ଜଣେ ଦୋଷୀଙ୍କୁ ପୋଲିସ୍ ଅଥବା ଆରେଷ୍ଟ୍ କରିବାର କ୍ଷମତା ଥିବା ଅନ୍ୟ ସରକାରୀ କର୍ମଚାରୀ ଅଥମା ମାଜିଷ୍ଟ୍ରେଟ୍ ମାନେ ଆରେଷ୍ଟ କରିଥାନ୍ତି । ପ୍ରଶ୍ନ ଉଠେ ଆପଣ ଉପରୋକ୍ତ ଅଧିକାରୀ ନହୋଇ ଜଣେ ସର୍ବସାଧାରଣ ବ୍ୟକ୍ତି ହିସାବରେ ଜଣେ ଦୋଷୀକୁ ଆରେଷ୍ଟ୍ କରିପାରିବେ କି ? ହଁ ଆପଣ କରିପାରିବେ ।ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୪୩ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଆପଣଙ୍କ ସମ୍ମୁଖରେ ପୋଲିସ୍ ଧର୍ତ୍ତବ୍ୟ ଅପରାଧ ଓ ଜାମିନ୍ ଅଯୋଗ୍ୟ ଦୋଷ କରନ୍ତି, ଅଥବା ସେ ଜଣେ ଘୋଷିତ ଅପରାଧୀ ହୋଇଥାନ୍ତି, ତେବେ ଆପଣ ତାଙ୍କୁ ବା ଅନ୍ୟମାନଙ୍କ ସାହାଯ୍ୟରେ ଆରେଷ୍ଟ୍ କରିପାରିବେ ।
ଆରେଷ୍ଟ୍ କରିବା ପରେ ଆପଣ ସେହି ଦୋଷୀଙ୍କୁ କୌଣସି ପୋଲିସ୍ ଙ୍କୁ କିମ୍ବା ନିକଟସ୍ଥ ଥାନାରେ ନେଇ ଅର୍ପଣ କରିବେ । ପୋଲିସ୍ ଏହା ପରେ ଦୋଷୀଙ୍କ ସମ୍ପର୍କରେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ କରିବେ । ପୋଲିସ୍ ଧର୍ତ୍ତବ୍ୟ କେଶ୍ ର ତାଲିକା ଭାରତୀୟ ଦଣ୍ଡବିଧି ଆଇନର ପ୍ରଥମ ସିଡ୍ୟୁଲ୍ ରେ ଲେଖାଅଛି, ତେବେ ମାନେ ରଖିବାକୁ ହେବ ଯେ, ସାଧାରଣତଃ ଗୁରୁତର ଅପରାଧ ଗୁଡିକ Cognizable case ଅଟେ ।
ନିଜେ ବା ନିଜର କୌଣସି ଲୋକ ଅଧିକାରୀମାନଙ୍କ ଦ୍ଵାରା ଆରେଷ୍ଟ ହେଉଥିଲେ, ଯଦି କେଶ୍ ଟି ଜାମିନ୍ ଯୋଗ୍ୟ ହୋଇଥାଏ, ତେବେ ମୁଦାଲା ଜାମିନ୍ ପାଇବା ପାଇଁ ହକ୍ ଦାର ଅଟନ୍ତି । ଏହା ଆପଣଙ୍କର ଆଇନ୍ ଗତ ଅଧିକାର । ଏପରି କେଶ୍ ରେ ଆପଣଙ୍କୁ ଜାମିନ୍ ରେ ଛାଡିବା ଆରେଷ୍ଟ୍ କାରୀ ଅଧିକାରୀଙ୍କ କର୍ତ୍ତବ୍ୟ । ଯଦି ଆରେଷ୍ଟକାରୀ ଅଧିକାରୀ ଏପରି କେଶ୍ ରେ ଜାମିନ୍ ଦେଉନାହାଁନ୍ତି, ତେବେ ଆପଣ ଜାମିନ୍ ପାଇଁ ତାଙ୍କ ନିକଟରେ ଦାବି କରିପାରିବେ । ଉକ୍ତ ଅଧିକାରୀ ଆପଣଙ୍କର ଦାବି ପ୍ରତ୍ୟାଖ୍ୟାନ କଲେ ଆପଣ ଉପରିସ୍ଥ ଅଧିକାରୀ ବା ମାଜିଷ୍ଟ୍ରେଟ୍ ଙ୍କୁ ଜଣାଇବେ । ଗୋଟିଏ କଥା ମନେ ରଖିବାକୁ ହେବ ଯେ, ପୋଲିସ୍ ଆପଣଙ୍କୁ କେବଳ ପୋଲିସ୍ ଅଧର୍ତ୍ତବ୍ୟ (Non-cognizable) କେଶ୍ ରେ ଆରେଷ୍ଟ୍ କରିପାରିବେ ନାହିଁ । କିନ୍ତୁ ଯଦି ଆପଣ ପୋଲିସ୍ ସମ୍ମୁଖରେ ଏପରି ଅପରାଧ କରନ୍ତି, ତେବେ ପୋଲିସ୍ ଆପଣଙ୍କୁ ନିଜର ନାମ ବା ଠିକଣା ମାଗିଲେ ତାହା ଆପଣ ତାଙ୍କୁ ଦେବେ । ଆପଣ ଏହା ଦେବାକୁ ମନା କଲେ ଅଥବା ମିଥ୍ୟା ନାମ ବା ଠିକଣା ଦେଉଛନ୍ତି ବୋଲି ଜଣାଗଲେ ପୋଲିସ୍ ଆପଣଙ୍କୁ ମଧ୍ୟ ଆରେଷ୍ଟ୍ କରିପାରିବେ । (ଧାରା ୪୨, ଭାରତୀୟ ଦଣ୍ଡ ବିଧି ଆଇନ୍) ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୧୫୧ ଅନୁଯାୟୀ ଆପଣ କୌଣସି ଧର୍ତ୍ତବ୍ୟ ଅପରାଧ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ପୋଲିସ୍ ଜାଣିଲେ, ପୋଲିସ ମଧ୍ୟ ଆପଣଙ୍କୁ ଆରେଷ୍ଟ୍ କରିପାରିବ ।
ମନେ ରଖନ୍ତୁ ଯେ ଆପଣ ଆପଣଙ୍କ ଲୋକ ଆରେଷ୍ଟ୍ ହେଲେ :-
ଆଧାର – ଓଡ଼ିଶା ଲ ରିଭିଉସ
Last Modified : 6/20/2020