୧. ସଂକ୍ଷିପ୍ତ ଆଖ୍ୟା , ପରିସର ଏବଂ ପ୍ରାରମ୍ଭ : - (୧) ଏହି ଆଇନ୍ କୁ ଓଡିଶା ରାଜସ୍ୱ ପରିଷଦ ଆଇନ୍ , ୧୯୫୧ ବୋଲି କୁହାଯିବ ।
(୨) ଏହା ସମଗ୍ର ଓଡିଶା ରାଜ୍ୟ ପ୍ରତି ପରିବର୍ଦ୍ଧିତ ହେବ ।
(୩) ଏହା ଏପରି ତାରିଖରୁ ବଳବତ୍ତର ହେବ , ଯେପରି ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା ଧାର୍ଯ୍ୟ କରିପାରନ୍ତି ।
[ଟିପ୍ପଣୀ : - ସାଧାରଣ ଧାରା ଆଇନ୍ , ୧୮୯୭ର ଦଫା ୩ର ଉପ – ଦଫା (୧୩) ଦର୍ଶାଏ ଯେ , କୌଣସି ଦିନ କାର୍ଯ୍ୟାଳୟ ଗେଜେଟ୍ ରେ , କୌଣସି ଆଇନ୍ ପ୍ରକାଶନ କରାଯାଇପାରେ , ମାତ୍ର ତାହା ସେହି ଦିନ ବଳବତର ହୋଇନପାରେ - ଉକ୍ତ ଆଇନ୍ ର ଦଫା ୨୫ ଏହା ସୃଷ୍ଟ କରେ ଯେ , କାର୍ଯ୍ୟକାରୀ ହେବା ନିମନ୍ତେ ଆଇନ୍ ର ଦୁଇଟି ବାଟ ଅଛି ; ଗୋଟିଏ ବାଟ ହେଉଛି ଯେ , ଆଇନ୍ ରେ ଏହା ଉଲ୍ଲେଖ କରାଯାଉଛି ଯେ , ଏହା ଅକୌଣସି ନିର୍ଦିଷ୍ଟ ତାରିଖରେ କାର୍ଯ୍ୟକାରୀ ହେବ ଯଦି ତାହା ଆଇନ୍ ରେ ବ୍ୟବସ୍ଥାୟୀତ ହୋଇନଥାଏ , ସେତେବେଳେ ଆଇନ୍ କାର୍ଯ୍ୟକାରୀ ହୁଏ , ଯେତେବେଳେ ଭାରତର ରାଷ୍ଟ୍ରପତିଙ୍କ ସମ୍ମତି ପ୍ରତି ପ୍ରାପ୍ତ ହୁଏ ।]
ଯେହେତୁ ଓଡିଶା ରାଜ୍ୟରେ ଏକ ରାଜସ୍ଵବୋର୍ଡ ଗଠନ କରିବା ଆବଶ୍ୟକ ଏବଂ ତାହା ଏତତ୍ ପରେ ଉଲ୍ଲେଖିତ ଅନୁଯାୟୀ କରାଯିବ ;
ଏହା ଏତତ୍ ଦ୍ଵାରା ନିମ୍ନ ପ୍ରକାରେ ଆଇନ୍ ର ପରିଣତ କରାଯାଇଛି : -
ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ : - (୧) ଓଡିଶା ପ୍ରଦେଶର ଗଠନ ପରେ , ରାଜସ୍ୱ ବୋର୍ଡର କାର୍ଯ୍ୟ ନିମନ୍ତେ ଜେନ ରାଜସ୍ୱ କମିଶନରଙ୍କୁ ନିଯୁକ୍ତି କରାଯାଇଥିଲା । ସେ ରାଜ୍ୟ ଗୁଡିକର ମିଶ୍ରଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସଂପାଦନ କରୁ ନଥିଲେ , ଯେତେବେଳେ ଏହା ଦେଖିଲା ଯେ , ପ୍ରଦେଶଟି ଏତେ ବୃହତ୍ ହୋଇଛି ଯେ ,କେବଳ ଜଣେ ରାଜସ୍ୱ କମିଶନରଙ୍କ ଦ୍ଵାରା ଏହା ପରିଚାଳିତ ହୋଇପାରିବ ନାହିଂ । ତେଣୁ ଉତ୍ତର ଡିଭିଜନର କମିଶନରଙ୍କ ପଦବୀ ସୃଷ୍ଟି କରାଗଲା ଏବଂ ତାଙ୍କୁ ତାଙ୍କ ଦାୟିତ୍ଵ ସଂବନ୍ଧରେ , ରାଜସ୍ୱ ପରିଷଦର କ୍ଷମତା ପ୍ରଦାନ କରାଗଲା । ରାଜସ୍ୱ ବୋର୍ଡ ଭାବେ ଦୁଇଜଣ ସ୍ଵାଧୀନ ଉଚ୍ଚକର୍ମଚାରୀଙ୍କ କାର୍ଯ୍ୟ ଅତି ସନ୍ତୋଷଜନକ ନଥିଲା ଏବଂ ସମଗ୍ର ଓଡିଶା ରାଜ୍ୟ ନିମନ୍ତେ ଏକ ରାଜସ୍ୱ ବୋର୍ଡର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏଣୁ ଏହି ବିଲ୍ ତିନିଜଣ ସଦସ୍ୟଙ୍କ ସହିତ ଏକ ରାଜସ୍ୱ ବୋର୍ଡ ସୃଷ୍ଟି କରିବା ନିମନ୍ତେ ଉଦ୍ଦେଶିତ । ବୋର୍ଡର ସୃଷ୍ଟି କିମ୍ବା ଗଠନ ସହିତ , ରାଜସ୍ୱ କମିଶନର ଉତ୍ତର ଡିଭିଜନ ଏବଂ କମିଶନର , ଅବକାରୀ , ଉଚ୍ଛେଦ ହେବ ଏବଂ ସେମାନଙ୍କର କାର୍ଯ୍ୟ , ବୋର୍ଡ ଦ୍ଵାରା ଗ୍ରହଣ କରାଯିବ । ଖାଦ୍ୟ କମିଶନରଙ୍କ କାର୍ଯ୍ୟ , ବୋର୍ଡର ଜଣେ ସଦସ୍ୟଙ୍କ ଦ୍ଵାରା ସଂପାଦନ କରାଯିବ । ଖାଦ୍ୟ କମିଶନରଙ୍କ ପଦବୀ ପୂରଣ କରାଯିବ ନାହିଂ ।
(୨)ବୋର୍ଡର ସୃଷ୍ଟି , ସୁବିଧାଜନକ ଭାବେ ପ୍ରଶଂସିତ ହେବ , ଯେହେତୁ ଏହା ଜିଲ୍ଲା କାର୍ଯ୍ୟାଳୟ ଏବଂ ସରକାରଙ୍କ ମଧ୍ୟରେ ଉଲ୍ଲେଖ ସ୍ତର ଗୁଡିକୁ ହ୍ରାସ କରିବ । ଏହା ପରେ ପରେ , ବୋର୍ଡ , ସରକାରଙ୍କଠାରୁ ଆଦେଶ ଗ୍ରହଣ କରିବ ଏବଂ ସେଗୁଡିକୁ ଜିଲ୍ଲା ଉଚ୍ଚକର୍ମଚାରୀମାନଙ୍କୁ ସୂଚୀତ କରିବ । ଏହା କାର୍ଯ୍ୟରେ ଦ୍ରୁତତାକୁ ନିଶ୍ଚିତ କରିବ ଏବଂ ଖର୍ଚ୍ଚ କାଟ କରିବ , ଯେହେତୁ ଚାରୋଟି କାର୍ଯ୍ୟାଳୟ , ଯଥା , ଅବକାରୀ ରାଜସ୍ୱ ବୋର୍ଡ କମିଶନର ଏବଂ ସରକାଙ୍କ ରାଜସ୍ୱ ବିଭାଗର କାର୍ଯ୍ୟର ଏକତ୍ରୀକରଣ ଘଟିବ ।]
[୨ . ଓଡିଶା ରାଜ୍ୟ ନିମନ୍ତେ , ଏକ ରାଜସ୍ୱ ବୋର୍ଡ ଗଠିତ ହେବ (ଏତତ୍ ପରେଆ ବୋର୍ଡ ଭାବେ ଉଲ୍ଲେଖିତ ) ଯେଉଁଥିରେ ଜଣେ ମାତ୍ର ସଦସ୍ୟ ରହିବେ , ଯେକି ବିଜ୍ଞପ୍ତି ଦ୍ଵାରା ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ହେବେ ;
ଉଲ୍ଲେଖ ଥାଉ ଯେ , ଯେତେବେଳେ ସଦସ୍ୟ ଅନୁପସ୍ଥିତି କାରଣ ଯୋଗୁ କିମ୍ବା ଅନ୍ୟଥା ତାଙ୍କ କାର୍ଯ୍ୟାଳୟର କର୍ତ୍ତବ୍ୟ ସଂପାଦନ ନିମନ୍ତେ ଅକ୍ଷମ ହୁଅନ୍ତି ; ସେପରିସ୍ଥଳେ ରାଜ୍ୟସରକାର ସେହି ସମୟ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିପାରନ୍ତି , ଯେକି ବୋର୍ଡର ସଦସ୍ୟ ହେବେ ।
ଟିପ୍ପଣୀ : - ଆଇନ୍ ସଂଖ୍ୟା ୧୮/୧୯୫୭ ଦ୍ଵାରା , ଦଫା ୨କୁ ପ୍ରତିବଦଳ କିମ୍ବା ପରିବର୍ତ୍ତନ କରାଯାଇଛି ।
୩ . ପୂର୍ବୋକ୍ତ ବୋର୍ଡ ନିମନ୍ତେ , ଉଲ୍ଲେଖର ବ୍ୟାଖ୍ୟା : - ନିମ୍ନଙ୍କ ପ୍ରତି କୌଣସି ଆଇନ୍ ଅନୁଯାୟୀ ନିର୍ଗମିତ , ପ୍ରଣୀତ କିମ୍ବା ଧାର୍ଯ୍ୟ କୌଣସି ଆଇନ୍ କିମ୍ବା କୌଣସି ବିଜ୍ଞପ୍ତି , ଆଦେଶ ଯୋଜନା , ନିୟମ , ଫର୍ମ କିମ୍ବା ଉପ – ନିୟମର ସମସ୍ତ ଉଲ୍ଲେଖ : -
(କ) ଭାରତ ସରକାରଙ୍କ (ଓଡିଶା ଗଠନ) ଆଦେଶ , ୧୯୩୬ ଅନୁଯାୟୀ , ଧାର୍ଯ୍ୟ ରାଜସ୍ୱ କମିଶନର : କିମ୍ବା
(ଖ) ବିହାର , ଓଡିଶା ଏବଂ ମାଡ୍ରାସ ପ୍ରଦେଶର ରାଜସ୍ଵବୋର୍ଡ ଏବଂ ଅନ୍ୟାନ୍ୟ ଅଧିକାରୀ , ଯେଉଁମାନଙ୍କର କାର୍ଯ୍ୟ , ଓଡିଶା ସରକାରଙ୍କ ବିଜ୍ଞପ୍ତି ସଂଖ୍ୟା ୨୨, ତା .୧.୪.୧୯୬୩ ଦ୍ଵାରା ରାଜସ୍ୱ କମିଶନର ଓଡ଼ିଶାକୁ ନ୍ୟସ୍ତ କରାଯାଇଛି ; କିମ୍ବା
(ଗ) କମିଶନର , ଯେପରି ‘ ରାଜ୍ୟ ପ୍ରଶାସନ ଆଦେଶ, ୧୯୪୮ ’ ରେ ସଂଜ୍ଞାୟୀତ ; କିମ୍ବା
(ଘ) ମୟୁରଭଞ୍ଜ ରାଜ୍ୟ ପ୍ରଶାସନ ଆଦେଶ , ୧୯୪୯ ଅନୁଯାୟୀ , ରାଜସ୍ୱ କମିଶନର ; କିମ୍ବା
(ଙ) ୧୯୫୧ ମସିହା ଅଗଷ୍ଟ ୧ ତାରିଖ ପରେ , ଗଠିତ ରାଜସ୍ୱ ବୋର୍ଡ ଯାହାକି ଓଡିଶା ରାଜସ୍ଵବୋର୍ଡ (ସଂଶୋଧନ) ଆଇନ୍ , ୧୯୫୭ ର ପ୍ରଚଳନ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ; ]
[ଏହି ଆଇନ୍ ଅନୁଯାୟୀ କିମ୍ବା ଦ୍ଵାରା ଗଠିତ ବୋର୍ଡ ପ୍ରତି ଉଲ୍ଲେଖ ବୋଲି ବ୍ୟାଖ୍ୟା କରାଯିବ , ଯେପରି ଭାବେ ଓଡିଶା ଏବଂ ରାଜସ୍ୱ ବୋର୍ଡ (ସଂଶୋଧନ) ଆଇନ୍ ୧୮. ୧୯୫୭ ଦ୍ଵାରା ସଂଶୋଧିତ ।
ଟିପ୍ପଣୀ : - ଆଇନ୍ ଗତ ପରିବର୍ତ୍ତନ : - (୧) ଧାରା (ଘ) ଶେଷରେ ଶବ୍ଦ ‘ କିମ୍ବା ’ କୁ , ଆଇନ୍ ସଂଖ୍ୟା ୧୮.୧୯୫୭ ଦ୍ଵାରା ସଂଯୋଗ କରାଯାଇଛି ।
(୨) ଧାରା (ଘ) ପରେ , ଧାରା (ଙ) କୁ ସଂଯୋଗ କରାଯାଇଛି ।
(୩) ବାନ୍ଧିନୀରେ ଥିବା ଶବ୍ଦାବଳୀ , ଯଥା : - ଏହି ଆଇନ୍ ଅନୁଯାୟୀ କିମ୍ବା ଦ୍ଵାରା ଗଠିତ ବୋର୍ଡ , ଯେପରି ଓଡିଶା ରାଜସ୍ୱ ବୋର୍ଡ (ସଂଶୋଧନ) ଆଇନ୍ , ୧୯୫୭ ଦ୍ଵାରା ସଂଶୋଧିତ ପ୍ରତି , ଉଲ୍ଲେଖ ଭାବେ ବ୍ୟାଖ୍ୟା କରାଯିବ , ତାହା ଆଇନ୍ ସଂଖ୍ୟା ୧୮.୧୯୫୭ର ଦଫା ୩ ଦ୍ଵାରା ପରିବର୍ତ୍ତିତ ।
[୪ . ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନରେ , ବୋର୍ଡର କର୍ତ୍ତବ୍ୟ , ନିମ୍ନ ପ୍ରକାର ହେବ : -
(କ) ରାଜସ୍ୱ ଡିଭିଜନାଲ୍ କମିଶନରମାନଙ୍କ ପ୍ରଶାସନିକ କାର୍ଯ୍ୟର ତତ୍ତ୍ଵାବଧନା , ଯେପରି ଭାବେ ଓଡିଶା ରାଜସ୍ୱ ଡିଭିଜନାଲ୍ କମିଶନର ଆଇନ୍ ସଂଖ୍ୟା ୧୯.୧୯୫୭ ଅନୁଯାୟୀ ନିଯୁକ୍ତ ଏବଂ ଜିଲ୍ଲାରେ କଲେକ୍ଟର ଏବଂ ରାଜସ୍ୱ ଅଧିକାରୀମାନଙ୍କର ଏବଂ ତାହା ଏପରି ରାଜସ୍ୱ ବିଷୟଗୁଡିକ ସଂବନ୍ଧରେ , ଯେପରି ଧାର୍ଯ୍ୟ କରାଯାଇପାରେ ;
(ଖ) ରାଜ୍ୟ ସରକାରଙ୍କୁ ଏପରି ସମସ୍ତ ପ୍ରସ୍ତାବର ସୁପାରିସ୍ , ଯେପରି ବୋର୍ଡ ମତରେ ଧାରା (କ) ରେ ଉଲ୍ଲେଖିତ ବିଷୟ ଗୁଡିକ ସଂବନ୍ଧରେ , ରାଜ୍ୟର ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ଉଦ୍ଦେଶିତ ;
(ଗ) ରାଜ୍ୟରେ ସେତେବେଳେ ବଳବତ୍ତର ଥିବା ଆଇନ୍ ଅନୁଯାୟୀ , ରାଜସ୍ୱ - ପ୍ରଦାନକାରୀ ଏବଂ ରାଜସ୍ୱ ମୁକ୍ତ ଜମି କିମ୍ବା ସଂପତ୍ତିକୁ ରାଜସ୍ଵର ଆଦାୟକୁ ତତ୍ତ୍ଵାବଧାନ ଏବଂ ନିୟନ୍ତ୍ରଣ କରିବା ;
(ଘ) ଭୂ – ସଂସ୍କାରର ସମସ୍ତ ପଦକ୍ଷେପକୁ ତତ୍ତ୍ଵାବଧାନ ଏବଂ ନିୟନ୍ତ୍ରଣ କରିବା ; ଉଲ୍ଲେଖଥାଉ ଯେ , ରାଜ୍ୟ ସରକାର , ବୋର୍ଡ ପ୍ରତି ଏପରି ଅନ୍ୟାନ୍ୟ କର୍ତ୍ତବ୍ୟ ଏବଂ କାର୍ଯ୍ୟ ନ୍ୟସ୍ତ କରିପାରନ୍ତି , ଯେପରି ସେମାନେ ଉଚିତ୍ ମନେ କରନ୍ତି ।
[x x x]
୫.[xxx]
୬.[xxx]
ଟିପ୍ପଣୀ : - (୧) ଆଇନ୍ ସଂଖ୍ୟା ୧୮.୧୯୫୭ ର ଦଫା ୪ ଅନୁଯାୟୀ କିମ୍ବା ଦ୍ଵାରା , ଦଫା ୪କୁ ପରିବର୍ତ୍ତନ କରାଯାଇଛି ।
(୨) ଆଇନ୍ ସଂଖ୍ୟା ୨୦.୧୯୫୯ର ଦଫା ୨ ଦ୍ଵାରା , ଦଫା ୪ ପ୍ରତି ପ୍ରତିବନ୍ଧକୁ ବାଦ୍ ଦିଆଯାଇଛି ।
(୩) ଆଇନ୍ ସଂଖ୍ୟା ୧୮.୧୯୫୭ ର ଦଫା ୫ ଦ୍ଵାରା , ଦଫା ୫ ଏବଂ ୬କୁ ବାଦ୍ ଦିଆଯାଇଛି ।
୭ . କୌଣସି ଆଦେଶର ପୁନଃ ବିଚାର କରିବାରେ ବୋର୍ଡର କ୍ଷମତା : - (୧) ଅନୁଯାୟୀ ପ୍ରଦତ୍ତ ପ୍ରତ୍ୟକ ଆବେଦନପତ୍ର , ଏପରି ଆଦେଶ ତାରିଖରୁ , ତିନିମାସ ମଧ୍ୟରେ , ପ୍ରଦାନ କରାଯିବ ;
ଉଲ୍ଲେଖଥାଉ ଯେ , ବୋର୍ଡ , ତାଙ୍କର ବିବେକ ଅନୁଯାୟୀ , କୌଣସି କ୍ଷେତ୍ରରେ ଏପରି ସମୟକୁ ପରିବର୍ଦ୍ଧନ କରି ପାରନ୍ତି , ଯଦି ସେପରି କରିବା ନିମନ୍ତେ ଯଥେଷ୍ଟ କାରଣ ଦର୍ଶାଯାଏ ।
(୧) ଓଡିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ୍ କିମ୍ବା ଓଡିଶା ଜମି ଜବରଦଖଲ ନିରୋଧ ଆଇନ୍ , ୧୯୭୨ (ଯେପରି ଭାବେ ୧୯୮୨ରେ ସଂଶୋଧିତ) ଅନୁଯାୟୀ , ରାଜସ୍ଵବୋର୍ଡ ଦ୍ଵାରା ମନକୁ ମନ ଦ୍ଵିତୀୟ ରିଭିଜନ୍ , ରାଜସ୍ୱ ବିଭାଗ ପତ୍ର ସଂଖ୍ୟା ଜିଇ (ଜିଏଲ)- ୬୦/୮୪ – (ପିଟି) ୧୧୫୦ . ତା . ୧୬.୨.୮୪ ରେ , ସରକାରଙ୍କ ଦ୍ଵାରା ସ୍ପଷ୍ଟ କରାଯାଉଥିବା ନୀତି ଦୃଷ୍ଟିରୁ କରାଯାଇପାରିବ ନାହିଂ – (୧୯୮୪(୧) ଓଏଲ୍ ଆର୍ (ବିଓଆର୍) – ୧୮ ।
(୨) ଏହି ବିଷୟ ଉପରେ , ରାଜସ୍ୱ ବୋର୍ଡର ସର୍କୁଲାର ମେମୋ ସଂଖ୍ୟା ୬୪୩୩ ତା.୧୦.୯.୭୯ ଯେ , ଆଇ. ଏଲ୍. ଆର୍ . (୧୯୭୩)୩ କଟକ – ୩୩୪ – ଏଆଇଆର ୧୯୭୮ ଏନ୍ ଓସି – ୮୬ରେ , ଉଲ୍ଲେଖିତ ନୀତିର ବିରୁଦ୍ଧରେ ଯେତେବେଳେ ଜମି ବିତରଣ କରାଯାଇଥାଏ , ସେପରିସ୍ଥଳେ ମୋକଦ୍ଦମାକୁ ପୁନଃ ଉନ୍ମୋଚନ କରାଯାଇପାରିବ ନାହିଂ ଏବଂ ସେମାନଙ୍କ କାର୍ଯ୍ୟ ସଂପାଦନରେ , ଏହି ଆଇନ୍ ଅନୁଯାୟୀ , ଆଇନ୍ ସମ୍ମତ ଅଧିକାରୀଙ୍କ ଉପରେ , ତାହା ବାଧ୍ୟତା ମୂଳକ ନୁହେଁ – (୧୯୫୮(୧) ଓ. ଏଲ୍. ଆର୍ – ୪୫୭ ; ଏ. ଆଇ. ଆର୍ ୧୯୮୮ ଓଡିଶା – ୨୦ ) ।
(୩) ଓଡିଶା ସର୍ବକ୍ଷେଣ ଏବଂ ବନ୍ଦୋବସ୍ତ ଆଇନ୍ ର ଦଫା ୧୫ (୬)ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶର ପୁନଃ ବିଚାର ନିମନ୍ତେ ଆବେଦନପତ୍ର – ପୁନଃ ବିଚାର କ୍ଷମତା ବିସ୍ତାରିତ ଏବଂ ଅଣ – କଟକଣିତ ଅଟେ – ଯଦିଓ ୧୯୫୮ ର ଆଇନ୍ , ୧୯୫୧ ଆଇନ୍ ରେ ପୁନଃ ବିଚାର ନିମନ୍ତେ କୌଣସି ପରିସର ବ୍ୟବସ୍ଥାୟୀତ କରିନଥାଏ , ପୁନଃ ବିଚାର କ୍ଷମତା ଥାଏ – ପୁନଃ ବିଚାରର ଆବେଦନପତ୍ର ଗ୍ରହଣ ନିମନ୍ତେ ରାଜସ୍ୱ ବୋର୍ଡର ପ୍ରତ୍ୟାଖ୍ୟାନ , କରଟୁତ୍ଵ ବାହାରେ ଅଟେ – (୪୦(୧୯୭୪) ସି. ଏଲ୍.ଟି – ୯୧୭ ; ଆଇ .ଏଲ୍ .ଆର୍ (୧୯୭୪) କଟକ – ୬୨୮ ) ।
୮ . ବୋର୍ଡର ପ୍ରଶାସନିକ କାର୍ଯ୍ୟ : - (୧) ଏହାର ଅପିଲୀୟ କିମ୍ବା ରିଭିଜନୀୟ କର୍ତ୍ତୁତ୍ଵର ନିୟନ୍ତ୍ରଣାଧିନରେ , ସେହି ସମୟ ନିମନ୍ତେ , ସମସ୍ତ ନ୍ୟାୟାଳୟ ଉପରେ , ବୋର୍ଡର ତତ୍ତ୍ଵାବଧାନ କ୍ଷମତା ରହିବା ଏବଂ ସେ (ବୋର୍ଡ) ନିମ୍ନଲିଖିତ ଯେ କୌଣସି ବିଷୟ କରିପାରେ : -
(କ) ରିଟର୍ଣ୍ଣ ଆହ୍ଵାନ କରିପାରେ ;
(ଖ) ଏପରି ନ୍ୟାୟାଳୟ ଗୁଡିକର ଅଭ୍ୟାସ ଏବଂ ପଦ୍ଧତିକୁ ନିୟନ୍ତ୍ରଣ କରିବା ନିମନ୍ତେ , ସାଧାରଣ ନିୟମାବଳୀ ପ୍ରସ୍ତୁତ କରି , ନିର୍ଗମ କରିପାରନ୍ତି ଏବଂ ଫର୍ମ ଧାର୍ଯ୍ୟ କରିପାରନ୍ତି ;
(ଗ) ଏପରି କୌଣସି ନ୍ୟାୟାଳୟର ଉଚ୍ଚକର୍ମଚାରୀଙ୍କ ଦ୍ଵାରା , ରଖାଯିବାକୁ ଥିବା ପୁସ୍ତକ , ଅନ୍ତର୍ଭୁକ୍ତିକରଣ ଏବଂ ହିସାବ ନିମନ୍ତେ ଫର୍ମ ଧାର୍ଯ୍ୟ କରିପାରନ୍ତି ; ଏବଂ
(ଘ) ଆଟର୍ଣ୍ଣି ଏବଂ ନ୍ୟାୟାଳୟର ସମସ୍ତ କିରାଣୀ ଏବଂ ଉଚ୍ଚକର୍ମଚାରୀଙ୍କ ନିମନ୍ତେ ଅନୁମୋଦିତ ଶୁଳ୍କ ଟେବୁଲ୍ ସ୍ଥିର କରିପାରନ୍ତି ; ସ୍ଥିର କରିପାରନ୍ତି ;
ଉଲ୍ଲେଖଥାଉ ଯେ , ଏପରି ନିୟମାବଳୀ , ଫର୍ମ ଏବଂ ଟେବୁଲ୍ , ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ର ବ୍ୟବସ୍ଥା ସହିତ ଅସାମଞ୍ଜସ୍ୟ ହୋଇନଥିବ , ଯାହାକି ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦିତ ଆବଶ୍ୟକ କରିବ ।
(୨)କୌଣସି ନିମ୍ନ ନ୍ୟାୟାଳୟର କୌଣସି ରାଏକୁ ପ୍ରଶ୍ନାୟୀତ କରିବା ନିମନ୍ତେ , ଏହି ଦଫାର କୌଣସି ବ୍ୟବସ୍ଥା ବୋର୍ଡକୁ କର୍ତ୍ତୁତ୍ଵ ପ୍ରଦାନ କରେ ବୋଲି ଆଖ୍ୟା କରାଯିବ ନାହିଂ , ଯାହାକି ଅନ୍ୟଥା ଭାବେ , ଅପିଲ୍ କିମ୍ବା ରିଭିଜନ୍ ର ନିୟନ୍ତ୍ରଣାଧିନ ଅଟେ ।
(୩) ରାଜ୍ୟ ସରକାର ସେହି ସ୍ଥାନ ଧାର୍ଯ୍ୟ କରିବା ନିମନ୍ତେ ଦକ୍ଷ ଅଟନ୍ତି , ଯେଉଁଠି ବୋର୍ଡ [xxx] ସମୟାନୁକ୍ରମେ , ଯେତେବେଳେ ସର୍କିଟ କାର୍ଯ୍ୟରେ ନିଯୁକ୍ତ ନଥାଆନ୍ତି , ସାଧାରଣଭାବେ ତାଙ୍କର ବୈଠକ ଅନୁଷ୍ଠିତ କରିପାରିବେ ;
ଉଲ୍ଲେଖଥାଉ ଯେ , ରାଜ୍ୟ ସରକାର , ସମୟାନୁକ୍ରମେ ବୋର୍ଡର [x x x] ଏପରି ବୈଠକ ସ୍ଥାନକୁ ପରିବର୍ତ୍ତନ କରିପାରନ୍ତି , ଯେପରି ସମୟାନୁକ୍ରମେ , ସେମାନେ ଆବଶ୍ୟକ ବୋଲି ମନେ କରନ୍ତି ।
ଟିପ୍ପଣୀ : - ଆଇନ୍ ସଂଖ୍ୟା ୧୮ , ୧୯୫୭ , ଦଫା ୬ ଦ୍ଵାରା ଶବ୍ଦାବଳୀ ‘ କିମ୍ବା ତା’ର କୌଣସି ସଦସ୍ୟ , ଯାହାକି ଉପ – ଦଫା (୩) ରେ , ଶବ୍ଦ ‘ ବୋର୍ଡ ’ ପରେ ଉଲ୍ଲେଖିତ ଏବଂ ପ୍ରତିବନ୍ଧରେ , ସେଗୁଡିକୁ ବାଦ୍ ଦିଆଯାଇଛି ।
୯ . ରଦ୍ଦିକରଣ ଏବଂ ସଂରକ୍ଷଣ : - (୧) ସୂଚୀରେ ଧାର୍ଯ୍ୟ ଆଇନ୍ ଗୁଡିକୁ , ସେହି ପରିମାଣରେ ଏତତ୍ ଦ୍ଵାରା ରଦ୍ଦିକୃତ ଅକରାଯାଇଛି , ଯାହାକି ସେଥିରୁ ଚତୁର୍ଥ ସ୍ତମ୍ଭରେ ଉଲ୍ଲେଖିତ ।
(୨) ଉକ୍ତ ଆଇନ୍ ଗୁଡିକ ଅନୁଯାୟୀ କରାଯାଇଥିବା କୌଣସି କାର୍ଯ୍ୟ , ପ୍ରଦାନ କରାଯାଇଥିବା ଆଦେଶ , କରାଯାଇଥିବା ନିଯୁକ୍ତି ଏବଂ ଯାହାକି ଆଇନ୍ ର ଠିକ୍ ପ୍ରଚଳନ ପୂର୍ବରୁ ବଳବତ୍ତର ଥାଏ (ଯେପରି ଓଡିଶା ରାଜସ୍ୱ ବୋର୍ଡ (ସଂଶୋଧନ) ଆଇନ୍ , ୧୮/୧୯୫୦ ଦ୍ଵାରା ସଂଶୋଧିତ), ତାହା ସେହିପରି ବଳବତ୍ତର ରହିବ ଏବଂ ଏହି ଆଇନ୍ ର ବ୍ୟବସ୍ଥାବଳୀର ସମନ୍ଵୟରେ କରାଯାଇଛି , ପ୍ରଦାନ କରାଯାଇଛି କିମ୍ବା ପ୍ରଣୟନ କରାଯାଇଛି ବୋଲି ଧରାଯିବ ।
ଟିପ୍ପଣୀ : - ବନ୍ଧନୀରେ ଥିବା ଶବ୍ଦାବଳୀ ଯଥା : - ‘‘ ଓଡିଶା ରାଜସ୍ୱ ବୋର୍ଡ (ସଂଶୋଧନ) ଆଇନ୍ ୧୮/୧୯୫୭ ଦ୍ଵାରା ଯେପରି ସଂଶୋଧିତ ’’ ଯାହାକି ଦଫା ୯ର ଉପଦଫା (୨) ରେ ଉଲ୍ଲେଖିତ ; ତାହା ଆଇନ୍ ସଂଖ୍ୟା ୧୮.୧୯୫୭ ର ଦଫା ୭ ଦ୍ଵାରା ସଂଯୋଗ କରାଯାଇଛି ।
ବିହାର ଏବଂ ଓଡିଶା ସର୍ବସାଧାରଣ ଦାବୀ ଉଦ୍ଧାର ଆଇନ୍ ଅନୁଯାୟୀ କଲେକ୍ଟରଙ୍କ ଅପିଲ୍ ଆଦେଶ ବିରୁଦ୍ଧରେ , ରିଭିଜନ୍ କ୍ଷମତା ରାଜସ୍ୱ ବୋର୍ଡ ଉପରେ ନ୍ୟସ୍ତ ଅଟେ , ଏବଂ କମିଶନରଙ୍କ ଉପରେ ନୁହେଁ - (ଏ . ଆଇ. ଆର୍ . ୧୯୬୬ ଓଡିଶା - ୧୨୪ ) ।
୧୦ . ବୋର୍ଡର କର୍ତ୍ତୃତ୍ଵ : - ଦଫା ୨ ଅନୁଯାୟୀ ଗଠିତ ଓଡିଶା ରାଜସ୍ବବୋର୍ଡ , ଓଡିଶା ରାଜ୍ୟରେ ସେହି ସମୟରେ ଅନ୍ତର୍ଭୁକ୍ତ ସେହି ସମସ୍ତ ଅଂଚଳ ସଂବନ୍ଧରେ , ଏପରି ସମସ୍ତ ମୂଳ , ଅପିଲିୟ ଏବଂ ଅନ୍ୟ କର୍ତ୍ତୃତ୍ଵ ରହିବ , ଯେପରିକି ଏହି ଆଇନ୍ ର ଠିକ୍ ପ୍ରଚଳନ ତାରିଖ ପୂର୍ବରୁ ବଳବତ୍ତର ଥିବା ଆଇନ୍ ଅନୁଯାୟୀ (ଯେପରି ଓଡିଶା ରାଜସ୍ଵବୋର୍ଡ ) (ସଂଶୋଧନ) ଆଇନ୍ ୧୮/୧୯୫୭) ଅନୁଯାୟୀ ସଂଶୋଧିତ ; ତାହା ଉକ୍ତ ଅଂଚଳ କିମ୍ବା ତା’ର କୌଣସି ଅଂଶ ନିମନ୍ତେ ରାଜସ୍ୱ କମିଶନର , ଓଡିଶା ଏବଂ କମିଶନର , ଉତ୍ତର ଡିଭିଜନ୍ ଙ୍କ ଦ୍ଵାରା ପରିଚାଳନୀୟ ହେବ , ଯେକି ରାଜସ୍ୱ ବୋର୍ଡ ଭାବେ କାର୍ଯ୍ୟ କରନ୍ତି ।
ଟିପ୍ପଣୀ : - ବାନ୍ଧିନୀରେ ଥିବା ଶବ୍ଦାବଳୀ , ଯଥା : - ଦଫା ୧୦ରେ ଥିବା ଯେପରି ଓଡିଶା ରାଜସ୍ଵବୋର୍ଡ (ସଂଶୋଧନ) ଆଇନ୍ ୧୮/୧୯୫୭କୁ ସଂଯୋଗ କରାଯାଇଛି ଏବଂ ଶବ୍ଦାବଳୀ , ‘ ‘ କିମ୍ବା କମିଶନର କିମ୍ବା ରାଜସ୍ୱ କମିଶନର , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ କୁ ଆଇନ୍ ସଂଖ୍ୟା ୧୮/୧୯୫୭ ର ଦଫା ୮ ଦ୍ଵାରା ବାଦ୍ ଦିଆଯାଇଛି ।
୧୧ . [xxx]
ଟିପ୍ପଣୀ : - ଆଇନ୍ ସଂଖ୍ୟା ୧୮/୧୯୫୭ର ଦଫା ୯ ଦ୍ଵାରା , ଦଫା ୧୧କୁ , ବାଦ୍ ଦିଆଯାଇଛି ।
[୧୨ . ନିୟମାବଳୀ ପ୍ରଣୟନ କରିବା କ୍ଷମତା : - (୧) ଏହି ଆଇନ୍ ର ଉଦ୍ଦେଶ୍ୟ ପରିପାଳନ କରିବା ନିମନ୍ତେ ରାଜ୍ୟ ସରକାର ନିୟମାବଳୀ ପ୍ରଣୟନ କରିପାରନ୍ତି , ଯାହାକି ଏହି ଆଇନ୍ ର ବ୍ୟବସ୍ଥାବଳୀ ସହ ଅସାମଞ୍ଜ୍ୟସ ହୋଇନଥିବେ ।
(୨) ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ନିୟମାବଳୀର ନିୟନ୍ତ୍ରଣାଧିନରେ , ବୋର୍ଡର ଅଭ୍ୟାସ ଏବଂ ପଦ୍ଧତିକୁ ନିୟନ୍ତ୍ରିତ କରିବା ନିମନ୍ତେ , ନିୟମିତକରଣ ପ୍ରସ୍ତୁତ କରିବା କ୍ଷମତା ବୋର୍ଡର ରହିବ ଏବଂ ସେହି ସମୟ ପର୍ଯ୍ୟନ୍ତ , ଯାହା ମଧ୍ୟରେ , ଉପଯୁକ୍ତ ଆଇନ୍ ରେ କୌଣସି ସ୍ପଷ୍ଟ ବ୍ୟବସ୍ଥାର ଅନୁପସ୍ଥିତିରେ , ବୋର୍ଡ ପ୍ରତି କୌଣସି ଅପିଲ୍ , ରିଭିଜନ୍ ଆବେଦନପତ୍ର ଦାଖଲ କରାଯାଇପାରେ ।]
ଟିପ୍ପଣୀ : - ଆଇନ୍ ସଂଖ୍ୟା ୧୮/୧୯୫୭ ର , ଦଫା ୧୧ ଦ୍ଵାରା , ଦଫା ୧୨କୁ ପ୍ରତିବଦଳ କିମ୍ବା ପରିବର୍ତ୍ତନ କରାଯାଇଛି ।
୧୩ . କ୍ଲେଶ କିମ୍ବା କ୍ଳିଷ୍ଟତାର ଅପସାରଣ : - ଆଇନ୍ ର ବ୍ୟବସ୍ଥାବଳୀକୁ ପ୍ରଭାବିତ କିମ୍ବା କାର୍ଯ୍ୟକାରୀ କରିବାରେ ଯଦି କୌଣସି କ୍ଲିଷ୍ଟତା ଉଦ୍ରେକ୍ ହୁଏ ; ସେପରିସ୍ଥଳେ ରାଜ୍ୟସରକାର , ଯେପରି ପରିସ୍ଥିତି ଆବଶ୍ୟକ କରେ , ଯେକୌଣସି କାର୍ଯ୍ୟ କରିପାରନ୍ତି , ଯାହାକି ଏପରି କ୍ଲିଷ୍ଟତା ଅପସାରଣ କରିବା ନିମନ୍ତେ ଆବଶ୍ୟକ ଅଟେ ।
ଟିପ୍ପଣୀ : - ଆଇନ୍ ସଂଖ୍ୟା ୧୮/୧୯୫୭ର , ଦଫା ୧୧ ଦ୍ଵାରା , ଦଫା ୧୩କୁ ସଂଯୋଗ କିମ୍ବା ଅନ୍ତର୍ଭୁକ୍ତ କରାଯାଇଛି ।
ସୂଚୀ
ରଦ୍ଧିକୃତ ଆଇନ୍
(ଦଫା ୯ ଦ୍ରଷ୍ଟବ୍ୟ)
ବର୍ଷ |
ନମ୍ବର |
ସଂକ୍ଷିପ୍ତ ଆଖ୍ୟା |
ରଦ୍ଦିକରଣର ପରିମାଣ |
୧୯୧୩ |
୧ |
ବିହାର ଏବଂ ଓଡିଶା ରାଜସ୍ୱ ବୋର୍ଡ ଆଇନ୍ ୧୯୧୩ |
ସମୁଦାୟ |
୧୮୯୪ |
୧ |
ମାଡ୍ରାସ୍ ରାଜସ୍ୱ ବୋର୍ଡ , ୧୮୯୪ |
ସମୁଦାୟ |
୧୮୦୩ |
୧ |
ମାଡ୍ରାସ୍ ରାଜସ୍ଵବୋର୍ଡ ନିୟମିତ କରଣ , ୧୮୦୩ |
ସମୁଦାୟ |
୧୯୪୮ |
୮ |
ଓଡିଶା ରାଜସ୍ୱ କମିଶନର (କାର୍ଯ୍ୟର ନିୟନ୍ତ୍ରଣ)ଆଇନ୍ ୧୯୪୮ ସମୁଦାୟ |
ସମୁଦାୟ |
aadhaara:The Law House
Last Modified : 1/18/2023