অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଗଣାରେ ଲୋକ ଅଦାଲତରୁ ରାୟ ପାଇବା ସମ୍ପର୍କରେ

ମାଗଣାରେ ଲୋକ ଅଦାଲତରୁ ରାୟ ପାଇବା ସମ୍ପର୍କରେ

ଉପକ୍ରମ

ଆମ ଦେଶରେ ପ୍ରାୟ ବିଗତ ୨୫ ବର୍ଷଧରି ଲୋକ ଅଦାଲତ ଦ୍ଵାରା କେସମାନ ବହୁ ସଂଖ୍ୟାରେ ବିଚାର କରି ତୁରନ୍ତ ନିଷ୍ପତ୍ତି କରାଯାଉଅଛି, ୧୯୮୭ ମସିହାରେ Legal Services Authority Act ପ୍ରଣୀତ ହୋଇଅଛି । ଏହି ଆଇନ୍ ବଳରେ ପ୍ରତି ଜିଲ୍ଲା ଜଜ୍ ଙ୍କ ଅଫିସରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ପ୍ରତିଷ୍ଠିତ ହୋଇଅଛି ।

ସିଧା ସଳଖ ଦରଖାସ୍ତ

ଆପଣ ଯଦି ଏହି ନିରନ୍ତର ଲୋକ ଅଦାଲତକୁ ଆପଣଙ୍କ କେଶ୍ ସମ୍ପର୍କରେ ସିଧା ସଳଖ ଦରଖାସ୍ତ କରିବେ, ତେବେ ଆପଣଙ୍କ ପ୍ରତିପକ୍ଷକୁ ଡକାଯାଇ ଆପଣ ଓ ପ୍ରତିପକ୍ଷଙ୍କ ମଧ୍ୟରେ ରାଜିନାମା ଦ୍ଵାରା କେଶ୍ ଟି ଫଏସଲା ପାଇଁ ଚେଷ୍ଟା କରାଯିବ ।

ଯଦି କେଶ୍ ଟି ଫଏସଲା ହେଲା ଏଥିପାଇଁ ଆପଣଙ୍କୁ କୌଣସି କୋର୍ଟ ଫି ଦେବାର ଦରକାର ହୁଏ ନାହିଁ । ଏହି ନିରନ୍ତର ଲୋକ ଅଦାଲତରେ କେଶ୍ ଟି ଫଏସଲା ହେଲେ ସେହି ରାୟ ଉପରେ ଆଉ ଅପିଲ୍ ହୁଏ ନାହିଁ । ଅଦାଲତରେ କେଶ୍ ଟି ଫଏସଲା ହେଲେ ସେହି ରାୟ ଉପରେ ଆଉ ଅପିଲ୍ ହୁଏ ନାହିଁ । ଏହାଦ୍ଵାରା ଆପଣ କେଶ୍ ବା ମାମଲାର ତୁରନ୍ତ ଓ ବିନାମୂଲ୍ୟରେ ରାୟ ପାଇ ପାରୁଛନ୍ତି । ଯଦି ଆପଣଙ୍କ ଦରଖାସ୍ତଟି ଫଏସଲା ହୋଇପାରିଲା ନାହିଁ ତେବେ ତାହା କୋର୍ଟକୁ ବିଚାର ପାଇଁ ପଠାଇ ଦିଆଯିବ ।

କେଶ୍ ଫଏସଲା

ଯଦି ଆପଣଙ୍କ କେଶ୍ ଟି କୋର୍ଟରେ ଦାୟର କରିଦେଇଛନ୍ତି, ସେଠାରୁ ମଧ୍ୟ କେଶ୍ ଟି ନିରନ୍ତର ଲୋକ ଅଦାଲତକୁ ନିଆଯାଇ ଫଏସଲା କରାଯାଇପାରିବ । ଏପରି ବୁଝାମଣାଜନିତ ବିଚାର ଦ୍ଵାରା ଉଭୟ ପକ୍ଷ (ଦାବୀ ଓ ପ୍ରତିବାଦୀ) ଖୁସି ହୁଅନ୍ତି ଓ ସାମାଜିକ ବିଶୃଙ୍ଖଳା ଘଟିବାରୁ ରକ୍ଷା ମିଳେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ବା ବିବାହ ଜନିତ ଯେକୌଣସି କଳହ ପାଇଁ ମଧ୍ୟ ଆପଣ ନିରନ୍ତର ଲୋକ ଅଦାଲତର ସାହାଯ୍ୟ ନେଇ ପାରିବେ । ଏହାର ସୁଯୋଗ ନିଅନ୍ତୁ ।

ଆଧାର – ଓଡିଶା ଲ ରିଭିଉସ

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate