ପ୍ରଶ୍ନଟି ଯଦିବା ସରଳ ଜଣାପଡୁଅଛି ଏହାର ଉତ୍ତର କିନ୍ତୁ ଅତି ଜଟିଳ ଅଟେ । ଆଜିକାଲି ପୁରୁଷ ଓ ସ୍ତ୍ରୀମାନେ ବିବାହ ନ କରି ସାଙ୍ଗରେ ବନ୍ଧୁ ହୋଇ ରହିବାକୁ ପସନ୍ଦ କରିବାର ଅନେକ ନିଜର ଅଛି । ଏହାକୁ ଲିଭ୍ ଇନ୍ ରିଲେସନ୍ସିପ୍ ବୋଲି କୁହାଯାଉଅଛି । ଏଭଳି ସହବାସରୁ ଯେଉଁ ଶିଶୁମାନେ ଜନ୍ମ ହେଉଛନ୍ତି,ସେମାନଙ୍କୁ ଅବୈଧ ସନ୍ତାନ ବୋଲି ଧରାଯିବ ।
ପୁନଶ୍ଚ ଯଦି କୌଣସି ବିବାହ ଅସିଦ୍ଧ ଥାଏ, ତେବେ ସେ ସ୍ଵାମୀ-ସ୍ତ୍ରୀଙ୍କ ଔରସରୁ ଜାତ ଶିଶୁଟି ମଧ୍ୟ ଅବୈଧ ଶିଶୁ ଅଟେ । ଏଭଳି ଶିଶୁମାନଙ୍କର ପିତାମାତାଙ୍କର ସମ୍ପତ୍ତି ଉପରେ ବା ସେମାନଙ୍କ ଉପରେ କଣ ଅଧିକାର ଅଛି ତାହା ଜାଣିବା ଉଚିତ୍ । ଏଥିପାଇଁ ନିମ୍ନଲିଖିତ ପ୍ରଶ୍ନ ଉତ୍ତର ଗୁଡିକୁ ପଢନ୍ତୁ ।
ଅବୈଧ ସନ୍ତାନମାନେ ଯେଉଁ ଜାତିର ହୁଅନ୍ତି ବା ସେମାନଙ୍କ ପିତାମାତାମାନେ ଯେଉଁ ଜାତିର ହୁଅନ୍ତୁ ସେଥିରେ କୌଣସି ଯାଏଆସେ ନାହିଁ । ଆମ ଦେଶର ପ୍ରଚଳିତ କ୍ରିମିନାଲ୍ ପ୍ରସିଡିଓର କୋର୍ଡର ଧାରା ୧୨୫ ଅନୁଯାୟୀ ଅବୈଧ ନାବାଳକ ନାବାଳିକା ଶିଶୁମାନେ ସେମାନଙ୍କର ପିତାଙ୍କ ଠାରୁ ଭରଣପୋଷଣ ପାଇ ପାରିବେ ଯଦି ଉକ୍ତ ଶିଶୁମାନଙ୍କର ନିଜର ଭରଣପୋଷଣର କ୍ଷମତା ନଥାଏ ।
ସେହିପରି ମାନସିକ ବା ଶାରିରୀକ ଦୁର୍ବଳ ଥିବା ସାବାଳକ ବା ସାବାଳିକାମାନେ ମଧ୍ୟ ପିତାଙ୍କ ଠାରୁ ଭରଣପୋଷଣ ଦାବି କରିପାରିବେ । କିନ୍ତୁ ସାବାଳିକା ଜଣକ ଯଦି ବିବାହ କରିଥାଆନ୍ତି, ତେବେ ତାଙ୍କୁ ତାଙ୍କର ପିତା ଭରଣପୋଷଣ ନ ଦେଇ ତାଙ୍କର ସ୍ଵାମୀ ଭରଣପୋଷଣ ଦେବେ ।
ବର୍ତ୍ତମାନ ପ୍ରଶ୍ନ ଉଠିପାରେ ଏଭଳି ଶିଶୁମାନଙ୍କୁ ସେମାନଙ୍କର ମାତାମାନେ ଭରଣପୋଷଣ ଦେବେ କି ନାହିଁ । ଦଣ୍ଡବିଧି ଆଇନ୍ ର ଧାରା ୧୨୫କୁ ପାଠ କଲେ ଦେଖାଯିବ ଯେ, ଏଥିରେ କେବଳ ପୁରୁଷ ଲୋକ ଭରଣପୋଷଣ ଦେବାକୁ ବାଧ୍ୟ ହେବେ ବୋଲି ଉଲ୍ଲେଖ ଅଛି । ସ୍ତ୍ରୀ ଲୋକମାନେ ଭରଣପୋଷଣ ଦେବାକୁ ଦାୟୀ ରହିବେ ବୋଲି ଏଥିରେ ଉଲ୍ଲେଖ ନାହିଁ । ମାତ୍ର ଏହି ଦଫାକୁ ମହାମାନ୍ୟ ସୁପ୍ରିମ୍ କୋର୍ଟ A.I.R. 1987 S.C. page 1100 ରେ ଡାକ୍ତର ଶ୍ରୀମତୀ ବିଜୟା ମନୋହର ଅରବାତ ବନାମ କାଶୀରା ଓ କେଶ୍ ରେ ବ୍ୟାଖ୍ୟା କରି କହିଛନ୍ତି ଯେ ଝିଅମାନେ ମଧ୍ୟ ସେମାନଙ୍କ ପିତାମାତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ଅଟନ୍ତି । ସୁପ୍ରିମ୍ କୋର୍ଟ ୧୨୫ ଦଫାକୁ ବ୍ୟାଖ୍ୟା କରି କହିଛନ୍ତି ଯେ He (He=ପୁରୁଷ) ଅର୍ଥ ଜଣର (She = ସ୍ତ୍ରୀ) କୁ ବୁଝାଇବ । ଏଣୁ ୧୨୫ ଦଫା ଅନୁଯାୟୀ ଝିଅମାନେ ବାପାମାଆଙ୍କୁ ଭରଣପୋଷଣ ଦେବେ । ଏହି ରାୟକୁ ଆଧାର କରି ଉପର ବର୍ଣ୍ଣିତ ଅବୈଧ ଶିଶୁମାନେ ସେମାନଙ୍କ ମାତାଙ୍କ ଠାରୁ ଭରଣପୋଷଣ ଦାବି କରିପାରିବେ । ସୁପ୍ରିମ୍ କୋର୍ଟଙ୍କ ଉପରୋକ୍ତ ବ୍ୟାଖ୍ୟା ଯୁଗାନ୍ତକାରୀ ଓ ସ୍ଵାଗତଯୋଗ୍ୟ ଅଟେ । ସୁପ୍ରିମ୍ କୋର୍ଟଙ୍କ ଉପରୋକ୍ତ କେଶ୍ ରେ ବିବାହିତ ଡାକ୍ତର ଝିଅ ପିତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ବୋଲି କୁହାଯାଇଅଛି ।
ପିତାମାତାଙ୍କର ଜୀବିତାବସ୍ଥାରେ ସେମାନଙ୍କ ସମ୍ପତ୍ତି ଉପରେ ଅବୈଧ ବା ବୈଧ ସନ୍ତାନମାନଙ୍କର କୌଣସି ଅଧିକାର ନାହିଁ । ପିତାମାତା ମରିଗଲେ ସେମାନେ ଛାଡି ଯାଇଥିବା ସମ୍ପତ୍ତି ଉପରେ ସନ୍ତାନମାନଙ୍କର ଅଧିକାର କଥା ଉଠିବ । ଏଭଳି କ୍ଷେତ୍ରରେ ପିତାମାତା କେଉଁ ଧର୍ମର ଓ ଅବୈଧ ସନ୍ତାନ ପିତାମାତାଙ୍କ ବିବାହ ସମ୍ବନ୍ଧରୁ ଅଥବା ଅବିବାହିତ ସମ୍ବନ୍ଧରୁ ଜନ୍ମଗ୍ରହଣ କରିଛନ୍ତି ତାହା ଦେଖିବାକୁ ପଡିବ । ହିନ୍ଦୁ ଅବୈଧ ସନ୍ତାନମାନେ (ବିବାହ ଜନିତ ) ସେମାନଙ୍କର ମାତା ପିତାଙ୍କର ସମ୍ପତ୍ତିରେ ସେମାନଙ୍କର ମୃତ୍ୟୁପରେ ଉତ୍ତରାଧିକାରୀ ହୋଇପାରିବେ ଓ ବୈଧ ସନ୍ତାନ ଥିଲେ ସେମାନଙ୍କ ସହ ମିଶି ଅଂଶ ମଧ୍ୟ ପାଇପାରିବେ।
ମାତ୍ର ଜଣେ ହିନ୍ଦୁ ପୁରୁଷ ତାଙ୍କ ପିତା ବା ପ୍ରପିତାଙ୍କ ଠାରୁ ପାଇଥିବା ସମ୍ପତ୍ତି ଛାଡି ମରିଗଲେ ସେହି ସମ୍ପତ୍ତି ବଣ୍ଟନ ପାଇଁ ତାଙ୍କ ମୃତ୍ୟୁ ସମୟରେ ଏକ କାଳ୍ପନିକ ଭାଗ ବଣ୍ଟରା କଥା ହିନ୍ଦୁ ଉତ୍ତରାଧିକାରୀ ଆଇନ୍ ୧୯୫୬ର ଧାରା ୬ରେ ଲିପିବଦ୍ଧ ହୋଇଅଛି । ଏପରି କାଳ୍ପନିକ ଭାଗ ବଣ୍ଟରାରେ ପୁଅ ଝିଅ ଓ ମୃତକଙ୍କ ସ୍ତ୍ରୀ ସମସ୍ତେ ସମାନ ଅଂଶ ପାଆନ୍ତି । ଏହି ସମୟରେ ମୃତ ବ୍ୟକ୍ତିଙ୍କୁ ମଧ୍ୟ ଗୋଟିଏ ସମାନ ଅଂଶ ଦିଆଯାଇଥାଏ । ଏହି ଭାଗବଣ୍ଟା ବେଳେ ଏହି ସମ୍ପତ୍ତିରୁ ଅବୈଧ ସନ୍ତାନମାନେ ଅଂଶ ପାଆନ୍ତି ନାହିଁ । ସେମାନେ କେବଳ ବାପାଙ୍କ ଭାଗରେ ପଡିଥିବା ଅଂଶରୁ ଭାଗ ପାଆନ୍ତି । ମନେରଖିବାକୁ ହେବ ଯେ, Live in relationship ଅଥବା ବିବାହ ନହୋଇ ପିଲା ଜନ୍ମ ହୋଇଥିଲେ ପିଲାମାନେ ଅବୈଧ ସନ୍ତାନ ରୂପେ ପରିଗଣିତ ହେବେ । ସେମାନେ ତାଙ୍କ ପିତାଙ୍କ ସମ୍ପତ୍ତିରୁ କୌଣସି ଅଂଶ ପାଇବେ ନାହିଁ । କେବଳ ତାଙ୍କ ମାତାଙ୍କ ସମ୍ପତ୍ତିରୁ ଅଂଶ ପାଇବେ । ଉଦାହରଣ : ‘କ’ ତାଙ୍କ ପିତାଙ୍କ ଠାରୁ ୫ ଏକର ଜମି ଉତ୍ତରାଧିକାରୀ ସୂତ୍ରରେ ପାଇଥିଲେ ଓ ତାଙ୍କ ନିଜର ୫ ଏକର ଜମି ଅବୈଧ ସନ୍ତାନ । ତାଙ୍କ ବିଧବା ସ୍ତ୍ରୀ ଛାଡି ମୃତ୍ୟୁବରଣକଲେ । ‘କ’ ଙ୍କର ସ୍ଵଉପାର୍ଜିତ ସମ୍ପତ୍ତିରୁ ବୈଧ ଓ ଅବୈଧ ସନ୍ତାନ ଚାରିଜଣ ଓ ବିଧବା ସ୍ତ୍ରୀ (ମୋଟ ୫ ଜଣ) ପ୍ରତ୍ୟେକ ସମାନ ଭାଗ ପାଇବେ, ଅର୍ଥାତ୍ ପ୍ରତ୍ୟେକ ଏକ ଏକର କରି ଜମି ପାଇବେ ।
ମାତ୍ର ‘କ’ ଙ୍କର ପିତୃ ପୈତୃକ ସମ୍ପତ୍ତି କାଳ୍ପନିକ ବିଭାଗ କରାଗଲା ବେଳେ ସେଥିରେ ଅବୈଧ ସନ୍ତାନ ତଥା ସ୍ତ୍ରୀ(ମୋଟ ୫ ଜଣ)ଙ୍କ ମଧ୍ୟରେ ସମାନ ଭାଗରେ ବିଭକ୍ତ ହେବ ଓ ପ୍ରତ୍ୟେକ ଏକ ଏକର ଜମି ତାଙ୍କର ବୈଧ ଓ ଅବୈଧ ସନ୍ତାନ ୪ ଜଣ ସ୍ତ୍ରୀଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ ହେବ । ଅର୍ଥାତ୍ ପ୍ରତ୍ୟେକ ୧/୫ ଏକର ଜମି ପାଇବେ । ଏଣୁ ହିନ୍ଦୁ ଅବୈଧ ସନ୍ତାନ ପିତୃପୈତୃକ ସମ୍ପତ୍ତିରୁ ଅଂଶ ପାଆନ୍ତି ନାହିଁ । ଉଦାହରଣରୁ ଦେଖିବାକୁ ମିଳିଲା ଯେ ଏହି ପ୍ରଶ୍ନରେ ଜଡ଼ିତ ସମ୍ପତ୍ତିରୁ ବୈଧ ସନ୍ତାନ ମାନେ ପ୍ରତ୍ୟେକ ୨.୫ ଏକର ଜମି ପାଇଲା ବେଳେ ଅବୈଧ ସନ୍ତାନ ଜଣକ ୧/୧.୫ ଏକର ଜମି ପାଇଲେ । ମାତ୍ର ମାତାଙ୍କ ସମ୍ପତ୍ତି କ୍ଷେତ୍ରରେ ଏପରି ତାରତମ୍ୟ ଆସିବ ନାହିଁ ।
ମୁସଲମାନେ ଅବୈଧ ସନ୍ତାନମାନେ ସେମାନଙ୍କ ପିତାମାତାଙ୍କ ସମ୍ପତ୍ତିରୁ ଅଂଶ ପାଇପାରିବେ ନାହିଁ । ମାତ୍ର ସୁନୀ ମହିଳାମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଅଛି । ଅର୍ଥାତ୍ ସୁନୀ ମହିଳା ଜଣକ ଅବୈଧ ସମ୍ପତ୍ତି ଛାଡି ମରିଗଲେ ତାଙ୍କ ସମ୍ପତ୍ତିରୁ ସେମାନଙ୍କର ଅବୈଧ ସନ୍ତାନମାନେ ମହିଳାଙ୍କ ଅନ୍ୟ ଉତ୍ତରାଧିକାରୀଙ୍କ ସହ ମିଶି ଭାଗ ପାଇବେ ।
ଖ୍ରଷ୍ଟିୟାନ୍, ପାର୍ସି ବା ଜୀଉ ଧର୍ମାବଲମ୍ବୀ ପୁରୁଷ ଓ ମହିଳାମାନେ ସନ୍ତାନ ସନ୍ତତି ଛାଡି ମରିଗଲେ ସେମାନଙ୍କର ସମ୍ପତ୍ତିଋ ସେମାନଙ୍କ ଅବୈଧ ସନ୍ତାନମାନେ ଅଂଶ ପାଇପାରିବେ ନାହିଁ । ଏହାର ଭାରତୀୟ ଉତ୍ତରାଧିକାରୀ ଆଇନ୍ ୧୯୨୫ ପାର୍ଟ ୫ ( ଦଫା ୨୯ ରୁ ୫୬) ଦ୍ଵାରା ସ୍ପଷ୍ଟ ହୋଇଅଛି ।
ଶିଶୁଟିଏ ଜନ୍ମ ହେଲେ ସେ ତାର ପିତାଙ୍କର ଜାତି ଓ ଧର୍ମ ଦ୍ଵାରା ପରିଚିତ ହୁଏ । ମାତାଙ୍କର ଜାତି ବା ଧର୍ମ ଦ୍ଵାରା ପରିଚିତ ହୁଏ ନାହିଁ । ଉଦାହରଣ ସ୍ୱରୂପ ଜଣେ ତଫସିଲ୍ ଭୁକ୍ତ ଜାତିର ବ୍ୟକ୍ତି ହେବ । ବ୍ରାହ୍ମଣ ନୁହେଁ । ଯଦି ପିଲାଟି ଜନ୍ମ ହେଲାପରେ ତାଙ୍କର ପିତା କିଏ ବୋଲି ଜଣା ନ ପଡିଲା, ତେବେ ଶିଶୁଟି ଯେଉଁ ଧର୍ମ ଅବଲମ୍ବନ କରି ଚଳୁଥିବେ, ସେ ସେହି ଧର୍ମର ବ୍ୟକ୍ତି ରୂପେ ପରିଚିତ ହେବେ ।
ଶିଶୁଟିଏ ଜନ୍ମ ହେଲେ ତାର ପିତାଙ୍କର ଜାତି ବା ଧର୍ମ ଜଣା ପଡିଲେ ମଧ୍ୟ ଶିଶୁଟି ଯେଉଁ ଧର୍ମ ଆଚରଣ କରି ବଢିବ ସେ ସେହି ଧର୍ମାବଲମ୍ବୀ ଲୋକ ବୋଲି ଧରାଯିବ । ଉଦାହରଣ ସ୍ୱରୂପ ହିନ୍ଦୁ ଶିଶୁଟିଏ ଜନ୍ମପରେ ମୁସଲମାନ ଧର୍ମରେ ବଢିଲା, ତେବେ ସେହି ଶିଶୁଟି ମୁସଲମାନ ଧର୍ମରେ ବଢିଲା, ତେବେ ସେହି ଶିଶୁଟି ମୁସଲମାନ ବୋଲି ଧରାଯିବ ।
ଉପରୋକ୍ତ ଉଦାହରଣରୁ ସ୍ପଷ୍ଟ ଯେ ବେଶ୍ୟାଳୟରେ ଜନ୍ମ ଗ୍ରହଣ କରିଥିବା ଶିଶୁଟି ଯେଉଁ ଧର୍ମ ଦ୍ଵାରା ପରିବର୍ଦ୍ଧିତ ହେଉଥିବ ତାର ଧର୍ମ ସେଇଆ ହେବ ।
ସେହିପରି ରାସ୍ତାକୁ ପାଇ ଆଣିଥିବା ଶିଶୁଟି ଯେଉଁ ଧର୍ମରେ ପରିବର୍ଦ୍ଧିତ ହେବ ତାର ଧର୍ମ ସେଇଆ ହେବ । ଏହାଛଡା ମନେରଖିବାକୁ ହେବ ଯେ ଜଣେ ବ୍ୟକ୍ତି ମଧ୍ୟ ତାର ଧର୍ମ ବା ଜାତି ପରିବର୍ତ୍ତନ କରିପାରେ । ଏହା କରିବା ପାଇଁ ଆଇନ୍ ଗତ ପ୍ରତିବନ୍ଧକ ନାହିଁ ।
ଆଧାର – ଓଡ଼ିଶା ଲ ରିଭିଉସ
Last Modified : 6/21/2020