ଆମ ଦେଶରେ ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ବହୁ ଅଧିକ । ଶିଶୁମାନେ ପାଠପଢି ଶିକ୍ଷିତ ହେଲେ ଦେଶର ମାନବ ସମ୍ବଳର ବିକାଶ ଘଟି ଦେଶ ଉନ୍ନତି କରିବ, ମାତ୍ର ଆମ ଦେଶରେ ବହୁତ ଗରିବ ଲୋକ ଥିବାରୁ ସେମାନେ ନିଜ ପୁଅଝିଅ ମାନଙ୍କୁ ପାଠ ପଢାଇ ପାରନ୍ତି ନାହିଁ ଓ ବିଭିନ୍ନ କର୍ମରେ ନିଯୁକ୍ତ କରନ୍ତି ।କର୍ମକ୍ଷେତ୍ରରେ ଶିଶୁମାନେ ଶୋଷିତ ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଅନେକ ଗୁଡିଏ ଆଇନ୍ ପ୍ରଣୟନ କରାଯାଇଅଛି। ଆମ ଦେଶର ସମ୍ବିଧାନ ୨୪ ଧାରାରେ ନିର୍ଦ୍ଦେଶ ଅଛି ଯେ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନେ ।
ସମ୍ବିଧାନ ବ୍ୟତୀତ ନିମ୍ନଲିଖିତ ଆଇନ୍ ମାନ ଶିଶୁମାନଙ୍କ ସୁବିଧା ପାଇଁ ହୋଇଅଛି । ୧୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସେହି ସ୍ଥାନମାନଙ୍କରେ ନିଯୁକ୍ତି ଦେବା ବେଆଇନ୍ ଓ ଦଣ୍ଡନୀୟ । ଆଇନ୍ ଗୁଡିକ ହେଲା :
ଛୋଟ ଛୋଟ ପିଲାମାନଙ୍କ ମସ୍ତିସ୍କରେ ଅଶ୍ଳୀଳତା କିମ୍ବା ଆପତ୍ତିଜନକ ଲେଖାର ପ୍ରଭାବରୁ ରକ୍ଷା ଦେବା ପାଇଁ କେନ୍ଦ୍ରସରକାର Young Person Harmful Publication Act, 1956 ପ୍ରଣୟନ କରିଛନ୍ତି । ଏହାଛଡା ୧୯୮୬ ମସିହାରେ ଶିଶୁ ଶ୍ରମ ନିରୋଧ ଓ ନିୟନ୍ତ୍ରଣ ଆଇନ୍ ୧୯୮୬ ପ୍ରଣୟନ କରାଯାଇଅଛି ।
ଶିଶୁ ସମ୍ବନ୍ଧରେ ପ୍ରଥମ ଆନ୍ତର୍ଜାତିକ ଚୁକ୍ତିନାମା ୧୯୯୫ ଶିଶୁକୁ ତାର ଅଧିକାର ସାବ୍ୟସ୍ତ ନିମନ୍ତେ କ୍ଷମତା ଦେଇଛି । ଭାରତ ଏହି ଚୁକ୍ତିନାମାରେ ସ୍ଵାକ୍ଷରକାରୀ ଥାଇ ଏହି ଚୁକ୍ତିନାମାର ଆଧାରରେ ଆମ ଦେଶର ପ୍ରଚଳିତ ଆଇନ୍ ରେ ଅନେକ ସଂଶୋଧନ କରିଅଛି ।
ଉପରୋକ୍ତ ଆଇନ୍ ରେ ଅନେକ ସୁବିଧା କଥା ବ୍ୟାଖ୍ୟା କରାଯାଇଥିଲେ ମଧ୍ୟ ଶିଶୁଟି ଆଜି ପାଠ ପଢିପାରୁନାହିଁ କିମ୍ବା କର୍ମକ୍ଷେତ୍ରରୁ ମୁକ୍ତି ପାଇପାରୁନାହିଁ ।
କଥାରେ ଅଛି ଅନ୍ନ ଚିନ୍ତା ଚମତ୍କାର । ଏହାର ଅର୍ଥ ହେଲା ଭୋଖିଲା ଲୋକର ପ୍ରଥମେ ଭୋକ ମେଣ୍ଟିବା ଦରକାର । ପେଟରେ ଦାନା ପଡିଲେ ଓ ଶରୀର ଆବୃତ୍ତ କରିବାକୁ କନାଥିଲେ ଶିଶୁଟି ଯାଇ ବିଦ୍ୟାଳୟରେ ପଢିପାରିବ । ଏ ପ୍ରକାର ସୁବିଧା ନଥିବାରୁ ଅନେକ ଆଇନ୍ ଥାଇ ଶିଶୁ ମଧ୍ୟ ଶୋଷିତ ଓ ସାମାଜିକ ସ୍ରୋତରେ ପରାହତ ।
ଆଧାର – ଓଡ଼ିଶା ଲ ରିଭିଉସ
Last Modified : 6/21/2020