অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତିର ପରିଚାଳନା (ଭାଗ – ୧)

ଧାରା ୨୭ ସମିତିର ଅନ୍ତିମ କର୍ତ୍ତୃପକ୍ଷ

ଏକ ସମିତିର ଅନ୍ତିମ କର୍ତ୍ତୃପକ୍ଷ ଏହାର ସଭ୍ୟମଣ୍ଡଳୀଠାରେ ନ୍ୟସ୍ତ   :

ଉଲ୍ଲେଖଥାଉକି, ଯେଉଁ କ୍ଷେତ୍ରରେ ଏକ ସମିତିର କାର୍ଯ୍ୟକାରୀ ଅଞ୍ଚଳ ଅଥବା ସଭ୍ୟପଦ ନିର୍ଦ୍ଧାରିତ ପ୍ରକାରରୁ ଅଧିକ ହୁଏ ସେ କ୍ଷେତ୍ରରେ ନିର୍ଦ୍ଧାରିତ ପଦ୍ଧତି ରେ ଏକ କ୍ଷୁଦ୍ରତର ପ୍ରତିନିଧି ସାଧାରଣ ସଂଘ ଗଠିତ ହେବ ଯାହାକି ପଦାଧିକାରୀ ନିର୍ବାଚନ ଅଥବା ସମିତି  ଉପ- ବିଧି ସଂଶୋଧନ କରିବାର କ୍ଷମତା ବ୍ୟତୀତ ସାଧାରଣ ସଂଘର ସମସ୍ତ କ୍ଷମତା ପ୍ରୟୋଗ କରିପାରିବ ।

ପୁନଶ୍ଚ ଉଲ୍ଲେଖଥାଉକି , ଏହି କମିଟି ଦ୍ଵାରା ସମିତିର କୌଣସି ଅଧିକାରୀଙ୍କଠାରୁ ନିୟମ କିମ୍ବା ଉପବିଧି ଦ୍ଵାରା ନ୍ୟସ୍ତ ହୋଇଥିବା କୌଣସି କ୍ଷମତା ପ୍ରତି ଏହି ଦଫାରେ ଯେକୌଣସି ବ୍ୟବସ୍ଥା ଆଞ୍ଚ ଆଣିବ ନାହିଁ ।

ସଂଶୋଧନ -୧୯୯୬

ଧାରା ୨୭ ର ସଂଶୋଧନ -

ମୂଳ ଆଇନର ଧାରା ୨୭ର ପ୍ରଥମ ପ୍ରୋଭିଜାର ଶେଷରେ ଥିବା ଶବ୍ଦାବଳୀ “ ଏବଂ ସମିତିର ଉପ- ବିଧି ସଂଶୋଧନ କରିବାକୁ  “ ବିଲୁପ୍ତ ହେବ ।

ସଂଶୋଧନ -୨୦୦୪

ସଂଶୋଧିତ ଆଇନର ଧାରା ୨୭ର ସଂଶୋଧନ -

ସଂଶୋଧନ ଆଇନରେ ଧାରା ୨୭ରେ ସଂଶୋଧନ ହୋଇ ନିମ୍ନଲିଖିତ ରୀତିରେ ଆଂଶିକ ପରିବର୍ତ୍ତନ ହେବ ।

“୩୩ – କ, ନିବନ୍ଧନ -

  • ସମବାୟ ସମିତି ଦ୍ଵାରା ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ପଦବୀ ଏବଂ ସଂଖ୍ୟା ସ୍ଥିର କରିବେ,  ଏବଂ ସେହି କର୍ମଚାରୀଙ୍କ ନିୟମାବଳୀ, ଯୋଗ୍ୟତା ନିୟନ୍ତ୍ରଣ, ପରିଶ୍ରମିକ, ଭତ୍ତା ଏବଂ ଅନ୍ୟାନ୍ୟ ଚାକିରି ସର୍ତ୍ତ ସୃଷ୍ଟି କରିବେ।(ସଂଖ୍ୟା ୧୩୫୨୫/ ଲେଜିସ,  ତା ୨୩.୧୨.୨୦୦୪ )

ଧାରା ୨୮- ସମିତିର କମିଟି

ଏକ ସମିତିର ପରିଚାଳନା ଭାର ଏହି ଆଇଆନ, ଅନୁଯାୟୀ ଏବଂ ଉପ- ବିଧି ଅନୁଯାୟୀ ଗଠିତ ଗୋଟିଏ କମିଟି ଉପରେ ନ୍ୟସ୍ତ ରହିବ ଏବଂ ଗଠିତ ହୋଇଥିବା କମିଟି, ଏହି ଆଇନାନୁଯାୟୀ ସମିତିର କାର୍ଯ୍ୟକରି କରାଇବା ଉଦ୍ଦେଶ୍ୟରେ ଯାହା ଆବଶ୍ୟକ ଅଥବା ଉପଯୁକ୍ତ ସେପରି କ୍ଷମତା ପ୍ରୟୋଗ ଅଥବା ସେପରି କର୍ତ୍ତବ୍ୟ ପାଳନ କରିବେ। ସେଥିରେ ନିମ୍ନଲିଖିତ କ୍ଷମତା ଏବଂ କର୍ତ୍ତବ୍ୟ ଅନ୍ତର୍ଭୁକ୍ତ । ଯଥା  -

  1. ସଭ୍ୟଗ୍ରହଣ ଏବଂ ଅଂସ ନିମନ୍ତେ ଆବେଦନର ନିଷ୍ପତ୍ତି
  2. ସାଙ୍ଗଠନିକ ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବେ ଏବଂ ସେହି ଉଦ୍ଦେଶ୍ୟ ମାଧ୍ୟମରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସମ୍ପାଦାନ କରିବେ।
  3. ବାର୍ଷିକ ଏବଂ ଅନୁପୂରକ ବଜେଟ ପ୍ରସ୍ତୁତ କରିବେ ତଦୁପରି ସାଧାରଣ ସଂଘର ଅନୁମୋଦନ କରାଇବେ ।
  4. ଉପ- ବିଧି ଅନୁଯାୟୀ ଫଣ୍ଡସର ବୃଦ୍ଧି ଏବଂ ପୁଞ୍ଜି ବିନିଯୋଗ କରିବେ ।
  5. ନିର୍ଦ୍ଧାରିତ ସ୍ତରରୁ ଉର୍ଦ୍ଧ୍ଵ ସମସ୍ତ ଖର୍ଚ୍ଚ ମଞ୍ଜୁର କରିବେ ଏବଂ ଆସନ୍ତା ବର୍ଷ ଅଥବା ବର୍ଷମାନଙ୍କ ନିମନ୍ତେ ମୂଳ ଉନ୍ନୟନ ପ୍ଳାନ କରିବେ ।
  6. ସମିତିର ଯେକୌଣସି ଋଣ ଏବଂ ଦାବି କାର୍ଯ୍ୟକାରୀ କରିବେ ଏବଂ ସମିତି ପାଇଁ ସମିତି ବିରୁଦ୍ଧ ଆଇନତଃ କାର୍ଯ୍ୟଧାରା ଦାଏର କରିବେ, ମୋକଦ୍ଦମାରେ ଜବାବ ଦେବେ ଅଥବା ଅପସାରଣ ନିଷ୍ପତ୍ତି କରିବେ ।
  7. ବିଦ୍ୟମାନ ଲୋକଶକ୍ତି କୌଶଳ ଏବଂ ପରିବର୍ତ୍ତନ ହେବାକାଉ ଥିବା ଭବିଷ୍ୟତ ଆବଶ୍ୟକତାର ନିର୍ଦ୍ଧାରଣ ଓ ଆବଶ୍ୟକୀୟ ବିଭବର ପ୍ରାପ୍ତବି ସ୍ଥିର କରିବାକୁ ନିଆଯାଉଥିବା ପନ୍ଥା ପ୍ରତ୍ୟେକ ବର୍ଷ ଆରମ୍ଭରେ ଅନ୍ତତଃ ପକ୍ଷ ଲୋକଶକ୍ତି ପ୍ଲାନିଙ୍ଗ ପୋଗ୍ରାସ ଅଥବା ପ୍ରସେସାର ବିଚାର କରିବେ, ଅସାଧାରଣ କରିବେ,
  8. ସମିତିର କାରବାର ପରିଚାଳନା କରିବା ନିମନ୍ତେ ଅଫିସର ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ କରିବେ ଏବଂ ଏ ସମ୍ପର୍କରେ ଉପ- ବିଧିର ବ୍ୟବସ୍ଥା ସାପେକ୍ଷରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ସେମାନଙ୍କର କର୍ତ୍ତବ୍ୟ, ଚାକିରି ସର୍ତ୍ତାବଳୀ, ଛୁଟିର ବିଶେଷ ସୁବିଧା ଏବଂ ଶୃଙ୍ଖଳାଗତ ବସ୍ତୁ ନିର୍ଧାରଣ କରିବେ ।
  9. ସଦସ୍ୟ ଏବଂ କର୍ମଚାରୀଙ୍କ ଶିକ୍ଷା ଓ ଟ୍ରେନିଂ ନିମନ୍ତେ ବ୍ୟବସ୍ଥା କରିବେ ଏବଂ ପ୍ରତ୍ୟେକ ବର୍ଷ ଆରମ୍ଭରେ ଅନ୍ତତଃ ପକ୍ଷେ ଥରେ ତତ ସମ୍ପର୍କୀୟ କାର୍ଯ୍ୟକ୍ରମ ଓ ଅଗ୍ରଗତିର ସମୀକ୍ଷା କରିବେ ।
  10. କ୍ରେଡିଟ ସୋସାଇଟିକ କ୍ଷେତ୍ରରେ ଋଣ ପାଇଁ କରାଯାଇଥିବା ଆବେଦନର ବିଚାର କରିବେ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ନିମନ୍ତେ ଜାତୀୟ ବ୍ୟାଙ୍କର ନିର୍ଦ୍ଦେଶାନୁଯାୟୀ ସୁଧର ହାର ଧାର୍ଯ୍ୟ କରିବେ ଏବଂ ସେପରି ଋଣ ପାଇଁ କେତେ ପରିମାଣ ବନ୍ଧକ ରଖାଯିବା ତାହା ନିର୍ଦ୍ଧାରିତ କରିବେ ।
  11. ଆବଶ୍ୟକ ଅନୁଯାୟୀ ସବ କମିଟି ନିଯୁକ୍ତ କରିବେ;
  12. ଟିପ୍ପଣୀ – ସବ – କମିଟି  ଗଠନ କରିବାର ପଦ୍ଧତି ବା ପ୍ରଣାଳୀ, ତାହାର  କର୍ତ୍ତବ୍ୟ, ସଦସ୍ୟମାନଙ୍କର କାର୍ଯ୍ୟକାଳ ଏବଂ ସେମାନଙ୍କର  ଅପସାରଣ ଏବଂ ଅନ୍ୟାନ୍ୟ ସମ୍ପର୍କିତ ବିଷୟବସ୍ତୁ ଉପବିଧି ଦ୍ଵାରା ନିମନ୍ତ୍ରିତ ହେବ ।

  13. ତାହାର କାର୍ଯ୍ୟକଳାପର ସାମୟିକ ବା ଯଥାକାଳୀନ ଶକ୍ତି ନିର୍ଦ୍ଧାରଣ ବା ମୂଲ୍ୟ ନିରୂପଣ କରିବେ ।
  14. ନିର୍ଦ୍ଧାରିତ ପଦ୍ଧତି ବା ପ୍ରଣାଳୀରେ ସମ୍ପତ୍ତି ଅର୍ଜ୍ୱନ ଅଧିକାର କରି ରଖିବେ ଏବଂ ବିନ୍ୟାସ କରିବେ ।
  15. ଏହି ଆଇନ, ନିୟମାବଳୀ ଏବଂ ଉପ- ବିଧି ଅନୁଯାୟୀ ହୁଏତ ନିର୍ଦ୍ଧାରିତ ଅଥବା ଆବଶ୍ୟକ ପ୍ରକାରେ ସେପରି ଅନ୍ୟାନ୍ୟ କାର୍ଯ୍ୟକରିବେ ଏବଂ

କର୍ତ୍ତବ୍ୟମାନ -

  • ଏହି ଆଇନ,  ନିୟମାବଳୀ ଏବଂ ଉପବିଧିର ବ୍ୟବସ୍ଥାର ଅବଲୋକନ;
  • ସମିତି ଅର୍ଥର ଉପଯୁକ୍ତ ରସିଦ ଏବଂ ବିବରଣୀ ଏବଂ ସମିତି ଆସ୍ତି ଓ ଦାୟିତ୍ଵ ହିସାବର ରକ୍ଷଣାବେକ୍ଷଣା କରିବେ ।
    1. ପ୍ରତ୍ୟେକ ବର୍ଷ ନିମନ୍ତେ ସମିତିର ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବେ ।
    2. ନିବନ୍ଧକ ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ନିର୍ଦ୍ଧାରିତ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବେ।
    3. ଅଡିଟର  ଆବଶ୍ୟକ ଜେନେରାଲଙ୍କ ଦ୍ଵାରା ନିର୍ଦ୍ଧାରିତ ବାର୍ଷିକ ରିଟର୍ଣ୍ଣ ପ୍ରସ୍ତୁତ କରିବେ ଅଡିଟରମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ।
    4. ଅନ୍ୟାନ୍ୟ ସମସ୍ତ ବିବରଣୀ ଏବଂ ରିଟର୍ଣ୍ଣ ପ୍ରସ୍ତୁତ କରିବେ ଏବଂ ତାହାକୁ ନିବନ୍ଧକ ଓ ଅଡିଟର ଜେନେରାଲଙ୍କ ସମ୍ମୁଖରେ ସେମାନେ ଯେପରି ନିର୍ଦ୍ଦେଶ କରିବେ ସେହି ଫାରମରେ ଉପସ୍ଥାପିତ କରିବେ।
    5. ଉପଯୁକ୍ତ ପୁସ୍ତକରେ ନିୟମିତଭାବେ ସମିତି ହିସାବର ରକ୍ଷଣାବେକ୍ଷଣା କରିବେ।
    6. ସଭ୍ୟମାନଙ୍କ ରେଜିଷ୍ଟରର ଆଜି ସୁଧା ରକ୍ଷଣାବେକ୍ଷଣା କରିବେ ।
  • ଏହି ଆଇନ ଏବଂ ନିୟମାବଳୀର ବ୍ୟବସ୍ଥାନୁଯାୟୀ ବଣ୍ଟନଯୋଗ୍ୟ ରୂପେ ଘୋଷିତ ନିଟ ଲାଭର ବିନିଯୋଗ ନିମନ୍ତେ ସୁପାରିସର ବ୍ୟବସ୍ଥା କରିବେ ଏବଂ ତାହାକୁ ସାଧାରଣ ସଂଘ ସମ୍ମୁଖରେ ଉପସ୍ଥାପିତ କରିବେ ।
  • ଏହି ଆଇନାନୁଯାୟୀ କରଯାଉଥିବା ତଦାରଖ, ଯାଞ୍ଚ ଏବଂ ଅଡିଟର ପାଇଁ ସୁବିଧା କରିବେ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାପ୍ତବି ଅଡିଟ, ଇନ୍ସପେକ୍ସନ ଓ ଇନକ୍ଵାରୀ ରିପୋର୍ଟର ବିଚାର ଓ ଏହି ଆଇନ ଏବଂ ନିୟମାବଳୀର ବ୍ୟବସ୍ଥାନୁଯାୟୀ ପାଳନ କରିବେ ।
  • ଠିକ  ସମୟରେ ସାଧାରଣ ସଂଘର ବୈଠକ ଏବଂ ବିଶେଷ ବା ସ୍ଵତନ୍ତ୍ର ବୈଠକ ଡକାଇବେ।
  • ଋଣ ଏବଂ ଅଗ୍ରୀମ ଯେଉଁ ଉଦ୍ଦେଶ୍ୟରେ ଦିଆଯାଇଛି ତାହା ସେହି ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି   କି ନାହିଁ ଓ ତାହାର ପରିଶୋଧ ହେଉଛି କି ନାହିଁ ତାହା ଦେଖିବେ ।
  • ଋଣ ଅଗ୍ରୀମ ପରିଶୋଧର ସମସ୍ତ ବଜେୟ ଓ ଖିଲାପ କ୍ଷେତ୍ରରେ ତତପର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
  • ସମିତିର ସମସ୍ତ ବିଷୟବସ୍ତୁରେ ସଦସ୍ୟଙ୍କର ସମ୍ପର୍କ ରଖାଇବେ ଏବଂ ସମବାୟ ଉଦ୍ଦେଶ୍ୟ ପାଳନ କରିବାକୁ ସ୍ଥିର କରିବେ ।
  • ସମୟର ନିର୍ବାଚନ କରିବାକୁ ବ୍ୟବସ୍ଥା କରିବେ ।
  • ସାଧାରଣ ସଂଘଦ୍ଵାରା ନ୍ୟସ୍ତ ଅଥବା ଏହି ଆଇନ, ନିୟମାବଳୀ ଓ ଉପବିଧି ଦ୍ଵାରା ଅଥବା ଆବଶ୍ୟକ ସେପରି ଯେକୌଣସି କର୍ତ୍ତବ୍ୟ ପାଳନ କରିବେ ।

(୧ - କ)କମିଟି ଦ୍ଵାରା ଅଫିସ କାର୍ଯ୍ୟାକାରୀ ହେବ ଅତାରିଖଠାରୁ କମିଟି ଅଫିସର କାର୍ଯ୍ୟକାଳ ସମୟ ମୋଟରେ ଚାରିବର୍ଷ ।

ସ୍ପଷ୍ଟୀକରଣ - କମିଟି ଦ୍ଵାରା ଅଫିସ କାର୍ଯ୍ୟଭାରି ଗ୍ରହଣ କରିବା ତାରିଖରୁ ସଭାପତିଙ୍କ ନିର୍ବାଚିତ ତାରିଖ ରୂପେଧରଣ କରାଯିବ।

(୧ - ଖ)ଉପରୋକ୍ତ ଚାରିବର୍ଷ ସମାପ୍ତିକୁ କମିଟିର ଅବସାନ ହେଲା ବୋଲି ଧରି ନିଆଯିବ ଏବଂ ତତପଶ୍ଚାତ  -

  1. ସଭ୍ୟ ସମୂହ ତଥା କମିଟିର ସଭାପତି ସେମାନଙ୍କ ଅଫିସ ଖାଲି କାରବାର ମନେ କରାଯିବ ।
  2. ସେପରି ବିଘଟଣ ପରେ ଯଦି ଏକ ନୂତନ କମିଟିର ନିର୍ବାଚନ ସମ୍ପତି ନ ହୁଏ ତେବେ ସମିତିର ପରିଚାଳନା ଭାର ନିବନ୍ଧକଙ୍କ ଉପରେ ନ୍ୟସ୍ତ କରାଯିବ ଏବଂ ସେପରି ନ୍ୟସ୍ତକୁ ଭିତ୍ତିକରି, ନିବନ୍ଧକ ଅଥାବା ରାଜ୍ୟ ସରକାରଙ୍କର ଯେକୌଣସି ଅଫିସର ତଥା ଏଥିନିମନ୍ତେ ଲିଖିତ ଆକାରରେ କ୍ଷମତାପ୍ରାପ୍ତ ସମିତି ଅଥବା ଶୀର୍ଷ ଅଥବା କେନ୍ଦ୍ରୀୟ ସମିତି ଯେଉଁତିରେ ତାହା ମିଶ୍ରଣ ସମିତିର କାର୍ଯ୍ୟପରିଚାଳନା କରିବେ ଏବଂ ସେପରି ବିଘଟନ ତାରିଖରୁ ଛଅମାସ ସମୟ ମଧ୍ୟରେ ଏହି ଆଇନ,  ନିୟମାବଳୀ ଏବଂ ଉପ- ବିଧିର ବ୍ୟବସ୍ଥାନୁଯାୟୀ କମିଟି  ଗଠନ କରିବେ ।
  3. ନିବନ୍ଧକ ଅଥବା ନିବନ୍ଧକଙ୍କ ତତ୍ବାବଧାନ ଓ ନିୟନ୍ତ୍ରଣ ସାପେକ୍ଷରେ ପ୍ରକରଣ ଅନୁଯାୟୀ କ୍ଷମତାପ୍ରାପ୍ତ ଅଫିସର,  କମିଟି ଅଥବା ସମିତିର ଯେକୌଣସି ପଦାଧିକାରୀଙ୍କ ସମସ୍ତ ଅଥବା ଯେକୌଣସି କ୍ଷମତା ଏବଂ କର୍ତ୍ତବ୍ୟ ପ୍ରୟୋଗ ଓ ପାଳନ କରିବାକୁ ଉପଯୁକ୍ତ ଅଟନ୍ତି ଏବଂ ଏହି ଆଇନ, ନିୟମାବଳୀ ଓ ଉପ- ବିଧିର ଉଦ୍ଦେଶ୍ୟ ନିମନ୍ତେ ସେପରି ସମିତି ର  କମିଟି ବୋଲି ବିବେଚିତ ହେବେ   ।

ଏହି ଆଇନରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଓଡିଶା ସମବାୟ ସମିତି ଆଇନ, ୧୯୯୧ ପ୍ରାରମ୍ଭ ପରେ ନିବନ୍ଧିତ (ରେଜିଷ୍ଟ୍ରିକୃତ) ଏକ ସମିତି କ୍ଷେତ୍ରରେ ସମିତିର ନିବନ୍ଧନ ନିମନ୍ତେ ଆବେଦନର ଦର୍ଶିତ ସଭାପତି ଏବଂ ସଦସ୍ୟଙ୍କୁ ନେଇ ଏକ ପ୍ରାଥମିକ କମିଟି ଗଠିତ ହୋଇ ସମିତିର କାର୍ଯ୍ୟ ପରିଚାଳନା ଏକ ବର୍ଷ ନିମନ୍ତେ ଅଥବା ଏହି ଆଇନ ନିୟମାବଳୀ ଓ ଉପବିଧିର ବ୍ୟବସ୍ଥାନୁଯାୟୀ ଏକ କମିଟି ଗଠିତ ହେବା ପର୍ଯ୍ୟନ୍ତ ଯେଉଁଠି ପ୍ରଥମ କରିବେ ।

ଉଲ୍ଲେଖଥାଉକି, ଯଦି ସେପରି ସମିତି ଏକ କେନ୍ଦ୍ର ସମବାୟ ବ୍ୟାଙ୍କ ସମେତ ଏକ ଶୀର୍ଷ ଅଥବା ଏକ କେନ୍ଦ୍ରୀୟ ସମିତି ହୋଇଥାଏ ଏବଂ ଧାରା ୩୧ ଧାରା (୧) ରେ ଉଲ୍ଲେଖିତ ଯେକୌଣସି ପଦ୍ଧତିରେ ରାଜ୍ୟ ଅଥବା କେନ୍ଦ୍ର ସରକାରଙ୍କ ଦ୍ଵାରା ସହାୟତା ପାଉଥାଏ   ତେବେ ରାଜ୍ୟ ସରକାର ଅଥବା ରାଜ୍ୟ ସରକାରଙ୍କର ଦ୍ୱ୍ରା କ୍ଷମତା ପ୍ରାପ୍ତ କୌଣସି ବ୍ୟକ୍ତି ହୁଏତ,  ଦୁଇବର୍ଷ ନିମନ୍ତେ ସମିତିର କାର୍ଯ୍ୟ ପରିଚାଳନା ନିମନ୍ତେ ପ୍ରାଥମିକ କମିଟିର ସଭାପତି ଅଥବା ସଦସ୍ୟମାନଙ୍କୁ ମନୋନୀତ କରିପାରନ୍ତି। ସେ ଯାହାହେଉନା କାହିଁକି, ତାହାର ଅର୍ଦ୍ଧେକ ସଭ୍ୟ ସମିତି ସଭ୍ୟମାନଙ୍କ ମଧ୍ୟରେ ରହିବେ ।

(୨ - କ)ଏକ ସମିତିର କମିଟି -

  1. ଶୀର୍ଷ ସମିତି କ୍ଷେତ୍ରରେ ୨୧ ଜଣ ସଭ୍ୟ ଏବଂ ଏକ କେନ୍ଦ୍ରୀୟ ସମିତି କ୍ଷେତ୍ରରେ ସଭାପତିଙ୍କ ସମେତ ୧୫ ଜଣ ସଭ୍ୟ, ଏବଂ
  2. ଏକ ବୃହଦାକାର ବହୁମୁଖୀ ସମବାୟ ସମିତି ଭିନ୍ନ ଏକ ପ୍ରାଥମିକ  ସମିତି କ୍ଷେତ୍ରରେ ସଭାପତିଙ୍କ ସମେତ ୧୧ ଜଣ ସଭ୍ୟ ତଥା ବୃହଦାକାର ବହୁମୁଖୀ ସମବାୟ ସମିତି କ୍ଷେତ୍ରରେ ୧୫ ଜଣ ସଭ୍ୟଙ୍କୁ ନେଇ ଗଠିତ ହେବ।

ସ୍ପଷ୍ଟୀକରଣ - ଏକ ସମିତି,  ଏକ ବୃହଦାକାର ବହୁମୁଖୀ ସମିତି କି ନୁହେଁ ଏହି ପଦ୍ଧତି ବା ସିଦ୍ଧାନ୍ତ ନିର୍ଧାରଣ କରିବାକୁ, ନିର୍ଦ୍ଧାରିତ ପ୍ରକାରରେ କରାଯିବ ।

  • ଏକ ପ୍ରାଥମିକ କୃଷି ଜମା ସମବାୟ ସମିତି ଏବଂ ଏକ କୃଷକ ସେବା ସମବାୟ ସମିତି  ସମେତ  ଏକ  ସେବା ସମବାୟ ସମିତି    କ୍ଷେତ୍ରରେ ସଭାପତି ସମେତ କମିଟିର ନିର୍ବାଚିତ ସଭ୍ୟମାନେ ଅନ୍ୟାନ୍ୟ ବିଷୟ ମଧ୍ୟରେ ଜଣେ ମହିଳା, ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଉପ- ଜାତି ପ୍ରତ୍ୟେକରୁ ଜଣେ ତିନି ଜଣ କ୍ଷୁଦ୍ର ଚାଷୀ ବା କୃଷକ ଅଥବା ଭୂମିହୀନ କୃଷକଙ୍କୁ ନେଇ  ଗଠିତ  ହେବ  ।
  • ସ୍ପଷ୍ଟୀକରଣ– “କ୍ଷୁଦ୍ର ଚାଷୀ ବା କୃଷକ“ କହିଲେ ଯେଉଁ ବ୍ୟକ୍ତିଙ୍କର ୫ ଏକରରୁ ଅଧିକ ଜମି ନ ଥିବ ସେହି ବ୍ୟକ୍ତିଙ୍କୁ ବୁଝାଇବ ।

  • ପ୍ରକରଣ (ଖ) ଏବଂ (ଗ) ରେ ଉଲ୍ଲେଖିତ ଏକ ସମିତି ଭିନ୍ନ ଏକ ପ୍ରାଥମିକ ସମିତି କ୍ଷେତ୍ରରେ ସଭାପତିଙ୍କ ସମେତ କମିଟିର ନିର୍ବାଚିତ ସଭ୍ୟ,  ଅନ୍ତତଃପକ୍ଷେ ଜଣେ ମହିଳା, ତହସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଉପଜାତି ପ୍ରତ୍ୟେକରୁ ଜଣକୁ ନେଇ ଗଠିତ ହେବ ।
  • ଯେଉଁ କ୍ଷେତ୍ରରେ କୌଣସି ସମିତି ଏଥି ପୂର୍ବରୁ ଉଲ୍ଲେଖିତ ପୃଥକ ପୃଥକ ଶ୍ରେଣୀରୁ ଆବଶ୍ୟକ  ପରିମାଣର ସଭ୍ୟ ନିର୍ବାଚିତ କରିବାକୁ ଅସଫଳ ହୁଅନ୍ତି ସେ କ୍ଷେତ୍ରରେ ତାହାର ପରିମାଣ ସ୍ୱରୂପ ଉଦ୍ଭବ ଯେକୌଣସି ଶୂନ୍ୟସ୍ଥାନ, ଯଦି କୋରମ ଥାଏ ତେବେ ଗଠନ ଅଥବା କମିଟିର କାର୍ଯ୍ୟର ଅସିଦ୍ଧ କରିବ ନାହିଁ ।

(୨ - କ) (i) ଓଡିଶା ସମବାୟ ସମିତି ( ସଂଶୋଧନ ) ଆଇନ, ୧୯୯୧ ଦ୍ଵାରା ସଂଶୋଧିତ ଏହି ଆଇନର ବ୍ୟବସ୍ଥା ସହିତ ଅନୁସରିତା ହେଉନଥିବା ଏକ ସମିତି, ଇଉପିଏ - ବିଧି ଏବଂ କମିଟି ଏହାର ଉପ - ବିଧି ସଂଶୋଧନ କରିବେ ଏବଂ ଏହି ଆଇନକୁ ପ୍ରତିକୂଳ ପ୍ରଭାବ ପକାଉଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଏହି ଆଇନ ନିୟମାବଳୀ ଏବଂ ଉପ - ବିଧି ଅନୁଯାୟୀ ଏହି ସଂଶୋଧନ ଆଇନ ପ୍ରାରମ୍ଭ ହେବା ତାରିଖରୁ ୪ ମାସ ସମୟ ମଧ୍ୟରେ ଏହାର କମିଟିକୁ ନିର୍ଦ୍ଧାରିତ ପଦ୍ଧତିରେ ପୁନଗର୍ଠନ କରିବେ - ଏହି ଉଦ୍ଦେଶ୍ୟରେ ସେଗୁଡିକୁ ସଂଶୋଧିତ ବ୍ୟବସ୍ଥାସମୂହ ସହିତ ଦୃଢୀକରଣ କରିବାକୁ ।

  • ପ୍ରକରଣ  ଉଲ୍ଲେଖିତ ସମୟ ମଧ୍ୟରେ ଯଦି ଏହି ସମିତି ସେପରି ସଂଶୋଧନ ଏବଂ ପୁନର୍ଗଠନ କରିବାକୁ ଅସଫଳ ହୁଅନ୍ତି ତେବେ ନିବନ୍ଧନ କଥିତ ପ୍ରକରଣରେ ଉଲ୍ଲେଖିତ ସମୟ ଅବସାନ ହେବ ଅପରେ   ୪ ମାସ ମଧ୍ୟରେ ସେପରି ସଂଶୋଧନ ଏବଂ ପୁନର୍ଗଠନ କରିପାରିବେ ।

(୨ – ଖ) ଧାରା ୨୨ ଅନୁଯାୟୀ ବିଘଟିତ ହେବାକାଉ ଥିବା ଅଥବା ଧାରା  ୩୨ ଅନୁଯାୟୀ ସ୍ଥିଗୀତ ଏକ ସମିତି ଅଥବା କମିଟିକୁ, ଉପ- ଧାରା ର ବ୍ୟବସ୍ଥା ସମୂହ ଆବଶ୍ୟକ ପରିବର୍ତ୍ତନ ସହିତ ଓଡିଶା  ସମବାୟ ସମିତି (ସଂଶୋଧିତ) ଆଇନ ୧୯୯୧ ପ୍ରାରମ୍ଭ ହେବ ତାରିଖଠାରୁ ପ୍ରଯୁଜ୍ୟ ହେବ  ।

କୌଣସି ବ୍ୟକ୍ତି , ଯେ ନିଜେ ଅଥବା ସମିତିର ପ୍ରତିନିଧି, ସମିତିର କମିଟିର ସଭ୍ୟ ଅଥବା ସଭାପତି ପଦ ନିମନ୍ତେ ଯୋଗ୍ୟ ବିବେଚିତ ହେବେ ନାହିଁ, ଯଦି ସେ -

  1. ଦେବାଳିଆ ବୋଲି ବିଚାରରେ ନିର୍ଣ୍ଣିତ ହେବାକାଉ ଆବେଦନ କରିଥିବେ କିମ୍ବା ଦେବାଳିଆ ହୋଇଥିବେ, ଅଥବା
  2. ନୈତିକ ଭ୍ରଷ୍ଟାଚାର ଯୋଗୁଁ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବେ ଏବଂ ସେହି ଦଣ୍ଡ ରଦ୍ଦ ହୋଇନଥିବ,ଅଥବା।
  3. ମସ୍ତିଷ୍କ ବିକୃତି ବ୍ୟକ୍ତି ହୋଇଥିବେ କିମ୍ବା ଜାଲ ହୋଇଥିବେ କିମ୍ବା କୁଷ୍ଠରୋଗୀ ହୋଇଥିବେ, ଅଥବା ପ୍ରକାଶଠାରୁ କି ଏହି ବ୍ୟାକାଂଶରେ ଥିବା ଯେକୌଣସି ବ୍ୟବସ୍ଥା।
    • ନିବନ୍ଧକ ଦ୍ଵାରା ନିର୍ଦ୍ଧିଷ୍ଟ ଭାବେ ଅନୁମତି ପ୍ରାପ୍ତ ହୋଇ ସମ୍ପାଦକ ହେବାରେ ।
    • କେବଳ ଦରମାପ୍ରାପ୍ତ କର୍ମଚାରୀ ଥିବା ଏକ ସମିତିର କର୍ମଚାରୀମାନେ ସମିତିର କମିଟିର ସଭ୍ୟ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ,  ଅଥବା
  4. ଋଣ ଅଥବା ଅନ୍ୟ କାରଣ ସମିତି,  ତାହାର ଅର୍ଥଯୋଗାଣକାରୀ ବ୍ୟାଙ୍କ ଅଥବା ଅନ୍ୟ କୌଣସି ସମିତିକୁ ଅର୍ଥ ଆକାରରେ ହେଉ ବା ଅଥାବା ପ୍ରକାରରେ ହେଉ ଦେୟ ପରିମାଣ, ସେପରି ସମିତି ଅଥବା ସମ୍ପୃକ୍ତ ଅର୍ଥଯୋଗାଣକାରୀ ବ୍ୟାଙ୍କ ଦ୍ଵାରା ଯେପରି ଦେୟ ପରିଶୋଧ କରିବାକୁ ଦିଆଯାଇଥିବା ନୋଟିସ ତାରିଖରୁ ୩ ମାସ ମଧ୍ୟରେ ପରିଶୋଧ କରିବାକୁ ଅକୃତକାର୍ଯ୍ୟ ହୋଇଛନ୍ତି  ।
  5. ଉଲ୍ଲେଖଥାଉ କି, ଏହି ପ୍ରକରଣ ର କୌଣସି ବିଷୟବସ୍ତୁ, ସେପରି କୌଣସି ବ୍ୟକ୍ତିଙ୍କୁ ସଭ୍ୟ ଅଥବା ସଭାପତି ରୂପେ ବାଛିବାକୁ ବଞ୍ଚିତ କରିବ ନାହିଁ  ଯଦି ସେପରି ବ୍ୟକ୍ତି ସମିତିର ନିର୍ବାଚନରେ ତାଙ୍କର ମନୋନୟନପତ୍ର  ଦାଖଲ ତାରିଖ ପୂର୍ବରୁ ଦେୟ ପରିମାଣ ପରିଶୋଧ କରିଥାଆନ୍ତି ।

  6. କୌଣସି ବ୍ୟକ୍ତି ସମିତି ସହ ସିଧାସଳଖ ଭାବେ ବା ଅନ୍ୟ ଯେକୌଣସି ପ୍ରକାର କିମ୍ବା ସମିତି ଦ୍ଵାରା କ୍ରୟବିକ୍ରୟରେ କିମ୍ବା ସମିତି ଯେକୌଣସି ପ୍ରକାର ଚୁକ୍ତି କିମ୍ବା କାରବାରରେ (ଅର୍ଥଲଗାଣ ଓ ଋଣ କରିବା ବ୍ୟତୀତ) ଆର୍ଥିକ ଲାଭ ଆଶାରେ କୌଣସି ପ୍ରକାର ଚୁକ୍ତି କରିଥିଲେ, ଯଦି ସେହି ଚୁକ୍ତି କିମ୍ବା କାରବାର କ୍ରୟ କିମ୍ବା ବିକ୍ରୟ ସମ୍ପାଦିତ ହୋଇନଥାଏ, ଅଥବା
  7. ଦଫା -୨୧ କ ଅନୁଯାୟୀ ସମିତିରୁ ବହିସ୍କୃତ ହୋଇଥାଆନ୍ତି ।
  8. ପ୍ରକାଶଥାଉକି, ଯେଉଁଠାରେ ଏହିପରି ବହିଷ୍କାର ତାରିଖଠାରୁ ଦୁଇବର୍ଷରୁ ଅଧିକ ସମୟ ଅତିବାହିତ ହୋଇଥିବ କିମ୍ବା ଯେଉଁଠାରେ ନିବନ୍ଧକ ଏପରି ସଭ୍ୟଙ୍କୁ ସେହି ସମିତି କିମ୍ବା ଅନ୍ୟ କୌଣସି ସମିତିର ସଭ୍ୟଭାବେ ଉକ୍ତ ସମୟ ମଧ୍ୟରେ ଗ୍ରହଣ କରିବାକୁ ମଞ୍ଜୁର ପ୍ରଦାନ କରିଥିବେ, ସେଠାରେ ଏହି ଆଯୋଗ୍ୟତା ଲାଗୁ ହେବ ନାହିଁ ।

  9. କୌଣସି ସମିତିର ଫଣ୍ଡସ ଆତ୍ମସାତ ଅଥବା ତହବିଲ ତୋଷରପାତ ଅଭିଯୋଗରେ ଅଭିଯୁକ୍ତ ହୋଇଥାନ୍ତା ।  ଏହି ଆଇନାନୁଯାୟୀ ଯେକୌଣସି  ଅପରାଢରେ ଅଭିଯୁକ୍ତ ହୋଇଥାଆନ୍ତି  କିମ୍ବା ଉପରୋକ୍ତ ଅଭିଯୋଗ ରଦ୍ଦନ ହେବା ପର୍ଯ୍ୟନ୍ତ ଅଧୀଭାର କାର୍ଯ୍ୟ ବିବରଣୀ ନିମନ୍ତେ ଦାୟୀ ବୋଲି ବିବେଚିତ ହୁଅନ୍ତି, ଅଥବା ,
  10. ଧନ ଅପହରଣ, ଆତ୍ମସାତକରଣ ବା କୌଣସି ଅନ୍ୟାନ୍ୟ ଅସଦାଚରଣ ତଥା ନୈତିକ ଭଷ୍ଟ୍ରାଚାର ଅଭିଯୋଗରେ ଅଭିଯୁକ୍ତ ହୋଇ ଶୃଙ୍ଖଳାଗତ କାର୍ଯ୍ୟକ୍ରମ କାରଣରୁ ସରକାରୀ ବେସରକାରୀ ସ୍ଥାନୀୟ ସଂଘ ସମବାୟ ସମିତି ଅଥବା ଅନ୍ୟାନ୍ୟ ନିଗମନିକାୟର ବରଖାସ୍ତ କର୍ମମୁକ୍ତ ପଦଚ୍ୟୁତ ହୋଇଥାନ୍ତି, ଅଥବା
  11. ରାଜ୍ୟ ଅଥବା କେନ୍ଦ୍ର ସରକାର,  କୌଣସି ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ସ୍ଥାନୀୟ କର୍ତ୍ତୃପକ୍ଷ ଶିକ୍ଷାନୁଷ୍ଠାନ ଅଥବା ଏକ ସମବାୟ ସମିତି କୌଣସି  ପଦ- ପଦବୀରେ ଥାଆନ୍ତି,  ଉଲ୍ଲେଖଥାଉ କି,  ଏହି ପ୍ରକରଣର କୌଣସି ବିଷୟବଟୁ  -
    • ସେପରି ବ୍ୟକ୍ତିଙ୍କୁ ଏକ ସମିତିର କମିଟିର ଏକ ସଭ୍ୟ ଅଥବା ସଭାପତି ହେବାକୁ ବଞ୍ଚିତ କରିବ ନାହିଁ, ଯଦି ସେପରି କେବଳମାତ୍ର ସେପରି ବ୍ୟକ୍ତିଙ୍କ ଦ୍ଵାରା ଗଠିତ ହୋଇଥାଏ,  ଏବଂ
    • ସମିତିର କାରବାର ପରିଚାଳନା କରିବାକୁ ଏହି ଆଇନାନୁଯାୟୀ ନିଯୁକ୍ତ ଅଥବା ଧାରା   ୩୧ର ଉପ- ଧାରା (୧) ଅନୁଯାୟୀ ମନୋନୀତ ଏକ ବ୍ୟକ୍ତିଙ୍କୁ ଏକ ସଭ୍ୟ ହେବା ନିମନ୍ତେ ବଞ୍ଚିତ କରିବ ନାହିଁ କିନ୍ତୁ ଏକ ସମିତିର କମିଟିର ସଭାପତି ହେବାକୁ ନୁହେଁ   ।
  12. ଜନପ୍ରତିନିଧିତ୍ଵ ଆଇନ (୪୩ର ୧୯୫୧) ଅନୁଯାୟୀ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବା ପାଇଁ ବଞ୍ଚିତ ହେବେ,  ଅଥବା
  13. ପଦାଧିକାରୀ ରୂପେ ନିର୍ବାଚିତ ପାଇଁ ମନୋନୟନ ପତ୍ର ଦାଖଲ କରିବା ତାରିଖରୁ ୧୨ ମାସ ମାସର କମ ସମୟ ନିମନ୍ତେ ସମିତିର ଏକ ସଦସ୍ୟ ରହିଛନ୍ତି, ଅଥବା,
  14. ଆଇନ ବ୍ୟବସାୟୀ ରୂପେ -
    • ସମିତି ବିରୁଦ୍ଧରେ, ଅଥବା
    • ଅବନୈତିକ ପଦଧିକାରୀ  କ୍ଷମତା ବ୍ୟତୀତ ସମିତି ତରଫରୁ ନିଯୁକ୍ତ ଅଥବା ନିୟୋଜିତ ହୋଇଛନ୍ତି, ଅଥବା
    • ଏକ ସମିତିର କମିଟିର ସଭ୍ୟ ଅଥବା ସଭାପତି ରୂପେ ଥାଇ ୬ ମାସରୁ ଉର୍ଦ୍ଧ୍ଵ ସମୟ ପର୍ଯ୍ୟନ୍ତ ନିମ୍ନଲିଖିତଭାବେ ବୈଠକରେ ଯୋଗ ଦେବାରୁ କ୍ଷାନ୍ତ ନ ବିରାଟ ହୋଇଥାଆନ୍ତି, ଯଥା -
      • ପ୍ରତ୍ୟେକ ସେପରି ବୈଠକ ସମ୍ପର୍କୀୟ ପୂର୍ବୋକ୍ତି ସୂଚନା ବ୍ୟତୀତ, ଅଥବା
      • ପୂର୍ବୋକ୍ତ ସୂଚନା ଥାଇ ଯଦି ସେପରି ସୂଚନାକୁ ଭିତ୍ତିକରି କମିଟି, ବୈଠକରେ ଅନୁପସ୍ଥିତିକୁ ଅନୁମୋଦନ କରିନଥାଏ ।

      ଉଲ୍ଲେଖଥାଉକି, ଏହି ପ୍ରକରଣର କୌଣସି ବିଷୟ ବସ୍ତୁ ସେପରି ବ୍ୟକ୍ତିଙ୍କୁ ଯେଉଁ ତାରିଖରୁ କଥିତ ସମୟ ଏକ ବର୍ଷ ଅବସାନ ହୋଇଛି ସେହି ତାରିଖର ଠିକ ପୂର୍ବବର୍ତ୍ତୀ ତାରିଖରୁ ଦୁଇବର୍ଷ ସମୟ ଅବସାନ ହେବାପରେ, ଏକ ସଭ୍ୟ ସଭାପତି ହେବାକୁ ବଞ୍ଚିତ କରିବ ନାହିଁ ।

    • ସାଧାରଣ ସଂଘ ଅଥବା ଆବଶ୍ୟକସ୍ଥଳେ ପ୍ରତିନିଧି କ୍ଷୁଦ୍ରତର ସାଧାରଣ ସଂଘର ବୈଠକ ଅଥବା ସ୍ଵତନ୍ତ୍ର ବୈଠକରେ ଲଗାତରଭାବେ ଏକ ବର୍ଷ ପର୍ଯ୍ୟନ୍ତ ନିମ୍ନଲିଖିତମତେ ଅନୁପସ୍ଥିତ ରହନ୍ତି ଯଥା  -
      • ସେପରି ବୈଠକରେ ପୂର୍ବୋକ୍ତ ସୂଚନା ବ୍ୟତୀତ, ଅଥବା
      • ପୂର୍ବୋକ୍ତ ସୂଚନା ଥାଇ ଯଦି ଯେପରି ସୂଚନାକୁ ଭିତ୍ତିକରି କମିଟି ବୈଠକରେ ଅନୁପସ୍ଥିତିକୁ ଅନୁମୋଦନ କରିନଥାଏ ।

      ଉଲ୍ଲେଖଥାଉକି, ଏହି ପ୍ରକରଣର କୌଣସି ବିଷୟବସ୍ତୁ ସେପରି ବ୍ୟକ୍ତିଙ୍କୁ, ଯେଉଁ ତାରିଖରୁ କଥିତ ଏକ ବର୍ଷ ଅବସାନ ହୋଇଛି ସେହି ତାରିଖରୁ ଠିକ ପରବର୍ତ୍ତୀ ତାରିଖରୁ ଦୁଇ ବର୍ଷ ସମୟ ଅବସାନ ହେବାପରେ ଏକ ସଭ୍ୟ ଅଥବା ସଭାପତି ହେବାକୁ ବଞ୍ଚିତ କରିବ ନାହିଁ  ।

(୩ – କ)ସମିତ ଅଥବା ନିକାୟ ର ପ୍ରତିନିଧି ଅନ୍ୟକୌଣସି ସମିତିର କମିଟି ନିମନ୍ତେ ସଭ୍ୟ କିମ୍ବା ସଭାପତି ପଦ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ, ଯଦି ସେଭଳି ସଭ୍ୟ-

  • ଋଣ ଅଥବା ଅନ୍ୟ କୌଣସି କାରଣରୁ ସମିତି , ତାହାର ଅର୍ଥଯୋଗାଣକାରୀ ବ୍ୟାଙ୍କ ଅଥବା ଅନ୍ୟ କୌଣସି ସମିତିକୁ ଅର୍ଥ ଆକାରରେ ହେଉ ଅଥବା ପରିମାଣ ବା ପ୍ରକାର ଆକାରରେ  ହେଉ  ଦେୟ ପରିମାଣ, ସେପରି ସମିତି ଅଥବା ସେପରି ଅର୍ଥଯୋଗାଣକାରୀ ବ୍ୟାଙ୍କ ଦ୍ଵାରା ଯେପରି ଦେୟ ପରିଶୋଧ କରିବାକୁ ଦିଆଯାଇଥିବା ନୋଟିସ ତାରିଖରୁ ୩ ମାସ ମଧ୍ୟରେ ପରିଶୋଧ କରିବାକୁ ଅକୃତକାର୍ଯ୍ୟ ବା ଅସଫଳ ହୋଇଛନ୍ତି ।
  • ଉଲ୍ଲେଖଥାଉକି, ଏହି ପ୍ରକରଣର କୌଣସି ବିଷୟବସ୍ତୁ ସେପରି କୌଣସି ପ୍ରତିନିଧିଙ୍କୁ ଅନ୍ୟ କୌଣସି କମିଟିର ସଭ୍ୟ ଅଥବା ସଭାପତି ରୂପେ ବାଛିବାକୁ ବଞ୍ଚିତ କରିବ ନାହିଁ ଯଦି ସେ ପ୍ରତିନିଧିତ୍ଵ କରୁଥିବା ସମିତି ଅଥବା ନିଗମନିକାୟ ସେପରି ପ୍ରତିନିଧି ଅନ୍ୟ କୌଣସି ସମିତିର ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିବା ତାରିଖ ପୂର୍ବରୁ ସେପରି ଦେୟ ପରିଶୋଧ କରିଥାଆନ୍ତି । ଅଥବା
  • ସମିତିର ସଭ୍ୟପଦ ପରିତ୍ୟାଗ କରିଥାଆନ୍ତି, ଅଥବା
  • ସମାପିତ ଓ ବିଘଟିତ ହେବାକୁ ଅର୍ଡର କରିଥାଆନ୍ତି ।

(୩ – କକ) ଯେକୌଣସି ବ୍ୟକ୍ତିବିଶେଷ,  ସେ ନିଜେ ହୁଅନ୍ତୁ ଅଥବା ଅନ୍ୟ କୌଣସି ସମିତିରେ ପ୍ରତିନିଧି ରୂପେ ହେଉ କମିଟିର ଏକ ସଭ୍ୟ ଅଥବା ସଭ୍ୟ ଅଥବା ସଭାପତି ରହିଥିବା ସମୟରେ ଯଦି ତାଙ୍କର ଉପଧାରା (୩) ଅଥବା ଉପ- ଧାରା (୩- କ) ରେ ଉଲ୍ଲେଖିତ ଅଯୋଗ୍ୟତା ଥାଏ ତେବେ ସେପରି ପ୍ରାଧିକାରରୁ ସେହି ତାରିଖରୁ ନିବୃତ୍ତ ହେବେ ଯେଉଁ ତାରିଖରୁ ସେ ସେପରି ଅଯୋଗ୍ୟତା ହାସଲ କରିଥିବେ ।

(୩ – ଖ) ଏହି ଆଇନରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ,  ପ୍ରତ୍ୟେକ ସମିତି ପାଇଁ ଜଣେ ମୁଖ୍ୟ ପ୍ରଶାସକ (ଚିଫ ଏକଜିକ୍ୟୁଟିଭ) ରହିବେ ଯେକି ପୁରା ସମୟ ଭିତ୍ତି କମିଟି ଦ୍ଵାରା ନିଯୁକ୍ତ ପାଇବେ ବା ହେବେ । ସେପରି ମୁଖ୍ୟ ପ୍ରଶାସକ, ଶୀର୍ଷ ସମିତି କ୍ଷେତ୍ରରେ ଏବଂ ସେପରି କୌଣସି କେନ୍ଦ୍ର ସମିତି କ୍ଷେତ୍ରରେ ଯାହା ରାଜ୍ୟ ସରକାର ସମୟକୁ ସମୟ ଅଧିସୂଚନା ଦ୍ଵାରା ଉଲ୍ଲେଖ କରିବେ,  କମିଟିର ଏକ ସଭ୍ୟ ରୂପେ ବିବେଚିତ ବା ଗଣ୍ୟ ହେବେ ।

  • ସର୍ବମୋଟ କମିଟିର ନିୟନ୍ତ୍ରଣକୁ ଭିତ୍ତିକରି ମୁଖ୍ୟ ପରିଚାଳକ  -
    1. ସମିତିର ପ୍ରତ୍ୟେକ ଦିନର କାର୍ଯ୍ୟ ପରିଚାଳନା କରିବେ ।
    2. ସମିତିର ହିସାବ ସମ୍ପାଦନ କରିବେ ।
    3. ନଗଦ ଅର୍ଥରେ ସୁରକ୍ଷିତ ବ୍ୟବସ୍ଥା କରିବେ ସଙ୍ଗେ ସଙ୍ଗେ ସେଭଳି ଅର୍ଥ ହେପାଜତରେ ରଖିବା ପାଇଁ ବନ୍ଦୋବସ୍ତ କରିବା ନିମନ୍ତେ ଦାୟୀ ରହିବେ ।
    4. ସମିତି ପକ୍ଷରୁ ଯଥା ସମିତି ନିମନ୍ତେ ସମିତିର ଦଲିଲ ଦସ୍ତାବିଜରେ ଦସ୍ତଖତ କରିବେ ।
    5. ଏହି ଆଇନ ଏବଂ ତଦନୁସାରେ ଗଠିତ ନିୟମାବଳୀ, ଉପ- ବିଧିର ବ୍ୟବସ୍ଥାନୁଯାୟୀ ସମିତିର ବିବିଧ ବହି, ରେକର୍ଡପତ୍ରର ସ୍ଵାଭାବିକ ରକ୍ଷଣାବେକ୍ଷଣା ଦାୟିତ୍ଵ ବହନ କରିବାକୁ ବନ୍ଦୋବସ୍ତ କରିବେ ।
    6. ସାଧାରଣ ସଂଘ, କମିଟି ଏବଂ ସବକମିଟି ବୈଠକ ଡାକିବାକୁ କ୍ଷମତାପ୍ରାପ୍ତ ହେବେ ଏବଂ ସେଭଳି ବୈଠକରେ ରେକର୍ଡପତ୍ର ରକ୍ଷଣାବେକ୍ଷଣା ଦାୟିତ୍ଵ ବହନ କରିବେ ।
    7. ନିର୍ଦ୍ଧାରିତ ନିୟମାନୁଯାୟୀ ସମିତିର ଖାଲି ପଡିଥିବା ଶୂନ୍ୟସ୍ଥାନ ପୂରଣ କରିବା ନିମନ୍ତେ କର୍ମଚାରୀ ନିଯୁକ୍ତ କରିବାକୁ ହକଦାର ହେବେ, କିନ୍ତୁ କମିଟିର ନିଯୁକ୍ତି ଦେବାକୁ ଥିବା କ୍ଷମତା ଉପରେ ହସ୍ତକ୍ଷେପ କରିବେ ନାହିଁ   ।
    8. ନୀତି,ଉଦ୍ଦେଶ୍ୟ ଏବଂ ଯୋଜନା ସବୁର ତିଆରି କରିବା ପାଇଁ କମିଟିକୁ ସାହାଯ୍ୟ କରିବେ।
    9. ସମିତିର କାର୍ଯ୍ୟ ପରିଚାଳନା ଏବଂ କାର୍ଯ୍ୟ ଚାଲୁରଖିବା ନିମନ୍ତେ କମିଟିକୁ ସାମୟିକ ସମ୍ବାଦ ସୂଚନା ଆବଶ୍ୟକତାନୁଯାୟୀ ପ୍ରଦାନ କରିବେ,ଏବଂ
    10. ସମିତିର ଉପ- ବିଧିରେ ବ୍ୟବସ୍ଥିତ ଅଥବା ଉଲ୍ଲିଖିତ ବା ନିର୍ଦ୍ଧାରିତ ନିୟମାନୁଯାୟୀ ସେଭଳି ଅନ୍ୟାନ୍ୟ କର୍ତ୍ତବ୍ୟ ପାଳନ କରିବେ ଏବଂ ସେଭଳି ଅନ୍ୟାନ୍ୟ କ୍ଷମତା ପ୍ରୟୋଗ କରିବେ ।

( ୩ – ଗ) ଭାରତୀୟ ଦଣ୍ଡବିଧି ଆଇନ ର ୨୧ ଦଫାର ଅର୍ଥାନୁଯାୟୀ ମୁଖ୍ୟ ପରିଚାଳକ ସାଧାରଣ କର୍ମଚାରୀ ରୂପେ ବିବେଚିତ ହେବେ ।

ବିଲୁପ୍ତ

  • (୪-କ) ବିଲୁପ୍ତ
  • (୪-ଖ) ବିଲୁପ୍ତ
  • (୪-ଗ) ବିଲୁପ୍ତ
  • (୪-ଘ) ବିଲୁପ୍ତ

ଯଦି ନିବନ୍ଧକ ମତବ୍ୟକ୍ତ କରନ୍ତି ଯେ, ଏକ ସମିତିର ଯେକୌଣସି ଅଫିସର ଅଥବା ପଦଧିକାରୀ ଯାହାଙ୍କର ଉପବିଧି ଦ୍ଵାରା ଅଥବା ଅନୁଯାୟୀ ସମିତିର ଅର୍ଥକୁ ହେପାଜତରେ ରଖିବାର କ୍ଷମତା ଅଛି, ଉପବିଧି ଅନୁଯାୟୀ ଅନୁମତିପ୍ରାପ୍ତ ନିର୍ଦ୍ଧିଷ୍ଟ ସମୟ ପରେ ଉପଯୁକ୍ତ କାରଣ ବ୍ୟତିତ ଅନୁମତିଯୋଗ୍ୟ ସୀମାରୁ ଅଧିକା ସେପରି ଅର୍ଥ ନିଜ ପାଖରେ ରଖିଛନ୍ତି ଅଥବା ତଦନୁଯାୟୀ ଅନୁମତିପ୍ରାପ୍ତ ହୋଇନଥିବା ଅନ୍ୟକୌଣସି ଉପାୟରେ ସେପରି ଅର୍ଥ ରଖିଛନ୍ତି ତେବେ ନିବନ୍ଧକ ହୁଏତ ଲିଖିତାକାରରେ ଅର୍ଡର କରି ସେପରି ଅଫିସର ଅଥବା ପଦଧିକାରୀଙ୍କୁ ଶୁଣାଣୀ ନିମନ୍ତେ ଉପଯୁକ୍ତ ସୁବିଧା ସୁଯୋଗ ଦେବାପରେ ତାଙ୍କୁ ତାଙ୍କର ଅଫିସରୁ ଅପସାରଣ କରିପାରନ୍ତି ଏବଂ ତତପରେ କଥିତ ଅର୍ଡର ତାରିଖରୁ ସେ ତାଙ୍କର ଅଫିସ ଖାଲି କଲେ ବୋଲି ଧରି ନିଆଯିବ ।

କମିଟିର ସଭ୍ୟ ଅଥବା ସଭାପତିଙ୍କ ମୃତ୍ୟୁ, ଇସ୍ତଫା ଅଥବା ଅପସାରଣ ଅନ୍ୟଥା କାରଣରୁ ଯଦି ଅଫିସରେ ଶୂନ୍ୟସ୍ଥାନ ରହେ ତେବେ ସେଭଳି ଶୂନ୍ୟସ୍ଥାନ ।

  • ସାଧାରଣ ଭାବରେ ଯେଭଳି ପଦ୍ଧତିରେ ଶୂନ୍ୟସ୍ଥାନ ପୂରଣ କରାଯାଏ ସେଭଳି ପଦ୍ଧତିରେ ।
  • ସମିତିର ମୁଖ୍ୟ ପରିଚାଳକ, ନିର୍ବାଚନ ଅଫିସର ଅଥବା ଶୂନ୍ୟସ୍ଥାନ ପୂରଣ କରିବାକୁ କ୍ଷମତା ଦିଆଯାଇଥିବା ଅନ୍ୟ କୌଣସି କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କୁ ଘଟନା ଘଟିବାର ତାରିଖଠାରୁ ୫ ଦିନ  ମଧ୍ୟରେ ଘଟଣା ସଂପର୍କରେ ସୂଚନା ଦେବେ ଏବଂ ନିର୍ବାଚନ ଅଫିସର ଅଥବା କ୍ଷମତାପ୍ରାପ୍ତ ବ୍ୟକ୍ତି ମୁଖ୍ୟ ପରିଚାଳକଙ୍କଠାରୁ ସୂଚନା ପାଇବା ତାରିଖରୁ ୬ ମାସ ମଧ୍ୟରେ ଶୂନ୍ୟସ୍ଥାନ ପୂରଣ କରିବାକୁ ହସ୍ତକ୍ଷେପ ଗ୍ରହଣ କରିବେ, କିନ୍ତୁ ଏହି ସମୟ ୬ ମାସର ଅଧିକ ହେବନାହିଁ ।

ସଂଶୋଧନ – ୧୯୯୭

ଦଫା ୨୮ର ସଂଶୋଧନ ମୂଳ ଆଇନର ୨୮ଦଫାର ଉପ- ଦଫା (୨) ପ୍ରକରଣ (ଛ) ର ଉପ- ପ୍ରକରଣ (IV)ରେ ଥିବା ଶବ୍ଦାବଳୀ “ ଛଅ ମାସ” ନିମନ୍ତେ ଶବ୍ଦାବଳୀ “ଦଶମାସ“ ପ୍ରତିସ୍ଥାପିତ ହେବେ । (ସଂଖ୍ୟା ୯୯୪୦ /ଲେଜିସ, ତା୧୯.୦୫.୧୯୯୭)

ସଂଶୋଧନ -୧୯୯୭

ଦଫା ୨୮ର ସଂଶୋଧନ - ଓଡିଶା ସମବାୟ ସମିତିର ଆଇନ,୧୯୬୨ ଦଫା ୨୮ ଉପ- ଦଫା (୨) ର ପ୍ରକରଣ (ଛ) ର ଉପ-ପ୍ରକରଣ (IV) ରେ ଥିବା ଶବ୍ଦାବଳୀ “ଦଶମାସ” ନିମନ୍ତେ ଶବ୍ଦାବଳୀ “ଉଣେଇଶ ମାସ“ ପ୍ରତିସ୍ଥାପିତ ହେବ ।

ପ୍ରତ୍ୟାହାର ଏବଂ ଆବୃତ୍ତ :-

  1. ଓଡିଶା ସମବାୟ ସମିତି ଆଇନ (ସଂଶୋଧନ) ଅଧ୍ୟାଦେଶ ଏତଦ୍ଵାରା ପ୍ରତ୍ୟାହାର କରାଗଲା ।
  2. ସେପରି ପ୍ରତ୍ୟାହାରରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ କଥିତ ଅଧ୍ୟାଦେଶ ଦ୍ଵାରା ସଂଶୋଧିତ ମୂଳ ଆଇନନୁଯାୟୀ ଯାହା କରାଯାଇଥିବ ଅଥବା ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବ ତାହା ଏହି ଆଇନ ଦ୍ଵାରା ସଂଶୋଧିତ ମୂଳ ଆଇନ ଅନୁଯାୟୀ କରାଯାଇଛି  ବୋଲି ଧରି ନିଆଯିବ । (ସଂଖ୍ୟା ୧୯୮୯ /ଲେଜିସ, ତା୨୦.୧୦.୧୯୯୭)

ସଂଶୋଧନ -୧୯୯୮

ଦଫା ୨୮ର ସଂଶୋଧନ - ଓଡିଶା ସମବାୟ ସମିତିର ଆଇନ,୧୯୬୨ ଦଫା ୨୮ ଉପ- ଦଫା (୨) ର ପ୍ରକରଣ (ଛ) ର ଉପ-ପ୍ରକରଣ (IV) ରେ ଥିବା ଶବ୍ଦାବଳୀ “ତିରିଶ ମାସ“ ପ୍ରତିସ୍ଥାପିତ ହେବ   ।

ପ୍ରତ୍ୟାହାର ଏବଂ ବ୍ୟାବୃତ୍ତି -

  1. ଓଡିଶା ସମବାୟ ସମିତି (ସଂଶୋଧନ) ଅଧ୍ୟାଦେଶ ଏତଦ୍ଵାରା ପ୍ରତ୍ୟାହାର  କରାଗଲା  ।
  2. ସେପରି ପ୍ରତ୍ୟାହାର ସତ୍ତ୍ୱେ, କଥିତ ଅଧ୍ୟାଦେଶ ଦ୍ଵାରା ସଂଶୋଧିତ ମୂଳ ଅଇନାନୁଯାୟୀ ସେ କୌଣସି କାର୍ଯ୍ୟ କରାଯାଉଛି ଅଥବା ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଏହି ଆଇନ ଦ୍ଵାରା ସଂଶୋଧିତ ମୂଳ ଆଇନ ଅନୁଯାୟୀ କରାଯାଇଛି ଅଥବା ଗ୍ରହଣ କରାଯିବାର ମନେକରାଯିବ । (ସଂଖ୍ୟା- ୫୭୯୨/ ଲେଜିସ,  ତା ୧୭.୦୪.୧୯୯୮)

ସଂଶୋଧନ – ୧୯୯୬

ଧାରା -୨୮ର ସଂଶୋଧନ ମୂଳ ଆଇନର ଧାରା ୨୮ର –

  1. ଉପ- ଧାରା (୧-କ) ନିମନ୍ତେ ନିମ୍ନଲିଖିତ ଉପ-ଧାରା ପ୍ରତିସ୍ଥାପିତ ହେବ ।  ଯଥା -
  2. “(୧- କ) କମିଟିର ଜଣେ ସଭାପତି ଏବଂ ଜଣେ ଉପ- ସଭାପତି ରହିବେ ଯାହାର ନିର୍ଦ୍ଧାରିତମତେ ସେପରି କ୍ଷମତା , କର୍ତ୍ତବ୍ୟ ଏବଂ ଦାୟିତ୍ଵ ରହିବ“ ।

  3. ଉପ- ଧାରା -୨ର -
    • ପ୍ରକରଣ (କ) ପ୍ରଥମ ଧାଡି ଏବଂ ଉପ-ପ୍ରକରଣ (I) ନିମନ୍ତେ ନିମ୍ନଲିଖିତମାନ ପ୍ରତିସ୍ଥାପିତ ହେବ  ।  ଯଥା -

    ସଭ୍ୟମାନଙ୍କ ବ୍ୟତୀତ ଏକ ସମିତିର କମିଟି, ଧାରା ୨୮ର (୩-ଖ) ଉପ-ଧାରା ଏବଂ ଧାରା ୩୧ର ଉପ- ଧାରା (୧) ଅନୁଯାୟୀ ନିମ୍ନଲିଖିତମାନଙ୍କୁ ନେଇ ଗଣ୍ୟ ଅଥବା ମନୋନୀତ ତଥା ଗଠିତ ହେବ । ଯଥା –

    ସଭାପତି ଏବଂ ଉପ- ସଭାପତିଙ୍କ ସମେତ ଶୀର୍ଷ ସମିତି କ୍ଷେତ୍ରରେ ୨୧ ଜଣ ସଭ୍ୟ ଏବଂ ଏକ କେନ୍ଦ୍ରୀୟ ସମିତିର କ୍ଷେତ୍ରରେ ୧୫ ଜଣ ସଭ୍ୟ, ଏବଂ

  4. ପ୍ରକରଣ (ଙ) ପରେ ନିମ୍ନଲିଖିତ ପ୍ରକରଣ ସନ୍ନିବିଷ୍ଟ ହେବ । ଯଥା  -
    • (ଙ – ୧)ଏକ କେନ୍ଦ୍ରୀୟ ସମିତି କ୍ଷେତ୍ରରେ ଅନୁସୂଚିତ ଜାତି ଏବେ ଅନୁସୂଚିତ ଉପଜାତି ପ୍ରତ୍ୟେକରୁ ୩ ଜଣ ସଭ୍ୟ ଅନ୍ୟାନ୍ୟ ପଛୁଆ ବର୍ଗରୁ ୪ ଜଣ ସଭ୍ୟ ଏବଂ ଅନ୍ୟାନ୍ୟ ଶ୍ରେଣୀରୁ ୫ ଜଣ ସଭ୍ୟ ରହିବେ   ।  ଯେ ଯାହା ହେଉନା କାହିଁକି ଉପରୋକ୍ତ ପ୍ରତ୍ୟେକ ଅନୁସୂଚିତ ଜାତି ଅନୁସୂଚିତ ଉପ- ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ସଭ୍ୟମାନଙ୍କ ମଧ୍ୟରେ ଜଣେ ମହିଳା ସଭ୍ୟ ରହିବେ ଏବଂ ଅନ୍ୟାନ୍ୟ ଶ୍ରେଣୀରୁ ଦୁଇଜଣ ମହିଳା ସଭ୍ୟ ରହିବେ   ।
    • (ଙ – ୨) ଏକ ଶୀର୍ଷ ସମିତି କ୍ଷେତ୍ରରେ ଅନୁସୂଚିତ ଜାତିରୁ ୪ ଜଣ ସଭ୍ୟ , ଅନୁସୂଚିତ ଉପ- ଜାତିରୁ ୫ ଜଣ ସଭ୍ୟ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଅନ୍ୟାନ୍ୟ ଶ୍ରେଣୀ ପ୍ରତ୍ୟେକରୁ ୬ ଜଣ ସଭ୍ୟ ରହିବେ   ।  ସେ ଯାହା ହେଉନା କାହିଁକି ଉପରୋକ୍ତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଉପ- ଜାତି ପ୍ରତ୍ୟେକରୁ ଜଣେ ମହିଳା ସଭ୍ୟ, ଅନ୍ୟାନ୍ୟ ପଛୁଆ ବର୍ଗରୁ ଦୁଇଜଣ ମହିଳା ସଭ୍ୟ ଏବଂ ଅନ୍ୟାନ୍ୟ ଶ୍ରେଣୀକୁ ୩ ଜଣ ମହିଳା ସଭ୍ୟ ରହିବେ ।
    • ପ୍ରକରଣ (ଚ) ଏବଂ (ଛ) ନିମନ୍ତେ ନିମ୍ନଲିଖିତ ପ୍ରକରଣମାନ ଯଥାକ୍ରମେ ପ୍ରତିସ୍ଥାପିତ ହେବ । ଯଥା  -
    • ଏହି ଉପ- ଧାରାରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ  -
      • କମିଟିର ଅସାନ ସଂଖ୍ୟା ଯଦି ମହିଳାଙ୍କ ନିମନ୍ତେ ସଂରକ୍ଷିତ ହୋଇଥାଏ ତେବେ ଏକ ପ୍ରାଥମିକ, କେନ୍ଦ୍ରୀୟ ଅଥବା ଶୀର୍ଷ ସମିତିର ଯେକୌଣସି ନିର୍ବାଚନରେ ଅପୂର୍ଣ୍ଣ ଥିବା ଅବଶିଷ୍ଟ ଅନୁସୂଚିତ ଜାତି, ଅନୁସୂଚିତ ଉପ-ଜାତି ଅଥବା ଅନ୍ୟାନ୍ୟ ପଛୁଆ ବର୍ଗର ସଭ୍ୟମାନଙ୍କ ପାଇଁ ସମିତିର କମିଟି ସେପରି ସ୍ଥାନ ପୂର୍ଣ୍ଣ କରିବାକୁ ସମିତି ସଭ୍ୟମାନଙ୍କ ମହୀରେ ସେପରି ସହବରଣ କରିବା ଉଦ୍ଦେଶ୍ୟରେ ସେପରି ବର୍ଗ ନିମନ୍ତେ ସଂରକ୍ଷିତ ଅପୂର୍ଣ୍ଣ ସ୍ଥାନ କମିଟିର ଗଠନ ଅଥବା କାର୍ଯ୍ୟକୁ ଅସିଦ୍ଧ କରିବ ନାହିଁ  ଯଦି ଅନ୍ୟାଥା ଏହା କୋରମରେ ଥାଏ ।
      • ସେପରି ପ୍ରତ୍ୟେକ ସହବୃତ୍ତ ସଭ୍ୟଙ୍କ କାର୍ଯ୍ୟକାଳ କମିଟିର ଅନ୍ୟାନ୍ୟ ସଭ୍ୟଙ୍କ ସହିତ ସମାନ ଅଟେ  ।
      • ଯଦି କମିଟିର କୌଣସି ସ୍ଥାନ ମହିଳାଙ୍କ ନିମନ୍ତେ ସଂରକ୍ଷିତ ହୋଇଥାଏ  ତେବେ ଉକ୍ତ ସହବରଣ ନିମନ୍ତେ ଏକ ସମିତିର ସଭ୍ୟପଦରେ ସେପରି ଶ୍ରେଣୀର ଆବଶ୍ୟକୀୟ ସଂଖ୍ୟକ ସଭ୍ୟମାନଙ୍କ ଅପ୍ରାପ୍ତବି କାରଣରୁ ଅନୁସୂଚିତ ଜାତି, ଅନୁସୂଚିତ ଉପ- ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ସଭ୍ୟଙ୍କ ପାଇଁ ରହିଥିବା ଅବଶିଷ୍ଟ ରିକ୍ତ ସ୍ଥାନ ତାହାଫଳରେ ଖାଲି ପଡୁଥିବା ଯେକୌଣସି ରିକ୍ତ ସ୍ଥାନ କମିଟିର ଗଠନ ଅଥବା କାର୍ଯ୍ୟକୁ ଅସିଦ୍ଧ କରିବ ନାହିଁ,  ଯଦିଓ ସେଠାରେ କୋରମ ଥିବ ।
    • ଏହି ଆଇନ, ନିୟମାବଳୀ ଓ ଉପ- ବିଧିରେ ଅନ୍ତବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ , ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ, ୧୯୯୬ ପ୍ରାରମ୍ଭ ତାରିଖ ଠାରୁ ପୂର୍ବରୁ ବିଦ୍ୟମାନ ଥିବା ପ୍ରତ୍ୟେକ କେନ୍ଦ୍ରୀୟ ସମିତି ଏବଂ ଶୀର୍ଷ ସମିତି ର ଉପରୋକ୍ତ ତାରିଖରୁ ବିଘଟିତ ହେବ ଏବଂ ସେପରି ପ୍ରତ୍ୟେକ କମିଟିର ସଭାପତି ଏବଂ ଉପ- ସଭାପତି ଙ୍କ ସମେତ ସଭ୍ୟବୁନ୍ଦ ସେମାନଙ୍କର ତ୍ୟାଗ କରିବାର ମନେ କରାଯିବ ।
    • ଉଲ୍ଲେଖଥାଉକି,  ଓଡିଶା ସମବାୟ ସମିତି (ସଂଶୋଧନ ) ଆଇନ,୧୯୯୬ ପ୍ରାରମ୍ଭ ପୂର୍ବରୁ ଗଠିତ ଏକ ପ୍ରାଥମିକ ସମିତିର କମିଟିର କାର୍ଯ୍ୟପରିଚାଳନା  ଏବଂ କ୍ଷମତା ପ୍ରତି ଏହି ପ୍ରକରଣ ରତ କୌଣସି ବିଷୟବସ୍ତୁ ପ୍ରଭାବ ପକାଇବ ନାହିଁ ଯେପର୍ଯ୍ୟନ୍ତ ଏହା କାର୍ଯ୍ୟ କରୁଥିବ ।

      • ଏପରି ବିଘଟନ ଉତ୍ତାରେ ସମିତିର ପରିଚାଳନା ଭାର ନିବନ୍ଧନଙ୍କ ଉପରେ ନ୍ୟସ୍ତ ରହିବ ଏବଂ ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ,୧୯୯୭ ଦ୍ଵାରା ସଂଶୋଧିତ ଏହି ଆଇନର ବ୍ୟବସ୍ଥାନୁଯାୟୀ କମିଟି ଗଠିତ ହେବା ପର୍ଯ୍ୟନ୍ତ ସମିତିର ବ୍ୟାପାର ପରିଚାଳନା କରିବାକୁ ଅନୁସୂଚିତ ଜାତି, ଅନୁସୂଚିତ ଉପ- ଜାତି, ଅନ୍ୟାନ୍ୟ ପଛୁଆବର୍ଗ ଓ ମହିଳାଙ୍କ ପ୍ରତିନିଧିତ୍ଵ ଜରିଆରେ ଯେତେଦୂର ସମ୍ଭବ ସମିତିର ସଭ୍ୟମାନଙ୍କ ମଧ୍ୟରୁ ନିବନ୍ଧକ ଏକ କମିଟି ମନୋନୀତ କରିବେ ।
      • କମିଟି ଯାହା ଉପ- ପ୍ରକରଣ ଅନୁଯାୟୀ ବିଘଟିତ, ତାହାର ଉପ- ବିଧି ପ୍ରତ୍ୟେକ ସମିତି, ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ, ୧୯୯୬ ଦ୍ଵାରା ସଂଶୋଧିତମତେ ଏହି ଆଇନର ବ୍ୟବସ୍ଥା ସାହି ଅନୁବର୍ତ୍ତନ ଆଣିବାକୁ ବା ଅନ୍ତରୂପତା ଆଣିବାକୁ ତାହାର ଉପ- ବିଧିକୁ ସଂଶୋଧିତ କରିବେ ଏବଂ ତାହାର କମିଟି ବିଘଟିତ ହେବା ତାରିଖରୁ 6 ମାସ ମଧ୍ୟରେ କମିଟିକୁ ପୁନର୍ଗଠନ  କରିବେ ।
      • ଉପ- ପ୍ରକରଣ (iii) ଉଲ୍ଲିଖିତ ପ୍ରକାରେ ଯଦି ସମିତି ତାହାର ଉପ- ବିଧିକୁ ସଂଶୋଧନ କରିବାକୁ ଏବଂ ଉଲ୍ଲିଖିତ ସମୟ ମଧ୍ୟରେ କମିଟି ପୁନର୍ଗଠନ କରିବାକୁ ଅସଫଳ ହୁଅନ୍ତି , ନିବନ୍ଧନ ଉପରୋକ୍ତମତେ ଉଲ୍ଲେଖିତ ସମୟର ଅବସାନ ହେବା ତାରିଖ ପରେ ୬ ମାସ ମଧ୍ୟରେ ସେପରି କୌଣସି ସଂଶୋଧନ କରିବେ ଏବଂ କମିଟି ପୁନର୍ଗଠନ କରିବେ । (ସଂଖ୍ୟା ୯୩୯୮/ଲେଜିସ,  ତା ୨୨.୦୪.୧୯୯୬)

ଆଧାର – ଦ ଲ ହାଉସ

Last Modified : 7/17/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate