অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୂ - ବନ୍ଧକ ବ୍ୟାଙ୍କ

ଭୂ - ବନ୍ଧକ ବ୍ୟାଙ୍କ

  1. ଧାରା ୭୮- ସଂଜ୍ଞା
  2. ଧାରା ୭୯- ଟ୍ରଷ୍ଟି ନିଯୁକ୍ତି ଏବଂ ତାଙ୍କର କ୍ଷମତା ଓ କାର୍ଯ୍ୟାବଳୀ
  3. ଧାରା ୮୦ - ଟ୍ରଷ୍ଟି ଏକକ ନିଗମ
  4. ଧାରା -୮୧ ବୋର୍ଡ ଦ୍ଵାରା ଋଣପତ୍ର ଦେବା
  5. ଧାରା – ୮୨ – କୌଣସି ସଂପତ୍ତି ଉପରେ ଋଣପତ୍ର ଗ୍ରହୀତାଙ୍କ ଅଧିକାର
  6. ଧାରା ୮୩ - ଋଣ ପତ୍ରର ମୂଳଧନ ଓ ସୁଧ ଉପରେ ରାଜ୍ୟ ସରକାରଙ୍କର ନିର୍ଭରୋକ୍ତି
  7. ଧାରା ୮୪- ରାଜ୍ୟ ସରକାରଙ୍କ ଦ୍ଵାରା ଅନ୍ୟାନ୍ୟ ନିର୍ଭରୋକ୍ତି
  8. ଧାରା ୮୫ - କେତେକ ଦାବି ଉପରେ ବନ୍ଧକର ଅଗ୍ରାଧିକାର
  9. ଧାରା - ୮୬ - ବନ୍ଧକ ସଂପତ୍ତିର କ୍ରୟ ପାଇଁ ଭୂ-ଉନ୍ନୟନ ବ୍ୟାଙ୍କ ଓ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କର ଅଧିକାର
  10. ଧାରା ୮୭- ଭୂ- ଉନ୍ନୟନ ବ୍ୟାଙ୍କର ସପକ୍ଷରେ ସଂପାଦିତ ବନ୍ଧକ ରାଜ୍ୟ ଭୂବନ୍ଧକ ସହିତ ନିହିତ ହେବା
  11. ଧାରା ୮୮- ଅର୍ଥ ଗ୍ରହଣ ଓ ପ୍ରମାଣପତ୍ର ମଞ୍ଜୁର କରିବାକୁ ଭୂ- ଉନ୍ନୟନ ବ୍ୟାଙ୍କର କ୍ଷମତା
  12. ଧାରା ୮୯ – ବନ୍ଧକ ଗ୍ରହୀତାଙ୍କ ପୂର୍ବକ୍ତୋ ଋଣ ପରିଶୋଧ ପାଇଁ ଭୂ – ଉନ୍ନୟନ ବ୍ୟାଙ୍କର କ୍ଷମତା
  13. ଧାରା ୯୦- କେତେବେଳେ କୋରଖ କରାଯିବ
  14. ଧାରା ୯୧ ବିକ୍ରୟ କ୍ଷମତା, କେତେବେଳେ ପ୍ରୟୋଗ କରାଯିବ
  15. ଧାରା ୯୨- ବନ୍ଧକ ସମ୍ପତିର ଧ୍ଵଂସ କିମ୍ବା ସୁରକ୍ଷା ଅଭାବ ସମୟରେ   [ ଭୂ- ଉନ୍ନୟନ ବ୍ୟାଙ୍କର ] କ୍ଷମତା
  16. ଧାରା ୯୩ - ସଂପତ୍ତିର ବିକ୍ରୟ ଓ କୋରଖ ନିମନ୍ତେ ବୋର୍ଡ ଓ ଟ୍ରଷ୍ଟର କ୍ଷମତା
  17. ଧାରା - ୯୪ ବିକ୍ରୟକାରୀର ସତ୍ତ୍ଵ ଉପରେ ଆପତ୍ତି ଉଠାଯିବ ନାହିଁ
  18. ଧାରା ୯୫- ବନ୍ଧକ ଗ୍ରହୀତା ଦେବାଳିଆ ହେଲେ ବନ୍ଧକ ଉପରେ ପ୍ରଶ୍ନ ଉଠାଯିବ ନାହିଁ
  19. ଧାରା - ୯୬ ରିସିଭର ନିଯୁକ୍ତି ଏବଂ ତାଙ୍କର କ୍ଷମତା
  20. ଧାରା ୯୭- ପଟ୍ଟା ଦେବା ନିମନ୍ତେ ବନ୍ଧକ ଗ୍ରହୀତାଙ୍କ କ୍ଷମତା
  21. ଧାରା୯୮- ଭୂ- ଉନ୍ନୟନ ବ୍ୟାଙ୍କ ଓ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ ସମ୍ବନ୍ଧରେ ସଂପାଦିତ ଦଲିଲ ପତ୍ରର ନିବନ୍ଧକ  (ରେଜିଷ୍ଟ୍ରୀକରଣ)
  22. ଧାରା ୯୯- ବୋର୍ଡ ଦ୍ଵାରା କେତେକ କ୍ଷମତା ଅର୍ପଣ
  23. ଧାରା -୧୦୦ – ସଂପତ୍ତି ହସ୍ତାନ୍ତରଣ ଆଇନ (୪/୧୮୮୨)
  24. ଧାରା  -୧୦୧ – ରେଗୁଲେସନ ପ୍ରସ୍ତୁତି ନିମନ୍ତେ ବୋର୍ଡର କ୍ଷମତା

ଧାରା ୭୮- ସଂଜ୍ଞା

  1. ଏହି ଧାରାରେ -
    • “ମଣ୍ଡଳ“ ଅର୍ଥାତ ରାଜ୍ୟ ଭୂ-ଉନ୍ନୟନ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀକୁ ବୁଝାଇବ  ।
    • “ଭୂ- ଉନ୍ନୟନ ବ୍ୟାଙ୍କ  ଅର୍ଥାତ ଏହି ଆଇନାନୁଯାୟୀ ରେଜେଷ୍ଟ୍ରୀଭୁକ୍ତ ଅଥବା ରେଜେଷ୍ଟ୍ରୀଭୁକ୍ତ ହେବାକୁ ଥିବା ଏକ ସମବାୟ ଭୂ-ଉନ୍ନୟନ ବ୍ୟାଙ୍କର ଏଜେଣ୍ଟ ରୂପେ ପ୍ରବେଶ କରିବା ଅଧିକାର ଥିବ ଏକ ସମବାୟ ସମିତି ଅଥବା ନିଗମ ନିକାୟ ଅନ୍ତର୍ଭୁକ୍ତ।
    • ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ “ ଅର୍ଥାତ ଓଡିଶା ରାଜ୍ୟ,  ସମବାୟ ଭୂ- ଉନ୍ନୟନ ବ୍ୟାଙ୍କ ଲିଃ ବୁଝାଇବ,ଏବଂ
    • “ଟ୍ରଷ୍ଟି“ ଅର୍ଥାତ ୭୯ ଧାରାରେ ଉଲ୍ଲିଖିତ ଟ୍ରଷ୍ଟିକୁ ବୁଝାଇବ ।
  2. ଭୂ- ଉନ୍ନୟନ ବ୍ୟାଙ୍କ ମଧ୍ୟବର୍ତ୍ତୀକାଳୀନ ଋଣର ବ୍ୟତୀତ ଅନ୍ୟାନ୍ୟ ଋଣ ନିମ୍ନଲିଖିତ ଉଦ୍ଦେଶ୍ୟ  -
    • ଭୂ- ଉନ୍ନୟନ
    • ଜମିର ଉତ୍ପାଦନ ବୃଦ୍ଧି
    • କୃଷିର ଉନ୍ନତି
    • କୃଷି ସମ୍ବନ୍ଧୀୟ ବିଷୟବସ୍ତୁ ଯଥା  -
      • ଗୋପାଳନ
      • ପଶୁ ପାଳନ ଏବଂ
      • ମତ୍ସ୍ୟ ଚାଷ ଏବଂ
    • ରାଜ୍ୟ ସରକାର ନୋଟିଫିକେସନ ଦ୍ଵାରା ସମୟ ସମୟରେ ନିର୍ଦ୍ଧାରିତ କରିଥିବା କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ବ୍ୟବସାୟ -

    ନିମନ୍ତେ ଅଗ୍ରୀମ ଆକାରରେର ମଞ୍ଜୁର କରିପାରନ୍ତି ।

  3. ଭୂ- ଉନ୍ନୟନ ବ୍ୟାଙ୍କ ହୁଏତ ମଧ୍ୟ ସେପରି ଅନ୍ୟ କୌଣସି ବ୍ୟବସାୟ ଅଥବା ଉଦ୍ଦେଶ୍ୟ ନିମନ୍ତେ ସ୍ୱଳ୍ପ ମିଆଦୀ ଋଣ ବ୍ୟତୀତ ଋଣ, ରାଜ୍ୟ ସରକାର ସମୟକୁ ସମୟ ଅଧିସୂଚନା ଦ୍ଵାରା ଉଲ୍ଲେଖିତ କରିଥିବା ସେପରି କୌଣସି ସର୍ତ୍ତାବଳୀକୁ ଭିତ୍ତିକରି ଅଗ୍ରୀମ ଦେଇପାରନ୍ତି ।

ଧାରା ୭୯- ଟ୍ରଷ୍ଟି ନିଯୁକ୍ତି ଏବଂ ତାଙ୍କର କ୍ଷମତା ଓ କାର୍ଯ୍ୟାବଳୀ

ନିବନ୍ଧକ କିମ୍ବା ଯେଉଁଠାରେ ରାଜ୍ୟ ସରକାର ଅନ୍ୟ ଯେକୌଣସି ବ୍ୟକ୍ତିଙ୍କୁ ତାଙ୍କ ତରଫରୁ ନିଯୁକ୍ତ କରନ୍ତି,  ସେପରି ବ୍ୟକ୍ତି ବୋର୍ଡ ଦ୍ଵାରା ଦିଆଯାଇଥିବା ଋଣ ଆଦାୟକାରୀମାନଙ୍କ ପ୍ରତି ରାଜ୍ୟ- ଭୂଉନ୍ନୟନ ବ୍ୟାଙ୍କ ର ଦାୟିତ୍ଵ ପୂରଣ କରିବା ପାଇଁ ଟ୍ରଷ୍ଟି ହେବେ ।

ଏହି ଆଇନର ବ୍ୟବସ୍ଥାନୁଯାୟୀ ଓ ବ୍ୟାଙ୍କ ଏବଂ ଟ୍ରଷ୍ଟି ମଧ୍ୟରେ ବିଭିନ୍ନ ସମୟରେ ହେଉଥିବା ପାରସ୍ପରିକ ଚୁକ୍ତି ଅନୁଯାୟୀ ଓ ଉଭୟଙ୍କ ମଧ୍ୟରେ ସଂପାଦିତ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରଷ୍ଟିଙ୍କ କ୍ଷମତା ଓ କାର୍ଯ୍ୟ।ବଳି ନିୟନ୍ତ୍ରିତ ହେବ ।

ଧାରା ୮୦ - ଟ୍ରଷ୍ଟି ଏକକ ନିଗମ

ଋଣପତ୍ର ପାଇଁ ଟ୍ରଷ୍ଟି ନାମରେ ଏହା ଏକକ ନିଗମ ହେବ ଏବଂ ଏହାର ଶଶ୍ଵତ ଉତ୍ତରାଧିକାରୀ ରହିବ ।  ସାଧାରଣ ସିଲ ରହିବ ଓ ତାହାର ବିଧିବଦ୍ଧ ନାମରେ ତାହା ତରଫରୁ ଓ ତାହା ବିରୁଦ୍ଧରେ ମାମଲା ଦାଏର କରାଯାଇପାରିବ ।

ଧାରା -୮୧ ବୋର୍ଡ ଦ୍ଵାରା ଋଣପତ୍ର ଦେବା

  1. ଟ୍ରଷ୍ଟିର ପୂର୍ବ ମଞ୍ଜୁରୀ ସହ ବୋର୍ଡ ବିଭିନ୍ନ ସମୟରେ ନିଜ ଅଧିକାରରେ ଥିବା କିମ୍ବା ହସ୍ତାନ୍ତରୀଣ ହୋଇଥିବା ବନ୍ଧକ  ଓ ସଂପତ୍ତିର ବନ୍ଧକରେ କିମ୍ବା 87 ଧାରାର ବ୍ୟବସ୍ଥାନୁଯାୟୀ ଭୂ-ଉନ୍ନୟନ ବ୍ୟାଙ୍କରୁ ରାଜ୍ୟ ଭୂ-ଉନ୍ନୟନ ବ୍ୟାଙ୍କରୁ ହସ୍ତାନ୍ତରିତ ହୋଇଛି ବୋଲି ଗୃହିତ ହୋଇଥିବା ଏବଂ ଏପରି ବ୍ୟାଙ୍କର ଅନ୍ୟାନ୍ୟ ସଂପତ୍ତି ବନ୍ଧକରେ ଏକ କିମ୍ବା ଏକାଧିକ ଆଖ୍ୟାର ଋଣପତ୍ର ଦେଇପାରିବ ।
  2. ପୂର୍ବୋକ୍ତ ପ୍ରକାର ଋଣପତ୍ର ଦଲିଲ ସାଧାରଣତଃ ଜାରି ହେବ ଦିନଠାରୁ ୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥାଏ, କିନ୍ତୁ ଋଣପତ୍ର – ଗ୍ରହିତାଙ୍କୁ ଅତିକମରେ ୩ ମାସ ପୂର୍ବରୁ ଲିଖିତ ଆଦେଶ ଦେବା ପରେ ଏବଂ ଋଣ ମୁକ୍ତ ପାଇଁ ନିର୍ଦ୍ଧିଷ୍ଟ   ତାରିଖ ପୂର୍ବରୁ ଯେକୌଣସି ସମୟରେ ଋଣପତ୍ର ଗ୍ରହିତାଙ୍କୁ ଡାକିବା ପାଇଁ ବୋର୍ଡର ଅଧିକାର ଅଛି  ।
  3. ଋଣପତ୍ର ଗ୍ରହିତା ଉପରେ ବୋର୍ଡ ଦ୍ଵାରା ଜାରୀ କରାଯାଇଥିବା ଦେୟ ସମସ୍ତ ପରିମାଣ ଏବଂ ବାକି ଦେୟ କୌଣସି ସମୟରେ ନିମ୍ନଲିଖିତ ମୋଟ ଦେୟଠାରୁ ଅଧିକ ହେବନାହିଁ  । ଯଥା -
    • ରାଜ୍ୟ ଭୂ – ଉନ୍ନୟନ ବ୍ୟାଙ୍କ ଦ୍ଵାରା ବନ୍ଧକ ଉପରେ ସିଦ୍ଧାନ୍ତ କରାଯାଇଥିବା ଦେୟର ସମସ୍ତ ପରିମାଣ କିମ୍ବା ହସ୍ତାନ୍ତର  କରିବା କିମ୍ବା ଧାରା ୮୭ର ବ୍ୟବସ୍ଥାନୁଯାୟୀ ଭୂ – ଉନ୍ନୟନ ବ୍ୟାଙ୍କ ଦ୍ଵାରା ହସ୍ତାନ୍ତର କରିବା ଏବଂ ରାଜ୍ୟ ଭୂ – ଉନ୍ନୟନ ବ୍ୟାଙ୍କ ଭୂବନ୍ଧନ ବ୍ୟବସାୟ ସଂପର୍କରେ ସଂପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରିବା ଏବଂ ସେଭଳି ସମୟରେ ଅବସ୍ଥିତି, ଏବଂ
    • ପୂର୍ବୋକ୍ତ ବନ୍ଧକର ପରିମାଣ ଦେୟ କିମ୍ବା ସେହି ସମୟରେ ବୋର୍ଡ କିମ୍ବା ଟ୍ରଷ୍ଟି ଦାୟିତ୍ଵରେ ଥିବା ବନ୍ଧକ ପରିମାଣ ।
      • ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ –
      • ଏହି ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ସେଭଳି ବ୍ୟାଙ୍କର ପକ୍ଷ ଅବଲମ୍ବନ କରି ସଂପାଦନ କରାଯାଇଥିବା ସମସ୍ତ ପ୍ରବନ୍ଧ, ପ୍ରକରଣ ‘କ’ ଅନୁଯାୟୀ ସଂପାଦନ କରାଯିବାର ଧରି ନିଆଯିବ ।
      • ଭୂ – ଉନ୍ନୟନ ବ୍ୟାଙ୍କ ପକ୍ଷ ଅବଲମ୍ବନ କରି ସଂପାଦିତ ବନ୍ଧକ, ଏହି ଭୂ – ଉନ୍ନୟନ ବ୍ୟାଙ୍କରେ ଅନ୍ତର୍ଭୁକ୍ତ ବ୍ୟବସ୍ଥା ପ୍ରତି ପ୍ରଯୁଜ୍ୟ । ଉପଧାରା ୪ ବ୍ୟବସ୍ଥାନୁଯାୟୀ ଏହା ଆବଶ୍ୟକ ପରିବର୍ତ୍ତେ ସହିତ ରାଜ୍ୟ ଭୂ – ଉନ୍ନୟନ ବ୍ୟାଙ୍କ ପକ୍ଷ ଅବଲମ୍ବନ କରି ସଂପାଦିତ ବନ୍ଧକ ପ୍ରତି ମଧ୍ୟ ପ୍ରଯୁଜ୍ୟ ହେବ ।

ଧାରା – ୮୨ – କୌଣସି ସଂପତ୍ତି ଉପରେ ଋଣପତ୍ର ଗ୍ରହୀତାଙ୍କ ଅଧିକାର

ନିମ୍ନଲିଖିତ ସଂପତ୍ତି ଉପରେ ଋଣପତ୍ର ଗ୍ରହୀତାଙ୍କ ଅସ୍ଥାୟୀ ଅଧିକାର ରହିବ । ଯଥା -

  • ୮୧ ଧାରାରେ ଉପଧାରା ୩ ପ୍ରକରଣ “କ” ରେ ନିର୍ଦ୍ଧିଷ୍ଟ କରାଯାଇଥିବା ସେଭଳି ପ୍ରତ୍ୟେକ ବନ୍ଧକ ଏବଂ ସଂପତ୍ତି;
  • ସେଭଳି ବନ୍ଧକ ଅନୁଯାୟୀ ଦେୟ ସମସ୍ତ ପରିମାଣ ଏବଂ ବୋର୍ଡ ଓ ଟ୍ରଷ୍ଟି ଦାୟିତ୍ଵରେ ଥିବା ପରିମାଣ ।
  • ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କର ଅନ୍ୟାନ୍ୟ ସଂପତ୍ତି ।

ଧାରା ୮୩ - ଋଣ ପତ୍ରର ମୂଳଧନ ଓ ସୁଧ ଉପରେ ରାଜ୍ୟ ସରକାରଙ୍କର ନିର୍ଭରୋକ୍ତି

  1. ରାଜ୍ୟ ସରକାରଙ୍କର ଦ୍ଵାରା ସ୍ଥିର କରାଯାଇଥିବା ସର୍ବଗରିଷ୍ଠ ପରିମାଣକୁ ଭିତ୍ତିକରି ୮୧ ଧାରାନୁଯାୟୀ ଋଣପତ୍ର ଉପରେ ମୂଳଧନ ଓ ସୁଧ ନ୍ୟସ୍ତ କରିବା ରାଜ୍ୟ ସରକାରଙ୍କ ନିର୍ଭରୋକ୍ତି ରେ ସର୍ବଗରିଷ୍ଠ ପରିମାଣକୁ ବୃଦ୍ଧି କରିପାରନ୍ତି ।
  2. ବିଧାନସଭା ଦ୍ଵାରା ପ୍ରସ୍ତୁତ ଯେକୌଣସି ଆଇନକୁ ଭିତ୍ତି କରି ରାଜ୍ୟ ସରକାର ଉପଧାରା (୧) ରେ ଦିଆଯାଇଥିବା ଯେକୌଣସି ନିର୍ଭରୋକ୍ତି ପରିମାଣକୁ ବୃଦ୍ଧି କରିପାରନ୍ତି  ।
  3. ବୋର୍ଡ ଓ ଟ୍ରଷ୍ଟିର ପରାମର୍ଶ ପରେ ରାଜ୍ୟ ସରକାର -
    • ସରକାରୀ ଗେଜେଟରେ ଘୋଷଣା ଦ୍ଵାରା, ଏବଂ
    • ରାଜ୍ୟ ସରକାର ଏଥିନିମନ୍ତେ ରାଜ୍ୟର କିମ୍ବା ଅନ୍ୟ ରାଜ୍ୟର ମୁଖ୍ୟ ସମ୍ବାଦପତ୍ରରେ ଘୋଷଣାନାମ ଜାରୀ କରିପାରନ୍ତି ଏବଂ ୧୪ ଦିନ ପର୍ଯ୍ୟନ୍ତ ସମୟ ଦେଇପାରନ୍ତି ।

    ସରକାରୀ ଗେଜେଟରେ ଘୋଷଣା ପ୍ରକାଶିତ ହେବାର ଛଅମାସ ପୂର୍ବରୁ ନିର୍ଭରୋକ୍ତିକୁ ବନ୍ଦ କିମ୍ବା ସର୍ବଗରିଷ୍ଠ ପରିମାଣକୁ ସୀମାବଦ୍ଧ କିମ୍ବା ସେଭଳି ସର୍ତ୍ତକୁ ପରିବର୍ତ୍ତନ କରିପାରନ୍ତି   ।

    ପ୍ରକାଶଠାରୁକି, ଏହି ଉପ - ଧାରାନୁଯାୟୀ ଯେକୌଣସି ନିର୍ଭରୋକ୍ତିର ବନ୍ଦ, ସୀମାବଦ୍ଧ ଓ ପରିବର୍ତ୍ତନ ସେଭଳି ବନ୍ଦ, ସୀମାବଦ୍ଧ ଓ ପରିବର୍ତ୍ତନ ଚାଲୁ ହେବା ତାରିଖଠାରୁ ଋଣ ପତ୍ର, ଦ୍ଵାରା ବହନ କରାଯାଇଥିବା ନିର୍ଭରୋକ୍ତି ଉପରେ ପ୍ରଭାବ ପକାଇବ ନାହିଁ ।

  4. ଯେତେବେଳେ ସେଭଳି ନିର୍ଭରୋକ୍ତିର ସର୍ବଗରିଷ୍ଠ ପ୍ରାଇମାନ ସଙ୍କୁଚିତ କରାଯିବ କିମ୍ବା ସର୍ତ୍ତ ଉପରେ ଦିଆଯାଇଥିବା ନିର୍ଭରୋକ୍ତିକୁ ଭିତ୍ତିକରି ପରିବର୍ତ୍ତନ କରାଯିବ, ସେତେବେଳେ ଉପଧାରା ୩ରେ ନିର୍ଦ୍ଧିଷ୍ଟ ଘୋଷଣା ଯଥାଯଥ ଭାବରେ ନିର୍ଭରୋକ୍ତିର ପରିମାଣ ଓ ପରିବର୍ତ୍ତନର ପରିସର ଓ ପରିମାଣ ଆରମ୍ଭ କରିପାରନ୍ତି  ।

ଧାରା ୮୩ – କ- ଭୂ-ଉନ୍ନୟନ ବ୍ୟାଙ୍କ ଦ୍ଵାରା ଋଣ ମଞ୍ଜୁର – ଯେକୌଣସି ଭୂ-ଉନ୍ନୟନ ବ୍ୟାଙ୍କ ତାର ସଦସ୍ୟମାନଙ୍କୁ ଋଣମୁକ୍ତ ଜମି ଦାୟରେ ଋଣ ମଞ୍ଜୁର କରିପାରିବେ   ।

ଧାରା ୮୩ - ଖ- ଋଣ ଦରଖାସ୍ତକାରୀ ତରଫରୁ ଘୋଷଣା –

  1. ଏକ ଭୂ ଉନ୍ନୟନ ବ୍ୟାଙ୍କରୁ ଋଣ ନେବାପାଇଁ ଦରଖାସ୍ତ କରିଥିବା ପ୍ରତ୍ୟେକ ବ୍ୟକ୍ତି ଶପଥପୂର୍ବକ ନିବନ୍ଧକଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅଫିସରଙ୍କ ସମ୍ମୁଖରେ ସେହି ବ୍ୟାଙ୍କ ଅନୁମୋଦିତ ଫର୍ମରେ ନିମ୍ନମତେ ଏହା ଘୋଷଣା କରିବେ ଯେ, ଋଣ ପାଇଁ ବନ୍ଧକ ଦିଆଯାଇଥିବା ଜମି ସମସ୍ତ ପ୍ରକାର ଦାୟରୁ ମୁକ୍ତ ଅଟେ  ଏବଂ ବନ୍ଧକଦାତା  ସେହି ଜମିର ଅଧିକାରରେ ଅଛନ୍ତି ଓ ତାହାକ ବନ୍ଧକ ଦେବା ଅଧିକାର ତାଙ୍କର ଅଛି ।
  2. ଉପ- ଧାରା (୧) ଅନୁଯାୟୀ କରାଯାଇଥିବା ଘୋଷଣା ଯଦି କୌଣସି ସମୟରେ ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହୋଇଥିବାର ପରିଲିଖିତ ହୁଏ   ।  ତେବେ ୮୫ ଧାରାର ବ୍ୟବସ୍ଥାକୁ ଭିତ୍ତିକରି ଦରଖାସ୍ତକାରୀଙ୍କର ଅନ୍ୟସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ଉପରେ ଭୂ- ଉନ୍ନୟନ ବ୍ୟାଙ୍କର ପ୍ରଥମ ଅଧିକାରୀ ରହିବ ଏବଂ ସେଭଳି ୯୧  ଧାରାନୁଯାୟୀ ଉନ୍ନୟନ ବ୍ୟାଙ୍କ ସେଭଳି ସଂପତ୍ତିର ବନ୍ଧକଦାତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି  ।
  3. ସ୍ପଷ୍ଟୀକରଣ - ୩୪ ଧାରାନୁଯାୟୀ ସୃଷ୍ଟି ହୋଇଥିବା ଦାବି, ଏହି ଧାରା ଅଥବା ୮୩ – କ ଧାରା ଉଦ୍ଦେଶ୍ୟ ନିମନ୍ତେ ଏକ ଦାୟ ରୂପେ ଗଣ୍ୟ ହେବ   ।

  4. ଉପ- ଧାରା (୧) ର ଆବଶ୍ୟକତାନୁଯଯାଇ ଉପଭୋଗ କରୁଥିବା ଦରଖାସ୍ତଗୁଡିକୁ ଏଥିନିମନ୍ତେ ହୋଇଥିବା ନିୟମାବଳି ଅନୁଯାଯାଇ ବ୍ୟାଙ୍କ ଦ୍ଵାରା ବିଚାରକୁ ନିଆଯିବ  ।

ଧାରା ୮୩ - ଗ - ଭୂ- ଉନ୍ନୟନ ବ୍ୟାଙ୍କ ଅଥବା କୌଣସି କମିଟି ଅଥବା ଏହି ଆଇନ ଅଥବା ବ୍ୟାଙ୍କର ଉପ-ବିଧି ଅନୁଯାୟୀ କ୍ଷମତାପ୍ରାପ୍ତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଦ୍ଵାରା କରାଯାଇଥିବା ଏକ ଲିଖିତ ଆଦେଶ ବଳରେ ସମ୍ପୃକ୍ତ ବ୍ୟାଙ୍କର ଉପବିଧିରେ ନିର୍ଦ୍ଧାରିତ ଯେକୌଣସି ଉଦ୍ଦେଶ୍ୟ ନିମନ୍ତେ ଯଦି ଋଣ ମଞ୍ଜୁରୀ କରନ୍ତି ଏବଂ ଏହି ଆଇନ କାର୍ଯ୍ୟକରି ହେବାପୂର୍ବରୁ କିମ୍ବା ପରେ ଋଣ ମଞ୍ଜୁର କରିପାରନ୍ତି ।  ଏହା ନିମ୍ନଲିଖିତ ବିଷୟପ୍ରତି ଚୁଡାନ୍ତ ବୋଲି ଧରି ନିଆଯିବ, ଯଥା  -

  • ସମିତିର ଉପବିଧିର ଅର୍ଥାନୁଜଯୀ ବର୍ଣ୍ଣିତ ସେଭଳି କାର୍ଯ୍ୟ ଓ ସେଭଳି ଋଣ ମଞ୍ଜୁର କେବଳ ଜମିର ଉନ୍ନତି ଓ ଉର୍ବରତା ଉଦ୍ଦେଶ୍ୟରେ ଯଦି କରାଯାଇଥାଏ ।
  • ସେଭଳି ଉନ୍ନତି ନିର୍ଦ୍ଧିଷ୍ଟ ଜମିର ଉନ୍ନତି କଳ୍ପେ ଓ ଜମିର ଉର୍ବରତା ଉଦ୍ଦେଶ୍ୟରେ ସଂପତ୍ତି ଅର୍ପଣ କରାଯାଇପାରେ କିମ୍ବା ସେଠିରେ କିଛି ଅଂଶ ସମ୍ପୃକ୍ତ ହୋଇପାରେ ।

ଧାରା ୮୩- ଘ- ଅଧିକାର କିପରି ସୃଷ୍ଟି ହୁଏ ଓ ଏହାର ଫଳ –

  1. କୌଣସି ଭୂ- ଉନ୍ନୟନ ବ୍ୟାଙ୍କରୁ ଋଣ ପାଇବା ପାଇଁ ଦରଖାସ୍ତ  କରିଥିବା ପ୍ରତ୍ୟେକବ୍ୟକ୍ତିଙ୍କର ନିଜର ଜମି କିମ୍ବା ନିଜର ସ୍ଵାର୍ଥ ନିହିତ ଥିବା ଜମିରେ ବ୍ୟାଙ୍କର ଅଧିକାର ରହିବ ।  ଦରଖାସ୍ତଙ୍କର ଦରଖାସ୍ତ ମଞ୍ଜୁର ହେବାପାଇଁ ସେ ନିର୍ଧାରିତ ଫର୍ମରେ ଏକ ଘୋଷଣା କରିବେ ଯେ, ଋଣ ପାଇବା ପାଇଁ ତାଙ୍କର ସେପରି ଜମିରେ ବ୍ୟାଙ୍କର ଅଧିକାର ରହିବ ।
  2. ଉପ- ଧାରା (1) ଅନୁଯାୟୀ କରଯାଇଥିବା ଘୋଷଣା ସମ୍ପୃକ୍ତ ବ୍ୟାଙ୍କର ସମ୍ମତିକ୍ରମେ ଦରଖାସ୍ତକାରୀ ସମୟକୁ ସମୟ ପରିବର୍ତ୍ତନ କରିପାରିବେ ।  ଏପରି ପରିବର୍ତ୍ତନ ହେବା ତାରିଖଠାରୁ ଏହା କାର୍ଯ୍ୟକାରୀ ହେବ  ।  ଏହା ମୂଳ ଘୋଷଣା ହୋଇଥିଲେ ଉପ-ଧାରା (3) ଅନୁଯାୟୀ ଏହା କାର୍ଯ୍ୟକରି ହେବ ।
  3. ରେଜିଷ୍ଟ୍ରି ଆଇନ (୧୬/୧୯୦୮) ରେ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଉପଧାରା (୧) ଅନୁଯାୟୀ ଋଣ ଦେଇଥିବା ବ୍ୟାଙ୍କର ଅଧିକାର ସମ୍ପର୍କରେ କରାଯାଇଥିବା ବ୍ୟାଙ୍କର ଅଧିକାର ସମ୍ପର୍କରେ କରାଯାଇଥିବା ଘୋଷଣା କିମ୍ବା ଉପଧାରା  (୧) ଅନୁଯାୟୀ କରାଯାଇଥିବା ପରିବର୍ତ୍ତନ ସେହି ଆଇନାନୁଯାୟୀ ଯଥାଯଥାଭାବେ ଅଧିକାର ହେବା ତାରିଖ କିମ୍ବା ପରିବର୍ତ୍ତନ ସେହି ଅଇନାନୁଯାୟୀ ଯଥାଯଥ ଭାବେ ଅଧିକାର ହେବ ତାରିଖ କିମ୍ବା ପରିବର୍ତ୍ତନ ତାରିଖଠାରୁ ରେଜିଷ୍ଟ୍ରି କରାଯାଇଛି ବୋଲି ବିବେଚିତ  ହେବ  ।  ପ୍ରକାଶଥାଉ କି,  ଏପରି ଅଧିକାର ସୃଷ୍ଟି କିମ୍ବା ପରିବର୍ତ୍ତନ ସମ୍ପର୍କୀୟ ଦଲିଲର ଦୁଇଟି ନକଲ ବ୍ୟାଙ୍କର କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଦ୍ଵାରାସତ୍ୟ ବୋଲି ପ୍ରମାଣିତ ହୋଇ ସେହି ସମୁଦାଯ ଜମି କିମ୍ବା ତାହାର କେତେକାଂଶ ଅବସ୍ଥିତ ଥିବା ଅଞ୍ଚଳର ଦାୟିତ୍ଵରେ ଥିବା ଉପ- ନିବନ୍ଧକ ଙ୍କ ନିକଟକୁ ସମ୍ପୃକ୍ତ ବ୍ୟାଙ୍କ ରେଜିଷ୍ଟ୍ରି ଡାକ  (ଫେରନ୍ତା ପ୍ରାପ୍ତି ସ୍ଵୀକାର ରସିଦ ସହ ଦ୍ଵାରା ତିରସ ଦିନ ମଧ୍ୟରେ ପଠାଇବେ  )
  4. ପ୍ରଚଳିତ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, କୌଣସି [ଭୂ- ଉନ୍ନୟନ ବ୍ୟାଙ୍କରୁ] ଜମିଉପରେ ଅଧିକାର ସାବ୍ୟସ୍ତ କରାଇ ଋଣ ନେଇଥିବା ଦରଖାସ୍ତକାରୀ ସେହି ଋଣ ପରିଶୋଧ ହୋଇନଥିବା ସମୟରେ ସମ୍ପୃକ୍ତ ଜମିକୁ ସମ୍ପୃକ୍ତ ବ୍ୟାଙ୍କରୁ ଲିଖିତ ଅନୁମତି ବିନା ପଟ୍ଟା ଦେଇପାରିବେ ନାହିଁ କିମ୍ବା ସେହି ଜମିପରେ ପ୍ରଜାସତ୍ଵ ଅଧିକାର ସୃଷ୍ଟି କରିପାରିବ ନାହିଁ ।
  5. ଏହି ଧାରାର ବ୍ୟବସ୍ଥା ବିରୁଦ୍ଧରେ ସମ୍ପୃକ୍ତ ଜମିକୁ ପଟ୍ଟା ଦେଇଥିଲେ କିମ୍ବା ତହିଁରେ ପ୍ରଜାସତ୍ଵ ଅଧିକାର ସୃଷ୍ଟି କରାଯାଇଥିଲେ, ତାହା ଅବୈଧ ଘୋଷିତ ହେବ ।

ଧାରା ୮୩- ଙ – ହିନ୍ଦୁ ଅବିଭକ୍ତ ପରିବାରର ଏକ ସଭ୍ୟ କିମ୍ବା ଅଂଶୀଦାରଙ୍କ ଅଧିକାର ସୃଷ୍ଟି ଅଥବା ବନ୍ଧକ ସମ୍ପାଦନ -

  1. ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଏକ ଭୂ- ଉନ୍ନୟନ ବ୍ୟାଙ୍କ ସପକ୍ଷରେ ଏକ ହିନ୍ଦୁ ଅବିଭକ୍ତ ପରିବାର ସହ ଭାଗୀଡାରଙ୍କ ମଧ୍ୟରୁ କୌଣସି କ୍ରେତାଙ୍କ ଦ୍ଵାରା ଏକ ବନ୍ଧକ ସମ୍ପାଦନ କରାଗଲେ, କିମ୍ବା ଅଧିକାର ସୃଷ୍ଟି କରାଗଲେ ଏବଂ ସେହି ବନ୍ଧକ ସମ୍ପାଦନ କିମ୍ବା ଅଧିକାର ସୃଷ୍ଟି ତାରିଖରେ ସେପରି ବ୍ୟକ୍ତି କିମ୍ବା ବ୍ୟକ୍ତିମାନେ କଥିତ ଜମିର ଦଖଲରେ ଥିଲେ ଓ ଏହାର ଦଖଲ ରାଜ୍ୟ ଭୂ - ଉନ୍ନୟନ ବ୍ୟାଙ୍କ ଦ୍ଵାରା ନିର୍ଦ୍ଧାରିତ ଫର୍ମରେ ରେଭେନିଉ ଇନିସପେକ୍ଟରଙ୍କ ପଦବୀ ସମତୁଲ୍ୟ କିମ୍ବା ତତୋଧିକ ପଦଧାରୀ ଜୈନିକ ଅଫିସରଙ୍କ ଦ୍ଵାରା ପ୍ରମନାୟତ ହୋଇଥିଲେ, ତାହା କଥିତ ଜମି ଉପରେ ପ୍ରଥମ ଅଧିକାର ରୂପେ ରହିବ । ମଞ୍ଜୁର ହୋଇଥିବା ସେହି ଦଖଲ ସାର୍ଟିଫିକେଟ ଚୁଡାନ୍ତ ରୂପେ ବିବେଚିତ ହେବ ଏବଂ ପକ୍ଷ ତାହା ମାନିବାକୁ ବାଧ୍ୟ ରହିବେ ।  କୌଣସି କୋର୍ଟ ଟ୍ରିବ୍ୟୁନାଳରେ ସେହି ଦଖଲ ସାର୍ଟିଫିକେଟ ସମ୍ପର୍କରେ ମାମଲା ଦାଏର କରାଯାଇପାରିବ ନାହିଁ ।
  2. ପ୍ରଚଳିତ ପ୍ରଥା , ରୀତି ନୀତି କିମ୍ବା ଅନ୍ୟ ଯେକୌଣସି ପ୍ରକାର ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ କୌଣସି ଭୂ-ଉନ୍ନୟନ ବ୍ୟାଙ୍କ ନେଇଥିବା ଋଣ ସଂପୂର୍ଣ୍ଣ ରୂପେ ପରିଶୋଧ ହେବା ପର୍ଯ୍ୟନ୍ତ ବନ୍ଧକ ଥିବା ସମ୍ପତ୍ତି ଉପରେ ସେହି ଋଣର ପ୍ରଥମ ଅଧିକାର ରହିବ ।  ଏପରି ସମ୍ପତ୍ତିର ଭାଗ ବଣ୍ଟୁଆରା, ବନ୍ଦୋବସ୍ତ, ବିକ୍ରିଦାନ, ହସ୍ତାନ୍ତରକାରଣ, ଦାୟ, ଅଧିକାର କିମ୍ବା ଅନ୍ୟ ଯେକୌଣସି ପ୍ରକାର ଦାୟିତ୍ଵ କୋର୍ଟ କିକ୍ୱା ଯେକୌଣସିବ୍ୟକ୍ତି ସେହି ସମ୍ପତିକୁ ଯେକୌଣସି ଉପାୟରେ ଉପର୍ଜ୍ଜନ କଲେ, ସେହି ବ୍ୟକ୍ତି କଥିତ ଋଣକୁ ପରିଶୋଧ କରିବାକୁ ଦାୟୀ ରହିବେ ।
  3. ଓଡିଶା ଚକବନ୍ଦୀ ଓ ଜମି ବିଭାଜନ ନିବାରଣ ଆଇନ ୨୧/୧୯୭୨ ଏବଂ ଓଡିଶା ଭୂ- ସଂସ୍କାର ଆଇନ ୧୬/୧୯୬୦ ର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଉପରୋକ୍ତ ବ୍ୟବସ୍ଥାଗୁଡିକ ଲାଗୁ ହେବ ।

ଧାରା ୮୪- ରାଜ୍ୟ ସରକାରଙ୍କ ଦ୍ଵାରା ଅନ୍ୟାନ୍ୟ ନିର୍ଭରୋକ୍ତି

ଯେତେବେଳେ [ରାଜ୍ୟ ଭୂ –ଉନ୍ନୟନ ବ୍ୟାଙ୍କ ] ଜମିର ଉନ୍ନତି ନିମିତ୍ତ କୌଣସି ସଦସ୍ୟକୁ ଋଣ ପରିମାଣରୁ ଅତ୍ୟଧିକ ପରିମାଣରେ ଋଣ ମଞ୍ଜୁର କରିଥାଏ,  ସେତେବେଳେ ସେଭଳି ସଦସ୍ୟ ଜମିର ମୂଳ ମୂଲ୍ୟ ଉପରେ ହକଡାର ପ୍ରାପ୍ତ ହୁଏ, ଯାହାକି ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିର କରାଯାଇ ଅନୁମୋଦନ କରାଯାଇଥାଏ  ।  ରାଜ୍ୟ ସରକାର ଉପଯୁକ୍ତ ବିବେଚନା କରିବା ପରେ ଅତ୍ୟଧିକ ପରିମାଣର ଋଣ ପରିଶୋଧ କରିବା ପାଇଁ ସଦସ୍ୟଙ୍କୁ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ନିର୍ଭରୋକ୍ତ  ପ୍ରଦାନ କରିପାରନ୍ତି ।

ଧାରା ୮୫ - କେତେକ ଦାବି ଉପରେ ବନ୍ଧକର ଅଗ୍ରାଧିକାର

  1. ପ୍ରଚଳିତ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ କିନ୍ତୁ ଭୂ-ରାଜସ୍ୱ ସମ୍ପର୍କରେ ସରକାରଙ୍କ କୌଣସି ଦାବି ଅଥବା ଭୂ- ରାଜସ୍ୱର ଆଦାୟଯୋଗ୍ୟ ବକେୟା ଅର୍ଥକୁ ଭିତ୍ତିକରି ଏବଂ ଉପଧାରା ୨ର ବ୍ୟବସ୍ଥାନୁଯାୟୀ ରାଜ୍ୟ – ଭୂ- ଉନ୍ନୟନ ବ୍ୟାଙ୍କକୁ ଦେବାକୁ ଥିବା କୌଣସି ଋଣ ଅଥବା ବକେୟା ଋଣ ଅଥବା ସମିତିର ଯେକୌଣସି ସଭ୍ୟ ଅତୀତ ଅଥବା ମୃତ ସଭ୍ୟଙ୍କର ଭୂ-ଉନ୍ନୟନ ବ୍ୟାଙ୍କରେ ବନ୍ଧକ ସମ୍ପାଦନକୁ ଭିତ୍ତିକରି ବନ୍ଧକ ଥିବା ସେଭଳି ଜମି ଉପରେ ଭୂ-ଉନ୍ନୟନ ବ୍ୟାଙ୍କର ପ୍ରଥମ ଦାବି ରହିବ  ।
  2. ବନ୍ଧକ ସଂପାଦିତ ହେବାପରେ  ଭୂ-ଉନ୍ନୟନ ଋଣ ଆଇନ ୧୮୮୨ କିମ୍ବା କୃଷି ଋଣ ଆଇନ ୧୮୮୦ ଅନୁଯାଯାଇ ଦିଆଯାଇଥିବା ସରକାରୀ ଋଣ ଅପେକ୍ଷା ପୂର୍ବୋକ୍ତି ବ୍ୟାଙ୍କ ଦ୍ଵାରା ଗୃହିତ ବନ୍ଧକ ଅଗ୍ରାଧିକାର ଭିତ୍ତିରେ ପ୍ରଥମ ଦାବି ରୂପେ ଗଣ୍ୟ ହେବ ।

ଧାରା ୮୫- କ – ହିନ୍ଦୁ ଅବିଭକ୍ତ ପରିବାରର ପରିଚାଳକଙ୍କ ଦ୍ଵାରା ବନ୍ଧକ ସଂପାଦିତ  -

  1. ଏହି ଆଇନର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ହିନ୍ଦୁ ଏକାନ୍ନଭୋଗୀ ପରିବାରର କର୍ତ୍ତା ଯଦି ଭୂ- ଉନ୍ନୟନ ବ୍ୟାଙ୍କରେ ବନ୍ଧକ ସମ୍ପାଦିତ କରିଥାଆନ୍ତି ଅଥବା ବ୍ୟାଙ୍କର ଉପବିଧି ଅନୁଯାୟୀ ବନ୍ଧକ ଗ୍ରହିତାଙ୍କୁ ଯଦି କୃଷି ଉନ୍ନୟନ ଉଦ୍ଦେଶ୍ୟରେ ଋଣ ପ୍ରଦାନ କରାଯାଇଥାଏ  ତେବେ କୌଣସି ଆଇନର ପ୍ରତିକୂଳତା ସତ୍ତ୍ୱେ ସେଭଳି ପରିବାରର ସମସ୍ତ ସଭ୍ୟ ଋଣ ପରିଶୋଧ କରିବାକୁ ବାଧ୍ୟ ଅଟନ୍ତି  ।
  2. ହିନ୍ଦୁ ଏକାନ୍ନଭୋଗୀ  କର୍ତ୍ତାଙ୍କ ଦ୍ଵାରା କୃଷି ଉନ୍ନୟନ ଉଦ୍ଦେଶ୍ୟରେ ସଂପାଦିତ କରାଯାଇଥିବା ବନ୍ଧକର ଋଣ ପରିଶୋଧ କରିବାକୁ ସେଭଳି ପରିବାରକୁ ବାଧ୍ୟ କରାନଗଲେ ଯେକୌଣସି ଆଇନର ପ୍ରତିକୁଳଟା ସତ୍ତ୍ୱେ ବନ୍ଧକ ଗ୍ରହିତା ଋଣ ପରିଶୋଧ କରିବାକୁ ବାଧ୍ୟ ହେବେ।

ଧାରା ୮୫- ଖ ଆଇନ ୩୨/୧୯୫୬ ଧାରା ୮ ବନ୍ଧକ ପ୍ରତି ପ୍ରଜୁକର୍ଯ୍ୟ  -

ହିନ୍ଦୁ ନାବାଳକତ୍ଵ ଏବଂ ଅଭିଭାବକତ୍ଵ ଆଇନ ୧୯୫୬ ର ଧାରା ଭୂ- ଉନ୍ନୟନ ସପକ୍ଷରେ କରାଯାଇଥିବା ବନ୍ଧକ ପ୍ରତି ଲାଗୁ ହେବ କିନ୍ତୁ ପରିବର୍ତ୍ତନକୁ ବନ୍ଧକ ଭିତ୍ତିକରି ଅଦାଲତକୁ ଉଲ୍ଲେଖ କରାଯିବ, ଯାହାକି ଜିଲ୍ଲା  ମାଜିଷ୍ଟ୍ରେଟ କିମ୍ବା ତାଙ୍କ ମନୋନୀତ ବ୍ୟକ୍ତିଙ୍କ ଆଦେଶ ବିରୁଦ୍ଧରେ କରାଯାଉଥିବା ଅପିଲ ଅଧିକାରପ୍ରାପ୍ତ ରାଜସ୍ୱବିଭାଗ କମିଶନଙ୍କ ବିରୁଦ୍ଧରେ କରାଯିବାର ଧରାନିଆଯିବ।

ଧାରା - ୮୬ - ବନ୍ଧକ ସଂପତ୍ତିର କ୍ରୟ ପାଇଁ ଭୂ-ଉନ୍ନୟନ ବ୍ୟାଙ୍କ ଓ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କର ଅଧିକାର

  1. ପ୍ରଚଳିତ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଏହି ଅଧ୍ୟାୟ ଅନୁଯାୟୀ ବିକ୍ରୟ ହେବାକୁ ଥିବା ଯେକୌଣସି ବନ୍ଧକ ସଂପତ୍ତି ଭୂ-ଉନ୍ନୟନ ବ୍ୟାଙ୍କ ଓ ରାଜ୍ୟ ଭୂ-ଉନ୍ନୟନ ବ୍ୟାଙ୍କ ଦ୍ଵାରା କ୍ରୟ କରାଯିବ ଆଇନ ସଙ୍ଗତ ଏବଂ କ୍ରୟ କରାଯାଇଥିବା । ସେଭଳି ବନ୍ଧକ ସଂପତ୍ତି, ଟ୍ରଷ୍ଟି ଦ୍ଵାରା ସ୍ଥିର ହୋଇଥିବା ସମୟ ମଧ୍ୟରେ ବେଦଖଳ କରାଯାଇ ବିକ୍ରୟ କରାଯିବ ।
  2. ଓଡିଶା ଭୂ- ସଂସ୍କାର ଆଇନ ୧୬/୧୯୬୦ ଅନୁଯାୟୀ ସ୍ଥିର ହୋଇଥିବା ସର୍ବଗରିଷ୍ଠ କୃଷିକ୍ଷେତ୍ର ସୀମା ସତ୍ତ୍ୱେ, ଉପଧାରା ୧ ବ୍ୟବସ୍ଥାନୁଯାଇ ଭୂ- ଉନ୍ନୟନ ବ୍ୟାଙ୍କ କିମ୍ବା ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ସେଭଳି ସଂପତ୍ତିର କ୍ରୟ ପ୍ରତି ଲାଗୁ ହେବ  ।

ଧାରା ୮୭- ଭୂ- ଉନ୍ନୟନ ବ୍ୟାଙ୍କର ସପକ୍ଷରେ ସଂପାଦିତ ବନ୍ଧକ ରାଜ୍ୟ ଭୂବନ୍ଧକ ସହିତ ନିହିତ ହେବା

ସମିତି ସଦସ୍ୟମାନଙ୍କ ଦ୍ଵାରା  ସଂପାଦିତ ବନ୍ଧକ ଏବଂ ଅନ୍ୟାନ୍ୟ ସଂପତ୍ତିରେ ହସ୍ତାନ୍ତରକାରଣ ସେହି ତାରିଖଠାରୁ ପୂର୍ବୋକ୍ତ ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ରାଜ୍ୟ - ଭୂ- ଉନ୍ନୟନ ବ୍ୟାଙ୍କକୁ ହସ୍ତାନ୍ତରିତ କରାଯିବାକୁ ଧରି ନିଆଯିବ ଏବଂ ସେସବୁ ଟ୍ରଷ୍ଟି ସହି ନିହିତ ହେବ ।

ଧାରା ୮୭ - କ- ବନ୍ଧକର ହସ୍ତାନ୍ତରକରଣ

  1. ଏହି ଆଇନରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଅଥବା ମୂଲ୍ୟାନୁପାତ ବନ୍ଧକ ତମଶୂକ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ ସପକ୍ଷରେ ସମିତିର ଏକ ସଭ୍ୟ ଦ୍ଵାରା ସଂପାଦିତ ହୋଇଥିବା ବନ୍ଧକ, ବନ୍ଧକ ସଂପତ୍ତି ଅବସ୍ଥିତି ଥିବା ସ୍ଥାନରେ ତଥା କାରବାର ଚାଲୁ କରୁଥିବା ସ୍ଥାନରେ ଭୂ- ଉନ୍ନୟନ ସପକ୍ଷରେ ବନ୍ଧକ ସଂପାଦିତ ହୋଇଥିବାରୁ ମାନେ କରାଯିବ ଏବଂ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ, ଭୂ- ଉନ୍ନୟନ ବ୍ୟାଙ୍କକୁ ସେଥିରେ ଥିବା ଦେୟ ପରିମାଣ ହସ୍ତାନ୍ତର କରିବା ଏବଂ ସଭ୍ୟ ରଖିଥିବା ଅଂଶ ହସ୍ତାନ୍ତର କରିବା ତାରିଖଠାରୁ କଥିତ ସଭ୍ୟ ସମୂହ ସେଭଳି ଭୂ- ଉନ୍ନୟନ ବ୍ୟାଙ୍କର ସଭ୍ୟ ସମୂହ ଏବଂ ଋଣ ଗ୍ରହିତା ରୂପେ ଗଣ୍ୟ ହେବେ ।
  2. ଏହି ଆଇନରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଅଥବା ମୂଲ୍ୟାନୁପାତ ବନ୍ଧକ - ତମସୁକ ସତ୍ତ୍ୱେ ଏକ ଭୂ- ଉନ୍ନୟନ ବ୍ୟାଙ୍କରେ ସମ୍ପାଦିତ ହୋଇଥିବା ବନ୍ଧକ ଯଦି ନୂତନ ଅବସ୍ଥା ପରବର୍ତ୍ତୀ ସମୟରେ ସ୍ଥାପିତ ଅନ୍ୟ ଭୂ -ଉନ୍ନୟନ ବ୍ୟାଙ୍କ କାର୍ଯ୍ୟ କରୁଥିବା ସ୍ଥାନରେ ସଂପତ୍ତିକୁ ବୃତ୍ତି କରି ବନ୍ଧକ ସଂପାଦିତ ହୁଏ ତେବେ ତାହା ନୂତନ ଏବଂ ପରବର୍ତ୍ତୀ କାଳରେ ସ୍ଥାପିତ ବ୍ୟାଙ୍କ ଦ୍ଵାରା ସଂପାଦିତ ହୋଇଥିବା ମାନେ କରାଯିବ ଏବଂ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ ସେଥି ସଂଲଗ୍ନ ଦେୟ ପରିମାଣ ଏବଂ ସଭ୍ୟ ରଖିଥିବା ଅଂଶ ହସ୍ତାନ୍ତର କରିବା ତାରିଖଠାରୁ ବନ୍ଧକଦାତା, ସେବହଳି ନୂତନ ଅଥବା ପରବର୍ତ୍ତୀ କାଳରେ ସ୍ଥାପିତ ଅନ୍ୟ ଏକ ବ୍ୟାଙ୍କର ଏକ ସଭ୍ୟ ଏବଂ ଋଣଗ୍ରହିତା ରୂପେ ଗଣ୍ୟ ହେବ   ।
  3. ଏହି ଧାରାନୁଯାୟୀ ହସ୍ତାନ୍ତରିତ ବନ୍ଧକ ଅନୁଯାୟୀ ସମସ୍ତ ପ୍ରାପ୍ୟ ଅର୍ଥ ଯେଉଁ ବ୍ୟାଙ୍କରୁ ଉପଧାରା ୧ ଓ ୨ ଅନୁଯାୟୀ ହସ୍ତାନ୍ତରିତ କରାଯାଇଥିବା ସେହି ଭୂ- ଉନ୍ନୟନ ବ୍ୟାଙ୍କକୁ ଦିଆଯିବ ଏବଂ ସେବହଳି ବ୍ୟାଙ୍କ ଅର୍ଥ ଗ୍ରହଣ, ବୈଧ ପ୍ରମାଣପତ୍ର ମଞ୍ଜୁର ପ୍ରାପ୍ୟ ଅର୍ଥ ପୁନଃପ୍ରାପ୍ତି ପାଇଁ ଯୁକ୍ତିଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଧାରା ୮୮- ଅର୍ଥ ଗ୍ରହଣ ଓ ପ୍ରମାଣପତ୍ର ମଞ୍ଜୁର କରିବାକୁ ଭୂ- ଉନ୍ନୟନ ବ୍ୟାଙ୍କର କ୍ଷମତା

ଭୂ- ଉନ୍ନୟନ ବ୍ୟାଙ୍କରେ ସଂପାଦିତ ବନ୍ଧକ ଯଦି ହସ୍ତାନ୍ତରିତ କରାଯାଏ ଅଥବା ୮୭ ଧାରାର ବ୍ୟବସ୍ଥା ଅନୁଯାୟୀ ଯଦି ରାଜ୍ୟ ଭୂ – ଉନ୍ନୟନ ବ୍ୟାଙ୍କରୁ ହସ୍ତାନ୍ତରିତ  କରାଯାଏ, ତେବେ  -

  • ବୋର୍ଡ କିମ୍ବା ଟ୍ରଷ୍ଟି ଦ୍ଵାରା ଜାରୀ ହୋଇଥିବା ନିର୍ଦ୍ଧିଷ୍ଟ ନିର୍ଦ୍ଦେଶ ଅଭାବରୁ ଏବଂ  ବନ୍ଧକ ଗ୍ରହୀତାଙ୍କୁ ଜଣାଇ ଦେବାପରେ, ବନ୍ଧକ ଉଦ୍ଦେଶ୍ୟରେ ଦେୟ ସମସ୍ତ ଅର୍ଥ ସେଭଳି ଭୂ – ଉନ୍ନୟନ ବ୍ୟାଙ୍କରେ, ପରିଶୋଧ କରାଯିବ ଏବଂ ସେଭଳି ପରିଶୋଧ ବୈଧ ରୂପେ ଗଣ୍ୟ ହେବ ଯଦିଓ ସେଭଳି ବନ୍ଧକ ହସ୍ତାନ୍ତରିତ ନହୋଇଛି;
  • ବୋର୍ଡ କିମ୍ବା ଟ୍ରଷ୍ଟି ଦ୍ଵାରା ଜାରୀ ହୋଇଥିବା ନିର୍ଦ୍ଧିଷ୍ଟ ନିର୍ଦ୍ଦେଶ ଅଭାବରୁ ଏବଂ ଭୂ – ଉନ୍ନୟନ ବ୍ୟାଙ୍କରୁ ବିଜ୍ଞପ୍ତି ଦେବାପରେ, (ଭୂ – ଉନ୍ନୟନ ବ୍ୟାଙ୍କ ) ବନ୍ଧକ ଉପରେ ଅଭିଯୋଗ ବା ନାଲିସ ଆଗତ କରିବାକୁ ଅଧିକାର ପ୍ରାପ୍ତ ହେବେ କିମ୍ବା ବନ୍ଧକ ଉପରେ ଥିବା ପ୍ରାପ୍ୟ ଅର୍ଥ ସକାଶେ ଆବଶ୍ୟକୀୟ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଧାରା ୮୯ – ବନ୍ଧକ ଗ୍ରହୀତାଙ୍କ ପୂର୍ବକ୍ତୋ ଋଣ ପରିଶୋଧ ପାଇଁ ଭୂ – ଉନ୍ନୟନ ବ୍ୟାଙ୍କର କ୍ଷମତା

  1. ଯେତେବେଳେ ବନ୍ଧକ ଗ୍ରହୀତାଙ୍କ ପୂର୍ବୋକ୍ତ ଋଣ ପରିଶୋଧ ପାଇଁ ଭୂ – ଉନ୍ନୟନ ବ୍ୟାଙ୍କରେ ବନ୍ଧକ ସଂଶୋଧିତ ହୁଏ, ସେତେବେଳେ ବ୍ୟାଙ୍କ ସଂପତ୍ତି ହସ୍ତାନ୍ତରକରଣ ଆଇନ ୪/୧୮୮୨ ଓର ୮୨ ଓ ୮୪ ଧାରାର ବ୍ୟବସ୍ଥା ସତ୍ତ୍ୱେ, ସେଭଳି ଋଣ ପାଇବାକୁ ହକଡାର ଯେକୌଣସି ବ୍ୟକ୍ତିକୁ ଆବଶ୍ୟକ କରି ସେବହଳି ଋଣର ଦାନ କିମ୍ବା ସେଥିରେ କିଛି ଅଂଶ ଗ୍ରହଣ ପାଇଁ ଲିଖିତ ଘୋଷଣା କରିପାରନ୍ତି  ।  ସେଭଳି ଋଣ, ଅଥବା ତାହାର କିଛି ଅଂଶ ଘୋଷଣାରେ ନିର୍ଦ୍ଧିଷ୍ଟ କରାଯାଇଥିବା ସମସ୍ତ ମଧ୍ୟରେ ବ୍ୟାଙ୍କର ରେଜିଷ୍ଟ୍ରିକୃତ ଅଫିସରୁ ଗ୍ରହଣ କରିପାରନ୍ତି ।
  2. ଯେତେବେଳେ ସେଭଳି କୌଣସି ବ୍ୟକ୍ତି ନୋଟିସ କିମ୍ବା ସେଭଳି ଦାନ ପାଇବାକୁ ଅକୃତକାର୍ଯ୍ୟ ହୁଅନ୍ତି ସେତେବେଳେ ସେଭଳି ଋଣ କିମ୍ବା ତାହାର କିଛି ଅଂଶ, ନୋଟିସରେ ନିର୍ଦ୍ଧିଷ୍ଟ ହୋଇଥିବା ସମୟ ଅତିବାହିତ ହେବାଠାରୁ ସୁଧ ବହନ କରିବ ନାହିଁ ।

ଉଲ୍ଲେଖଥାଉକି,  ସେଭଳି କୌଣସି ଋଣ ପରିମାଣକୁ ଭିତ୍ତିକରି ଯେତେବଳେ ବିବାଦ ଉପୁଜେ ସେତେବେଳେ ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ଦିଆଯାଉଥିବା ଋଣ, ସେଭଳି ବ୍ୟକ୍ତି (ଯେଉଁବ୍ୟକ୍ତି ଋଣ ପାଇବା ପାଇଁ ହକଦାର) ଗ୍ରହଣ କରିବାକୁ ହକଦାର ଅଟନ୍ତି କିନ୍ତୁ ସେଭଳି ଋଣ ଗ୍ରହଣ, ସେଭଳି ବ୍ୟକ୍ତି ଦ୍ଵାରା ବକେୟା ଋଣର ପୁନଃପ୍ରାପ୍ତି ପାଇଁ କରାଯାଉଥିବା ଦାବିର ଅଧିକାର କୌଣସି ପ୍ରଭାବ ପକାଇବ ନାହିଁ ।

ଧାରା ୯୦- କେତେବେଳେ କୋରଖ କରାଯିବ

ଭୂ- ଉନ୍ନୟନ ବ୍ୟାଙ୍କରେ ସଂପାଦିତ ବନ୍ଧକ ଅନୁଯାୟୀ ଯଦି କୌଣସି କିସ୍ତି ଦିଆଯାଇଥାଏ  କିମ୍ବା କିସ୍ତିରେ କିଛି ଅଂଶ ଦେବା ତାରିଖଠାରୁ ଏକାଧିକ ମାସ ମଧ୍ୟରେ ଦିଆନଯାଏ ତେବେ ବୋର୍ଡ କିମ୍ବା ଟ୍ରଷ୍ଟ ବ୍ୟାଙ୍କର ଅନ୍ୟାନ୍ୟ ପ୍ରତିକାର ସତ୍ତ୍ୱେ କିମ୍ବା କିସ୍ତିର ଅଂଶ ବିଶେଷର ପୁନଃପ୍ରାପ୍ତି ପାଇଁ ନିବନ୍ଧକଙ୍କୁ ଆବେଦନ କରିବେ ।  ନିବନ୍ଧକ କୋରଖ ଏବଂ ବନ୍ଧକ ଜମିରୁ ଉତ୍ପନ୍ନ ଫସଲର ବିକ୍ରୟ ଦ୍ଵାରା ସେଭଳି କିସ୍ତି ଆଦାୟ କରିପାରିବେ ।

  1. ବୋର୍ଡ ଓ ଟ୍ରଷ୍ଟିଠାରୁ ଆବେଦନ ପାଇବା ପରେ ନିବନ୍ଧକ ସମ୍ପତି ହସ୍ତାନ୍ତରକରଣ ଆଇନ ୪/୧୮୮୨ ରେ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ସତ୍ତ୍ୱେ କୋରଖ ଏବଂ ସେଭଳି ଜମିର ଉତ୍ପନ୍ନ ଶସ୍ୟ ବିକ୍ରୟ ଉଦ୍ଦେଶ୍ୟରେ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
  2. ଆଇନ ୫/୧୯୭୦ ଦ୍ଵାରା କାଟ ଖାଇ ଯାଇଅଛି ।
  3. କୋରଖ ସଂପତ୍ତିର ମୂଲ୍ୟ, ଦେୟ ପରିମାଣ ଏବଂ କୋରଖ ଓ ବିକ୍ରୟ ଖର୍ଚ୍ଚ ସଙ୍ଗେ ସମାନ ।

ଧାରା ୯୧ ବିକ୍ରୟ କ୍ଷମତା, କେତେବେଳେ ପ୍ରୟୋଗ କରାଯିବ

  1. ସଂପତ୍ତି  ହସ୍ତାନ୍ତରକରଣ ଆଇନ ୪୧୮୮୨ ର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଯେତେବେଳେ ଅଦାଲତ ର ବିନା ହସ୍ତକ୍ଷେପ ଫଳରେ ବିକ୍ରୟ କ୍ଷମତା, ବନ୍ଧକ ଦଲିଲ ଦ୍ଵାରା ରାଜ୍ୟ- ଭୂ- ଉନ୍ନୟନବ୍ୟାଙ୍କ, ଭୂ- ଉନ୍ନୟନ ବ୍ୟାଙ୍କକୁ ବିଶେଷ ରୂପେ ପ୍ରଦତ୍ତ କରାଯାଏ, ସେତେବେଳେ ଉପରୋକ୍ତ ବ୍ୟାଙ୍କର ବୋର୍ଡ କିମ୍ବା ସମିତି ଦ୍ଵାରା ନିଯୁକ୍ତ ଯେକୌଣସି କ୍ଷମତାପନ୍ନ ବ୍ୟକ୍ତି,  ବନ୍ଧକ ଅର୍ଥ ଅଥବା ତାହାର କିୟତ ଅଂଶ ସେଭଳି ବ୍ୟାଙ୍କର ଅନ୍ୟାନ୍ୟ ପ୍ରତିକର ସତ୍ତ୍ୱେ ବନ୍ଧକ ଅର୍ଥ ଖିଲାପକାରୀ ବନ୍ଧକ ଗ୍ରହିତାର ଆପତ୍ତି ଓ ଅଭିଯୋଗ ଶୁଣିବା ପରେ ଅଦାଲତର ହସ୍ତକ୍ଷେପ ବିନା ବନ୍ଧକ ସମ୍ପତିକୁ ବିକ୍ରୟ କରିବା ପାଇଁ କ୍ଷମତା ପ୍ରୟୋଗ କରିପାରନ୍ତି ।
  2. ସେଭଳି କ୍ଷମତା ପ୍ରୟୋଗ କରାଯିବ ନାହିଁ, ଯଦିଓ ଯେପର୍ଯ୍ୟନ୍ତ
    • ଆବଶ୍ୟକତାନୁଯାୟୀ, ବନ୍ଧକ ଅର୍ଥ ଅଥବା ତାହାର କିୟତ ଅଂଶ ପରିଶୋଧ ନିମନ୍ତେ ଲିଖି ଘୋଷଣା ନିମ୍ନଲିଖିତ ବ୍ୟକ୍ତିଙ୍କ ଉପରେ ଜାରି କରାନଯାଇଛି -
      • ବନ୍ଧକ ଗ୍ରହିତାଙ୍କୁ
      • ବନ୍ଧକ ସଂପତ୍ତି ଉପରେ ସ୍ଵାର୍ଥ ଓ ଦାବି ଥିବା ଯେକୌଣସି ବ୍ୟକ୍ତ କିମ୍ବା ସେଭଳି ସମ୍ପତିର ଅଧିକାରରୁ ଋଣମୁକ୍ତ ହେବା, ବ୍ୟକ୍ତିଙ୍କୁ;
      • ବନ୍ଧକ ଋଣ କିମ୍ବା ସେଥିର କିଛି ଅଂଶ ପରିଶୋଧ ପାଇଁ କୌଣସି ବନ୍ଧକ  ।
  3. ବନ୍ଧକ ଗ୍ରହିତାର କୌଣସି ମହାଜନ ଯେ କି ସଂପତ୍ତିର ବ୍ୟବସ୍ଥା କରିବା ପରିଚାଳନା କରିବା ଉଦ୍ଦେଶ୍ୟରେ ମକଦ୍ଦମା କରି ବନ୍ଧକ ସଂପତ୍ତିର ବିକ୍ରୟ ନିମନ୍ତେ ଡିକ୍ରି ପାଇଥାଏ ବା ବିଚାର ଆଦେଶ ପାଇଥାଏ   ।
    • ସେଭଳି ବନ୍ଧକ ଅର୍ଥ କିମ୍ବା ଏହାର କେତେକ ଅଂଶ, ଏହା କାର୍ଯ୍ୟକରି ହେବାର ତିନିମାସ ମଧ୍ୟରେ ପରିଶୋଧ କରାନଗଲେ ।

ଧାରା ୯୨- ବନ୍ଧକ ସମ୍ପତିର ଧ୍ଵଂସ କିମ୍ବା ସୁରକ୍ଷା ଅଭାବ ସମୟରେ   [ ଭୂ- ଉନ୍ନୟନ ବ୍ୟାଙ୍କର ] କ୍ଷମତା

ରାଜ୍ୟ ଭୂ – ଉନ୍ନୟନ  ବ୍ୟାଙ୍କରେ ବନ୍ଧକ ପଡିଥିବା ସଂପତ୍ତିର ସଂପୂର୍ଣ୍ଣ କିମ୍ବା ଆଂଶିକ ଧ୍ଵଂସପ୍ରାପ୍ତ କିମ୍ବା ସୁରକ୍ଷାର ଅଭାବ ସମୟରେ ଉପରୋକ୍ତ ବ୍ୟାଙ୍କର ବୋର୍ଡ କିମ୍ବା ଟ୍ରଷ୍ଟି ବନ୍ଧକ ସଂପତ୍ତିର ପୁନଶ୍ଚ ସୁରକ୍ଷା ନିମନ୍ତେ କିମ୍ବା ବୋର୍ଡ ଅଥବା ଟ୍ରଷ୍ଟି ଦ୍ଵାରା ସ୍ଥିରୀକୃତ ଋଣର କିଛି ଅଂଶ ପରିଶୋଧ କରିବାକୁ ବନ୍ଧକ ଗ୍ରହିତାଙ୍କୁ ଯୁକ୍ତିଯୁକ୍ତ ସୁବିଧା ସୁଯୋଗ ଦେଇପାରନ୍ତି   । ବନ୍ଧକ ଗ୍ରହିତା ସେଭଳି ସମ୍ପତ୍ତିର ସୁରକ୍ଷା ଓ ଋଣର ପରିଶୋଧ କରିବାକୁ ଅକୃତକାର୍ଯ୍ୟ ହେଲେ,  ତାଙ୍କଠାରୁ ସମସ୍ତ ଋଣ ପରିମାଣ ତତକ୍ଷଣାତ ଆଦାଯ କରାଯାଇପରେ ଏବଂ ବୋର୍ଡ ଅଥବା ଟ୍ରଷ୍ଟି ସେଭଳି ଋଣର ଅସୁଲ ନିମନ୍ତେ ୯୦ ଓ ୯୧ ଧାରାନୁଯାୟୀ ବନ୍ଧକଗ୍ରହିତାଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି   ।

ସ୍ପଷ୍ଟୀକରଣ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ କିମ୍ବା ଭୂ- ଉନ୍ନୟନ ବ୍ୟାଙ୍କର ଉପବିଧିରେ ନିର୍ଦ୍ଧିଷ୍ଟ କରାଯାଇଥିବା ବନ୍ଧକ ଦେୟର ପରିମାଣ ବା ଅନୁପାତ ଯେପର୍ଯ୍ୟନ୍ତ ବନ୍ଧକ ସମ୍ପତ୍ତିର ମୂଲ୍ୟଠାରୁ ଅଧିକ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ଧାରାର ଅର୍ଥାନୁଯାୟୀ ବନ୍ଧକ ଅର୍ଥ ପର୍ଯ୍ୟାୟ ବା ଯଥେଷ୍ଟ ପରିମାଣ ହୋଇନପାରେ  ।

ଧାରା ୯୩ - ସଂପତ୍ତିର ବିକ୍ରୟ ଓ କୋରଖ ନିମନ୍ତେ ବୋର୍ଡ ଓ ଟ୍ରଷ୍ଟର କ୍ଷମତା

  1. ବୋର୍ଡ ଅଥବା ଟ୍ରଷ୍ଟି,  ଭୂ - ଉନ୍ନୟନ ବ୍ୟାଙ୍କର କମିଟିକୁ ୯୧,୯୧ କିମ୍ବା ଧାରା  ୯୭ ଧାରାନୁଯାୟୀ ଖିଲାପକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି  ।  କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହ୍ୟଣ କରିବାକୁ ଅବହେଳା କଲେ କିମ୍ବା ଅକୃତକାର୍ଯ୍ୟ ହେଲେ ବୋର୍ଡ କିମ୍ବା ଟ୍ରଷ୍ଟି ଖିଲାପକରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।
  2. ଯେତେବେଳେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ବୋର୍ଡ ଦ୍ଵାରା କାର୍ଯ୍ୟକରି କରାଯାଏ, ସେତେବେଳେ ଏହି ଅଧ୍ୟାୟର ବ୍ୟବସ୍ଥାରେ ଉଲ୍ଲିଖିତ ଭୂ- ଉନ୍ନୟନ ବ୍ୟାଙ୍କ କିମ୍ବା ତାହାର କମିଟିକୁ କରାଯାଇଥିବା ସମସ୍ତ ନିର୍ଦ୍ଦେଶ ଯଥାକ୍ରମେ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ କିମ୍ବା ବୋର୍ଡର ନିର୍ଦ୍ଦେଶ ପ୍ରତି ପ୍ରଯୁଜ୍ୟ   ।
    • ଯେତେବେଳେ  ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଟ୍ରଷ୍ଟି ଦ୍ଵାରା କାର୍ଯ୍ୟକରି କରାଯାଏ  ।  ସେତେବେଳେ ଏହି ଆଇନର ବ୍ୟବସ୍ଥା ଏବଂ ଏଥି ନିମନ୍ତେ ସ୍ଥିରୀକୃତ, ଯେକୌଣସି ନିୟମ ଏବଂ ତତସହିତ ପୂର୍ବୋକ୍ତି ବ୍ୟବସ୍ଥାରେ ଉଲ୍ଲିଖିତ ଭୂ- ଉନ୍ନୟନ ବ୍ୟାଙ୍କ କିମ୍ବା ତାହାର ନିର୍ଦ୍ଦେଶ ଟ୍ରଷ୍ଟିର ନିର୍ଦ୍ଦେଶ ପ୍ରତି ପ୍ରଯୁଜ୍ୟ ।

ଧାରା - ୯୪ ବିକ୍ରୟକାରୀର ସତ୍ତ୍ଵ ଉପରେ ଆପତ୍ତି ଉଠାଯିବ ନାହିଁ

  1. ୯୦ ଓ ୯୨ ଧାରାନୁଯାୟୀ ବିକ୍ରୟ କ୍ଷମତା ବଳରେ ଯେତେବେଳେ ସଂପତ୍ତିର ବିକ୍ରୟ କରାଯାଏ, ସେତେବେଳେ ବିକ୍ରୟକାରୀର ସତ୍ଵ ଉପରେ ନିମ୍ନଲିଖିତ ମତେ ଆପତ୍ତି ଉଠାଯାଇ ନ ପାରେ -
    • ପରିସ୍ଥିତିର ଆବଶ୍ୟକତାନୁଯାୟୀ ବିକ୍ରୟର ପ୍ରାଧିକାର ଉଠିନପାରେ ।
    • ବିକ୍ରୟ ନିମନ୍ତେ ଯଥୋଚିତ ନୋଟିସନ ଦେବା ପର୍ଯ୍ୟନ୍ତ, କିମ୍ବା
    • ବିକ୍ରୟ କ୍ଷମତା ଅନ୍ୟଥା, ଅନୁଚିତ ଓ ଅନିୟମିତ ପ୍ରୟୋଗ କରାଯାଇ ନଥିଲେ କିନ୍ତୁ ବେକ୍ଷମତାଦାରର ସେଭଳି ଅନୁଚିତ ଓ ଅନିୟମିତ କ୍ଷମତା ପ୍ରୟୋଗ ଫଳରେ କ୍ଷତିଗ୍ରସ୍ତ ଯେକୌଣସି ବ୍ୟକ୍ତି, କ୍ଷତିଗ୍ରସ୍ତର ପ୍ରତିବିଧାନ ବା ପ୍ରତିକାର ନିମନ୍ତେ ରାଜ୍ୟ ଭୂ- ଉନ୍ନୟନ କିମ୍ବା ଭୂ- ଉନ୍ନୟନ ବ୍ୟାଙ୍କ ବିରୁଦ୍ଧରେ ଆପତ୍ତି ଉଠାଇ ପାରନ୍ତି ।

ଧାରା ୯୫- ବନ୍ଧକ ଗ୍ରହୀତା ଦେବାଳିଆ ହେଲେ ବନ୍ଧକ ଉପରେ ପ୍ରଶ୍ନ ଉଠାଯିବ ନାହିଁ

ଦିବାଲିଆ ସଂପର୍କରେ କୌଣସି ଆଇନରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ରାଜ୍ୟ [ ଭୂ- ଉନ୍ନୟନ ବ୍ୟାଙ୍କ ଅଥବା ଏକ ଭୂ- ଉନ୍ନୟନ ବ୍ୟାଙ୍କ ] ସପକ୍ଷରେ ସଂପାଦିତ ବନ୍ଧକ,  ଏପରି ବନ୍ଧକ ଆର୍ଥିକ ମୂଲ୍ୟ ସ୍ୱରୂପ ବିଶ୍ଵାସରେ କରାଯାଇପାରିବ ନାହିଁ ଅଥବା ବନ୍ଧକଡାଟାଙ୍କର ଅନ୍ୟ କରଦାତାଙ୍କ ଅପେକ୍ଷା ସେପରି ବ୍ୟାଙ୍କକୁ ସୁବିଧା ଦେବା ଉଦ୍ଦେଶ୍ୟରେ ସେପରି ବନ୍ଧକ କରାଯାଇପରେ , କଥିତ କାରଣମାନଙ୍କୁ ଭିତ୍ତିକରି ସେପରି ବନ୍ଧକ ସଂପର୍କରେ କୌଣସି ପ୍ରଶ୍ନ ଉତଥାପିତ କରାଯାଇପାରିବ ନାହିଁ  ।

ଧାରା - ୯୬ ରିସିଭର ନିଯୁକ୍ତି ଏବଂ ତାଙ୍କର କ୍ଷମତା

  1. ଏକ ଭୂ- ଉନ୍ନୟନ ବ୍ୟାଙ୍କର ଆବେଦନକୁ ଭିତ୍ତିକରି ଏବଂ ଆନୁସଙ୍ଗିକ ବିଷୟବସ୍ତୁ, ଯେଉଁଥିଲେ କି ୯୧ ଧାରାର ନିର୍ଦ୍ଧିଷ୍ଟ ବିକ୍ରୟ କ୍ଷମତା ପ୍ରୟୋଗ କରାଯାଏ  ତେବେ ବୋର୍ଡ ଲିଖିତ ଭାବରେ ରିସିଭାର ନିଯୁକ୍ତ କରିପାରନ୍ତି । କଥିତ ରିସିଭର ବନ୍ଧକ  ସଂପତ୍ତିରେ ଉତ୍ପନ୍ନ ଉତ୍ପାଦିତ ଫସଲ ବା ଆୟ ଅଥବା ତାହାର କିୟତ ଅଂଶ ଦାୟିତ୍ଵ ତୁଲାଇବେ ଏବଂ ନିଯୁକ୍ତ ରିସିଭର ବନ୍ଧକ ସଂପତ୍ତିରୁ ଉତ୍ପାଦିତ ଫସଲ ବା ଆଯ ସଂଗୃହିତ କରିବା ସଙ୍ଗେ ସଙ୍ଗେ ସେଭଳି ରକ୍ଷଣା ବେକ୍ଷଣା ଦାୟିତ୍ଵ ତୁଲାଇବାକୁ ହକଦାର ଅଟନ୍ତି କିମ୍ବା ତାଙ୍କ ଦ୍ଵାରା ଆଦାୟ ସମସ୍ତ ଅର୍ଥ ତଥା ପରିଚାଳନାର ଖର୍ଚ୍ଚ ସହ ତାଙ୍କର ପାରିଶ୍ରମିକ ଯାହାକି ବୋର୍ଡ ଦ୍ଵାରା ସ୍ଥିରୀକୃତ ହୋଇଥାଏ,  ତାହା ରିସିଭର ନିଜ ଅଧୀନରେ ରଖିପାରନ୍ତି ଏବଂ ସଂପତ୍ତି ହସ୍ତାନ୍ତରିତ ଆଇନ  ୪/୧୮୮୧ ର ୬୯- କ ଧାରାର ଉପଧାରା  ୮- ବ୍ୟବସ୍ଥାନୁଯାୟୀ ରିସିଭର ଆୟବ୍ୟୟ ବିନିଯୋଗ କରିବେ ।
  2. ଉପଧାରା  ୧ ଅନୁଯାୟୀ ନିଯୁକ୍ତ ରିସିଭର ବିରୁଦ୍ଧରେ ଯଦି ବନ୍ଧକ ଗ୍ରହୀତା ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଆବେଦନ କରେ , ତେବେ ବୋର୍ଡ ରିସିଭରଙ୍କ ପଦଚ୍ୟୁତ କରିବାକୁ ବାଧ୍ୟ ହେବେ ।
  3. ଖାଲି ପଡିଥିବା ରିସିଭରଙ୍କ ସ୍ଥାନ ବୋର୍ଡ ଦ୍ଵାରା ପୂରଣ କରାଯିବ  ।
  4. ଦେୱାନୀ ଅଦାଲତ ଦ୍ଵାରା ନିଯୁକ୍ତ ରିସିଭର ଯେତେବେଳେ ବନ୍ଧକ ସଂପତ୍ତିର ରକ୍ଷଣାବେକ୍ଷଣା ଦାୟିତ୍ଵ ତୁଲାଉଥିବେ ସେତେବେଳେ ଏହି ଧାରାର କୌଣସି ବ୍ୟବସ୍ଥା, ରିସିଭର ନିଯୁକ୍ତ ନିମନ୍ତେ ବୋର୍ଡକୁ କ୍ଷମତା ପ୍ରଦାନ କରିବ ନାହିଁ  ।

ଧାରା ୯୭- ପଟ୍ଟା ଦେବା ନିମନ୍ତେ ବନ୍ଧକ ଗ୍ରହୀତାଙ୍କ କ୍ଷମତା

  1. ସଂପତ୍ତି ହସ୍ତାନ୍ତରକରଣ ୪/୧୮୮୨ କିମ୍ବା ପ୍ରଚଳିତ ବା କାର୍ଯ୍ୟକରି ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ବନ୍ଧକ ଗ୍ରହୀତା, ବନ୍ଧକ ସଂପତ୍ତିକୁ ପାଞ୍ଚବର୍ଷରୁ ଅଧିକ ସମୟ ପାଇଁ ପଟ୍ଟା ଦେବାକୁ ଆନୁମୋଦନ କରିପାରିବେ ନାହିଁ  ।
  2. ଉପଧାରା  ୧ର ବିରୁଦ୍ଧାଚାରଣ ବା ଉଲ୍ଲଂଘନ କରି କୌଣସି ପଟ୍ଟା ଅନୁମୋଦନ କରାଗଲେ ତାହା ଅସିଦ୍ଧ ହେବ ।

ଧାରା୯୮- ଭୂ- ଉନ୍ନୟନ ବ୍ୟାଙ୍କ ଓ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ ସମ୍ବନ୍ଧରେ ସଂପାଦିତ ଦଲିଲ ପତ୍ରର ନିବନ୍ଧକ  (ରେଜିଷ୍ଟ୍ରୀକରଣ)

  1. ଭାରତୀୟ ନିବନ୍ଧକ ଆଇନ ୧୯୦୮ ରେ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ -
  2. ଯେତେବେଳେ କୌଣସି ଦଲିଲ ସଂପାଦିତ ହୋଇଥାଏ ଓ ସେଭଳି ଦଲିଲ ରେଜିଷ୍ଟ୍ରେସନ ନିମନ୍ତେ ରେଜିଷ୍ଟ୍ରେସନ ଅଫିସରଙ୍କ ନିକଟରେ ଦାଖଲ କରାଯାଏ   ଅଥବା ସେଭଳି ଦଲିଲ ନଥିଭୁଇକ୍ତ ବା ତାଲିକାଭୁକ୍ତ ହେବ ପାଇଁ ପଠାଯାଇଥିବା ସେତେବେଳେ ରେଜିଷ୍ଟ୍ରେସନ ଅଫିସର ଉପଯୁକ୍ତ ବିବେଚନା କରି ଅନ୍ୟ ଅଫିସର ଯେ କି ସେଭଳି ଦଲିଲ ସଂପାଦିତ କରିଥିବେ ତାଙ୍କ ନିକଟକୁ ପଠାଇବେ ଏବଂ ସେଭଳି ଦଲିଲ ସମ୍ପାଦିତ ହେବାର ସନ୍ତୁଷ୍ଟ ହେବା ପରେ କଥିତ ଅଫିସର ଦଲିଲ ରେଜିଷ୍ଟ୍ରି କରିବା ସଙ୍ଗେ ସଙ୍ଗେ ତାଲିକାଭୁକ୍ତ ବା ନଥିଭୁକ୍ତ କରିବେ  ।
    • ଯେତେବେଳେ ସମ୍ପୃକ୍ତ ବ୍ୟାଙ୍କ ନିର୍ଦ୍ଧିଷ୍ଟ ସମୟ ରୀତି ଅନୁଯାଯାଇ ବନ୍ଧକ ବା ଦଲିଲ ବାବନ୍ଧକ ଦସ୍ତାବିଜ କ୍ଷମତାପନ୍ନ ନିବନ୍ଧକ ଅଧିକାରୀଙ୍କ ନିକଟକୁ ପଠାନ୍ତି ସେତେବେଳେ ଭୂ- ଉନ୍ନୟନ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଭୂ- ଉନ୍ନୟନ ବ୍ୟାଙ୍କରେ ସଂପାଦିତ ବନ୍ଧକର ନିବନ୍ଧକ ଆବଶ୍ୟକ କରାଯାଏନା ।  ନିବନ୍ଧକ ଅଧିଆକରି, ବନ୍ଧକ ଦଲିଲର ନକଲକୁ ସଂପତ୍ତି ହସ୍ତାନ୍ତରକରଣ ଆଇନର ୫୧ ଧାରା ଅନୁଯାଇ ସଂରକ୍ଷିତ ବହିରେ ତାଲିକାଭୁକ୍ତ କରିବେ ।
    • ରାଜ୍ୟ- ଭୂ ଉନ୍ନୟନ ବ୍ୟାଙ୍କ କିମ୍ବା ଅନ୍ୟ ଭୂ- ଉନ୍ନୟନ ବ୍ୟାଙ୍କର କୌଣସି ଅଫିସର ପଦଧିକାରୀ ରୂପେ ଅଧିକାର ବଳ ଦ୍ଵାରା ସଂପାଦିତ କରିଥିବା ଯେକୌଣସି ଦଲିଲ ଓ ତତସଂଲଗ୍ନ କାର୍ଯ୍ୟଧାରାର ନିବନ୍ଧକ ନିମନ୍ତେ ନିବନ୍ଧର କାର୍ଯ୍ୟାଳୟ ରେ ନିଜେ କିମ୍ବା କୌଣସି ପ୍ରତିନିଧି ର ଉପସ୍ଥିତି ଆବଶ୍ୟକ ହୁଏନା କିମ୍ବା ପୂର୍ବୋକ୍ତି ଆଇନର ୫୮ ଧାରା ବ୍ୟବସ୍ଥାନୁଯାୟୀ ଦସ୍ତକ୍ଷତ କରାଯିବାକୁ ଆବଶ୍ୟକ ହୁଏନା  ।

ଧାରା ୯୮ – କ- ତଫସିଲଭୁକ୍ତ ଜାତି ଏବଂ ଉପଜାତି ସଭ୍ୟଙ୍କ ଦ୍ଵାରା ବନ୍ଧକ  -

ପ୍ରଚଳିତ ବା କାର୍ଯ୍ୟକାରୀ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, କୌଣସି ସମିତି ସମେତ ଏକ ଭୂ- ଉନ୍ନୟନ ବ୍ୟାଙ୍କ ସପକ୍ଷରେ କୌଣସି ଅଚଳନ୍ତି ସଂପତ୍ତିର ବନ୍ଧକ ନିମନ୍ତେ ତଫସିଲଭୁକ୍ତ ଜାତି ଅଥବା ଉନ୍ନୟନ ବ୍ୟାଙ୍କ ସପକ୍ଷରେ କୌଣସି ଅଚଳନ୍ତି ସଂପତ୍ତିର ବନ୍ଧକ ନିମନ୍ତେ ତଫସିଲଭୁକ୍ତ ଜାତି ଅଥବା ତଫସିଲଭୁକ୍ତ ଉପଜାତି ଅନ୍ତର୍ଭୁକ୍ତ ଯେକୌଣସି ବ୍ୟକ୍ତିଙ୍କୁ ଅନ୍ୟାନ୍ୟ ଯେକୌଣସି ସେଭଳି ଆଇନର ଆବଶ୍ୟକତା ଅନୁଯାଯାଇ ବନ୍ଧକ ନିମନ୍ତେ ଆବଶ୍ୟକ ହେଉଥିବା କୌଣସି କର୍ତ୍ତୃପକ୍ଷଙ୍କର ଅନୁମତି ଆବଶ୍ୟକ ପଡିବ ନାହିଁ   ।

ଧାରା ୯୯- ବୋର୍ଡ ଦ୍ଵାରା କେତେକ କ୍ଷମତା ଅର୍ପଣ

ବୋର୍ଡ ଯଦି ଉପଯୁକ୍ତ ବିବେଚନା କରେ ତେବେ ସମସ୍ତ ଅଥବା  ୯୧,୯୩ ଏବଂ ୯୬ ଧାରା ଅନୁଯାୟୀ ବୋର୍ଡ ଉପରେ ନ୍ୟସ୍ତ ହୋଇଥିବା ଯେକୌଣସି କ୍ଷମତା ,  ଦୁଇବା  ଦୁଇରୁ ଅଧିକ ସଭ୍ୟଙ୍କ ଦ୍ଵାରା ଗଠିତ କାର୍ଯ୍ୟକାରୀ କମିଟିକୁ ଅର୍ପଣ କରିପାରନ୍ତି ।

ଧାରା -୧୦୦ – ସଂପତ୍ତି ହସ୍ତାନ୍ତରଣ ଆଇନ (୪/୧୮୮୨)

ଧାରା -  ୧୦୦ – ସଂପତ୍ତି ହସ୍ତାନ୍ତରଣ ଆଇନ (୪/୧୮୮୨) ୧୦୨ ଓ ୧୦୩ ଧାରାର ବ୍ୟବସ୍ଥା ଏବଂ ଆଇନର ୧୦୪ ଧାରାନୁଯାୟୀ ହାଇକୋର୍ଟ ଦ୍ଵାରା ପ୍ରସ୍ତୁତ ଯେକୌଣସି ନିୟମ,  ଏହି ଅଧ୍ୟାୟ ଅନୁଯାଯାଇ ପରିବେଷଣ କରଯାଉଥିବା ନୋଟିସ ପ୍ରତି ପ୍ରଯୁଜ୍ୟ   ।

ଧାରା  -୧୦୧ – ରେଗୁଲେସନ ପ୍ରସ୍ତୁତି ନିମନ୍ତେ ବୋର୍ଡର କ୍ଷମତା

ଟ୍ରଷ୍ଟିର ଅନୁମୋଦନକୁ ଭିତ୍ତିକରି ବୋର୍ଡ ଏହି ଅଧ୍ୟାୟର ବିରୋଧ  ନକରି ରେଗୁଲେସନ ପ୍ରସ୍ତୁତ କରିପାରନ୍ତି ।

  • ଋଣପତ୍ର ସମୟ ନିର୍ଦ୍ଧାରିତ ଏବଂ ତଦୁପରି ସୁଧର ହାର ଦେୟ ନିମନ୍ତେ  ।
  • ଋଣପତ୍ର ଗ୍ରହୀତାଙ୍କୁ ନୋଟିସ ଦେବା ପରେ ଋଣମୁକ୍ତ ନିମନ୍ତେ ପୂର୍ବୋକ୍ତ ନିର୍ଦ୍ଧାରିତ ତାରିଖରେ ଋଣପତ୍ର ପ୍ରଚାଳନର ରାହିତ ନିମନ୍ତେ  ।
  • ନଷ୍ଟ ଋଣପତ୍ର ବଦଳରେ ନୂତନ ଋଣପତ୍ର ପ୍ରଚାଳନ ନିମନ୍ତେ ।
  • ଏକ ଶ୍ରେଣୀୟ ଋଣପତ୍ରକୁ ପୃଥକ ସୁଧର ବହନ କରୁଥିବା ଋଣପତ୍ରରେ ପରିବର୍ତ୍ତନ କରିବା ନିମନ୍ତେ ।
  • ହିସାବ ବହି ଏବଂ [ଭୂ- ଉନ୍ନୟନ ବ୍ୟାଙ୍କ] କାର୍ଯ୍ୟଧାରାର ପର୍ଯ୍ୟବେକ୍ଷଣ ନିମନ୍ତେ ।
  • ବିବୃତ ପାଞ୍ଜି ଏବଂ ଭୂ- ଉନ୍ନୟନ ବ୍ୟାଙ୍କମାନଙ୍କର କାରବାର ସଂପର୍କରେ ସେମାନଙ୍କ ଦ୍ଵାରା କରାଯାଇଥିବା ରିପୋର୍ଟର ଉପସ୍ଥାପନ ନିମନ୍ତେ ।
  • ଭୂ- ଉନ୍ନୟନ ବ୍ୟାଙ୍କ ମାନଙ୍କ ମଧ୍ୟରେ ହିସାବ ସାମୟିକ (ଯଥାକାଳୀନ) ବ୍ୟବସ୍ଥା ନିମନ୍ତେ ଏବଂ ହସ୍ତାନ୍ତରିତ ବନ୍ଧକ ସବୁର ଦେୟ ପରିମାଣ ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ଆଦାୟ କିମ୍ବା ୮୭ ଧାରା ବ୍ୟବସ୍ଥାନୁଯାଇ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କରୁ ହସ୍ତାନ୍ତର କରାଯିବାର ମାନେ କରାଯିବ ।
  • ଋଣ ନିମନ୍ତେ ଭୂ- ଉନ୍ନୟନ ବ୍ୟାଙ୍କକୁ ପଠାଯାଇଥିବା ଆବେଦନପତ୍ରରେ ବନ୍ଧକ ପାଇଁ ଉଦ୍ଧିଷ୍ଟ ଜମିର ମୂଲ୍ୟ ଉଲ୍ଲିଖିତ ନିମନ୍ତେ ।
  • ବନ୍ଧକ ଗ୍ରହୀତାଙ୍କଠାରୁ ଆଦାୟ ଅର୍ଥର ଲଗାଣ ନିମନ୍ତେ ।
  • ସାଧାରଣତଃ ଏହି ଅଧ୍ୟାୟର ବ୍ୟବସ୍ଥାଗୁଡିକୁ କାର୍ଯ୍ୟକରି କରିବା ମୁଖ୍ୟ ଉଦ୍ଦେଶ୍ୟରେ ।

ଧାରା୧୦୧ – କ - ଅଧିକାର ସଂପର୍କରେ କେତେକ ବ୍ୟବସ୍ଥା ଲାଗୁ ହେବ  -

ଏକ ଭୂ- ଉନ୍ନୟନ ବ୍ୟାଙ୍କକ ସପକ୍ଷରେ ସୃଷ୍ଟି କରାଯାଇଥିବା ଅଧିକାର ସଂପର୍କରେ ତତସଂଯୁକ୍ତ ଯେକୌଣସି ପରିବର୍ତ୍ତନ ସହି ଧାରା ୮୫, ୮୭, ୮୭- କ, ୮୮, ୮୯, ୯୦, ୯୨,୯୩, ୯୪, ୯୫, ୯୬, ୯୮- କ ଓ ୧୦୧ ର ବ୍ୟବସ୍ଥା ଗୁଡିକ ଆବଶ୍ୟକୀୟ ପରିବର୍ତ୍ତନ ସହ ଲାଗୁ ହେବ  ।

ଆଧାର – ଦ ଲ ହାଉସ

Last Modified : 4/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate