିକଭାବେ ଉନ୍ମୁକ୍ତ ନ୍ୟାୟାଳୟରେ ଲେଖାଯାଇଥିବା ଭାଷାରେ କିମ୍ବା ନ୍ୟାୟାଳୟରେ ବ୍ୟବହୃତ ଭାଷାରେ ପଢାଯିବ  ।
  • କୌଣସି ନାମାନ୍ତରଣ ମୋକଦ୍ଦମାରେ ପ୍ରଦାନ କରାଯାଇଥିବା ଆଦେଶ ଅନୁଯାୟୀ, ଅଧିକାର-ନଥିର ସଂଶୋଧନ; ଚୁଡାନ୍ତ ଆଦେଶ ତାରିଖରୁ ପଇଁଚାଳିଶ ଦିନ ଅତିବାହିତ ହେବା ପରେ କରାଯିବ ଏବଂ ନାମାନ୍ତରଣ ଶୁଳ୍କ ଯେତେବେଳ ସରକାରଙ୍କୁ ଦେୟ ହୋଇଥାଏ, ତାହା ପ୍ରଦାନ ପରେ, ଅଧିକାର-ନଥିରେ କିମ୍ବା ଖତିୟାନରେ ଅନ୍ତର୍ଭୁକ୍ତିକରଣରେ ପରିବର୍ତ୍ତନକୁ ତହସିଲଦାର୍ ଙ୍କ ସ୍ଵାକ୍ଷର ଅନୁଯାୟୀ ପରିପାଳନ କରାଯିବ  । ସମସ୍ତ ପରିବର୍ତ୍ତନରେ, ନାମାନ୍ତରଣ ମୋକଦ୍ଦମା ସଂଖ୍ୟାର ଉଲ୍ଲେଖ ନିଶ୍ଚିତଭାବେ ନାଲିକାଳିରେ ଲିପିବଦ୍ଧ କରାଯିବ  ।
  • ସେହି ସମସ୍ତ ମୋକଦ୍ଦମାରେ, ଅଧିକାର- ନଥିରେ କିମ୍ବା ଖତିୟାନରେ ପରିବର୍ତ୍ତନ ପ୍ରଭାବିତ କରାଯିବ ନାହିଁ, ଯେଉଁଥିରେ ଅପିଲ୍ କିମ୍ବା ରିଭିଜନ୍ ଦାଏର୍  କରାଯାଇଛି  । କେବଳ ଅପିଲ୍ କିମ୍ବା ରିଭିଜନ୍ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ସମାପ୍ତ ହେବା ପରେ, ଅଧିକାର-ନଥିକୁ କିମ୍ବା ଖତିୟାନକୁ ସଂଶୋଧନ କରାଯାଇପାରେ  ।
  • ଅଧିକାର-ନଥିରେ କିମ୍ବା ଖତିୟାନରେ ସଂଶୋଧନ କରିବା ପୂର୍ବରୁ, ତହସିଲଦାର୍ ଏହା ନିଶ୍ଚିତ କରିବା ଉଚିତ୍ ଯେ, ରାଏର ନକଲ ନିମନ୍ତେ କୌଣସି ଆବେଦନପତ୍ର କରାଯିବା ଉଚିତ୍ ଯେ, ଅପିଲ୍ ରେ ଯିବା ନିମନ୍ତେ ନକଲ ମଗାଯାଇଛି  । ଏଣୁ, ତହସିଲଦାର୍ ଏକ ଯଥାଯଥ ସମୟକୁ ଅପେକ୍ଷା କରିବେ, ଯେପରି ପନ୍ଦର ଦିନ, ନକଲ ମଞ୍ଜୁରିପରେ ଏବଂ ଅଧିକାର-ନଥିର କିମ୍ବା ଖତିୟାନର ସଂଶୋଧନ ପୂର୍ବରୁ  । ଯଦି ଏହି ସମୟ ମଧ୍ୟରେ, ଅପିଲ୍ ନିମନ୍ତେ ସୂଚନା ଗ୍ରହଣ କରାଯାଏ, ସେପରିସ୍ଥଳେ ଅଧିକାର ନଥିକୁ କିମ୍ବା ଖତିୟାନକୁ ସଂଶୋଧନ କରାଯାଇପାରିବ ନାହିଁ, ଯେପର୍ଯ୍ୟନ୍ତ ଅପିଲ୍ ଫଇସଲା ନ ହୋଇଛି
  • ଯେତେବେଳେ କୌଣସି ନୂତନ ‘ହୋଲଡିଂ’ ସୃଷ୍ଟି ହୁଏ, ସେହି ସ୍ଥିତିର କ୍ରମିକ ସଂଖ୍ୟାର ଶେଷରେ, ଏହାକୁ ଏକ ନୂତନ ସଂଖ୍ୟା ଆବଣ୍ଟନ କରାଯିବ  । ଏଠାରେ ଉଦାହରଣ ପ୍ରଦାନ କରାଯାଇପାରେ – ମନେକର କୌଣସି ଗ୍ରାମରେ ୧୦୦ଟି ରୟତି ଖାତା (ହୋଲଡିଂ) ଅଛି ଏବଂ ପାଞ୍ଚୋଟି ଚାଲୁ ଖାତା ଅଛି; ରୟତି ଖାତା ଗୁଡିକ ପ୍ରଥମେ ଆସେ ଏବଂ ଚାଲୁ ଖାତା ୧୦୧ ରୁ ୧୦୫ ସଂଖ୍ୟା ବହନ କରିବ  । ଯଦି କୌଣସି ନୂତନ କିମ୍ବା ନଥି ରୟତିଖାତା ସୃଷ୍ଟି କରାଯାଏ, ତାହେଲେ ଏହାକୁ ୧୦୦/୧ ଭାବେ ସଂଖ୍ୟାୟୀତ କରାଯିବ  । ଯଦି ତାପରେ ଅନ୍ୟ ଏକ ଖାତା ସୃଷ୍ଟି କରାଯାଏ, ତାହେଲେ ଏହାକୁ ୧୦୦/୨ ଭାବେ ସଂଖ୍ୟାୟୀତ କରାଯିବ ଏବଂ ଏହିପରି ଭାବେ  । ସେହିପରି ଯଦି କୌଣସି ନୂତନ ଚାଲୁ ଖାତା ଖୋଲାଯାଏ, ତାହେଲେ ଏହାକୁ ୧୦୫/୧ ଭାବେ ସଂଖ୍ୟାୟୀତ କରାଯିବା ଉଚିତ୍ ଏବଂ ଏହିପରିଭାବେ  ।
  • ଯେତେବେଳେ ଜମି, କେନ୍ଦ୍ରର କୌଣସି ବିଭାଗ ନିମନ୍ତେ କିମ୍ବା ରାଜ୍ୟ ସରକାରଙ୍କ ନିମତେ ଅଧିଗ୍ରହଣ କରାଯାଏ, ସେପରିସ୍ଥଳେ ଏହାକୁ ଏକ ବିଭାଗୀୟ ଖାତାରେ ନଥିଭୁକ୍ତ କରାଯିବ, ଯାହାକି ଆବଶ୍ୟକମତେ ସୃଷ୍ଟି କରାଯିବ  । ରାଜସ୍ୱ ବିଭାଗ ନିମନ୍ତେ ଜମିର ଅଧିଗ୍ରହଣ, ଯାହାହେଉନା କାହିଁକି, ରୟତ ଖାତାରେ ନଥିଭୁକ୍ତ କରାଯିବ  । ସେହିପରିଭାବେ, କୌଣସି ସ୍ଥାନୀୟ ସଂସ୍ଥା କିମ୍ବା କମ୍ପାନୀ ନିମନ୍ତେ ନୂତନ କିମ୍ବା ନୂଆ ହୋଲଡିଂ ସୃଷ୍ଟି କରାଯିବା ଉଚିତ୍ ଯେତେବେଳେ ଏପରି ସଂସ୍ଥା କିମ୍ବା କୌଣସି ସମ୍ପାନୀ ନିମନ୍ତେ ଭୂମି ଅଧିଗ୍ରହଣ କରାଯାଏ  ।
  • ଯଦି କୌଣସି ‘ହୋଲଡିଂ’ ରେ ଅନ୍ତର୍ଭୁକ୍ତ ସମସ୍ତ ଜମି, ସମୟାନୁକ୍ରମେ, ଉକ୍ତ ‘ହୋଲଡିଂ’ ରୁ ସ୍ଥାନାନ୍ତରିତ ହୁଏ, ସେପରିସ୍ଥଳେ ଏହାକୁ ଖାଲି ଛଡାଯିବ, ମାତ୍ର ଅନ୍ୟ କୌଣସି ‘ହୋଲଡିଂ’ ନିମନ୍ତେ, ଏହାର ଖାତା ସଂଖ୍ୟାକୁ ବ୍ୟବହାର କରାଯିବ ନାହିଁ  ।
  • ଯଦି କୌଣସି ପ୍ଲଟ ଉପ-ବିଭାଜନ କରାଯାଏ, ଏବଂ ଗୋଟିକରୁ ଅଧିକ ପ୍ଲଟ ଗଠିତ ହୁଏ, ସେପରିସ୍ଥଳେ ପ୍ରତ୍ୟକ ପ୍ଲଟକୁ ଏକ ସଂଖ୍ୟା ଆବଣ୍ଟନ କରାଯିବ; ମୂଳ ସଂଖ୍ୟା ସେହି ପ୍ଲଟକୁ ଆବଣ୍ଟିତ ହେବ, ଯାହାକି ମୂଳ ‘ହୋଲଡିଂ’ ରେ ଧାରିତ ଥାଏ  । ଯଦି ମୂଳ ‘ହୋଲଡିଂ’ ରେ କୌଣସି ପ୍ଲଟ ଧାରିତ ନଥାଏ, ସେପରିସ୍ଥଳେ ମୂଳ ପ୍ଲଟ ନମ୍ବର, ନୂତନ ଭାବେ ଗଠିତ କୌଣସି ପ୍ଲଟକୁ ଆବଣ୍ଟନ କରାଯିବ, ଯାହାକି ସ୍ଥଗିତ ପ୍ଲଟ ନମ୍ବରର ନିକଟତମ ହୋଇଥାଏ  । ଅନ୍ୟ ପ୍ଲଟଗୁଡିକୁ ଗ୍ରାମ-ନକ୍ସାରେ ଶେଷ ସଂଖ୍ୟା ପରେ, ସଂଖ୍ୟା ଆବଣ୍ଟନ କରାଯିବ  । ଉଦାଦ୍ଦାହରଣ ସ୍ୱରୂପ, ଯଦି ପ୍ଲଟ ସଂଖ୍ୟା ୧୯୦୧ କୁ ଦୁଇ ଭାଗରେ ବିଭକ୍ତ କରାଯାଏ ଏବଂ ଗ୍ରାମରେ ଶେଷ ପ୍ଲଟ ନମ୍ବର ୩୦୫ ହୋଇଥାଏ, ପ୍ଲଟ ସଂଖ୍ୟା ୧୯୦ ଅଂଶ, ମୂଳ ସଂଖ୍ୟା ୧୯୦ ବହନ କରିବ ଏବଂ ଅନ୍ୟ ଅଂଶକୁ ୩୦୬ ସଂଖ୍ୟାରେ ସଂଖ୍ୟାୟୀତ କରାଯିବ  । ଗ୍ରାମ ନକ୍ସାର ଉପାଦେୟ ଫର୍ଦ୍ଦର ତଳେ କିମ୍ବା ନିମ୍ନ ଭାଗରେ, ଏହି ନୂତନ ସଂଖ୍ୟାକୁ ନାଲି କାଳିରେ ୧୯୦/୩୦୬ ଭାବେ ଦର୍ଶାଯିବ । ଅଧିକାର-ନଥିରେ, ଏହି ନୂତନ ପ୍ଲଟ ସଂଖ୍ୟାକୁ ୧୯୦/୩୦୬ ଭାବେ ମଧ୍ୟ ଲେଖାଯିବ  ।
  • ଯେତେବେଳେ କୌଣସି ନିକଟତମ ପ୍ଲଟ ସହିତ କୌଣସି ପ୍ଲଟକୁ ସମ୍ପୂର୍ଣ୍ଣ ଭାବେ ମିଶ୍ରଣ କରିବା ଆବଶ୍ୟକ ହୁଏ, ସେପରିସ୍ଥଳେ ପ୍ରଥମ ପ୍ଲଟର ସଂଖ୍ୟାକୁ ବାଦ୍ ଦିଆଯିବ ଏବଂ ଗ୍ରାମ ନକ୍ସାର ଉପାଦେୟ ଫର୍ଦ୍ଦର ନିମ୍ନ ଭାଗରେ, ସେ ସମ୍ବନ୍ଧରେ ଏକ ଟିପ୍ପଣୀ ଛଡାଯିବ  ।
  • ନକ୍ସା ଏବଂ ଅଧିକାର-ନଥିର କିମ୍ବା ଖତିୟାନର ଅଧୁନା ରକ୍ଷଣାବେକ୍ଷଣ ଉପରେ ରାଜସ୍ୱ ପ୍ରଶାସନର ଦକ୍ଷତା ନିର୍ଭର କରେ  । ଏଣୁ, ତହସିଲଦାର୍ ଙ୍କର ଏହା ଦେଖିବା କର୍ତ୍ତବ୍ୟ ଅଟେ ଯେ, ତାଙ୍କ ଦ୍ଵାରା ଆଦେଶିତ ସମସ୍ତ ପରିବର୍ତ୍ତନକୁ ସେଥିରେ ଯେତେ ଶୀଘ୍ର ସମ୍ଭବ, ଅନ୍ତର୍ଭୁକ୍ତ କରାଯାଉ  । ଏହି କାର୍ଯ୍ୟ ନଥିର ପ୍ରକୋଷ୍ଠ କର୍ମଚାରୀଙ୍କ ଦ୍ଵାରା କରାଯିବ  । ଯଦି କାର୍ଯ୍ୟ ସହିତ ଖାପ ଖୁଆଇବା ନିମନ୍ତେ କର୍ମଚାରୀଙ୍କ ସଂଖ୍ୟା ଅଯଥେଷ୍ଟ ହୋଇଥାଏ, ସେପରିସ୍ଥଳେ କଲେକ୍ଟରଙ୍କ ଜରିଆରେ, ଭୂ-ନଥି ଏବଂ ପର୍ଯ୍ୟବେକ୍ଷଣ ନିର୍ଦ୍ଦେଶକଙ୍କୁ ଅତିରିକ୍ତ କର୍ମଚାରୀଙ୍କ ମଞ୍ଜୁରୀ ନିମନ୍ତେ ଆବେଦନ କରାଯିବ  ।
  • ଯେତେବେଳେ କୌଣସି ନାମାନ୍ତରଣ ମୋକଦ୍ଦମା ଉପରେ ପ୍ରଦାନ କରାଯାଇଥିବା ଆଦେଶ ଅନୁଯାୟୀ, ଅଧିକାର-ନଥିର କିମ୍ବା ଖତିୟାନର ସଂଶୋଧନ ଗ୍ରହଣ କରାଯାଏ, ସେପରିସ୍ଥଳେ ପରିଶିଷ୍ଠ-୨୦ ରେ ପ୍ରଦତ୍ତ ଫର୍ମରେ ଏକ ସୂଚନା ସହିତ ସ୍କେଚ ନକ୍ସା, ଯାହାକି ସଂଶୋଧନ ଦର୍ଶାଏ, ଯାହାକି ସତ୍ୟ ପ୍ରମାଣିତ ହୋଇ ଦୈତ ନକଲରେ, ନାଇବ –ତହସିଲଦାର୍ ଙ୍କ  ନିକଟକୁ ପ୍ରେରଣ କରାଯିବ  । ତା’ର ଏକ ନକଲ ନାଇବ୍-ତହସିଲଦାର୍ ଙ୍କ ଦ୍ଵାରା ଗ୍ରହଣ ତାରିଖରୁ ୧୫ ଦିନ ମଧ୍ୟରେ ଏକ ଉଲ୍ଲେଖ ସହିତ ଫେରସ୍ତ କରାଯିବ ଯେ, ସେ ଉକ୍ତ ବ୍ୟକ୍ତିଙ୍କ ଠାରେ ଏକ ନକଲ ରଖିଛନ୍ତି  । ଯେପର୍ଯ୍ୟନ୍ତ ଫେରସ୍ତନୀୟ ନକଲ ତହସିଲଦାର୍ ଙ୍କ ଦ୍ଵାରା ଗୃହୀତ ନହୁଏ, ସେ ସଂଶୋଧିତ ନାମାନ୍ତରଣ ମୋକଦ୍ଦମା ଫଇସଲା ବୋଲି ଦର୍ଶାଇବେ ନାହିଁ  । ଏପରି ସୂଚନାଙ୍କ ଯାହାକି ତହସିଲଦାର୍ ଙ୍କୁ ଫେରସ୍ତ କରାଯାଏ, ତାହା ସଂଶୋଧିତ ମୋକଦ୍ଦମା ନଥିର ଏକ ଅଂଶ ଗଠନ କରିବ  ।
  • ନାଇବ୍ ତହସିଲଦାର୍ ଙ୍କ ଦ୍ଵାରା ସ୍କେଚ ନକ୍ସା କ୍ରମିକଭାବେ ବନ୍ଦୋବସ୍ତ କରାଯିବ ଏବଂ ଏକ ପୃଥକ୍ ଗାର୍ଡ ଫାଇଲ୍ ରେ ରଖାଯିବ, ଯେଉଁ କ୍ରମରେ ସେଗୁଡିକ ଗୃହୀତ ହୋଇଥାଏ; ସୂଚୀତ ଏକ ତାଲିକା, ଗାର୍ଡ ଫାଇଲ୍ ରେ ସଂଯୁକ୍ତ କରାଯାଏ  ।
  • ପରିଶିଷ୍ଠ-୨୨ ରେ ପ୍ରଦତ୍ତ ଫର୍ମରେ, ନାଇବ୍-ତହସିଲଦାର୍ ଙ୍କ ଦ୍ଵାରା ପରିବର୍ତ୍ତନର ଏକ ରେଜିଷ୍ଟର ରକ୍ଷଣାବେକ୍ଷଣ କରାଯିବ  । ସୂଚନାଙ୍କ ଠାରେ ଉଲ୍ଲେଖିତ ବିଷୟ ଭିତ୍ତିରେ, ଏହାକୁ ପୂରଣ କରାଯିବ  । ଯେଉଁ ତାରିଖରେ ଉକ୍ତ ରେଜିଷ୍ଟର ପୂରଣ ହୁଏ, ତାହା ସୂଚନାଙ୍କରେ ଉଲ୍ଲେଖ କରାଯିବ  ।
  • ସୂଚନାଙ୍କର ଭିତ୍ତିରେ, ନାଇବ୍ ତହସିଲଦାର୍ ଙ୍କ ଅଧିକାର-ନଥିର କିମ୍ବା ଖତିୟାନର ନକଲକୁ ସଂଶୋଧନ କରାଯିବ ଏବଂ ପ୍ରତ୍ୟକ ସଂଶୋଧିତ ଅନ୍ତର୍ଭୁକ୍ତିକରଣକୁ, ନାଇବ୍ ତହସିଲଦାର୍ ଙ୍କ ଦ୍ଵାରା ସ୍ଵାକ୍ଷର କରାଯିବା ସହିତ, ସୂଚନାଙ୍କଠାରେ ଉଲ୍ଲେଖିତ ମୋକଦ୍ଦମା ସଂଖ୍ୟା ଉଲ୍ଲେଖ କରାଯିବ, ଯେହେତୁ ସେ ଏପରି ସଂଶୋଧନର ଅଧିକାରୀ ଅଟନ୍ତି  । ଏପରି ସମସ୍ତ ସଂଶୋଧନ ନାଲି କାଳିରେ କରାଯିବ  । ଏପରି ସତ୍ୟ-ପ୍ରମାଣକାରୀ ସ୍ଵାକ୍ଷର ତହସିଲଦାର୍ ଙ୍କ ଦ୍ଵାରା ପ୍ରତି ସ୍ଵାକ୍ଷରିତ ଯେତେବେଳେ ସେ ନାଇବ୍  ତହସିଲଦାର୍ ଙ୍କ କାର୍ଯ୍ୟାଳୟ ପରିଦର୍ଶନ କରନ୍ତି  ।
  • ତହସିଲଦାର୍ ତଥା ନାଇବ୍ ତହସିଲଦାର୍ ଙ୍କ ଅଧିକାର-ନଥି କିମ୍ବା ଖତିୟାନ ନକଲରେ ପ୍ରତ୍ୟକ ‘ହୋଲଡିଂ’ ନିମନ୍ତେ ଗୋଟିଏ କିମ୍ବା ଅଧିକ ପୁରା ଫର୍ଦ୍ଦ ଆବଣ୍ଟନ କରାଯାଇଥାଏ  । ଏହି ସମସ୍ତ ଫର୍ଦ୍ଦରେ ଥିବା ଶୂନ୍ୟସ୍ଥାନ ଭବିଷ୍ୟତ ସଂଶୋଧନକୁ ଧାରଣ କରିବା ନିମନ୍ତେ ଉଦ୍ଦେଶିତ ଅଟେ; ଯେଉଁ ସ୍ଥଳରେ ଯାହାହେଉନା କାହିଁକି, ଏପରି ଶୂନ୍ୟସ୍ଥାନ ଅନେକ ସଂଖ୍ୟକ ସଂଶୋଧନ ଦ୍ଵାରା ବ୍ୟବହୃତ ହୋଇଥାଏ, ସେପରିସ୍ଥଳେ ଭବିଷ୍ୟତ ସଂଶୋଧନ ନିମନ୍ତେ ଏକ ନୂତନ ଫର୍ଦ୍ଦକୁ ତୁରନ୍ତ ସଂଯୋଗ କରାଯିବ  ।
  • ଅଧିକାର ନଥି କିମ୍ବା ଖତିୟାନ କିମ୍ବା ତା’ର କୌଣସି ଅଂଶକୁ କିମ୍ବା ଅଂଶରେ ପୁନଃ ଲିଖନ କ୍ଷମତା ଜିଲ୍ଲା କଲେକ୍ଟରଙ୍କ ଉପରେ ନିୟମ ୪୫ ଅନୁଯାୟୀ ନ୍ୟସ୍ତ ଥାଏ  । ଅବୈଧତାର ଅନେକ ପରିବର୍ତ୍ତନ ଯୋଗୁ ପୁନଃ ଲିଖନ ନିମନ୍ତେ ତହସିଲଦାର୍, କଲେକ୍ଟରଙ୍କର ଆଦେଶ ଗ୍ରହଣ କରିବେ । ଏପରିଭାବେ ପୁନଃ ଲିଖିତ ଅଧିକାର-ନଥି କିମ୍ବା ଖତିୟାନ, କଲେକ୍ଟରଙ୍କ ସ୍ଵାକ୍ଷର ଏବଂ ମୋହର ସହିତ ଏକ ପ୍ରମାଣପତ୍ର ବହନ କରିବ କିମ୍ବା ଅନ୍ୟ କୌଣସି ଅଧିକାରଙ୍କ ସ୍ଵାକ୍ଷର ଏବଂ ମୋହର ବହନ କରିବ, ଯେକି ଏ ସମ୍ବନ୍ଧରେ ଯଥାଯଥ ଭାବେ ତାଙ୍କ ଦ୍ଵାରା କ୍ଷମତାୟୀତ ହୋଇଥାଆନ୍ତି  । ତହସିଲଦାର୍ ଙ୍କ ଦ୍ଵାରା ସଠିକ୍ ଭାବେ ପ୍ରମାଣିତ ଏହାର ଏକ ନକଲ କଲେକ୍ଟରଙ୍କୁ ପ୍ରେରଣ କରାଯିବ  । ଏହି ନିୟମ, ଅଧିକାର-ନଥିର କିମ୍ବା ଖତିୟାନର ନକଲ ପ୍ରତି ପ୍ରୟୋଗନୀୟ ଅଟେ, ଯାହାକି ନାଇବ୍ ତହସିଲଦାର୍ ଙ୍କ ତତ୍ତ୍ଵାବଧାନରେ ଥାଏ  ।
  • ନିୟମ ୪୬ ଅନୁଯାୟୀ ଜିଲ୍ଲାକଲେକ୍ଟର, କୌଣସି ସଂଶୋଧିତ ନକ୍ସା ଦ୍ଵାରା, କୌଣସି ନକ୍ସା କିମ୍ବା ତା’ର କୌଣସି ଅଂଶକୁ ସ୍ଥାନାନ୍ତରଣ କରିବା କ୍ଷମତା ବହନ କରନ୍ତି  । ଅନେକ ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ କରିବା କାରଣ ଯୋଗୁ, ସଦ୍ୟଭାବେ କୌଣସି ନକ୍ସା ପ୍ରସ୍ତୁତ କରିବା ନିମନ୍ତେ, ତହସିଲଦାର୍ ଲିଖିତଭାବେ କଲେକ୍ଟରଙ୍କ ଆଦେଶ ଗ୍ରହଣ କରିବେ  । ଏପରିଭାବେ ପ୍ରସ୍ତୁତ କୌଣସି ନକ୍ସା କଲେକ୍ଟରଙ୍କ ଏକ ପ୍ରମାଣପତ୍ର ସହିତ ତାଙ୍କର ସ୍ଵାକ୍ଷର ଏବଂ ମୋହର ବହନ କରିବ କିମ୍ବା ସେ ସମ୍ବନ୍ଧରେ ତାଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଅଧିକାରଙ୍କର ସ୍ଵାକ୍ଷର ଏବଂ ମୋହର ବହନ କରିବ  । ତହସିଲଦାର୍ ଙ୍କ ଦ୍ଵାରା ପ୍ରମାଣିତ ତା’ର ଏକ ନକଲକୁ, କଲେକ୍ଟରଙ୍କ ନିକଟକୁ ପ୍ରେରଣ କରାଯିବ  । ଏହି ନିୟମ ସେହି ନକ୍ସା ପ୍ରତି ପ୍ରୟୋଗନୀୟ ଅଟେ, ଯାହାକି ନାଇବ୍ ତହସିଲଦାର୍ ଙ୍କ ତତ୍ତ୍ଵାବଧାନରେ ଥାଏ  ।
  • ପରିଦର୍ଶନକାରୀ ଅଧିକାରୀମାନେ ଏହା ନିଶ୍ଚିତ କରିବେ ଯେ, ନାଇବ୍ ତହସିଲଦାର୍ ଙ୍କ ଅଧିକାର-ନଥି କିମ୍ବା ଖତିୟାନ ଏବଂ ନକ୍ସାର ନକଲକୁ  ଅଧୁନା ଭାବେ ରକ୍ଷଣାବେକ୍ଷଣ କରାଯାଉ  । ସେମାନେ ପରିବର୍ତ୍ତନ ରେଜିଷ୍ଟରରେ ସମସାମୟିକ ଅନ୍ତର୍ଭୁକ୍ତିକରଣ ସହିତ ଶେଷ ପରିଦର୍ଶନ ପରେ ଗୃହୀତ ସମସ୍ତ ସୂଚନାଙ୍କୁ ଯାଞ୍ଚ କରିବେ  । ସୂଚନାଙ୍କରେ କରାଯାଇଥିବା ଅନ୍ତର୍ଭୁକ୍ତିକରଣ ବିରୁଦ୍ଧରେ ଅଧିକାର-ନଥିରେ କିମ୍ବା ଖତିୟାନରେ ପରିବର୍ତ୍ତନର କେତେକ ପ୍ରତିଶତକୁ ସେମାନେ ମଧ୍ୟ ଯାଞ୍ଚ କରିବେ  ।

ଆଧାର – ଦ ଲ ହାଉସ

Last Modified : 1/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate