অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅର୍ଡର ଡିଗ୍ରୀ ଏବଂ ଆୱାର୍ଡ ସମୂହର ସମ୍ପାଦନ (ଭାଗ -୧)

ଅର୍ଡର ଡିଗ୍ରୀ ଏବଂ ଆୱାର୍ଡ ସମୂହର ସମ୍ପାଦନ (ଭାଗ -୧)

  1. ନିୟମ ୯୭. ଡିଗ୍ରୀ ଏବଂ ଆର୍ୱାର୍ଡ  ସମୂହର ସମ୍ପାଦନ
  2. ନିୟମ ୯୮. ଡିଗ୍ରୀ, ବିଚାର, ଆର୍ୱାର୍ଡ ଅଥବା ଅଂଶଦାନ ଆଦେଶ ସମ୍ପାଦନ କରିବାର କାର୍ଯ୍ୟବିଧି
  3. ନିୟମ ୯୯. ଆବେଦନ (ଦରଖାସ୍ତ)ପ୍ରାପ୍ତ ପରେ ମୁଖ୍ୟ ଅଫିସରଙ୍କ ଦ୍ଵାରା କାର୍ଯ୍ୟବିଧି
  4. ନିୟମ ୧୦୦ - ଚଳନ୍ତି ସଂପତ୍ତିର ଦଖଲ (ଜବତ) ଏବଂ ବିକ୍ରୟ
  5. ନିୟମ ୧୦୧. କୋରଖ ସଂପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ଵ
  6. ନିୟମ ୧୦୨ ଏବଂ ୧୦୩
  7. ନିୟମ ୧୦୪ - ପ୍ରବେଶ କରିବାର କ୍ଷମତା
  8. ନିୟମ ୧୦୫.ପୋଲିସ ଅଫିସରଙ୍କ ଉପସ୍ଥିତିରେ ବଳପୂର୍ବକ ଦ୍ଵାରା ଉନ୍ମୋକ୍ତ କରିବାର ବିକ୍ରୟ ଅଫିସରଙ୍କ କ୍ଷମତା
  9. ନିୟମ ୧୦୬ -  ବିକ୍ରୟ ହେବାକୁ ଥିବା ସଂପତ୍ତିର ବିକ୍ରୟ ସ୍ଥାନ  ଓ ସମୟ ଘୋଷଣା କରାଯିବ
  10. ନିୟମ ୧୦୭. ବିକ୍ରୟ କିପରି ପରିଚାଳନା କରିବେ
  11. ନିୟମ ୧୦୮. ବିକ୍ରୟ ସ୍ଥଗିତ
  12. ନିୟମ ୧୦୯ ଏବଂ ୧୧୦
  13. ନିୟମ ୧୧୧. କୋରଖ ସଂପତ୍ତିର ପ୍ରତାରଣାପୂର୍ବକ ଅପସାରଣ ପରିଣତି
  14. ନିୟମ ୧୧୨. ପ୍ରାପ୍ତ ଅର୍ଥର ପରିଶୋଧ (ଅର୍ପଣ) ଦ୍ଵାରା କୋରଖ ପ୍ରତ୍ୟାହାର
  15. ନିୟମ ୧୧୩ ଏବଂ ୧୧୪
  16. ନିୟମ ୧୧୫ ଚଳନ୍ତି ସଂପତ୍ତିର ଅଂଶ ଅଥବା ସ୍ଵତ୍ଵର କୋରଖ
  17. ନିୟମ ୧୧୬. ଡିଗ୍ରୀର କୋରଖ
  18. ନିୟମ ୧୧୭. ଖିଲାପକାରୀଙ୍କ ଅଧୀନରେ ନଥିବା ଋଣ ଅଂଶ କିମ୍ବା ଅନ୍ୟ ସଂପତ୍ତିର କୋରଖ

ନିୟମ ୯୭. ଡିଗ୍ରୀ ଏବଂ ଆର୍ୱାର୍ଡ  ସମୂହର ସମ୍ପାଦନ

ବିଚାର ଅଥବା ଆର୍ୱାର୍ଡ ଅଥବା ଯେକୌଣସି ଅର୍ଡର ସମ୍ପାଦିତ କରୁଥିବା ଦେୱାନୀ ଅଦାଲତ କଲେକ୍ଟର, ସେଭଳି ବ୍ୟକ୍ତି ଅଥବା ସ୍ଥାନୀୟ ଇଲାକାର ସମବାୟ ବିଭାଗର ମୁଖ୍ୟ ଅଫିସର ଯାହାଙ୍କ ସପକ୍ଷରେ ସେଭଳି ବିଚାର, ଆର୍ୱାର୍ଡ ଅଥବା ଅର୍ଡର ପାସ କରାଯାଇଥିବା,  ସେମାନଙ୍କର ଆବେଦନ ଫଳରେ ସେମାନଙ୍କର ଆବେଦନ ଫଳରେ ସେମାନଙ୍କୁ ସେଭଳି ବିଚାର, ଆର୍ୱାର୍ଡ ଅଥବା ଅର୍ଡର ଫେରସ୍ତ ଦେବେ । ଏଥି ସହିତ ଡିଗ୍ରୀ ସନ୍ତୋଷଜନକ ଭାବେ ସଂପାଦିତ ହୋଇଛି କି ନାହିଁ ଏବଂ ଡିଗ୍ରୀର କେଉଁ ଅଂଶ ସନ୍ତୋଷଜନକ ନୁହେଁ ତାହାର ଏକ ସାର୍ଟିଫିକେଟ ମଧ୍ୟ ଦେବେ ।

ନିୟମ ୯୮. ଡିଗ୍ରୀ, ବିଚାର, ଆର୍ୱାର୍ଡ ଅଥବା ଅଂଶଦାନ ଆଦେଶ ସମ୍ପାଦନ କରିବାର କାର୍ଯ୍ୟବିଧି

  1. ଯେକୌଣସି ଡିଗ୍ରୀଦାର ଯଦି ଆଇନର ୧୦୩ ଧାରାସ୍ଥ ଉପଦଫା ୨ ର ପ୍ରକରଣ "ଗ"ର ବ୍ୟବସ୍ଥାନୁଯାଇ ଆବେଦନ କରନ୍ତି,  ତେବେ ସେ ସ୍ଥାନୀୟ ଇଲାକାରେ ଅଧିକାର କ୍ଷେତ୍ରରେ ବିଭାଗର ମୁଖ୍ୟ ଅଫିସରଙ୍କ ସମ୍ମୁଖରେ ଆବେଦନ ଦାଖଲ କରିବେ ଏବଂ [ନିବନ୍ଧକଙ୍କ] ଦ୍ଵାରା ସମୟ ସମୟରେ ନିର୍ଦ୍ଧାରିତ ଅନୁଯାୟୀ ଆବଶ୍ୟକୀୟ ପରିବ୍ୟୟ (ଖର୍ଚ୍ଚ) ଜମା କରିବେ।
  2. ପ୍ରକାଶଥାଉକି, ନିବନ୍ଧକ ଲିଖିତ ଆଦେଶଦ୍ଵାରା ଫଣ୍ଡବିହୀନ ନବରୋଇଙ୍ଗ ଲିକ୍ୟୁଡେଟେଡ ସମିତିକୁ ଏହି ନିୟମରେ ନିର୍ଦ୍ଧାରିତ କରଯାଇଥିବା ଖର୍ଚ୍ଚ ପରିଶୋଧ କରିବାକୁ ମୁକ୍ତ କରିବେ ଓ ବଞ୍ଚିତ କରିବେ ।
  3. ଆବେଦନ ଦାଖଲ କରାଯାଇଥିବା ଇଲାକାର ମୁଖ୍ୟ ଅଫିସର ଙ୍କ ଅଧିକାର ଯେଉଁ ବାହାରେ ଯଦି ଖିଲାପକାରୀ ବାସ କରୁଥାଆନ୍ତି ଅଥବା ତାଙ୍କର ସଂପତ୍ତି ଥାଏ  (ଯେଉଁ ସଂପତ୍ତି ଉପରେ କାର୍ଯ୍ୟଧାରା ଗ୍ରହଣ କରାଯାଇଥାଏ) ତେବେ ସେଭଳି ମୁଖ୍ୟ ଅଫିସର ଆବେଦନରେ ଦିଆଯାଇଥିବା ବିଷୟବସ୍ତୁର ଯଥାର୍ଥତା ପ୍ରତିପାଦାନ କରିସାରିବା ପରେ ତାଙ୍କ ଅଫିସର ରେକର୍ଡ (ଯଦିଥାଏ) ସହିତ ଖିଲାପକାରୀ ବସବାସ କରୁଥିବା ତଥା ସେଭଳି ସଂପତ୍ତି ଥିବା ଇଲାକାର ମୁଖ୍ୟ ଅଫିସଙ୍କୁ ଉପରୋକ୍ତ ଆବେଦନ (ଦରଖାସ୍ତ) ହସ୍ତାନ୍ତର କରିବେ  ।
  4. ଡିଗ୍ରୀ ପୂର୍ବରୁ ଯଦି ଖିଲାପକାରୀର ମୃତ୍ୟୁ ହୁଏ,  ତେବେ ସେ ବୈଧ ପ୍ରତିନିଧି, ମୃତ ଖିଲାପକାରୀ ସଂପତ୍ତିର ଦାୟିତ୍ଵ ବିହନ କରିବେ ଏବଂ ଯଥାଯଥ ଭାବରେ ବିକ୍ରୟ କରିପାରିବେ ନାହିଁ ଏବଂ ସେଭଳି ଦାୟିତ୍ଵ ନିର୍ଣ୍ଣୟ ଉଦ୍ଦେଶ୍ୟ ନିମନ୍ତେ ଡିଗ୍ରୀ ସମ୍ପାଦିତ କରୁଥିବା ଇଲାକାର ମୁଖ୍ୟ ଅଫିସର ତାଙ୍କ ନିଜର ବିବେଚନାରୁ ହେଉ ଅଥବା ଡିଗ୍ରୀଦାରର ଆବେଦନ ଦାଖଲରୁ ହେଉ, ସେ ସେଭଳି ବୈଧ ପ୍ରତିନିଧିଙ୍କୁ ହିସାବ ଉପସ୍ଥାପିତ କରିବାକୁ ବାଧ୍ୟ କରିବେ ।
  5. ମୃତ ପୂର୍ବ ପୁରୁଷଙ୍କ ଋଣ ପରିଶୋଧ କରିବା ନିମନ୍ତେ ହୀନତୁ ଆଇନ ଅନୁଯାଇ ଦାୟୀ,  ସଂପତ୍ତି ଦାୟିତ୍ଵରେ ଥିବା ପୁତ୍ର ଅଥବା ଅନ୍ୟାନ୍ୟ ଉତ୍ତରାଧିକାରୀ ମୃତ ପୂର୍ବପୁରୁଷଙ୍କ ପରେ ତାଙ୍କର ଉତ୍ତରାଧିକାରୀ ତଥା ବୈଧ ପ୍ରତିନିଧି ରୂପେ ଗଣ୍ୟ ହେବେ ଏବଂ ସଂପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ଵ ବିହନ କରିବେ  ।

ସଂଶୋଧନ -୧୯୯୭

ନିୟମ ୯୮ର ସଂଶୋଧନ

କଥିତ ନିୟମାବଳୀର ନିୟମ  ୯୮ ର ଉପ- ନିୟମ (୨) ରେ ଶବ୍ଦ "ନିବନ୍ଧକ" ଯେଉଁଠାରେ ଦୃଶ୍ୟମାନ ହେବ, ସେଠାରେ ଶବ୍ଦାବଳୀ  "ମହା- ସମୀକ୍ଷକ (ଅଡିଟର ଜେନେରାଲ) ପ୍ରତିସ୍ଥାପିତ ହେବ ।(ଏସ.ଆର.ଓ. ସଂଖ୍ୟା ୧୭/୯୭,ତା ୨୩.୦୪.୧୯୯୭)

ନିୟମ ୯୯. ଆବେଦନ (ଦରଖାସ୍ତ)ପ୍ରାପ୍ତ ପରେ ମୁଖ୍ୟ ଅଫିସରଙ୍କ ଦ୍ଵାରା କାର୍ଯ୍ୟବିଧି

  1. ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ଫାରମରେ ଦରଖାସ୍ତ ଦାଖଲ କରାଯିବା ଏବଂ ତାହା (ଦରଖାସ୍ତ)ନ ଡିଗ୍ରୀଦାରଙ୍କ ଦ୍ଵାରା ଦରଖାସ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଅଚଳନ୍ତି ସଂପତ୍ତି ଉପରେ କାର୍ଯ୍ୟବିଧି ଆରମ୍ଭ କରାଯିବ ଅଥବା ଅଚଳନ୍ତି ସଂପତ୍ତିର କ୍ରୋଜ ନିରାପତ୍ତା କାର୍ଯ୍ୟବିଧି ଆରମ୍ଭ କରାଯିବ,  ତାହା ଡିଗ୍ରୀଦାର ସ୍ପଷ୍ଟଭାବରେ ସୂଚିତ କରିବେ ।
  2. ଦରଖାସ୍ତ ପ୍ରାପ୍ତ ହେବା ପରେ ଇଲାକାଧିନ ମୁଖ୍ୟ ଅଫିସର ଦରଖାସ୍ତ ଲିପିବଦ୍ଧ କରାଯାଇଥିବା ବିଷୟବସ୍ତୁର ଶୁଦ୍ଧତା ଏବଂ ଯଥାର୍ଥତାକୁ ତାଙ୍କ ଅଫିସରରେ ଥିବା ରେକର୍ଡ (ଯଦିଥାଏ) ସହିତ ମିଳାଇବେ ଏବଂ ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ ଫାରମରେ ଏକ ଦାବି ନୋଟିସ ଲିପିବଦ୍ଧ କରିବେ ଏବଂ ଦସ୍ତଖତ କରିବେ । ଉପରୋକ୍ତ ଦାବି ନୋଟିସର ଦୁଇଟି ନକଲ କରାଯିବା ସଙ୍ଗେ ସଙ୍ଗେ ସେଥିରେ ଖିଲାପକାରୀଙ୍କ ନାମ ଖର୍ଚ୍ଚ ସହିତ ପ୍ରାପ୍ୟ ପରିମାଣ  (ଯଦି ଥାଏ) ଏବଂ ଦାବି ନୋଟିସ ଜାରି କରିଥିବା ଅବ୍ୟକ୍ତିଙ୍କୁ କେତେ ପରିମାଣରେ ବଟା ଦିଆଯିବ, ତାହା ଲିପିବଦ୍ଧ କରାଯିବ ଏବଂ ପୂର୍ବରୁ ନିର୍ଦ୍ଧାରିତ ରୀତି ଅନୁଯାୟୀ ତାହା କାର୍ଯ୍ୟକାରୀ କରିବବାକୁ ବିକ୍ରୟ ଅଫିସରଙ୍କ ନିକଟକୁ ପଠାଯିବ ।  ଯଦି ଖିଲାପକାରୀ ମୁଖ୍ୟ ଅଫିସରଙ୍କ ଇଲାକା ବାହାରେ ଥାଏ  । ତେବେ  ୯୮ ଧାରାସ୍ଥ (୨) ଉପଧାରାର ବ୍ୟବସ୍ଥାନୁଯାୟୀ ଦରଖାସ୍ତ, ଖିଲାପକାରୀ ବାସ କରୁଥିବା ସ୍ଥାନର ମୁଖ୍ୟ ଅଫିସରଙ୍କୁ ହସ୍ତାନ୍ତର କରାଯିବ।  ଉପରୋକ୍ତ ମୁଖ୍ୟ ଅଫିସର (ଅନ୍ୟ ଇଲାକାର) ଦାବି ନୋଟିସରେ ଦସ୍ତଖତ କରିବାର ସଙ୍ଗେ ସଙ୍ଗେ ତାହା ଶୀଘ୍ର କାର୍ଯ୍ୟକାରୀ କରିବାକୁ ବିକ୍ରୟ ଅଫିସରଙ୍କ ନିକଟକୁ ପଠାଇବେ ।
  3. ଉପନିୟମ (୧) ରେ ବ୍ୟବସ୍ଥା କରାଯାଇଥିବା ନିର୍ଦ୍ଧିଷ୍ଟ ଆବେଦନକୁ କାର୍ଯ୍ୟକାରୀ କରିବା ପାଇଁ ଯେ ପର୍ଯ୍ୟନ୍ତ ଡିଗ୍ରୀଦାର ନିଜର ମତାମତ ନ ଦେଇଛନ୍ତି , ସେ ପର୍ଯ୍ୟନ୍ତ ସାଧାରଣତଃ ନିମ୍ନଲିଖିତ ରୀତି ଅନୁଯାଇ କାର୍ଯ୍ୟବିଧି ସଂପାଦନା କରାଯିବ, ଯଥା-
    • ଖିଲାପକାରୀଙ୍କ ଚଳନ୍ତି ସଂପତ୍ତି ଉପରେ ପ୍ରଥମତଃ କାର୍ଯ୍ୟବିଧି ଗ୍ରହଣ କରାଯିବ, କିନ୍ତୁ ଆବଶ୍ୟକତାକୁ ଭିତ୍ତି କାରୀ ଅଚଳତନୀ ସଂପତ୍ତି ଉପରେ ଏକ ସଙ୍ଗରେ କାର୍ଯ୍ୟବିଧି ବାଦ ଦିଆଯିବ ନାହିଁ   ।
    • ଯଦି ଚଳନ୍ତି ସଂପତ୍ତି ନ ଥାଏ ଅଥବା ଅଜାଡି ଚଳନ୍ତି ସଂପତ୍ତି ଏବଂ କୋରଖ କରାଯାଇଥିବା ସଂପତ୍ତି ବିକ୍ରୟ କରାଯିବ ଅପରେ ମଧ୍ୟ ତାହା ଡିଗ୍ରୀଦାରଙ୍କ ଦାବି ଅନୁଯାୟୀ ଅପର୍ଯ୍ୟାପ୍ତ ପରିମାଣର ହୁଏ,  ତେବେ ଡିଗ୍ରୀଦାରଙ୍କ ପାଖରେ ବନ୍ଧକ ପଡିଥିବା ଅଚଳନ୍ତି ସଂପତ୍ତି ଖିଲାପକାରୀଙ୍କ ଅନ୍ୟାନ୍ୟ ସଂପତ୍ତି ଉପରେ କାର୍ଯ୍ୟବିଧି କରାଯିବ ।

ସଂଶୋଧନ – ୧୯୯୭

ନିୟମ ୯୯ର ସଂଶୋଧନ -

କଥିତ ନିୟମାବଳୀର ନିୟମ ୯୯ର ଉପ- ନିୟମ (୨) ରେ ଶବ୍ଦ "ନିବନ୍ଧକ" ଯେଉଁଠାରେ ଦୃଶ୍ୟମାନ ହେବ, ସେଠାରେ ଶବ୍ଦାବଳୀ" ମହା ସମୀକ୍ଷକ (ଅଡିଟର ଜେନେରାଲ) ପ୍ରତିସ୍ଥାପିତ ହେବ ।(ଏସ.ଆର.ଓ. ସଂଖ୍ୟା ୧୭/୯୭,ତା ୨୩.୦୪.୧୯୯୭)

ନିୟମ ୧୦୦ - ଚଳନ୍ତି ସଂପତ୍ତିର ଦଖଲ (ଜବତ) ଏବଂ ବିକ୍ରୟ

ଚଳନ୍ତି ସଂପତ୍ତିର ଦଖଲ ଏବଂ ବିକ୍ରୟ ସମୟରେ ନିମ୍ନଲିଖିତ କାର୍ଯ୍ୟଧାରା ଗ୍ରହଣ କରାଯିବ, ଯଥା –

ଡିଗ୍ରୀଦାରଙ୍କୁ ପୂର୍ବରୁ ନୋଟିସ ଦେବା ପରେ ବିକ୍ରୟ ଅଫିସର, ଖିଲାପକାରୀ ବସବାସ କରୁଥିବା ସ୍ଥାନ ଅଥବା କୋରଖ ସଂପତ୍ତି ଥିବା ସ୍ଥାନକୁ ଅଗ୍ରସର ହେବେ ଏବଂ ଖିଲାପକାରୀ ଯଦି  ଉପସ୍ଥିତ ଥାଆନ୍ତି, ତେବେ ତାଙ୍କ ଉପରେ ଦାବି ନୋଟିସ ଜାରି କରିବେ, ଖିଲାପକାରୀ ଯଦି ଦେ ପରିମାଣ ସହିତ ଖର୍ଚ୍ଚ ତତକ୍ଷଣାତ ପରିଶୋଧନ ନ କରନ୍ତି, ତେବେ ବିକ୍ରୟ ଅଫିସର ସେଭଳି ସଂପତ୍ତିକୁ କୋରଖ କରିବା ସଙ୍ଗେ ସଙ୍ଗେ କୋରଖ ସଂପତ୍ତି ଦ୍ରବ୍ୟ ତାଲିକା ଯଥାଶୀଘ୍ର ଖିଲାପକାରୀଙ୍କ ଦେବେ ଏବଂ ଯଦି ପ୍ରାପ୍ୟ ପରିମାଣ ପୂର୍ବରୁ ପରିଶୋଧ କରାଯାଇ ନଥାଏ, ତେବେ ବିକ୍ରୟ ଅଫିସର କୋରଖ ସଂପତ୍ତିର ବିକ୍ରୟ ସ୍ଥାନ, ଦିନ ସମୟ ବିଜ୍ଞପ୍ତି ଦେବେ । ଖିଲାପକାରୀ ଯଦି ଅନୁପସ୍ଥିତ ଥାଆନ୍ତି,  ତେବେ ବିକ୍ରୟ ଅଫିସର ଖିଲାପକାରୀଙ୍କ ପରିବାରର ଅନ୍ୟ ଯେକୌଣସି କ୍ଷମତାପନ୍ନ ବ୍ୟକ୍ତି ଅଥବା ଅନ୍ୟ କୌଣସି କ୍ଷମତାପନ୍ନ ଏଜେଣ୍ଟଙ୍କ ଉପରେ ଦାବି ନୋଟିସ ଜାରି କରିବେ ।  ଯଦି ଉପରୋକ୍ତ ଦାବି ନୋଟିସ ସେମାନଙ୍କ ଉପରେ ପ୍ରଭାବ ନ ପକାଏ, ତେବେ ବିକ୍ରୟ ଅଫିସର ଖିଲାପକାରୀଙ୍କ ବାସ ଗୃହର ପ୍ରକାଶ୍ୟ ସ୍ଥାନରେ ଦାବି ନୋଟିସର ଏକକିତା ନକଲ ଟଙ୍ଗାଇଦେବେ ।  ତତପରେ ବିକ୍ରୟ ଅଫିସର କୋରଖ କାର୍ଯ୍ୟଧାରା ଆରମ୍ଭ ସଙ୍ଗେ ସଙ୍ଗେ କୋରଖ ସଂପତ୍ତି ତାଲିକା ଖିଲାପକାରୀଙ୍କ ବାସଗୃହର ସାଧାରଣ ସ୍ଥାନରେ ଲଟକାଇ ଦେବେ ଓ କୋରଖ ସଂପତ୍ତି କେଉଁ ସ୍ଥାନରେ ରହିବ ତାହା ଦର୍ଶାଇବେ ଏବଂ ବିକ୍ରୟର ସ୍ଥାନ ଓ ସମୟ ବିଜ୍ଞପ୍ତି ଦ୍ଵାରା ଜଣାଇଦେବେ ।

ନିୟମ ୧୦୧. କୋରଖ ସଂପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ଵ

  1. ସଂପତ୍ତି କୋରଖ ହେବା ପରେ ବିକ୍ରୟ, ଅଫିସର, ଡିଗ୍ରୀଦାର ଅଥବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ କୋରଖ ସଂପତ୍ତିର ରକ୍ଷଣାବେକ୍ଷଣା ଦାୟିତ୍ଵ ବିହନ କରିବାକୁ ଆଦେଶ ଦେଇପାରନ୍ତି । କୋରଖ କରାଯାଇ ଥିବା ଦ୍ରବ୍ୟାଦି ଅଥବା ସଂପତ୍ତିର ବ୍ୟବହାର, ବିକ୍ରୟ ଅଫିସର କରିପାରିବେ ନାହିଁ ।
  2. ଯଦି ବିକ୍ରୟ ଅଫିସର ଡିଗ୍ରୀଦାରଙ୍କୁ କୋରଖ ସଂପତ୍ତିର ରକ୍ଷଣାବେକ୍ଷଣା ଦାୟିତ୍ଵ ତୁଲାଇବାକୁ ଆବଶ୍ୟକ କରନ୍ତି, ତେବେ ଡିଗ୍ରୀଦାର ଉପରୋକ୍ତ କାର୍ଯ୍ୟଭାର ଗ୍ରହଣ କରିବା ବାଧ୍ୟ ହେବେ ।  ଡିଗ୍ରୀଦାରଙ୍କ ରକ୍ଷଣାବେକ୍ଷଣା ଦାୟିତ୍ଵରେ ଥିବା ସମୟରେ ଯଦି ତାଙ୍କ (ଡିଗ୍ରୀଦାର) ଅବହେଳାକୁ କୋରଖ ସଂପତ୍ତିର କିଛି କ୍ଷତି ହୁଏ, ତେବେ ଡିଗ୍ରୀଦାର ସେଭଳି କ୍ଷତି ଭରଣା କରିବାକାଉ ବାଧ୍ୟ ଅଟନ୍ତି ।  କୋରଖ ସଂପତ୍ତି ଯଦି ପଶୁ- ସଂପଦ, ହୋଇଥାଏ, ତେବେ ଡିଗ୍ରୀୟୀଦାର ପଶୁମାନଙ୍କ ନିମନ୍ତେ ଆବଶ୍ୟକୀୟ ଖାଦ୍ୟଦ୍ରବ୍ୟ ଦେଇ ପଶୁ ସଂପଦରେ ସ୍ଵାର୍ଥ ଥିବାର ଯଦି ଦାବି କରନ୍ତି ଏବଂ ଖିଲାପକାରୀ ଓ ସେଭଳି ଅନ୍ୟ କୌଣସି ବ୍ୟକ୍ତି,ଆବଶ୍ୟକ ସମୟରେ ଜେଡ଼ି ସେଭଳି କୋରଖ ସଂପତ୍ତିର ଦଖଲ ନିମନ୍ତେ ଏକ କିମ୍ବା ଏକାଧିକ ପର୍ଯ୍ୟନ୍ତ ପରିମାଣର ବନ୍ଧକ ସହିତ ଦଣ୍ଡ ସମ୍ପାଦନ କରନ୍ତି,ତେବେ ବିକ୍ରୟ ଅଫିସର ସେଭଳି କୋରଖ ସଂପତ୍ତିକୁ କୋରଖକୁ କୋରଖ କରାଯାଇଥିବା ଗ୍ରାମ ଅଥବା ସ୍ଥାନରେ ଖିଲାପକାରୀ ଅଥବା ସେଭଳି କୋରଖ ସଂପତ୍ତିକୁ କୋରଖ କରାଯାଇଥିବା ଗ୍ରାମ ଅଥବା ସ୍ଥାନରେ ଖିଲାପକାରୀ ଅଥବା ସେଭଳି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ତତ୍ଵାବଧାନରେ ରଖିବେ ।

    ଉଲ୍ଲେଖଥାଉ କି, ବିକ୍ରୟ ଅଫିସର ଯଦି ମତପୋଷଣ କରନ୍ତି ଯେକୋରଖ କରାଯାଇ ଥିବା ସ୍ଥାନୀୟ ଇଲାକା ଅଥବା ଗ୍ରାମରେ କୋରଖ ସଂପତ୍ତି ରଖିବାର ସୁବିଧା ଜନକ ବା ଉପଯୁକ୍ତ ଅଥବା ନିରାପଦ ସ୍ଥାନ ନୁହେଁ ଅଥବା ଡିଗ୍ରୀଦାର ଆବଶ୍ୟକୀୟ ଫଣ୍ଡ ବ୍ୟବସ୍ଥା କରିବାକୁ ଅଥବା କୋରଖ ସଂପତ୍ତିର ରକ୍ଷଣାବେକ୍ଷଣା ଦାୟିତ୍ଵ ତୁଲାଇବାକୁ କିମ୍ବା ଅନ୍ୟାନ୍ୟ କୌଣସି କାରଣରୁ ହେଉ, ଅକୃତକାର୍ଯ୍ୟ ବା ଅକ୍ଷମ ହେଉଛନ୍ତି, ତେବେ ବିକ୍ରୟ ଅଫିସର କୋରଖ ଆଦେଶ (ଅର୍ଡର) କୁ ପ୍ରତ୍ୟାହାର କରିବେ ।

  3. କୋରଖ ସଂପତ୍ତି ରକ୍ଷଣାବେକ୍ଷଣା ଦାୟିତ୍ଵ ତୁଲାଇବାକୁ ଯେକୌଣସି ବ୍ୟକ୍ତି ଯଦି ଆବଶ୍ୟକ ସମୟରେ ସମ୍ପତି ଦଖଲ କରିବାକୁ ଅକୃତକାର୍ଯ୍ୟ ହୁଅନ୍ତି, ତେବେ ଏହା ଆଇନର ୧୧୫ ଦଫାନୁଯାଇ ଅପରାଧରୂପେ ଧରି ନିଆଯିବ ।
  4. ଆବଶ୍ୟକତାନୁଯାୟୀ କୋରଖ ସଂପତ୍ତି ଦଖଲ କରିବା ନିମନ୍ତେ ଯେତେବେଳେ କୌଣସି ବ୍ୟକ୍ତି ମାର୍ଫଦଦାର ଅଥବା ଜାମିନଦାର ରୂପେ ଦାୟୀ ରହନ୍ତି ଓ ସେଭଳି ସଂପତ୍ତି ତାଙ୍କ ବିପକ୍ଷରେ ଡିଗ୍ରୀ ଅଥବା ଅର୍ଡର ସଂପାଦିତ କରାଯିବ ଏବଂ ସେଭଳି ବ୍ୟକ୍ତିଙ୍କୁ ଡିଗ୍ରୀ ଅଥବା ଅର୍ଡରର ପକ୍ଷ ଧରି ନିଆଯିବ ।

ପ୍ରକାଶଥାଉ କି, ଯଦି ସ୍ଥାନୀୟ ଇଲାକାର ମୁଖ୍ୟ ଅଫିସର ପ୍ରତ୍ୟେକ କ୍ଷେତ୍ରରେ ଯଥାର୍ଥ ବିଚାର କରନ୍ତି, ତେବେ ସେଭଳି ନୋଟିସ ଜାମିନଦାର ଅଥବା ମାର୍ଫଦଦାରଙ୍କୁ ଦେବେ ।

ନିୟମ ୧୦୨ ଏବଂ ୧୦୩

ନିୟମ ୧୦୨ - କୋରଖର ସମୟ

ସୁର୍ଜ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ କୋରଖ କରାଯିବ,  କିନ୍ତୁ ଅନ୍ୟ କୌଣସି ସମୟରେ କୋରଖ କରାଯାଇପାରିବ ନାହିଁ ।

ନିୟମ ୧୦୩ - କୋରଖ କରାଯାଇଥିବା ଶସ୍ୟ କିପରି ବ୍ୟବହାର କରାଯିବ

ଖିଲାପକାରୀ କୋରଖ ସଂପତ୍ତି ବାବଦକୁ କରୁଥିବା ସୁଧ ସହିତ ଜଡିତ ପରିମାଣରେ ଦେୟ ଏବଂ ଅଟକ ଓ ବିକ୍ରୟ ନିମନ୍ତେ ଖର୍ଚ୍ଚ, ଧାର୍ଯ୍ୟ କରାଯାଇଥିବା ପରିମାଣଠାରୁ ଅଧିକ ହେବ ନାହିଁ ।

  1. ଖିଲାପକରିଙ୍କ ଅଧିକାରଭୁକ୍ତ ଜମିର ଉତ୍ପାଦନ ଶସ୍ୟ ଅଥବା ସଂଗ୍ରହ କରାଯାଇନଥିବା ଶସ୍ୟର ଯଦି କୋରଖ କରାଯାଏ ତେବେ ବିକ୍ରୟ ଅଫିସର ଉତ୍ପାଦିତ ଶସ୍ୟ ବିକ୍ରୟ ହେବା ପର୍ଯ୍ୟନ୍ତ ସେ ସବୁ ଶସ୍ୟ ତାଙ୍କ ମତାନୁଯାୟୀ କାଟିପାରନ୍ତି ଅଥବା ସଂଗ୍ରହ କରି ଏକାଠି କରିପାରନ୍ତି ଅଥବା ସଂଗ୍ରହ କରି ଏକାଠି କରିପାରନ୍ତି ଅଥବା ଅଯଥା ସମୟରେ ତଥା ଋତୁରେ ସେ ସବୁ ଉତ୍ପାଦିତ ଶସ୍ୟ ସଂଗ୍ରହ କରି ଏକାଠି କରିପାରନ୍ତି ଏବଂ ସେସବୁକୁ ଉପଯୁକ୍ତ ସ୍ଥାନରେ ରାଖୀପାରନ୍ତି ।  ବିକ୍ରୟ ଅଫିସରଙ୍କ ଦ୍ଵାରା  ନ୍ୟସ୍ତ କରାଯାଇଥିବା ସେଭଳି ସର୍ତ୍ତକୁ ଭିତ୍ତିକରି ଖିଲାପକାରୀ ଉତ୍ପାଦିତ ଶସ୍ୟର ଯତ୍ନ ନେବା ସଙ୍ଗେ ସଙ୍ଗେ ସଂଗ୍ରହ ତଥା ସଞ୍ଚୟ କରିବେ ଏବଂ ଉତ୍ପାଦିତ ଶସ୍ୟର ପରିପକ୍ଵ ତଥା ସଂରକ୍ଷଣର ଆବଶ୍ୟକତା ଅନୁଯାଇ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିବେ ।  ବିକ୍ରୟ ଅଫିସରର ଡିଗ୍ରୀଡାରଙ୍କୁ ଉପରୋକ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବ । ଡିଗ୍ରୀଦାର ସେସବୁ କାର୍ଯ୍ୟ କରିବାକୁ ବାଧ୍ୟ ଅଟନ୍ତି ।  ଡିଗ୍ରୀଦାରଙ୍କ ଅବହେଳାରୁ ଯଦି ଉତ୍ପାଦିତ ଶସ୍ୟର କୌଣସି କ୍ଷତି ହୁଏ, ତେବେ ଡିଗ୍ରୀଦାର ସେସବୁର କ୍ଷତିପୂରଣ ଦେବେ।  ଯଦି ଡିଗ୍ରୀଦାର କ୍ଷତିପୂରଣ ଦେବାକୁ ଖିଲାପ କରନ୍ତି,  ତେବେ କାର୍ଯ୍ୟକାରୀ ହେଉଥିବା କୋରଖ ପ୍ରତ୍ୟାହୃତ ହେବ ।  ସେଭଳି ପ୍ରତ୍ୟେକ କ୍ଷେତ୍ରରେ ବିକ୍ରୟ ଅଫିସରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଶସ୍ୟ ତଥା ଉତ୍ପାଦିତ ଶସ୍ୟର କାଟିବା, ସଂଗ୍ରହ କରିବା ଏବଂ ସଞ୍ଚୟ କରିରଖିବା ଖର୍ଚ୍ଚ ଜମିର ମାଲିକ ନିଜେ ବିହନ କରିବେ।  ସଂପତ୍ତିର ମାଲିକ ସଂପତ୍ତିକୁ ରୁଣମୁକ୍ତ କରି ଅଥବା ସଂପତ୍ତିର ବିକ୍ରୟଲବ୍ଧରୁ ଉପରୋକ୍ତ ଖର୍ଚ୍ଚ ବା ବ୍ୟୟ ବିହନ କରିବେ ।
  2. ଦାବି ନୋଟିସ ଜାରି କରାଯିବାଦ୍ଵାରା ଯଦି କୌଣସି ଅଭିପ୍ରାୟରେ ଉତ୍ପାଦିତ ଶସ୍ୟର କୋରଖ କରାଯାଏ ଏବଂ ଶସ୍ୟ ପରିପକ୍ଵ ହେବା (ପାଚିବା) ପୂର୍ବରୁ ତଥା କଟାହେବା ଓ ସଂଗ୍ରହ ହେବା ପୂର୍ବରୁ ଯଦି ଅତ୍ୟଧିକ ସମୟ ବ୍ୟୟ ହୋଇଯାଏ, ତେବେ ଇଲାକାର ମୁଖ୍ୟ ଅଫିସର ଉପଯୁକ୍ତ ବିବେଚନା କରିସାରିବା ପରେ ଦାବି ନୋଟିସକୁ କିଛି ସମୟ ପାଇଁ ସ୍ଥଗିତ ରାଖୀପାରନ୍ତି ଏବଂ  ଦାବି ନୋଟିସ ସ୍ଥଗିତ ଥିବା ସମୟରେ ଶସ୍ୟ ଅପସାରଣରେ ପ୍ରତିଷେଧ ବ୍ୟବସ୍ଥା ନିମନ୍ତେ ଅର୍ଡର ପାଶ କରିପାରନ୍ତି ।

ନିୟମ ୧୦୪ - ପ୍ରବେଶ କରିବାର କ୍ଷମତା

ଯେକୌଣସି ଦୋକାନ, ଅଶ୍ଵଶାଳା, ଗୁହାଳ,  ଶସ୍ୟାଗାର, ଗୋଦାମ,  ବାହାର ଘର ଅନ୍ୟାନ୍ୟ ଯେକୋଣସି କୋଠାଘର ଅଥବା ଗୃହପରିସର ମଧ୍ୟରେ ବିକ୍ରୟ ଅଫିସର ଅବାଧରେ ପ୍ରବେଶ କରାଇପାରିବେ ଏବଂ ବଳପ୍ରୟୋଗ ଦ୍ଵାରା ଉପରୋକ୍ତ । ସ୍ଥାନ ସମୂହ ଖୋଲି ପାରିବେ । ଆଇନତଃ ବିକ୍ରୟ ଅଫିସର ଏଥିପାଇଁ କ୍ଷମତାପ୍ରାପ୍ତ । ଖିଲାପକାରୀ ଙ୍କ ଅଧୀନରେ ଥିବା ସମସ୍ତ ସଂପତ୍ତି ତଥା ସେଭଳି ବାସଗୃହ ମଧ୍ୟରେ ରହିଥିବା ଯେ କୌଣସି ଦ୍ରବ୍ୟାଦିର କୋରଖ ନିମନ୍ତେ ବିକ୍ରୟ ଅଫିସର ଉପରୋକ୍ତ ବାସଗୃହର ଯେ କୋଣସି କୋଠରୀର ଦ୍ଵାରା ଭାଙ୍ଗି ମଧ୍ୟ ପ୍ରବେଶ କରିପାରନ୍ତି ।

ନିୟମ ୧୦୫.ପୋଲିସ ଅଫିସରଙ୍କ ଉପସ୍ଥିତିରେ ବଳପୂର୍ବକ ଦ୍ଵାରା ଉନ୍ମୋକ୍ତ କରିବାର ବିକ୍ରୟ ଅଫିସରଙ୍କ କ୍ଷମତା

  1. ଯେତେବେଳେ କୌଣସି କାରଣରୁ ବିକ୍ରୟ ଅଫିସର ଉପଲବ୍ଧ କରନ୍ତି, ଯେ ଖିଲାପକାରୀଙ୍କ ସଂପତ୍ତି ତାଙ୍କର ବାସଗୃହ ପରିସର ମଧ୍ୟରେ ଗଚ୍ଛିତ ଅଛି ଏବଂ ବାସଗୃହର ବାହାର ଦ୍ଵାର ବନ୍ଦ ଅଛି ଅଥବା ସ୍ତ୍ରୀ ଲୋକ ବସବାସ କରୁଥିବା ଗୃହ ଗୃହ ପରିସର ମଧ୍ୟରେ କିମ୍ବା କୋଠରୀ ମଧ୍ୟରେ ସେଭଳି ସଂପତ୍ତି  ଗଚ୍ଛିତ ଥିବାର ଅସ୍ଵୀକାର କରୁଛି, ଅଥବା ସେଭଳି ବାସଗୃହରେ ପ୍ରବେଶ ପାଇଁ ପ୍ରତିରୋଧ କରୁଛି,  ସେତେବେଳେ ବିକ୍ରୟ ଅଫିସର ନିକଟବର୍ତ୍ତୀ ପୋଲିସ ଥାନାରେ ଭାରପ୍ରାପ୍ତ ଅଫିସରଙ୍କ ସମ୍ମୁଖରେ ଉପରୋକ୍ତ ବିଷୟବସ୍ତୁ ଦାଖଲ କରିବେ ।
  2. ବିକ୍ରୟ ଅଫିସରଙ୍କ ଆବେଦନ ଫଳରେ ଉପରୋକ୍ତ ପୋଲିସ ଥାନାର ଭାରପ୍ରାପ୍ତ ଅଫିସର , କୌଣସି ପୋଲିସ ଅଫିସରଙ୍କୁ ଉପରୋକ୍ତ ସ୍ଥାନକୁ ପଠାଇବେ ଏବଂ ସେଭଳି ପୋଲିସ ଅଫିସରଙ୍କ ଉପସ୍ଥିତିରେ ବିକ୍ରୟ ଅଫିସର ବାସଗୃହର ବାହାର ଦ୍ଵାରା ବଳପୂର୍ବକ ଉନ୍ମୋକ୍ତ କରିବେ ।
  3. ସେଭଳି ବାସଗୃହରୁ ସ୍ତ୍ରୀଲୋକମାନଙ୍କ ଅପସାରଣ ନିମନ୍ତେ ନୋଟିସ ଦେବା ପରେ ଏବଂ ଯୁକ୍ତିଯୁକ୍ତ ସମୟ ଦେବା ପରେ ବିକ୍ରୟ ଅଫିସର ପୋଲିସ ଅଫିସରଙ୍କ ଉପସ୍ଥିତିରେ ଖିଲାପକାରୀଙ୍କ ସଂପତ୍ତି କୋରଖ କରିପାରନ୍ତି।

ନିୟମ ୧୦୬ -  ବିକ୍ରୟ ହେବାକୁ ଥିବା ସଂପତ୍ତିର ବିକ୍ରୟ ସ୍ଥାନ  ଓ ସମୟ ଘୋଷଣା କରାଯିବ

  1. ବିକ୍ରୟ ଅଫିସର ବିକ୍ରୟ ଦିନ ଡେଙ୍ଗୁରା ଅଥବା ଅନ୍ୟାନ୍ୟ ଗ୍ରାମ୍ୟ ପରମ୍ପରାଗତ ରୀତିଦ୍ଵାରା ଖିଲାପକାରୀ ବାସ କରୁଥିବା ସ୍ଥାନରେ ଅଥବା କୋରଖ ସଂପତ୍ତି ଗଚ୍ଛିତ ଥିବା ସ୍ଥାନରେ ଅଥବା ଅନ୍ୟାନ୍ୟ ସ୍ଥାନ ଓ ସ୍ଥାନସମୂହରେ ଉଦ୍ଧିଷ୍ଟ ବିକ୍ରୟର ସ୍ଥାନ ଏବଂ ସମୟ ଘୋଷଣା କରିବେ । ବିକ୍ରୟ ଯଥୋଚିତ ପ୍ରଚାରର ଆବଶ୍ୟକତା ଉପଲବ୍ଧ କରିବା ପରେ ମଧ୍ୟ ବିକ୍ରୟ ଅଫିସର ବିକ୍ରୟର ସ୍ଥାନ ତଥା ସମୟ ଘୋଷଣା କରିପାରନ୍ତି ।
  2. ବିକ୍ରୟ ନୋଟିସ ଜାରିହେବ ତାରିଖଠାରୁ  ୧୫ ଦିନ ବିଗତ ନ ହେବା ପର୍ଯ୍ୟନ୍ତ ଅଥବା ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ଖିଲାପକାରୀ ଦେଇଥିବା ଲିଖିତ ସମ୍ମତି ବ୍ୟତୀତ ତଥା ନିୟମ ୧୦୦ରେ ନିର୍ଧାରିତ ରୀତି ବ୍ୟତୀତ କୌଣସି କୋରଖ ସଂପତ୍ତି ବିକ୍ରୟ କରାଯାଇପାରିବ ନାହିଁ ।

ପ୍ରକାଶଥାଉକି, ଜବତ କରାଯାଇଥିବା ସଂପତ୍ତି ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କ୍ଷୟପ୍ରାପ୍ତ ହୁଏ,  ରକ୍ଷଣାବେକ୍ଷଣ ଦାୟିତ୍ଵର ଖର୍ଚ୍ଚ ସଂପତ୍ତିର ମୂଲ୍ୟଠାରୁ ଅଧିକ ହୁଏ ଏବଂ ଯଦି ପ୍ରାପ୍ୟ ପରିମାଣ ଶୀଘ୍ର ପରିଶୋଧ କରାଯାଇ ନଥାଏ, ସେତେବେଳେ ବିକ୍ରୟ ଅଫିସର ଖିଲାପକାରୀଙ୍କ ସମ୍ମତି ବିନା ତଥା ପୂର୍ବୋକ୍ତ ସମୟର ୧୫ ଦିନ ବିଗତ ହେବା ପୂର୍ବରୁ ସେଭଳି କୋରଖ ସଂପତ୍ତିକୁ ଯେକୌଣସି ସମୟରେ ବିକ୍ରୟ କରିପାରନ୍ତି ।

ନିୟମ ୧୦୭. ବିକ୍ରୟ କିପରି ପରିଚାଳନା କରିବେ

ବିକ୍ରୟ ଅଫିସର ଉଚିତ ବିବେଚନା ପରେ ବିକ୍ରୟ ନିମନ୍ତେ ନିର୍ଦ୍ଧାରିତ ସମୟରେ ସଂପତ୍ତିକୁ ଏକ ଅଥବା ଏକାଧିକ ଭାଗ କରି ଭାଗ  କରିରଖିବେ  ଏବଂ ଅଧିକ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ଉପରୋକ୍ତ ସଂପତ୍ତି ବିକ୍ରୟ କରିବେ ।

ଉଲ୍ଲେଖଥାଉ କି ବିକ୍ରୟ ଅଫିସର ଯେକୌଣସି ନିଲାମକୁ ଗ୍ରହଣ କରିବେ ନାହିଁ ଯଦି ସେଭଳି ନିଲାମ ମୂଲ୍ୟର ଡକାଯାଇଥିବା ନିଲାମ ମୂଲ୍ୟଠାରୁ କମ ହୁଏ ।  ବିକ୍ରୟ ଅଫିସର ମଧ୍ୟ ସେଭଳି ନିଲାମର ମୂଲ୍ୟ ଅଥବା କୌଣସି କାରଣଗୁଡିକ ଲିପିବଦ୍ଧ କରିବେ ।

ନିୟମ ୧୦୮. ବିକ୍ରୟ ସ୍ଥଗିତ

ସ୍ଥାନୀୟ ଇଲାକାର ମୁଖ୍ୟ ଅଫିସର ବିକ୍ରୟ ଅଫିସର ଉପଯୁକ୍ତ ବିବେଚନା କରି ବିକ୍ରୟକୁ ନିର୍ଦ୍ଧିଷ୍ଟ ଦିନ ଓ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିପାରନ୍ତି । ଉପରୋକ୍ତ (ମୁଖ୍ୟ ଅଫିସର ଓ ବିକ୍ରୟ ଅଫିସର ସ୍ଥଗିତ ରଖିବାର କାରଣ ରେକର୍ଡ କରିବେ । ଯେତେବେଳେ ବିକ୍ରୟ ୧୫ ଦିନ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ଥଗିତ ରହେ ଅଥବା ଯେତେବଳେ ପର୍ଯ୍ୟାପ୍ତ କ୍ରମେ ସ୍ୱଳ୍ପ ସମୟ ପାଇଁ ବିକ୍ରୟ ସ୍ଥଗିତ ହୁଏ ଏବଂ ପର୍ଯ୍ୟାପ୍ତ ୧୫ ଦିନ ରୁ କମ ହୁଏ , ଯାହାକି ଏକତ୍ର ହୋଇ ମୋଟରେ ୧୫ ଦିନ ଠାରୁ ଅଧିକ ହୁଏ,  ସେତେବେଳେ ୧୦୬ ନିୟମର ପ୍ରକରଣ ୧ ଅନୁଯାଇ ପୁନଶ୍ଚ ଘୋଷଣା କରାଯିବ ।

ନିୟମ ୧୦୯ ଏବଂ ୧୧୦

ନିୟମ ୧୦୯. କୋରଖ ସଂପତ୍ତିର କ୍ରୟ ଅଥବା ପରିଶୋଧ -

କୋରଖ ସଂପତ୍ତିର ଠିକ ପରେ ପରେ କେଉଁ ସମୟରେ ତାହା ଆଦାୟ କରାଯିବ ସ୍ଥିର କରିବେ ଏବଂ ଖରିଦଦାର ସମସ୍ତ ଟଙ୍କା ପରିଶୋଧ ନ କରିବା ପର୍ଯ୍ୟନ୍ତ ତାଙ୍କୁ ସଂପତ୍ତିର କୌଣସି ଅଂସ ନେବାପାଇଁ ଅନୁମତି ଦିଆଯିବ ନାହିଁ ।

ନିୟମ ୧୧୦ - ଅନାଦେୟ କ୍ଷେତରେ ସଂପତ୍ତିର ପୁନଃ ବିକ୍ରୟ

ଯେତେବେଳେ ଖରିଦଦାର ସଂପତ୍ତିର ଖରିଦ ଦାମ ଦେବାକୁ ଅକ୍ଷମ ହୁଏ,  ସେତେବଳେ ସେଭଳି ସଂପୂର୍ଣ୍ଣ ଅବିଳମ୍ବେ ବିକ୍ରୟ କରାଯିବ ।

ନିୟମ ୧୧୧. କୋରଖ ସଂପତ୍ତିର ପ୍ରତାରଣାପୂର୍ବକ ଅପସାରଣ ପରିଣତି

ଏହି ନିୟମାନୁଯାୟୀ କୋରଖ କରାଯାଇଥିବା ସଂପତ୍ତି ଯେତେବଳେ ବଳପୂର୍ବକ ଅଥବା ଗୁପ୍ତ ସହକାରେ କୌଣସି ବ୍ୟକ୍ତି ଦ୍ଵାରା ଅପସାରଣ କରାଯାଏ ଏବଂ ଯଦି କୌଣସି ଦେୱାନୀ ଅଦାଲତ ଉପଲବ୍ଧ କରନ୍ତି ଯେ ସେଭଳି ସଂପତ୍ତି ବଳପୂର୍ବକ ସଂପତ୍ତିକୁ ଅବିଳମ୍ବେ ବିକ୍ରୟ ଅଫିସରଙ୍କୁ ପ୍ରଦାନ କରିବାକୁ ଅଥବା ପ୍ରତ୍ୟାର୍ପଣ କରିବାକୁ ଆଦେଶ ଦେବେ ଏବଂ ଦେୱାନୀ ଅଦାଲତରେ ପରି ସହାୟକ କାର୍ଯ୍ୟର ପରିବ୍ୟୟ ଡିଗ୍ରୀଦାର ବିହନ କରିବେ ।

ନିୟମ ୧୧୨. ପ୍ରାପ୍ତ ଅର୍ଥର ପରିଶୋଧ (ଅର୍ପଣ) ଦ୍ଵାରା କୋରଖ ପ୍ରତ୍ୟାହାର

  1. କୋରଖ ସଂପତ୍ତିର ବିକ୍ରୟ ପୂର୍ବରୁ କୋଣସି ସମୟରେ ଯଦି ଖିଲାପକାରୀ ଅଥବା ତାଙ୍କ  (ଖିଲାପକାରୀ) ନିମନ୍ତେ କାର୍ଯ୍ୟ କରୁଥିବା ଯେକୌଣସି ବ୍ୟକ୍ତି ଅଥବା କୋରଖ ସଂପତ୍ତି ସତ୍ଵ ଉପରେ ଦାବି କରୁଥିବା ଯେ କୌଣସି ବ୍ୟକ୍ତି ପ୍ରାପ୍ୟ ପରିଶୋଧ କରେ , ତେବେ ବିକ୍ରୟ ଅଫିସର ସଂପତ୍ତି ବିକ୍ରୟ କରିବେ ନାହିଁ ଏବଂ କୋରଖ ଆଦେଶ ରଦ୍ଦ କରିବା ସଙ୍ଗେ ସଙ୍ଗେ ଅବିଳମ୍ବେ ସଂପତ୍ତିକୁ ମୁକ୍ତ କରିବେ ।
  2. ଯଦି ପ୍ରାପ୍ୟ ଅର୍ଥର ପରିମାଣ ଇଲାକାଧଇଁ ମୁଖ୍ୟ ଅଫିସର ଅଥବା ଡିଗ୍ରୀଦାରଙ୍କୁ ପରିଶୋଧ କରାଯାଇଥିବା ଏବଂ ସେଭଳି ପ୍ରାପ୍ୟ ପରିମାଣ ପରିଶୋଧ କରାଯିବାର ପ୍ରମାଣ ବିକ୍ରୟ ଅଫିସରଙ୍କୁ ପ୍ରଦାନ କରାଯାଏ ତେବେ ବିକ୍ରୟ ବନ୍ଦ କରାଯିବାର ନାହିଁ ।

ନିୟମ ୧୧୩ ଏବଂ ୧୧୪

ନିୟମ ୧୧୩. କେଉଁ କେଉଁ ସଂପତ୍ତି କୋରଖରୁ ମୁକ୍ତ କରାଯିବ -

ଦେୱାନୀବିଧାନ ୧୯୦୮ ରୁ ୬୦ ଧାରାରେ କୋରଖ ମୁକ୍ତ ଚଳନ୍ତି ସଂପତ୍ତି ଏବଂ ସମବାୟ ସମିତି ଆଇନର  ୩୪ ଏବଂ ୧୦୭ ଧାରାରେ ପ୍ରଦତ୍ତ କରାଯାଇଥିବା ସେଭଳି ଅଧିକାରକୁ ଭିତ୍ତିକରି କୌଣସି ସଂପତ୍ତି ଏହି ନିୟମାନୁଯାଇ କୋରଖ ଅଥବା ବିକ୍ରୟ କରାଯିବ ନାହିଁ ।

ନିୟମ ୧୧୪. ବେତନ, ଭତ୍ତା ଏବଂ ପରିଶ୍ରମିକ  (ମଜୁରି) ର କୋରଖ -

  1. କୋରଖ କରାଯାଇଥିବା ସଂପତ୍ତି ଯଦି ସରକାରୀ ଅଫିସର ଅଥବା ରେଳକର୍ମଚାରୀ ଅଥବା ସ୍ଥାନୀୟ ଅଧିକାରୀ ଅଥବା ଫାର୍ମ ଅଥବା କମ୍ପାନୀର ବେତନ, ଭତ୍ତା କିମ୍ବା ପରିଶ୍ରମିକ ହୋଇଥାଏ ଏବଂ ଯଦି ଖିଲାପକରି ଅଥବା ବେତନ ବଣ୍ଟନକାରୀ କର୍ମଚାରୀ ମୁଖ୍ୟ ଅଫିସରଙ୍କ ଇଲାକା ମଧ୍ୟରେ ନଥାଆନ୍ତି, ତେବେ ଇଲାକାଧିନ ମୁଖ୍ୟ ଅଫିସର, ବିକ୍ରୟ ଅଫିସରଙ୍କ ଠାରୁ ରିପୋର୍ଟ ପାଇବା ପରେ ସମବାୟ  ସମିତି ଆଇନ  ୧୦୭ ଦଫାରେ ବ୍ୟବସ୍ଥାକୁ ଭିତ୍ତିକରି ସେଭଳି ବେତନ, ଭତ୍ତା ଅଥବା ପରିଶ୍ରମିକ ଏକମାତ୍ର ପରିଶୋଧ ଦ୍ଵାରା ହେଉ ଅଥବା ମାସିକ କିସ୍ତିରେ ହେଉ କଟାଯିବାର ଆଦେଶ ଦେବେ  ଏବଂ ଆଦେଶରେ ନୋଟିସ ଫଳରେ ବେତନ, ଭତ୍ତା, ଓ ପରିଶ୍ରମିକ (ମଞ୍ଜୁରୀ) ବଣ୍ଟନ କରୁଥିବା ଅଫିସର ଅଥବା ଅନ୍ୟାନ୍ୟ ବ୍ୟକ୍ତି ସେଭଳି, ଭତ୍ତା, ଓ ପରିଶ୍ରମିକ କାଟ କରିବା ସଙ୍ଗେ ସଙ୍ଗେ ନୋଟିସ ଅନୁଯାୟୀ ପ୍ରାପ୍ୟ ପରିମାଣ ଅଥବା ମାସିକ କିସ୍ତି ଇଲାକାଧିନ ଅଫିସର ଅଥବା ଡିଗ୍ରୀଦାରଙ୍କ ନିକଟକୁ ପଠାଇବେ ।
  2. ଯେତେବେଳେ  ସେଭଳି ବେତନ ଅଥବା ଭତ୍ତାର କୋରଖ କରାଯାଇଥିବା କିଛି ଅଂସ ସ୍ଥଗିତ (କୀଟ) କରାଯାଏ, ଅଥବା ପୂର୍ବୋକ୍ତ କୋରଖର ଆଦେଶ ଅନୁଯାୟୀ ପଠାଯାଇଥାଏ,  ସେତେବେଳେ ସେଭଳି, ବେତନ, ଭତ୍ତା ଓ ପରିଶ୍ରମିକ ବଣ୍ଟନ କରୁଥିବା ଅଫିସର ଅଥବା ଅନ୍ୟାନ୍ୟ ବ୍ୟକ୍ତି ଅବିଳମ୍ବେ ପରିବର୍ତ୍ତୀ ଆଦେଶ (ଅର୍ଡର) ସହିତ ପ୍ରଚଳିତ କୋରଖର ସମସ୍ତ ବିଷୟବସ୍ତୁର ପୂର୍ଣ୍ଣ ବିବରଣୀ ଆଦେଶ ଜାରି କରିଥିବା ମୁଖ୍ୟ ଅଫିସରଙ୍କୁ ଫେରସ୍ତ ଦେବେ ।
  3. ଯଦି କୌଣସି ବେତନ ବଣ୍ଟନକରି ଅଫିସର ୧୧୪ ନିୟମର ଉପ- ନିୟମ (୧)ଏବଂ (୨) ର ବ୍ୟବସ୍ଥାକୁ କାର୍ଯ୍ୟକାରୀ ନ କରନ୍ତି ତେବେ ସେ ସମବାୟ ସମିତି ଆଇନର ୧୧୫ ଦଫାନୁଯାଇ ଅପରାଧୀରୂପେ ଗଣ୍ୟ ହେବେ ଅଥବା ସେ ୧୧୫ ଦଫାନୁଯାୟୀ ଅପରାଧ ସଂଘଟିତ କରିବାର ମନେ କରାଯିବ ।

ନିୟମ ୧୧୫ ଚଳନ୍ତି ସଂପତ୍ତିର ଅଂଶ ଅଥବା ସ୍ଵତ୍ଵର କୋରଖ

  1. ଖିଲାପକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ଅଧୀନରେ ଥିବା ଚଳନ୍ତି ସଂପତ୍ତିର ଅଂଶ ଅଥବା ସ୍ଵତ୍ଵ ଯଦି କୋରଖ କରାଯିବାର ସିଦ୍ଧାନ୍ତ କରାଯିବ ତେବେ ଖିଲାପକାରୀଙ୍କୁ ନୋଟିସ ଦିଆଯିବା ପରେ ସମ୍ପତ୍ତିର କୋରଖ କରାଯିବ ଏବଂ ଖିଲାପକାରୀ ଯେପରି ସେଭଳି ଅଂଶ ଓ ସତ୍ଵ ହସ୍ତାନ୍ତରିତ ନ କରନ୍ତି ସେଥିପ୍ରତି ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରାଯିବ ।
  2. ବିକ୍ରୟ ଦଲିଲର କୋରଖ - ଅଦାଲତରେ ଦାଖଲ ହୋଇନଥିବା ତଥା କୌଣସି ସରକାରୀ ଅଫିସରଙ୍କ ତତ୍ଵାବଧାନରେ ନଥିବା ବିକ୍ରୟ ଦଲିଲ ଯେତେବେଳେ କୋରଖ କରାଯାଏ , ସେତେବଳେ ପ୍ରକୃତ ପକ୍ଷେ ବିକ୍ରୟ ଦଲିଲର ଜବତ କରାଯାଇ କୋରଖ କରାଯିବ ଏବଂ କୋରଖ କରିବା ସଙ୍ଗେ ଆଦେଶ ଦେଇଥିଲେ ସ୍ଥାନୀୟ ଅଫିସରଙ୍କ ଅଫିସରେ ସେଭଳି ଦଲିଲ କରାଯିବ ଏବଂ ମୁଖ୍ୟ ଅଫିସରଙ୍କ ପୁନଃ ଆଦେଶ ଦ୍ଵାରା କୋରଖ କାର୍ଯ୍ୟକାରୀ କରାଯିବ ।
  3. ଅଦାଲତ ଅଥବା ସରକାରୀ ଅଫିସରଙ୍କ ତତ୍ଵାବଧାନରେ ଥିବା ସଂପତ୍ତିର କୋରଖ - କୌଣସି ଅଦାଲତ ଅଥବା ସରକାରୀ ତତ୍ଵାବଧାନରେ ଥିବା ସଂପତ୍ତିର ଯେତେବେଳେ କୌରଖା କରାଯାଏ, ସେତେବେଳେ ଉପରୋକ୍ତ ଅଦାଲତ ତଥା ସରକାରୀ ଅଫିସରଙ୍କୁ ନୋଟିସ ଦିଆଯାଇ କୋରଖ କରାଯିବ ଏବଂ ନୋଟିସକାରୀ କରିଥିବା ଇଲାକାର ପ୍ରିନ୍ସପାଲ ଅଫିସରଙ୍କ ପୁନଃ ଆଦେଶବଳରେ ସେଭଳି ସଂପତ୍ତି ଏବଂ ସେଥିରେ ଥିବା ସତ୍ଵ ଅଥବା ଲାଭାଂଶର କୋରଖ କରାଯିବ ।

ପ୍ରକାଶଥାଉକି, ଯଦି ସେଭଳି ସଂପତ୍ତି କୌଣସି ଅଦାଲତ ଅଥବା ନୋଟିସ ଜାରି କରିଥିବା ମୁଖ୍ୟ ଅଫିସରଙ୍କ ଭିନ୍ନ ଅନ୍ୟ ମୁଖ୍ୟ ଅଫିସରଙ୍କ ରକ୍ଷଣାବେକ୍ଷଣା ଦାୟିତ୍ଵରେ ଥିବା ଏବଂ ସେଭଳି ସଂପତ୍ତି ଉପରେ ଯଦି ଡିଗ୍ରୀଦାର କୌଣସି ପ୍ରଶ୍ନ ଥାଏ, ଅଥବା ଖିଲାପକାରୀ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତି ଯଦି ସ୍ଵତ୍ଵ ସମର୍ପଣ ହେତୁ କୋରଖ ଅଥବା ଅନ୍ୟାନ୍ୟ କାରଣରୁ ସେଭଳି ସମ୍ପତ୍ତି ଉପରେ ଡିଗ୍ରୀଦାର କୌଣସି ପ୍ରଶ୍ନ ଉଠାଏ ଅଥବା ଖିଲାପକାରୀ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତି ଯଦି ସ୍ଵତ୍ଵ ସମର୍ପଣ ହେତୁ କୋରଖ ଅଥବା ଅନ୍ୟାନ୍ୟ କାରଣରୁ ସେଭଳି ସମ୍ପତ୍ତିର ସ୍ଵାର୍ଥ ଉପରେ ଦାବି କରେ, ତେବେ ତାହା ଉପରୋକ୍ତ ଅଦାଲତ ଓ ସ୍ଥାନୀୟ ଇଲାକାର ମୁଖ୍ୟ ଅଫିସରଙ୍କ ଦ୍ଵାରା ନିରୂପଣ କରାଯିବ ।

ସ୍ପଷ୍ଟୀକରଣ - ଉପରୋକ୍ତ ଉପ- ନିୟମରେ ଦର୍ଶାଯାଇଥିବା  “ସରକାରୀ ଅଫିସର“ ଅର୍ଥାତ ସମବାୟ ସମିତି ଆଇନର ୭୩ ଦଫାନୁଯାୟୀ ନିଯୁକ୍ତ ହୋଇଥିବା ନିକାଶକାରୀଙ୍କୁ ବୁଝାଇବ ।

ନିୟମ ୧୧୬. ଡିଗ୍ରୀର କୋରଖ

  1. ଡିଗ୍ରୀ ହୋଇଥିବା ସଂପତ୍ତି କୋରଖ ନିମ୍ନଲିଖିତ ମତେ କରାଯିବ -
    • ନିବନ୍ଧକ କିମ୍ବା ଆଇନର ୭୦ ଦଫାନୁଯାଇ ବିବାଦର ଆପୋଷ ନିଷ୍ପତ୍ତି କରିଥିବା କୌଣସି ବ୍ୟକ୍ତି ଯଦି ଡିଗ୍ରୀ ହୋଇଥିବା ସଂପତ୍ତିର କୋରଖ ଦେବାଆଇନ ଆଦେଶ ଦେଇଥିବେ ତେବେ ସମ୍ପୃକ୍ତ ଇଲାକାର ପ୍ରିନ୍ସପାଲ ଅଫିସଙ୍କୁ ଅର୍ଡର ଦ୍ଵାରା  ।
    • ଯେଉଁ ଡିଗ୍ରୀ କୋରଖ କରାଯିବ, ଯଦି ସେହି ଡିଗ୍ରୀ କୌଣସି ଏକ ଅଦାଲତ ପାଶ କରିଥାନ୍ତି ଏବଂ ସେହି ଡିଗ୍ରୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାହା ଅନ୍ୟ ଅଦାଲତକୁ ପ୍ରେରିତ ହୋଇନଥାଏ,  ତେବେ ସମ୍ପୃକ୍ତ ଅଞ୍ଚଳ ମୁଖ୍ୟ ଅଧିକାରୀଙ୍କ ଦ୍ଵାରା ଏକ ନୋଟିସ ଏପରି ଅଦାଲତକୁ ପଠାଯିବ ଓ ଡିଗ୍ରୀ  ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ଥଗିତ ରଖିବାକୁ  ସେହି ଅଦାଲତକୁ ଅନୁରୋଧ କରାଯିବ  । ଯେ ପର୍ଯ୍ୟନ୍ତ (୧) ଉକ୍ତ ନୋଟିସ ରଦ୍ଦ ନ ହୋଇଛି, କିମ୍ବା (୨) କାର୍ଯ୍ୟାନୁଷ୍ଠାନ ଚାହୁଁଥିବା ଡିଗ୍ରୀଦାର ଅଥବା ଅପର ପକ୍ଷ ଏପରି ନୋଟିସ ପାଇଁ ଡିଗ୍ରୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଦାଲତକୁ ଆବେଦନ ନ କରିଛି,  ସେ ପର୍ଯ୍ୟନ୍ତ ତାହା ସ୍ଥିତି ରହିବ,  ଏବଂ
    • ସେହି ଡିଗ୍ରୀ ପାସ ନଥିବା ଅଦାଲତରେ ଯଦି ତାହା ସ୍ଥଗିତ ତାହେ, ତେବେ ଉକ୍ତ ଡିଗ୍ରୀକୁ କାର୍ଯ୍ୟକାରୀ କରାଇବା ଉଦ୍ଦେଶ୍ୟରେ କୋରଖ କରିବାକୁ ଚାହୁଁଥିବା ସମ୍ପୃକ୍ତ ଅଞ୍ଚଳର ପ୍ରିନ୍ସପାଲ ଅଫିସର ପ୍ରକରଣ (ଖ) ଅନୁସାରେ ସେଭଳି ଅଦାଲତକୁ ନୋଟିସ ପଠାଇବେ ।  ଯଦି ଉକ୍ତ ଅଦାଲତ ସେହି ଡିଗ୍ରୀ ପାସ କରିଥାଏ ଏବଂ ସେଭଳି ନୋଟିସ ଉପରୋକ୍ତ ପ୍ରକରଣ ଅନୁସାରେ  ପଠାଯାଇଥିବ, ତେବେ ଉପରୋକ୍ତ ପ୍ରକରଣ ବ୍ୟବସ୍ଥାଗୁଡିକ ଲାଗୁ କରାଯିବାର ମନେ କରାଯିବ ।
  2. ଉପନିୟମ(୧) ର ପ୍ରକରଣ(କ) ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ମୁଖ୍ୟଧିକାରୀ ଯେତେବେଳେ ଏକ ନିର୍ଦ୍ଦେଶନାମା କରନ୍ତି କିମ୍ବା ଉପ-ନିୟମ (୨)ସ୍ଥ ପ୍ରକରଣ (ଖ)ର ଉପ- ପ୍ରକରଣ  (୨) ଅନୁଯାଇ ଯେତେବେଳେ ଏକ ଅଦାଲତ ଏକ ଆବେଦନ  ଗ୍ରହଣ କରେ, ସେତେବେଳେ କୋରଖ ପାଇଁ ଡିଗ୍ରୀ ହାସଲ କରିଥିବା ଡିଗ୍ରୀଦାର କିମ୍ବା ତାଙ୍କର ବାକିଦାରଙ୍କ ଆବେଦନ ଉପରେ ଏପରି ମୁଖ୍ୟାଧିକାରୀ କିମ୍ବା ଅଦାଲତ ଡିଗ୍ରୀ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଗ୍ରସର ହେବେ ।
  3. ପ୍ରକରଣ (୧) ବର୍ଣ୍ଣିତ ଅନ୍ୟ ଏକ ଡିଗ୍ରୀ କୋରଖ (ଆଟାଚମେଣ୍ଟ) ଦ୍ଵାରା ଜଣେ ଡିଗ୍ରୀଦାର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଇବାକୁ ଚାହୁଁଥିଲେ, ସେହି ଡିଗ୍ରୀଦାର ଆଟାଚମେଣ୍ଟ ଡିଗ୍ରୀଦାରଙ୍କ ପ୍ରତିନିଧିରୂପେ ବିବେଚିତ ହେବେ ଏବଂ କ୍ରୋଜ ପାଇଁ ଥିବା ଡିଗ୍ରୀ, ଡିଗ୍ରୀଦାରଙ୍କ ପରି ଆଇନାନୁମୋଦିତ ଭାବେ ତାହା କାର୍ଯ୍ୟକାରୀ କରିପାରିବେ ।
  4. ଯେଉଁ ଡିଗ୍ରୀ ବଳରେ ସଂପତ୍ତି କୋରଖ କରିବାକୁ ହେବେ, ତାହା ଯଦି ଉପ- ନିୟମ (୧) ବର୍ଣ୍ଣିତ ଡିଗ୍ରୀ ବ୍ୟତୀତ ଅନ୍ୟ ଏକ ଡିଗ୍ରୀ ହୋଇଥାଏ, ତେବେ ସମ୍ପୃକ୍ତ ଅଞ୍ଚଳଧିକାର ସେପରି ଡିଗ୍ରୀଦାରଙ୍କୁ ନୋଟିସ ଦେଇ କ୍ରୋଜ କରିବେ । ସେ ଡିଗ୍ରୀଦାର ଉକ୍ତ, ସଂପତ୍ତିର ହସ୍ତାନ୍ତର କରିପାରିବେ ନାହିଁ କିମ୍ବା ଅନ୍ୟ କୌଣସି ପ୍ରକାରେ ବ୍ୟବହର କରିପାରିବେ ନାହିଁ।  ଯେଉଁଠାରେ ସେପରି ଡିଗ୍ରୀ କୌଣସି ଅଦାଲତ କିମ୍ବା ନିବନ୍ଧକ ଦ୍ଵାରା କିମ୍ବା ଆଇନର  ୭୦ ଦଫାନୁଯାୟୀ ବିବାଦ ହସ୍ତାନ୍ତର ହୋଇଥିବା କୌଣସି ବ୍ୟକ୍ତିଙ୍କ ଦ୍ଵାରା ଅଥବା ଏପରି ଅଦାଲତକୁ ପଠାଇଥିବା ଅଞ୍ଚଳର ମୁଖ୍ୟାଧିକାରୀଙ୍କ ନିକଟକୁ ପଠାଇଥିବା ଅଞ୍ଚଳର ମୁଖ୍ୟାଧିକାରୀ ଦ୍ଵାରା ଜାରି ହୋଇଥିବା, ସେପରି ସ୍ଥଳେ ସେହି ଅଦାଲତ କିମ୍ବା ମୁଖ୍ୟାଧିକାରୀଙ୍କ ଦ୍ଵାରା କଥିତ ନୋଟିସ ରଦ୍ଦ ନ ହେଲାଯାଏଁ ଡିଗ୍ରୀକୁ କାର୍ଯ୍ୟକାରୀ ନ କରିବାକୁ ଏକ ନୋଟିସ ଦେବେ ।
  5. ଡିଗ୍ରୀକୁ କାର୍ଯ୍ୟକାରୀ କରାଉଥିବା ଏପରି ଅଦାଲତ କିମ୍ବା ଅଞ୍ଚଳର ମୁଖ୍ୟାଧିକାରୀଙ୍କୁ ଏହି ଉପ- ନିୟମାନୁଯାୟୀ ଥିବା ଡିଗ୍ରୀଦାର ଆବଶ୍ୟକତାନୁଯାୟୀ ସମ୍ବାଦ ଓ ସାହାଯ୍ୟ ଯୋଗାଇ ଦେବେ ।
  6. ଅନ୍ୟ ଏକ ଆଟାଚମେଣ୍ଟ ଦ୍ଵାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିବା ଜଣେ ଡିଗ୍ରୀଦାରଙ୍କ ଦରଖାସ୍ତ ଏହି ଉପ- ନିୟମାନୁଯାଇ ଅଞ୍ଚଳ  ମୁଖ୍ୟାଧିକାରୀ କୋରଖ ଆଦେଶ ଦେଇ ଡିଗ୍ରୀ ଦ୍ଵାରା ବାଧ୍ୟ ଅପରପକ୍ଷ ଦେଣାଦାରଙ୍କୁ ଏପରି ଆଦେଶ ର ନୋଟିସ ଦେବେ ଏବଂ ଏପରି ଆଦେଶର ବିରୁଦ୍ଧାଚରଣ କରି ନୋଟିସ ପାଇବା ପରେ ମୁଖ୍ୟାଧିକାରୀ କିମ୍ବା ଅନ୍ୟ କାହାରି ଜରିଆରେ ଅପରପକ୍ଷଠାରୁ କୋରଖ ବିବାଦରେ କୌଣସି ଅର୍ଥ କୋରଖ ଆଦେଶ ବଳବତ୍ତର ଥିବା ଯାଏଁ ଗ୍ରହଣୀୟ ହେବ ନାହିଁ ।

ସଂଶୋଧନ- ୧୯୯୭

ନିୟମ ୧୧୬ର ସଂଶୋଧନ-

କଥିତ ନିୟମାବଳୀର ନିୟମ  ୧୧୬ ର-

  1. ଉପ –ନିୟମ (୧) ର ପ୍ରକରଣ (କ) ନିମନ୍ତେ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ। ଯଥା-
    • ଏହି ଆଇନାନୁଯାୟୀ କୌଣସି କର୍ତ୍ତୃପକ୍ଷଙ୍କ ଦ୍ଵାରା ପାସ କରାଯାଇଆଥିବା କୋରଖରେ ଡିଗ୍ରୀ ଯଦି ହେବାକୁଥାଏ,  ତେବେ ସମ୍ପୃକ୍ତ ଅଞ୍ଚଳର ମୁଖ୍ୟ ଅଫିସରଙ୍କ ଆଦେଶ ଦ୍ଵାରା ।
  2. ଉପ- ନିୟମ (୪) ରେ ଥିବା ଶବ୍ଦାବଳୀ “ଆଇନର ଧାରା  ୭୦ ଅନୁଯାଇ ବିବାଦ ଯଦି ନିବନ୍ଧକ ଅଥବା କୌଣସି ବ୍ୟକ୍ତିଙ୍କ ନିକଟକୁ ପଠାଯାଇଥାଏ” ନିମତନେ, ଆଇନାନୁଯାୟୀ କର୍ତ୍ତୃପକ୍ଷ“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । “(ଏସ.ଆର.ଓ. ସଂଖ୍ୟା ୧୭/୯୭,ତା ୨୩.୦୪.୧୯୯୭)

ନିୟମ ୧୧୭. ଖିଲାପକାରୀଙ୍କ ଅଧୀନରେ ନଥିବା ଋଣ ଅଂଶ କିମ୍ବା ଅନ୍ୟ ସଂପତ୍ତିର କୋରଖ

  1. ଯେଉଁଠାରେ କୋରଖ ପାଇଁ ନିର୍ଦ୍ଧିଷ୍ଟ ସଂପତ୍ତି -
    • ଖିଲାପକାରୀଙ୍କ ଋଣ
    • ଏକ କର୍ପୋରେଷଣର ମୂଳଧାନ ଅଥବା ତହିଁରେ ଲଗାଣ ହୋଇଥିବା ଡିପୋଜିଟ , ଅଥବା
    • ଜମା ରଖାଯାଇଥିବା ସଂପତ୍ତି କିମ୍ବା କୌଣସି ଦେୱାନୀ ଅଦାଲତର ଦାୟିତ୍ଵରେ ଥିବା ସଂପତ୍ତି ବ୍ୟତୀତ ଖିଲାପକାରୀଙ୍କ ଅଧିକାରରେ ନଥିବା ଅନ୍ୟ ଚଳନ୍ତି ସଂପତ୍ତି ହୋଇଥିବ ସେପରି ସ୍ଥଳେ ଅଞ୍ଚଳର ମୁଖ୍ୟାଧିକାରୀଙ୍କ ଦସ୍ତଖତ ଏକ ଲିଖିତ ଆଦେଶ ଜରିଆରେ କୋରଖ ହେବ,  କିନ୍ତୁ ନିମ୍ନଲିଖିତ କ୍ଷେତ୍ରରେ ପ୍ରତିଷେଧ ବ୍ୟବସ୍ଥା ଲାଗୁ କରାଯିବ  -
    • ଋଣ କ୍ଷେତ୍ରରେ ଋଣଦାତାଙ୍କ ଋଣ ଗ୍ରହଣ ଓ ଋଣ ଗ୍ରହିତାଙ୍କୁ ଋଣ ପରିଶୋଧ ପାଇଁ
    • ଯେଉଁ ବ୍ୟକ୍ତିଙ୍କ ନାମରେ ଅଂଶ ବା ଜମା ରହିଥିବ, ତାହା ହସ୍ତାନ୍ତର କରିବା ପାଇଁ କିମ୍ବା କୌଣସି ଲାଭାଂଶ ଅଥବା ସୁଧ ଗ୍ରହଣ ପାଇଁ,
    • ପୂର୍ବୋକ୍ତ ସଂପତ୍ତି ଭିନ୍ନ ଅନ୍ୟ କୌଣସି ଚଳନ୍ତି ସଂପତ୍ତି କ୍ଷେତ୍ରରେ ଏହାର ଦଖଲରେ ଥିବା  ଖିଲାପକାରୀଙ୍କୁ ଦେବା ପାଇଁ ନିଷେଧ କରାଯିବ  ।
  2. ମୁଖ୍ୟାଧିକାରୀ ଅଫିସର କୌଣସି ପ୍ରକାଶ୍ୟ ସ୍ଥାନରେ ଏହି ଆଦେଶ ଏକ ନକଲ ଟଙ୍ଗାଇ ଦିଆଯିବ ଏବଂ ଅନ୍ୟ ଏକ ନକଲ ଋଣ ଗ୍ରହିତାଙ୍କ ନିକଟକୁ ପଠାଯିବ  ।  କର୍ପୋରେଷଣର ଯଥାର୍ଥ ଅଧିକାରୀଙ୍କ ଅଂଶ କିମ୍ବା ଜମା ଦେବା କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ଚଳନ୍ତି ସଂପତ୍ତି କ୍ଷେତ୍ରରେ ଏପରି ସଂପତ୍ତିର ଦାଖଲରେ ଥିବା ବ୍ୟକ୍ତିଙ୍କ ନିକଟକୁ ଏହାର ଏକ ନକଲ ପଠାଯିବ । ପ୍ରକରଣ (କ) ବର୍ଣ୍ଣିତ ଋଣ କିମ୍ବା ପ୍ରକରଣ (ଖ) ବର୍ଣ୍ଣିତ ଜମାର ମିଆଦ ପରିଲକ୍ଷଣ ମୁଖ୍ୟଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ଯେ , ସେ ତାଙ୍କ ତାଙ୍କ କିମ୍ବା ସମ୍ପୃକ୍ତ ପକ୍ଷଙ୍କୁ ଦେୟ ପରିଶୋଧ କରିବେ । ଅଂଶ ଉଠାଯାଇ ନ ପାରିବା କ୍ଷେତ୍ରରେ ଉକ୍ତ ମୁଖ୍ୟାଧିକାରୀ ଦଲାଲ ଙ୍କ ଜରିଆରେ ଏହାର ବିକ୍ରି ପାଇଁ ବ୍ୟବସ୍ଥା କରିବେ ।   ଅଂଶ ଉଠାଯାଇପାରିବା କ୍ଷେତ୍ରରେ ଏହାର ମୂଲ୍ୟ ଯଥାଶୀଘ୍ର ମୁଖ୍ୟାଧିକାରୀ କିମ୍ବା ସମ୍ପୃକ୍ତ ପକ୍ଷଙ୍କୁ ଦିଆଯିବ  ।  ଚଳନ୍ତି ସଂପତ୍ତି କ୍ଷେତ୍ରରେ ଉପ- ନିୟମ (1) ର ପ୍ରକରଣ (ଚ) ଅନୁଯାୟୀ ଏହା ଖିଲାପକାରୀଙ୍କୁ ଦେବାର ସମୟ ହେଲେ , ସମ୍ପୃକ୍ତି ବ୍ୟକ୍ତି,  ଏହି ସମ୍ପତ୍ତିକୁ ମୁଖ୍ୟାଧିକାରୀଙ୍କ ହସ୍ତରେ ଅର୍ପଣ କରିବେ ।

ଆଧାର – ଦ ଲ ହାଉସ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate