অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋର୍ଟରେ ସତର୍କତା

କୋର୍ଟରେ ସତର୍କତା

କୋର୍ଟରେ ମୁଦାଲା

ଆପଣ କୌଣସି ଏକ କେଶ୍ ରେ କୋର୍ଟରେ ମୁଦାଲା(ଅଭିଯୁକ୍ତ) ହିସାବରେ ଯାଇଛନ୍ତି । ଆପଣ ଯେତେବଡ଼ ପଦାଧିକାରୀ (ଏପରିକି ପ୍ରଧାନମନ୍ତ୍ରୀ/ ମୁଖ୍ୟମନ୍ତ୍ରୀ/ସୁପ୍ରିମ୍ କୋର୍ଟର ଜଜ୍) ହୁଅନ୍ତୁ ନା କାହିଁକି କୋର୍ଟଙ୍କ ପ୍ରଶ୍ନର ଉତ୍ତରକୁ କିମ୍ବା କୋର୍ଟଙ୍କ ସହିତ କଥାବାର୍ତ୍ତାକୁ ଛିଡାହୋଇ ଉତ୍ତର ଦେବେ । ଏହା ହିଁ ନିୟମ ଅଟେ । ଯଦି ସ୍ୱାସ୍ଥ୍ୟଗତ କାରଣରୁ ଆପଣ ଛିଡାହୋଇ ଉତ୍ତର ଦେବେ । ଏହା ହିଁ ନିୟମ ଅଟେ । ଯଦି ସ୍ୱାସ୍ଥ୍ୟଗତ କାରଣରୁ ଆପଣ ଛିଡାହେବାକୁ ଅକ୍ଷମ ଥାଆନ୍ତି,ତେବେ କୋର୍ଟଙ୍କୁ ଅନୁରୋଧ କଲେ କୋର୍ଟ ଆପଣଙ୍କୁ ବସିବା ପାଇଁ ଅନୁମତି ଦେବେ । ଏହା ନ କରି ନିଜେ ସିଟ୍ ଟାଣି ନେଇ ବସି କଥାବାର୍ତ୍ତା କଲେ ଏହା କୋର୍ଟ ଅବମାନନା ହୁଏ । ଆମ ଦେଶର ଅନେକ ଲୋକ ଏକଥା ଜାଣିନଥାଆନ୍ତି । କୋର୍ଟମାନେ ଏପରି ବ୍ୟକ୍ତିଙ୍କୁ ହଠାତ୍ ଦଣ୍ଡିତ ନ କରି ଛିଡା ହୋଇ କଥାବାର୍ତ୍ତା କରିବାକୁ କୁହନ୍ତି । କୌଣସି ବ୍ୟକ୍ତି କୋର୍ଟଙ୍କର ଉପରୋକ୍ତ ଆଦେଶକୁ ଅବମାନନା କଲେ ନିଶ୍ଚିତ ଦଣ୍ଡିତ ହେବେ । ଉପରୋକ୍ତ ନିୟମ ସାକ୍ଷୀମାନଙ୍କ ପ୍ରତି ଓ ପକ୍ଷମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ ଅଟେ । ଓକିଲମାନେ ମଧ୍ୟ କୋର୍ଟଙ୍କ ସହ ଛିଡା ହୋଇ କଥାବାର୍ତ୍ତା କରନ୍ତି । ଛିଡା ହୋଇ କଥା ହେବ ଦ୍ଵାରା ମୁଦାଲା, ସାକ୍ଷୀ ପକ୍ଷ କିମ୍ବା ଓକିଲମାନଙ୍କର ମାନବାଧିକାର କ୍ଷୁର୍ଣ୍ଣ ହେବ ନାହିଁ –ଏହାର କାରଣ ହେଲା କୋର୍ଟଙ୍କ ସାମ୍ନାରେ କେହି ବଡ ନୁହଁନ୍ତି । ଏହାଛଡା ଆଇନ୍ ଅନୁମୋଦିତ କର୍ମଦ୍ଵାରା କାହାର ମାନବାଧିକାର କ୍ଷୁର୍ଣ୍ଣ ହୁଏ ନାହିଁ ।

କୋର୍ଟରେ ସାକ୍ଷୀ

କୋର୍ଟରେ ସାକ୍ଷୀ ଦେଲାବେଳେ କିମ୍ବା ମୁଦାଲା ହିସାବରେ ଆସିଥିଲେ କିମ୍ବା ଦର୍ଶକ ହିସାବରେ ଆସିଥିଲେ ମଦ୍ୟପାନ କରି ଆସିଲେ, ପାନ ଖାଇଲେ, ବିଡି ସିଗାରେଟ୍ ଟାଣିଲେ – ସାର୍ଟକୁ ଖୋଲା ରଖି ଛାତିବାଳ ପ୍ରଦର୍ଶନ କରାଇଲେ, ହୋହଲ୍ଲା କଲେ, ଅଟ୍ଟହାସ୍ୟ କଲେ, କୋର୍ଟ ମଧ୍ୟରେ ଗୀତ ଗାଇଲେ, ସ୍ଲୋଗାନ୍ ଦେଲେ, ଛିଡା ନ ହୋଇ ବସି ରହି କୋର୍ଟଙ୍କ ସହିତ କଥାବାର୍ତ୍ତା କଲେ କୋର୍ଟ ଅବମାନନା ହୁଏ ।

ଅପରାଧ

ଆପଣ ଯଦି କୌଣସି ଅପରାଧ କରିବା ପାଇଁ ଜଣକୁ ପ୍ରବର୍ତ୍ତାଇଲେ ତେବେ ସେ ସେହି ଅପରାଧ କରିବାକୁ ମନାକଲେ ମଧ୍ୟ ଆପଣ ଦଣ୍ଡିତ ହେବେ । ପୁନଶ୍ଚ, ଜଣେ ବ୍ୟକ୍ତି ଗୋଟିଏ କ୍ରାଇମ୍ କରିବ ବୋଲି କହିଲା । ଆପଣ ତାକୁ ସପୋର୍ଟ ଦେବାକୁ କହିଲେ । ପରେ ସେହି ବ୍ୟକ୍ତି ସେହି ଅପରାଧଟି କଲେ ନାହିଁ । ତେବେ ସେ କୌଣସି ଦଣ୍ଡ ପାଇବେ ନାହିଁ । ଅଥଚ ଆପଣ ପ୍ରରୋଚନ ହିସାବରେ ଦଣ୍ଡ ପାଇବେ । ମନେରଖନ୍ତୁ ଅପରାଧ କରିବାକୁ ପ୍ରବର୍ତ୍ତାଇବା ଏକ ଦଣ୍ଡନୀୟ ଅପରାଧ ଅଟେ । ଅପରାଧ ଘଟିଲା କି ନାହିଁ ତାହା ଅଲଗା କଥା ।

କ୍ରିମିନାଲ୍ କନସ୍ପିରେସି

ଆପଣ ଦୁଇଜଣ ବା ତତୋଧିକ ଲୋକ ମିଶି ମନ୍ତ୍ରଣା କରି ଜଣେ ବ୍ୟକ୍ତିଙ୍କର ଚାକର ପିଲାକୁ ତାଙ୍କ ଠାରୁ ବାହାର କରିଦେଲେ କିମ୍ବା ଜଣକର ସ୍ତ୍ରୀ କିମ୍ବା ଝିଅଙ୍କୁ ତାଙ୍କ ଅଲଗା କରିଦେଲେ, ତେବେ ଆପଣମାନେ କ୍ରିମିନାଲ୍ କନସ୍ପିରେସି ନାମକ ଏକ ଅପରାଧରେ ଅପରାଧି ହୋଇ ଦଣ୍ଡିତ ହେବେ ।

ଆଇନ୍ଜ୍ଞମାନଙ୍କ ସଂଖ୍ୟା

ଆମ ଦେଶରେ ଆଇନଜ୍ଞମାନଙ୍କ ସଂଖ୍ୟା କେତେ ? ଏହାର ଉତ୍ତର ଜାଣିବା ପାଇଁ ନିମ୍ନଲିଖିତ, ଆକବର-ବୀରବଲ୍ଲ ରହସ୍ୟ ଉପାଖ୍ୟାନ ଜାଣିବା ଦରକାର । ଥରେ ଆକବର ବୀରବଲ୍ ଙ୍କୁ ମୋଗଲ ସାମ୍ରାଜ୍ୟରେ ଚିକିତ୍ସକମାନଙ୍କ ସଂଖ୍ୟା କେତେ ହିସାବ କରିବା ପାଇଁ କହିଲେ । ବୀରବଲ୍ ତତ୍ କ୍ଷଣାତ ଏହାର ହିସାବ ତହିଁ ପରଦିନ ଦେଇଦେବେ ବୋଲି କହିଲେ । ଏଥିରେ ଆକବର ଆଶ୍ଚର୍ଯ୍ୟ ହୋଇ ଆସନ୍ତା ଦିନକୁ ଅପେକ୍ଷା କଲେ । ତହିଁ ପରଦିନ ଆକବର ବୀରବଲ୍ ଙ୍କୁ ହିସାବ ମାଗନ୍ତେ-ବୀରବଲ୍ ଆକବରଙ୍କୁ ଗୋଟାଏ କାମ କରିବାକୁ ଅନୁରୋଧ କଲେ । ବୀରବଲ୍ ଙ୍କ କହିବା ଅନୁଯାୟୀ ଆକବର ନିଜ ହାତରେ ଏକ ବ୍ୟାଣ୍ଡେଜ୍ ବାନ୍ଧିକରି ରହିଲେ । ସେପାଖେ ରାଣୀ ଯାଉଯାଉ ଆକବରଙ୍କ ବ୍ୟାଣ୍ଡେଜ୍ ଦେଖି ଏହା ସେ ପଡିଯିବା ହେତୁ ଘଟିଛି ଓ ମକଚି ଯାଇଛି ବୋଲି ଜାଣିଲେ । ସାଙ୍ଗେ ସାଙ୍ଗେ ସେଠାରେ ଅମୃତାଞ୍ଜନ ମାରି ସେକ ଦେବାକୁ ରାଣୀ ପରାମର୍ଶ ଦେଲେ । ପରେ ମନ୍ତ୍ରୀ ଆସି ସେଠାରେ ପଞ୍ଚଗୁଣା ତୈଳ ଦେବାକୁ କହିଲେ । ସେନାପତି ଆସି ସେଠାରେ ବିଶଲ୍ୟକରଣୀ ରସ ଦେବାକୁ କହିଲେ । କଟୁଆଳ ଆସି ବରଫ ଘସିବାକୁ କହିଲେ – ଆଉ କେହି ଗରମ ବାଷ୍ପ ଦେବାକୁ କହିଲେ । ଏହାପରେ ବୀରବଲ୍ କହିଲେ ଆଜ୍ଞା ଦେଖୁଛନ୍ତି ଆମ ଦେଶରେ ସମସ୍ତେ ଜଣେ ଜଣେ ଡାକ୍ତର । ଏଣୁ ଦେଶର ଲୋକସଂଖ୍ୟା ଯେତେ ଡାକ୍ତର ସଂଖ୍ୟା ପ୍ରାୟ ସେତେ ଅଟେ ।

ଠିକ୍ ଉପରୋକ୍ତ ମର୍ମରେ ଆମ ଦେଶର ସାବାଳକ ଲୋକସଂଖ୍ୟା ଯେତେ ଆଇନ୍ଜ୍ଞମାନଙ୍କ ସଂଖ୍ୟା ସେତେ।

ଦେଖିବେ ଲୋକଙ୍କ ଆଇନ୍ ବିଷୟରେ ସାମାନ୍ୟ କାଣ୍ଡଜ୍ଞାନ ଆପଣଙ୍କୁ ତତ୍ କ୍ଷଣାତ୍ ଆଇନ୍ ବତାଇ ଦେଉଥିବେ । ଆମ ଦେଶରେ ଟିଭି ଓ ଖବରକାଗଜମାନଙ୍କର ବହୁ ଆଇନ୍ ଅନଭିଜ୍ଞ ଲୋକମାନେ ମଧ୍ୟ ଆଇନ୍ ବିଷୟରେ ତର୍ଜମା କରି ବାହା ନେଉଥିବାର ଦେଖିବାକୁ ମିଳେ । ମାତ୍ର ଲେଖକଙ୍କର ଅନୁରୋଧ ଯେ ଏଭଳି ଲେଖା ଓ ପ୍ରାସାରଣକୁ ଆଧାର କରି ଜାଣିବା ଜ୍ଞାନ ସଠିକ୍ ଆଇନ୍ ଜ୍ଞାନ ମଧ୍ୟ ହୋଇନପାରେ ।

ଆଇନ୍ ଶ୍ରମବିମୁଖ ଲୋକ

ଆଇନ୍ ଶ୍ରମବିମୁଖ ଲୋକଙ୍କୁ ସାହାଯ୍ୟ ନ କରି ସତର୍କ ରହୁଥିବା ଲୋକଙ୍କୁ ସାହାଯ୍ୟ କରେ । ସବୁ ପ୍ରକାର ଘଟଣା ଉପରେ କେଶ୍ କରି ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଅଛି । ଏହାକୁ Limitation କୁହନ୍ତି । କେଶ୍ ଗୁଡିକ Limitation ମଧ୍ୟରେ କରିବା ଦରକାର, ନଚେତ୍ ତମାଦି ଦୋଷରେ ବାରିତ ହେବ ।

କ୍ରିମିନାଲ୍ ମିସ୍ ଆପ୍ରୋପିଏସନ୍

ରାସ୍ତାରେ ଗୋଟିଏ ଜିନିଷ ପଡିଛି । ସେ ଜିନିଷ କାହାର ଆପଣ ଜାଣି ନାହାଁନ୍ତି, ଆପଣ ଜିନିଷଟିକୁ ଉଠାଇ ଘରକୁ ନେଲେ । ଏହା କୌଣସି ଅପରାଧ ନୁହେଁ । ମାତ୍ର ଜିନିଷଟି ନେଇ ଆପଣ ପ୍ରକୃତ ମାଲିକକୁ ନ ଖୋଜି ଜିନିଷଟି ଆତ୍ମସାତ୍ କରିବାକୁ ଚେଷ୍ଟା କଲେ ତେବେ ଆପଣ କ୍ରିମିନାଲ୍ ମିସ୍ ଆପ୍ରୋପିଏସନ୍(ଧାରା ୪୦୩ ଆଇପିସି )ରେ ଦଣ୍ଡିତ ହେବେ ।

ଧାରା ୪୦୪

ମୃତ ବ୍ୟକ୍ତିଠାରୁ ଜିନିଷପତ୍ର ଟଙ୍କା ଆଦି ନେଇଗଲେ ଧାରା ୪୦୪ ଆଇପିସିରେ ଦଣ୍ଡିତ ହେବେ ।

ଧାରା ୫୧୦ ଆଇପିସି

ନିଶା ସେବନ କରି ହିତାହିତ ଜ୍ଞାନ ହରାଇ ସର୍ବସାଧାରଣ ରାସ୍ତାରେ କିମ୍ବା କୌଣସି ବ୍ୟକ୍ତିଙ୍କର ଏରିଆରେ ହୋହଲ୍ଲା କଲେ ଧାରା ୫୧୦ ଆଇପିସିରେ ଦଣ୍ଡିତ ହେବେ ।

ତୁମେ ଅମୁକ କର, ସମୁକ କର, ନଚେତ୍ ତୁମ ଉପରେ ଭଗବାନଙ୍କ କୋପ ଦୃଷ୍ଟି ପଡ଼ିବ ଆଦି କହି ଅଯଥାରେ ଡରାଇଲେ ତାହା ଏକ ଅପରାଧ ଅଟେ । (ଧାରା ୫୧୦ ଆଇପିସି)

ନ୍ୟାୟାଳୟରେ ଉପସ୍ଥିତ ଥିବା ସମୟରେ ବ୍ୟବହାର

ଜଣେ ଅପରାଧୀ ଭାବେ, ସାକ୍ଷୀଭାବେ, ଦର୍ଶକ ଭାବେ ନ୍ୟାୟାଳୟରେ ଉପସ୍ଥିତ ଥିବା ସମୟରେ ତୁମ୍ଭେ କିପରି ବ୍ୟବହାର କରିବା ଉଚିତ୍ ?

  1. ଯଦି ତୁମ୍ଭେ ଜଣେ ଅପରାଧୀଭାବେ ନ୍ୟାୟାଳୟ ଆସିଥାଅ, ତା ହେଲେ ତୁମ୍ଭେ ଯେଉଁ ପ୍ରକାର ସ୍ଥିତି ଧାରଣ କରିଥାଅ (ଉଦାହରଣ – ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ଉଚ୍ଚତମ ନ୍ୟାୟାଳୟ କିମ୍ବା ଉଚ୍ଚ ନ୍ୟାୟାଳୟର ବିଚାରପତି ଇତ୍ୟାଦି)  । ତୁମ୍ଭେ ନିଶ୍ଚିତଭାବେ ଦଣ୍ଡାୟମାନ ହୋଇ ନ୍ୟାୟାଳୟଙ୍କ ପ୍ରଶ୍ନର ଉତ୍ତର ଦେବ  । ତୁମ୍ଭେ ନ୍ୟାୟାଳୟ ସହିତ କଥା ହୋଇ ପାରିବ ନାଏଚଏନ, କିମ୍ବା ବସି କରି ନ୍ୟାୟାଳୟକୁ ଉତ୍ତର ଦେଇପାରିବେ ନାହିଁ  । ଯଦି ସ୍ୱାସ୍ଥ୍ୟକାରଣ ଯୋଗୁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁ, ତୁମ୍ଭେ ଦଣ୍ଡାୟମାନ ହେବା ନିମନ୍ତେ ଅକ୍ଷମ, ତାହେଲେ ନ୍ୟାୟାଳୟର ଅନୁମତି ଗ୍ରହଣ କରି, ତୁମ୍ଭେ ଏକ ଆସନ ଗ୍ରହଣ କରି ନ୍ୟାୟାଳୟ ସହିତ କଥାବାର୍ତ୍ତା ହୋଇପାରିବ  । ଯଦି ତାହା ଅନୁସରଣ ନକରି ତୁମ୍ଭେ ଏକ ଚେୟାରରେ ବସି ନ୍ୟାୟାଳୟ ସହିତ କଥାବାର୍ତ୍ତା ହୁଅ କିମ୍ବା ନ୍ୟାୟାଳୟକୁ ଉତ୍ତର ଦିଅ, ତା ହେଲେ ତାହା ନ୍ୟାୟାଳୟର ଅବମାନନା ହେବ  । ନ୍ୟାୟଳୟ ସାଧାରଣତଃ ହଠାତ୍ ଏପରି ଅପରାଧିକୁ ଦଣ୍ଡିତ କରନ୍ତି ନାହିଁ  । ସେମାନେ ଅପରାଧିକୁ ଦଣ୍ଡାୟମାନ ହୋଇ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଅନ୍ତି  । ଯଦି ତାହା ସତ୍ତ୍ୱେ, ଅପରାଧି ନ୍ୟାୟାଳୟଙ୍କ ଆଦେଶ ମାନନ୍ତି ନାହିଁ, ତା ହେଲେ ତାଙ୍କୁ ଦଣ୍ଡିତ କରାଯିବ  । ଏହି ନିୟମ, ସାକ୍ଷ୍ୟ, ପକ୍ଷ, ଦର୍ଶକମାନଙ୍କ ପ୍ରତି ପ୍ରୟୋଗନୀୟ ଏବଂ ଅଧିକନ୍ତୁ ଓକିଲଙ୍କୁ ମଧ୍ୟ  । ଏହାଦ୍ଵାରା କୌଣସି ବ୍ୟକ୍ତିଙ୍କ ଅଧିକାରକୁ ଉଲଂଘନ କରାଯାଏ ନାହିଁ  । ନ୍ୟାୟାଳୟ ସମ୍ମୁଖରେ ଦଣ୍ଡାୟମାନ ହେବାର କାରଣ ହେଉଛି, ନ୍ୟାୟାଳୟକୁ ସମ୍ମାନ ଦେବା ଏବଂ ଏହା ଅନୁଭବ କରିବା ଯେ, କେହିହେଲେ ନ୍ୟାୟାଳୟ ଉର୍ଦ୍ଧ୍ଵରେ ନୁହେଁ  ।
  2. ଜଣେ ସାକ୍ଷୀଭାବେ କୌଣସି ନ୍ୟାୟାଳୟରେ, ସାକ୍ଷ୍ୟ ଦେବା ସମୟରେ, ଯଦି ଅପରାଧି ନିଶାସକ୍ତ ଅବସ୍ଥାରେ ଥାଏ, ପାନ ଚୋବାଏ କିମ୍ବା ସିଗାରେଟ, ବିଡି ଇତ୍ୟାଦି ଧୂମପାନ କରେ ଏବଂ ସାର୍ଟର ବୋତାମକୁ ଖୋଲା ରଖେ, ପାଟି କରେ ଏବଂ ଅଯଥାରେ ହସେ ଏବଂ ଗୀତ ବୋଲେ କିମ୍ବା ସ୍ଲୋଗାନ ଦିଏ, ତା ହେଲେ ଏହା ନ୍ୟାୟାଳୟ ପ୍ରତି ଅବମାନନା ହୁଏ, ଏହା ମଧ୍ୟ ସାକ୍ଷୀ, ପକ୍ଷ, ଦର୍ଶକ ଏବଂ ଓକିଲଙ୍କ ପ୍ରତି ପ୍ରୟୋଗନୀୟ  ।
  3. ଯଦି ତୁମ୍ଭେ କୌନସାଇ ଅପରାଧ ସଂଗଠନ କରିବା ନିମନ୍ତେ କାହାକୁ ପ୍ରୋତ୍ସାହିତ କରିଥାଅ ଏବଂ ଉକ୍ତ ବ୍ୟକ୍ତି ଉକ୍ତ ଅପରାଧ କରିବା ନିମନ୍ତେ ସମ୍ମତ ହୁଏ ନାହିଁ, ସେ ଦଣ୍ଡିତ ହେବ ନାହିଁ, ମାତ୍ର ତୁମ୍ଭେ ଦଣ୍ଡିତ ହେବ କାରଣ ଅପରାଧର ପ୍ରୋତ୍ସାହନ ଏକ ଅପରାଧ ଅଟେ  ।
  4. ଯଦି ଦୁଇ କିମ୍ବା ଅଧିକ ବ୍ୟକ୍ତି ଚକ୍ରାନ୍ତ କରି, କୌଣସି ବ୍ୟକ୍ତିର ଚାକର କିମ୍ବା ତାର ସ୍ତ୍ରୀ କିମ୍ବା କନ୍ୟାକୁ ତାଠାରୁ ପୃଥକ ରଖନ୍ତି ତା ହେଲେ ସେମାନେ ଏପରି ଚକ୍ରାନ୍ତ ପାଇଁ ଦାୟୀ ହେବେ ବେମ ଫୌଜଦାରୀ ମୋକଦ୍ଦମା ଅନୁଯାୟୀ ଦଣ୍ଡିତ ହେବେ  ।
  5. ଆମ୍ଭ ଦେଶରେ, ଅଧିକାଂଶ ଲୋକ ଆଇନ୍ କୁ ସଠିକ ଭାବେ ଜାଣନ୍ତି ନାହିଁ, ମାତ୍ର ଏହା ଦେଖାଯାଏ ଯେ, ଏପରି ଲୋକମାନେ ଶୀଘ୍ର ଆସି ସମସ୍ତ ଆଇନ୍ ଗତ ବିଷୟରେ ଉପଦେଶ ଦିଅନ୍ତି, ଯେପରିକି ସେମାନେ ଉତ୍ତମ ଭାବେ ଆଇନ୍ ଜାଣନ୍ତି । ଜଣେ ଅତି ସତର୍କ ହେବା ଉଚିତ୍ ଯେ, ଏପରି ଶସ୍ତା ଉପଦେଶ ନ ଶୁଣିବା, ଯଦି ତଥାପି, ଜଣେ ଏହାର ଉପଦେଶ ଉପରେ ନିର୍ଭର କରେ, ତା ହେଲେ ଜଣେ ନିଶ୍ଚୟ ଅସୁବିଧାର ସମ୍ମୁଖୀନ ହେବ ।
  6. କିଛି ସମ୍ପତ୍ତି ରାସ୍ତାରେ ପଡିଛି, ଯଦି ତୁମ୍ଭେ ଏହାକୁ ନିଅ ଏବଂ ସମ୍ପତ୍ତିର ମାଲିକଙ୍କୁ ଖୋଜି ବାହାର କରିବା ନିମନ୍ତେ କୌଣସି ଚେଷ୍ଟା ନ କରେ, ସମ୍ପତ୍ତିକୁ ଆତ୍ମସାତ କର, ତା ହେଲେ ତୁମ୍ଭେ ଆତ୍ମସାତ ଅଭିଯୋଗରେ ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୪୦୩ ଅନୁଯାୟୀ ଦାୟୀ ରହିବ।
  7. ଯଦି ତୁମ୍ଭେ କୌଣସି ମୃତବ୍ୟକ୍ତିର ଦଖଲକୁ ସମ୍ପତ୍ତି ଗ୍ରହଣ କର, ତା ହେଲେ ତୁମ୍ଭଙ୍କୁ ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୪୦୪ ଅନୁଯାୟୀ ଦଣ୍ଡିତ ହେବ ।
  8. ଯଦି ତୁମ୍ଭେ ଅତି ନିଶାସକ୍ତ ଅବସ୍ଥାରେ ସର୍ବସାଧାରଣ ରାସ୍ତାରେ ବିଚରଣ କର ଏବଂ ଚେତା ହରାଅ, ତା ହେଲେ ତୁମ୍ଭଙ୍କୁ ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୫୧୦ ଅନୁଯାୟୀ ଦଣ୍ଡିତ କରାଯିବ ।
  9. ଯଦି ତୁମ୍ଭେ କାହାକୁ କୌଣସି ଭାବେ କାର୍ଯ୍ୟ କରିବାକୁ କୁହ, ଅନ୍ୟଥା ଇଶ୍ଵରଙ୍କ କ୍ରୋଧ ତା ଉପରେ ପଡିବ, ତା ହେଲେ ତୁମ୍ଭଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ଦଣ୍ଡିତ କରାଯିବ ।

ଆଧାର -

  • ଓଡିଶା ଆଇନ ସମୀକ୍ଷା
  • ଏମ୍.ଏମ୍.ପବ୍ଲିକେଶନ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate