অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦(ସିଲିଂ ଓ ବଳକା ଜମିର ବିନିଯୋଗ)

ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦(ସିଲିଂ ଓ ବଳକା ଜମିର ବିନିଯୋଗ)

  1. ସଂଜ୍ଞା (ନିୟମ ୩୭)
  2. ‘ସିଲିଂ’ ରୁ ରିହାତି
  3. ‘ସିଲିଂ’ ଅଂଚଳ  ସ୍ଥିର  କରିବା  ନିମନ୍ତେ  ନୀତି
  4. ଜମି  ହସ୍ତାନ୍ତରଣ  ଏବଂ  ବିଭାଜନ  ଉପରେ  ଚୁକ୍ତିର  ମୋକଦ୍ଦମାର  କଟକଣା (ନିୟମ ୪୦)
  5. ରିଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ  ଦାୟିତ୍ଵ
  6. ରିଟର୍ଣ୍ଣ  ଦାଖଲ   କରିବାରେ  ଅକୃତକାର୍ଯ୍ୟତା   ଦାବୀର  ବାଜ୍ୟାପ୍ତି  ଘଟାଇବ
  7. ଖସଡା  ବିବରଣୀର  ପ୍ରସ୍ତୁତିକରଣ  ଏବଂ ପ୍ରକାଶନ
  8. ‘ସିଲିଂ ’  ଜମି  ଏବଂ  ଅଧିକ  ଜମିର  ଚୂଡ଼ାନ୍ତ
  9. ବଳକା  କିମ୍ବା  ଅଧିକ  ଜମି ସରକାରଙ୍କ  ନ୍ୟସ୍ତ
  10. ଆକଳନ  ତାଲିକା  ପ୍ରସ୍ତୁତ
  11. ‘ଅର୍ଥରାଶି ’ ସ୍ଥିର  କରିବା  ନିମନ୍ତେ  ନୀତି
  12. ଆକଳନ ତାଲିକା  ଖସଡାର  ପ୍ରସ୍ତୁତିକରଣ  ଏବଂ  ପ୍ରକାଶନ
  13. ଚୂଡ଼ାନ୍ତ  ଆକଳନ  ତାଲିକା  ଓ ଅର୍ଥରାଶିର  ପ୍ରଦାନ
  14. ଅର୍ଥରାଶିର  ପ୍ରଦାନ
  15. ବଳକା  କିମ୍ବା  ଅଧିକ ଜମିର  ବନ୍ଦୋବସ୍ତ
  16. ଭବିଷ୍ୟତ  ଅଧିଗ୍ରହଣର  ‘ସିଲିଂ’ ସୀମାବଦ୍ଧତା

ସଂଜ୍ଞା (ନିୟମ ୩୭)

  • ‘ବ୍ୟକ୍ତି’, କୌଣସି   କଂପାନୀ, ପରିବାର  ସଂସ୍ଥା  କିମ୍ବା  ବ୍ୟକ୍ତିମାନଙ୍କର  ଅନ୍ୟ  ସଂସ୍ଥାକୁ  ଅନ୍ତର୍ଭୁକ୍ତ  କରେ, ତାହା  ସନ୍ନିବଦ୍ଧ   ହୋଇଥାଉ  କିମ୍ବା  ନାହିଁ  ଏବଂ କୌଣସି  ଅନୁଷ୍ଠାନକୁ  ମଧ୍ୟ  ଅନ୍ତର୍ଭୁକ୍ତ  କରେ, ଯେକି   ସଂପତ୍ତି  ଧାରଣ   କରିବା  ନିମନ୍ତେ  ସକ୍ଷମ  ଅଟେ;
  • କୌଣସି  ବ୍ୟକ୍ତି  ସଂବନ୍ଧରେ  ‘ପରିବାର’ ଅର୍ଥ, ଉକ୍ତ ବ୍ୟକ୍ତି, ଏପରି  ବ୍ୟକ୍ତିର  ସ୍ଵାମୀ  କିମ୍ବା  ସ୍ତ୍ରୀ, ଯେଉଁ ସ୍ଥଳରେ  ଯେପରି  ପ୍ରୟୋଗନୀୟ  ଏବଂ ସେମାନଙ୍କର  ସନ୍ତାନ  ସନ୍ତତି, ସେମାନେ  ସାବାଳକ  କିମ୍ବା ନାବାଳକ  ହୋଇଥାଆନ୍ତୁ, ମାତ୍ର  କୌଣସି   ସାବାଳକ  ବିବାହିତପୁତ୍ରକୁ  ଅନ୍ତର୍ଭୁକ୍ତ  କରେ  ନାହିଁ, ଯେକି, ଏପରିଭାବେ , ୧୯୭୦  ମସିହା  ସେପ୍ଟେମ୍ବର  ମାସ  ୨ ତାରିଖ  ପୂର୍ବରୁ, ବିଭାଜନ  ଦ୍ଵାରା  କିମ୍ବା  ଅନ୍ୟଥା  ପୃଥକ୍  ହୋଇଥାଏ   ।

ସିଲିଂ  ଅଂଚଳ (ନିୟମ ୩୭ (କ))

କୌଣସି  ବ୍ୟକ୍ତି  ସଂବନ୍ଧରେ   ‘ ସିଲିଂ ’ ଅଂଚଳ , ଦଶ  ଷ୍ଟାଣ୍ଡାର୍ଡ  ଏକର  ହେବେ ;

ଉଲ୍ଲେଖଥାଉ  ଯେ , ଯେଉଁ  ସ୍ଥଳରେ  ଏପରି  ବ୍ୟକ୍ତିର  ଏକ  ପରିବାର  ଥାଏ, ଯେଉଁଥିରେ  ପାଞ୍ଚଜଣରୁ  ଅଧିକ  ସଦସ୍ୟ  ଥାଆନ୍ତି, ସେପରିସ୍ଥଳେ   ଏପରି ବ୍ୟକ୍ତିଙ୍କର ‘ ସିଲିଂ ’ ଅଂଚଳ  ଦଶ  ଷ୍ଟାଣ୍ଡାର୍ଡ  ଏକର  ହେବ, ଯାହାକି  ପାଞ୍ଚଜଣରୁ  ଅଧିକ  କ୍ଷେତ୍ରରେ , ଦୁଇ  ଷ୍ଟାଣ୍ଡାର୍ଡ ଏକର  ଅଧିକ , ପ୍ରତ୍ୟକଙ୍କ   ନିମନ୍ତେ  ହେବ; ଏଣୁ,  ଯାହେଉନା  କାହିଁକି , ଏପରି  ‘ ସିଲିଂ ’ ଅଂଚଳ  ଅଠର  ଷ୍ଟାଣ୍ଡାର୍ଡ  ଏକରରୁ   ଅଧିକ ହେବ  ନାହିଁ  ।

‘ସିଲିଂ ’ ଅଂଚଳର  ଆତ୍ୟଧିକତାରେ , କୌଣସି  ବ୍ୟକ୍ତି  ଜମି  ଧାରଣ  କରିବା  ନିମନ୍ତେ  ହେବେ  ନାହିଁ  (ନିୟମ ୩୭(ଖ)): -

ଓଡିଶା  ଭୂମି – ସଂସ୍କାର  (ସଂଶୋଧନ ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩) ର  ପ୍ରଚଳନ ତାରିଖରୁ, କୌଣସି  ବ୍ୟକ୍ତି  ଜଣେ  ଜମି – ଧାରଣକାରୀ  ଭାବେ  କିମ୍ବା  ଜଣେ  ରୟତ୍  ଭାବେ  କିମ୍ବା  ଉଭୟଭାବେ, ‘ ସିଲିଂ’ ଅଂଚଳର  ଅତ୍ୟାଧିକତାରେ, କୌଣସି  ଜମିଧାରଣ  କରିବା  ନିମନ୍ତେ  ହକ୍ ଦାର  ହେବେ  ନାହିଁ  ।

ସ୍ପଷ୍ଟୀକରଣ

ଏହି  ଦଫା  ଉଦ୍ଦେଶ୍ୟରେ , କୌଣସି  ପରିବାରର   ସଦସ୍ୟମାନଙ୍କ  ଦ୍ଵାରା  ବ୍ୟକ୍ତିଗତଭାବେ  ଧାରୀତ  ସମସ୍ତ  ଜମି କିମ୍ବା  କୌଣସି  ପରିବାରର  କେତେକେ   ସଦସ୍ୟଙ୍କ  ଦ୍ଵାରା  ଯୁଗ୍ମଭାବେ   କିମ୍ବା  ସମସ୍ତ  ସଦସ୍ୟଙ୍କ  ଦ୍ଵାରା  ଧାରୀତ  ବୋଲି  ଧରାଯିବ   ।

‘ସିଲିଂ’ ରୁ ରିହାତି

ଏହି  ଦଫାରେ   ଅନ୍ୟଥା  ବ୍ୟବସ୍ଥାୟୀତ   ବ୍ୟତୀତ, ଏହି ଅଧ୍ୟାୟର  ବ୍ୟବସ୍ଥାବଳୀ, ନିମ୍ନଲିଖିତ   ପ୍ରତି  ପ୍ରୟୋଗ  ହେବ  ନାହିଁ  : -

  • କୌଣସି  ସୁବିଧାୟୀତ   ରୟତ୍  ଦ୍ଵାରା  ଧାରିତ   ଜମି;
  • ଉଲ୍ଲେଖଥାଉ ଯେ , କୌଣସି  ସୁବିଧାୟୀତ  ରୟତ୍  ଅଧିନରେ   କୌଣସି  ରୟତ୍  ଦ୍ଵାରା  ଧାରିତ  ଜମିପ୍ରତି , ଏହି  ଧାରାର  କୌଣସି  ବ୍ୟବସ୍ଥା   ଲାଗୁ  ହେବ  ନାହିଁ   ।

  • ଶିଳ୍ପନୈତିକ   କିମ୍ବା  କିମ୍ବା  ବାଣିଜ୍ୟିକ  ସଂସ୍ଥା  ଦ୍ଵାରା  ଧାରୀତ  ଜମି, କିମ୍ବା  ଯାହା  କଳକାରଖାନା  କିମ୍ବା କର୍ମଶାଳାରେ  ଧାରୀତ  ହୋଇଥାଏ,  ଯେଉଁସ୍ଥଳରେ  ଏପରି  ଜମି, ଏପରି  ଉଦ୍ୟୋଗ, କଳକାରଖାନା  କିମ୍ବା  କାର୍ମଶାଳା  ଦ୍ଵାରା  କୌଣସି  ଅଣ – କୃଷି  ଉଦ୍ଦେଶ୍ୟ  ନିମନ୍ତେ  ବ୍ୟବହୃତ  ହୁଏ;
  • ଉଲ୍ଲେଖଥାଉ  ଯେ , ଯେଉଁ  ସ୍ଥଳରେ  ଉକ୍ତ  ଜମି, ଓଡିଶା  ଭୂମି – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍ ୧୭/୧୯୭୩) ର  ପ୍ରଚଳନ  ତାରିଖଠାରୁ , ପାଞ୍ଚବର୍ଷ  ସମୟ  ମଧ୍ୟରେ , ସେହି ଉଦ୍ଦେଶ୍ୟରେ  ବ୍ୟବହୃତ   ହୁଏ  ନାହିଁ , ଯେଉଁଥି  ନିମନ୍ତେ  ତାହା ପୃଥକ୍  ରଖାଯାଇଥିଲା ; ସେପରିସ୍ଥଳେ  କଲେକ୍ଟର , ସଂପୃକ୍ତ  ବ୍ୟକ୍ତିଙ୍କୁ  ସୂଚନା  ପ୍ରଦାନ  କରିବା  ପରେ , ଆଦେଶ  ଦ୍ଵାରା  ନିର୍ଦ୍ଦେଶ  ଦେଇପାରନ୍ତି  ଯେ , ଏହି ଅଧ୍ୟାୟରେ  ବ୍ୟବସ୍ଥାବଳୀ  ଉକ୍ତ  ଜମି  ପ୍ରତି  ପ୍ରୟୋଗ ହେବ;

    ଆହୁରି  ଉଲ୍ଲେଖଥାଉ  ଯେ, କଲେକ୍ଟର, ଏ ସଂବନ୍ଧରେ  ତାଙ୍କୁ  ପ୍ରଦାନ  କରାଯାଇଥିବା   କୌଣସି  ଆବେଦନ  ପତ୍ର  ଉପରେ  ଏବଂ  ସନ୍ତୁଷ୍ଟ  ହୋଇ ଯେ , ଏପରି କରିବା  ଆବଶ୍ୟକ  ଅଟେ , ଉକ୍ତ  ସମୟକୁ , ପାଞ୍ଚବର୍ଷ  ନିମନ୍ତେ  ବର୍ଦ୍ଧନ  କରିବେ  କିମ୍ବା  ଏପରି  ଅଧିକ ସମୟ  ନିମନ୍ତେ  ପରିବର୍ଦ୍ଧନ  କରିବେ , ଯେପରି  ସେ ଉଚିତ୍  ମନେ  କରିବେ; ଏଣୁ ଯାହାହେଉନା  କାହିଁକି  , ଯେ , ଏପରି  ସମୁଦାୟ  ପରିବର୍ଦ୍ଧିତ  ସମୟ, କୌଣସି  କ୍ଷେତ୍ରରେ , ଆଠବର୍ଷରୁ   ଅଧିକ  ହେବ  ନାହିଁ   ।

  • ବୃକ୍ଷରୋପଣ

ସ୍ପଷ୍ଟୀକରଣ : - ‘ ବୃକ୍ଷରୋପଣ ’ ଅର୍ଥ , କୌଣସି  ଜମି, ଯାହାକି ମୁଖ୍ୟତଃ, କଫି, କୋକା  କିମ୍ବା  ‘ ଚା ’ ଚାଷ  ନିମନ୍ତେ  ବ୍ୟବହୃତ  ହୂର (ଏତତ୍ ପରେ , ଏହି ସ୍ପଷ୍ଟୀକରଣରେ , ରୋପଣ  ଶସ୍ୟ ଭାବେ  ଉଲ୍ଲେଖିତ) ଏବଂ ତାହା ସେହି  ଜମିକୁ ଅନ୍ତର୍ବଭୂକ୍ତ  କରେ ,  ଯାହାକି  କୌଣସି  ଉଦ୍ଦେଶ୍ୟ  ନିମନ୍ତେ  ବ୍ୟବହୃତ  ହୁଏ, ଯାହାକି  ରୋପଣ   ଶସ୍ୟର  ଚାଷ  ପ୍ରତି  ଆନୁସଙ୍ଗୀକ ଅଟେ , କିମ୍ବା ସେଗୁଡିକର   ବିକ୍ରି   ନିମନ୍ତେ  ସଂରକ୍ଷଣ  ରଖାଯାଏ;

  • କୌଣସି  କୃଷି  ବିଶ୍ୱବିଦ୍ୟାଳୟ, କୃଷି  ବିଦ୍ୟାଳୟ କିମ୍ବା  କୃଷି ମହା  ବିଦ୍ୟାଳୟ  ଦ୍ଵାରା  ଧାରୀତ  ଜମି କିମ୍ବା  କୃଷିରେ  ଗବେଷଣା  ପରିଚାଳନା  କରୁଥିବା  କୌଣସି   ଅନୁଷ୍ଠାନ  ଦ୍ଵାରା  ଧାରୀତ  ଏପରି  ଜମି;

‘ସିଲିଂ’ ଅଂଚଳ  ସ୍ଥିର  କରିବା  ନିମନ୍ତେ  ନୀତି

କୌଣସି  ବ୍ୟକ୍ତି  ସଂବନ୍ଧରେ ‘ସିଲିଂ ’ ଅଂଚଳ  ସ୍ଥିର  କରିବାରେ, ନିମ୍ନଲିଖିତ  ନୀତିକୁ   ଅନୁସରଣ  କରାଯିବ, ଯଥା : -

  • ଗୃହପୋଯୋଗୀ  ଜମି  କିମ୍ବା  ସେଗୁଡିକର  ବନ୍ଧ  ସହିତ  ଜଳାଶୟ  କିମ୍ବା  ଉଭୟ , ଯାହାକି  ତିନି  ଏକର  ପରିମାଣର  ହୋଇଥାଏ, ତାହା  ବିଚାରକୁ  ନିଆଯିବ  ନାହିଁ;
  • ବିକ୍ରି, ଦାନ କିମ୍ବା  ଅନ୍ୟଥା   ଦ୍ଵାରା, କୌଣସି  ଜମିର  ହସ୍ତାନ୍ତରଣ  କିମ୍ବା ୧୯୭୦ ମସିହା  ସେପ୍ଟେମ୍ବର  ୨୬ ତାରିଖରୁ  ଆରମ୍ଭ  ହୋଇ  ଓଡିଶା  ଭୂମି – ସଂସ୍କାର (ସଂଶୋଧନ) ଆଇନ୍, ୧୯୭୩ (ରାଷ୍ଟ୍ରପତିଙ୍କ ଆଇନ୍ ୧୭/୧୯୭୩ )  ସହି  ସମାପ୍ତ   ହେଉଥିବା  ସମୟ  ମଧ୍ୟରେ , କୌଣସି  ବ୍ୟକ୍ତି ଦ୍ଵାରା  ବିଭାଜନ  କ୍ଷେତ୍ରରେ  ଯଦି  ଏପରି ବ୍ୟକ୍ତି  ‘ ସିଲିଂ’  ଅଂଚଳ  କିମ୍ବା  ରକବା  ଠାରୁ  ଅଧିକ ଜମି , ସେହି  ଦିନ  ଧାରଣ  କରି  ଥାଆନ୍ତି, ତାହା  ଅସିଦ୍ଧ ହେବ, ଏହି ବିଷୟ  ସତ୍ଵେ  ଯେ, କୌଣସି  ଆଇନ୍  କିମ୍ବା  ଚୁକ୍ତିରେ  ଧାରୀତ   ବିଷୟ  ସତ୍ଵେ  କିମ୍ବା  କୌଣସି  ନ୍ୟାୟାଳୟର  କୌଣସି  ଡିକ୍ରୀ  କିମ୍ବା  ଆଦେଶ  ସତ୍ଵେ  ।
  • ଏପରି  ଭାବେ   ହସ୍ତାନ୍ତରୀତ  କିମ୍ବା  ବିଭାଜିତ  ଜମିକୁ  ବିଚାରିକୁ  ନିଆଯିବ , ଯେପରିକି  ଏପରି  ହସ୍ତାନ୍ତରଣ   କିମ୍ବା  ବିଭାଜନ  କରାଯାଇନାହିଁ  ; ଏବଂ  ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ବିବେକ  ଅନୁଯାୟୀ , ତାଙ୍କ  ନିଜ  ଦଖଲରେ  ରଖିବା  ନିମନ୍ତେ  ଜମି , ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା ଯାହା  ଚୟିତ   ହୋଇଥାଏ , ତାହା  ଊହ୍ୟ  କରିପାରନ୍ତି  ।
  • ଯେଉଁ  ସ୍ଥଳରେ , ଏପରି  ବ୍ୟକ୍ତି  କୌଣସି  ସମବାୟ  ଚାଷ – ସମିତିର  ଜଣେ  ସଦସ୍ୟ  ହୋଇଥାଆନ୍ତି,  ସେପରିସ୍ଥଳେ  ଏପରି  ସମିତି  ଦ୍ଵାରା  ଧାରୀତ  ଜମିର  ଅଂଶ , ଯାହାକି  ସେ  ପାଇବେ; ତାକୁ  ବିଚାରକୁ   ନିଆଯିବ  ।
  • କୌଣସି  କୃଷକ  କିମ୍ବା  ବନ୍ଧକ – ଗ୍ରହୀତାଙ୍କ  ଦଖଲରେ  ଥିବା  ଜମିକୁ , ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଧାରୀତ  ଜମିଭାବେ  ଧରାଯିବ   ।

ଜମି  ହସ୍ତାନ୍ତରଣ  ଏବଂ  ବିଭାଜନ  ଉପରେ  ଚୁକ୍ତିର  ମୋକଦ୍ଦମାର  କଟକଣା (ନିୟମ ୪୦)

ଜମି  ହସ୍ତାନ୍ତରଣ  ଏବଂ  ବିଭାଜନ  ଉପରେ  ପ୍ରତିବନ୍ଧନ   ଏବଂ  ଚୁକ୍ତିର  ନିର୍ଦ୍ଧିଷ୍ଟ  ସଂପାଦନ  ନିମନ୍ତେ , ମୋକଦ୍ଦମାର  କଟକଣା  : -

  1. ଏପରି  କରିବା  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଲିଖିତଭାବେ  ଅନୁମୋଦିତ  ବ୍ୟତୀତ , ‘ ସିଲିଂ ’ ଅଂଚଳର  ଅତ୍ୟଧିକତାରେ  ଜମି  ଧାରଣ  କରିଥିବା  କୌଣସି  ବ୍ୟକ୍ତି , ଓଡିଶା  ଭୂମି  ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩  (ରାଷ୍ଟ୍ରପତିଙ୍କ ଆଇନ୍ ୧୭/୧୯୭୩ ) ର  ପ୍ରଚଳନ  ପରେ , ଏପରି   ଜମି କିମ୍ବା  ତା’ର  ଅଂଶକୁ   ବିକ୍ରି  ଦାନ   କିମ୍ବା  ଅନ୍ୟଥା  ହସ୍ତାନ୍ତରଣ   କରିପାରିବେ  ନାହିଁ  କିମ୍ବା  କୌଣସି  ବିଭାଜନ  କରି ପାରିବେ  ନାହିଁ , ଯେପର୍ଯ୍ୟନ୍ତ   ବଳକାଜମି , ଯାହାକି  ଦଫା  ୪୫ ଅନୁଯାୟୀ , ସରକାରଙ୍କ  ଠାରେ  ନ୍ୟସ୍ତ   ହେବେ , ତାହା   ସ୍ଥିର  କରାଯାଇ  ନାହିଁ  ଏବଂ   ସରକାରଙ୍କ  ତରଫରୁ  ଦଖଲ  ନିଆଯାଇନାହିଁ  ଏବଂ  ଏହି  ଉପ –ଦଫାର  ଉଲ୍ଲଘଂନରେ   କରାଯାଇଥିବା  କୌଣସି  ହସ୍ତାନ୍ତରଣ   କିମ୍ବା  ବିଭାଜନ , ଅସିଦ୍ଧ  ହେବ;
  2. ଉଲ୍ଲେଖଥାଉ  ଯେ , ଏହି  ଉପ –ଦଫାରେ  ଧାରୀତ  କୌଣସି  ବ୍ୟବସ୍ଥା ,  ନିମ୍ନପ୍ରତି  ପ୍ରୟୋଗ  ହେବ  ନାହିଁ  -

    • ନିମ୍ନଙ୍କ  ସପକ୍ଷରେ  ସଂପାଦିତ   କୌଣସି  ବନ୍ଧକ  ଦ୍ଵାରା  କୌଣସି  ହସ୍ତାନ୍ତରଣ : -
      • କେନ୍ଦ୍ର  ସରକାର  ବା  କୌଣସି  ରାଜ୍ୟ  ସରକାର ;
      • କେନ୍ଦ୍ର  ସର୍ବସାଧାରଣ  ଅର୍ଥନୈତିକ   ଅନୁଷ୍ଠାନ ;
      • କୌଣସି  ‘ ବ୍ୟାଙ୍କ୍ ’ ଯେଉଁଥିପ୍ରତି , ଓଡିଶା   ସମବାୟ  ସମିତି  ଆଇନ୍ , ୧୯୬୨ (୨/୧୯୬୩) ପ୍ରୟୋଗନୀୟ  ଅଟେ ;
      • ଆଇନ୍  ଦ୍ଵାରା  ସ୍ଥାପିତ  କୌଣସି   ନିୟମ , ଯାହାକି  କେନ୍ଦ୍ରସରକାର  କିମ୍ବା  ରାଜ୍ୟସରକାରଙ୍କ  ଦ୍ଵାରା  ଅଧିକୃତ ; ନିୟନ୍ତ୍ରିତ  କିମ୍ବା  ପରିଚାଳିତ
      • କୌଣସି  କଂପାନୀ , ଯେଉଁଥିରେ  ଏକାବନ ପ୍ରତିଶତରୁ  କମ୍ ନୁହେଁ  ‘ ପେଡ୍ – ଅପ୍ – ସେୟାର୍ କ୍ୟାପିଟାଲ ’ କେନ୍ଦ୍ର  ସରକାର  କିମ୍ବା  ଗୋଟିଏ  କିମ୍ବା  ଅଧିକ  ରାଜ୍ୟ  ସରକାରଙ୍କ  ଦ୍ଵାରା   ଧାରୀତ  ହୋଇଥାଏ ;
    • ଏପରି  ବନ୍ଧକ  ଅନୁଯାୟୀ  ପ୍ରାପ୍ୟ   ଅର୍ଥର  ଉଦ୍ଧାର  ନିମନ୍ତେ , କୌଣସି  ଡିକ୍ରୀ  କିମ୍ବା  ଆଦେଶ  ସଂପାଦନରେ , କୌଣସି  ଜମିର  ବିକ୍ରି  ;
  3. ୧୯୭୦  ମସିହା  ସେପ୍ଟେମ୍ବର  ମାସ  ୨୬ ତାରିଖ  ପରେ  ଏବଂ ଓଡିଶା ଭୂମି ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩ )ର  ପ୍ରଚଳନ  ପୂର୍ବରୁ , ଜମିର  ହସ୍ତାନ୍ତରଣ  ନିମନ୍ତେ , ଚୁକ୍ତିର  ନିର୍ଦ୍ଧିଷ୍ଟ  ସଂପାଦନ  ନିମନ୍ତେ , ପ୍ରତ୍ୟକ  ମୋକଦ୍ଦମା , ରହିତ  ହେବ  ଏବଂ ଏପରି  ପ୍ରାରମ୍ଭ  ପୂର୍ବରୁ , ଏପରି  ଗ୍ରହଣୀୟ  ହେବ ନାହିଁ  ।
  4. ୧୯୭୦  ମସିହା  ମସିହା  ସେପ୍ଟେମ୍ବର  ୨୬  ତାରିଖ  ପରେ  କୌଣସି  ଦେୱାନୀ  ନ୍ୟାୟାଳୟରେ , ଜମିର  ବିଭାଜନ  ନିମନ୍ତେ  ଅନୁଷ୍ଠିତ  ସମସ୍ତ  ମୋକଦ୍ଦମା , ଯାହାକି  ଓଡିଶା  ଭୂମି – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍ , ୧୯୭୫ ର  ପ୍ରଚଳନ  ତାରିଖରେ   ସ୍ଥଗିତ  ଥାଏ , ତାହା  ଯଦି  ମୋକଦ୍ଦମାର  ବିଷୟବସ୍ତୁ  ହୋଇଥିବା ଜମି , ସେହି ବ୍ୟକ୍ତି  ସଂବନ୍ଧରେ   ‘ ସିଲିଂ ’ ଅଂଚଳ  ଠାରୁ  ଅଧିକ  ହୋଇଥାଏ ,   ଯେକି  ଏପରି  ଜମି  ସଂବନ୍ଧରେ  ଦଫା  ୪୦ – ‘ କ ’ ଅନୁଯାୟୀ  ଏକ  ରିଟର୍ଣ୍ଣିଂ  ଦାଖଲ  କରିବା  ନିମନ୍ତେ  ଦାୟୀ  ଅଟନ୍ତି ; ତାହା  ରହିତ  ହେବ  ।

ରିଟର୍ଣ୍ଣ  ଦାଖଲ  (ନିୟମ ୪୦(କ))

  1. ଜମି  ଧାରଣ  କରିଥିବା  ପ୍ରତ୍ୟକ  ବ୍ୟକ୍ତି  (ଯାହାକି  ବିକ୍ରୀ , ଦାନ  କିମ୍ବା ଅନ୍ୟଥା  ହସ୍ତାନ୍ତରୀତ  ଜମିକୁ  ଅନ୍ତର୍ଭୁକ୍ତ  କରେ  କିମ୍ବା  ୧୯୭୦ ମସିହା  ସେପ୍ଟେମ୍ବର  ୨୬  ତାରିଖରେ, ତାଙ୍କ  ଦ୍ଵାରା  ଜଣେ  ଜମି - ଧାରଣକାରୀ କିମ୍ବା  ରୟତ୍  ଭାବେ , ଓଡିଶା  ଭୂ –ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩ ର  ପ୍ରଚାଳନ  ସମୟରେ  ସୀମା  ବହିର୍ଭୂତ  ଅଂଚଳକୁ  ତାଙ୍କ ଦ୍ଵାରା   ବିଭାଜନ  କରାଯାଇଥାଏ, ସେ ନବେଦିନ   ଅତିବାହିତ   ହେବା  ପୂର୍ବରୁ , ଧାର୍ଯ୍ୟ  ଫର୍ମରେ   ଏବଂ  ପଦ୍ଧତିରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଏକ  ରିଟର୍ଣ୍ଣ  ଦାଖଲ  କରିବେ, ଯେଉଁଥିରେ   ସେ  କେତେ  ପରିମାଣ  ଜମି , ଏପରି  ସୀମା  ବହିର୍ଭୂତ  ଅଂଚଳ  ବାହାରେ  ରଖିବାକୁ   ଚାହାଁନ୍ତି , ତାହା  ଦର୍ଶାଇବା   ସହିତ  ଅନ୍ୟାନ୍ୟ  ବିଷୟ  ମଧ୍ୟ  ଦର୍ଶାଇବେ , ଯେପରି   ଧାର୍ଯ୍ୟ  କରାଯାଇପାରେ;
  2. ଉଲ୍ଲେଖଥାଉ  ଯେ, ଯଦି  କୌଣସି ବ୍ୟକ୍ତି , ଦଫା  ୪୦ ର  ଉପ – ଦଫା  (୧) ର  ବ୍ୟବସ୍ଥାବଳୀର  ଉଲ୍ଲଘଂନରେ  କୌଣସି   ହସ୍ତାନ୍ତରଣ  କିମ୍ବା  ବିଭାଜନ  କରିଥାଏ  , ତାଙ୍କର  ସେ କେତେ  ପରିମାଣ  ଜମି  ରଖିବାକୁ  ଚାହାଁନ୍ତି  ଏବଂ  ସୀମା  ବହିର୍ଭୂତ, ତାଙ୍କର  କେତେ  ଜମି  ଅଛି , ତାହା  ଦର୍ଶାଇବା  ଅଧିକାର  ରହିବ  ନାହିଁ ; ମାତ୍ର  ତାଙ୍କୁ  ତାଙ୍କ  ଦ୍ଵାରା  ଧାରିତ  ସମସ୍ତ  ଜମିର  ବିଶେଷ   ବିବରଣୀ   ସଂବନ୍ଧରେ, ଏକ  ରିଟର୍ଣ୍ଣ  ଦାଖଲ  କରିବାକୁ  ହେବ  ।

    ଆହୁରି ଉଲ୍ଲେଖଥାଉ  ଯେ, ଯେଉଁ  ସ୍ଥଳରେ  ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଅଧ୍ୟାଦେଶ , ୧୯୭୪ (୨/୧୯୭୪ ) ଦ୍ଵାରା  ଏହି ଆଇନ୍ ର  ସଂଶୋଧନର  ପରିଣତି  ସ୍ୱରୂପ , ଏପରି  ବ୍ୟକ୍ତି  କୌଣସି  ରିଟର୍ଣ୍ଣ  କିମ୍ବା  ସଂଶୋଧିତ  ରିଟର୍ଣ୍ଣ  ଦାଖଲ  କରିବା  ଆବଶ୍ୟକ  ବୋଲି  ମନେ  କରନ୍ତି ; ସେପରିସ୍ଥଳେ  ସେ , ଗେଜେଟ୍ ରେ  ଉକ୍ତ  ଅଧ୍ୟାଦେଶ  ପ୍ରକାଶନ  ତାରିଖରୁ  ତିରିଶ  ଦିନ  ମଧ୍ୟରେ , ତାହା ଦାଖଲ  କରିବେ   ।

  3. କୌଣସି  କ୍ଷେତ୍ରରେ , ଉପ – ଦଫା (୧) ଅନୁଯାୟୀ , ରିଟର୍ଣ୍ଣ  ଦାଖଲ  ତାରିଖରେ  : -
    • [ ୧୯୭୦  ମସିହା  ସେପ୍ଟେମ୍ବର  ୨୬  ତାରିଖ  ପୂର୍ବରୁ  କୌଣସି  ଦେୱାନୀ  ନ୍ୟାୟାଳୟରେ ] ଅଧ୍ୟାୟ – ୩ ଅନୁଯାୟୀ  ପୁନରୁଦ୍ଧାର   ନିମନ୍ତେ  କୌଣସି  କାର୍ଯ୍ୟାନୁଷ୍ଠାନ  କିମ୍ବା  ନାମାନ୍ତରଣ   ନିମନ୍ତେ  କିମ୍ବା  ବିଭାଜନ  ନିମନ୍ତେ  କୌଣସି କାର୍ଯ୍ୟାନୁଷ୍ଠାନ  ଅନୁଷ୍ଠିତ  ହୋଇଥାଏ, ଏବଂ ତାହା, ଏପରି  ରଟର୍ଣ୍ଣ  ଦାଖଲ  ନିମନ୍ତେ  କୌଣସି  ଜମିର  ବିଷୟ  ବସ୍ତୁ  ହୋଇଥାଏ; କିମ୍ବା
    • ଟ୍ରଷ୍ଟ  ସଂବନ୍ଧରେ , ଦଫା  ୫୭ – କ  ଅନୁଯାୟୀ   କୌଣସି  କାର୍ଯ୍ୟାନୁଷ୍ଠାନ, ଯାହାଙ୍କ  ତରଫରୁ  ଏପରି  ରଟର୍ଣ୍ଣ  ଦାଖଲ   କରାଯାଇଛି;

ଏବଂ  ତାହା  ସ୍ଥଗିତ  ଥାଏ , ସେପରିସ୍ଥଳେ  ଯେଉଁ  ବ୍ୟକ୍ତି  ଏପରି  ଋଟର୍ଣ୍ଣ  ଦାଖଲ  କରିଥାଆନ୍ତି , ସେ  ଦଫା ୨୯ ଅନୁଯାୟୀ , ପ୍ରମାଣପତ୍ର  ନିର୍ଗମ  ତାରିଖରୁ  [ତିରିଶ  ଦିନ  ମଧ୍ୟରେ  ଉପ – ଦଫା  (୧) ସହ  ସମନ୍ଵୟ  ରକ୍ଷାକାରି , ଏପରି  କାର୍ଯ୍ୟାନୁଷ୍ଠାନ   ଫଳାଫଳ  ଉପରେ   ଭିତ୍ତିକରି , ଏକ  ସଂଶୋଧିତ  ରଟର୍ଣ୍ଣ  ଦାଖଲ  କରିବେ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଏବଂ  ତାହା  ଏପରି ନାମାନ୍ତରଣ  କାର୍ଯ୍ୟାନୁଷ୍ଠାନ , ବିଭାଜନ  କାର୍ଯ୍ୟାନୁଷ୍ଠାନ  କିମ୍ବା  ଦଫା  ୫୭ – କ  ଅନୁଯାୟୀ  କାର୍ଯ୍ୟାନୁଷ୍ଠାନର  ଚୂଡ଼ାନ୍ତ  ଫଇସଲା  ତାରିଖରୁ  ଏପରି  ଋଟର୍ଣ୍ଣ  ଦାଖଲ  କରିବେ  ଏବଂ  ତାହା  ମଧ୍ୟ  ଅପିଲ୍ର  ରିଭିଜନ୍  କିମ୍ବା  ରିଭ୍ୟୁ  ନିମନ୍ତେ  ସମୟର  ସମାପ୍ତି  ପରେ  [ କିମ୍ବା  ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ  ଆଇନ୍ ୧୯୭୫ ) ର  ପ୍ରଚଳନ  ତାରିଖରୁ , ସେପରି  କରିବେ, ତନ୍ମଧ୍ୟରୁ  ଯେଉଁଟି  ପରେ  ହୋଇଥିବ   । ]

ବିଶେଷ  କ୍ଷେତ୍ରରେ , ରିଟର୍ଣ୍ଣର  ଦାଖଲ (ନିୟମ ୪୦(ଖ)) : -

ଯେଉଁ ସ୍ଥଳରେ   କୌଣସି  ବ୍ୟକ୍ତି  : -

  • ଦଫା  ୪୦ – କ  ଅନୁଯାୟୀ  ଏକ  ରଟର୍ଣ୍ଣ   ଦାଖଲ  କରିବା  ନିମନ୍ତେ  ଦାୟୀ  ରହି , ସେଥିରେ  ଧାର୍ଯ୍ୟ  ସମୟ  ମଧ୍ୟରେ , ତାହା  କରିବାରେ  ଅକୃତକାର୍ଯ୍ୟ  ହୁଅନ୍ତି  ; କିମ୍ବା
  • ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍ , ୧୯୭୫ ଦ୍ଵାରା  ଏହି ଆଇନ୍ ର  ସଂଶୋଧନର  ପରିଣତି  ସ୍ୱରୂପ , ଦଫା  ୪୦ – କ  ଅନୁଯାୟୀ ଏକ  ରିଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ  ଦାୟୀ ହୋଇଥାଆନ୍ତି ; କିମ୍ବା
  • ଏପରି  ସଂଶୋଧନର  ପରିଣତି  ସ୍ୱରୂପ  ଏକ  ସଂଶୋଧିତ  ରିଟର୍ଣ୍ଣ  ଦାଖଲ  କରିବା  ଆବଶ୍ୟକ  ବୋଲି ବିବେଚନା  କରନ୍ତି ;

ଉଲ୍ଲେଖାଥାଉ  ଯେ , ତାଙ୍କ  ନିଜ  ମନକୁ  ମନ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଦଫା  ୪୩  ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ  ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇଥାଏ , ସେ , ଏହି ଦଫା  ଦ୍ଵାରା  ଆବଶ୍ୟକ  ରିଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ  ବାଧ୍ୟ  ହେବେ   ନାହିଁ ;

[ ଆହୁରି  ଉଲ୍ଲେଖ  ଥାଉ  ଯେ, ଦଫା  ୪୪ ର  ଉପ ଦଫା – (୧) ଅନୁଯାୟୀ  ତାଙ୍କ  ଜମି  ସଂବନ୍ଧରେ  ଖସଡା  ବିବରଣୀର  ଦୃଢୀକରଣ  ପରେ , କୌଣସି ବ୍ୟକ୍ତି  ଦ୍ଵାରା  ଯଦି  କୋଣସି  ସଂଶୋଧିତ  ରିଟର୍ଣ୍ଣ  ଦାଖଲ  ହୁଏ ; ତାହା  ବିଚାରକୁ  ନିଆଯିବ  ନାହିଁ  ।

ରିଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ  ଦାୟିତ୍ଵ

ଦଫା  ୪୦ ‘ କ ’  [କିମ୍ବା  ଦଫା  ୪୦ – ଖ ] ରେ  ଉଲ୍ଲେଖିତ  ରଟର୍ଣ୍ଣ ଦାଖଲ  କରାଯିବ  : -

  1. କୌଣସି  ବ୍ୟକ୍ତି  କ୍ଷେତ୍ରରେ , ଉକ୍ତ  ବ୍ୟକ୍ତି ଦ୍ଵାରା  କିମ୍ବା  ତାଙ୍କ  ଅଭିଭାବକଙ୍କ  ଦ୍ଵାରା ; ଯଦି  ସେ   ଜଣେ  ନାବାଳକ  ହୋଇଥାଆନ୍ତି;
  2. କୌଣସି  ପରିବାର  କ୍ଷେତ୍ରରେ  ଉକ୍ତ  ପରିବାରର  ମୁଖ୍ୟଙ୍କ  ଦ୍ଵାରା  କିମ୍ବା ଉକ୍ତ  ପରିବାରର  କୌଣସି  ସଦସ୍ୟଙ୍କ  ଦ୍ଵାରା  କିମ୍ବା  ଯୁଗ୍ମଭାବେ, ଏପରି  ସମସ୍ତ  ସଦସ୍ୟଙ୍କ  ଦ୍ଵାରା ;
  3. ଉଲ୍ଲେଖାଥାଉ ଯେ, ଯଦି  ସେହି  ଏକା  ପରିବାର  ସଂବନ୍ଧରେ, ଗୋଟିକରୁ  ଅଧିକ ରିଟର୍ଣ୍ଣ  ଦାଖଲ  କରାଯାଉଥାଏ ; ସେପରିସ୍ଥଳେ, ଏପରି ସମସ୍ତ  ରିଟର୍ଣ୍ଣକୁ  ବିଚାରକୁ  ନିଆଯିବ; ଏବଂ

  4. ଅନ୍ୟ  କୌଣସି  କ୍ଷେତ୍ରରେ , ଉକ୍ତ  ବ୍ୟକ୍ତିଙ୍କ  ତରଫରୁ  କାର୍ଯ୍ୟ  କରିବା  ନିମନ୍ତେ  ଦକ୍ଷ   କୌଣସି  ବ୍ୟକ୍ତିଙ୍କ  ଦ୍ଵାରା  ଏପରି  ରିଟର୍ଣ୍ଣ ଦାଖଲ  କରାଯିବ ।

ରିଟର୍ଣ୍ଣ  ଦାଖଲ   କରିବାରେ  ଅକୃତକାର୍ଯ୍ୟତା   ଦାବୀର  ବାଜ୍ୟାପ୍ତି  ଘଟାଇବ

ଯଦି  କୌଣସି  ବ୍ୟକ୍ତି [ଦଫା ୪୦ – ‘କ’ ] [କିମ୍ବା  ଦଫା ୪୦ – ‘ଖ’ ] ଅନୁଯାୟୀ  ଆବଶ୍ୟକ  ଏକ  ରିଟର୍ଣ୍ଣ  ଦାଖଲ  କରିବାରେ  ଅକୃତକାର୍ଯ୍ୟ   ହୁଅନ୍ତି ; କିମ୍ବା  ଏପରି  ଏକ  ରିଟର୍ଣ୍ଣ  ଦାଖଲ  କରନ୍ତି , ଯାହା  ସମସ୍ତ  ଉପାଦେୟ  କିମ୍ବା  କୌଣସି   ଉପାଦେୟ  ବିଷୟ ସଂବନ୍ଧରେ  ଭୁଲ  ବୋଲି   ଜାଣନ୍ତି  କିମ୍ବା  ଏପରି  ଜାଣିବାର  କାରଣ  ଥାଏ ; ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ  ଆବଶ୍ୟକ  ତଥ୍ୟ , ଏପରି  ସଂସ୍ଥାଠାରୁ  ଗ୍ରହଣ  କରିପାରନ୍ତି , ଯେପରି  ସେ  ଆବଶ୍ୟକ  ମନେ  କରନ୍ତି , ଏବଂ  ତା  ପରେ ଦଫା ୪୩  ଅନୁଯାୟୀ  ପରିକଳ୍ପିତ  ବିବରଣୀ  ପ୍ରସ୍ତୁତ  କରିବା  ଏବଂ  ପ୍ରକାଶନ  କରିବା  ନିମନ୍ତେ  ଅଗ୍ରସର  ହେବେ ;

ଉଲ୍ଲେଖା  ଥାଉ ଯେ ,  ଦଫା  ୪ ର  ବ୍ୟବସ୍ଥାବଳି ସହ  ସମନ୍ଵୟ ରକ୍ଷାକରି ; ତାଙ୍କର  ଦ୍ଵାରା  ଘୋଷିତ  ବଳକା  ଜମି ନିମନ୍ତେ   ଦେୟ [ ଅର୍ଥ ରାଶି ], ସେହି  ଅର୍ଥରାଶିର  [ପଚାଶ ପ୍ରତିଶତ ] ହେବ  ଯେଉଁଥି  ନିମନ୍ତେ  ସେ  ହକ୍ ଦାର  ହୋଇଥାଆନ୍ତେ ; ଯଦି ସେ  ଦଫା  [୪୦ – କ ]  [କିମ୍ବା  ଦଫା  ୪୦ – ଖ ] ଅନୁଯାୟୀ ଏକ ସଠିକ୍  ରିଟର୍ଣ୍ଣ   ଦାଖଲ   କରିଥାଆନ୍ତେ  ।

ଖସଡା  ବିବରଣୀର  ପ୍ରସ୍ତୁତିକରଣ  ଏବଂ ପ୍ରକାଶନ

ଜମିର  ସୀମା  ଏବଂ ଅଧିକ  ଜମି ଦର୍ଶାଇ , ଖସଡା  ବିବରଣୀର  ପ୍ରସ୍ତୁତିକରଣ  ଏବଂ ପ୍ରକାଶନ : -

[ ଦଫା  ୪୦ – କ] [କିମ୍ବା  ଦଫା  ୪୦ – ଖ ] ର  ଉପ –ଦଫା  (୧) ଅନୁଯାୟୀ  ରିଟର୍ଣ୍ଣ  ଗ୍ରହଣ   କରିବା  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ସହ  ଉପଲବ୍ଧ  ସମସ୍ତ  ତଥ୍ୟ  ଏବଂ  [ଏପରି କରିବା ନିମନ୍ତେ] ସଂପୃକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଚୟନ  କରାଯାଇଥିବା  ବିଷୟକୁ  ବିଚାର  କରି  ଏବଂ  ସ୍ଥାନୀୟ  ସମିତି , ଯଦି  କିଛିଥାଏ  ତାଙ୍କ  ସହ ପରାମର୍ଶ  କରିବା  ପରେ , ଏକ  ଖସଡା  ବିବରଣୀରେ , ନିମ୍ନ  ବିଷୟ  ଦର୍ଶାଇ , ତାଙ୍କର  ରାୟ  ଲିପିବଦ୍ଧ  କରିବେ : -

  • ଜଣେ  ଭୁମିଧାରଣକାରୀ  କିମ୍ବା ରୟତ୍ ଭାବେ , ଉକ୍ତ ବ୍ୟକ୍ତି  ଦ୍ଵାରା  ଧାରୀତ  ଜମିର  ସମୁଦାୟ  ଅଂଶ ଏବଂ ଉକ୍ତ  ଜମିର  ପ୍ରତ୍ୟକ  ପ୍ଳଟ୍   କେଉଁ ଶ୍ରେଣୀର  ଅଟେ;
  • ଅଧିକ  ଅଂଚଳ  କିମ୍ବା  ବଳକା  ଅଂଚଳ ;
  • ନିର୍ଦ୍ଧିଷ୍ଟ   ଜମି , ଯାହାକି  ଉକ୍ତ  ବ୍ୟକ୍ତି ଦ୍ଵାରା  ଧାରଣ କିମ୍ବା  ରଖାଯିବ  ଏବଂ  ତା’ର  ସମୁଦାୟ  ରକବା  କିମ୍ବା  ଅଂଚଳ ;
  • ଧାରା  (ଖ) ଅନୁଯାୟୀ , ଅଧିକ  ଜମିକୁ  ଗଠନ  କରୁଥିବା  ନିର୍ଦ୍ଧିଷ୍ଟ  ଜମି ;
  • ଦଫା  ୩୯ ଅନୁଯାୟୀ , ଛାଡ  ପାଇଥିବା  କୌଣସି  ଜମି , ଯଦି କିଛି  ଥାଏ ; ଏବଂ
  • ଏପରି  ଅନ୍ୟ  ବିବରଣୀ , ଯେପରି  ଧାର୍ଯ୍ୟ  କରାଯାଇପାରେ ;

ଉଲ୍ଲେଖ  ଥାଉ ଯେ , କୌଣସି  କଂପାନୀ  କିମ୍ବା  ଅନ୍ୟ  କୌଣସି  ସନ୍ନିବଦ୍ଧ  ସଂସ୍ଥା  ଦ୍ଵାରା  ଧାରୀତ  ଜମିର  କୌଣସି  ଅଂଶ , ଯେଉଁଥିରେ  ସଂପୃକ୍ତ  ବ୍ୟକ୍ତି  ଜଣେ  ସଦସ୍ୟ  କିମ୍ବା  ଅଂଶଦାର  ହୋଇଥାନ୍ତି , ସେପରି ସ୍ଥଳେ , ଏପରି ବ୍ୟକ୍ତି  ସଂବନ୍ଧରେ  ଉକ୍ତ  ଜମିକୁ , ବଳକା   କିମ୍ବା  ଅଧିକ  ଜମି  ଭାବେ  ଦର୍ଶାଯିବ  ନାହିଁ  ।

ସେ ସଂବନ୍ଧରେ   ପ୍ରଣୀତ ନିୟମାବଳୀର  ନିୟନ୍ତ୍ରଣାଧିନରେ  , ଉପ – ଦଫା  (୧) ଅନୁଯାୟୀ  ଖସଡା  ବିବରଣୀ  ପ୍ରକାଶନ  କରାଯିବ  ଏବଂ  ଏଥିରେ  ଇଚ୍ଛୁକ  ବ୍ୟକ୍ତିମାନଙ୍କ  ଠାରୁ  ଆପତ୍ତି  ଆହ୍ଵାନ   କରାଯିବ  ଏବଂ ଏପରି  ପ୍ରକାଶନର  ତିରିଶ  ଦିନ  ମଧ୍ୟରେ  ଗୃହିତ  ଆପତ୍ତିର  ଶୁଣାଣୀ  ପରେ  , ଏବଂ ଆବଶ୍ୟକ  ଅନୁଯାୟୀ  ତଦନ୍ତ  କରିବା  ପରେ , ତଥା  ସ୍ଥାନୀୟ  ସମିତି ସହ  ପରାମର୍ଶ  କରିବା  ପରେ  , ରାଜସ୍ୱ  ଉଚ୍ଚାକର୍ମଚାରି , ଲିଖିତ  କାରଣ  ଲିପିବଦ୍ଧ କରି, ଆଦେଶ  ଦ୍ଵାରା  ଖସଡା  ବିବରଣୀରେ  ଧାର୍ଯ୍ୟ  ସମସ୍ତ  କିମ୍ବା  ଯେକୌଣସି  ବିବରଣୀକୁ  ପରିବର୍ତ୍ତନ   କରିପାରନ୍ତି  କିମ୍ବା  ସଂଶୋଧନ  କରିପାରନ୍ତି ;

ଉଲ୍ଲେଖାଥାଉ  ଯେ , ସେହି କ୍ଷେତ୍ରରେ  ଯେଉଁ  ସ୍ଥଳରେ  ଦଫା  [୪୦ – ‘କ’ ] [କିମ୍ବା  ଦଫା  ୪୦ –‘ଖ’ ] ର  ଉପ –ଦଫା  (୨) ଅନୁଯାୟୀ  ଦାଖଲ  କରାଯିବାକୁ  ଥିବା  କୌଣସି  ସଂଶୋଧିତ  ରିଟର୍ଣ୍ଣ  ପ୍ରାପ୍ୟ  ହୋଇଥାଏ ;  ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି ରଟର୍ଣ୍ଣ , ଯଦି  କିଛିଥାଏ ; ତାହା  ବିବେଚନା   କରିବା  ପରେ , ଉପ – ଦଫା (୧) ଅନୁଯାୟୀ , ଖସଡା  ବିବରଣୀ  ପ୍ରସ୍ତୁତ  କରିବେ    ।

‘ସିଲିଂ ’  ଜମି  ଏବଂ  ଅଧିକ  ଜମିର  ଚୂଡ଼ାନ୍ତ

‘ ସିଲିଂ ’  ଜମି  ଏବଂ  ଅଧିକ  କିମ୍ବା  ବଳକା  ଜମିର  ଚୂଡ଼ାନ୍ତ  ବିବରଣୀ (ନିୟମ ୪୪)  : -

  1. ଦଫା  ୪୩ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର   ସମାପ୍ତି  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଆଦେଶ  ଦ୍ଵାରା , ଏପରି  ପରିବର୍ତ୍ତନ  କିମ୍ବା  ସଂଶୋଧନ  ସହିତ  ଖସଡା   ବିବରଣୀକୁ  ଦୃଢ  କରିବେ , ଯେପରି  ଉକ୍ତ ଅନୁଯାୟୀ  ସେଥିରେ   କରାଯାଇଥିବ  ।
  2. ଏପରି   ବିବରଣୀକୁ  ଦୃଢୀକରଣ  କରି , ଉପ –ଦଫା  (୧)  ଅନୁଯାୟୀ ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ ଆଦେଶ   ବିରୁଦ୍ଧରେ  କୌଣସି  ଅପିଲ୍ , ଯଦି  ଦାଏର  କରାଯାଏ : -
    • ଏପରି  ଆଦେଶ  ତାରିଖରୁ  ତିରିଶ  ଦିନ  ମଧ୍ୟରେ , ଏପରି ଆଦେଶ  ଦ୍ଵାରା  ବ୍ୟଥିତ  କୌଣସି  ବ୍ୟକ୍ତି  ଦ୍ଵାରା ; କିମ୍ବା
    • ଉକ୍ତ  ତାରିଖରୁ  , ଷାଠିଏ  ଦିନ  ମଧ୍ୟରେ , ରାଜ୍ୟ  ସରକାରଙ୍କ ଦ୍ଵାରା ; ତାହା  ଧାରଜା  କୌଣସି  ସମ୍ମୁଖରେ   ଦାଖଲ   କରାଯିବ   ।
  3. ଅପିଲ୍ [ କିମ୍ବା  ରିଭିଜନ୍ ] ରେ , ଦୃଢୀକରଣ  କିମ୍ବା  ସଂଶୋଧିତ ସଡା  ବିବରଣୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା , ଏପରି  ପଦ୍ଧତିରେ  ଏବଂ  ଏପରି  ସମୟ  ନିମନ୍ତେ  ପ୍ରକାଶନ  କରାଯିବ , ଯେପରି ଧାର୍ଯ୍ୟ  କରାଯାଇପାରେ  ଏବଂ ଉକ୍ତ  ସମୟର  ସମାପ୍ତରେ  ଉକ୍ତ  ବିବରଣୀ  ଚୂଡ଼ାନ୍ତ   ଏବଂ  ସିଦ୍ଧାନ୍ତନୀୟ  ହେବ , ଏବଂ  ତାପରେ  ଏକ  ନକଲ  ଏପରି ଅଧିକାରୀଙ୍କୁ   ପ୍ରଦାନ  କରାଯିବ ; ଯେପରି  ଧାର୍ଯ୍ୟ  କରାଯାଇପାରେ    ।

ଦଫା ୫୭ ‘କ’ ଅନୁଯାୟୀ ଘୋଷଣା, ବିବରଣୀର  ଚୂଡ଼ାନ୍ତ   ପୂର୍ବରୁ  ଉପସ୍ଥାପନ  କରାଯିବ(ନିୟମ ୪୦(କ)) : -

  1. ଯେଉନ୍ନ  ସ୍ଥଳରେ  କୌଣସି  ଟ୍ରଷ୍ଟ  ସଂବନ୍ଧରେ , ଦଫା  ୫୭ – ‘କ’ ଅନୁଯାୟୀ , ଘୋଷଣା  କରାଯାଇଥାଏ  ଏବଂ ତାହା , ଦଫା ୪୪ ର  ଉପ – ଦଫା  (୩) ଅନୁଯାୟୀ  ଏପରି  ଟ୍ରଷ୍ଟ  ସଂବନ୍ଧରେ  ଏପରି ବିବରଣୀ   ଚୂଡ଼ାନ୍ତ  ହେବା  ପୂର୍ବରୁ , ଯେକୌଣସି  ସମୟରେ , ଟ୍ରଷ୍ଟିଙ୍କ  ଦ୍ଵାରା  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ   ଉପସ୍ଥାପନ   କରାଯାଏ ; ସେପରିସ୍ଥଳେ , ‘ସିଲିଂ ’ ଧାର୍ଯ୍ୟ  କରିବା  ସଂବନ୍ଧରେ   ସମସ୍ତ  କାର୍ଯ୍ୟାନୁଷ୍ଠାନ  ଏବଂ  ଏପରି  ଟ୍ରଷ୍ଟ  ସଂବନ୍ଧରେ  ବଳକା  ଅଂଚଳର  ସ୍ଥିରୀକରଣ , ରହିତ   ହେବ  ।
  2. ଯେଉଁ ସ୍ଥଳରେ , କୌଣସି ଟ୍ରଷ୍ଟ  ସଂବନ୍ଧରେ  ଦଫା  ୫୭ – ‘କ’  ଅନୁଯାୟୀ ,  କାର୍ଯ୍ୟାନୁଷ୍ଠାନର  ସ୍ଥଗିତି  ସଂବନ୍ଧରେ  , ଉକ୍ତ  ବିବରଣୀ  ଚୂଡ଼ାନ୍ତ  ହେବା  ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ସଂପୃକ୍ତ  ଟ୍ରଷ୍ଟି   ଲିଖିତ  ଭାବେ  ସୂଚୀତ  କରିଥାଆନ୍ତି  , ସେପରିସ୍ଥଳେ   ଏପରି ଟ୍ରଷ୍ଟ  ସଂବନ୍ଧରେ  ସିଲିଂ  ଜମି ଧାର୍ଯ୍ୟ  କରିବା  ଏବଂ  ଅଧିକ ଅଂଚଳ  ସ୍ଥିର  କରିବା ସଂବନ୍ଧରେ  ସମସ୍ତ  କାର୍ଯ୍ୟାନୁଷ୍ଠାନ  ରହିତ  ହେବ  ଏବଂ ଏପରି  କାର୍ଯ୍ୟାନୁଷ୍ଠାନର  କୌଣସି ପ୍ରଭାବ  ରହିବ  ନାହିଁ ।
  3. ଦଫା  ୪୪ର  ଉପ – ଦଫା  (୩) ଅନୁଯାୟୀ , ସଂପୃକ୍ତ  ଟ୍ରଷ୍ଟ ସଂବନ୍ଧରେ ବିବରଣୀ  ଚୂଡ଼ାନ୍ତ  ହେବା  ପରେ , ଉପରୋକ୍ତ  ଅନୁଯାୟୀ  ଗ୍ରହଣ  କରାଯାଇଥିବା  କୌଣସି  ଘୋଷଣା  କିମ୍ବା  ଉକ୍ତ  ବିବରଣୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ   ଉପସ୍ଥାପନ  କରାଯାଏ , ସେପରିସ୍ଥଳେ , ଦଫା  ୫୭ – ‘କ’ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର   ସ୍ଥଗିତି  ସଂବନ୍ଧରେ , ଉକ୍ତ  ବିବରଣୀ  ଚୂଡ଼ାନ୍ତ  ହେବା ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ , ସଂପୃକ୍ତ  ଟ୍ରଷ୍ଟିଙ୍କ  ଦ୍ଵାରା ଲିଖିତ  ସୂଚନା  ପ୍ରଦାନ  ବ୍ୟତୀତ ; ତା’ର  କୌଣସି  ପ୍ରଭାବ  ରହିବ  ନାହିଁ , ଯେତେଦୂର  ପର୍ଯ୍ୟନ୍ତ  ଏହି  ଅଧ୍ୟାୟ   ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ  ସଂପୃକ୍ତ   ।

ବଳକା  କିମ୍ବା  ଅଧିକ  ଜମି ସରକାରଙ୍କ  ନ୍ୟସ୍ତ

ବଳକା  କିମ୍ବା  ଅଧିକ  ଜମି ସରକାରଙ୍କ  ପ୍ରତି ନ୍ୟସ୍ତ  କରାଯିବ (ନିୟମ  ୪୫)  : -

[ଦଫା  ୪୪ର  ଉପ –ଦଫା  (୩) ଅନୁଯାୟୀ , ପରି  ବିବରଣୀ  ଚୂଡ଼ାନ୍ତ  ହେବା  ତାରିଖରୁ ], ସେହି  ବ୍ୟକ୍ତିର  ସ୍ଵାର୍ଥ  , ଯାହାଙ୍କ  ପ୍ରତି  ଏପରି  ଜମି  ସଂପୃକ୍ତ  ଏବଂ ସମସ୍ତ  ଜମି  ଧାରଣକାରୀ , ଯାହାଙ୍କ   ଅଧିନରେ  ଏପରି  ବଳକା  ଜମି  ଧାରୀତ  ହୋଇଥାଏ , ତାହା  ନିର୍ବାପିତ   ହେବ  ଏବଂ ଉକ୍ତ   ଜମି, ସମସ୍ତ  ଭାରରୁ   ମୁକ୍ତ  ହୋଇ , ସଂପୂର୍ଣ୍ଣଭାବେ  ସରକାରଙ୍କ  ଠାରେ  ନ୍ୟସ୍ତ  ହେବ   ।

ବଳକା  କିମ୍ବା  ଅଧିକ ଜମିର  ଦଖଲ  ପ୍ରଦାନ (ନିୟମ  ୪୫(କ)) : -

  1. ବଳକା  କିମ୍ବା  ଅଧିକ  ଜମିର  ଦଖଲରେ  ଥିବା  ବ୍ୟକ୍ତିର   ଏହି କର୍ତ୍ତବ୍ୟ   ହେବ  ଯେ , ସରକାଙ୍କ  ଠାରେ  ଉକ୍ତ  ଜମି  ନ୍ୟସ୍ତ  ହେବା  ତାରିଖରୁ , ପନ୍ଦର  ଦିନ ମଧ୍ୟରେ , ତା’ର  ଦଖଲ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରିବେ; କିମ୍ବା  ଯଦି  ଉକ୍ତ  ଜମି  ଉପରେ  ଉକ୍ତ  ତାରିଖରେ  କୌଣସି  ଦଣ୍ଡାୟମାନ   ଶସ୍ୟ  ଥାଏ ; ସେପରିସ୍ଥଳେ  ଏପରି  ଶସ୍ୟର  ଅମଳଠାରୁ  ପନ୍ଦରଦିନ  ମଧ୍ୟରେ, ତନ୍ମଧ୍ୟରୁ  ଯେଉଁଟି ପରେ  ହୋଇଥାଏ; ଏବଂ ରାଜସ୍ୱ  ଉଚ୍ଚକର୍ମଚାରୀ  ସରକାରଙ୍କ  ତରଫରୁ  ତାହା  ଦଖଲକୁ   ନେବେ   ।
  2. ଯଦି  ଉପ –ଦଫା  (୧) ର  ବ୍ୟବସ୍ଥା  ସହ  ସମନ୍ଵୟ  ରକ୍ଷାକରି , ଦଖଲ  ପ୍ରଦାନ  କରାନଯାଏ ; ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , କୌଣସି  ଲିଖିତ  ଆଦେଶ  ଦ୍ଵାରା  ନିର୍ଦେଶ ଦେଇପାରନ୍ତି – ଯେ , ଏପରି  ବ୍ୟକ୍ତିଙ୍କୁ , ଏପରି ଆଦେଶ   ଜାରୀ  ତାରିଖରୁ  ସାତଦିନ  ମଧ୍ୟରେ  ଏପରି  ଅଧିକ  କିମ୍ବା  ବଳକା  ଜମିର  ଦଖଲ  ପ୍ରଦାନ   କରାଯିବ , ଯେପରି  ଆଦେଶର  ଧାର୍ଯ୍ୟ  କରାଯାଇପାରେ    ।
  3. ଉପ – ଦଫା  (୨) ଅନୁଯାୟୀ ନିର୍ଗମ  କରାଯାଇଥିବା  ଆଦେଶକୁ  ପରିପାଳନ  କରିବାରେ  ଯଦି ଉକ୍ତ  ବ୍ୟକ୍ତି  ଅକୃତକାର୍ଯ୍ୟ  ହୁଏ , ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ  ଉକ୍ତ  ଜମିକୁ ଦଖଲକୁ   ନେବେ  ଏବଂ  ଏହି ଉଦ୍ଦେଶ୍ୟରେ , ଏପରି ବଳ  ପ୍ରୟୋଗ  କରିପାରନ୍ତି ; ଯେପରି  ଆବଶ୍ୟକ  ହୋଇପାରେ  ।

ସୀମାବଦ୍ଧତା  କାର୍ଯ୍ୟାନୁଷ୍ଠାନରୁ   ରକ୍ଷା  ପାଇଥିବା  ଜମି, ନ୍ୟସ୍ତ  ହୋଇଥିବା ଅଧିକ  ଜମି  ସହ  ନ୍ୟସ୍ତ  ହେବ(ନିୟମ  ୪୫ (ଖ))   : -

  1. ‘ ସିଲିଂ ’ ଅଂଚଳ   ବାହାରେ  ଅଧିକ  ଜମିଧାରଣ   କରିଥିବା  କୌଣସି   ବ୍ୟକ୍ତି  ସଂବନ୍ଧରେ , ଦଫା  ୪୪ ର  ଉପ –ଦଫା  (୩) ଅନୁଯାୟୀ  ବିବରଣୀର  ଚୂଡ଼ାନ୍ତ  ତାରିଖରୁ  ଛଅ ବର୍ଷ  ମଧ୍ୟରେ, ଯେକୌଣସି  ସମୟରେ , ଏହା  ଦେଖାଯାଏ  ଯେ , କୌଣସି  କାରଣ  ବଶତଃ , ଉପରୋକ୍ତ  ବିବରଣୀରେ  ଅନ୍ତର୍ଭୂକ୍ତ  ହେବାକୁ   ଥିବା  କେତେକେ  ଜମି , ଯାହାକି  ଉକ୍ତ  ବ୍ୟକ୍ତିଦ୍ଵାରା  ଧାରୀତ , ତାହା  ବାଦ୍  ପଡିଛି ; ସେପରିସ୍ଥଳେ, ରାଜସ୍ୱ  ଉଚ୍ଚକର୍ମଚାରୀ, ଉକ୍ତ  ବ୍ୟକ୍ତିଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରି ଏବଂ  ଆବଶ୍ୟକ  ଅନୁଯାୟୀ  ତଦନ୍ତ କରି, ଏପରି  ବ୍ୟକ୍ତି  ଦ୍ଵାରା  ଧାରୀତ  ହୋଇଥିବା  ଏପରି ଜମି  କିମ୍ବା  ତା’ର  କୌଣସି  ଅଂଶକୁ , ବଳକା  କିମ୍ବା  ଅଧିକ  ବୋଲି  ଘୋଷଣା   କରିପାରନ୍ତି;
  2. ଉପ-ଦଫା  (୧) ଅନୁଯାୟୀ  ବଳକା  କିମ୍ବା  ଅଧିକ  ଭାବେ  ଘୋଷିତ  ସମସ୍ତ  ଜମି, ସମସ୍ତ  ଭାରରୁ  ମୁକ୍ତ  ହୋଇ , ସରକାରଙ୍କ  ଠାରେ  ନ୍ୟସ୍ତ  ହେବ  ଏବଂ  ତା ସହ  ଉକ୍ତ  ବିବରଣୀରେ  ଉଲ୍ଲେଖିତ  ବଳକା  ଜମି  ମଧ୍ୟ  ନ୍ୟସ୍ତ  ହେବ  ଏବଂ ଦଫା  ୪୫, ୪୫ – ‘ କ ’ ଏବଂ  ୪୬ ରୁ ୫୧  ବ୍ୟବସ୍ଥାବଳୀ  ଯେତେଦୂର  ସମ୍ଭବ, ଏପରି  ନ୍ୟସ୍ତ  ଜମି  ପ୍ରତି  ପ୍ରୟୋଗ  ହୋଇପାରେ;
  3. ଉଲ୍ଲେଖଥାଉ ଯେ , ଉକ୍ତ  ବ୍ୟକ୍ତିର  ସ୍ଵାର୍ଥ  ସଂବନ୍ଧରେ  ଦେୟ  ଅର୍ଥରାଶି , ଯାହାଙ୍କ  ପ୍ରତି  ଏପରି ବଳକା  କିମ୍ବା  ଅଧିକ  ଜମି  ସଂପୃକ୍ତ ; ନିମ୍ନ  ହାରରେ , ହ୍ରାସକରଣର ନିୟନ୍ତ୍ରଣାଧିନ  ହେବ : -

    ବଳକା  କିମ୍ବା  ଅଧିକ  ଜମି

    ହ୍ରାସକରଣର  ହାର

    ଦଫା  ୪୪ (୩)  ଅନୁଯାୟୀ , ବିବରଣୀର  ଚୂଡ଼ାନ୍ତ  ଦିନଠାରୁ  ଏକବର୍ଷରୁ (ଅଧିକ  ନୁହେଁ ) ସମୟ  ନିମନ୍ତେ , ଯେଉଁ  ସ୍ଥଳରେ  ଏପରି   ଜମି   ଉକ୍ତ  ବ୍ୟକ୍ତିର  ଦଖଲରେ  ଥାଏ   ।

     

    ପଞ୍ଚାବନ   ପ୍ରତିଶତ

    ଯେଉଁ  ସ୍ଥଳରେ  ଏପରି  ଦଖଲର   ଅବଧି  କିମ୍ବା  ସମୟ , ଏକ  ବର୍ଷରୁ  ଅଧିକ  ହୋଇଥାଏ  ।

     

    ପଞ୍ଚାବନ   ପ୍ରତିଶତ  ଏବଂ ପ୍ରତ୍ୟକ  ବର୍ଷ  କିମ୍ବା  ତା’ର  ଅଂଶ  ନିମନ୍ତେ  ପାଞ୍ଚପ୍ରତିଶତ , ଯାହାକି ଏକ  ବର୍ଷଠାରୁ  ଅଧିକ  ହୋଇଥାଏ   ।

     

  4. ଦଫା  ୩୯ ର  ବ୍ୟବସ୍ଥାବଳୀ  ପ୍ରତି  କୌଣସି  ଆଞ୍ଚ   ନଘଟାଇ , ଉପ – ଦଫା  (୧) ଅନୁଯାୟୀ ,  ବଳକା  କିମ୍ବା  ଅଧିକ  ବୋଲି  ଘୋଷିତ କୌଣସି ଜମିର  ବିକ୍ରୀ ,ଦାନ କିମ୍ବା ଅନ୍ୟଥା ଦ୍ଵାରା ହସ୍ତାନ୍ତରଣ  କିମ୍ବା ତା’ର ବିଭାଜନ , ଯାହାକି  ଦଫା  ୪୪ର  ଉପ – ଦଫା  (୩)  ଅନୁଯାୟୀ ଚୁଡାନ୍ତ  ତାରିଖରୁ  କାର୍ଯ୍ୟକାରୀ  ହୋଇଥାଏ , ତାହା  ଅବୈଧ  ବୋଲି  ଧରାଯିବ  ।

ଆକଳନ  ତାଲିକା  ପ୍ରସ୍ତୁତ

ଉପରୋକ୍ତ  ଚୂଡ଼ାନ୍ତ   ବିବରଣୀ   ତାରିଖ  ପରେ, ଯେତେ  ଶୀଘ୍ର  ସମ୍ଭବ, ରାଜସ୍ୱ  ଉଚ୍ଚକର୍ମଚାରୀ  [ବଳକା  କିମ୍ବା  ଅଧିକ  ଜମି ସଂବନ୍ଧରେ , ସରକାରଙ୍କ  ଦ୍ଵାରା  ଦେୟ  ଅର୍ଥରାଶି, ଦଫା  ୪୭ ଅନୁଯାୟୀ  ସ୍ଥିର  କରିବେ  ଯେଉଁଥିରୁ  ସେ  ଉକ୍ତ  ଜମି ସଂବନ୍ଧରେ  ସରକାରଙ୍କୁ   ଦେୟ  ମୌଳିକ  ଖଜଣା, ସେସ୍  ହାର  ଏବଂ ଅନ୍ୟାନ୍ୟ  ପ୍ରାପ୍ୟ  ହ୍ରାସ  କରିବେ  ଏବଂ ଆକଳନ  ତାଲିକା  ସହ  ସମନ୍ଵୟ  ରକ୍ଷାକରି, ଉଚ୍ଛୁକ  ଥିବା  ବ୍ୟକ୍ତିମାନଙ୍କ  ମଧ୍ୟରେ, ତାହା  ଆବଣ୍ଟନ  କରିବେ  ।

‘ଅର୍ଥରାଶି ’ ସ୍ଥିର  କରିବା  ନିମନ୍ତେ  ନୀତି

  1. ସେହି [ଅର୍ଥରାଶି  ଯାହାକି  ସେହି  ସମସ୍ତ  ଜମିଧାରଣକାରୀଙ୍କ  ସ୍ଵାର୍ଥ  ସଂବନ୍ଧରେ   ହୋଇଥାଏ , ଯାହାଙ୍କ  ଅଧିନରେ , ଜଣେ  ଧାରଣକାରୀ  କିମ୍ବା  ରୟତଭାବେ , ଏପରି ବଳକା  ଜମି  ଧାରୀତ  ହୋଇଥାଏ ; ତାହା  ଉପଯୁକ୍ତ  ଏକ  ସମାନ୍  ଖଜଣାର  ପନ୍ଦର  ଗୁଣ  ହେବ  ।
  2. ସେହି  ବ୍ୟକ୍ତିଙ୍କ  ସ୍ଵାର୍ଥ  ସଂବନ୍ଧରେ  [ଅର୍ଥରାଶି] ଯାହାଙ୍କ  ପ୍ରତି ଏପରି ବଳକା  କିମ୍ବା  ଅଧିକ  ଜମି ସଂପୃକ୍ତ , ତାହା  ନିମ୍ନଲିଖିତର   ମୋଟ୍  ହେବ  ।
    • ଜମିରେ  ସ୍ଥିତ  ଜଳାଶୟ , କୂପ  ଏବଂ ସ୍ଥାୟୀ  ପ୍ରକୃତିର  କୌଣୟସ   ନିର୍ମାଣର  [ବଜାର  ମୂଲ୍ୟର  ପଚାଶ   ପ୍ରତିଶତ ;
    • ଏପରି  ଜମିରେ  ଦଣ୍ଡାୟମାନ  ବୃକ୍ଷଗୁଡ଼ିକର  [ବଜାର  ମୂଲ୍ୟର  ପଚାଶ  ପ୍ରତିଶତ ] ;  ଏବଂ
    • ନିମ୍ନ  ପଦ୍ଧତିରେ , ଜମିର  ମୂଲ୍ୟସ୍ଥିର  କରାଯିବ ; ଯଥା : -
    • ବଳକା ଜମିର ପରିମାଣ

      ଅର୍ଥରାଶିର ହାର

      ପ୍ରଥମ  ଦଶ  ଷ୍ଟାଣ୍ଡାର୍ଡ  ଏକର  ନିମନ୍ତେ

      ପ୍ରତ୍ୟକ  ଷ୍ଟାଣ୍ଡାର୍ଡ  ଏକର  ନିମନ୍ତେ  ଆଠଶହ  ଟଙ୍କା   ।

      ପରବର୍ତ୍ତୀ   ଦଶ  ଷ୍ଟାଣ୍ଡାର୍ଡ  ଏକର  ନିମନ୍ତେ

      ପ୍ରତ୍ୟକ  ଷ୍ଟାଣ୍ଡାର୍ଡ   ଏକର  ନିମନ୍ତେ  ଚାରିଶହ  ଟଙ୍କା   ।

      ପରବର୍ତ୍ତୀ   ଦଶ  ଷ୍ଟାଣ୍ଡାର୍ଡ  ଏକର  ନିମନ୍ତେ

      ପ୍ରତ୍ୟକ  ଷ୍ଟାଣ୍ଡାର୍ଡ   ଏକର  ନିମନ୍ତେ  ଚାରିଶହ  ଟଙ୍କା   ।

      ଅବଶିଷ୍ଟ   ନିମନ୍ତେ

      ପ୍ରତ୍ୟକ  ଷ୍ଟାଣ୍ଡାର୍ଡ   ଏକର  ନିମନ୍ତେ  ଦୁଇଶହ  ଟଙ୍କା   ।

ସ୍ପଷ୍ଟୀକରଣ : - ଏପରି  ବଜାର  ମୂଲ୍ୟ  ସ୍ଥିର  କରିବାରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଯେତେଦୂର  ସମ୍ଭବ ,  ଭୂମି – ଅଧିଗ୍ରହଣ  ଆଇନ୍ , ୧୯୮୪ (୧/୧୮୯୪)ର  ଦଫା  ୨୩ ରେ  ଧାରୀତ  ବ୍ୟବସ୍ଥା  ଦ୍ଵାରା  ପରିଚାଳିତ  ହେବ  ।

ଆକଳନ ତାଲିକା  ଖସଡାର  ପ୍ରସ୍ତୁତିକରଣ  ଏବଂ  ପ୍ରକାଶନ

  1. ଦଫା  ୪୭ ଅନୁଯାୟୀ  ଅର୍ଥରାଶି  ସ୍ଥିର  କରିବା  ପରେ  ଏବଂ  ଦଫା  ୪୬ରେ  ଧାର୍ଯ୍ୟ , ସରକାରଙ୍କୁ  ଦେୟ  ପ୍ର୍ରାପ୍ୟ  ଧାର୍ଯ୍ୟ  ପଦ୍ଧତିରେ   ସ୍ଥିର  କରିବା  ପରେ  ରାଜସ୍ୱ  ଉଚ୍ଚକର୍ମଚାରୀ  ଏକ ଖସଡା   ଆକଳନ  ତାଲିକା  ଧାର୍ଯ୍ୟ  ପଦ୍ଧତିରେ  ପ୍ରସ୍ତୁତ  ଏବଂ  ପ୍ରକାଶନ  କରିବେ  ଏବଂ ଇଛୁକ  ଥିବା  ବ୍ୟକ୍ତିମାନଙ୍କ   ଠାରୁ  ଦାବୀ  ଏବଂ ଆପତ୍ତି  ଆହ୍ଵାନ  କରିବେ  ଏବଂ  ଏପରି  ପ୍ରକାଶନ  ତାରିଖରୁ  ଷାଠିଏ  ଦିନ  ମଧ୍ୟରେ  ଗୃହିତ  ଦାବୀ   ଏବଂ  ଆପତ୍ତିଗୁଡିକ   ଶୁଣିବା  ପରେ ; ଏହି ଆଇନ୍ ଏବଂ  ତତ୍  ସଂବନ୍ଧୀୟ  ନିୟାମାବଳୀର  ବ୍ୟବସ୍ଥା  ସହିତ  ସମନ୍ଵୟ  ରକ୍ଷାକରି ତାହା  ଫଇସଲା   କରିବେ   ।
  2. ଉପ –ଦଫା  (୧) ଅନୁଯାୟୀ , ଆଦେଶ  ତାରିଖରୁ , ତିରିଶ  ଦିନ  ମଧ୍ୟରେ  ଯଦି  କୌଣସି  ଅପିଲ୍  ଦାଏର  କରାଯାଏ , ତାହା , ଧାର୍ଯ୍ୟ  ଅଧିକାରୀଙ୍କ  ନିକଟରେ  ଦାଖଲ  କରାଯିବ    ।

ଚୂଡ଼ାନ୍ତ  ଆକଳନ  ତାଲିକା  ଓ ଅର୍ଥରାଶିର  ପ୍ରଦାନ

  1. ଯେତେବେଳେ  ଏପରି ସମସ୍ତ  ଦାବୀ, ଆପତ୍ତି  ଏବଂ  ଅପିଲ୍  ଫଇସଲା   ହୁଏ ;  ସେତେବେଳେ  ରାଜସ୍ୱ  ଉଚ୍ଚକର୍ମଚାରୀ  ଖସଡା  ଆକଳନ  ତାଲିକାରେ  ଏପରି ପରିବର୍ତ୍ତନ  କରିବା  ପରେ, ଯେପରି ଉପ –ଦଫା  (୧) ଅନୁଯାୟୀ  ପ୍ରଦାନ  କରାଯାଇଥିବା  ଆଦେଶକୁ   ପ୍ରଭାବିତ   କରିବା  ନିମନ୍ତେ  ଆବଶ୍ୟକ  , କିମ୍ବା  ଦଫା  ୪୮ ର ଉପ – ଦଫା  (୨)  ଅନୁଯାୟୀ  ପ୍ରଭାବିତ  କରିବା  ନିମନ୍ତେ  ଆବଶ୍ୟକ;  ଏପରି  ପରିବର୍ତ୍ତିତ   ତାଲିକାକୁ  ଧାର୍ଯ୍ୟ  ପଦ୍ଧତିରେ , ଚୂଡାନ୍ତଭାବେ  ପ୍ରକାଶନ କରିବେ, ଏବଂ  ଏପରି  ପ୍ରକାଶନ  ପରେ, ଏପରି  ତାଲିକା  ଚୂଡ଼ାନ୍ତ  ଏବଂ  ସିଦ୍ଧାନ୍ତନୀୟ   ହେବ  ।
  2. ସ୍ପଷ୍ଟୀକରଣ  : - ଦଫା  ୪୭ର , ଉପ- ଦଫା  (୧)  ରେ ଧାର୍ଯ୍ୟ  ଜମିଧାରଣକାରୀଙ୍କ  ସଂବନ୍ଧରେ  ଦେୟ ଅର୍ଥରାଶି , ଖଜଣାର  ଅନୁପାତରେ   ଆକଳନ  ତାଲିକାରେ  ଦର୍ଶାଯିବ, ଯାହା ଏପରି   ଜମି – ଧାରଣକାରୀ, ଜମି ସଂବନ୍ଧରେ  ଗ୍ରହଣ କରନ୍ତି   ।

  3. ଉପ – ଦଫା  (୧)ରେ ଧାରୀତ  କୌଣସି  ବ୍ୟବସ୍ଥା  ସତ୍ଵେ , ଦଫା  ୪୫ ରେ ଉଲ୍ଲେଖିତ  କୌଣସି  ଭାରଧାରଣକାରୀ  ଏବଂ  ତାହା  ସଂପାଦନ  କରିବା  ନିମନ୍ତେ  ଦାୟୀ ବ୍ୟକ୍ତିଙ୍କ  ମଧ୍ୟରେ , କୌଣସି ଆବଣ୍ଟନ ହାର  ସଂବନ୍ଧରେ,  ଏପରି   ତାଲିକାରେ  କୌଣସି  ଅନ୍ତର୍ଭୁକ୍ତିକରଣ  ଦ୍ଵାରା  ବ୍ୟଥିତ  କୌଣସି  ପକ୍ଷ , ଏହି ଦଫା  ଅନୁଯାୟୀ , ତାଲିକାର  ପ୍ରକାଶନ  ତାରିଖରୁ  ନବେ  ଦିନ  ମଧ୍ୟରେ , ଦକ୍ଷ  କର୍ତ୍ତୃତ୍ଵ  ଥିବା  ଦେୱାନୀ  ନ୍ୟାୟାଳୟରେ  ଏପରି  ହାର  ସଂବନ୍ଧରେ  ତାଙ୍କର  ଦାବି  ପ୍ରମାଣିତ   କରିବା  ନିମନ୍ତେ , ଆବେଦବ   କରିପାରନ୍ତି  ଏବଂ  ଏପରି  ଆପତ୍ତି  ଉପରେ  କୌଣସି  ସିଦ୍ଧାନ୍ତ, ଚୂଡ଼ାନ୍ତ  ହେବ;

ଉଲ୍ଲେଖ  ଥାଉ  ଯେ, ଏପରି  କୌଣସି  କାର୍ଯ୍ୟାନୁଷ୍ଠାନ , ସରକାର  କିମ୍ବା  ରାଜସ୍ୱ  ଉଚ୍ଚକର୍ମଚାରୀ  କିମ୍ବା  ଦଫା ୪୮ର  ଉପ –ଦଫା  (୨) ଅନୁଯାୟୀ  ଧାର୍ଯ୍ୟ  ଅଧିକାରୀଙ୍କ  ବିରୁଦ୍ଧରେ  ଗ୍ରହଣୀୟ  ହେବ  ନାହିଁ , କିମ୍ବା ସେମାନଙ୍କ  ମଧ୍ୟରୁ  କେହିହେଲେ   ଏପରି  କାର୍ଯ୍ୟାନୁଷ୍ଠାନରେ  ଜଣେ  ଆବଶ୍ୟକ  କିମ୍ବା  ଉପଯୁକ୍ତ  ପକ୍ଷଭାବେ  ଧରାଯିବେ   ନାହିଁ   ।

ଅର୍ଥରାଶିର  ପ୍ରଦାନ

ଉପରୋକ୍ତ  ବ୍ୟବସ୍ଥାବଳୀ  ସହ  ସମନ୍ଵୟ  ରକ୍ଷାକରି  ସ୍ଥିର  କରାଯାଇଥିବା  ଅର୍ଥରାଶି  ଏପରି  ପଦ୍ଧତିରେ , ବଳକା  ଜମିର  ପ୍ରଦାନ  କିମ୍ବା  ଦଖଲ  ଗ୍ରହଣ  ତାରିଖରୁ  ଦେୟହେବ, ଯେପରି   ଧାର୍ଯ୍ୟ  କରାଯାଇପାରେ  ଏବଂ  ଉକ୍ତ  [ଅର୍ଥରାଶି] ର  ବଳକା  ଅନାଦେୟ  ଅର୍ଥରାଶି  ଉପରେ , ବାର୍ଷିକ  ୨/% ହାରରେ  ସୁଧା  ଉଦ୍ରେକ  ହେବ   ।

ବଳକା  କିମ୍ବା  ଅଧିକ ଜମିର  ବନ୍ଦୋବସ୍ତ

  1. ଦଫା  ୪୫ ଅନୁଯାୟୀ  ସରକାରଙ୍କ  ଠାରେ  ନ୍ୟସ୍ତ  ବଳକା  କିମ୍ବା  ଅଧିକ   ଜମିର  ସତୁରୀ  ପ୍ରତିଶତ , ସେହି  ଗ୍ରାମରେ  ଥିବା  ସେମାନଙ୍କର  ଯଥାକ୍ରମେ   ଜନସଂଖ୍ୟାର  ଅନୁପାତରେ , ତଫସିଲ୍ ଭୁକ୍ତ   ଉପଜାତି  କିମ୍ବା  ତଫସିଲ୍ ଭୁକ୍ତ   ଜାତିର   ହୋଇଥିବା  ବ୍ୟକ୍ତିମାନଙ୍କ   ମଧ୍ୟରେ  ବନ୍ଦୋବସ୍ତ  କରାଯିବ , ଯେଉଁଠି  ଏପରି  ଜମି  ସ୍ଥିତ  ଅଟେ, ଏବଂ ଅବଶିଷ୍ଟ  ଜମି , ସେହି   ବ୍ୟକ୍ତିଙ୍କ  ସହିତ  ବନ୍ଦୋବସ୍ତ  କରାଯିବ , ଯେଉଁମାନେ   ଉକ୍ତ  ଶ୍ରେଣୀର   ହୋଇନଥିବେ;
  2. ଉଲ୍ଲେଖ ଥାଉ ଯେ , ଯେଉଁ   ସ୍ଥଳରେ   କୌଣସି  ଗ୍ରାମରେ  ତଫସିଲ୍ ଭୁକ୍ତ   ଉପ – ଜାତି   ଏବଂ  ତଫସିଲ୍ ଭୁକ୍ତ  ଜାତିର   ଜନସଂଖ୍ୟା   ଉକ୍ତ  ଗ୍ରାମର  ସମୁଦାୟ  ଜନସଂଖ୍ୟାର  ସତୁରୀ  ପ୍ରତିଶତଠାରୁ   ଅଧିକ   ହୋଇଥାଏ; ସେପରିସ୍ଥଳେ , ଉକ୍ତ  ସଂପ୍ରଦାୟ   ଗୁଡିକର   ବ୍ୟକ୍ତିମାନଙ୍କ  ନିମନ୍ତେ   ସଂରକ୍ଷଣ   କରାଯିବାରୁ   ଥିବା   ଜମିର  ପ୍ରତିଶତତା, ସେମାନଙ୍କ  ଜନସଂଖ୍ୟାର  ପ୍ରତିଶତତା  ସହ  ସମାନ  ହେବ;

    ଆହୁରି  ଉଲ୍ଲେଖ  ଥାଉ ଯେ, ଯଦି  ଉପରୋକ୍ତ  ଶ୍ରେଣୀୟ  ହୋଇଥିବା  ଯଥେଷ୍ଟ  ସଂଖ୍ୟକ   ବ୍ୟକ୍ତି , ଉକ୍ତ  ଗ୍ରାମରେ   ଉପଲବ୍ଧ   ହୁଅନ୍ତି  ନାହିଁ , ଯେଉଁଠି  ଏପରି ଜମି  ଅବସ୍ଥିତ; କିମ୍ବା  ଉପଲବ୍ଧ  ଥାଇ , ଜମିର  ବନ୍ଦୋବସ୍ତ   ଗ୍ରହଣ  କରିବା  ନିମନ୍ତେ   ଇଚ୍ଛୁକ  ହୁଅନ୍ତି  ନାହିଁ ,  ସେପରିସ୍ଥଳେ, ଉକ୍ତ ବ୍ୟକ୍ତିମାନଙ୍କ   ନିମନ୍ତେ  ସଂରକ୍ଷିତ   ସେହି  ପରିମାଣ  ଜମି , ଯାହା  ବନ୍ଦୋବସ୍ତ  କରାଯାଇ  ପାରିବ  ନାହିଁ , ତାହା  ଅନ୍ୟ  ବ୍ୟକ୍ତିମାନଙ୍କ ସହ  ବନ୍ଦୋବସ୍ତ  କରାଯିବ  ।

    ଆହୁରି ମଧ୍ୟ  ଉଲ୍ଲେଖ  ଥାଉ  ଯେ , କୌଣସି  ଜିଲ୍ଲାର  କଲେକ୍ଟର , ସରକାରଙ୍କ  ପୂର୍ବ  ଅନୁମୋଦନ  ସହିତ ; କୃଷି  ଉଦ୍ଦେଶ୍ୟ  ବ୍ୟତୀତ , କୌଣସି ସର୍ବସାଧାରଣ  ଉଦ୍ଦେଶ୍ୟ  ନିମନ୍ତେ  ବ୍ୟବହାର  ଉଦ୍ଦେଶ୍ୟରେ , ଉକ୍ତ  ବଳକା  ଜମିକୁ , ଏହି ଦଫାର   ବ୍ୟବସ୍ଥାବଳୀ  ସହ  ସମନ୍ଵୟ   ରକ୍ଷାକରି , ବନ୍ଦୋବସ୍ତ  କରିବେ  । ]

  3. ଓଡିଶା  ସରକାରୀ  ଜମି ବନ୍ଦୋବସ୍ତ  ଆଇନ୍ ୧୯୬୨ ରେ ଧାରୀତ  କୌଣସି  ବ୍ୟବସ୍ଥା  ସତ୍ଵେ , ଏହି ଦଫା  ଅନୁଯାୟୀ  ଜମି  ବନ୍ଦୋବସ୍ତ  ନିମନ୍ତେ  ପଦ୍ଧତି ଏପରି ହେବ, ଯେପରି  ଧାର୍ଯ୍ୟ   କରାଯାଇପାରେ   ଏବଂ  ଏପରି ବନ୍ଦୋବସ୍ତ  ନିମ୍ନ  ଶ୍ରେଣୀୟ  ବ୍ୟକ୍ତିମାନଙ୍କ  ସପକ୍ଷରେ   ଏବଂ  ନିମ୍ନ  ଅଗ୍ରଗଣ୍ୟତା  କ୍ରମରେ  କରାଯିବ , ଯଥା : -
    • ଭୂମି – ହୀନ  କୃଷି  ଶ୍ରମିକଙ୍କ  ଦ୍ଵାରା  ଗଠିତ  ସମବାୟ  ଚାଷ  ସମିତି ;
    • ଗ୍ରାମର  କୌଣସି  ଭୂମି – ହୀନ  କୃଷି  ଶ୍ରମିକଙ୍କ , ଯେଉଁଠି  ଏପରି   ଜମିସ୍ଥିତ କିମ୍ବା  କୌଣସି  ପଡୋଶୀ  ଗ୍ରାମରେ ;
    • କେନ୍ଦ୍ର  ସରକାରଙ୍କ  ସଶସ୍ତ୍ର ବାହିନୀର  କୌଣସି  ପୂର୍ବ  ସଦସ୍ୟ , ଯଦି  ସେ  ଉକ୍ତ  ଗ୍ରାମର  ହୋଇଥାଆନ୍ତି  ଯେଉଁଠି   ଏପରି  ଜମି  ସ୍ଥିତ  ଅଟେ ;
    • ସେହି ରୟତମାନେ  ଯେଉଁମାନେ  କୌଣସି  ଲଗାତାର ଏକ  ଷ୍ଟାଣ୍ଡାର୍ଡ   ଏକରରୁ  (ଅଧିକ ନୁହେଁ ) ଜମି  ବ୍ୟକ୍ତିଗତଭାବେ  ଚାଷ   କରନ୍ତି ; ଏବଂ
    • ଉପରୋକ୍ତ  ଶ୍ରେଣୀୟ  ହୋଇଥିବା  ବ୍ୟକ୍ତିଙ୍କ  ଅନୁପସ୍ଥିତିରେ, ଅନ୍ୟ  କୌଣସି  ବ୍ୟକ୍ତି  ।

ଭବିଷ୍ୟତ  ଅଧିଗ୍ରହଣର  ‘ସିଲିଂ’ ସୀମାବଦ୍ଧତା

ଏହି ଅଧ୍ୟାୟର  ଉପରୋକ୍ତ  ବ୍ୟବସ୍ଥାବଳୀ  ପରସ୍ପର  ପ୍ରତି   ପ୍ରୟୋଗନୀୟ  ହେବ, ଯେଉଁ  ସ୍ଥଳରେ  ଜମି, ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ ୧୯୭୩ ର  ପ୍ରଚଳନ  ପରେ, କୌଣସି   ବ୍ୟକ୍ତି  ଦ୍ଵାରା  ଉତ୍ତରାଧିକାରୀତ୍ଵ, ଦାନ, ପାରିବାରିକ  ବନ୍ଦୋବସ୍ତ ,କ୍ରୟ, ପଟ୍ଟା  କିମ୍ବା  ଅନ୍ୟଥା  ଦ୍ଵାରା  ଅଧିଗୃହିତ  ଏବଂ ଧାରିତ  ଜମି,  ଏକତ୍ରିଭାବେ  ସୀମାବଦ୍ଧ  ଅଂଚଳ  ଠାରୁ  ଅଧିକ  ହୋଇଥାଏ;

ଉଲ୍ଲେଖ  ଥାଉ ଯେ, ଦଫା  ୪୦ – ‘କ’  ଅନୁଯାୟୀ  ଆବଶ୍ୟକ  ରଟର୍ଣ୍ଣ, ଏପରି  ଅଧିଗ୍ରହଣ  ତାରିଖରୁ  ନବେଦିନ   ମଧ୍ୟରେ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଦାଖଲ  କରାଯିବ;

ଆହୁରି  ଉଲ୍ଲେଖ  ତାହାଉ ଯେ , ଯେଉଁ  ସ୍ଥଳରେ  ଉପରୋକ୍ତ  ନବେଦିନ   ମଧ୍ୟରେ  ଏପରି ବ୍ୟକ୍ତି  ତରଫରୁ , ଦଫା ୫୭ – ‘କ’  ଅନୁଯାୟୀ  କୌଣସି  ଆବେଦନପତ୍ର ପ୍ରଦାନ  କରାଯାଇଥାଏ; ସେପରିସ୍ଥଳେ , ଦଫା  ୪୦ – ‘କ’ ଅନୁଯାୟୀ ଆବଶ୍ୟକ  ଋଟର୍ଣ୍ଣ, ଦଫା ୫୭ – ‘କ’ ଅନୁଯାୟୀ   କାର୍ଯ୍ୟାନୁଷ୍ଠାନର  ଚୂଡାନ୍ତ  ଫଇସଲା  ତାରିଖରୁ  ନବେଦିନ  ମଧ୍ୟରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଦାଖଲ  କରାଯିବ    ।

ସ୍ପଷ୍ଟୀକରଣ – ୧ : - ଯଦି  [କେନ୍ଦ୍ର  ସରକାର, କିମ୍ବା  ରାଜ୍ୟ  ସରକାର, କୌଣସି  ସ୍ଥାନୀୟ  ଅଧିକାରୀ , କଂପାନୀ  ଆଇନ୍ (୧/୧୯୫୬) ର  ଦଫା  ୬୧୭ ରେ  ସଂଜ୍ଞାୟୀତ  କୌଣସି  ସରକାରୀ  କଂପାନୀ  କିମ୍ବା  କୌଣସି   ଆଇନ୍ ଗତ  ସଂସ୍ଥା  ଦ୍ଵାରା ]  ଯୋଗାଇ  ଦିଆଯାଇଥିବା   ଜଳସେଚନ  ସୁବିଧା  କୌଣସି  ବ୍ୟକ୍ତିଙ୍କୁ, ଓଡିଶା  ଭୂ – ସଂସ୍କାର (ସଂଶୋଧନ) ଆଇନ୍, ୧୯୭୩ ର  ପ୍ରଚଳନ  ପରେ, ଯୋଗାଇ  ଦିଆଯାଇଥାଏ; ସେପରିସ୍ଥଳେ  ଏପରି   ପ୍ରଚଳନ  ସମୟରେ, ଶ୍ରେଣୀ  ୨, ଶ୍ରେଣୀ – ୩ କିମ୍ବା  ଶ୍ରେଣୀ – ୪ ରେ  ପଡୁଥିବା  କୌଣସି  ଜମି, ଯେଉଁ ସ୍ଥଳରେ  ଯେପରି  ପ୍ରୟୋଗନୀୟ; ସିଲିଂ ଅଂଚଳର  ଆଧିକ୍ୟତାରେ   ଏପରି ବ୍ୟକ୍ତି  ଦ୍ଵାରା  ଧାରୀତ  ଜମି, ଯାହାକି  ସେହି  ଶ୍ରେଣୀୟ  ଜମି  ପ୍ରତି  ପ୍ରୟୋଗନୀୟ  ଏବଂ  ତାହା  ଏପରି ଜଳସେଚନ  ସୁବିଧାପାଏ  ଏବଂ  ତାହା  ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଏପରି  ପ୍ରାରମ୍ଭ  ପରେ , ଧାରୀତ  ଏବଂ ଅଧିଗୃହିତ  ବୋଲି  ଧରାଯିବ   ।

ସ୍ପଷ୍ଟୀକରଣ – ୨ : - କୌଣସି  ବ୍ୟକ୍ତି  ସଂବନ୍ଧରେ  ସିଲିଂ  ଅଂଚଳ  ସ୍ଥିର  କରିବାରେ , ହିସାବ  ବାହାରେ  ରଖାଯାଉଥିବା  ଗୃହଜମି, ଓଡିଶା  ଭୂ – ସଂସ୍କାର ( ସଂଶୋଧନ ) ଆଇନ୍  ୧୯୭୩  [ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩) ର ପ୍ରଚଳନ  ପରେ, ଗୃହ  ଜମି  ଭାବେ  ବ୍ୟବହାରରୁ  ରହିତ   ହୁଏ, ସେହି ତାରିଖରୁ  ତାଙ୍କ  ଦ୍ଵାରା   ଅଧିଗୃହୀତ  ଏବଂ  ଧାରୀତ  ବୋଲି  ଧରାଯିବ, ଯେବେ  ଏପରି ଜମି, ଗୃହ  ଜମିଭାବେ   ବ୍ୟବହୃତ  ହେବାରୁ  ରହିତ  ହୋଇଛି  । ]

ସ୍ପଷ୍ଟୀକରଣ - ୩ : - ଯେଉଁ  ସ୍ଥଳରେ, ସେତେବେଳେ  ବଳବତ୍ତର   ଥିବା  କୌଣସି  ଆଇନ୍  ଅନୁଯାୟୀ, କୌଣସି  ସ୍ଥାନୀୟ  ଅଞ୍ଚଳରେ   ଖତିୟାନ  ପ୍ରସ୍ତୁତି, ଦଫା  ୪୦ – ‘କ’  କିମ୍ବା  ୪୦ – ‘ଖ’  ଅନୁଯାୟୀ  ବ୍ୟବସ୍ଥାୟୀତ  ତମାଦି  ସମୟ  ମଧ୍ୟରେ  ସ୍ଥିତ  ନଥାଏ   ଏବଂ  ଏପରି   ଅଞ୍ଚଳରେ  ଥିବା  ଜମି  ସଂବନ୍ଧରେ , ଖତିୟାନ  ଓଡିଶା  ସର୍ବକ୍ଷେଣ ଏବଂ  ବନ୍ଦୋବସ୍ତ   ଆଇନ୍  ୩/୧୯୫୮ ଅନୁଯାୟୀ , ଉକ୍ତ  ତମାଦି  ସମୟର  ସମାପ୍ତି  ପରେ  ପ୍ରସ୍ତୁତ  ଏବଂ  ପ୍ରକାଶନ  କରାଯାଏ  ଏବଂ  ଏପରି ପ୍ରସ୍ତୁତ  ଖତିୟାନରେ  କୌଣସି  ବ୍ୟକ୍ତିଙ୍କୁ  କୌଣସି  ଜମିର  ଧାରଣକାରୀଭାବେ  ନଥିଭୁକ୍ତ  କରାଯାଇଥାଏ ; ସେପରିସ୍ଥଳେ  ସେ ,ଏହି ଦଫା  ଉଦ୍ଦେଶ୍ୟରେ , ଓଡିଶା   ଭୂ – ସଂସ୍କାର  (ସଂଶୋଧନ) ଆଇନ୍  ୧୯୭୩ (ରାଷ୍ଟ୍ରପତିଙ୍କ ଆଇନ୍ ୧୭/୧୯୭୩ ) ର  ପ୍ରଚାଳନ  ପରେ  ଏପରି  ଧାରଣ  କରିଛନ୍ତି  ବୋଲି  ଧରାଯିବ  ଏବଂ  ଦଫା ୪୦ – ‘କ’  ଅନୁଯାୟୀ  ଦାଖଲ  କରାଯିବାକୁ ଥିବା  ଋଟର୍ଣ୍ଣ   ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍  ୧୯୮୯ର  ପ୍ରଚଳନ  ତାରିଖରୁ  ନିବେଦନ ମଧ୍ୟରେ; କିମ୍ବା  ଖତିୟାନର  ଚୁଡାନ୍ତ  ପ୍ରକାଶନ  ତାରିଖରୁ , ନବେଦିନ  ମଧ୍ୟରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ନିକଟରେ  ଦାଖଲ  କରାଯିବ, ତନ୍ମଧ୍ୟରୁ  ଯେଉଁଟି  ପରେ  ହୋଇଥାଏ   ।

ଆଧାର – ଲସ ହାଉସ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate