অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରତିକାରପୂର୍ଣ୍ଣ ଆଇନ୍

ପ୍ରତିକାରପୂର୍ଣ୍ଣ ଆଇନ୍ ସେବା

କଥାରେ ଅଛି ଚିକିତ୍ସା ଠାରୁ ପ୍ରତିକାର ଭଲ । ଏକଥା ଆଇନ୍ କ୍ଷେତ୍ରରେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଯୁଜ୍ୟ । ବେଳେ ବେଳେ ମାଲି ମୋକଦ୍ଦମାରେ କୌଣସି ପକ୍ଷ ଅଦାଲତକୁ ଆଗୁଆ ଯାଇ କେଶ୍ ଦାୟର କରି ଅନ୍ୟ ପକ୍ଷର ଅନୁପସ୍ଥିତିଟିରେ କୌଣସି ଅର୍ଡର ନେଇଯାଇଥାଆନ୍ତି । ଏପରି ଅର୍ଡରମାନଙ୍କୁ ଏକତରଫା ଅର୍ଡର ବା ଏକ୍ସ ପାର୍ଟି ଅର୍ଡର ବୋଲି କୁହାଯାଏ।

ଏକ ତରଫା ଅର୍ଡର

ଏହି ଏକ ତରଫା ଅର୍ଡରକୁ ବିପକ୍ଷ ଲୋକ ଆସି କୋର୍ଟରେ କାଟିବା କାଠିକର ପାଠ ହୋଇଯାଏ । ଏଣୁ ସଜାଗ ରହିବା ହିଁ ନିଜର ସୁରକ୍ଷା ଅଟେ । କୁହାଯାଏ ଆଇନ୍ କେବଳ ସଜାଗ ରହୁଥିବା ଲୋକମାନଙ୍କୁ ସାହାଯ୍ୟ କରେ, ଚେଇଁ ଶୋଇ ରହିଥିବା ଲୋକଙ୍କୁ ନୁହେଁ । ଏପରି ଏକ ତରଫା ଅର୍ଡରର ବହୁଳ ଅପବ୍ୟବହାର ସାଧାରଣତଃ ଘରଭଡ଼ା ମାଲିକ ଘର ଛାଡିବାକୁ କହିବା ମାତ୍ରେ ଯାଇ କୋର୍ଟରେ ପ୍ରଥମେ ବିଭିନ୍ନ ମିଛ ଆଳ ଦେଖାଇ ଏକତରଫା ଅର୍ଡର ବା ଏକ୍ସପାର୍ଟି ଅର୍ଡର ନେଇ ଯାଇଥାଆନ୍ତି । ଘର ମାଲିକ ଘରର ସମ୍ପୂର୍ଣ୍ଣ ମାଲିକ ହୋଇ ମଧ୍ୟ ସମସ୍ତ କାଗଜପତ୍ର ସତ୍ତ୍ୱେ ଏହି ଏକତରଫା ଅର୍ଡରକୁ କାଟିବା ପାଇଁ ବର୍ଷ ବର୍ଷ ଧରି କୋର୍ଟକୁ ଧାଇଁ ଧାଇଁ ନିରନ୍ତାଣ ହୁଅନ୍ତି ।

ଦେୱାନୀ ଧାରାରେ ୧୪୮-‘କ’

ଏପରି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଦେୱାନୀ ଧାରାରେ ୧୪୮-‘କ’ ବା ୧୪୮ –‘ଏ’ ରେ ପ୍ରବିଧାନ ଅଛି। କୌଣସି ଦେୱାନୀ ମୋକଦ୍ଦମା ବା ଅପିଲ୍ ବା ରିଭିଜନ୍ ରେ ପକ୍ଷ କରିବାର ୯୦ ଦିନ ଯାଏ ବଳବତ୍ତର ରହେ । ୯୦ ଦିନ ପୂରଣ ହୋଇଗଲେ ପକ୍ଷ ଲୋକ ଅନ୍ୟ ଏକ କ୍ୟାଭିଟ୍ ପିଟିସନ୍ ମଧ୍ୟ ଦାଖଲ କରିପାରିବେ । ଏହାଦ୍ୱାରା ବିପକ୍ଷ ଲୋକ ପ୍ରତିପକ୍ଷଙ୍କର ଅନୁପସ୍ଥିତିରେ କୌଣସି ଅର୍ଡର ନେଇପାରନ୍ତି ନାହିଁ। ଏହି କ୍ୟାଭିଟ୍ ବ୍ୟବସ୍ଥା ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ରାଇଟ୍ ପାଇଁ ମଧ୍ୟ ଲାଗୁ ହୋଇଥାଏ ।

ଏତତବ୍ୟତୀତ ଆଜିକାଲି ଦେଶର ପ୍ରାୟ ସମସ୍ତ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟ କମ୍ପ୍ୟୁଟରୀକରଣ ହେଲାଣି । ତେଣୁ ପ୍ରତିଦିନ କେତେକ କେଶ୍ ଓ କେଉଁ କେଉଁ କେଶ୍ ଫାଇଲ୍ ହେଲା ତାହା ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟ ୱେବ୍ ସାଇଟ୍ ରେ ମଧ୍ୟ ଆଗୁଆ ଯାଞ୍ଚ କରିହେବ ।

ଫୌଜଦାରୀ ମାମଲା

ଫୌଜଦାରୀ ମାମଲା (କ୍ରିମିନାଲ୍ କେଶ୍)ରେ କ୍ୟାଭେଟ୍ ବ୍ୟବସ୍ଥା ନାହିଁ । ତେଣୁ ଫୌଜଦାରୀ କେଶ୍ ହେବାର ସମ୍ଭାବନା ଥିଲେ ବହୁତ ସତର୍କତା ଅବଲମ୍ବନ କରି ଆଗତୁରା ଜାମିନ୍ ବା ଆଣ୍ଟିସିପେଟରୀ ବେଲ୍ କରିବାକୁ ହୁଏ । ଅନ୍ୟଥା ପୋଲିସ୍ ଆରେଷ୍ଟ୍ ଓ ଜେଲ୍ ମଧ୍ୟ ହୋଇଯାଇଥାଏ ।

ଦେୱାନୀ ବା ଫୌଜଦାରୀ ଯେକୌଣସି ମାମଲା ହେଉନା କାହିଁକି ଏହା ବିଳମ୍ବ କରି ଫାଇଲ୍ କରିବା ଅନୁଚିତ୍ । ବେଳେ ବେଳେ କେଶ୍ ର ଭଲ ଗୁରୁତ୍ଵ ବା ପଏଣ୍ଟ୍ ଥିଲେ ମଧ୍ୟ ଏହା କେବଳ ବିଳମ୍ବ ଦୋଷରୁ କାଟ ଖାଇଯାଏ । ତେଣୁ ସଜାଗ ରହିବା ଓ ସୁରକ୍ଷିତ ରହିବା ହିଁ ବିଧେଯ ସତର୍କ ରହୁଥିବା ଲୋକ ହିଁ ସୁରକ୍ଷିତ ଓ ସୁଖୀ ରହେ ।

ଆଧାର – ଓଡିଶା ଆଇନ ସମୀକ୍ଷା

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate