অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସମବାୟ ସମିତି ଉପବିଧି (ବିଘଟନ)

ସଭ୍ୟମାନଙ୍କର ଦ୍ଵାରା ବିଘଟନ

  1. ଏହି ଦଫାରେ : -
    • ସ୍ଵାର୍ଥ ବାହିତ କହିଲେ ସମବାୟ ସମିତିରେ ଜଣେ ସଭ୍ୟଙ୍କ ସ୍ଵାର୍ଥକୁ ବୁଝାଇବ ଏବଂ ଯେ କୌଣସି ପ୍ରକାରର ଅଂଶ, ସଭ୍ୟ ଋଣ , ଜମା ଓ ଅଂଶୀକାରପାତ୍ରୀ ଏଥିରେ ଅନ୍ତର୍ଭୁକ୍ତ  । ଯଥା-
      • ସମବାୟ ସମିତିର ଉପ-ବିଧିରେ ଉଭୁଦ , ଏବଂ
      • ସମବାୟ ସମିତି ଦ୍ଵାରା ଋଣ କରାଯାଇ ବା ଧାର କରାଯାଇ ସଭ୍ୟମାନଙ୍କୁ ଦେୟ ।
    • ‘ଅବିନିଯୋଗ ଉଦବୃତ୍ତ’ କହିଲେ , ସମବାୟ ସମିତିର ଦାୟିତ୍ଵ ପରେ ଉକ୍ତ ସମବାୟ ସମିତିର ବିଘଟନ ରେ ଆସ୍ତି ର ବିକ୍ରୟରୁ ଯେକୌଣସି ନୀଟ ବିକ୍ରୟଲବ୍ଧ ଏଥିରେ ଅନ୍ତର୍ଭୁକ୍ତ ଏବଂ ସାହୁକାର ବା ମହାଜନ ସଭ୍ୟ ଏବଂ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରାଯାଇଛି  ।
  2. ସାଧାରଣ ସଂଘ ର ସମାପ୍ତି ସହିତ ସମବାୟ ସମିତିର ବିଘଟନ କରିବାକୁ ସମୁଦାୟ ସମିତିର ସାଧାରଣ ସଂଘ ପ୍ରାଧିକାର ଦେଇପରେ।
  3. ବିଘଟନ କୁ ପ୍ରାଧିକୃତ କରିବା ଉଦ୍ଦେଶ୍ୟରେ ବୋର୍ଡ ଗୋଟିଏ ସାଧାରଣ ବୈଠକ ଡାକିବା ନିମନ୍ତେ ପ୍ରତ୍ୟେକ ସଭ୍ୟଙ୍କ ନିକଟ କୁ ନୋଟିସ ପଠାଇବେ ।
  4. ସେପରି ସାଧାରଣ ବୈଠକରେ ଯୋଗଦେବାକୁ ବା ଉପସ୍ଥିତ ହେବାକୁ କରାଯାଇଥିବା ନୋଟିସ ମଧ୍ୟ ସମବାୟ ସମିତିର ସମୂହର ନିବନ୍ଧକଙ୍କ ନିକଟକୁ , ସମବାୟସମିତିଟି ଯେଉଁ ସଂଘ ସହିତ ମିଶ୍ରିତ ସେହି ସଂଘ ନିକଟକୁ ଯେଉଁ ସମବାୟ ସମିତି ସହ ଏକ ଭାଗୀଦାରୀ ଚୁକ୍ତି କରାଯାଇଛି ସେହି ସମବାୟ ସମିତିକୁ ଅଡିଟରମାନଙ୍କ ନିକଟକୁ ଏବଂ ସମବାୟ ସମିତିର ଯେକୌଣସି ସହରଣ ସଂଗଠନକୁ ପଠାଯିବ   ।
  5. ଉପ ଧାରା (୪) ରେ ଉଲ୍ଲିଖିତ ପ୍ରତିନିଧିମାନଙ୍କର ସାଧାରଣ ସଂଘ କୁ ଏକ ଆବେଦନ କରିବା ପାଇଁ ଅଧିକାର ରହିବ ।
  6. ଉପଧାରା  (୨) ର ଉଦ୍ଦେଶ୍ୟ ନିମନ୍ତେ ବିଘଟନ ପ୍ରାଧିକୃତ କରାଯିବ ଯେତେବେଳେ ଉପସ୍ଥିତ ଥିବା ଅଥବା ଭୋଟ ଦେଇଥିବା ସଭ୍ୟମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଭ୍ୟଙ୍କର ଏବଂ ସ୍ଵତନ୍ତ୍ର ବିଘଟନ ଦ୍ଵାରା ବିଘଟନ ଅନୁମୋଦିତ ହୋଇଥିବ  ।
  7. ବିଘଟନ ନିମନ୍ତେ କରାଯାଇଥିବା ପ୍ରତ୍ୟେକ ପ୍ରାଧିକାରର ୧୫ ଦିନ ମଧ୍ୟରେ ସମବାୟ ସମିତି, ଏକ ସମବାୟ ସମିତିର ବିଘଟନ କରିବାକୁ କରାଯାଇଥିବା ପ୍ରାଧିକୃତ ର ଏକ ନକଲ ସମବାୟ ସମିତି ସମୂହର ନିବନ୍ଧକଙ୍କ ନିକଟକୁ ରେଜିଷ୍ଟ୍ରୀ ଡାକଯୋଗେ ପଠାଇବେ  (୮) ଉପଧାରା  (୬) ଅନୁସାରେ ଅନୁମୋଦିତ ପ୍ରାଧିକାର -
    • ସମବାୟ ସମିତିର ଆସ୍ତି ଓ ଦାୟିତ୍ଵ
    • ଯେକୌଣସି ସାହୁକାର ବା ମହାଜନଙ୍କର ଦାବି
    • ସଭ୍ୟମାନଙ୍କର ସଂଖ୍ୟା , ଏବଂ
    • ସମବାୟ ସମିତିର ସଭ୍ୟମାନଙ୍କର ସ୍ଵାର୍ଥ ପ୍ରକାର ଏବଂ ପରିସର
  8. ଯେତେବେଳେ ନିବନ୍ଧକ ଉପଧାରା  (୬) ଅନୁଯାୟୀ ପାଶ କରାଯାଇଥିବା ଏକ ସ୍ଵତନ୍ତ୍ର ବା ବିଶେଷ ପ୍ରସ୍ତାବକୁ ଅନୁମୋଦନ କରନ୍ତି  ସେତେବେଳେ ନିବନ୍ଧକ, ସମବାୟ ସମିତିର ନିବନ୍ଧିତ ଦପ୍ତର ଯେଉଁ ଜିଲ୍ଲାରେ ପ୍ରସାରିତ ହୋଇଥିବା ସମ୍ବାଦ ପତ୍ର ଏବଂ ଗେଜେଟରେ ନୋଟିସ କରିବେ   ।
  9. ନିବନ୍ଧକ ହୁଏତ, ଏକ ସମବାୟ ସମିତି, ଅଥବା ଯେକୌଣସି ବ୍ୟକ୍ତିଙ୍କ ଦ୍ଵାରା ନିଯୁକ୍ତ ନିକାସକାରୀ ଅଥବା ଟ୍ରଷ୍ଟିଙ୍କ ଠାରୁ ସୂଚନା, ବାର୍ଷିକ ଅନ୍ୟାନ୍ୟ ରିଟର୍ଣ୍ଣ ଆବଶ୍ୟକ କରିପାରନ୍ତି । ସେଥିରେ ନିମ୍ନଲିଖିତମାନ ଦର୍ଶାଯିବ   । ଯଥା : -
    • ବିଘଟନର ଅଗ୍ରଗତି
    • ବର୍ଣ୍ଣିତ ହୋଇଥିବା ଯେକୌଣସି ଉଦବୃତ୍ତ ଅଥବା ସଂରକ୍ଷିତର ବଣ୍ଟନ
    • ଆବଶ୍ୟକୀୟ ଅନ୍ୟାନ୍ୟ ସୂଚନା

ନିବନ୍ଧକଙ୍କର ଦ୍ଵାରା ବିଘଟନ

  1. ଯେଉଁ କ୍ଷେତ୍ରରେ ନିବନ୍ଧକଙ୍କର ବିଶ୍ଵାସ କରିବାର ଯୁକ୍ତିଯୁକ୍ତି କାରଣ ଥାଏ ଯେ ଗୋଟିଏ ସମବାୟ ସମିତି -
    • ନିବନ୍ଧକ ପ୍ରମାଣପତ୍ର ରେ ଦର୍ଶାଯାଇଥିବା ତାରିଖରୁ  ୨ ବର୍ଷ ପରେ କାରବାର ଆରମ୍ଭ କରି ନାହିଁ , ଅଥବା
    • ଦୁଇଟି ଲାଗଲାଗ ବର୍ଷରେ କାରବାର କରି ନାହିଁ ଅଥବା    ।
    • ସମବାୟ ନୀତି ଏବଂ ଏହି ଆଇନର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକାରୀ ହେଉନାହିଁ   ।

    ସେ କ୍ଷେତ୍ରରେ ନିବନ୍ଧକ, ସମବାୟ ସମିତି କାରବାର ଚାଳାଇଛି କି ନାହିଁ, କର୍ମଚାରୀ ହେଉଛି କି ନାହିଁ, ସମବାୟ ସମିତିର ସ୍ଥିତ ରହିଛି କି ନାହିଁ ଅଥବା ବାର୍ଷିକ ବିବରଣୀ ଦାଖଲ କରୁଛି କି ନାହିଁ ଏ ବିଷୟରେ ଅନୁସନ୍ଧାନ କରିବାକୁ ଏକ ଚିଠି ସମବାୟ ସମିତିର ମୁଖ୍ୟ ପରିଚାଳକ ଚିଫ ଏକଜିକ୍ୟୁଟିଭ)ଙ୍କ ନିକଟକୁ ପଠାଇବେ ।

  2. ଉପଧାରା  (୧) ଅନୁଯାୟୀ ପଠାଯାଇଥିବା ଚିଠି ଏକ ମାସ ମଧ୍ୟରେ ଯଦି ନିବନ୍ଧକ ଚିଠିର ଉତ୍ତର ନ ପାଆନ୍ତି ତେବେ ନିବନ୍ଧକ ମାସର  ୧୪ ଦିନ ଅବସାନ ହେବାପରେ ସମବାୟ ସମିତିର ମୁଖ୍ୟ ପରିଚାଳକଙ୍କ (ଚିଫ ଏକଜିକ୍ୟୁଟିଭ) ନିକଟକୁ ଉପଧାରା  (୨) ଅନୁଯାଇ ପଠାଯାଇଥିବା ଚିଠିକୁ ନିର୍ଦ୍ଦେଶ କରି ଆଉ ଏକ ଚିଠି ପଠାଇବେ ଏବଂ ସେଥିରେ ନିମ୍ନଲିଖିତ ଦର୍ଶାଇବେ    । ଯଥା –
    • ତାଙ୍କ ଦ୍ଵାରା ଚିଠିର କୌଣସି ପ୍ରାପ୍ୟ ଯାଇନାହିଁ   ।
    • ଏହି ଉପଧାରା ଅନୁଯାୟୀ ପଠାଯାଇଥିବା ଚିଠିର ଉତ୍ତର ଯଦି ପଠାଯିବା ତାରିଖରୁ ଏକ ମାସ ମଧ୍ୟରେ ପାୟା ନ ଯାଏ ତେବେ ସମବାୟ ସମିତିର ନାମକୁ ରେଜିଷ୍ଟରରୁ କାଟିଦେବାକୁ ଏବଂ ବିଘଟନ କରିବାକୁ ଗେଜେଟରେ ଏକ ନୋଟିସ ପ୍ରକାଶିତ ହେବ   ।
    • ସମବାୟ ସମିତିଟି କାରବାର କରୁ ନାହିଁ , ଅଥବା କାର୍ଯ୍ୟକାରୀ ହେଉନାହିଁ ଅଥବା ତାହାର ସମବାୟ ସ୍ଥିତି ବଜାୟ ରଖିବାକୁ ଇଚ୍ଛା କରୁନାହିଁ ଅଥବା ବାର୍ଷିକ ବିବରଣୀ ଦାଖଲ କରୁନାହିଁ  ବୋଲି ସମବାୟ ସମିତି ଠାରୁ ଉତ୍ତର ପାଆନ୍ତି ଅଥବା   ।
    • ଉପ-ଧାରା (୨) ଅନୁଯାଇ ନିବନ୍ଧକନାକ ଦ୍ଵାରା ପଠାଯାଇଥିବା ଚିଠି ତାରିଖରୁ ଏକ ମାସ ମଧ୍ୟରେ ସେହି ଚିଠିର ଉତ୍ତର ପାଆନ୍ତି  ।

    ସେ କ୍ଷେତ୍ରରେ ସେ  (ନିବନ୍ଧକ) ସଙ୍ଘିୟ ସମବାୟ ସମିତି ସହ ପରାମର୍ଶ କରିବା ପରେ ଗେଜେଟଏ ପ୍ରକାଶ କରିବେ ଏବଂ ସମବାୟ ସମିତିକୁ ଏକ ନୋଟିସ ପଠାଇବେ ଯେ ଯଦି ସମବାୟ ସମିତି କୌଣସି କାରଣ ଦର୍ଶାଏ  ତେବେ ନୋଟିସ ତାରିଖରୁ ଏକ ମାସ ଅବସାନ ହେବାପରେ ସମବାୟ ସମିତିର ନାମ ରେଜିଷ୍ଟରକୁ କଟାଯିବ ଏବଂ ସମବାୟ ସମିତିର ବିଘଟିତ ହେବ  ।

  3. ଉପଧାରା  (୨) ଅନୁଯାୟୀ ପଠାଯାଇଥିବା ନୋଟିସରେ ଉଲ୍ଲିଖିତ ସମୟର ଅବସାନପରେ ଯଦି ସମବାୟ ସମିତି ପୂର୍ବରୁ ସେ ବିଷୟରେ କୌଣସି କାରଣ ଦର୍ଶାଇ ନଥାଏ ତେବେ ନିବନ୍ଧକ ହୁଏତ   ।
    • ଯଦି ସନ୍ତୁଷ୍ଟ ହୁଅନ୍ତି ଯେ , ସମବାୟ ସମିତିର କୌଣସି ଆସ୍ତି ଅଥବା ଦାୟିତ୍ଵ ନାହିଁ ତେବେ ବିଘଟନ ପ୍ରମାଣପତ୍ର ଇଶୁ କରିପାରନ୍ତି , ଅଥବା   ।
    • ସମବାୟ ସମିତିକୁ ବିଘଟନ କରିବାକୁ ଜଣେ ନିକାଶକାରୀ ନିଯୁକ୍ତ କରିପାରନ୍ତି   ।
  4. ଯେଉଁ କ୍ଷେତ୍ରରେ ଗୋଟିଏ ସମବାୟ ସମିତି ତାହାର ସଭ୍ୟମାନଙ୍କୁ ବାର୍ଷିକ ଆର୍ଥିକ ବିବରଣୀ ନକଲ   ।
    • ସେହି ଉଦ୍ଦେଶ୍ୟରେ ଡକାଯାଇଥିବା ବାର୍ଷିକ ଅଥବା ସ୍ଵତନ୍ତ୍ର ବା ବିଶେଷ ବୈଠକରେ ଦେବାକୁ ଅସଫଳ ହୁଅନ୍ତି,
    • ସମବାୟ ସମିତିର ଆର୍ଥିକ ବର୍ଷ ଶେଷ ହେବାପରେ ଆଠ ମାସ ସମୟ ମଧ୍ୟରେ  ଦେବାକୁ ଅସଫଳ ହୁଅନ୍ତି ସେ କ୍ଷେତ୍ରରେ  ନିବନ୍ଧକ,
    • ପୂର୍ବବର୍ତ୍ତୀ ଆର୍ଥିକ ବର୍ଷ ମଧ୍ୟରେ କରାଯାଇଥିବା କାରବାର ସଂପର୍କରେ  ବିଚାର କରିବା ଉଦ୍ଦେଶ୍ୟରେ  ଏବଂ ବାର୍ଷିକ ଆର୍ଥିକ ବିବରଣୀର ଏକ ନକଲ ସଭ୍ୟମାନଙ୍କୁ ଓ ନିବନ୍ଧକଙ୍କୁ ଦେବା ନିମନ୍ତେ ସମବାୟ ସମିତିର ଗୋଟିଏ ସ୍ଵତନ୍ତ୍ର ବା ବିଶେଷ ବୈଠକ ବସାଇବାକୁ ନିର୍ଦ୍ଦେଶକଙ୍କୁ ଆବଶ୍ୟକ କରିପାରନ୍ତି ।
    • ଯେଉଁ କ୍ଷେତ୍ରରେ ନିବନ୍ଧକ ପ୍ରକରଣ (ଗ) ଅନୁଯାୟୀ ଗୋଟିଏ ସ୍ଵତନ୍ତ୍ର  ବା ବିଶେଷ ବୈଠକ ଡକାଯିବାକୁ ଆବଶ୍ୟକ କରନ୍ତି ସେ କ୍ଷେତ୍ରରେ କେଉଁ ସମୟରେ ସ୍ଵତନ୍ତ୍ର ବା ବିଶେଷ ବୈଠକଟି ଡକାଯିବ ତାହା ନିର୍ଦ୍ଧାରଣ କରିବେ ।
  5. ଯେଉଁ କ୍ଷେତ୍ରରେ ନିର୍ଦ୍ଦେଶକ ଉପ – ଧାରା (୫)ରେ ଦିଆଯାଇଥିବା ସମୟ ମଧ୍ୟରେ ସ୍ଵତନ୍ତ୍ର ବା ବିଶେଷ ବୈଠକ ଡାକିବାକୁ ଅସଫଳ ହୁଅନ୍ତି ସେ କ୍ଷେତ୍ରରେ କେଉଁ କ୍ଷେତ୍ର ସମୟରେ ସ୍ଵତନ୍ତ୍ର ବା  ବିଶେଷ ବୈଠକଟି ଡକାଯିବ ତାହା ନିର୍ଦ୍ଧାରଣ କରିବେ ।
    • ସମବାୟ ସମିତିର ଆର୍ଥିକ ସ୍ଥିତି ଏବଂ ସମବାୟ ସମିତିରେ  ସଭ୍ୟମାନଙ୍କ ସ୍ଵାର୍ଥର  ସମୀକ୍ଷା କରିବାକୁ,
    • ସମବାୟ ସମିତି ଚାଲୁ ରଖିବାକୁ ସଭ୍ୟମାନେ ଇଚ୍ଛୁକ କି ନୁହେଁ ତାହା ନିର୍ଦ୍ଧାରଣ କରିବାକୁ (୭) ଯେଉଁ କ୍ଷେତ୍ରରେ : -
      • ଉପ – ଧାରା (୬)ଅନୁଯାୟୀ ଡକାଯାଇଥିବା ସ୍ଵତନ୍ତ୍ର ବା ବିଶେଷ ବୈଠକରେ ସଭ୍ୟମାନଙ୍କ କୋରମ ଉପସ୍ଥିତ ନ ହୁଅନ୍ତି,
      • ସମବାୟ ସମିତିଟି କାରବାର କରୁଛି ଏବଂ ବୋର୍ଡ ନିଶ୍ଚିତରୂପେ ଆର୍ଥିକ ବିବରଣୀ ଦାଖଲ କରିବେ ଏହି ମର୍ମରେ ଗୋଟିଏ ପ୍ରସ୍ତାବ ସଭ୍ୟମାନଙ୍କଠାରୁ ପାଶ୍ ନହୋଇଛି;

ସେ କ୍ଷେତ୍ରରେ ନିବନ୍ଧକ ହୁଏତ, ସମବାୟ ସମିତିଟିକୁ ବିଘଟନ କରିବାକୁ ଜଣେ ନିକାଶକାରୀ ନିଯୁକ୍ତି କରିପାରନ୍ତି ଅଥବା ଯେଉଁ କ୍ଷେତ୍ରରେ ନିବନ୍ଧକ ସନ୍ତୁଷ୍ଟ ହୁଅନ୍ତି ଯେ ସମବାୟ ସମିତିଟିର କୌଣସି ଆସ୍ତି ଅଥବା ଦାୟିତ୍ଵ ନାହିଁ ସେ କ୍ଷେତ୍ରରେ ସେ ହୁଏତ, ବିଘଟନ ପ୍ରମାଣପତ୍ର ଇଷୁ କରିପାରନ୍ତି ।

ଅଦାଲତ ଆଦେଶ ଦ୍ଵାରା ବିଘଟନ

  1. ନିବନ୍ଧକ ଅଥବା ସ୍ଵାର୍ଥପରାଣୟତା ବା ସ୍ଵାର୍ଥ ଚିନ୍ତାଯୁକ୍ତ ବ୍ୟକ୍ତି ହୁଏତ, ପ୍ରସ୍ତାବିତ ଆବେଦନର ତିନିମାସିଆ ନୋଟିସ ସମବାୟ ସମିତିକୁ ଦିଆଯିବାପରେ ଗୋଟିଏ ସମବାୟ ସମିତିର ବିଘଟନ କରିବା ଉଦ୍ଦେଶ୍ୟରେ  ଆଦେଶ ପାଇବାକୁ ଅଦାଲତକୁ ଆବେଦନ କରିପାରନ୍ତି, ଯେଉଁ କ୍ଷେତ୍ରରେ ସମବାୟ ସମିତି –
    • ଭୁଲକ୍ରମେ ଅଥବା ପ୍ରତାରଣାପୂର୍ବକ ତାହାର ନିବନ୍ଧକ ପ୍ରାପ୍ତ କରିଛି,
    • ଅବୈଧ ଉଦ୍ଦେଶ୍ୟ ନିମନ୍ତେ ବିଦ୍ୟମାନ,
    • ନିବନ୍ଧକଙ୍କ ଦ୍ଵାରା କରାଯାଇଥିବା ନୋଟିସ ପରେ ମଧ୍ୟ ଜାଣିଶୁଣି ଆଇନ ଏବଂ ଉପ ବିଧିର ଯେକୌଣସି ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି,
    • ସମବାୟ ପଦ୍ଧତିରେ କାର୍ଯ୍ୟକାରୀ ହେଉନାହିଁ ।
  2. ଯେଉଁ କ୍ଷେତ୍ରରେ ସ୍ଵାର୍ଥଚିନ୍ତାଯୁକ୍ତ ବ୍ୟକ୍ତି ଜଣକ ଏହି ଦଫାନୁଯାୟୀ ଆବେଦନ କରନ୍ତି ସେ କ୍ଷେତ୍ରରେ  ସେପରି ବ୍ୟକ୍ତି ତାଙ୍କର ଆବେଦନ ବିଷୟରେ ନିବନ୍ଧକଙ୍କୁ ସୂଚନା ଦେବେ ଏବଂ ହଜାର ହେବେ ଓ ବ୍ୟକ୍ତିଗତ ଭାବେ ଅଥବା ଓକିଲ ଦ୍ଵାରା ଶୁଣାଣୀ କରିବାକୁ ହକଦାର ହେବେ।
  3. ଏହି  ଦଫାନୁଯାୟୀ ଯେଉଁ କ୍ଷେତ୍ରରେ ଅଦାଲତ ଏକ ଆବେଦନ ଗ୍ରହଣ କରନ୍ତି ଯେ କ୍ଷେତ୍ରରେ ଅଦାଲତ ଆଦେଶ ଦେବେ ଯେ, ସମବାୟ ସମିତିଟି ବିଘଟିତ ଏବଂ ବନ୍ଦ ହେବ ଏବଂ ନିବନ୍ଧକଙ୍କ ତତ୍ତ୍ଵାବଧାନରେ ବିଘଟିତ ହେବ ।
  4. ଉପ – ଧାରା (୩) ଅନୁଯାୟୀ କରାଯାଇଥିବା ଆଦେଶ ଯେଉଁ କ୍ଷେତ୍ରରେ ନିବନ୍ଧକ ପାଆନ୍ତି ସେ କ୍ଷେତ୍ରରେ ସେ –
    • ଯେଉଁ ସ୍ଥଳରେ ଆଦେଶଟି ସମବାୟ ସମିତିର ବିଘଟିତ କରିବା ନିମନ୍ତେ ଉର୍ଦ୍ଧିଷ୍ଟ ଥିବ ସେ କ୍ଷେତ୍ରରେ ସେ ବିଘଟନ ପ୍ରମାଣପତ୍ର ଇଶୁ କରିବେ,
    • ଯେଉଁ କ୍ଷେତ୍ରରେ ଆଦେଶଟି ସମବାୟ ସମିତିକୁ ନିବନ୍ଧକଙ୍କ ତତ୍ତ୍ଵାବଧାନ ଅନୁଯାୟୀ ବନ୍ଦ ଏବଂ ବିଘଟନ କରିବା ନିମନ୍ତେ  ଉର୍ଦ୍ଦିଷ୍ଟ ଥାଏ ସେ କ୍ଷେତ୍ରରେ ନିବନ୍ଧକ ଗେଜେଟରେ ଏକ ନୋଟିସ ପ୍ରକାଶ କରିବେ ।

ନିକାଶକାରୀ ନିଯୁକ୍ତି

ଯେଉଁ କ୍ଷେତ୍ରରେ ଗୋଟିଏ ସମବାୟ ସମିତି ବନ୍ଦ ଅଥବା ବିଘଟିତ ହୋଇଥିବ ଏବଂ ସାଧାରଣ ସଂଘ ଅଥବା ଅଦାଲତ ଦ୍ଵାରା ଯେକୌଣସି ନିକାଶକାରୀ ନିଯୁକ୍ତି ହୋଇ ନଥିବେ ସେ କ୍ଷେତ୍ରରେ ନିବନ୍ଧକ ହୁଏତ –

  • ସମବାୟ ସମିତିର କାରବାର ସମପନ କରିବାକୁ ଯେକୌଣସି ବ୍ୟକ୍ତିଙ୍କୁ ନିକାଶକାରୀ ରୂପେ ନିଯୁକ୍ତି କରିପାରନ୍ତି, ଅଥବା
  • ଯଦି ନିବନ୍ଧକ ସନ୍ତୁଷ୍ଟ ହୁଅନ୍ତି ଯେ ସମବାୟ ସମିତିର ଆସ୍ତି ଏବଂ ଦାୟିତ୍ଵ ନାହିଁ ତେବେ ବିଘଟନ ପ୍ରମାଣପତ୍ର ଲଶୁ କରିପାରନ୍ତି ।

ନିକାଶକାରୀଙ୍କ କର୍ତ୍ତବ୍ୟମାନ

ନିବାଶକାରୀ ରୂପେ ନିଯୁକ୍ତି ହେବାପରେ ନିକାଶକାରୀ –

  1. ତତକ୍ଷଣାତ୍ ତାଙ୍କର ନିଯୁକ୍ତି ବିଷୟରେ -
    • ନିବନ୍ଧକଙ୍କ ଦ୍ଵାରା ନିଯୁକ୍ତ ହୋଇନଥିବା ନିକାଶକାରୀ ନିବନ୍ଧକଙ୍କୁ ଏବଂ
    • ନିକାଶକାରୀ ର ଜ୍ଞାତ ବା ପରିଚିତ ପ୍ରତ୍ୟେକ ଦାବିଦାର ଏବଂ ସାହୁକାର ବ ମହାଜନଙ୍କୁ ସୂଚନା ଦେବେ ।
  2. ତାଙ୍କର ନିଯୁକ୍ତି ବିଷୟରେ ତତ୍ କ୍ଷଣାତ ଗେଜେଟରେ  ପ୍ରକାଶ କରିବେ ଏବଂ ଯେଉଁ  ସ୍ଥାନରେ ସମବାୟ ସମିତିର ନିବନ୍ଧିତ ଦପ୍ତର ଥିବ ସେହି ସ୍ଥାନରେ ପ୍ରକାଶିତ ଅଥବା ଆବଣ୍ଟିତ ହେଉଥିବା ସମ୍ବାଦ ପତ୍ରରେ ଦୁଇଟି ଲାଗଲାଗ ସପ୍ତାହ ନିମନ୍ତେ ସପ୍ତାହରେ ଥରେ ପ୍ରକାଶିତ ହେବ ଏବଂ ସମବାୟ ସମିତିଟି ଯେଉଁସ୍ଥାନରେ କାରବାର କରୁଥିବ ସେହି ସ୍ଥାନରେ ପ୍ରତ୍ୟେକ କ୍ଷେତ୍ରାଧିକାର ସମାପନର ନୋଟିସ ଦେବାକୁ ଉପଯୁକ୍ତ ପଦକ୍ଷେପ ନିଆଯିବ ।
  3. ପ୍ରକରଣ (କ) ଏବଂ  (ଖ) ରେ ଉଲ୍ଲିଖିତ ନୋଟିସରେ ଗୋଟିଏ ବ୍ୟବସ୍ଥା ରାଖୀ ଯେକୌଣସି ବ୍ୟକ୍ତିଙ୍କୁ ଆବଶ୍ୟକ କରିପାରନ୍ତି  ।
    • ଯେଉଁ ବ୍ୟକ୍ତି ସମବାୟ ସମିତି ଠାରୁ ଋଣ କରିଥିବ ସେହି ବ୍ୟକ୍ତିଙ୍କୁ ଉଲିଖିତ ସମୟ ଶାଣରେ ନିକାସକାରୀଙ୍କୁ କୌଣସି ହିସାବ ଅଥବା ପରିମାଣ ଦେବାକୁ ।
    • ସମବାୟ ସମିତିର ସଂପତ୍ତିର ଦାଖଲରେ ଥିବା ବ୍ୟକ୍ତିଙ୍କୁ ଉଲ୍ଲିଖିତ ସମୟ ଓ ସ୍ଥାନଏ ତାହା ନିକାସକାରୀଙ୍କୁ ପ୍ରଦାନ କରିବାକୁ
    • ସମବାୟ ସମିତି ବିରୁଦ୍ଧେ କରାଯାଇଥିବା ଯେକୌଣସି ଦାବିର ବିଷୟବସ୍ତୁ ଲିଖିତକାରରେ ନିକାଶକାରୀଙ୍କ ନିକଟରେ ନୋଟିସ ପ୍ରକାଶ ପରେ ଦୁଇ ମାସ ମଧ୍ୟରେ ଉପସ୍ଥାପିତ କରିବାକୁ  ।
  4. ସମବାୟ ସମିତି ସଂପତ୍ତିର ହେପାଜତ ଏବଂ ନିୟନ୍ତ୍ରଣରେ ନେବାକୁ  ।
  5. ସମବାୟ ସମିତିର ଟଙ୍କା ପାଇଁ ଏକ ଟ୍ରଷ୍ଟ ଏକାଉଣ୍ଟ ଖୋଲିବାକାଉ ଏବଂ ରଖିବାକୁ   ।
  6. ନିକାସକାରୀଙ୍କ ଦ୍ଵାରା ପ୍ରାପ୍ତ ଏବଂ ଦେୟ ସମବାୟ ସମିତିରେ ଟଙ୍କା ହିସାବ ରଖିବାକୁ   ।
  7. ସମବାୟ ସମିତି ବିରୁଦ୍ଧେ ଯେଉଁମାନେ ଦାବି କରିଥିବେ ସେହୀ ବ୍ୟକ୍ତିଙ୍କର ସଭ୍ୟମାନଙ୍କର ସାହୁକାର ବା ମହାଜନମାନଙ୍କର ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କର ପୃଥକ ତାଲିକା ରଖିବାକୁ   ।
  8. ଯେଉଁ କ୍ଷେତ୍ରରେ ଯେକୌଣସି ସମୟରେ ସେ ନିର୍ଧାରଣ କରନ୍ତି ଯେ , ସମବାୟ ସମିତିକୁ ତାହର ଋଣ ପରିଶୋଧ କରିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକାଉ ଅକ୍ଷମ ହୁଏ ସେ କ୍ଷେତ୍ରରେ ନିକାଶକାରୀ ନିର୍ଦ୍ଦେଶ ନିମନ୍ତେ ନିବନ୍ଧକଙ୍କୁ ଆବେଦନ କରିବେ , ଏବଂ
  9. ନିକାଶକାରୀ ନିଯୁକ୍ତ ହେବାର ପ୍ରତ୍ୟେକ ହେବାର ପ୍ରତ୍ୟେକ ଛଅ  ମାସ ପରେ ଅନ୍ତତଃପକ୍ଷେ ଥରେ ନିବନ୍ଧନ ଆବଶ୍ୟକ କରୁଥିବ ଅଥବା ସେ  (ନିକାଶକାରୀ) ଉପଯୁକ୍ତ ବିବେଚନା କରୁଥିବା ସମବାୟ ସମିତିର ଆର୍ଥିକ ବିବରଣୀ ନିବନ୍ଧକଙ୍କୁ ପ୍ରଦାନ କରିବେ  ।

ନିକାଶକାରୀଙ୍କ କ୍ଷମତାମାନ

  1. ନିକାଶକାରୀ ହୁଏତ -
    • ଓକିଲ, ଏକାଉଣ୍ଟାଣ୍ଟ ଯନ୍ତ୍ରୀ, ମୂଲ୍ୟନିରୂପକ ଏବଂ ଅନ୍ୟାନ୍ୟ ବୃତ୍ତିଧାରୀ ଉପଦେଶ ଜାରି କରିପାରନ୍ତି  ।
    • ସମବାୟ ସମିତି ନାମରେ ଅଥବା ସମବାୟ ସମିତି ତରଫରୁ ଯେକୌଣସି ଦେବାଣୀ ଫୌଜଦାରି ପ୍ରଶାସନିକ କାର୍ଯ୍ୟ ଅଥବା କାର୍ଯ୍ୟଧାରା, ଉପସ୍ଥାପିତ, ମୋକଦ୍ଦମାରେ ଜବାବ ଅଥବା ଅଂଶ ଗ୍ରହଣ କରିପାରନ୍ତି   ।
    • ଏକ ବ୍ୟବସ୍ଥିତ ସମାପନ ନିମନ୍ତେ ଆବଶ୍ୟକ ପ୍ରକାରେ ସମବାୟ ସମିତିର କାରବାର କରିପାରନ୍ତି   ।
    • ସମବାୟ ସମିତିର ଯେକୌଣସି ସଂପତ୍ତି ସର୍ବସାଧାରଣ ନିଲାମ ଅଥବା ବେସରକାରୀ ବିକ୍ରୟଦ୍ଵାରା ବିକ୍ରୟ କରିପାରନ୍ତି  ।
    • ସମବାୟ ସମିତିର ସଂପତ୍ତି ବନ୍ଧା ରଖି ଟଙ୍କା ଉଧାର କରିପାରନ୍ତି   ।
    • ସମବାୟ ସମିତି ଦ୍ଵାରା ଅଥବା ବିରୁଦ୍ଧରେ ହୋଇଥିବା ଯେକୌଣସି ଦାବିର ମୀମାଂସା ଅଥବା ଅପୋଷ ନିଷ୍ପତ୍ତି କରିପାରନ୍ତି   ।
    • ସମବାୟ ସମିତିର ସମାପନ ଏବଂ ତାହାର  ସଂପତ୍ତି ଓ ତହବିଲର ବିନିଯୋଗ ନିମନ୍ତେ ସେ (ନିକାଶକାରୀ) ଆବଶ୍ୟକତାନୁଯାୟୀ ବିବେଚନା କରି ଅନ୍ୟାନ୍ୟ କାର୍ଯ୍ୟ କରିପାରନ୍ତି ।
  2. ଯେଉଁ କ୍ଷେତ୍ରରେ ନିକାଶକାରୀ ଙ୍କର ବିଶ୍ଵାସ କରିବାର କାରଣ ଥାଏ , ସେ କୌଣସି ବ୍ୟକ୍ତି ସମବାୟ ସମିତିର ଯେ କୌଣସି ସଂପତ୍ତି ତାଙ୍କ ଦାଖଲରେ ରଖିଛନ୍ତି ଅଥବା ଆତ୍ମସାତ କରିଛନ୍ତି ଅଥବା କୌଣସି ବ୍ୟକ୍ତି ସମବାୟ ସମିତିର ସଂପତ୍ତିକୁ ତାଙ୍କ ନିୟନ୍ତ୍ରଣରେ ରଖିଛନ୍ତି ଅଥବା ଲୁଚାଇ ରଖିଛନ୍ତି ଅଥବା ଆତ୍ମସାତ କରିଛନ୍ତି ସେ କ୍ଷେତ୍ରରେ ନିକାଶକାରୀ, ହୁଏତ ସେପରି ବ୍ୟକ୍ତିଙ୍କୁ ଅଦାଲତ ସମ୍ମୁଖରେ ହାଜର କରାଇ ତାଙ୍କୁ ପରୀକ୍ଷା କରିବା ନିମନ୍ତେ ଅଦାଲତର ଆଦେଶ ପାଇଁ ଆବେଦନ କରିପାରନ୍ତି    ।
  3. ଉପଧାରା (୨) ରେ ଉଲ୍ଲିଖିତ ପରୀକ୍ଷା ଯେଉଁ କ୍ଷେତ୍ରରେ ସେପରି ବ୍ୟକ୍ତିଙ୍କର ସମବାୟ ସମିତିର ସଂପତ୍ତି ଲୁଚାଇ ରଖିବାର ଅଥବା ରଖିବାର ଅଥବା ଆତ୍ମସାତ କରିବାର ପ୍ରକଟ କରେ ସେ କ୍ଷେତ୍ରରେ ଅଦାଲତ ହୁଏତ, ସମବାୟ ସମିତି ତରଫରୁ ନିକାଶକାରୀଙ୍କୁ ସମବାୟ ସଂପତ୍ତିକୁ ପ୍ରତ୍ୟାର୍ପଣ କରିବାକୁ ଅଥବା କ୍ଷତିପୂରଣ ଦେବାକୁ ସେପରି ବ୍ୟକ୍ତିଙ୍କୁ ଆଦେଶ ଦେଇପାରନ୍ତି   ।
  4. କୌଣସି ନିକାଶକାରୀ ଅଥବା ତାଙ୍କର ନିକଟ ସମ୍ପର୍କୀୟ ପ୍ରତ୍ୟେକ୍ଷ ଭାବରେ ଅଥବା ପରୋକ୍ଷ ଭାବରେ ସମବାୟ ସମିତିର ଷ୍ଟକ ଇନ ଟ୍ରେଟ, ଋଣ ଅଥବା ଆସ୍ତିର କୌଣସି ଅଂଶ ବିଶେଷ କ୍ରୟ କରିପାରିବେ ନାହିଁ  ।

ଚୂଡାନ୍ତ  ହିସାବ

  1. ନିକାଶକାରୀ ସମବାୟ ସମିତିର ସଂପତ୍ତିରୁ ସମାପନ ଖର୍ଚ୍ଚ ଦେବେ ଏବଂ ସମବାୟ ସମିତି ବିରୁଦ୍ଧେ ହୋଇଥିବା ସମସ୍ତ ଦାବି ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା ଅଥବା ଖର୍ଚ୍ଚ ବହନ କରିବେ   ।
  2. ସମବାୟ ସମିତି ବିରୁଦ୍ଧେ କରାଯାଇଥିବା ସମସ୍ତ ଦାବି ଖର୍ଚ୍ଚ ଦେଇ ସାରିବା ପରେ ଏବଂ ପର୍ଯ୍ୟାପ୍ତ ବ୍ୟବସ୍ଥା କରିସାରିବା ପରେ ନିକାଶକାରୀ ତାଙ୍କର ଚୂଡାନ୍ତ ହିସାବର ଅନୁମୋଦନ ନିମନ୍ତେ ଏବଂ ଉପ-ବିଧି ଅନୁଯାୟୀ ସମବାୟ ସମିତିର ଅବଶିଷ୍ଟ ସଂପତ୍ତିକୁ ଆବେଦନ କରିପାରନ୍ତି  ।
  3. ଉପବିଧି (୨) ଅନୁଯାଇ ଜେଣ ନିକାଶକାରୀଙ୍କ ଦ୍ଵାରା ଦିଆଯାଇଥିବା ଚୂଡାନ୍ତ ହିସାବ କୁ ଯେଉଁ କ୍ଷେତ୍ରରେ ନିବନ୍ଧକ ଅନୁମୋଦନ କରନ୍ତି ସେ କ୍ଷେତ୍ରରେ ସେ   ।
    • ସମବାୟ ସମିତିର ଦଲିଲ ଦସ୍ତାବିଜ ଏବଂ ରେକର୍ଡଦାର ହେପାଜତ ଅଥବା ବିନିଯୋଗ ବା ବିନ୍ୟାସ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିବେ,
    • ନିକାଶକାରୀଙ୍କୁ ଡିସଚାର୍ଯ୍ୟ କରିବେ ,
  4. ଯେଉଁ କ୍ଷେତ୍ରରେ ଉପ-ଧାରା (୩) ଅନୁଯାୟୀ ନିବନ୍ଧକ ଜେନ ନିକାଶକାରୀଙ୍କୁ ଡିସଚାର୍ଯ୍ୟ କରନ୍ତି ସେ କ୍ଷେତ୍ରରେ ସେ  (ନିବନ୍ଧକ) ଗୋଟିଏ ବିଘଟଣ ପ୍ରମାଣପତ୍ର ଇଶୁ କରିବେ   ।
  5. ବିଘଟଣ ପ୍ରମାଣପତ୍ର ରେ ଦର୍ଶାଯାଇଥିବା ତାରିଖରୁ ସମବାୟ ସମିତି ବନ୍ଦ ହେବ ଯାହାକି ନିକାଶକାରୀଙ୍କ ନିଯୁକ୍ତି ପରେ  ୨୪ ମାସରୁ କମ ନୁହେଁ   ।

ଆଧାର ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate