অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବାହ ଆଇନ୍ (ସଂଶୋଧନ) ଆଇନ୍, ୨୦୦୩

ବିଶେଷ   ବିବାହ  ଆଇନ୍ , ୧୯୫୪ ଏବଂ  ହିନ୍ଦୁ  ବିବାହ  ଆଇନ୍, ୧୯୫୫କୁ  ଅଧିକ  ସଂଶୋଧନ  କରିବା  ନିମନ୍ତେ, ଏକ  ଆଇନ୍  । ଭାରତୀୟ  ଗଣତନ୍ତ୍ରର  ଚଉବନତମ  ବାର୍ଷିକୀରେ  ପାର୍ଲାମେଣ୍ଟ  ଦ୍ଵାରା, ନିମ୍ନଭାବେ   ଆଇନ୍ ରେ   ପରିଣତ  ହେଲା : -

ଉଦ୍ଦେଶ୍ୟ  ଏବଂ  କାରଣର  ବିବରଣୀ

ବିଶେଷ  ବିବାହ  ଆଇନ୍ , ୧୯୫୪  ଏବଂ  ହିନ୍ଦୁ  ବିବାହ  ଆଇନ୍ , ୧୯୫୫ ବ୍ୟବସ୍ଥାୟୀତ  କରେ ଯେ , ଏହି  ଆଇନ୍ ଗୁଡିକର   ବ୍ୟବସ୍ଥାବଳୀ  ଅନୁଯାୟୀ , ନିଦାନ  ନିମନ୍ତେ  ଏକ  ଆବେଦନପତ୍ର  ଜିଲ୍ଲା – ନ୍ୟାୟାଳୟରେ  ଉପସ୍ଥାପନ  କରାଯିବ , ଯାହାଙ୍କର  ମୂଳ  ଦେୱାନୀ – କର୍ତ୍ତୃତ୍ଵାଧିନ  ଅଞ୍ଚଳ  ମଧ୍ୟରେ  ଏପରି  ବିବାହ  ସଂପାଦିତ  ହୋଇଥିଲା  କିମ୍ବା  ପ୍ରତିବାଦୀ , ଏପରି  ଆବେଦନପତ୍ର  ଉପସ୍ଥାପନ  ସମୟରେ  ବାସ  କରୁଥିଲା ,  କିମ୍ବା  ବିବାହର  ପକ୍ଷମାନେ  ଶେଷ  ଥର  ନିମନ୍ତେ  ଏକତ୍ରୀତ  ଭାବେ  ବାସ  କରୁଥିଲେ  କିମ୍ବା  ବିବାହର  ପକ୍ଷମାନେ  ଶେଷ  ଥର  ନିମନ୍ତେ  ଏକତ୍ରୀତ  ଭାବେ  ବାସ  କରୁଥିଲେ  କିମ୍ବା  ଆବେଦନକାରୀ   ସେହି  ଅଞ୍ଚଳ  ବାହାରେ   ବାସ   କରୁଥିଲେ , ଯେଉଁଥିପ୍ରତି   ଏହି  ଆଇନ୍ ଗୁଡିକ  ପରିବର୍ଦ୍ଧିତ  ଥିଲା କିମ୍ବା  ସେହିମାନଙ୍କ  ଦ୍ଵାରା  ସାତବର୍ଷ  ପର୍ଯ୍ୟନ୍ତ  ଜୀବିତ ବୋଲି  ଶୁଣା  ଯାଇନଥିଲା , ଯାହେଉନା  କାହିଁକି , ସେହି  ସମସ୍ତ  ବ୍ୟବସ୍ଥାବଳୀ  ଯଥେଷ୍ଟ   ବୋଲି  ବିବେଚନା  କରାଯାଇନଥିଲା , ଯେତେଦୂର  ପର୍ଯ୍ୟନ୍ତ   ମହିଳାମାନେ  ସଂପୃକ୍ତ  ଅଟନ୍ତି  । ବିଦ୍ୟମାନ  ବ୍ୟବସ୍ଥାବଳୀ  ଅନୁଯାୟୀ , ବ୍ୟାଥିତା  ସ୍ତ୍ରୀ  ଦ୍ଵାରା , ଜିଲ୍ଲା – ନ୍ୟାୟାଳୟରେ  ଏକ  ଆବେଦନପତ୍ର   ଦାଖଲ  କରାଯାଇପାରିବ  ନାହିଁ , ଯାହାଙ୍କର   ସାଧାରଣ  କର୍ତ୍ତୃତ୍ଵ  ସ୍ଥାନୀୟ  ସୀମା  ମଧ୍ୟରେ  ସେ  ବାସ  କରିପାରିଥାଏ  । ସେହି  ଦୃଷ୍ଟିରୁ , ଏହି  ଆଇନ୍ ଗୁଡିକର  ବ୍ୟବସ୍ଥାବଳୀକୁ  ସଂଶୋଧନ   କରିବା  ନିମନ୍ତେ  ସରକାର  ସ୍ଥିର   କରିଛନ୍ତି , ଯାହା  ଫଳରେ ସ୍ତ୍ରୀ ମଧ୍ୟ  ଜିଲ୍ଲା – ନ୍ୟାୟାଳୟରେ  ଆବେଦନପତ୍ର  ଦାଖଲ   କରିପାରିବ , ଯାହାଙ୍କର  ସ୍ଥାନୀୟ କର୍ତ୍ତୃତ୍ଵାଧିନ  ଅଞ୍ଚଳ  ମଧ୍ୟରେ , ସେ ବାସ  କରିପାରିଥାଏ  । ବିଶେଷ  ବିବାହ  ଆଇନ୍ , ୧୯୫୪ ଏବଂ  ହିନ୍ଦୁ  ବିବାହ  ଆଇନ୍, ୧୯୫୫ର  ଦଫା  ୩୧ ଏବଂ  ୧୯କୁ  ଯଥାକ୍ରମେ  ସଂଶୋଧନ   କରିବା  ପ୍ରସ୍ତାବ , ଭାରତର  ଆଇନ୍  କମିଶନ୍  ଏବଂ  ମହିଳାଙ୍କ   ନିମନ୍ତେ  ଜାତୀୟ  କମିଶନର  ସୁପାରିସ୍  ଉପରେ  ପର୍ଯ୍ୟବେସିତ  ଅଟେ  ।

  1. ତିରିଶ  ଦିନ  ପରିବର୍ତ୍ତେ , ନବେଦିନ  ସମୟ  ମଧ୍ୟରେ , ବୈବାହିକ   ମୋକଦ୍ଦମାର  ପକ୍ଷମାନେ  ଅପିଲ୍  ଦାଏର   କରିବାକୁ   ବ୍ୟବସ୍ଥାୟୀତ  କରିବା  ନିମନ୍ତେ , ବିଶେଷ   ବିବାହ  ଆଇନ୍ , ୧୯୫୪ର  ଦଫା  ୩୯ ଏବଂ  ହିନ୍ଦୁ  ବିବାହ ଆଇନ୍ , ୧୯୫୫ର   ଦଫା  ୨୮କୁ   ସଂଶୋଧନ  କରିବା  ନିମନ୍ତେ  ମଧ୍ୟ  ସରକାର  ସ୍ଥିର  କରିଛନ୍ତି  । ଅଧୁନା , ଉଚ୍ଚତମ  ନ୍ୟାୟାଳୟଙ୍କ  ଦ୍ଵାରା  ଏକ  ରାଏରେ  କରାଯାଇଥିବା  ଉଲ୍ଲେଖ  ଉପରେ , ଏହି  ସଂଶୋଧନ  ପର୍ଯ୍ୟବେସିତ  ଅଟେ  । ଏହି  ବ୍ୟବସ୍ଥାବଳୀ  ପ୍ରତି  ସଂଶୋଧନ  ପ୍ରସ୍ତାବିତ , ଯାହାଫଳରେ  ଅସାଧୁ  ନାମଲାଖୋର   ଦମ୍ପତିମାନେ , ବିବାହକୁ  ଭଙ୍ଗ  କରିବା   ନିମନ୍ତେ , ଆଇନ୍ ରେ   ବ୍ୟବସ୍ଥାୟୀତ   ଅଯଥେଷ୍ଟ   ସମୟର  ସୁଯୋଗ  ଗ୍ରହଣ   କରିବା ନିମନ୍ତେ   ସୁବିଧାୟୀତ   ହେବେ  ନାହିଁ   ।
  2. ଉପରୋକ୍ତ  ଉଦ୍ଦେଶ୍ୟ  ହାସଲ   କରିବା  ନିମନ୍ତେ ,  ଏହି  ବିଲ୍ ଉଦ୍ଦେଶିତ  ଅଟେ  ।

ସଂକ୍ଷିପ୍ତ  ଆଖ୍ୟା

ଏହି  ଆଇନ୍ କୁ ବିବାହ  ଆଇନ୍ (ସଂଶୋଧନ) ଆଇନ୍ , ୨୦୦୩  ବୋଲି  କୁହାଯିବ  ।

ବିଶେଷ  ବିବାହ  ଆଇନ୍ , ୧୯୫୪ ପ୍ରତି  ସଂଶୋଧନ

ଦଫା  ୩୧ର  ସଂଶୋଧନ

ବିଶେଷ  ବିବାହ  ଆଇନ୍, ୧୯୫୪ (୪୩/୧୯୫୪), (ଏତତ୍ ପରେ, ବିଶେଷ  ବିବାହ  ଆଇନ୍  ଭାବେ   ଉଲ୍ଲେଖିତ)ରେ, ଦଫା  ୩୧ର   ଉପ – ଦଫା (୧)ରେ , ଧାରା (୩) ପରେ , ନିମ୍ନଲିଖିତ  ଧାରାକୁ  ସଂଯୋଗ  କରାଯିବ , ଯଥା : -

“(୩ - କ) – ଯଦି  ସ୍ତ୍ରୀ  ଆବେଦନକାରୀ  ହୋଇଥାଏ ; ସେ  କେଉଁଠାରେ , ଏପରି  ଆବେଦନପତ୍ରର   ଉପସ୍ଥାପନ   ତାରିଖରେ  ବାସ  କରୁଥିଲା ; କିମ୍ବା ”

ଦଫା ୩୯ର  ସଂଶୋଧନ

ବିଶେଷ  ବିବାହ  ଆଇନ୍ ର  ଦଫା ୩୯ରେ , ଉପ – ଦଫା (୪) ରେ , ଶବ୍ଦାବଳୀ ‘ ତିରିଶଦିନ ସମୟ’  ନିମନ୍ତେ , ଶବ୍ଦାବଳୀ  ‘ ନବେଦିନ ’ ସମୟକୁ  ପରିବର୍ତ୍ତନ  କରାଯିବ  ।

ହିନ୍ଦୁ  ବିବାହ  ଆଇନ୍ , ୧୯୫୫ ପ୍ରତି  ସଂଶୋଧନ

ଦଫା  ୧୯ର  ସଂଶୋଧନ

ହିନ୍ଦୁ  ବିବାହ  ଆଇନ୍ , ୧୯୫୫ (୨୫/୧୯୫୫) (ଏତତ୍ ପରେ , ହିନ୍ଦୁ  ବିବାହ  ଆଇନ୍ ଭାବେ  ଉଲ୍ଲେଖିତ) ରେ , ଦଫା  ୧୯ର , ଉପ – ଦଫା (୧) ରେ , ଧାରା  (୩) ପରେ , ନିମ୍ନଲିଖିତ ଧାରାକୁ  ସଂଯୋଗ   କରାଯିବ , ଯଥା : -

“(୩ - କ) ଯଦି ‘ସ୍ତ୍ରୀ’  ଆବେଦନକାରୀ  ହୋଇଥାଏ , ସେ , ଆବେଦନପତ୍ରର   ଉପସ୍ଥାପନା  ତାରିଖରେ  କେଉଁଠାରେ   ବାସ   କରୁଥିଲା,”  କିମ୍ବା

ଦଫା ୨୮ର  ସଂଶୋଧନ

ହିନ୍ଦୁ  ବିବାହ  ଆଇନ୍ ର ଦଫା ୨୮ର , ଉପ – ଦଫା (୪)ରେ , ଶବ୍ଦାବଳୀ  ‘ତିରିଶଦିନ  ସମୟ ’ ନିମନ୍ତେ  ଶବ୍ଦାବଳୀ‘ନବେଦିନ  ସମୟ’କୁ  ପରିବର୍ତ୍ତନ  କରାଯିବ  ।

ବିବିଧା

ଅସ୍ଥାୟୀ  ବ୍ୟବସ୍ଥା

ବିଶେଷ  ବିବାହ ଆଇନ୍  କିମ୍ବା  ହିନ୍ଦୁ  ବିବାହ  ଆଇନ୍  ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନରେ , ନ୍ୟାୟାଳୟ  ଦ୍ଵାରା  ପ୍ରଦାନ   କରାଯାଇଥିବା  ସମସ୍ତ ଡିକ୍ରୀ  ଏବଂ  ଆଦେଶ, ଦଫା  ୩ କିମ୍ବା  ଦଫା ୫ରେ  ଧାରୀତ  ବ୍ୟବସ୍ଥାବଳୀ   ଅନୁଯାୟୀ  ପରିଚାଳିତ  ହେବ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ, ଯେପରିକି  ଏହି  ଆଇନ୍, ମୋକଦ୍ଦମା  ଅନୁଷ୍ଠିତ  ସମୟରେ  କାର୍ଯ୍ୟକାରୀ  ହୋଇଥିଲା;

ଉଲ୍ଲେଖଥାଉ ଯେ , ଏହି  ଦଫାରେ  କୌଣସି  ବ୍ୟବସ୍ଥା, କୌଣସି  ଡିକ୍ରୀ  କିମ୍ବା  ଆଦେଶ  ପ୍ରତି  ପ୍ରୟୋଗ  ହେବ  ନାହିଁ , ଯେଉଁଥିରେ  ଏହି  ଆଇନ୍ର   ପ୍ରଚଳନ  ସମୟରେ  ବିଶେଷ  ବିବାହ  ଆଇନ୍  କିମ୍ବା  ହିନ୍ଦୁ  ବିବାହ  ଆଇନ୍ ଅନୁଯାୟୀ  ଅପିଲ୍  କରିବା  ନିମନ୍ତେ  ସମୟ  ଅତିବାହିତ  ହୋଇଥାଏ  ।

ଆଧାର – ଲ ହାଉସ

Last Modified : 7/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate