অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମବାୟ ସମିତିର ନିବନ୍ଧନ (ଭାଗ -୧)

ସମବାୟ ସମିତିର ନିବନ୍ଧନ (ଭାଗ -୧)

ଧାରା - ୩ – ନିବନ୍ଧନ

  1. ରାଜ୍ୟ ସରକାର ଜଣେ ବ୍ୟକ୍ତିଙ୍କୁ ରାଜ୍ୟର ସମବାୟ ସମିତିଗୁଡିକର ନିବନ୍ଧନ ରୂପେ ନିଯୁକ୍ତ କରିପାରନ୍ତି ଏବଂ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ବିହିତ ପଦବୀ ସହ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିଯୁକ୍ତ କରିପାରନ୍ତି ।
  2. ଏହି ଆଇନାନୁଯାୟୀ ନିବନ୍ଧକ ପ୍ରୟୋଗ କରୁଥିବା ସମଗ୍ର ଅଥବା କେତେକ କ୍ଷମତା ପ୍ରୟୋଗ କରିବାକୁ ରାଜ୍ୟ ସରକାର ସାଧାରଣ ଅଥବା ସ୍ଵତନ୍ତ୍ର ଆଦେଶନାମା ବଳରେ ଯେକୌଣସି ବ୍ୟକ୍ତିଙ୍କୁ ନିଯୁକ୍ତ କରିପାରନ୍ତି । ସେଭଳି ନିବନ୍ଧକଙ୍କୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଅସ୍ଥାୟୀ ଇଲାକାରେ ସେଭଳି କ୍ଷମତା ପ୍ରୟୋଗ କରିବେ ।
  3. ନିବନ୍ଧନକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଆଦେଶନାମା ବଳରେ ମଧ୍ୟ ଯେକୌଣସି ସମିତି ଅଥବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଯୁକ୍ତ କରିପାରିବେ ଏବଂ ସେମାନେ ନିବନ୍ଧକଙ୍କ ଏପରି କ୍ଷମତାଗୁଡିକୁ ସେହି ଆଦେଶନାମାରେ ନିର୍ଦ୍ଧିଷ୍ଟ ହୋଇଥିବା ପଦ୍ଧତି ଅନୁଯାୟୀ କାର୍ଯ୍ୟ କରିବେ ।
  4. ନିବନ୍ଧନଙ୍କ ସାଧାରଣ ତତ୍ତ୍ଵାବଧାନ ଓ ନିୟନ୍ତ୍ରଣକୁ ଭିତ୍ତିକରି ନିବନ୍ଧକ ଙ୍କୁ ସାହାଯ୍ୟ କରିବାକୁ ନିଯୁକ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଉପଧାରା (୨) ଅଥବା  (୩) ଦ୍ଵାରା ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା କ୍ଷମତାକୁ କାର୍ଯ୍ୟକାରୀ କରିବେ   ।

ଧାରା ୩- କ

  1. ରାଜ୍ୟ ବା ପ୍ରଦେଶ ନିମନ୍ତେ ରାଜ୍ୟ ସରକାର ଜଣେ ବ୍ୟକ୍ତିଙ୍କୁ ସମବାୟ ସମିତିର ଅଡିଟର ଜେନେରାଲ ରୂପେ ନିଯୁକ୍ତ କରିବେ ଏବଂ ତାଙ୍କୁ ସହାୟତା କରିବାକୁ ଏଥି ନିମନ୍ତେ ଆଦେଶରେ ଉଲ୍ଲେଖିତ ଅନୁଯାୟୀ ତଥା ନିୟମାବଳୀ ସାପେକ୍ଷରେ ସେପରି ପଦବୀଯୁକ୍ତ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିଯୁକ୍ତ କରିପାରନ୍ତି  ।
  2. ରାଜ୍ୟ ସରକାର ହୁଏତ, ସାଧାରଣ ଅଥବା ସ୍ଵତନ୍ତ୍ର ଆଦେଶ ଦ୍ଵାରା ଅଡିଟର ଜେନେରାଲଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଯେକୌଣସି ସମିତି ଅଥବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଯୁକ୍ତି ଦେଇପାରନ୍ତି ଯେ କି, ଆଦେଶରେ ଉଲ୍ଲେଖିତ ହୋଇଥିବା ଅଡିଟର – ଜେନେରାଲଙ୍କ ଦ୍ଵାରା ନିରୂପିତ ସେପରି କୌଣସି ସ୍ଥାନୀୟ ଅଞ୍ଚଳରେ ପ୍ରୟୋଗ କରିବାକୁ ଅଡିଟର ଜେନେରାଲ ସମସ୍ତ ଅଥବା ଯେକୌଣସି କ୍ଷମତା ପ୍ରଦାନ କରିପାରନ୍ତି  ।
  3. ରାଜ୍ୟ ସରକାର ମଧ୍ୟ ଆଦେଶ ଦ୍ଵାରା ଅଡିଟର – ଜେନେରାଲଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଯେକୌଣସି ସମିତି ଅଥବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଯୁକ୍ତ ଦେଇପାରନ୍ତି ଯେ କି, ଆଦେଶରେ ଉଲ୍ଲେଖିତ ହୋଇଥିବା ଅଡିଟର – ଜେନେରାଲଙ୍କ ସେପରି କୌଣସି କ୍ଷମତା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପ୍ରୟୋଗ କରିପାରିବେ ।

ଧାରା ୪ - କେଉଁ ସମିତିଗୁଡିକ ତାଲିକାଭୁକ୍ତ ହେବେ

ଏହି ଆଇନର ବ୍ୟବସ୍ଥାନୁଯାୟୀ ଓ ସମବାୟ ସମିତିର ନୀତି ଅନୁଯାୟୀ ଯେଉଁ ସମିତି ତାହାର ସଭ୍ୟମାନଙ୍କର ବ୍ୟବସ୍ଥାନୁଯାୟୀ ଓ ସମବାୟ ସମିତିର ନୀତି ଅନୁଯାଯାଇ ସମବାୟ ସମିତି ଏପରି ସମିତିର କାର୍ଯ୍ୟକୁ ସାହାଯ୍ୟ କରିବା ନିମନ୍ତେ ପ୍ରତିଷ୍ଠିତ ହୋଇଥିବ ସେପରି ସମିତିଗୁଡିକ ଏହି ଆଇନନୁଯାୟୀ ତାଲିକାଭୁକ୍ତ ହୋଇପାରିବ  ।

ଧାରା-୫ ପରିମିତ ଅଥବା ଦାୟିତ୍ଵ ସହ ନିବନ୍ଧନ

  1. (୨) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଯେକୌଣସି ସମବାୟ ସମିତି ପରିମିତ ଅଥବା ଦାୟିତ୍ଵ ସହ ନିବନ୍ଧନ ହୋଇପାରିବ।
  2. ଯଦି କୌଣସି ସମବାୟ ସମିତି ଅନ୍ୟ ସମିତିର ସଭ୍ୟ ରୂପେ ଥାଏ ତେବେ ରାଜ୍ୟ ସରକାରଙ୍କ ସାଧାରଣ ଅଥବା ସ୍ଵତନ୍ତ୍ର ଆଦେଶ ବ୍ୟତୀତ ସେପରି ସମିତି ଏହି ଆଇନ ପ୍ରଚଳିତ ହେବାପରେ ଅପରିମିତ ଦାୟିତ୍ଵ ସହ ରେଜିଷ୍ଟ୍ରିଭୁକ୍ତ ହୋଇପାରିବ ନାହିଁ ।
  3. ପରିମତ ଶବ୍ଦଟି ଭାରତର ଯେକୌଣସି ଭାଷାରେ ସମର୍ଥ ବୋଧକ ଶବ୍ଦ ।  ଏହା ଆଇନାନୁଯାୟୀ ପରିମିତ ଦାୟିତ୍ଵ ସହ ରେଜିଷ୍ଟ୍ରୀଭୁକ୍ତ ହୋଇଥିବା ଏକ ସମବାୟ ସମିତି ନାମରେ ଶେଷ ଶବ୍ଦ ହେବ ।

ଧାରା - ୬- ସମବାୟ ସମିତିଗୁଡିକର ନିବନ୍ଧନ ପାଇଁ ଦରଖାସ୍ତ

  1. ନିବନ୍ଧକ ସମୟାନୁକ୍ରମେ ସେପରି ଫର୍ମ ଧାର୍ଯ୍ୟ କରିବେ, ସେପରି ଫର୍ମରେ ଦରଖାସ୍ତ କୌଣସି ସମବାୟ ସମିତିର ନିବନ୍ଧନଙ୍କୁ ଦିଆଯିବ ଏବଂ ସମିତି ସଂପର୍କରେ (ନିବନ୍ଧନ) ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ, ସେହି ଦରଖାସ୍ତ ରହିବ ।
  2. ସେପରି ପ୍ରତ୍ୟେକ ଦରଖାସ୍ତ ନିମ୍ନଲିଖିତ ଆବଶ୍ୟକତା ପୂରଣ କରିବ ଅର୍ଥାତ -
    • ପ୍ରତ୍ୟେକ ଦରଖାସ୍ତ ସହ ସମିତିର, ପ୍ରସ୍ଥାବିତ ଉପ- ବିଧିର ପାଞ୍ଚୋଟି ନକଲ ରହିବ ।
    • ଯେଉଁ କ୍ଷେତ୍ରରେ ନିମ୍ନଲିଖିତ ସମିତିର ନିବନ୍ଧନ  ନିମନ୍ତେ ଆବେଦନ କରାଯାଇଥାଏ ଯଥା-
      • ଏକ ପ୍ରାଥମିକ ସମିତି, ଯେଉଁଠାରେ ଆବେଦନ କରିଥିବା  ବ୍ୟକ୍ତିମାନଙ୍କ ସଂଖ୍ୟା ୫୦ ରୁ କମ ନୁହେଁ କିନ୍ତୁ ସର୍ବନିମ୍ନ ୧୧ ଜଣ ବିଶିଷ୍ଟ ଘର ଯୋଗାଉଥିବା ଏକ ସମିତି ବ୍ୟତୀତ,

ଉଲ୍ଲେଖ ଥାଉକି, ଯେ କୌଣସି ବିଶେଷ ଧରଣର ବୃତ୍ତି ଅଥବା ବ୍ୟବସାୟ ସମ୍ବନ୍ଧୀୟ ବ୍ୟକ୍ତିବିଶେଷଙ୍କ ଶ୍ରେଣୀର ଅର୍ଥନୈତିକ ହିତର ଉନ୍ନତି ନିମନ୍ତେ କେବଳ ସଂଘଠିତ ଏକ ସମିତି କ୍ଷେତ୍ରରେ ନିବନ୍ଧନ ପାଇଁ ଆବେଦନ କରିଥିବା ବ୍ୟକ୍ତିବିଶେଷ ସମୂହ ସେପରି ବୃତ୍ତି ଅଥବା ବ୍ୟବସାୟ ଅନୁସରଣ କରିଥିବେ ।

ସ୍ପଷ୍ଟୀକରଣ - ଯୁଗ୍ମ ସଭ୍ୟଭାବେ କରିଥିବା ସ୍ଵାମୀ ଏବଂ ସ୍ତ୍ରୀଙ୍କ ଭଳି ଦୁଇଜଣ  ବ୍ୟକ୍ତିବିଶେଷ ଏହି ପ୍ରକରଣ ଅନୁଯାଯାଇ ଜଣେ ବ୍ୟକ୍ତି ରୂପେ ଗଣ୍ୟ ହେବେ ।

  • ଏକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଥବା ଏକ ଶୀର୍ଷ ସମିତି ସମେତ ଏକ କେନ୍ଦ୍ର ସମିତି, ଆବେଦନ କରିବା ସମିତିମାନ ଯଥାକ୍ରମେ ୫ ଏବଂ ୧୦ ରୁ କମ ହେବ ନାହିଁ ।
  • ନିବନ୍ଧନ ନିମନ୍ତେ ଆବେଦନ କରିଥିବା ବ୍ୟକ୍ତିମାନେ ପ୍ରସ୍ତାବିତ ସମିତି ଯେଉଁ ଅଞ୍ଚଳରେ ପ୍ରବର୍ତ୍ତନ କରାଯିବ ସେହି ଅଞ୍ଚଳର ହୋଇଥିବେ ଯାହାକି ଏହାର ଉପବିଧିରେ ଉଲ୍ଲେଖିତ କରାଯାଇଥିବ।
  • ବ୍ୟକ୍ତିଗତ ଲୋକ ହୋଇଥିବା ପ୍ରତ୍ୟେକ ଦରଖାସ୍ତକାରୀ ସେହି ହସ୍ତଖତ କରିବେ ଏବଂ ଦରଖାସ୍ତକାରୀ ବ୍ୟକ୍ତିଗତ ଲୋକ ହୋଇନଥିଲେ ସେହି ଦରଖାସ୍ତକାରୀଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତି ଦରଖସ୍ତ କରିବେ।
  • ଧାରା ୨୮ ର ଉପଧାରା (୧) (ଗ) ରେ ଉଲ୍ଲେଖିତ  ପ୍ରାଥମିକ ସମିତିର ସଭ୍ୟ ଏବଂ ସଭାପତିଙ୍କର ନାମ ଓ ଠିକଣା ଯେ କି ଆବେଦନକାରୀ ଅଟନ୍ତି, ଆବେଦନରେ ଉଲ୍ଲେଖ କରାଯିବ ବା ଦର୍ଶାଇ ଦିଆଯିବ ।

ଉଲ୍ଲେଖଥାଉ କି ସେପରି ଦର୍ଶିତ କରାଯାଇଥିବା ଆବେଦନକାରୀଙ୍କର ସଂଖ୍ୟା କୌଣସି କ୍ଷେତ୍ରରେ ଧାରା ୨୮ ର ଉପଧାରା (୨) ରେ ସେହି ଉଦ୍ଦେଶ୍ୟରେ ଉଲ୍ଲେଖିତ ସୀମାରୁ ଅଧିକ ହେବ ନାହିଁ  ।

ସଂଶୋଧନ -୧୯୯୪

ଦଫା୬ ର ସଂଶୋଧନ ଓଡିଶା ସମବାୟ ସମିତି ଆଇନ,  ୧୯୬୨ (ଏଥିପରେ ମୂଳ ଆଇନ ରୂପେ ଉଲ୍ଲେଖିତ ) । (ଓଡିଶା ଆଇନ ୨/୧୯୬୩ ) ଦଫା ୬ ଉପଦଫା (୨)ର ଖଣ୍ଡ ର(କ) ଉପ- ଖଣ୍ଡ (I) ନିମନ୍ତେ ,  ତଦାନିଧି ପରନ୍ତୁକ ମାନ ଏବଂ ସ୍ପଷ୍ଟୀକରଣ ବ୍ୟତୀତ ନିମ୍ନଲିଖିତ ଉପ-ଖଣ୍ଡ ପ୍ରତିସ୍ଥାପିତ ହେବ   । ଯଥା – (I) ଏକ ପ୍ରାଥମିକ ସମିତି କ୍ଷେତ୍ରରେ ଆବେଦନ କରିଥିବା ବ୍ୟକ୍ତିବିଶେଷ ୫୧ ଜଣରୁ କମ ହେବେ ନାହିଁ, କିନ୍ତୁ ଏହି ବ୍ୟବସ୍ଥା ଥିବା ଏକ ସମିତି ଥିବା ଏକ ସମିତି କ୍ଷେତ୍ରରେ ଯେଉଁଠାରେ ସେପରି ସର୍ବନିମ୍ନ ସଂଖ୍ୟା ୧୫ ଜଣ ହୋଇଥିବ, ସେ ଯାହାହେଉ ନା କାହିଁକି, ପ୍ରତ୍ୟେକ କ୍ଷେତ୍ରରେ ଅନୁସୂଚିତ ଜାତିରୁ ଜଣେ ମହିଳା ସଭ୍ୟ, ଅନୁସୂଚିତ ଉପଜାତିରୁ ଜଣେ ମହିଳା ସଭ୍ୟ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗରୁ ଜଣେ ମହିଳା ସଭ୍ୟ ସମେତ ସେପରି ବ୍ୟକ୍ତିବିଶେଷଙ୍କ ସର୍ବନିମ୍ନ ସଂଖ୍ୟା ଏକତୃତୀୟାଂଶରୁ କମ ହେବ ନାହିଁ   ଏବଂ (ଖ)  ଉପ- ଖଣ୍ଡ (I) ରେ ଥିବା ଦ୍ଵିତୀୟ ପରନ୍ତୁକ ପରେ ନିମ୍ନଲିଖିତ ପରନ୍ତୁକ ସନ୍ନିବିଷ୍ଟ ହେବ  । ଯଥା -

ପୁନଶ୍ଚ ଉଲ୍ଲେଖଥାଉକି ଏହି ପରନ୍ତୁକ ବଳବତ୍ତର ହେବା ତାରିଖ ପୂର୍ବରୁ ନିବନ୍ଧିତ ହୋଇଥିବା ଏକ ପ୍ରାଥମିକ ସମିତି କ୍ଷେତ୍ରରେ, ଯଦି ସେପରି ସମିତିର ମହିଳା ସଭ୍ୟପଦ କମ ହୋଇଥାଏ  ।  ତଥାପି ଉପରୋକ୍ତ ତାରିଖର ଏକ ବର୍ଷ ସମୟର ଅବସାନ ହେବା ପୂର୍ବରୁ ଅଥବା ପ୍ରବେଶ କରି ଅଧିକ୍ରାନ୍ତ   ଅଥବା ଆବଶ୍ୟକସ୍ଥଳେ ବିଘଟିତ ହୋଇଥାଏ ତଥା ମହିଳାମାନଙ୍କର ପ୍ରତିନିଧିତ୍ଵ ସୁନିଶ୍ଚିତ କରିବା ପାଇଁ ତାହାର ସଭ୍ୟପଦରେ ମହିଳା ସଭ୍ୟଙ୍କ ନିବନ୍ଧକ ଏହି ଆଇନ ଏବଂ ନିୟମାବଳୀର ବ୍ୟବସ୍ଥା ସମୂହକୁ ଭିତ୍ତିକରି ସେପରି ତାଲିକାଭୁକ୍ତ ଏବଂ ପ୍ରତିନିଧିତ୍ଵ ହେଲାକି ନାହିଁ,  ତାହା ସୁନିଶ୍ଚିତ କରିବାକୁ ଆବଶ୍ୟକମତେ  ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ( ସଂଖ୍ୟା ୧୪୮୯୨/ ଲେଜିସ ,  ତା ୦୯.୧୧.୧୯୯୪)

ସଂଶୋଧନ -୨୦୦୧

ଧାରା ୬ ର ସଂଶୋଧନ – ଓଡିଶା ସମବାୟ ସମିତି ଆଇନ ୧୯୬୨ ର ଧାରା ୬ ରେ (ମୂଳ ଆଇନ ରୂପେ ଏହାପରେ ଉଲ୍ଲେଖିତ) ଉପ- ଧାରା ୨ ର ପ୍ରକରଣ (ଖ) ରେ  -

  • ବ୍ୟବସ୍ଥା ଏବଂ ତା ସହିତ ସ୍ପଷ୍ଟୀକରଣ ବହିର୍ଭୂତ ଉପ- ପ୍ରକରଣ (1) ପାଇଁ ନିମ୍ନଲିଖିତ ଉପପ୍ରକରଣ ପ୍ରତିସ୍ଥାପିତ ହେବ, ଯଥା -
    1. ଏକ ପ୍ରାଥମିକ ସମିତି କ୍ଷେତ୍ରରେ ଆବେଦନରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୧ ରୁ କମ ହେବ ନାହିଁ , ଏହି ସମିତି ବ୍ୟତୀତ ଗୃହ ବ୍ୟବସ୍ଥା କ୍ଷେତ୍ରରେ ସେହି ବ୍ୟକ୍ତିବିଶେଷଙ୍କ ସଂଖ୍ୟା ସର୍ବନିମ୍ନ ୧୫ ହେବ, ଯାହା ହେଉନା କାହିଁକି ଉଭୟ କ୍ଷେତ୍ରରେ ସେହି ସର୍ବନିମ୍ନ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଅନୁସୂଚିତ ଜାତିରୁ ଜଣେ ମହିଳା ଅନ୍ତର୍ଗତ ୩ ଜଣ ସଭ୍ୟ, ଅନୁସୂଚିତ ଜନଜାତିରୁ ଜଣେ ମହିଳା ଅନ୍ତର୍ଗତ ୩ ଜଣ ପଛୁଆ ବର୍ଗରୁ ଜଣେ ମହିଳା ଅନ୍ତର୍ଗତ ୪ ଜଣ ଓ ଅନ୍ୟାନ୍ୟ ଶ୍ରେଣୀରୁ ୨ ଜଣ ମହିଳା ଅନ୍ତର୍ଗତ ୫ ଜଣ ସଭ୍ୟ ଅନ୍ତର୍ଭୁକ୍ତ ହେବେ, ଏବଂ
  • ଉପ- ପ୍ରକରଣ (I) ର ତୃତୀୟ ପରନ୍ତୁକ ପାଇଁ ନିମ୍ନଲିଖିତ ପରନ୍ତୁକ ପ୍ରତିସ୍ଥାପିତ ହେବ , ଯଥା -
  • ଉଲ୍ଲେଖଥାଉକି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ କିମ୍ବା ମହିଳା ଯାହା ନିବନ୍ଧନ ପାଇଁ ଆବଶ୍ୟକ ତାହା ନ ମିଳିଲେ, ନିବନ୍ଧକ ସେହି ବର୍ଗର ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ଦ୍ରୁଷ୍ଟିରୁ ପ୍ରସ୍ତାବିତ ସମିତିକୁ ବାଦ ଦେବେ  ।  (ତା୦୩.୦୭.୨୦୦୧)

ଧାରା -୭ ନିବନ୍ଧନ

  1. ଯଦି ନିବନ୍ଧକ ସନ୍ତୁଷ୍ଟ ହୁଅନ୍ତି ଯେ -
    • ଦରଖାସ୍ତ ବା ଆବେଦନଟି ଏହି ଆଇନ ଓ ନିୟମାବଳୀର ବ୍ୟବସ୍ଥାନୁଯାୟୀ ଦାଖଲ କରାଯାଇଛି ।
    • ପ୍ରସ୍ତାବିତ ସମିତିର ଉଦ୍ଦେଶ୍ୟଗୁଡିକ ଧାରା ଅନୁଯାୟୀ କରାଯାଇଛି ।
    • ପ୍ରସ୍ତାବିତ ସମିତିର ଲକ୍ଷ୍ୟ ସାମାଜିକ ନ୍ୟାୟ ସମ୍ପର୍କିତ ନୀତିର ବିରୁଦ୍ଧାଚାରଣ କରୁନାହିଁ,
    • ପ୍ରସ୍ତାବିତ ଉପ- ବିଧିଗୁଡିକ ଏହି ଆଇନ ଓ ନିୟମାବଳୀର ବିରୁଦ୍ଧାଚରଣ କରୁନାହିଁ ଏବଂ
      • ପ୍ରସ୍ତାବିତ ସମିତିର ସୁସ୍ଥ ବ୍ୟବସାୟର ଆବଶ୍ୟକତା ପୂରଣ କରୁଅଛି ଏବଂ ଏହା ସଫଳ ହେବାର ଉପଯୁକ୍ତ ସମ୍ଭାବନା ଅଛି ତେବେ ନିବନ୍ଧକ, ଯେଉଁ ଶୀର୍ଷ ସମିତି ଅଥବା କେନ୍ଦ୍ର ସମିତିରେ ପ୍ରସ୍ତାବିତ ସମିତି ଏହାର ଉପବିଧି ଅନୁଯାୟୀ ମିଶ୍ରିତ ହେବାକୁ ଉଦ୍ଧିଷ୍ଟ ସେହି ଶୀର୍ଷ ସମିତି ଅଥବା କେନ୍ଦ୍ର ସମିତି ସହିତ ପରାମର୍ଶ କରିସାରିବାପରେ ପ୍ରସ୍ତାବିତ ସମିତି ଓ ତାହାର ଉପ- ବିଧିକୁ ନିବନ୍ଧନ କରିପାରନ୍ତି ଏବଂ ସେପରି ନିବନ୍ଧନକୁ ଏକ ପ୍ରମାଣପତ୍ର, ନିର୍ଦ୍ଧାରିତ ପଦ୍ଧତିରେ ସ୍ଵାକ୍ଷରିତ କରି ସମିତିକୁ ଇସୁ କରିପାରନ୍ତି, ଏବଂ

    ଉଲ୍ଲେଖଥାଉକି, ନିବନ୍ଧକ ହୁଏତ, ଅସ୍ଥାୟୀଭାବେ ତିନିମାସ ସମୟ ନିମନ୍ତେ ପ୍ରସ୍ତାବିତ ସମିତିଟିକୁ ନିବନ୍ଧନ କରିପାରନ୍ତି, ଯଦି ସମିତିଟି (ଙ) ପ୍ରକରଣରେ ଉଲ୍ଲିଖିତ ସର୍ତ୍ତାବଳୀ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ସର୍ତ୍ତାବଳୀ ପୂରଣ କରିଥାଏ ଏବଂ ସେହି ପ୍ରକରଣର ସର୍ତ୍ତାବଳୀମାନ ପୂରଣ କରିବାକୁ ସ୍ଥିର କରିବା ନିମନ୍ତେ ନିବନ୍ଧନ ଉପଯୁକ୍ତ ବିବେଚନା କରି ସେହି ସମିତିକୁ ସେପରି କୌଣସି ନିର୍ଦ୍ଦେଶ ଦେଇପାରନ୍ତି।

  2. ଯେଉଁ କ୍ଷେତ୍ରରେ ନିବନ୍ଧନ କୌଣସି ସମବାୟ ସମିତିକୁ ନିବନ୍ଧନ କରିବାକୁ ଅସ୍ଵୀକାର କରନ୍ତି ସେ କ୍ଷେତ୍ରରେ କରିବାର ଆଦେଶ ଓ ତହିଁର କାରଣ ଦରଖାସ୍ତକାରୀ ବା ଆବେଦନକାରୀଙ୍କୁ ଜଣାଇବେ ।
  3. ନିବନ୍ଧନ ଅଥବା  ନିବନ୍ଧନ କରିବାକୁ ଅସ୍ଵୀକାର କରିବାକୁ ହେଉ, କୌଣସି ଆଦେଶ ଯଦି ନିବନ୍ଧନ ପାଇଁ   କରଯାଉଥିବା ଆବେଦନ ତାରିଖରୁ ୩ ମାସ ସମୟ ମଧ୍ୟରେ ପ୍ରସ୍ତାବିତ ସମିତି ନିକଟକୁ ପଠନଯାଏ ତେବେ ଉପରୋକ୍ତ ସମୟ ଅବସାନ ହେବା ତାରିଖରୁ ସମିତିଟି ତିନିମାସ ସମୟ ନିମନ୍ତେ ଅସ୍ଥାୟୀଭାବେ ନିବନ୍ଧିତ ହୋଇଛି ବୋଲି ମନେ କରାଯିବ ।
  4. ଯେଉଁ କ୍ଷେତ୍ରରେ ଏକ ପ୍ରସ୍ତାବିତ ସମିତି ଉପଧାରା (୧) ରେ ପ୍ରୋଭିଜୋ ଅନୁଯାୟୀ ନିବନ୍ଧନ ଅଥବା ଉପ-ଧାରା (୩) ଅନୁଯାୟୀ ନିବନ୍ଧିତ ହୋଇଛି ବୋଲି ମନେକରାଯାଉଥିବ ସେପରି ପ୍ରତ୍ୟେକ କ୍ଷେତ୍ରରେ ନିବନ୍ଧନ ନିର୍ଦ୍ଧାରିତ ପଦ୍ଧତିରେ ନିବନ୍ଧନର ଏକ ଅସ୍ଥାୟୀ ପ୍ରମାଣପତ୍ର ଇସୁ କରିବେ ଏବଂ ସମିତି , ତାହାର ଅସ୍ଥାୟୀ ନିବନ୍ଧନ ଅଥବା ଆବଶ୍ୟକସ୍ଥଳେ ପାଳନ କରିବାକୁ ଆବଶ୍ୟକ ସେପରି କାର୍ଯ୍ୟଭାର ଏବଂ ନିବନ୍ଧନଙ୍କ ଦ୍ଵାରା ସମିତିକୁ ଅନୁମତିପ୍ରାପ୍ତ ସେପରି କାରବାର ବା ବ୍ୟବସାୟ ଗ୍ରହଣ କରିବାକୁ ହକଦାର  ହେବେ ।
  5. ଅସ୍ଥାୟୀଭାବେ ନିବନ୍ଧନ ଅଥବା ସେପରି ନିବନ୍ଧିତ ହୋଇଛି ବୋଲି ମନେ କରାଯାଉଥିବା ଏକ ପ୍ରସ୍ତାବିତ ସମବାୟ ସମିତିକୁ ଯଦି ଏହାର ଅସ୍ଥାୟୀ ଅଥବା ଆବଶ୍ୟକସ୍ଥଳେ  ମନେ କରାଯାଉଥିବା ଅସ୍ଥାୟୀ ସମୟ ମଧ୍ୟରେ ଚୁଡାନ୍ତଭାବେ ନିବନ୍ଧନର କୌଣସି ପ୍ରମାଣପତ୍ର ଇସୁ କରାନଯାଏ ଅଥବା କରାନଯିବାରୁ ହୋଇଥିବା ଅର୍ଡର ପଠାନଯାଏ , ତେବେ ଉପରୋକ୍ତ ତାରିଖ ଅବସାନ ହେବା ତାରିଖରୁ ପ୍ରସ୍ତାବିତ ସମିତିଟି ଉପ- ଧାରା (୧) ଅନୁଯାୟୀ ଯଥାବିଧିରୂପେ ନିବନ୍ଧିନ ହୋଇଛି ବୋଲି ମନେକରାଯିବ ।
  6. ଉପଧାରା (୧) ରେ ଉଲ୍ଲେଖିତ ପରାମର୍ଶ, ନିବନ୍ଧନ ନିମନ୍ତେ ଆବେଦନ ପାଇବା ତାରିଖରୁ ୧୫ ଦିନ ମଧ୍ୟରେ କରାଯିବ ଏବଂ ଯେଉଁ ସମିତି ସହିତ ପରାମର୍ଶ କରାଯାଇଥିବ ସେହି ସମିତିଠାରୁ ଯଦି ଏହି ମର୍ମ୍ମରେ ନିର୍ଦ୍ଦେଶ ତାରିଖରୁ ପନ୍ଦର ଦିନ ମଧ୍ୟରେ କୌଣସି ମତାମତ ପ୍ରାପ୍ତ ନହୁଏ ତେବେ ମନେକରାଯିବ ଯେ, ଯଦି ପ୍ରସ୍ତାବିତ ସମିତିଟି ନିବନ୍ଧନ ହୁଏ ତେବେ ସେପରି ସମିତିର କୌଣସି ଆପତ୍ତି ନାହିଁ ।

ନୋଟ – କାର୍ଯ୍ୟ କରୁଥିବା ଏକ ବିଦ୍ୟମାନ ସମିତି ଥିବା ଅଞ୍ଚଳରେ ଯଦି ଅନ୍ୟ ଗୋଟିଏ ସମିତିର ନିବନ୍ଧନ କରାଯାଏ ତେବେ ତାହା ଅବୈଧ ନୁହେଁ  ।  ୧୯୬୮ (୧) ଆନ୍ଧ୍ର ଉଈକ୍ଲି ରିପୋର୍ଟ ୫୨ ଦ୍ରଷ୍ଟବ୍ୟ ।

ଯଦି ନିବନ୍ଧନ ଅଥବା ଏକ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ସମିତିର ନିବନ୍ଧନ କରନ୍ତି ତେବେ ରାଜ୍ୟ ସରକାରଙ୍କ ଠାରେ କୌଣସି ଅପିଲ କରାଯାଇପାରିବ ନାହିଁ  - ଧାରା ୭(୨) ର କ୍ଷମତା ପ୍ରୟୋଗ କର ଯଦି ସେମାନେ ଏକ ସମତିକୁ ନିବନ୍ଧନ କରିବାକୁ ଅସ୍ଵୀକାର କରନ୍ତି ତେବେ ସେମାନେ ଅସ୍ଵୀକାର କରିବାର କାରଣ ରେକର୍ଡ କରିବେ - ଯଦି କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ନିବେଦନ କରିବାକୁ ଅସ୍ଵୀକାର କରନ୍ତି ତେବେ ନିବନ୍ଧନଙ୍କ ନିକଟରେ ଡିଭିଜନ ଦାଖଲ କରିବା ଉପଯୁକ୍ତ ମାର୍ଗ ଅଟେ ଏବଂ ନିବନ୍ଧନ ନିକଟରେ ଡିଭିଜନ ଦାଖଲ କରିବା ଉପଯୁକ୍ତ ମାର୍ଗ ଅଟେ ଏବଂ ନିବନ୍ଧନ ଯଦି ନିବନ୍ଧନ କରିବାକୁ ଅସ୍ଵୀକାର କରନ୍ତି ତେବେ ରାଜ୍ୟ ସରକାରଙ୍କଠାରେ ଅପିଲ କରିବା ଉପଯୁକ୍ତ ମାର୍ଗ ଅଟେ   - ଯଦି ନିବନ୍ଧନ ତାଙ୍କର ମୌଳିକ କ୍ଷେତ୍ରାଧିକାର ବଳରେ ନିବନ୍ଧନ କରିବାକୁ ଅସ୍ଵୀକାର କରନ୍ତି ତେବେ ରାଜ୍ୟସରକାରଙ୍କ ନିକଟରେ ଅପିଲ ଦାଖଲ କରାଯିବ  ।  ଏ ଆଇ.ଆର ୧୯୭୭ ପାଟଣା ୭୬ (ଡିଭିଜନ ବେଞ୍ଚ ଦ୍ରଷ୍ଟବ୍ୟ )

ଧାରା -୮ – ନିବନ୍ଧନ ପ୍ରମାଣପତ୍ର

ଧାରା ୭ ଅନୁଯାୟୀ ଇସୁ କରାଯାଇଥିବା ନିବନ୍ଧନର ପ୍ରମାଣପତ୍ର ସେଥିରେ ଉଲେଖିତ ସମବାୟ ସମିତି ଏହି ଆଇନନାନୁଯାୟୀ ଯଥାବିଧିରୂପେ ନିବନ୍ଧନ ଏକ ସମିତି ଏହି ତଥ୍ୟର ନିର୍ଣ୍ଣୟକ ସାକ୍ଷ୍ୟ ହେବ ।

ଧାରା -୯ – ସମବାୟ ସମିତିଗୁଡିକ ନିଗମ ନିକାୟ ହେବେ

ଏହି ଆଇନନାନୁଯାୟୀ ନିବନ୍ଧନ ହୋଇଥିବା ଏକ ସମବାୟ ସମିତି ଶାଶ୍ଵତ ଉତ୍ତରାଧିକାର ସହ ଯେଉଁ ନାମରେ ନିବନ୍ଧନ ହୋଇଥିବା ସେହି ନାମରେ ଏକ ନିଗମନିକାୟ ହେବ ।  ଏହାର ଏକ ସାଧାରଣ ମୋହର ରହିବ ଏବଂ  “ସଂପତ୍ତି ଅର୍ଜନ ଏବଂ ଅଧିକାର ଓ ତାହାର ସଂପତ୍ତି ନିର୍ଦ୍ଧାରିତ ପଦ୍ଧତିରେ ବିନ୍ୟାସ କରିବା, ଚୁକ୍ତି ସମ୍ପାଦନ ଏବଂ ଏହାର ଉଦ୍ଦେଶ୍ୟ ସାଧନ ନିମନ୍ତେ ଅନ୍ୟାନ୍ୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କୀୟ କ୍ଷମତା ମଧ୍ୟ ପୂର୍ବପରି ରହିବ ।

ନୋଟ - ଧାରା ୯ର ବ୍ୟବସ୍ଥାଗୁଡିକ ବୈଧ ଏବଂ ଅଧିକାରଭୁକ୍ତ (୧୯୬୮,୨୧,ଏସ.ଟି. ସି ୩୦୭, ୩୩ (୧୯୬୭) କଟକ ଇ ଟାଇମ୍ସ ୭୪୫ ଦ୍ରଷ୍ଟବ୍ୟ)

ସମ୍ବିଧାନର ପରିଚ୍ଛେଦ ୩୧ – କ (୧) (ଗ) ଏବଂ ଅନୁସୂଚି ୭; ତାଲିକା -୧ ଏଣ୍ଟ୍ରି ୪୩ ଏବଂ ତାଲିକା -୨ ଏଣ୍ଟ୍ରି ୩୨ ଅନୁଯାଯାଇ ଏକ ସମବାୟ ସମିତି ଗୋଟିଏ କରପୋରେସାନ।  ଏ.ଆଇ.ଆର ।  ୧୯୮୫ ସୁପ୍ରିମକୋର୍ଟ ୧୭୩ ଦ୍ରଷ୍ଟବ୍ୟ )

ଧାରା ୧୦ – ସମିତିର ନାମ ପରିବର୍ତ୍ତନ

  1. ଏକ ସମିତି, ଏହାର ଉପବିଧିରେ ସଂଶୋଧନ ପୂର୍ବକ ନାମ ପରିବର୍ତ୍ତନ କରିପାରେ ।
  2. ଏହି ସମିତି ଏହାର ନାମ ପରିବର୍ତ୍ତନ କଲେ, ନିବନ୍ଧନ ସମବାୟ ସମିତିର ରେଜିଷ୍ଟ୍ରେରରେ ଥିବା ପୂର୍ବନାମ ସ୍ଥାନରେ ନୂତନ ନାମ ଉଲ୍ଲେଖ କରିବେ ଏବଂ ନିବନ୍ଧକ ପ୍ରମାଣପତ୍ରକୁ ଯଥାବିଧି ସଂଶୋଧନ କରିବେ ।
  3. ଏକ ସମିତିର ନାମ ପରିବର୍ତ୍ତନ ଫଳରେ ସମବାୟ ସମିତିର ଅଧିକାର କିମ୍ବା ଦାୟିତ୍ଵ ସମ୍ପର୍କରେ କୌଣସି ଆଞ୍ଚ ଆସିବ ନାହିଁ, କିମ୍ବା ଏହାର ପୁରାତନ ନାମରେ ଏହା ପକ୍ଷରୁ କିମ୍ବା ଏହା ବିପକ୍ଷରେ ଯେପରି ଆଇନ ସମ୍ମତ ମାମଲା ଦାଏର କରାଯାଇ ପାରିଥାନ୍ତା କିମ୍ବା ଚାଲିଥିବା ମାମଲାର ଦାୟିତ୍ଵ ନିଆଯାଇଥାନ୍ତା, ନୂତନ ନାମରେ ମଧ୍ୟ ଠିକ ସେହିପାରି କରାଯାଇପାରିବ ।

ଧାରା ୧୧- ଦାୟିତ୍ଵ ପରିବର୍ତ୍ତନ

  1. ଏହି ଆଇନ ଓ ନିୟମର ବ୍ୟବସ୍ଥାନୁଯାୟୀ ଏକ ସମିତି ଏହାର ଉପ- ବିଧିର ସଂଶୋଧନ ଦ୍ଵାରା ନିଜର ଦାୟିତ୍ଵର ମାତ୍ରା କିମ୍ବା ଆକାର ପରିବର୍ତ୍ତନ କରିପାରିବ  ।
  2. ଯେତେବେଳେ କୌଣସି ସମିତି ଏକ ପ୍ରସ୍ତାବ ଦ୍ଵାରା ଏହାର ଦାୟିତ୍ଵର ଆକାର କିମ୍ବା ମାତ୍ରାର ପରିବର୍ତ୍ତନ କରିବାକୁ ଇଚ୍ଛା କରେ, ସେତେବେଳେ ଏହାର ସମସ୍ତ ସଭ୍ୟ ଓ ଋଣଦାତାଙ୍କୁ ଲିଖିତ ନୋଟିସ ଦ୍ଵାରା ଏହି ବିଷୟ ଜଣାଇ ଦିଆଯିବ ।  ତେଣୁ ଯେକୌଣସି ସଭ୍ୟ କିମ୍ବା ଋଣଦାତା ଉପରୋକ୍ତ ମତେ ନିଜର କ୍ଷମତା ପ୍ରୟୋଗ କରିନଥିଲେ (ଅଂଶ , ଜମା କିମ୍ବା ଋଣ ଉଠାଇ ନଥିଲେ) ସେ ସମିତିର ନାମ ପରିବର୍ତ୍ତନକୁ ସ୍ଵୀକାର କଲେ ବୋଲି ଗ୍ରହଣ କରିବାକୁ ହେବ ।
  3. ନିମ୍ନଲିଖିତ ବ୍ୟବସ୍ଥାର ଅନୁପସ୍ଥିତିରେ ନିଜର ଦାୟିତ୍ଵର ମାତ୍ରା ଓ ଆକାର ପରିବର୍ତ୍ତନ କରିବାକୁ ଯାଇଥିବା କୌଣସି ଊଫ- ବିଧିର ସଂଶୋଧନ ରେଜିଷ୍ଟ୍ରି ହୋଇପାରିବ ନାହିଁ କିମ୍ବା କାର୍ଯ୍ୟକାରୀ ହୋଇପାରିବ ନାହିଁ ।
    • ସେ ସମ୍ପର୍କରେ ସମସ୍ତ ସଭ୍ୟ ଓ ଋଣଦାତାଙ୍କର ସମ୍ମତି ନଥିଲେ, କିମ୍ବା
    • ଉପଧାରା (୨) ଅନୁସାରେ ଧାର୍ଯ୍ୟ ସମୟ ମଧ୍ୟରେ ଇତ୍ସୁକ ସଭ୍ୟ ଓ ଋଣ ଦାତାମାନଙ୍କର ସମସ୍ତ ଦାବି ପୂର୍ଣ୍ଣ ରୂପେ ପରିପୂରଣ କରିନଥିଲେ  ।

ଧାରା -୧୨-  ସମିତିର ଉପବିଧିର ସଂଶୋଧନ

  1. ଏହି ଆଇନାନୁସାରେ ଏକ ସମିତିର ଉପ- ବିଧିର ସଂଶୋଧନ ରେଜିଷ୍ଟ୍ରି ନ ହେଲା ପର୍ଯ୍ୟନ୍ତ ତାହା ବୈଧ ହେବ ନାହିଁ  ।
  2. ଆଇନ ୨୮/୧୯୧୧ ଦ୍ଵାରା ବିଲୁପ୍ତ
  3. ନିଜର ଦସ୍ତଖତ ଥିବା ଏକ ପ୍ରମାଣପତ୍ର ସହ ରେଜିଷ୍ଟ୍ରି ହୋଇଥିବା ସଂଶୋଧନର ଏକ ନକଲ ନିବନ୍ଧନ ସମିତିକୁ ପଠାଇବେ ଏବଂ ସେହି ସଂଶୋଧନ ଆଇନାନୁଯାୟୀ ରେଜିଷ୍ଟ୍ରି ହୋଇଛି  ବୋଲି ଉକ୍ତ ପ୍ରମାଣ ପତ୍ର ହିଁ ଚୁଡାନ୍ତ ସାକ୍ଷ୍ୟରୂପେ ବିବେଚିତ ହେବ।
  4. କୌଣସି ସମିତି ର- ଉପବିଧିର ସଂଶୋଧନକୁ ରେଜିଷ୍ଟ୍ରି କରିବା ପାଇଁ ନିବନ୍ଧକ ଅସ୍ଵୀକାର କଲେ , ସେ ତହିଁର କାରଣ ସହ ଅସ୍ଵୀକାର ଆଦେଶ ସମିତିକୁ ଜଣାଇବେ  ।
  5. ଯେଉଁଠାରେ ଏକ ଶୀର୍ଷ ସମିତି, କେନ୍ଦ୍ରୀୟ ସମିତି, ସମବାୟ ବ୍ୟାଙ୍କ, ଅର୍ଥଯୋଗାଣ ବ୍ୟାଙ୍କ ଅଥବା ରାଜ୍ୟ କେନ୍ଦ୍ର ସରକାରଙ୍କ ଦ୍ଵାରା ସାହାଯ୍ୟପ୍ରାପ୍ତ ଅନ୍ୟ ଯେକୌଣସି ସମିତି (ଧାରା ୩୧ ର ଉପଧାରା  (୧) ଅନୁଯାୟୀ) ର ଉପ- ବିଧିର ସଂଶୋଧନ ହେବା ନିବନ୍ଧନ ଆବଶ୍ୟକ ମନେ କରିବେ, ସେ ନିର୍ଦ୍ଧିଷ୍ଟ ଉପାୟରେ ଧାର୍ଯ୍ୟ କରିଥିବା ସମୟ ମଧ୍ୟରେ ଏଥର ସଂଶୋଧନ କରିବାକୁ ସମିତିକୁ ପରାମର୍ଶ ଦେବେ ।
  6. ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସଂଶୋଧନ କରିବାକୁ ସମିତି ହୁଅନ୍ତି, ତେବେ ସମିତିକୁ ଏହାର କାରଣ ଦର୍ଶାଇବକଉ ଏକ ଯୁକ୍ତିଯୁକ୍ତ ସମୟ ହେବାପରେ ନିବନ୍ଧକ ସଂଶୋଧନ ରେଜିଷ୍ଟ୍ରି କରିପାରିବେ ଏବଂ ନିଜର ଦସ୍ତଖତ ଥିବା ଏକ ପ୍ରମାଣପତ୍ର ସହ ରେଜିଷ୍ଟ୍ରି ହୋଇଥିବା ସଂଶୋଧନର ଏକ ନକଲ ସମିତିକୁ ପଠାଇବେ । ସେହି ସଂଶୋଧନ ଆଇନାନୁଯାୟୀ ରେଜିଷ୍ଟ୍ରି ହୋଇଛି ବୋଲି ଉକ୍ତ ପ୍ରମାଣପତ୍ର ହିଁ ଚୁଡାନ୍ତ ସାକ୍ଷ୍ୟ ରୂପେ ବିବେଚିତ ହେବ ।
    • ଉପ- ଧାରା (୩) ରେ ଉଲ୍ଲେଖିତ ପ୍ରମାଣ ପତ୍ର ଅଥବା ଆବଶ୍ୟକସ୍ଥଳେ ଜଳଧାରା (୪) ରେ ଉଲ୍ଲେଖିତ ଅସ୍ଵୀକାର ଆଦେଶ (ଅର୍ଡର) ଯଦି ସମିତିର ନିବନ୍ଧନ ନିମତନେ କରାଯାଇଥିବା ଆବେଦନ ତାରିଖରୁ [୩ ମାସ] ସମୟ ମଧ୍ୟରେ ସମିତିଟିକୁ ଜଣାଇ ଦିଆନଯାଏ ତେବେ ଉପ- ବିଧିର ସଂଶୋଧନ, କଥିତ ସମୟ ଅବସାନ ହେବା ତାରିଖରୁ ନିବନ୍ଧନ ହୋଇଛି ବୋଲି ମାନେକରାଯିବ ଏବଂ ସେପରି ନିବନ୍ଧନକୁ ଭିତ୍ତି ନକାଳ ସହିତ ସେପରି ସଂଶୋଧନ ନିବନ୍ଧନ ଏକ ପ୍ରମାଣପତ୍ର ସମିତିକୁ ପଠାଇବେ ।

ଧାରା -୧୩- ଉପ- ବିଧିର ସଂଶୋଧନ କେତେବେଳେ କାର୍ଯ୍ୟକାରୀ ହେବ

ସମିତିର ଉପ- ବିଧିର ସଂଶୋଧନକୁ କାର୍ଯ୍ୟକରି କରାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ ହୋଇନଥିଲେ, ଯେଉଁ ଦିନ ଏହା ରେଜିଷ୍ଟ୍ରି ହେଲା, ସେହିଦିନଠାରୁ କାର୍ଯ୍ୟକାରୀ ହେବ ବୋଲି ଧରାଯିବ ।

ପ୍ରକାଶଥାଉକି, ନିବନ୍ଧନଙ୍କ ପୂର୍ବ ଅନୁମୋଦନ କ୍ରମେ ହୋଇଥିବା ସଂଶୋଧନକୁ କାର୍ଯ୍ୟକାରୀ କରାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ ହୋଇନଥିଲେ, ଯେଉଁଦିନ ଏହା ରେଜେଷ୍ଟ୍ରି  ହେଲା,  ସେହିଦିନଠାରୁ କାର୍ଯ୍ୟକରି ହେବ ବୋଲି ଧରାଯିବ ।

ପ୍ରକାଶଥାଉକି,  ନିବନ୍ଧକଙ୍କ ପୂର୍ବ ଅନୁମୋଦନ କ୍ରମେ ହୋଇଥିବା ସଂଶୋଧନ ସମିତିର ସାଧାରଣ ବୈଠକରେ ଏକ ପ୍ରସ୍ତାବ ଦ୍ଵାରା ପାସ ହେବା ତାରିଖଠାରୁ କାର୍ଯ୍ୟକାରୀ ହେବ ।

ଆଧାର ଦ ଲ ହାଉସ

Last Modified : 4/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate