অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାମ୍ବିଧାନିକ ଆଇନ୍ ବ୍ୟବସ୍ଥା ଓ ଅଧିକାର

ସାମ୍ବିଧାନିକ ଆଇନ୍ ବ୍ୟବସ୍ଥା ଓ ଅଧିକାର

ସାମ୍ବିଧାନିକ ଆଇନ୍

ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର – ଆମ ସମ୍ବିଧାନର ପ୍ରସ୍ତାବନାରେ ‘ଧର୍ମ ନିରପେକ୍ଷ’ ଶବ୍ଦ ସ୍ଥାନ ପାଇଛି  । ଭାରତରେ ନାନା ଧର୍ମର ଲୋକ ରହିଥିଲେ ସୁଦ୍ଧା କୌଣସି ଧର୍ମକୁ ଭାରତର ଜାତୀୟ ଧର୍ମ ଭାବରେ ଗ୍ରହଣ କରାଯାଇନାହିଁ  । ଭାରତୀୟ ନାଗରିକମାନଙ୍କୁ ସେମାନଙ୍କର ଧରମଗତ ଅଧିକାର ଦିଆଯାଇଛି ଏବଂ ଏହାକୁ ଜାହିର ରଖିବାକୁ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ ରହିଛି  । ଆମ ସମ୍ବିଧାନର ଧର୍ମ ନିରପେକ୍ଷତା ଆମର ଜାତୀୟ ଏକଟା ରକ୍ଷା କରିବା ସଙ୍ଗେ ସଙ୍ଗେ ଭାରତର ଉଦାରତା ମଧ୍ୟ ପ୍ରକାଶ କରୁଛି  ।

ସ୍ଵତନ୍ତ୍ର ନ୍ୟାୟପାଳିକା – ନ୍ୟାୟପାଳିକା ସଂସ୍ଥାକୁ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ ସଭାଠାରୁ ପୃଥକ କରି ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି  । ଫଳରେ ଆମେ ନିରପେକ୍ଷ ନ୍ୟାୟ ପାଇବାକୁ ସକ୍ଷମ ହୋଇଛୁ  ।

ନାଗରିକମାନଙ୍କ ଅଧିକାର – ଭାରତୀୟ ସମ୍ବିଧାନ ଭାରତର ନାଗରିକମାନଙ୍କୁ କେତେକ ମୌଳିକ ଅଧିକାର ପ୍ରଦାନ କରିଛି  ।

ନାଗରିକମାନଙ୍କ ଅଧିକାର ଗୁଡିକ କ'ଣ ?

  1. ସାମ୍ୟ ଅଧିକାର
    • ଆଇନ୍ ଆଖିରେ ସମସ୍ତ ସମାନ  ।
    • ସମସ୍ତଙ୍କ ପାଇଁ ଆଇନ୍ ର ସାମ୍ୟତା ରକ୍ଷା
    • ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଜନ୍ମସ୍ଥାନ ନିର୍ବିଶେଷରେ ଆଇନଗତ ସମାନ ଅଧିକାର  ।
    • ଯେକୌଣସି ସରକାରୀ କିମ୍ବା ରାଷ୍ଟ୍ରାୟତ୍ତ ସଂସ୍ଥାରେ ବାସସ୍ଥାନ, ଜନ୍ମସ୍ଥାନ, ଲିଙ୍ଗ, ଜାତି, ଧର୍ମ, ବର୍ଣ୍ଣ ଓ ବଂଶାନୁକ୍ରମ ନିର୍ବିଶେଷରେ ସମାନ ନିଯୁକ୍ତି ସୁବିଧା ପାଇବା ଅଧିକାର  । (ସମ୍ବିଧାନର ୧୬ ଧାରା ଅନୁସାରେ ଅନୁନ୍ନତ ଶ୍ରେଣୀମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ସ୍ଥାନ ସଂରକ୍ଷିତ ରଖାଯାଇପାରେ  । ଧର୍ମ ସାଂପ୍ରଦାୟିକ ଅନୁଷ୍ଠାନ ମାନଙ୍କରେ ସେହି ଧର୍ମ ବା ସମ୍ପ୍ରଦାୟର ଲୋକଙ୍କ ପାଇଁ ସ୍ଥାନ ସଂରକ୍ଷିତ ରକ୍ଷାଯାଇପାରେ )
    • ଅସ୍ପୃଶ୍ୟତାର କୌଣସି ପ୍ରକାର ପ୍ରୟୋଗ ନିଷିଦ୍ଧ  ।
    • ଯେ କୌଣସି ପ୍ରକାର ପଦବୀର ବ୍ୟବହାର କରାଯାଇ ପାରିବ ନାହିଁ  ।
  2. ସ୍ଵାଧୀନତା ଅଧିକାର
    • ବାକ୍ ସ୍ଵାଧୀନତା (ରାଜ୍ୟର ନିରାପତ୍ତା, ଭାରତର ସାର୍ବଭୌମତା ଓ ସଂହତି, ବିଦେଶୀ ରାଷ୍ଟ୍ରସହ ବନ୍ଧୁତ୍ଵ ସମ୍ପର୍କ, ସାର୍ବଜନୀନ ବ୍ୟବସ୍ଥା, ଶିଷ୍ଟତା ଓ ନୈତିକତା ଦୃଷ୍ଟିରୁ ସରକାର ଏହି ସ୍ଵାଧୀନତା ଉପରେ କଟକଣା ଜାରି କରିପାରିବେ) ।
    • ସମ୍ମେଳନ ସ୍ଵାଧୀନତା
    • ଅସ୍ତ୍ରବିହୀନ ହୋଇ ଶାନ୍ତିପୂର୍ଣ୍ଣଭାବେ ସମ୍ମିଳିତ ହେବା, ସଭା କରିବା ଏବଂ ଶୋଭାଯାତ୍ରା ପରିଚାଳନାକରିବା ଅଧିକାର ରହିଛି  ।

    • ସଂଘ ବା ସଂସ୍ଥାଗଠନ କରିବା ସ୍ଵାଧୀନତା ।
    • ଭାରତର ସର୍ବତ୍ର ଅବାଧ ସଞ୍ଚରଣ କରିବା ଅଧିକାର
    • ଭାରତର ଯେ କୌଣସି ଅଞ୍ଚଳରେ ବସବାସ କରିବା ଅଧିକାର  ।
    • ଯେ କୌଣସି ବୃତ୍ତି ବା ବ୍ୟବସାୟ କରିପାରିବା ଅଧିକାର  । (କୀକ କ୍ଷେତ୍ରରେ ଏହି ଅଧିକାର ଉପରେ ରାଷ୍ଟ୍ରକଟକଣା ଜାରି କରିପାରିବେ) ।
  3. ଦୋଷ ସିଦ୍ଧି ବିରୁଦ୍ଧରେ ସୁରକ୍ଷା
    • ଦୋଷୀକୁ ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବାପାଇଁ ବାଧ୍ୟ କରାଯିବ ନାହିଁ  ।
    • ଚୋରି, ଦୋଷ ପାଇଁ ଜଣକୁ ବହୁବାର ଅଭିଯୁକ୍ତ ଓ ଦଣ୍ଡିତ ଦିଆଯିବ ନାହିଁ  ।
    • ଦୋଷ ବିରୁଦ୍ଧରେ ଆଇନାନୁମୋଦିତ ଦଣ୍ଡଠାରୁ ଅଧିକ ଦଣ୍ଡ ଦିଆଯିବ ନାହିଁ  ।
  4. ଜୀବନ ଓ ବ୍ୟକ୍ତିଗତ ସ୍ଵତନ୍ତ୍ରତା ସୁରକ୍ଷା
  5. ଆଇନାନୁମୋଦିତ ପ୍ରକ୍ରିୟା ବ୍ୟତୀତ ଅନ୍ୟ କୌଣସି ଉପାୟରେ ତୁରନ୍ତ ବନ୍ଦୀକୁ କାରଣ ଜଣାଇଦେବା ଦରକାର ।

    • କୌଣସି ବ୍ୟକ୍ତିକୁ ସାଧାରଣ ଆଇନବକରେ ବନ୍ଦୀ କରାଗଲେ ତୁରନ୍ତ ବନ୍ଦୀକୁ କାରଣ ଜଣାଇଦେବା ଦରକାର।
    • ବନ୍ଦୀକୁ କୌଣସି ଆଇନଜ୍ଞଙ୍କ ସହ ପରାମର୍ଶ କରିବାକୁ ଓ ନିଜର ପ୍ରତିରକ୍ଷା କରିବାକୁ ସୁଯୋଗ ଦିଆଯିବା ଦରକାର
    • ବନ୍ଦୀ ହେବାର ୨୪ ଘଣ୍ଟା ମଧ୍ୟରେ ବନ୍ଦୀକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବା ଉଚିତ୍ ।
    • ମାଜିଷ୍ଟ୍ରେଟଙ୍କ ଅନୁମତି ବିନା କୌଣସି ବନ୍ଦୀକୁ ୨୪ଘଣ୍ଟାରୁ ଅଧିକ ସମୟ ବନ୍ଦୀ ଅବସ୍ଥାରେ ରଖାଯାଇପାରିବ ନାହିଁ
  6. ଗିରଫ ଓ ଅଟକ ରଖିବା ବିରୁଦ୍ଧରେ ସୁରକ୍ଷା
    • କୌଣସି ବ୍ୟକ୍ତିଙ୍କୁ ସାଧାରଣ ଆଇନବଳରେ ବନ୍ଦୀ କରାଗଲେ ତୁରନ୍ତ ବନ୍ଦୀକୁ କାରଣ ଜଣାଇଦେବା ଦରକାର  ।
    • ବନ୍ଦୀକୁ ଯେକୌଣସି ଆଇନଜ୍ଞଙ୍କ ସହ ପରାମର୍ଶ କରିବାକୁ ଓ ନିଜର ପ୍ରତିରକ୍ଷା କରିବାକୁ ସୁଯୋଗ ଦିଆଯିବା ଦରକାର।
    • ବନ୍ଦୀ ହେବାର ୨୪ ଘଣ୍ଟା ମଧ୍ୟରେ ବନଦୀକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବା ଉଚିତ୍  ।
    • ମାଜିଷ୍ଟ୍ରେଟଙ୍କ ଅନୁମତି ବିନା କୌଣସି ବନ୍ଦୀଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ବନ୍ଦୀ ଅବସ୍ଥାରେ ରଖାଯାଇପାରିବ ନାହିଁ ।
  7. ଶୋଷଣ ବିରୋଧୀ ଅଧିକାର
  8. କାହାରୀକୁ ଯେ କୌଣସି ପ୍ରକାର ବଳପୂର୍ବକ ଶ୍ରମପାଇଁ ବାଧ୍ୟ କରାଯିବ ନାହିଁ  । (ସାର୍ବଜନୀନ ଉଦ୍ଦେଶ୍ୟ ପାଇଁ ରାଜ୍ୟ ବାଧ୍ୟତାମୂଳକ ସେବା ଆରୋପ କରିପାରିବେ ) ।

  9. ଧରମଗତ ସ୍ଵାଧୀନତା ଅଧିକାର
  10. ଭାରତର ଯେ କୌଣସି ନାଗରିକ ନିଜ ବିବେକ ଅନୁସାରେ ସ୍ଵାଧୀନ ଓ ମୁକ୍ତଭାବେ ଯେ କୌଣସି ଧର୍ମ ଆଚରଣ କରିପାରିବେ । ସାର୍ବଜନୀନ ଶୃଙ୍ଖଳା, ସ୍ୱାସ୍ଥ୍ୟ ଓ ନୈତିକତାର ବଶବର୍ତ୍ତୀ ହୋଇ ମୁକ୍ତଭାବରେ ନିଜର ଧର୍ମ ବ୍ୟକ୍ତ କରିବା ଅଭ୍ୟାସ କରିବା ଓ ପ୍ରଚାର କରିବା ଅଧିକାର ସମସ୍ତଙ୍କର ଅଛି ।

    • ରାଜ୍ୟ ଦ୍ଵାରା ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନରେ କୌଣସି ଧର୍ମଶିକ୍ଷା ଦିଆଯାଇପାରବା ନାହିଁ ।
    • ରାଜ୍ୟର ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଥିବା ଧର୍ମାନୁଷ୍ଠାନରେ କାହାରିକୁ ଉପସ୍ଥିତ ହେବାପାଇଁ ବାଧ୍ୟ କରାଯାଇପାରିବ ନାହିଁ  ।
  11. ସଂସ୍କୃତି ଓ ଶିକ୍ଷା ସମ୍ବନ୍ଧୀୟ ଅଧିକାର
    • ପ୍ରତ୍ୟକ ନାଗରିକଙ୍କର ନିଜର ଭାଷା, ଲିପି ଓ ସଂସ୍କୃତିକୁ ସଂରକ୍ଷଣ କରିବାର ଅଧିକାର ଅଛି ।
    • ନାଗରିକଙ୍କର ଧର୍ମ, ଜାତି, ବଂଶ ଓ ଭାଷାକୁ ଭିତ୍ତିକରି ରାଜ୍ୟ ଦ୍ଵାରା ପରିଚାଳନା କିମ୍ବା ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ତାଙ୍କୁ ଗ୍ରହଣ କରିବାକୁ ଅସ୍ଵୀକାର କରାଯାଇପାରିବ ନାହିଁ।
    • ଧର୍ମ ଓ ଭାଷା ଭିତ୍ତିକ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କର ନିଜର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା କରିବା ଅଧିକାର ରହିଛି  ।
    • ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପରିଚାଳିତ ଅନୁଷ୍ଠାନ ମାନଙ୍କୁ ସାହାଯ୍ୟ ଦେବାରେ ରାଜ୍ୟ କୌଣସି ଭେଦଭାବ ରଖିବେ ନାହିଁ  ।
  12. ସାମ୍ବିଧାନିକ ପ୍ରତିବିଧାନ ଅଧିକାର
  13. ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ନାଗରିକମାନଙ୍କର ଉଚ୍ଚତମ ନ୍ୟାୟାଳୟକୁ ଆବେଦନ କରିବାର ଅଧିକାର ।

ଆଧାର – ଏମ.ଏମ. ପବ୍ଲିକେସନ

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate