অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବିଧା

ବିବିଧା

  1. ବକେୟାର ଆଦାୟ ନିମନ୍ତେ ସୀମାବଦ୍ଧତା କିମ୍ବା ତମାଦି ଏବଂ ଖିଲାପ କ୍ଷେତ୍ରରେ, ସୁଧ ପ୍ରଦାନ
  2. ଆଇନ ଏବଂ ତତ୍ ସଂକ୍ରାନ୍ତୀୟ ନିୟମାବଳୀ ଅନୁଯାୟୀ ପ୍ରାପ୍ୟକୁ ବକେୟା ଭୂ- ଖଜଣା ଭାବେ ଆଦାୟ
  3. ରାଜସ୍ୱ ବୋର୍ଡ ସବ- ଡେପୁଟି କଲେକ୍ଟର ପାହ୍ୟାରୁ ନ୍ୟୁନ ହୋଇନଥିବା ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀଙ୍କୁ, କଲେକ୍ଟରଙ୍କ କ୍ଷମତାରେ ନ୍ୟସ୍ତ
  4. କଲେକ୍ଟର, କ୍ଷମତା ପ୍ରଦାନ
  5. ପର୍ଯ୍ୟବେକ୍ଷଣ ଇତ୍ୟାଦି କାର୍ଯ୍ୟ ନିମନ୍ତେ ଜମିରେ ପ୍ରବେଶ କରିବା କ୍ଷମତା
  6. ନଥିପତ୍ର ଏବଂ ଦଲିଲ ଉପସ୍ଥାପନାକୁ ବାଧ୍ୟ କରିବା ଏବଂ ସାକ୍ଷୀମାନଙ୍କର ଉପସ୍ଥିତିକୁ ବଳବତ୍ତର କ୍ଷମତା
  7. ଅପିଲ
  8. ରାଜସ୍ୱ ବୋର୍ଡ ଦ୍ଵାରା ରିଭିଜନର କ୍ଷମତା
  9. ଆଇନ ଅନୁଯାୟୀ ଗ୍ରହଣ କରାଯାଇଥିବା କାର୍ଯ୍ୟର ସୁରକ୍ଷା
  10. ନିୟମାବଳୀୟ ପ୍ରଣୟନ କରିବା କ୍ଷମତା
  11. କ୍ଳିଷ୍ଟତା ଅପସାରନ କ୍ଷମତା
  12. ସୂଚୀ

ବକେୟାର ଆଦାୟ ନିମନ୍ତେ ସୀମାବଦ୍ଧତା କିମ୍ବା ତମାଦି ଏବଂ ଖିଲାପ କ୍ଷେତ୍ରରେ, ସୁଧ ପ୍ରଦାନ

ଯଦି ସେସର କୌଣସି କିସ୍ତି କିମ୍ବା ତାର ଅଂଶ, ଯାହାକି ସରକାର କିମ୍ବା ମଧ୍ୟସ୍ଥଙ୍କୁ  ଦେୟ ଅଟେ, ଏବଂ ତାହା ପ୍ରାପ୍ୟ ତାରିଖରୁ ପନ୍ଦରଦିନ ମଧ୍ୟରେ ପ୍ରଦାନ କରାନଯାଏ, ସେପରିସ୍ଥଳେ, ଏପରି କିସ୍ତିର ଅର୍ଥ କିମ୍ବା ତାର ଅଂଶ ସହିତ, ବାର୍ଷିକ [ ବାର ପ୍ରତିଶତ ହାରରେ ସୁଧ ସହିତ ଏବଂ ଏପରି କିସ୍ତି ପ୍ରାପ୍ୟ ତାରିଖରୁ ତାହା ଗଣନା କରାଯାଇ ଆଦାୟ କିମ୍ବା ଉଦ୍ଧାର କରାଯିବ ଖର୍ଚ୍ଚ ସହିତ ନିମ୍ନ ସମୟ ସୀମା ମଧ୍ୟରେ ଆଦାୟ କରାଯିବ :-

  • ଏହା ପ୍ରାପ୍ୟ ହେବା ପରେ, ତିନି ବର୍ଷ ମଧ୍ୟରେ, ଯଦି ତାହା କୌଣସି ମଧ୍ୟସ୍ଥଙ୍କୁ ଦେୟ ହୋଇଥାଏ, ଏବଂ
  • ଏହା ପ୍ରାପ୍ୟ ହେବା ପରେ, ଦଶବର୍ଷ ମଧ୍ୟରେ, ଯଦି ତାହା ସରକାରଙ୍କୁ ଦେୟ ହୋଇଥାଏ  ।

ଆଇନ ଏବଂ ତତ୍ ସଂକ୍ରାନ୍ତୀୟ ନିୟମାବଳୀ ଅନୁଯାୟୀ ପ୍ରାପ୍ୟକୁ ବକେୟା ଭୂ- ଖଜଣା ଭାବେ ଆଦାୟ

ଏହି ଆଇନ କିମ୍ବା ତତ ସଂକ୍ରାନ୍ତୀୟ ନିୟମାବଳୀର ବ୍ୟବସ୍ଥାବଳୀ ଅନୁଯାୟୀ, ସରକାରଙ୍କ ଦ୍ଵାରା ପ୍ରାପ୍ୟ ସେସର କୌଣସି ବକେୟା ଅର୍ଥରାଶି, ସେଥି ନିମନ୍ତେ ହୋଇଥିବା ଖର୍ଚ୍ଚ, କୌଣସି ଦେୟ ସୁଧ କିମ୍ବା ଶୁଳ୍କ ଜାରି କରାଯାଇଥିବା କୌଣସି ସୂଚନା, ଧାର୍ଯ୍ୟ କରାଯାଇଥିବା କୌଣସି ଜୋରିମାନା କିମ୍ବା ଅନ୍ୟ କୌଣସି ଅର୍ଥରାସୀକୁ, ବକେୟା ଭୂ- ରାଜସ୍ୱ ଭାବେ ଆଦାୟ କରାଯିବ ।

ଟିପ୍ପଣୀ

ଖଣିଜ ଦ୍ରବ୍ୟ (ବୈଧତା) ଅଧ୍ୟାଦେଶ (୧୯୯୨) ଉପରେ , ସେସ ଏବଂ ଅନ୍ୟ କରର ଆଦାୟ – କୌଣସି ପୂର୍ବ ସର୍ତ୍ତକୁ , ଏକ ବାଧ୍ୟତାମୂଳକ ପଦକ୍ଷେପ ଭାବେ ବ୍ୟାଖ୍ୟା କରାଯିବ , ଯାହାକି ପ୍ରତିବନ୍ଧକ କିମ୍ବା ନିଷେଧିତ ଅଟେ   ।

ରାଜସ୍ୱ ବୋର୍ଡ ସବ- ଡେପୁଟି କଲେକ୍ଟର ପାହ୍ୟାରୁ ନ୍ୟୁନ ହୋଇନଥିବା ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀଙ୍କୁ, କଲେକ୍ଟରଙ୍କ କ୍ଷମତାରେ ନ୍ୟସ୍ତ

ରାଜସ୍ୱ ବୋର୍ଡ,  ଯେକୌଣସି ସମୟରେ ସବ –ଡେପୁଡି କଲେକ୍ଟର ପାହ୍ୟାରୁ ନ୍ୟୁନ ହୋଇନଥିବା କୌଣସି ଉଚ୍ଚକର୍ମଚାରୀ କିମ୍ବା ଅଧିକାରୀଙ୍କୁ, ଏହି ଆଇନ କିମ୍ବା ତତସଂକ୍ରାନ୍ତିୟ ନିୟମାବଳୀ ଅନୁଯାୟୀ କଲେକ୍ଟରଙ୍କ କ୍ଷମତା ନ୍ୟସ୍ତ କରିପାରନ୍ତି, ଯାହାକି ଜିଲ୍ଲା କଲେକ୍ଟରଙ୍କ ନିୟନ୍ତ୍ରଣ ଏବଂ ତତ୍ତ୍ଵାବଧାନରେ କିମ୍ବା ଏପରି ନିୟନ୍ତ୍ରଣ ଏବଂ ତତ୍ତ୍ବାବଢାଣର ସ୍ଵାଧୀନତାରେ ପରି ଅଧିକାରୀଙ୍କ ଦ୍ଵାର ପରିଚାଳନା କରାଯିବ, ଯେପରି ରାଜସ୍ୱ- ବୋର୍ଡ ନିର୍ଦ୍ଦେଶ ଦେବେ ।

କଲେକ୍ଟର, କ୍ଷମତା ପ୍ରଦାନ

ରାଜସ୍ୱ ବୋର୍ଡଙ୍କ ମଞ୍ଜୁରୀ ସହିତ, କଲେକ୍ଟର, ତାଙ୍କର ସମସ୍ତ କିମ୍ବା କୌଣସି କ୍ଷମତାକୁ, ଏହି ଆଇନ କିମ୍ବା ତତ ସଙ୍କ୍ରାନ୍ତିୟ ନିୟମାବଳୀ, ଅନୁଯାୟୀ, ତାଙ୍କର ନିୟନ୍ତ୍ରଣ ଏବଂ ତତ୍ବାବଧାନ ଅଧୀନରେ ପରିଚାଳନା କରିବା ନିମନ୍ତେ କୌଣସି ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀଙ୍କୁ ପ୍ରଦାନ କରିପାରନ୍ତି, ଯେକି ସବ- ଡେପୁଟି କଲେକ୍ଟର ପାହ୍ୟାକୁ ନ୍ୟୁନ ହୋଇନଥିବେ ।

ପର୍ଯ୍ୟବେକ୍ଷଣ ଇତ୍ୟାଦି କାର୍ଯ୍ୟ ନିମନ୍ତେ ଜମିରେ ପ୍ରବେଶ କରିବା କ୍ଷମତା

କଲେକ୍ଟର କିମ୍ବା ଏହି ଆଇନ ଅନୁଯାୟୀ, କୌଣସି କଲେକ୍ଟରଙ୍କ କ୍ଷମତା ପରିଚାଳନା କରୁଥିବା କୌଣସି ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀ, ତତ ସଂକ୍ରାନ୍ତୀୟ ନିୟମାବଳୀର ନିୟନ୍ତ୍ରଣାଧିନରେ, ଯେକୌଣସି ଜମିରେ, ମାତ୍ର କୌଣସି ବାସଗୃହରେ ନୁହେଁ, ଏପରି ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀ କିମ୍ବା ଅନ୍ୟ  ବ୍ୟକ୍ତିମାନଙ୍କ ସହ ପ୍ରବେଶ କରିବେ, ଯେପରି ସେ ଆବଶ୍ୟକ ମନେ କରନ୍ତି  ଏବଂ ତାହା ପର୍ଯ୍ୟବେକ୍ଷଣ କରିବେ କିମ୍ବା ତାର ମାପଚୁପ ନେବେ କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିବେ, ଯାହାକି ଏହି ଆଇନ ଅନୁଯାୟୀ ତାଙ୍କର , କୌଣସି କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ ବୋଲି ସେ ବିବେଚନା କରନ୍ତି  ।

ନଥିପତ୍ର ଏବଂ ଦଲିଲ ଉପସ୍ଥାପନାକୁ ବାଧ୍ୟ କରିବା ଏବଂ ସାକ୍ଷୀମାନଙ୍କର ଉପସ୍ଥିତିକୁ ବଳବତ୍ତର କ୍ଷମତା

ଏହି ଆଇନ ଏବଂ ତତ ସଂକ୍ରାନ୍ତୀୟ ନିୟମାବଳୀର ନିୟନ୍ତ୍ରଣାଧିନରେ କାର୍ଯ୍ୟାନୁଷ୍ଠାନ କରୁଥିବା କୌଣସି ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀ କିମ୍ବା ଏହି ଆଇନ କିମ୍ବା ତତ ସଂକ୍ରାନ୍ତୟ ନିୟମାବଳୀ ଅନୁଯାୟୀ ତଦନ୍ତ କରୁଥିବା ଏପରି ଅଧିକାରୀଙ୍କର, ଦେୱାନୀ କାର୍ଯ୍ୟବିଧି ସଂହିତା (5/1908) ର କ୍ଷମତା ରହିବ, ଯାହା ଫଳରେ ସେ ସାକ୍ଷୀମାନଙ୍କର ଉପସ୍ଥିତିକୁ ବଳବତ୍ତର କରିପାରିବେ, ଦଲିଲ ଉପସ୍ଥାପନାକୁ ବାଧ୍ୟ କରିପାରିବେ ଏବଂ ଶପଥ ପାଠ ଉପରେ ସାକ୍ଷୀମାନଙ୍କୁ ପରୀକ୍ଷା କରିପାରିବେ ଏବଂ ଏପରି ଅଧିକାରୀ ତାଙ୍କ ଦ୍ଵାରା ଗୃହିତ ସାକ୍ଷର ସାରାଂଶକୁ ନଥିଭୁକ୍ତ କରିବେ ।

ଅପିଲ

  1. ଦଫା 9- “କ” ଅନୁଯାୟୀ, କଲେକ୍ଟରଙ୍କ ଦ୍ଵାରା ପ୍ରଦତ୍ତ କୌଣସି ଆଦେଶ ଦ୍ଵାରା ବ୍ୟଥିତ କୌଣସି ବ୍ୟକ୍ତି ଦ୍ଵାରା କୌଣସି ଅପିଲ, ଯଦି ଏପରି ଆଦେଶର ତିରିଶ ଦିନ ମଧ୍ୟରେ ପ୍ରଦାନ କରାଯାଏ । ତା ହେଲେ ତାହା ନିମ୍ନ ଅଧିକାରୀନାକ ନିକଟରେ ଦାଖଲ କରାଯିବ ।
    • ଜିଲ୍ଲା କଲେକ୍ଟର ନିକଟରେ, ଯେତେବେଳେ ଏପରି ଆଦେଶ ଏପରି କଲେକ୍ଟରଙ୍କ ତଳ କିମ୍ବା ନିମ୍ନ ସ୍ତରର କୌଣସି ଅଧିକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ,  କିମ୍ବା
    • କର୍ତ୍ତୃତ୍ଵ ଥିବା ରାଜସ୍ୱ ଡିଭିଜନାଲ କମିଶନରଙ୍କ ନିକଟରେ ଯେତେବେଳେ ଏହା କୌଣସି ଜିଲ୍ଲା କଲେକ୍ଟରଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ   -
  2. ଦଫା 9 ଅନୁଯାୟୀ, କୌଣସି କାର୍ଯ୍ୟାନୁଷ୍ଠାନରେ ସେସର ଆକଳନ କିମ୍ବା କୌଣସି ଆଦେଶ ଦ୍ଵାରା ବ୍ୟଥିତ କୌଣସି ଅପିଲ ଯଦି ଆଦେଶର ତିରିଶଦିନ ମଧ୍ୟରେ ଦାଖଲ କରାଯାଏ, ସେପରି ସ୍ଥଳେ ଏପରି ଅପିଲ ଧାର୍ଯ୍ୟ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ  ।
  3. ଏହି ଦଫା ଅନୁଯାୟୀ ଦାଖଲ କରାଯାଇଥିବା ଅପିଲ , ଧାର୍ଯ୍ୟ ପଦ୍ଧତିରେ ଶୁଣାଣୀ ଏବଂ ଫଇସଲା କରାଯିବ  ।

ରାଜସ୍ୱ ବୋର୍ଡ ଦ୍ଵାରା ରିଭିଜନର କ୍ଷମତା

ରାଜସ୍ୱ ବୋର୍ଡ, ନିଜ ମନକୁ ମନ କିମ୍ବା ଆବେଦନପତ୍ର ଉପରେ, ନଥି ଆହ୍ଵାନ କରିପାରନ୍ତି ଏବଂ ସଂପୃକ୍ତ ପକ୍ଷକୁ ଶୁଣାଣୀର ସୁଯୋଗ ପ୍ରଦାନକରି, ଏହି ଆଇନ କିମ୍ବା ତତ ସଂକ୍ରାନ୍ତିୟ ନିୟମାବଳୀ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶକୁ ସଂଶୋଧନ କରିପାରନ୍ତି  ।

ସ୍ପଷ୍ଟିକରଣ

ଦଫା 8 ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶ ଅନୁଯାୟୀ ସେସର ଆକଳନ ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ପ୍ରତି, ଏହି ଦଫାର କୌଣସି ବ୍ୟବସ୍ଥାଲାଗୁ ହେବ ନାହିଁ   ।

ଆଇନ ଅନୁଯାୟୀ ଗ୍ରହଣ କରାଯାଇଥିବା କାର୍ଯ୍ୟର ସୁରକ୍ଷା

  • ଏହି ଆଇନ କିମ୍ବା ତତ ସଂକ୍ରାନ୍ତିୟ ନିୟମାବଳୀ ଅନୁଯାୟୀ, ଉତ୍ତମ ବିଶ୍ଵାସରେ କରାଯାଇଥିବା କୌଣସି କାର୍ଯ୍ୟ ନିମନ୍ତେ, କୌଣସି ବ୍ୟକ୍ତି ବିରୁଦ୍ଧରେ, କୌଣସି ମୋକଦ୍ଦମା କିମ୍ବା ଅନ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ ।
  • ଏହି ଆଇନ କିମ୍ବା ତତ ସଂକ୍ରାନ୍ତିୟ ନିୟମାବଳୀର କୌଣସି ବ୍ୟବସ୍ଥାବଳୀ ଦ୍ଵାରା ଘଟିଥିବା କୌଣସି ଘଟିଥିବା କ୍ଷତି କିମ୍ବା ଘଟିବାକୁ କିମ୍ବା ଘଟିବାର ସମ୍ଭାବନା ଥିବା କ୍ଷତି କିମ୍ବା ଲାଭ କରାଯାଇଥିବା କୌଣସି କ୍ଷତି ନିମନ୍ତେ, ସରକାରଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା କିମ୍ବା ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ, ଯାହାକି ଉତ୍ତମ ବିଶ୍ଵାସରେ କରାଯାଇଥାଏ।

ନିୟମାବଳୀୟ ପ୍ରଣୟନ କରିବା କ୍ଷମତା

  • ସରକାର, ପୂର୍ବ ପ୍ରକାଶନ ପରେ, ଏହି ଆଇନର ସମସ୍ତ କିମ୍ବା ଯେ କୌଣସି ଉଦ୍ଦେଶ୍ୟ ପରିପାଳନ କରିବା ନିମନ୍ତେ, ନିୟମାବଳୀ ପ୍ରଣୟନ କରିପାରନ୍ତି   ।
  • ନିର୍ଦ୍ଧିଷ୍ଟ ଭାବେ ଏବଂ ପୂର୍ବ ବର୍ତ୍ତୀ କ୍ଷମତାର ସାଧାରଣତ୍ଵରେ କୌଣସି ଆଞ୍ଚ କିମ୍ବା କ୍ଷତି ନ ଘଟାଇ, ଏହି ଆଇନ ଦ୍ଵାରା ସ୍ପଷ୍ଟଭାବେ ଆବଶ୍ୟକ କିମ୍ବା ଅନୁମୋଦିତ ସମସ୍ତ କିମ୍ବା ଯେକୌଣସି ବିଷୟ ସମ୍ବନ୍ଧରେ , ସେମାନେ ନିୟମାବଳୀ ପ୍ରଣୟନ କରିପାରନ୍ତି   ।
  • ଏହି ଦଫା ଅନୁଯାୟୀ, ନିୟମାବଳୀ ପ୍ରଣୟନ କରିବାରେ, ସରକାର ବ୍ୟବସ୍ଥାୟିତ କରିପାରନ୍ତି ଯେ, ଏହି ନିୟମାବଳୀର କୌଣସି ଉଲ୍ଲାଙ୍ଘନ, ଏକ ଅପରାଧ ହେବ, ଯାହାକି ଜୋରିମାନାରେ ଦଣ୍ଡନୀୟ ହେବ, ଏବଂ ଯାହାକି ଦୁଇଶହ ପଚାଶ ଟଙ୍କାରୁ ପରିବର୍ଦ୍ଧନ କରାଯାଇପାରେ ।

କ୍ଳିଷ୍ଟତା ଅପସାରନ କ୍ଷମତା

ଯଦି ଏହି ଆଇନର ବ୍ୟବସ୍ଥାବଳୀକୁ କାର୍ଯ୍ୟକାରୀ କରିବାରେ କୌଣସି ସନ୍ଦେହ କିମ୍ବା କ୍ଳିଷ୍ଟତା ଉଦ୍ରେକ ହୁଏ, ସେପରିସ୍ଥଳେ ସରକାର, ଯେପରି ପରିସ୍ଥିତି ଆବଶ୍ୟକରେ ଆଦେଶ ଦ୍ଵାରା, ଏପରି କାର୍ଯ୍ୟ କରିବେ, ଯାହାକି ଏହି ଆଇନ କିମ୍ବା ତତ ସଂକ୍ରାନ୍ତିୟ ନିୟମାବଳୀ ଶହ ଅସଙ୍ଗତ ହୋଇନଥିବ, ଯାହାକି ଏପରି ସନ୍ଦେହ କିମ୍ବା କ୍ଲେଶ ଅପସାରଣ କରିବା ନିମନ୍ତେ ଆବଶ୍ୟକ ଅଟେ  ।

ସୂଚୀ

ରଦ୍ଦିକୃତ ଆଇନ [ଦଫା 2 ଦ୍ରଷ୍ଟବ୍ୟ]

ସଂଖ୍ୟା ଏବଂ ବର୍ଷ

ସଂକ୍ଷିପ୍ତ ଆଖ୍ୟା

ରଦ୍ଦିକରଣର ପରିମାଣ

1

2

3

ଜଙ୍ଗଲ ଆଇନ ୯/୧୮୦୦

ସେସ ଆଇନ ୧୮୮୦

ସଂପୂର୍ଣ୍ଣ ଭାବେ

ଓଡିଶା ନିୟମିତ କରଣ

ଅନୁଗୁଳ ନିମିତକରଣ

ଦଫା ୫୪-“କ”

୧୯୮୪ ର ଆଦେଶ

ଓଡିଶା ରାଜ୍ୟ ପ୍ରଶାସନିକ ଆଦେଶ ୧୯୪୮

ପାରାଗ୍ରାଫ -୧୧, ଯେତେଦୂର ପର୍ଯ୍ୟନ୍ତ ଏହା, ଏହି ଆଇନର ବ୍ୟବସ୍ଥାବଳୀ ପ୍ରତି ବିପରୀତ ଅଟେ   ।

୧୯୪୯ ର ଆଦେଶ

ମୟୂରଭଞ୍ଜ ରାଜ୍ୟର ପ୍ରଶାସନିକ ଆଦେଶ ୧୯୪୯

ପାରଗ୍ରାଫ ୧୨ ,  ଯେତେଦୂର ପର୍ଯ୍ୟନ୍ତ ଏହା,  ଏହି ଆଇନର ବ୍ୟବସ୍ଥାବଳୀ ପ୍ରତି ବିପରୀତ ଅଟେ   ।

ଓଡିଶା ଆଇନ ୭/୧୯୬୦

ଓଡିଶା ପଞ୍ଚାଯତ ସମିତି ଏବଂ ଜିଲ୍ଲା ପରିଷଦ ଆଇନ ୧୯୫୯

ଦଫା ୫୮-“ କ”

ବୈଧତା :

  • କୌଣସି ନ୍ୟାୟାଳୟର କୌଣସି ରାଏ, ଡିକ୍ରି କିମ୍ବା ଆଦେଶ ସତ୍ତ୍ୱେ ,  ୧୯୯୧ ମସିହା ଅପ୍ରେଲ ୫ ତାରିଖରେ କିମ୍ବା ପରେ ଏବଂ ଏହି ଦଫା ପ୍ରଚାଳନ ପୂର୍ବରୁ ମୂଳ ଆଇନ ଅନୁଯାୟୀ, ଗ୍ରହଣ ଅକରାଯାଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ, ପ୍ରଣୀତ ନିୟମାବଳୀ, ନିର୍ଗମ କରାଯାଇଥିବା ବିଜ୍ଞପ୍ତି କିମ୍ବା ଗ୍ରହଣ କରାଯିବା, ପ୍ରଣୀତ କରାଯିବା କିମ୍ବା ନିର୍ଗମ କରାଯିବା  ନିମନ୍ତେ ଉଦ୍ଦେଶିତ ଏବଂ ଆଦାୟ କରାଯାଇଥିବା ସେସ୍ , ବୈଧଭାବେ ଗ୍ରହଣ କରାଯାଇଛି, ପ୍ରଣୟନ କରାଯାଇଛି କିମ୍ବା ଆଦାୟ କରାଯାଇଛି ବୋଲି ଧରାଯାଏ ।  ଯେପରିକି ମୂଳ ଆଇନର ଦଫା ୩,୫,୬ ଏବଂ ଯେପରି ଭାବେ ଏହି ଆଇନ ଦ୍ୱ୍ରା ସଂଶୋଧିତ, ସମସ୍ତ ଉପାଦେୟ ସମୟରେ ବଳବତ୍ତର ଥିଲା, ଯେତେବେଳେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, କାର୍ଯ୍ୟ କରାଯାଇଥିଲା ନିୟମ ପ୍ରଣୟନ କରାଯାଇଥିଲା ବିଜ୍ଞପ୍ତି ନିର୍ଗମ କରାଯାଇଥିଲା କିମ୍ବା ସେସ ଆଦାୟ କରାଯାଇଥିଲା ଏବଂ ମୂଳ ଆଇନ ଅନୁଯାୟୀ ଆଦାୟ କରାଯାଇଥିବା ସେସର ଫେରସ୍ତି ନିମନ୍ତେ, କୌଣସି ନ୍ୟାୟଳୟରେ, କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ   ।
  • ସନ୍ଦେହର ଅପସାରଣ ନିମନ୍ତେ , ଏତତ ଦ୍ଵାରା ଘୋଷଣା କରାଯାଇଛି  ଯେ ଉପ-ଦଫା (୧)ରେ ଧାରିତ କୌଣସି ବ୍ୟବସ୍ଥା , ଏହି ଆଇନ ଦ୍ଵାରା ସଂଶୋଧିତ , ମୂଳ ଆଇନ ଅନୁଯାୟୀ , ତାଙ୍କ ଠାରୁ ପ୍ରାପ୍ୟ ଅର୍ଥ ରାଶିଠାରୁ ତାଙ୍କ ଦ୍ଵାରା ସେସ୍ ବାବଦରେ ପ୍ରଦାନ କରାଯାଇଥିବା ଅଧିକ ଅର୍ଥ ରାଶିର ଫେରସ୍ତି ଦାବି କରିବାରେ କୋଣସି ବ୍ୟକ୍ତିଙ୍କୁ ପ୍ରତିବନ୍ଧିତ କରେ ବୋଲି ବାଖ୍ୟା କରାଯିବ ନାହିଁ  ।

ଟିପ୍ପଣୀ

ବିଜ୍ଞପ୍ତି ସଂଖ୍ୟା ୪୦୮୭୭-୪୦-୫/୯୪ – ଆର – ଓଡିଶା ସେସ୍ (ସଂଶୋଧନ) ଆଇନ,  ୧୯୯୪ (ଓଡିଶା ଆଇନ ୧୦/୧୯୯୪) ର ଦଫା ୫ ର ଉପ-ଦଫା (୨) ଏବଂ ଦଫା ୧ ର ଉପଦଫା (୨) ଦ୍ଵାରା ପ୍ରଦତ୍ତ କ୍ଷମତାର ପରିଚାଳନାରେ, ରାଜ୍ୟ, ସରକାର ୧୯୯୪ ମସିହା ଅପ୍ରେଲ ୧ ତାରିଖକୁ ସେହି ଦିନ ଭାବେ ଧାର୍ଯ୍ୟ କରୁଛନ୍ତି, ଯେବେ ଉକ୍ତ ଆଇନର ଦଫା ୨, ଦଫା ୩ ର ଧାରା (୨), ଦଫା ୧୨, ବଳବତ୍ତର ହେବ ।

ଆଧାର - "ଓୟୁଏଟି"

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate