ସମ୍ପ୍ରତି ସମାଜରେ ଯେପରି ଭାବେ ବିବାହ ବିଚ୍ଛେଦ ମୋକଦ୍ଦମା ମାନ ବଢି ବଢି ଚାଲିଛି ସେଥିରେ ବିବାହ ଅନୁଷ୍ଠାନର ସ୍ଥାୟିତ୍ଵ ଉପରେ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ ।
ବର୍ତ୍ତମାନ ଯୁବ ସମାଜରେ ଉଭୟ ଝିଅ ଓ ପୁଅ ଖୁବ୍ ଉଚ୍ଚ ଶିକ୍ଷିତ ତଥା ନିଜ ନିଜ ପଠିତ ବିଷୟରେ ଖୁବ୍ ସୁପ୍ରତିଷ୍ଠିତ ମଧ୍ୟ । ସେପରି ଝିଅ ଓ ପୁଅ ବିବାହ କରିଥିଲେ ପ୍ରାୟତଃ ପରିଲକ୍ଷିତ ହେଉଛି ସେମାନେ ପରସ୍ପରକୁ ସ୍ନେହ ଓ ସମ୍ମାନ କରିବା ଅପେକ୍ଷା ପରସ୍ପର ଆଗରେ ଅଭିମାନ,ଅହଙ୍କାର ଓ କଳହରେ ଲିପ୍ତ ରହୁଛନ୍ତି । ପରସ୍ପରର ଛୋଟ କଥାଟିଏରେ ମଧ୍ୟ ଚଳେଇ ନେବା ପରିବର୍ତ୍ତେ ଏପରି କରିବା ଦ୍ଵାରା ଜଣେ ଆଉ ଜଣକଠାରୁ ଛୋଟ ହୋଇଗଲା ବୋଲି ମନେ କରୁଛନ୍ତି । କେହି କଥା ମାନିନେବା ବା ଆଡକଷ୍ଟ କରି ନେବାକୁ ପ୍ରସ୍ତୁତ ହେଉନାହାଁନ୍ତି । ଏପରି ସ୍ଥଳେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଘଟି ଏହା ଶେଷରେ ବିବାହ ବିଚ୍ଛେଦର ରୂପ ନେଇଥାଏ । ଏପରି ସାମ୍ପ୍ରତିକ ପରିସ୍ଥିତିରେ ଯୁବପିଢି ମଧ୍ୟରେ ବିବାହ ବଦଳରେ “ଏକତ୍ର ସହବାସ” ର ଆଦର ଧୀରେ ଧୀରେ ବଢି ଚାଲିବାରେ ଦେଖାଯାଉଛି । ବିଶେଷ କରି ମହାନଗରମାନଙ୍କରେ ତଥା ବଡ ବଡ ସହରମାନଙ୍କ ମଧ୍ୟରେ ଏପରି ଏକ ରୀତି ଯୁବପିଢିଙ୍କୁ ବେଶ୍ ଆକୃଷ୍ଟ କରିବାରେ ଦେଖାଯାଉଛି ।
ପ୍ରକାଶ ଥାଉ କି, ଏହି “ଏକତ୍ର ସହବାସ” କେଉଁ କାଳେ ମଧ୍ୟ ଅବୈଧ ନଥିଲା । ମାତ୍ର ଏପରି ସହବାସକୁ ସାମାଜିକ ସ୍ଵୀକୃତି ମିଳୁ ନଥିଲା ଓ ଏବେ ମଧ୍ୟ ଅଧିକ ବୟସ୍କ ଝିଅ ସହିତ ତାଙ୍କ ଇଚ୍ଛାନୁସାରେ ଶାରୀରିକ ସମ୍ପର୍କ ରଖିବା ଅନ୍ୟାୟ ନୁହେଁ । ୧୬ ବର୍ଷ ବୟସରୁ କମ୍ ବୟସ୍କ ଝିଅ ସହିତ ତାଙ୍କ ଇଚ୍ଛାରେ ମଧ୍ୟ ଶାରୀରିକ ସମ୍ପର୍କ ରଖିଲେ ଏହା ଧର୍ଷଣ ଅପରାଧ ହୋଇଥାଏ । ପୁରୁଷମାନଙ୍କ ପାଇଁ ଯୌନ ସମ୍ପର୍କ ସ୍ଥାପନ କରିବାର ଆଇନ୍ ଗତ ଭାବେ କୌଣସି ବୟସ ଧାର୍ଯ୍ୟ ହୋଇନାହିଁ । ନିଜ ସ୍ତ୍ରୀଙ୍କ ବୟସ ୧୫ ବର୍ଷରୁ କମ୍ ହୋଇଥିଲେ ତାଙ୍କ ସହିତ ଯୌନ କ୍ରିୟା କଲେ ତାହା ଧର୍ଷବ ଅପରାଧ ହେବ ଓ ସେଥିପାଇଁ ୨ ବର୍ଷ ଜେଲ୍ ଅଥବା ଜୋରିମାନା ଅଥବା ଉଭୟ ଦଣ୍ଡ ମିଳିପାରେ । ନିଜ ସ୍ତ୍ରୀଙ୍କର ବୟସ ୧୨ବର୍ଷରୁ କମ୍ ହୋଇଥିଲେ ତାଙ୍କ ଯୌନ କ୍ରିୟା ମଧ୍ୟ ଗୁରୁତ୍ଵର ଧର୍ଷଣ ରୂପେ ବିବେଚିତ ହୋଇ ଆଜୀବନ କାରାଦଣ୍ଡ ଓ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜୋରିମାନା ହୋଇପାରେ । ପ୍ରାପ୍ତ ବୟସ୍କ ପୁଅ ଓ ଝିଅ ପରସ୍ପର ସହିତ ଏକାଠି ସହମତିରେ ରହିଲେ ଏହା ଅପରାଧ ନୁହେଁ । ଏପରିସ୍ଥଳେ ପୁଅ ଓ ଝିଅର ପରସ୍ପର ପ୍ରତି କୌଣସି ଦାୟିତ୍ଵ ନଥାଏ । ଯେବେ ଇଚ୍ଛା ହେଲେ ଚୁକ୍ତିର ସର୍ତ୍ତ ମୁତାବକ କ୍ଷତିପୂରଣ ଦେଇ ପରସ୍ପର ଖୁବ୍ ସୁବିଧାରେ ଅଲଗା ହୋଇପାରନ୍ତି । ବର୍ଷବର୍ଷ ଧରି Divorce ପାଇଁ କୋର୍ଟ କଚେରୀକୁ ଧାଇଁ ବାକୁ ପଡେ ନାହିଁ।
ମାତ୍ର ଏପରି ସ୍ଥଳେ ଜନ୍ମ ହେଉଥିବା ଶିଶୁମାନଙ୍କ ବୈଧତା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରେ । ବର୍ତ୍ତମାନ ହିନ୍ଦୁ ସମାଜରେ ପ୍ରଚଳିତ ଆଇନ୍ ଅନୁସାରେ ହିନ୍ଦୁ ଉତ୍ତରାଧିକାରୀ ଆଇନ୍୧୯୫୬ ଧାରା ୩ (I)(J) ଅନୁସାରେ ଏପରି ଶିଶୁମାନେ ତାଙ୍କ ମାତାଙ୍କ ସମ୍ପତ୍ତିରୁ ଅଧିକାର ପାଇବେ ମାତ୍ର ତାଙ୍କ ପିତାଙ୍କ ସମ୍ପତ୍ତିରେ ନୁହେଁ । କିନ୍ତୁ ଏପରି ସନ୍ତାନମାନେ ଉଭୟ ମାତା ଓ ପିତାଙ୍କ ଠାରୁ ନିୟମ ଅନୁଯାୟୀ ଭରଣପୋଷଣ ଦାବି କରିପାରିବେ । ଏପରି ସନ୍ତାନମାନଙ୍କୁ ତାଙ୍କ ପିତାମାତା ଯାହା ଦାନ କରିଥିବେ ବା ଉଇଲ୍ କରିଥିବେ, ସେମାନେ ମଧ୍ୟ ତାହା ପାଇବେ ।
ହିନ୍ଦୁ ଗାର୍ଡିଆନ୍ ଆଇନ୍ ଅନୁସାରେ ଏହି ଶିଶୁମାନଙ୍କର ମା ପ୍ରଥମ ଗାର୍ଡିଆନ୍ ହୋଇଥାଆନ୍ତି । ମାତ୍ର ଖାଲି ଆଇନ୍ ଗତ ଦିଗକୁ ଦୃଷ୍ଟି ଦେଲେ ଚଳିବ ନାହିଁ । ସମାଜରେ ଏପରି ଶିଶୁ କେଉଁ ସ୍ତର ପାଇବେ ତାହା ଚିନ୍ତା ଓ କ୍ଷୋଭର ବିଷୟ । ସ୍ଵାମୀ ସ୍ତ୍ରୀ ସମ୍ପର୍କ କେବଳ ଯୌବନ ବେଳ ପାଇଁ ହୋଇନଥାଏ,ବୃଦ୍ଧାବସ୍ଥାରେ ପରସ୍ପରର ସେମାନେ ସାହାରା ହୋଇଥାଆନ୍ତି । ଏ ପ୍ରକାର “Live in” ସମ୍ପର୍କ କୌଣସି ସୁସ୍ଥ ସମାଜ ପାଇଁ ଗ୍ରହଣ ନୁହେଁ । ଏ ମରିଚୀକା ପଛରେ ଧାଇଁବାକୁ ଯୁବ ସମାଜ କ୍ଷାନ୍ତ ନ ହେଲେ ଖାଲି ସମାଜର ଅଧପତନ ହେବ ତାହା ନୁହେଁ ‘ପରିବାର’ ଶବ୍ଦର ଅସ୍ତିତ୍ଵ ଲୋପ ପାଇଯିବ । ଏହା ବର୍ତ୍ତମାନ ସମାଜ ପାଇଁ ଏକ ବିପଦର ପୂର୍ବ ଆଭାସ ମାତ୍ର । ଯୁବକ ଯୁବତୀମାନଙ୍କ ମଧ୍ୟରେ ଆଉ ଏକ ପ୍ରକାର ମିଳନ ଦେଖାଯାଏ । ଯୁବତୀମାନେ ଅଭିଯୋଗ କରିଥାଆନ୍ତି ଯେ, ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ମିଳାମିଶା କରି ତାଙ୍କୁ ଗର୍ଭବାସ କରି ଯୁବକ ବନ୍ଧୁଜଣକ ଛାଡି ଦେଉଛନ୍ତି । ଏପରି ଏକତ୍ର ବାସ ବା ସହବାସ ଦ୍ଵାରା ଯୁବତୀ ଜଣକ ଯୁବକ ବନ୍ଧୁଙ୍କର ସ୍ତ୍ରୀ ହେଲେ ବୋଲି ସେ ଦାବି ଉଠାନ୍ତି । କେତେକ ଲୋକ ଓଗଣମାଧ୍ୟମ ମଧ୍ୟ ଏଥିରେ ଯୁବତୀଙ୍କ ପ୍ରତି ଦରଦ ଦେଖାଇଥାଆନ୍ତି । ମାତ୍ର ମନେ ରଖିବାକୁ ହେବ ଯେ ବିବାହର ପ୍ରତିଶ୍ରୁତି ଦେଇ ଯୌନ କ୍ରିୟା କଲେ ମଧ୍ୟ ତାହା ବିବାହର ପରିଣତ ହୁଏ ନାହିଁ । ଏଣୁ ଏ ପ୍ରକାର ମିଳନ ବିପଦପୂର୍ଣ୍ଣ ଅଟେ । ଏଥିପାଇଁ ସାବଧାନ ରହିବା ଉଚିତ୍ । ସ୍ତ୍ରୀର ମର୍ଯ୍ୟାଦା ପାଇବାକୁ ଇଚ୍ଛା ଥିଲେ ବାହା ହେବାକୁ ପଡ଼ିବ ।
ବର୍ତ୍ତମାନ ସମାଜରେ ଛାଡପତ୍ର ମୋକଦ୍ଦମା ଅନେକ ବୃଦ୍ଧି ପାଉଛି । ବାଳକ ଏବଂ ବାଳିକାମାନେ ଅତି ଶିକ୍ଷିତ ଅଟନ୍ତି । ଏଣୁ, ସାଧାରଣତଃ ବିଳମ୍ବିତ ବିବାହ ବାଳକ, ବାଳିକାମାନଙ୍କ ମଧ୍ୟରେ ଘଟୁଛି । ଏପରି ବାଳକ ଏବଂ ବାଳିକାମାନେ, ପରସ୍ପରକୁ ଭଲ ପାଇବା ପରିବର୍ତ୍ତେ । ତଥା ପରସ୍ପରକୁ ସମ୍ମାନ ଦେବା ପରିବର୍ତ୍ତେ, ସାମାନ୍ୟ କଥାରେ ପରସ୍ପର ସହିତ କଳହ କରୁଛନ୍ତି ଏବଂ ଅଧିକାଂଶ କ୍ଷେତ୍ରରେ ଏହା ଛାଡପତ୍ର ଆଡକୁ ଗତି କରୁଛି । କୌଣସି ଦମ୍ପତ୍ତି, ସମନ୍ଵୟ ରକ୍ଷା କରିବା ନିମନ୍ତେ ପ୍ରସ୍ତୁତ ନୁହେଁ । ଏଣୁ ଅନେକ ପରସ୍ପର ଝଗଡା କରୁଥିବା ଦମ୍ପତି, ସମାଜରେ ଦେଖାଯାଆନ୍ତି ଏପରି ପରିସ୍ଥିତି ଥାଇ, ଅଧିକାଂଶ ଯୁବକ ସେଥିପାଇଁ ସମ୍ପର୍କରେ ବଞ୍ଚିବା ପାଇଁ ଚାହାଁନ୍ତି ।
ଏହି ଉଦ୍ଦେଶ୍ୟରେ ବଞ୍ଚିବା, ଯାହାକି ବୟସ୍କ ସଦସ୍ୟମାନନ ଦ୍ଵାରା ଗୃହୀତ, ତାହା ଅବୈଧ ନୁହେଁ । ଏଣୁ ୧୮ ବର୍ଷରୁ ଅଧିକ ବାଳିକା ଏବଂ ବାଳକମାନେ ବୈଧଭାବେ ସମ୍ପର୍କରେ ବଞ୍ଚିପାରିବେ । ଏପରି କ୍ଷେତ୍ରରେ, ବାଳିକାମାନଙ୍କର ଯୌତୁକ ଦାବୀ କିମ୍ବା ନିଷ୍ଠୁରତା ତାଙ୍କର ପୁରୁଷ ସମ୍ପର୍କୀୟଙ୍କ ବିରୁଦ୍ଧରେ ନଥାଏ, ଏଣୁ ଯୁବକମାନେ, ବିବାହ ପରିବର୍ତ୍ତେ, ସମ୍ପର୍କରେ ବଞ୍ଚିବା ନିମନ୍ତେ ଆକୃଷ୍ଟ ହେଉଛନ୍ତି ।
ଏପରି ସମ୍ପର୍କରେ ବଞ୍ଚିବାରୁ ଜାତ ଶିଶୁମାନେ ସେମାନଙ୍କ ପିତାମାତାଙ୍କ ବୈଧ ସନ୍ତାନ ନୁହଁନ୍ତି, ସେମାନେ, ମୃତ ପିତାଙ୍କ ଦ୍ଵାରା ଛାଡାଯାଇଥିବା ସମ୍ପତ୍ତିରୁ କୌଣସି ଅଂଶ ପାଇବେ ନାହିଁ । ଯା ହେଉନା କାହିଁକି ସେମାନେ ମାଆର ସମ୍ପତ୍ତିରେ ଉତ୍ତରାଧିକାରୀ ହେବେ । ଏପରି ଶିଶୁମାନଙ୍କ ନିମନ୍ତେ, ମାଆ, ପ୍ରଥମ ଅଭିଭାବକ ହୁଅନ୍ତି ।
ଅଧିକାଂଶ ଲୋକ, ସମ୍ପର୍କରେ ବଞ୍ଚିବା ସପକ୍ଷରେ ଯୁକ୍ତି କରନ୍ତି ଏବଂ ଅଧିକାଂଶ ବିବାହ ସପକ୍ଷରେ, ଏହା ଦେଖାଯାଏ ଯେ, ଯେଉଁ ଝିଅମାନେ କୌଣସି ବାଳକ ସହିତ ସମ୍ପର୍କ ରଖିବା ନିମନ୍ତେ ସମ୍ମତ ହୁଅନ୍ତି, ପରେ ଅସୁରକ୍ଷିତ ମନେ କରନ୍ତି, ଏବଂ ଦାବୀ କରନ୍ତି ଯେ ସେ ଉକ୍ତ ବାଳକକୁ ବିବାହ କରିଛି । ମାତ୍ର ଏହା ନିଶ୍ଚିତ ଭାବେ ମନେ ରଖିବା ଉଚିତ୍ ଯେ, ଯଦି ଏପରି ଝିଅ ସ୍ତ୍ରୀର ସ୍ଥିତି ପାଇବାକୁ ଚାହେଁ, ତୁମ୍ଭଙ୍କୁ ବିବାହ କରିବାକୁ ହେବ । ସମ୍ପର୍କରେ ବଞ୍ଚିବା, ପରେ ବିବାହ କରିବା ପ୍ରତିଶୃତି ଏବଂ ତତ୍ ଦ୍ଵାରା ଯୌନ ସମ୍ପର୍କରେ ରହିବା କିମ୍ବା ଗର୍ଭବତୀ ହେବା କିମ୍ବା କୌଣସି ଶିଶୁକୁ ଜନ୍ମ ଦେବା, ଏହା କେବେହେଲେ ବିବାହ ହୁଏ ନାହିଁ । ଏଣୁ ପୁଅମାନଙ୍କ ଅପେକ୍ଷା ଝିଅମାନେ ଏ ସମ୍ବନ୍ଧରେ ଅଧିକ ଯତ୍ନବାନ ହେବା ଉଚିତ୍ ।
ଆଧାର -
Last Modified : 6/20/2020