অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କେତେକ ଗୁରୁତ୍ଵପୂର୍ଣ୍ଣ କ୍ରିମିନାଲ୍ ଆଇନ୍

ଭାରତୀୟ ଦଣ୍ଡବିଧି ଆଇନ୍

  1. ଆପଣଙ୍କୁ ପୋଲିସ୍ ବା ମାଜିଷ୍ଟ୍ରେଟ୍ କୌଣସି କେଶ୍ ରେ ଶାରୀରିକ ସହାୟତା ମାଗିଲେ ଯଦି ଆପଣ ସହାୟତା ପ୍ରଦାନ ପାଇଁ ଶାରୀରିକ ବା ମାନସିକ ଅକ୍ଷମ ନଥାନ୍ତି, ତେବେ ଆପଣ ସହାୟତା ପ୍ରଦାନ କରିବାକୁ ବାଧ୍ୟ ହେବେ । ବିନା କାରଣରେ ମନା କରିଲେ ଆପଣ ମଧ୍ୟ ଆଇନ୍ ଦ୍ଵାରା ଦଣ୍ଡିତ ହେବେ ।ଆପଣ କହିପାରିବେ ନାହିଁ ଯେ, ମୁଁ କାହାର ଧାରେ ନାହିଁ, ବା ଖାଇ ନାହିଁ, ଏଣୁ ମୁଁ ମାନିବାକୁ ବାଧ୍ୟ ନୁହେଁ । (ଧାରା ୩୭ ଭାରତୀୟ ଦଣ୍ଡବିଧି ଆଇନ୍)
  2. ମାଜିଷ୍ଟ୍ରେଟ୍ କୌଣସି ଅଭିଯୋଗ ପାଇ ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୨୦୨ ଅନୁଯାୟୀ ଯଦି ଆପଣଙ୍କୁ ଅଭିଯୋଗଟିର ତଦନ୍ତ କରି ତାଙ୍କୁ ( ମାଜିଷ୍ଟ୍ରେଟ୍) ଙ୍କୁ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ଆପଣ ତାହା ଆଇନ୍ ତଃ କରିବାକୁ ବାଧ୍ୟ । ଆପଣ ଯେତେ ବଡ ପଦବୀରେ ଥାଆନ୍ତୁ ନା କାହିଁକି ମାଜିଷ୍ଟ୍ରେଟ୍ ଙ୍କର ଉପରୋକ୍ତ ନିର୍ଦ୍ଦେଶକୁ ଅବମାନନା କରିପାରିବେ ନାହିଁ । (ଧାରା ୨୦୨ ଭାରତୀୟ ଦଣ୍ଡବିଧି ଆଇନ୍)
  3. ମାଜିଷ୍ଟ୍ରେଟ୍ ବା ସେସନ୍ସ ଜଜ୍ କୌଣସି କେଶ୍ ରେ ଯଦି ସରଜମିନ୍ ତଦନ୍ତ କରିବା ଚାହାଁନ୍ତି ଏବଂ ସେହି ସ୍ଥାନ ଆପଣଙ୍କ ଦଖଲରେ ଥାଏ, ତାହାହେଲେ ଆପଣ ସେହି ସ୍ଥାନ ଜଜ୍ ଓ ମାଜିଷ୍ଟ୍ରେଟ୍ ଙ୍କ ପରିଦର୍ଶନ ପାଇଁ ଦେଖାଇବାକୁ ବାଧ୍ୟ ହେବେ, ମନା କରିପାରିବେ ନାହିଁ (ଧାରା ୩୧୦ ଭାରତୀୟ ଦଣ୍ଡବିଧି ଆଇନ୍)
  4. କେତେକ ଗୁଡିଏ ଛୋଟ ଧରଣର ଅପରାଧ ଆପଣ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ସହ ବୁଝାମଣା କରି ମିଳାମିଶା କରିପାରିବେ ।
  5. କୋର୍ଟରୁ ସମନ ପାଇଁ ମୁଦାଲାମାନେ କୋର୍ଟରେ ହାଜର ହୋଇ ଜାମିନ୍ ରେ ଆସିଥାନ୍ତି । ମାତ୍ର ଯଦି ଆପଣ କୋର୍ଟକୁ ଯିବାକୁ ଅକ୍ଷମ ବା ବ୍ୟସ୍ତତା ହେତୁ ଯାଇପାରୁ ନାହାଁନ୍ତି, ତେବେ ଆପଣ ମାଜିଷ୍ଟ୍ରେଟ୍ ଙ୍କୁ ପ୍ରାର୍ଥନା କଲେ ସେ ଆପଣଙ୍କୁ ଦଣ୍ଡବିଧି ଆଇନ୍ ର ଧାରା ୨୦୫ ଅନୁଯାୟୀ ନିଜେ କୋର୍ଟକୁ ନ ଆସି ଓକିଲଙ୍କ ଜରିଆରେ କୋର୍ଟରେ ଉପସ୍ଥିତ ରହିବାକୁ ମଞ୍ଜୁରି (ପରମିଶନ୍) ଦେଇପାରନ୍ତି । ଆପଣ ଯଦି ଏପରି ସୁବିଧା ପାଇଥାନ୍ତି ପରେ କୋର୍ଟ ଯେତେବେଳେ ଆପଣଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଆଦେଶ ଦେବେ ଆପଣ କୋର୍ଟରେ ହାଜର ହେବାକୁ ବାଧ୍ୟ ।

ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା -୩୯

ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା -୩୯ ଅନୁଯାୟୀ ଆପଣ ନିମ୍ନଲିଖିତ ଅପରାଧ ମାନ ଯଥା –ଦଙ୍ଗାହଙ୍ଗାମା, ଖାଦ୍ୟ , ଔଷଧ ଅପମିଶ୍ରଣ ହତ୍ୟା (ମର୍ଡ଼ର), ଡକାୟତି ଓ ରବରି, ଜାଲି ନୋଟ୍ ବା ଟଙ୍କା ତିଆରି, ସମ୍ପତ୍ତି ନଷ୍ଟ ବା ଘର ଭିତରକୁ ଭାଙ୍ଗି ଅଥବା ଅନ୍ୟାୟ ଉପାୟରେ ପ୍ରବେଶ, ସରକାରୀ କର୍ମଚାରୀ ଟଙ୍କା ଆତ୍ମସାତ ଅନ୍ୟ ଗୁରୁତର ଅପରାଧ ଆଦି ଘଟିଥିଲେ କିମ୍ବା ଘଟିବାର ଉଦ୍ୟମ ହେଉଥିଲେ ଆପଣ ତାହା ମାଜିଷ୍ଟ୍ରେଟ୍ ବା ପୋଲିସ୍ କୁ ଜଣାଇବା ଉଚିତ୍ । ଯଦି ଆପଣ ନ ଜଣାନ୍ତି, ତେବେ ଏଥି ଯୋଗୁଁ ସ୍ଥଳ ବିଶେଷରେ ଆପଣ ଦଣ୍ଡିତ ହେବାର ସମ୍ଭାବନା ଅଛି ।

ଭାରତୀୟ ଦଣ୍ଡବିଧି ଆଇନ୍ ଧାରା -୪୦

କୌଣସି ଗ୍ରାମର ଗ୍ରାମରକ୍ଷୀ ବା ସେହି ଗ୍ରାମର ପ୍ରତ୍ୟେକ ଗ୍ରାମବାସୀ ନିମ୍ନଲିଖିତ ଘଟଣା ସମ୍ପର୍କରେ ଯଥା ଶୀଘ୍ର ନିକଟସ୍ଥ ପୋଲିସ୍ ବା ମାଜିଷ୍ଟ୍ରେଟ୍ ଙ୍କୁ ଜଣାଇବା ଉଚିତ୍ ।

  • ଚୋରାମାଲ୍ ବିକ୍ରି ଓ ଖରିଦି କରୁଥିବା ବ୍ୟକ୍ତିଙ୍କର ସ୍ଥାୟୀ ଓ ଅସ୍ଥାୟୀ ଠିକଣା ।
  • ଘୋସିତ ଦୋଷୀ, ହାଜତରୁ ଖସି ଯାଇଥିବା ଦୋଷୀ, ଠକ ବା ଡକାୟତମାନେ ବୁଲୁଥିବାର ଖବର ପାଇଲେ ଜଣାଇବେ ।
  • ବେଆଇନ୍ ଭାବେ ଲୋକ ମିଳିତ ହୋଇ ରାୟଟିଙ୍ଗ କରୁଥିଲେ ବା ରାୟଟିଙ୍ଗ କରିବା ପାଇଁ ଉଦ୍ୟମ ହେଉଥିଲେ ।
  • କୌଣସି ବ୍ୟକ୍ତିର ହଠାତ୍ ବା ଅପ୍ରାକୃତିକ ଭାବେ ମୃତ୍ୟୁ ଘଟିଥିଲେ ସେ ସମ୍ପର୍କରେ।
  • ଭାରତ ବାହାରେ ମର୍ଡ଼ର ଡକାୟତି ଆଦି ଘଟାଇଥିଲେ, ବା ଜାଲିନୋଟ୍ ବା ଟଙ୍କା ଛପାଇ ଥିଲେ ।
  • ଟେରୋରିଷ୍ଟ ଭ୍ରମଣ କରୁଥିଲେ ଆଦିର ସୂଚନା ଦେବା ବିଧେୟ । ନଚେତ୍ ଦଣ୍ଡିତ ହୋଇପାରନ୍ତି ।
  1. କୌଣସି ଦୋଷୀ, ଅପରାଧି ଓ ଟେରୋରିଷ୍ଟକୁ ଜାଣିଶୁଣି ଆଶ୍ରୟ ଦେବା ଦୋଷାବହ ଅଟେ ।
  2. ବେଆଇନ୍ ଭାବେ ମିଳିତ ୫ ବା ତଦୁର୍ଦ୍ଧ ଲୋକ ମେଳ ଭାଙ୍ଗିବା ପାଇଁ ଆଦେଶ ଦିଆଗଲା ପରେ ସେ ଆଦେଶ ନମାନି ଦଳରେ ରହିଲେ ବା ଦଳରେ ଯୋଗଦେଲେ ତାହା ଆଇ.ପି.ସି. ଧାରା ୧୫୧ ଅନୁଯାୟୀ ଦଣ୍ଡନୀୟ ।
  3. ଯଦି ଆପଣଙ୍କର ଜମି ଉପରେ କୌଣସି ଅନ୍-ଲ-ଫୁଲ୍ ଆସେମ୍ବ୍ଲି ବା ରାୟୋଟିଙ୍ଗ ଘଟିଯାଇଛି ବା ଘଟିବାର ସମ୍ଭାବନା ଅଛି । ଆପଣ ସେ ସମ୍ପର୍କରେ ପୋଲିସ୍ ରେ ଖବର ନ ଦେଲେ ଆଇ.ପି.ସି. ଧାରା ୧୫୪ ଅନୁଯାୟୀ ଟ,୧,୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । ଏଠାରେ ମନେରଖନ୍ତୁ ଯେ ଆପଣ ନିଜେ କୌଣସି ଦୋଷ ନ କରି କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏପରି ଦଣ୍ଡ ପାଇବେ ।
  4. ଆପଣ କୋର୍ଟରେ ମିଥ୍ୟା ସାକ୍ଷୀ ଦେଲେ ମିଥ୍ୟା କେଶ୍ କଲେ ସେଥିପାଇଁ ଦଣ୍ଡ ଭୋଗିବାର ବ୍ୟବସ୍ଥା ପେନାଲ୍ କୋର୍ଡ଼ରେ ଅଛି। କୌଣସି ବ୍ୟକ୍ତି ଉପରୋକ୍ତ କର୍ମକରି ଦଣ୍ଡ ନ ପାଇ ଖସିଯାଉଥିବାରୁ ତାହା ଠିକ୍ ବୋଲି ଭାବିବେ ନାହିଁ, ପ୍ରମାଣିତ ହେଲେ ଆପଣଙ୍କର ଉପରୋକ୍ତ ଦୋଷ ପାଇଁ କୋର୍ଟ ଦଣ୍ଡିତ କରିବେ ।
  5. ଆପଣଙ୍କୁ ଆଇନ୍ ଗତ ଭାବରେ ଆରେଷ୍ଟ କରାଯାଉଥିବା ବେଳେ ଆପଣ କିମ୍ବା ଆପଣଙ୍କର ସହଯୋଗୀ ସେଥିରେ ପ୍ରତିବନ୍ଧକ ବା ଅବରୋଧ ସୃଷ୍ଟି କଲେ, ସେଥିପାଇଁ ଅବରୋଧକାରୀମାନେ ଦଣ୍ଡିତ ହେବେ ।
  6. କୋର୍ଟରେ କାର୍ଯ୍ୟ ଚାଲିଥିବା ବେଳେ କୋର୍ଟ କର୍ମରେ ବାଧା ପ୍ରଦାନ କଲେ ବା କୋର୍ଟକୁ ଅପମାନିତ କଲେ ସେଥିପାଇଁ ଦଣ୍ଡିତ ହେବେ ।
  7. ଆପଣଙ୍କୁ କୋର୍ଟ ସାକ୍ଷୀ ହିସାବରେ ତଲବ କଲେ, ଡକ୍ୟୁମେଣ୍ଟ୍ କୋର୍ଟରେ ଦେବାକୁ ଆଦେଶ ଦେଲେ ବା ଆଇନ୍ ସମ୍ମତ ପ୍ରଶ୍ନ ପଚାରିଲେ ଆପଣ ତାହା ପାଳନ କରିବାକୁ ବାଧ୍ୟ ଓ ଯାହା ଜାଣନ୍ତି ତାର ଉତ୍ତର ଦେବାକୁ ମଧ୍ୟ ବାଧ୍ୟ ।
  8. କୋର୍ଟରୁ ବା ନୋଟିସ୍ ପାଇଲେ ଆପଣ କୋର୍ଟରେ ହାଜର ହେବ ଉଚିତ୍ । ଉପଯୁକ୍ତ କାରଣ ଥିଲେ, ଆପଣ କୋର୍ଟରେ ହାଜର ନ ହୋଇ ଅନ୍ୟ ତାରିଖ ପାଇଁ ସମୟ ମାଗି ପାରନ୍ତି । ଭୁଲ୍ ରେ ସମନ ପାଇଥିଲେ ମଧ୍ୟ କୋର୍ଟକୁ ଜଣାଇବେ ଅଥବା ହାଜର ହେବେ । ନିଜେ ନିଜେ ବିନା କାରଣରେ ସମନ ଆସିଛି ଭାବି ରହିଗଲେ ବନ୍ଧା ହେବାପାଇଁ କୋର୍ଟରୁ ୱାରେଣ୍ଟ୍ ଆସିଯିବ ଓ ଆପଣ ମଧ୍ୟ ବନ୍ଧା ହୋଇଯିବେ ।
  9. ଆପଣ କୋର୍ଟରେ କେଶ୍ କଲେ ଓକିଲ ଲଗାଇବାକୁ ବାଧ୍ୟ ନୁହଁନ୍ତି । ଆପଣ ଚାହିଁଲେ ନିଜେ ନିଜ କେଶ୍ ଟି ମଧ୍ୟ ଚାଲୁ କରିପାରନ୍ତି । କେତେକ ଆଇନ୍ କୁ ଛାଡିଦେଲେ ଆପଣ ଓକିଲ ବ୍ୟତିତ ଅନ୍ୟ କୌଣସି ଲୋକଙ୍କୁ ଆପଣଙ୍କ କେଶ୍ କୁ ଚାଲୁ କରିବାର କ୍ଷମତା ଦେଇପାରିବେ ନାହିଁ । କେଶ୍ ନିଜେ ଲଢିବେ ନଚେତ୍ ଓକିଲ ଲଗାଇବେ । କେତେକ ପ୍ରକାର କେଶ୍ ଆପଣ ନିଜେ ଲଢିବାକୁ ପଡିବ, ଓକିଲ ଲଗାଇବାକୁ ମଧ୍ୟ ମନା ଅଛି ।
  10. ଆପଣଙ୍କର କେଶ୍ ର ଅଗ୍ରଗତି ପାଇଁ ଆପଣ ଚାହିଁଲେ କୋର୍ଟରେ ଉପସ୍ଥିତ ରହି, ଖୋଲା କୋର୍ଟରେ ବିଚାରପତିଙ୍କୁ ଅନୁରୋଧ କରିପାରିବେ । ବିଚାରପତିଙ୍କୁ ଏଭଳି ଅନୁରୋଧ ବା ପତ୍ର କୋର୍ଟ ପ୍ରତି ଧମକ ଚମକ ପ୍ରଲୋଭନ ପୂର୍ଣ୍ଣ ବା Contempt ହେଉନଥିବା ଆବଶ୍ୟକ ।
  11. ଆପଣ ଭାରତୀୟ ନାଗରିକ ହୋଇ ଭାରତ ବାହାରେ ଯାଇ ଯଦି ଏପରି କର୍ମ କରନ୍ତି, ଯାହାକି ବିଦେଶରେ ଅପରାଧ ନୁହେଁ, ମାତ୍ର ଭାରତରେ ଅପରାଧ, ତେବେ ମଧ୍ୟ ଆପଣ ଭାରତୀୟ ଆଇନ୍ ଅନୁଯାୟୀ ଭାରତରେ ଦଣ୍ଡିତ ହେବେ ।
  12. ଆପଣ କୌଣସି ବିବାହିତ ସ୍ତ୍ରୀଙ୍କ ସହିତ ତାଙ୍କ ସ୍ଵାମୀଙ୍କର ମତ ନଥାଇ ସେହି ସ୍ତ୍ରୀଙ୍କର ଇଚ୍ଛା ଅନୁଯାୟୀ ଯୌନ କ୍ରିୟା କଲେ ମଧ୍ୟ ସେଥି ପାଇଁ ଦଣ୍ଡିତ ହେବେ । ଏପରି ଯୌନକ୍ରିୟାକୁ ଆଡଲ୍ଟ୍ରି କୁହାଯାଏ । ସ୍ତ୍ରୀ ଲୋକମାନେ ଆଡଲ୍ଟ୍ରି ଦୋଷରେ ଦଣ୍ଡିତ ହୁଅନ୍ତି ନାହିଁ । ସେହିପରି ପୁରୁଷମାନେ ସ୍ତ୍ରୀ ଲୋକଙ୍କୁ ବଳାତ୍କାର କରି ଦଣ୍ଡିତ ହେଉଥିବା ବେଳେ ସ୍ତ୍ରୀ ଲୋକମାନେ ବଳାତ୍କାର ଦୋଷରେ ଦଣ୍ଡିତ ହୋଇପାରିବେ ନାହିଁ । ପୁରୁଷମାନେ ସ୍ତ୍ରୀ ଲୋକଙ୍କର ଲଜ୍ଜାଶୀଳତା ଭଙ୍ଗ ଦୋଷରେ ଦଣ୍ଡିତ ହେବାର ବ୍ୟବସ୍ଥା (ଧାରା ୩୫୪ ଆଇପିସି) ଥିବା ବେଳେ ସ୍ତ୍ରୀ ଲୋକମାନେ ପୁରୁଷଙ୍କୁ ଲଜ୍ଜାଭଙ୍ଗ ଦୋଷରେ ଦଣ୍ଡିତ ହେବାର ବିଧାନ ନାହିଁ ।
  13. କୌଣସି ମଣିଷର ଶବକୁ ଅସୌଜନ୍ୟ ବ୍ୟବହାର କରି ତଦ୍ଦ୍ଵାରା ଯଦି କାହାର ଭାବନାକୁ କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟ ଥାଏ, ତେବେ ତାହା ଆଇପିସି ଧାରା ୨୯୭ ଦ୍ଵାରା ଦଣ୍ଡନୀୟ ।
  14. କୌଣସି ମହିଳାଙ୍କର ବିନା ମତରେ ତାଙ୍କ ଗର୍ଭପାତ କରାଇଲେ ସେଥିପାଇଁ ଆଜୀବନ କାରାଦଣ୍ଡ ବା ୧୦ ବର୍ଷ ଦଣ୍ଡ ଜୋରିମାନା ହେବାର ବିଧାନ ଅଛି । ( ଧାରା ୩୧୩ ଆଇ.ପି.ସି.)
  15. ଗର୍ଭବତୀ ମହିଳାଙ୍କର ତାଙ୍କର ମତ ନଥାଇ ମଧ୍ୟ ତାଙ୍କର ମାନସିକ ବା ଶାରୀରିକ ହିତ ପାଇଁ ଉଦ୍ଦିଷ୍ଟ ଗର୍ଭପାତ କରାଇଲେ ସେଥିପାଇଁ ଜୋରିମାନା ଅଛି । ଧାରା ୩୧୨ ଆଇ.ପି.ସି.) । ମାତ୍ର ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନାସି ଆଇନ୍ ନିୟମ ଅନୁଯାୟୀ ଗର୍ଭପାତ କରାଇଲେ ତାହା ଅପରାଧ ନୁହେଁ ।
  16. ଶିଶୁଟି ପ୍ରସବ ହେବା ପୂର୍ବରୁ ତାର ଲିଙ୍ଗ ପରୀକ୍ଷଣ କରିବା ମଧ୍ୟ ଦଣ୍ଡନୀୟ ।
  17. ଗର୍ଭସ୍ଥ ଶିଶୁଟି ମୃତ ଆକାରରେ ଜନ୍ମହେବା ବା ଜୀବିତ ଆକାରରେ ଜନ୍ମ ହେଲେ ସଙ୍ଗେ ସଙ୍ଗେ ମରିଯିବାର ବ୍ୟବସ୍ଥାମାନ କରିଥିଲେ ତାହା ଦଣ୍ଡନୀୟ (ଆଇ.ପି.ସି. ଧାରା ୩୧୫) ।
  18. ୧୨ ବର୍ଷରୁ କମ୍ ବୟସ୍କ ଶିଶୁକୁ ଯଦି ତାର ପିତା କିମ୍ବା ମାତା କିମ୍ବା ଅଭିଭାବକ ଯାହାଙ୍କ ହେପାଜତରେ ଶିଶୁଟି ଥାଏ, ସେ ଖରା, ବର୍ଷା, ଶୀତ ବା ନିର୍ଜନ ସ୍ଥାନମାନଙ୍କରେ ଶିଶୁଟି ପରିତ୍ୟାଗ ଉଦ୍ଦେଶ୍ୟରେ ଛାଡି ଦିଅନ୍ତି, ତେବେ ତାହା ଦଣ୍ଡନୀୟ । (ଆଇ.ପି.ସି. ଧାରା ୩୧୭)
  19. ମୁସଲମାନ ମାନଙ୍କ ବ୍ୟତୀତ ଅନ୍ୟ କୌଣସି ଜାତିର ସ୍ଵାମୀ ଓ ସ୍ତ୍ରୀମାନେ ତାଙ୍କ ଜୀବନ ସାଥୀଙ୍କ ଜୀବିତ ଅବସ୍ଥାରେ ୨ୟ ବିବାହ କରିବା ଦଣ୍ଡନୀୟ ଅଟେ । ମୁସଲମାନ ସ୍ତ୍ରୀ ଲୋକମାନେ ମଧ୍ୟ ତାଙ୍କ ସ୍ଵାମୀଙ୍କ ଜୀବିତ ଅବସ୍ଥାରେ ୨ୟ ବିବାହ କରିପାରିବେ ନାହିଁ ଓ କଲେ ଏହା ଦଣ୍ଡନୀୟ ହେବ ।
  20. ମହିଳାଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ଜଣେ କୌଣସି ଶଦ୍ଦ, ଚିତ୍କାର, ଅଙ୍ଗ ଭଙ୍ଗି ଦର୍ଶନ କିମ୍ବା ପଦାର୍ଥ ପ୍ରଦର୍ଶନ କଲେ ସେଥିପାଇଁ ଦଣ୍ଡିତ ହେବେ । (ଆଇ.ପି.ସି. ଧାରା ୫୦୯)
  21. କୌଣସି ସର୍ବସାଧାରଣ ସ୍ଥାନରେ ନିଶାଗ୍ରସ୍ତ ହିସାବରେ ବୁଲିବା ଦ୍ଵାରା ଅନ୍ୟମାନଙ୍କର ବିରକ୍ତି ଭାବ ସୃଷ୍ଟି ହେଲେ ସେଥିପାଇଁ ଦଣ୍ଡନୀୟ ହେବେ । (ଆଇ.ପି.ସି. ଧାରା ୫୧୦)
  22. .ଯଦି ‘କ’ ନାମକ ବ୍ୟକ୍ତି ‘ଖ’ ନାମକ ବ୍ୟକ୍ତିକୁ କହନ୍ତି ଯେ ‘ଖ’ ଅମୁକ ଉପାୟରେ କାମ ଣ କଲେ (ଯେପରିକି ଦାନ ଖଇରାତି ନ କଲେ, କିମ୍ବା ତାଙ୍କ ଜମିଟା ‘ଗ’ କୁ ବିକ୍ରି କରି ନ ଦେଇ --- ଇତ୍ୟାଦି ଯାହାକି ‘ଖ’ ଆଇନ୍ ଗତ ଭାବେ କରିବାକୁ ବାଧ୍ୟ ନୁହଁନ୍ତି), ‘କ’ ଏପରି କାମ କରିବେ ଯେ ‘ଖ’ କିମ୍ବା ତାଙ୍କ ପରିବାରବର୍ଗ ଉପରେ କିମ୍ବା ତାଙ୍କ ବନ୍ଧୁ ବାନ୍ଧବଙ୍କ ଉପରେ ଭଗବାନଙ୍କର ଅଭିଶାପ ପଡିବ ପଡିବ ଓ ସେମାନଙ୍କର ଅମଙ୍ଗଳ ହେବ ଏବଂ ଏଥିରେ ବିଶ୍ଵାସ କରି ‘ଖ’ ‘କ’ ର ପରାମର୍ଶ ଅନୁଯାୟୀ କାମ କରନ୍ତି ତେବେ ‘କ’ ଦଣ୍ଡନୀୟ ହେବେ । (ଧାରା ୫୦୮ଆଇପିସି)

କ୍ରିମିନାଲ୍ କେଶ୍

  1. ପ୍ରଥମତଃ ଆପଣ କେଶ୍ ଟି ବିଳମ୍ବରେ କଲେ, ତାହା ପ୍ରମାଣିତ କଲେ ମଧ୍ୟ ସେଥିରେ ଦୋଷୀ ଅନେକ କାରଣରୁ ଖଲାସ୍ ହୋଇଯାଆନ୍ତି । ଆପଣଙ୍କ କେଶ୍ ଟି ବିଳମ୍ବରେ କଲେ ଆପଣଙ୍କ କେଶ୍ କୁ ସନ୍ଦେହ ଚକ୍ଷୁରେ ଦେଖାଯାଏ ଓ ସେଥିରେ ଆପଣ ମନଗଢା ଘଟଣାମାନ ଯୋଡି ଦେଇପାରନ୍ତି ବୋଲି କୋର୍ଟମାନେ ଧରିଥାନ୍ତି । ଏଣୁ ଆପଣ କେଶ୍ ଟିକୁ ତୁରନ୍ତ ଚାଲୁ କରିବା ଉଚିତ୍ । ଅବଶ୍ୟ ଆପଣ ବିଳମ୍ବର କାରଣ ସଠିକ୍ ରୂପେ ଉପସ୍ଥାପନ କରିପାରିଲେ କେଶ୍ ଟି ଖରାପ ହୁଏ ନାହିଁ । ପୁନଶ୍ଚ ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୪୬୪ ଅନୁଯାଇ ଆପଣ ନିମ୍ନ ଲିଖିତ ଅପରାଧମାନ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କରିବେ, ନଚେତ୍ କେଶ୍ ଟି ଆଉ ଗ୍ରହଣ ହେବନାହିଁ ।
    • ଯେଉଁ ଦୋଷ ପାଇଁ କେବଳ ଜୋରିମାନା ଦଣ୍ଡ ଅଛି, ସେହି କେଶ୍ ଟି ଘଟଣା ଦିନ ଠାରୁ ୬ ମାସ ମଧ୍ୟରେ କରିବାକୁ ବାଧ୍ୟ ।
    • ଯେଉଁ ଦୋଷ ପାଇଁ ଜେଲ୍ ଦଣ୍ଡ ୧ ବର୍ଷ ମଧ୍ୟରେ ଅଛି, ସେପରି କେଶ୍ କୁ ଘଟଣା ଦିନ ଠାରୁ ଏକ ବର୍ଷ ମଧ୍ୟରେ ଆରମ୍ଭ କରିପାରିବେ ।
    • ଏକ ବର୍ଷକୁ ଅଧିକ ଓ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଥିବା କେଶ୍ ଗୁଡିକ ଘଟଣା ଦିନ ଠାରୁ ତିନି ବର୍ଷ ମଧ୍ୟରେ ଆରମ୍ଭ ହେବ । ତିନି ବର୍ଷରୁ ଉର୍ଦ୍ଧ୍ଵ ଦଣ୍ଡ ଥିବା କେଶ୍ ର ସମୟ ସୀମା ନାହିଁ । ମାତ୍ର ଅର୍ଥନୈତିକ ଜନିତ ଅପରାଧଗୁଡିକ ପାଇଁ ଉପରୋକ୍ତ ସମୟସୀମା ଲାଗିବ ନାହିଁ ।
  2. ଆପଣ ସେ ସମ୍ପତ୍ତିଗୁଡିକ ରିଲିଜ୍ କରି ଜିମାରେ ନେବା ପାଇଁ ସମ୍ପୃକ୍ତ କୋର୍ଟକୁ ଆବେଦନ କରିପାରିବେ ।
  3. ସର୍ବସାଧାରଣ ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଅଳିଆ ଆବର୍ଜନା ଫିଙ୍ଗିବା ତଥା ପରିସ୍ରା ବା ମଳତ୍ୟାଗ କରିବା, ପାନ ଛେପ ପକାଇବା ପୁଲିସ୍ ଆଇନ୍ ୩୪ ଦଫା ଓ ଭାରତୀୟ ଦଣ୍ଡବିଧି ଆଇନ୍ – ୨୯୦ ଦଫା ଅନୁଯାୟୀ ଦଣ୍ଡନୀୟ ଅଟେ ।
  4. ଏହା ପ୍ରଚଳିତ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅଟେ । (ଜ-୩୪- Police Act & Prevention of Cruelty to Animals Act)
  5. ହଁ ‘ଏହା ଅନ୍ୟର ସମ୍ପତ୍ତିକୁ ଅନୈତିକ ଆତ୍ମସାତ୍ ବୋଲି ଧରାଯିବ’ ଯଦି ଉପଯୁକ୍ତ ଚେଷ୍ଟାପରେ ସମ୍ପତ୍ତିର ମାଲିକ ନ ମିଳନ୍ତି, ତେବେ ତାହା ବ୍ୟବହାର କରାଯାଇପାରିବ । (ଆଇପିସି ଧାରା ୪୦୩)
  6. ଏହା ଭାରତୀୟ ପିଙ୍ଗଳ କୋର୍ଟର ଧାରା ୪୦୪ ଅନୁଯାୟୀ ଅପରାଧ । ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ଅଛି ।

ଆଧାର – ଓଡ଼ିଶା ଲ ରିଭିଉସ

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate