ଆମ ଦେଶର ପ୍ରଚଳିତ ଆଇନ ବିଷୟରେ ଆଇନ ଜାଣନ୍ତୁ ।
ସିଭିଲ୍ ଆଇନ୍ ର ବିଭାଗୀକରଣ
ଆମ ଦେଶରେ ପ୍ରଚଳିତ ଆଇନ୍ କୁ ନିମ୍ନଲିଖିତ ଶ୍ରେଣୀରେ ଭାଗ କରାଯାଇପାରେ ଯଥା :-
ସାମ୍ବିଧାନିକ ଆଇନ୍
ଭାରତୀୟ ସମ୍ବିଧାନରେ ଆମକୁ ଦିଆଯାଇଥିବା ଅଧିକାରମାନ ସୁରକ୍ଷା ପାଇଁ ସମ୍ବିଧାନରେ ବ୍ୟବସ୍ଥା ଅଛି । ଏହି ବ୍ୟବସ୍ଥାମାନ ସାମ୍ବିଧାନିକ ଆଇନ୍ ଅଟେ । ସମ୍ବିଧାନର ଗୁରୁତ୍ଵ ଓ ସାମ୍ବିଧାନିକ ଆଇନ୍ ସମ୍ପର୍କରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚିତ ହେବ ।
କ୍ରିମିନାଲ୍ ଆଇନ୍ କାହାକୁ ବୁଝାଏ ?
ଯେଉଁ ଆଇନ୍ ଭଙ୍ଗ କଲେ ସେଥିପାଇଁ ଆଇନ୍ ଭଙ୍ଗକାରୀଙ୍କୁ କୋର୍ଟମାନେ ଜେଲ୍ ବା ଜୋରିମାନା ବା ଉଭୟ ଦଣ୍ଡରେ ଦଣ୍ଡିତ କରିଥାନ୍ତି, ତାହା କ୍ରିମିନାଲ୍ ଆଇନ୍ ଅଟେ । ଏପରି ଅପରାଧ କ୍ଷତିଗ୍ରସ୍ତ ଲୋକଙ୍କ ଅଭିଯୋଗ ଦ୍ଵାରା ବା ଅନ୍ୟ ଯେ କୌଣସି ଲୋକଙ୍କ ଅଭିଯୋଗ ଦ୍ଵାରା ଆରମ୍ଭ ହୋଇଥାଏ । ଏପରି ଅପରାଧ ସମାଜ ବିରୁଦ୍ଧରେ ବା ଦେଶ ବିରୁଦ୍ଧରେ ଏକ ଅପରାଧ ବୋଲି ଧରାଯାଏ । ଏଣୁ ଏଭଳି ଅପରାଧକୁ ଯେ କେହି ଅଭିଯୋଗ ଦେଇ ଆରମ୍ଭ କରନ୍ତୁ ନା କାହିଁକି ସେଥିରେ ଷ୍ଟେଟ୍ ବା ରାଜ୍ୟ ପକ୍ଷ ଥାଆନ୍ତି । ଆପଣ ନିଜେ ମଧ୍ୟ କୌଣସି କ୍ରିମିନାଲ୍ କେଶ୍ କୁ ପ୍ରାଇଭେଟ୍ ହିସାବରେ କୋର୍ଟରେ କମ୍ପେନ୍ କରି କମ୍ପେନ୍ କେଶ୍ ଚଳାଇ ପାରିବେ । ସେଭଳି କେଶ୍ ରେ ଷ୍ଟେଟ୍ ପକ୍ଷ ରହନ୍ତି ନାହିଁ ।
ସିଭିଲ୍ ଆଇନ୍ ର ବିଶେଷତ୍ଵ ହେଉଛି, ଆପଙ୍କର କେତେକ ଆଇନ୍ ଗତ ଅଧିକାର ଭଗ୍ନ ହେଲେ ଆପଣ ତାହା କୋର୍ଟ ଜରିଆରେ ସାବ୍ୟସ୍ତ କରିପାରିବେ । ଏଭଳି ଅଧିକାରଗୁଡିକ ସାବ୍ୟସ୍ତ ପାଇଁ ଆପଣଙ୍କୁ କୋର୍ଟରେ ନିଜେ କେଶ୍ କରିବାକୁ ପଡିବ । ଆପଣ ନିରବ ରହିଲେ କ୍ରିମିନାଲ୍ କେଶ୍ ଭଳି ଆପଣଙ୍କ ପାଇଁ ଆଉ କେହି ମକଦ୍ଦମା ଆରମ୍ଭ କରିପାରିବେ ନାହିଁ । ଅବଶ୍ୟ ନାବାଳକ, ପାଗଳ ଅଥବା ଠାକୁରଙ୍କସମ୍ପତ୍ତି ହୋଇଥିଲେ, ସେଥିପାଇଁ ତାଙ୍କର ମାର୍ଫତଦାରମାନେ ସେମାନଙ୍କ ତରଫରୁ କେଶ୍ କରିପାରିବେ । ପୁନଶ୍ଚ ଆପଣ ଯଦି କୋର୍ଟ କଚେରୀକୁ ଯାଇ କେଶ୍ କରିବାକୁ ଅକ୍ଷମ ଥାଆନ୍ତି, ତେବେ ଆପଣ ନିଜର ବିଶ୍ଵାସୀ ଲୋକଙ୍କୁ କ୍ଷମତାପତ୍ର (ପାୱାର ଅଫ୍ ଆରର୍ଣ୍ଣି) ଦେଇ କେଶ୍ ଟି ତାଙ୍କ ଦ୍ଵାରା ଆପଣଙ୍କ ତରଫରୁ ଚାଲୁ କରିପାରନ୍ତି । ପୁଣି ସିଭିଲ୍ କେଶ୍ ବା ଦେୱାନୀ ମକଦ୍ଦମା ଚାଲୁ କରିବାକୁ ହେଲେ ଆପଣଙ୍କୁ କୋର୍ଟ –ଫିସ୍ ମଧ୍ୟ ଦେବାକୁ ପଡିବ । ଆପଣ କୋର୍ଟ ଫିସ୍ ଦେବାକୁ କିପରି ଛାଡ ପାଇବେ, ତାହା ଆଇନ୍ ସହାୟତା ପରିଚ୍ଛେଦରେ ଆଲୋଚନା କରାଯିବ ।
ଏଠାରେ ମନେରଖିବାକୁ ହେବ ଯେ, ଉପରୋକ୍ତ ୨ ଓ ୩ ନମ୍ବର ଉଦାହରଣ ପାଇଁ କ୍ରିମିନାଲ୍ କେଶ୍ କରିହେବ ନାହିଁ । କେତେକ କେଶ୍ ପାଇଁ ଉଭୟ କ୍ରିମିନାଲ୍ ଓ ସିଭିଲ୍ ମକଦ୍ଦମା ହୋଇଥାଏ ଓ ୧ ନମ୍ବର ଉଦାହରଣ ଏହାର ନମୁନା ଅଟେ ।
ପୁନଶ୍ଚ ମନେ ରଖିବାକୁ ହେବ ଯେ ଉପରୋକ୍ତ ୧ ଓ ୩ ନମ୍ବର ଉଦାହରଣରେ ସିଭିଲ୍ କେଶ୍ କରିବା ଅଧିକାରୀ ବ୍ୟକ୍ତି ଯଦି ମରିଯାଆନ୍ତି, ତେବେ ତାଙ୍କର ଉତ୍ତରାଧିକାରୀମାନେ କେଶ୍ ଚାଲୁ କରିପାରିବେ ।
ସରକାରୀ ଜମିଜମା କେହି ଦଖଲ କଲେ ତତ୍ ସଂକ୍ରାନ୍ତୀୟ ମାହାସୁଲ୍ ଆଦାୟ କରିବା, ସରକାରୀ ଜମିକୁ ଲିଜ୍ ଦେବା ଓ ଖଜଣା ଆଦି ଆଦାୟ କରିବା ରେଭେନ୍ୟୁ ଆଇନ୍ ର ଅନ୍ତର୍ଗତ । ଏ ସଂକ୍ରାନ୍ତୀୟ ମାମଲାଗୁଡିକ ସରକାରଙ୍କର ରେଭନ୍ୟୁ ଅଫିସର, କଲେକ୍ଟର ଓ ବୋର୍ଡ ଅଫ୍ ରେଭେନ୍ୟୁମାନେ ମୂଳ କେଶ୍ ହିସାବରେ ଓ Appeal ହିସାବରେ ଶୁଣିଥାନ୍ତି । ମାତ୍ର ମନେ ରଖିବାକୁ ହେବ ଯେ, ଯଦି କୌଣସି ବ୍ୟକ୍ତି ସରକାରୀ ଜମି ଉପରେ ବିରୋଧ ସତ୍ତ୍ୱେ ଦାବୀ କରୁଥାନ୍ତି, ତେବେ ସେ ସଂକ୍ରାନ୍ତୀୟ ମକଦ୍ଦମା ସିଭିଲ୍ କୋର୍ଟରେ ବିଚାର ହେବ ।
ଯଦି ସେହି ସମାନ ଜମି ସଂପର୍କରେ ରେଭିନ୍ୟୁ କୋର୍ଟ ଭିନ୍ନ ମତ ଦେଇଥାନ୍ତି ଓ ସିଭିଲ୍ କୋର୍ଟ ବ୍ୟକ୍ତି ବିଶେଷଙ୍କର ବିରୋଧ ସତ୍ତ୍ୱେ ଉତ୍ପନ୍ନ ହୋଇଛି ବୋଲି ରାୟ ଦିଅନ୍ତି ତେବେ ସିଭିଲ୍ କୋର୍ଟଙ୍କର ରାୟ କାଏମ ରହିବ ।
ମିଲିଟାରୀରେ କାମ କରୁଥିବା କୌଣସି ଲୋକ କର୍ତ୍ତବ୍ୟରେ ଥାଇ କୌଣସି ଅପରାଧ କଲେ ତାଙ୍କ ଅପରାଧକୁ ମିଲିଟାରୀ କୋର୍ଟ ଦ୍ଵାରା ବିଚାର କରାଯାଏ ।
ସିଭିଲ୍ ଆଇନ୍ ଦ୍ଵାରା କ୍ଷତିଗ୍ରସ୍ତ ବ୍ୟକ୍ତି କ୍ଷତିକାରୀ ବ୍ୟକ୍ତିଙ୍କ ଠାରୁ ଆର୍ଥିକ କ୍ଷତିପୂରଣ ପାଇଥାନ୍ତି । ଏଣୁ କ୍ଷତିଗ୍ରସ୍ତ ବ୍ୟକ୍ତି ସଚେତନ ହେଲେ ସେ କ୍ଷତିକାରୀ ବ୍ୟକ୍ତିଙ୍କ ଠାରୁ ଆର୍ଥିକ କ୍ଷତିପୂରଣ ପାଇ ପାରିବେ ।
ନା । ଭାରତରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, କିଉ ଆଦି ନାଗରିକମାନେ ରହୁଛନ୍ତି । ସମସ୍ତଙ୍କର ବ୍ୟକ୍ତିଗତ ଆଇନ୍ ଯଥା – (ବିବାହ, ପୋଷ୍ୟପୁତ୍ର ଗ୍ରହଣ, ଭରଣପୋଷଣ ଦେବା, ଶିଶୁର ଅଭିଭାବକ ହେବ ଆଦି ) ଅଲଗା ବା ସ୍ଵତନ୍ତ୍ର ଅଟେ । ମାତ୍ର ଭାରତରେ ସବୁ ନାଗରିକଙ୍କର ପାଇଁ ଗୋଟିଏ ସମାନ ସିଭିଲ୍ କୋର୍ଟ (ଆଇନ୍) ତିଆରି ହେବା ପାଇଁ ଭାରତୀୟ ସମ୍ବିଧାନ ଧାରା ୪୪ରେ ନିର୍ଦ୍ଦେଶ ଦିଆଯାଇଛି । ଏପର୍ଯ୍ୟନ୍ତ ସରକାର ଏପରି ଆଇନ୍ କରିପାରି ନାହାନ୍ତି । ମାନ୍ୟବର ସୁପ୍ରିମ୍ କୋର୍ଟ ମଧ୍ୟ ଅନେକବାର ଭାରତରେ ଗୋଟିଏ Common Civil Code ତିଆରି କରିବା ପାଇଁ ରାୟରେ କହିଛନ୍ତି । ଗୋଟିଏ Common Civil Code ପ୍ରସ୍ତୁତ ହେଲେ ଏହା ଭାରତୀୟ ନାଗରିକଙ୍କ ପାଇଁ ବିଶେଷ ଉପକାର ହୁଅନ୍ତା । ରାଜନୈତିକ କାରଣ ହେତୁ ଏପରି କୋର୍ଡ ତିଆରି ହୋଇପାରୁ ନାହିଁ । ଯଦିଓ ଇଂରେଜ ବା ବ୍ରିଟିଶ ଶାସନ ଅମଳରେ ସବୁ ଭାରତବାସୀଙ୍କ ପାଇଁ କେତେକ ସାଧାରଣ ସମାନ ସିଭିଲ୍ ଆଇନ୍ ମାନ ପ୍ରଣୀତ ହୋଇଅଛି ।
ଉଦାହରଣ
ମନେକର ‘କ’ ର ଜମିରୁ ‘ଖ’ ଧାନକାଟି ଚୋରି କରିନେଲା । ଏଥିପାଇଁ ‘କ’, ‘ଖ’ ନାମରେ ଏକ ଚୋରି ମକଦ୍ଦମା କ୍ରିମିନାଲ୍ କୋର୍ଟରେ ସିଧାସଳଖ ପୋଲିସ୍ ଜରିଆରେ କରିପାରିବେ । ‘କ’ ମଧ୍ୟ ‘ଖ’ ନାମରେ ସିଧାସଳଖ କ୍ଷତିପୂରଣ ମାମଲା କରିପାରିବେ । ଏଠାରେ ମନେ ରଖିବାକୁ ହେବ ଯେ ‘ଖ’ ଚୋରି କେଶ୍ ରେ କ୍ରିମିନାଲ୍ କୋର୍ଟରୁ ଖଲାସ୍ ହୋଇଗଲେ ମଧ୍ୟ ସିଭିଲ୍ କେଶ୍ ରେ ‘ଖ’ ‘କ’ କୁ କ୍ଷତିପୂରଣ ଦେବାକୁ ରାୟ ହୋଇପାରେ ।
ମାଗଣ ଖୋଜାଯାଏ । ଏଣୁ ସିଭିଲ୍ କେଶ୍ ରେ ପ୍ରମାଣର ମାପକାଠି କ୍ରିମିନାଲ୍ କେଶ୍ ର ପ୍ରମାଣର ମାପକାଠି ଠାରୁ କମ୍ ।
ଆମ ଦେଶର ନାଗରିକମାନେ ଯଦି ସଚେତନ ହୋଇ ଦୋଷୀ ନାମରେ କ୍ରିମିନାଲ୍ କେଶ୍ କରିବା ସଙ୍ଗେ ସଙ୍ଗେ ସିଭିଲ୍ କେଶ୍ ମଧ୍ୟ କରନ୍ତେ, ତେବେ ଦୋଷୀ କ୍ରିମିନାଲ୍ କେଶ୍ ରେ ଖସି ଗଲେ ମଧ୍ୟ ସିଭିଲ୍ କେଶ୍ ରେ କ୍ଷତିପୂରଣ ଦେବାକୁ ଡରନ୍ତେ । ଆମ ଦେଶର ଲୋକମାନେ ଅପରାଧି ନାମରେ ସିଭିଲ୍ କେଶ୍ କରୁନଥିବାରୁ ଦେଶରେ ଅପରାଧ ସଂଖ୍ୟା ବଢି ଯାଉଛି ।
ସିଭିଲ୍ ମକଦ୍ଦମା କରିବା ପାଇଁ ସମୟସୀମା ନିର୍ଦ୍ଧାରିତ କରାଯାଇଛି । ଏହି ସମୟସୀମା Limitation ଆଇନ୍ ରେ ନିର୍ଦ୍ଧାରିତ ହୋଇଛି । ସେସବୁ ଏଠାରେ ଉଲ୍ଲେଖ କରିବା ସମ୍ଭବ ନୁହେଁ, ତେବେ ମନେରଖନ୍ତୁ ଯେ କେଶ୍ ଟି ଶୀଘ୍ର ନ କଲେ ଆପଣ ପରେ ଆଉ କେଶ୍ କରିପାରିବେ ନାହିଁ । Law helps the Vigilant not the indolent ଅର୍ଥାତ୍ ଆଇନ୍ ସତର୍କବାଦୀକୁ ସାହାଯ୍ୟ କରେ, ଶ୍ରମବିମୁଖକୁ ନୁହେଁ ।
ଏହା ସର୍ବଦା ରେଜେଷ୍ଟ୍ରି କବଲା ଦ୍ଵାରା କିଣିବେ । ମୌଖିକ ଆକାରରେ ବା ବିନା ରେଜେଷ୍ଟ୍ରିରେ ଜମି କିଣିବେ ନାହିଁ । ୧୦୦ ଟଙ୍କାରୁ କମ୍ ମୂଲ୍ୟର ଜମିକୁ ଯଦିବା Transfer of Property Act ଅନୁସାରେ ବିନା ରେଜେଷ୍ଟ୍ରିରେ କିଣାଯାଇ ପାରିବ ତଥାପି O.T.Act ଏହାକୁ ପ୍ରତିହତ କରୁଛି । ଏଣୁ ଜମିକୁ ରେଜେଷ୍ଟ୍ରିକରି କିଣିବେ । ଜମି ବନ୍ଧକି ମଧ୍ୟ ରେଜେଷ୍ଟ୍ରି ଦ୍ଵାରା ହେବା ଉଚିତ୍ ।
ମୁସଲମାନ, ଖ୍ରୀଷ୍ଟିଆନ୍, ଜିଉ ଆଦି ଝିଅମାନେ ତାଙ୍କ ପିତାମାତାଙ୍କୁ ପୋଷିବା ପାଇଁ ଆମ ଦେଶରେ ଆଇନ୍ ନାହିଁ । ମାତ୍ର ରୋଜଗାରୀ ହିନ୍ଦୁ ଝିଅମାନେ ଅବିବାହିତା ଅଥବା ବିବାହିତା ହୁଅନ୍ତୁ ନା କାହିଁକି ତାଙ୍କ ଅକ୍ଷମ – ଅସ୍ଵଚ୍ଛଳ ପିତାମାତାଙ୍କୁ ହିନ୍ଦୁ ପୋଷ୍ୟପୁତ୍ର ଓ ଭରଣପୋଷଣ ଆଇନ୍ ୧୯୫୬ ଧାରା – ୨୦ ଅନୁଯାୟୀ ପୋଷିବାକୁ ବାଧ୍ୟ । ବିବାହିତ ଝିଅମାନଙ୍କୁ ତାଙ୍କର ସ୍ଵାମୀ ବା ଶ୍ଵଶୁର ଘରଲୋକ ଉପରୋକ୍ତ ଆଇନ୍ ଗତ କର୍ତ୍ତବ୍ୟରୁ ଆଇନ୍ ଗତ କର୍ତ୍ତବ୍ୟରୁ ଆଇନ୍ ଗତ ଭାବେ ନିବୃତ କରିପାରିବେ ନାହିଁ। ସବୁ ଧର୍ମର ଲୋକଙ୍କ ପାଇଁ ଏଭଳି ଉତ୍କୃଷ୍ଟ ଆଇନ୍ ପ୍ରଣୀତ ହେବା ଉଚିତ୍ । ଏହି ନିୟମ ଅନୁଯାୟୀ ମାତା, ଜନ୍ମିତ ମାତା ତଥା ସନ୍ତାନ ସନ୍ତତି ବିହୀନ ବିମାତା ମଧ୍ୟ ବୁଝାଏ ।
ସେମାନେ ବିବାହ କଲା ପରେ ଶ୍ଵଶୁର ଘରର ସଂଯୁକ୍ତ ପରିବାରର ସଦସ୍ୟା ହୁଅନ୍ତି । ପିତାଘର ସମ୍ପୃକ୍ତ ପରିବାରରୁ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଛିନ୍ନ ହୁଏ । ସେ ଶ୍ଵଶୁର ଘର ଗୋତ୍ରୀ ହୁଅନ୍ତି । ଏହାର ଅର୍ଥ ହେଲା ପିତାଘରର ଛୁତିକିଆ ବା ମୂର୍ତ୍ତିକିଆ ପାଇଁ ବିବାହିତ କନ୍ୟା ଅସୂଚୀ ହୁଅନ୍ତି ନାହିଁ । ଏହା ସତ୍ତ୍ୱେ ଝିଅ ବିବାହ ପରେ ମଧ୍ୟ ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିରୁ ଭାଗ ପାଇଥାନ୍ତି । ବିବାହ ଯୋଗୁଁ ଏ ଅଧିକାର କଟି ଯାଏ ନାହିଁ ।
ହିନ୍ଦୁ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କ ଠାରୁ ଭାଗ ଦାବି କରିବେ ନାହିଁ , ହିନ୍ଦୁ ଝିଅମାନେ ତାଙ୍କ ପିତାଙ୍କ ଠାରୁ ଭାଗ ଦାବି କରିପାରିବେ ନାହିଁ । ହିନ୍ଦୁ ଝିଅମାନେ ତାଙ୍କର ପିତାଙ୍କ ମୃତ୍ୟୁ ପରେ ହିଁ ପିତାଙ୍କ ଓ ପିତୃ ପୈତୃକ ସମ୍ପତ୍ତିରୁ ପୁତ୍ରମାନଙ୍କ ସହ ସମାନ ଭାଗରେ ଭାଗ ପାଇଥାନ୍ତି । ପିତାଙ୍କ ଜୀବଦ୍ଦଶାରେ ଯଦି ପିତା ପୁତ୍ରମାନଙ୍କ ମଧ୍ୟରେ ଭାଗ ହୋଇଥାଏ, ତେବେ ଝିଅମାନେ ମଧ୍ୟ ଭାଗ ପାଇବେ । ମାତ୍ର ସ୍ତ୍ରୀ (ଅର୍ଥାତ୍ ପିଲାଙ୍କ ମାଆ) ସ୍ଵାମୀ ଓ ପୁତ୍ରମାନଙ୍କ ମଧ୍ୟରେ ଭାଗ ହେଉଥିଲେ ମଧ୍ୟ ଗୋଟିଏ ସମାନ ଅଂଶ (ପୁଅ ଝିଅମାନଙ୍କ ଶଅହ ସମାନ ) ପାଇଥାନ୍ତି ।
ମୁସଲମାନ ସ୍ତ୍ରୀଲୋକମାନେ ପୁରୁଷର ଅଧାଭାଗ ପାଆନ୍ତି । ଖ୍ରୀଷ୍ଟିଆନ୍ ସ୍ତ୍ରୀମାନେ ପୁଅ ବା ସ୍ଵାମୀଠାରୁ ଭାଗ ପାଆନ୍ତି ନାହିଁ ।
ବିବାହ ହେଉଛି ଏକ ବ୍ୟକ୍ତିଗତ ଘଟଣା । ଏଣୁ ଏଥିପାଇଁ ବିଭିନ୍ନ ଧର୍ମକୁ ଆଗରେ ରଖି ବିଭିନ୍ନ ପ୍ରକାର ଆଇନ୍ ମାନ ଅଛି।
ମାତ୍ର ଜାତି ଧର୍ମ ନିର୍ବିଶେଷରେ ଦୁଇଜଣ ଭାରତୀୟ ବିବାହ ହେବା ପାଇଁ Special Marriage Act, 1956 ଅଛି। ଆଇନ୍ ଟି ଏକ ଉତ୍କୃଷ୍ଟ ଆଇନ୍ ଅଟେ । ଏହି ଆଇନ୍ ରେ ବିବାହ କଲେ ବିବାହ ମ୍ୟାରେଜ୍ ରେଜିଷ୍ଟାରଙ୍କ ନିକଟରେ ରେଜେଷ୍ଟ୍ରି ହୁଏ । ଏଣୁ ବିବାହ ହୋଇନାହିଁ ଆଦିର ଗଣ୍ଡଗୋଳ ଏଥିରେ ନଥାଏ ।
ପୁନଶ୍ଚ ନାଗରିକମାନେ ସସ୍ତ୍ରୀକ ବିଦେଶ ଯାଇ ରହିବାର ହେଲେ ବିବାହର ପ୍ରମାଣପତ୍ର ଖୋଜାଯାଏ । ଏଣୁ Special Marriage Act ଅନୁଯାୟୀ ବିବାହ ଓ ଏହି ଆଇନ୍ ଅନୁଯାୟୀ ବିବାହକୁ ରେଜେଷ୍ଟ୍ରି କରିବା ଭଲ ଅଟେ । ପ୍ରକାଶ ଥାଉ କି ବାଲ୍ୟ ବିବାହ ଓ ସତୀ ପ୍ରଥା ମଧ୍ୟ ବେଆଇନ୍ ଅଟେ ।
ସ୍ତ୍ରୀଲୋକମାନେ ନାବାଳିକା ବା ନାବାଳିକାମାନଙ୍କର ଗାର୍ଡିଆନ୍ ହୋଇପାରିବେ । ଏଥିପାଇଁ ବିଭିନ୍ନ ଆଇନ୍ ମାନ ଅଛି । କେତେକ କ୍ଷେତ୍ରରେ ସ୍ତ୍ରୀ ଲୋକମାନେ ଗାର୍ଡିଆନ୍ ହୋଇପାରିବେ ନାହିଁ । ମାତ୍ର ଏବେ ମାନ୍ୟବର ସୁପ୍ରିମ କୋର୍ଟ ଏପରି ନିଷିଧକୁ ବେଆଇନ୍ ଘୋଷଣା କରି ସ୍ତ୍ରୀ ଲୋକମାନେ ଗାର୍ଡିଆନ୍ ହୋଇପାରିବେ ବୋଲି ରାୟ ଦେଇଛନ୍ତି ।
ସର୍ବସାଧାରଣଙ୍କର କ୍ଷତି କରାଯାଉଥିଲେ ଯେକୌଣସି ୨ ଜଣ ବା ଅଧିକା ବ୍ୟକ୍ତି ମିଳିତ ହୋଇ କୋର୍ଟଙ୍କ ଅନୁମତି ନେଇ CPC ର ଧାରା ୯୧ ଅନୁଯାୟୀ ଏପରି କେଶ୍ କରିପାରିବେ । ସେହି କେଶ୍ କରୁଥିବା ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ କ୍ଷତି ହେଉଛି କି ନାହିଁ ଏହା ଏପରି କେଶ୍ ରେ ଦେଖାଯିବ ନାହିଁ ।
ହଁ । ଏପରି ମୋକଦ୍ଦମା ସେମାନେ କୋର୍ଟଙ୍କ ପରମିଶନ ନେଇ Order ୧ Rule 8 C.P.C. ଅନୁଯାୟୀ କରିପାରିବେ । ଏହାକୁ Re-preservative suit କହନ୍ତି ।
ଏଭଳି କେଶ୍ ରେ ସମସ୍ତ ପକ୍ଷମାନ ( ପକ୍ଷ ଓ ପ୍ରତିପକ୍ଷ) ମିଳିତ ହୋଇ ଏକ ଚୁକ୍ତି କରି କେଶ୍ ଟି କୋର୍ଟଙ୍କ ମତ ଓ ରାୟ ପାଇଁ ଦିଅନ୍ତି । କୋର୍ଟ ଦେବା ରାୟକୁ ଏଥିରେ ପକ୍ଷମାନେ ମାନିବାକୁ ବାଧ୍ୟ । ଏପରି କେଶ୍ ରେ ରାୟ ବିରୁଦ୍ଧରେ ଅପିଲ୍ ହୁଏ ନାହିଁ । ଏଭଳି କେଶ୍ ତୁରନ୍ତ ଫଇସଲା ହୁଏ । ଏହି CPC ର Order 36 ଅନୁଯାୟୀ ହୁଏ । ପକ୍ଷମାନେ ଏଭଳି ବ୍ୟବସ୍ଥାର ସୁବିଧା ନେବା ଉଚିତ୍ ।
ଯଦି କୌଣସି ସମ୍ପତ୍ତି ଉପରେ ବାଦୀଙ୍କର ଦାବୀ ନଥାଏ ମାତ୍ର ବହୁତ ଲୋକ ସମ୍ପତ୍ତି ଉପରେ ବାଦୀଙ୍କ ଠାରୁ ଦାବୀ କରୁଥାଆନ୍ତି, ତେବେ ଏପରି କ୍ଷେତ୍ରରେ ବାଦୀ ଇଣ୍ଟରପ୍ଲିଡ୍ର କେଶ୍ କରି କୋର୍ଟଙ୍କ ରାୟ ଅନୁସାରେ ଉପଯୁକ୍ତ ଦାବୀଦାରଙ୍କୁ ସମ୍ପତ୍ତି ହସ୍ତାନ୍ତର କରିବେ । ଏଥିପାଇଁ ବାଦୀ କେଶ୍ ଖର୍ଚ୍ଚ ଓ ସମ୍ପତ୍ତିର ରକ୍ଷଣାବେକ୍ଷଣ ଖର୍ଚ୍ଚ ଆଦି ମଧ୍ୟ ପାଇ ପାରିବେ ।
ଜଣେ ଖାଉଟି ବିକ୍ରେତାଙ୍କ ଠାରୁ ପଇସା ଦେଇ କୌଣସି ଜିନିଷ କିଣିଥିଲେ କିମ୍ବା କୌଣସି ସେବା ନେଇଥିଲେ, ସେଥିରେ ଯଦି ତ୍ରୁଟି ବାହାରେ ତେବେ ସେଥିପାଇଁ ଖାଉଟି ଜଣକ ଖାଉଟି ଅଦାଲତରେ କେଶ୍ କରିପାରିବେ । ଏପରି ଅଦାଲତମାନ ଜିଲ୍ଲା-ରାଜ୍ୟ ଓ ଦେଶ ସ୍ତରରେ ଅଛି । ଏଥିରେ କେଶ୍ କଲେ ସିଭିଲ୍ ମକଦ୍ଦମା ଭଳି କୋର୍ଟ ଫିସ୍ ଲାଗେ ନାହିଁ । କେଶ୍ ଟି ଶୀଘ୍ର ଫଏସଲା ହେବାର ବ୍ୟବସ୍ଥା ଆଇନ୍ ରେ ଅଛି ।
କ୍ଷତିଗ୍ରସ୍ଥ ବ୍ୟକ୍ତି ଚୁକ୍ତଭଙ୍ଗକାରୀ ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ଦାବି କରିପାରିବେ । କେତେକ ଘଟଣାରେ ଚୁକ୍ତିଟି ପାଳନ କରିବା ପାଇଁ ମଧ୍ୟ କୋର୍ଟଙ୍କ ଠାରୁ ନିର୍ଦ୍ଦେଶ ବାହାର କରିପାରିବେ ।
କେହିଜଣେ ବ୍ୟକ୍ତି ସମ୍ପତ୍ତି ଛାଡି ମୃତ୍ୟୁବରଣ କଲେ ଏହା ତାଙ୍କ ଉତ୍ତରାଧିକାରୀଙ୍କ ପାଖକୁ ଯାଏ । ଉତ୍ତରାଧିକାରୀ ନଥିଲେ ଏହା ଏସ୍ଚିଟ୍ ଆଇନ୍ ଦ୍ଵାରା ସରକାରଙ୍କୁ ପାଖକୁ ଚାଲିଯାଏ । ମାତ୍ର ଜଣେ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ତାଙ୍କ ସମ୍ପତ୍ତି ଯେପରି ଭାବେ ଓ ଯାହା ପାଖକୁ ଯିବା ପାଇଁ ଲେଖିଥିବେ, ତାହା ଏପରି ଭାବେ ଯିବ ଓ ଆଉ ଉତ୍ତରାଧିକାରୀଙ୍କ ପାଖକୁ ଆପେ ଆପେ ଯିବ ନାହିଁ । ଜଣେ ଲୋକ ସମାନ ସମ୍ପତ୍ତି ଉପରେ ଯଦି ଏକାଧିକ ଉଇଲ୍ କରିଥାନ୍ତି, ତେବେ ସବୁଠାରୁ ସେସ ଉଇଲ୍ ଟି କାର୍ଯ୍ୟକାରୀ ହେବ ଓ ପୂର୍ବ ଉଇଲ୍ ମାନ ଅକାମୀ ହେବ ।
ନିଜର ଜୀବଦ୍ଦସାରେ ଯଦି ନିଜର ସ୍ଥାବର ବା ଅସ୍ଥାବର ସମ୍ପତ୍ତି ପାଇଁ ‘କ’ କୌଣସି ମୂଲ୍ୟ ନ ନେଇ ‘ଖ’ ଙ୍କୁ କିମ୍ବା ‘ଖ’ ତରଫରୁ ଆଉ କାହାକୁ ନିଜର ସମ୍ପତ୍ତିକୁ ଦେଇ ଦିଅନ୍ତି, ତେବେ ତାହା ‘କ’ ଦାନ କଲେ ବୋଲି ବୁଝାଇବ ।
ଅଚଳନ୍ତି ସମ୍ପତ୍ତି (ଜମିବାଡି, ଘର) ଦାନ ପାଇଁ ‘କ’ କୁ ରେଜିଷ୍ଟ୍ରି ଦାନପତ୍ର କରିବାକୁ ହେବ୍ବ । ଚଳନ୍ତି ସମ୍ପତ୍ତି ଦାନ ପାଇଁ ‘କ’ ରେଜିଷ୍ଟ୍ରି କରିପାରନ୍ତି କିମ୍ବା ସମ୍ପତ୍ତିଟି ‘ଖ’ କୁ ହସ୍ତାନ୍ତର କରି ଦାନ ସମ୍ପାଦନା କରିପାରନ୍ତି ।
ସମ୍ପତ୍ତିଟି ଦାନ ସମୟରେ ନ ଥାଇ ଭବିଷ୍ୟତରେ ସୃଷ୍ଟି ହେବାର ଥିଲେ ଏପରି ସମ୍ପତ୍ତିକୁ ଦାନ କରାଯାଇପାରିବ ନାହିଁ ।
ମୁସଲମାନମାନଙ୍କୁ ଦାନର ଉପରୋକ୍ତ ଆଇନ୍ ଲାଗିବ ନାହିଁ । ସେମାନେ ଚାହିଁଲେ ବିନା ରେଜିଷ୍ଟ୍ରି କରି ସ୍ଥାବର, ଅସ୍ଥାବର ସମ୍ପତ୍ତି ମଧ୍ୟ ଦାନ କରିପାରିବେ ।
ସିଭିଲ୍ ମକଦ୍ଦମାଟିଏ କଲେ କୋର୍ଟ ଫିସ୍ ଦେବାକୁ ପଡେ । ସିଭିଲ୍ କେଶ୍ଗୁଡିକ ମଧ୍ୟ ଜଟିଳ ହୋଇଥିବାରୁ ପ୍ରାୟତଃ ଓକିଲ୍ ନିଯୁକ୍ତ କରିବା ଦରକାର ପଡେ । ଏଭଳି କ୍ଷେତ୍ରରେ ସରକାରଙ୍କ ତରଫରୁ ଆଇନ୍ ସହାୟତା ଦେବାର ବ୍ୟବସ୍ଥା ଅଛି ।
ଆଧାର – ଓଡିଶା ଆଇନ ସମୀକ୍ଷା
Last Modified : 6/20/2020