অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁମାନଙ୍କ ସମ୍ପର୍କରେ

ନାବାଳକ (minor), ଶିଶୁ (child) ଓ କିଶୋର (Juvenile) ତିନୋଟି ଏକା ଶଦ୍ଦ ନୁହେଁ । ଏହା ବିଭିନ୍ନ ଆଇନ୍ ରେ ମଣିଷର ବିଭିନ୍ନ ବୟସକୁ ନେଇ ବୁଝାଇଥାଏ ।

ସାବାଳକତ୍ତ୍ଵ

ଭାରତରେ ମଣିଷର ସାବାଳକତ୍ତ୍ଵ ବା ନାବାଳକତ୍ତ୍ଵ Indian Majority Act, 1875 ଅନୁଯାୟୀ ସ୍ଥିର ହୋଇଥାଏ । ୧୮ ବର୍ଷ ବା ତା ଠାରୁ ଅଧିକ ହେଲେ ମଣିଷକୁ ସାବାଳକ କୁହାଯିବ ମାତ୍ର କେତେକ ବ୍ୟତିକ୍ରମ କ୍ଷେତ୍ରରେ (ଯେପରିକି ଯେଉଁଠି ଜଣେ minor କୋର୍ଟ ଦ୍ଵାରା ଅଭିଭାବକ ନିଯୁକ୍ତି ଦେଇଥିଲେ ) ଏହି ବୟସକୁ ୨୧ ବର୍ଷ ଧରାଯାଏ । ୧୮ ବର୍ଷରୁ କମ୍ ବୟସ୍କ ଲୋକ ନାବାଳକ ଅଟେ ।

ଶିଶୁ

ଶିଶୁ ର ସଂଜ୍ଞା ବିଭିନ୍ନ ଆଇନ୍ ରେ ବିଭିନ୍ନ ବୟସକୁ ନେଇ ସ୍ଥିର କରାଯାଇଛି । ଯଥା,-

  • The Children Act, 1960 ଏହି ଆଇନ୍ ରେ ପୁରୁଷ ପିଲାକୁ ୧୬ ବର୍ଷ ବୟସରୁ କମ୍ ଓ ଝିଅ ପିଲାକୁ ୧୫ ବର୍ଷ ବୟସରୁ କମ୍ ହେଲେ ଶିଶୁ ବୋଲି ଧରାଯାଏ।
  • The Child Labour (Prohibition and Regulation) Act,2000ଅନୁସାରେ ୧୪ ବର୍ଷରୁ କମ୍ ବୟସ ପିଲାକୁ ଏହି ଆଇନ୍ ରେ ଶିଶୁ ଧରାଯାଏ ।
  • The Factories Act, 1948 ୧୫ ବର୍ଷରୁ କମ୍ ପିଲାକୁ ଏହି ଆଇନ୍ ରେ Child ଧରାଯାଏ ।
  • The Immoral Traffic (Prevention) Act ୧୬ ବର୍ଷରୁ କମ୍ ବୟସ୍କ ପିଲାକୁ ଏହି ଆଇନ୍ ରେ child ଧରାଯାଏ । ଏହି ଆଇନ୍ ରେ ୧୬ ବର୍ଷରୁ ୧୮ ବର୍ଷ ପିଲାକୁ ବୋଲି minor ବୋଲି ଧରାଯାଏ ।
  • The Child Marriage Restraint Act, 1929 । ଏହି ଆଇନ୍ ଅନୁଯାୟୀ ୨୧ ବର୍ଷରୁ କମ୍ ପୁଅ ଓ ୧୮ ବର୍ଷରୁ କମ୍ ଝିଅକୁ Child ଧରାଯାଏ ।
  • The Shops and Commercial Establishments Act, 1956 ଏହି ଆଇନ୍ ରେ ୧୫ ବର୍ଷରୁ କମ୍ ପିଲାକୁ Child ଧରାଯାଏ ।
  • Convention on the Right of child adopted by the General Assembly of U.N.O. – 1989 ଏହି କନ୍ ଭେନ୍ସନ୍ ଅନୁଯାୟୀ ୧୮ ବର୍ଷରୁ କମ୍ ପିଲାଙ୍କୁ Child ଧରାଯାଏ ।

Juvenile

  1. The Juvenile Justice (Care and Protection of Children) Act, 2000୧୮ ବର୍ଷରୁ କମ୍ ପିଲାକୁ ଏହି ଆଇନ୍ ରେ ଜୁଭେନାଇଲ୍ କୁହାଯାଏ ।
  2. Criminal Procedure Code, 1973 ଏହି ଆଇନ୍ ର ଧାରା ୨୭ ଅନୁଯାୟୀ ୧୬ ବର୍ଷରୁ କମ୍ ପିଲାକୁ କୁହାଯାଏ ।

ଶିଶୁ ବା minor ମାନଙ୍କର ଅଧିକାର

ଉପରୋକ୍ତ ଶିଶୁ ବା minor ମାନଙ୍କର ଅଧିକାର ବିଷୟରେ ନିମ୍ନଲିଖିତ ଆଇନ୍ ମାନ ଜାଣିବା ଦରକାର ।

  1. Criminal Procedure Code, 1973 (କ୍ରିମିନାଲ୍ ପ୍ରୋସିଡଓର କୋର୍ଡ) ର ଧାରା ୧୨୫ ଅନୁଯାୟୀ ଜଣେ ପୁରୁଷ ତାଙ୍କର ବୈଧ ବା ଅବୈଧ minor (୧୮ ବର୍ଷରୁ କମ୍) ପୁତ୍ର – କନ୍ୟାଙ୍କୁ ଭରଣ ପୋଷଣ କରିବାକୁ ବାଧ୍ୟ ଅଟନ୍ତି ।
  2. minor ମାନଙ୍କର ସମ୍ପତ୍ତି ହସ୍ତାନ୍ତର କରିବା ପୂର୍ବରୁ କୋର୍ଟଙ୍କ ପର୍ମିସନ୍ ନେଇ ଏହା କରିବା ଉଚିତ୍ ନଚେତ୍ ହସ୍ତାନ୍ତର ଅସିଦ୍ଧ ହେବ ।
  3. ଶିଶୁମାନଙ୍କର ଅଭିଭାବକ ଗାଡ଼ିଆନ୍ସ୍ ଆଣ୍ଡ ୱାର୍ଡ଼ସ୍ ଆଇନ୍ ଅନୁସାରେ ଏବଂ ହିନ୍ଦୁ ଶିଶୁ ମାନଙ୍କର ହିନ୍ଦୁ ମାଇନରିଟି ଆଣ୍ଡ ଗାର୍ଡିଆନ୍ସିପ୍ ଆଇନ୍ ଅନୁସାରେ ନିର୍ଦ୍ଧାରିତ ହୁଏ । ସାଧାରଣତଃ ପିତାମାତାଙ୍କ ମଧ୍ୟରେ କଳହ ନେଇ ସେମାନେ ଅଲଗା ରହିଲେ ଯେତେବେଳେ ଶିଶୁ ମାନଙ୍କୁ ନିଜ ପାଖରେ ରଖିବାକୁ ନେଇ କଳହ ଉପୁଜିଥାଏ, ଏ କ୍ଷେତ୍ରରେ କୋର୍ଟଙ୍କ ଦ୍ଵାରସ୍ଥ ହେବାକୁ ପଡ଼େ । ସାଧାରଣତଃ ଛଅ ବର୍ଷ ପର୍ଯ୍ୟନ୍ତ ପିଲାର ଦାୟୀତ୍ଵ ମାତାଙ୍କୁ ଦିଆଯାଏ ଓ ଏହାପରେ ପିତାଙ୍କ ଦାୟୀତ୍ଵରେ ଦିଆଯାଏ । ମାତ୍ର ପିଲାମାନଙ୍କର custody ସ୍ଥିର କଲାବେଳେ ପିଲାଟିର ସବାଙ୍ଗୀନ ଉନ୍ନତି ଦୃଷ୍ଟିରେ ରଖି ଏହା ସ୍ଥିର କରିବାକୁ ପଡ଼େ ।
  4. ଯଦି ଜଣେ minor ଙ୍କର ସମ୍ପତ୍ତି ଥିବା ସତ୍ତ୍ୱେ ସେ ନିଜର ଜୀବିକା ନିର୍ବାହ ପାଇଁ ଅତ୍ୟାବଶ୍ୟକ ପଦାର୍ଥମାନ ଯୋଗାଡ଼ କରିପାରୁ ନଥାନ୍ତି ଅଥବା ସେ ଯେଉଁମାନଙ୍କୁ ଆଇନ୍ ଗତ ଭାବେ ପୋଷିବା କଥା ତାହା କରିପାରୁ ନ ଥାଆନ୍ତି – ତେବେ ଏଥିପାଇଁ ଖର୍ଚ୍ଚ ଯୋଗାଇ ଦେଇଥିବା ବ୍ୟକ୍ତି minor (ନାବାଳକ) ଙ୍କ ସମ୍ପତ୍ତିକୁ ପାଉଣା ଆଦାୟ କରିପାରିବେ । ମାତ୍ର minor (ନାବାଳକ) ଜଣକ ଏଥିପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ନାହିଁ । ଅର୍ଥାତ୍ ଜେଲ ଜୋରିମାନା ଭୋଗିବେ ନାହିଁ। (ଧାରା ୬୮ କଣ୍ଟ୍ରାକ୍ଟ ଆକ୍ଟ )।
  5. ଜଣେ minor ନିଜେ କ୍ରିମିନାଲ ମକଦ୍ଦମା କରିପାରିବେ ଓ କ୍ରିମିନାଲ କେସରେ ମଧ୍ୟ ପଡ଼ି ପାରିବେ । ମାତ୍ର ସେ ନିଜେ ସିଭିଲ ମକଦ୍ଦମାଟି କରିପାରିବେ ନାହିଁ କିମ୍ବା ତାଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଭାବେ ସିଭିଲ ମକଦ୍ଦମା ଚଳାଇ ପାରିବେ ନାହିଁ । minor case କରିବାକୁ ହେଲେ ତାହା ତାଙ୍କର ଅଭିଭାବକ (next friend) କରିବେ । Minor ଙ୍କ ନାମରେ କେଶ୍ କରିବାକୁ ହେଲେ minor ଙ୍କୁ ତାଙ୍କ ଗାର୍ଡିଆନ୍ ଙ୍କ କ୍ୟାରଫ ଦେଇ କେଶ କରିବାକୁ ହୁଏ । ମାତ୍ର minor ମାନଙ୍କ ନାମରେ Tort ରେ ମକଦ୍ଦମା କରିହେବ । ଏଠାରେ ଗୋଟିଏ ଘଟଣା ନିତାନ୍ତ ମନେ ରଖିବା ଆବଶ୍ୟକ ଯେ ଯେଉଁ କେଶ୍ ମାନଙ୍କରେ minor ମାନେ ପ୍ରତିବାଦୀ ଥାଆନ୍ତି ସେଥିରେ କୋର୍ଟରୁ ସମନ ତାଙ୍କ ଗାର୍ଡିଆନ୍ ଙ୍କ ଜରିଆରେ ଯାଏ । ବେଳେବେଳେ ଏହି ଗାର୍ଡିଆନ୍ ମାନେ ଅଜ୍ଞତା ବଶତଃ ଏପରି ସମନକୁ ଫେରାଇ ଦିଅନ୍ତି । ଏପରି ସମନ କୋର୍ଟକୁ ଫେରି ଆସିଲେ ସେ କ୍ଷେତ୍ରରେ କୋର୍ଟ minor ଙ୍କ ତରଫରୁ G.A.L. ( ଗାର୍ଡିଆନ୍ ଆଡ଼ ଲିଟେମ) ଲଗାଇ କେଶଟି ଚାଲୁ କରିଥାଆନ୍ତି ଓ ଏହି ରାୟ ଦ୍ଵାରା minor ଜଣକ ପ୍ରଭାବିତ ହୁଅନ୍ତି । ଏଣୁ ଏଭଳି ଘଟଣାକୁ ରକ୍ଷାପାଇବାକୁ ହେଲେ minorଙ୍କ summons କୁ ଗ୍ରହଣ କରିବାକୁ ମନା ନ କରି ତାକୁ ନେଇ ଉଚିତ୍ ମତେ କେଶ ଲଢିବା ଦରକାର । ଯଦି ପାଖରେ ପଇସାର ସୁବିଧା ନାହିଁ ତେବେ Legal Aid (ଆଇନ୍ ସହାୟତା) ନେଇ କେଶ ଚାଲୁ କରିବେ ।
  6. ଆମ ଦେଶରେ ଶିଶୁ ମାନଙ୍କୁ ପୋଷ୍ୟ ସନ୍ତାନ ହିସାବରେ ଗ୍ରହଣ କରାଯାଇଥାଏ । ହିନ୍ଦୁ ମାନଙ୍କ ପାଇଁ ହିନ୍ଦୁ ପୋଷ୍ୟ ପୁତ୍ର ଆଇନ୍ ଅଛି । ଏଠାରେ ହିନ୍ଦୁ କହିଲେ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଶୈବ, ସାକ୍ତ, ଲିଙ୍ଗାୟତ ଇତ୍ୟାଦିଙ୍କୁ ବୁଝାଏ । ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ ଏହି ଲେଖାରେ ହିନ୍ଦୁ ପୋଷ୍ୟପୁତ୍ର ଆଇନ୍ ରେ ସବିଶେଷ ବିବରଣୀ ଦିଆଯାଉନାହିଁ। ଏଠାରେ କେତେକ ନିତାନ୍ତ ଜାଣିବା କଥା ଉଲ୍ଲେଖ କରାଯାଉଛି । ଯଦି ପାଠକ ହିନ୍ଦୁ ପୋଷ୍ୟପୁତ୍ର ଆଇନ୍ ସମ୍ପର୍କରେ ସମ୍ପର୍ଣ୍ଣ ବିବରଣୀ ଜାଣିବାକୁ ଚାହାନ୍ତି ତେବେ ସେ ଏଥିପାଇଁ ହିନ୍ଦୁ ଆଡ଼ପସନ୍ ଓ ମେଣ୍ଟେନାନ୍ସ୍ ଆଇନ୍, ୧୯୫୬ ଦେଖିବା ଉଚିତ୍ ।

ହିନ୍ଦୁ ମାନଙ୍କର ପୋଷ୍ୟ ସନ୍ତାନ ଗ୍ରହଣ

  1. ହିନ୍ଦୁ ଶିଶୁଟିକୁ ହିନ୍ଦୁ ପୁରୁଷ ଓ ମହିଳା ମାନେ ପୋଷ୍ୟ ସନ୍ତାନ ହିସାବରେ ଗ୍ରହଣ କରିପାରିବେ ।
  2. ଯଦି ମହିଳା ଜଣକ ପୋଷ୍ୟ ପୁତ୍ର ଗ୍ରହଣ କରୁଥାଆନ୍ତି ତେବେ ଉଭୟଙ୍କର ବୟସ ବ୍ୟବଧାନ ଅତି କମ୍ ରେ ୨୧ ବର୍ଷ ହେବ।
  3. ଯଦି ପୁରୁଷ ଜଣେ ପୋଷ୍ୟ କନ୍ୟା ଗ୍ରହଣ କରୁଥାଆନ୍ତି ତାହେଲେ ଉଭୟଙ୍କର ବୟସ ୨୧ ବର୍ଷରୁ କମ୍ ହେବ ନାହିଁ ।
  4. ସ୍ଵାମୀ ଜୀବିତ ଥିଲେ ଯଦି ସେ ଧର୍ମ ତ୍ୟାଗୀ କିମ୍ବା ପାଗଳ କିମ୍ବା ଛାଡପତ୍ରଦାର ହୋଇନଥାନ୍ତି ତେବେ ମହିଳା ଜଣକ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ନାହିଁ । ଏପରିକି ସ୍ଵାମୀଙ୍କ ମତ ନେଇ ମଧ୍ୟ ତାଙ୍କ ଜୀବିତାବସ୍ଥାରେ ସ୍ତ୍ରୀ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ନାହିଁ ।
  5. ସ୍ଵାମୀ ପୋଷ୍ୟ ସନ୍ତାନ ଗ୍ରହଣ କଲାବେଳେ ସ୍ତ୍ରୀଙ୍କ ମତ ନେବାକୁ ବାଧ୍ୟ ସ୍ତ୍ରୀ ଜଣକ ପାଗଳ, ଧର୍ମ ତ୍ୟାଗୀ କିମ୍ବା ଛାଡୂରୀ ହୋଇଥିଲେ ତାଙ୍କ ମତ ନେବା ଆବଶ୍ୟକ ନାହିଁ । ଏକାଧିକ ସ୍ତ୍ରୀ ଥିଲେ ସବୁ ସ୍ତ୍ରୀମାନଙ୍କର ମତ ନେବାକୁ ପଡ଼ିବ ।
  6. ପୋଷ୍ୟପୁତ୍ର ଗ୍ରହଣ କରିବାକୁ ନିଜର ପୁଅ କିମ୍ବା ପୁଅର ପୁଅ, କିମ୍ବା ପୁଅର ପୁଅର ପୁଅ, ନଥିବା ଦରକାର ।
  7. ସେହିପରି ପୋଷ୍ୟ କନ୍ୟା ଗ୍ରହଣ କରିବାକୁ ହେଲେ ନିଜର ଝିଅ କିମ୍ବା ପୁଅର ଝିଅ ନଥିବା ଦରକାର ।
  8. ଏକମାତ୍ର ସନ୍ତାନକୁ ପୋଷ୍ୟ ସନ୍ତାନ ହିସାବରେ ଦେବା ମନା ନାହିଁ ।
  9. ଅବୈଧ ସନ୍ତାନ ଥିଲେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ମନା ନାହିଁ । ଅବୈଧ ସନ୍ତାନକୁ ତାର ପିତା ପୋଷ୍ୟ ସନ୍ତାନ ହିସାବରେ ଦେଇପାରିବେ ନାହିଁ ।
  10. ନିଜର ସନ୍ତାନ ଥାଇ ସେମାନେ ଧର୍ମ ତ୍ୟାଗୀ ହୋଇଯାଇଥିଲେ ପୋଷ୍ୟ ସନ୍ତାନ ଗ୍ରହଣ ମନା ନାହିଁ ।
  11. ରୋଗୀ, ବିକଳାଙ୍ଗ ଅଥବା ବୋକା ପିଲାକୁ ପୋଷ୍ୟ ସନ୍ତାନ କରିବା ମନା ନାହିଁ ।
  12. ଜଣେ ଶିଶୁକୁ ଏକାଧିକ ଲୋକ ପୋଷ୍ୟ ସନ୍ତାନ ହିସାବରେ ଗ୍ରହଣ କରିପାରିବେ ନାହିଁ ।
  13. ଜଣେ ଶିଶୁକୁ ଠାରେ ପୋଷ୍ୟ ସନ୍ତାନ ହିସାବରେ ଦିଆଗଲେ ତାକୁ ପୁନର୍ବାର ପୋଷ୍ୟ ସନ୍ତାନ ହିସାବରେ ଦିଆଯାଇପାରିବ ନାହିଁ ।
  14. ଠାରେ ଜଣେ ପୋଷ୍ୟ ସନ୍ତାନ ଗ୍ରହଣ କରିସାରିଲା ପରେ ତାହା ଦାତା କିମ୍ବା ଗ୍ରହୀତା କେହି କାଟି ପାରିବେ ନାହିଁ ।
  15. ପୋଷ୍ୟ ସନ୍ତାନ ହେଲାପରେ ଶିଶୁଟିଣ ଜନ୍ମିତ ପରିବାରକୁ ସମ୍ପର୍କ ଛିନ୍ନ ହୁଏ ।
  16. ପୋଷ୍ୟ ସନ୍ତାନ ପୋଷ୍ୟ ପରିବାରରେ ଜନ୍ମିତ ସନ୍ତାନ ଭଳି ସମସ୍ତ ସୁବିଧା ଉପଭୋଗ କରିବେ ।
  17. ଜଣେ ଲୋକ ଏକାଧିକ ପୋଷ୍ୟ ପୁତ୍ର କିମ୍ବା ଏକାଧିକ ପୋଷ୍ୟ କନ୍ୟା ଗ୍ରହଣ କରିପାରିବେ ନାହିଁ ।
  18. ପୋଷ୍ୟ ସନ୍ତାନ ଗ୍ରହଣ ହେଉଥିବା ବ୍ୟକ୍ତି କିମ୍ବା ନେଉଥିବା ବ୍ୟକ୍ତି ଏଥିପାଇଁ କୌଣସି ଲାଭ ବା ପାଉଣା ନେବେ ନାହିଁ । ଏହା କଲେ ଦଣ୍ଡିତ ହେବେ ।
  19. ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଜଣେ ବ୍ୟକ୍ତିଙ୍କୁ କେହି ମନା କରିପାରିବେ ନାହିଁ ।
  20. ଶିଶୁଟିକୁ ତାର ପିତା ମାତା ପୋଷ୍ୟ ସନ୍ତାନ ହିସାବରେ ଦେଇ ପାରିବେ । ସେମାନେ ମୃତ ବା ଧର୍ମତ୍ୟାଗୀ ହୋଇଥିଲେ ପିଲାଟି ପାଇଁ ନିଯୁକ୍ତି ଅଭିଭାବକ (court ଦ୍ଵାରା ନିଯୁକ୍ତ ହେଉ କି ପିତାମାତାଙ୍କ ଉଇଲ୍ ଦ୍ଵାରା ହେଉ ) ପିଲାଟିକୁ କୋର୍ଟଙ୍କ ପରାମର୍ଶ ନେଇ ପୋଷ୍ୟ ସନ୍ତାନ ହିସାବରେ ଦେଇ ପାରିବେ ।
  21. ପୋଷ୍ୟ ସନ୍ତାନ ଗ୍ରହଣ ଅସିଦ୍ଧ ହୋଇଥିଲେ ପୋଷ୍ୟ ସନ୍ତାନଟି ପୋଷ୍ୟ ପରିବାରରୁ କିଛି ପାଇବେ ନାହିଁ । ଏପରି ସ୍ଥଳେ ସେ ଜନ୍ମିତ ପରିବାରରୁ ନିଜର ଅଧିକାର ହରାଇ ନଥାନ୍ତି ।
  22. ନିଜର ସନ୍ତାନମାନଙ୍କୁ ପୋଷ୍ୟ ସନ୍ତାନ ହିସାବରେ ଦେଇ ସନ୍ତାନ ଶୂନ୍ୟ ହୋଇ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଅସିଦ୍ଧ ନୁହେଁ। ମୋଟ ଉପରେ କୌଣସି କାରଣ ବଶତଃ ଜଣେ ହିନ୍ଦୁ ବ୍ୟକ୍ତିର ହିନ୍ଦୁ ସନ୍ତାନ ନଥିଲେ ସେ ହିନ୍ଦୁ ସନ୍ତାନଟିଏ ପୋଷ୍ୟ ଆକାରରେ ଗ୍ରହଣ କରିପାରିବେ ।
  23. ପୋଷ୍ୟ ସନ୍ତାନ ଦେଲାବେଳେ ସନ୍ତାନର ମତାମତ ପିତାମାତାଙ୍କ ଦ୍ଵାରା ଗ୍ରହଣ କରିବାର ଆବଶ୍ୟକତା ନାହିଁ ।
  24. ମାତ୍ର ଅଭିଭାବକ ଜଣକ ଶିଶୁକୁ ପୋଷ୍ୟ ସନ୍ତାନ ହିସାବରେ ଦେଉଥିଲା ବେଳେ କୋର୍ଟଙ୍କର ଅନୁମତି ନିଅନ୍ତି । ଏ ସମୟରେ କୋର୍ଟ ଶିଶୁଟିର ମତାମତକୁ ଗୁରୁତ୍ଵ ଦେଇଥାଆନ୍ତି ।
  25. ବିମାତା ବା ବିପିତାମାନେ ସନ୍ତାନଟିକୁ ପୋଷ୍ୟ ସନ୍ତାନ ହିସାବରେ ଦେଇପାରିବେନାହିଁ ।
  26. ପିତା ଜୀବିତ ଥିଲେ ସେ ହିଁ କେବଳ ପିଲାଟିକୁ ପୋଷ୍ୟ ଆକାରରେ ଦେଇପାରିବେ । ଯଦି ପିଲାଟିର ମାତା ଜୀବିତ ଥାଆନ୍ତି ତେବେ ସେ ପାଗଳ, ଧର୍ମତ୍ୟାଗୀ କିମ୍ବା ସଂସାର ତ୍ୟାଗୀ ହୋଇନଥିଲେ ତାଙ୍କ ମତ ନେବାକୁ ପିତା ବାଧ୍ୟ ଅଟନ୍ତି । ତାଙ୍କ ବିନା ସମ୍ମତିରେ ଏହା ସମ୍ଭବ ନୁହେଁ ।
  27. ପିତା, ମାତା ଉଭୟ ଜୀବିତ ଥିଲେ, ପିତା ପାଗଳ, ଧର୍ମତ୍ୟାଗୀ ଅଥବା ସଂସାର ତ୍ୟାଗୀ ହୋଇଥିଲେ, ସେଭଳି କ୍ଷେତ୍ରରେ ମାତା ଶିଶୁଟିକୁ ପୋଷ୍ୟ ଆକାରରେ ପିତାଙ୍କ ବିନା ଅନୁମତିରେ ଦେଇପାରିବେ । ଅନ୍ୟଥା ପିତାଙ୍କ ଜୀବଦଶାରେ ତାଙ୍କ ମତନେଇ ମଧ୍ୟ ମାତା ପୋଷ୍ୟ ଆକାରରେ ଦେଇ ପାରିବେ ନାହିଁ ।

ମୁସଲମାନ ମାନଙ୍କର ପୋଷ୍ୟ ପୁତ୍ର ଗ୍ରହଣ

  1. ହିନ୍ଦୁ ମାନଙ୍କର ପୋଷ୍ୟ ପୁତ୍ର ଗ୍ରହଣ ଆଇନ୍, ୧୯୫୬ ଭଳି ମୁସଲମାନ ମାନଙ୍କ ପାଇଁ କୌଣସି ପୋଷ୍ୟ ପୁତ୍ର ଆଇନ୍ ନାହିଁ। ମୁସଲମାନ ମାନଙ୍କ ବ୍ୟକ୍ତିଗତ ଆଇନ୍ ରେ Muslim Lawରେ ମଧ୍ୟ ପୋଷ୍ୟ ପୁତ୍ର ଗ୍ରହଣ ବ୍ୟବସ୍ଥା ନାହିଁ । ମାତ୍ର ଜଣେ ମୁସଲମାନ ଯଦି ଏସବୁ ସତ୍ତ୍ୱେ ପୋଷ୍ୟପୁତ୍ର ଗ୍ରହଣ କରନ୍ତି ତେବେ ତାହା ଅସିଦ୍ଧ ହେବ ନାହିଁ । (AIR 1936 Pesh 108) ମୁସଲମାନ ଜଣେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ସନ୍ତାନଟି ଜନ୍ମିତ ପରିବାରରୁ ସତ୍ତ୍ଵ ହରାଏ ନାହିଁ କିମ୍ବା ପୋଷ୍ୟ ପରିବାରରେ ସତ୍ତ୍ଵ ପାଏ ନାହିଁ ମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସମୟରେ କୌଣସି ସ୍ଥାନରେ ପ୍ରଚଳିତ ପ୍ରଥା ଅନୁଯାୟୀ ସେଭଳି ସନ୍ତାନକୁ ଆଇନ୍ ସମ୍ମତ ଭାବେ ନିଜର ଉତ୍ତରାଧିକାରୀ ନିଯୁକ୍ତ କରାଯାଇପାରେ ।
  2. ପୁନଶ୍ଚ ଜଣେ ମୁସଲମାନର ସନ୍ତାନ ଥିଲେ ମଧ୍ୟ ସେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ମନା ନାହିଁ ।
  3. ମୁସଲମାନଙ୍କର ବ୍ୟକ୍ତିଗତ ଆଇନ୍ ରେ ସ୍ଵୀକାର acknowledgement ପ୍ରଚଳିତ ଅଛି । ଯେଉଁ ଶିଶୁର ପିତା ସମ୍ପର୍କରେ କୌଣସି ସଠିକ୍ ପ୍ରମାଣ ନାହିଁ ସେ ଭଳି ସନ୍ତାନକୁ ଜଣେ ମୁସଲମାନ ନିଜର ସନ୍ତାନ ରୂପେ ସ୍ଵୀକାର କରିପାରନ୍ତି । ଏହା ଦ୍ଵାରା ଶିଶୁଟି ତାକୁ ସ୍ଵୀକାର କରିଥିବା ବ୍ୟକ୍ତିଙ୍କର ଉତ୍ତରାଧିକାରୀ ହୁଅନ୍ତି ।

ଅନ୍ତର୍ଦ୍ଦେଶୀୟ ଆଡ଼ପ୍ସନ୍

କୌଣସି ଭାରତୀୟ ଶିଶୁକୁ ବିଦେଶୀମାନେ ପୋଷ୍ୟ ସନ୍ତାନ ହିସାବରେ ଗ୍ରହଣ କଲାବେଳେ ଏଥିପାଇଁ କୋର୍ଟଙ୍କର ପରାମର୍ଶ ଅଥବା ମଞ୍ଜୁରୀ ଦେଖାଯିବ । ଏଥିରେ ଶିଶୁର ଧର୍ମ ଅପେକ୍ଷା ତାଙ୍କ ମଙ୍ଗଳ (welfare) ଉପରେ ଗୁରୁତ୍ତ୍ୱ ଦିଆଯିବ । (AIR 1989 Gujarat 1527 : Jayantilal v. Asha)

ଆଧାର – ଓଡ଼ିଶା ଲ ରିଭିଉସ

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate