অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମବାୟ ସମିତିର ନିବନ୍ଧନ (ଭାଗ -୨)

ଧାରା  - ୧୪ – ସଂପତ୍ତି ଓ ଦାୟିତ୍ଵ ହସ୍ତାନ୍ତରକରଣ, ମିଶ୍ରଣ ଏବଂ ସମିତିଗୁଡିକ ବିଭାଜନ

  1. ଏକ ସମିତି ଅଧିକାଂଶ ସଭ୍ୟ ଉପସ୍ଥିତ ଥିବା ଏହାର ଏକ ସାଧାରଣ ବୈଠକରେ ଭୋଟ ଦ୍ଵାରା ପାସ ହୋଇଥିବା ପ୍ରସ୍ତାବ ବଳରେ -
    • ଏହି ସମିତିର ସଂପତ୍ତି ଓ ଦାୟିତ୍ଵ ସଂପୂର୍ଣ୍ଣ ଭାବେ କିମ୍ବା ଆଂଶିକଭାବେ ଅନ୍ୟ ଏକ ସମିତିକୁ ହସ୍ତାନ୍ତର କରିପାରିବ, ଯେ କି ସେଗୁଡିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା କିମ୍ବା
    • ଏହି ସମିତିକୁ ଦୁଇ କିମ୍ବା ଅଧିକ ସମିତିରେ ବିଭାଗ କରିପାରିବ ।
  2. ଦୁଇ କିମ୍ବା ତତୋଧିକ ସମିତି ଗୋଟିଏ ସମବାୟ ସମିତିର ମିଶ୍ରଣ ହେବାକୁ  ଚାହିଁଲେ ନିବନ୍ଧନଙ୍କ ପୂର୍ବ ଅନୁମୋଦନ କ୍ରମେ ଏବଂ ଏହି ଉଦ୍ଦେଶ୍ୟରେ ସାତ ଦିନ ପୂର୍ବରୁ ପ୍ରତ୍ୟେକ ସଭ୍ୟଙ୍କୁ ନୋଟିସ ଦିଆଯାଇ ସ୍ଵତନ୍ତ୍ର  ଭାବେ ଡକାଯାଇଥିବା ଏକ ସାଧାରଣ ବୈଠକରେ ଅଧିକାଂଶ ସଭ୍ୟଙ୍କ ଦ୍ଵାରା ଗୃହିତ ଏବଂ ଏହି ଦଫାର ଅନ୍ୟାନ୍ୟ ବ୍ୟବସ୍ଥାନୁଯାୟୀ ସେପରି ମିଶ୍ରଣ ହୋଇ ଏକ ସମବାୟ ସମିତି ହେବ ।
  3. ଆଇନ (୧୯/୧୯୮୩) ଦ୍ଵାରା କାଟ ଖାଇଯାଇଛି ।
  4. ଏହିପରି  ହସ୍ତାନ୍ତରଣ, ବିଭାଜନ କିମ୍ବା ମିଶ୍ରଣ ସମ୍ପର୍କୀୟ ସମସ୍ତ ବିଷୟଗୁଡିକ ଉପଧାରା  (୨)  ଅନୁଯାୟୀ ହୋଇଥିବା ସମିତିର ପ୍ରସ୍ତାବରେ ହସ୍ତାନ୍ତର କରଣ ବିଭାଜନ କିମ୍ବା ମିଶ୍ରଣ ସମ୍ପର୍କୀୟ ସମସ୍ତ ବିଷୟ ଗୁଡିକ ସ୍ଥାନ ପାଇବ ।
  5. ଯେତେବେଳେ କୌଣସି ସମିତି ଉପଧାରା (୧) ବା ଉପଧାରା ଅନୁଯାଯାଇ କୌଣସି ରିଜୋଲ୍ୟୁସାନ ପାସ କରିଥାଏ, ସେତେବେଳେ ସମ୍ପୃକ୍ତ ସମସ୍ତ ସଭ୍ୟ ଓ ଋଣଦାତାଙ୍କୁ ସେ ସମ୍ପର୍କରେ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଲିଖିତାକାରରେ ନୋଟିସ ଦେବେ ଏବଂ ଉପବିଧିଗୁଡିକରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଯେକୌଣସି ସଭ୍ୟ କିମ୍ବା ଋଣ- ଦାତା ଏହି ନୋଟିସ ଜାରି ହେବାର ଏକମାସ ମଧ୍ୟରେ ତାଙ୍କର ଅଂଶ, ଜମା କିମ୍ବା ଦେଇଥିବା ଋଣଧାନ ଉଠାଇ  ନେଇପାରିବେ ।
  6. କୌଣସି ସଭ୍ୟ କିମ୍ବା ଋଣ- ଦାତା- ଉପଧାରା (୫) ଅନୁଯାୟୀ  ନିର୍ଦ୍ଧିଷ୍ଟ ହୋଇଥିବା ସମୟ ମଧ୍ୟରେ ଉପରୋକ୍ତମନେ ନିଜର ଇଚ୍ଛାଧିକାର କାର୍ଯ୍ୟକାରୀ ନକଲେ , ପ୍ରସ୍ତାବରେ ଥିବା ବ୍ୟବସ୍ଥାଗୁଡିକ ପ୍ରତି ତାଙ୍କର ସମ୍ମତି ରହିଛି ବୋଲି ବିବେଚିତ ହେବ ।
  7. ଉପଧାରା (୫) ଅନୁଯାୟୀ ଇଚ୍ଛାଧିକାର ପ୍ରୟୋଗ କରିଥିବା ସଭ୍ୟ ଓ ଋଣଦାତାମାନଙ୍କର ସମସ୍ତ ପ୍ରାପ୍ୟ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦିଆଯାଇନଥିଲେ ଏହି ଧାରାନୁଯାୟୀ ପାସ ହୋଇଥିବା ପ୍ରସ୍ତାବ ଏକ ଯଥାର୍ଥ ହସ୍ତାନ୍ତର ପତ୍ର ରୂପେ ବିବେଚିତ ହେବ ।
  8. ସମିତିଗୁଡିକର ମିଶ୍ରଣ କିମ୍ବା ବିଭାଜନ ଦ୍ଵାରା ସେଗୁଡିକର ଥିବା ସମିତି ସମୂହର ଅଧିକାର କିମ୍ବା ଦାୟିତ୍ଵରେ କୌଣସି ଆଞ୍ଚ ଆସିବ ନାହିଁ   ଏବଂ ଏହି ମିଶ୍ରିତ କିମ୍ବା ବିଭକ୍ତ ହୋଇଥିବା ସମିତିଗୁଡିକ ପକ୍ଷରୁ ବା ବିରୁଦ୍ଧରେ ଚାଲିଥିବା କିମ୍ବା ଆରମ୍ଭ ହେବାକୁଥିବା କୌଣସି ଆଇନଗତ ମାମଲାରେ ବ୍ୟାଘାତ ସୃଷ୍ଟି ହେବ ନାହିଁ  ।  ଏହି ପ୍ରକାର ଆଇନଗତ ମାମଲାରେ ବ୍ୟାଘାତ ସୃଷ୍ଟିହେବ ନାହିଁ । ଏ ପ୍ରକାର ଆଇନଗତ ମାମଲା ମିଶ୍ରିତ କିମ୍ବା ବିଭକ୍ତ ହୋଇଥିବା ସମିତିଗୁଡିକର ପକ୍ଷରୁ ବା ବିରୁଦ୍ଧରେ ଚାଲିପାରିବ   ।

ଧାରା ୧୪- କ

  1. ଏହି ଆଇନରେ ଅନ୍ୟଥା ପ୍ରସଙ୍ଗ ଆବଶ୍ୟକ ନହେଲେ, ଯଦି ନିବନ୍ଧନ ମତାନୁସାରେ କାରଣଗୁଡିକ ଲିପିବଧ କରନ୍ତି ଯେ-
    • କୌଣସି ସମିତି ଅଥବା ସମିତି ସମୂହର ସୁନିଶ୍ଚିତ ରୂପେ ବର୍ଦ୍ଧିତକରଣ ନିମନ୍ତେ ।
    • କୌଣସି ସ୍ଥାନୀୟ ଅଞ୍ଚଳରେ ସମିତିର କ୍ଷେତ୍ରାଧିକାର ବା ଅଧିକାର ପରିସରକୁ ଭିତ୍ତି କରି ସମିତି, ସମିତି ମଧ୍ୟରେ ବିରୋଧ ଓ ପରସ୍ପର ପରିସରକୁ ପରିତ୍ୟାଗ କରିବା ନିମନ୍ତେ, ବା
    • ଯେ କୌଣସି ସମିଟିର ଯଥାଯଥ ପରିଚାଳନାର ସୁରକ୍ଷିତ, ଉଦ୍ଦେଶ୍ୟ ନିମନ୍ତେ, ବା
    • ଜନ ସାଧାରଣଙ୍କ ହିତ ଦ୍ରୁଷ୍ଟିରୁ , ଅଥବା
    • ଜମାକାରୀଙ୍କ ହିତଦ୍ରୁଷ୍ଟିରୁ , ଅଥବା
    • ସମସ୍ତ ପ୍ରଦେଶରେ ସମବାୟ ଆନ୍ଦୋଳନର ହିତଦ୍ରୁଷ୍ଟିରୁ,ଅଥବା
    • ସମସ୍ତ ପ୍ରଦେଶରେ ସମବାୟ ଜମା ସଂକ୍ରାନ୍ତୀୟ ହିତଦ୍ରୁଷ୍ଟିରୁ ତଥା ଆବଶ୍ୟକସ୍ଥଳେ ଯେକୌଣସି ସମିତି ଅଥବା ସମିତିସମୂହର ପୁନର୍ଗଠନ ଅଥବା ଯେକୌଣସି ଦୁଇ ଅଥବା ତତୋଧିକ ସମିତିସମୂହର ଅର୍ଥଯୋଗାଣକାରୀ ବ୍ୟାଙ୍କ ସହିତ ପରାମର୍ଶ କରିସାରିବା ପରେ ଅଫିସିଆଲ ଗେଜେଟରେ ପ୍ରକାଶିତ କରିବାପାଇଁ ଅର୍ଡର କରିପାରନ୍ତି ତଥା ସେଭଳି ପୁନର୍ଗଠନ ଅଥବା ମିଶ୍ରଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି ।
  2. ଉପଦଫା (୧) ଅନୁଯାୟୀ ହୋଇଥିବା ଅର୍ଡର, ନିମ୍ନଲିଖିତ ମତେ ବ୍ୟବସ୍ଥା କରିପାରନ୍ତି   ।
  3. ଉପଦଫା (୧) ଅନୁଯାୟୀ ପାସ କରାଯାଇଥିବା କୌଣସି ଅର୍ଡର କାର୍ଯ୍ୟକାରୀ କରାଯିବ ନାହିଁ, ଯେ ପର୍ଯ୍ୟନ୍ତ ନିବନ୍ଧକ
  4. ଏହି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଅଥବା ଯେକୌଣସି ଅନ୍ୟଥା ଆଇନ ବା କୌଣସି ଚୁକ୍ତି, ଆୱାର୍ଡ, ଦଲିଲ ବା ଚୁକ୍ତି ପତ୍ରାଦିତ ପ୍ରଚଳିତ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଉପଦଫା ୧ ଅନୁଯାୟୀ ପାସ କରାଯାଇଥିବା ଅର୍ଡର, ସମିତି ସମୂହ ଓ ତାହାର ସଭ୍ୟ,  ଜମାକାରୀ,ଋଣଦାତ, କର୍ମଚାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ସମୂହଙ୍କର ସେଭଳି ସମ୍ପୃକ୍ତ ସମସ୍ତ ସମିତି ଅଥବା ଯେକୌଣସି ସମ୍ପୃକ୍ତ ସମିତି ସମୂହରେ ନ୍ୟସ୍ତ ଥିବା କୌଣସି ଅଧିକାରୀ ସଂପତ୍ତି ବା ଦାୟିତ୍ଵ ପ୍ରତି ଲାଗୁ ହେବ ।
  5. ସମିତିର ପୁନର୍ଗଠନ ଏବଂ ମିଶ୍ରଣ କାର୍ଯ୍ୟକାରୀ ହେବା ତାରିଖରୁ ସେଥିରେ ନିହିତ ଥିବା ସଂପତ୍ତି ଓ ଦାୟିତ୍ଵ ପୁନର୍ଗଠନ ବା ମିଶ୍ରିତ ହେବା ମନେ କରାଯିବ । ପୁନର୍ଗଠନ ବା ମିଶ୍ରଣ କାର୍ଯ୍ୟକାରୀ ହେବାପରେ ଗଠିତୀ ହୋଇଥିବା ସମିତି  ଏବଂ ସେଭଳି ସମିତି ଓ ସମିତି ସମୂହର ସଭ୍ୟ,ଋଣ ଦାତା, ଋଣ ଗ୍ରହିତା ତାହାର ସଭ୍ୟ, ଋଣଦାତା ଓ ଋଣ ଗ୍ରହିତା ରୂପେ ବିବେଚିତ ହେବେ  । ନିବନ୍ଧକ ଏଥି ନିମନ୍ତେ ଅର୍ଡର ପାସ କରିବେ ।
  6. ନିବନ୍ଧକଙ୍କ ନିର୍ଦ୍ଦେଶାନୁସାରେ ପୁନର୍ଗଠନ ଅଥବା ମିଶ୍ରଣ କରାଯାଇଛି ସମିତି ଅଥବା ସମିତି ସମୂହକୁ ଭିତ୍ତିକରି ଯଦି ସେଭଳି ପୁନର୍ଗଠନ ଓ ମିଶ୍ରଣ ହୋଇଥିବା ସମିତିର ନିବନ୍ଧନ ହୋଇଥାଏ, ତେବେ ସେଭଳି ସମିତିର ନିବନ୍ଧନ ହୋଇଥାଏ, ତେବେ ସେଭଳି ସମିତି ବା ସମିତି ସମ୍ବାଦ ପୁନର୍ଗଠନ ବା ମିଶ୍ରଣ ହେବା ତାରିଖଠାରୁ ରଦ୍ଦ ହେଲା ବୋଲି ଧରାନିଆଯିବ ।
  7. ସଂପତ୍ତି ହସ୍ତାନ୍ତରଣ ଆଇନ, ୧୮୮୨ ଅଥବା ନିବନ୍ଧନ ଆଇନ ୧୯୦୮ ରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଏହି ଦଫାନୁଯାୟୀ ଜାରି କରାଯାଇଥିବା ଅର୍ଡରର ଉପଦଫା (୧) ଅନୁଯାଯାଇ କରାଯାଉଥିବା ଅର୍ଡର ଅନ୍ତର୍ଭୁକ୍ତ ସମିତି ବା ସମିତି ସମୂହର ସଂପତ୍ତି ଓ ଦାୟିତ୍ଵ ହସ୍ତାନ୍ତରକରଣ କରିପାରିବାର ଯଥେଷ୍ଟ ଅଧିକାର ରହିଛି।
  8. ଏହି ଦଫାନୁଯାୟୀ ନିବନ୍ଧନଙ୍କ ଦ୍ଵାରା ପାସ କରାଯାଇଥିବା ଯେକୌଣସି ଅର୍ଡର ଶେଷ ଏବଂ ଚୁଡାନ୍ତ ବୋଲି ଧରାନିଆଯିବ ଏବଂ ଏହି ଅର୍ଡର ବିରୁଦ୍ଧରେ କୌଣସି କୋର୍ଟର ପ୍ରଶ୍ନ ଉଠାଯିବ ନାହିଁ ।
    • ସେଭଳି ସମିତିର କାରବାର ରକ୍ଷଣାବେକ୍ଷଣା ଦାୟିତ୍ଵ ତଥା ସେଭଳି କୌଣସି ବ୍ୟକ୍ତିଙ୍କର ହିତ ଦ୍ରୁଷ୍ଟିରୁ ଯଦି ନିବନ୍ଧନ ଆବଶ୍ୟକତାନୁଯାୟୀ ବିବେଚନା କରନ୍ତି ଯେ ପୁନର୍ଗଠନ ଅଥବା ମିଶ୍ରଣ କରାଯାଇଥିବା ସମିତି ସପକ୍ଷରେ ଅଥବା ବିପକ୍ଷରେ କୌଣସି ସଦସ୍ୟ ଜମାକାରୀ, ଋଣଦାତା, କର୍ମଚାରୀ ଅଥବା ଅନ୍ୟାନ୍ୟ ବ୍ୟକ୍ତିର ହିତ ଅଥବା ଅଧିକାରୀରୁ କିଛି ପରିମାଣରେ ବଞ୍ଚିତ କରାଯାଇଛି, ଏବଂ
    • ସେଭଳି ଆନୁସଙ୍ଗିକ ପ୍ରାସଙ୍ଗିକ ଏବଂ ଯୌଗିକ ବିଷୟବସ୍ତୁ ନିବନ୍ଧକଙ୍କ ମତାନୁସାରେ ପୁନର୍ଗଠନ ଅଥବା ମିଶ୍ରଣ କରାଯାଇଥିବା ସମିତି ସମୂହ ପ୍ରତି ପ୍ରଭାବିତ ହୋଇଛି ।
      • ପ୍ରସ୍ତାବିତ ଅର୍ଡରକୁ କାର୍ଯ୍ୟକାରୀ କରିବାକୁ ଭିତ୍ତିକରି ପ୍ରତ୍ୟେକ ସମ୍ପୃକ୍ତ ସମିତିକୁ ସେମାନଙ୍କ ଆପତ୍ତି ଓ ସୂଚନା ବ୍ୟକ୍ତି କରିବାକୁ ସୁଯୋଗ ଦିଆ ନଯାଇଛି, ଏବଂ
      • ପ୍ରତ୍ୟେକ ସେଭଳି ସମିତି ଅଥବା ଏହାର ସଭ୍ୟ, ଜମାକାରୀ, ଋଣଦାତା, କର୍ମଚାରୀ ଅଥବା ସମ୍ପୃକ୍ତ ବ୍ୟକ୍ତି ସମୂହ ଦ୍ଵାରା କରାଯାଇଥିବା ଆପତ୍ତି ଓ ସୂଚନାର ବିଚାର ଯଦି ପ୍ରସ୍ତାବିତ ଅର୍ଡର ପାଇବା ତାରିଖଠାରୁ ୧୫ ଦିନରୁ କମ ସମୟ ତଥା ନିବନ୍ଧକଙ୍କ ଦ୍ଵାରା ସ୍ଥିରୀକୃତ ସମୟ ମଧ୍ୟରେ କରାନଯାଇଛି ।

ଧାରା ୧୪- ଖ କେତେକ ରୁଗଣ ସମିତି କ୍ଷେତ୍ରରେ ବିଶେଷ ବ୍ୟବସ୍ଥା

  1. ଧାରା ୧୨୩ ର ବ୍ୟବସ୍ଥାକୁ ଭିତ୍ତିକରି ଏବଂ ଏହି ଆଇନ ଏବଂ ତଦାଧୀନ ପ୍ରଣିତ ନିୟମାବଳି ଅଥବା ଉପବିଧି ଅଥବା ପ୍ରଚଳିତ ଅନ୍ୟ ଯେକୌଣସି ଆଇନରେ ଅନ୍ତଃବିର୍ଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଯେଉଁଠାରେ ନିବନ୍ଧକ ମତବ୍ୟକ୍ତ କରନ୍ତି ଯେ , ଏକ ସମବାୟ ସମିତି ଯାହାର ଅଧିକାଂଶ ଅଂଶ ଚାନ୍ଦାରୂପେ କାମଚଳା ପୁଞ୍ଜିରୁ ୫୦ ପ୍ରତିଶତ ଅଧିକ ହୁଏ, ଯାହାକି ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥାଏ ଏବଂ ସେପରି ସମିତି ରୁଗଣ ହୋଇଥାଏ, ଓ ତାହାକୁ ଥଇଥାନ କରିବା ଏବଂ ସେପରି ସମିତିର କମିଟିକୁ ଡକାଇ ତାହାର (ସମିତି – ଆସ୍ତି ଓ ଦାୟିତ୍ଵ ) କୁ ତାଙ୍କ (ନିବନ୍ଧକ) ଦ୍ଵାରା ବ୍ୟବସ୍ଥିତ ନିବନ୍ଧନ ଓ ସର୍ତ୍ତ କୁ ବୃତ୍ତିକରି ସେଥିରେ ଉଲ୍ଲେଖିତ ସମୟ ମଧ୍ୟରେ ଅନ୍ୟ କୌଣସି ସମିତି ଅଥବା ବ୍ୟକ୍ତି ଅଥବା କମ୍ପାନୀ, ଫାର୍ମ ଅଥବା ନିକାୟ କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବେ ।
    • ଉପଖଣ୍ଡ ବା ପ୍ରକରଣ ରେ ଉଦ୍ଦିଷ୍ଟ ନୋଟିସର ଉଲ୍ଲେଖିତ ସମୟ ମଧ୍ୟରେ ଯଦି କମିଟି ହସ୍ତାନ୍ତର କରିବାକୁ ଅସଫଳ ହୁଏ, ତେବେ ନିବନ୍ଧକ ଗେଜେଟରେ ଆଦେଶ (ଅର୍ଡର) ପ୍ରକାଶିତ କରି ସେପରି ହସ୍ତାନ୍ତର କରିବେ ଏବଂ ଆଦେଶ (ଅର୍ଡର) ପ୍ରକାଶନ ହେବା ତାରିଖରୁ ସମିତି ଅସ୍ତି  ଓ ଦାୟିତ୍ଵ ହସ୍ତାନ୍ତରଣ ହେବାର ଧରି ନିଆଯିବ ।

    ଉଲ୍ଲେଖଥାଉ କି, ନିବନ୍ଧକ ସମିତିର ସାଧାରଣ ସଂଘ ଋଣଦାତା ବା ମହାଜନ , ଜମାକାରୀ ଅଥବା ସମ୍ପୃକ୍ତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ, ନିବନ୍ଧନ ତାଙ୍କ ନୋଟିସରେ ଉଲ୍ଲେଖିତ କରିଥିବା ପ୍ରସ୍ତାବିତ ଆଦେଶ (ଅର୍ଡର) ତାରିଖରୁ ସେପରି କୌଣସି ସମୟ ମଧ୍ୟରେ ସେମାନଙ୍କର ଆପତ୍ତି ଉଲ୍ଲେଖ କରିବା ପାଇଁ ଅଥବା ଆବେଦନ କରିବା ପାଇଁ ସୁବିଧା ସୁଯୋଗ ନ ଦେବା ପର୍ଯ୍ୟନ୍ତ ଏବଂ ଆପତ୍ତି ଓ ଆବେଦନ, ଯଦି ଥାଏ ର ବିଚାର ନ ହେବ ପର୍ଯ୍ୟନ୍ତ ଏହି ପ୍ରକରଣ ଅନୁଯାୟୀ କୌଣସି ଆଦେଶ ଦିଆଯାଇପାରିବ ନାହିଁ ।

  2. ଉପ-ଧାରା (1) ଅନୁଯାଯାଇ ଇଶୁ କରାଯାଇଥିବା ଆଦେଶ, ଏହି ଆଇନ, ତଦନୁଯାୟୀ ପ୍ରସ୍ତୁତ ନିୟମାବଳି ଅଥବା ଉପ- ବିଧି ଅଥବା ପ୍ରଚଳିତ ଅନ୍ୟ ଯେକୌଣସି ଆଇନ ଅଥବା ଯେକୌଣସି ଚୁକ୍ତି , ଆୱାର୍ଡ ଅଥବା ବିଲେଖ ରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ସମିତିର ଯେକୌଣସି ଅଧିକାର, ଆସ୍ତି ଏବଂ ଦାୟିତ୍ଵ ଥିବା ସମିତିର ସମସ୍ତ ସଭ୍ୟ, ଜମାକାରୀ,ଋଣଦାତା ବା ମହାଜନ, କର୍ମଚାରୀ ଏବଂ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ମାଣିବାକୁ ବାଧ୍ୟ ଅଟନ୍ତି  ।
  3. ଉପଧାରା (1) ଅନୁଯାୟୀ କରାଯାଇଆଥିବା ଆଦେଶ (ଅର୍ଡର) ହୁଏତ ନିମ୍ନଲିଖିତ ବ୍ୟବସ୍ଥା କରିପାରେ ।  ଯଥା -
  4. ଏହି ଧାରାର ଉଦ୍ଦେଶ୍ୟ ନିମନ୍ତେ ପ୍ରତ୍ୟେକ କେଶର ତଥ୍ୟାବଳି ଏବଂ ପରିସ୍ଥିତି ଉପରେ ରାଜ୍ୟ ସରକାର ଉପଯୁକ୍ତ ବିବେଚନା କରି ନିବନ୍ଧକଙ୍କୁ ସେପରି କୌଣସି ନିର୍ଦ୍ଦେଶ ଦେବାକୁ କ୍ଷମତାଶୀଳ ଅଟନ୍ତି   ।
    • ସମିତିରେ ଅଥବା ସମିତି ବିପକ୍ଷରେ ସଭ୍ୟ, ଜମାକାରୀ, ଋଣଦାତା (ମହାଜନ) କର୍ମଚାରୀ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ବ୍ୟକ୍ତିଙ୍କର ଥିବା ସ୍ଵାର୍ଥ ଅଥବା ଅଧିକାର, ସମିତିର ଆସ୍ତି ଅଥବ ଦାୟିତ୍ଵର ଅନୁପାତ ପ୍ରତି ଯଥୋଚିତ ଧ୍ୟାନ ଦେଇ ନିବନ୍ଧନ ଆବଶ୍ୟକମତେ ବିବେଚନା କରିବା ପ୍ରକାରେ ହ୍ରାସ ଏବଂ
    • ସେପରି ହସ୍ତାନ୍ତରକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ନିବନ୍ଧକଙ୍କ ମତାନୁସାରେ ସେପରି ଆନୁଷଙ୍ଗିକ, ପରମାଣାତ୍ମକ, ଅନୁପୂରକ ବିଷୟବସ୍ତୁ ।

ସ୍ପଷ୍ଟୀକରଣ

ଏହି ଧାରାର ଉଦ୍ଦେଶ୍ୟ ନିମନ୍ତେ  “କମ୍ପାନୀ“ କହିଲେ , କମ୍ପାନୀ ଆଇନ ୧୯୫୬ ବର୍ଣ୍ଣିତ କମ୍ପାନୀକୁ ବୁଝାଇବ ।

ସଂଶୋଧନ -୧୯୯୭

ଦଫା ୧୪ – ‘ଖ’ର ସଂଶୋଧନ – ଓଡିଶା ସମବାୟ ସମିତିର ଆଇନ, ୧୯୬୨ର ଦଫା ୧୪ – ଖ (କ) ଇଉପିଏ – ଦଫା (୧)ରେ ଥିବା

  1. (i) ପ୍ରକରଣ ନିମନ୍ତେ ନିମ୍ନଲିଖିତ ପ୍ରତିଉପସ୍ଥାପିତ ହେବ  । ଯଥା -
  2. "ଦଫା ୧୨୩ ର ବ୍ୟବସ୍ଥାକୁ ଭିତ୍ତି କରି ଏବଂ ଆଇନ ଓ ତଦନୁଯାୟୀ ପ୍ରଣିତ ନିୟମାବଳୀ ଅଥବା ଉପ- ବିଧି ଅଥବା ପ୍ରଚଳିତ ଅନ୍ୟ ଯେକୌଣସି ଆଇନରେ ଅନ୍ତବିଷ୍ଟ ଅନ୍ୟକୌଣସି ବ୍ୟବସ୍ଥା ସତ୍ତ୍ୱେ , ଯେଉଁଠାରେ ନିବନ୍ଧକ ମତବ୍ୟକ୍ତ କରନ୍ତି ଯେ, ଏକ ସମବାୟ ସମିତି ଯେଉଁତିରେ ଅଧିକାଂଶ ଅଂଶ ଚାନ୍ଦା ସ୍ୱରୂପ ଦିଆଯାଇଛି ଅଥବା ତାହାର ଦାୟିତ୍ଵ ସମିତିର ସକ୍ରିୟ ପୁଞ୍ଜି ର ଅଧିକ ୫୦ ପ୍ରତିଶତ ଉଧାର ନିମନ୍ତେ ଗ୍ୟାରେଣ୍ଟି ଦ୍ଵାରା ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଛି, ସେଠାରେ ସେ ତାହା ତାହାର କାରଣ ଲିପିବଦ୍ଧ କରିବେ, ଯଥା  -

    • ତାହା ରୁଗଣ ଏବଂ ତାହାକୁ ପୁନରୁଦ୍ଧାର କରିବା ଅଥବା ଜୀବନକ୍ଷମ ପଦ୍ଧତିରେ ଚଳାଇବା ସମ୍ଭବ ନୁହେଁ ।
    • ପ୍ରସେସିଂ, ନିର୍ମାଣ ଅଥବା ଅନ୍ୟାନ୍ୟ ଔଦ୍ୟୋଗିକ ଅଂଶ ଥାଇ ତାହା ସମାପ୍ତି ନିମନ୍ତେ ଆବଶ୍ୟକୀୟ ଅର୍ଥଭାବରୁ ଅସମାପ୍ତ ରହିଛି ଅଥବା ତାହାକୁ ଚଳାଇବା ନିମନ୍ତେ ଅଥବା ଅନ୍ୟାନ୍ୟ କାରଣ ନିମନ୍ତେ ସକ୍ରିୟ ପୁଞ୍ଜିର ଅଭାବ ହେଉଛି, ଅଥବା
    • ମାର୍କେଟିଂ, ଟ୍ରେଡିଙ୍ଗ, ଅଥବା ଅନ୍ୟାନ୍ୟ ସେକ୍ଟର ହୋଇ ଆବଶ୍ୟକୀୟ କାର୍ଯ୍ୟ ବନ୍ଦ କରିଥାଏ, ଅଥବା ବର୍ଦ୍ଧନ ଯୋଗ୍ୟ ପଦ୍ଧତିରେ ସେପରିକାର୍ଯ୍ୟ କରିପାରେ ନାହିଁ ।

    ଏବଂ ଜନସାଧାରଣଙ୍କ ହିତ ଦୃଷ୍ଟିରୁ କଥିତ ସମିତିଟିର ଅସ୍ତି ଓ ଦାୟିତ୍ଵ ର ହସ୍ତାନ୍ତର ଅନ୍ୟକୌଣସି ସମିତି ଏକ କମ୍ପାନୀ, ଫାର୍ମ, ଅଥବା ନିକାୟରୁ ଅନ୍ତର୍ଭୁକ୍ତ ହୋଇଥାଉ ବା ହୋଇନଥାଉ, କରିବା ଆବଶ୍ୟକ ଅଟେ ବୋଲି ମତବ୍ୟକ୍ତ କରନ୍ତି, ତେବେ ନିବନ୍ଧକ, ଉକ୍ତ ସମିତିଟି ଯେଉଁ ଅର୍ଥ ଲଗାଣକାରୀ ବ୍ୟାଙ୍କ ଏବଂ ସଂସ୍ଥାରେ ଋଣୀ ସେମାନଙ୍କ ସହିତ ଏବଂ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି ତଥା ଜଣେ ହସ୍ତାନ୍ତର ଗ୍ରହିତାଙ୍କୁ ମନୋନୟନ କରି ହସ୍ତାନ୍ତରର ପ୍ରକାର ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବା ବିଷୟବସ୍ତୁ ଭିତ୍ତିକରି ଲିଖିତ ଭାବରେ ନୋଟିସ  ଦ୍ଵାରା ଉକ୍ତ ସମିତିର କମିଟିକୁ ଡକାଇ ତାହାର ଅସ୍ଥି ଅଥବା ଫାର୍ମ ଅଥବା ନିକାୟକୁ ନିବନ୍ଧକଙ୍କ ଦ୍ଵାରା ବ୍ୟବସ୍ଥିତ ସେପରି କୌଣସି ସର୍ତ୍ତାବଳୀ କୁ ଭିତ୍ତିକରି ସେଥିରେ ଉଲ୍ଲେଖିତ ସମୟ ମଧ୍ୟରେ ହସ୍ତାନ୍ତର କରିବାକୁ କହିବେ ।

    ଉଲ୍ଲେଖଥାଉକି, ସମ୍ପୃକ୍ତ ସମିତିର ଆସ୍ତି ଓ ଦାୟିତ୍ଵ ର ମୂଲ୍ୟ ନିଯୁକ୍ତ ହେବାକୁ ଥିବା ଜଣେ ମୂଲ୍ୟୟନକରି ଙ୍କ ଦ୍ଵାରା ଏବଂ ସରକାରଙ୍କ ପୂର୍ବୋକ୍ତ ଅନୁମୋଦନ ସହ ଗୃହିତ କାର୍ଯ୍ୟଧାରା ବା ପ୍ରକ୍ରିୟା ଜରିଆରେ ନିର୍ଦ୍ଧାରଣ  ବ୍ୟତୀତ ସେପରି କୌଣସି ପରାମର୍ଶ କରାଯିବ ନାହିଁ ।

  3. ପ୍ରକରଣ  ପରେ ନିମ୍ନଲିଖିତ ପ୍ରକରଣ ଯୋଗ କରାଯିବ, ଯଥା -
    • "ନିବନ୍ଧକ ସେପରି କୌଣସି ସମୟ ମଧ୍ୟରେ ଏବଂ ତାଙ୍କ ଦ୍ଵାରା ବିବେଚିତ ଯୁକ୍ତିଯୁକ୍ତ ପଦ୍ଧତିରେ, ଉକ୍ତସମିତିରେ କୌଣସି ଅଧିକାର ଆସ୍ତି ଓ ଦାୟିତ୍ଵ ଥିବା ସଭ୍ୟବୃନ୍ଦ, ଜମାକାରୀ, ସାହୁକାର ଓ ମହାଜନ, ସମିତିର କର୍ମଚାରୀଗଣ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ବ୍ୟକ୍ତିଙ୍କର ପ୍ରକରଣ (ଖ) ଅନୁଯାୟୀ ହୋଇଥିବା ହସ୍ତାନ୍ତରର ତଥ୍ୟାବଳୀ ଓ ପରିସ୍ଥିତିକୁ ଭିତ୍ତିକରି ତଥା ଆଇନାନୁଯାୟୀର ଦାବିମାନ ସ୍ଥିର କରିବେ, ସେ ଯାହା ହେଉନା କାହିଁକି ହସ୍ତାନ୍ତର ତାରିଖରେ ବିଦ୍ୟମାନ ଉପରୋକ୍ତ ଯେକୌଣସି ବ୍ୟକ୍ତିଙ୍କର ସେପରି କୌଣସି ଅଧିକାର, ଆସ୍ତି ଓ ଦାୟିତ୍ଵ ବର୍ଦ୍ଧିତ କରାଯିବ ନାହିଁ ।"
    • ଏବଂ ଦେୟ ପ୍ରାପ୍ୟ ବ୍ୟବସ୍ଥାନୁଯାୟୀ ସମିତି ଅଥବା ଅନ୍ୟ ସେପରି ବ୍ୟକ୍ତିଙ୍କୁ ଦିଆଯିବ ।

      • ଉପ- ଦଫା (୪) ନିମନ୍ତେ ନିମ୍ନଲିଖିତ ଉପ- ଦଫା ପ୍ରତିସ୍ଥାପିତ ହେବ ।  ଯଥା-
        • ଏହି ଦଫା ଅନୁସାରେ ତଦନାଧୀନ କାର୍ଯ୍ୟଧାରାରେ ଯେକୌଣସି ସ୍ତରରେ ରାଜ୍ୟ ସରକାର ପ୍ରତ୍ୟେକ କେଶର ତଥ୍ୟ ଏବଂ ପରିସ୍ଥିତିକୁ ଭିତ୍ତିକରି ଉପଯୁକ୍ତ ବିବେଚନା କଲେ ନିବନ୍ଧକଙ୍କୁ ସେପରି ଯେ କୌଣସି ନିର୍ଦ୍ଦେଶ ଦେଇପାରନ୍ତି ଏବଂ ସେପରି ନିର୍ଦ୍ଦେଶ ନିବନ୍ଧକ ମାନିବାକୁ ବାଧ୍ୟ ଅଟନ୍ତି   ।
      • ଉପ - ଦଫା (୪)ପରେ ନିମ୍ନଲିଖିତ ଉପ - ଦଫା ଯୋଗ କରାଯିବ । ଯଥା -
        • ସଂପତ୍ତି ହସ୍ତାନ୍ତରଣ ଆଇନ ୧୮୮୨ ଅଥବା ନିବନ୍ଧନ ଆଇନ ୧୯୦୮ ରେ ଅନ୍ତର୍ବିଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ,ଏହି ଦଫାନୁଯାୟୀ ଇଶୁ କରାଯାଇଆଥିବା ଆଦେଶ (ଅର୍ଡର) ସମିତିର ଆସ୍ତି ଏବଂ ଦାୟିତ୍ଵ ର ହସ୍ତାନ୍ତର  କରିବାକୁ ଯଥେଷ୍ଟ ବୋଲି ବିବେଚିତ ହେବ ।
      • ସ୍ପଷ୍ଟୀକାରଣ ନିମନ୍ତେ ନିମ୍ନଲିଖିତ ସ୍ପଷ୍ଠୀକାରଣ ପ୍ରତିସ୍ଥାପିତ ହେବ , ଯଥା –
      • "ସ୍ପଷ୍ଟୀକାରଣ - ଏହି ଦଫା ଉଦ୍ଦେଶ୍ୟରେ -

        • "କମ୍ପାନୀ" କହିଲେ କମ୍ପାନୀ ଆଇନ,  ୧୯୫୬ ରେ ସଂଜ୍ଞାକୃତ ଏକ କମ୍ପାନୀକୁ ବୁଝାଇବ  ।
        • ଏକ ସମିତି ସମ୍ପର୍କରେ ରୁଗଣତା କହିଲେ ସାଧାରଣତଃ, ଅସମୃଦ୍ଧିକ୍ଷମ କୁ ବୁଝାଇବ ଏବଂ ରୁଗଣ ଶିଳ୍ପକମ୍ପାନୀ (ସ୍ଵତନ୍ତ୍ର ବ୍ୟବସ୍ଥା) ଆଇନ।  ୧୯୮୫ ଅଥବା ପ୍ରଚଳିତ ଅନ୍ୟ ଯେ କୌଣସି ଆଇନରେ ନିରୂପିତ ଅର୍ଥକୁ ମଧ୍ୟ ବୁଝାଇବ ।
        • "ହସ୍ତାନ୍ତର" ଅର୍ଥାତ ପରିଚାଳନା ଚୁକ୍ତି ପଟ୍ଟା ଅଥବା ଅନ୍ୟ ଯେକୌଣସି ପଦ୍ଧତିରେ କରଯାଉଥିବା ହସ୍ତାନ୍ତର ଏହାର ଅନ୍ତର୍ଗତ । (ସଂଖ୍ୟା ୧୬୫୬୧/ଲେଜିସ, ତା ୨୩.୦୭.୧୯୯୭)

ଧାରା -୧୫ କେତେକ କ୍ଷେତ୍ରରେ ନିବନ୍ଧକ ପ୍ରମାଣପତ୍ରର ପ୍ରତ୍ୟାହାର

  1. ୧୪ ଦଫାର ବ୍ୟବସ୍ଥାନୁଯାୟୀ କୌଣସି ଏକ ସମିତିର ନିବନ୍ଧନ ପ୍ରତ୍ୟାହୃତ  କରାଯିବ ଏବଂ ଏହା ରଦ୍ଦ କରାଯିବାର ବିବେଚିତ ହୋଇ ଏକ ନିଗମନିକାୟ ରୂପେ ରହିବାର ବିଲୋପ ଘଟିବ ।
  2. ଯେଉଁ କ୍ଷେତ୍ରରେ ଦୁଇ ଅଥବା ଦ୍ଵିଦାଧିକ ସମିତି ଧାରା ୧୪ ଅଥବା ଧାରା ୧୪ - କାର ବ୍ୟବସ୍ଥାନୁଯାୟୀ ଏକ ନୂତନ ସମିତିରେ ମିଶ୍ରିତ ହୋଇଥିବେ ସେ କ୍ଷେତ୍ରରେ -
    • ମିଶ୍ରଣ ସମିତିମାନଙ୍କର ନିବନ୍ଧନ ରଦ୍ଦ ହେବ
    • ମିଶ୍ରଣ ସମିତିଗୁଡିକ ବିଘଟିତ ହୋଇଛି ବୋଲି ମନେ କରାଯିବ ଏବଂ
    • ସେପରି ମିଶ୍ରଣ ତାରିଖରୁ ନୂତନ ସମିତି ନିବନ୍ଧିତ ହୋଇଛି ବୋଲି ମନେକରାଯିବ ।
  3. ଯେଉଁ କ୍ଷେତ୍ରରେ ଧାରା ୧୪ ଅଥବା ୧୪ -କାର ବ୍ୟବସ୍ଥା ଅନୁଯାଯାଇ ଏକ ସମିତି ଦୁଇ ଅଥବା ଦ୍ଵିଦାଧିକ ସମିତିରେ ବିଭକ୍ତ ହୁଏ ସେ କ୍ଷେତ୍ରରେ -
    • ସେପର ବିଭକ୍ତ ହୋଇଥିବା ସମିତିର ନିବନ୍ଧନ ରଦ୍ଦ କରାଯିବ
    • ସେପରି ବିଭକ୍ତ ହୋଇଥିବା ସମିତି ବିଘଟିତ ହୋଇଛି ବୋଲି ମନେ କରାଯିବ  ଏବଂ
    • ସେପରି ବିଭାଜନକୁ ଉଦ୍ଭବ ସମିତିଗୁଡିକ ସେପରି ବିଭାଜନ ତାରିଖରୁ ନିବନ୍ଧିତ ହୋଇଛି ବୋଲି ମନେ କରାଯିବ।

ଧାରା ୧୫- କ- ସମିତିଗୁଡିକର ହିସାଦାରୀ

  1. ଯେକୌଣସି ଦୁଇ ଅଥବା ଦ୍ଵିତାଧିକ ସମିତିମାନ ହୁଏତ, ସେମାନଙ୍କର କ୍ରମାନ୍ଵୟ ସାଧାରଣ ସଂଘ ବୈଠକ ରେ ଉପସ୍ଥିତ ଥିବା ଏବଂ ଭୋଟ ଦେଇଥିବା ସଂଖ୍ୟାଧିକ ସଭ୍ୟମାନଙ୍କ ଦ୍ଵାରା ଗୃହିତ ବା ପାସ କରିଯାଇଥିବା ପ୍ରସ୍ତାବ ଦ୍ଵାରା ପରସ୍ପର ଏକମତ ହୋଇ ସେପରି କୌଣସି ସର୍ତ୍ତାବଳୀକୁ ଭିତ୍ତିକରି ଉପ- ବିଧି ଅନୁଯାୟୀ ଅନୁଜ୍ଞେ ଯେକୌଣସି ନିର୍ଦ୍ଧିଷ୍ଟ କାରବାର ବା ବ୍ୟବସାୟ କରିବାକୁ ଏକ ହିସାବଦାରି ଚୁକ୍ତି କରିବେ ।
  2. ଯେଉଁ କ୍ଷେତ୍ରରେ ଏପରି ହିସାଦାରି (ପାଟର୍ନରସିପ) ଏକ ନୂତନ ସଂସ୍ଥା ସୃଷ୍ଟିକରିବାରେ ଆବଶ୍ୟକ କରେ ସେ କ୍ଷେତ୍ରରେ ଭାଗ ନେଇଥିବା ବା ଯୋଗ ଦେଇଥିବା ସମିତିମାନ ଏହାର ସଭ୍ୟ ହେବେ ଏବଂ ନୂତନ ସଂସ୍ଥାଟି ଯେ କୌଣସି ଆଇନାନୁଯାୟୀ ନିବନ୍ଧିତ ହୋଇପାରିବ ।

ଧାରା ୧୫ – ଖ – ଗୌଣସଂସ୍ଥାର ଉନ୍ନତି

  1. ଯେକୌଣସି ସମିତି ହୁଏତ, ଏହାର ସାଧାରଣ ସଂଘ ବୈଠକରେ ଉପସ୍ଥିତ ଥିବା ଏବଂ ଭୋଟ ଦେଇଥିବା ସର୍ବାଧିକ ସଭ୍ୟଙ୍କ ଦ୍ଵାରା ପାଶ କରାଯାଇଥିବା ପ୍ରସ୍ତାବ  ଦ୍ଵାରା ଏହାର ବର୍ଣ୍ଣିତା ଉଦ୍ଦେଶ୍ୟଗୁଡିକର ଉନ୍ନତି ସାଧନ ନିମନ୍ତେ ଏକ ଅଥବା ଏକାଧିକ ଗୌଣ ସଂସ୍ଥାମାନ ପ୍ରବର୍ତ୍ତନ ବା ପ୍ରଚଳନ କରିପାରନ୍ତି ଏବଂ ସେପରି ସଂସ୍ଥା ଅଥବା ସଂସ୍ଥାମାନ ହୁଏତ ପ୍ରଚଳିତ ଯେକୌଣସି ଆଇନାନୁଯାୟୀ ନିବନ୍ଧିତ ହେବ  ।
  2. ସେପରି ଯେକୌଣସି ଗୌଣ ସଂସ୍ଥାର ବାର୍ଷିକ ରିପୋର୍ଟ ଏବଂ ହିସାବ ପ୍ରତ୍ୟେକ ବର୍ଷ ଅଥବା ପ୍ରଚଳିତ ପ୍ରବର୍ତ୍ତିତ ସମିତିର ସାଧାରଣ ସଂଘ ବୈଠକ ସମ୍ମୁଖରେ ଉପସ୍ଥାପିତ କରାଯିବ ।

ଆଧାର ଦ ଲ ହାଉସ

Last Modified : 7/17/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate