অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆୱାର୍ଡ,ଡିଗ୍ରୀ,ଅର୍ଡର,ଏବଂ ବିଚାରର ସଂପାଦାନ

ଆୱାର୍ଡ,ଡିଗ୍ରୀ,ଅର୍ଡର,ଏବଂ ବିଚାରର ସଂପାଦାନ

ଧାରା ୧୦୨ – ଦାବି ପ୍ରବର୍ତ୍ତନ

  1. ଅନ୍ୟ ଯେକୌଣସି ଆଇନରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, କିନ୍ତୁ ଏହି ଆଇନରେ ବ୍ୟବସ୍ଥିତ ପୁନଃ ଆଦାୟର ଯେ କୌଣସି ପଦ୍ଧତି ପ୍ରତି ପ୍ରତିକୂଳ ପ୍ରଭାବ ନପକାଇ, ଅଡିଟରଜେନେରାଲ ଅଥବା ଏଥିନିମନ୍ତେ [ନିବନ୍ଧକ] ଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି, ଏକ ସମିତି ଅଥବା ଅନ୍ୟଥା ଆବେଦନକୁ ଭିତ୍ତିକରି ସମିତିକୁ ଯେକୌଣସି ସଭ୍ୟ ଅଥବା ଅତୀତ ଅଥବା ମୃତ ସଭ୍ୟଙ୍କ ଦ୍ଵାରା ଦେବାକୁ ଥିବ ଯେକୌଣସି ଋଣ ଅଥବା ଅପରିଶୋଧିତ ବା ବାକି ଦାବିକୁ ସମ୍ପତ୍ତି ଅଥବା ଶେଠୀରେ ଥିବା ସ୍ଵାର୍ଥକୁ ବିକ୍ରୟ କରି ପେମେଣ୍ଟ କରିବା ନିମନ୍ତେ ନିର୍ଦ୍ଦେଶ କରି ଏକ ଅର୍ଡର ପାସ କରିବେ ଯାହାକି ଧାରା  ୩୪ ଅନୁଯାୟୀ ଏକ ଚାର୍ଯ୍ୟ ଅଟେ ।
  2. ଉଲ୍ଲେଖଥାଉକି, ଯେକୌଣସି ଆଦେଶ ଏହି ଧାରାନୁଯାୟୀ ଦିଆଯିବ ନାହିଁ ଯେ ପର୍ଯ୍ୟନ୍ତ ସଭ୍ୟ, ଅତୀତ ସଭ୍ୟ ଅଥବା ମନୋନୀତ ବ୍ୟକ୍ତି ଅଥବା ଆଇନତହ ଉତ୍ତରାଧିକାରୀ ଅଥବା ପ୍ରତିନିଧିଙ୍କୁ ଆବେଦନ ଅଥବା ଆବଶ୍ୟକସ୍ଥଳେ ଉଦ୍ଦେଶ ବା ଅଭିପ୍ରାୟର ଏକ ନୋଟିସ ଦିଆନଯାଇଛି ଏବଂ ସେପରି ନୋଟିସ ଜାରି ତାରିଖର ସାତଦିନ ମଧ୍ୟକୌଣସି କୋଣସି ଋଣ ଅଥବା ଆପରିଶୋଧିତ ବା ବାକି ଦାବିକୁ ଅସଫଳ ହୋଇଛନ୍ତି ।

  3. ଏହି ଧାରାନୁଯାୟୀ ଅର୍ଡର କରିବାକୁ କ୍ଷମତାପନ୍ନ କର୍ତ୍ତୃପକ୍ଷ ଧାରା  ୪୩ ର ପ୍ରାରମ୍ଭ ତାରିଖ ପୂର୍ବରୁ ଯେ ପରି ଥିଲେ ଅଡିଟର- ଜେନେରାଲ ନିଯୁକ୍ତି ହେବାପର୍ଯ୍ୟନ୍ତ ସେପରି କ୍ଷମତାପନ୍ନ ରହିବେ ଏବଂ ସେପରି ନିଯୁକ୍ତ ପରେ ସେପରି କୌଣସି କର୍ତ୍ତୃପକ୍ଷ ଙ୍କ ସମ୍ମୁଖରେ ପୂର୍ବୋକ୍ତ ଧାରା ଅନୁଯାୟୀ ସେଗୁଡିକର ନିଷ୍ପତ୍ତି କରିବେ ।

ସଂଶୋଧନ- ୨୦୦୪

ଧାରା ୧୦୨ର ସଂଶୋଧନ - ମୂଳ ଆଇନରେ ଧାରା  ୧୦୨ ଉପ- ଧରା (୧) ଧାରା  ୧୦୨  ରୂପେ ପୁନଃ ଗଣିତ ହେବ ଏବଂ ‘ଅଡିଟର – ଜେନେରାଲ’ ଶବ୍ଦାବଳି ପାଇଁ ଯେଉଁ କ୍ଷେତ୍ରରେ ସେମାନେ ସଂଘଟିତ, ସେ କ୍ଷେତ୍ରରେ ‘ନିବନ୍ଦକ‘ ଶବ୍ଦ ପ୍ରତିସ୍ଥାପିତ ହେବ, ଏବଂ ତାହାର ଉପ- ଧାରା (୨) ବିଲୁପ୍ତ ହେବ ।

ଧାରା  ୧୦୩ - ଆଦେଶ ଆଦି ସଂପାଦାନ

  1. ଧାରା ୬୭, ଧାରା ୧୦୨ ର ଉପ- ଧାରା(୧) ଅଥବା ଧାରା  ୧୦୮ର ଉପଧାରା  (୧) ଉପଧାରା (୧) ଅନୁଯାୟୀ କରାଯାଇଥିବା ପ୍ରତ୍ୟେକ ଆଦେଶ(ଅର୍ଡର) ଧାରା  ୭୦ ଅନୁଯାୟୀ କରାଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଅଥବା ୱାର୍ଡ ଏବଂ ଧାରା  ୭୫,୧୦୯,୧୧୧,୧୧୩, ଏବଂ ୧୧୪ ଅନୁଯାୟୀ କରାଯାଇଥିବା ପ୍ରତ୍ୟେକ ଆଦେଶ (ଅର୍ଡର) ଯଦି କାର୍ଯ୍ୟକାରୀ ନ ହୁଏ ବା କରାନଯାଏ  ।
    • ଅଡିଟର- ଜେନେରାଲ ଅଥବା ଏଥିନିମନ୍ତେ  ତାଙ୍କ ଦ୍ଵାରା ଏକ ପ୍ରମାଣପତ୍ର ସ୍ଵାକ୍ଷରିତ ଦେୱାନୀ  ଅଦାଲତରେ ଏକ ଡିଗ୍ରୀ ରୂପେ ଧରି ନିଆଯିବ ଏବଂ ସେପରି ଅଦାଲତ ଏକ ଡିଗ୍ରୀ ରୂପେ ସେପରି ପଦ୍ଧତିରେ ସମ୍ପାଦିତ ହେବ, ଅଥବା ।
    • ବକେୟ ଭୂ-ରାଜସ୍ୱର ପୁନଃ ଆଦାୟ, ନିଅମନ୍ତେ ଆଇନ ଅଥବା ପ୍ରଚଳିତ ଯେକୌଣସି ନିଯମାବଳି ସମ୍ପାଦିତ ହେବ;
    • ଉଲ୍ଲେଖଥାଉକି, ଯେକୌଣସି ଅର୍ଥର ସେପରି ପଦ୍ଧତିର ପୁନଃ ଆଦାୟ ନିମନ୍ତେ କରାଯାଇଥିବା ଯେକୌଣସି ଆବେଦନ, ଆଦେଶ (ଅର୍ଡର), ନିଷ୍ପତ୍ତି ଅଥବା ଆୱାର୍ଡ଼ରେ ଧାର୍ଯ୍ୟ କରାଯାଇଥିବା ତାରିଖରୁ ଏବଂ ସେପରି ତାରିଖ ଯଦି ଧାର୍ଯ୍ୟ କରାଯାଇ ନଥାଏ । ତେବେ ଆଦେଶ ନିଷ୍ପତି ଅଥବା ଆୱାର୍ଡ଼ ହେବା ତାରିଖରୁ ୧୨ ବର୍ଷ ମଧ୍ୟରେ କଲେକ୍ଟର ସମ୍ମୁଖରେ ଉପସ୍ଥାପିତ କରାଯିବ ଏବଂ ଅଡିଟର – ଜେନେରାଲ ଏବଂ ଏଥିନିମନ୍ତେ ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କ ଦ୍ଵାରା ଏକ ପ୍ରମାଣପତ୍ର ସ୍ଵାକ୍ଷରିତ କରାଯାଇ ସେଥି ସହିତ ସମ୍ବଳିତ କରାଯିବା, ଅଥବା ।

    • ଯେଉଁ ବ୍ୟକ୍ତି ଅଥବା ଏକ ସମିତି ବିରୁଦ୍ଧରେ ଆଦେଶ,  ନିଷ୍ପତ୍ତି ଅଥବା ଆୱାର୍ଡ଼ ପ୍ରାପ୍ତବ୍ୟ ହୋଇଛି ଅଥବା ପାରିତ ହୋଇଛି ସେହି ବ୍ୟକ୍ତି ଅଥବା ସମିତିର ଯେକୌଣସି ସମ୍ପତ୍ତି କୋରଖ ଏବଂ ବିକ୍ରୟ ବ୍ୟତୀତ ବିକ୍ରୟ କରି ଅଡିଟର - ଜେନେରାଲ ଅଥବା ଏଥିନିମନ୍ତେ ତାଙ୍କ ଦ୍ଵାରା କ୍ଷୟତାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ସମ୍ପାଦିତ  ହେବ ।
  2. ଉପଧାରା ୧ ପ୍ରକରଣ (ଗ’ ର ବ୍ୟବସ୍ଥା ସେଭଳି ରୂପାନ୍ତରୀକାରଣ ପ୍ରତି ପ୍ରଜୁର୍ଯ୍ୟ ହେବେ ନିବନ୍ଧକ ସମିତିରେ ଥିବା ଆଦାୟଯୋଗ୍ୟ ଦେୟ ଅର୍ଥ କିମ୍ବା ଭାରତର ଯେକୌଣସି ଆଇନନାନୁଯାୟୀ ନିବନ୍ଧକ ହେବାକୁ ଥିବା ସମିତି ଏକ ଆଇନଅନୁଯାୟୀ ସେଭଳି ସମିତି ଓଡିଶା ରାଜ୍ୟରେ ନିବନ୍ଧିତ ହେବାର ଧରି ନିଆଯିବ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସେଭଳି (ଆଦାୟ ଯୋଗ୍ୟ ଅର୍ଥ)
  3. ଉପଧାରା ୧ ର ପ୍ରକରଣ “ଖ” ଅନୁଯାୟୀ କରାଯାଇଥିବା ଆଦାୟକୁ ଭିତ୍ତିକରି (ନିବନ୍ଧକ) କିମ୍ବା ସେଥିନିମନ୍ତେ ତାଙ୍କ [ଦ୍ଵାରା କ୍ଷମତାପ୍ରାପ୍ତ] ଅନ୍ୟ ଯେକୌଣସି ବ୍ୟକ୍ତି ସାଧାରଣ ଓ ବିଶେଷ ହୁକୁମ (ଆଦେଶ) ଦ୍ଵାରା ଭୂ- ରାଜସ୍ୱର ବକେୟ ଅର୍ଥ ଆଦାୟ କରିବେ ।
  4. ଉପଧାରା ୧ ର ପ୍ରକରଣ “ଗ” ରେ ନିଆଯାଇଥିବା ସଂପାଦାନ କାର୍ଯ୍ୟଧାରା , ଅନୁସୂଚି ରେ ନିହତ ବ୍ୟବସ୍ଥା ପ୍ରତି ପ୍ରଯୁର୍ଯ୍ୟ ହେବ ।
  5. ଉପଧାରା(୧) ପ୍ରକରଣ (ଗ) ରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ କଥିତ ପ୍ରକରଣ ଅନୁଯାୟୀ ଆଦେଶ (ଅର୍ଡର), ନିଷ୍ପତ୍ତି ଅଥବା ଆୱାର୍ଡ଼ ସଂପାଦାନ କରିବାକୁ କ୍ଷମତାପନ୍ନ କର୍ତ୍ତୃପକ୍ଷ ସମବାୟ ସମିତି (ସଂଶୋଧନ) ଆଇନ, ୧୯୯୧ ପ୍ରାରମ୍ଭ ତାରିଖରୁ ପୂର୍ବରୁ ଯେପରି ଥିଲେ ଅଡିଟର- ଜେନେରାଲଙ୍କ ନିଯୁକ୍ତି ପର୍ଯ୍ୟନ୍ତ ସେପରି କ୍ଷମତାପନ୍ନ ରହିବେ ଏବଂ ସେପରି ନିଯୁକ୍ତ ପରେ ସେପରି କୌଣସି କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ବିଚାରଧଇଁ ଥିବା ସମସ୍ତ ସମ୍ପାଦନ କାର୍ଯ୍ୟଧାରା ଅଡିଟର ଜେନେରାଲଙ୍କୁ ହସ୍ତାନ୍ତରିତ କରାଯିବ ଯେକି ଆଇନଅନୁଯାଇ ସେଗୁଡିକର ନିଷ୍ପତ୍ତି କରିବେ ।

ସଂଶୋଧନ -୨୦୦୪

ଧାରା ୧୦୩ ର ସଂଶୋଧନ – ମୂଳ ଆଇନରେ ଧାରା  ୧୦୩ରେ -

  • “ଅଡିଟର ଜେନେରାଲ“ ଶବ୍ଦାବଳି ପାଇଁ ଯେଉଁ କ୍ଷେତ୍ରରେ ସେମାନେ ସଂଘଟିତ ସେ କ୍ଷେତ୍ରରେ “ନିବନ୍ଧକ” ଶବ୍ଦ ପ୍ରତିସ୍ଥାପିତ ହେବ; ଏବଂ
  • ଉପ- ଧାରା (୫) ବିଲୁପ୍ତ ହେବ  (ସଂଖ୍ୟା ୧୩୪୨୫/ ଲେଜିସ ତା୨୩.୧୨.୨୦୦୪)

ଧାରା ୧୦୪ କେତେକ ଉଦ୍ଦେଶ୍ୟରେ [ନିବନ୍ଧକ] କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କୁ ଦେୱାନୀ ଅଦାଲତ ରୂପେ ଗଣ୍ୟ କରାଯିବ

ଅଡିଟର – ଜେନେରାଲ କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅନ୍ୟ ଯେକୌଣସି ବ୍ୟକ୍ତି ଏହି ଆଇନଅନୁଯାୟୀ କୌଣସି ପରିମାଣର ଆଦାୟ ନିମନ୍ତେ ସମ୍ପତ୍ତିରେ କୋରଖ କିମ୍ବା ବିକ୍ରୟ କିମ୍ବା କୋରଖ ବ୍ୟତୀତ ବିକ୍ରୟ ପାଇଁ ଯେତେବେଳେ  କ୍ଷମତା ପ୍ରୟୋଗ କରନ୍ତି କିମ୍ବା  ଆବେଦନକୁ ଭିତ୍ତିକରି ସେଭଳି ଆଦାୟ ନିମନ୍ତେ ଯେତେବେଳେ ଆଦେଶ ଜାରୀ କରନ୍ତି କିମ୍ବା ସେଭଳି  ଆଦାୟ ନିମନ୍ତେ ସହାୟକ ଉପାୟ ଗ୍ରହଣ କରନ୍ତି ସେତେବେଳେ ସେମାନଙ୍କୁ ଭାରତୀୟ ସୀମାବଧାରଣ (ଲିମିଟେସନ) ଆଇନ, ୯/୧୯୦୮ ଅନୁଚ୍ଛେଦ ୧୮୨ର ପ୍ରଥମ ଅନୁସୂଚୀ ଉଦ୍ଦେଶ୍ୟରେ ଦେୱାନୀ ଅଦାଲତ ରୂପେ ଗଣ୍ୟ କରାଯିବ ।

ଧାରା ୧୦୫ – ବିଚାର ନିର୍ଦ୍ଦେଶ ପୂର୍ବରୁ ସମ୍ପତ୍ତିର କୋରଖ

ଆବେଦନ, ରିପୋର୍ଟ,ଅନୁସନ୍ଧାନ କିମ୍ବା ଅନ୍ୟାନ୍ୟ କାରଣରୁ ଯଦି [ଜେନେରାଲ ଅଥବା ନିକାସକାରୀ ଅଥବା ନିକାସକରି] ଜାଣିପାରନ୍ତି ଯେ, କୌଣସି ବ୍ୟକ୍ତି ଅଭିପ୍ରାୟ କରି ବା ବିଳମ୍ବ କରି ଆଦେଶ କିମ୍ବା ବିଚାର ଆଦେଶର ପ୍ରବର୍ତ୍ତନକୁ ପ୍ରତିରୋଧ କରୁଛି, ଯାହାକି ତାଙ୍କ ବିରୁଦ୍ଧରେ ଏହି ଆଇନର ବ୍ୟବସ୍ଥାନୁଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କରାଯାଇଥାଏ ।  ତେବେ ନିମ୍ନଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଥା –

  • ସମସ୍ତ ସମ୍ପତ୍ତି କିମ୍ବା ସମ୍ପତ୍ତି କିଛି ଅଂଶ ବିକ୍ରୟ ଦ୍ଵାରା;
  • ଅଡିଟର- ଜେନେରାଲ, ଅର୍ବିଟ୍ରେତାର ଅଥବା ନିକାସକରିଙ୍କ ଅଧିକାରରୁ ସମସ୍ତ ସମ୍ପତ୍ତି କିମ୍ବା ସମ୍ପତ୍ତିର କିଛି ଅଂଶ ଅପସାରିଣ ଦ୍ଵାରା ।

ସମ୍ପୃକ୍ତ ବ୍ୟକ୍ତି ଯଥେଷ୍ଟ ପରିମାଣର ବନ୍ଧକ ନ ହେବା ପର୍ଯ୍ୟନ୍ତ, ଉପରୋକ୍ତ ସମ୍ପତ୍ତି କୋରଖ ପାଇଁ ନିର୍ଦ୍ଦେଶ ଦେବେ ଏବଂ ସେଭଳି କୋରଖ ଦେୱାନୀ ଅଦାଲତ ଦ୍ଵାରା କରାଯିବାର ମନେକରାଯିବ।

ଧାରା ୧୦୬- କେତେକ ସ୍ଥାନରେ ସମିତିର ଜମି ହସ୍ତାନ୍ତର ଏବଂ ସେଭଳି ଜମିକୁ ବିକ୍ରୟ କରିବା ପାଇଁ ସମିତିର ଅଧିକାର

କେନ୍ଦ୍ରୀୟ ପ୍ରବେଶ ପ୍ରଜାସତ୍ଵ ଆଇନ  ୨/୧୮୯୮ କିମ୍ବା କେନ୍ଦ୍ରୀୟ ପ୍ରବେଶ ପ୍ରଜାସତ୍ଵ ଆଇନ ୧/୧୯୨୦ କିମ୍ବା ପ୍ରଚଳିତ ବା କାର୍ଯ୍ୟକାରୀ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଜମିରେ ପ୍ରଜାଙ୍କର ଅଧିକାର ଏବଂ ସରକାର ଓ ପ୍ରଜା କିମ୍ବା ଜମିଡାର ଓ ପ୍ରଜାଙ୍କ ମଧ୍ୟରେ ସମ୍ବନ୍ଧ ଦର୍ଶାଯାଇଛି   । ଯେତେବେଳେ ଉପରୋକ୍ତ ଅଧିନିୟମର କାର୍ଯ୍ୟକରି ହୁଏ, ସେତେବେଳେ ନିମ୍ନଲିଖିତମତେ ଓଡିଶା ରାଜ୍ୟର ଯେକୌଣସି ସ୍ଥାନରେ ଏହା ଆଇନତହ ଲାଗୁ ହେବ, ଯଥା –

  • ସମିତି ସଭ୍ୟ କିମ୍ବା ସଭ୍ୟ ଭିନ୍ନ ଅନ୍ୟ ବ୍ୟକ୍ତି, ଯାହାକି ୫୯ ଧାରାର ବ୍ୟବସ୍ଥାନୁଜଯୀ ଋଣ ଦିଆଯାଇଥିବ, ସେଭଳି ସଭ୍ୟ ଦଖଲଦାର ପ୍ରଜା ହୋଇଥାଆନ୍ତୁ, କିନ୍ତୁ ଅଗ୍ରୀମ ଋଣ ହେତୁ ତାଙ୍କ ଅଧିକାରର ଥିବା ଘର ବନ୍ଧକ ସ୍ୱରୂପ ସମିତିରେ ଚକ ଦେଇଥାଆନ୍ତୁ କିମ୍ବା ଋଣ କିମ୍ବା ଅଗ୍ରୀମ ଋଣର ପରିଶୋଧ ଉଦ୍ଦେଶ୍ୟରେ ସେଭଳି ଘରକୁ ବିକ୍ରୟ କରିଥାନ୍ତୁ ।
  • ଧାରା ୧୦୩ ଉପଧାରା  (୧) ର ପ୍ରକରଣ  (ଗ) ର ବ୍ୟବସ୍ଥାନୁଯାଇ କିମ୍ବା ଏହି ଆଇନାନୁଯାୟୀ କିମ୍ବା ଅବିଚାର କିମ୍ବା ଆଦେଶନୁଯାଇ ଅଡିଟର- ଜେନେରାଲ ଓ ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିନାକ ଦ୍ଵାରା ବ୍ୟକ୍ତିଙ୍କ ଠାରୁ ପ୍ରାପ୍ୟ ପରିମାଣର ଆଦାୟ   ।
  • ଭୂ- ରାଜସ୍ୱ ବକେୟା ଅର୍ଥ ସ୍ୱରୂପ ଉପରୋକ୍ତ  ପରିମାଣ ଏବଂ ଆଇନ ଅନୁଯାଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ଵାରା ଆଦାୟ ।
  • ଭୂ- ଉନ୍ନୟନ ବ୍ୟାଙ୍କରେ ବନ୍ଧକ ପଡିଥିବା ସମ୍ପତ୍ତି ବିକ୍ରୟ ୯୧ ଧାରାନୁଯାଇ ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା କରାଯିବ ।

ସଂଶୋଧନ -୨୦୦୪

ଧାରା ୧୦୬ ର ସଂଶୋଧନ – ମୂଳ ଆଇନରେ ଧାରା  ୧୦୬- ର ପ୍ରକରଣ  (ଖ)ରେ “ଅଡିଟର ଜେନେରାଲ “ ଶବ୍ଦାବଳି ପାଇଁ “ନିବନ୍ଧକ “ ଶବ୍ଦ ପ୍ରତିସ୍ଥାପିତ ହେବ  ।(ସଂଖ୍ୟା ୧୩୪୨୫/ଲେଜିସ,  ତା ୨୩/୧୨/୨୦୦୪)

ଧାରା -୧୦୭ – ବେତନଧାରାଙ୍କ ଠାରୁ ପ୍ରାପ୍ୟ ଅର୍ଥ ଆଦାୟ

ଦେୱାନୀ ବିଧାନ ୫/୧୯୦୮ ରେ ବ୍ୟବସ୍ଥିତ ଯେକୌଣସି ବ୍ୟବସ୍ଥା ଅଥବା ପ୍ରଚଳିତ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ,  ୩୫ ଧାରା ଅନୁଯାୟୀ ଦିଆଯାଇଥିବା ଋଣର ପରିଶୋଧ ନିମନ୍ତେ ଖିଲାପ ସମ୍ପର୍କରେ ଅଥବା ସେଭଳି କୌଣସି ଋଣର କିସ୍ତି ସମ୍ପର୍କରେ ୭୦ ଧାରା ଅନୁଯାୟୀ କରଯାଇଥିବା ଅର୍ବାଡ ଥାବା ବିଚାର ଅନୁଯାୟୀ କୌଣସି ପ୍ରାପ୍ୟ ଅର୍ଥ ଯଦି ପରିଶୋଧ କରିବାକାଉ ଖିଲାପ କରିଆଯାଏ ତେବେ ମାସକୁ ଏକସତ ଟଙ୍କାରୁ ଅଧିକ ବେତନ(ଅନ୍ୟାନ୍ୟ ଭତ୍ତା ସମେତ) ପାଉଥିବା ସଭ୍ୟଙ୍କ ସେଭଳି ବେତନ କୋରଖ କରାଯାଇ ପ୍ରାପ୍ୟ ପରିମାଣ ଆଦାୟ କରାଯିବ ।

ଧାରା ୧୦୮- ସମିତିର ସଂପତ୍ତିରୁ ସରକାରଙ୍କ ପ୍ରାପ୍ୟ ଅର୍ଥ ଏବଂ ଅନ୍ୟାନ୍ୟ ଆଦାୟ କରାଯିବ

  1. ସରକାରଙ୍କୁ ଦେୟ ସମିତିର ସମସ୍ତ ପରିମାଣ କିମ୍ବା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆଇନ ୩/୧୯୫୬ ଅନୁଯାୟୀ ସ୍ଥାପିତ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆଇନ ଅନ୍ତର୍ଗତ ଯେକୌଣସି ପରିବ୍ୟୟ, ଏଥିନିମନ୍ତେ ଅଡିଟର- ଜେନେରାଲଙ୍କ ଦ୍ଵାରା ଜାରି କରାଯାଇଥିବା ଆଦେଶକୁ ଭିତ୍ତିକରି ୧୦୩ ଧାରାର ଉପଧାରା ୧ର ବ୍ୟବସ୍ଥିତ ବ୍ୟବସ୍ଥାନୁଯାଇ ଆଦାୟ କରାଯିବ ।
  2. ସମିତିଠାରୁ ଆଦାୟଯୋଗ୍ୟ ସମସ୍ତ ପରିମାଣ ଏହି ଆଇନନୁଯଯାଇ ଦିଆଯାଇଥିବା ବିଚାର ଓ ଆଦେଶ ଅନୁଯାଯାଇ ନିମ୍ନଲିଖିତମତେ ଆଦାୟ କରାଯାଇପାରେ ।
    • ସମିତିର ସଂପତ୍ତି
    • ସଦସ୍ୟ ସମୂହଙ୍କଠାରୁ, ଗତସଦସ୍ୟଙ୍କ ଠାରୁ କିମ୍ବା ସମିତିର ମୃତ ସଦସ୍ୟସମୂହଙ୍କର ସଂପତ୍ତିରୁ କିମ୍ବା ସେମାନଙ୍କର ବନ୍ଧକରୁ କିମ୍ବା ସମିତିର ସଦସ୍ୟ ସମୂହ କିମ୍ବା ଗତସଦସ୍ୟ ସମୂହ କିମ୍ବା ମୃତ ସଦସ୍ୟ ସମୂହଙ୍କ ଋଣଗ୍ରସ୍ତତା ମାତ୍ରା ସଂପର୍କରେ ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ ମାତ୍ରା ଓ ଅନୁପାତକୁ ଭିତ୍ତି କରି ଏବଂ ୬୯ ଧାରାର ବ୍ୟବସ୍ଥାନୁଯାୟୀ ସମସ୍ତ ପରିମାଣ ଆଦାୟ କରାଯିବ ।

ସଂଶୋଧନ -୨୦୦୪

ଧାରା ୧୦୮ ର ସଂଶୋଧନ- ମୂଳ ଆଇନରେ ଧାରା  ୧୦୮ ର ଉପଧାରା(୧) ପାଇଁ ନିମ୍ନଲିଖିତ ଉପ- ଧାରା ପ୍ରତିସ୍ଥାପିତ ହେବ, ଯଥା -

  • ସରକାରଙ୍କୁ ସମିତି ଦ୍ଵାରା ଦେୟର ସମସ୍ତ ପରିମାଣ ସମୀକ୍ଷଣ ଦେୟ ବ୍ୟତୀତ କିମ୍ବା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆଇନ  ୩/୧୯୫୫ ଅନୁଯାୟୀ ସ୍ଥାପିତ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡକୁ ଆଇନ ବ୍ୟବସ୍ଥାନୁଯାୟୀ  ଅନ୍ତର୍ଗତ ଯେ କୌଣସି ପରିବ୍ୟୟ ଏବଂ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡକୁ ଆଇନ ବ୍ୟବସ୍ଥାନୁଯାୟୀ ଅନ୍ତର୍ଭୁକ୍ତ ଯେ କୌଣସି ପରିବ୍ୟୟ ଏବଂ ଓଡିଶା ରାଜ୍ୟ ସମବାୟ ଯୁନିଅନ ଲିମିଟେଡକୁ ସମିତିର ଦେୟ ଧାରା ୫୬ ର ଉପଧାରା ୩ ରେ ଉଲ୍ଲିଖିତ ସମବାୟକୁ ପ୍ରଦାନ କରାଯାଇଥିବା ଶିକ୍ଷାପୁଞ୍ଜି  ନିବନ୍ଧକଙ୍କ ଦ୍ଵାରା ୫୬ର ଉପ- ଧାରା ୩ରେ ଉଲ୍ଲେଖିତ ସମବାୟକୁ   ।
  • ଧାରା ୧୦୩ ର ଉପଧାରା (୧) ଅନୁଯାଯାଇ ପ୍ରଦତ୍ତ ସମାନ ରୀତିରେ ସରକାରଙ୍କୁ ସମିତି ଠାରୁ ସମୀକ୍ଷଣ ଦେୟଜ ଶୁକ୍ଳ ଅଡିଟର ଜେନେରାଲଙ୍କ ଦ୍ଵାରା ଦିଆଯାଇଥିବା ଆଦେଶ ବଳରେ ଆଦେଶ ହୋଇପାରିବ । (ସଂଖ୍ୟା ୧୩୪୨୫/ଲେଜିସ,  ତା ୨୩.୧୨.୨୦୦୪)

ଆଧାର- ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate