ଜାମିନ ଅର୍ଥାତ୍ କାନୁନୀ ହାଜତରୁ ଗିରଫ ବ୍ୟକ୍ତିଙ୍କୁ ତାଙ୍କର ମୁକ୍ତ ବିଚାର ନିମନ୍ତେ ଛାଡ ବା ମୁକ୍ତି କରିବାକୁ ବୁଝାଏ । ସାଥୀ ମାନଙ୍କ ଠାରୁ ଉପଦେଶ ପାଇବାକୁ, ଓକିଲଙ୍କ ସହିତ ପରାମର୍ଶ କରିବାକୁ, ସାକ୍ଷୀ ଖୋଜି ବାହାର କରିବାକୁ ଏବଂ ନିଜର ପ୍ରତିରକ୍ଷା ନିମନ୍ତେ ସାକ୍ଷ୍ୟ ସଂଗ୍ରହ ଏବଂ କାର୍ଯ୍ୟ ଚାଲୁ କରିବାକୁ ଜାମିନ ସ୍ଵାଧୀନତା ଦିଏ ।
ଜାମିନ ନାମୁଞ୍ଜର ହେଲେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ, ଅନୁସନ୍ଧାନର ସୁବିଧା ପାଇଁ ଏବଂ ସାକ୍ଷ୍ୟ ପାଇଁ ପୁନରାୟ ହାଜତକୁ ପଠାଯିବ ଓ ହାଜତରେ ରଖାଯିବ ।
ଜାମିନ ସମ୍ପର୍କୀୟ ବ୍ୟବସ୍ଥା ସମୂହକୁ ଦୁଇଟି ଶ୍ରେଣୀଭୂକ୍ତ କରାଯାଇଛି । (୧) ଜାମିନ ଯୋଗ୍ୟ ମୋକଦ୍ଦମା ଏବଂ (୨) ଜାମିନ – ଅଯୋଗ୍ୟ ମୋକଦ୍ଦମା ।
ଜାମିନଯୋଗ୍ୟ ଅପରାଧଗୁଡିକ କ୍ଷେତ୍ରରେ ଜାମିନ ମଞ୍ଜୁର କରିବା ଆଇନଗତ ଅଧିକାର ଅଟେ । ଏହାର ଅର୍ଥ ଜାମିନ ନାମଞ୍ଜୁର କରାଯିବ ନାହିଁ ଏବଂ ଯେଉଁ ପୋଲିସ୍ – ଥାନାର ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀଙ୍କ ହାଜତରେ ଅଭିଯୁକ୍ତ ବ୍ୟକ୍ତି ଥିବା ସେହି ଆରକ୍ଷୀ ଅଧିକାରୀ ଜାମିନ ମଞ୍ଜୁର କରିବେ । ଜାମିନଦାର ବ୍ୟତୀତ ମଧ୍ୟ ଅଭିଯୁକ୍ତ ବ୍ୟକ୍ତି ଏକ ବଣ୍ଡ ସମ୍ପାଦନ କରି ଛାଡ ପାଇପାରିବ ।
ଜାମିନ ଅଯୋଗ୍ୟ ମୋକଦ୍ଦମାରେ କେବଳ ଅଦାଲତ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନରେ ଛାଡ କାଇବାକୁ ଆଦେଶ କରିପାରିବେ ବା ଦେଇପାରିବେ । ସେ ଯାହା ହେଉନା କାହିଁକି,ଆରକ୍ଷୀ ଅଥବା ମାଜିଷ୍ଟ୍ରେଟ ଯଦି ମତବ୍ୟକ୍ତ କରନ୍ତି ଯେ, ଅଭିଯୁକ୍ତଙ୍କ ବିରୁଦ୍ଧେ କୌଣସି ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନାହିଁ ଏବଂ ଅଭିଯୋଗଟିର ପୁନଃ ଅନୁସନ୍ଧାନ ଆବଶ୍ୟକ ନାହିଁ । ତେବେ ସେ ହୁଏତ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନରେ ଖଲାସ କରିପାରନ୍ତି । (ଫୌଜଦାରୀ କାର୍ଜ୍ୟବିଧି ଆଇନ୍, ୧୯୭୩ର ଦଫା ୪୩୭ (୨))
ମୃତ ଅଥବା ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ବ୍ୟକ୍ତି ଯେତେବେଳେ ହାଜର ହୁଅନ୍ତି ସେତେବେଳେ ଯୁକ୍ତିଯୁକ୍ତ କାରଣକୁ ଭିତ୍ତିକରି ଜାମିନ ମଞ୍ଜୁର କରାଯାଏ ନାହିଁ କିନ୍ତୁ ମୃତ ଅଥବା ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ ଅପରାଧରେ ଅଭିଯୁକ୍ତ ହୋଇଥିବା ମହିଳା, ୧୬ବର୍ଷରୁ କମ୍ ବୟସ୍କ ବାଳକ ଏବଂ ରୁଗ୍ଣ ବ୍ୟକ୍ତି ମାଜିଷ୍ଟ୍ରେଟଙ୍କ ଦ୍ଵାରା ଜାମିନରେ ଖଲାସ ହେବେ ।
ମକୋଦ୍ଦମାର ସମାପ୍ତି ଏବଂ ରାୟ ପ୍ରଦାନ ମଧ୍ୟରେ ଦୋଷ ନିମନ୍ତେ ଯୁକ୍ତିଯୁକ୍ତ କାରଣ ଦୃଷ୍ଟିଗୋଚରକୁ ଆସିବା ପରେ ଜଣେ ଅଭିଯୁକ୍ତ ବ୍ୟକ୍ତି ଜାମିନରେ ଛାଡ ପାଇବାକୁ ହକଦାର ହେବେ । ଜାମିନରେ ଛାଡ ପାଇଥିବା ଜଣେ ବ୍ୟକ୍ତି ହୁଏତ ଅଦାଲତର ଆଦେଶ ଦ୍ଵାରା ହାଜତକୁ ନିଆଯିବେ ଯଦି ଛାଡ ପାଇବା ପରେ ସେପରି ବ୍ୟକ୍ତିଙ୍କର ଆଚରଣ ଉଚିତ ବିଚାର ପତି ପ୍ରତିକୂଳ ପ୍ରଭାବ ପକାଉଥିବାର ଦୃଷ୍ଟିଗୋଚର ହୁଏ । (ଫୌଜଦାରୀ କାର୍ଜ୍ୟବିଧି ଆଇନ୍ ର ଦଫା ୪୮) ଅଥବା ଯଦି ସେ ଜାମିନର ସର୍ତ୍ତକୁ ପାଳନ କରେ ନାହିଁ ।
ଜାମିନ ମଞ୍ଜୁର କରିବାକୁ ଅଦାଲତରେ ସ୍ଵବିବେକଗତ ବିଚାର କ୍ଷମତା, ଏକ ନ୍ୟାୟିକ ବା କାନୁନୀ କ୍ଷମତା ଅଟେ ଏବଂ ପ୍ରତିଷ୍ଠିତ ପଦ୍ଧତି ବା ନୀତି ଦ୍ଵାରା ଦିଆଯାଏ । ଜାମିନ ମଞ୍ଜୁର କରିବା ପୂର୍ବରୁ ଅଦାଲତ ନିଶ୍ଚିତ ରୂପେ ଅଭିଯୋଗର ଗୁରୁତ୍ଵ ସାକ୍ଷ୍ୟର ପ୍ରକାଶ ଏବଂ ଅପରାଧ ପାଇଁ ନିର୍ଦ୍ଧାରିତ ଦଣ୍ଡର କଠୋରତା ଏବଂ କେତେକ କ୍ଷେତ୍ରରେ ପ୍ରକୃତି, ଉପାୟ ଓ ଅଭିଯୁକ୍ତର ସ୍ଥିତିକୁ ବିଚାରକୁ ନେବା ଆବଶ୍ୟକ ।
ୱାରେଣ୍ଟ ମୋକଦ୍ଦମାରେ ୱାରେଣ୍ଟରେ ପୃଷ୍ଠାଙ୍କିତ ନିର୍ଦ୍ଦେଶକୁ ଖୋଜି ବାହାର କର ଏବଂ ପ୍ରତିଭୂତି ବ ଜାମିନଦାର ସହ ଏକ କରରାପତ୍ର ବା ବନ୍ଧକ ସମ୍ପାଦନ କରେ (ଦଫା ୭୧)
ଯଦି ଜଣେ ବ୍ୟକ୍ତିଙ୍କୁ ଜାମିନ-ଅଯୋଗ୍ୟ ଅପରାଧ ନିମନ୍ତେ ଗିରଫ କରାଯାଏ ଏବଂ ସେପରି ବ୍ୟକ୍ତିଙ୍କ ଦୋଷକୁ ବିଶ୍ଵାସ କରିବାର ଯୁକ୍ତିଯୁକ୍ତ କାରଣ ଥାଏ ତେବେ ଆରକ୍ଷୀ ଅଧିକାରୀଙ୍କ ଦ୍ଵାରା ତାଙ୍କର ଜାମିନ ମଞ୍ଜୁର କରାଯାଇ ନପାରେ । ସେପରି କ୍ଷେତ୍ରରେ ଅଭିଯୁକ୍ତ ବ୍ୟକ୍ତି ତାଙ୍କର ଜାମିନ ମଞ୍ଜୁର ପାଇଁ ଅଦାଲତର ନିଶ୍ଚିତଭାବେ ଏକ ଲିଖିତ ଆବେଦନ କରିବେ । ଯଦିଓ ଅଭିଯୁକ୍ତ ବ୍ୟକ୍ତି ମୃତ୍ୟୁଦଣ୍ଡ ଅଥବା ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ ଏକ ଅପରାଧରେ ଅଭିଯୁକ୍ତ ହୋଇନଥାଆନ୍ତି ତେବେ ଅଦାଲତ ନିଶ୍ଚିତ ରୂପେ ଜାମିନ ମଞ୍ଜୁର କରିବେ । ସେପରି କେଶ୍ (ମୃତ୍ୟୁଦଣ୍ଡ ଅଥବା ଆଜୀବନ କାରାଦଣ୍ଡ ସଦୃଶ ଦଣ୍ଡନୀୟ ଅପରାଧମୂଳକ କେଶ୍) ରେ କେବଳ ଦୌରା ଅଥବା ହାଇକୋର୍ଟ ଜାମିନ ମଞ୍ଜୁର କରିପାରିବେ ।
ଅଭିଯୁକ୍ତ ବ୍ୟକ୍ତି ଯଦି ଓକିଲ ଦେବାକୁ ସମର୍ଥ ହୁଅନ୍ତି ତେବେ ଓକିଲ କୋର୍ଟରେ ଦରଖାସ୍ତ କରିବେ ଏବଂ ଜଜ୍ ସମ୍ମୁଖରେ ଅଭିଯୁକ୍ତ ବ୍ୟକ୍ତିଙ୍କ ପାଇଁ ପ୍ରତିନିଧିତ୍ଵ କରିବେ । ଅଭିଯୁକ୍ତ ବ୍ୟକ୍ତି ଯଦି ଓକିଲ ହେବାକୁ ଅସମର୍ଥ ନ ହୁଅନ୍ତି ତେବେ ଅଭିଯୁକ୍ତ ବ୍ୟକ୍ତି ଜଜ୍ ଙ୍କୁ ଏକ ଲିଖିତ ଦରଖାସ୍ତ ଦେବେ । ଏଥି ନିମନ୍ତେ ଅଭିଯୁକ୍ତ ନିଶ୍ଚିତ ରୂପେ ଜେଲଖାନା କର୍ମଚାରୀଙ୍କଠାରୁ ଏକ ଆବେଦନ ଫର୍ମ ପାଇପାରିବେ ଏବଂ ଜାମିନ ମଞ୍ଜୁର ଆବଶ୍ୟକତା ସମ୍ପର୍କରେ ଜଜ୍ ଙ୍କ ବିଶ୍ଵାସ ଜନ୍ମାଇବା ଉଦ୍ଦେଶ୍ୟରେ ଉପଯୁକ୍ତ କାରଣାମାନ ଦର୍ଶାଇ ଯେତେଦୂର ସମ୍ଭବ ପୂର୍ଣ୍ଣଭାବରେ ଦରଖାସ୍ତଟିକୁ ସମ୍ପୂର୍ଣ୍ଣ କରିବେ ।
ଆବେଦନରେ ଛାଡ ନିମନ୍ତେ ନିମ୍ନଲିଖିତ ବିଶେଷ ବା ସ୍ଵତନ୍ତ୍ର କାରଣମାନ ନିଶ୍ଚିତରୂପେ ଉଲ୍ଲିଖିତ କରାଯିବ । ଯଥା –
ଜାମିନ ଯଦି ନାମଞ୍ଜୁର ହୁଏ ତେବେ ମାଜିଷ୍ଟ୍ରେଟ ତାହାର କାରଣଗୁଡିକ ନିଶ୍ଚିତ ରୂପେ ଲିପିବଦ୍ଧ କରିବେ । ଉଚ୍ଚ ଅଦାଲତରେ ଜାମିନ ନିମନ୍ତେ ଉପଯୁକ୍ତ ଅପିଲ କରିବା ପାଇଁ ସେପରି ରେକର୍ଡ ପେଶ୍ କରିବେ ।
ଜାମିନ ନିମନ୍ତେ କରାଯାଇଥିବା ଆବେଦନ ଯଦି ମାଜିଷ୍ଟ୍ରେଟଙ୍କ ଦ୍ଵାରା ନାମଞ୍ଜୁର କରାଯାଏ ତେବେ ଅଭିଯୁକ୍ତ ବ୍ୟକ୍ତି ଦୌରା ଅଦାଲତ ଅଥବା ହାଇକୋର୍ଟରେ ଅପିଲ କରିପାରିବେ ।
ଜାମିନ ମଞ୍ଜୁର କରିବାକୁ ଆର୍କହୟି ଦ୍ଵାରା ଉତ୍ଥାପିତ ହେଉଥିବା ଆପତ୍ତି ସହିତ ଅସମ୍ମତି ଅଥବା ଅଦାଲତରେ ଆପତ୍ତିବିହୀନ ତଥ୍ୟ ନିଶ୍ଚିତ ରୂପେ ଜାମିନ ପାଇଁ କରାଯାଇଥିବା ଆବେଦନରେ ଅନ୍ତର୍ଭୁକ୍ତ କରାଯିବ ।
ପ୍ରତିଭୂତି ସହିତ ଅଥବା ବ୍ୟତୀତ କରାରପତ୍ର କୁ ଭିତ୍ତି କରି ଜାମିନ ମଞ୍ଜୁର କରିପାରନ୍ତି । ଅଭିଯୁକ୍ତ ବ୍ୟକ୍ତି ନିଶ୍ଚିତ ରୂପେ ଉଲ୍ଲିଖିତ ସମୟରେ ପୋଲିସ ଥାନାରେ ରିପୋର୍ଟ କରିବେ ଅଥବା ପାସପୋର୍ଟ ସମର୍ପଣ କରିବାକୁ ସ୍ଵତନ୍ତ୍ର ବା ବିଶେଷ ସର୍ତ୍ତରେ ବର୍ଣ୍ଣନା କରାଯାଇଥାଏ । ମାଜିଷ୍ଟ୍ରେଟଙ୍କ ଦ୍ଵାରା ନ୍ୟସ୍ତ କରାଯାଇଥିବା ଯେ କୌଣସି ଅଯୌକ୍ତିକ ସର୍ତ୍ତ ଉପରେ ଜଣେ ଯେକୌଣସି ଅଦାଲତରେ ଆପତ୍ତି କରିପାରେ । ସର୍ତ୍ତ ପରିବର୍ତ୍ତନ କରି ଯଦି ଅଦାଲତ ଅସ୍ଵୀକାର କରେ ତେବେ ଅଭିଯୁକ୍ତ ବ୍ୟକ୍ତି ସେଗୁଡିକ ଅଗ୍ରାହ୍ୟ ଓ ପ୍ରତ୍ୟାଖ୍ୟାନ କରିପାରେ । କିନ୍ତୁ ଏ କ୍ଷେତ୍ରରେ ଅଭିଯୁକ୍ତ ବ୍ୟକ୍ତି ଛାଡ ପାଇବ ନାହିଁ ବା ଖଲାସ ହେବ ନାହିଁ ଯେ ପର୍ଯ୍ୟନ୍ତ ତାର ଅପିଲ ଶୁଣାଣୀ ଏବଂ ତା ପକ୍ଷରେ ନିଷ୍ପତ୍ତି ନ ହୋଇଛି ।
ଜଣେ ଅଭିଯୁକ୍ତ ହୁଏତ ପ୍ରତିଭୂତ ସହିତ ଅଥବା ବ୍ୟତୀତ ବ୍ୟକ୍ତିଗତ କରାରପତ୍ର ଦେଇ ଖଲାସ ହୋଇପାରିବେ ବା ଛାଡ ପାଇ ପାରିବେ । ଧାର୍ଯ୍ୟ ଦିନ ଏବଂ ସମୟରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଅଦାଲତରେ ହାଜର ହେବାପାଇଁ ଟଙ୍କା ଗ୍ୟାରେଣ୍ଟି ଦେଉଥିବା ବ୍ୟକ୍ତି ଜଣକ ଜାମିନଦାର ଅଟନ୍ତି ।
ଯେଉଁମାନେ ଜାମିନଦାର ହେଉଥିବ ସେମାନେ ନିଶ୍ଚିତରୂପେ ଅଦାଲତରେ ଉପସ୍ଥିତ ହୋଇ ଜାମିନଦାର ହେବେ ଏବଂ ତାଙ୍କୁ ଯଦି ପଚରାଯାଏ ତେବେ ସେମାନେ ଶପଥ ପୂର୍ବକ ଅଦାଲତକୁ ସେମାନଙ୍କର ଯଥେଷ୍ଟ ପରିମାଣର ତହବିଲ ଅଛି ବୋଲି ଗ୍ୟାରେଣ୍ଟି ଦେବେ ।
ପ୍ରତିଭୂତ ହେବାକୁ ସେମାନଙ୍କର ଯଥେଷ୍ଟ ପରିମାଣର ତହବିଲ ଅଛି ଏବଂ ସେମାନେ ଅନ୍ୟଥା ଜାମିନଦାର ହେବାକୁ ସମର୍ଥ ବା ଯୋଗ୍ୟ ବୋଲି ତଥ୍ୟ ଦର୍ଶାଇ ଅଦାଲତ ସମ୍ମୁଖରେ ଶପଥପାଠ ଦାଖଲ କରିବେ ।
କୌଣସି କାରଣ ନ ଦର୍ଶାଇ ପ୍ରତିଭୂତ ଅଗ୍ରାହ୍ୟ କରିବାର କ୍ଷମତା ମାଜିଷ୍ଟ୍ରେଟଙ୍କର ଅଛି । ଯଦି ଜାମିନଦାର ଅଦାଲତରେ ନ ଥାଆନ୍ତି ତେବେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ହାଜତରେ ରଖାଯିବ ।
ଜାମିନଦାରମାନେ ନିଶ୍ଚିତ ରୂପେ ୧୮ବର୍ଷରୁ ଉର୍ଦ୍ଧ୍ଵ ବୟସର ହୋଇଥିବେ ତଥା ପ୍ରତିଭୁତ ପରିମାଣ ଦେବାକୁ ସେମାନଙ୍କର ଯଥେଷ୍ଟ ଟଙ୍କା ଥିବ ଏବଂ ସେମାନଙ୍କର ସ୍ଥାୟୀ ଠିକଣା ମଧ୍ୟ ଥିବ । ଖାଉଟୀ କାର୍ଡ, ଖଜଣା ରସିଦ, ଭବିଷ୍ୟନିଧି ଚିରକୁଟ ଦରମା ଚିରୁକୁଟି ଏବଂ ଆୟକର ଚାଲଣ ଆଦି ଦଲିଲ ଦସ୍ତାବିଜ ଜାମିନଦାର ଅଦଳତାକୁ ଦେବେ ।
ବୃତ୍ତିଗତ ଜାମିନଦାର ହୋଇ ନଥିଲେ ବ୍ୟକ୍ତିଗତ ଚରିତ୍ର, ରାଜନୈତିକ ମତ, ଫୌଜଦାରୀ ରେକର୍ଡ କାରଣକୁ ଜାମିନଦାରମାନଙ୍କୁ ଅଗ୍ରାହ୍ୟ କରିବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟଙ୍କର ଅଧିକାର ନାହିଁ ।
ଅଭିଯୁକ୍ତ ବ୍ୟକ୍ତି ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମାଜିଷ୍ଟ୍ରେଟ ତାଙ୍କର ଅତୀତ ରେକର୍ଡ ଆଦିକୁ ବିଚାର କରିସାରିବା ପରେ ଦଣ୍ଡାଦେଶ ପାଶ୍ କରିବେ । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ଯଦି ତାଙ୍କର ଦଣ୍ଡାଦେଶ ବିରୁଦ୍ଧେ ଉଚ୍ଚ ଅଦାଲତରେ ଅପିଲ କରିବାକୁ ଚାହାଁନ୍ତି ତେବେ ଦଣ୍ଡାଦେଶ ଦେଇଥିବା ଅଦାଲତ ତାଙ୍କୁ ନିଶ୍ଚିତରୂପେ ଜାମିନରେ ଖଲାସ କରିବେ ।
ଯେତେବେଳେ ଦଣ୍ଡାଦେଶଟି ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାରାଦଣ୍ଡ ହୋଇ ନଥାଏ ।
ଯେଉଁ ଅପରାଧ ପାଇଁ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେହି ଅପରାଧଟି ଯଦି ଜାମିନ ଯୋଗ୍ୟ ହୋଇଥାଏ ଏବଂ ବ୍ୟକ୍ତିଜଣକ ପୂର୍ବରୁ ଜାମିନରେ ଖଲାସ ହୋଇଥାଆନ୍ତି ।
ଖଲାସ ଏପରି ସମୟ ପର୍ଯ୍ୟନ୍ତ ହେବ ଯେଉଁ ସମୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଜଣକ ଅପିଲ ଏବଂ ଅପିଲୀୟ ଅଦାଲତର ଆଦେଶ ପାଇବାକୁ ସମର୍ଥ ହେବେ ।
ଜଣେ ବ୍ୟକ୍ତି ତାଙ୍କର ଦଣ୍ଡାଦେଶ ବିରୁଦ୍ଧେ ଅପିଲ ଦାଏର କଲେ ଅପିଲୀୟ ଅଦାଲତ ହୁଏତ ଦଣ୍ଡାଦେଶକୁ ସ୍ଥଗିତ ରଖି ସେହି ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଖଲାସ କରିପାରନ୍ତି ।
ଯେତେବେଳେ ଜଣେ ବ୍ୟକ୍ତି ବିଶ୍ଵାସ କରନ୍ତି ଯେ, ସେ ହୁଏତ ଜାମିନ- ଅଯୋଗ୍ୟ ଅପରାଧ ନିମନ୍ତେ ଗିରଫ ହେବେ ସେତେବେଳେ ସେପରି ବ୍ୟକ୍ତି ହୁଏତ ସେପରି ଗିରଫକୁ ତାଙ୍କୁ ଜାମିନରେ ଖଲାସ କରି ଛାଡ କରିବାକୁ ଏକ ନିର୍ଦ୍ଦେଶ ପାଇଁ ହାଇକୋର୍ଟ ଅଥବା ଦୌରା ଅଦାଲତରେ ଆବେଦନ କରିପାରନ୍ତି ।
ସେପରି ବ୍ୟକ୍ତି ଯଦି ଆର୍କହୟି ଅଧିକାରୀଙ୍କ ଦ୍ଵାରା ବିନା ୱାରେଣ୍ଟରେ ଗିରଫ ହୁଅଟନୀ ଏବଂ ଜାମିନ ଦେବାକୁ ପ୍ରସ୍ତୁତ ଥାଆନ୍ତି ତେବେ ତାଙ୍କୁ ନିଶ୍ଚିତରୂପେ ଜାମିନରେ ଛାଡ କରାଯିବ । ମାଜିଷ୍ଟ୍ରେଟଙ୍କ ଦ୍ଵାରା ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧେ ଜାରି କରାଯାଇଥିବା ୱାରେଣ୍ଟ ନିଶ୍ଚିତ ରୂପେ ହାଇକୋର୍ଟ ଅଥବା ଦୌରା ଅଦାଲତର ନିର୍ଦ୍ଦେଶ ସହ ସାମଞ୍ଜସ୍ୟର ଜାମିନଯୋଗ୍ୟ ୱାରେଣ୍ଟ ହେବ ।
ଜାମିନ ପାଇଁ ଆବେଦନ କରିବା ପୂର୍ବରୁ, ବିପକ୍ଷଙ୍କ ଦ୍ଵାରା ମିଥ୍ୟା ମୋକଦ୍ଦମାରେ ଜଡିତ ହୋଇ ଜେଲ ହାଜତରେ ଥିବା ଜଣେ ବ୍ୟକ୍ତିଙ୍କୁ ଛାଡ କରିବା ଏହି ବ୍ୟବସ୍ଥାରେ ଉଦ୍ଦେଶ୍ୟ ।
ଭାରତୀୟ ସମ୍ବିଧାନର ୩ୟ ଭାଗ ନାଗରିକମାନଙ୍କର ମୌଳିକ ଅଧିକାର ସମ୍ବନ୍ଧରେ କେତେକ ନିର୍ଭରୋକ୍ତ ପ୍ରଦାନ କରିଛି । ବୈଦିକ ଯୁଗରୁ ଦେଶବାସୀଙ୍କ ମନରେ ଚିର ପୋଷିତ ମୌଳିକ ମୂଲ୍ୟବୋଧ ସମୂହକୁ ଏହି ଅଧିକାରଗୁଡିକୁ ଉପସ୍ଥାପିତ କରେ ଏବଂ ବ୍ୟକ୍ତିଗତ ମର୍ଯ୍ୟାଦାର ସୁରକ୍ଷା କରିବା ଓ ମନୁଷ୍ୟର ବ୍ୟକ୍ତିତ୍ଵ ବିକାଶ ପାଇଁ ଅବସ୍ଥା ସୃଷ୍ଟି କରେ । ଏହି ଅଧିକାର ବ୍ୟତୀତ ନାଗରିକର ନୈତିକ ଓ ଆଧ୍ୟାତ୍ମିକ ବିକାଶ ବାଧାପ୍ରାପ୍ତ ହୁଏ ଏବଂ ନାଗରିକମାନେ ସେମାନଙ୍କର ଅନ୍ତର୍ନିହିତ ଶକ୍ତିର ଉନ୍ନତି ସାଧନ କରିବାକୁ ସମର୍ଥ ହୋଇପାରିବେ ନାହିଁ ।
ଏହି ଅଧିକାରଗୁଡିକ ଶ୍ରେଣୀବଦ୍ଧ ଓ ବ୍ୟାପକ । ସେଗୁଡିକ ଛଅ ଭାଗରେ ବିଭକ୍ତ, ଯଥା- ସମାନତା ଅଧିକାର, ସ୍ଵାଧୀନତା ଅଧିକାର, ଶୋଷଣ ବିରୁଦ୍ଧରେ ଅଧିକାର, ଧର୍ମଗତ ସ୍ଵାଧୀନତା ଅଧିକାର, ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ଏବଂ ସମ୍ବିଧାନ ପ୍ରତିକାର ଅଧିକାର ।
ଏହି ଅଧିକାଗୁଡିକ ବିଶେଷ ସୁବିଧା କିମ୍ବା ଅନୁକମ୍ପା ନୁହେଁ କିନ୍ତୁ ପ୍ରତ୍ୟକ ନାଗରିକ ମୌଳିକ ଅଧିକାର ପାଇଁ ଯୋଗ୍ୟ ବିବେଚିତ । ଯଦିଓ ଏହି ଅଧିକାରଗୁଡିକ ସର୍ତ୍ତହୀନ ଓ ଅସୀମ ନୁହେଁ ତଥାପି ଏହାର ପ୍ରୟୋଗ ନାନାବିଧ କାରଣ ଯୋଗୁଁ ରାଷ୍ଟ୍ର ଦ୍ଵାରା ଯୁକ୍ତିସଙ୍ଗତଭାବେ ସୀମାବଦ୍ଧ । ଏହି ପୁସ୍ତିକାରେ ଉଦ୍ଦେଶ୍ୟ ହେଉଛି ମୌଳିକ ଅଧିକାରଗୁଡିକ ସମ୍ବନ୍ଧରେ ନାଗରିକମାନଙ୍କର ବିଧିସମ୍ମତ ଚେତନା ସୃଷ୍ଟି କରିବା, ସେଗୁଡିକୁ ଦାୟିତ୍ଵସମ୍ପନ୍ନ ସହକାରେ ପ୍ରୟୋଗ କରିବା, ସରକାରୀ କର୍ତ୍ତୃପକ୍ଷଙ୍କ ଏସବୁ ଉପରେ ବେଆଇନଭାବେ ହସ୍ତକ୍ଷେପରୁ ନିବୃତ୍ତ କରିବା ଏବଂ ନିୟମ ଅତିକ୍ରମଣ ସ୍ଥଳେ ସମ୍ବିଧାନରେ ଥିବା ନିୟମ ଅନୁସାରେ ପ୍ରତିକାର ବିଧାନ କରିବା ।
ଆଧାର - ଏମ୍.ଏମ୍. ପବ୍ଲିକେଶନ୍
Last Modified : 6/20/2020