অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସମବାୟ ସମିତି ଉପବିଧି (ପରିଚାଳନା)

ସଭ୍ୟପଦ

  1. ସମବାୟ ସେବା ଆବଶ୍ୟକ କରୁଥିବା ଯେଉଁ ବ୍ୟକ୍ତି ସଭ୍ୟପଦର ଦାୟିତ୍ଵ ଗ୍ରହଣ କରିବେ ଏବଂ ସମବାୟ ସମିତିର ଉପବିଧିରେ ଉଲ୍ଲିଖିତ ସେପରି କୌଣସି ଅନ୍ୟାନ୍ୟ ସର୍ତ୍ତାବଳୀ ପୂରଣ କରିବେ ଏବଂ ଚୁକ୍ତି କରିବାକୁ ଯୋଗ୍ୟ ସେହି ବ୍ୟକ୍ତି ସଭ୍ୟରୂପେ ସମବାୟ ସମିତିରେ ପ୍ରବେଶ କରିପାରିବେ   ।
  2. କୌଣସି କୃତ୍ରିମ ଳିଙ୍ଗ ସୀମାବନ୍ଧ ବ୍ୟତୀତ ସମବାୟ ନୀତିରେ ବ୍ୟବସ୍ଥିତ ଅନୁଯାଇ ସଭ୍ୟ ପଦ ପ୍ରାପ୍ତବ୍ୟ ହେବ   ।
  3. ସଭ୍ୟପଦ ପାଇଁ ଇଚ୍ଛୁକ ସମସ୍ତ ବ୍ୟକ୍ତି ଏବଂ ବିଦ୍ୟମାନ ସଭ୍ୟମାନଙ୍କ ନିମନ୍ତେ ପ୍ରତ୍ୟେକ ସମବାୟ ସମିତି ଗୋଟିଏ ଶିକ୍ଷା ବିଷୟକ ପାଠ୍ୟକ୍ରମ ନିଯୋଜନ କରିବେ ।
  4. ନିର୍ବାଚିତ ନିର୍ଦ୍ଦେଶକମଣ୍ଡଳୀ ଅଥବା ଯେଉଁ କ୍ଷେତ୍ରରେ ନିର୍ଦ୍ଦେଶମଣ୍ଡଳୀ ନଥିବେ ସେ କ୍ଷେତ୍ରରେ ସାଧାରଣ ସଂଘ ଦ୍ଵାରା ସଭ୍ୟମାନଙ୍କୁ ପ୍ରବେଶାଧିକାର ଦିଆଯାଇପାରେ ।
  5. ସମବାୟ ସମିତିର ଉପ-ବିଧିରେ ଅନ୍ତର୍ବିଷ୍ଟ ଅଯୋଗ୍ୟତା ବ୍ୟତୀତ ନିମ୍ନଲିଖିତ ପ୍ରତିଷେଧ, ଗୋଟିଏ ସମବାୟ ସମିତିର ସଭ୍ୟପଦ ପାଇବାକୁ ଅଥବା ରଖିବାକୁ ପ୍ରଯୁଜ୍ୟ ହେବ ।
    • ଉପବିଧିରେ ଉଲ୍ଲିଖିତ , ସମବାୟ ସମିତିର ସେପରି କୌଣସି କାରବାର ସହିତ ଯେଉଁ ବ୍ୟକ୍ତିଙ୍କର କାରବାର ବିବାଦଗ୍ରସ୍ତ ଅଥବା ପ୍ରତିଯୋଗୀତା ମୂଳକ ହୋଇଥିବା ସେହି ବ୍ୟକ୍ତି ସଭ୍ୟପଦ ପାଇବାକୁ  ଅଥବା ରଖିବାକୁ ଅଯୋଗ୍ୟ ବିବେଚିତ ହେବେ   ।
    • ଉପ – ବିଧିରେ ଉଲ୍ଲିଖିତ ସର୍ବନିମ୍ନସ୍ତରରେ ସମବାୟ ସେବା ଯେଉଁ ବ୍ୟକ୍ତି ଲାଗଲାଗ ଦୁଇ ବର୍ଷ ପର୍ଯ୍ୟନ୍ତ କରିନଥିବ ସେହି ବ୍ୟକ୍ତି ସଭ୍ୟପଦ ପାଇବାକୁ  ଅଥବା ରଖିବାକୁ ଅଯୋଗ୍ୟ ବିବେଚିତ  ହେବେ ।
    • ଯେଉଁ ବ୍ୟକ୍ତି ସମବାୟ ସମିତିର ଲାଗଲାଗ ତିନୋଟି ସାଧାରଣ ବୈଠକରେ  ଯୋଗ ଦେଇ ନଥିବେ ସେହି ବ୍ୟକ୍ତି ସଭାପତି ପଦପାଇବାକୁ ଅଥବା ରଖିବାକୁ ଅଯୋଗ୍ୟ ବିବେଚିତ ହେବେ ।
    • ଉପ – ବିଧିରେ ଉଲ୍ଲିଖିତ ଅତ୍ୟଧିକ ପରିମାଣ ଏବଂ ସମୟରେ ଯେଉଁ ବ୍ୟକ୍ତି ସମବାୟ ସମିତିକୁ ଦେବାକୁ ଥିବା ପେମେଣ୍ଟର ଖିଲାପ କରେ ବା ଅବହେଳା କରେ ସେହି ବ୍ୟକ୍ତି ସଭ୍ୟପଦ ପାଇବାକୁ ଅଥବା ରଖିବାକୁ ଅଯୋଗ୍ୟ ବିବେଚିତ ହେବେ ।

ଉପ-ବିଧି ଅନୁଯାୟୀ ସଭ୍ୟ ପଦ ନିମନ୍ତେ ଯଥାବିଧି ରୂପେ ଯୋଗ୍ୟ ବିବେଚିତ ଯେ କୌଣସି ବ୍ୟକ୍ତିଙ୍କର ଆଡମିସନକୁ ପର୍ଯ୍ୟାପ୍ତ କାରଣ ବିନା କୌଣସି ସମବାୟ ସମିତି ଅସ୍ଵୀକାର କରିପାରିବେ ନାହିଁ   ।  ଆଡମିସନ ଅସ୍ଵୀକାର କରାଯିବା କ୍ଷେତ୍ରରେ ଆଡମିସନ ନିମନ୍ତେ କରାଯାଇଥିବା ଆବେଦନ ତାରିଖରୁ  ୩୦ ଦିନ ମଧ୍ୟରେ ସେପରି ବ୍ୟକ୍ତିଙ୍କ ନିକଟକୁ କାରଣ ସହିତ ନିଷ୍ପତ୍ତି ରେଜିଷ୍ଟ୍ରୀ ଡାକଯୋଗେ ପଠାଯିବ  ।

ଉଲ୍ଲେଖଥାଉକି, ଯଦି ସେପରି କୌଣସି ନିଷ୍ପତ୍ତି , ସଭ୍ୟପଦ ପାଇଁ କରାଯାଇଥିବା ଆବେଦନ ତାରିଖରୁ  ୩୦ ଦିନ ମଧ୍ୟରେ ପଠାନଯାଏ   । ତେବେ ୩୧ ଦିନ ରେ ସେପରି ବ୍ୟକ୍ତି ସଭ୍ୟ ପଦ ପାଇଲେ ବୋଲି ବିବେଚିତ ହେବେ   । ଯେଉଁ କ୍ଷେତ୍ରରେ ନିର୍ଦ୍ଦେଶକମଣ୍ଡଳୀ ଦ୍ଵାରା ଜଣେ ବ୍ୟକ୍ତିଙ୍କର ସଭ୍ୟପଦ ଅସ୍ଵୀକୃତ ହୋଇଛି ସେ କ୍ଷେତ୍ରରେ ନିର୍ଦ୍ଦେଶକ ମଣ୍ଡଳୀର ନିଷ୍ପତ୍ତି ବିରୁଦ୍ଧେ  ସାଧାରଣ ସଂଘରେ ଅପିଲ ଦାଏର କରାଯିବ ଏବଂ ସାଧାରଣ ସଂଘ ର ନିଷ୍ପତ୍ତି ଚୁଡାନ୍ତ ନିଷ୍ପତ୍ତି ହେବ   ।

ସଭ୍ୟପଦର ସମାପ୍ତି

ନିର୍ଦ୍ଦେଶକମଣ୍ଡଳୀ ହୁଏତ, ବୈଠକରେ ଉପସ୍ଥିତ ଥିବା ଏବଂ ଭୋଟ ଦେଇଥିବା ଦୁଇ ତୃତୀୟାଂଶ ସଭ୍ୟଙ୍କ ଦ୍ଵାରା ପାସ କରାଯାଇଥିବା ପ୍ରସ୍ତାବ ବଳରେ ସମବାୟ ସମିତିର ଉପଯୁକ୍ତ କାର୍ଯ୍ୟପ୍ରତି ଅନିଷ୍ଟକର ବା କ୍ଷତିକର କୃତ ଅକୃତକାର୍ଯ୍ୟ ନିମନ୍ତେ ସମବାୟ ସମିତିରୁ ଜଣେ ବ୍ୟକ୍ତିଙ୍କର ସଭ୍ୟ ପଦର ସମାପ୍ତି କରିପାରିବେ   ।

ଉଲ୍ଲେଖଥାଉ, ଏ ସମ୍ପର୍କରେ ନିର୍ଦ୍ଦେଶକମଣ୍ଡଳୀ ଦ୍ଵାରା ଜଣେ ବ୍ୟକ୍ତିଙ୍କର ସଭ୍ୟପଦ ସମାପ୍ତି ହୋଇଥିବ ସେ କ୍ଷେତ୍ରରେ ସାଧାରଣ ସଂଘ ନିକଟରେ ଅପିଲ ଦାଏର କରାଯିବ ଏବଂ ସାଧାରଣ ସଂଘର ନିଷ୍ପତ୍ତି ଚୁଡାନ୍ତ ନିଷ୍ପତ୍ତି ହେବ  ।

ଅଣ ସଦସ୍ୟଙ୍କୁ ସେବା ଦେବା କ୍ଷେତ୍ରରେ କଟକଣା

  1. କେବଳ ସଭ୍ୟ  ଏବଂ ଶକ୍ତିଶାଳୀ ସଭ୍ୟମାନଙ୍କୁ ସାଧାରଣତଃ ସମବାୟ ସମିତି ସେବା ପ୍ରାପ୍ତବ୍ୟ ହେବ ।
  2. ସଭ୍ୟ ଏବଂ ସମ୍ଭାବ୍ୟ ସଭ୍ୟମାନଙ୍କ ଭିନ୍ନ ଅନ୍ୟ ବ୍ୟକ୍ତିଙ୍କୁ ଦିଆଯାଉଥିବା ସେବା ସେ କୌଣସି ବର୍ଷରେ ସମବାୟ ସମିତି ଦ୍ଵାରା ବ୍ୟବସ୍ଥିତ ସେବାର ମୋଟ ମୂଲ୍ୟ ଶତକଡା ୨୦ ଭାଗରୁ ଅଧିକ ହେବ ନାହିଁ  ।
  3. ଜଣେ ସମ୍ଭାବ୍ୟ ସଭ୍ୟ ଉପ-ବିଧିରେ ଉଲ୍ଲିଖିତ ସମୟ ମଧ୍ୟରେ ସଭ୍ୟ ପଦ ପାଇବେ ଅନ୍ୟଥା ସମବାୟ ସମିତି ସେପରି ବ୍ୟକ୍ତିଙ୍କୁ ତାହାର ସେବା ଚାଲୁ ରହିବ ନାହିଁ  ।

ସାଧାରଣ ସଂଘ

  1. ଏହି ଆଇଆନ ଏବଂ ଉପବିଧିର ବ୍ୟବସ୍ଥାକୁ ଭିତ୍ତିକରି ସମବାୟ ସମିତିର ଗୋଟିଏ ଅନ୍ତିମ କର୍ତ୍ତୁପକ୍ଷ ତାହାର ସାଧାରଣ ସଂଘ ରେ ନ୍ୟସ୍ତ ହେବ   ।
  2. ଯେଉଁ କ୍ଷେତ୍ରରେ ଗୋଟିଏ ସମବାୟ ସମିତି ଇଚ୍ଛା କରିବ ସେ କ୍ଷେତ୍ରରେ ତାହାର ଉପବିଧି ସଭ୍ୟମାନଙ୍କ ମଧ୍ୟରେ ସାଧାରଣ ସଂଘ ନିମନ୍ତେ ପ୍ରତିନିଧି ବ୍ୟବସ୍ଥା କରିପାରନ୍ତି  ।  ପ୍ରତିନିଧି ସାଧାରଣ ସଂଘ ଉପ-ବିଧିରେ ଉଲ୍ଲେଖିତ ପଦ୍ଧତି ଏବଂ କାର୍ଯ୍ୟ ସହିତ ଗଠିତ ହେବ   । ଏହି ଆଇନରେ ସାଧାରଣ ସଂଘକୁ ଯେଉଁ ନିର୍ଦ୍ଦେଶ ଥିବ ସେହି ନିର୍ଦ୍ଦେଶ ପ୍ରତିନିଧି ସାଧାରଣ ସଂଘକୁ ପ୍ରଯୁଜ୍ୟ ହେବ ଯେଉଁଠାରେ ଏହା ବିଦ୍ୟାମାନ ଥିବ   ।

ଉଲ୍ଲେଖଥାଉ କି , ପ୍ରତିନିଧି ସାଧାରଣ ସଂଘର, ସମବାୟ ସମିତି ଉପବିଧିକୁ ସଂଶୋଧନ କରିବା ପାଇଁ ଅଧିକାର ରହିବ ନାହିଁ   ।

  1. ଏହି ଆଇନ ଏବଂ ଉପ-ବିଧିର ଅନ୍ୟାନ୍ୟ ବ୍ୟବସ୍ଥାକୁ ଭିତ୍ତି କରି ନିମ୍ନଲିଖିତ ବିଷୟବସ୍ତୁ ହାତକୁ ନିଆଯିବ । ଯଥା –
    • ବୋର୍ଡ ନିର୍ଦ୍ଦେଶକଙ୍କ ଅପସାରଣ ଏବଂ ଶୂନ୍ୟସ୍ଥାନ ପୂରଣ   ।
    • ବୋର୍ଡ ଦ୍ଵାରା ଉପସ୍ଥାପିତ କରାଯାଇଥିବା ବାର୍ଷିକ ରିପୋର୍ଟର ବିଚାର
    • ବୈଧ ଅଡିଟର ଏବଂ ଅଭ୍ୟନ୍ତରୀଣ ଅଡିଟରମାନଙ୍କର ନିଯୁକ୍ତି ଏବଂ ଅପସାରଣ
    • ଅଡିଟ ରିପୋର୍ଟ ଏବଂ ଏକାଉଣ୍ଟସର ଅଡିଟ କରାଯାଇଥିବା ବିବରଣୀର ବିଚାର
    • ତଦନ୍ତ ରିପୋର୍ଟ ଯଦି ଥାଏ, ତାହାର ବିଚାର
    • ନୀଟ ଉଦବୃତ୍ତର ବିନିଯୋଗ
    • ଅପରେସନାଲ ନିଅଣ୍ଟିଆ ପରିମାଣର ସମୀକ୍ଷା ଏବଂ ସଭ୍ୟମାନଙ୍କର ମଧ୍ୟରେ ସେମାନଙ୍କର କାରବାର  ଅନୁପାତରେରେ  ଦାୟିତ୍ଵ ବଣ୍ଟନ  ।
    • କମିଟିର ରିପୋର୍ଟରେ ସମୀକ୍ଷା
    • ଆଭ୍ୟନ୍ତରୀଣ  ଅଡିଟର ରୂପେ ସମ୍ପର୍କିତ ବୈଠକରେ ଉପସ୍ଥିତ ଅଥବା ସେହି ଦକ୍ଷତା ବଳରେ ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ କମିଟିର ସଭାପତି, ଯେକୋଣସି ନିର୍ଦ୍ଦେଶକ ଅଥବା ସଭ୍ୟଙ୍କୁ ଦେବାକୁ ଥିବା ଦରମା ଏବଂ ଅନ୍ୟାନ୍ୟ ସୁବିଧାର ଧାର୍ଯ୍ୟକରଣ  ।
    • ଦୀର୍ଘମିଆଦ ବା ଦୀର୍ଘକାଳୀନ ସମ୍ଭାବ୍ୟ ଯୋଜନା ଏବଂ ବାର୍ଷିକ କର୍ମ- ସମ୍ପାଦନ ଯୋଜନାର ଅନୁମୋଦନ
    • ବାର୍ଷିକ ବଜେଟର ଅନୁମୋଦନ
    • ନିର୍ଦ୍ଧିଷ୍ଟ ସଂରକ୍ଷିତ ଏବଂ ଅନ୍ୟାନ୍ୟ ଫଣ୍ଡର ସୃଷ୍ଟି
    • ସଂରକ୍ଷିତ ଏବଂ ଅନୟନୟ ଫଣ୍ଡର ଉପଯୋଗର ସମୀକ୍ଷା
    • ଅନ୍ୟାନ୍ୟ ସମବାୟ ଗୁଡିକରେ ସମବାୟର ସଭ୍ୟ ପଦ
    • ଅନ୍ୟାନ୍ୟ ସମବାୟ ସମିତି ସହ ଭାଗୀଦାରୀ
    • କୌଣସି ଗୌଣ ଅନୁଷ୍ଠାନ ବା ସଂସ୍ଥାର ରିପୋର୍ଟ ଏହି ହିସାବର ସମୀକ୍ଷା
    • ଜଣେ ବ୍ୟକ୍ତିଙ୍କର ଅପିଲ ଯାହାର ସଭ୍ୟ ପଦ ନିମନ୍ତେ ଆବେଦନ ନିର୍ଦ୍ଦେଶକମଣ୍ଡଳୀ ଦ୍ଵାରା ନାମଞ୍ଜୁର କରାଯାଇଛି ଅଥବା ଯାହାର ସଭ୍ୟପଦ ସମାପ୍ତି ହୋଇଛି  ।
    • ମୁଖ୍ୟ ପ୍ରଶାସକ (ଚିଫ ଏକିଜିକ୍ୟୁଟିଭ) ଙ୍କୁ ଚାକିରିରୁ ଅବ୍ଯାହତ ଉପରେ ବୋର୍ଡ କାର୍ଯ୍ୟ ଏବଂ ବୋର୍ଡର ସୁପାରିସ ଉପରେ କାର୍ଯ୍ୟଧାରାର ନୋଟିସ
    • ନିଯୁକ୍ତ କର୍ମଚାରୀମାନଙ୍କର ତାଲିକା ଯେଉଁମାନେ ନିର୍ଦ୍ଦେଶକମଣ୍ଡଳୀ ଅଥବା ମୁଖ୍ୟ ପ୍ରଶାସକଙ୍କର  ସମ୍ପର୍କୀୟ
    • ଉପ-ବିଧିର ସଂଶୋଧନ
    • ନିର୍ଦ୍ଦେଶକ ଏବଂ ଅଧିକାରୀ (ଅଫିସର) ମାନଙ୍କର ଆଚରଣ ବିଧିର ବ୍ୟବସ୍ଥା
    • ସଭ୍ୟମାନଙ୍କର ଆଡମିସନ ଏବଂ ଅବ୍ୟାବହତର ଟିପ୍ପଣୀ
    • ସମବାୟର ବିଘଟଣ
    • ଉପ-ବିଧିରେ ଉଲ୍ଲିଖିତ ଅନ୍ୟାନ୍ୟ କାର୍ଯ୍ୟକଳାପ

ନିର୍ଦ୍ଦେଶମଣ୍ଡଳୀ

  1. ଗୋଟିଏ ସମବାୟ ସମିତିର ସାଧାରଣ ସଂଘ ଉପ-ବିଧି ଅନୁଯାୟୀ ନିର୍ଦ୍ଦେଶକମଣ୍ଡଳୀ ଗଠନ କରିବେ ଏବଂ ସମବାୟ  ସମିତିର ପରିଚାଳନା ଭାର ସେପରି ନିର୍ଦ୍ଦେଶକମଣ୍ଡଳୀ ଉପରେ ନ୍ୟସ୍ତ କରିବେ   ।
  2. ବୋର୍ଡ ହୁଏତ , ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ନିର୍ଦ୍ଦେଷ୍ଟ ଏବଂ ଅନ୍ୟମାନଙ୍କର ମଧ୍ୟରୁ କାର୍ଯ୍ୟକାରୀ ଶ୍ରେଣୀ ସ୍ଥାପନା କରିପାରନ୍ତି ଏବଂ ସେପରି କାର୍ଯ୍ୟକାରୀ ଶ୍ରେଣୀ ଗଠନ ହେବା ସମୟରେ ଉଲ୍ଲିଖିତ କରାଯାଇଥିବା ସମୟ ମଧ୍ୟରେ ଉକ୍ତ କାର୍ଯ୍ୟକାରୀ ଶ୍ରେଣୀ କାର୍ଯ୍ୟ ସମ୍ପର୍କରେ ସେମାନଙ୍କର ରିପୋର୍ଟ ଏବଂ ସୁପାରିସ ଅଥବା ମନ୍ତବ୍ୟ ବୋର୍ଡକୁ ଦେବେ ।
  3. ଉପବିଧି ଅନୁଯାୟୀ ବୋର୍ଡର ଆକାର ହେବ ଯେଉଁତିରେ ସର୍ବାଧିକ ୧୫ ଜଣ ନିର୍ଦ୍ଦେଶକ ରହିବେ । ମୁଖ୍ୟ ପରିଚାଳକ ଅଧିକାରୀ  ଅଥବା ଭୋଟ ବ୍ୟତୀତ ବୋର୍ଡର ପଦପ୍ରମୁକ୍ତ ସଭ୍ୟ ହେବେ  ।
  4. ଉପ-ବିଧିରେ ଉଲ୍ଲିଖିତ ସେପରି ବ୍ୟବସ୍ଥା ବ୍ୟତୀତ ଜଣେ ବ୍ୟକ୍ତି ନିର୍ଦ୍ଦେଶକରୂପେ ବଛାଯିବାର ଅଯୋଗ୍ୟ ବିବେଚିତ ହେବେ  ଯଦି  ସେ-
  5. ଉପବିଧିରେ ଉଲ୍ଲିଖିତ ବ୍ୟବସ୍ଥା ବ୍ୟତୀତ ଜଣେ ବ୍ୟକ୍ତି ନିର୍ଦ୍ଦେଶକ ପଦରୁ ନିବୃତ୍ତ ହେବେ  ବା ନିର୍ଦ୍ଦେଶକ ପଦତ୍ୟାଗ କରିବେ ଯଦି ସେ ଉପଧାରା  (୪) ରେ ଉଲ୍ଲିଖିତ ଯେକୌଣସି ଅଯୋଗ୍ୟତା ହାସଲ କରିଥିବେ ଏବଂ ଅଥବା ।
    • ଦୁଇଟି ଲାଗଲାଗ ବୋର୍ଡ ବାଇତହକରେ ଅନୁପସ୍ଥିତ ଥିବେ ।
    • ଯେକୌଣସି ସାଧାରଣ ସଂଘ ବୈଠକରେ ଅନୁପସ୍ଥିତ ଥିବେ ଏବଂ ସେପରି ଅନୁପସ୍ଥିତ ପାଇଁ ସାଧାରଣ ସଂଘରୁ ଅନୁମତି ନିଆଯାଇ ନଥିବ ।
    • ଏହି ଆଇନାନୁଯାଇ ଦଣ୍ଡିତ ହୋଇଥିବେ ।
    • ଉପ-ବିଧିରେ ଉଲ୍ଲିଖିତ ଯେକୌଣସି ଅଯୋଗ୍ୟତା  ହାସଲ କରିଥିବେ ।
  6. ଉପବିଧିରେ ଉଲ୍ଲିଖିତ ବ୍ୟବସ୍ଥା ବ୍ୟତୀତ , ନିର୍ଦ୍ଦେଶକ ରୂପେ ବଛାଯିବାକୁ ସ୍ଥାୟୀଭାବେ ଅଯୋଗ୍ୟ ବିବେଚିତ ହୋଇଥିବେ, ବୋର୍ଡର ସମସ୍ତ ନିର୍ଦ୍ଦେଶକ ଯେକୌଣସି ସମବାୟ ସମିତିର ନିର୍ଦ୍ଦେଶକ ରୂପେ ରହିବାକୁ ଅଯୋଗ୍ୟ ବିବେଚିତ ହେବ, ଯଦି ସେମାନେ  -
    • ଉପବିଧିରେ ଉଲ୍ଲିଖିତ ସମୟ ମଧ୍ୟରେ ଏବଂ ସେମାନଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ପରିଚାଳନା ନକରନ୍ତି ।
    • କୋଅପରେଟିଭ ଏକାଉଣ୍ଟିଂ ବର୍ଷର ୪ ମାସ ସମୟ ମଧ୍ୟରେ ସେମାନଙ୍କର ବୟସ୍କ ସାଧାରଣ ସଂଘ ବୈଠକ ଏବଂ ସାଧାରଣ ସଂଘର ଆବଶ୍ୟକ ବୈଠକ ପରିଚାଳନା ନକରନ୍ତି  ।
    • ଯଦି ସେମାନେ ବୈଧ ଏବଂ ଅଥବା ଅଭ୍ୟନ୍ତରୀଣ ଅଡିଟରଙ୍କ ରିପୋର ସହିତ ଅଡିଟ କରାଯାଇନଥିବା  ହିସାବ ଅନୁମୋଦନ ନିମନ୍ତେ ସାଧାରଣ ସଂଘ ସମ୍ମୁଖରେ ଉପସ୍ଥାପିତ ନ କରନ୍ତି  ।
  7. ବୋର୍ଡର ନିର୍ଦ୍ଦେଶକରୂପେ ବଛାଯିବାକୁ ଯୋଗ୍ୟ ହେବା ଉଦ୍ଦେଶ୍ୟରେ ଗୋଟିଏ ସମବାୟ ସମିତି ନିବନ୍ଧକର ପ୍ରଥମ ତିନି ବର୍ଷର ବ୍ୟକ୍ତିକ୍ରମ ସହିତ ଜଣେ ସଭ୍ୟ   -
    • ନିର୍ବାଚନର ବର୍ଷର ଠିକ ପରବର୍ତ୍ତୀ ଦୁଇ ବର୍ଷ ନିମନ୍ତେ ସମବାୟ- ସମିତିର ଭୋଟିଙ୍ଗ ମେମ୍ବର ଥିବେ ।
    • ନିର୍ବାଚନର ଠିକ ସମବାୟ ସମିତିର ଦୁଇଟି ସାଧାରଣ ସଂଘ ବୈଠକରେ ଯୋଗ ଦେଇଥିବେ   -
      • ସଭ୍ୟପଦକୁ ପ୍ରବେଶ ଏବଂ ଶେଷ କରିବେ   ।
      • ସଭାପତି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନିର୍ବାଚିତ କରିବେ   ।
      • ସଭାପତି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଦପତରରୁ ଅପସାରଣ କରାଯିବ   ।
      • ମୁଖ୍ୟ ପରିଚାଳକ ନିଯୁକ୍ତି ଏବଂ ଅପସାରଣ
      • କର୍ମଚାରୀ ସଂଖ୍ୟା ଧାର୍ଯ୍ୟ   ।
      • ନିମ୍ନଲିଖିତ ସମ୍ପୃକ୍ତ ବିଷୟରେ ନୀତିପ୍ରଣୟନ କରିବା, ଯଥା -
        • ଅନୁଷ୍ଠାନ ଏବଂ ସଭ୍ୟମାନଙ୍କ ସେବାର ବ୍ୟବସ୍ଥା
        • ଶିକ୍ଷାଗତ ଯୋଗ୍ୟତା , ନିଯୁକ୍ତି , ଚାକିରି ସର୍ତ୍ତାବଳୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସମ୍ପର୍କିତ ବିଷୟବସ୍ତୁ   ।
        • ଫଣ୍ଡର ହେପାଜ ଏବଂ ବିନିଯୋଗର ପଦ୍ଧତି
        • ହିସାବ ରଖିବାର ପଦ୍ଧତି
        • ବିଭିନ୍ନ ଫଣ୍ଡର ଉପଯୋଗ ଏବଂ ବ୍ୟବହାର
        • ବୈଧ ବିବରଣୀ ଦାଖଲ କରିବା ସମେତ ସୂଚନା ଫର୍ଦ୍ଦର ମନିଟରିଙ୍ଗ ଏବଂ ପରିଚାଳନା
        • ସମବାୟ ସମିତିର ଫଳୋତ୍ପାଦକ କାର୍ଯ୍ୟ ନିମନ୍ତେ ଆବଶ୍ୟକୀୟ ଅନ୍ୟାନ୍ୟ ବିଷୟବସ୍ତୁ
    • ସାଧାରଣ ସଂଘ ର ଅନୁମୋଦନ ନିମନ୍ତେ ବାର୍ଷିକ ରିପୋର୍ଟ ବାର୍ଷିକ ଆର୍ଥିକ ବିବରଣୀ , ଯୋଜନା ଏବଂ ବଜେଟ ଉପସ୍ଥାପିତ କରିବେ ।
    • ଅଡିଟ ଏବଂ ସମିତି ରିପୋର୍ଟ ବିବେଚନା କରିବେ ଏବଂ ସାଧାରଣ ସଂଘ ସମ୍ମୁଖରେ ଉପସ୍ଥାପିତ କରିବେ ।
    • ଉପ-ବିଧିରେ ଉଲ୍ଲିଖିତ ସେପରି ଅନ୍ୟାନ୍ୟ କାର୍ଯ୍ୟମାନ ହାତକୁ ନେବେ   ।

ଉପବିଧି ଅନୁଯାୟୀ ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରୁ ସଭାପତି

ନିର୍ଦ୍ଦେଶକମଣ୍ଡଳୀଙ୍କ ଦ୍ଵାରା ନିର୍ବାଚିତ ହେବେ-

  • ବୋର୍ଡ ଏବଂ ସାଧାରଣ ସଂଘ ର ବୈଠକରେ ସଭାପତିତ୍ଵ କରିବେ
  • ନିର୍ବାଚନ ବିଷୟବସ୍ତୁ ବ୍ୟତୀତ ବୋର୍ଡ ଦ୍ଵାରା ନିଷ୍ପତ୍ତି କରାଯାଉଥିବା ଯେକୌଣସି ବିଷୟବସ୍ତୁ ଉପରେ ଭୋଟର ସମାନତା କ୍ଷେତ୍ରରେ ଦ୍ଵିତୀୟ ଭୋଟ ଦେଇପାରିବେ ।
  • ବୋର୍ଡ  ଦ୍ଵାରା ଅର୍ପିତ କଥା ଗଠିତ ନୀତିରେ ଉଲ୍ଲିଖିତ ଏବଂ ବୋର୍ଡ ଦ୍ଵାରା ଗୃହିତ ପ୍ରସ୍ତାବଭଳି ସେପରି ଅନ୍ୟାନ୍ୟ କ୍ଷମତା ପ୍ରୟୋଗ କରିବେ ।

କାର୍ଯ୍ୟକାଳ

ବୋର୍ଡ ର ନିର୍ଦ୍ଦେଶକମାନଙ୍କର କାର୍ଯ୍ୟକାଳ ଅଥବା ଯେଉଁକ୍ଷେତ୍ରରେ ପରିକ୍ରମଣ ଦ୍ଵାରା ନିର୍ଦ୍ଦେଶକମାନଙ୍କର ଅବସରଗ୍ରହଣ ନିଅମନ୍ତେ ଉପ-ବିଧି ବ୍ୟବସ୍ଥା କରିଥାଏ ସେ କ୍ଷେତ୍ରରେ ବ୍ୟକ୍ତିଗତ ନିର୍ଦ୍ଦେଶକମାନଙ୍କର କାର୍ଯ୍ୟକାଳ ଉପ-ବିଧିରେ ଉଲ୍ଲିଖିତ ସେପରି ସମୟ  ପର୍ଯ୍ୟନ୍ତ ହେବ କିନ୍ତୁ କାର୍ଯ୍ୟଭାର ଗ୍ରହଣ ତାରିଖରୁ  ୩ ବର୍ଷରୁ ଅଧିକ ହେବ ନାହିଁ  ।

ଉଲ୍ଲେଖଥାଉକି, ସାଧାରଣ ସଂଘ  ବୈଠକରେ ଉପସ୍ଥିତ ଥିବା ଏବଂ ଭୋଟ ଦେଇଥିବା ଦୁଇ-ତୃତୀୟାଂଶ ସଭ୍ୟ ବିଶିଷ୍ଟ ସାଧାରଣ ସଂଘ ଦ୍ଵାରା କାର୍ଯ୍ୟକାଳର ସମାପ୍ତି କରାଯାଇପାରିବ   ।

ପୁନଶ୍ଚ ଉଲ୍ଲେଖଥାଉକି, ପ୍ରଥମ ବୋର୍ଡର କାର୍ଯ୍ୟକାଳ, ସମବାୟ ସମିତିର ନିବନ୍ଧକ ତାରିଖରୁ  ୧୨ ମାସରୁ ଅଧିକ ହେବ ନାହିଁ  ।

ନିର୍ବାଚନମାନ

  1. ଗୋଟିଏ ସମବାୟ ସମିତିର ନିର୍ଦ୍ଦେଶକ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ଵ ବୋଏଡ ପଦଧିକାରୀ ଉପରେ ନ୍ୟସ୍ତ କରାଯିବ ।
  2. ପଦମୁକ୍ତ ବା ବହିଃଗର୍ମି ନିର୍ଦ୍ଦେଶକମାନଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ-ବିଧିରେ ଉଲ୍ଲିଖିତ ପଦ୍ଧତି ଅନୁଯାୟୀ ନିର୍ବାଚନ ପରିଚାଳିତ ହେବ ।
  3. ଯେଉଁ କ୍ଷେତ୍ରରେ ନିର୍ଦ୍ଦେଶକମାନଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏକ ବୋର୍ଡ ନିର୍ବାଚନ ପରିଚାଳନା କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତ ଅଥବା ଯେଉଁ କ୍ଷେତ୍ରରେ ବୋର୍ଡରେ ନିର୍ଦ୍ଦେଶକ ନ ଥାଆନ୍ତି ସେ କ୍ଷେତ୍ରରେ ସମବାୟ ସମିତିର ମୋଟ ସଭ୍ୟମାନଙ୍କର ସର୍ବନିମ୍ନ ଶତକଡା  ୫ ଭାଗ ସଭ୍ୟ ମିନିଟ ଭାବରେ ନିର୍ବାଚନ ପରିଚାଳନା ଉଦ୍ଦେଶ୍ୟରେ ଏତଦ୍ଵାରା ନିର୍ଦ୍ଦେଶକମଣ୍ଡଳୀ ନିଯୁକ୍ତି କରିବା ପାଇଁ ସଭ୍ୟମାନଙ୍କର ଗୋଟିଏ ସାଧାରଣ ବୈଠକ ଆହ୍ଵତ କରିପାରନ୍ତି ।
  4. ଉପରୋକ୍ତମତେ ନିଯୁକ୍ତ ବୋର୍ଡର କାର୍ଯ୍ୟକାଳ ୩ ବର୍ଷରୁ ଅଧିକ ହେବ ନାହିଁ ।
  5. ନିର୍ଦ୍ଦେଶକମାନଙ୍କର ନିର୍ବାଚନ , ସାଧାରଣ ସଂଘ ବୈଠକରେ କରାଯିବ   ।
  6. ଯେଉଁ ସମୟ ପର୍ଯ୍ୟନ୍ତ , ନିର୍ଦ୍ଦେଶକମାନେ ନିର୍ବାଚିତ ହୋଇଥିବେ ସେହି ସମୟ ପର୍ଯ୍ୟନ୍ତ ପଦରେ ନିଯୁକ୍ତ ହେବେ ଏବଂ ନୂତନ ରୂପେ ନିର୍ବାଚିତ ନିର୍ଦ୍ଦେଶକମାନେ ଏହି ସମୟର ଶେଷ ପର୍ଯ୍ୟନ୍ତ ପଦ ଗ୍ରହଣ କରିବେ   ।
  7. ଯଦି ଉପ-ବିଧି ଅନୁଯାୟୀ ପ୍ରଦାନ କରେ ତେବେ ନିର୍ଦ୍ଦେଶକମାନେ ପୁନଃନିର୍ବାଚନ ନିମନ୍ତେ ଯୋଗ୍ୟ ବିବେଚିତ ହେବେ ।
  8. ଉପ-ବିଧି ଅନୁଯାୟୀ ନିର୍ବାଚନ ପରିଚାଳନା କରିବାକୁ ଯଦି ସମବାୟ ସମିତିର କୌଣସି ସଭ୍ୟ ଅସଫଳ ବା ଅକୃତକାର୍ଯ୍ୟ ହୁଅନ୍ତି ତେବେ ନିବନ୍ଧକଙ୍କୁ ସୂଚନା ଦେବା ନିମନ୍ତେ ସଙ୍ଘିୟ ସମବାୟ ସମିତିର କର୍ତ୍ତବ୍ୟ ରହିବ   ।
  9. ଯେଉଁ କ୍ଷେତ୍ରରେ ମନୋନୀତ ବ୍ୟକ୍ତିମାନଙ୍କର ସଂଖ୍ୟା ନିର୍ବାଚିତ ହେବାକୁ ଥିବା ନିର୍ଦ୍ଦେଶକଙ୍କ ସଂଖ୍ୟାଠାରୁ ଅଧିକ ହୁଏ ସେ କ୍ଷେତ୍ରରେ ନିର୍ଦ୍ଦେଶକମାନଙ୍କର ନିର୍ବାଚନ ଗୁପ୍ତ ମତଦାନ ଦ୍ଵାରା କରାଯିବ  ।
  10. ଯେଉଁ କ୍ଷେତ୍ରରେ ନିର୍ଦ୍ଦେଶକମଣ୍ଡଳୀ ଶୂନ୍ୟସ୍ଥାନ ଥାଏ ଅଥବା ଯେଉଁ କ୍ଷେତ୍ରରେ ନିର୍ଦ୍ଦେଶକମାନଙ୍କ କୋରମ ହୁଏ ସେ କ୍ଷେତ୍ରରେ ଅବଶିଷ୍ଟ ନିର୍ଦ୍ଦେଶକମାନେ ବୋର୍ଡର ସମଗ୍ର କ୍ଷମତା ପ୍ରୟୋଗ କରିପାରନ୍ତି ଅଥବା ହୁଏତ ଯୋଗ୍ୟ ବିବେଚିତ ବ୍ୟକ୍ତିମାନଙ୍କ ମଧ୍ୟରେ ତାହାର ଆବଶିଷ୍ଟାତାଂଶ ସମୟ ୬ ମାସ ରୁ ଅଧିକ ହୋଇଥାଏ ତେବେ ସହବରଣ  ଜରିଆରେ ଶୂନ୍ୟସ୍ଥାନ ପୂରଣ କରିପାରନ୍ତି   ।
  11. ଯେଉଁ କ୍ଷେତ୍ରରେ ବୋର୍ଡରେ ଶୂନ୍ୟସ୍ଥାନ ହୁଏ ଏବଂ ଯେଉଁ କ୍ଷେତ୍ରରେ ନିର୍ଦ୍ଦେଶମାନଙ୍କର କୋରମ ନହୁଏ ସେ କ୍ଷେତ୍ରରେ ଆବଶିଷ୍ଟାତାଂଶ ନିମନ୍ତେ କୌଣସି ଶୂନ୍ୟସ୍ଥାନ ପୂରଣ କରିବାକୁ ସଭ୍ୟମାନଙ୍କୁ ନିର୍ବାଚିତ କରିବା ଉଦ୍ଦେଶ୍ୟରେ ଅବଶିଷ୍ଟ ନିର୍ଦ୍ଦେଶକମାନେ ଗୋଟିଏ ସାଧାରଣ ବୈଠକ ଡାକିବେ   ।
  12. ଯେଉଁ କ୍ଷେତ୍ରରେ ଗୋଟିଏ ସମବାୟ ସମିତି ନିର୍ଦ୍ଦେଶମଣ୍ଡଳୀର ନିର୍ବାଚନ ପରିଚାଳନା କରିବାକୁ ଅକୃତକାର୍ଯ୍ୟ ହୁଏ ସେ କ୍ଷେତ୍ରରେ ନିର୍ବାଚନ ହେବାକୁଥିବା ତାରିଖରୁ  ୯୦ ଦିନ ମଧ୍ୟରେ ନିର୍ବାଚନ ପରିଚାଳନା କରିବାକୁ ସମବାୟ ସଂଘ (କୋଅପରେଟିଭ ଯୁନିଅନ) ର ଦାୟିତ୍ଵ ରହିବ   ।  ନିର୍ବାଚନ ଖର୍ଚ୍ଚ ସମିତି ଦ୍ଵାରା ବହନ କରାଯିବ   ।

ବୈଠକମାନ

  1. ବୋର୍ଡ ଏବଂ ସାଧାରଣ ସଂଘ ବୈଠକ  କିପରି ବାରମ୍ବାର ଓ କେଉଁ ପଦ୍ଧତିରେ ବସିବା ତାହା ସମବାୟ ସମିତିର  ଉପ-ବିଧି ଉଲ୍ଲେଖ କରିବ   ।  ଗୋଟିଏ ବର୍ଷରେ  ୬ଟି ବୋର୍ଡ ବୈଠକ  (୬ ଟିରୁ କମ ନୁହେଁ) ଏବଂ ଘୋଟିଏ ସାଧାରଣ ସଂଘ ବୈଠକ ବସିବା ଆବଶ୍ୟକ   ।
  2. ସାଧାରଣ ଏବଂ ବୋର୍ଡ ବୈଠକ ନିମନ୍ତେ ଆବଶ୍ୟକୀୟ କୋରମ, ସମବାୟ ସମିତିର  ଉପ-ବିଧି ନିର୍ଦ୍ଧାରିତ କରିବେ   ।  ୨୫% ସଭ୍ୟ ହେଲେ ସାଧାରଣ ବୈଠକର କୋରମ ହେବ  ଏବଂ  ୫୦ ଜଣ ନିର୍ଦ୍ଦେଶକ ହେଲେ ବୋର୍ଡ ବୈଠକ କୋରମ ହେବ   ।
  3. ସମବାୟ ସମିତିର ଅନ୍ତତଃପକ୍ଷେ ଏକଦଶମାଂଶ ସଭ୍ୟଙ୍କଠାରୁ ଅଥବା ଉପ-ବିଧିରେ ବ୍ୟବସ୍ଥିତ ପ୍ରକାରେ ଏହି ମର୍ମରେ ଗୋଟିଏ ଅଧିଯାଚନା ବା ହୁକୁମଦାଖଲ (ରିକ୍ୟୁଜିସନ) ପାଇବାର ୩୦ ଦିନ ମଧ୍ୟରେ ବିଆରଡ଼ି ଗୋଟିଏ ବିଶେଷ ବା ସ୍ଵତନ୍ତ୍ର ସାଧାରଣ ବୈଠକ ଡାକିବେ   ।  ଏବଂ ସେପରି ଅଧିଯାଚନା ବା ହୁକୁମ- ଦାଖଲ ରେ ପ୍ରସ୍ତାବିତ କାର୍ଯ୍ୟକ୍ରମ ଏବଂ କାହିଁକି ବୈଠକ ଆବଶ୍ୟକ ହେଲା  ତାହାର କାରଣ ଅନ୍ତର୍ବିଷ୍ଟ କରାଯିବ   ।

କର୍ମଚାରୀ

  1. ମୁଖ୍ୟ ପରିଚାଳକ (ଚିଫ ଏକଜିକ୍ୟୁଟିଭ) ସମେତ ସମବାୟ ସମିତିର ସମସ୍ତ କର୍ମଚାରୀ ବୋର୍ଡ ଦ୍ଵାରା ପ୍ରସ୍ତୁତ ଏବଂ ସାଧାରଣ ସଂଘ ଦ୍ଵାରା ଅନୁମୋଦିତ ଚାକିରି ସର୍ତ୍ତାବଳୀ ଅନୁଯାୟୀ ନିଯୁକ୍ତ , ଅପସାରିତ ଏବଂ ଚାଳିତ ହେବ –

ଉଲ୍ଲେଖଥାଉ କି , ସଙ୍ଘୀୟ ସମବାୟ କ୍ଷେତ୍ରରେ ମୁଖ୍ୟ ପରିଚାଳକ  ଙ୍କ ପଦ ନିମନ୍ତେ ପ୍ରାର୍ଥୀମାନଙ୍କ  ସଂକ୍ଷିପ୍ଣତ ତାଲିକା , ସଭାପତି ସଙ୍ଘୀୟ ସମବାୟ ସମିତିର ଅଥବା ସମବାୟ ସଂଘର ଜଣେ ଲେଖାଏଁ ପ୍ରତିନିଧିନୁ ନେଇ ଗଠିତ ବିଶେଷଜ୍ଞ ଦଳ ଦ୍ଵାରା ପ୍ରସ୍ତୁତ କରାଯିବ ତଥା ଜାତୀୟସ୍ତରର ସମବାୟ ନୀତି ନିର୍ଦ୍ଧିଷ୍ଟ କରିଥିବା ସେପରି କୌଣସି ବ୍ୟକ୍ତିମାନଙ୍କ ଦ୍ଵାରା ମଧ୍ୟ ମୁଖ୍ୟ ପରିଚାଳକ ପଦ ନିମନ୍ତେ ପ୍ରାର୍ଥୀମାନଙ୍କର ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯିବ   ।

  1. ଉପବିଧି ଏବଂ ନୀତିରେ ଉଲ୍ଲିଖିତ ପ୍ରକାରେ କର୍ତ୍ତବ୍ୟମାନ ମୁଖ୍ୟ ପରିଚାଳକ ନିର୍ବାହ କରିବେ ଏବଂ -
  • ସମବାୟ ସମିତିର ଦୈନନ୍ଦିନ କାର୍ଯ୍ୟ ଉପରେ ତାଙ୍କର ସାଧାରଣ ନିୟନ୍ତ୍ରଣ ରହିବ   ।
  • ସମବାୟ ସମିତି ତରଫରୁ ମୋକଦ୍ଦମା ଆଗତ କରିପାରିବେ ବା ଅଭିଯୋଗ ବା ନାଲିସ କରିପାରିବେ   ।
  • ସମବାୟ ସମିତି ତରଫରୁ ଚେକ ଏବଂ ଅନ୍ୟାନ୍ୟ ବିନିମୟ ସାଧାରଣ ପତ୍ର ବା ବିନିମୟ ବିଲେଖ ବା ବିକ୍ରୟଦଲିଲ ରେ ପୃଷ୍ଠାଙ୍କନ ଦସ୍ତଖତ ଏବଂ ବୋର୍ଡର ଇଚ୍ଛାନୁସାରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସମବାୟ ସମିତି ଏବଂ ବ୍ୟାଙ୍କ ଏକାଉଣ୍ଟ ଚଳାଇବାକୁ ତାଙ୍କର କ୍ଷମତା ରହିବ   ।
  • କର୍ମଚାରୀ ନିଯୁକ୍ତି ଅନୁଶାସନ ବା ଶାସନଶୃଙ୍ଖଳା କାର୍ଯ୍ୟ ଏବଂ ଉନ୍ନୟନ ନିମନ୍ତେ ତାଙ୍କର ଦାୟିତ୍ଵ ରହିବ   ।
  • ସମବାୟ ସମିତି ତରଫରୁ ଏକରାନାମ ଅଥବା ଚୁକ୍ତି କରିପାରିବେ   ।
  • ସମବାୟ ସମିତିର ଉପଯୁକ୍ତ ରେକର୍ଡ ଏବଂ ଏକାଉଣ୍ଟର ରକ୍ଷଣାବେକ୍ଷଣା ନିମନ୍ତେ ବ୍ୟବସ୍ଥା କରିବେ   ।
  • ଆର୍ଥିକ ବର୍ଷ ସମାପ୍ତି ହେବାର ୩୦ ଦିନ ମଧ୍ୟରେ ବୋର୍ଡର ଅନୁମୋଦନ ନିମନ୍ତେ ବାର୍ଷିକ ରିପୋର୍ଟ ଏବଂ ଆର୍ଥିକ ବିବରଣୀର ଚିଠା ଉପସ୍ଥାପିତ କରିବେ  ।
  • ଉପବିଧି  ଅନୁଯାୟୀ ସଭାପତିଙ୍କ ସହିତ ପରାମର୍ଶ କରି ବୋର୍ଡ ଏବଂ ସାଧାରଣ ସଂଘ ବୈଠକ ଆହୁତ କରିବେ ବା ଡାକିବେ ଏବଂ ତାହାର କାର୍ଯ୍ୟବିବରଣୀ ଲିପିବଦ୍ଧ କରିବେ   ।
  • ନୀତି ଏବଂ ଯୋଜନାମାନ ପ୍ରସ୍ତୁତ କରିବାରେ ବୋର୍ଡକୁ ସହାୟତା ପ୍ରଦାନ କରିବେ   ।
  • ବୋର୍ଡକୁ ଉତ୍ତର ଦାୟୀ ହେବେ   ।
  • ସମବାୟ ସମିତିର କାର୍ଯ୍ୟର ମନିଟରିଙ୍ଗ ନିମନ୍ତେ ଆବଶ୍ୟକ ସୂଚନା ବୋର୍ଡକୁ ଯୋଗାଇବେ   ।

ଆଧାର – ଦ ଲ ହାଉସ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate