অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯାନବାହନ ସମ୍ପର୍କିତ ଆଇନ୍

ଯାନବାହନ ଆଇନ୍

ଯାନବାହନ ଆଇନ୍ ଅନୁସାରେ ଯେକୌଣସି ଗାଡି ଚଳାଇବା ବେଳେ ନିମ୍ନଲିଖିତ ୪ଟି ଜିନିଷ ଗାଡିରେ ଥିବା ଆବଶ୍ୟକ ।

  • ଇନ୍ସୁରାନ୍ସ ସାର୍ଟିଫିକେଟ୍
  • ଗାଡିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍
  • ଡ୍ରାଇଭିଂ ଲାଇସେନ୍ସ
  • ଟ୍ରାନ୍ସପୋର୍ଟ ଗାଡିରେ ପରମିଟ୍

ଉପରୋକ୍ତ ୪ଟି ଜିନିଷ ଯେକୌଣସି ଅଧିକାରପ୍ରାପ୍ତ ପୋଲିସ୍ ଅଫିସର ମାଗିଲା ମାତ୍ରେ ସଙ୍ଗେ ସଙ୍ଗେ Original ଦେଖାଇବାକୁ ପଡିବ । Xerox କପି ଗ୍ରହଣୀୟ ନୁହେଁ । ମାତ୍ର କେବଳ ଇନ୍ସୁରାନ୍ସ ସାର୍ଟିଫିକେଟ୍ Bond ଲେଖି ୭ ଦିନ ମଧ୍ୟରେ ଦେବା ପାଇଁ କୁହାଯାଇପାରିବ । ଗାଡି ଚଳାଇଲାବେଳେ ଗାଡିର ଇନ୍ସୁରାନ୍ସ ନିତାନ୍ତ ଥିବା ଦରକାର । ଦୁଇ ଚକିଆଯାନ ଚଳାଇଲାବେଳେ ହେଲ୍ ମେଟ୍ ଲଗାନ୍ତୁ । ମଦ କିମ୍ବା ନିଶା ଖାଇ ଗାଡି ଚଳାନ୍ତୁ ନାହିଁ । ଗାଡି ଚଳାଇଲା ବେଳେ ଗାଡିର ଷ୍ଟିଅରିଂ ଗୋଟିଏ ହାତରେ ଧରି ଅନ୍ୟ ହାତରେ ମୋବାଇଲ୍ ଧରି କଥାବାର୍ତ୍ତା କରନ୍ତୁ ନାହିଁ ।

ତୃତୀୟପକ୍ଷ ଇନ୍ସୁରାନ୍ସ

ଗାଡିରେ ତୃତୀୟପକ୍ଷ ଇନ୍ସୁରାନ୍ସ ବାଧ୍ୟତାମୂଳକ ଅଟେ । ତୃତୀୟପକ୍ଷ ଇନ୍ସୁରାନ୍ସମାନେ ଗାଡି ଦୁର୍ଘଟଣା ଦ୍ଵାରା ଯଦି କେହି ମୃତାହୃତ ହୁଅନ୍ତି ବା କାହାର ସମ୍ପତ୍ତି କ୍ଷୟକ୍ଷତି ହୁଏ, ତେବେ ତାହା ଇନ୍ସୁରାନ୍ସ କମ୍ପାନୀ ବହନ କରିବ । ଅନ୍ୟାନ୍ୟ ଇନ୍ସୁରାନ୍ସ ଯଥା ଗାଡି ଚାଳିକ ନିଜ ପାଇଁ, ଗାଡି ଚୋରି ହୋଇଗଲେ ବା ଗାଡିରେ ବସିଥିବ ଲୋକଙ୍କ ପାଇଁ ଇନ୍ସୁରାନ୍ସ ବାଧ୍ୟତାମୂଳକ ନୁହେଁ । ଏହା ଇଚ୍ଛାଧୀନ ନୁହେଁ Optional ।

ଯାତ୍ରୀ ଗାଡି ଯଥା ବସ୍ ଇତ୍ୟାଦିରେ ଯାତ୍ରୀଙ୍କ ଦୁର୍ଘଟଣାଜନିତ କ୍ଷୟକ୍ଷତି ପାଇଁ ଇନ୍ସୁରାନ୍ସ ମଧ୍ୟ ବାଧ୍ୟତାମୂଳକ ଅଟେ ।

ଦୁର୍ଘଟଣା ଘଟିଲେ

ଗାଡି ଚଳାଇ କୌଣସି ଦୁର୍ଘଟଣା ଘଟିଲେ ସେଠାର ପଳାଇ ନଯାଇ ଆହତ ବ୍ୟକ୍ତିଙ୍କୁ ସାଙ୍ଗେ ସାଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଗାଡି ଚାଳକଙ୍କ ଆଇନ୍ ଗତ ଦାୟିତ୍ଵ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତର ଆଇନ୍ ଗତ କାର୍ଯ୍ୟ ବା ପୋଲିସ୍ କାମକୁ ଅପେକ୍ଷା ନ କରି ଆହତ ବ୍ୟକ୍ତିଙ୍କୁ ପ୍ରଥମେ ସ୍ୱାସ୍ଥ୍ୟସେବା ଦେବେ, ଏହା ମଧ୍ୟ ତାଙ୍କର ଆଇନ୍ ଗତ ଦାୟିତ୍ଵ ।

ଜନ ଉତ୍ତେଜନା

ମାତ୍ର ଗାଡି ଦୁର୍ଘଟଣା ପରେ ଯଦି ଜନ ଉତ୍ତେଜନା ଯୋଗୁଁ ସେଠାରେ ରହିଲେ ଧନ ଜୀବନହାନୀ ଘଟିପାରେ, ତେବେ ଗାଡିଚାଳକ ସଙ୍ଗେ ସଙ୍ଗେ ସେଠାରୁ ପଳାଇ ଯାଇପାରନ୍ତି । ଏହା ମଧ୍ୟ ଆଇନ୍ ସମ୍ମତ । ମାତ୍ର ଏପରି କଲେ ସଙ୍ଗେ ସଙ୍ଗେ ନିକଟସ୍ଥ ପୋଲିସ୍ ଙ୍କୁ ଏହା ଜଣାଇବା ଆବଶ୍ୟକ । ଅନ୍ୟଥା ଦଣ୍ଡ ବିଧାନ ଅଛି ।

ରେଜିଷ୍ଟ୍ରେସନ୍

ଗାଡି ଯେକୌଣସି ସ୍ଥାନରେ ରେଜିଷ୍ଟ୍ରେସନ୍ ହୋଇଥିଲେ ମଧ୍ୟ ଭାରତର ସବୁ ସ୍ଥାନରେ ଏହା ଚଳାଯାଇ ପାରିବ ।

ସ୍ଥାନୀୟ ଅଧିକାରୀ(RTO)

ଗାଡି ଜଣେ ଆଉ ଜଣକୁ ବିକ୍ରି କଲେ ଏହା ସ୍ଥାନୀୟ ଅଧିକାରୀ(RTO)ଙ୍କୁ ଜଣାଇବାକୁ ହୁଏ । ଗାଡିର ଇନ୍ସୁରାନ୍ସ କ୍ରେତା ଆଇନ୍ ଗତ ଭାବରେ ପାଇଥାଆନ୍ତି ।

ମଦ୍ୟପାନ

ମଦ୍ୟପାନ କରି ଗାଡି ଚଳାଇବା ଏକ ଅପରାଧ । ଏପରି କଲେ ଦଣ୍ଡବିଧାନର ପ୍ରବିଧାନ ଅଛି । ମାତ୍ର ଥରେ ଏପରି ଦୋଷ କରି ଦ୍ଵିତୀୟ ଥର ପୁନଶ୍ଚ ଦୋଷୀ ହେଲେ ଗାଡିଚାଳକଙ୍କ ଇନ୍ସୁରାନ୍ସ ରଦ୍ଦ କରିଦିଆଯିବ ।

କ୍ଷତିପୂରଣ

ଦୁର୍ଘଟଣାରେ କେବଳ ଯେ, ମୃତାହତ ହେଲେ କ୍ଷତିପୂରଣ ମିଳିବ ତାହା ନୁହେଁ, ସାମାନ୍ୟ କ୍ଷୟକ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦାବି କରାଯାଇପାରିବ । ଏସବୁ ମୋକଦ୍ଦମା ଯାନବାହନ କ୍ଷତିପୂରଣ ଅଦାଲତ ବା M.A.C.T. କୋର୍ଟରେ କରାଯାଇଥାଏ ।

ଦୁର୍ଘଟଣା କରିଥିବା ଗାଡି ଧରା ନପଡିଲେ ମଧ୍ୟ କେହି ମୃତାହତ ହେଲେ ବା ଗୋଡ ହାତ ଭାଙ୍ଗିଥିଲେ ଜେନେରାଲ୍ ଇନ୍ସୁରାନ୍ସ କମ୍ପାନୀ ଠାରୁ ମୃତକଙ୍କୁ ପାଇଁ ଟ.୨୫,୦୦୦/- ଓ ହାତ ଗୋଡ ଭାଙ୍ଗିଥିଲେ ଟ. ୧୨,୫୦୦/- ଟଙ୍କା କ୍ଷତି ମିଳିପାରିବ ।

ଆଧାର - ଓଡିଶା ଆଇନ ସମୀକ୍ଷା

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate