অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୂ - ଉନ୍ନୟନ ବ୍ୟାଙ୍କ

ନିୟମ  ୯୫ ନିର୍ଭରୋକ୍ତି ଫଣ୍ଡସ

  1. ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ଅଚଳନ୍ତି ସଂପତ୍ତି ଉପରେ ଦିଆଯାଉଆଥିବା ଋଣର ତ୍ରୁଟିପୂର୍ଣ୍ଣ କାରଣରୁ ହେଉ ଅଥବା ନୁନ୍ୟତା ଦ୍ରୁଷ୍ଟିରୁ ହେଉ ତଥା କ୍ଷତିର ପୂରଣ ଉଦ୍ଦେଶ୍ୟ ପାଇଁ ରାଜ୍ୟ ସରକାର ସେଭଳି ରୀତି ଓ ସର୍ତ୍ତାନୁଯାୟୀ ଏକ ଅଥବା ଏକାଧିକ ଗ୍ୟାରେଣ୍ଟି ଫଣ୍ଡସ ଗଠନ କରିବେ ଅଥବା ଅନ୍ୟାନ୍ୟ ଉଦ୍ଦେଶ୍ୟ ନିମନ୍ତେ ରାଜ୍ୟ ସରକାର ଗ୍ୟାରେଣ୍ଟି ଫଣ୍ଡସର ବ୍ୟବସ୍ଥା କରିପାରିବେ   ।
  2. ରାଜ୍ୟ ଭୂ-ଉନ୍ନୟନ ବ୍ୟାଙ୍କ ଏବଂ ଭୂ- ଉନ୍ନୟନ ବ୍ୟାଙ୍କର ସେଭଳି ଫଣ୍ଡସରେ ରାଜ୍ୟ ସରକାର ସମୟ ସମୟରେ ଧାର୍ଯ୍ୟ କରିଥିବା ଅନୁପାତ ଅନୁଯାୟୀ ଅଂଶ ଦାନ କରିବେ ଏବଂ ସେଭଳି ଫଣ୍ଡସର ଗଠନ ସଂରକ୍ଷଣ ଓ ଉପଯୋଗ, ଏଥିନିମନ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା ଗଢାଯାଇଥିବା ନିୟମାନୁଯାଇ ପରିଚାଳିତ କରାଯିବ ।

ନିୟମ ୯୬ ଋଣପତ୍ର ଟ୍ରଷ୍ଟ ବନ୍ଧକ ରୂପେ ସାବ୍ୟସ୍ତ ହେବ

ଭାରତୀୟ ଟ୍ରଷ୍ଟ ଆଇନ  ୧୮୮୨ର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ରାଜ୍ୟ ସରକାର ସାବ୍ୟସ୍ତ କରିବେ ଯେ,  ଆଇନର  ୮୩ ଧାରାନୁଯଯାଇ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଭରୋକ୍ତ ଋଣପତ୍ର ପୂର୍ବୋକ୍ତ ଆଇନ (ଭାରତୀୟ ଟ୍ରଷ୍ଟ ଆଇନ) ୨୦ ଦଫାନୁଯାୟୀ ଗଣନା କରାଯାଇଥିବା ବନ୍ଧକ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିବାର ମନେ କରାଯିବ ।

ନିୟମ ୯୬ – କ ବ୍ୟାଙ୍କ ସପକ୍ଷରେ ବନ୍ଧକ ସୃଷ୍ଟି କରାଯିବା ପରେ ଘୋଷଣାନାମା

କୌଣସି ସଭ୍ୟ ଯେ ବ୍ୟାଙ୍କ ଋଣ ପାଇଁ ଆବେଦନ କରିବେ,  ସେ ତାଙ୍କ ଜମିବାଡି ସେହି ଜମିରେ ରହିଥିବା ସ୍ଵାର୍ଥ ବ୍ୟାଙ୍କ ସପକ୍ଷରେ ବନ୍ଧକରୂପେ ସୃଷ୍ଟି କରି ଅନୁସୂଚି “ଙ” ରେ ଏକ ଘୋଷଣାନାମା ପ୍ରକାଶ କରାବେ ।

ନିୟମ  ୯୬ – ଖ - ଆଇନର  ୮୩ଧାରା - ଖ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କୁ ନୋଟିସ ଦିଆଯାଇଥିବା ଏବଂ ନୋଟିସ ପ୍ରକାଶନର ପଦ୍ଧତି ଏବଂ ଅଭିଯୋଗ ନିଷ୍ପତ୍ତି -

  1. ଋଣ ନିମନ୍ତେ ଦରଖାସ୍ତ ଗ୍ରହଣ କରିସାରିବା ପରେ ଭୂ- ଉନ୍ନୟନ ବ୍ୟାଙ୍କର ସମ୍ପାଦକ (ସେକ୍ରେଟାରୀ) ସେଭଳି ଦରଖାସ୍ତ ତାଙ୍କର ଦରଖସ୍ତ ବା ସ୍ଵାକ୍ଷର କରିବା ସଙ୍ଗେ ସଙ୍ଗେ ତାଙ୍କର ପଦବୀ ଏବଂ ଦରଖାସ୍ତ ଗ୍ରହଣ କରିବାର ତାରିଖ ଉଲ୍ଲେଖ କରିବେ ଏବଂ ସେଭଳି ଦରଖାସ୍ତ ଆବଶ୍ୟକୀୟ ଦଲିଲ- ଦସ୍ତାଜୀବ ଦ୍ଵାରା ସମ୍ବଳିତ ହୋଇଛି କି ନାହିଁ,  ପରୀକ୍ଷା କରିବେ ଯଦି ସେଭଳି ଦରଖାସ୍ତର ଆବଶ୍ୟକୀୟ ବସ୍ତୁ ପୁଙ୍ଖାନୁପୁଙ୍ଖ ଭାବରେ ଅନ୍ତର୍ଭୁକ୍ତ କରାଯାଇ ନ ଥାଏ ଅଥବା ସମ୍ପୃକ୍ତ  ବା ଆବଶ୍ୟକୀୟ ଦଲିଲ ଦସ୍ତାବିଜ ଦାଖଲ କରାଯାଇ ନଥାଏ ତେବେ ଦରଖାସ୍ତକରି , ଆବଶ୍ୟକୀୟ ବିଷୟବସ୍ତୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦାଖଲ କରାଯାଇଆ ନଥାଏ   ତେବେ ଦରଖାସ୍ତକାରୀ, ଆବଶ୍ୟକୀୟ ବିଷୟବସ୍ତୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦାଖଲ କରିବେ ।
  2. ସମସ୍ତ ଦରଖାସ୍ତ ଗ୍ରହଣ ପରେ ତାହା ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ସଂରକ୍ଷଣ  କରାଯାଉଥିବା ରେଜିଷ୍ଟର  (ଋଣ  ନିମନ୍ତେ ଦରଖାସ୍ତ ରେଜିଷ୍ଟର) ଲିପିବଦ୍ଧ କରାଯିବ ।
  3. ୮୩- ଖ ଧାରା ଉପଧାରା  (୨)ର ଉଦ୍ଦେଶ୍ୟ ନିମନ୍ତେ ସମବାୟ ସମିତିର ନିବନ୍ଧକଙ୍କ (ଏହାପରେ ସରକାରୀ ଯାଞ୍ଚ ଅଫିସର ରୂପେ ନିର୍ଦ୍ଧିଷ୍ଟ କରାଯାଇଥିବା)ଙ୍କ ଉଲ୍ଲିଖିତ କରାଯାଇଥିବା ସମବାୟ ସମିତିର ବରିଷ୍ଠ ପରିଦର୍ଶକ  ( ସିନିୟର ଇନ୍ସପେକ୍ଟର) ଙ୍କ ଅଧ୍ୟସ୍ତନ କର୍ମଚାରୀ ଭିନ୍ନ ଅନ୍ୟ ଯେ କୌଣସି ଅଫିସର ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ଦ୍ଵାରା  ୮୫ ଖ ଦଫା  (୧) ଉପ-ଦଫା ରେ ନିର୍ଦ୍ଧିଷ୍ଟ କରାଯାଇଥିବା ସାର୍ବଜନୀନ ନୋଟିସ ଦିଆଯାଇଥାଏ ।  ଯେକୌଣସି ଅନ୍ୟାନ୍ୟ ଅଫିସରଙ୍କୁ ସରକାରୀ ଅଫିସର ରୂପେ କାର୍ଯ୍ୟ କରିବାକୁ ମଧ୍ୟ ରାଜ୍ୟ ସରକାର ସମୟ ସମୟରେ ଘୋଷଣା କରିପାରନ୍ତି ।
  4. ରେଜିଷ୍ଟରରେ ଦରଖାସ୍ତ ଲିପିବଦ୍ଧ କରାଯିବା ପରେ ଭୂ- ଉନ୍ନୟନ ବ୍ୟାଙ୍କର ସମ୍ପାଦକ ତାହା ସରକାରୀ ଯାଞ୍ଚ ଅଫିସରଙ୍କ ନିକଟକୁ ପଠାଇବେ ।  ସରକାରୀ ଯାଞ୍ଚ ଅଫିସର ଅନୁସୂଚି “ଗ” ରେ ସ୍ଥିର କରାଯାଇଥିବା ଫାରମ  ଅନୁଯାୟୀ ଅତିକମରେ ୧୫ ଦିନ ସମୟ ଦେବେ ଏବଂ ନିର୍ଦ୍ଧିଷ୍ଟ କରାଯାଇଆଥିବା ତାରିଖ ପୂର୍ବରୁ ଋଣ ଉପରେ ଆପତ୍ତି କରିବାକୁ ଇତ୍ସୁକ ଥିବା ସମସ୍ତ ବ୍ୟକ୍ତିଙ୍କୁ ଡାକିବେ ।  ଉପରୋକ୍ତ ନୋଟିସ ଆବେଦନକାରୀ ବସବାସ କରୁଥିବା ଗ୍ରାମର ଏକ ପ୍ରକାଶ୍ୟ ସ୍ଥାନରେ ଏବଂ ଉନ୍ନତି କଳ୍ପେ ଥିବା ଜମିର ସୀମା ମଧ୍ୟରେ ଲଟକାଇ ଦିଆଯିବ ।  ଉପରୋକ୍ତ ନୋଟିସର ଏକକିତା ନକଲ ସମ୍ପୃକ୍ତ ଭୂ- ଉନ୍ନୟନ ବ୍ୟାଙ୍କର ଅଫିସରରେ ପ୍ରକାଶିତ ହେବେ  ଏବଂ ଉପରୋକ୍ତ ନୋଟିସ ସେଭଳି ଗ୍ରାମ ବ ଗ୍ରାମ ସମୂହରେ ଡେଙ୍ଗରା ବଜାଇ ଜଣାଇ ଦିଆଯିବ ।
  5. ସରକାରୀ ଅଫିସର ଆପତ୍ତି, ଦଲିଲ ଏବଂ ଶପଥ ପତ୍ର ସମୂହ (ଯଦିଥାଏ) ର ବିଚାର କରିବେ ଏବଂ ଆପତ୍ତି ଦାଖଲ କରିବା ବା ତାରିଖ ଠାରୁ  ୧୫ ଦିନ ମଧ୍ୟରେ ଯଥାଶୀଘ୍ର ସମ୍ଭବ ପକ୍ଷମାନଙ୍କର ଆପତ୍ତି ଅଭିଯୋଗ ଶୁଣିବେ ଏବଂ ଯାଞ୍ଚ ସମାପ୍ତ କରିବେ । ଆପତ୍ତିର ମୀମାଂସା ବି ବିଚାର କରି ସାରିବା ପରେ ଦରଖାସ୍ତ ସହିତ ତାଙ୍କ ଅର୍ଡରର ଏକାକିତା ନକଲ – ଭୂ ଉନ୍ନୟନ ବ୍ୟାଙ୍କଙ୍କ ପଠାଇବେ।

ସଂଶୋଧନ – ୧୯୯୭

ନିୟମ ୯୬ – ଖ ର ସଂଶୋଧନ

କଥିତ ନିୟମାନୁଯାୟୀ ନିୟମ -୯୬- ଖ- କୀଟ ଖାଇଯିବ  ।(ଏସ.ଆର.ଓ. ସଂଖ୍ୟା ୧୭/୯୭,ତା ୨୩.୦୪.୧୯୯୭)

ନିୟମ ୯୬ – ଗ - ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ସଂପାଦିତ ଦଲିଲର ନକଲ ରେଜିଷ୍ଟ୍ରୀକାରୀ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଦାଖଲ କରିବାକୁ ପ୍ରକ୍ରିୟା - ଆଇନର ୯୮ ଧରାସ୍ଥା ଉପଧାରା ୧ର ପ୍ରକରଣ "କ" ଅନୁଯାୟୀ ନିର୍ଦ୍ଧିଷ୍ଟ କରାଯାଇଥିବା ଦଲିଲ ଦସ୍ତାବିଜର ନକଲ ଭୂ- ଉନ୍ନୟନ ବ୍ୟାଙ୍କର ସମ୍ପାଦକ (ସେକ୍ରେଟାରୀ) ଙ୍କ ଦ୍ଵାରା ଯଥାବିଧି ପ୍ରମାଣିତ ହେବ ଏବଂ ଏଥି ନିମନ୍ତେ ସାଧାରଣ ଓ ବିଶେଷ ଆଦେଶ ସହିତ ଟ୍ରଷ୍ଟି ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କ ଦ୍ଵାରା ମଧ୍ୟ ପ୍ରମାଣିତ (ଆଟେଷ୍ଟ) କରାଯିବ ।  ଦଲିଲ ଦସ୍ତାବିଜ ସମୂହର ସମ୍ପାଦନା ତାରିଖର ୩ ମାସ ମଧ୍ୟରେ ତାହା ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ରେଜିଷ୍ଟ୍ରାର୍ଡ ପୋଷ୍ଟ କିମ୍ବା ହସ୍ତରେ ପ୍ରଦାନ ଦ୍ଵାରା ସମ୍ପୃକ୍ତ ରେଜିଷ୍ଟ୍ରିକାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ।

ଆଧାର – ଦ ଲ ହାଉସ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate