ବହୁ କୁଟୁମ୍ବୀ ପରିବାର ଯାହା ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଅତି ସମୃଦ୍ଧ, ସୁଖୀ ଓ ଦୃଢଥିବା ଏବଂ ବିଶ୍ଵରେ ଆଦର୍ଶରେ ଉଦାହରଣ ଥିଲା କ୍ରମଶଃ ପାରିବାରିକ ସଂଜ୍ଞା ବଦଳିଯାଇ ସ୍ଵାମୀ ସ୍ତ୍ରୀ ଓ ତାଙ୍କ ପିଲାପିଲି ଭିତରେ ସୀମିତ ରହିଗଲାଣି । ପରିବାରରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପ୍ରତି ଯେଉଁ ପାରମ୍ପରିକ ସମ୍ମାନ ଓ ଗୁରୁତ୍ଵଥିଲା ତାହା ଲୋପପାଇବାକୁ ବସିଲାଣି ଆଧୁନିକ ସଭ୍ୟତାକୁ ଆପଣେଇବା ଦ୍ଵାରା । କାହିଁକି ଏହା ଘଟୁଛି ? କ’ଣ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣକୁ ଦୋଷଦେଇ ଆମେ ସନ୍ତୁଷ୍ଟ ? ନା ଏଥିପାଇଁ ବର୍ତ୍ତମାନ ବ୍ୟୟବହୁଳ ଜୀବନଯାପନ । ପିଲାମାନଙ୍କର ଶିକ୍ଷାରେ ପର୍ଯ୍ୟାୟ ଖର୍ଚ୍ଚ । ରୋଜଗାରର ଏକ ମୁଖ୍ୟ ଅଂଶ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପୋଷାକ ଆମୋଦପ୍ରମୋଦକୁ ଅତ୍ୟାବଶ୍ୟକ କରିଦେଇ ପରିବାରର ବୟୋଜ୍ୟେଷ୍ଠ ମାନେ ଆମ ପାଇଁ ଏକ ବୋଝ ବୋଲି ମନେକରି ଆମେ ପରିମାଣରେ ଅସୁରକ୍ଷିତ । ସମାଜରେ ସାହାଯ୍ୟର ଆତ୍ମିୟତା ବନ୍ଧନର ଅଭାବ ଓ ଅବିଶ୍ଵାସପଣିଆ ବିପଦ ଆପଦ ଇତ୍ୟାଦି ପାଇଁ ଅର୍ଥ ସଞ୍ଚୟ ବାଧ୍ୟ କରୁଛି । ଯାହାକି ଏକ ଯୌଥ ପରିବାରରେ ନରହିବାଟା ଉଚିତ ମନେ ହେଉଛି । ଜୀବନଶୈଳୀ ବଦଳି ଯାଉଛି । ଦରଦାମ ହୁହୁ ହୋଇ ବଢିଚାଲିଛି ଏବଂ ଅର୍ଥ ଉପରେ ନିର୍ଭରଶୀଳତା ଟିକିଏ ଟିକିଏରେ ଅନୁଭୂତ ହେଉଛି । ବିବାହର, ରୋଷଣୀ, ଭୋଜିଭାତ, ଭଲମନ୍ଦ, ପର୍ବପର୍ବାଣୀର ପାଶ୍ଚାତ୍ୟ ଶୈଳୀରେ ଅଧିକ ଖର୍ଚ୍ଚ କରିଦେଖାଇହେବା ମନୋବୃତ୍ତି ନିଜର ମନ୍ଦବୁଦ୍ଧିକୁ ସଙ୍କୁଚିତ କରି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ଆମ ପାଇଁ ଦାନ ଓ ସେ ଦୃଷ୍ଟିରୁ କମ୍ ସେ କମ୍ ସେମାନଙ୍କ ପାଇଁ ଆମର ଦାୟିତ୍ଵକୁ ପୂର୍ଣ୍ଣ ସଙ୍କୁଚିତ କରିଦେଉଛି । ଆମର ଶିକ୍ଷା ଆମକୁ ପାଠପଢି ରୋଜଗାରକୁ ଟାଣିଲା ସତ କିନ୍ତୁ ନୈତିକତା ଶିଖାଇଲା ନାହିଁ । ଯିଏ ମୁଁ ଓ ମୋର ଚିନ୍ତା ପାଶ୍ଚାତ୍ୟଶୈଳୀରେ କଲା ସେ ଅପେକ୍ଷାକୃତ ଭଲରେ ଥିବାଭଳି ମନେହେଲା । କିନ୍ତୁ ଯେଉଁ ବୁଢା ବାପାମା’ ବା ତାଙ୍କର ବାପାମା ଜୀବନସାରା ଖଟି ପରିବାର ଭିତରେ ଅକର୍ମଣ୍ୟ ହୋଇପଡିଛନ୍ତି ତାଙ୍କର ଖାଇବା, ଚିକିତ୍ସା, ରହିବା ଓ ସ୍ଵାଭିମାନ ସହ ବଞ୍ଚିବାପାଇଁ ଯାହା ଦରକାର ତାହା ଯଦି ସମ୍ବିଧାନର ୨୧ ଅନୁଚ୍ଛେଦରେ ଏକ ଅଧିକାର ତାହା ମିଳିବ କିପରି ? କ’ଣ ସରକାର ଆଇନ୍ କରିଦେଇ ସବୁ ବୁଝିଦେବେ ? ଏବୀ ତ ଜନଗଣନା ଅନୁସାରେ ମଣିଷର ବଞ୍ଚିବା ବୟସ ବଢିଯାଇଛି । ତେଣୁ ୬୦ବର୍ଷକୁ ବୃଦ୍ଧାବସ୍ଥା ଧରିଲେ ତା ପରେ ବଞ୍ଚିବା ପାଇଁ ସେହି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ନିଜ ପରିବାରରେ ରହି ବଞ୍ଚିବା ଅଧିକ ପସନ୍ଦ କରିବେ । କିନ୍ତୁ ରୋଜଗାରିଆ ପୁଅ ଛୁଆ ପିଲାଙ୍କୁ ନେଇ ସହରରେ ବେଶୀ ଘରଭଡା ଦେଇ ଅଳ୍ପଘର ନେବାରୁ ବାପା ମା’ଙ୍କ ପାଇଁ ସ୍ଥାନ ନାହିଁ । ତେଣୁ ପରିସ୍ଥିତି ବାଧ୍ୟ କରୁଛି ସେମାନେ ଗାଁରେ ଦୂଷିତ ପରିବେଶରେ ନିଃସଙ୍ଗ ଜୀବନଯାପନ କରିବେ ଓ ସମ୍ପତ୍ତିକୁ ଏକ ବିପଦଜନକ ପରିସ୍ଥିତିରେ କେବଳ ଜଗି ରହିବେ । ସେମାନେ ନିଜର ଇଚ୍ଛା ଓ ଦୁଃଖକୁ ପ୍ରକାଶକରି ପାରୁନାହାନ୍ତି ବା ଶରୀର ସୁସ୍ଥ ନା ପାଖରେ ଆବଶ୍ୟକତା ଅର୍ଥ ବ୍ୟବସ୍ଥା ବେଶୀକିଛି ଭାଷାରେ କହିଲେ ପିଲାମାନଙ୍କ ପାଇଁ ସେମାନେ ଏକ ଆର୍ଥିକ ବୋଝ, ବୁଢା, ବାପାମା’ଙ୍କ ବୃଦ୍ଧ ଅବସ୍ଥା ଚାହେଁ ପରିବାରରେ ମୁଣ୍ଡଗୁଞ୍ଜି ସ୍ନେହ ଓ ଶ୍ରଦ୍ଧା ଓ ନିରାପତ୍ତାର ଜୀବନ ଯାହାକି କୌଣସି ଜରାଶରମ ବା ସରକାରଙ୍କ ଯୋଜନା ଦେଇପାରିବେ ନାହିଁ । କେବଳ ସନ୍ତାନମାନେ କିମ୍ବା ଯେଉଁମାନେ ଏହି ବୃଦ୍ଧ ଓ ବୃଦ୍ଧାମାନଙ୍କର ସମ୍ପତ୍ତିରଉତ୍ତରାଧିକାରୀ ସେମାନେ ଦେଇପାରିବେ । ଏଥିପାଇଁ ଆଇନ୍ ର ଆବଶ୍ୟକତା ମଧ୍ୟ ନିଶ୍ଚିତ ରହିଛି କାରଣ ଏହା ସନ୍ତାନମାନଙ୍କର କେବଳ ନୈତିକ, ସାମାଜିକ ଦାୟିତ୍ଵ ନୁହେଁ ଆଇନ ଦୃଷ୍ଟିରୁ ମଧ୍ୟ କରଣୀୟ ।
ଭାରତୀୟ ଦଣ୍ଡବିଧି ଆଇନ୍ ୧୯୭୩ରେ ୧୨୫ ଧାରାରେ ଉପାର୍ଜନହୀନ, ଅକ୍ଷମ ପିତାମାତାଙ୍କ ଭରଣପୋଷଣ ପାଇଁ ସନ୍ତାନମାନଙ୍କ ବିରୁଦ୍ଧରେ ଅଦାଲତରେ ଆବେଦନ କରିପାରିବେ । ସେହିଭଳି ହିନ୍ଦୁ ପାଳନ ପୋଷଣ ଆଇନ୍ ରେ ମଧ୍ୟ ଖୋରାକ ପୋଷାକ ପାଇଁ ଆବେଆନ କଲେ ସନ୍ତାନମାନେ ଦେବେ ସତ, କିନ୍ତୁ ଏହା ଯଥେଷ୍ଟ ମନେହେଉନାହିଁ । ବିଳମ୍ବିତ ଏବଂ ଆଇନ୍ ର ଦ୍ଵାର ଏତେ ସହଜ ମନେହେଉନାହିଁ ।
ତୁରନ୍ତ ସମସ୍ତ ସହାୟତା ସନ୍ତାନମାନ୍ନା ନିକଟରୁ ପ୍ରାପ୍ତ କରାଇବା ପାଇଁ ବୃଦ୍ଧ ପିତାମାତା ଓ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଏକ କଲ୍ୟାଣ ଅଧିନିୟମ ୨୦୦୭ ସରକାର ପ୍ରଣୟନ କରିଛନ୍ତି । ଯାହାକି ବୃଦ୍ଧ ପିତାମାତା ଏବଂ ବରିଷ୍ଠ ନାଗରିକ ଭରଣପୋଷଣ ଏବଂ କଲ୍ୟାଣ ଅଧିନିୟମ ୨୦୦୭ ନାମରେ ନାମିତ ।
ଆଜି ବୃଦ୍ଧ ପିତାମାତାମାନେ ସମାଜ ପାଇଁ ଅଲୋଡା, ତାଙ୍କ ପାଇଁ ଆମର କିଛି କରିବାର ନାହିଁ, ସେମାନଙ୍କର କର୍ତ୍ତବ୍ୟ ସେମାନେ କରିସାରିଛନ୍ତି ଏହା ଅକୃତଜ୍ଞତା ନୁହେଁ ବେଆଇନ୍ ମଧ୍ୟ । ଏହା କେବଳ ସୁଚାଇଦେବା ନୁହେଁ ବରଂ ଏକ ଜନମଙ୍ଗଳ ରାଷ୍ଟ୍ରରେ ବରିଷ୍ଠମାନଙ୍କ ପ୍ରତି ନିଜ ଦାୟିତ୍ଵ ଉଲ୍ଲଘଂନକାରୀଙ୍କୁ ଉଚିତ୍ ଶିକ୍ଷା ଦେବା ଓ ବରିଷ୍ଠଙ୍କ ପ୍ରତି ଆଇନତଃ ସେବା ସଚେତନ କରାଇବା ଏହି ପିତାମାତା ଏବଂ ବରିଷ୍ଠ ନାଗରିକ ଭରଣପୋଷଣ ଏବଂ କଲ୍ୟାଣ ଅଧିନିୟମ ୨୦୦୭ର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଆଇନ୍ ଟି ୨୯ ଡିସେମ୍ବର ୨୦୦୭ରୁ ଭାରତ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲେ ମଧ୍ୟ ସବୁ ଉପଖଣ୍ଡରେ ଏ ପର୍ଯ୍ୟନ୍ତ ଏହାର ପ୍ରଚାର ପ୍ରସାର ହୋଇନାହିନ ତେଣୁ ସୁଫଳ ମିଳିନାହିଁ ।
ଆଧାର - ଏମ୍.ଏମ୍. ପବ୍ଲିକେଶନ
Last Modified : 6/20/2020