অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵାମୀ ସ୍ତ୍ରୀ କଳହ ଓ ତାର ସରଳ ସମାଧାନ

ସ୍ଵାମୀ ସ୍ତ୍ରୀମାନଙ୍କ କଳହକୁ ସମାଧାନ

ଛେଳିମାନଙ୍କର ଯୁଦ୍ଧ, ଋଷିମାନଙ୍କର ଶ୍ରାଦ୍ଧ, ସକାଳୁ ଘଡି ଘଡି ମାରୁଥିବା ମେଘ ତଥା ସ୍ଵାମୀ-ସ୍ତ୍ରୀ ମାନଙ୍କ ମଧ୍ୟରେ କଳହ ବହୁତ ବଡ ଆକାରରେ ଆରମ୍ଭ ହୋଇଥିଲେ ମଧ୍ୟ ପରିଶେଷରେ ଫସର ଫାଟିଥାଏ। ମାତ୍ର ଉପରୋକ୍ତ ନିପାତନ ସିଦ୍ଧ କଥାମାନଙ୍କ ମଧ୍ୟରୁ ଆଜିକାଲି ସ୍ଵାମୀ-ସ୍ତ୍ରୀ ସମ୍ପର୍କିତ କଳହର ଫଳାଫଳରେ ଘୋର ପରିବର୍ତ୍ତନ ଘଟିଛି । ବର୍ତ୍ତମାନ ଏପରି କ୍ଷେତ୍ରରେ ଲଘ୍ଵରମ୍ଭେ ଗୁରୁକ୍ରିୟା ଘଟୁଛି । ଅର୍ଥାତ୍ ସାଧାରଣ କଥାରୁ ମହାଭାରତ ଘଟି ଯାଉଛି । ସ୍ଵାମୀ ସ୍ତ୍ରୀଙ୍କମାନଙ୍କ ମଧ୍ୟରେ କଳହ ଘଟି ଯଦି ତାହା କୋର୍ଟକୁ ଯାଏ –ତେବେ ମିଳନ ନିମନ୍ତେ ଚେଷ୍ଟା କରିବେ । ଏହା ଜଜ୍ ଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କର୍ତ୍ତବ୍ୟ । ଏଥିରେ ଅସଫଳ ଯେ ସ୍ଵାମୀ ସ୍ତ୍ରୀଙ୍କ କଳହକୁ ବୁଝାସୁଝା କରି ସମାଧାନ କରିଦେଲ ତାହା ସେମାନଙ୍କ ପାଇଁ ତଥା ସମାଜ ପାଇଁ ମଙ୍ଗଳକାରକ ଅଟେ ।

ସ୍ଵାମୀ ସ୍ତ୍ରୀମାନଙ୍କ କଳହକୁ ସମାଧାନ କରିବା ପାଇଁ ବିଭିନ୍ନ ପ୍ରତିକାର ବ୍ୟବସ୍ଥାମାନ ଅଛି । ଯଥା

  1. ସ୍ଵାମୀ ସ୍ତ୍ରୀ କଳହ ଓ ତାର ସରଳ ସମାଧାନପିଙ୍ଗଳ କୋର୍ଡର ଧାରା ୧୦୭ ଅନୁଯାୟୀ ଶାନ୍ତି ରକ୍ଷା ପାଇଁ ବଣ୍ଡ୍ ନେବା ।
  2. ସ୍ଵାମୀ-ସ୍ତ୍ରୀ ଅଲଗା ରହି ଖୋରାକ ପୋଷାକ ମାଗିବା ।
  3. ମହିଳା କମିଶନଙ୍କୁ ସମାଧାନ ପାଇଁ ଲେଖିବା ।
  4. କେହି କେହି ମଧ୍ୟ ଭୁଲ୍ ରେ ହ୍ୟୁମାନ୍ ରାଇଟ୍ କମିଶନଙ୍କୁ ଚିଠି ଲେଖୁଛନ୍ତି ।
  5. ପାରିବାରିକ ହିଂସା ଆଇନ୍ ର ସାହାଯ୍ୟ ନେବା ।
  6. ନିଜେ କୋର୍ଟରେ କମ୍ପ୍ଲେନ୍ କେଶ୍ କରିବା ।
  7. ନିରନ୍ତର ଲୋକ ଅଦାଲତ ଜଜ୍ ଙ୍କୁ ଲେଖିବା । ଏଭଳି ଅଦାଲତ ଜିଲ୍ଲା ଜଜ୍ ଙ୍କ ଅଫିସ୍ ପରିସରରେ      ଥାଏ ।
  8. ଏହା ଛଡା ବନ୍ଧୁ ବାନ୍ଧବ ଓ ଭଦ୍ରଲୋକମାନେ ମଧ୍ୟ ବସି ସ୍ଵାମୀ ସ୍ତ୍ରୀ କଳହରେ ଫଏସଲା କରିବା ବେଆଇନ୍ ନୁହେଁ।
  9. ସ୍ତ୍ରୀ ଯଦି ସ୍ଵାମୀଙ୍କ ଦ୍ଵାରା କିମ୍ବା ସ୍ଵାମୀଙ୍କ ଆତ୍ମୀୟଙ୍କ ଦ୍ଵାରା ଅତ୍ୟାଚାରିତା ହେଉଥାଆନ୍ତି କିମ୍ବା ଯୌତୁକ ଦାବି ନେଇ ନିର୍ଯ୍ୟାତିତା ହେଉଥାନ୍ତି, ତେବେ ପୋଲିସ୍ କୁ ଏତଲା ଦେଇ କେଶ୍ କରିବେ ।

ଉପରୋକ୍ତ (କ) ଠାରୁ (ଜ) ବର୍ଣ୍ଣିତ ଉପାୟମାନଙ୍କରେ ଘଟଣାଟି ବିଚାର ପାଇଁ ଚେଷ୍ଟା କଲେ ଅନେକ କଳହର ସମାଧାନ ହୋଇଥାଏ । ମାତ୍ର (ଝ) ଜନିତ ଉପାୟ (ଅର୍ଥାତ୍ ଥାନାରେ କେଶ୍ କଲେ) ଅବଲମ୍ବନ କଲେ ସେଥିରେ ସ୍ଵାମୀ ଓ ତାଙ୍କର ପରିବାର ବର୍ଗଙ୍କୁ ପୋଲିସ୍ ବାନ୍ଧିଆଣି କୋର୍ଟକୁ ପ୍ରେରଣ କରନ୍ତି ଓ ଅନେକ କେଶ୍ ରେ ଜାମିନ୍ ନ ମିଳିବାକୁ ସ୍ଵାମୀ ଓ ତାଙ୍କର ପରିବାରକୁ କିଛି ଦିନ ଜେଲ୍ ରେ ରହିବାକୁ ମଧ୍ୟ ପଡେ । ଏହାପରେ ଏପରି କେଶ୍ ଟିକୁ ସମାଧାନ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଆଉ ସମାଧାନ ହୋଇନଥାଏ । କାରଣ ଲୋକଟି ଠାରେ ସ୍ତ୍ରୀ ଯୋଗୁ ଜେଲ୍ ଗଲେ – ଆଉ ତାକୁ ଆପଣେଇବାକୁ ଆଗଭର ହୁଏ ନାହିଁ ।

ପ୍ରରୋଚିତ

ଅଭିଜ୍ଞତାରୁ ଦେଖାଯାଇଛି କିଛି ମହିଳାମାନେ ନବୁଝି ନଶୁଝି ହଠାତ୍ ୟା ତା କଥାରେ ପ୍ରରୋଚିତ ହୋଇ ସ୍ଵାମୀ ଓ ତାଙ୍କ ପରିବାର ଲୋକଙ୍କୁ ଜେଲ୍ ରେ ଭରି ଦେବାକୁ ଆଗେଇ ଆସନ୍ତି । ଏହା ଦ୍ଵାରା ତାଙ୍କୁ ସାମୟିକ ଆନନ୍ଦ ମିଳିପାରେ । ମାତ୍ର ସମୟ ଅତିବାହିତ ହେବା ସାଙ୍ଗେ ସାଙ୍ଗେ ସେହି ସ୍ତ୍ରୀ ଲୋକମାନେ ପୁଣି ସ୍ଵାମୀଙ୍କ ସହିତ ରହିବା ପାଇଁ ଜିଦ୍ ଧରିବସନ୍ତି । ମାତ୍ର ସେତେବେଳେ ସବୁ କଥା ସରି ସାରିଥାଏ । ଆପଣା ହସ୍ତେ ଜିହ୍ଵା ଛେଦନ ସରି ସାରିଥାଏ । ଏପରି ନ କରି ଯଦି ସ୍ତ୍ରୀମାନେ (କ) ଠାରୁ (ଜ) ବର୍ଣ୍ଣିତ ଉପାୟରୁ କୌଣସି ଗୋଟିଏ ପ୍ରଥମେ ଅବଲମ୍ବନ କରନ୍ତି ଓ ସେଥିରେ କୃତକାର୍ଯ୍ୟ ନ ହେଲେ ସବା ଶେଷରେ (ଝ) ବର୍ଣ୍ଣିତ ଉପାୟ ଅବଲମ୍ବନ କରନ୍ତେ, ତେବେ ତାହା ସେମାନଙ୍କ ପାଇଁ ବିଶେଷ ମଙ୍ଗଳକର ହୁଅନ୍ତା ।

ଅଭିଜ୍ଞତା

ଅଭିଜ୍ଞତାରୁ ଜାଣି ଅଛୁ ଯେ ବହୁ କନ୍ୟା ପିତା ତଥା କନ୍ୟାମାନେ ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି ଯେ ତାଙ୍କୁ ଉପରୋକ୍ତ (କ)ଠାରୁ(ଜ) ବର୍ଣ୍ଣିତ ଉପାୟମାନ ଜଣା ନଥିଲା । ସେମାନେ ନବୁଝି ନଶୁଝି ହଠାତ୍ ଥାନାକୁ ଧାଇଁଯିବା ଦ୍ଵାରା ମସ୍ତବଡ ଭୁଲ୍ ଟାଏ ହୋଇଯାଇଅଛି । ଏହା ସ୍ଵୀକାର କଲାବେଳକୁ ନେଡିଗୁଡ କହୁଣୀକୁ ଗଡି ସାରିଥାଏ ।

ଲୋକଙ୍କର କହିବା କଥା ହେଉଛି ଯେ ଉପରୋକ୍ତ (ଛ)ଓ(ଜ) ବର୍ଣ୍ଣିତ ଉପାୟମାନ ସର୍ବୋକୃଷ୍ଟ ଉପାୟ ଅଟେ । ନିରନ୍ତର ଲୋକ ଅଦାଲତରେ କେଶ୍ ଟି ସମାଧାନ ନ ହେଲେ, ତାହା କୋର୍ଟରେ ବିଚାର ହୋଇ ସମାପ୍ତ ହେବ । ଏଣୁ ଏହି ଉପାୟ ଅବଲମ୍ବନ କରାଯାଇପାରେ ଅଥବା ମହିଳା କମିଶନଙ୍କୁ ଲେଖାଯାଇପାରେ । ଏହି ଉପାୟମାନ ବିଫଳ ହେଲେ ପରିଶେଷରେ ଥାନାକୁ ଯିବା କଥା ବିଚାର କଲେ ଭଲ ହେବ । ନବୁଝି ନ ଶୁଝି ସାମୟିକ ବିଜୟ ଲାଭ ହେଲା ବୋଲି ଭାବି ଥାନାରେ କେଶ୍ ଟା କରିଦେଲେ ଆଉ ଯେତେ ଚେଷ୍ଟା କଲେ ମଧ୍ୟ ପୁର୍ନମିଳନ ପ୍ରାୟ ଅସମ୍ଭବ ଅଟେ ।

ଆଧାର - ଓଡିଶା ଆଇନ ସମୀକ୍ଷା

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate