অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜନସାଧାରଣଙ୍କୁ ଆଇନ ସହାୟତା

ଜନସାଧାରଣଙ୍କୁ ଆଇନ ସହାୟତା

ଆପଣଙ୍କ ଅଧିକାର ଯଦି କ୍ଷୁର୍ଣ୍ଣ ବା ବାଧାପ୍ରାପ୍ତ ହୁଏ

ଦେଶର ରାଜନୈତିକ ଜୀବନରେ ଅଂଶଗ୍ରହଣ ଏବଂ ନିଜକୁ ଏକ ରାଜନୈତିକ ବ୍ୟକ୍ତିରୂପେ ପରିପ୍ରକାଶ କରିବା ପାଇଁ ସମ୍ବିଧାନ ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିଛି, କିନ୍ତୁ ଅନେକ ରାଜନୀତିଜ୍ଞମାନଙ୍କ ଦ୍ଵାରା କାନୁନୀ-କଟକଣା ଯୋଗୁଁ ସ୍ଵାଧୀନତାକୁ ଆବଦ୍ଧ କରାଯାଉଛି  । ଏପରିକି ନାଗରିକମାନଙ୍କର କାନୁନୀ କାର୍ଯ୍ୟକଳାପ ବା ଆଇନାନୁମୋଦିତ ବା ଆଇନ୍ ସଙ୍ଗତ କାର୍ଯ୍ୟକଳାପଗୁଡିକ, ଆଇନର ଉଲଂଘନ ରୂପେ ବିଚାର କରାଯାଇଛି  । ଆମ୍ଭମାନଙ୍କର ଆଇନଗତ ଅଧିକାରର ସାଧାରଣତଃ ଅଜ୍ଞତା ରାଷ୍ଟ୍ରର ଆଇନ୍ ପ୍ରବର୍ତ୍ତନ ବା ପ୍ରଚାଳନକାରୀ  ପ୍ରତିନିଧିଙ୍କ ଦ୍ଵାରା ଶୋଷିତ  ।  ପରିମାଣସ୍ୱରୂପ ମାନବ ଅଧିକାରର ବିଦ୍ରୋହ ଦିନକୁ ଦିନ ଉଦବେଗଜନକ ଭାବରେ ବଢିଚାଲିଛି । ତେଣୁ ଆରକ୍ଷୀ (ପୋଲିସ୍) ଓ ନ୍ୟାୟା ବିଭାଗର ପ୍ରତିନିଧିଙ୍କ ସମ୍ମୁଖୀନ ହେବା ସମୟରେ ନାଗରିକମାନେ ସେମାନଙ୍କ ଅଧିକାର ସମ୍ପର୍କୀୟ ଆଇନଗତ ସଚେତନତା ଉତ୍ଥାନ କରିବା ଗିରଫ ଜାମିନ ଟିପ୍ପଣୀର ଉଦ୍ଦେଶ୍ୟ  ।

ଗିରଫ ପରବାନା

ଜଣେ ଅପରାଧୀଙ୍କୁ ଗିରଫ ଏବଂ ହଜାର କରିବା ପାଇଁ ଅଥବା ତା’ର ଗୃହପରିସରରେ କୌଣସି ବିଶେଷ ଜିନିଷର ତଦାରଖ ପାଇଁ ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସର) ଙ୍କୁ ଅଦାଲତ ଦ୍ଵାରା ଜାରି କରାଯାଇଥିବା ଲିଖିତ ଆଦେଶକୁ ଗିରଫ ପରବାନା କୁହାଯାଏ  । ଗିରଫ ପରବାନା ସମ୍ପାଦନ କରୁଥିବା ଆରକ୍ଷୀ ଅଧିକାରୀ (ପୋଲିସ୍ ଅଧିକାରୀ) ଗିରଫଦାର ହେବାକୁ ଥିବା ବ୍ୟକ୍ତିଙ୍କୁ ଗିରଫ ପରବାନା ବିଷୟବସ୍ତୁ ଜଣାଇବେ ଏବଂ ସେ ଯଦି ଦାବିକରେ ତେବେ ଗିରଫ ପରବାନାଟିକୁ ତାଙ୍କୁ ଦେଖାଇବେ । ଅନାବଶ୍ୟକ ବିଳମ୍ବ ବ୍ୟତିରେକକେ ଆରକ୍ଷୀ ଅଧିକାରୀ ସେପରି ବ୍ୟକ୍ତିଙ୍କୁ ଅଦାଲତ ସମ୍ମୁଖରେ ହାଜର କରାଇବେ

ବୈଧ ଗିରଫ ପରବାନା

ଗିରଫ ପରବାନା –

  • ଲିଖିତକାରରେ ହେବା
  • ଅଦାଲତର ପୀଠାସୀନ ଅଧିକାରୀ (ପ୍ରିଜାଇଡିଂ ଅଫିସର)ଙ୍କ ଦ୍ଵାରା ଦସ୍ତଖସ୍ତ କରାଯିବ, ଏବଂ
  • ଅଦାଲତର ମୋହର ରହିବା ବିଧେୟ  । ସେଥିରେ ଅଭିଯୁକ୍ତ ବ୍ୟକ୍ତିଙ୍କ ନାମ, ତାଙ୍କର ଠିକଣା ମଧ୍ୟ ଅନ୍ତର୍ବିଷ୍ଟ ହେବ ଏବଂ କେଉଁ ଅପରାଧର ଅଭିଯୋଗରେ ଅଭିଯୁକ୍ତ ତାହା ମଧ୍ୟ ଦର୍ଶାଯିବ  । ଉପରୋକ୍ତ ଯେ କୌଣସି ବିଷୟବସ୍ତୁର ଅଭାବ ହେଲେ ପରବାନା ଅସିଦ୍ଧ ହବ ଏବଂ ସେପରି ପରବାନା ସଂପାଦନ ବଳରେ ଗିରଫଦାର କରିବା ଅବୈଧ ଅଟେ  । ଗିରଫ ପରବାନା ଦୁଇ ପ୍ରକାରର  । ଯଥା –
  1. ଜାମିନ – ଯୋଗ୍ୟ
  2. ଜାମିନ – ଅଯୋଗ୍ୟ

ଏକ ଜାମିନ ପରବାନା ହେଉଛି ଅଦାଲତର ଆଦେଶ ଯେଉଁଥିରେ ନିର୍ଦ୍ଦେଶ ଅନ୍ତର୍ବିଷ୍ଟ ହୋଇଥାଏ  । ଗିରଫ ହୋଇଥିବା ବ୍ୟକ୍ତି ଯଦି ଅଦାଲତ ସମ୍ମୁଖରେ ତାଙ୍କର ଉପସ୍ଥିତ ବା ହାଜର ନିମନ୍ତେ ଯଥେଷ୍ଟ ପ୍ରତିଭୂତି ସହିତ ଜାମିନ ସଂପାଦନ କରେ ତେବେ ସେ ହାଜତରୁ ଛାଡ ପାଇପାରିବ  । ସେଥିରେ ଜାମିନଦାରଙ୍କ ସଂଖ୍ୟା, ବଣ୍ଡର ପରିମାଣ ଏବଂ ଅଦାଲତରେ ହାଜର ହେବାକୁ ସମୟ ମଧ୍ୟ ଦର୍ଶାଯିବ । (ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ୧୯୭୩ର ଦଫା ୭୧)  ।

ଜାମିନ-ଅଯୋଗ୍ୟ ପରବାନା କ୍ଷେତ୍ରରେ ଜାମିନ ପାଇଁ କରାଯାଇଥିବା ନିର୍ଦ୍ଦେଶ ପରବାନା ଉପରେ ପୃଷ୍ଠାଙ୍କିତ ନାହିଁ  ।

ବିନା ୱାରେଣ୍ଟରେ ଗିରଫଦାର

ବିନା ୱାରେଣ୍ଟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସର)ଙ୍କ କ୍ଷମତା ଅଛି ଯଦି ସେପରି ବ୍ୟକ୍ତି ଧର୍ତ୍ତବ୍ୟ ଅପରାଧ ସଂଘଟିତ କରିଥିବାର ସନ୍ଦେହ କରାଯାଏ  । ସାଧାରଣତଃ ଅ-ଧର୍ତ୍ତବ୍ୟ ଅପରାଧଗୁଡିକରେ ଜଣେ ଆରକ୍ଷୀ ଅଧିକାରୀ (ପୋଲିସ୍ ଅଧିକାରୀ) ମାଜିଷ୍ଟ୍ରେଟଙ୍କଠାରୁ ୱାରେଣ୍ଟ ନ ପାଇଁ ଜଣେ ବ୍ୟକ୍ତିଙ୍କୁ ଗିରଫଦାର କରିପାରିବେ ନାହିଁ  ।

ଫୌଜଦାରୀ କାର୍ଯ୍ୟବିଧି ଆଇନ୍, ୧୯୭୩ର ପ୍ରଥମ ଅନୁସୂଚୀରେ ଅପରାଧଗୁଡିକ ଧର୍ତ୍ତବ୍ୟ ଏବଂ ଅ-ଧର୍ତ୍ତବ୍ୟ ରୂପେ ଶ୍ରେଣୀଭୁକ୍ତ ଏବଂ ପ୍ରଗଣିତ ବା ସଂଖ୍ୟାକୃତ କରାଯାଇଅଛି  । ହତ୍ୟା, ରାଜହାନୀ, ଡକାୟତି, ଚୋରୀ, ରାଷ୍ଟ୍ର ବିରୁଦ୍ଧେ ଯୁଦ୍ଧ ଘୋଷଣା ଆଦି ସାଂଘାତିକ ଅପରାଧଗୁଡିକ ଧର୍ତ୍ତବ୍ୟ ଅପରାଧ ଅଟେ  ।

ବିନା ୱାରେଣ୍ଟରେ କେତେବେଳେ ଜଣେ ବ୍ୟକ୍ତି ଗିରଫ ହୋଇପାରିବ

ନିମ୍ନଲିଖିତ କାରଣରୁ ଜଣେ ବ୍ୟକ୍ତି ୱାରେଣ୍ଟବ୍ୟତୀତ ଗିରଫ ହୋଇପାରିବ  । ଯଥା –

  1. ଯଦି ଉକ୍ତ ବ୍ୟକ୍ତି ଧର୍ତ୍ତବ୍ୟ ଅପରାଧରେ ସଂପୃକ୍ତ ଥାଉ ଅଥବା ସେପରି ବ୍ୟକ୍ତି ଧର୍ତ୍ତବ୍ୟ ଅପରାଧ ସଂଘଟିତ କରିଛନ୍ତି ବୋଲି ସନ୍ଦେହ ଜାତ ହୁଏ, ଅଭିଯୋଗ ଅଥବା ସୂଚନା ଥାଏ ;
  2. ସେପରି ବ୍ୟକ୍ତି ଯଦି ଗୃହ ଭାଙ୍ଗିବା ଉପକରଣ ନିଜ ପାଖରେ ରଖିଥାଏ ;
  3. ସେପରି ବ୍ୟକ୍ତି ଯଦି ଅପରାଧୀ ରୂପେ ଘୋଷିତ ହୋଇଥାଏ ;
  4. ସେପରି ବ୍ୟକ୍ତି ଯଦି କର୍ତ୍ତବ୍ୟରତ ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସର) ଙ୍କୁ ବାଧା ଦିଏ ;
  5. ସେପରି ବ୍ୟକ୍ତି ଯଦି କାନୁନୀ ହାଜତରୁ ପଳାୟନ  କରେ ;
  6. ସେପରି ବ୍ୟକ୍ତି ସେନାବାହିନୀ, ନୌବାହିନୀ ଏବଂ ଆକାଶ ବାହିନୀରୁ ପଳାତକ ହୋଇଥାଏ ;
  7. ଭାରତବର୍ଷ ବାହାରେ ଥିବା ସମୟରେ ସେପରି ବ୍ୟକ୍ତି ଯଦି କୌଣସି ଅପରାଧୀ ସମର୍ପଣ ବା ପ୍ରତ୍ୟର୍ପଣ ଅଥବା ପଳାତକ ଅପରାଧୀ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ସଂଘଟିତ କରିଥାଏ ;
  8. ସେପରି ବ୍ୟକ୍ତି ଯଦି ମୁକ୍ତ ଅପରାଧୀ ଥାଇ ଚଳପ୍ରଚଳ ସମୟରେ ଅଦାଲତ ଦ୍ଵାରା ନ୍ୟସ୍ତ କରାଯାଇଥିବା କଟକଣାକୁ ଉଲଂଘନ କରେ;
  9. ସେପରି ବ୍ୟକ୍ତି ଯଦି ଏକ ଧର୍ତ୍ତବ୍ୟ ଅପରାଧ ସଂଘଟିତ କରିବାକୁ ପ୍ରସ୍ତୁତ ହେବାର ସନ୍ଦେହ କରାଯାଏ ;
  10. ସେପରି ବ୍ୟକ୍ତି ଯଦି ଅଭ୍ୟସ୍ତ ଅପରାଧୀ ହୋଇଥାଏ ;
  11. ଜଣେ ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସରଙ୍କ) ଉପସ୍ଥିତିରେ ଗୋଟିଏ ଅ-ଧର୍ତ୍ତବ୍ୟ ସଂଘଟିତ କରିବା ପରେ ସେପରି ବ୍ୟକ୍ତି ଯଦି ଆରକ୍ଷୀ (ପୋଲିସ୍) ଙ୍କୁ ତାଙ୍କର ନାମ ଓ ଠିକଣା ଦେବାକୁ ଅସ୍ଵୀକାର କରେ ଅଥବା ଆରକ୍ଷୀ ପୋଲିସ୍ ଙ୍କୁ ମିଥ୍ୟା ନାମ ଅଥବା ଠିକଣା ଦିଏ;
  12. ସେପରି ବ୍ୟକ୍ତିଙ୍କୁ ଯଦି ଅନ୍ୟ ପୋଲିସ୍  ଥାନାର ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସର)ଙ୍କ ଦ୍ଵାରା ଆବଶ୍ୟକ କରାଯାଏ ଯେ କି ସନ୍ଦେହ କରନ୍ତି ଏବଂ ସେପରି ବ୍ୟକ୍ତି ଜଣକ ଧର୍ତ୍ତବ୍ୟ ଅପରାଧ ସଂଘଟିତ କରିଛନ୍ତି  ।

ଗିରଫ କିପରି କରାଯାଏ ?

ହୁକୁମ ଅଙ୍ଗୀକାର ଅଥବା କାର୍ଯ୍ୟ ଦ୍ଵାରା ହାଜତରେ ଆତ୍ମସମର୍ପଣ କଲେ ଗିରଫ ସଂପୂର୍ଣ୍ଣ ହୁଏ ଏବଂ ସେପରି କ୍ଷେତ୍ରରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଶରୀରକୁ ଛୁଇଁ ଅଥବା ଆବଦ୍ଧ ବା ବନ୍ଦୀ କରିବା ଆବଶ୍ୟକ ନୁହେଁ କିନ୍ତୁ ଆରକ୍ଷୀ (ପୋଲିସ) ଦ୍ଵାରା ଜଣେ ବ୍ୟକ୍ତିଙ୍କୁ କେବଳ ସମର୍ପଣ କରିବା ଗିରଫ ରୂପେ ଗଣ୍ୟ ହେବ ନାହିଁ  । (ଦଫା ୪୬ ସି.ଆର.ପି.ସି)

ତୁମେ ଯଦି ଗିରଫଦାରଙ୍କୁ ପ୍ରତିରୋଧ କର ତେବେ କଣ ଘଟିବ?

ଯଦି ତୁମେ ବଳପୂର୍ବକ ଭାବେ ଗିରଫଦାରକୁ ପ୍ରତିରୋଧ କର ତେବେ ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସର) ଗିରଫଦାରକୁ କାର୍ଯ୍ୟକାରୀ କରାଇବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ (ଦଫା ୪୬) । ସେ ମଧ୍ୟ ତୁମର ମୃତ୍ୟୁ ଘଟାଇପାରନ୍ତି ଯଦି ଓ ତୁମ୍ଭେ ମୃତ୍ୟୁଦଣ୍ଡ ଅଥବା ଆଜୀବନ କାରାଦଣ୍ଡ ସଦୃଶ ଦଣ୍ଡନୀୟ ଅପରାଧରେ ଅଭିଯୁକ୍ତ ହୋଇଥାନ୍ତି  । ଗିରଫ କାର୍ଯ୍ୟକାରୀ କରାଇବା ପାଇଁ ଆବଶ୍ୟକତାଠାରୁ ଅଧିକ ବଳ ପ୍ରୟୋଗ କରାଯିବା ଆଦୌ ଯୁକ୍ତିଯୁକ୍ତ ବା ନ୍ୟାୟସଙ୍ଗତ ନୁହେଁ  । ତେଣୁ ଅନାବଶ୍ୟକଭାବେ ଅଟକ ଅଥବା ହାତ ଓ ଗୋଦା ବାନ୍ଧି ଶାରୀରିକ ନିର୍ଯ୍ୟାତନା ଦେବା ନ୍ୟାଯ୍ୟ ବା ଗ୍ରାହ୍ୟ ନୁହେଁ ଯଦି ଏପରି କରିବାକୁ ଆବଶ୍ୟକତା ନଥାଏ  ।

ଗିରଫ ହେବ ସମୟରେ ତୁମର ଅଧିକାର କ’ଣ ?

ଯଦି ତୁମେ ଗିରଫ ହୁଅ –

  1. ତୁମର ଗିରଫ ପାଇଁ ଗିରଫର କାରଣ ତୁମକୁ ନିଶ୍ଚିତ ରୂପେ ଜଣାଇ ଦିଆଯିବ (ମୌଳିକ ଅଧିକାର ଧାରା ୨୨ ଏବଂ ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ୧୯୭୩ର ଦଫା ୫୦୬)
  2. ୱାରେଣ୍ଟ ଅନୁଯାୟୀ ଯଦି ତୁମେ ଗିରଫ ହୋଇଥାଅ ତେବେ ୱାରେଣ୍ଟ ଦେଖିବାକୁ ତୁମର ଅଧିକାର ଅଛି (ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ଦଫା ୭୫) ।
  3. ନିଜସ୍ଵ ମନମୁତାବକ ଓକିଲ ମନୋନୟନ କରିବାର ତୁମର ଅଧିକାର ଅଛି (ମୌଳିକ ଅଧିକାର ସଂଶୋଧନ ଧାରା ୨୨)
  4. ୨୪ ଘଣ୍ଟା ସମୟ ମଧ୍ୟରେ ତୁମକୁ ନିଶ୍ଚିତରୂପେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ (ମୌଳିକ ଅଧିକାର ସମ୍ବିଧାନର ଧାରା ୨୨) ।
  5. ଜାମିନରେ ଖଲାସ ହେବାକୁ ତୁମେ ହକଦାର କି ନୁହେଁ ତାହା ନିଶ୍ଚିତରୂପେ ତୁମକୁ କୁହାଯିବ (ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ଦଫା ୫୦)  ।

ତୁମକୁ ହାତକଡି ପକାଯିବ କି ?

ସୁପ୍ରିମ କୋର୍ଟର ଶେଷୋକ୍ତ ସମାବେଶ ଅନୁଯାୟୀ ସାଧାରଣତଃ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ହାତକଡି ପକାଯିବ ନାହିଁ ଯଦିଓ ସେ ଉନ୍ମତ୍ତ ବା ଅନିଷ୍ଟକାରୀ ଅଥବା ଅତ୍ୟନ୍ତ ମନ୍ଦ ପ୍ରକୃତିର ହୋଇ ନଥାଏ ଅଥବା ସମ୍ଭବତଃ ପଳାୟନ ଅଥବା ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁନଥାଏ  । ଗିରଫଦାର, ଏକ ଦଣ୍ଡ ନୁହେଁ  । ତେଣୁ ଅନାବଶ୍ୟକ ଅଟକ ଅଗ୍ରହଣୀୟ ନୁହେଁ, ଯଦି ଏପରି କରିବାର ଆବଶ୍ୟକତା ନ ଥାଏ  ।

ଗିରଫ ହେବାକୁ ଥିବା ଜଣେ ବ୍ୟକ୍ତି ପ୍ରବେଶ କରିଥିବା ସ୍ଥାନର ତଲାସ

ଗିରଫ ହେବାକୁ ଥିବା ବ୍ୟକ୍ତିଙ୍କୁ ଯେକୌଣସି ସ୍ଥାନରେ ତଲାସ କରିବା ନିମନ୍ତେ ଆରକ୍ଷୀ (ପୋଲିସ)ଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାକୁ ସମସ୍ତ ବ୍ୟକ୍ତି ଫୌଜଦାରୀ କାର୍ଯ୍ୟବିଧି ଆଇନ୍, ୧୯୭୩ର ଦଫା ୪୭ଅନୁଯାୟୀ ବାଧ୍ୟ ଅଟନ୍ତି  । ତଲାସୀକୁ କାର୍ଯ୍ୟକାରୀ କରାଇବା ପାଇଁ ଯେକୌଣସି ଦ୍ଵାର ଓ ଝରକା ଭାଙ୍ଗି ଉନ୍ମୁକ୍ତ କରିବା ପାଇଁ ଏବଂ ନିଜକୁ ଅଥବା ଗୃହ ପରିସର ମଧ୍ୟରେ ଅଟକ ଥିବା ଯେକୌଣସି ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଆରକ୍ଷୀ ଅଧିକାରୀ (ପୋଲିସ ଅଫିସର)ଙ୍କ କ୍ଷମତା ଅଛି  ।

ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ତଲାସ

ଗିରଫ ହେବାପରେ ଜଣେ ବ୍ୟକ୍ତିଙ୍କୁ ତଲାସ କରିବାକୁ ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସର)ଙ୍କ କ୍ଷମତା ଅଛି, ତଲାସ ପରେ ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସର) ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ ନେଇଥିବା ସମସ୍ତ ଜିନିଷପତ୍ରର ନିରାପଦ ବା ସୁରକ୍ଷିତ ହେପାଜତ ରେ ରଖିବେ ଏବଂ ତାଙ୍କୁ ଉକ୍ତ ଜିନିଷପତ୍ରର ରସିଦ ଦେବେ  ।

ଗିରଫ ହୋଇଥିବା ଜଣେ ମହିଳାଙ୍କ ଶିଷ୍ଟାଚାର ପ୍ରତି ଯଥାଯଥ ସମ୍ମାନ ପ୍ରଦର୍ଶନ କରାଯାଇ ତଲାସ କରାଯିବ  । ଜଣେ ମହିଳାଙ୍କ କେବଳ ଅନ୍ୟ ଜଣେ ମହିଳାଙ୍କ ଦ୍ଵାରା ତଲାସ କରାଯାଇପାରିବ  । (ଫୌଜଦାରୀ କାର୍ଯ୍ୟବିଧି ଆଇନ୍, ୧୯୭୩ର ଦଫା ୫୧) ।

ଡାକ୍ତରଙ୍କ ଦ୍ଵାରା ଗିରଫ ବ୍ୟକ୍ତିର ପରୀକ୍ଷା

ଉପନିରିକ୍ଷକ (ସବ୍ - ଇନିସ୍ପେକ୍ଟର) ପାହ୍ୟାରୁ ନିମ୍ନ ପାହ୍ୟାର ହୋଇ ନଥିବା ଜଣେ ଆରକ୍ଷୀ ଅଧିକାରୀ ପୋଲିସ ଅଫିସର ହୁଏତ, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରୀ ପରୀକ୍ଷା କରାଇପାରନ୍ତି ଯଦି ସେ (ପୋଲିସ ଅଫିସର) ଅନୁଭବ କରନ୍ତି ଯେ, ଏହା କରିବା ଦ୍ଵାରା ଅପରାଧର ପ୍ରମାଣ କରିବାକୁ ସାକ୍ଷ୍ୟ ମିଳିପାରିବ  । (ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ୧୯୭୩, ଦଫା ୫୩)

ଗିରଫ ବ୍ୟକ୍ତିଙ୍କ ଅଟକ

ଗିରଫ ଏବଂ ହାଜତରେ ଅଟକ ରହିଥିଆ ପ୍ରତ୍ୟକ ବ୍ୟକ୍ତିଙ୍କୁ ଗିରଫ ସ୍ଥାନରୁ ମାଜିଷ୍ଟ୍ରେଟଙ୍କ ଅଦାଲତ ନିକଟକୁ ଯାତ୍ରା କରିବା ନିମନ୍ତେ ଆବଶ୍ୟକ ସମୟ ବ୍ୟତୀତ, ଗିରଫର ୨୪ ଘଣ୍ଟା ସମୟ ମଧ୍ୟରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇବାକୁ ହେବ  । ୨୪ ଘଣ୍ଟା ସମୟ ମଧ୍ୟ ଯଦି ଅନୁସନ୍ଧାନ ସମାପ୍ତ ନ ହୁଏ ତେବେ ଗିରଫ ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖିବାକୁ ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ର ଦଫା ୧୬୭ ମାଜିଷ୍ଟ୍ରେଟଙ୍କ ଉପରେ କ୍ଷମତା ନ୍ୟସ୍ତ କରିଛି ଯେଉଁ ମାଜିଷ୍ଟ୍ରେଟ ଅଭିଯୁକ୍ତ ବ୍ୟକ୍ତିଙ୍କୁ ୧୫ ଦିନ ସମୟ ପର୍ଯ୍ୟନ୍ତ ଅଟକ ରଖିବାକୁ ଆଦେଶ ଦେଇଥିବେ ସେହି ମାଜିଷ୍ଟ୍ରେଟଙ୍କ ଏକ ସ୍ଵତନ୍ତ୍ର ବା ବିଶେଷ ଆଦଶା ବ୍ୟତୀତ କୌଣସି ପରିସ୍ଥିତିରେ ଜଣେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକ ରଖାଯାଇ ପାରିବ ନାହିଁ  । ୧୫ ଦିନ ସମୟ ଶେଷ ହେବାପରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ  । କାନୁନୀ ହାଜତରେ ପୁନଶ୍ଚ ଅଟକ ରଖିବା ପାଇଁ ଯଦି ପର୍ଯ୍ୟାପ୍ତ କାରଣ ଥାଏ ତେବେ ସେ ସେହି ମର୍ମରେ ଅହଡିକ ୧୫ ଦିନ ସମୟ ନିମନ୍ତେ ଆଦେଶ ପାଶ୍  କରିପାରନ୍ତି  । କିନ୍ତୁ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧେ ହୋଇଥିବା ଅପରାଧର ଅନୁସନ୍ଧାନ ସମାପ୍ତ ହୋଇଥାଉ ବା ନଥାଉ କୌଣସି କ୍ଷେତ୍ରରେ ଅଟକ ସମୟ ଷାଠିଏ ଦିନରୁ ଅଧିକ ହେବ ନାହିଁ  । ମାଜିଷ୍ଟ୍ରେଟଙ୍କ ଦ୍ଵାରା ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଅଟକ ଆଦେଶ ଅବୈଧ ଅଟେ  । ଅନୁସନ୍ଧାନ ସ୍ତରର ବା ଅନୁସନ୍ଧାନ ସମୟ ମଧ୍ୟରେ ଅଭିଯୁକ୍ତ ବ୍ୟକ୍ତି ଯଦି ଜାମିନ ଦେବାକୁ ଅସମର୍ଥ ହୁଅନ୍ତି ତେବେ ସେ କାନୁନୀ ହାଜତରେ ୬୦ ଦିନ ପର୍ଯ୍ୟନ୍ତ ଅଟକ ରହିବେ  । ଜାମିନ-ଅଯୋଗ୍ୟ ଅପରାଧ କ୍ଷେତ୍ରରେ ଗିରଫ ହୋଇଥିବା ବ୍ୟକ୍ତି ବିଚାର ଶେଷ ହେବା ପର୍ଯ୍ୟନ୍ତ ଜେଲ ହାଜତରେ ରହିବ  ।

ସର୍ଚ୍ଚ ୱାରେଣ୍ଟ

ନିମ୍ନଲିଖିତ ଉଦ୍ଦେଶ୍ୟରେ ମାଜିଷ୍ଟ୍ରେଟଙ୍କ ଦ୍ଵାରା ସର୍ଚ୍ଚ ୱାରେଣ୍ଟଜାରି କରାଯିବା କଥା –

  1. ଅନ୍ୟଥା  ଅଦାଲତରେ ଦାଖଲ ହୋଇନଥିବା ବା ଅଦାଲତରେ ଉପସ୍ଥାପିତ କରାଯାଇ ନଥିବା ଦଲିଲ ଦସ୍ତାବିଜ ଅଥବା ବସ୍ତୁର ପୁନଃ ଆଦାୟ ନିମନ୍ତେ  ।
  2. ଚୋରି ଜିନିଷ,  ଜାଲ ଦଲିଲ ଦସ୍ତାବିଜ ଇତ୍ୟାଦି ରହିଥିବାର ସନ୍ଦେହ କରାଯାଉଥିବା ଗୃହ ତଲାସୀ ନିମନ୍ତେ  ।
  3. ସରକାରଙ୍କ ଦ୍ଵାରା ନିଷିଦ୍ଧ କରାଯାଇଥିବା ଯେକୌଣସି ପ୍ରକାଶନର ଜବତ ନିମନ୍ତେ  ।
  4. ବେଆଇନ ବା ଅବୈଧଭାବରେ ଅଟକ ରଖାଯାଇଥିବା ବ୍ୟକ୍ତିଙ୍କ ଆବିଷ୍କାର ନିମନ୍ତେ  ।

ଆବଶ୍ୟକ ସ୍ଥାନ ତଲାସୀ ଏବଂ ଆପତ୍ତିଜନକ ପଦାର୍ଥ ଜବତ କରିବା ନିମନ୍ତେ ତଲାସୀ ପରବାନା ଦ୍ଵାରା ଆରକ୍ଷୀ ଅଧିକାରୀ ଙ୍କୁ କ୍ଷମତା ପ୍ରଦାନ କରିଛି  । କାନୁନୀ ପ୍ରବେଶ କୁ କାର୍ଯ୍ୟକାରୀ କରାଇବାକୁ ଆରକ୍ଷୀ ହୁଏତ, ବଳପ୍ରୟୋଗ କରିପାରେ ଯଦି ସେମାନେ ପ୍ରବେଶ କରିବାକୁ ଦାବି କରି ଅନୁଚିତଭାବେ ପ୍ରତ୍ୟାଖ୍ୟାନ ହୁଅନ୍ତି  ।

ୱାରେଣ୍ଟ ସମ୍ପାଦନ କରୁଥିବା ଆରକ୍ଷୀ ଅଧିକାରୀ (ପୋଲିସ୍ ଅଫିସର) ହୁଏତ, ସେପରି ସ୍ଥାନରେ ଯେକୌଣସି ବ୍ୟକ୍ତିଙ୍କୁ ତଲାସୀ କରିପାରନ୍ତି ଯଦି ସେପରି ବ୍ୟକ୍ତି କୌଣସି ଜିନିଷ ତାଙ୍କ ପାଖରେ ଲୁଚାଇ ରଖିଥିବାର ସନ୍ଦେହ କରାଯାଏ  । ତଲାସୀ କରାଯାଉଥିବା ବ୍ୟକ୍ତିଜଣକ ଯଦି ମହିଳା ହୋଇଥାନ୍ତି ତେବେ ଯଥା ସମ୍ଭବ ଶିଷ୍ଟାଚାର ସହିତ ଅନ୍ୟ ଜଣେ ମହିଳାଙ୍କ ଦ୍ଵାରା ତଲାସୀ କରାଯିବ  ।

ଅନୁସରିତ ହେବାକୁ ଥିବା କାର୍ଯ୍ୟଧାରା

ତଲାସୀ କରୁଥିବା ଜଣେ ଅଧିକାରୀ (ଅଫିସର)

  1. ତଲାସୀ ସମୟରେ ଉପସ୍ଥିତ ହେବାକୁ ଓ ସାକ୍ଷୀ ପଡିବାକୁ ସ୍ଥାନୀୟ ଅଞ୍ଚଳର ଦୁଇ ଅଥବା ତତୋଧିକ ଗଣ୍ୟମାନ୍ୟ ବ୍ୟକ୍ତି ଙ୍କୁ ଡକାଇ ପାରନ୍ତି  । ଉପସ୍ଥିତ ହେବାକୁ ଅସଫଳ ହେବା ଭାରତୀୟ ଦଣ୍ଡବିଧି ଆଇନ୍ ର ୧୮ ଦଫା ଅନୁଯାୟୀ ଏକ ଅପରାଧ ଅଟେ  ।
  2. ଉପରୋକ୍ତ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୋଲିସ୍ ଅଫିସର ତଲାସୀ କରିବେ  । ତେଣୁ ତଲାସୀ ଅବୈଧ ହେବ ଯଦି ପଞ୍ଚମାନେ କୋଠାର ଭିତର ପାର୍ଶ୍ଵରେ ତଲାସୀ ଚାଲୁଥିବା ସମୟରେ ବାହାର ପାର୍ଶ୍ଵରେ ରହନ୍ତି  ।
  3. ଜବତ ହୋଇଥିବା ସମସ୍ତ ଜିନିଷର ଏବଂ ସ୍ଥାନର ଏକ ତାଲିକା ପୋଲିସ୍ ଅଫିସର ପ୍ରସ୍ତୁତ କରିବେ  ।
  4. ପୋଲିସ୍ ଅଫିସର ସାକ୍ଷୀ – ପଞ୍ଚମାନଙ୍କ ଦ୍ଵାରା ତାଲିକାଟିକୁ ଦସ୍ତଖତ କରାଇବେ  ।
  5. ସ୍ଥାନର ଦଖଲକାରୀଙ୍କୁ ତଲାସୀ ସମୟରେ ଉପସ୍ଥିତ ରହିବାକୁ ପୋଲିସ୍ ଅଫିସର ଅନୁମତି ଦେଇ ପାରନ୍ତି ଏବଂ ଅନୁରୋଧର ଦସ୍ତଖତ ହୋଇଥିବା ଜିନିଷ ତାଲିକାରେ ଏକ ନକଲ ତାଙ୍କୁ ଦେଇପାରନ୍ତି  ।
  6. ଅଦାଲତ ଦ୍ଵାରା ସ୍ଵତନ୍ତ୍ରଭାବେ ସମାନ ନହେବା ପର୍ଯ୍ୟନ୍ତ ପଞ୍ଚମାନେ ସାକ୍ଷୀଭାବେ ଅଦାଲତରେ ଉପସ୍ଥିତ ହେବା ଆବଶ୍ୟକ ନୁହେଁ  ।

ତଲାସ କରାଯାଉଥିବା ଗୃହ ପରିସରରେ ଦଖଲକାରୀଙ୍କ ଅଧିକାର

  1. ଯେ କୌଣସି ଫୌଜଦାରୀ ଅଭିଯୋଗ ରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ସମ୍ଭବତଃ ସଂଶ୍ଲିଷ୍ଟ କରିଥିବା ଯେ କୌଣସି ଦଲିଲ ଦସ୍ତାବିଜ ଅଥବା ସମ୍ପତ୍ତି ଦାଖଲ କରିବାକୁ ଅଭିଯୁକ୍ତ ବ୍ୟକ୍ତିଙ୍କୁ ବାଧ୍ୟ କରାଯିବ ନାହିଁ  । ତେଣୁ ଆରକ୍ଷୀ, ଆଇନ ଅଦାଲତ ଦ୍ଵାରା ଜାରି କରାଯାଇଥିବା ଏକ ପରବାନା ପାଇବା ଉଚିତ୍  ।
  2. ଆପଣଙ୍କ ସମ୍ମତି ବିନା ଆପଣଙ୍କ ଗୃହ ପରିସରରେ ପ୍ରବେଶ ଅଥବା ତଲାସୀ କରିବାକୁ ଆରକ୍ଷୀ ଙ୍କର କୌଣସି ସାଧାରଣ କ୍ଷମତା ନାହିଁ  ।
  3. ତଲାସୀ କେଉଁ ବିଶେଷ ସ୍ଥାନରେ କରାଯିବ ତାହା ଅଦାଲତ ହୁଏତ ୱାରେଣ୍ଟରେ ଉଲ୍ଲେଖ କରିପାରନ୍ତି   ।
  4. ତଦାରଖ (ଇନିସ୍ପେକସନ୍) କରିବାକୁ ଆରକ୍ଷୀ (ପୋଲିସ୍) ଙ୍କୁ ଅନୁମତି ଦେବା ପୂର୍ବରୁ ୱାରେଣ୍ଟ ପଢାଯିବ, ଏବଂ
  5. ଆପଣଙ୍କ ଗୃହ ପରିସରରେ ପ୍ରବେଶ କରିବାକୁ ଯଦି ଆରକ୍ଷୀଙ୍କର ଆଇନତଃ ଅଧିକାର ନଥିବ ତେବେ ଆପଣ ପ୍ରବେଶକୁ ଅସ୍ଵୀକାର କରିପାରନ୍ତି  ।
  6. ରହିବାକୁ ଯଦି ପୋଲିସ୍ ଙ୍କ ଆଇନତଃ ଅଧିକାର ନଥିବ ତେବେ ସେମାନଙ୍କୁ ପରିତ୍ୟାଗ କରିବା ନିମନ୍ତେ ଜୋରଦେଇ କହିବାକୁ ଆପଣଙ୍କର ଅଧିକାର ଅଛି  ।
  7. ଉପଯୁକ୍ତ ବଳ ପ୍ରୟୋଗ କରି ପୋଲିସ୍ ଙ୍କୁ ଅପସରଣ କରିବାକୁ ଆପଣଙ୍କ ଆଇନତଃ ଅଧିକାରକୁ ଯଦି ସେମାନେ ଅସ୍ଵୀକାର କରନ୍ତି  ।

ଆଧାର - ଏମ୍.ଏମ୍.ପବ୍ଲିକେଶନ୍

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate