অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅପିଲ,ସଂଶୋଧନ ଏବଂ ସମୀକ୍ଷା

ଧାରା ୧୦୯- ଅପିଲ

  1. ନିମ୍ନଲିଖିତ ଅର୍ଡର ଏବଂ ବିଚାର ବିରୁଦ୍ଧରେ ଏହି ଧାରା ଅନୁଯାଇଅପିଲ କରାଯିବ ।  ଯଥା:-
    • କୌଣସି ସମିତିର ନିବନ୍ଧନ ନିମନ୍ତେ ୭ ଧାରାର ଉପଧାରା (୧) ଅନୁଯାୟୀ ନିବନ୍ଧକ (ରେଜିଷ୍ଟ୍ରାର) ଙ୍କ ଦ୍ଵାରା ଦିଆଯାଇଥିବା ନାମଞ୍ଜୁର ଆଦେଶ ।
    • ୧୨ ଧାରାର ଉପଧାରା  ୪ ଅନୁଯାୟୀ ନିବନ୍ଧକଙ୍କ ଦ୍ଵାରା କରାଯାଇଥିବା ଅର୍ଡର ଯଦି ଏକ ସମିତିର ଉପବିଧିର ସଂଶୋଧନର ନିବନ୍ଧକକୁ ନାମଞ୍ଜୁର କରେ ଅଥବା ସେହି ଧାରାର ଉପଧାରା  ୬ ଅନୁଯାୟୀ ଉପବିଧିର ସଂଶୋଧନ ନିବନ୍ଧନ ନିମନ୍ତେ ଏକ ଅର୍ଡର।
    • ଧାରା ୧୪- କର ଉପଧାରା ୬ ଅନୁଯାୟୀ ପୁନର୍ଗଠନ ଅଥବା ମିଶ୍ରଣ ଉଦ୍ଦେଶ୍ୟରେ ଏକ ଅର୍ଡର।
    • କୌଣସି ବ୍ୟକ୍ତିଙ୍କୁ ସମିତିର ସଭ୍ୟ ସ୍ୱରୂପ ନାମଞ୍ଜୁର କରିବା ଅଥବା ସମିତିର କୌଣସି ସଭ୍ୟଙ୍କୁ ସମିତିର ବହିସ୍କାର କରିବା ପାଇଁ ସମିତିର ବିଚାର ।
    • ଧାରା  ୨୮- ର ଉପଧାରା  (୫) ଅନୁଯାଯାଇ ନିବନ୍ଧକଙ୍କ ଦ୍ଵାରା ପାରିତ କରାଯାଇଥିବା କୌଣସି ଆଦେଶ (ଅର୍ଡର)
    • ଧାରା ୩୨  ଅନୁଯାୟୀ ଏକ ସମିତି କୌଣସି ପଦଧିକାରୀ ଅଥବା କମିଟିକୁ ଅଯୋଗ୍ୟ ଅଥବା ଅପସରନ କରାଇବାକୁ ନିବନ୍ଧକଙ୍କ କୌଣସି ଆଦେଶ ।
    • ଧାରା   ୬୨ ଅଥବା  ଧାରା   ୬୪ ଅଥବା ଧାରା  ୬୫ ଅନୁଯାୟୀ ଏକ ସମିତିର କୌଣସି ଅଫିସର ଅଥବା ପଦାଧିକାରୀ ଙ୍କୁ କର୍ମଚ୍ୟୁତ କରିବାକୁ ପାରିତ କରାଯାଇଥିବା କୌଣସି ଆଦେଶ (ଅର୍ଡର)
    • ୬୫ ଧାରା ଅନୁଯାଇ କରାଯାଇଥିବା ଅନୁସନ୍ଧାନ ପରିବ୍ୟୟ ଅଂଶ କିମ୍ବା  ୬୪ ଧାରା ଅନୁଯାଇ କରାଯାଇଥିବା ପର୍ଯ୍ୟବେକ୍ଷଣର ବିଭାଜନ ନିମନ୍ତେ ୬୬ ଧାରାନୁଯାୟୀ ନିବନ୍ଧକଙ୍କ ଦ୍ଵାରା ଦିଆଯାଇଥିବା ଅର୍ଡର ।
    • ୬୮ ଧାରାନୁଯାୟୀ ଅଡିଟର- ଜେନେରାଲଙ୍କ ଦ୍ଵାରା ଦିଆଯାଇଥିବା ସାରଚାର୍ଜ ଅର୍ଡର ।
    • ୭୦ ଧାରାନୁଯାୟୀ ଦିଆଯାଇଥିବା ବିଚାର କିମ୍ବା ଅର୍ୱାର୍ଡ  ।
    • ସମିତି କାର୍ଯ୍ୟ ସମାପନ ନିମନ୍ତେ ୭୨ ଧାରାନୁଯାୟୀ ନିବନ୍ଧକଙ୍କ ଦ୍ଵାରା ଦିଆଯାଇଥିବା ଅର୍ଡର ।
    • ୭୫ ଧାରାନୁଯାୟୀ ନିକାସକରିଙ୍କୁ ପ୍ରଦତ୍ତ କ୍ଷମତା ପ୍ରୟୋଗ ନିମନ୍ତେ ସମିତିର ନିକାସକାରି ଦ୍ଵାରା ଦିଆଯାଇଥିବା ଅର୍ଡର   ।
    • ୧୦୨ ଧାରାନୁଯାୟୀ ଅଡିଟର- ଜେନେରାଲଙ୍କ ଦ୍ଵାରା ଦିଆଯାଇଥିବା ଅର୍ଡର ।
    • ସମ୍ପତ୍ତି କୋରଖ ନିମନ୍ତେ ୧୦୫ ଧାରାନୁଯାୟୀ ଦିଆଯାଇଥିବା ଅର୍ଡର, ଅଥବା
    • ନିର୍ଦ୍ଧାରିତ ଅନ୍ୟାନ୍ୟ କୌଣସି ଅର୍ଡର କିମ୍ବା ବିଚାର
  2. ଉପଧାରା (୧)ଅନୁଯାଯାଇ କରାଯାଇଥିବା ଅପିଲ, ସେପରି ଅର୍ଡର ବିଚାରର ଘୋଷଣା ହେବା ତାରିଖଠାରୁ ୬୦ ଦିନ ମଧ୍ୟରେ ନିମ୍ନଲିଖିତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ।  ଯଥା :-
    • ଟ୍ରିବ୍ୟୁନାଳକୁ, ଯଦି ଏହା ପ୍ରକରଣ (ଙ), (ଚ), (ଝ) ,(ଞ୍ଜ), (ଟ),(ଠ),(ଡ) ଏବଂ(ଢ)ରେ ଉଲ୍ଲିଖିତ କୌଣସି ଆଦେଶ ଅଥବା ନିଷ୍ପତ୍ତି ହୋଇଥାଏ ।
    • ଯଦି ପ୍ରକରଣ “ଖ” ଭିନ୍ନ ଅନ୍ୟାନ୍ୟ ପ୍ରକରଣଗୁଡିକରେ ନିର୍ଦ୍ଧାରିତ ଅର୍ଡର ଅଥବା ବିଚାର ହୋଇଥାଏ, ତେବେ ସେଭଳି ନିର୍ଦ୍ଧିଷ୍ଟ କର୍ତ୍ତୃପକ୍ଷଙ୍କୁ ।

ଓଡିଶା ଆଇନ 28/1991 ଦ୍ଵାରା ବିଲୁପ୍ତ ।

  • ରାଜ୍ୟ ସରକାର କିମ୍ବା ନିବନ୍ଧକଙ୍କ ଦ୍ଵାରା ଦିଆଯାଇଥିବା ବିଚାର କିମ୍ବା ଆଦେଶକୁ ଭିତ୍ତିକରି ଏହି ଆଇନାନୁଯାୟୀ କୌଣସି ଅପିଲ କରାଯାଇ ପାରିବ ନାହିଁ ।
  • ଉପଧାରା ୧ର ପ୍ରକରଣ କ ଓ ଖ ରେ ନିର୍ଦ୍ଧାରିତ ଅର୍ଡର ବିରୁଦ୍ଧରେ କରାଯାଇଥିବା ଅପିଲ ଏବଂ ଅପିଲ ଦାଏର କରିବା ତାରିଖ ଠାରୁ ଦୁଇମାସ ମଧ୍ୟରେ ନିଷ୍ପତ୍ତି କରାଯିବ ।
  • ଉପଧାରା (1) ର ପ୍ରକରଣ(ଝ) ରେ ବର୍ଣ୍ଣିତ ଦୁଇ ହଜାର ଟଙ୍କା ଅଥବା ଏହାର ଅଧିକ ପରିମାଣ ଯାହାକି ବିଚାର ଅଥବା ଅର୍ୱାର୍ଡ ନିମନ୍ତେ ଆବଶ୍ୟକ,  ତା ବିରୁଦ୍ଧରେ କୌଣସି ଅପିଲ କରାଯାଇପାରିବ ନାହିଁ,  ଯେପର୍ଯ୍ୟନ୍ତ ଅପିଲକାରୀ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ କଥିତ ପରିମାଣର ଶତକଡା 10 ଭାଗ ଦଖଲ ନ କରିଛନ୍ତି  ।

ଉଲ୍ଲେଖଥାଉ କି, ଅପିଲିୟଜ କର୍ତ୍ତୃପକ୍ଷ, କାରଣମାନ ଲିଖିତାକାରରେ ରେକର୍ଡଭୁକ୍ତ କରି ଉପରୋକ୍ତ ପରିମାଣକୁ ହ୍ରାସ କରିପାରନ୍ତି।

ସଂଶୋଧନ- ୨୦୦୪

ଧାରା ୧୦୯ ର ସଂଶୋଧନ – ମୂଳ ଆଇନରେ ଧାରା  ୧୦୯ରେ -

  • ଉପ- ଧାରା (୧) ର ପ୍ରକରଣ (ଢ) ପରେ, ନିମ୍ନଲିଖିତ ପ୍ରକରଣ ସନ୍ନିବେଶିତ ହେବ, ଯଥା -
  • (ଢ – କ) ଧାରା  ୧୧୨- କ ଅନୁଯାୟୀ ଓଡିଶା ସମବାୟ ସମିତିର ଅଡିଟର ଜେନେରାଲଙ୍କର ଏକ ଲିଖିତ ପ୍ରମାଣପତ୍ର; ଏବଂ
  • ଉପ- ଧାରା (୨) ର ପ୍ରକରଣ(କ) ରେ “ଶବ୍ଦାବଳୀ ଅକ୍ଷର, ବନ୍ଧନୀ ଏବଂ ସେମିକୋଲୋନ “(ଢ) ପାଇଁ ଏବଂ (iii)“ କମା, ବନ୍ଧନୀ, ଅକ୍ଷର,  ଶବ୍ଦ, ସଂଖ୍ୟା ଏବଂ ସେମିକୋଲୋନ“ (ଢ) ଏବଂ (ଢ- ୧) ଆପୀନ ପ୍ରତିସ୍ଥାପିତ ହେବ। (ସଂଖ୍ୟା ୧୩୪୨୫ /ଲେଜିସ, ତା ୨୩.୧୨.୨୦୦୪)

ଧାରା ୧୧୦ - ଅପିଲ ଶୁଣାଣୀ ନିମନ୍ତେ କ୍ଷମତା ଅର୍ପଣ

ଅନ୍ୟାନ୍ୟ ସମସ୍ତ ଅପିଲର ଶୁଣାଣୀ ନିମନ୍ତେ ରାଜ୍ୟ ସରକାର ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା ଏହି ଆଇନର ବ୍ୟବସ୍ଥାନୁଯାୟୀ ସେମାନଙ୍କର କ୍ଷମତା ଅର୍ପଣ କରିପାରନ୍ତି ।

ଧାରା  ୧୧୧- ସମୀକ୍ଷା

  1. ଯେକୌଣସି କର୍ତ୍ତୃପକ୍ଷ, ପକ୍ଷଙ୍କ ଆବେଦନ ଫଳରେ ତାଙ୍କ ଦ୍ଵାରା (କର୍ତ୍ତୃପକ୍ଷ) ଯେକୌଣସି ବିଷୟରେ ଦିଆଯାଇଥିବା ବିଚାର କିମ୍ବା ଅର୍ଡର କିମ୍ବା ଅର୍ୱାର୍ଡ ସମୀକ୍ଷା କରିପାରନ୍ତି ଏବଂ ଉପଯୁକ୍ତ ବିବେଚନା କରି ପୂର୍ବୋକ୍ତ ଆଦେଶ ପୁନଶ୍ଚ ପାଶ କରିପାରନ୍ତି ।
  2. ଉଲ୍ଲେଖଥାଉକି, ଯେ ପର୍ଯ୍ୟନ୍ତ କୌଣସି ନୂତନ ତଥା ଗୁରୁତ୍ଵପୂର୍ଣ୍ଣ ବିଷୟ  ଆବିଷ୍କାର ନ ହୋଚି, କିମ୍ବା ଅଧ୍ୟବସାୟ ପ୍ରୟୋଗ ପରେ ଯଦି ଆବେଦନକାରୀ ଜ୍ଞାନ ନ ହେବାରୁ ସାକ୍ଷ୍ୟ ଦିଆନଯାଇଛି କିମ୍ବା ଆଦେଶ ଦିଆଯିବା ସମୟରେ ଆବେଦନକରିଙ୍କ ଦ୍ଵାରା ପେଶ କରାଯାଇଛି କିମ୍ବା ଆଦେଶର ବିଷୟବସ୍ତୁରେ କୌଣସି ଭ୍ରମ ବା ତ୍ରୁଟି ରହିଯାଇଛି କିମ୍ବା ଅନ୍ୟାନ୍ୟ ପର୍ଯ୍ୟାପ୍ତ କାରଣ ଦିଆନ ଯାଇଛି ଏବଂ ସେ ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ଉପରୋକ୍ତ ବିଷୟ ହୃଦୟଙ୍ଗମ ନ କରିଛନ୍ତି, ଯେ ପର୍ଯ୍ୟନ୍ତ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ;

  3. ପୁନଶ୍ଚ ଉଲ୍ଲେଖଥାଉକି, ଯେ ପର୍ଯ୍ୟନ୍ତ ପକ୍ଷଙ୍କୁ ନୋଟିସ ଏବଂ ଶୁଣାଣୀ ନିମନ୍ତେ ଯୁକ୍ତିଯୁକ୍ତ ଅବସର ଦିଆ ନଯାଇଛି ସେ ପର୍ଯ୍ୟନ୍ତ ଉପରୋକ୍ତ ଉପଧାରାନୁଯାୟୀ ସେଭଳି ଆଦେଶ ଦିଆଯିବ ନାହିଁ ।
  4. ସମୀକ୍ଷା ନିମନ୍ତେ ଉପଧାରା 1 ଅନୁଯାୟୀ କରାଯାଇଥିବା ଆବେଦନ ଅର୍ଡର ବିଚାର ଓ ଆୱାର୍ଡ ଯୋଗାଯୋଗ ତାରିଖଠାରୁ 90 ଦିନ ମଧ୍ୟରେ କରାଯିବ ।

ଧାରା ୧୧୨ - ସଂଶୋଧନ କରିବା ପାଇଁ ନିବନ୍ଧକଙ୍କ କ୍ଷମତା

  1. ନିବନ୍ଧକ ସ୍ଵାବିବେଚନା ଦ୍ଵାରା ଅଥବା କ୍ଷତିଗ୍ରସ୍ତ ଯେକୌଣସି ବ୍ୟକ୍ତିଙ୍କ ଆବେଦନଦ୍ଵାରା ଏବଂ ସମ୍ପୃକ୍ତ ପକ୍ଷଙ୍କ ଶୁଣାଣୀ ନିମନ୍ତେ ଯୁକ୍ତିଯୁକ୍ତ ସୁବିଧା ଦେବା ପରେ କୌଣସି ବିଚାର ଅଥବା ପାଶ କରାଯାଇଥିବା ଅର୍ଡରର ବୈଧତା ଓ ଯୁକ୍ତିଯୁକ୍ତତାକୁ ଭିତ୍ତିକରି ଯଦି ନିବନ୍ଧକ ସନ୍ତୁଷ୍ଟ ହୁଅନ୍ତି ଯେ, ତାଙ୍କର ଅଧିନସ୍ଥ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ କୌଣସି ଅପିଲ ଦଖଲ କରାଯାଇ ନାହିଁ   ତେବେ ନିବନ୍ଧକ କଥିତ କୌଣସି କାର୍ଯ୍ୟଧାରା ମଗାଇପାରନ୍ତି ଏବଂ ସେଭଳି କଥିତ କାର୍ଯ୍ୟ ଧାରାରେ ରେକର୍ଡ ପରୀକ୍ଷା କରିପାରନ୍ତି ଏବଂ ତତପରେ ଉପଯୁକ୍ତ ବିବେଚନା ସହ ସେଭଳି କଥିତ ଅର୍ଡର ପାଶ କରିପାରନ୍ତି ।
  2. ରିଭିଜନ ପାଇଁ କରାଯାଇଥିବା ଦରଖାସ୍ତ ବିଚାର ଅଥବା ଅର୍ଡର ସଂଶୋଧିତ ହେବା ତାରିଖଠାରୁ ୯୦ ଦିନ ମଧ୍ୟରେ ହେବା ଦରକାର।
  3. ଉଲ୍ଲେଖଥାଉ କି, ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ, ୧୯୮ ପ୍ରଚଳିତ ବା କାର୍ଯ୍ୟକାରୀ ହେବା ପୂର୍ବରୁ କୌଣସି ବିଚାର ବା ଅର୍ଡରର ରିଭିଜନ ପାଇଁ କରାଯାଇଥିବା ଆବେଦନ କଥିତ ଆଇନ କାର୍ଯ୍ୟକାରୀ ବା ପ୍ରଚଳିତ ହେବା ପରେ ୯୦ ଦିନ ମଧ୍ୟରେ, କିମ୍ବା ବିଚାର ବା ଅର୍ଡର ସଂଶୋଧିତ ହେବା ତାରିଖ ଠାରୁ ଏକବର୍ଷ ମଧ୍ୟରେ, ଯେଉଁ ସମୟର ମିଆଦ ପ୍ରଥମରେ ଶେଷ ହେବ, ସେହି ସମୟ ମଧ୍ୟରେ ଦେବା ଦରକାର ।

ଧାରା୧୧୨- କ- ଓଡିଶା ସମବାୟ ସମିତିର ଅଡିଟର ଜେନେରାଲ ତାଙ୍କର ନିଜ ରୀତିରେ କିମ୍ବା କୌଣସି ବ୍ୟକ୍ତିଙ୍କ ଦ୍ଵାରା ଆବେଦନରେ ଆଇନର ଧାରା  ୬୭ ଅନୁଯାୟୀ ଯେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନରେ ରେକର୍ଡ ପରୀକ୍ଷା ଏବଂ ଦାବୀ କରିପାରିବେ ଯାହା ତାଙ୍କର ଅଧସ୍ତନ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ବିଚାରଧାଇଁଥିବା କିମ୍ବା ସେହି କର୍ତ୍ତୃପକ୍ଷଙ୍କ ଦ୍ଵାରା ଶେଷ ହେବ ଯାହା ନିକଟରେ ଅପିଲ ଦଖଲ ହୋଇନଥିବ ଏବଂ ଶୁଣାଣୀ ହେବାର ଏକ ଯୁକ୍ତିଯୁକ୍ତ ସୁବିଧା, ପକ୍ଷଙ୍କୁ ଦେବା ପରେ ତାଙ୍କର ଜାଣିବା ତାରିଖରୁ ୪ ବର୍ଷ ସମୟସୀମା ମଧ୍ୟରେ ଏକ ଲିଖିତ ପ୍ରମାଣପତ୍ର ଆଇନର ଧାରା ୧୦୯ ଉପ- ଧାରା (୧) ଅନୁଯାୟୀ ନିଷ୍ପତ୍ତିକରଣ ମଧ୍ୟ ଚୁଡାନ୍ତ ନିଷ୍ପତ୍ତିପାଇଁ ତାଙ୍କର ଉଦ୍ଦେଶ୍ୟ ସହ ସମବାୟ ନ୍ୟାୟପୀଠକୁ ପ୍ରେରଣ କରିବେ ।

ଧାରା ୧୧୩ - ସଂଶୋଧନ କରିଆବା ପାଇଁ ରାଜ୍ୟ ସରକାରଙ୍କ କ୍ଷମତା

ରାଜ୍ୟ ସରକାର ନିଜର ବିବେଚନା ଦ୍ଵାରା ଅଥବା କ୍ଷତିଗ୍ରସ୍ତ ଯେକୌଣସି ବ୍ୟକ୍ତିଙ୍କ ଆବେଦନ ଦ୍ଵାରା ଏବଂ ସମ୍ପୃକ୍ତ ପକ୍ଷଙ୍କୁ ଶୁଣାଣୀ ନିମନ୍ତେ ଯୁକ୍ତିଯୁକ୍ତ ସୁବିଧା ଦେବାପରେ କୌଣସି ବିଚାର ଅଥବା ପାଶ କରାଯାଇଥିବା, ଅର୍ଡରର ବୈଧତା ଓ ଯୁକ୍ତିଯୁକ୍ତତା ଭିତ୍ତି କାରୀ ଯଦି ରାଜ୍ୟ ସରକାର ନିବନ୍ଧକଙ୍କ ସମ୍ମୁଖରେ ଦଖଲ କରାଯାଇଥିବା ଅପିଲ କାର୍ଯ୍ୟଧାରା ମଗାଇ ପାରନ୍ତି ଏବଂ କଥିତ କାର୍ଯ୍ୟଧାରାର ରେକର୍ଡ ପରୀକ୍ଷା ପରିପାରନ୍ତି ଏବଂ ତତପରେ ରାଜ୍ୟ ସରକାର ଉପଯୁକ୍ତ ବିବେଚନା ସହ କଥିତ ଅର୍ଡର ପାଶ କାରୀପାରନ୍ତି ।

ସ୍ପଷ୍ଟୀକରଣ ଏହି ଉପଧରାର ଉଦ୍ଦେଶ୍ୟ ନିମନ୍ତେ, ନିବନ୍ଧକ ଅର୍ଥାତ ନିବନ୍ଧକଙ୍କ ସମସ୍ତ ଅଥବା କେତେକ କ୍ଷମତା ପ୍ରୟୋଗ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ବୁଝାଇବ ।

ଉପଧାରା  (୧) ଅନୁଯାୟୀ ରିଭିଜନ ପାଇଁ ଦରଖାସ୍ତ ସେପରି ନିଷ୍ପତ୍ତି ନିଆଯିବା ବା ଅର୍ଡର ପାଶ ହେବ ଅତାରିଖଠାରୁ ୯୦ ଦିନ ମଧ୍ୟରେ ହେବା ଦରକାର ।

ଉଲ୍ଲେଖଥାଉକି, ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ  ୧୯୦୮ କାର୍ଯ୍ୟକାରୀ ହେବା ପୂର୍ବରୁ କୌଣସି ନିଷ୍ପତ୍ତି ବା ଅର୍ଡରର ରିଭିଜନ ପାଇଁ ଉପଧାରା  (୧) ଅନୁଯାଯାଇ ଦରଖାସ୍ତ କଥିତ ଆଇନ, କାର୍ଯ୍ୟକାରୀ ହେବ ତାରିଖଠାରୁ ୯୦ ଦିନ ମଧ୍ୟରେ କିମ୍ବା ସେପରି ନିଷ୍ପତ୍ତି ନିଆଯିବ ବା ଅର୍ଡର ପାଶ ହେବା ତାରିଖଠାରୁ ଏକ ବର୍ଷ ମଧ୍ୟରେ, ଯେଉଁ ସମୟର ମିଆଦ ପ୍ରଥମେ ଶେଷ ହେବ, ସେହି ସମୟ ମଧ୍ୟରେ ହେବା ଦରକାର   ।

ଧାରା ୧୧୩- କ- ରାଜ୍ୟ ସରକାର ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା ଏବଂ ୧୧୩ ଧାରା ଅନୁଯାଇକ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କୁ କ୍ଷମତା ଅର୍ପଣ କରିପାରନ୍ତି ।

ଧାରା -୧୧୪ - ସରକାର କିମ୍ବା ନିବନ୍ଧକଙ୍କ ଦ୍ଵାରା ଅନ୍ତଃକାଳୀନ ବା ମଧ୍ୟବର୍ତ୍ତୀକାଳୀନ  ଆଦେଶ

୧୦୯,୧୧୧,୧୧୨ କିମ୍ବା ୧୧୪ ଧାରାନୁଯାୟୀ ଯେତେବେଳେ ଅପିଲ ସଂଶୋଧନ କିମ୍ବା ସମୀକ୍ଷା କରାଯାଏ ସେତେବେଳେ ରାଜ୍ୟ ସରକାରର କିମ୍ବା ନିବନ୍ଧକ, ନ୍ୟାୟର ସନଗରକ୍ଷଣ ଓ ବିଚାର ଧାଇଁ ଅପିଲର ସଂଶୋଧନ କିମ୍ବା ସମୀକ୍ଷା ନିମନ୍ତେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିପାରନ୍ତି ।

ଆଧାର - ଦ ଲ ହାଉସ

Last Modified : 7/17/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate