অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୨ (ବିଭାଗ - ୧ (କ))

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୨ (ବିଭାଗ - ୧ (କ))

ପ୍ରସ୍ତାବନା – ଯେହେତୁ  ସାକ୍ଷ୍ୟ   ଆଇନ୍ କୁ  ଏକତ୍ରୀକରଣ , ସଂଜ୍ଞାୟୀତ  ଏବଂ  ସଂଶୋଧନ  କରିବାର  ଆବଶ୍ୟକ   ଥିଲା,ଏଣୁ; ଏତଦ୍  ଦ୍ଵାରା  ନିମ୍ନ  ପ୍ରକାର  ଆଇନ୍  ପ୍ରଣୟନ  କରାଯାଉଛି : -

ବିଷୟବସ୍ତୁର   ଉପାଦେୟତା

ସଂକ୍ଷିପ୍ତ  ଆଖ୍ୟା, ପରିସର  ଏବଂ  ପ୍ରାରମ୍ଭ

ଏହି  ଆଇନ୍ କୁ  ଭାରତୀୟ  ସାକ୍ଷ୍ୟ  ଆଇନ୍ , ୧୮୭୨  ବୋଲି  କୁହାଯିବ ।

[ କେବଳ  ଜାମ୍ମୁ ଏବଂ  କାଶ୍ମୀର  ରାଜ୍ୟ  ବ୍ୟତୀତ ], [ ଏହା  ଭାରତର  ସମସ୍ତ  ଅଞ୍ଚଳ  ପ୍ରତି  ପରିବର୍ଦ୍ଧିତ  ଅଟେ  ଏବଂ  [ ସୈନ୍ୟବାହିନୀ  ଆଇନ୍ ଅନୁଯାୟୀ   ଆହୁତ  କୋର୍ଟ – ମାର୍ଶାଲ  ବ୍ୟତୀତ ] କୋର୍ଟ  ମାର୍ଶାଲ  ସହିତ, କୌଣସି  ନ୍ୟାୟାଳୟରେ   କିମ୍ବା  ନ୍ୟାୟାଳୟ  ସମ୍ମୁଖରେ   ତଥା [ ନୌବାହିନୀ  ଶୃଙ୍ଖଳା  ଆଇନ୍ ର ଭାରତୀୟ  ନୌବାହିନୀ (ଶୃଙ୍ଖଳା) ଆଇନ୍ ୧୯୩୪ [ କିମ୍ବା  ବାୟୁସେନା  ଆଇନ ଅନୁଯାୟୀ  ହେଉଥିବା  ସମସ୍ତ  ବୈଚାରୀକ  କାର୍ଯ୍ୟାନୁଷ୍ଠାନ  ପ୍ରତି  ପ୍ରୟୋଗନୀୟ  ଅଟେ, ମାତ୍ର  ଆଫିଡାଭିଟ  ପ୍ରତି  ନୁହେଁ, ଯାହାକି  କୌଣସି  ନ୍ୟାୟାଳୟ  କିମ୍ବା  ଉଚ୍ଚ  କର୍ମଚାରୀ  କିମ୍ବା  ମଧ୍ୟସ୍ଥଙ୍କ  ସମ୍ମୁଖରେ  କାର୍ଯ୍ୟାନୁଷ୍ଠାନ  ପ୍ରତି, ପ୍ରୟୋଗନୀୟ  ନୁହେଁ   ।

ଏବଂ  ଏହା  ୧୮୭୨ ମସିହା  ସେପ୍ଟେମ୍ବର  ପହିଲା  ତାରିଖରୁ  ବଳବତ୍ତର  ହେବ   ।

ଟିପ୍ପଣୀ

ଏକ  ଚାଲୁଥିବା  କିମ୍ବା  ପ୍ରଚଳିତ  ଆଇନ୍ : ସାକ୍ଷ୍ୟ  ଆଇନ୍ , ଏହାର  ପ୍ରକୃତି  ଦ୍ଵାରା , ଏକ ପ୍ରଚଳିତ  ଆଇନ  ଅଟେ   । ଏହାକୁ  ସର୍ବଦା  କୁହାଯାଉଥିବା  ଭାବେ  ବ୍ୟବହାର  କରାଯିବ  । ଏହାର  ଅର୍ଥ  ହେଉଛି, କୌଣସି  ତାରିଖରେ  ଏହାର  ପ୍ରୟୋଗ  ଆଇନ୍ ର  ଭାଷା, ଯଦିଓ  ଆବଶ୍ୟକମତେ  ଏହାର  ନିଜ  ସମୟରେ  ଆବଦ୍ଧ  ଥିଲା, ତଥାପି   ଏହାକୁ  ଆଇନ୍ ଭାବେ  ବ୍ୟବହାର  କରିବା   ଆବଶ୍ୟକତା  ଅନୁଯାୟୀ  ବ୍ୟାଖ୍ୟା   କରାଯିବ  - ୧୯୯୬(୧) ଓଏଲଆର୍ (ସୁପ୍ରିମକୋର୍ଟ) – ୨୫୧

ଆଇନ୍ ଗୁଡିକର   ରଦ୍ଦିକରଣ

( ରଦ୍ଦିକରଣ  ଆଇନ୍ , ୧୯୩୮ (୧। ୧୯୩୮) ର  ଦଫା ୨  ଏବଂ  ସୂଚୀଦ୍ଵାରା ରଦ୍ଦିକୃତ  ଅଟେ   ।

ବ୍ୟାଖ୍ୟାକାରୀ   ଧାରା

ବିଷୟବସ୍ତୁର  କୌଣସି  ବିପରୀତ  ଉଦ୍ଦେଶ୍ୟ  ଆବିର୍ଭୁତ  ନ ହୁଏ , ଏହି  ଆଇନ୍ ରେ  ଥିବା  ନିମ୍ନଲିଖିତ   ଶବ୍ଦାବଳୀ   ଏବଂ  ଉକ୍ତି  ଗୁଡିକ  ନିମ୍ନ  ଅର୍ଥରେ  ବ୍ୟବହୃତ  ହୋଇଛି  : -

  • “ନ୍ୟାୟାଳୟ” – “ନ୍ୟାୟାଳୟ” , କେବଳ  ମଧ୍ୟସ୍ଥ ମାନଙ୍କ  ବ୍ୟତୀତ , ବିଚାରପତି  ଏବଂ  ମାଜିଷ୍ଟ୍ରେଟ  ଏବଂ  ଅନ୍ୟାନ୍ୟ  ବ୍ୟକ୍ତି , ଯେଉଁମାନେ   ସାକ୍ଷ୍ୟ  ଗ୍ରହଣ  କରିବା  ନିମନ୍ତେ  ଆଇନତଃ କ୍ଷମତାୟୀତ  ଅଟନ୍ତି , ସେମାନଙ୍କୁ  ଅନ୍ତର୍ଭୁକ୍ତ  କରେ ।
  • ବିଷୟ : “ବିଷୟ”ର  ଅର୍ଥ  ଏବଂ  ଏହା  ଅନ୍ତର୍ଭୁକ୍ତ   କରେ –
    1. ଯେ କୌଣସି   ବିଷୟ, ବିଷୟର  ଅବସ୍ଥା  କିମ୍ବା  ବିଷୟ  ବା  ବସ୍ତୁ  ଗୁଡିକର  ସମ୍ପର୍କ, ଯାହାକି  ଇନ୍ଦ୍ରିୟ  ଗୁଡିକ  ଦ୍ଵାରା  ଗ୍ରହଣୀୟ   ଅଟେ,
    2. ଯେ  କୌଣସି  ମାନସିକ  ଅବସ୍ଥା, ଯାହାପ୍ରତି  କୌଣସି  ବ୍ୟକ୍ତି  ସଚେତନ  ଅଟେ ।

ଉଦାହରଣ

  • ଯେ କୌଣସି  ନିର୍ଦ୍ଧିଷ୍ଟ  ସ୍ଥାନରେ ,କୌଣସି  ନିର୍ଦ୍ଧିଷ୍ଟ  କ୍ରମାନ୍ଵୟରେ   ରଖାଯାଇଥିବା  ବସ୍ତୁ  ଗୁଡିକ ଏକ  ବିଷୟ ଅଟେ ।
  • ଯେ, କୌଣସି  ବ୍ୟକ୍ତି  କେତେକ  ନିର୍ଦ୍ଧିଷ୍ଟ  ଶୁଣିଥିଲା  କିମ୍ବା  ଦେଖିଥିଲା, ଏକ  ବିଷୟ  ଅଟେ ।
  • ଯେ  କୌଣସି  ବ୍ୟକ୍ତି  କେତେକ  ନିର୍ଦ୍ଧିଷ୍ଟ  ଶବ୍ଦାବଳୀ, ଉଚ୍ଚାରଣ  କରିଥିଲା, ଏକ  ବିଷୟ  ଅଟେ ।
  • ଯେ , କୌଣସି  ବ୍ୟକ୍ତି  ନିର୍ଦ୍ଧିଷ୍ଟ  ମତ  ଧାରଣା  କରିଥାଏ, ତାର  କୌଣସି  ଉଦ୍ଦେଶ୍ୟଥାଏ, ଉତ୍ତମ  ବିଶ୍ଵାସର  ସହିତ  କିମ୍ବା  ଚଞ୍ଚଳତା  ପୂର୍ଣ୍ଣଭାବେ  କାର୍ଯ୍ୟ  କରିଥାଏ  କିମ୍ବା  କୌଣସି  ନିର୍ଦ୍ଧିଷ୍ଟ  ଅର୍ଥରେ   କୌଣସି  ଶବ୍ଦ  ବ୍ୟବହାର  କରିଥାଏ   କିମ୍ବା  କୌଣସି  ନିର୍ଦ୍ଧିଷ୍ଟ  ସମୟରେ  କୌଣସି  ନିର୍ଦ୍ଧିଷ୍ଟ  ଅନୁଭୂତି  ପ୍ରତି  ସଚେତନ  ଥାଏ, ଏକ  ବିଷୟ  ଅଟେ   ।
  • ଯେ, କୌଣସି  ବ୍ୟକ୍ତିର  ଏକ  ନିର୍ଦ୍ଧିଷ୍ଟ  ଖ୍ୟାତି  ଅଛି, ଏକ  ବିଷୟ  ଅଟେ   ।

‘ଉପାଦେୟ’ – ଗୋଟିଏ ବିଷୟ , ଅନ୍ୟ  ବିଷୟ  ପ୍ରତି  ଉପାଦେୟ  ବୋଲି  କୁହାଯାଏ, ଯେତେବେଳେ  ଉକ୍ତ  ବିଷୟ  ଅନ୍ୟ  ବିଷୟ  ସହିତ  ଯେ  କୌଣସି  ଗୋଟିଏ  ଉପାୟରେ  ସଂପୃକ୍ତ  ଥାଏ, ଯାହାକି  ବିଷୟ  ବସ୍ତୁର  ଉପାଦେୟତା  ସଂବନ୍ଧରେ  ଏହି  ଆଇନ୍ ର  ବ୍ୟବସ୍ଥାବଳୀରେ  ଉଲ୍ଲେଖ  କରାଯାଇଛି ।

“ବିଷୟଗତ  ପ୍ରଶ୍ନ” - ଉକ୍ତି  ‘ବିଷୟଗତ  ପ୍ରଶ୍ନ’ ର  ଅର୍ଥ  ଏବଂ  ଏହା  ଅନ୍ତର୍ଭୁକ୍ତ  କରେ  ।

କୌଣସି  ବିଷୟ , ଯେଉଁଥିରୁ  ଏହା  କିମ୍ବା  ଅନ୍ୟ  ବିଷୟଗୁଡିକ, ସହିତ  ଏହାର  ସ୍ଥିତି, ଅସ୍ଥିତି, ପ୍ରକୃତି  କିମ୍ବା   କୌଣସି  ଅଧିକାର, ଦାୟିତ୍ଵ  କିମ୍ବା  ଅକ୍ଷମତାକୁ  କୌଣସି  ମୋକଦ୍ଦମା   କିମ୍ବା  କାର୍ଯ୍ୟାନୁଷ୍ଠାନରେ  ଦୃଢ  କରେ  କିମ୍ବା  ପ୍ରତ୍ୟାଖ୍ୟାନ  କରେ  ।

ସ୍ପଷ୍ଟୀକରଣ

ଯେତେବେଳେ, ଦେୱାନୀ ପଦ୍ଧତି  ସଂପର୍କୀୟ  ବଳବତ୍ତର   ଥିବା  ଆଇନ୍ ର   ବ୍ୟବସ୍ଥାବଳୀ  ଅନୁଯାୟୀ, କୌଣସି  ନ୍ୟାୟାଳୟ  ବିଷୟଗତ  ପ୍ରଶ୍ନକୁ   ନଥିଭୁକ୍ତ  କରନ୍ତି, ସେତେବେଳେ  ଏପରି  ପ୍ରଶ୍ନର   ଉତ୍ତରରେ  ଯେଉଁ  ବିଷୟକୁ  ଦୃଢ  କରାଯାଏ   କିମ୍ବା  ପ୍ରତ୍ୟାଖ୍ୟାନ କରାଯାଏ, ତାହା  ଏକ  ବିଷୟଗତ   ପ୍ରଶ୍ନ   ଅଟେ   ।

ଉଦାହରଣ

‘କ’, ‘ଖ’ ର ହତ୍ୟାନିମନ୍ତେ   ଅଭିଯୁକ୍ତ । ତାଙ୍କର ବିଚାରରେ, ନିମ୍ନଲିଖିତ ବିଷୟ, ପ୍ରଶ୍ନଗତ ବିଷୟ ହୋଇପାରେ   ।

  • ଯେ, ‘କ’, ‘ଖ’ ର  ମୃତ୍ୟୁ  ଘଟାଇଥିଲା ,
  • ଯେ, ‘ଖ’ ମୃତ୍ୟୁ  ଘଟାଇବା  ନିମନ୍ତେ  ‘କ’ ଉଦ୍ଦେଶିତ  ଥିଲା,
  • ଯେ, ‘କ’, ‘ଖ ’ ଠାରୁ  ଗୁରୁତର  ଏବଂ  ହଠାତ୍  ଉତ୍ତେଜନା   ପାଇଥିଲା,
  • ଯେ, ‘କ’ ଏପରି  କାର୍ଯ୍ୟ  କରିବା  ସମୟରେ, ଯାହାକି  ‘ଖ’ ମୃତ୍ୟୁ  ଘଟାଇଥିଲା, ମାନସିକ  ଅସୁସ୍ଥତା  କାରଣ  ଯୋଗୁ, ଏହାର  ପ୍ରକୃତି  ଜାଣିବା   ନିମନ୍ତେ  ଅକ୍ଷମ  ଥିଲା ।

“ଦଲିଲ୍” – ‘ଦଲିଲ୍’ ଅର୍ଥ, କୌଣସି  ବିଷୟ, ଯାହାକି  କୌଣସି   ବସ୍ତୁ  ଉପରେ, ଲେଖାଦ୍ୱାରା, ସଂଖ୍ୟାଦ୍ଵାରା କିମ୍ବା  ପ୍ରତୀକ  ଦ୍ଵାରା  କିମ୍ବା  ସେ  ଗୁଡିକ  ମଧ୍ୟରୁ  ଗୋଟିକରୁ  ଅଧିକ  ଦ୍ଵାରା  ବ୍ୟକ୍ତ  କରା  ଯାଇଥାଏ, କିମ୍ବା  ବର୍ଣ୍ଣନା  କରାଯାଇଥାଏ, ଯାହାକି  ଉକ୍ତ  ବିଷୟକୁ   ନଥିଭୁକ୍ତ  କରିବା  ଉଦ୍ଦେଶ୍ୟରେ  ବ୍ୟବହୃତ   ହେବା  ନିମନ୍ତେ  ଉଦ୍ଦେଶିତ  କିମ୍ବା  ଯାହାକି  ଏପରି  ଉଦ୍ଦେଶ୍ୟରେ  ବ୍ୟବହାର  କରାଯାଇ  ପାରିବ ।

ଉଦାହରଣ

କୌଣସି  ଲେଖା  ଏକ  ଦଲିଲ୍ ଅଟେ  ଯେଉଁ  ଶବ୍ଦାବଳୀ  ମୁଦ୍ରଣ  ହୋଇଥାଏ, ଲିଥେଗ୍ରାଫ  ହୋଇଥାଏ  କିମ୍ବା  ଫଟୋଗ୍ରାଫ  ହୋଇଥାଏ, ସେ  ଗୁଡିକ  ଦଲିଲ୍  ଅଟେ  ।

  • କୌଣସି  ପ୍ଲାନ  ବା  ନକ୍ସା ଏକ  ଦଲିଲ୍  ଅଟେ ,
  • କୌଣସି  ଧାତୁ  ପାତ୍ର  କିମ୍ବା  ପଥର  ଉପରେ  କୌଣସି  ଲେଖା , ଏକ  ଦଲିଲ୍  ଅଟେ   ।
  • କୌଣସି  ବ୍ୟଙ୍ଗୋକ୍ତି  ଚିତ୍ର  ଏକ  ଦଲିଲ୍  ଅଟେ   ।

‘ସାକ୍ଷ୍ୟ’

‘ସାକ୍ଷ୍ୟ’ର ଅର୍ଥ ଏବଂ ଏହା ଅନ୍ତର୍ଭୁକ୍ତ କରେ -

  1. ସମସ୍ତ   ବିବରଣୀ , ଯାହାକି  ସାକ୍ଷୀମାନଙ୍କ  ଦ୍ଵାରା  ନ୍ୟାୟାଳୟଙ୍କ  ଅନୁମତି   ଅନୁଯାୟୀ , ତାଙ୍କ  ସମ୍ମୁଖରେ  ପ୍ରଦାନ  କରାଯାଇଥାଏ, ଏବଂ  ତାହା  ଅନୁସନ୍ଧାନ  ସମ୍ବନ୍ଧୀୟ  ବିଷୟ   ସହିତ  ସଂପୃକ୍ତ  ଥାଏ  । ଏପରି  ବିବରଣୀକୁ , ମୌଖିକ  ସାକ୍ଷ୍ୟ   ବୋଲି  କୁହାଯାଏ   ।
  2. [ନ୍ୟାୟାଳୟଙ୍କ  ପରିଦର୍ଶନ  ନିମନ୍ତେ  ଉପସ୍ଥାପନ  କରାଯାଇଥିବା  ସମସ୍ତ  ବୈଦ୍ୟୁତିକ  କୌଶଳ  ବା  ଉପାୟରେ  ପ୍ରସ୍ତୁତ  ନଥିପତ୍ରକୁ  ଦଲିଲୀୟ  ସାକ୍ଷ୍ୟ   ବୋଲି  କୁହାଯାଏ  । ]

‘ପ୍ରମାଣିତ’ –

କୌଣସି  ବିଷୟ  ‘ପ୍ରମାଣିତ’ ବୋଲି  କୁହାଯାଏ, ଯେତେବେଳେ  ଏହା  ସମ୍ମୁଖରେ  ଥିବା  ବିଷୟକୁ  ବିଚାର  କରିବା  ପରେ, ନ୍ୟାୟାଳୟ , ଏହା  ବିଦ୍ୟମାନ  ବୋଲି  ବିଶ୍ଵାସ  କରନ୍ତି  କିମ୍ବା  ଏହାର  ସ୍ଥିତିକୁ  ଏତେ  ସମ୍ଭାବ୍ୟ  ବୋଲି  ବିଚାର  କରନ୍ତି  ଯେ, କୌଣସି  ବିଜ୍ଞ ବ୍ୟକ୍ତି, ଉକ୍ତ  ପରିସ୍ଥିତି  ଅନୁଯାୟ, ଏହାର  ସ୍ଥିତି   ସଂବନ୍ଧରେ  ଅନୁମାନ   କରିପାରିବେ   ।

‘ଅପ୍ରମାଣିତ’ –

କୌଣସି  ବିଷୟ  ‘ଅପ୍ରମାଣିତ’ ବୋଲି  କୁହାଯାଏ, ଯେତେବେଳେ  ଏହାର  ସମ୍ମୁଖରେ  ଥିବା  ବିଷୟଗୁଡିକ  ବିଚାର  କରି, ନ୍ୟାୟାଳୟ, ଏହା  ସ୍ଥିତ  ନୁହେଁ  ବୋଲି  ବିଶ୍ଵାସ  କରନ୍ତି  କିମ୍ବା  ଏହା  ସ୍ଥିତି  ନଥବା ଏତେ  ସମ୍ଭାବ୍ୟ  ଯେ, କୌଣସି   ବିଜ୍ଞବ୍ୟକ୍ତି, ଉକ୍ତ  ନିର୍ଦ୍ଧିଷ୍ଟ  ଘଟଣାର  ପରିସ୍ଥିତି  ଅନୁଯାୟୀ, ଏହା ସ୍ଥିତ  ନୁହେଁ  ବୋଲି  ଅନୁମାନ  କରନ୍ତି ।

‘ପ୍ରମାଣିତ ହୋଇନାହିଁ’ -

କୌଣସି  ବିଷୟ  ପ୍ରମାଣିତ   ହୋଇନାହିଁ   ବୋଲି  କୁହାଯାଏ, ଯେତେବେଳେ ଏହା  ପ୍ରମାଣିତ ହୋଇନଥାଏ  କିମ୍ବା  ଅପ୍ରମାଣିତ  ହୋଇ  ନଥାଏ ।

‘ଭାରତ’ –

ଭାରତ  ଅର୍ଥ, ଜାମ୍ମୁ  ଏବଂ  କାଶ୍ମୀରୀ  ରାଜ୍ୟ  ବ୍ୟତୀତ, ସମୁଦାୟ  ଭାରତୀୟ  ଅଞ୍ଚଳ   ।

[“ଉକ୍ତି”, ପ୍ରମାଣିତ  କରୁଥିବା  ଅଧବକାରୀ, ‘ଡିଜିଟାଲ ସ୍ଵାକ୍ଷର’, ଡିଜିଟାଲ  ସ୍ଵାକ୍ଷରୀତ ପ୍ରମାଣପତ୍ର, ‘ବୈଦ୍ୟୁତିକ କୌଶଳ ବା  ଉପାୟରେ ପ୍ରସ୍ତୁତ  ଫର୍ମ’, ‘ବୈଦ୍ୟୁତିକ କୌଶଳ ବା  ଉପାୟରେ ପ୍ରସ୍ତୁତ ନଥିପତ୍ର,’ ‘ତଥ୍ୟ’, ନିରାପଦ  ବୈଦ୍ୟୁତିକ କୌଶଳରେ  ବା  ଉପାୟରେ   ପ୍ରସ୍ତୁତ   ନଥିପତ୍ର  ‘ନିରାପଦ ଡିଜିଟାଲ  ସ୍ଵାକ୍ଷର’ ଏବଂ ‘ଚାନ୍ଦାଦାତା  ବା  ଗ୍ରାହକ’ର  ସେହି  ଅର୍ଥ   ରହିବ, ଯାହାକି  ସେଗୁଡିକ  ପ୍ରତି, ତଥ୍ୟ  ପ୍ରଯୁକ୍ତି  ବିଜ୍ଞାନ  ଆଇନ୍ , ୨୦୦୦ ଅନୁଯାୟୀ  ନ୍ୟସ୍ତ  କରାଯାଇଛି ।]

ଆଧାର – ଦ ଲ ହାଉସ

Last Modified : 4/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate