অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବାଦର ଆପେକ୍ଷ ନିଷ୍ପତ୍ତି

ଧାରା ୬୮- ବିବାଦର ବିଚାର ନିମନ୍ତେ ମଧ୍ୟସ୍ଥ ନିକଟକୁ ପଠାଇବେ

  • ପ୍ରଚଳିତ ଯେକୌଣସି ଆଇନରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଟ୍ରିବ୍ୟୁନାଲକୁ ପଠାଯିବାକୁ ଆବଶ୍ୟକ ହେଉଥିବା ଏକ ବିବାଦ ଭିନ୍ନ ଏକ ସମିତି ଗଠନ, [ପରିଚାଳନା ଅଥବା କାରବାର ସମ୍ପର୍କୀୟ ବିବାଦ ଏବଂ ଶିଳ୍ପବିବାଦ ଆଇନ, ୧୯୪୭ ଅନୁଯାଇ ବିଚାର ହେବାକୁ ଥିବା ଏକ ବିବାଦ] ନିବନ୍ଧକଙ୍କ ନିକଟକୁ ପଠାଯିବ ଯଦି ନିମ୍ନଲିଖିତମାନଙ୍କ ମଧ୍ୟରେ ସେଥିରେ ପକ୍ଷ ଥିବ । ଯଥା -
    1. ସମିତି, ତାହାର କମିଟି, ଅତୀତ କମିଟି, ଯେକୌଣସି ଅତୀତ ଅଥବା ଅଫିସର ଅଥବା ପଢାଧିକାରୀ, ଯେକୌଣସି ଅତୀତ ଅଥବା ବର୍ତ୍ତମାନ ଏଜେଣ୍ଟ,ବର୍ତ୍ତମାନ ଏଜେଣ୍ଟ, ଯେକୌଣସି ଅତିଥି ଅଥବା ବର୍ତ୍ତମାନ କର୍ମଚାରୀ ଅଥବା ସମିତିର ଯେକୌଣସି ମୃତ ଅଫିସର ପଦଧିକାରୀ, ମୃତ ଜେଞ୍ଜେତ ଅଥବା ମୃତ କର୍ମଚାରୀଙ୍କ ଯେକୌଣସି ମନୋନୀତ ବ୍ୟକ୍ତି, ଆଇନତହ ଉତ୍ତରାଧିକାରୀ ଅଥବା ପ୍ରତିନିଧି, ଅଥବା ।
    2. ସମିତି ଏକ ସଭ୍ୟ, ଅତୀତ ସଭ୍ୟ, ଏକ ସଭ୍ୟ ଜରିଆରେ ଦାବି କରୁଥିବା ଏକ ବ୍ୟକ୍ତି ଅତୀତ ସଭ୍ୟ ଅଥବା ମୃତ ସଭ୍ୟ ଅଥବା ଏକ ସମିତି ଯାହାକି ସମିତିର ଏକ ସଭ୍ୟ ।
    3. ଜଣେ ସଭ୍ୟଙ୍କର ଏକ ଜାମିନଡାର, ଅତୀତ ସଭ୍ୟ ଅଥବା, ଏକ ମୃତ ସଭ୍ୟ , ସେପରି ଜାମିନଡାର ସମିତିର ସଭ୍ୟ ଥାଆନ୍ତୁ ବା ନଥାଆନ୍ତୁ, ଅଥବା ।
    4. ଅନ୍ୟ କୌଣସି ସମିତି

ସ୍ପଷ୍ଟୀକାରଣ -୧ – ସମିତି ଦ୍ଵାରା ଅଥବା ସମିତିକୁ , ପ୍ରକରଣ (କ) ଠାରୁ (ଘ) ରେ ଉଲ୍ଲେଖିତ ସମିତି ଅଥବା ଏକ ବ୍ୟକ୍ତିଙ୍କ ଦ୍ଵାରା ଅଥବା ସମିତି ଅଥବା ବ୍ୟକ୍ତିଙ୍କୁ ଦେୟଯୋଗ୍ୟ  ଯେକୌଣସି ଅର୍ଥ ସମ୍ପର୍କରେ ଦାବି , ଯଦିଓ ସେପରି ଦାବି ସ୍ବୀକୃତିପ୍ରାପ୍ତ ତେବେ ଏହା ଧାରର ଅର୍ଥାନୁଯାୟୀ ସମିତିର କାରବାର ସମ୍ପର୍କରେ ଏହା ଏକ ବିବାଦ ଏବଂ  ।

ସ୍ପଷ୍ଟୀକାରଣ -୨- ଅର୍ଥଯୋଗାଣକାରୀ ବ୍ୟାଙ୍କର ଏକ ସଭ୍ୟ ଥିବ ଏକ ଏବଂ ସମିତିକୁ ସେପରି ସଭ୍ୟଙ୍କ ଦ୍ଵାରା କରାଯାଇଥିବା ଏକ ଦାବି ଏହି ଧାରାର ଅର୍ଥାନୁଜଯୀ ଅର୍ଥଯୋଗାଣକାରୀ ବ୍ୟାଙ୍କର କାରବାର ବା ବ୍ୟବସାୟ ସମ୍ପର୍କରେ ଏକ ବିବାଦ   ।

ସ୍ପଷ୍ଟୀକରଣ -୩ – ଜଣେ ବ୍ୟକ୍ତି ଏକ ସମିତିର ଜଣେ ସଭ୍ୟ ଅଛନ୍ତି ଅଥବା ଥିବେ ନୁହନ୍ତି ବା ନଥିଲେ – ଏ ସମ୍ପର୍କୀୟ ପ୍ରଶ୍ନ ଏହି ଧାରାର ଅର୍ଥାନୁଯାୟୀ ବିବାଦ   ।

ସ୍ପଷ୍ଟୀକରଣ -୪- ଏକ ସମିତି ଦ୍ଵାରା ଅଗ୍ରୀମ ଆକାରରେ ଦିଆଯାଇଥିବା ଋଣ ସମ୍ପର୍କରେ ମୁଖ୍ୟ ଋଣୀଠାରୁ ଦେୟ ପେମେଣ୍ଟ ଅଥବା ଯେକୌଣସି ଅର୍ଥ ନିମନ୍ତେ ଜାମିନଦାର ଦ୍ଵାରା କରାଯାଇଥିବା ଏକ ଦାବି ଏହି ଧାରାର ଅର୍ଥାନୁଯାୟୀ ଏକ ବିବାଦ   ।

ସ୍ପଷ୍ଟୀକରଣ -୫- ଜଣେ ବ୍ୟକ୍ତି ଅଥବା ତାଙ୍କ ପରିବାରର ଯେକୌଣସି ସଦସ୍ୟଙ୍କ ଦ୍ଵାରା ଚଳାଯାଉଥିବା ବ୍ୟବସାୟ ସମିତିର ବ୍ୟବସାୟ ଅଥବା ହିତ ବା ସ୍ଵାର୍ଥ ପ୍ରତି ହାନିକାର କି ନୁହେଁ , ଏ ସମ୍ପର୍କୀୟ ପ୍ରଶ୍ନ – ଏହି ଧାରାର ଅର୍ଥାନୁଯାୟୀ ଏକ ବିବାଦ   ।

  • ଉପ- ଧାରା (୧) ଅନୁଯାୟୀ କୌଣସି ବ୍ୟକ୍ତି ସମିତି, ଅର୍ଥଯୋଗାଣକରି ବ୍ୟାଙ୍କ ଅଥବା ନିବନ୍ଧକଙ୍କ ନିକଟକୁ ପଠାଇଥିବା ବିବାଦ ପାଇଁ ନିର୍ଧାରିତ ପରିମାଣର ଅଗ୍ରୀମ ଫିସ ଜମା କରିବେ  ।
  • ଏହି ଧାରାନୁଯଯାଇ ପଠାଯାଇଥିବା ବିବାଦ ଏକ ସମିତିର ଗଠନ, ପରିଚାଳନା କିମ୍ବା ବ୍ୟବସାୟ ସମ୍ପର୍କୀୟ କି ନା ସଂପର୍କରେ ଉତଥାପିଟ ପ୍ରଶ୍ନରୂପକ ବିବାଦରେ ନିବନ୍ଧକଙ୍କ ନିଷ୍ପତି ଚୁଡାନ୍ତ ହେବ ଏବଂ ଏ ସଂପର୍କରେ କୌଣସି ଅଦାଲତରେ ଆଶ୍ରୟ ନିଆଯାଇପାରିବନାହିଁ  ।
  • କୌଣସି ସମିତିର ସଭ୍ୟମାନଙ୍କ ଠାରୁ ପ୍ରାପ୍ୟ ଆଦାୟ ସମ୍ପର୍କୀୟ ବିବାଦ ନିବନ୍ଧକଙ୍କ ନିକଟକୁ ପଠାଇବାରେ ଏପରି ସମିତି କୌଣସି ଅର୍ଥ- ଯୋଗାଣକାରୀ ବ୍ୟାଙ୍କରୁ ଏହି ଧାରାର କୌଣସି ବ୍ୟବସ୍ଥା ବଞ୍ଚିତ କରିପାରିବ ନାହିଁ   ।

ସଂଶୋଧନ -୨୦୦୪

ଧାରା ୬୮- ର ସଂଶୋଧନ ମୂଳ ଆଇନରେ ଧାରା ୬୮ର ଉପଧାରା (୧) ରେ ସଂଖ୍ୟା “୧୯୪୭ “ ପରେ ଏବଂ ଶବ୍ଦାବଳି ପୂର୍ବରୁ “ ଶବ୍ଦାବଳି ଏବଂ ସଂଖ୍ୟା “ ଉଲ୍ଲିଖିତ ହେବ ଏବଂ ଧାରା ୫୬ର ଉପ- ଧାରା (୩) ରେ ଉଲ୍ଲିଖିତ ସମବାୟ ଶିକ୍ଷା ପୁଞ୍ଜିକୁ ପ୍ରଦାନ କରାଯାଇଥିବା ଅପରିଶୋଧ ସମ୍ବନ୍ଧୀୟ ବିବାଦ ସନ୍ନିବିଷ୍ଟ ହେବ ।(ସଂଶୋଧନ ୧୩୪୨୫/ଲେଜିସ,  ତା ୨୩.୧୨.୨୦୦୪)

ଧାରା ୬୯- ପରିସୀମା

  1. ଯେତେବେଳେ ଏକ ସମିତି କିମ୍ବା ଏହାର କମିଟି ଏବଂ କୌଣସି ଅତୀତ କମିଟି, କୌଣସି ଅତୀତ ଅଫିସର, ଅତୀତ ଅଜ୍ୟୋଷ୍ଟ କିମ୍ବା ଅତୀତ କର୍ମଚାରୀ ଅଥବା ମନୋନୀତ ବ୍ୟକ୍ତି, ଉତ୍ତରାଧିକାରୀ କିମ୍ବା ସମିତି କୌଣସି ମୃତ ଅଧିକାରୀ, ମୃତ ଏଜେଣ୍ଟ ଅଥବା ମୃତ କର୍ମଚାରୀଙ୍କର ଆଇନସିଦ୍ଧ ପ୍ରତିନିଧିଙ୍କ ମଧ୍ୟରେ ବିବାଦ ଉପୁଜିବ ଏବଂ ଯେତେବେଳେ ସେହି ବିବାଦର ସମ୍ପୃକ୍ତ ଦୁଇପକ୍ଷଙ୍କ ମଧ୍ୟରୁ ଏକ ପକ୍ଷ ଦ୍ଵାରା କୌଣସି କାର୍ଯ୍ୟ ବା ଅବହେଳା ଯୋଗୁଁ ବିବାଦଟି ଉପୁଜିଥିବ, ସେତେବେଳେ ଏପରି କାର୍ଯ୍ୟ ବା ଅବହେଳା ହୋଇଥିବା ତାରିଖଠାରୁ ୪ ବର୍ଷ ସମୟ ହିଁ ପରିସୀମା ଅଟେ । ପ୍ରଥମତଃ ସେଭଳି ବିବାଦର ସତ୍ୟାସତ ଉଦଘାଟନ, ସମିତି ଯାଞ୍ଚ ଅନୁସନ୍ଧାନ, ଅଡିଟ ଅଥବା ସମିତି ସମାପନ ସମୟରେ କରାଯିବ ।
  2. ସେତେବେଳେ ଏକ ସମିତିର ଜଣେ ସଭ୍ୟଙ୍କରର ସେହି ସମିତିକୁ କୌଣସି ଦେୟ (ସୁଧ ଯଦି ଦେବାର ଥାଏ, ତେବେ ସୁଧ ସହ )ସଂପର୍କରେ ବିବାଦ ଉପୁଜିଥାଏ ସେତେବେଳେ ସେହି ସଭ୍ୟଙ୍କର ମୃତ୍ୟୁ ପରେ କିମ୍ବା ସଭ୍ୟ ପଦରୁ ଯିବା ତାରିଖ ଠାରୁ ୪ ବର୍ଷ ମଧ୍ୟରେ ବିଚାର ପାଇଁ ପଠାଯିବ ।

ଧାରା ୭୦- ବିବାଦର ଆପୋଷ ନିଷ୍ପତି ନିମନ୍ତେ ମଧ୍ୟସ୍ଥ ନିକଟକୁ ଉଲ୍ଲେଖ କରିବା

  1. ୬୯ ଧାରା ଅନୁସାରେ ନିବନ୍ଧନକୁ ଏକ ବିବାଦର ଆପୋଷ ନିଷ୍ପତି ପାଇଁ ଉଲ୍ଲେଖ କରାଯାଇଥିଲେ, ସେ
    • ନିଜ ବିବାଦଟି ନିଷ୍ପତି କରିପାରିବେ, କିମ୍ବା
    • ରାଜ୍ୟ ସରକାରଙ୍କ ଦ୍ଵାରା ସେ ସଂପର୍କରେ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ନିକଟକୁ ସେହି ବିବାଦଟିର ନିଷ୍ପତି ପାଇଁ ହସ୍ତାନ୍ତର କରିପାରିବେ, କିମ୍ବା
    • ନିବନ୍ଧନଙ୍କ ଦ୍ଵାରା ନିଯୁକ୍ତ ମଧ୍ୟସ୍ଥଙ୍କ ନିକଟକୁ ବିବାଦଟି ଆପୋଷ ନିଷ୍ପତିପାଇଁ ପଠାଇ ପାରିବେ ।
  2. ଉପଧାରା (୧)ର ପ୍ରକରଣ (ଖ ୦ ଅନୁଯାୟୀ ହସ୍ତାନ୍ତରିତ କିମ୍ବା ଉକ୍ତ ଧାରାର ପ୍ରକରଣ (ଗ) ଅନୁଯାୟୀ ପଠାଯାଇଥିବା ନିବନ୍ଧକ ପ୍ରତ୍ୟାହାର କରିପାରିବେ ଏବଂ ତାହାର ନିଷ୍ପତି ନିଜେ କରିପାରିବେ କିମ୍ବା ସେହିପରି କ୍ଷମତାପ୍ରାପ୍ତ ବ୍ୟକ୍ତି ଅଥବା ମଧ୍ୟସ୍ଥ ବିବାଦଟିର ନିଷ୍ପତି ପାଇଁ ହସ୍ତାନ୍ତର କରିପାରିବେ ।
  3. ଏହି ଧାରାନୁସାରେ ନିବନ୍ଧକଙ୍କୁ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଏହି ବିବାଦର ନିଷ୍ପତି ପାଇଁ ନିବେଦନ କରାଯାଇଥିଲେ, ସେମାନେ ବିବାଦଟି ବିଚାରଧିନ ଥିବାବେଳେ ନ୍ୟାୟ ଦ୍ରୁଷ୍ଟିରୁ ଆବଶ୍ୟକ ମନେକଲେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେସେ ଦେଇପାରିବେ ।

ଧାରା ୭୧ – ଏକାନୁବର୍ତ୍ତୀ ହିନ୍ଦୁପରିବାରର ବ୍ୟକ୍ତିଙ୍କ ଦ୍ଵାରା ଋଣ ଗ୍ରହଣ କିମ୍ବା  ବନ୍ଧକ ସଂପାଦାନ

୭୦ ଧାରା ଅନୁସାରେ ଏକ ବିବାଦର ନିଷ୍ପତି ହେବା ସମୟ ମଧ୍ୟରେ କିମ୍ବା ଏହି ଆଇନାନୁସାରେ ଏକ ଫୌଜଦାରି କିମ୍ବା ଦେୱାନୀ ମୋକଦ୍ଦମା ହୋଇଥିଲେ ,  ହୋଇଥିଲେ ଏକ ସମିତିର ସପକ୍ଷରେ ଏକ ବନ୍ଧକ ସଂପାଦାନ କରାଯାଇଥିଲେ ଅଥବା ସମିତିରୁ ଋଣ ନିଆଯାଇଥିଲେ ଏବଂ ଏହି ଆଇନ ଆରମ୍ଭ ପୂର୍ବରୁ କିମ୍ବା ପରେ ଏହା  ହୋଇଥିଲେ ,  ଏହି ବିରୁଦ୍ଧରେ ମାମଲା ଦାଏର କରାଯାଇପାରିବ   । ଏପରି ମାମଲାର କାରଣ ସ୍ୱରୂପ ଏହା ଦର୍ଶାଯାଇପାରେ  ଯେ ଉପରୋକ୍ତ ଋଣ ଗ୍ରହଣ କିମ୍ବା ବନ୍ଧକ ସଂପାଦାନ ଏକ ଏକାନ୍ନୁବର୍ତ୍ତୀ ହିନ୍ଦୁ ପରିବାରର କର୍ତ୍ତାଙ୍କ ଦ୍ଵାରା କରାଯାଇଛି, ଯାହାକି ସେହି ପରିବାରର ସାବାଳକ କିମ୍ବା ନାବାଳକ ବ୍ୟକ୍ତିଙ୍କର ଦାୟିତ୍ଵ ଉଦ୍ଦେଶ୍ୟରେ କରାଯାଇନାହିଁ ।  ଅନ୍ୟ କୌଣସି ବ୍ୟବସ୍ଥା ସତ୍ତ୍ୱେ, ଏହା ପ୍ରମାଣ କରିବାର ଦାୟିତ୍ଵ ଏପରି ଋଣ- ଗ୍ରହଣ କିମ୍ବା ବନ୍ଧକ ସଂପାଦାନ କରିଥିବା ପକ୍ଷଙ୍କ ଉପରେ ନିହତ ।

ଆଧାର ଦ ଲ ହାଉସ

Last Modified : 7/17/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate