ଧାରା - ୩୪ କେତେକ ସଂପତ୍ତି ଉପରେ ସମିତିର ପ୍ରଥମ ଦାବି
- ପ୍ରଚଳିତ ଯେକୌଣସି ଆଇନର ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ, କିନ୍ତୁ ସରକାରଙ୍କ କୌଣସି ଦାବିକୁ ଭିତ୍ତିକରି ଭୂ- ରାଜସ୍ୱ ସମ୍ପର୍କୀୟ ଅଥବା ଭୂ- ରାଜସ୍ୱ ଭଳି ଆଦାୟଯୋଗ୍ୟ ଅନ୍ୟ କୌଣସି ଅର୍ଥ, କୌଣସି ଋଣ ଅଥବା ସଭ୍ୟ, ଭୂତପୂର୍ବ ସଭ୍ୟ ଅଥବା ମୃତ ସଭ୍ୟ ସମିତିର ଋଣୀ ହୋଇଥିଲେ, ସେଭଳି ସଭ୍ୟଙ୍କର ଜମି ଅଥବା ଜମିରେ ଥିବା ସ୍ଵାର୍ଥ, ଶସ୍ୟ ଏବଂ ଅନ୍ୟାନ୍ୟ କୃଷିଜାତ ପଦାର୍ଥ, ଗୃହପାଳିତ ପଶୁ, ଗୃହପାଳିତ ପଶୁଙ୍କର ଖାଦ୍ୟ ବୃକ୍ଷ କିମ୍ବା ଶିଳ୍ପ ସମ୍ପର୍କୀୟ ଯନ୍ତ୍ରପାତି ବା ଉପକରଣ, ଉତ୍ପାଦନ ନିମିତ୍ତ କଞ୍ଚାମାଲ ଏବଂ ଏପରି କଞ୍ଚାମାଲରୁ ପ୍ରସ୍ତୁତ ଯେକୌଣସି ଦ୍ରବ୍ୟ ଉପରେ ଆବଶ୍ୟକତା ଅନୁଯାୟୀ ସମିତିର ପ୍ରଥମ ଦାବି ରହିବ ତଥା ମୃତ ସଭ୍ୟଙ୍କର ଉପରୋକ୍ତ କୌଣସି ସଂପତ୍ତିର ଅଂଶୀଡାର ହୋଇଥିଲେ ମଧ୍ୟ ସେ ଅଂଶ ଉପରେ ସମିତିର ପ୍ରଥମ ଦାବି ରହିବ କିନ୍ତୁ ବର୍ତ୍ତମାନ, ଅତୀତ ଅଥବା ମୃତ ସଭ୍ୟଙ୍କର ଚାଷ ଉପକରଣ ପ୍ରଭୁତି ଉପରେ ସମିତିର କୌଣସି ଦାବି ରହିବ ନାହିଁ ।
- ଯଦି କୌଣସି ସଭ୍ୟଙ୍କର ଜମିତ ସତ୍ଵ ବା ଅନ୍ୟାନ୍ୟ ଅଚଳନ୍ତି ସଂପତ୍ତି ବା କୌଣସି ଜମି ଅଥବା ସେଭଳି ସଂପତ୍ତିରେ ସ୍ଵାର୍ଥ ନିହିତ ଥାଏ, ଯେକି (ସଭ୍ୟ) ଋଣ ନିମନ୍ତେ ସମିତିକୁ ଆବେଦନ କରିଥାଏ, ତେବେ ସେ ନିର୍ଦ୍ଧାରିତ ଫାରମରେ ଆବେଦନ ଦାଖଲ କରି ଘୋଷଣା କରିବେ ଯେ ସେଭଳି ସଂପତ୍ତି ବା ଜମି ସମିତିର ଦାୟିତ୍ଵରେ ଦେଲେ ।
- ଉପଧାରା(୨) ଅନୁଯାୟୀ କରଯାଇଥିବା, ଘୋଷଣା ସମିତିର ସମ୍ମତି ସହ ଯେକୌଣସି ସଭ୍ୟଙ୍କ ଦ୍ଵାରା ଯେକୌଣସି ସମୟରେ ପରିବର୍ତ୍ତନ ଅଥବା ରଦ୍ଦ କରାଯାଇପାରେ ।
- ଉପଧାରା (୨) ଅନୁଯାୟୀ କରଯାଇଥିବା ଘୋଷଣା ଏବଂ ସେଥି ସହିତ ଉପଧାରା (୩) ଅନୁଯାୟୀ କରାଯାଇଥିବା ରଦ୍ଦ ଅଥବା ପରିବର୍ତ୍ତନ ସମ୍ପୃକ୍ତ ସମିତି ଦ୍ଵାରା ରେଜିଷ୍ଟ୍ରି ଡାକଯୋଗେ ସେଭଳି ଜମି ଅଥବା ସଂପତ୍ତି ଥିବା ସ୍ଥାନୀୟ ଇଲାକାର ତତ୍ଵାବଧାନରେ ଥିବା ଉପନିବନ୍ଧକଙ୍କ ନିକଟକୁ ପଠାଯିବ। ଉପରୋକ୍ତ ବିଷୟବସ୍ତୁ ରେଜିଷ୍ଟ୍ରି ଡାକଯୋଗେ ପାଇସାରିବା ପରେ ଉପ- ନିବନ୍ଧକ ଯଦି ବିବେଚନା ଘୋଷଣା ଏବଂ ତତସଂଲଗ୍ନ ପରିବର୍ତ୍ତନ ଅଥବା ରଦ୍ଦ ଠିକ ରୂପେ କରାଯାଇଛି । ତେବେ ଉପ – ନିବନ୍ଧକ ତଥା ଲିପିବଦ୍ଧ କରିବା ସଙ୍ଗେ ସଙ୍ଗେ ପୂର୍ବୋକ୍ତ ସମ୍ପୃକ୍ତି ସମିତି ନିକଟକୁ ପଠାଇବେ । ଉପ- ନିବନ୍ଧକ ଯଦି ବିବେଚନା କରନ୍ତି ଯେ , ଉପରୋକ୍ତ ଘୋଷଣା ଏବଂ ତତ ସଂଲଗ୍ନ ପରିବର୍ତ୍ତନ ଅଥବା ରଦ୍ଦ ଠିକ ରୂପେ କରାଯାଇନାହିଁ ତେବେ ସେ ତାହା ତାଲିକାଭୁକ୍ତ ନ କରି ସମ୍ପୃକ୍ତ ସମିତିକୁ ଫେରସ୍ତ ଦେବେ । ସେଭଳି ଘୋଷଣା ସେଥି ସଂଲଗ୍ନ କୌଣସି ପରିବର୍ତ୍ତନ ବା ରଦ୍ଦ ତାଲିକାଭୁକ୍ତ ହେବ ତାରିଖଠାରୁ କାର୍ଯ୍ୟକାରୀ କରାଯାଇବାର ମନେ କରାଯାଏ ।
- ଉପ- ଧାରା (୧) ବା (୨) ଅନୁଯାୟୀ ସମିତିର ଦାବିକୁ ଭିତ୍ତିକାରୀ କୌଣସି ବ୍ୟକ୍ତି ପୂର୍ବରୁ ସମିତିର ଲିଖିତ ଅନୁମତି ବ୍ୟତୀତ ସଂପତ୍ତିକୁ ହସ୍ତାନ୍ତରିତ କରିପାରିବେ ନାହିଁ ।
- ପ୍ରଚଳିତ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଉପ-ଦଫା ୫ ର ବ୍ୟବସ୍ଥାକୁ ଉଲଂଘନ କରି ଯଦି କୌଣସି ସମ୍ପତ୍ତି ହସ୍ତାନ୍ତର କରାଯାଏ ତେବେ ତାହା ରଦ୍ଦଯୋଗ୍ୟ ବୋଲି ବିବେଚିତ ବିବେଚିତ କରାଯିବ ।
- ପ୍ରାଦେଶିକ ଦେବାଳିଆ ଆଇନ ୧୯୦୨ ର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଅଥବା ପ୍ରଚଳିତ ଅନୁରୂପ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ସମିତିର କୌଣସି ସଭ୍ୟଙ୍କଠାରୁ ଯଦି ସମିତିର କୌଣସି ପ୍ରାପ୍ୟ ପାଇବାର ଥାଏ (ଯେଉଁ ସଭ୍ୟଙ୍କ ବିରୁଦ୍ଧରେ ଦିବାଲିଆ କାର୍ଯ୍ୟଧାରା କରାଯାଇଥାଏ)ତେବେ ସେଭଳି ସଭ୍ୟ ସରକାରଙ୍କୁ ଦେୟ ଅର୍ଥ ପରିଶୋଧ କରିସାରିବା ପରେ ସମିତିକୁ ପରିଶୋଧ କରିବେ ।
- ଭୂ-ଉନ୍ନୟନ ଋଣ ଆଇନ,୧୮୮୩ ଅଥବା କୃଷି ଋଣ ଆଇନ,୧୮୮୪ ଅଥବା ଓଡିଶା ରାଜ୍ୟ ଶିଳ୍ପ ସହାୟତା ଆଇନ,୧୯୭୮ ଅନୁଯାୟୀ ମଞ୍ଜୁର କରଯାଇଥିବା ଋଣକୁ ଭିତ୍ତିକରି ଉପଧାରା (୧)ଅଥବା (୨) ଅନୁଯାୟୀ ସୃଷ୍ଟି କରାଯାଇଥିବା ଦାବି ଉପଧାରା (୭) ରେ ଥିବା ବ୍ୟବସ୍ଥାର ପ୍ରତିକୂଳ ପ୍ରଭାବ ବ୍ୟତୀତ ସରକାରଙ୍କ ଯେକୌଣସି ଦାବି ଉପରେ ଅଗ୍ରାଧିକାର ଦେବେ ।
- ଉପଧାରା (୧) ଓ (୨) ଅନୁଯାୟୀ ସମିତି ନିମନ୍ତେ ସୃଷ୍ଟି ହୋଇଥିବା ଦାବିକୁ ଭିତ୍ତିକରି ୮୫ ଧାରାରେ ଅନ୍ତର୍ଭୁକ୍ତ ବ୍ୟବସ୍ଥା , ଆବଶ୍ୟକୀୟ ପରିବର୍ତ୍ତନ ସହ ପ୍ରଯୁଜ୍ୟ ହେବ ।
ଧାରା - ୩୫ – ସମିତିର ପ୍ରାପ୍ୟ ସଭ୍ୟମାନଙ୍କର ଦରମାରୁ ବିୟୋଗ
- ପ୍ରଚଳିତ ଆଇନରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଜଣେ ନିଜ ଦରମା କିମ୍ବା ମଜୁରିର ଏକ ନିର୍ଦ୍ଧିଷ୍ଟ ପରିମାଣରେ ଅର୍ଥକାତି ରଖିବାକୁ ନିଯୁକ୍ତିକାରୀଙ୍କ କ୍ଷମତା ପ୍ରଦାନ ପୂର୍ବକ ସମିତି ସାପେକ୍ଷରେ ଏକ ରାଜିନାମା ଲେଖିପାରିବେ ଏବଂ ସେହି ଅର୍ଥ ସଭ୍ୟଙ୍କର ସମିତିକୁ ପରିଶୋଧ କରିବାକୁ ଥିବା କୌଣସି ଋଣ କିମ୍ବା ଅନ୍ୟ ଯେକୌଣସି ଦାବି ବାବଦକୁ ପୈଠ ହେବ ।
- ଏପରି ରାଜିନାମା ଲେଖା ହେବାପରେ ସଭ୍ୟଙ୍କର ଦେୟ ପରିଶୋଧ ପାଇଁ ସମିତିଠାରୁ ଲିଖିତ ଅନୁରୋଧ ପାଇଲେ ନିଯୁକ୍ତିକାରୀ ଏପରି ଋଣ କିମ୍ବା ଅନ୍ୟ କୌଣସି ପ୍ରକାର ଦେୟ ସଂପୂର୍ଣ୍ଣ ପରିଶୋଧ ହେବା ପର୍ଯ୍ୟନ୍ତ ସେହି ରାଜିନାମା ଅନୁଯାୟୀ ସଭ୍ୟଙ୍କ ଦରମା କିମ୍ବା ମଞ୍ଜୁରୀକୁ କାଟି ରଖିବେ ଏବଂ କାଟି ରଖିବାର ଚଉଦ ଦିନ ମଧ୍ୟରେ ତାହା ସମିତିକୁ ଦେବେ ।
- କୌଣସି ନିଯୁକ୍ତିକାରୀ ଯଦି ଏପରି ଦେୟ- ଉପଧାରା (୨) ଅନୁଯାୟୀ କାଟି ରଖନ୍ତି କିମ୍ବା କାଟି ରଖିଥିଲେ ମଧ୍ୟ ତାହା ସମିତିକୁ ଦେଇନଥାନ୍ତି ,ତେବେ ସମିତିଠାରୁ ଏ ସମ୍ପର୍କରେ ଦରଖାସ୍ତ ପାଇ ନିବନ୍ଧକ ଏପରି ନିଯୁକ୍ତିକାରୀଙ୍କୁ ଏହାର କରଣ ଦର୍ଶାଇବାକୁ ଉପଯୁକ୍ତ ସୁଯୋଗ ଦେଇ ଉପ- ଧାରା (୧) ଅନୁଯାୟୀ, ହୋଇଥିବା ରାଜିନାମାରେ ନିର୍ଦ୍ଧିଷ୍ଟ ହୋଇଥିବା ସମୟ ମଧ୍ୟରେ ସମିତିକୁ ତାର ପ୍ରାପ୍ୟ ଦେଇଦେବାକୁ ନିର୍ଦ୍ଦେଶ ଦେଇପାରିବେ, କିନ୍ତୁ ଯେଉଁ ଅର୍ଥ କଟା ହୋଇପାରି ନଥିଲା କିମ୍ବା କଟା ହୋଇ ମଧ୍ୟ ପଇଠ କରାଯାଇ ପାରିନଥିଲା, ତାହାଠାରୁ ଅଧିକ ପରିମାଣ ହେବା ଉଚିତ ନୁହେଁ ।
ଧାରା ୩୫-କ – ରାଜ୍ୟ ସହିତ ସମ୍ପୃକ୍ତି ଏକ ସମିତିର ପ୍ରାପ୍ୟ ହ୍ରାସ
ରାଜ୍ୟ ସହିତ ସମ୍ପୃକ୍ତ ଓ ରେଜିଷ୍ଟ୍ରି ହୋଇଥିବା କିମ୍ବା ରେଜିଷ୍ଟ୍ରି ହେବାକାଉ ଥିବା ସମିତି ତରଫରୁ ସେହି ସମିତିର କୌଣସି ସଭ୍ୟଙ୍କ ସଂପର୍କରେ ଲିଖିତ ଦାବି ତାଙ୍କର ନିଯୁକ୍ତିଦାତାଙ୍କ ଠାରୁ ମିଳିଲେ ତାହା ଏହି ଆଇନାନୁସାରେ ରେଜିଷ୍ଟ୍ରି ହୋଇଥିବା ଏକ ସମିତି ଦ୍ଵାରା ୩୫ ଧାରା ବ୍ୟବସ୍ଥାନୁଯାୟୀ କାର୍ଯ୍ୟକାରୀ ହେବାପରି ହେବ । କିନ୍ତୁ ଯେଉଁ ସଭ୍ୟଙ୍କ ସଂପର୍କରେ ଲିଖିତ ଦାବି ନ ମିଳିଥିବ , ସେହି ସଭ୍ୟ ସମ୍ପୃକ୍ତି ସମିତି ସପକ୍ଷରେ ୩୫ ଧାରାସ୍ଥ (୧) ଉପଧାରାର ବ୍ୟବସ୍ଥାନୁଯାୟୀ ଏକ ଚୁକ୍ତିପତ୍ର କରିଥିବେ ଏବଂ ଓଡିଶା ରାଜ୍ୟରେ ସେହି ସମୟରେ ନିଯୁକ୍ତ ହୋଇଥିବେ ।
ବ୍ୟାଖ୍ୟା – ଏହି ଧାରା ପାଇଁ “ରାଜ୍ୟ ସହିତ ସମ୍ପୃକ୍ତ“ (ପରିପୂରକ ରାଜ୍ୟ ) ଅର୍ଥ ଯେକୋଣସି ରାଜ୍ୟ ଯାହାକି ନୋଟିସ ଦ୍ଵାରା ଏପରି “ ପରିପୂରକ ରାଜ୍ୟ “ ହେବାକୁ ଘୋଷଣା କରିଥିବେ ।
ଧାରା - ୩୬ ସମିତିର ମୂଳଧନରେ ସଭ୍ୟଙ୍କର ଥିବା ଅଂଶ କିମ୍ବା ସୁଧ ସଂପର୍କରେ ଦାବି କିମ୍ବା ଭରଣା
ଏକ ସମିତିର କୌଣସି ସଭ୍ୟଙ୍କ ଠାରୁ କୌଣସି ଋଣ କିମ୍ବା ଅନ୍ୟ କୌଣସି ଅନାଦେୟ ପ୍ରାପ୍ୟଥିଲେ , ସେହି ସଭ୍ୟ (ବର୍ତ୍ତମାନ ,ଅତୀତ କିମ୍ବା ମୃତ ସଭ୍ୟ ) ଙ୍କ ଦ୍ଵାରା ଜମା କରାଯାଇଥିବା ମୂଳଧନ ତାହା ଉପରେ ସୁଧ କିମ୍ବା ଲାଭାଂଶ , ବଟା , ବୋନସ କିମ୍ବା ଲାଭରୁ (ଯାହାକି ସମ୍ପୃକ୍ତ ସଭ୍ୟ ସମିତିରୁ ପାଇବେ ) ସମିତିର ସେହି ପ୍ରାପ୍ୟ ଭରଣା କରାଯାଏ ।
ପ୍ରକାଶଥାଉ ଯେ ,ଯେଉଁ ଅର୍ଥ ଯୋଗାଣ କରି ବ୍ୟାଙ୍କ ସହ ଏକ ସମିତି ଅନ୍ତର୍ଭୁକ୍ତ ହୋଇଥିବ , ଉକ୍ତ ସମିତି ଦ୍ଵାରା ଦେହି ଅର୍ଥ – ଯୋଗାଣକାରୀ ବ୍ୟାଙ୍କରେ ରିଜର୍ଭ ଫଣ୍ଡରୂପେ ଲଗାଣ ହୋଇଥିବା ଅର୍ଥ ଉପରେ ସେହି ବ୍ୟାଙ୍କ ର ଦାବି ରହିବ ନାହିଁ । କିନ୍ତୁ ଏପରି ସମିତିର କୌଣସି ଋଣ ପରିଶୋଧ କରିବାକୁ ଭରଣା କରିବା ପାଇଁ କ୍ଷମତାପ୍ରାପ୍ତ ହୋଇନଥିବ ।
ଧାରା – ୩୭ - ଅଂଶ କିମ୍ବା ସୁଧ କୋରଖ ପାଇଁ ଦାୟୀ ନୁହେଁ
ପ୍ରଚଳିତ ଅନ୍ୟ ଯେକୌଣସି ଆଇନରେ ଯେକୌଣସି ବ୍ୟବସ୍ଥା ଓ ୩୬ ଦଫାର ବ୍ୟବସ୍ଥା ସତ୍ତ୍ୱେ ଜଣେ ସଭ୍ୟ , ଭୂତପୂର୍ବ ସଭ୍ୟ କିମ୍ବା ମୃତ ସଭ୍ୟଙ୍କର ଏକ ସମିତିର ମୂଳଧନରେ ଥିବା ଅଂଶ କିମ୍ବା ସୁଧ ଏପରି ସଭ୍ୟ ସେହି ସମିତିରୁ କରିଥିବା ଋଣ ସଂପର୍କରେ କୌଣସି ଅଦାଲତଙ୍କ ଡିଗ୍ରୀ ନିର୍ଦ୍ଦେଶ ରୂପରେ କୋରଖ ପାଇଁ ଦାୟୀ ରହିବ ନାହିଁ ଏବଂ ଆଇନନୁସାରେ ଦିବାଲା ସଂପର୍କରେ ନିଯୁକ୍ତ ଯେକୌଣସି ସରକାର ପ୍ରତିନିଧି ଏପରି ଅଂଶ କିମ୍ବା ସୁଧ ଉପରେ କୌଣସି ଦାବି କରିପାରିବେ ନାହିଁ ।
ଧାରା ୩୮- କେତେକ ଟିକସ, ଫିସ ଏବଂ ଶୁକ୍ଳରୁ ରିହାତି
- ସରକାର ଯେକୌଣସି ଶ୍ରେଣୀର ସମିତିଗୁଡିକର ନିମ୍ନଲିଖିତ ଟିକସ କିମ୍ବା ଶୁକ୍ଳ ଅଫିସିଆଇ ଗେଜେଟରେ ପ୍ରକାଶିତ କରି ଛାଡ କରିପାରିବେ ।
- କୌଣସି ସମିତି ତରଫରୁ କିମ୍ବା ଏହାର କୌଣସି ଅଫିସର କିମ୍ବା ସଭ୍ୟଙ୍କ ଦ୍ଵାରା ଏପରି ସମିତିର ବ୍ୟବସାୟ ସଂପର୍କରେ ପ୍ରଚଳିତ ଆଇନନୁଯାୟୀ କାର୍ଯ୍ୟ ହୋଇଥିବା ଟିକସ ଶୁକ୍ଳ କିମ୍ବା ଏହି ଆଇନ ଅନୁସାରେ କୌଣସି ଆର୍ୱାଡ କିମ୍ବା ଆଦେଶ ସଂପର୍କରେ ଧାର୍ଯ୍ୟ ଟିକସ ଶୁକ୍ଳ ପାଇଁ ସେହି ସମିତି ଦ୍ଵାରା ଏହାର ଅଧିକାରୀ କିମଭା ସଭ୍ୟ ଦାୟୀ ହୋଇଥିଲେ ।
- ପ୍ରଚଳିତ ଆଇନ ଅନୁଯାୟୀ କୌଣସି ଦଲିଲ କିମ୍ବା କୋର୍ଟ- ଫିସ ସମ୍ପର୍କୀୟ ଯେକୌଣସି ଫିସ ଦେବାର ଥିଲେ।
- ପ୍ରକାଶଥାଉକି, ପ୍ରକରଣ (କ)ରେ ଥିବା ବ୍ୟବସ୍ଥା, ହୁଣ୍ଡି, ଚେକ, ଅଙ୍ଗାକାରପତ୍ର ଧରଶ ଦିଆଯାଇଥିବା ବିଲ୍ଵ, ଲେଟରସ ଅଫ କ୍ରେଡିଟ, ଇନସୁରାନ୍ସ ପଲିଶି, ଅଂଶ ପରିବର୍ତ୍ତନ ଋଣପତ୍ର, ପ୍ରତିନିଧି କିମ୍ବା ଆଦାୟ ସଂପର୍କରେ ଲାଗୁ ହେବନାହିଁ।
- ରାଜ୍ୟ ସରକାର ନୋଟିସ ଦ୍ଵାରା ନିମ୍ନଲିଖିତ ଟିକସଗୁଡିକରୁ ଯେକୌଣସି ଶ୍ରେଣୀର ସମିତିକୁ ରିହାତି ଦେଇପାରିବେ
- କୃଷି ସମ୍ପର୍କୀୟ ଆୟ
- ଜିନିଷ ଖରିଦ ଓ ବିକ୍ରି ଏବଂ
- ବୃତ୍ତି ବ୍ୟବସାୟ ,ଡାକରା ଏବଂ ନିଯୁକ୍ତି
ଧାରା - ୩୯ ଦଲିଲର ବାଧ୍ୟତାମୂଳକ ନିବନ୍ଧନରୁ ରିହାତି
ଭାରତୀୟ ନିବନ୍ଧନ,୧୬/୧୯୦୮ ର ୧୭ ଧାରାର ଉପ- ଧାରା (୧) ସ୍ଥ ପ୍ରକରଣ (ଖ) ଓ (ଗ) ରେ ଥିବା ଯେକୌଣସି ବ୍ୟବସ୍ଥା ନିମ୍ନବର୍ଣ୍ଣିତ କାରଣ ପାଇଁ ଲାଗୁ ହେବ ନାହିଁ – (କ) ଏକ ସମିତିର ସମ୍ପତ୍ତି ସଂପୂର୍ଣ୍ଣ କିମ୍ବା ଆଂଶିକଭାବେ ଅଚଳନ୍ତି ସମ୍ପତ୍ତି ହୋଇଥିଲେ, ସେହି ସମିତିର ଅଂଶ ସମ୍ପର୍କୀୟ ଯେ କୌଣସି ଦଲିଲ କିମ୍ବା (ଖ) ଏପରି ସମିତି ଦ୍ଵାରା ଦିଆଯାଇଥିବା ଯେକୌଣସି ଋଣ-ପତ୍ର ଏବଂ ଏହି ଋଣ – ପତ୍ରର ଅଧିକାରୀଙ୍କ ଉପକାରାର୍ଥେ ସମିତି ଏକ ଟ୍ରଷ୍ଟ ଉପରେ ନ୍ୟସ୍ତ କରିଥିବା ସଂପୂର୍ଣ୍ଣ କିମ୍ବା ଆଂଶିକ ଚଳନ୍ତି ସମ୍ପତ୍ତି କିମ୍ବା ଯେ କୌଣସି ସୁଧ ସମ୍ପର୍କୀୟ ରେଜିଷ୍ଟ୍ରୀଭୁକ୍ତ ଦଲିଲ ବ୍ୟତୀତ ଏହି ଋଣ –ପତ୍ର କୌଣସି ଅଚଳନ୍ତି ସମ୍ପତ୍ତିରେ କୌଣସି ଅଧିକାର ସୃଷ୍ଟି, ଘୋଷଣା, ନ୍ୟସ୍ତ, ସଙ୍କୁଚିତ କିମ୍ବା ଲୋପ କରିନଥିଲେ କିମ୍ବା (ଗ) ଏପରି ସମିତି ଦ୍ଵାରା ଦିଆଯାଇଥିବା ଯେ କୌଣସି ଋଣ- ପତ୍ରର ହସ୍ତାନ୍ତରଣ କିମ୍ବା କୌଣସି ସମର୍ଥନ ।
ଆଧାର – ଦ ଲ ହାଉସ