অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିଡ୍ନାପ

କିଡ୍ନାପ ଦୁଇ ପ୍ରକାର

  1. ଭାରତ ବାହାରକୁ ନେବା
  2. ଜଣକୁ ଆଇନ୍ ଗତ ହେପାଜତରୁ ନେବା
    • ଯେକୌଣସି ବୟସର ବ୍ୟକ୍ତିଙ୍କୁ ତାର ଇଚ୍ଛା ବିରୁଦ୍ଧରେ ଅଥବା ଠକା ଠକି କରି ଭାରତ ବାହାର ଦେଶକୁ ନେଲେ ତାହା କିଡ୍ନାପିଙ୍ଗ୍ ଆଉଟ୍ ଅଫ୍ ଇଣ୍ଡିଆ ହୁଏ ।
    • ୧୬ ବୟସରୁ କମ୍ କୌଣସି ପୁରୁଷ ପିଲା ଓ ୧୮ ବୟସରୁ କମ୍ କୌଣସି ଝିଅ ପିଲାଙ୍କୁ ତଥା ଯେକୌଣସି ବୟସର ପାଗଳ ବ୍ୟକ୍ତିଙ୍କୁ ସେମାନଙ୍କ ଆଇନ୍ ସମ୍ମତ ଗାର୍ଡିଆଇନ୍ ଙ୍କ ହେପାଜତରୁ ବିନା ପରାମର୍ଶରେ ନେଲେ ତାହା ହୁଏ ।
    • ୨ ନମ୍ବରରେ ଦିଆଯାଇଥିବା ଘଟଣା ଗୁଡିକ ବ୍ୟତିତ ଅନ୍ୟ ଶାରିରୀକ ଅପରାଧ ପାଇଁ ଆପଣ ଅପରାଧୀଙ୍କ ମୃତ୍ୟୁ ଘଟାଇ ପାରିବେ ନାହିଁ ।

ପେନାଲ୍ କୋର୍ଡର ଧାରା ୧୦୩/୧୦୪/୧୦୫

  1. ସମ୍ପତ୍ତି ଅପହରଣ ପାଇଁ ଡକାୟତି ହେଉଥାଏ ବା ହେବାର ଉଦ୍ୟମ ହେଉଥାଏ ।
  2. ରାତିରେ ଘର ଭାଙ୍ଗି ପଶିବା ଓ ପଶିବାରେ ଉଦ୍ୟମ ହେଉଥିଲେ ।
  3. ଘର ବା ମଣିଷ ରହୁଥିବା ତମ୍ବୁ ତଥା ଅନ୍ୟାନ୍ୟ ଜିନିଷମାନଙ୍କରେ ଅଗ୍ନି ସଂଯୋଗ କରିବାର ସମ୍ଭାବନା ସୃଷ୍ଟି ହୁଏ ଅଥବା ଅଗ୍ନି ସଂଯୋଗ ହୁଏ ।
  4. ଚୋରୀ, ସମ୍ପତ୍ତି ନଷ୍ଟ ଓ ଘର ଭଙ୍ଗା ଦ୍ଵାରା ମଣିଷମାନଙ୍କର ମୃତ୍ୟୁ ହେବାର ସମ୍ଭାବନା ଥାଏ । ତେବେ ଉପରୋକ୍ତ କ୍ଷେତ୍ରରେ ଆପଣ ଅପରାଧୀମାନଙ୍କର ଜୀବନ ନେଇ ପାରନ୍ତି ବା ତାଙ୍କ ଶରୀରରେ ଯେ କୌଣସି କ୍ଷତି ଘଟାଇ ପାରନ୍ତି ।
  5. ଉପରୋକ୍ତ ମତେ ସମ୍ପତ୍ତି ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହେଲେ ଆପଣ ପ୍ରତିବଳ ପ୍ରୟୋଗ କରିପାରିବେ ।
  6. ଉପରୋକ୍ତ ମତେ ସମ୍ପତ୍ତି ନଷ୍ଟ ନ ହୋଇ ଚୋରୀ ସମାନ ସମ୍ପତ୍ତି ବା ବେଆଇନ୍ ଭାବେ ସମ୍ପତ୍ତି ଉପରେ ପ୍ରବେଶ ହେବାର ସମ୍ଭାବନା ସୃଷ୍ଟି ହେଲେ ଆପଣ ମୃତ୍ୟୁ ବା ଗ୍ରିଭିଅସ୍ ହଟ୍ ନ ଘଟାଇ ଅନ୍ୟ କ୍ଷତି କରି ଅପରାଧଟି ବନ୍ଦ କରିପାରିବେ ।

ଧାରା ୯୬

ମନେ ରଖନ୍ତୁ ଉପରୋକ୍ତ ମତେ ଆପଣ ଯେଉଁ ପ୍ରତିରକ୍ଷା ବଳ ପ୍ରୟୋଗ କରିବେ ତାହା ଦ୍ଵାରା ଅପରାଧିର ମୃତ୍ୟୁ ଘଟିଲେ ଓ ଶରୀରର ଯେକୌଣସି କ୍ଷତି ଘଟିଲେ ମଧ୍ୟ ତାହା ଆପଣଙ୍କର ଦୋଷ ରୂପେ ପରିଗଣିତ ହେବ ନାହିଁ ।

ଧାରା ୧୦୬

ମନେ ରଖନ୍ତୁ ଯେ କୌଣସି ମାରଣାନ୍ତଙ୍କ ଆକ୍ରମଣରୁ ରକ୍ଷା ନିମନ୍ତେ ପ୍ରତିରକ୍ଷା ବଳ ପ୍ରୟୋଗ କଲାବେଳେ ଯଦି ଆକ୍ରମଣର ଅସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର କୌଣସି କ୍ଷତି ହୁଏ –ତେବେ ମଧ୍ୟ ପ୍ରତିରକ୍ଷା ବଳ ପ୍ରୟୋଗ ଅପରାଧରେ ପରିଗଣିତ ହେବ ନାହିଁ । ପୁନଶ୍ଚ ଆପଣ ମନେ ରଖିବାକୁ ହେବ ଯେ କୌଣସି ଗୋଟିଏ ଘଟଣା ନିମ୍ନ ଲିଖିତ ଉପାୟରେ ଯଦି ଘଟିଥାଏ, ତାହା ମଧ୍ୟ ଅପରାଧ ନୁହେଁ।

ଆଇ.ପି.ସି. ଧାରା

  1. ଆଇ.ପି.ସି. ଧାରା ୭୯- ଯଦି କୌଣସି କାର୍ଯ୍ୟ ଆପଣଙ୍କର କରିବାର ଆଇନ୍ଗତ ଅଧିକାର ଅଛି ଭାବି ଆପଣ ଉତ୍ତମ ବିଶ୍ଵାସ ସହ କରନ୍ତି ଏବଂ ଆପଣଙ୍କର ଏହି ଭାବନା ଏକ ମିଥ୍ୟା ଘଟଣା ବୋଲି ପ୍ରମାଣିତ ହୁଏ, ତଥାପି ଆପଣ ଦୋଷୀ ବୋଲି ପରିଗଣିତ ହେବେ ନାହିଁ । ଉଦାହରଣ –‘କ’ ନିଜର ଆତ୍ମରକ୍ଷା ନିମିତ୍ତ ‘ଖ’ ଉପରେ ଆଇନ୍ଗତ ଭାବେ ପ୍ରତିରକ୍ଷା ବଳ ପ୍ରୟୋଗ କରୁଥିଲେ । ଆପଣ ହଠାତ୍ ଘଟଣାଟି ଦେଖି ‘କ’ କୁ ଆରେଷ୍ଟ୍ କରିବା ପାଇଁ ଆପଣଙ୍କର କୌଣସି କାରଣ ନଥିଲା । ତଥାପି ଏପରି କ୍ଷେତ୍ରରେ ଆପଣ ଦୋଷୀ ହେବେ ନାହିଁ।
  2. ଆଇ.ପି.ସି. ଧାରା ୮୦-ଆପଣ କୌଣସି ଆଇନ୍ଗତ କାର୍ଯ୍ୟ କରୁ କରୁ ଯଦି ଦୁର୍ଭାଗ୍ୟ ବଶତଃ ବା ଦୁର୍ଘଟଣାରେ ଅନ୍ୟ କାହାର କ୍ଷତି ହୋଇଗଲା ଏବଂ ଆପଣଙ୍କର କାର୍ଯ୍ୟରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ଏବଂ କାର୍ଯ୍ୟଟି ମଧ୍ୟ ସୁଚାରୁ ରୂପେ ସାବଧାନତା ଅବଲମ୍ବନ କରି କରାଯାଉଥିଲା, ତେବେ ଅନ୍ୟର କ୍ଷତି ହେଲେ ମଧ୍ୟ ଦୋଷୀ ହେବେ ନାହିଁ ।
  3. ଆଇ.ପି.ସି.ଧାରା ୮୧- କୌଣସି ବଡ ଧରଣର କ୍ଷତି ରୋକିବା ପାଇଁ ଆପଣ ଯଦି ମନ୍ଦ ଉଦ୍ଦେଶ୍ୟ ନଥାଇ ଅନ୍ୟର କ୍ଷତି ଘଟାଇଥାନ୍ତି, ତେବେ ମଧ୍ୟ ଆପଣ ଦୋଷୀ ହେବେ ନାହିଁ । ଉଦାହରଣ – ଗୋଟିଏ ଚାଳଘର ମାନ ଥିବା ବସ୍ତିରେ ନିଆଁ ଲାଗିଗଲା, ଆପଣ ନିଆଁ ବ୍ୟାପିବାକୁ ରୋକିବା ପାଇଁ ଓ ଅନେକ ଲୋକଙ୍କର ଧନ, ଜୀବନ, ଘର ରକ୍ଷା ହେବା ଉଦ୍ଦେଶ୍ୟରେ ‘କ’ ର ବିନା ପରାମର୍ଶରେ ଅଥବା ତାର ବାରଣ ସତ୍ତ୍ୱେ, ତାର ଘର ଚାଳର ନଡାକୁ ବା କୁଟାକୁ ବାହାର କରିଦେଲେ, ଏହା ଦ୍ଵାରା ନିଆଁ ବ୍ୟାପିବା ବନ୍ଦ ହୋଇଗଲା । ‘କ’ ର କ୍ଷତି ହୋଇଥିଲେ ମଧ୍ୟ ଆପଣଙ୍କର ମନ୍ଦ ଉଦ୍ଦେଶ୍ୟ ନଥିବାରୁ ଓ ଉଦ୍ଦେଶ୍ୟ ମହତ ଥିବାରୁ ଆପଣ ଦୋଷୀ ହେବେ ନାହିଁ ।
  4. ଆଇ.ପି.ସି. ଧାରା ୮୨ - ୭ ବର୍ଷରୁ କମ୍ ପିଲା କୌଣସି କର୍ମ ପାଇଁ ଦୋଷୀ ହେବେ ନାହିଁ ।
  5. ଆଇ.ପି.ସି. ଧାରା ୮୪ - ପାଗଳ ଲୋକ ତାର ପାଗଳାମି ସମୟରେ କର୍ମ ପାଇଁ ଦୋଷୀ ହେବେ ନାହିଁ ।
  6. ଆଇ.ପି.ସି. ଧାରା ୮୫ – ଜଣକୁ ତାଙ୍କ ଇଚ୍ଛା ବିରୁଦ୍ଧରେ ନିଶା କରାଇଦେଲେ ଓ ସେ ନିଶା ଯୋଗୁଁ ଭଲ ମନ୍ଦ ବିଚାର କରିବା ଶକ୍ତି ହରାଇ ବସି ସେ କୌଣସି ଅପରାଧ କର୍ମ କଲେ, ସେଥିପାଇଁ ସେହି ନିଶାମୁକ୍ତ ବ୍ୟକ୍ତି ଜଣକ ଦୋଷୀ ହେବେ ନାହିଁ । ମାତ୍ର ନିଜେ ନିଜେ ନିଶାଗ୍ରସ୍ତ ହୋଇ ଦୋଷ କଲେ ଦଣ୍ଡ ମିଳିବ ।
  7. ଆଇ.ପି.ସି. ଧାରା ୮୭ - ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କ ମତ ବା ଅନୁରୋଧ କ୍ରମେ ଯଦି କୌଣସି କର୍ମ କରିବା ଦ୍ଵାରା ତାଙ୍କର ବ୍ୟକ୍ତିଗତ କ୍ଷତି ଘଟେ, ମାତ୍ର ଆପଣଙ୍କର କର୍ମ ଦ୍ଵାରା ସେହି ବ୍ୟକ୍ତିଙ୍କର ମୃତ୍ୟୁ କିମ୍ବା ଜଘନ୍ୟ କ୍ଷତି (ଗ୍ରିଭିୟସ୍ ହର୍ଟ) ଘରୁଥାଏ, ତେବେ ଆପଣ ଦୋଷୀ ହେବେ ନାହିଁ । ଏହାର ଅର୍ଥ ହେଲା ଆପଣ ଜଣେ ବ୍ୟକ୍ତିଙ୍କର ମତ ନେଇ ତାଙ୍କୁ ମାରିପାରିବେ ନାହିଁ କିମ୍ବା ଗ୍ରିଭିୟସ୍ ହଟ୍ କରିପାରିବେ ନାହିଁ ।
  8. ଆଇ.ପି.ସି. ଧାରା ୮୯ - ୧୨ ବର୍ଷରୁ କମ୍ ବୟସ୍କ ପିଲା ଏବଂ ମସ୍ତିଷ୍କ ବିକୃତ ଲୋକଙ୍କର ଉପକାର ପାଇଁ ଆପଣ ତାଙ୍କର ଅଭିଭାବକ ଠାରୁ ମତ ନେଇ ଅଥବା ମତ ନ ନେଇ ଆବଶ୍ୟକ ହେଲେ ସେମାନଙ୍କର ଉପକାର ପାଇଁ ଉତ୍ତମ ବିଶ୍ଵାସ ସହ କୌଣସି କର୍ମ କରିପାରନ୍ତି, କିନ୍ତୁ ଆପଣ ଉପରୋକ୍ତ ପିଲା ବା ପାଗଳ ଲୋକମାନଙ୍କର ମୃତ୍ୟୁ କିମ୍ବା ଶାରୀରିକ କ୍ଷତି ଘଟାଇ ପାରିବେ ନାହିଁ ।
  9. ଆଇ.ପି.ସି. ଧାରା ୯୨ – ଜଣେ ବ୍ୟକ୍ତି ମତ ଦେବାର ଅବସ୍ଥାରେ ନଥିଲେ, ଆପଣ ତାଙ୍କର ହିତ ପାଇଁ କୌଣସି କର୍ମ କଲେ ଯଦି ତା ଦ୍ଵାରା ତାଙ୍କର କ୍ଷତି ହୁଏ ତଥାପି ଆପଣ ଦୋଷୀ ହେବେ ନାହିଁ ।
  10. ଆଇ.ପି.ସି. ଧାରା ୯୪ – ଜଣେ ଲୋକଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଜବରଦସ୍ତ କରି, ସେ ବେଆଇନ୍ କାମ (ମର୍ଡ଼ର ଓ ଦେଶ ବିରୁଦ୍ଧରେ ଅପରାଧ ଯେଉଁଥିରେ ମୃତ୍ୟୁ ଦଣ୍ଡ ଥିବ ଆଦିକୁ ବାଦ୍ ଦେଇ) ନ କଲେ ତାକୁ ମାରି ଦିଆଯିବାର ଧମକ ଦିଆଗଲା ଓ ସେ ଭୟଭିତ ହୋଇ ବେଆଇନ୍ କାମଟି କଲେ ଦୋଷୀ ହେବ ନାହିଁ ।
  11. ମାତ୍ର ବ୍ୟକ୍ତି ଜଣକ ଯଦି ସ୍ୱଇଚ୍ଛାରେ ବେଆଇନ୍ ଦଳରେ ଯଥା ଡକାୟତିଦଳ ବା ଟେରୋରିଷ୍ଟ ଦଳ ଆଦିରେ ଯୋଗଦେଇ ଅପକର୍ମ କରିଥାନ୍ତି, ତେବେ ସେ ଉପରୋକ୍ତ ସୁବିଧା ପାଇବେ ନାହିଁ।
  12. ଆଇ.ପି.ସି. ଧାରା ୯୫ – କୌଣସି ଅତି ତୁଚ୍ଛ ଓ ନଗଣ୍ୟ ଅପରାଧକୁ ଅପରାଧ ରୂପେ ଗଣାଯିବ ନାହିଁ ।
  13. ଉଦାହରଣ :- (୧) ଆପଣଙ୍କ ଘରକୁ ବୁଲି ଆସିଥିବା ଆପଣଙ୍କର ବନ୍ଧୁ ଆପଣଙ୍କର ବିନା ଅନୁମତିରେ ଫୁଲ ବଗିଚାରୁ ଗୋଟିଏ ଗୋଲାପ ଫୁଲ ତୋଳି ନେଇ ଆପଣଙ୍କୁ ନ ଜଣାଇ ଫୁଲଟି ସାଙ୍ଗରେ ନେଇ ଗଲେ । ଯଦିବା ଆଇନ୍ ଦୃଷ୍ଟିରେ ଏହା ଚୋରୀ ହୋଇଛି, ଏହା କୋର୍ଟ ଏକ ଅପରାଧ ବୋଲି ଗ୍ରହଣ କରିବ ନାହିଁ । କାରଣ ଏହା ଏକ ନଗଣ୍ୟ ଓ ତୁଚ୍ଛ ଘଟଣା ଅଟେ।

ରୂପଲ ବଜାଜ୍ ବନାମ କେପିଏସ୍ ଗିଲ୍ କେଶ୍

ରୂପଲ ବଜାଜ୍ ଜଣେ ମହିଳା ଆଇ.ଏ.ଏସ୍. ଅଫିସର ଓ କେ.ପି.ଏସ୍. ଗିଲ୍ ପଞ୍ଜାବର ପୋଲିସ୍ ମହାନିର୍ଦ୍ଦେଶକ (ଡିଜି) ଥିଲେ । ଏକ ଭୋଜିରେ ଗିଲ୍ ରୂପଲଙ୍କ ପିଠି ଓ ପିଚରେ ହାତ ଥାପୁଡାଇ ଦେଇଥଲେ । ଏଥି ନିମିତ କେଶ୍ ହୋଇ ଗିଲ୍ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲେ ଓ ଘଟଣାଟି ସୁପ୍ରିମ୍ କୋର୍ଟକୁ ଗଲା । ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି କରଯାଇଥିଲା । ଯେ ଗିଲ୍ ଙ୍କ କାର୍ଯ୍ୟ ଏକ ତୁଚ୍ଛ ଓ ନଗଣ୍ୟ ଘଟଣା ଏବଂ ଏହାକୁ କୋର୍ଟ ଅପରାଧ ରୂପେ ପରିଗଣିତ କରିବା ଠିକ୍ ହେବ ନାହିଁ । ମାତ୍ର ମାନ୍ୟବର ସୁପ୍ରିମ୍ କୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ଗିଲ୍ ଙ୍କର କାର୍ଯ୍ୟ ଅପରାଧ ବୋଲି ମତ ଦେଇଥିଲେ, ଏଣୁ ମନେ ରଖିବାକୁ ହେବ ଯେ, ଆପଣଙ୍କ କର୍ମ ଦ୍ଵାରା ମହିଳା ଜଣଙ୍କର ଅପମାନବୋଧ କରିବାର ଅବସ୍ଥା ସୃଷ୍ଟି ହେଉଥିଲେ, ତାହା ତୁଚ୍ଛ ବା ନଗଣ୍ୟ ଘଟଣାରେ ଗଣ୍ୟ ହେବ ନାହିଁ ଏବଂ ସେହି କର୍ମ ପାଇଁ ଆପଣ ଦଣ୍ଡିତ ହେବେ ।

ଆଧାର –ଓଡିଶା ଲ ରିଭିଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate