অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବିଧ

ବିବିଧ

  1. ଧାରା -୧୧୭ – “ସମବାୟ“ ପଦବୀ ବ୍ୟବହାର ବିରୁଦ୍ଧରେ ପ୍ରତିଷେଧକ ବ୍ୟବସ୍ଥା
  2. ଧାରା  ୧୧୮- ସମିତିର ଠିକଣା
  3. ଧାରା ୧୧୯- ଆଇନ,ନିୟମଏବଂ ଉପବିଧିର ନକଲ ସୁପାରିସ ପାଇଁ ଖୋଲାଜୀବ
  4. ଧାରା – ୧୨୦- ଦେୱାନୀ ଅଦାଲତର କ୍ଷମତା
  5. ଧାରା ୧୨୧ - ଅଦାଲତର ଅଧିକାରୀ କ୍ଷେତ୍ରରେ ବାଧା
  6. ଧାରା ୧୨୨- ନିବନ୍ଧକ ସର୍ତ୍ତାବଳୀରୁ ସମିତିକୁ ମୁକ୍ତ କରିବା କ୍ଷମତା
  7. ଧାରା -୧୨୩ - ସମିତି ସମୂହଙ୍କୁ ମୁକ୍ତ କରିବାର କ୍ଷମତା
  8. ଧାରା ୧୨୪ – ସଦସ୍ୟସମୂହଙ୍କ ନିବନ୍ଧକ
  9. ଧାରା ୧୨୫ - ସମିତି ବହିରେ ଲିଖିତ ବିଷୟବସ୍ତୁର ପ୍ରମାଣ
  10. ଧାରା ୧୨୬ - ଏହି ଆଇନ ଅନୁଯାଇ ନୋଟିସ ପରିବେଷଣ
  11. ଧାରା ୧୨୭ - (ଆଇନ ୨୮/୧୯୯୧ ଦ୍ଵାରା ବିଲୁପ୍ତ)
  12. ଧାରା  ୧୨୯- କ୍ଷତିପୂରଣ
  13. ଧାରା ୧୩୦- ନିବନ୍ଧକ ଏବଂ ଅଡିଟର
  14. ଧାରା - ୧୩୧ ଏବଂ ୧୩୨
  15. ଧାରା ୧୩୩ - ପ୍ରଚଳିତ ବା ବିଦ୍ୟମାନ ସମିତିସମୂହଙ୍କ ଲକ୍ଷ୍ୟ
  16. ଧାରା ୧୩୪ – ନିୟମାବଳୀ ନିର୍ଣ୍ଣୟ କରିବାର କ୍ଷମତା
  17. ଧାରା - ୧୩୫ ଏବଂ ୧୩୬
  18. ଧାରା - ୧୩୭ ଏବଂ ୧୩୮
  19. ଅନୁସୂଚୀ – ୧, (ଧାରା ୧୦୩ (୪)ଦ୍ରଷ୍ଟବ୍ୟ)

ଧାରା -୧୧୭ – “ସମବାୟ“ ପଦବୀ ବ୍ୟବହାର ବିରୁଦ୍ଧରେ ପ୍ରତିଷେଧକ ବ୍ୟବସ୍ଥା

ସମିତି ଭିନ୍ନ କୌଣସି ବ୍ୟକ୍ତି “ସମବାୟ“ ପଦବୀ କିମ୍ବା ଅନ୍ୟକୌଣସି ନାମ କିମ୍ବା ସମତୁଲ୍ୟ ଅନ୍ୟାନ୍ୟ ଭାରତୀୟ ଭାଷାରେ ବାଣିଜ୍ୟ ଅଥବା ବ୍ୟବସାୟ କରିପାରିବେ ନାହିଁ   ।

ଉଲ୍ଲେଖଥାଉକି, ସମବାୟ ସମିତି ଆଇନ ୨/୧୯୧୨ କାର୍ଯ୍ୟକରି ହେବା ତାରିଖଠାରୁ ଯଦି କୌଣସି ବ୍ୟକ୍ତି କିମ୍ବା ତାର ଉତ୍ତରାଧିକାରୀ ସେଭଳି ପଦବୀ ବ୍ୟବହାର କରି ବାଣିଜ୍ୟ ବ୍ୟବସାୟ ଆରମ୍ଭ କରେ ତେବେ ଏହି ଧାରାର କୌଣସି ବିଷୟବସ୍ତୁ ତା ପ୍ରତି ପ୍ରଯୁଜ୍ୟ ହେବ ନାହିଁ ।

ସଂଶୋଧନ - ୨୦୦୪

ଧାରା ୧୧୭ - ର ସଂଶୋଧନ- ମୂଳ ଆଇନରେ, ଧାରା  ୧୧୭ରେ  “ଭାରତୀୟ ଭାଷା ଏବଂ ଅଂଶ “ଶବ୍ଦାବଳୀ ପରେ“ ସରକାରଙ୍କ ମଞ୍ଜୁରୀ ବିନା“ ଶବ୍ଦାବଳୀ ସନ୍ନିବିଷ୍ଟ ହେବ।(ସଂଖ୍ୟା  ୧୩୪୨୫/ଲେଜିସ ,ତା ୨୩.୧୨.୨୦୦୪)

ଧାରା  ୧୧୮- ସମିତିର ଠିକଣା

ନିୟମାନୁଯାଇ ପ୍ରତ୍ୟେକ ନିବନ୍ଧକ ସମିତିର ଠିକଣା ରହିବ ଏବଂ ଉପରୋକ୍ତ ଠିକଣାନୁଯାୟୀ ସମସ୍ତ ନୋଟିସ ଓ ଯୋଗାଯୋଗ ପଠାଯିବ ଏବଂ ଯଦି ଠିକଣା ପରିବର୍ତ୍ତନ କରାଯାଏ ତେବେ ସେଭଳି ପରିବର୍ତ୍ତନର ୩୦ ଦିନ ମଧ୍ୟରେ ତାହା ନିବନ୍ଧକଙ୍କୁ ଯାଇ ଦିଆଯିବ   ।

ଧାରା ୧୧୯- ଆଇନ,ନିୟମଏବଂ ଉପବିଧିର ନକଲ ସୁପାରିସ ପାଇଁ ଖୋଲାଜୀବ

ପ୍ରତ୍ୟେକ ସମିତି,  ସୁପାରିସ ଉଦ୍ଦେଶ୍ୟରେ ଆଇନ ନିୟମ ଏବଂ ଉପବିଧିର ନକଲ ରଖିବେ । ସେଭଳି  ନକଲ ସମିତିର ପ୍ରତ୍ୟେକ ନିବନ୍ଧକ ଅଫିସରରୁ ବିନା ମୂଲ୍ୟରେ ଯୁକ୍ତିଯୁକ୍ତ ସମୟ ମଧ୍ୟରେ ମିଳିପାରିବ ।

ଧାରା – ୧୨୦- ଦେୱାନୀ ଅଦାଲତର କ୍ଷମତା

ଏହି ଆଇନ ଦ୍ଵାରା ଅଥବା ଅନୁଯାଯାଇ ତାହା ଉପରେ ପ୍ରଦତ୍ତ କ୍ଷମତା ପ୍ରୟୋଗ ସମୟରେ,  ନିବନ୍ଧକ, ଅଡିଟର - ଜେନେରାଲ ନିବନ୍ଧକ ଅଥବା ଅଡିଟର – ଜେନେରାଲଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି,  ଏକ ନିକାସକାରୀ ଅଥବା ଏକ ଆର୍ବିଟ୍ରେଟର ଅଥବା ଏହି ଆଇନ ଅନୁଯାଇ ଏକ ବିବାଦ ନିସ୍ପତି ଅଥବା ଅଡିଟ, ଅଧିଭାର କାର୍ଯ୍ୟଧାରା ଇନିସପେକସନ ଅଥବା ଇନକ୍ଵାରୀ ପରିଚାଳନା କରୁଥିବା ଯେକୌଣସି କର୍ତ୍ତୃପକ୍ଷଙ୍କର ନିମ୍ନଲିଖିତ ବିଷୟବସ୍ତୁ ସମ୍ପର୍କରେ ଦେୱାନୀ କାର୍ଯ୍ୟବିଧି ଆଇନ  ୧୯୦୮ ଅନୁଯାଯାଇ ଏକ ଦେୱାନୀ ଅଦାଲତରେ କ୍ଷମତା ଭଳି ସମସ୍ତ କ୍ଷମତା ରହିବ  ।  ଯଥା  -

  • ଯେକୌଣସି ବ୍ୟକ୍ତିଙ୍କୁ ସମନ କରିପାରିବେ ଅଥବା ଉପସ୍ଥିତ କରାଇବେ ଅଥବା ଶପଥ ଦ୍ଵାରା ତାଙ୍କୁ ପରୀକ୍ଷା କରିବେ।
  • ଯେକୌଣସି ଦଲିଲ - ଦସ୍ତାବିଜର ଉଦଘାଟନ ଅଥବା ଦାଖଲ କରିବାକୁ ଆବଶ୍ୟକ କରିପାରିବେ ।
  • ଶପଥପତ୍ର ଦ୍ଵାରା ତଥ୍ୟାବଳିର ପ୍ରମାଣ; ଏବଂ
  • ସାକ୍ଷୀମାନଙ୍କୁ ପରୀକ୍ଷା କରିବାକୁ କମିଶନ ଜାରୀ କରିବେ ।
  • ଶପଥପାଠ କ୍ଷେତ୍ରରେ ନିବନ୍ଧକ ଅଡିଟର - ଜେନେରାଲ ଅଥବା  ନିବନ୍ଧକ ଅଡିଟର - ଜେନେରାଲଙ୍କ ଦ୍ଵାରା ନିଯୁକ୍ତ ଅଥବା  କ୍ଷମତାପ୍ରାପ୍ତ  ଯେକୌଣସି ବ୍ୟକ୍ତି ଅଥବା ଏହି ଆଇନାନୁଯଯାଇ ଏକ ବିବାଦ ମୀମାଂସା ଅଥବା ଅଧିଭାର କାର୍ଯ୍ୟଧାରା ଅଥବା ଯେକୋଣସି ଅଡିଟ, ଇନିସପେକସନ ଅଥବା ଇନକ୍ଵାରୀ ପରିଚାଳନା କରୁଥିବା ଯେକୌଣସି କର୍ତ୍ତୃପକ୍ଷ, ଅଥବା ଏକ ସମିତିର ନିକାସକାରୀ ହୁଏତ ଶପଥକାରୀଙ୍କ ଶପଥ କରାଇବେ ।

ଧାରା ୧୨୧ - ଅଦାଲତର ଅଧିକାରୀ କ୍ଷେତ୍ରରେ ବାଧା

ଏହି ଆଇନ ଅଧିନସ୍ଥ ବ୍ୟବସ୍ଥା ବ୍ୟତୀତ କୌଣସି ଦେବାଣୀ ଅଥବା ଅରଜସ୍ଵ ଅଦାଲତର, ଏହି ଆଇନ, ନିୟମାବଳି ଅନୁଯାୟୀ ଗ୍ରହଣ କରାଯାଇଥିବା ଯେକୌଣସି କାର୍ଯ୍ୟଧାରା ଅଥବା ଦିଆଯାଇଥିବା ଯେକୌଣସି ଆଦେଶ (ଅର୍ଡର), ନିଷ୍ପତ୍ତି ନିର୍ଦ୍ଧାରଣ ଅଥବା ଅର୍ୱାର୍ଡ ସମ୍ପର୍କୀୟ କୌଣସି କାରଣରୁ କୌଣସି କ୍ଷେତ୍ରାଧିକାର ରହିବ ନାହିଁ ।

ଧାରା ୧୨୨- ନିବନ୍ଧକ ସର୍ତ୍ତାବଳୀରୁ ସମିତିକୁ ମୁକ୍ତ କରିବା କ୍ଷମତା

ଏହି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ , ରାଜ୍ୟ ସାକାର ପ୍ରତ୍ୟେକ ବିଷୟ ଏବଂ ସର୍ତ୍ତକୁ ଭିତ୍ତି କରି ବିଶେଷ ଆଦେଶ ଦ୍ଵାରା ନିବନ୍ଧନକୁ ଏହି ଆଇନର ଆବଶ୍ୟକତାନୁଯାୟୀ ନ୍ୟସ୍ତ କରାଯାଇଥିବା ସମସ୍ତ ସର୍ତ୍ତରୁ ଯେକୌଣସି ସମିତିକୁ ମୁକ୍ତ କରିପାରନ୍ତି  ।

ଧାରା -୧୨୩ - ସମିତି ସମୂହଙ୍କୁ ମୁକ୍ତ କରିବାର କ୍ଷମତା

ରାଜ୍ୟ ସରକାର ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା, ଯେକୌଣସି ସମିତି କିମ୍ବା ସମିତି ସମୂହଙ୍କୁ ଏହି ଆଇନର ଯେକୌଣସି [ବ୍ୟବସ୍ଥାର ମୁକ୍ତ କରିପାରନ୍ତି ] କିମ୍ବା ଆଦେଶରେ ନିର୍ଦ୍ଧିଷ୍ଟ କରାଯାଇଥିବା ପରିବର୍ତ୍ତନ ସହ ସେଭଳି ବ୍ୟବସ୍ଥା ଉପରୋକ୍ତ ସମିତି କିମ୍ବା ସମିତି ସମୂହଙ୍କ ଉପରେ ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି ।

ଧାରା - ୧୨୩ - କ - ନିରୀକ୍ଷଣ ତଦନ୍ତ ଏବଂ ନିର୍ଦ୍ଦେଶନାମା ଜାରୀ କରିବାକୁ କ୍ଷମତା –

  1. ଏହି ଆଇନରେ ଆନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଯଦି ରାଜ୍ୟ ସରକାର  ସନ୍ତୁଷ୍ଟ ହୁଅନ୍ତି ଯେ -
    • ଜନ ସାଧାରଣଙ୍କ ହିତଦ୍ରୁଷ୍ଟିରୁ , ଅଥବା
    • ଉତ୍ପାଦନ, ମାର୍କେଟିଙ୍ଗ  ଅଥବା ଜମା ଆଧାର (କ୍ରେଡିଟ ସପୋର୍ଟ) ଭଳି ସମ୍ବଳିତ କୋ - ଅପରେଟିଭ କାର୍ଯ୍ୟକଳାପ ମଧ୍ୟରେ ସଂଯୋଗ ଅଥବା ସମନ୍ଵୟରେ ଉପଯୁକ୍ତ ସୁରକ୍ଷାର ହିତଦ୍ରୁଷ୍ଟିରୁ, ଅଥବା
      • ସରକାରଙ୍କ ଦ୍ଵାରା ଅନୁମୋଦନ ଅଥବା ସ୍ଵୀକୃତି ପାଇଥିବା ସମବାୟ ଉତ୍ପାଦନ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରୋଗ୍ରାମ କାର୍ଯ୍ୟକାରୀ କରାଇବା ଦ୍ରୁଷ୍ଟିରୁ, ଅଥବା
      • ସାଧାରଣତଃ କୌଣସି ସମିତି ଅଥବା ସମିତି ସମୂହର କାରବାର ବା ବ୍ୟବସାୟର ଉପଯୁକ୍ତ ପରିଚାଳନା ଦୃଷ୍ଟିରୁ ଅଥବା ତାହାର ସଦସ୍ୟ, ଜମାକରି ଅଥବା ସାହୁକାର ବା ମହାଜନମନଙ୍କର ହିତ ପ୍ରତି ହାନିକାରଣ ହେଉଥିବା ପରିଚାଳିତ ପଦ୍ଧତିରୁ ଯେକୌଣସି ସମିତି ଅଥବା ସମିତି ସମୂହର ବିଷୟବସ୍ତୁ ନିବାରଣ କରିବା ଦ୍ରୁଷ୍ଟିରୁ –

    ଯେକୌଣସି ସମିତି ଅଥବା ସମୂହ ତାହାର କମିଟି ଅଥବା କମିଟିଗୁଡିକ ନିର୍ଦ୍ଦେଶପତ୍ର ଜାରୀ କରିବାକୁ ଅଥବା ଯେକୌଣସି ସମିତିସମୂହର ରେକର୍ଡ ନିରୀକ୍ଷଣ ଅଥବା ବିଷୟବସ୍ତୁର ତଦାରଖ କରିବାକୁ ସରକକରଙ୍କ ନିମନ୍ତେ ଆବଶ୍ୟକ ।  ସରକାର ହୁଏତ, ସେପରି ସମିତି ଅଥବା ସମିତିସମୂହ ଅଥବା ତାହାର କମିଟି ଅଥବା କମିଟିଗୁଡିକ ଯାହା ଉପଯୁକ୍ତ ବିବେଚନା କରିବେ ସେପରି ନିର୍ଦ୍ଦେଶପତ୍ର ଇସୁ କରିପାରନ୍ତି ଅଥବା ଆବଶ୍ୟକମତେ ଇନିସପେକସାନ ଅଥବା ଇନକ୍ଵାରୀ କରିପାରନ୍ତି ଅଥବା ସେପରି ଇନିସପେକସାନ ଅଥବା ଇନକ୍ଵାରୀ କରିବାକୁ ଏଥିନିମନ୍ତେ ଲିଖିତକାରରେ ଯେକୌଣସି ବ୍ୟକ୍ତି କ୍ଷମତାପନ୍ନ କରିପାରନ୍ତି ଏବଂ ସମିତି ଅଥବା ସମିତି ଅଥବା ସମିତି ସମୂହ ତାହାର କମିଟି ଅଥବା କମିଟି ଗୁଡିକ ସେପରି ନିର୍ଦ୍ଦେଶପତ୍ର , ଇନିସପେକସାନ ଅଥବା ଇନକ୍ଵାରୀକୁ ଭିତ୍ତିକରି ଏ ସଂପର୍କରେ ସରକାରଙ୍କ ଦ୍ଵାରା ଉଲ୍ଲେଖିତ ପଦ୍ଧତି ଏବଂ ସମୟ ମଧ୍ୟରେ ସେପରି ନିର୍ଦ୍ଦେଶପତ୍ର , ଇନିସପେକସାନ ଅଥବା ଇନକ୍ଵାରୀର ଫଳାଫଳ ସହିତ ପାଳନ କରିବାର କର୍ତ୍ତବ୍ୟ ଅଟେ   ।

  2. ଉପ- ଧାରା (୧) ଅନୁଯାୟୀ ଇସୁ କରାଯାଇଥିବା ନିର୍ଦ୍ଦେଶପତ୍ର ଅଥବା କରାଯାଇଥିବା ଫଳାଫଳ ସହିତ ପାଳନ କରିବାକୁ ଅସଫଳ କ୍ଷେତ୍ରରେ ସରକାର ହୁଏତ ନିବନ୍ଧକ ଉପଯୁକ୍ତ ବିବେଚନା କଲେ ସମ୍ପୃକ୍ତି କମିଟି କଥାବା କମିଟିଗୁଡିକ ଅପସାରଣ ସମେତ ନିର୍ଦ୍ଦେଶପତ୍ର ଅଥବା ଫଳାଫଳ ର ଉପଯୁକ୍ତ ପାଳନ ନିମନ୍ତେ ସେପରି କୌଣସି ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରିବାକୁ ନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି ଏବଂ ତତପରେ ନିବନ୍ଧକ ତତକ୍ଷଣାତ ସେପରି ବ୍ୟବସ୍ଥା ଗ୍ରହଣ କରିପାରନ୍ତି   ।
  3. ଉଲ୍ଲେଖଥାଉକି, ସମିତି ଅଥବା ସମିତି ସମୂହ ତାହାର କମିଟି ଅଥବା ଆବଶ୍ୟକସ୍ଥଳେ କମିଟିଗୁଡିକ, ବ୍ୟବସ୍ଥା ଦ୍ଵାରା ଯେଉଁମାନେ ସମ୍ଭବତଃ ପ୍ରଭାବିତ ହେବ, ଶୁଣାଣୀ ନିମନ୍ତେ ଉପଯୁକ୍ତ ସୁବିଧା ସୁଯୋଗ ନ ଦେଇ ନିବନ୍ଧକଙ୍କ ଦ୍ଵାରା ଯେଉଁମାନେ ସମ୍ଭବତଃ ପ୍ରଭାବିତ ହେବେ, ଶୁଣାଣୀ ନିମନ୍ତେ ଉପଯୁକ୍ତ ସୁବିଧା ସୁଯୋଗ ନ ଦେଇ ନିବନ୍ଧକଙ୍କ ଦ୍ଵାରା ସେପରି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ନ ହିନ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଯେଉଁଠାରେ ଏହି ଉପ - ଧାରା ଅନୁଯାଯାଇ କୌଣସି କମିଟି ଅପସରିତ ହୋଇଥାଏ, ସେପରି ଅପସାରଣ ତାରିଖ ଓ ତାରିଖରୁ ସ୍ମୟତିର ପରିଚାଳନା ଭାର ନିବନ୍ଧକଙ୍କ ଉପରେ ନ୍ୟସ୍ତ କରାଯାଇଥାଏ ସେ କ୍ଷେତ୍ରରେ ସେପରି ନ୍ୟସ୍ତକୁ ଭିତ୍ତି କରି ଧାରା  ୨୮- ର ଉପ- ଧାରା (୧- ଖ) ର ପ୍ରକରଣ  (I) ର ବ୍ୟବସ୍ଥାସମୂହ ଆବଶ୍ୟକ ପରିବର୍ତ୍ତନ ସହିତ ସମିତିର ବିଷୟବସ୍ତୁ ପରିଚାଳନା ଏବଂ ତାହାର କମିଟିର ଗଠନ ସଂପର୍କରେ ପ୍ରଯୁଜ୍ୟ ହେବ  ।

    • ପ୍ରକରଣ (କ) ଅନୁଯାୟୀ ନିବନ୍ଧକଙ୍କ ଦ୍ଵାରା ଗରହଣ କରାଯାଇଥିବା ଯେକୌଣସି ବ୍ୟବସ୍ଥା, ସମ୍ପୃକ୍ତ ସମିତି ଅଥବା ସମିତିସମୂହ ଅଥବା ଆବଶ୍ୟକସ୍ଥଳେ ତାହାର କମିଟି ଅଥବା କମିଟିଗୁଡିକ ଦ୍ଵାରା ଯଥାବିଧିରୂପେ ଗ୍ରହଣ କରାଯାଇଥିବା ଏକ ବ୍ୟବସ୍ଥା ବୋଲି ମନେ କରାଯାଇବ ।
  4. ଉପ-ଧାରା  (୧) ଅନୁଯାୟୀ ଯେତେବେଳେ କୌଣସି ଇନିସପେକସାନ ଅଥବା ଇନକ୍ଵାରୀ କରାଯାଉଥିବା ସେତେବେଳେ ରାଜ୍ୟ ସରକାର ଅଥବା ଏଥିନିମନ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କର ସେପରି ସମାନ କ୍ଷମତା ରହିବ ଯେପରି ନିବନ୍ଧକ ନିମ୍ନଲିଖିତ ଭାବେ ପ୍ରୟୋଗ କରିବାକୁ କ୍ଷମତାପନ୍ନ ଅଟନ୍ତି  ।  ଯଥା   -
    • ସେପରି ଇନିସପେକସାନର ଉଦ୍ଦେଶ୍ୟ ନିମନ୍ତେ ଧାରା  ୬୪ ଅନୁଯାୟୀ ଏବଂ
    • ସେପରି ଇନକ୍ଵାରୀ ଉଦ୍ଦେଶ୍ୟ ନିମନ୍ତେ ଧାରା  ୬୫ ଅନୁଯାୟୀ ।

ଧାରା ୧୨୪ – ସଦସ୍ୟସମୂହଙ୍କ ନିବନ୍ଧକ

ଯେକୌଣସି ନିବନ୍ଧକ କିମ୍ବା ସଭ୍ୟସମୂହ ତାଲିକା କିମ୍ବା ସମିତି ଦ୍ଵାରା ରଖାଯାଇଥିବା ଲାଭାଂଶ, ବାହ୍ୟତଃ ବା ଆପାତତଃ ପ୍ରତ୍ୟେକ୍ଷ ପ୍ରମାଣ ସେଥିରେ ଲିଖିତ କରାଯାଇଥିବା ନିମ୍ନଲିଖିତ ବିଷୟ ମଧ୍ୟ ବାହ୍ୟତଃ ବା ଆପାତତଃ ପ୍ରତ୍ୟକ୍ଷ ପ୍ରମାଣ ରୂପେ ବିବେଚିତ ହେବ । ଯଥା   -

  • ରେଜିଷ୍ଟ୍ରେରରେ ଯେକୌଣସି ବ୍ୟକ୍ତିଙ୍କର ନାମ ଲିଖିତ ତାରିଖ କିମ୍ବା ସଦସ୍ୟ ତାଲିକା ।
  • ସେଭଳି ବ୍ୟକ୍ତି ସଭ୍ୟପଦରୁ ଓହରିଯିବାର ତଦାରଖ  ।

ଧାରା ୧୨୫ - ସମିତି ବହିରେ ଲିଖିତ ବିଷୟବସ୍ତୁର ପ୍ରମାଣ

  1. ବ୍ୟବସାୟ ସମୟରେ ନିୟମିତ ରୂପେ ସମିତି ବହିରେ ଲିଖିତ ପ୍ରତ୍ୟେକ ବିଷୟବସ୍ତୁରେ ନିର୍ଦ୍ଦେଶିତ ରୀତିରେ କରାଯାଇଥିବା ପ୍ରମାଣିତ ପ୍ରତିଲିପି ବା ନକଲ ଯେକୌଣସି ମାମଲା ସମ୍ବନ୍ଧୀୟ ଅଥବା ଅନ୍ୟାନ୍ୟ କାର୍ଯ୍ୟଧାରାରେ ଆପତତଃ ସାକ୍ଷ୍ୟ ରୂପେ ଗ୍ରହଣ କରାଯିବ ଏବଂ ନିର୍ଦ୍ଦେଶିତ ରୀତିରେ ସେଥିରେ ରେକର୍ଡ କରାଯାଇଥିବା ହିସାବ, ନେଣଦେଣ ଓ ବିଷୟବସ୍ତୁ ମଧ୍ୟ ସାକ୍ଷ୍ୟ ରୂପେ ଗ୍ରହଣ କରାଯିବ ଏବଂ ଯେପରିକି ମୂଳ ବିଷୟବସ୍ତୁ ବିଚାର ନିମନ୍ତେ  ଗ୍ରହଣ କରାଯାଇଛି ।
  2. ବ୍ୟବସାୟ ସମୟରେ ସମିତି ଦ୍ଵାରା ରଖାଯାଇଥିବା କିମ୍ବା ପ୍ରାପ୍ତ ହୋଇଥିବା ଯେକୌଣସି ଦଲିଲ ଦସ୍ତାବିଜର ନକଲ ସମିତି ମଞ୍ଜୁର କରିପାରନ୍ତି, କିମ୍ବା ସେଭଳି ଦଲିଲ ବା ଦସ୍ତାବିଜରେ ଲିଖିତ ଯେକୌଣସି ବିଷୟବସ୍ତୁ ଏବଂ ମଞ୍ଜୁର କରାଯାଇଥିବା ନକଲ ଯଦି ନିର୍ଦ୍ଦେଶିତ ରୀତିରେ ପ୍ରମାଣିତ ନକଲ ବା ସାହିମୋହର ନକଲ ହୋଇଥାଏ ତେବେ ତାହା ଯେକୌଣସି ଉଦ୍ଦେଶ୍ୟରେ ସାକ୍ଷ୍ୟ ରୂପେ ଗ୍ରହଣ କରାଯିବ ।
  3. ଅଦାଲତ କିମ୍ବା ମଧ୍ୟସ୍ଥଙ୍କ ଆଦେଶ ବ୍ୟତୀତ, ସମିତିର କୌଣସି ଅଫିସର ଏବଂ ଅନ୍ୟାନ୍ୟ କୌଣସି ଅଫିସର ଙ୍କୁ (ଯେଉଁ ଅଫିସରଙ୍କ ଅଫିସରେ ସମିତି ବହି ଜମା ଥିବ) ଉପନୟନ (ବ୍ୟବସାୟ ନିକାସ) ପରେ କୌଣସି ମାମଲା ସମ୍ବନ୍ଧୀୟ କାର୍ଯ୍ୟ ଧାରାରେ  (ଯେଉଁଠିତେ ସମିତି ଓ ନିକାସକରିଙ୍କ ପକ୍ଷ ନଥିବେ) ଏହି ଧାରାରେ ପ୍ରମାଣିତ କରାଯାଇଥିବା ସମିତି ବହି କିମ୍ବା ଦସ୍ତାବିଜ ଦଲିଲ(ଦସ୍ତାବିଜ) ଉପସ୍ଥାପିତ କରିବାକାଉ କିମ୍ବା ରେକର୍ଡ କରାଯାଇଥିବା ବିଷୟବସ୍ତୁର ନେଣଦେଣ ଏବଂ ହିସାବ ପ୍ରମାଣିତ କରିବାକୁ ସାକ୍ଷୀରୂପେ ହଜାର ହେବାର ବାଧ୍ୟ କରାଯିବ ନାହିଁ ।

ଧାରା ୧୨୬ - ଏହି ଆଇନ ଅନୁଯାଇ ନୋଟିସ ପରିବେଷଣ

ଏହି ଆଇନ ଅନୁଯାଇ ଜାରୀ କରାଯାଇଥିବା ଆଦେଶ ଅଥବା କରାଯାଉଥିବା ପ୍ରତ୍ୟେକ ନୋଟିସ, ନିର୍ଦ୍ଦେଶିତ ରୀତିରେ ପରିବେଷଣ କରାଯିବ ।

ଧାରା ୧୨୭ - (ଆଇନ ୨୮/୧୯୯୧ ଦ୍ଵାରା ବିଲୁପ୍ତ)

ଧାରା  ୧୨୮- କେତେକ ଦୋଷତ୍ରୁଟି ଦ୍ଵାରା ସମିତି କାର୍ଯ୍ୟଧାରା ଅସିଦ୍ଧ ହେବନାହିଁ

  1. ସମିତି ବ୍ୟବସାୟ ଅନୁଯାୟୀ ସତ - ଉଦ୍ଦେଶ୍ୟରେ ସମିତି ଅଥବା ସମିତିର କମିଟି ଅଥବା କୌଣସି ଅଫିସର ଅଥବା ନିକାସକାରୀଙ୍କ ଦ୍ଵାରା କରାଯାଇଥିବା କୌଣସି କାର୍ଯ୍ୟ ସମିତିର ଗଠନ, କିମ୍ବା କମିଟି ଅଠଣ କିମ୍ବା ଅଫିସର ଓ ନିକାସକାରୀଙ୍କ ନିଯୁକ୍ତି ଅଥବା ନିର୍ବାଚକ ଅଥବା କଥିତ ସେଭଳି ଅଫିସର ଅଥବା ନିକାସକରି ନିଯୁକ୍ତ ଅଥବା ନିର୍ବାଚନ ନିମନ୍ତେ ଅଯୋଗ୍ୟକୁ ଭିତ୍ତିକରି କେବଳ କେତୋଟି ଦୋଷତ୍ରୁଟି କାରଣ ଯୋଗୁଁ ଅସିଦ୍ଧ ଘୋଷଣା କରାଯିବାର ମନେକରାଯିବ ।
  2. ଏହି ଆଇନ ଅନୁଯାଇ ନିଯୁକ୍ତ ଯେକୌଣସି ବ୍ୟକ୍ତି ଦ୍ଵାରା ସତ ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟ, ଏହି ଆଇନ ଦ୍ଵାରା ପରବର୍ତ୍ତୀ ସମୟରେ ପାସ କରାଯାଇଥିବା ଅରଦର ଫଳରେ ନିଯୁକ୍ତ ବ୍ୟକ୍ତିଙ୍କ ନିଯୁକ୍ତିର ରଦ୍ଦକୁ ଭିତ୍ତିକରି ଅସିଦ୍ଧ କରାଯିବ।
  3. ଉପ- ଧାରା  (୧) ରେ ଉଲ୍ଲେଖିତ କାର୍ଯ୍ୟ ସମ୍ପର୍କରେ ନିବନ୍ଧକ ଏବଂ ଉପ- ଧାରା (୭)ରେ ଉଲ୍ଲିଖିତ କାର୍ଯ୍ୟ ସମ୍ପର୍କରେ ନିବନ୍ଧକ ଅଥବା ଆବଶ୍ୟକସ୍ଥଳେ ଅଡିଟର - ଜେନେରାଲ ବ୍ୟକ୍ତିମାନଙ୍କ ଦ୍ଵାରା, ସେମାନଙ୍କର ସ୍ଵ ସ୍ଵ କ୍ଷେତ୍ରାଧିକାର ସମ୍ପର୍କୀୟ ବିଷୟବସ୍ତୁ ସମ୍ପର୍କରେ କରାଯାଇଥିଲା କି ନାହିଁ ତାହା ନିଷ୍ପତ୍ତି କରିବାକୁ କର୍ତ୍ତୃପକ୍ଷ ହେବେ ।

ଧାରା  ୧୨୯- କ୍ଷତିପୂରଣ

ଏହି ଆଇନାନୁଯଯାଇ କୋଣସି  ବିଷୟ ସରଲ ବିଶ୍ଵାସ ବା ସତ ଉଦ୍ଦେଶ୍ୟରେ କରାଯାଇଛି ଅଥବା କରାଯାଇଛି ବୋଲି ଅଭିପ୍ରେତ - ଏ ସମ୍ପର୍କରେ ନିବନ୍ଧକ, ଅଡିଟର – ଜେନେରାଲ ଅଥବା ସେମାନଙ୍କ ମଧ୍ୟରୁ ଯେକୌଣସି କର୍ତ୍ତୃପକ୍ଷଙ୍କ ଅଧିନସ୍ଥ ଅଥବା କର୍ତ୍ତୃପକ୍ଷଙ୍କ ତରଫରୁ କାର୍ଯ୍ୟ କରୁଥିବା ଯେକୌଣସି  ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା, ଅଭିଯୋଗ ଅଥବା ଅନ୍ୟ ଆଇନଗତ କାର୍ଯ୍ୟଧାରା ଦାଏର କରାଯାଇପାରିବ ନାହିଁ  ।

ଧାରା ୧୩୦- ନିବନ୍ଧକ ଏବଂ ଅଡିଟର

ଜେନେରାଲ ସରକାରୀ କର୍ମଚାରୀ ହେବେ – ନିବନ୍ଧକ, ଅଡିଟର  ଜେନେରାଲ ଏବଂ ନିବନ୍ଧକ ଅଥବା ଅଡିଟର – ଜେନେରାଲଙ୍କ କ୍ଷମତା ପ୍ରୟୋଗ କରୁଥିବା ଯେକୌଣସି ବ୍ୟକ୍ତି ଭାରତୀୟ ଦଣ୍ଡବିଧି ଆଇନର ଦଫା  ୨୧ ଅର୍ଥାନୁଯଯାଇ ସରକାରୀ କର୍ମଚାରୀ ରୂପେ ବିବେଚିତ ହେବେ   ।

ଧାରା - ୧୩୧ ଏବଂ ୧୩୨

ଧାରା  ୧୩୧- କମ୍ପାନୀ ଆଇନ,୧୯୫୬ ଲାଗୁ ହେବନାହିଁ - କମ୍ପାନୀ ଆଇନ  ୧୯୫୬ ର ବ୍ୟବସ୍ଥା କୌଣସି ସମିତି ପ୍ରତି ପ୍ରଯୁଜ୍ୟ ହେବନାହିଁ  ।

ଧାରା  ୧୩୨- ତମାଦି- ୬୯,୧୦୯,୧୧୧,୧୧୨ ଏବଂ ୧୧୩ ଧାରାର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ , ଏହି ଆଇନ ଅନୁଯାଇ କରାଯାଇଥିବା ପ୍ରତ୍ୟେକ ବିବାଦ, ଅପିଲ,  ରିଭ୍ୟୁ, ଓ ରିଭିଜନ ପ୍ରତି ଭାରତୀୟ ମିଆଦ ଆଇନ  ୯,୧୯୦୮ ର ବ୍ୟବସ୍ଥା ଲାଗୁ ହେବ  ।

ଧାରା ୧୩୩ - ପ୍ରଚଳିତ ବା ବିଦ୍ୟମାନ ସମିତିସମୂହଙ୍କ ଲକ୍ଷ୍ୟ

  1. ସମବାୟ ଜମା ସମିତି ଆଇନ  ୧୦୧୯୦୪ କିମ୍ବା ସମବାୟ ସମିତି ଆଇନ ୨/୧୯୧୨ କିମ୍ବା ଓଡିଶା ସମବାୟ ସମିତି ଆଇନ  ୧୧/୧୯୫୨ ଅନୁଯାୟୀ ନିବନ୍ଧନ କରାଯାଇଥିବା ପ୍ରଚଳିତ ବା ବିଦ୍ୟମାନ ଯେକୌଣସି ସମିତି, ଏହି ଆଇନାନୁଯାଇ ନିବନ୍ଧନ କରାଯିବାର ଧରି ନିଆଯିବ ଏବଂ ଏହାର ଉପବିଧି ଯେତେଦୂର ସମ୍ଭବ ଏହି ଆଇନର ବ୍ୟବସ୍ଥା ସହିତ ପରସ୍ପର ବିରୋଧୀ ନୁହନ୍ତି ଏବଂ ଯେ ପର୍ଯ୍ୟନ୍ତ ଉପବିଧିରେ ବଦଳ ଓ ପ୍ରତ୍ୟାହାର କରାନଯାଇଛି ସେ ପର୍ଯ୍ୟନ୍ତ ଏହା କାର୍ଯ୍ୟକରି ହେବ ।
  2. ପୂର୍ବୋକ୍ତ ଯେକୌଣସି ଆଇନାନୁଯାଇ କରାଯାଇଥିବା ନିଯୁକ୍ତି, ନିୟମ ଏବଂ ଆଦେଶକରି କରାଯାଇଥିବା ଘୋଷଣା, ବିଜ୍ଞପ୍ତି, ଓ ନୋଟିସ, ନିବିଷ୍ଟ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ (ନେଣଦେଣ) ଦୟାର କରାଯାଇଥିବା ମାମଲା ଓ ଅନ୍ୟାନ୍ୟ କାର୍ଯ୍ୟଧାରା ଏହି ଆଇନନୁଯାୟୀ କରାଯିବାର ମନେ କରାଯିବ।

ଧାରା ୧୩୩- କ – ବୀମାଭୁକ୍ତ  ସମବାୟ ବ୍ୟାଙ୍କ ସମ୍ପର୍କରେ ବିଶେଷ ବ୍ୟବସ୍ଥା   -

ଏହି ଆଇନର ଯେକୌଣସି ବ୍ୟବସ୍ଥା  ସତ୍ତ୍ୱେ,  ବୀମାଭୁକ୍ତ ସମବାୟ ବ୍ୟାଙ୍କ ସମ୍ପର୍କରେ

  1. ଯେ ପର୍ଯ୍ୟନ୍ତ ପୂର୍ବୋକ୍ତ ମଞ୍ଜୁରୀ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଲିଖିତ ନ ହୋଇଛି, ସେ ପର୍ଯ୍ୟନ୍ତ ବ୍ୟାଙ୍କର ସମାପନ, ମିଶ୍ରଣ ଓ ବିଭାଗ ପାଇଁ କରାଯାଇଥିବା ଆଦେଶ ପ୍ରଭାବ ପକାଇବ ନାହିଁ;
  2. ଜମା ବୀମା ପ୍ରତିଷ୍ଠାନ 47/1941 ଧାରା ଅନୁଯାୟୀ ୧୩-ଘରେ ଉଲ୍ଲିଖିତ ପରିସ୍ଥିତିକୁ ଭିତ୍ତିକରି ଭାରତୀୟ ରିଜର୍ଭ ବ୍ୟାଙ୍କ ଆବଶ୍ୟକତାନୁଯାୟୀ ବ୍ୟାଙ୍କର ସମାପନ ପାଇଁ ନିବନ୍ଧକ ଆଦେଶ ।
  3. ଜନସାଧାରଣଙ୍କ କିମ୍ବା ଜମାକାରୀଙ୍କ ସୁବିଧା କିମ୍ବା ସୁସ୍ଥ ପରିଚାଳନାକୁ ନିରାପଦ ସୁରକ୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଯଦି ଲିଖିତ ନିର୍ଦ୍ଦେଶ ଦିଅନ୍ତି ତେବେ ନିବନ୍ଧକ କିଛି ସମୟ ପାଇଁ ବ୍ୟାଙ୍କର କମିଟିକୁ ଅପସାରନ କିମ୍ବା ପ୍ରଶାସନ ନିଯୁକ୍ତ କରିବାକୁ ଅର୍ଡର ପାଶ(ମଞ୍ଜୁର)କରିପାରନ୍ତି, ଯେଉଁ ସମୟ କି ମୋଟରେ  ୫ ବର୍ଷରୁ ଅଧିକ ହେବନାହିଁ  ।
  4. ପୂର୍ବୋକ୍ତ ଲିଖିତ ମଞ୍ଜୁର ସହିତ ବ୍ୟାକ୍ୟାଂଶ 1,2,3 ରେ ନିର୍ଦ୍ଧିଷ୍ଟ କରାଯାଇଥିବା ଅର୍ଡର କିମ୍ବା ଭାରତୀୟ ରିଜର୍ଭ ବ୍ୟାଙ୍କର ହୁକୁମ ଦାଖଲ ବିରୁଦ୍ଧରେ ଅପିଲ,  ସଂଶୋଧନ ଓ ସମୀକ୍ଷା କରାଯିବ ନାହିଁ ଏବଂ ସେଭଳି ଆଦେଶ ଓ ମଞ୍ଜୁର ଉପରେ କୌଣସି ପ୍ରଶ୍ନ ଉଠାଯାଇ ନପାରେ   ।
  5. ବୀମା ସମବାୟ ବ୍ୟାଙ୍କ ଅଥବା ହସ୍ତାନ୍ତର ଗ୍ରହିତା ବ୍ୟାଙ୍କ ର ନିକାଶକାରୀ ଡିପୋଜିଟ ଇନସୁରାନ୍ସ କର୍ପୋରେସାନ ଆଇନ  ୪୭/୧୯୬୧ ର ପରିପାରିପାର୍ଶ୍ଵିକ ଅବସ୍ଥା ଅନୁଯାୟୀ ଏବଂ ଏହି ଆଇନର ୨୧ ଧାରାରେ ବ୍ୟବସ୍ଥିତ ପଦ୍ଧତି ଅନୁଯାୟୀ ସ୍ଥାପିତ ଡିପୋଜିତ ଇନସୁରାନ୍ସ କର୍ପୋରେସନକୁ ପୁନଃ ପରିଶୋଧ କରିବେ   ।

ସ୍ପଷ୍ଟୀକରଣ  - ଏହି ଧାରା ଉଦ୍ଦେଶ୍ୟରେ

  1. “ବୀମା ସମବାୟ ବ୍ୟାଙ୍କ” ଅର୍ଥାତ ଏକ ସମିତି ଯାହାକି, ଜମା ବୀମା ପ୍ରତିଷ୍ଠାନ ଆଇନ  ୪୭/୧୯୬୧ର ବ୍ୟବସ୍ଥାନୁଯାୟୀ ଏକ ବୀମା ବ୍ୟାଙ୍କ;
  2. “ହସ୍ତାନ୍ତର ଗ୍ରହିତା ବ୍ୟାଙ୍କ “ ସମ୍ପର୍କିତ ବୀମା ସମବାୟ ବ୍ୟାଙ୍କ ଅର୍ଥାତ ସମବାୟ ବ୍ୟାଙ୍କ –
    • ଯାହାକି ସେଭଳି ବୀମା ସମବାୟ ବ୍ୟାଙ୍କ ସହିତ ମିଶ୍ରିତ, କିମ୍ବା
    • ସେଭଳି ବୀମା ସମବାୟ ବ୍ୟାଙ୍କର ଅସ୍ତି ଓ ଦାୟିତ୍ଵ ଯେଉଁ ବ୍ୟାଙ୍କକୁ ହସ୍ତାନ୍ତରିତ ହୋଇଥାଏ,  ଅଥବା
    • ଯେଉଁ ବ୍ୟାଙ୍କରୁ,୧୪ ଧାରାନୁଯାୟୀ ସେଭଳି  ବୀମା ସମବାୟ ବ୍ୟାଙ୍କ ବିଭକ୍ତ ଏବଂ ପରିବର୍ତ୍ତିତ ।
  3. “ଭାରତୀୟ ରିଜର୍ଭ ବ୍ୟାଙ୍କ“ ଅର୍ଥାତ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ୨/୧୯୩୪ ଅନୁଯାୟୀ ସ୍ଥାପିତ ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଅଚିରସ୍ଥାୟୀ ବ୍ୟବସ୍ଥା

  1. ଶୀର୍ଷ ସମିତିର  କୌଣସି ଅଫିସରଙ୍କ ନିର୍ବାଚନକୁ ଭିତ୍ତି କରି ବିବାଦ ସଂପର୍କର ସମସ୍ତ କାର୍ଯ୍ୟଧାରା ଏବଂ ମୂଳ ଆଇନର ୧୦୯ ଧାରାର ଉପଧାରା  ୧ ର ପ୍ରକରଣ ଙ,ଚ,ଝ,ଞ୍ଜ,ଡ,ଏବଂ ଢ ରେ ଉଲ୍ଲେଖିତ ସମସ୍ତ ଅପିଲ, ଅର୍ଡର ଏବଂ ବିଚାର, ଯାହାକି ମୂଳ ଆଇନର ୬୭- କ ଧାରା ଅନୁଯାୟୀ ଗଠିତ ହୋଇଥିବା ତାରିଖରୁ ଟ୍ରିବ୍ୟୁନାଳର କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରଧିନ ଥାଏ ।  ତେବେ ତାହା ହସ୍ତାନ୍ତରିତ ହେବାର ମନେ କରାଯିବ ଏବଂ ତାହା ଆଇନ ଅନୁଯାଇ ଟ୍ରିବ୍ୟୁନାଲ ଦ୍ଵାରା ବିଚାର କରାଯିବ ।
  2. ଟ୍ରିବ୍ୟୁନାଲ ଗଠିତ ହେବ ସମୟରେ ଉପଧାରା  (୧) ରେ ଉଲ୍ଲିଖିତ ବିଚାରଧିନ ଥିବା ସମସ୍ତ ବିବାଦ ଏବଂ ଅପିଲ , ନିର୍ଦ୍ଧିଷ୍ଟ କର୍ତ୍ତୃପକ୍ଷଙ୍କ ଦ୍ଵାର ବିଚାର କରାଯିବ ଯେପରିକି ଏହି ଆଇନ କାର୍ଯ୍ୟକରି ହୋଇନାହିଁ ବା ଯେପରିକି ଏହି ଆଇନ ପ୍ରଚଳିତ ହୋଇନାହିଁ  ।

ଧାରା ୧୩୩ - ଖ- ବାଦ ଦିଆଯାଇଛି ।  (ନଂ ୧୧୪୦ /ଲେଜିସ୍ – ୩୩/୨୦୧୨/ଏଲ, ତା, ୦୧. ୨୦୧୩)

ଧାରା ୧୩୪ – ନିୟମାବଳୀ ନିର୍ଣ୍ଣୟ କରିବାର କ୍ଷମତା

  1. ପୂର୍ବ ପ୍ରକାଶିତ ପରେ ଏହି ଆଇନର ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିୟମାବଳୀ ଗଢି ପାରନ୍ତି ।
  2. ଏହି ଧାରାନୁଯାୟୀ ଗଢାଯାଉଥିବା ପ୍ରତ୍ୟେକ ନିୟମାବଳୀ ୧୪ ଦିନ ମଧ୍ୟରେ ରାଜ୍ୟ ବିଧାନସଭା ସମ୍ମୁଖରେ ଉପସ୍ଥାପିତ କରାଯିବ ।
  3. ସର୍ବଶେଷରେ ଏବଂ ପୂର୍ବବର୍ତ୍ତୀ କ୍ଷମତାର ବିଶେଷ ପ୍ରତିକୂଳ ପ୍ରଭାବ ବ୍ୟତୀତ ସେଭଳି ନିୟମାବଳୀ ନିମ୍ନଲିଖିତ ପ୍ରତ୍ୟେକ କିମ୍ବା କେତେକ ବିଷୟ ପ୍ରତି ବ୍ୟବସ୍ଥା କରିବ । ଯଥା -
    • ସମିତିର ନିବନ୍ଧନକୁ ଭିତ୍ତିକରି ନିବନ୍ଧକଙ୍କ ଦ୍ଵାରା ଆବେଦନକାରୀଙ୍କୁ ଦିଆଯାଉଥିବା ନାମଞ୍ଜୁର ଆଦେଶ ;
    • ଫାର୍ମରେ ପରିବର୍ତ୍ତନ ପାଇଁ କାର୍ଯ୍ୟଧାରା ଓ ସର୍ତ୍ତ ଏବଂ ସମିତିର ଦାଇତ୍ଵ ବିସ୍ତାର ;
    • ବିଷୟବସ୍ତୁକୁ ଭିତ୍ତିକରି ସମିତି ଦ୍ଵାରା କରାଯାଉଥିବା ଉପବିଧି ;
    • ଉପ – ବିଧିର ସଂଶୋଧନ ନିମନ୍ତେ ସମିତି ଦ୍ଵାରା ଅନୁସ୍ରୁତ କାର୍ଯ୍ୟଧାରା ;
    • ସମିତିରେ ସଦସ୍ୟ ହିସାବରେ ପ୍ରବେଶ କରିବାକୁ ବ୍ୟକ୍ତିସମୂହଙ୍କ ଯୋଗ୍ୟତା ଓ ଅଯୋଗ୍ୟତା;
    • ସମିତିର ବୈଠକରେ ଚେୟାରମ୍ୟାନଙ୍କ ଦ୍ଵାରା ଦ୍ଵିତୀୟ କିମ୍ବା ଅତିରିକ୍ତ ଭୋଟ୍ ନିମନ୍ତେ କରାଯାଇଥିବା ବ୍ୟବସ୍ଥା;
    • ସମିତି ଦ୍ଵାରା ନିଯୁକ୍ତ କରାଯାଉଥିବା ଯେ କୌଣସି ସଦସ୍ୟ, ଅନ୍ୟ ସମିତିର ବୈଠକରେ (ଯେଉଁଥିରେ ପୂର୍ବୋକ୍ତ ସମିତି ଏବଂ ସଦସ୍ୟ ) ପ୍ରତିନିଧିତ୍ଵ କରିବା ଏବଂ ସେଭଳି ସମିତି (ପୂର୍ବୋକ୍ତ) ସପକ୍ଷରେ ଭୋଟ ଦାନ କରିବା;
    • ବ୍ୟକ୍ତିଗତ ସଦସ୍ୟଙ୍କ ଦ୍ଵାରା ସିଦ୍ଧାନ୍ତ କରାଯାଇଥିବା ସମିତିର ଅଂଶ ମୂଳଧନର ସର୍ବଗରିଷ୍ଟ ବା ସର୍ବାଧିକ ପରିମାଣର ଅଂଶ;
    • କୌଣସି ବ୍ୟକ୍ତିର ମନୋନୟନ ପାଇଁ କାର୍ଯ୍ୟବିଧି, ଯାହାର ମୃତ୍ୟୁ ପରେ ତାର ଭାଗ ସଦସ୍ୟଙ୍କ ହିତଦୃଷ୍ଟିରୁ ହସ୍ତାନ୍ତରିତ କରାଯାଇଥିବା କିମ୍ବା ତାହାର ମୂଲ୍ୟ ପ୍ରଦତ୍ତ କରାଯାଇଥାଏ;
    • ମୃତ ସଦସ୍ୟଙ୍କ ଅଂଶର ମୂଲ୍ୟ ନିର୍ଣ୍ଣୟ ପଦ୍ଧତି;
    • ସମିତିର ସାଧାରଣ ସଂଘ (General body)ଦ୍ଵାରା କମିଟିର ସଦସ୍ୟଙ୍କ ନିର୍ବାଚନ ଏବଂ ସମିତିର ନିବନ୍ଧନ ନିମନ୍ତେ ଓ କିଛି ସମୟ ପାଇଁ ସମିତିର ବ୍ୟାପାର (କାର୍ଯ୍ୟ) ପରିଚାଳନା ନିମନ୍ତେ ଆବେଦନକାରୀଙ୍କ ଦ୍ଵାରା ପ୍ରାରମ୍ଭିକ କମିଟିର ନିର୍ବାଚନ;
    • ସମିତିର ସାଧାରଣ ବୈଠକରେ ହୁକୁମ ଦାଖଲ (Requisitioning)
    • ନିବନ୍ଧକଙ୍କ ଦ୍ଵାରା ଅପସାରଣ କରାଯାଇଥିବା କମିଟିର ସ୍ଥାନରେ ନିଯୁକ୍ତ ପ୍ରଶାସକ (ପରିଚାଳକ) ସମୂହଙ୍କ କିମ୍ବା ନୂତନ କମିଟିକୁ ଦେୟ ପାରିଶ୍ରମିକ (ବେତନ);
    • ସମିତିର ସେବାଯୁକ୍ତ କର୍ମଚାରୀଙ୍କ ଯୋଗ୍ୟତା;
    • ସମିତି ସହିତ ଚୁକ୍ତି ଦ୍ଵାରା ସଂଯୁକ୍ତ, ସମିତିର ଅଫିସରଙ୍କ ବିରୁଦ୍ଧରେ  ପ୍ରତିଷେଧକ ବ୍ୟବସ୍ଥା ;
    • ସମିତିର ସଂଯୁକ୍ତ ବିଷୟବସ୍ତୁ ସହିତ ରାଜ୍ୟସରକାରଙ୍କ ପ୍ରତକ୍ଷ ଓ ପରୋକ୍ଷ ଭାଗୀଦାରୀ;
    • ସମିତି ଦ୍ଵାରା ଲାଭାଂଶର ଅନୁପାତ (ରେଟ) ପ୍ରଦତ୍ତ ;
    • ସମିତିର ନୀଟ ଲାଭ ଏବଂ ଅର୍ଥ ବିନିଯୋଗ ପଦ୍ଧତି ମଧ୍ୟରୁ ସମିତି ଦ୍ଵାରା ‘ସମବାୟ ଶିକ୍ଷା ତହବିଲ’ କୁ ଦେୟ ;
    • ସମିତିର ଅର୍ଥ ବିନିଯୋଗ ତହବିଲର ପଦ୍ଧତି;
    • ସମିତିର ସଂରକ୍ଷଣ ପାଣ୍ଠି (ସଞ୍ଚିତ ନଥି) ର ଅଭିପ୍ରାୟ ଏବଂ ଏହାର ଅର୍ଥ ବିନିଯୋଗ ପଦ୍ଧତି ;
    • ସମିତିର ସଂରକ୍ଷଣ ପାଣ୍ଠିର ବିନିଯୋଗ ପଦ୍ଧତି;
    • ସମିତିର ଗ୍ରହଣ କରିଥିବା ଜମା ଏବଂ ରୁଣର ମାତ୍ରା ଏବଂ ସର୍ତ୍ତ;
    • ଅସଦସ୍ୟ ସହ ନେଣଦେଣ କାରବାରର ପ୍ରତିରୋଧ;
    • ସମିତି ଦ୍ଵାରା, ଭାଗ ବିରୁଦ୍ଧରେ ରୁଣ ବିରୁଦ୍ଧରେ ପ୍ରତିରୋଧ;
    • ସମିତି ଦ୍ଵାରା, ତରଳ ସମ୍ବଳର ସଂରକ୍ଷଣ ଏବଂ ଜମା ଗ୍ରହଣ ଓ ରୋକ ରୁଣ (Cash Credit) ମଞ୍ଜୁର;
    • ସମିତି ଉପରେ ଅଡିଟ ଫିସ୍ (Audit Fees) ଆରୋପଣ;
    • କାର୍ଯ୍ୟାନୁଷ୍ଠାନରେ ବ୍ୟବହୃତ କାର୍ଯ୍ୟବିଧି, ବାଦବିବାଦ ନିର୍ଣ୍ଣୟ କରିଥିବା ନିବନ୍ଧକ,ମଧ୍ୟସ୍ଥ ଓ ଅନ୍ୟାନ୍ୟ  ବ୍ୟକ୍ତିଙ୍କ ସମ୍ମ୍ନୁଖରେ ଉପସ୍ଥାପିତ କରାଯିବ ;
    • ସମିତିର ବିଭବ ନିଶାକାରୀଙ୍କ ଉପରେ ନ୍ୟସ୍ତ କରାଯିବାର ସର୍ତ୍ତ ଏବଂ ସମିତିର ସମାପନ ନିମନ୍ତେ କାର୍ଯ୍ୟବିଧି ଗ୍ରହଣ;
    • ସମିତିର ଦେୟ ପରିମାଣ ପୁନଃପ୍ରାପ୍ତି (ଆଦାୟ) ନିମନ୍ତେ କାର୍ଯ୍ୟବିଧି;
    • ବିଚାର ପୂର୍ବରୁ କୋରଖ କରିବାର ପଦ୍ଧତି;
    • ଭୂ – ଉନ୍ନୟନ ବ୍ୟାଙ୍କରେ ବନ୍ଧକ ପଡିଥିବା କୋରଖ ଓ କ୍ରୟ ସମ୍ପତ୍ତି ନିମନ୍ତେ କାର୍ଯ୍ୟବିଧି;
    • ସମିତି ଠିକଣାରେ ନିବନ୍ଧନ ରୀତି;
    • ସମିତି ଦ୍ଵାରା ହିସାବ ଓ ରେଜିଷ୍ଟରର ରକ୍ଷଣାବେକ୍ଷଣ ଦାଇତ୍ଵ ଏବଂ ହିସାବ ଲିଖିତ କରିବାକୁ ନିବନ୍ଧକଙ୍କ ନିର୍ଦେଶ ଦେବାର କ୍ଷମତା;
    • ସମିତି ବହିରେ ଲିଖିତ ବିଷୟବସ୍ତୁର ପ୍ରମାଣକରଣର ରୀତି ଏବଂ ବ୍ୟବସାୟ ସମୟରେ ସମିତି ଦ୍ଵାରା ରଖାଯାଇଥିବା ଦଲିଲ (ଦସ୍ତାବିକ)ର ପ୍ରତିଲିପି ବା ନକଲ;
    • ସମିତି ଦ୍ଵାରା, ନିବନ୍ଧକ, ଅର୍ଥଯୋଗାଣକାରୀ ବ୍ୟାଙ୍କ ଏବଂ ଶୀର୍ଷ ସମିତିକୁ ବିବରଣୀ (ଇଜହାର) ଦେବା ;
    • ଆଇନ ଅନୁଯାୟୀ (ଓକିଲ) ରୂପେ ଉପସ୍ଥିତ ବ୍ୟକ୍ତିସମୁହଙ୍କୁ ପ୍ରତିରୋଧ ;
    • ଦଲିଲ (ଦସ୍ତାବିକ)ର ନିରୀକ୍ଷଣ ଏବଂ ତାହାର (ଦଲିଲ) ର ପ୍ରାମାଣିକ (ନକଲ) ମଞ୍ଜୁର ନିମନ୍ତେ ଫିସ୍ ଆରୋପଣ;
    • ଅର୍ଥଯୋଗାଣକାରୀ ବ୍ୟାଙ୍କ ଓ ଶୀର୍ଷ ସମିତି ଦ୍ଵାରା ନିରୀକ୍ଷଣ ଏବଂ ସାଧାରଣ ବୈଠକ ଡାକିବା ଏବଂ ବହି, ହିସାବ ଓ ବନ୍ଧକ ଆଦିରେ ସ୍ଵାଧୀନ ପ୍ରବେଶର ଅଧିକାର ଏବଂ ତାହାର ଫଳ ନିମନ୍ତେ ସମାନ ଜାରୀ;
    • ସଦସ୍ୟଙ୍କ ଅର୍ଥନୈତିକ ଅବସ୍ଥା ଓ ତାଙ୍କର (ସଦସ୍ୟଙ୍କ) ର ଅଚଳନ୍ତି ସମ୍ପତ୍ତିର ହସ୍ତାନ୍ତରକରଣକୁ ଭିତ୍ତିକରି ତାଙ୍କ (ସଦସ୍ୟ) ଦ୍ଵାରା ସମ୍ବାଦ ଦିଆଯିବ ଏବଂ ମହାଜନମାନଙ୍କ (ସଦସ୍ୟଙ୍କ)ଦ୍ଵାରା ଦାବିର ବିବରଣୀ ପ୍ରଦାନ;
    • ଯାଞ୍ଚ ରିପୋର୍ଟରେ ଅନ୍ତର୍ଭୁକ୍ତ ବିଷୟବସ୍ତୁ ;
    • ଅପିଲ ସ୍ମାରକ ପତ୍ର ଦାଏର ଓ ଆବେଦନର ସଂଶୋଧନ, ଓ ସମୀକ୍ଷା କରିବା ନିମନ୍ତେ ଦେୟ ଫିସ୍ ;
    • ନିର୍ଦ୍ଧାରିତ କରାଯାଇଥିବା ଅନ୍ୟାନ୍ୟ ବିଷୟବସ୍ତୁ ।

ଧାରା - ୧୩୫ ଏବଂ ୧୩୬

ଧାରା ୧୩୫ – ସମବାୟ ପରିଷଦ (Co Operative Counsil)

ଓଡିଶା ରାଜ୍ୟସରକାର ରାଜ୍ୟ ସମବାୟ ପରିଷଦ ଗଠନ କରିବେ ରାଜ୍ୟରେ ସମବାୟ ଆଦୋଳନର ବିକାଶ ନିମନ୍ତେ ଯୋଜନା ଓ ନୀତି ଓ ବ୍ୟବସ୍ଥିତ କରିବାକୁ ଏହି ପରିଷଦର କର୍ତ୍ତବ୍ୟ ଓ ଦାଇତ୍ଵ ରହିବ ।

ଧାରା ୧୩୬ – ଆଇନ କାର୍ଯ୍ୟକାରୀ କରିବା ନିମନ୍ତେ ସମବାୟ  ସମିତି ଆଇନ (୧୯୧୨)କୁ ଉଲ୍ଲେଖ କରାଯିବ (Construction of reference to Cooperative Societies, Act 1912 etc., In enactments)  ଭାରତରେ ଯେ କୌଣସି ପ୍ରାଧିକାରଙ୍କ ଦ୍ଵାରା ଏବଂ ଓଡିଶା ରାଜ୍ୟରେ ପ୍ରଚଳିତ ବା କାର୍ଯ୍ୟକାରୀ ହେଉଥିବା ଆଇନ ନିମନ୍ତେ ସମବାୟ ସମିତି ଆଇନ ୨/୧୯୯୨ ଉଲ୍ଲେଖ କରାଯିବ ।

ଧାରା - ୧୩୭ ଏବଂ ୧୩୮

ଧାରା ୧୩୭ – ପରିସ୍ଥିତି (ଅସୁବିଧା) ଅପସାରଣ ନିମନ୍ତେ କ୍ଷମତା

  1. ଏହି ଆଇନର ବ୍ୟବସ୍ଥା ଫଳରେ ଯଦି କୌଣସି ସନ୍ଦେହ କିମ୍ବା ଅସୁବିଧା ସୃଷ୍ଟି ହୁଏ ତେବେ ରାଜ୍ୟସରକାରର ଅର୍ଡର ଦ୍ଵାରା ଏହି ଆଇନ ଅନୁସାରେ କରାଯାଇରଥିବା ଓ ନିୟମାବଳିକୁ ବିରୋଧ ନ କରି ଯେ କୌଣସି କାର୍ଯ୍ୟ କରିପାରନ୍ତି ।
  2. (୧)ଉପଧାରାନୁଯାୟୀ କରାଯାଇଥିବା ଆଦେଶ ଯେତେଦୂର ଶୀଘ୍ର ସମ୍ଭବ ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ।

ଧାରା ୧୩୮ – ପ୍ରତ୍ୟାହୃତ (ରଦ୍ଦ)(Repeat) – ଓଡିଶା ସମବାୟ ସମିତି ଆଇନ ୧୯/୧୯୫୨ ଏହାଦ୍ଵାରା ପ୍ରତ୍ୟାହୃତ ବା ରଦ୍ଦ କରାଗଲା ।

ଅନୁସୂଚୀ – ୧, (ଧାରା ୧୦୩ (୪)ଦ୍ରଷ୍ଟବ୍ୟ)

ଧାରା ୧ – ବିକ୍ରୟର ଅସିଦ୍ଧ ନିମନ୍ତେ ଦରଖାସ୍ତ ଆବେଦନ (Application to set aside sale) –

  1. ୧୦୩ ଧାରାର ଉପଧାର (୪)ର ପ୍ରକରଣ ‘ଖ’ ଅନୁଯାୟୀ ଯେତେବେଳେ ଅଡିଟର – ଜେନରାଲଙ୍କ ଦ୍ଵାରା ଅଚଳନ୍ତି ସମ୍ପତିର ବିକ୍ରୟ କରାଯାଏ କିମ୍ବା ବିକ୍ରୟ ସମ୍ପତ୍ତି ରାଜ୍ୟ ଭୂ – ଉନ୍ନୟନ ବ୍ୟାଙ୍କ ଦ୍ଵାରା ବନ୍ଧକ ସ୍ୱରୂପ ରଖାଯାଏ ସେତେବେଳେ ସମ୍ପତ୍ତିର ମାଲିକ, ୯୧ ଧାରାରେ ହୋଇଥିବା ନୋଟିସ ଅନୁଯାୟୀ ବିକ୍ରୟକୁ ଆବଦ୍ଧ କରିବା ନିମନ୍ତେ, ବିକ୍ରୟ ତାରିଖରେ ୩୦ ଦିନ ମଧ୍ୟରେ ଅଡିଟର – ଜେନରାଲଙ୍କୁ ଆବେଦନ କରିପାରନ୍ତି । ସେଭଳି ବ୍ୟକ୍ତି ନିମ୍ନଲିଖିତ ମତେ ଦେୟ ପରିମାଣ ଜମା କରିବେ, ଯଥା –
    • କ୍ରୟ ମୂଲ୍ୟର ବା ଖରିଦ ମୂଲ୍ୟର ଶତକଡା ୫ କ୍ଷତିପୂରଣ ରୂପେ ଖରିଦାରକୁ ପରିଶୋଧ,
    • ବିକ୍ରୟ ପାଇଁ ଘୋଷଣାରେ ନିର୍ଦ୍ଧାରିତ ପରିମାଣ ସହିତ ସୁଧ ଏବଂ କୋରଖ ଖର୍ଚ୍ଚ ଓ ସେଭଳି ପରିମାଣ ସମ୍ପର୍କରେ ବିକ୍ରୟ ଓ ଅନ୍ୟାନ୍ୟ ପରିବ୍ୟୟ ଦେୟ ।
  2. ୧୦୨ ଧାରାନୁଯାୟୀ ସମିତି ରାଜ୍ୟ – ଭୂଉନ୍ନୟନ ବ୍ୟାଙ୍କ, ଭୂଉନ୍ନୟନ ବ୍ୟାଙ୍କ କିମ୍ବା ନିକାଶକାରୀଙ୍କ ଦ୍ଵାରା ସିଦ୍ଧାନ୍ତ କରାଯାଇଥିବା ବିକ୍ରୟ ସମ୍ପତ୍ତିର ଭାଗ ଉପରେ ଯଦି କୌଣସି ବ୍ୟକ୍ତିର ସମ୍ପତ୍ତି ବଣ୍ଟନ ଅନୁଯାୟୀ ହକଦା ର ଥାଏ କିମ୍ବା ସେଭଳି ସମ୍ପତ୍ତି ବିକ୍ରୟ ହେବାଦ୍ଵାରା କୌଣସି ବ୍ୟକ୍ତିର ସ୍ଵାର୍ଥ ପ୍ରଭାବିତ ହୁଏ, ତେବେ ସେଭଳି ବ୍ୟକ୍ତି ଅଚଳନ୍ତି ସମ୍ପତ୍ତି ବିକ୍ରୟ ତାରିଖର ୩୦ ଦିନ ମଧ୍ୟରେ ଯେକୌଣସି ସମୟରେ ବିକ୍ରୟକୁ ଅସିଦ୍ଧ କରିବାପାଇଁ ଅଡିଟର – ଜେନରାଲଙ୍କୁ ଆବେଦନ କରିବେ ।
  3. ଉଲ୍ଲେଖଥାଉକି, ବିଷୟବସ୍ତୁ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଅଥବା ଅନିୟମତତା ପ୍ରତାରଣା ଓ ଦୋଷକରଣ ଦ୍ଵାରା ଆବେଦନକାରୀ ପ୍ରଭୃତି କ୍ଷତିସାଧନ କରିବାର ଅଡିଟର-ଜେନରାଲ ହୃଦୟଙ୍ଗମ ନ କରିବା ପର୍ଯ୍ୟନ୍ତ ସେଭଳି ଅନିୟମିତି ପ୍ରତାରଣା ଓ ଦୋଷକୁ ଭିତ୍ତିକରି ବିକ୍ରୟକୁ ଅସିଦ୍ଧକରାଯିବ ନାହିଁ ।

  4. ଖରିଦାର, ବିକ୍ରୟ ତାରିଖର ୩୦ ଦିନ ମଧ୍ୟରେ, ବିକ୍ରୟକୁ ଅସିଦ୍ଧ କରିବା ପାଇଁ ଅଡିଟର –ଜେନରାଲଙ୍କୁ ଆବେଦନ କରିପାରନ୍ତି ।
  5. (ନିବନ୍ଧକ) ଯେତେବେଳେ ହୃଦୟଙ୍ଗମ କରିବେ ଯେ, ଅନିୟମିତତା, ପ୍ରତାରଣା ଓ ଦୋଷକୁ ଭିତ୍ତିକରି ବିକ୍ରୟକୁ ଅସିଦ୍ଧ କରାଯିବ ସେତେବେଳେ କୌଣସି ଆବେଦନ ଆବଶ୍ୟକତା କରାଯାଇନପାରେ । ଅଡିଟର- ଜେନରାଲ, ସମସ୍ତ ପକ୍ଷଙ୍କୁ ଶୁଣାଣି ନିମନ୍ତେ ସୁବିଧା ସୁଯୋଗ ଦେବା ସଙ୍ଗେ ସଙ୍ଗେ ବିକ୍ରୟ ଧାର୍ଯ୍ୟ ପୂର୍ବରୁ ବିକ୍ରୟକୁ ଅସିଦ୍ଧ କରିପାରନ୍ତି ।
  6. ଅଚଳନ୍ତି ସମ୍ପତ୍ତିର ବିକ୍ରୟକୁ ଅସିଦ୍ଧ କରିବାପାଇଁ ଯେ କୌଣସି ବ୍ୟକ୍ତି ଅନୁଛେଦ ୨ ଅନୁଯାୟୀ ଆବେଦନ କରେ, (ଯେଉଁ ସମ୍ପତ୍ତିର ସେଭଳି ବ୍ୟକ୍ତିର ସ୍ଵାର୍ଥ ନିହିତ ଥାଏ )ତେବେ ସେ ପର୍ଯ୍ୟନ୍ତ ଯେ ଦରଖାସ୍ତ ପ୍ରତ୍ୟାହାର ନ କରିଛି ସେ ପର୍ଯ୍ୟନ୍ତ, ସେ ଅନୁଚ୍ଛେଦ ୧ ଅନୁଯାୟୀ ଦରଖାସ୍ତ (ଆବେଦନ) କରିପାରିବେ ନାହିଁ ।
  7. ଦରଖାସ୍ତ (ଆବେଦନ) ପ୍ରାପ୍ତିପରେ ଏବଂ ଅନୁଚ୍ଛେଦ ୧ ଅନୁଯାୟୀ ଜମା କରିବାପରେ (ନିବନ୍ଧକ) ବିକ୍ରୟକୁ ଅସିଦ୍ଧ କରିବା ସଙ୍ଗେସଙ୍ଗେ ଖରିଦାରଙ୍କୁ ଖରିଦ ପାଇଁ ଦେଇଥିବା ଅର୍ଥକୁ ପରିଶୋଧ କରିପାରନ୍ତି ।
  8. ଅଣୁଚ୍ଛେଦ ୨,୩ କିମ୍ବା ୪ ଅନୁଯାୟୀ ଯଦି ବିକ୍ରୟକୁ ଅସିଦ୍ଧ କରାଯାଏ । ତେବେ ନିବନ୍ଧକ ଖରିଦାରଙ୍କୁ ଖରିଦ ମୂଲ୍ୟ ସହିତ ସୁଧ କିମ୍ବା ବିନା ସୁଧରେ ଖରିଦ ଅର୍ଥ ଫେରସ୍ତ କରିବେ । ଅଡିଟର – ଜେନେରାଲ, ପୁନଶ୍ଚ ଅଚଳନ୍ତି ସମ୍ପତ୍ତିର ବିକ୍ରୟ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ।

ସ୍ପଷ୍ଟୀକରଣ - ୧୦୩ ଧାରାର ଉପଧାରା  (୧) ର ପ୍ରକରଣ “ଘ” ଅନୁଯାୟୀ ନିବନ୍ଧକ ଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି ଉକ୍ତ ଅନୁସୂଚୀର ଉଦ୍ଦେଶ୍ୟ ନିମନ୍ତେ  “ଅଡିଟର – ଜେନେରାଲ“ ଙ୍କୁ ବୁଝାଇବେ  ।

ଧାରା ୨- ବିକ୍ରୟର ଦୃଢୀକରଣ ବା ସ୍ଥାୟୀକରଣ – ବିକ୍ରୟ ଅସିଦ୍ଧ କରିବା ନିମନ୍ତେ ଯଦି ବିକ୍ରୟ ତାରିଖରୁ  ୩୦ ଦିନ ମଧ୍ୟରେ ଅଣୁଚ୍ଛେଦ ୧ ଅନୁଯାୟୀ ଆବେଦନ କରାନଯାଏ  କିମ୍ବା ଆବେଦନ କରଯାଇ ପ୍ରତ୍ୟାଖ୍ୟାନ ବା ନାମଞ୍ଜୁର ହୋଇଥାଏ  ଏବଂ ୧ ଅଣୁଚ୍ଛେଦର ଉପଚ୍ଛେଦ ୪ ଅନୁଯାଯାଇ  [ ନିବନ୍ଧକ] ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ସେ (ଅଡିଟର – ଜେନେରାଲ ) ବିକ୍ରୟର ଦୃଢୀକରଣ ପାଇଁ ଏକ ଆଦେଶ ଜାରି କରିବେ ଯାହାକୀ ଅବିଳମ୍ବେ କାଏମ କରାଯିବ ।

ଧାରା - ୩ ଖରିଦାର ସତ୍ଵ ଉପରେ ଆପତ୍ତି ଉଠାଯାଇ ନ ପାରେ  - ଯେତେବେଳେ ୧୦୩ ଧାରାନୁଯାୟୀ ବିକ୍ରୟ କରାଯାଏ ଏବଂ ଅଣୁଚ୍ଛେଦ ୨ ଅନୁଯାୟୀ ଦୃଢୀକରଣ ଓ କାଏମ କରାଯାଏ ସେତେବେଳେ ଖରିଦାରଙ୍କ ସତ୍ଵ ଉପରେ କୌଣସି ଅଦାଲତରେ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଆପତ୍ତି ଉଠାଯାଇ ନପାରେ  ।

ଧାରା  -୪ ବିକ୍ରୟ ମୁନଫାର ବିତରଣ (ବଣ୍ଟନ)

  1. ୧୦୩ ଧାରାନୁଯାୟୀ ବିକ୍ରୟର ମୁନାଫା ନିମ୍ନଲିଖିତମତେ ପ୍ରୟୋଗ କରାଯିବ,  ଯଥା :-
  2. ପ୍ରଥମତଃ, ପ୍ରତ୍ୟେକ ପରିବ୍ୟୟ, ଦାବି, କୋରଖ ପରିବ୍ୟୟ ପରିଶୋଧ ଦ୍ଵାରା, ଦ୍ଵିତୀୟତଃ ବିଚାର ଓ ଆଦେଶ ଅନୁଯାୟୀ ଦେ ସମସ୍ତ ସୁଧର ପରିଶୋଧ ଦ୍ଵାରା, ତୃତୀୟତଃ, ବିଚାର ଓ ଆଦେଶ ଅନୁଯାୟୀ ଦେୟ ମୂଳଧାନର ପରିଶୋଧ ଦ୍ଵାରା । ସର୍ବଶେଷରେ, ଯାହାର ସମ୍ପତ୍ତି ବିକ୍ରୟ କରାଯାଇଥିବ, ତାଙ୍କୁ କିମ୍ବା ସ୍ଵାର୍ଥ ଚିନ୍ତାମୁକ୍ତ ଉତ୍ତରାଧିକାରୀଙ୍କୁ ଅବଶିଷ୍ଟାଂଶ  କରାଯିବ ।

  3. ଅନୁଚ୍ଛେଦ ୧ ଅନୁଯାୟୀ ଅବଶିଷ୍ଟାଂଶ ପରିଶୋଧ କରାଯିବ ଏବଂ ଏହା ବୈଧରୂପେ ପରିଗଣିତା ହେବା ସଙ୍ଗେ ସଙ୍ଗେ ଅବଶିଷ୍ଟାଂଶକୁ  ଭିତ୍ତି କରି କୌଣସି ବ୍ୟକ୍ତିଙ୍କ ଦ୍ଵାରା ଅଡିଟର ଜେନେରାଲ, ସମିତି, ରାଜ୍ୟ ଭୂ- ଉନ୍ନୟନ, ବ୍ୟାଙ୍କ, ଭୂ- ଉନ୍ନୟନ ବ୍ୟାଙ୍କ କିମ୍ବା ନିକାଶକାରୀଙ୍କୁ ଦିଆଯାଇଥିବା ଦାବି ବିରୂଢରେ ଫଳପ୍ରଦ ହେବ   ।

ଧାରା  ୫ - ବିକ୍ରୟର ପ୍ରମାଣ ପତ୍ର

  1. ଯେତେବେଳେ ଅଣୁଚ୍ଛେଦ  ୨ ଅନୁଯାୟୀ ବିକ୍ରୟ ଦୃଢୀକରଣ କରାଯାଏ  ସେତେବେଳେ ଅଡିଟର  - ଜେନେରାଲ ଆଦେଶକୁ ଭିତ୍ତିକରି ନିର୍ଦ୍ଧାରିତ ଫାର୍ମରେ ପ୍ରମାଣପତ୍ର ମଞ୍ଜୁର କରିବେ ଏବଂ ବିକ୍ରୟ ସମୟରେ ଖରିଦାରଙ୍କୁ ଚିହ୍ନଟ କରିବେ ଏବଂ ସେଭଳି ପ୍ରମାଣପତ୍ରରେ ବିକ୍ରୟ କାଏମ ଲିପିବଦ୍ଧ କରାଯିବ ।
  2. ଅଡିଟର ଜେନେରାଲ, ଅନୁଚ୍ଛେଦ ୧ ଅନୁଯାୟୀ ମଞ୍ଜୁର କରାଯାଇଥିବା ପ୍ରତ୍ୟେକ ପ୍ରମାଣପତ୍ରର ନକଲ, ଭାରତୀୟ ନିବନ୍ଧନ ଆଇନ  ୧୬/୧୯୦୮  ଅନୁଯାୟୀ ନିଯୁକ୍ତ ନିବନ୍ଧକ ଅଧିକାରୀଙ୍କୁ ନିକଟକୁ ପଠାଇବେ, ଯାହାକି ସେଭଳି ପ୍ରମାଣପତ୍ରରେ ଅନ୍ତର୍ଭୁକ୍ତ ଅଚ ସମ୍ପତ୍ତିର ସମସ୍ତ କିମ୍ବା କିଛି ଅଂଶ ନିବନ୍ଧନ ଅଧିକାରୀଙ୍କ ଅଧିକାର କ୍ଷେତ୍ରରେ ସୀମା ମଧ୍ୟରେ ଅବସ୍ଥିତ ଥିବ ଏବଂ ଭାରତୀୟ ନିବନ୍ଧନ ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ନିବନ୍ଧନ ଅଧିକାରୀ ନକଲର ବିଷୟବସ୍ତୁ ତାଙ୍କର ରେଜିଷ୍ଟରରେ ଲିପିବଦ୍ଧ କରିବେ  ।
  3. ପ୍ରଜାସତ୍ଵ ଆଇନ  ୨/୧୯୨୩ ଯଦି କୌଣସି ବ୍ୟବସ୍ଥା ସତ୍ତ୍ୱେ, ୧୦୩ ଧାରାନୁଯାୟୀ ବିକ୍ରୟ ହୋଇଥିବା ଅଚଳନ୍ତି ସମ୍ପତ୍ତି ଯଦି ବିକ୍ରୟ ହୋଇଥାଏ କିମ୍ବା ତାହାର କିଛି ଅଂଶ ଦାଖଲ ଜମି ବାମୌରସି ଜମି ଥାଏ । ଯେଉଁଥିରେ କି ପ୍ରଜାସତ୍ଵ ଆଇନ ପ୍ରଯୁଜ୍ୟ, ତେବେ ସେଭଳି ସମ୍ପତ୍ତିର ଖରିଦାର ପ୍ରମାଣପତ୍ର ମଞ୍ଜୁର ନିମନ୍ତେ ଅନୁଚ୍ଛେଦ ୧ ଅନୁଯାୟୀ ଆବେଦନ କରିବେ ଏବେ ତତସହିତ  (ଆବେଦନ) ଭାରତୀୟ ନିବନ୍ଧନ ଆଇନାନୁଯାଇ ନିର୍ଦ୍ଧାରିତ ଫାର୍ମରେ ସ୍ଥାନାନ୍ତରର ସବିଶେଷ ବିବରଣୀ ନୋଟିସ ଦ୍ଵାରା ଜଣାଇବେ ଏବଂ ଏହାର କାର୍ଯ୍ୟକାରିତା ପାଇଁ ଫିସ ଜମା କରିବେ ଏବଂ ଅଡିଟର – ଜେନେରାଲ ଅବିଳମ୍ବେ ନୋଟିସକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇବେ ।  ଜିଲ୍ଲା ମାଜିଷ୍ଟ୍ରେଟ ନୋଟିସ ପାଇବା ପରେ ଭାରତୀୟ ଅଡିଟର – ଜେନେରାଲ ଆଇନର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ତାହା (ନୋଟିସ ) ଜମିଦାରଙ୍କ ଉପରେ ଜାରୀ କରିବେ ।

ଧାରା  ୬ - ଖରିଦାରଙ୍କ ସମ୍ପତ୍ତି ଅର୍ପଣ

  1. କୌଣସି ବ୍ୟକ୍ତିର ଦଖଲରେ ଥିବା, ଅଧିକାରରେ ଥିବା ସତ୍ତ୍ଵ ଥିବା ଏବଂ ସ୍ଵାର୍ଥ ଥିବା ଅଚଳନ୍ତି ସମ୍ପତି ଯେତେବେଳେ ବିକ୍ରୟ କରାଯାଏ  କିମ୍ବା ସେଭଳି ବ୍ୟକ୍ତି ନିମନ୍ତେ କେତେକ ବ୍ୟକ୍ତି କିମ୍ବା ବନ୍ଧକଗ୍ରହିତା ସେଭଳି ସମ୍ପତ୍ତିର କୋରଖ ପରେ କିମ୍ବା ସେଭଳି ସମ୍ପତି ରାଜ୍ୟ- ଭୂ ଉନ୍ନୟନ ବ୍ୟାଙ୍କ କିମ୍ବା ଭୂ- ଉନ୍ନୟନ ବ୍ୟାଙ୍କରେ ବନ୍ଧକ ପଡିବା ପରେ ସତ୍ଵ ଦାବି କରନ୍ତି ସେତେବେଳେ ଅଡିଟର ଜେନେରାଲ ଅଣୁଚ୍ଛେଦ ୫ ଅନୁଯାୟୀ ପ୍ରମାଣପତ୍ର ମଞ୍ଜୁର କରିବା ସଙ୍ଗେ ସଙ୍ଗେ ଖରିଦାରଙ୍କ ଆବେଦନକୁ ଭିତ୍ତିକରି ଆଦେଶ ଦେବେ ।  ଏଥି ନିମନ୍ତେ ତାଙ୍କ  ଦ୍ଵାରା ନିଯୁକ୍ତ ଖରିଦାର କିମ୍ବା ଯେକୌଣସି ବ୍ୟକ୍ତି ସେଭଳି ସମ୍ପତ୍ତିକୁ ଦଖଲ କରିବେ ।
  2. ବିକ୍ରୟ ହୋଇଥିବା ସେଭଳି ସମ୍ପତ୍ତି ଯଦି ପ୍ରଜାଙ୍କ ଦଖଲରେ ଥାଏ କିମ୍ବା ଅନ୍ୟକୌଣସି ବ୍ୟକ୍ତି ସେଭଳି ସମ୍ପତ୍ତିର ଦଖଲ ନିମନ୍ତେ ହକଦାର ଅଟନ୍ତି ତେବେ ଅଡିଟର ଜେନେରାଲ ଅଣୁଚ୍ଛେଦ ୫ ଅନୁଯାୟୀ ପ୍ରମାଣପତ୍ର ମଞ୍ଜୁର କରିବେ ।  ନିବନ୍ଧକ ପ୍ରମାଣପତ୍ର ମଞ୍ଜୁର କରିବା ସଙ୍ଗେ ସଙ୍ଗେ ଖରିଦାରଙ୍କ ଆବେଦନକୁ ଭିତ୍ତିକରି ଏବଂ ପ୍ରଜା କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ନୋଟିସ ଦେବାପରେ ପ୍ରମାଣପତ୍ର ନକଲ (ପ୍ରତିଲିପି)ସମ୍ପତି ଅବସ୍ଥିତ ଥିବା କୌଣସି ଏକ ଖୋଲା ସ୍ଥାନରେ ଲଟକାଇ ଦେବାକୁ ଆଦେଶ ଦେବେ ଏବଂ ବିଚାର, ଆଦେଶ ଅନୁଯାୟୀ ଆଦାୟଯୋଗ୍ୟ ଅର୍ଥ ଖରିଦାରଙ୍କୁ ହସ୍ତାନ୍ତରିତ କରାଯିବାର ଘୋଷଣା ଦ୍ଵାରା ଦଖଲଦାରଙ୍କୁ ଜଣାଇ ଦିଆଯିବ ।
  3. ଉପ - ଅଣୁଚ୍ଛେଦ ଅନୁଯାୟୀ  ୧ ଓ୨ ସନ୍ନିବିଷ୍ଟ ହୋଇଥିବା ବିଷୟବସ୍ତୁ ଆବଶ୍ୟକ ପରିବର୍ତ୍ତନ ସହ ଦେୱାନୀ ବିଧାନ  (୫/୧୯୦୮) ର ପ୍ରଥମ ଅନୁସୂଚୀର ଅର୍ଡର ୨୧ରେ ଥିବା ୧୭ ଠାରୁ  ୧୦୩ ନିୟମର ବ୍ୟବସ୍ଥା ସହିତ ଲାଗୁହେବ ।

ସଂଶୋଧନ – ୨୦୦୪

ଅନୁସୂଚୀ୧- ର ସଂଶୋଧନ  - ମୂଳ ଆଇନରେ , ଅନୁସୂଚୀ -୧ “ଅଡିଟର ଜେନେରାଲ“ ଶବ୍ଦାବଳି ପାଇଁ ଯେଉଁ କ୍ଷେତ୍ରରେ ସେମାନେ ସଂଘଟିତ, ସେ କ୍ଷେତ୍ରରେ ନିବନ୍ଧକ ଶବ୍ଦ ପ୍ରତିସ୍ଥାପିତ ହେବ । (ସଂଖ୍ୟା ୧୩୨୪୨୫/ ଲେଜିସ ତା ୨୩.୧୨.୨୦୦୪)

ସମସ୍ତ ସମବାୟ, ସମିତି ପ୍ରତି ନିର୍ବାଚନ

ଏହି ଆଇନର ପ୍ରାରମ୍ଭର ଠିକ ପୂର୍ବରୁ , ମୂଳ ଆଇନରେ ଧାରିତ କୌଣସି ବିଷୟବସ୍ତୁ ସତ୍ତ୍ୱେ, ମୂଳ ଆଇଆନର ବ୍ୟବସ୍ଥାବଳି ସହିତ ସମନ୍ଵୟ ରକ୍ଷା କରି,  ସମସ୍ତ ସମବାୟ ସମିତି ପ୍ରତି ନିର୍ବାଚନ ଅନୁଷ୍ଠିତ କରାଯିବ,  ଏବଂ ଏହା ଏପରି ପ୍ରାରମ୍ଭ ତାରିଖରୁ ଛଅ ମାସ ମଧ୍ୟରେ କରାଯିବ, ଯେପରି ଏହି ଆଇନ ଦ୍ଵାରା ସଂଶୋଧିତ (ନଂ ୧୧୪୦ / ଲେଜିସ/୩୩/୨୦୧୨/ଏଲ ତା  ୩୦.୦୧.୨୦୧୩)

ଆଧାର ଦ ଲ ହାଉସ

Last Modified : 7/17/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate