ଉପକ୍ରମ
ଓଡିଶା” ହୋଲିଡିଙ୍ଗ “ ଗୁଡିକର ଏକତ୍ରୀକରଣ
କିମ୍ବା ଦୃଢୀକରଣ ଏବଂ ଜମିର ବିଭକ୍ତିକରଣ
କିମ୍ବା ବିଭାଜନ ନିରୋଧ ଆଇନ ,୧୯୭୨
(ଓଡିଶା ଆଇନ,୨୧/୧୯୭୦)
(ରାଷ୍ଟ୍ରପତିଙ୍କ ଦ୍ଵାରା ୧୯୭୨ ମସିହା ନଭେମ୍ବର ୩୦ ତାରିଖରେ ସମ୍ମତି ଲାଭ କଲା)
(ଯେପରିଭାବେ ଓଡିଶା ଆଇନ ସଂଖ୍ୟା ୨/୧୯୮୯ ଦ୍ଵାରା ସଂଶୋଧିତ)
ଓଡିଶା ରାଜ୍ୟରେ କୃଷିର ଉନ୍ନତି ନିମନ୍ତେ, ଜମି ବିଭକ୍ତିକରଣ କିମ୍ବା ବିଭାଜନର ନିରୋଧ କିମ୍ବା ପ୍ରତିରୋଧ ଏବଂ “ ହୋଲଡିଙ୍ଗ” ଗୁଡିକର ଏକତ୍ରୀକରଣକୁ ବ୍ୟବସ୍ଥାୟୀତ କରିବା ନିମନ୍ତେ , ଏକ ଆଇନ ,
ଭାରତୀୟ ଗଣତନ୍ତ୍ରର ତେଇଶତମ ବର୍ଷରେ,ଓଡିଶା ରାଜ୍ୟ ବିଧାନ ପରିଷଦ ଦ୍ଵାରା ଏହା ନିମ୍ନଭାବେ ଆଇନରେ ପରିଣତ ହେଲା ।
ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ
ଦେଶରେ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ , କୌଶଳ ପ୍ରସଙ୍ଗରେ ଏବଂ ତଦ ଅନୁଯାୟୀ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ , ବିକ୍ଷିପ୍ତ ହୋଇ ପଡିଥିବା ହୋଲଡିଙ୍ଗ ଗୁଡିକୁ ଏକତ୍ରୀକରଣ କରିବା ଏବଂ ବିଭାଜିତ “ ହୋଲଡିଙ୍ଗ” ଗୁଡିକୁ ଏକତ୍ରୀକରଣ କରି , ତାହା ବିଭିନ୍ନ ଜମିମାଲିକଙ୍କ ମଧ୍ୟରେ ଆବଣ୍ଟନ କିମ୍ବା ବ୍ୟବସ୍ଥାୟିତ କରିବା ନିମନ୍ତେ ଏକ ଆଇନ ପ୍ରଣୟନର ଆବଶ୍ୟକତା ଅଛି ବୋଲି ବିବେଚନା କରାଗଲା , ଯାହାଫଳରେ ସେଗୁଡିକ ଏକତ୍ରୀକରଣ ରହିପାରିବ ଏବଂ ଭବିଷ୍ୟତରେ “ ହୋଲଡିଙ୍ଗ” ର ବିଭାଜନ କିମ୍ବା ବିଭକ୍ତିକରଣ ବିରୁଦ୍ଧରେ ବ୍ୟବସ୍ଥା କରାଯାଇପାରିବ । ଏହା ଅର୍ଥ ନୈତିକ କୃଷିକାର୍ଯ୍ୟ ଏବଂ କୃଷିରେ ଉନ୍ନତ ଧାନର ଯନ୍ତ୍ରପାତିର ପ୍ରୟୋଗରେ ସହାୟତା କରିବ, ଯାହା କୃଷିର ଉନ୍ନତି ଏବଂ କୃଷି ଉତ୍ପାଦନର ବୃଦ୍ଧି ନିମନ୍ତେ ଆବଶ୍ୟକ ଅଟେ ।
ଆଧାର- ଦି ଲ ହାଉସ