অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶେଷ ବିବାହ ଆଇନ,୧୯୫୪ (କର୍ତ୍ତୃତ୍ଵ ଏବଂ ପଦ୍ଧତି)

ବିଶେଷ ବିବାହ ଆଇନ,୧୯୫୪ (କର୍ତ୍ତୃତ୍ଵ ଏବଂ ପଦ୍ଧତି)

କେଉଁ  ନ୍ୟାୟାଳୟ  ପ୍ରତି  ଆବେଦନପତ୍ର  ପ୍ରଦାନ  କରାଯିବ

  1. ଅଧ୍ୟାୟ ୫ କିମ୍ବା  ୬ ଅନୁଯାୟୀ  ପ୍ରତ୍ୟକ  ଆବେଦନପତ୍ର , ଜିଲ୍ଲା  ନ୍ୟାୟାଳୟରେ  ଉପସ୍ଥାପନ  କରାଯିବ, ଯାହାଙ୍କର  ସ୍ଥାନୀୟ  ମୂଳ  ଦେୱାନୀ   କର୍ତ୍ତୃତ୍ଵାଧିନ  ସୀମା   ମଧ୍ୟରେ : -
  2. ବିବାହ  ସଂପାଦିତ  ହୋଇଥିଲା ; କିମ୍ବା
  3. ଆବେଦନ  ପତ୍ର  ଉପସ୍ଥାପନ  କରିବା  ସମୟରେ , ପ୍ରତିବାଦୀ  ବାସ  କରୁଥିଲା ; କିମ୍ବା
  4. ବିବାହ  ପ୍ରତି  ପକ୍ଷମାନେ  ଏକତ୍ରୀତଭାବେ  ଶେଷଥର  ନିମନ୍ତେ  ବାସ  କରୁଥିଲେ ; କିମ୍ବା
    • ଯଦି  ସ୍ତ୍ରୀ  ଆବେଦନକାରୀ  ହୋଇଥାଏ , ଆବେଦନପତ୍ରର  ଉପସ୍ଥାପନା   ତାରିଖରେ  ସେ କେଉଁଠାରେ   ବାସ  କରୁଥିଲା ; କିମ୍ବା  ;
  5. ଆବେଦନକାରୀ, ଆବେଦନପତ୍ରର   ଉପସ୍ଥାପନା  ସମୟରେ  ବାସ   କରୁଥିଲା ; ଯଦି  ଯେଉଁ  ସ୍ଥଳରେ  ପ୍ରତିବାଦୀ   ସେହି  ସମୟରେ , ସେହି  ଅଞ୍ଚଳ  ବାହାରେ  ବାସ  କରୁଥାଏ , ଯେଉଁଥି  ପ୍ରତି  ଏହି  ଆଇନ୍  ପରିବର୍ଦ୍ଧିତ  ଅଟେ , କିମ୍ବା  ସେହିମାନଙ୍କ  ଦ୍ଵାରା  ସାତବର୍ଷ  ପର୍ଯ୍ୟନ୍ତ   ଜୀବିତ  ବୋଲି  ଶୁଣାଯାଇନଥାଏ , ଯେଉଁମାନେ  କି  ତାଙ୍କ  ବିଷୟରେ  ସାଧାରଣତଃ  ଶୁଣି  ଥାଆନ୍ତେ , ଯଦି ସେ  ଜୀବିତ  ଥାଆନ୍ତା  । ]
  6. ଉପ – ଦଫା (୧) ଅନୁଯାୟୀ , ନ୍ୟାୟାଳୟ  ଦ୍ଵାରା  ପରିଚାଳନୀୟ  କୌଣସି  କର୍ତ୍ତୃତ୍ଵ  ପ୍ରତି  କୌଣସି କ୍ଷତି  ନଘଟାଇ, ଜିଲ୍ଲା  ନ୍ୟାୟାଳୟ , ଏହି  ଉପ – ଦଫା  ବଳରେ  ସେହି  ଅଞ୍ଚଳରେ   ବାସ  କରିଥିବା  କୌଣସି  ସ୍ତ୍ରୀଦ୍ଵାରା  କୌଣସି   ଆବେଦନପତ୍ରକୁ  ଗ୍ରହଣକରିପାରନ୍ତି , ଯେଉଁଥି  ପ୍ରତି  ବିବାହର   ନାକଚୀକରଣ   କିମ୍ବା  ଛାଡପତ୍ର  ନିମନ୍ତେ , ଏହି  ଆଇନ୍  ପରିବର୍ଦ୍ଧିତ  ଅଟେ , ଯଦି  ସେ (ଉକ୍ତ  ମହିଳା) ଉକ୍ତ  ଅଞ୍ଚଳରେ  ବାସ   କରୁଥାଏ  ଏବଂ   ଏପରି  ଆବେଦନପତ୍ରର   ଉପସ୍ଥାପନାର  ଠିକ୍  ପୂର୍ବରୁ  ସେଠାରେ   ତିନିବର୍ଷ  ସମୟ  ପର୍ଯ୍ୟନ୍ତ   ସାଧାରଣଭାବେ  ବାସ  କରୁଥାଏ, ଏବଂ  ସ୍ଵାମୀ , ଉକ୍ତ  ଅଞ୍ଚଳର  ବାସିନ୍ଦା  ହୋଇନଥାଏ ।

ଆବେଦନ  ପତ୍ରର  ବିଷୟବସ୍ତୁ  ଏବଂ ଦୃଢୀକରଣ

  1. ଅଧ୍ୟାୟ  ୫ ଏବଂ  ୬ ଅନୁଯାୟୀ  ପ୍ରତ୍ୟକ୍  ଆବେଦନପତ୍ର , ଯେତେଦୂର  ପର୍ଯ୍ୟନ୍ତ  ମୋକଦ୍ଦମାର  ପ୍ରକୃତି   ଅନୁମୋଦନ  କରେ, ସେହି  ସମସ୍ତ  ବିଷୟକୁ  ସ୍ପଷ୍ଟଭାବେ , ଯାହା  ଉପରେ  ପ୍ରତି  ଦାବୀ  ପର୍ଯ୍ୟବେସିତ  ଅଟେ ଏବଂ  ଆହୁରି  ଉଲ୍ଲେଖ  କରିବ  ଯେ, ବିବାହ  ପ୍ରତି, ଆବେଦନକାରୀ   ଆଏବ୍ମ  ଅନ୍ୟ ପକ୍ଷଙ୍କ   ମଧ୍ୟରେ  କୌଣସି  ଚକ୍ରାନ୍ତ  ଘଟି  ନାହିଁ   ।
  2. ଏପରି  ପ୍ରତ୍ୟକ  ଆବେଦନପତ୍ରରେ  ଧାରୀତ  ବିବରଣୀ , ଅର୍ଜିର  ଯାଞ୍ଚ  କିମ୍ବା   ଦୃଢୀକରଣ  ନିମନ୍ତେ  ଆଇନ୍  ଦ୍ଵାରା  ଆବଶ୍ୟକ  ପଦ୍ଧତିରେ , ଆବେଦନକାରୀ  କିମ୍ବା  ଅନ୍ୟ  କୌଣସି  ଦକ୍ଷ  ବ୍ୟକ୍ତି  ଦ୍ଵାରା  ଆବଶ୍ୟକ   ପଦ୍ଧତିରେ , ଆବେଦନକାରୀ  କିମ୍ବା  ଅନ୍ୟ  କୌଣସି  ଦକ୍ଷ  ବ୍ୟକ୍ତି  ଦ୍ଵାରା  ଦୃଢୀକରଣ   କରାଯିବ  ଏବଂ  ଶୁଣାଣୀ  ସମୟରେ , ସାକ୍ଷଭାବେ   ଉଲ୍ଲେଖ  କରାଯାଇପାରେ  ।

କାର୍ଯ୍ୟାନୁଷ୍ଠାନ, ଆବଦ୍ଧ  ପ୍ରକୋଷ୍ଠ  ମଧ୍ୟରେ  ହେବ  ଏବଂ  ତାହା  ମୁଦ୍ରଣ  କିମ୍ବା  ପ୍ରକାଶନ  କରାନଯାଇପାରେ

  1. ଏହି  ଆଇନ୍  ଅନୁଯାୟୀ  ପ୍ରତ୍ୟକ  କାର୍ଯ୍ୟାନୁଷ୍ଠାନକୁ  ଆବଦ୍ଧ  ପ୍ରକୋଷ୍ଠ  ମଧ୍ୟରେ  ପରିଚାଳନା  କରାଯିବ,  ଏବଂ  ନ୍ୟାୟାଳୟଙ୍କ  ପୂର୍ବ  ଅନୁମତି  ସହିତ, ଉଚ୍ଚନ୍ୟାୟାଳୟ   କିମ୍ବା  ଉଚ୍ଚତମ  ନ୍ୟାୟାଳୟଙ୍କ  ରାଏ  ବ୍ୟତୀତ  ଏପରି  କୌଣସି  କାର୍ଯ୍ୟାନୁଷ୍ଠାନ  ସଂବନ୍ଧରେ  କୌଣସି  ବିଷୟ  ମୁଦ୍ରଣ  କରିବା  କିମ୍ବା  ପ୍ରକାଶନ   କରିବା, କୌଣସି  ବ୍ୟକ୍ତି  ପକ୍ଷରେ  ଆଇନ୍ ସମ୍ମତ   ହେବ  ନାହିଁ   ।
  2. ଯଦି  କୌଣସି  ବ୍ୟକ୍ତି, ଉପ – ଦଫା  (୧) ରେ  ଧାରୀତ  ବ୍ୟବସ୍ଥାର  ଉଲ୍ଲଘଂନରେ, ଏପରି  କୌଣସି  ବିଷୟକୁ  ମୁଦ୍ରଣ  କରନ୍ତି, ତାହେଲେ  ତାଙ୍କୁ   ଜୋରିମାନାରେ   ଦଣ୍ଡୀତ  କରାଯିବ, ଯାହାକି  ଏକହଜାର  ଟଙ୍କାକୁ  ପରିବର୍ଦ୍ଧନ   କରାଯାଇପାରେ।]

ଡିକ୍ରୀ ମଞ୍ଜୁର  କରିବାରେ, ନ୍ୟାୟାଳୟଙ୍କ  କର୍ତ୍ତବ୍ୟ

  1. ଅଧ୍ୟାୟ – ୫ କିମ୍ବା  ଅଧ୍ୟାୟ – ୬ ଅନୁଯାୟୀ କୌଣସି  କାର୍ଯ୍ୟାନୁଷ୍ଠାନରେ , ତାହା  ପ୍ରତିରକ୍ଷିତ ହୋଇଥାଉ କିମ୍ବା  ନାହିଁ  ଯଦି  ନ୍ୟାୟାଳୟ  ସନ୍ତୁଷ୍ଟ  ହୁଅନ୍ତି ଯେ: -
    • ନିଦାନ  ମଞ୍ଜୁର  କରିବା  ନିମନ୍ତେ  କୌଣସି   କାରଣ  ସ୍ଥିତ  ଅଟେ ; ଏବଂ
    • [ ଯେଉଁ  ସ୍ଥଳରେ  ଏପରି  ଆବେଦନପତ୍ର , ଦଫା ୨୭ର  ଉପ – ଦଫା (୧)ର  ଧାରା  (କ)ରେ  ଧାର୍ଯ୍ୟକରଣ   ଉପରେ   ପର୍ଯ୍ୟବେସିତ  ହୋଇଥାଏ , ସେଥିରେ  ଉଲ୍ଲେଖିତ  ଯୌନସଂପର୍କ  କାରବାରରେ  ଆବେଦନକାରୀ  କୌଣସି  ପ୍ରକାର  ସଂପୃକ୍ତ  ନଥାଆନ୍ତି ] କିମ୍ବା  ଯେଉଁ  ସ୍ଥଳରେ  ଆବେଦନର  କାରଣ , ନିଷ୍ଠୁରତା  ହୋଇଥାଏ , ସେପରିସ୍ଥଳେ  ଆବେଦନକାରୀ , କୌଣସି  ପ୍ରକାର  ନିଷ୍ଠୁରତାକୁ  କ୍ଷମଣୀୟ   କରିନଥାଆନ୍ତି ; ଏବଂ
    • ଯେତେବେଳେ  ପାରସ୍ପରିକ  ସମ୍ମତି  କାରଣ  ଉପରେ , ଛାଡପତ୍ର  ଭିକ୍ଷା  କରାଯାଏ , ସେପରିସ୍ଥଳେ , ଏପରି  ସମ୍ମତି   କାରଣ  ଉପରେ , ଛାଡପତ୍ର ଭିକ୍ଷା  କରାଯାଏ , ସେପରିସ୍ଥଳେ , ଏପରି  ସମ୍ମତି  ବଳ , ଚଞ୍ଚକତା  କିମ୍ବା  ଅଯଥା ପ୍ରଭାବ  ଦ୍ଵାରା  ଗ୍ରହଣ   କରାଯାଇନଥିବ ; ଏବଂ
    • ଏପରି ଆବେଦନପତ୍ର , ପ୍ରତିବାଦୀଙ୍କ  ସହ  ଚକ୍ରାନ୍ତ  ଦ୍ଵାରା  ଉପସ୍ଥାପନ  କରାଯାଇନାହିଁ ; ଏବଂ
    • ଏପରି  କାର୍ଯ୍ୟାନୁଷ୍ଠାନ  ଅନୁଷ୍ଠିତ  କରିବାରେ   କୌଣସି  ଅଯଥା  କିମ୍ବା  ଅନୁପଯୁକ୍ତ  ବିଳମ୍ବ  ଘଟିନାହିଁ  ଏବଂ
    • କାହିଁକି  ଏପରି  ନିଦାନ  ମଞ୍ଜୁର  କରାଯିବ  ନାହିଁ , ସେଥି  ନିମନ୍ତେ  ଅନ୍ୟ  କୌଣସି   ଆଇନଗତ   କାରଣ  ନାହିଁ  ତାହେଲେ  ଏବଂ  ଏପରି  ମୋକଦ୍ଦମାରେ ; ମାତ୍ର  ଅନ୍ୟଥା  ନୁହେଁ , ନ୍ୟାୟାଳୟ  ଏପରି  ନିଦାନ  ସେହି  ଅନୁଯାୟୀ  ଡିକ୍ରୀ  କରିବେ  ।
  2. ଏହି  ଆଇନ୍  ଅନୁଯାୟୀ  କୌଣସି  ନିଦାନ  ମଞ୍ଜୁର  କରିବା  ନିମନ୍ତେ  ଅଗ୍ରସର  ହେବା  ପୂର୍ବରୁ , ପ୍ରତ୍ୟକ୍  ମୋକଦ୍ଦମାରେ, ପ୍ରଥମେ  ଏହା  ନ୍ୟାୟାଳୟଙ୍କର   କର୍ତ୍ତବ୍ୟ  ହେବ, ଯେଉଁ  ସ୍ଥଳରେ   ମୋକଦ୍ଦମାର  ପ୍ରକୃତି  ଏବଂ  ପରିସ୍ଥିତି   ସହ  ସମନ୍ଵୟ  ରକ୍ଷାକରି  ଏପରି  କରିବା  ସମ୍ଭବ, ପକ୍ଷମାନଙ୍କ   ମଧ୍ୟରେ  ଏକ  ମୀମାଂସା   ଆଣିବା   ନିମନ୍ତେ  ଚେଷ୍ଟା  କରିବା;

[ ଉଲ୍ଲେଖ ଥାଉ  ଯେ , ଏହି  ଉପ – ଦଫାରେ  ଧାରୀତ  କୌଣସି  ବ୍ୟବସ୍ଥା  କୌଣସି  କାର୍ଯ୍ୟାନୁଷ୍ଠାନ ପ୍ରତି  ପ୍ରୟୋଗ  ହେବ ନାହିଁ , ଯେଉଁଥିରେ  ଦଫା ୨୭ର  ଉପ – ଦଫା (୧)ର  ଧାରା (ଘ) , ଧାରା (ଙ) , ଧାରା (ଚ) , ଧାରା (ଛ) , ଏବଂ ଧାରା  (ଜ) ରେ  ଧାର୍ଯ୍ୟ  କୌଣସି  କାରଣ  ଉପରେ  ନିଦାନ  ଭିକ୍ଷା  କରାଯାଇଥାଏ  । ]

  • ଏପରି  ମୀମାଂସା  ଆଣିବାରେ  ନ୍ୟାୟାଳୟକୁ   ସାହାଯ୍ୟ  କରିବା  ନିମନ୍ତେ ; ନ୍ୟାୟାଳୟ , ଯଦି  ପକ୍ଷମାନେ  ସେପରି  ଇଚ୍ଛା  କରନ୍ତି  କିମ୍ବା  ଯଦି  ଏହା  ଉପଯୁକ୍ତ  ବୋଲି  ନ୍ୟାୟାଳୟ  ଚିନ୍ତା  କରନ୍ତି  ତାହେଲେ  କାର୍ଯ୍ୟାନୁଷ୍ଠାନକୁ  ପନ୍ଦର  ଦିନରୁ (ଅଧିକ ନୁହେଁ ) ସମୟ   ନିମନ୍ତେ  ମୁଲତବୀ  ରଖିବେ  ଏବଂ  ଏ ସଂବନ୍ଧରେ  ପକ୍ଷମାନଙ୍କ  ଦ୍ଵାରା  ନାମୀତ  କୌଣସି  ବ୍ୟକ୍ତିଙ୍କୁ  କିମ୍ବା  ନ୍ୟାୟାଳୟଙ୍କ  ଦ୍ଵାରା  ମନୋନୀତ  କୌଣସି  ବ୍ୟକ୍ତିଙ୍କୁ  ଉକ୍ତ  ବିଷୟ  ଉଲ୍ଲେଖ  କରିବେ , ଯଦି  ପକ୍ଷମାନେ  କୌଣସି  ବ୍ୟକ୍ତିଙ୍କୁ  ନାମୀତ  କରିବାରେ  ଅକୃତକାର୍ଯ୍ୟ  ହୁଅନ୍ତି  । ]  ଏବଂ  ନିର୍ଦ୍ଦେଶ  ଦେବେ  ଯେ , ନ୍ୟାୟାଳୟଙ୍କୁ  ଏହା  ସୂଚୀତ  କରିବେ  ଯେ ମୀମାଂସା  ହୋଇପାରିବ  କି ନାହିଁ  ଏବଂ  ନ୍ୟାୟାଳୟ  ଏପରି  କାର୍ଯ୍ୟାନୁଷ୍ଠାନ  ଫଇସଲା  କରିବାରେ , ଏପରି  ବିବରଣୀକୁ  ବିଚାର  କରିବେ  ।
  • ପ୍ରତ୍ୟକ  ମୋକଦ୍ଦମାରେ, ଯେଉଁ  ସ୍ଥଳରେ  କୌଣସି  ବିବାହ, ଛାଡପତ୍ରର  ଏକ  ଡିକ୍ରୀଦ୍ଵାରା  ଉଚ୍ଛେଦ  କରାଯାଇଥାଏ, ସେପରିସ୍ଥଳେ, ଏପରି  ଡିକ୍ରୀ  ମଞ୍ଜୁରକାରୀ  ନ୍ୟାୟାଳୟ , ପ୍ରତ୍ୟକ  ପକ୍ଷଙ୍କୁ   ମାଗଣାରେ, ଏହାର  ଏକ  ନକଲ  ପ୍ରଦାନ  କରିବେ  ।
  • ଛାଡପତ୍ର  ଏବଂ ଅନ୍ୟ  କାର୍ଯ୍ୟାନୁଷ୍ଠାନରେ, ପ୍ରତିବାଦୀ  ନିମନ୍ତେ  ନିଦାନ

    ଛାଡପତ୍ର  କିମ୍ବା  ବୈଚାରୀକ  ପୃଥକୀକରଣ  କିମ୍ବା  ଦାମ୍ପତ୍ୟ  ଅଧିକାରର  ପୁନଃ  ସ୍ଥାପନା  ନିମନ୍ତେ  କୌଣସି  କାର୍ଯ୍ୟାନୁଷ୍ଠାନରେ, ପ୍ରତିବାଦୀ, ଆବେଦନକାରୀର  ବ୍ୟଭିଚାର, ନିଷ୍ଠୁରତା  କିମ୍ବା  ପରିତ୍ୟାଗ  କାରଣ  ଉପରେ   ଭିକ୍ଷା  କରାଯାଇଥିବା  ନିଦାନକୁ  କେବଳ  ବିରୋଧ  କରିବ  ନାହିଁ; ମାତ୍ର  ଉକ୍ତ   କାରଣ  ଉପରେ, ଏହି  ଆଇନ୍  ଅନୁଯାୟୀ , କୌଣସି  ନିଦାନ  ନିମନ୍ତେ  ମଧ୍ୟ  ପ୍ରତି – ଦାବୀ  କରିବେ, ଏବଂ  ଯଦି  ଆବେଦନକାରୀଙ୍କର  ବ୍ୟଭିଚାର, ନିଷ୍ଠୁରତା  ଏବଂ  ପରିତ୍ୟାଗକୁ  ପ୍ରମାଣ  କରାଯାଏ , ସେପରିସ୍ଥଳେ  ନ୍ୟାୟାଳୟ  ଏହି  ଆଇନ୍ ଅନୁଯାୟୀ , ପ୍ରତିବାଦୀକୁ  କୌଣସି  ନିଦାନ ପ୍ରଦାନ  କରିପାରନ୍ତି , ଯେଉଁଥିପ୍ରତି  ସେ  କିମ୍ବା  (ଉକ୍ତ ମହିଳା) ହକ୍ ଦାର୍  ହୋଇଥାଆନ୍ତେ , ଯଦି  ସେ  କିମ୍ବା  ଉକ୍ତ  ମହିଳା, ଉକ୍ତ  କାରଣ  ଉପରେ, ଏପରି  ନିଦାନ  ନିମନ୍ତେ  ଏକ  ଆବେଦନପତ୍ର  ଉପସ୍ଥାପନ  କରିଥାଆନ୍ତେ ।

    ମୋକଦ୍ଦମାର  ସ୍ଥଗୀତାବସ୍ଥାରେ  ଭରଣପୋଷଣ

    ଯେଉଁ  ସ୍ଥଳରେ , ଅଧ୍ୟାୟ – ୫ କିମ୍ବା ଅଧ୍ୟାୟ – ୬ ଅନୁଯାୟୀ  କୌଣସି  ମୋକଦ୍ଦମାରେ , ଏହା  ଜିଲ୍ଲା  ନ୍ୟାୟାଳୟଙ୍କୁ  ପ୍ରତୀତ  ହୁଏ ଯେ , କାର୍ଯ୍ୟାନୁଷ୍ଠାନରେ  ଖର୍ଚ୍ଚ  ବହନ  କରିବା ଏବଂ  ନିଜର  ସମର୍ଥନ   ନିମନ୍ତେ , ସ୍ତ୍ରୀର   କୌଣସି  ଯଥେଷ୍ଟ  ଆୟ  ନାହିଁ , ସେପରିସ୍ଥଳେ  ସ୍ତ୍ରୀର  ଆବେଦନ  ପତ୍ର  ଉପରେ , ମୋକଦ୍ଦମାର  ଖର୍ଚ୍ଚ  ଏବଂ  ସାପ୍ତାହିକ  କିମ୍ବା  ମାସିକ  ଖର୍ଚ୍ଚ  ପ୍ରଦାନ  କରିବା  ନିମନ୍ତେ, ସ୍ଵାମୀଙ୍କୁ  ଆଦେଶ  ଦେଇପାରନ୍ତି  ଏବଂ  ଏପରି  କରିବା  ସମୟରେ  ସ୍ଵାମୀଙ୍କ ଆୟକୁ  ବିଚାରକରି , ନ୍ୟାୟାଳୟଙ୍କୁ  ଯେପରି  ଉଚିତ୍  ପ୍ରତୀତ   ହୁଏ  ।

    [ଉଲ୍ଲେଖଥାଉ ଯେ , ଅଧ୍ୟାୟ  ୫ କିମ୍ବା  ଅଧ୍ୟାୟ  ୬ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନରେ  ଖର୍ଚ୍ଚ  ଏବଂ  ଏପରି  ସାପ୍ତାହିକ  କିମ୍ବା  ମାସିକ  ଖର୍ଚ୍ଚ  ପ୍ରଦାନ  ନିମନ୍ତେ   ଆବେଦନପତ୍ର, ଯେତେଦୂର   ସମ୍ଭବ, ସ୍ଵାମୀଙ୍କ  ଉପରେ  ସୂଚନାଜାରୀ  ତାରିଖରୁ  ଷାଠିଏ   ଦିନ  ମଧ୍ୟରେ  ଫଇସଲା   କରାଯିବ   ।

    ସ୍ଥାୟୀ  ଖର୍ଚ୍ଚ ଏବଂ   ଭରଣପୋଷଣ

    1. ଅଧ୍ୟାୟ ୫ କିମ୍ବା  ଅଧ୍ୟାୟ ୬ ଅନୁଯାୟୀ  କର୍ତ୍ତୃତ୍ଵ  ପରିଚାଳନାରେ  କୌଣସି  ନ୍ୟାୟାଳୟ , କୌଣସି  ଡିକ୍ରୀ ମଞ୍ଜୁର  କରିବା  ସମୟରେ  କିମ୍ବା  ଡିକ୍ରୀ  ପରେ , ଉକ୍ତ  ଉଦ୍ଦେଶ୍ୟରେ  ପ୍ରଦାନ   କରାଯାଇଥିବା  ଆବେଦନ  ପତ୍ର  ଉପରେ , ଆଦେଶ  ଦେବେ ଯେ , ତା’ର  (ଉକ୍ତ ସ୍ତ୍ରୀ) ର  ଜୀବଦଶାକୁ  ଅତିକ୍ରମ  ନକରି  ଥିବା  ସମୟ  ନିମନ୍ତେ  ଏପରି  ମୋଟ୍  ଅର୍ଥରାଶି  କିମ୍ବା  ଏପରି  ମାସିକିଆ   କିମ୍ବା  ସାମୟୀକ  ଅର୍ଥ  ପ୍ରଦାନ  କରିବା  ନିମନ୍ତେ  ନିର୍ଦ୍ଦେଶ  ଦେବେ  କିମ୍ବା  ଆଦେଶ  ପ୍ରଦାନ  କରିବେ  ଏବଂ  ଯଦି  ଆବଶ୍ୟକ  ହୁଏ , ସ୍ଵାମୀଙ୍କ  ସମ୍ପତ୍ତି  ଉପରେ  ଏକ  ଭାର  ଧାର୍ଯ୍ୟ କରି , ସ୍ତ୍ରୀର  ସମର୍ଥନ ନିମନ୍ତେ  ଭରଣପୋଷଣ   ଆଦାୟ   କରିବେ , ଏବଂ  ଏପରି  କରିବା  ସମୟରେ , ଉକ୍ତ  ସ୍ତ୍ରୀର  ନିଜ  ସମ୍ପତ୍ତି , ଯଦି  କିଛିଥାଏ , ତାଙ୍କ  ସ୍ଵାମୀଙ୍କ  ସମ୍ପତ୍ତି  ଏବଂ  ଦାୟିତ୍ଵ , [ପକ୍ଷମାନଙ୍କର  କାର୍ଯ୍ୟକଳାପ  ଏବଂ  ମୋକଦ୍ଦମାର  ଅନ୍ୟାନ୍ୟ  ପରିସ୍ଥିତିକୁ ]  ବିଚାରକୁ  ନେବେ ; ଯେପରି  ନ୍ୟାୟାଳୟଙ୍କୁ  ଉଚିତ୍  ବୋଲି  ପ୍ରତୀତ   ହୁଏ   ।
    2. ଯଦି  ଜିଲ୍ଲା  ନ୍ୟାୟାଳୟ  ସନ୍ତୁଷ୍ଟ   ହୁଅନ୍ତି ଯେ , ଉପ – ଦଫା (୧) ଅନୁଯାୟୀ  କୌଣସି   ଆଦେଶ  ପ୍ରଦାନ  କରିବା  ପରେ , ଯେ କୌଣସି  ସମୟରେ  କୌଣସି  ପକ୍ଷର  ପରିସ୍ଥିତିରେ  ପରିବର୍ତ୍ତନ   ଘଟିଛି ; ତାହେଲେ  ସେ  ଯେକୌଣସି  ପକ୍ଷର  ଅନୁରୋଧରେ , ଏପରି  ଆଦେଶକୁ  ଏପରିଭାବେ  ପରିବର୍ତ୍ତନ , ସଂଶୋଧନ  କିମ୍ବା  ରଦ୍ଦ  କରିପାରନ୍ତି , ଯେପରି  ଉପଯୁକ୍ତ  କିମ୍ବା  ଯଥାଯଥ  ବୋଲି   ନ୍ୟାୟାଳୟଙ୍କୁ   ପ୍ରତୀତ  ହୁଏ  ।
    3. ଯଦି  ଜିଲ୍ଲା  ନ୍ୟାୟାଳୟ  ସନ୍ତୁଷ୍ଟ  ହୁଅନ୍ତି ଯେ , ସ୍ତ୍ରୀ , ଯାହାଙ୍କ  ସପକ୍ଷରେ  ଏହି  ଦଫା  ଅନୁଯାୟୀ  ଏକ  ଆଦେଶ  ପ୍ରଦାନ   କରାଯାଉଛି , ସେ  ପୁନଃ  ବିବାହ  କରିଛନ୍ତି କିମ୍ବା  ଏକ  ସତୀତ୍ଵ   ଜୀବନଯାପନ  କରୁନାହାଁନ୍ତି , [ ସେପରିସ୍ଥଳେ  ସେ  ସ୍ଵାମୀଙ୍କର  ଅନୁରୋଧରେ , ଏପରି  ଆଦେଶକୁ  ଏପରିଭାବେ  ପରିବର୍ତ୍ତନ , ସଂଶୋଧନ  କିମ୍ବା  ରଦ୍ଦ  କରିପାରନ୍ତି , ଯେପରି  ନ୍ୟାୟାଳୟ  ଉପଯୁକ୍ତ   ମନେ  କରନ୍ତି   ।

    ସନ୍ତାନମାନଙ୍କର  ଦାୟିତ୍ଵ

    ଅଧ୍ୟାୟ – ୫ କିମ୍ବା  ଅଧ୍ୟାୟ – ୬  ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନରେ , ଜିଲ୍ଲା – ନ୍ୟାୟାଳୟ  ସମୟାନୁକ୍ରମେ  ଏପରି  ମଧ୍ୟବର୍ତ୍ତୀକାଳୀନ  ଆଦେଶ  ଦେଇପାରନ୍ତି ଏବଂ  ଡିକ୍ରୀରେ  ଏପରି  ବ୍ୟବସ୍ଥା   କରିପାରନ୍ତି , ଯେପରି  ନାବାଳକ   ସନ୍ତାନମାଙ୍କ ତତ୍ତ୍ଵାବଧାନ,  ଭରଣପୋଷଣ  ଏବଂ  ଶିକ୍ଷା  ନିମନ୍ତେ  ଉପଯୁକ୍ତ  ବୋଲି  ସେ  ଉପଲବ୍ଧ  କରନ୍ତି  ଏବଂ  ଯେଉଁ  ସ୍ଥଳରେ   ସମ୍ଭବ, ସେମାନଙ୍କ  ଇଚ୍ଛା   ସହ  ସମନ୍ଵିତ   ହୋଇଥିବ  ଏବଂ  ଡିକ୍ରୀ  ପରେ , ଏହି  ଉଦ୍ଦେଶ୍ୟରେ  ଆବେଦନପତ୍ର  ଉପରେ; ଏପରି   ସନ୍ତାନମାନଙ୍କର  ତତ୍ତ୍ଵାବଧାନ, ଭରଣପୋଷଣ  ଏବଂ  ଶିକ୍ଷା  ସଂବନ୍ଧରେ  ଏପରି  ସମସ୍ତ  ଆଦେଶ  ଏବଂ  ବ୍ୟବସ୍ଥାବଳୀକୁ, ସମୟାନୁକ୍ରମେ, ପରିବର୍ତ୍ତନ  କରିପାରନ୍ତି, ଯେପରିକି  ଏପରି  ଡିକ୍ରୀ  କିମ୍ବା  ମଧ୍ୟବର୍ତ୍ତୀକାଳୀନ ଆଦେଶରେ   କରାଯାଇଥାଏ, ଯଦି  ଏପରି  ଡିକ୍ରୀ  ଗ୍ରହଣ   କରିବା   ନିମନ୍ତେ  କାର୍ଯ୍ୟାନୁଷ୍ଠାନ  ତଥାପି  ସ୍ଥଗିତ   ଥାଏ  ।

    [ଉଲ୍ଲେଖଥାଉ  ଯେ , ଅଧ୍ୟାୟ – ୫ କିମ୍ବା  ଅଧ୍ୟାୟ – ୬ ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ  ସମୟ  ମଶୟରେ  ନାବାଳକ  ସନ୍ତାନମାନଙ୍କର  ଭରଣପୋଷଣ  ଏବଂ  ଶିକ୍ଷା ସଂବନ୍ଧରେ  ଆବେଦନପତ୍ରକୁ , ଯେତେଦୂର  ସମ୍ଭବ , ପ୍ରତିବାଦୀଙ୍କ ଉପରେ  ସୂଚନା  ଜାରୀ  ତାରିଖରୁ , ଷାଠିଏ  ଦିନ  ମଧ୍ୟରେ  ଫଇସଲା  କରାଯିବ  ।

    ଡିକ୍ରୀ  ଏବଂ  ଆଦେଶରୁ  ଅପିଲ୍  ( ନିୟମ – ୩୯)

    1. ଅଧ୍ୟାୟ – ୫ କିମ୍ବା  ଅଧ୍ୟାୟ – ୬  ଅନୁଯାୟୀ , କୌଣସି  କାର୍ଯ୍ୟାନୁଷ୍ଠାନରେ , ନ୍ୟାୟାଳୟ  ଦ୍ଵାରା  ପ୍ରଦାନ  କରାଯାଇଥିବା  ସମସ୍ତ  ଡିକ୍ରୀ , ଉପ – ଦଫା (୩) ର ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ , ମୂଳ  ଦେୱାନୀ  କର୍ତ୍ତୃତ୍ଵର  ପରିଚାଳନାରେ , ନ୍ୟାୟାଳୟର  ଡିକ୍ରୀ  ଭାବେ , ଉପ – ଦଫା (୩) ଅନୁଯାୟୀ  ଅପିଲୀୟ  ହେବ  ଏବଂ  ଏପରି  ଅପିଲ୍ ସେହି   ନ୍ୟାୟାଳୟରେ   ଦାଏରନୀୟ  ହେବ , ଯେଉଁଥି ପ୍ରତି , ଏହାର  ମୂଳ  ଦେୱାନୀ  କର୍ତ୍ତୃତ୍ଵର  ପରିଚାଳନାରେ  ନ୍ୟାୟାଳୟ  ଦ୍ଵାରା  ପ୍ରଦାନ  କରାଯାଇଥିବା  ସିଦ୍ଧାନ୍ତରୁ , ସାଧାରଣତଃ  ଅପିଲ୍  ଦାଏର  କରାଯାଇଥାଏ  ।
    2. ଦଫା  ୩୭ କିମ୍ବା  ଦଫା  ୩୮ ଅନୁଯାୟୀ , ଏହି ଆଇନ୍  ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନରେ , ନ୍ୟାୟାଳୟ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଆଦେଶ , ଉପ – ଦଫା (୩) ର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ , ଅପିଲୀୟ ହେବ , ଯଦି  ସେଗୁଡିକ  ମଧ୍ୟବର୍ତ୍ତୀକାଳୀନ  ଆଦେଶ  ହୋଇନଥାଏ  ଏବଂ  ଏପରି  ପ୍ରତ୍ୟକ୍  ଅପିଲ୍  ସେହି  ନ୍ୟାୟାଳୟରେ  ଦାଏରନୀୟ  ହେବ , ଯେଉଁଠି  ସାଧାରଣତଃ  ଅପିଲଗୁଡିକ , ଏହାର  ମୂଳ  ଦେୱାନୀ  କର୍ତ୍ତୃତ୍ଵର   ପରିଚାଳନାରେ   ନ୍ୟାୟାଳୟ  ଦ୍ଵାରା  ପ୍ରଦାନ   କରାଯାଇଥିବା  ସିଦ୍ଧାନ୍ତରୁ   ସାଧାରଣତଃ   ଦାଏର  କରାଯାଇଥାଏ  ।
    3. କେବଳ  ମାତ୍ର  ଖର୍ଚ୍ଚର   ବିଷୟ  ଉପରେ , ଏହି  ଦଫା  ଅନୁଯାୟୀ , କୌଣସି   ଅପିଲ୍  ହେବ  ନାହିଁ   ।
    4. ଏହି  ଦଫା  ଅନୁଯାୟୀ ,  ପ୍ରତ୍ୟକ୍  ଅପିଲ୍ କୁ , ଡିକ୍ରୀ  କିମ୍ବା  ଆଦେଶ  ତାରିଖରୁ  [ନବେଦିନ  ସମୟ  ମଧ୍ୟରେ] ଦାଏର   କରାଯିବ   ।

    ଡିକ୍ରୀ  ଏବଂ  ଆଦେଶର   ବଳବତ୍ତର କରଣ ( ନିୟମ – ୩୯ (କ))

    ଅଧ୍ୟାୟ – ୫ କିମ୍ବା  ଅଧ୍ୟାୟ – ୬  ଅନୁଯାୟୀ , କୌଣସି  କାର୍ଯ୍ୟାନୁଷ୍ଠାନରେ , ନ୍ୟାୟାଳୟ  ଦ୍ଵାରା  ପ୍ରଦାନ   କରାଯାଇଥିବା  ସମସ୍ତ  ଡିକ୍ରୀ  ଏବଂ  ଆଦେଶକୁ  ସେହିପରି  ଭାବେ  ବଳବତ୍ତର   କରାଯିବ , ସେହି  ସମୟରେ , ଏହାର  ମୂଳ  ଦେୱାନୀ  କର୍ତ୍ତୃତ୍ଵର   ପରିଚାଳନାରେ , ନ୍ୟାୟଳୟ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଡିକ୍ରୀ  ଏବଂ   ଆଦେଶ  ଭାବେ   ବଳବତ୍ତର   କରାଯିବ  । ]

    ଆଇନ୍  ସଂଖ୍ୟା   ୫/୧୯୦୮ର  ପ୍ରୟୋଗ ( ନିୟମ ୪୦)

    ଏହି  ଆଇନ୍ ରେ  ଧାରୀତ  ଅନ୍ୟାନ୍ୟ  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ  ଏବଂ  ଏପରି  ନିଯମାବଳୀ  ପ୍ରତି , ଯେପରି  ଉଚ୍ଚ ନ୍ୟାୟାଳୟ  ଏ  ସଂବନ୍ଧରେ  ପ୍ରଣୟନ  କରିବେ , ଏହି  ଆଇନ୍ ଅନୁଯାୟୀ  ସମସ୍ତ  କାର୍ଯ୍ୟାନୁଷ୍ଠାନ , ଯେତେଦୂର   ସମ୍ଭବ ,  ଦେୱାନୀ  କାର୍ଯ୍ୟବିଧି  ସଂହିତା , ୧୯୦୮ (୫/୧୯୦୮) ଦ୍ଵାରା  ନିୟନ୍ତ୍ରିତ   ହେବ  ।

    କେତେକ   କ୍ଷେତ୍ରରେ , ଆବେଦନପତ୍ରରେ  ହସ୍ତାନ୍ତରଣ   ପ୍ରତି  କ୍ଷମତା  ( ନିୟମ ୪୦(କ))

    1. ଯେଉଁ  ସ୍ଥଳରେ : -
      • ଦଫା  ୨୩ ଅନୁଯାୟୀ , ବୈଚାରୀକ  ପୃଥକୀକରଣ  ନିମନ୍ତେ  କିମ୍ବା  ଦଫା  ୨୭ ଅନୁଯାୟୀ  ଛାଡପତ୍ରର  ଏକ  ଡିକ୍ରୀ  ନିମନ୍ତେ  ପ୍ରାର୍ଥନା  କରି , ବିବାହର   କୌଣସି  ପକ୍ଷଦ୍ୱାରା , କର୍ତ୍ତୃତ୍ଵ  ଥିବା  ଜିଲ୍ଲା  ନ୍ୟାୟାଳୟରେ, ଏହି  ଆଇନ୍  ଅନୁଯାୟୀ  ଏକ  ଆବେଦନପତ୍ର   ଉପସ୍ଥାପନ   କରାଯାଏ ; ଏବଂ
      • ସେହି  ଏକ  ରାଜ୍ୟରେ  କିମ୍ବା  ଅନ୍ୟ  ରାଜ୍ୟରେ , ସେହି  ଏକା  ଜିଲ୍ଲା – ନ୍ୟାୟାଳୟରେ  କିମ୍ବା  ଏକ  ପୃଥକ୍  ଜିଲ୍ଲା – ନ୍ୟାୟାଳୟରେ, ଯେ କୌଣସି  କାରଣ  ଉପରେ , ଦଫା ୨୩ ଅନୁଯାୟୀ , ବୈଚାରୀକ  ପୃଥକୀକରଣ  ନିମନ୍ତେ  ଏକ  ଡିକ୍ରୀ  ନିମନ୍ତେ  କିମ୍ବା  ଦଫା ୨୭ ଅନୁଯାୟୀ  ଏକ  ଛାଡପତ୍ର  ଡିକ୍ରୀ  ନିମନ୍ତେ  ପ୍ରାର୍ଥନାକରି , ବିବାହର  ଅନ୍ୟ  ପକ୍ଷ  ଦ୍ଵାରା, ତା  ପରେ , ଏହି ଆଇନ୍  ଅନୁଯାୟୀ  ଅନ୍ୟ  ଏକ  ଆବେଦନପତ୍ର   ଉପସ୍ଥାପନ   କରାଯାଏ ; ସେପରିସ୍ଥଳେ  ଏପରି  ଆବେଦନପତ୍ରକୁ , ଉପ – ଦଫା (୨)ରେ   ଧାର୍ଯ୍ୟ   ପଦ୍ଧତିରେ   ବିଚାର   କରାଯିବ   ।
    2. କୌଣସି  ମୋକଦ୍ଦମାରେ , ଯେଉଁ  ସ୍ଥଳରେ  ଉପ – ଦଫା (୧) ପ୍ରୟୋଗ  ହୁଏ : -
      • ଯଦି  ଆବେଦନପତ୍ରଗୁଡିକ , ସେହି  ଏକା  ଜିଲ୍ଲା – ନ୍ୟାୟାଳୟରେ  ଉପସ୍ଥାପନ  କରାଯାଏ , ସେପରିସ୍ଥଳେ  ଉଭୟ  ଆବେଦନପତ୍ରକୁ , ଉକ୍ତ  ଜିଲ୍ଲା ନ୍ୟାୟାଳୟ  ଦ୍ଵାରା  ଏକତ୍ରୀତ  ଭାବେ   ଶୁଣାଣୀ  ଏବଂ  ବିଚାର  କରାଯିବ  ।
      • ଯଦି  ଆବେଦନପତ୍ରଗୁଡିକ  ବିଭିନ୍ନ  ଜିଲ୍ଲା  ନ୍ୟାୟାଳୟରେ  ଉପସ୍ଥାପନ  କରାଯାଏ , ସେପରିସ୍ଥଳେ  ପରେ  ଉପସ୍ଥାପନ   କରାଯାଇଥିବା  ଆବେଦନପତ୍ର , ସେହି  ଜିଲ୍ଲା ନ୍ୟାୟାଳୟକୁ  ସ୍ଥାନାନ୍ତର  କରାଯିବ  ଯେଉଁଥିରେ   କିମ୍ବା  ଯେଉଁଠି  ପୂର୍ବ  ଆବେଦନପତ୍ର  ଉପସ୍ଥାପନ  କରାଯାଇଥିଲା  ଏବଂ  ଏପରି  ଉଭୟ  ଆବେଦନପତ୍ର  ଏକତ୍ରୀତଭାବେ  ଜିଲ୍ଲା  ନ୍ୟାୟାଳୟ  ଦ୍ଵାରା  ଶୁଣାଣୀ  କରାଯାଇ , ଫଇସଲା  କରାଯିବ, ଯେଉଁଠି  ପୂର୍ବ  ଆବେଦନପତ୍ର   ଉପସ୍ଥାପନ  କରାଯାଇଥିଲା   ।
    3. କୌଣସି  ମୋକଦ୍ଦମାରେ , ଯେଉଁ  ସ୍ଥଳରେ  ଉପ – ଦଫା (୨)ର  ଧାରା  (ଖ) ପ୍ରୟୋଗ  ହୁଏ , ସେପରିସ୍ଥଳେ   ନ୍ୟାୟାଳୟ  କିମ୍ବା  ସରକାର , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଯେକି  ଜିଲ୍ଲା  ନ୍ୟାୟାଳୟରୁ  କୌଣସି  ମୋକଦ୍ଦମା  କିମ୍ବା   କାର୍ଯ୍ୟାନୁଷ୍ଠାନକୁ  ହସ୍ତାନ୍ତରଣ  କରିବା  ନିମନ୍ତେ , ଦେୱାନୀ  କାର୍ଯ୍ୟବିଧି  ସଂହିତା , ୧୯୦୮ (୫/୧୯୦୮) ଅନୁଯାୟୀ   ଦକ୍ଷ  ଅଟନ୍ତି , ଯେଉଁଠି  ପୂର୍ବ  ଆବେଦନପତ୍ର   ସ୍ଥାଗୀତ  ଥାଏ  ତାହା , ଏପରି   ପରବର୍ତ୍ତୀ  ଆବେଦନପତ୍ର   ହସ୍ତାନ୍ତରଣ  କରିବା  ନିମନ୍ତେ   କ୍ଷମତା  ପରିଚାଳନା  କରିବେ ,  ଯେପରିକି  ଏହା , ଉକ୍ତ  ସଂହିତା  ଅନୁଯାୟୀ ଏପରି  କରିବା  ନିମନ୍ତେ , କ୍ଷମତାୟୀତ  ହୋଇଛନ୍ତି  ।

    ଏହି  ଆଇନ୍ ଅନୁଯାୟୀ , ଆବେଦନ ପତ୍ରର  ବିଚାର  ଏବଂ  ଫଇସଲା  ସଂବନ୍ଧରେ  ବିଶେଷ   ବ୍ୟବସ୍ଥା ( ନିୟମ ୪୦ (ଖ))

    1. ଏହି  ଆଇନ୍ ଅନୁଯାୟୀ, କୌଣସି   ଆବେଦନପତ୍ରର  ବିଚାର , ବିଚାର  ସଂବନ୍ଧରେ  ନ୍ୟାୟର  ସ୍ଵାର୍ଥ  ସହିତ  ଯେତେଦୂର  ସମ୍ଭବ  ସମନ୍ଵୟ  ରକ୍ଷାକରି, ଦୈନନ୍ଦିନ  ଭିତ୍ତିରେ  ଏହାର  ସମାପ୍ତି  ପର୍ଯ୍ୟନ୍ତ   ଚାଲିବ, ଯଦି  ନ୍ୟାୟାଳୟ , ଲିଖିତ  କାରଣ  ନିମନ୍ତେ  ପରବର୍ତ୍ତୀ  ଦିନକୁ  କିମ୍ବା  ପରବର୍ତ୍ତୀ  ଦିନ  ବାହାରେ , ଏହାର  ମୁଲତବୀକୁ  ଆବଶ୍ୟକ   ବୋଲି  ନ ଦେଖନ୍ତି   ।
    2. ଏହି  ଆଇନ୍  ଅନୁଯାୟୀ , ପ୍ରତ୍ୟକ  ଆବେଦନପତ୍ର  ଯେତେ  ଶୀଘ୍ର  ସମ୍ଭବ   ବିଚାର   କରାଯିବ  ଏବଂ  ପ୍ରତିବାଦୀ  ଉପରେ  ଆବେଦନପତ୍ରର   ସୂଚନାଜାରୀ  ତାରିଖରୁ  ଛଅମାସ  ମଧ୍ୟରେ  ବିଚାର  ସମାପ୍ତ  କରିବା  ନିମନ୍ତେ  ସମସ୍ତ  ପ୍ରକାର  ଚେଷ୍ଟା   କରାଯିବ   ।

    ଦଲିଲୀୟ ସାକ୍ଷ୍ୟ ( ନିୟମ ୪୦ (ଗ))

    ବିପରୀତଭାବେ  କୌଣସି  ଆଇନ୍ ରେ  ଧାରୀତ   କୌଣସି  ବ୍ୟବସ୍ଥା   ସତ୍ଵେ, ଏହି  କାରଣ  ଉପରେ , ଏହି  ଆଇନ୍  ଅନୁଯାୟୀ  କୌଣସି  ଆବେଦନ ପତ୍ରର  ବିଚାରରେ  କୌଣସି  କାର୍ଯ୍ୟାନୁଷ୍ଠାନରେ , କୌଣସି  ସାକ୍ଷ୍ୟ, ସଠିକ୍  ଭାବେ  ଟିକସ୍  ପ୍ରଦାନ  କରାଯାଇନଥିବା  କିମ୍ବା  ନିବନ୍ଧିତ  ହୋଇନଥିବା  କାରଣରୁ, ଅଗ୍ରହଣୀୟ  ହେବ  ନାହିଁ   ।

    ପଦ୍ଧତିକୁ  ନିୟନ୍ତ୍ରଣ   କରିବା  ନିମନ୍ତେ   ନିୟମାବଳୀ  ପ୍ରଣୟନ   କରିବାରେ  ଉଚ୍ଚନ୍ୟାୟାଳୟଙ୍କ  କ୍ଷମତା

    1. ଉଚ୍ଚ  ନ୍ୟାୟାଳୟ, କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି  ଦ୍ଵାରା, ଏହି  ଆଇନ୍  ଏବଂ  ଦେୱାନୀ   କାର୍ଯ୍ୟବିଧି  ସଂହିତା, ୧୯୦୮ (୫/୧୯୦୮) ରେ  ଯାହାକି  ଅଧ୍ୟାୟ – ୫ , ୬ ଏବଂ  ୭ର  ବ୍ୟବସ୍ଥାବଳୀକୁ   କାର୍ଯ୍ୟକାରୀ  କରିବା  ଉଦ୍ଦେଶ୍ୟରେ   ଜରୁରୀ  ବୋଲି  ସେ  ବିବେଚନା  କରନ୍ତି   ।
    2. ନିର୍ଦ୍ଧିଷ୍ଟଭାବେ  ଏବଂ  ପୂର୍ବ  ବ୍ୟବସ୍ଥାବଳୀର  ସାଧାରଣତ୍ଵରେ  କୌଣସି  କ୍ଷତି  ନଘଟାଇ , ଏପରି  ନିୟମାବଳୀ , ନିମ୍ନ  ବିଷୟ  ନିମନ୍ତେ   ବ୍ୟବସ୍ଥାୟୀତ  କରିବ : -
      • ବ୍ୟଭିଚାର  କାରଣ  ଉପରେ , ଛାଡପତ୍ର  ନିମନ୍ତେ  କୌଣସି  ଆବେଦନପତ୍ର  ଉପରେ , ବ୍ୟଭିଚାରୀକୁ , ଆବେଦନକାରୀ  ଜଣେ  ସହ – ପ୍ରତିବାଦୀ  ଭାବେ  ସଂଯୋଗ   କରିବେ ଏବଂ   ସେହି  ସମସ୍ତ   ପରିସ୍ଥିତି , ଯେଉଁଥିରେ  ଏପରି   କରିବାରୁ , ଆବେଦନକାରୀଙ୍କୁ  ବହିର୍ଭୂତ  କରାଯାଇପାରେ ;
      • ଏପରି  କୌଣସି  ସହ  ପ୍ରତିବାଦୀ  ବିରୁଦ୍ଧରେ  କ୍ଷତିପୂରଣ  ପ୍ରଦାନ  କରିବା ;
      • ପୂର୍ବରୁ  ଜଣେ  ପକ୍ଷ  ହୋଇନଥିବା  କୌଣସି   ବ୍ୟକ୍ତି  ଦ୍ଵାରା , ଅଧ୍ୟାୟ ୫ କିମ୍ବା  ଅଧ୍ୟାୟ – ୬ ଅନୁଯାୟୀ , କୌଣସି  କାର୍ଯ୍ୟାନୁଷ୍ଠାନରେ  ହସ୍ତକ୍ଷେପ   ।
      • ବିବାହର  ନାକଚୀକରଣ  ନିମନ୍ତେ  କିମ୍ବା  ଛାଡପତ୍ର  ନିମନ୍ତେ  ଏବଂ  ଏପରି  ଆବେଦନପତ୍ର   ପ୍ରତି , ପକ୍ଷମାନଙ୍କ  ଦ୍ଵାରା  କରାଯାଇଥିବା   ଖର୍ଚ୍ଚ  ନିମନ୍ତେ , ଆବେଦନପତ୍ରର  ଫର୍ମ ଏବଂ  ବିଷୟ ବସ୍ତୁ ; ଏବଂ
      • ଅନ୍ୟ  କୌଣସି  ବିଷୟ , ଯେଉଁଥି  ନିମନ୍ତେ  ଏହି  ଆଇନ୍ ରେ  କୌଣସି  ବ୍ୟବସ୍ଥା କରାଯାଇନାହିଁ  କିମ୍ବା  ଯଥେଷ୍ଟ  ବ୍ୟବସ୍ଥା  କରାଯାଇ  ନାହିଁ  ଏବଂ  ଯେଉଁଥି  ନିମନ୍ତେ , ଭାରତୀୟ  ଛାଡପତ୍ର  ଆଇନ୍ , ୧୮୬୯ (୪/୧୮୬୯) ରେ  ବ୍ୟବସ୍ଥା  କରାଯାଇଛି   ।

    ଆଧାର – ଲ ହାଉସ

    Last Modified : 4/26/2020



    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate