অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମବାୟ ସମିତିର ନିବନ୍ଧନ

ସମବାୟ ସମିତିର ନିବନ୍ଧନ

ନିୟମ ୫ - ସମବାୟ ସମିତିର ନିବନ୍ଧକଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତ ବ୍ୟକ୍ତି ସମୂହଙ୍କ ଉପାଧି

  • ନିବନ୍ଧକଙ୍କୁ ସାହାଯ୍ୟ ନିମନ୍ତେ  ୩ ଧାରାର ଉପଧାରା ୧ ଅନୁଯାୟୀ ନିଯୁକ୍ତି  ବ୍ୟକ୍ତି ସମୂହଙ୍କ ନିମ୍ନଲିଖିତ ଉପାଧି ବା ପଦବୀ ରହିବ, ଯଥା -
    1. ସମବାୟ ସମିତିର ଅତିରିକ୍ତ ନିବନ୍ଧକ (Additional Registrar)
    2. ସମବାୟ ସମିତିର ସହ ନିବନ୍ଧକ ( Joint Registrar)
    3. ସମବାୟ ସମିତିର ଉପ- ନିବନ୍ଧକ (Deputy Registrar)
    4. ଉପ ନିବନ୍ଧକ ( ମୁଖ୍ୟ କାର୍ଯ୍ୟାଳୟ)
    5. ମୁଖ୍ୟ ସମୀକ୍ଷଣ- ଅଧିକାରୀ
    6. ଅତିରିକ୍ତ ମୁଖ୍ୟ ସମୀକ୍ଷଣ ଅଧିକାରୀ
    7. ସହାୟକ ନିବନ୍ଧକ (Assistant Registrar) (ସମବାୟ ସମିତି)
    8. ସହାୟକ ନିବନ୍ଧକ (କ୍ରୟ – ବିକ୍ରୟ)
    9. ସହାୟକ ନିବନ୍ଧକ (ଭୂ ବନ୍ଧକ ବ୍ୟାଙ୍କ)
    10. ସମୀକ୍ଷଣ ଅଧିକାରୀ (Audit Officer)

ସଂଶୋଧନ - ୧୯୯୭

ନିୟମ ୫ର ସଂଶୋଧନ  - କଥିତ ନିୟମାବଳୀର ନିୟମ ୫ ର -

  • ପ୍ରକରଣ (୪),(୫),(୬),(୮),(୯) ଏବଂ(୧୦) ବିଲୁପ୍ତ ହେବ ।
  • ପ୍ରକରଣ(୭)ରେ ଥିବା  “ଶବ୍ଦ ସହାୟକ – ନିବନ୍ଧକ” (ଆସିଷ୍ଟାଣ୍ଟ ରେଜିଷ୍ଟାର) ପରେ ଶବ୍ଦାବଳି “ସମବାୟ ସମିତି”ର ଯୋଗ କରାଯିବ,  ଏବଂ
  • ପ୍ରକରଣ(୧୦) ପରେ ନିମ୍ନଲିଖିତ ନୂତନ ପ୍ରକରଣ ସନ୍ନିବିଷ୍ଟ ହେବ । ଯଥା  -

“(୧୧) ସରକାର ହୁଏତ ଅଧିସୂଚନା ଦ୍ଵାର, ସମୟକୁ ସମୟ ଉଲ୍ଲେଖ କରିବା ପ୍ରକାରେ ସେପରି ଅନ୍ୟାନ୍ୟ ପଦବୀ (ଏସ, ଆର ଓ ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭)]

ସଂଶୋଧନ-୧୯୯୭

ନିୟମ ୫ର ସଂଯୋଗ -

କଥିତ ନିୟମାବଳୀର ନିୟମ  ୫ ପରେ ନିମ୍ନଲିଖିତ ନିୟମ ଏବଂ ଶୀର୍ଷକ ସନ୍ନିବିଷ୍ଟ ହେବ  ।  ଯଥା –

“୫- କ , ମହା ସମୀକ୍ଷକଙ୍କୁ ସହାୟତା କରିବା ସକାଶେ ନିଯୁକ୍ତ ବ୍ୟକ୍ତିମାନଙ୍କର ପଦବୀ –

ଧାରା ୩- କ ର ଉପଧାରା(୧) ଅନୁଯାୟୀ ମହା ସମୀକ୍ଷକ (ଅଡିଟର ଜେନେରାଲ ) ଙ୍କୁ  ସହାୟତା  କରିବାକୁ ନିଯୁକ୍ତ ବ୍ୟକ୍ତିମାନଙ୍କର ନିମ୍ନଲିଖିତ ଯେକୌଣସି ପଦବୀ ରହିବା । ଯଥା –

  1. ସମବାୟ ସମିତିର ଅତିରିକ୍ତ ମହା-ସମୀକ୍ଷକ  (Additional Auditor – General of Co – operative societies ),
  2. ସମବାୟ ସମିତିର ଉପ- ମହା ସମୀକ୍ଷକ (Joint Auditor – General of Co – operative societies),
  3. ସମବାୟ ସମିତିର ଉପ- ମହା ସମୀକ୍ଷକ (Deputy Auditor – General of Co – operative societies ),
  4. ସମବାୟ ସମିତିର ସହାୟକ ମହା- ସମୀକ୍ଷକ (Assistant Auditor – General of Co – operative societies ),
  5. ସରକାର ହୁଏତ ଅଧିସୂଚନା ଦ୍ଵାରା ସମୟକୁ ସମୟ ଉଲ୍ଲେଖ କରିବା ପ୍ରକାରେ  ଅନ୍ୟାନ୍ୟ  ପଦବୀ(ଏସ.ଆର.ଓ ସଂଖ୍ୟା  ୧୭-୯୭ , ତା ୨୩.୦୪.୧୯୯୭ )

ନିୟମ ୬-ନିବନ୍ଧନ ନିମନ୍ତେ ଆବେଦନ

  1. ସମିତିର ନିବନ୍ଧନ ନିମନ୍ତେ କରାଯାଇଥିବା ପତ୍ରରେ ଆବେଦନକାରୀ ମାନଙ୍କ ଦ୍ଵାରା କରାଯାଇଥିବା ଦସ୍ତଖତ ଯେ କୌଣସି ଗୋଟିଏ ସାକ୍ଷୀ ଦ୍ଵାରା ସମର୍ଥନ କରାଯିବ ।
  2. ସମିତିର ନିବନ୍ଧନ ନିମନ୍ତେ  ଯଦି ଆବେଦନ କରାଯାଇଥାଏ  ତେବେ ଆବେଦନ ସହିତ ଉପବିଧି ପ୍ରେରଣ କରାଯିବା ସଙ୍ଗେ ସଙ୍ଗେ ତାହା ଆବେଦନକାରୀଙ୍କ ଦ୍ଵାରା ଦସ୍ତଖତ କରାଯିବ   ।
  3. ସମିତିର  ନିବନ୍ଧନ ନିମନ୍ତେ କରାଯାଇଥିବା ପ୍ରତ୍ୟେକ ଆବେଦନପତ୍ର ସହିତ ନିମ୍ନଲିଖିତ ବିଷୟବସ୍ତୁ ପେରଣା କରାଯିବ। ଯଥା  -
    • ଯେତେବେଳେ ସମିତିର କୌଣସି ସଦସ୍ୟ ନିବନ୍ଧିତ ହୋଇ ସମିତି  ରୂପେ ଗଣ୍ୟ ହୁଅନ୍ତି ଯେତେବେଳେ ସେଭଳି ସମିତିର କମିଟିର ସଦସ୍ୟ, କମିଟିର ପ୍ରସ୍ତାବ ଦ୍ଵାରା କ୍ଷମତାପ୍ରାପ୍ତ ହୋଇ ନିବନ୍ଧନ ନିମନ୍ତେ ଆବେଦନରେ  ସଂଯୋଗ କରାଯିବ ।
    • ଯେତେବେଳେ ସମିତିର କୌଣସି ସଦସ୍ୟ ନିବନ୍ଧିତ ହୋଇ ସମିତି ଭିନ୍ନ ନିଗମ ନିକାୟ ରୂପେ ଗଣ୍ୟ ହୁଅନ୍ତି, ସେତେବେଳେ ଉପରୋକ୍ତ ସଦସ୍ୟ ନିବନ୍ଧକ ନିମନ୍ତେ ଯେକୌଣସି ବ୍ୟକ୍ତିର ଆବେଦନପତ୍ରରେ ହସ୍ତଖତ କରିବାକୁ କ୍ଷମତା ପ୍ରଦାନ କରିବେ ଏବଂ ଏଥିନିମନ୍ତେ ଉପବିଧି ଓ ସେଭଳି ପ୍ରାଧିକାରୀଙ୍କ ଦ୍ଵାରା କରାଯାଉଥିବା ପ୍ରସ୍ତାବର ଏକକିତା ନକଲ ଆବେଦନପତ୍ରରେ ସଂଯୋଗ କରାଯିବ   ।
  4. ଆବେଦନପତ୍ର ରେଜିଷ୍ଟାର୍ଡ ପୋଷ୍ଟ ଦ୍ଵାରା ନିବନ୍ଧକଙ୍କ ପାଖକୁ ପଠାଯିବ କିମ୍ବା ନିବନ୍ଧକଙ୍କ ହସ୍ତରେ ପ୍ରଦାନ କରାଯିବ ।
    • ଅଂଶ ମୂଳଧନ ଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ତାଲିକା ସହିତ ସେମାନଙ୍କର ଦାନ ପରିମାଣ ଏବଂ ସେମାନଙ୍କ ଦ୍ଵାରା ପ୍ରଦତ୍ତ ପ୍ରବେଶିକା ଫିସ (ଯାହା କି ବ୍ୟାଙ୍କ ସାର୍ଟିଫିକେଟ) ଦ୍ଵାରା ସମର୍ପିତ ହୋଇଥିବା ଦରକାର ।
    • ସମିତିର ଆର୍ଥିକ ସ୍ଵଚ୍ଛଳତା ସମ୍ପର୍କିତ ବିବରଣୀ ଓ ସମିତି କ୍ରୟ , ଦଖଲ କିମ୍ବା ହସ୍ତାନ୍ତରିତ କରାଯିବାକୁ ଥିବା ଅଚଳନ୍ତି ସମ୍ପତି ସମ୍ପର୍କୀୟ [ ବିବରଣୀ ସମ୍ବଳିତ ସ୍କିମ] ଏବଂ
    • ନିବନ୍ଧକଙ୍କ ଦ୍ଵାରା ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଦଲିଲ ବା ଦସ୍ତାବିଜ

ସଂଶୋଧନ – ୧୯୯୭

ନିୟମ ୬ ର ସଂଶୋଧନ କଥିତ ନିୟମାବଳୀ ନିୟମ ୬ର -

  1. ଉପ-ନିୟମ(୧)ରେ ଥିବା ଅକ୍ଷର ଏବଂ ଶବ୍ଦ” ଏକ ସାକ୍ଷୀ” ନିମନ୍ତେ ଶବ୍ଦାବଳି “ଅନ୍ତତଃପକ୍ଷେ ଦୁଇଜଣ ସାକ୍ଷୀ ଥିବେ ଯେଉଁମାନଙ୍କ ମଧ୍ୟରୁ ଜଣେ ସଂଗଠକ ଥିବେ“ ପ୍ରତିସ୍ଥାପିତ ହେବ;
  2. ଉପ- ନିୟମ (୨) ରେ ଥିବା ଶବ୍ଦ  “ଆବେଦନକାରୀ“ ପାଇଁ ଶବ୍ଦ “ଆବେଦନକାରୀଗଣ” ପ୍ରତିସ୍ଥାପିତ ହେବ, ଏବଂ
  3. ଉପ- ନିୟମ(୩)ର
    • ପ୍ରକରଣ(କ)ରେ ଥିବା ଶବ୍ଦାବଳି  “ to be” ବିଲୁପ୍ତ ହେବ   ।
    • ପ୍ରକରଣ(ଖ) ରେ ଥିବା ଶବ୍ଦାବଳି  “ସବିସ୍ତର ପବା ପୁଙ୍ଖାନୁପୁଙ୍ଖ ବିବରଣ ଦର୍ଶାଇ” ନିମ୍ନତେ “ସବିସ୍ତର ପବା ପୁଙ୍ଖାନୁପୁଙ୍ଖ ବିବରଣରେ , ଦର୍ଶାଇ ଏବଂ “ପ୍ରତିସ୍ଥାପିତ ହେବ,  ଏବଂ
    • ପ୍ରକରଣ (ଗ) ନିମନ୍ତେ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ,  ଯଥା  -
      • ନିବନ୍ଧକଙ୍କ ଦ୍ଵାରା ଆବଶ୍ୟକମତେ ସେପରି ଅନ୍ୟାନ୍ୟ ଦଲିଲ- ଦସ୍ତାବିଜ ଏବଂ ସବିଶେଷ ବିବରଣ
      • ଉପ- ନିୟମ(୪) ଏବଂ (୫) ପାଇଁ ନିମ୍ନଲିଖିତ ଉପ- ନିୟମମାନ ପ୍ରତିସ୍ଥାପିତ ହେବ  ।  ଯଥା  -
  4. ଏକ ସମିତିର ନିବନ୍ଧନ ନିମନ୍ତେ ଆବେଦନ କରିଥିବା ଯେକୌଣସି ବ୍ୟକ୍ତି ଅଥବା କର୍ତ୍ତୃପକ୍ଷ ଯଦି –
    • ଏକ ସମିତି ହୋଇଥାଏ, ସମିତି ସଭାପତି ଅଥବା ଉପ- ସଭାପତି, ଯେଉଁ କ୍ଷେତ୍ରରେ ସମିତିର ସଭାପତି ନଥାଆନ୍ତି ଅଥବା ସଭାପତି ଥାଆନ୍ତି କିନ୍ତୁ ସେପରି ସଭାପତି ତାଙ୍କର କର୍ତ୍ତବ୍ୟ ପାଳନ କରିବାକୁ ଅକ୍ଷମ ଥାଆନ୍ତି । ଅଥବା ପ୍ରତିନିଧି ଯେଉଁ କ୍ଷେତ୍ରରେ ସେପରି ସମିତିର ସଭାପତି ଅଥବା ଉପ - ସଭାପତି ନଥାଆନ୍ତି ଅଥବା ସଭାପତି ଅଥବା ଉପ- ସଭାପତି ଥାଇ କେହିଜଣେ ତାଙ୍କର କର୍ତ୍ତବ୍ୟ ପାଳନ କରିବାକୁ ଅକ୍ଷମ ଥାଆନ୍ତି ।
    • ଏକ ସ୍ଥାନୀୟ କର୍ତ୍ତୃପକ୍ଷ ଅଥବା ନିଗମନିକାୟ ହୋଇଥାଏ, ତେବେ ସେପରି କର୍ତ୍ତୃପକ୍ଷ ଅଥବା ଆବଶ୍ୟକସ୍ଥଳେ ନିକାୟ , ଅଥବା ।
    • ରାଜ୍ୟ ଅଥବା କେନ୍ଦ୍ର ସରକାର ହୋଇଥାଆନ୍ତି ତେବେ ସେପରି ସମିତି, କର୍ତ୍ତୃପକ୍ଷ, ନିଗମନିକାୟ ଅଥବା ସରକାରଙ୍କୁ ତରଫରୁ ନିବନ୍ଧନ ନିମନ୍ତେ ଆବେଦନରେ ଏବଂ ଉପ- ବିଧିରେ ଦସ୍ତଖତ କରିବାକୁ ସେପରି ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ଅଧିକାରୀ ।( ଏସ.ଆର.ଓ ସଂଖ୍ୟା ୧୭/୯୭,  ତା ୨୩.୦୪.୧୯୯୭)

ନିୟମ ୬- କ- ଭାରତ ସମ୍ବିଧାନର ୫ର ଅନୁସୂଚିର  ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ସିଡ୍ୟୁଲଡ ଏରିଆ ରୂପେ ଘୋଷିତ ହୋଇଥିବା ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରାଥମିକ ସମବାୟ ସମିତି ଯଦି ନିମ୍ନଲିଖିତ ଉଦ୍ଦେଶ୍ୟମାନ ପୂରଣ କରୁନଥାଏ ତେବେ ଏହା ଏକ ବହୁମୁଖୀ ସମବାୟ ସମିତି ରୂପେ ରେଜିଷ୍ଟ୍ରିଭୁକ୍ତ ହୋଇପାରିବ ନାହିଁ -

  • ଏହାର କାର୍ଯ୍ୟକରିଥା ପରିସର ମଧ୍ୟରେ ଆଦିବାସୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ କୃଷି ଋଣ ଯୋଗାଇବା   ।
  • ସଭ୍ୟମାନଙ୍କୁ କୃଷି ଉପକାରଣ ଯୋଗାଇବା ।
  • କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ନିମିତ୍ତ ସଭ୍ୟମାନଙ୍କୁ ଋଣ ପ୍ରଦାନ କରିବା   ।
  • କୃଷିଜାତ ଦ୍ରବ୍ୟ ଓ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ କରିବା, ଜମାକରିବା ଓ କ୍ରୟ – ବିକ୍ରୟ କରିବା ଇତ୍ୟାଦି ନିମିତ୍ତ ସୁବିଧା ପ୍ରଦାନ କରିବା   ।
  • ସଭ୍ୟମାନଙ୍କୁ ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇ ଦେବା ଏବଂ
  • ଆଦିବାସୀ ଜାତିର ଲୋକମାନଙ୍କ ଉପକର ପାଇଁ ସମୟକୁ ସମୟ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିର କରାଯାଉଥିବା କାର୍ଯ୍ୟକ୍ରମର ପରିଚାଳନା କରାଇବା   ।

ନିୟମ ୭-ନିବନ୍ଧକଙ୍କ ଦ୍ଵାରା ଚିଠା, ଉପବିଧିର ପରିବର୍ତ୍ତନ

କୌଣସି ସମିତି ନିବନ୍ଧନ ପୂର୍ବରୁ ହୁଏତ  -

  1. ସେ ଆବଶ୍ୟକ ମନେକରି ସେଭଳି ସମ୍ବାଦ ମଗାଇ ପାରନ୍ତି କିମ୍ବା ସେଭଳି ଅନୁସନ୍ଧାନ କରିପାରନ୍ତି; ଏବଂ
  2. ଆବେଦନପତ୍ର ସହିତ ତାଙ୍କ (ନିବନ୍ଧକଙ୍କ) ସମ୍ମୁଖରେ ଉପସ୍ଥାପିତ କରାଯାଇଥିବା ଚିଠା ଉପବିଧିର ପରିବର୍ତ୍ତନ କରିପାରନ୍ତି, ପରନ୍ତୁ ସଙ୍ଗଠକଙ୍କୁ ଶୁଣାଣି ନିମନ୍ତେ ଉପଯୁକ୍ତ ସୁବିଧା ସୁଯୋଗ ଦେବା ପରେ ସେଭଳି ପରିବର୍ତ୍ତନ କରିପାରନ୍ତି ।

ନିୟମ ୮- ଉପ- ବିଧିର ବିଷୟବସ୍ତୁ

ସମବାୟ ସମିତି ଆଇନ ଏବଂ ତତସଂଲଗ୍ନ ନିୟମର ବ୍ୟବସ୍ଥାକୁ ଭିତ୍ତିକରି, ପ୍ରତ୍ୟେକ ସମବାୟ ସମିତି ନିମ୍ନଲିଖିତ ବିଷୟ ସମ୍ପର୍କରେ ଏବଂ ସମିତି ସଙ୍ଗଠନର ଆନୁଷଙ୍ଗିକ ସେଭଳି ବିଷୟବସ୍ତୁ ସମ୍ପର୍କରେ ଓ ସମିତିର ବ୍ୟବସାୟ ପରିଚାଳନା ସମ୍ପର୍କରେ ଉପ- ବିଧି ପ୍ରସ୍ତୁତ କରିପାରନ୍ତି ।

  • ସମିତିର ନାମ ତଥା ରେଜିଷ୍ଟାର୍ଡ ଠିକଣା ଏବଂ ଶାଖା କାର୍ଯ୍ୟାଳୟ ସମୂହ
  • ଏହାର କାର୍ଯ୍ୟ ପରିସର ।
  • ସମିତିର  ଲକ୍ଷ୍ୟ ଓ ଆଭିମୁଖ୍ୟ   ।
  • କେଉଁ ଉଦ୍ଦେଶ୍ୟରେ ସମିତିର ପାଣ୍ଠି ବିନିଯୋଗ କରାଯାଏ   ।
  • ସମିତିର ସଦସ୍ୟ ରୂପେ ପ୍ରବେଶ କରିବାକୁ ଯୋଗ୍ୟତା ଏବଂ ସଦସ୍ୟଦେୟ (ଯଦିଥାଏ ) ସଦସ୍ୟର ଅଧିକାର ପ୍ରୟୋଗ ନିମନ୍ତେ ସର୍ତ୍ତାନୁଯାୟୀ ସ୍ଵାର୍ଥ ଲାଭ କରିବା;  କିମ୍ବା
  • ସଦସ୍ୟଙ୍କ ଅଧିକାର ଓ ଦାୟିତ୍ଵ   ।
  • ସହଯୋଗ ତଥା ସାଧାରଣ ସଦସ୍ୟ ସମୂହଙ୍କ ପ୍ରବେଶ କିମ୍ବା ସେମାନଙ୍କର ଅଧିକାର ଓ ଦାୟିତ୍ଵ  ।
  • ସମିତିର ଅଂଶ ମୂଳ ଧନର ପ୍ରକୃତି ଓ ମାତ୍ରା  ଏବଂ ଜଣେ ସଦସ୍ୟ କେତେ ପରିମାଣ ଅଂଶ ମୂଳଧନ ଖଟାଇ ପାରିବେ   ।
  • ସଦସ୍ୟ କିମ୍ବା ଅଣ- ସଦସ୍ୟମାନଠାରୁ ଭାଗ, ଋଣପତ୍ର, ଜମା ଆକାରରେ ଅଦାୟ କରାଯାଇ କିମ୍ବା ଅନ୍ୟଥା ମୂଳଧନକୁ ଉନ୍ନତି କରିବା ଏବଂ  ୧ବର୍ଷ ମଧ୍ୟରେ କେତେ ପରିମାଣର ମୂଳଧନକୁ ଫେରସ୍ତ କରାଯାଇପାରିବ  ।
  • ସଦସ୍ୟଙ୍କୁ କର୍ମଚ୍ୟୁତ ଓ ବିତଡନ ଏବଂ ସେଭଳି ସଦସ୍ୟଙ୍କୁ ସେଥିପାଇଁ ପ୍ରାପ୍ୟ ପରିଶୋଧ ଦ୍ଵାରା  ।
  • କୌଣସି ସଦସ୍ୟଙ୍କ ଭାଗ ଓ ସୁଧ ହସ୍ତାନ୍ତର ଦ୍ଵାରା  ।
  • କେଉଁ ପରିସ୍ଥିତି ଅନୁଯାଯାଇ ପ୍ରତ୍ୟାହାର  (ସଦସ୍ୟ ପଦଋ ଓହରିଯିବା )ର ଅନୁମତି ଦିଆଯିବ ଏବଂ ପ୍ରତ୍ୟାହାର ଏବଂ ସଦସ୍ୟ ସମୂହଙ୍କ ଅଯୋଗ୍ୟତା ଓ ମୃତ୍ୟୁକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ।
  • ସମିତିର ନିର୍ଦ୍ଦେଶକ ସମୂହ, ଅଧିକାରୀ ସମୂହଙ୍କ ଯୋଗ୍ୟତା, ନିଯୁକ୍ତି ବ୍ୟବସ୍ଥା ଏବଂ ସେମାନଙ୍କ କର୍ମଚ୍ୟୁତ ଏବଂ ସେମାନଙ୍କର କ୍ଷମତା ଓ କର୍ତ୍ତବ୍ୟ   ।
  • ସାଧାରଣ ବୈଠକ (ସଭା) କମିଟିର ବୈଠକ ଏବଂ କର୍ଜୟାକାରୀ କମିଟି କିମ୍ବା ଉପ କମିଟିମାନଙ୍କର ବୈଠକ ଡାକିବା ଏବଂ ତାହାର ବୈଠକର ପରିଚାଳନା କରିବା   ।
  • ସାଧାରଣ ସଂଘ କମିଟି, କାର୍ଯ୍ୟକରି କମିଟି ଏବଂ ଅନ୍ୟାନ୍ୟ କମିଟି ସମୂହର କ୍ଷମତା ଓ କର୍ତ୍ତବ୍ୟ   ।
  • ସମିତିର ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ ଅଧିକାରୀ ସମୂହ କ୍ଷମତା ଓ କର୍ତ୍ତବ୍ୟ   ।
  • ଉପବିଧି ପରିବର୍ତ୍ତନ ଓ ନିରାକରଣ   ।
  • ସମିତିର ବ୍ୟବସାୟର ସାଧାରଣ ପରିଚାଳନା
  • ଲାଭାଂଶର ବିନିଯୋଗ   ।
  • ଲାଭାଂଶ,  ଅତିରିକ୍ତ ଲାଭାଂଶ(ବୋନସ) ମନ ଦେୟ ଏବଂ ବଣ୍ଟନର ସୀମା ଓ ରୀତି
  • ସଂରକ୍ଷିତ ଏବଂ ଅନ୍ୟାନ୍ୟ ତହବିଲ ର ସୃଷ୍ଟି ଏବଂ ବ୍ୟବହାର ।
  • ସମିତିର ବ୍ୟବସାୟ ବାହାରେ କରାଯାଉଥିବା ଅର୍ଥ ବିନିଯୋଗ ଫଣ୍ଡସର ରକ୍ଷଣାବେକ୍ଷଣ ଦାୟିତ୍ଵ ।
  • ସମିତିର ହିସାବ ଏବଂ ଦଲିଲ ଆଦି ରକ୍ଷଣାବେକ୍ଷଣ ଦାୟିତ୍ଵ ଏବଂ ହିସାବ ରଖିବାର ରୀତି ।
  • ବାଦବିବାଦ   ।
  • କୌଣସି ଅଧିକାରୀ କିମ୍ବା ଅଧିକାରୀ ସମୂହଙ୍କ ଦଲିଲରେ ଦସ୍ତଖତ କରିବା ପ୍ରାଧିକାର – ଅର୍ପଣ ଏବଂ ସମିତି ତରଫରୁ ମୋକଦ୍ଦମା ଓ ଅନ୍ୟାନ୍ୟ ଆଇନ ବିଷୟକ କାର୍ଯ୍ୟଧାରର ଦାଏର ଏବଂ ରକ୍ଷା ।
  • ନୋଟିସ ପଠାଇବାର ରୀତି
  • ଗୌଣ ନିୟମ ଓ କାର୍ଯ୍ୟ ପରିଚାଳନା ନିୟମ ପ୍ରସ୍ତୁତ କରିବା ।
  • ଯେଉଁ ଅର୍ଥ ଯୋଗାଣକାରୀ ବ୍ୟାଙ୍କ ବା ଆପେକ୍ଟ ଷୋସାଇଟି ସହ ସମିତି ସମ୍ପୃକ୍ତ ଅଟେ, ଅଜାଡି ସମିତିର ଉପବିଧି ଓ ଅର୍ଥ ଯୋଗାଣକାରୀ ବା ଆପେକ୍ଟ ଶୋଷାଇଟିର ଉପବିଧି ମଧ୍ୟରେ ନଘଟେ,  ତେବେ ସେପରି ଅର୍ଥ ଯୋଗାଣକାରୀ ବ୍ୟାଙ୍କ ବା ଆପେକ୍ଟ ସୋସିଆଟିର ଉପବିଧି କାଏମ ରହିବ,  ଏଥିପାଇଁ ସମିତିର ଉପବିଧିରେ ଉଲ୍ଲେଖ କରାଯିବା ଦରକାର ।

ସଂଶୋଧନ - ୧୯୯୭

ନିୟମ ୮ର ସଂଶୋଧନ

କଥିତ ନିୟମାବଳୀର ନିୟମ   ୮ର ଉପ- ନିୟମ(୫)(୭) ଏବଂ  (୧୪) ନିମନ୍ତେ ନିମ୍ନଲିଖିତ ଉପ- ନିୟମମାନ ପ୍ରତିସ୍ଥାପିତ ହେବ  ।  ଯଥା  -

  • ସଭ୍ୟ ଏବଂ ଯୁଗ୍ମସଭ୍ୟ ରୂପେ ପ୍ରବେଶ ଏବଂ ରହିବା ନିମନ୍ତେ ଯୋଗ୍ୟତା ଏବଂ ଦେୟ ଯଦିଥାଏ  ଦେବାକୁ , ସୁଧ ଅର୍ଜିତ କରିବାକୁ ଏବଂ ସଭ୍ୟପଦର ଅଧିକାର ପ୍ରୟୋଗ କରିବା ନିମନ୍ତେ ସର୍ତ୍ତରୂପେ ପୂର୍ଣ୍ଣ କରିବାକୁ ପ୍ରୟୋଜନ ଏବଂ ଅନୁଗ୍ରହ ।
  • ନାମକୁ ମାତ୍ର ସଭ୍ୟମାନଙ୍କର ପ୍ରବେଶ, ସେମାନଙ୍କର ଅଧିକାର ଏବଂ ଦାୟିତ୍ଵ ଓ ସେମାନେ ସଭ୍ୟପଦରେ ରହିବାକୁ ସର୍ତ୍ତ ।
  • ସମିତିର ଅଧିକାର ଏବଂ କର୍ମଚାରୀମାନଙ୍କର କ୍ଷମତା ଓ କର୍ତ୍ତବ୍ୟମାନ ଏବଂ ଅଧିକାରୀ, କର୍ମଚାରୀ,ଓ ସଭ୍ୟ ଓ ପଦଧାଡ଼ି ମାନଙ୍କ ନିମନ୍ତେ ଆଚରଣ ସଂହିତା ସମେତ ସମିତିର ଅଧିକାରୀ ଏବଂ କର୍ମଚାରୀମାନଙ୍କର ଯୋଗ୍ୟତା, ନିଯୁକ୍ତିର ପ୍ରକାର ବା ଢଙ୍ଗ ଚାକିରି ସର୍ତ୍ତ  । (ଏସ.ଆର.ଓ ସଂଖ୍ୟା  ୧୭/୯୭ ତା  ୨୩.୦୪.୧୯୯୭)

ନିୟମ ୯ - ସଂଗଠକ ମନୋନୟନ

  1. ସମିତିର ନିବନ୍ଧନ ନିମନ୍ତେ ଆବେଦନକାରୀ ସଂଗଠକ ମନୋନୀତ କରିବେ ।  ସଂଗଠନ, ନିବନ୍ଧନ ସମ୍ପର୍କରେ ନିବନ୍ଧକଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ସଙ୍ଗେ ସଙ୍ଗେ ନିବନ୍ଧନଙ୍କୁ ସମୟକୁ ସମୟ ଆବଶ୍ୟକତାନୁଯାୟୀ ଏବଂ ଆଇନର  ୬ ଧାରାର ଉପଧାରା (୧)ରେ ଉଲ୍ଲେଖିତ ଅନୁଯାୟୀ ପ୍ରସ୍ତାବିତ ସମିତିର ସେଭଳି ସମ୍ବାଦ ଆବେଦନକାରୀଙ୍କ ତରଫରୁ ନିବନ୍ଧନଙ୍କ ପାଖକୁ ପଠାଇବେ ।
  2. କୌଣସି ସମିତିକୁ ନିବନ୍ଧିତ କରିବା ପାଇଁ ଯଦି ନିବନ୍ଧକ ପ୍ରତ୍ୟାଖ୍ୟାନ, ବା ଆଗ୍ରାହ୍ୟ କରନ୍ତି ତେବେ ନିବନ୍ଦକ, ପ୍ରତ୍ୟାଖ୍ୟାନ ଆଦେଶ ସହିତ ପ୍ରତ୍ୟାଖ୍ୟାନର କାରଣ ରେଜିଷ୍ଟାର୍ଡ ପୋଷ୍ଟରେ ସଂଗଠକଙ୍କ ପାଖକୁ ପଠାଇ ଦେବେ ।

ସଂଶୋଧନ- ୧୯୯୭

ନିୟମ ୯ର ସଂଶୋଧନ

କଥିତ ନିୟମାବଳୀର ନିୟମ -  ୯ର -

  • ଉପ- ନିୟମ (୧) ପରେ ନିମ୍ନଲିଖିତ ଉପ- ନିୟମ ସନ୍ନିବିଷ୍ଟ ହେବ । ଯଥା-
  • (୧- କ)ଆବେଦନକାରୀଗାଁ ଏକ ସମିତିର ନିବନ୍ଧନ ନିମନ୍ତେ ଆବେଦନକରୁଥିବା ସମୟରେ ନିବନ୍ଧକଙ୍କୁ ସମସ୍ତ ପରିବେଷ୍ଟନ ବା ସଂଲଗ୍ନକ ସହିତ ସେମାନଙ୍କ ଆବେଦନର ଏକ ଦୋହରା ସେଟ ଦେବେ ଯାହାକି ଧାରା  ୭ରେ ଉଲ୍ଲିଖିତ ପରାମର୍ଶ କରିବା ନିମନ୍ତେ ସମ୍ପୃକ୍ତ ଶୀର୍ଷ ଅଥବା କେନ୍ଦ୍ରୀୟ ସମିତିକୁ ପୃଷ୍ଠାଙ୍କିତ କରାଯାଇବ, ଏବଂ

  • ଉପ- ନିୟମ (୨) ନିମନ୍ତେ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବ । ଯଥା -
  • (୨)ଯଦି ନିବନ୍ଧକ ଚୁଡାନ୍ତ ଅଥବା ଅସ୍ଥାୟୀ ରୂପେ ଏକ ସମିତି ନିବନ୍ଧନ କରନ୍ତି ଅଥବା ତାହା ନିବନ୍ଧନ କରିବାକୁ ଅସ୍ଵୀକାର କରନ୍ତି ତେବେ ସେ ସେପରି ନିବନ୍ଧନ ଅଥବା ପାସ କରିଥିବା ଅସ୍ଵୀକାରର ଆଦେଶ ସଙ୍ଗଠକଙ୍କ ନିକଟରେ ସାତ ଦିନ ମଧ୍ୟରେ ପ୍ରାପ୍ତି ସ୍ଵୀକାର ଦିଆଯାଇ ରେଜିଷ୍ଟ୍ରୀ ଡାକ ଯୋଗେ ସେପରି ନିବନ୍ଧନର ପ୍ରମାଣପତ୍ର ଇସୁ କରିବେ ଅଥବା ଅସ୍ଵୀକାର ଆଦେଶ ପଠାଇବେ ଅଥବା ଆବଶ୍ୟକ, ସ୍ଥଳେ ତାହାର କାରଣ ମଧ୍ୟ ଜଣାଇବେ ।   (ଏସ.ଆର.ଓ ସଂଖ୍ୟା  ୧୭/୯୭ , ତା ୨୩.୦୪.୧୯୯୭)

ନିୟମ ୧୦ – ନିବନ୍ଧନର ପ୍ରମାଣ ପତ୍ର

  1. ଧାରା  ୭ ଅନୁଯାଯାଇ ଯେତେବେଳେ କୌଣସି ସମିତି ନିବନ୍ଧତ କରାଯାଏ ।  ସେତେବେଳେ ନିବନ୍ଧକ ନିବନ୍ଧନର ପ୍ରମାଣପତ୍ର ଅନୁସୂଚି ”କ” ରେ ଥିବା ଫର୍ମ ଅନୁଯାଯାଇ ମଞ୍ଜୁର କରିବେ ।
  2. ସମିତିର ନିବନ୍ଧନ ପରେ ନିବନ୍ଧିତ ଉପବିଧିର ପାଞ୍ଚଟି ନକଲରେ ନିବନ୍ଧକଙ୍କ ଅଫିସ ମୋହର ମରାଜୀବ । ଉପରୋକ୍ତ ପାଞ୍ଚଟି ନକଲ ମଧ୍ୟଋ ପ୍ରଥମ ନକଲ ନିବନ୍ଧ୍କଙ୍କ ଅଫିସରରେ ରଖାଯିବା ସଙ୍ଗେ ସଙ୍ଗେ ଦ୍ଵିତୀୟ ନକଲ ମୁଖ୍ୟ ଅଧିକାରୀଙ୍କ ନିକଟକୁ ପଠାଯିବ  ଏବଂ ତୃତୀୟ ନକଲ ସହିତ ନିବନ୍ଧିତ ପ୍ରମାଣପତ୍ର ସମିତିର ସଂଗଠକଙ୍କ ପାଖକୁ ପଠାଯିବ ।
  3. କୌଣସି ଅର୍ଥ ଯୋଗାଣକରି - ବ୍ୟାଙ୍କର ସଦସ୍ୟ ହେବାକୁ ଯଦି ସମିତି ଅଭିପ୍ରାୟ ରାଖୀଥାଏ ତେବେ ୪ର୍ଥ ନକଲ ପ୍ରମାଣିକୃତ ହେବା ସଙ୍ଗେ ସଙ୍ଗେ ଅର୍ଥ ଯୋଗାଣକାରୀ ବ୍ୟାଙ୍କକୁ ପଠାଯିବ  ।

ସଂଶୋଧନ -୧୯୯୭

ନିୟମ ୧୦ର ସଂଶୋଧନ

କଥିତ ନିୟମାବଳୀର ନିୟମ  ୧୦ ନିମନ୍ତେ ନିମ୍ନଲିଖିତ ନିୟମ ପ୍ରତିସ୍ଥାପିତ ହେବ ।  ଯଥା –

“(୧୦୧)ଆଇନର ଧାରା  ୨୮- ଉପ- ଧାରା(୧- ଗ) ଆଇନର ଧାରା  ୨୮- ର ଉପ- ଧାରା (୧-ଗ) ଅନୁଯାୟୀ ଅବଧାରିତ ପଦ୍ଧତିରେ ଗଠିତ ପ୍ରାଥମିକ କମିଟିର ସଭ୍ୟବୃନ୍ଦ ଏବଂ ସଭାପତିକ ଙ୍କର ଏକ ଅଧିସୂଚନା(ନୋଟିଫିକେସନ) ସହିତ ନିବନ୍ଧନର ପ୍ରମାଣପତ୍ର ଅଥବା ଯଥାସ୍ଥିତି ଅସ୍ଥାୟୀ ନିବନ୍ଧନ ଯଥାକ୍ରମେ ଅନୁସୂଚି କ ଏବଂ ଅନୁସୂଚି କ-୧ ରେ ଦର୍ଶିତ ଫରମରେ ଇସୁ କରାଯିବ । (୨) ଧାରା ୭ ଅନୁଯାଯାଇ ଏକ ସମିତିର ନିବନ୍ଧନ ଅଥବା ଅସ୍ଥାୟୀ ନିବନ୍ଧନ ପରେ ନିବନ୍ଧିତ ହୋଇଥିବା ସମିତିର ଉପ-ବିଧି ଏବଂ ନିବନ୍ଧନ ଅଥବା ଅସ୍ଥାୟୀ ନିବନ୍ଧନ ପରେ ନିବନ୍ଧନ ହୋଇଥିବା ସମିତିର ଉପ-ବିଧି ଏବଂ ନିବନ୍ଧନ ପ୍ରମାଣପତ୍ର ନିବନ୍ଧନଙ୍କ ସିଲ ଏବଂ ଦସ୍ତଖତ କରାଯାଇ ନିମ୍ନଲିଖିତମାନଙ୍କ ନିକଟକୁ ଇସୁ କରାଯିବ  । ଯଥା   -

  • ସମିତିର ସଂଗଠନ
  • ସମିତି କାର୍ଯ୍ୟ କରୁଥିବା ଅଞ୍ଚଳର ମୁଖ୍ୟ ଅଧିକାରୀ, ଏବଂ
  • ସମିତି ଏକ ସଭ୍ୟ ହେବାକୁ ଉଦ୍ଦେଶ୍ୟ ରଖିଥିବା ଅର୍ଥ ଯୋଗାଣକାରୀ ବ୍ୟାଙ୍କ ଏବଂ ଶୀର୍ଷ ଅଥବା କେନ୍ଦ୍ରୀୟ ସମିତି
  • ଉପ- ବିଧିର ଏକ ପ୍ରମାଣୀକୃତ ଏବଂ ନିବନ୍ଧନର ପ୍ରମାଣପତ୍ର ନିବନ୍ଧକଙ୍କ ଦପ୍ତରରେ ରଖାଯିବ, ଏବଂ
  • ଇଶୁ କରଯାଇଥିବା ନିବନ୍ଧନ ପ୍ରମାଣପତ୍ର ସହିତ ଉପ - ବିଧି, ଆଇନନାନୁଜଯୀ ଉକ୍ତ ଉପବିଧିର ଯଥାବିଧିରୂପେ ନିବନ୍ଧିତ କରାଯାଇଛି – ଏହି ତଥ୍ୟର ନିର୍ଣ୍ଣାୟକ ସାକ୍ଷ୍ୟ ହେବ ।(ଏସ.ଆର.ଓ.ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୧୧ - ନିବନ୍ଧନର ପ୍ରମାଣ

ଧାରା  ୧୨ ଅନୁଯାଯାଇ ସମିତିର ନିବନ୍ଧନ ରଦ୍ଦ ନହେବ କିମ୍ବା ଉପବିଧି ସଂଶୋଧିତ ନ ହେବା ପର୍ଯ୍ୟନ୍ତ, ଆଇନର  ୮ ଧାରାନୁଯାୟୀ ଜାରି କରାଯାଇଥିବା ନିବନ୍ଧନ ପ୍ରମାଣପତ୍ର ଏବଂ ସେଥିରେ (ନିବନ୍ଧନ ପ୍ରମାଣପତ୍ର) ଉଲ୍ଲିଖିତ ସମିତି ଏହି ଆଇନନୁଯାୟୀ ନିବନ୍ଧନ ସମିତି ରୂପେ ଗଣ୍ୟ ହେବ ଏବଂ ଏହାର ଉବିଧି ଯଥାବିଧି ନିବନ୍ଧିତ କରାଯିବାର ମନେ କରାଯିବ ।

ସଂଶୋଧନ -୧୯୯୭

ନିୟମ୧୧ର ସଂଶୋଧନ -

କଥିତ ନିୟମାବଳୀର ନିୟମ ୧୧ ବିଲୁପ୍ତ ହେବ । (ଏସ.ଆର.ଓ.ସଂଖ୍ୟା ୧୭/୯୭,  ତା ୨୩.୦୪.୧୯୯୭)

ନିୟମ୧୨. ନିବନ୍ଧିତ ସମିତି ତାଲିକା ନିବନ୍ଧକଙ୍କ ଅଫିସରେ ସଂରକ୍ଷଣ କରାଯିବ

ନିବନ୍ଧକ ତାଙ୍କ ଅଫିସରେ ନିମ୍ନଲିଖିତ ରେଜିଷ୍ଟରମାନ ରଖିପାରିବେ  ।  ଯଥା –

  • ସମସ୍ତ ନିବନ୍ଧିତ ସମିତିର ନାମ ଓ ଠିକଣାରେ ରେଜିଷ୍ଟାର; ଏବଂ
  • ସେଭଳି ସମିତିର ସଂଶୋଧିତ ଉପବିଧିର ରେଜିଷ୍ଟର

ସଂଶୋଧନ -୧୯୯୭

ନିୟମ୧୨ ସଂଶୋଧନ -

କଥିତ ନିୟମାବଳୀର ୧୨ ନିୟମ ପରେ ନିମ୍ନଲିଖିତ ନୂତନ ନିୟମ ଏବଂ ଶୀର୍ଷକ ସନ୍ନିବିଷ୍ଟ ହେବ ।  ଯଥା -

୧୨- କ, ସଂପତ୍ତିର ଅର୍ଜ୍ଜନ ଏବଂ ବ୍ୟୟନ  -

  1. ଏକ ସମିତି ତାହାର ସଭ୍ୟ,ମହାଜନ ବା ଋଣଦାତା, ଜମାକାରୀ ଏବଂ କର୍ମଚାରୀମାନଙ୍କ ହିତ ବା ସ୍ଵାର୍ଥ ଦ୍ରୁଷ୍ଟିରୁ ।
    • ଅସ୍ଥାବର ସଂପତ୍ତି ସମ୍ପର୍କରେ କମିଟିର ଅଧିକାଂଶ ସଭ୍ୟଙ୍କ ଦ୍ଵାରା ପାସ କରାଯାଇଥିବା ପରିଚାଳନା ସମିତି ର ଏକ ପ୍ରସ୍ତାବ ।
    • ନିବନ୍ଧନଙ୍କ ଅନୁମୋଦନକୁ ଭିତ୍ତିକରି ବା ସାପେକ୍ଷରେ ସ୍ଥାବର ସଂପତ୍ତି ସମ୍ପର୍କରେ ସାଧାରଣ ସଂଘର ଅଧିକାଂଶ ସଭ୍ୟଙ୍କ ଦ୍ଵାରା ପାଶ କରାଯାଇଥିବା ସାଧାରଣ ସଂଘର ଏକ ପ୍ରସ୍ତାବ ।
    • ଜରିଆରେ ସଂପତ୍ତି ଅର୍ଜନ ଏବଂ ବ୍ୟୟନ କରିପାରିବେ ।
  2. ଉପ- ନିୟମ(୧) ର ପ୍ରକରଣ (ଖ) ରେ ଉଲ୍ଲିଖିତ ପ୍ରସ୍ଥାପନ ଅନୁମୋଦନ କରିବା ସମୟରେ ନିବନ୍ଧକ , ସମିତି ଯେଉଁ ବ୍ୟାଙ୍କର ଋଣୀ ସେହି ଅର୍ଥଯୋଗାଣକାରୀ ବ୍ୟାଙ୍କ ସହିତ ପରାମର୍ଶ କରିବ ଏବଂ ଉକ୍ତ ବ୍ୟାଙ୍କ ରୁ ପ୍ରାପ୍ତ ମତାମତକୁ ବିଚାର କରିବ,
  3. ଉଲ୍ଲେଖଥାଉକି ନିବନ୍ଧକଙ୍କ ଦ୍ଵାରା କରାଯାଇଥିବା ନିର୍ଦ୍ଦେଶ ତାରିଖରୁ  ୧୫ ଦିନ ସମୟ ମଧ୍ୟରେ ଯଦି ସେପରି ବ୍ୟାଙ୍କ ପାଖକୁ କୌଣସି ମତାମତ ପ୍ରାପ୍ତ ନ ହୁଏ ତେବେ ସମିତିର ସାଧାରଣ ସଂଘ ଦ୍ଵାରା ଗ୍ରହଣ କରାଯିବାକୁ ଥିବା ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ପ୍ରତି ସେପରି ବ୍ୟାଙ୍କ ଏକମତ ବୋଲି ମନେ କରାଯିବ ।

  4. ଏହି ନିୟମରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ନିବନ୍ଧକଙ୍କ ଅନୁମୋଦନ ନିମ୍ନଲିଖିତ କ୍ଷେତ୍ରରେ ଆବଶ୍ୟକ ହେବ ନାହିଁ ।  ଯଥା -
    • ଯଦି ସେପରି ସଂପତ୍ତିର ଅର୍ଜ୍ଜନ ଅଥବା ବ୍ୟୟନ ବ୍ୟବସାୟ ହୋଇଥାଏ ତଥା ତାହା ସମିତି ଦ୍ଵାରା, ଯେଉଁ ଉଦ୍ଦେଶ୍ୟରେ ସମିତି ସଂଗଠିତ ସେହି ଉଦ୍ଦେଶ୍ୟ ଅନୁଯାୟୀ କରାଯାଉଥିବା, ଏବଂ
    • ସାଧାରଣ ନିଲାମର ଦେୟ ଦିଆଯାଇ ସଂପତ୍ତି ଅର୍ଜ୍ଜନ କରାଯାଉଥାଏ  । (ଏସ.ଆର.ଓ.ସଂଖ୍ୟା ୧୭/୯୭,  ତା ୨୩.୦୪.୧୯୯୭)

ନିୟମ  ୧୩ - ଦେୟଭାର ପରିବର୍ତ୍ତନ

  1. ସମିତିର ଦେୟ ଭାର ପରିବର୍ତ୍ତନ କରିବା ପାଇଁ ଧାରା  ୧୧ର ଉପଧାରା  ୨ ଅନୁଯାୟୀ ସମିତି ଦ୍ଵାରା ଦିଆଯାଇଥିବା ପ୍ରତ୍ୟେକ ନୋଟିସ,  [ସମିତିର ବହିରେ ଲିପିବଦ୍ଧ କରାଯାଇଥିବା  ଏହାର(ସମିତି) ପ୍ରତ୍ୟେକ ସଦସ୍ୟ ଏବଂ ଋଣଦାତାମାନଙ୍କ ଠିକଣାନୁଯାୟୀ ପତ୍ରପ୍ରେରଣ ପ୍ରମାନକ ପତ୍ରଦ୍ଵାରା ପଠାଯିବ କିମ୍ବା ବ୍ୟକ୍ତିଗତଭାବେ ପ୍ରଦାନ କରାଯିବ ।  ସେଭଳି ନୋଟିସର ନକଲ ସମିତିର ନୋଟିସ ବୋର୍ଡରେ ପ୍ରକାର କରାଯିବା ସଙ୍ଗେ ସଙ୍ଗେ ଅନ୍ୟ ଗୋଟିଏ ନକଲ ନିବନ୍ଧକଙ୍କ ନିକଟକୁ ପଠାଯିବ ।
  2. ଧାରା  ୧୧ ର ଉପଧାରା  ୫ର ପ୍ରକରଣ (ଖ) ଅନୁଯାଯାଇ କୌଣସି ସଦସ୍ୟଙ୍କ ଦ୍ଵାରା କରାଯାଇଥିବା ଦାବି ଉଦ୍ଦେଶ୍ୟରେ ସମିତିର କୌଣସି ସଦସ୍ୟଙ୍କ ଭାଗର ମୂଲ୍ୟ,  ନିୟମ ୨୪, ଓ ୨୫ରେ ସ୍ଥିର କରାଯାଇଥିବା ପଦ୍ଧତି ଅନୁଯାୟୀ ନିରୂପଣ କରାଯିବ  ।
  3. ଧାରା ୧୧ର ଉପଧାରା (୨) ଅନୁଯାୟୀ ଯଦି କୌଣସି ସଦସ୍ୟ କିମ୍ବା ଋଣଦାତା ସେମାନଙ୍କର ଭାଗ କିମ୍ବା ଜମାରେ ପରିବର୍ତ୍ତନ ଆଣିବାକୁ ଇଚ୍ଛା କରନ୍ତି ତେବେ ସେମାନେ ଲିଖିତାନୁସାରେ ସମିତିକୁ ସମ୍ବାଦଦେବା ନ କରିବାକୁ ପ୍ରସ୍ତାବ କରିଥାନ୍ତି, ତେବେ ଜମା ବା ଭାଗରୁ କେତେ ପରିମାଣ ଫେରସ୍ତ କରିବାକୁ ଚାହାନ୍ତି ତାହା ଲିଖିତକାରରେ ଜଣାଇବେ ।  ଉପ- ନିୟମ (୨) ର ବ୍ୟବସ୍ଥାନୁଜଯୀ ନିରୂପଣ କରାଯାଇଥିବା ଭାଗର ସମସ୍ତ ଦାବି ଯଥାର୍ଥ ପରିଶୋଧ କରିବା ନିମନ୍ତେ, ସମିତି ଚିଠି ପ୍ରସ୍ତୁତ କରିବେ ।  ଅସମ୍ଭବ ଓ ଅବଞ୍ଛନୀୟ କାରଣରୁ ଯଦି ନିବନ୍ଧକ ସ୍କିମକୁ ଅନୁମୋଦନ ନ କରିନ୍ତି ତେବେ ୧୧ ଧାରାର ଉପଧାରା  ୨ ଅନୁଯାଯାଇ ସମିତି ଦ୍ଵାରା ପାଶ କରାଯାଇଥିବା ପ୍ରସ୍ତାବ ଅକାମି ବିବେଚିତ ହେବ ।
  4. ନିବନ୍ଧକ ସ୍କିମକୁ ଅନୁମୋଦନ କରିବା ପରେ  ୧୧ ଧାରାର ଉପଧାରା  ୪ ପ୍ରକରଣ(ଖ) ବ୍ୟବସ୍ଥାନୁଯାୟୀ ସମିତି, ସଦସ୍ୟ ଓ ଋଣଦାତା ସମୂହଙ୍କର ସମସ୍ତ ଭାଗ ଓ ଜମା ପରିଶୋଧ କରିବେ ଏବଂ ସେ ସମ୍ପର୍କରେ ଏକ ରିପୋର୍ଟ ସହିତ ସମିତି ଉପବିଧିର ସଂଶୋଧନ ଅନୁମୋଦନ (ଯାହାକି ସେଭଳି ସଂଶୋଧନର ନିବନ୍ଧନ ନିମନ୍ତେ  ନିୟମ  ୧୪ରେ ବ୍ୟବସ୍ଥା କରାଯାଇଛି) ପାଇଁ ନିବନ୍ଧକଙ୍କ ନିକଟକୁ ପଠାଇବେ ।

ସଂଶୋଧନ – ୧୯୯୭

ନିୟମ ୧୩ର ସଂଶୋଧନ –

କଥିତ ନିୟମାବଳୀର ନିୟମ

  • ଉପନିୟମ(୧)ରେ ଥିବା ଶବଦାବଳି ଏବଂ  ଅଙ୍କ” ଧାରା  ୧୧” ପରେ ଶବ୍ଦାବଳି “ପଠାଜୀବ“ ପୂର୍ବରୁ କମା ଏବଂ ଶବ୍ଦାବଳି  “ଉପ-ବିଧିରେ ଅନ୍ୟଥା ବ୍ୟବସ୍ଥିତ ନ ହେବ ପର୍ଯ୍ୟନ୍ତ” ସନ୍ନିବିଷ୍ଟ ହେବ,
  • ଉପ- ନିୟମ  (୩) ରେ ଶେଷବାକ୍ୟ ଏବଂ ପୂର୍ଣ୍ଣଚ୍ଛେଦ “ଯେଉଁଠାରେ ନିବନ୍ଧକ ପରିକଳ୍ପନା ଅସମ୍ଭବ ଏବଂ ଅବଞ୍ଛନୀୟତା କାରଣରୁ ଅନୁମୋଦନ ନକରଣଟି ସେଠାରେ ଧାରା  ଉପଧାରା (୨) ଅନୁଯାୟୀ ସମିତି ଦ୍ଵାରା ପାଶ କରାଯାଇଥିବା ପ୍ରସ୍ତାବ ଅନୁପଯୋଗୀ ହେବ : ବିଲୁପ୍ତ ହେବ ।

  • ଉପ - ନିୟମ (୪)ରେ ପ୍ରଥମ ଦୃଷ୍ଟ ଶବ୍ଦାବଳି ନିବନ୍ଧକ ପରିକଳ୍ପନା ଅନୁମୋଦନ କରିସାରିବା ପରେ  ବିଲୁପ୍ତ ହେବ । (ଏସ.ଆର.ଓ.ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୧୪ - ଉପବିଧି ସଂଶୋଧନ ନିମନ୍ତେ କାର୍ଯ୍ୟବିଧି

ସମିତିର ଉପବିଧିର ସଂଶୋଧନ ସମ୍ପର୍କରେ ନିମ୍ନଲିଖିତ ପଦ୍ଧତି ଅନୁସୃତ ହେବ ।  ଯଥା   -

  1. ସମିତିର ସାଧାରଣ ସଂଘ ବୈଠକ (ଯେଉଁଥିରେ କି କୋରମ ଥିବ )ରେ ଅତି କମରେ ଉପସ୍ଥିତ ଦୁଇତୃତୀୟାଂଶ ସଦସ୍ୟଙ୍କ ଦ୍ଵାରା ମଞ୍ଜୁର କରାଯାଇଥିବା ପ୍ରସ୍ତାବରେ କେବଳ ସଂଶୋଧନ କରାଯିବ ।
  2. ଉପ- ବିଧି ଅନୁଯାୟୀ ଉପ- ବିଧିର ଯଥାର୍ଥ ସଂଶୋଧନ ନୋଟିସ ନ ଦିଆଯିବା ପର୍ଯ୍ୟନ୍ତ, ସେଭଳି ପ୍ରସ୍ତାବ ଯୁକ୍ତିଯୁକ୍ତ ରୂପେ ପରିଣତି ହେବ ନାହିଁ   ।
  3. ସଂଶୋଧନର ନିବନ୍ଧନ ନିମନ୍ତେ ନିବନ୍ଧକଙ୍କ ନିକଟକୁ ପଠାଯାଉଥିବା ପ୍ରତ୍ୟେକ ଆବେଦନପତ୍ର ସମ୍ପାଦକ ଏବଂ ସଭାପତିଙ୍କ ସମେତ ୩ ଜଣ ସଦସ୍ୟଙ୍କ ଦ୍ଵାରା ଦସ୍ତକ୍ଷତ କରାଯିବ ଏବଂ ସେଭଳି ଆବେଦନପତ୍ରରେ ନିମ୍ନଲିଖିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରାଯିବ  ।  ଯଥା –
    • ସଂଶୋଧନ କରାଯାଇଥିବା ସାଧାରଣ ସଂଘ ବୈଠକର ତାରିଖ  :
    • ସାଧାରଣ ସଂଘ ଡାକିବାକୁ ନୋଟିସ ଅନୁଯାୟୀ- ବିଧିର ବ୍ୟବସ୍ଥାରେ ରଖାଯାଇଥିବା ଦିନ ସମୂହର ସଂଖ୍ୟା ।
    • ଉପ-ବିଧିର ସଂଶୋଧନ ଉଦ୍ଦେଶ୍ୟରେ ପ୍ରକରଣ ବା ବାକ୍ୟାଂଶ “କ”ରେ ନିର୍ଧାରିତ କରାଯାଇଥିବା ସାଧାରଣ ସଂଘ ବୈଠକ ଡାକିବା ନିମନ୍ତେ ନୋଟିସରେ ରଖାଯାଇଥିବା ଦିନ ସମୂହଙ୍କ ସଂଖ୍ୟା
    • ସେଭଳି ବୈଠକ ବସୁଥିବା ତାରିଖରେ ଉପସ୍ଥିତ ଥିବା ସମିତିର ସଦସ୍ୟମାନଙ୍କ ସଂପୂର୍ଣ୍ଣ ସଂଖ୍ୟା ।
    • ସେଭଳି ବୈଠକରେ ଉପସ୍ଥିତ ଥିବା ସଦସ୍ୟଙ୍କ ସଂଖ୍ୟା ।
    • କୋରମ(ଚଳନ ସଂଖ୍ୟା) ନିମନ୍ତେ ଆବଶ୍ୟକ ସଦସ୍ୟଙ୍କ ସଂଖ୍ୟା, ଏବଂ
    • ସଂଶୋଧନ ନିମନ୍ତେ ଭୋଟ ଦେଇଥିବା ସଦସ୍ୟଙ୍କ ସଂଖ୍ୟା ।
  4. ୧ ରୁ ୩ ପ୍ରକରଣ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ,  ଏକ ହଜାର ବା ତହିଁରୁ ଅଧିକ ସଦସ୍ୟ ଥିବା ସମିତି ର ଉପ- ବିଧିର ସଂଶୋଧନ ସମିତିର ସଦସ୍ୟମାନଙ୍କ ଦ୍ଵାରା ପ୍ରତିନିଧିତ୍ଵ କରୁଥିବା ସଂକ୍ଷିପ୍ତ ସଂଶୋଧନ କରିପାରନ୍ତି,ସମିତିର ଉପବିଧିର ବ୍ୟବସ୍ଥା ଅନୁଯାଯାଇ ଏବଂ ୨୭ ଧାରାରେ ନିର୍ଦ୍ଧିଷ୍ଟ ସାଧାରଣ ସଂଘ ବୈଠକ ସମ୍ପର୍କୀୟ ସମସ୍ତ ସୂଚନା ସଂକ୍ଷିପ୍ତ ସଂଘ ବୈଠକକୁ ବୁଝାଇବ ।
  5. ଉପବିଧି ସଂଶୋଧନର ନିବନ୍ଧନ ନିମନ୍ତେ କରାଯାଇଥିବା ଆବେଦନପତ୍ର ସହିତ ପ୍ରସ୍ତାବର ନକଲ ରହିବ ଏବଂ ପ୍ରଚଳିତ ଉପବିଧିର ନକଲ ସହିତ ବାକ୍ୟାଂଶ ୩ରେ ନିର୍ଧାରିତ କରାଯାଇଥିବା ସଦସ୍ୟମାନଙ୍କର ଦସ୍ତକ୍ଷତ ସମ୍ବଳିତ ସଂଶୋଧିତ ଉପବିଧିର ୫ଟି ନକଲ ମଧ୍ୟ ରହିବ ।
  6. ନିବନ୍ଧକ ଉପବିଧିର ସଂଶୋଧନ ନିବନ୍ଧନ କରିବା ସମୟରେ ସମିତିକୁ ଉପବିଧିର ସଂଶୋଧିତ ନକଲ ସହିତ ସଂଶୋଧନର ନିବନ୍ଧନ ପ୍ରମାଣପତ୍ର (ଯାହାକି ଅନୁସୂଚି “ ଖ”ରେ ନିର୍ଦ୍ଧିଷ୍ଟ କରାଯାଇଛି ) ଫେରସ୍ତ କରିବେ । ପ୍ରସ୍ତାବର ନକଲ ତଥା ପ୍ରସ୍ତାବିତ ସଂଶୋଧନର ଏକାକିତା ନକଲ ନିବନ୍ଧକଙ୍କ ଅଫିସରେ ରଖାଯିବ ।

ଯେଉଁ ବ୍ୟକ୍ତିଙ୍କ ପାଖକୁ ନିୟମ ଅନୁଯାୟୀ ଉପବିଧିର ନକଲ ପଠାଯାଇଥିବାସ ଏଭଳି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ସଂଶୋଧନର ନକଲ ମଧ୍ୟ ପଠାଯିବ ।

ଯେଉଁ ବ୍ୟକ୍ତିଙ୍କ ପାଖକୁ ନିୟମ ଅନୁଯାୟୀ ଉପବିଧିର ନକଲ ପଠାଯାଇଥିବ ସେଭଳି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ସଂଶୋଧନର ନକଲ ମଧ୍ୟ ପଠାଯିବ ।

ନିୟମ ୧୪- କ . ନିବନ୍ଧକଙ୍କ ନିର୍ଦ୍ଦେଶାନୁଯଯାଇ ଉବିଧିର ସଂଶୋଧନ ନିମନ୍ତେ କାର୍ଯ୍ୟବିଧି -

  1. ସମିତିର ଉପବିଧିର ସଂଶୋଧନ  କରିବାକୁ ଯଦି ନିବନ୍ଧକ ଆଇନର ଧାରା  ୧୨ ର ଉପବିଧି (୫) ଅନୁଯାୟୀ ଆବଶ୍ୟକ ମନେ କରନ୍ତି, ତେବେ ସେ ଏଥିପାଇଁ କାରଣ ସୂଚିତ କରିବା ସଙ୍ଗେ ସଙ୍ଗେ ସ୍ମୟତିର କମିଟିକୁ ଏକ ସାଧାରଣ ବୈଠକ ଆହ୍ଵାନ କରିବାକୁ ନୋଟିସ ଜାରି କରିବେ।  କମିଟି ସେଭଳି ସଂଶୋଧନ ବିଷୟ ବିଚାର କରିବେ ।
  2. ଉପ-ନିୟମ ୧ରେ ନିର୍ଦ୍ଧାରିତ କରାଯାଇଥିବା ନୋଟିସରେ ନିମ୍ନଲିଖିତ ବିଷୟ ଉଲ୍ଲେଖ ରହିବ, ଯଥା -
    • ପ୍ରଚଳିତ ଉପଲବ୍ଧ ଏବଂ ସଂଶୋଧନ ନିମନ୍ତେ ପ୍ରସ୍ତାବିତ ଉପଲବ୍ଧ କିମ୍ବା ନୂତନ ଉପ- ବିଧି ଯାହାକି ଅନ୍ତର୍ଭୁକ୍ତ କରାଯିବ କିମ୍ବା ପ୍ରଚଳିତ ଉପ-ବିଧି ଯାହାକି ବିଲୋପ କରାଯିବ ।
    • ସେଭଳି ସଂଶୋଧନର ନିବନ୍ଧନ ନିମନ୍ତେ ନିବନ୍ଧକଙ୍କ ନିକଟକୁ ପଠାଯିବାର ସମୟ ନିବନ୍ଧକ ପାଇବା ପରେ ସାଧାରଣ ବୈଠକ ଦ୍ଵାରା ତାହାର ମଞ୍ଜୁର କରାଯିବ ।
  3. ପ୍ରସ୍ତାବିତ ସଂଶୋଧନକୁ ଭିତ୍ତିକରି ଯଦି କୌଣସି ସମିତିର କମିଟି  ଆପତ୍ତି କରେ  ତେବେ ନିବନ୍ଧକଙ୍କ ଦ୍ଵାରା ସେଭଳି ଆପତ୍ତିର ଯଥାର୍ଥ ବିଚାର କରାଯିବ ଏବଂ ଯଦି କମିଟି ଶୁଣାଣି ପାଇଁ ଇଚ୍ଛୁକ ଥାଆନ୍ତି ତେବେ ତାହାକୁ ଶୁଣାଣି ନିମନ୍ତେ ଉପଯୁକ୍ତ ସୁବିଧା ଦିଆଯିବ ।  ନିବନ୍ଧକ ସମିତିର ଆବେଦନ ବିଚାର କରିବା ପରେ, ସଂଶୋଧନ ନିବନ୍ଧନ କରିପାରନ୍ତି ।

ସଂଶୋଧନ -୧୯୯୭

ନିୟମ ୧୪ ର ସଂଶୋଧନ

କଥିତ ନିୟମାବଳୀର ନିୟମ  ୧୪- ର

  • ଉପ- ନିୟମ (iii) ରେ ଥୁଇବା ଶବ୍ଦ” ସମ୍ପାଦକ” (ସେକ୍ରେଟାରୀ) ନିମନ୍ତେ ଶବ୍ଦାବଳି “ସମିତିର ମୁଖ୍ୟ ନିର୍ବାହୀ“ ପ୍ରତିସ୍ଥାପିତ ହେବ;
  • ଉପ- ନିୟମ (iv) ବିଲୁପ୍ତ ହେବ ।(ଏସ.ଆର.ଓ ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୧୫ -  ଧାରା  ୧୪ ର ଉପଧାରା (୫) ଅନୁଯାୟୀ ପ୍ରସ୍ତାବିତ ନୋଟିସ ଦେବାର ପଦ୍ଧତି

ଉପଧାରା  ୧ ଓ ୨ ଅନୁଯାୟୀ ଯଦି ସମିତି କୌଣସି ପ୍ରସ୍ତାବ ମଞ୍ଜୁର କରେ କିମ୍ବା  ୧୪ ଧାରାର ଉପ- ଧାରା  ଅନୁଯାୟୀ ଯଦି ନିବନ୍ଧକଙ୍କ ଦ୍ଵାରା କୌଣସି ଆଦେଶ ମଞ୍ଜୁର କରାଯାଏ ତେବେ ସମ୍ପୃକ୍ତ ସମିତି, ତାହା ସଦସ୍ୟ କିମ୍ବା ଋଣଦାତା ସମୂହଙ୍କ ପ୍ରସ୍ତାବର ନୋଟିସ ଦେବେ ଯାହାର ସ୍ଵାର୍ଥ ଆସ୍ତି ଓ ଦାୟିତ୍ଵର ପରିବର୍ତ୍ତନ କିମ୍ବା ମିଶ୍ରଣ କିମ୍ବା ସମିତିର ବିଭାଗ ଦ୍ଵାରା ପ୍ରଭାବିତ ହୋଇଥାଏ ସେଭଳି ନୋଟିସ ନିମ୍ନଲିଖିତ ପ୍ରକାରେ କରାଯିବ  ।  ଯଥା  -

  • ନୋଟିସର ଏକକିତା ନକଲ ପତ୍ରପ୍ରେରଣ ପ୍ରାମାଣିକ ଦ୍ଵାରା କିମ୍ବା ସଦସ୍ୟ ଓ ଋଣଦାତା ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଭାବେ ଜଣାଇ ଦିଆଯିବ ।
  • ନୋଟିସର ଏକକିତା ନକଲ ନିବନ୍ଧକଙ୍କ ନିକଟକୁ ପଠାଯିବ ।
  • ନୋଟିସର ଏକକିତା ନକଲ ସମିତିର ଅଫିସର ପ୍ରକାଶ କରାଯିବ ।

ସଂଶୋଧନ ୧୯୯୭

ନିୟମ ୧୫ର ସଂଶୋଧନ

କଥିତ ନିୟମାବଳୀର ନିୟମ ୧୫ର

  • ଶବ୍ଦାବଳି, ଅଙ୍କ ଏବଂ ବନ୍ଧନୀ “ଅଥବା ଉପ- ଧାରା(୩) ଅନୁଯାୟୀ ନିବନ୍ଧକଙ୍କ ଦ୍ଵାରା ଯେତେବେଳେ ଆଦେଶ ପାସ କରାଯାଇଛି । ବିଲୁପ୍ତ ହେବ,  ଏବଂ
  • ପ୍ରକରଣ(କ) ରେ ଶବ୍ଦାବଳି “ନୋଟିସ” ପରେ ଏବଂ ଶବ୍ଦାବଳି “ପଠାଯିବ “ ପୂର୍ବରୁ ଜମା ଏବଂ ଶବ୍ଦାବଳି“ ଉପ-ବିଧିରେ ଅନ୍ୟଥା ବ୍ୟବସ୍ଥିତ ନ ହେବା ପର୍ଯ୍ୟନ୍ତ ସନ୍ନିବିଷ୍ଟ ହେବ ।(ଏସ.ଆଇ.ଓ ସଂଖ୍ୟା ୧୭/୯୭,  ତା ୨୩.୦୪.୧୯୯୭ )

ସଂଶୋଧନ -୧୯୯୭

ନିୟମ ୧୫ର ସଂଯୋଗ

କଥିତ ନିୟମାବଳୀର ନିୟମ ୧୫ ପରେ ନିମ୍ନଲିଖିତ ନୂତନ ନିୟମ ସନ୍ନିବିଷ୍ଟ ହେବ  ।  ଯଥା  -

  1. “୧୫. କ. ଧାରା  ୧୫- କ ଅନୁଯାୟୀ ଗଢାଯାଇଥିବା ଭାଗୀଦାରି ଅଥବା ସୃଷ୍ଟି ହୋଇଥିବା ନୂତନ ସଂଗଠନ , ଯଦି ଥାଏ ତଥା ଆବଶ୍ୟକସ୍ଥଳେ ଭାଗୀଦାରିର ବାର୍ଷିକ ରିପୋର୍ଟ ଏବଂ ହିସାବ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଭାଗୀଦାରି ସମିତିର ସାଧାରଣ ସଂଘ ବୈଠକରେ ଉପସ୍ଥାପିତ କରାଯାଉଥାଏ   ।
  2. ମହା- ସମୀକ୍ଷକ (ଅଡିଟର ଜେନେରାଲ) ଅଥବା ଏଥିନିମନ୍ତେ ମହା- ସମୀକ୍ଷକଙ୍କ ଦ୍ଵାରା ଯଥାବିଧି ରୂପେ କ୍ଷମତାପ୍ରାପ୍ତ ଏକ ପଞ୍ଜିକୃତ ବା ରେଜିଷ୍ଟ୍ରେକୃତ (ଚାଟାର୍ଡ – ଏକାଉଣ୍ଟାଣ୍ଟ)ସନନ୍ଦୀ – ହିସାବବିଦନାକ ଦ୍ଵାରା ଅଡିଟ ଏବଂ ପ୍ରଣାଣୀକୃତ କେବଳ ସେପରି ରିପୋର୍ଟ ଏବଂ ହିସାବ ଆଇନ ଧାରା ୧୫- ଖ- ଉପଧାରା  (୧) ଏବଂ ଉପଧାରା  (୨) ଅନୁଯାୟୀ ସଂଘ ସମ୍ମୁଖରେ ଉପସ୍ଥାପିତ କରାଯିବ ।
  3. ଉପ- ନିୟମ (୨) ରେ ଉଲ୍ଲିଖିତ ଅଡିଟ - ରିପୋର୍ଟ ଏବଂ ହିସାବ ବର୍ଷ ଶେଷ ହେବାର  ୯ ମାସ ମଧ୍ୟରେ ସାଧାରଣ ସଂଘ ସମ୍ମୁଖରେ ଉପସ୍ଥାପିତ କରାଯିବ । (ଏସ.ଆଇ.ଓ ସଂଖ୍ୟା ୧୭/୯୭,  ତା ୨୩.୦୪.୧୯୯୭ )

ଆଧାର – ଦ ଲ ହାଉସ

Last Modified : 2/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate