ବିଷୟର ଉପାଦେୟତା ସଂବନ୍ଧରେ
ବିଷୟଗତ ପ୍ରଶ୍ନ ଏବଂ ଉପାଦେୟତା ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ –
ପ୍ରତ୍ୟକ ବିଷୟଗତ ପ୍ରଶ୍ନ ଏବଂ ଏପରି ଅନ୍ୟ ବିଷୟର କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନରେ, ସ୍ଥିତି କିମ୍ବା ଅନୁପସ୍ଥିତି ସଂବନ୍ଧରେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ , ଯାହାକି ଏତତ୍ ପରେ ଉପାଦେୟ ବୋଲି ଘୋଷିତ ଏ ଅନ୍ୟ ବିଷୟରେ ନୁହେଁ ।
ସ୍ପଷ୍ଟିକରଣ
ଦେୱାନୀ କାର୍ଯ୍ୟ ବିଧି ଆଇନ୍ ସହିତ ସଂପୃକ୍ତ ଏବଂ ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ର କୌଣସି ବ୍ୟବସ୍ଥା ଦ୍ଵାରା କୌଣସି ବିଷୟ ପ୍ରମାଣ କରିବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରିବାକୁ ଏହି ଦଫା କୌଣସି ବ୍ୟକ୍ତିକୁ ସକ୍ଷମ କରିବ ନାହିଁ ।
ଉଦାହରଣ
- ‘କ ’,‘ଖ’ ର ହତ୍ୟା ନିମନ୍ତେ ବିଚାର କରାଯାଇଥିବା ଯେହେତୁ ସେ ତାକୁ ସେ ତାକୁ ଏକ ଠେଙ୍ଗା ଦ୍ଵାରା ପ୍ରହାର କରି ତା’ର ମୃତ୍ୟୁ ଘଟାଇବା ନିମନ୍ତେ ଉଦ୍ଦେଶିତ ଥିଲା ।
‘କ’ର ବିଚାରରେ, ନିମ୍ନଲିଖିତଗୁଡିକ ବିଷୟଗତ ପ୍ରଶ୍ନ ଅଟେ –
- ‘କ ’ ର ‘ଖ’ କୁ ଠେଙ୍ଗାରେ ପ୍ରହାର କରିବା
- ଏପରି ପ୍ରହାରଦ୍ଵାରା – ‘କ’,‘ଖ’ର ମୃତ୍ୟୁ ଘଟାଇବା;
- ‘ଖ’ ମୃତ୍ୟୁ ଘଟାଇବାରେ ‘କ’ ର ଉଦ୍ଦେଶ୍ୟ ।
- କୌଣସି ମୋକଦ୍ଦମାକାରୀ, ମୋକଦ୍ଦମାର ପ୍ରଥମ ଶୁଣାଣୀରେ କୌଣସି ମୁଚାଲିକା ଉପସ୍ଥାପନ କରିବା ନିମନ୍ତେ ତାହା ଆଣି ନ ଥାଆନ୍ତି କିମ୍ବା ପ୍ରସ୍ତୁତ ରଖି ନଥାଆନ୍ତି । ତେଣୁ ଏପରି ମୋକଦ୍ଦମାର ପରବର୍ତ୍ତୀ ସ୍ତରରେ ଏପରି ମୁଚାଲିକା ଉପସ୍ଥାପନ କରିବା କିମ୍ବା ଏହାର ବିଷୟବସ୍ତୁ ପ୍ରମାଣ କରିବା ନିମନ୍ତେ ଏହି ଦଫା ତାଙ୍କୁ ସକ୍ଷମ କରେ ନାହିଁ , [ଦେୱାନୀ କାର୍ଯ୍ୟବିଧି ଆଇନ୍ ରେ ] ସେପରି କୌଣସି ସର୍ତ୍ତ ନଥାଏ ।
ଟିପ୍ପଣୀ
- କେବଳ ମାତ୍ର ଚିହ୍ନଟ ଉପରେ ଦୋଷୀ ସାବ୍ୟସ୍ତତା - ଚିହ୍ନଟ - ଦଫା ୩୯୫ ଅନୁଯାୟୀ ଦୋଷୀ ସାବ୍ୟସ୍ତତା – ନ୍ୟାୟାଳୟରେ କେବଳ ମୋକଦ୍ଦମାକାରୀ ସାକ୍ଷୀ – ୨ ଏବଂ ୩ ଦ୍ଵାରା ଚିହ୍ନଟ ଉପରେ ପର୍ଯ୍ୟବେସିତ କରାଯାଇଥିଲା, ଯାହାକି ପୂର୍ବ ଚିହ୍ନଟ ପରୀକ୍ଷା ପ୍ୟାରେଡରେ ସମର୍ଥିତ ହୋଇଥିଲା । ଏହି ଦୁଇ ସାକ୍ଷୀଙ୍କ ସାକ୍ଷ୍ୟରେ କୌଣସି ଅସାମଞ୍ଜସ୍ୟତା ନଥିଲା, ଯାହାକି ନିମ୍ନ ଦୁଇଟି ନ୍ୟାୟାଳୟ ଦ୍ଵାରା ଆସ୍ଥା ସ୍ଥାପନ କରାଯାଇଥିଲା । ରାଧେ ବନାମ୍ ଉତ୍ତର ପ୍ରଦେଶ ରାଜ୍ୟ ସରକାର - (୨୦୦୦) ୧୯ ଓସିଆର୍ (ସୁପ୍ରିମକୋର୍ଟ) – ୬୦୨ ।
- କେତେବେଳେ ଟର୍ଚ୍ଚ ଦ୍ଵାରା ଚିହ୍ନଟ କରାଯାଇପାରେ – ଚିହ୍ନଟ – କୌଣସି ଆମ୍ବ ତୋଟାରେ ଏକ ଅନ୍ଧାରୁଆ ରାତିରେ ଘଟଣା ଘଟିଥିଲା ଏବଂ ସାକ୍ଷୀ ପ୍ରଦାନ କରାଯାଇଥିଲା ଯେ ସାକ୍ଷୀମାନେ ଟର୍ଚ୍ଚ ବହନ କରିଥିଲେ । ସାକ୍ଷୀମାନେ ଏବଂ ଅପରାଧିମାନେ ସେହି ଏକା ଗ୍ରାମର ଅଟନ୍ତି ଏବଂ ପରସ୍ପରକୁ ଉତ୍ତମଭାବେ ଜାଣନ୍ତି – ଯେତେବେଳେ ଅପରାଧି ବ୍ୟକ୍ତିମାନେ ମୃତକଙ୍କୁ ଏକାକୀ ବାହାର କରିବା ନିମନ୍ତେ ସକ୍ଷମ ହୋଇଥିଲେ ,ସେପରିସ୍ଥଳେ ଟର୍ଚ୍ଚଦ୍ଵାରା ଚିହ୍ନଟ ସଂବନ୍ଧରେ କ୍ଷତପ୍ରାପ୍ତ ସାକ୍ଷୀର ଉକ୍ତିକୁ ଗ୍ରହଣ କରାଯିବ । ସିଦ୍ଦିକ ଏବଂ ଅନ୍ୟମାନେ ବନାମ୍ ଉତ୍ତର ପ୍ରଦେଶ ରାଜ୍ୟ ସରକାର – (୧୯୯୯) ୧୭ ଓସିଆର୍ (ସୁପ୍ରିମକୋର୍ଟ) – ୧୧୨ ।
- ଚିହ୍ନଟ – ନ୍ୟାୟାଳୟରେ ଚିହ୍ନଟ, ସେହି ବ୍ୟକ୍ତିର ଏକ ଉପାଦେୟ ସାକ୍ଷ୍ୟ ଅଟେ, ଯେକି ଏପରି ଚିହ୍ନଟ ପରୀକ୍ଷାରେ ପୂର୍ବରୁ ଚିହ୍ନଟ , ତାହା ସମର୍ଥନ କରେ – ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରିବାରେ ଅକୃତକାର୍ଯ୍ୟତା ସର୍ବଦା ଗୁରୁତର ନୁହେଁ - ଜର୍ଜ ଏବଂ ଅନ୍ୟମାନେ ବନାମ୍ କେରଳ ରାଜ୍ୟ ସରକାର ଏବଂ ଅନ୍ୟ ଜଣେ - (୧୯୯୮) ୧୪ ଓସିଆର୍ (ସୁପ୍ରିମକୋର୍ଟ) – ୬୩୦ ।
ବିଷୟର ଅଂଶ ଗଠନ କରୁଥିବା ବିଷୟଗୁଡିକର ଉପାଦେୟତା
ସେହି ଏକା ବିଷୟର ଅଂଶ ଗଠନ କରୁଥିବା ବିଷୟଗୁଡିକର ଉପାଦେୟତା
ସେହି ସମସ୍ତ ବିଷୟ, ଯାହାକି ଯଦିଓ ପ୍ରଶ୍ନଗତ ହୋଇନଥାଏ, ତାହା ବିଷୟ ଗତ ପ୍ରଶ୍ନ ସହିତ ଏପରି ସଂପୃକ୍ତ ଥାଏ ଯେ, ତାହା ଏକା କାରବାରର ଅଂଶ ଗଠନ କରୁଥାଏ; ଏବଂ ତାହା ଉପାଦେୟ ଅଟେ, ଯଦିଓ ସେଗୁଡିକ ଏକ ସମୟରେ ଏବଂ ଏକାସ୍ଥାନରେ କିମ୍ବା ବିଭିନ୍ନ ସମୟରେ ଏବଂ ବିଭିନ୍ନ ସ୍ଥାନରେ ଘଟିଥାଏ ।
ଉଦାହରଣ
- ‘ଖ’ କୁ ପ୍ରହାରକରି ତାର ମୃତ୍ୟୁ ଘଟାଇବାରେ ‘କ’ କୁ ଅଭିଯୁକ୍ତ କରାଯାଇଛି । ‘କ’କିମ୍ବା ‘ଖ’ ଦ୍ଵାରା କିମ୍ବା ପ୍ରହାର ସମୟରେ ଦେଖଣାହାରୀଙ୍କ ଦ୍ଵାରା କିମ୍ବା ଏପରି ଘଟଣାର ପୂର୍ବରୁ କିମ୍ବା ପରେ ପରେ ଯାହାକିଛି କୁହାଯାଇଥାଏ କିମ୍ବା କରାଯାଇଥାଏ, ଯାହାକି ଉକ୍ତ କାରାବାରର ଅଂଶ ଗଠନ କରେ, ତାହା ଏକ ଉପାଦେୟ ବିଷୟ ଅଟେ ।
- କୌଣସି ସଶସ୍ତ୍ର ବିଦ୍ରୋହରେ ଅଂଶ ଗ୍ରହଣ କରିବା [ଭାରତ ସରକାର’ ଙ୍କ ] ବିରୁଦ୍ଧରେ ଯୁଦ୍ଧ କରିବା ଅଭିଯୋଗରେ ‘କ’ ଅଭିଯୁକ୍ତ ଯେଉଁଥିରେ ସମ୍ପତ୍ତି ଧ୍ଵଂସ ହୋଇଥିଲା, ସୈନ୍ୟମାନଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଜେଲ୍ ଗୁଡିକୁ ଭାଙ୍ଗି ଖୋଲାଯାଇଥିଲା । ଏହି ବିଷୟଗୁଡିକ ଘଟିବା, ଉପାଦେୟ ଅଟେ, ଯେହେତୁ ତାହା ଅନେକ କାରବାରରେ ଅଂଶ ଗଠନ କରେ ,ଯଦିଓ ‘କ’ କୁ ସେଗୁଡିକର ସବୁଗୁଡ଼ିକର ଦେଖାଯାଇ ନଥାଇପାରେ ।
- ଆଦାନ ପ୍ରଦାନ ଅଂଶ ଗଠନ କରୁଥିବା ଏକ ପତ୍ରରେ ଧାରୀତ କୁତ୍ସା କିମ୍ବା ଅବମାନନା ନିମନ୍ତେ,‘ କ’,‘ ଖ ’ ଉପରେ ମୋକଦ୍ଦମା କରେ । ସେହି ବିଷୟ ସଂବନ୍ଧରେ ପକ୍ଷମାନଙ୍କ ମଧ୍ୟରେ ପତ୍ର , ଯେଉଁଥିରୁ ଏପରି ଲିଖିତ କୁତ୍ସା କିମ୍ବା ଅବମାନନା ଉଦ୍ରେକ ହୋଇଥିଲା ଏବଂ ଆଦାନପ୍ରଦାନର ଏକ ଅଂଶ ଗଠନ କରୁଥିଲା , ଯେଉଁଥିରେ ଏହା ଧାରୀତ ହୋଇଥିଲା,ସେଗୁଡିକ ଉପାଦେୟ ବିଷୟ ଅଟେ, ଯଦିଓ ସେଗୁଡିକ ଏପରି କୁତ୍ସା କିମ୍ବା ଅବମାନନା ଧାରଣ କରି ନଥାଏ ।
- ପ୍ରଶ୍ନ ହେଉଛି ଯେ,‘ ଖ’ ଠାରୁ ଆଦେଶିତ କରାଯାଇଥିବା କେତେକ ନିର୍ଦ୍ଧିଷ୍ଟ ଦ୍ରବ୍ୟ,‘କ’ କୁ ପ୍ରଦାନ କରାଯାଇଥିଲା କି ନାହିଁ ? ଉକ୍ତ ଦ୍ରବ୍ୟଗୁଡିକ କ୍ରମାନୁଗତିକ ଭାବେ ଅନେକ ମଧ୍ୟସ୍ଥ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା । ଏପରି ପ୍ରତ୍ୟକ ପ୍ରଦାନ, ଏକ ଉପାଦେୟ ବିଷୟ ଅଟେ ।
ଟିପ୍ପଣୀ
କେତେବେଳେ ଉପାଦେୟ ସାକ୍ଷ୍ୟଭାବେ ବ୍ୟବହୃତ ହୁଏ :
‘ରେସ୍ ଗେସ୍ ଟାଏ’ ନିୟମ – ଶୁଣା ସାକ୍ଷ୍ୟର ଅଗ୍ରହଣୀୟତାର ସାଧାରଣ ନିୟମ ପରାରି ବ୍ୟତିକ୍ରମ - ଏହାର ଦ୍ରୁତତା ଏବଂ ଶୀଘ୍ରତା ଏବଂ କୌଣସି ବିଷୟଗତ ପ୍ରଶ୍ନର କାରଣ ଉପରେ,ବିଷୟର ବିବରଣୀ,ଗ୍ରହଣ ଯୋଗ୍ୟ ହୋଇଥାଏ – ଏହା ନିଶ୍ଚିତଭାବେ କାର୍ଯ୍ୟାବଳୀ ସହ ଏକା ସମୟରେ ଘଟିଥିବ, ଯାହାକି ଅପରାଧ ଗଠନ କରେ କିମ୍ବା ତା ପରେ ପରେ ଘଟିଥାଏ - ନିଶ୍ଚିତଭାବେ ସେହି ଏକା କାରବାରର ଏକ ଅଂଶ ହୋଇଥିବ – ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରିଥିବା ବ୍ୟକ୍ତିର ଏପରି ଜମାନବନ୍ଦୀ, ମାଜିଷ୍ଟେଟଙ୍କ ଦ୍ଵାରା ଲିପିବଦ୍ଧ କରାଯାଇଥିଲା, ଯେକି ଜୀବିତ ଥିଲେ – ଏପରି ଘଟଣା ଏବଂ ଲିପିବଦ୍ଧକରଣ ମଧ୍ୟରେ ଦୀର୍ଘ ବ୍ୟବଧାନ ଥିଲା – ଏପରି ବିବରଣୀ , ଦଫା ୬ଅନୁଯାୟୀ ଗ୍ରହଣୀୟ ନୁହେଁ, ମାତ୍ର ଦଫା ୧୫୭ ଅନୁଯାୟୀ, ସମର୍ଥନ କିମ୍ବା ବିରୋଧ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରେ – ଯଦି ଏହା ପ୍ରଦାନ କରିଥିବା ବ୍ୟକ୍ତି ଜୀବିତ ଥାଆନ୍ତି, ତାହେଲେ ଏହାକୁ ଏକ ଉପାଦେୟ ସାକ୍ଷ୍ୟଭାବେ ବ୍ୟବହାର କରାଯାଇ ପାରିବ ନାହିଁ - ଜେଣ୍ଟେଲା ବିଜୟ ବର୍ଦ୍ଧନ ରାଓ ଏବଂ ଅନ୍ୟ ଜଣେ ବନାମ୍ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାର - (୧୯୯୭) ୧୨ ଓସିଆର୍ (ସୁପ୍ରିମକୋର୍ଟ) – ୨୩୫ ।
ବିଷୟଗୁଡିକର ଘଟଣା କାରଣ କିମ୍ବା ପ୍ରଭାବ
ସେହି ବିଷୟ ଗୁଡିକ ପ୍ରଶ୍ନଗତ ବିଷୟଗୁଡିକର ଘଟଣା କାରଣ କିମ୍ବା ପ୍ରଭାବ ଅଟେ -
ସେହି ବିଷୟଗୁଡିକ ,ଅଜାହାକି ତତ୍ କ୍ଷଣାତ କିମ୍ବା ଅନ୍ୟଥା , ଉପାଦେୟ ବିଷୟଗୁଡିକର କିମ୍ବା ପ୍ରଶ୍ନଗତ ବିଷୟଗୁଡ଼ିକର ଘଟଣା , କାରଣ କିମ୍ବା ପ୍ରଭାବ ହୋଇଥାଏ ; କିମ୍ବା ଯାହା ବସ୍ତୁର ଅବସ୍ଥା ଗଠନ କରେ , ଯାହା ଦ୍ୱାରା ସେଗୁଡିକ ଘଟିଥିଲା କିମ୍ବା କାରବାର ନିମନ୍ତେ ଯାହା ସୁଯୋଗ ପ୍ରଦାନ କରେ , ତାହା ଉପାଦେୟ ଅଟେ ।
ଉଦାହରଣ
- ପ୍ରଶ୍ନ ହେଉଛି ‘ କ ’,‘ ଖ’ କୁ ଲୁଣ୍ଠନ କରିଥିଲା କି ନାହିଁ । ଏହି ବିଷୟ ଯେ,ଲୁଣ୍ଠନର ଠିକ୍ ପୂର୍ବରୁ ‘ ଖ’ ଟଙ୍କା ସହିତ କୌଣସି ମେଳାକୁ ଯାଇଥିଲା ଏବଂ ସେ କୌଣସି ତୃତୀୟ ବ୍ୟକ୍ତିକୁ ଏହା ଦେଖାଇଥିଲା କିମ୍ବା ଏ ବିଷୟ ଉଲ୍ଲେଖ କରିଥିଲା , ତାହା ଉପାଦେୟ ଅଟେ ।
- ପ୍ରଶ୍ନ ହେଉଛି ଯେ ,‘କ’,‘ ଖ ’ କୁ ହତ୍ୟା କରିଥିଲା କି ନାହିଁ । ହତ୍ୟା ସଂଗଠିତ ହୋଇଥିବା ସ୍ଥାନରେ କିମ୍ବା ଆଖପାଖରେ ଧସ୍ତାଧସ୍ତି ଦ୍ଵାରା ଉତ୍ପନ୍ନ ହୋଇଥିବା ଦାଗ ବା ଚିହ୍ନ, ଉପାଦେୟ ବିଷୟ ଅଟେ ।
- ପ୍ରଶ୍ନ ହେଉଛି ଯେ,‘କ’,‘ ଖ’କୁ ବିଷ ପ୍ରୟୋଗ କରିଥିଲା କି ନାହିଁ ।
ବିଷୟପ୍ରତି ଉଲ୍ଲେଖ ଲକ୍ଷଣ ପୂର୍ବରୁ ‘ଖ’ ର ସ୍ୱାସ୍ଥ୍ୟର ଅବସ୍ଥା ଏବଂ ତାର ଅଭ୍ୟାସ ‘ କ ’ କୁ ଜଣାଥିଲା, ଯାହାକି ବିଷ ପ୍ରୟୋଗ ନିମନ୍ତେ ‘କ’ କୁ ସୁଯୋଗ ପ୍ରଦାନ କରିଥିଲା, ବିଷୟଗୁଡିକ ଉପାଦେୟ ଅଟେ ।
ଉଦ୍ଦେଶ୍ୟ, ପ୍ରସ୍ତୁତିକରଣ ଏବଂ ପୂର୍ବ କିମ୍ବା ପର କାର୍ଯ୍ୟ
କୌଣସି ବିଷୟ ଉପାଦେୟ ଅଟେ, ଯାହା କି କୌଣସି ପ୍ରଶ୍ନଗତ ବିଷୟ କିମ୍ବା ଉପାଦେୟ ବିଷୟ ନିମନ୍ତେ କୌଣସି ଉଦ୍ଦେଶ୍ୟ କିମ୍ବା ପ୍ରସ୍ତୁତିକରଣକୁ ଦର୍ଶାଏ କିମ୍ବା ଗଠନ କରେ ।
କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ କିମ୍ବା ପ୍ରଶ୍ନଗତ କୌଣସି ବିଷୟ କିମ୍ବା ଶେଠୀ ନିମନ୍ତେ ଉପାଦେୟ କୌଣସି ବିଷୟ ଉପରେ, କୌଣସି ପକ୍ଷ କିମ୍ବା ତାଙ୍କର ପ୍ରତିନିଧିଙ୍କର କାର୍ଯ୍ୟ, ଏବଂ କୌଣସି ବ୍ୟକ୍ତିର କାର୍ଯ୍ୟ , ଯାହାଙ୍କ ବିରୁଦ୍ଧରେ କୌଣସି ଅପରାଧ, କୌଣସି କାର୍ଯ୍ୟାନୁଷ୍ଠାନର ବିଷୟ ଅଟେ, ତାହାଉପାଦେୟ ଅଟେ,ଯଦି ଏପରିକାର୍ଯ୍ୟ, ପ୍ରଶ୍ନଗତ ବିଷୟ କିମ୍ବା ଉପାଦେୟ ବିଷୟକୁ ପ୍ରଭାବିତ କରୁଥାଏ ଏବଂ ତାହା ଏପରି ଘଟଣାର ପୂର୍ବରୁ କିମ୍ବା ପରେ ହୋଇଥାଉ ।
ଦଫା ୮ : ଘଟଣା ପରେ ଅଭିଯୁକ୍ତ କାର୍ଯ୍ୟକଳାପ - ତାହାର ଉପାଦେୟତା – ମୃତକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେବାରେ ଅପିଲକାରୀ ଏବଂ ତା’ର ପିତାମାତାଙ୍କ କାର୍ଯ୍ୟକଳାପ, ନିର୍ଦ୍ଦେଶତାର ସେମାନଙ୍କ ବାହାନା ସହିତ ସମ୍ପୂର୍ଣ୍ଣ ରୂପେ ସୁସଙ୍ଗତ ଅଟେ । ପୁରୁଷୋତ୍ତମ ପ୍ରଧାନ ବନାମ ଓଡିଶା ରାଜ୍ୟ : (୨୦୧୩) ୫୫ . ଓସିଆର୍ ୯୭୯ ।
ସ୍ପଷ୍ଟିକରଣ - ୧
ଏହିଦଫାରେ ଥିବା ଶବ୍ଦ “କାର୍ଯ୍ୟ”, ବିବରଣୀକୁ ଅନ୍ତର୍ଭୁକ୍ତ କରେ ନାହିଁ, ଯଦି ଉକ୍ତ ବିବରଣୀ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକୁ ସ୍ପଷ୍ଟ ନ କରେ; ମାତ୍ର ଏହି ସ୍ପଷ୍ଟିକରଣ, ଏହି ଆଇନ୍ ର ଅନ୍ୟ କୌଣସି ଦଫା ଅନୁଯାୟୀ, ବିବରଣୀର ଉପାଦେୟତାକୁ ପ୍ରଭାବିତ କରିବ ନାହିଁ ।
ସ୍ପଷ୍ଟିକରଣ – ୨
ଯେତେବେଳେ କୌଣସି ବ୍ୟକ୍ତିର କାର୍ଯ୍ୟ ଉପାଦେୟ ଅଟେ, ଆସେତେବେଳେ ତାଙ୍କୁ କିମ୍ବା ତାଙ୍କର ଉପସ୍ଥିତିରେ ଏବଂ ଶ୍ରୁତି ମଧ୍ୟରେ ପ୍ରଦାନ କରାଯାଇଥିବା କୌଣସି ବିବରଣୀ ଯାହାକି ଏପରି କାର୍ଯ୍ୟକୁ ପ୍ରଭାବିତ କରେ; ତାହା ଉପାଦେୟ ଅଟେ ।
ଉଦାହରଣ
- ‘ କ’ କୁ ‘ ଖ ’ ର ହତ୍ୟା ନିମନ୍ତେ ବିଚାର କରାଯାଇଥିଲା । ଏହି ବିଷୟଯେ,‘ କ’,‘ଗ ’ କୁ ହତ୍ୟା ଏବଂ ‘ଖ ’ ଏହା ଜାଣିଥିଲା ଯେ,‘କ ’,‘ଗ’କୁ ହତ୍ୟା କରିଛି ଏବଂ ‘ଖ’ ଏ ବିଷୟ ସର୍ବସାଧାରଣଙ୍କୁ ଜଣାଇଦେବା ଧମକ ଦେଇ ‘କ’ ଠାରୁ ବଳପୂର୍ବକ ଅର୍ଥ ଆଦାୟ କରିବାକୁ ଚେଷ୍ଟା କରିଥିଲା; ବିଷୟ ଉପାଦେୟ ଅଟେ ।
- ଟଙ୍କା ପରିଶୋଧ କରିବା ନିମନ୍ତେ ଏକ ମୁଚାଲିକା ଉପରେ ‘କ’,‘ଖ’ ଉପରେ ମୋକଦ୍ଦମା କରେ । ଏପରି ମୁଚାଲିକା ସେ କରିନାହିଁ ବୋଲି‘ଖ’ ପ୍ରତ୍ୟାଖ୍ୟାନ କରେ।
ଏହି ବିଷୟ ଯେ, ଯେଉଁ ସମୟରେ ଏହି ମୁଚାଲିକା ପ୍ରସ୍ତୁତି ହୋଇଛି ବୋଲି ଅଭିଯୁକ୍ତ, ‘ଖ’ କୌଣସି ଉଦ୍ଦେଶ୍ୟରେ ଟଙ୍କା ଦରକାର କରୁଥିଲା, ଏବଂ ତାହା ଉପାଦେୟ ଅଟେ ।
- ‘କ’ କୌଣସି ଅପରାଧରେ, ଅପରାଧି ଅଟେ । ଏହି ବିଷୟ ଯେ, ଅଭିଯୁକ୍ତ ଅପରାଧ ସଂଗଠନ ପରେ,ଅ ସେ ଲୁକାୟିତ ଅବସ୍ଥାରେ ଥିଲା କିମ୍ବା ଅପରାଧରୁ ମିଳିଥିବା ସମ୍ପତ୍ତିର ଦଖଲରେ ଥିଲା କିମ୍ବା ସମ୍ପତ୍ତିରୁ ମିଳିଥିବା ଅର୍ଥର ଦଖଲରେ ଥିଲା କିମ୍ବା ବିଷୟବସ୍ତୁ ଲୁକାୟିତ ରଖିବା ନିମନ୍ତେ ଚେଷ୍ଟା କରୁଥିଲା; ବିଷୟଗୁଡିକ ଉପାଦେୟ ଅଟେ ।
ଉପାଦେୟ ବିଷୟଗୁଡ଼ିକୁ ଉପସ୍ଥାପନ କରିବା ଆବଶ୍ୟକ
ଉପାଦେୟ ବିଷୟଗୁଡ଼ିକୁ ସ୍ପଷ୍ଟ କରିବା କିମ୍ବା ଉପସ୍ଥାପନ କରିବା ନିମନ୍ତେ ଆବଶ୍ୟକ ବିଷୟ -
ପ୍ରଶ୍ନଗତ ବିଷୟ କିମ୍ବା ଉପାଦେୟ ବିଷୟକୁ ସ୍ପଷ୍ଟ କରିବା କିମ୍ବା ଉପସ୍ଥାପନ କରିବା ନିମନ୍ତେ ଆବଶ୍ୟକ ବିଷୟ , କିମ୍ବା କୌଣସି ପ୍ରଶ୍ନଗତ ବିଷୟ କିମ୍ବା ଉପାଦେୟ ବିଷୟ ଦ୍ଵାରା ପ୍ରସ୍ତାବିତ କୌଣସି ଉଲ୍ଲେଖକୁ ଯାହା ସମର୍ଥନ କରେ କିମ୍ବା ଖଣ୍ଡନ କରେ; କିମ୍ବା ଯାହାକି କୌଣସି ବିଷୟ କିମ୍ବା ବ୍ୟକ୍ତିର ପରିଚୟକୁ ପ୍ରମାଣିତ କରେ, ଯାହାର ପରିଚୟ ବା ଚିହ୍ନଟ ଉପାଦେୟ ଅଟେ; କିମ୍ବା ସେହି ସମୟ କିମ୍ବା ସ୍ଥିର କରେ,ଯେଉଁଠି ଏପରି ପ୍ରଶ୍ନଗତ ବିଷୟ କିମ୍ବା ଉପାଦେୟ ବିଷୟଟି ଥିଲା କିମ୍ବା ଯାହାକି ପକ୍ଷମାନଙ୍କର ସମ୍ପର୍କ ଦର୍ଶାଏ, ଯାହାଙ୍କ ଦ୍ଵାରା ଏପରି ବିଷୟରେ କାରବାର ଘଟିଥିଲା ; ସେଗୁଡିକ ଉପାଦେୟ ଅଟେ , ଯେତେଦୂର ପର୍ଯ୍ୟନ୍ତ ସେଗୁଡିକ ଉକ୍ତ ଉଦ୍ଦେଶ୍ୟ ନିମନ୍ତେ ଆବଶ୍ୟକ ଅଟେ ।
ଉଦାହରଣ
- ପ୍ରଶ୍ନ ହେଉଛି ଯେ, କୌଣସି ପ୍ରଦତ୍ତ ଦଲିଲ୍ ‘କ’ ଙ୍କର ଇଚ୍ଛାପତ୍ର କି ନୁହେଁ ।
ଅଭିଯୁକ୍ତ ଇଚ୍ଛାପତ୍ର ତାରିଖରେ କ’ର ସମ୍ପତ୍ତି ସ୍ଥିତି ଏବଂ ତାର ପରିବାର, ଉପାଦେୟ ବିଷୟ ହୋଇପାରେ ।
- କୌଣସି ଅପରାଧରେ,‘କ’ ଅଭିଯୁକ୍ତ ହୋଇଥିଲା ।
ଏହି ବିଷୟ ଯେ , ଅପରାଧ ସଂଗଠନ ପରେ ପରେ ‘କ’ ତା’ର ନିଜ ଗୃହରୁ ପଳାୟନ କରିଥିଲା, ଦଫା ୮ ଅନୁଯାୟୀ ଉପାଦେୟ ଅଟେ; ଯେହେତୁ ପରବର୍ତ୍ତୀ କାର୍ଯ୍ୟକଳାପ, ପ୍ରଶ୍ନଗତ ବିଷୟକୁ ପ୍ରଭାବିତ କରେ ।
କେବଳମାତ୍ର ଏହି ବିଷୟ ବ୍ୟତୀତ ଯେ, ଏପରି ବ୍ୟବସାୟ ଜନିତ କାର୍ଯ୍ୟ ହଠାତ୍ ଏବଂ ଦରକାରୀ ଥିଲା; ସେ ବ୍ୟବସାୟ ସଂକ୍ରାନ୍ତରେ ଗୃହ ପରିତ୍ୟାଗ କରିଥିବାର ସମସ୍ତ ବିବରଣୀ ଉପାଦେୟ ନୁହେଁ ।
ଟିପ୍ପଣୀ
- କେତେବେଳେ ଚିହ୍ନଟ ସାକ୍ଷ୍ୟ ଉପରେ ଆସ୍ଥା ସ୍ଥାପନ କରାଯିବ – ଚିହ୍ନଟ ପରୀକ୍ଷା ପ୍ୟାରେଡ – ଚିହ୍ନଟ ପରୀକ୍ଷା ପ୍ୟାରେଡ ଅନୁଷ୍ଠିତ କରିବାରେ କୌଣସି ତ୍ରୁଟି, ନଥିରେ ଥିବା ସାକ୍ଷ୍ୟ ପ୍ରମାଣିତ କରେ ନାହିଁ - ଅତିଶୟ ବିଳମ୍ବରେ ଚିହ୍ନଟ ପରୀକ୍ଷା କରାଯାଇ ନଥିଲା – ଚିହ୍ନଟ ପରୀକ୍ଷା ପ୍ୟାରେଡରେ ଚିହ୍ନଟ ନ୍ୟାୟାଳୟରେ ଚିହ୍ନଟ ସହିତ ସାମଞ୍ଜସ୍ୟ ରକ୍ଷା କରୁଥିଲା – ଚିହ୍ନଟିର ଏପରି ଆସ୍ଥା ସ୍ଥାପନ କରାଯିବ - ମହମ୍ମଦ ଆଲାମ୍ ଓରଫ ଗେଣ୍ଡୁ ବନାମ୍ ରାଜ୍ୟ ସରକାର – (୨୦୦୦) ୧୯ ଓସିଆର୍ – ୨୨୦
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡକୁ ଆହ୍ଵାନ କରିବା ଯୁକ୍ତି - ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଏବଂ ଭାରତୀୟ ଦଣ୍ଡବିଧି ଆଇନ୍ ର ଦଫା ୩୯୫/୪୫୭ ଅନୁଯାୟୀ ଦୋଷୀ ସାବ୍ୟସ୍ତତାର ଦର୍ଶାଯାଇଥିଲା ଯେ, ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ବିବରଣୀ ଏବଂ ସେଥିରେ ଉପଲବ୍ଧ ବିବରଣୀ, ଉପାଦେୟ ବିଷୟ ଅଟେ ଏବଂ ଉପାଦେୟ ସାକ୍ଷ୍ୟ ନୁହେଁ – ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ସମୟରେ ବିବରଣୀ, ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ର ଦଫା ୧୬୨ ଅନୁଯାୟୀ ବିବରଣୀ ଅଟେ । ନ୍ୟାୟାଳୟର ସାକ୍ଷ୍ୟ,ଉପାଦେୟ ସାକ୍ଷ୍ୟ ଅଟେ । ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡକୁ ଆହ୍ଵାନ କରି ଯୁକ୍ତି କାଏମ ଯୋଗ୍ୟ ନୁହେଁ କିମ୍ବା ଗ୍ରହଣୀୟ ନୁହେଁ - କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର – (୧୯୯୮) ୧୫ ଓସିଆର୍ – ୪୧୮ ।
ଦଫା ୯ : ପରୀକ୍ଷା ମୂଳକ ଚିହ୍ନଟ ପ୍ୟାରେଡ – ଏହା ଅଭିଯୁକ୍ତ ଦ୍ଵାରା ଅଧିକାର ବୋଲି ଦାବୀ କରାଯାଇପାରିବ ନାହିଁ – ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ପରିସ୍ଥିତିରେ ଯେପରିକି ସାକ୍ଷୀ ଏବଂ ଅଭିଯୁକ୍ତଙ୍କ ଚିହ୍ନା ଜଣା ପରିସ୍ଥିତିରେ ମୂଲ୍ୟହୀନ ହୋଇଥାଏ । ଆର୍ . ସାଜୀ ବନାମ୍ କେରଳ ରାଜ୍ୟ : (୨୦୧୩) ୫୪ . ଓସିଆର୍ (ଏସ୍ . ସି) ୯୭୪ ।
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରିବାରେ ଅଯଥା ବିଳମ୍ବ ସଂବନ୍ଧରେ ଯୁକ୍ତି - ଚିହ୍ନଟ - ଦଫା ୩୭୬ ଏବଂ ୩୯୪ ଅନୁଯାୟୀ ମୋକଦ୍ଦମା – ଜଣେ ବାଳକ ଏବଂ ବାଳିକାଙ୍କୁ, ଅପରାଧିଙ୍କ ଦ୍ଵାରା ପଥଭ୍ରଷ୍ଟ କରି ନିଆଯାଇଥିଲା ଏବଂ ବାଳିକାକୁ ଧର୍ଷଣ କରାଯାଇଥିଲା । ସୂର୍ଯ୍ୟାସ୍ତ ପୂର୍ବରୁ ଘଟଣା ଘଟିଥିଲା ଏବଂ ଦୀର୍ଘ ସମୟ ଧରି ଚାଲିଥିଲା - ଅପରାଧିକୁ ଚିହ୍ନିବାରେ ଯଥେଷ୍ଟ ସମୟ ଥିଲା - ଚିହ୍ନଟକାରୀ ସାକ୍ଷୀମାନଙ୍କ ଗିରଫ ତାରିଖରେ ଏବଂ ଉପସ୍ଥାପନ କରିବା ତାରିଖରେ ଅପରାଧି ବ୍ୟକ୍ତିମାନଙ୍କୁ ଦେଖିବାରେ ଖୁବ୍ କମ୍ ସୁଯୋଗ ଥିଲା । ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରିବାରେ ଅଯଥା ବିଳମ୍ବର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା - ବୈଦ୍ୟ ଓରଫ ବିଦେଶୀ ନାଏକ ଏବଂ ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର -(୧୯୯୭) ୧୩ ଓସିଆର୍ – ୨୯୨ ।
- ପୂର୍ବ – ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ - ଜବତ ଅଳଙ୍କାର ସମ୍ବନ୍ଧରେ, ପୂର୍ବ ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ ହୋଇନଥିଲା । ପ୍ରଥମ ଥର ନିମନ୍ତେ ନ୍ୟାୟାଳୟରେ ଚିହ୍ନଟ କରାଯାଇଥିଲା । ସାକ୍ଷୀମାନଙ୍କର ସାକ୍ଷ୍ୟ ଯେ, ସେମାନେ ଅଳଙ୍କାରଗୁଡିକୁ ଚିହ୍ନି ପାରନ୍ତି ଯେହେତୁ ସେଗୁଡିକୁ ଦୈନନ୍ଦିନ ଦେବତାଙ୍କ ଦ୍ଵାରା ପରିହିତ ହୁଏ । ସାକ୍ଷୀ ଜଣେ‘ପୂଜକ’ ଭାବେ ଦୀର୍ଘ ୩୦ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଦେବତାଙ୍କର ପୂଜା ସେବା କରୁଛନ୍ତି । ସେହି କ୍ଷମତାରେ ସେ ଉକ୍ତ ଅଳଙ୍କାରଗୁଡିକ ସହିତ ସୁପରିଚିତ । ଏପରି ସାକ୍ଷ୍ୟ, ପ୍ରତିରକ୍ଷା ଦ୍ଵାରା ଖଣ୍ଡନ କରାଯାଇ ନଥିବାରୁ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ, କାରଣ କୌଣସି ପୂର୍ବ ପରୀକ୍ଷାମୂଳକ ପ୍ୟାରେଡ ଅନୁଷ୍ଠିତ ହୋଇ ନଥିଲା – ଅଯୋଧ୍ୟା ଦାସ ବନାମ୍ ଶରତ୍ ରାନା ଏବଂ ଅନ୍ୟମାନେ - ୮୪ (୧୯୯୭) ସିଏଲ୍ ଟି - ୭୭୪ ।
- କେତେବେଳେ ପରୀକ୍ଷାମୂଳକ ପ୍ୟାରେଡ ଆବଶ୍ୟକ ଅଟେ - ପୂର୍ବ ପରୀକ୍ଷାମୂଳକ ପ୍ୟାରେଡ - ଏହା ଆଇନ୍ ନୁହେଁ ଯେ, ଅପରାଧିର କିମ୍ବା ସମ୍ପତ୍ତିର ଚିହ୍ନଟ ସଂବନ୍ଧରେ କୌଣସି ସାକ୍ଷୀର ସାକ୍ଷ୍ୟ ଗ୍ରହଣ ପୂର୍ବରୁ, ଏକ ପୂର୍ବ ପରୀକ୍ଷାମୂଳକ ପ୍ୟାରେଡ ହେବା ଉଚିତ୍ – ଯେଉଁସ୍ଥଳରେ ଅପରାଧି ଜଣା ନଥାଏ ଏବଂ ଚୋରା ସମ୍ପତ୍ତି ଦୈନିକ ବ୍ୟବହାରନୀୟ ହୋଇ ନଥାଏ, ସେପରି ସ୍ଥଳେ, ଚିହ୍ନଟ ପ୍ୟାରେଡ ଆବଶ୍ୟକ ଅଟେ - ଅଯୋଧ୍ୟା ଦାସ ବନାମ୍ ଶରତ୍ ରାନା ଏବଂ ଅନ୍ୟ ଦୁଇଜଣ - ୮୪ (୧୯୯୭) ସିଏଲଟି – ୭୭୪ ।
- ନ୍ୟାୟାଳୟରେ ଚିହ୍ନଟ – ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ – ଅନୁଷ୍ଠିତ ହୋଇ ନଥିଲା, ଯଦିଓ ଅପରାଧି ବ୍ୟକ୍ତିମାନେ ଗିରଫ ହୋଇଥିଲେ - ସେପରିସ୍ଥଳେ ନ୍ୟାୟାଳୟରେ ଚିହ୍ନଟ ଉପରେ ସ୍ଥାପନ କରାଯାଇପାରିବ ନାହିଁ – ଯଶପାଲ ସିଂହ ଓରଫ ପାଲି ବନାମ୍ ପଞ୍ଜାବ ରାଜ୍ୟ ସରକାର – ୧୯୯୭ ) ୧୨ ଓସିଆର୍ (ସୁପ୍ରିମକୋର୍ଟ)- ୪୭୨।
- ଚିହ୍ନଟ ପ୍ୟାରେଡ - ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରିବାରେ ବିଳମ୍ବର ଅନୁପସ୍ଥିତତା – ପ୍ୟାରେଡ ପୂର୍ବରୁ, ଅପରାଧିକୁ ଦେଖିବାର ସୁଯୋଗ ସାକ୍ଷୀମାନଙ୍କର ନଥିଲା ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡର ଉପଯୁକ୍ତତା ସଂବନ୍ଧରେ ସାକ୍ଷ୍ୟର ବିଚାର - କୌଣସି ହସ୍ତକ୍ଷେପ କରାଯିବା ଉଚିତ ନୁହେଁ – ସନାତନ ଧାମୁଡିଆ ବନାମ୍ ରାଜ୍ୟ ସରକାର - (୨୦୦୧) ୨୦ ଓସିଆର୍ - ୪୧୩ ।
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ – ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ପୂର୍ବରୁ, ମୋକଦ୍ଦମାକାରୀ ସାକ୍ଷୀ ନଂ– ୨ଙ୍କୁ ଅପିଲକର୍ତ୍ତାଙ୍କୁ ଦେଖାଇ ଦିଆଯାଇଥିଲା – ଦର୍ଶାଯାଇଥିଲା ଯେ , ଚିହ୍ନଟ ସଂବନ୍ଧରେ ମୋକଦ୍ଦମାକାରୀ ସାକ୍ଷୀ ନଂ – ୨ର ସାକ୍ଷ୍ୟ ଉପରେ ଆସ୍ଥା ସ୍ଥାପନ କରିବା ନିରାପଦ ନୁହେଁ ।
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ – ଅପରାଧି, ମୃତକ ଲତା ଏବଂ ପୂଜାର ସୁନା ଅଳଙ୍କାରକୁ, ମୋକଦ୍ଦମାକାରୀ ସାକ୍ଷୀ ନଂ - ୧୯ (ବଣିଆ)କୁ ବିକ୍ରୀ କରିଥିଲା ଏବଂ ସେଗୁଡିକ ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡରେ ସଠିକଭାବେ ଚିହ୍ନଟ କରଯାଇଥିଲା – ଦର୍ଶାଯାଇଥିଲା ଯେ, ଦୋଷାବହ ଦ୍ରବ୍ୟଗୁଡିକର ତଥା ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡରେ ସନ୍ଦେହୀ ବ୍ୟକ୍ତିର ଚିହ୍ନଟ, ଅପରାଧି ବିରୁଦ୍ଧରେ ଉପସ୍ଥିତ ପାରିପାର୍ଶ୍ଵିକ ପରିସ୍ଥିତିର ଏକ ଗୁରୁତ୍ଵପୂର୍ଣ୍ଣ ସଂଯୋଗ ଅଟେ ।
ସାକ୍ଷ୍ୟ ଆଇନ୍ ର ଦଫା ୨୭, ପରବର୍ତ୍ତୀ ଘଟଣାବଳୀ ଦ୍ଵାରା ଦୃଢୀକରଣ ନୀତି ଉପରେ ପର୍ଯ୍ୟବେସିତ ଅଟେ । ଉଚ୍ଚତମ ନ୍ୟାୟାଳୟ, ମହାରାଷ୍ଟ୍ର ରାଜ୍ୟ ସରକାର ବନାମ୍ ଦାମୁ, ପୁତ୍ର ଗୋପୀନାଥ ସିନ୍ଧେ ଏବଂ ଅନ୍ୟମାନେ, ମୋକଦ୍ଦମାରେ ଏହି ଦଫାର ପ୍ରକୃତ ଏବଂ ବିସ୍ତାରିତ ଅର୍ଥ ପ୍ରଦାନ କରିଛନ୍ତି, ଯାହାକି ୨୦୦୦ (୬) ଏସ୍ ସିସି – ୨୬୯ ରେ ଉଲ୍ଲେଖ କରାଯାଇଛି - ଦୟାନିଧି ବିଶୋଇ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୦) ୨୩ ଓସିଆର୍ – ୫୬୪ ।
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରିବାରେ ୪୭ଦିନ ବିଳମ୍ବ – ଯେହେତୁ କ୍ଷତିପ୍ରାପ୍ତ ସାକ୍ଷୀ ଅପରାଧିକୁ ଅତି ନିକଟରୁ ଦେଖିଥିଲା, ସେପରିସ୍ଥଳେ ଦୋଷୀ ବା ଅପରାଧିର ମୁଖମଣ୍ଡଳର ଧାରଣା, ତାର ମସ୍ତିସ୍କର ଏକ ଗୁରୁତ୍ଵର ପ୍ରଭାବ ଘଟାଇବ – ଦର୍ଶାଯାଇଥିଲା ଯେ, ସାକ୍ଷ୍ୟକୁ ବିଳମ୍ବତା କାରଣ ଉପରେ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ - ଅନିଲ କୁମାର ବନାମ୍ ଉତ୍ତରପ୍ରଦେଶ ରାଜ୍ୟ ସରକାର – (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୧୦୬ ।
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ – ସ୍ଵର ଦ୍ଵାରା ଅପରାଧିର ଚିହ୍ନଟ – ଅନ୍ତେବାସୀମାନେ, ସ୍ଵର ଦ୍ଵାରା ପ୍ରତବାଦୀକୁ ଚିହ୍ନିଥିଲେ ବୋଲି ଦାବୀ କରିଥିଲେ – ଏପରି ବିଷୟ ଏତଲାରେ ଉଲ୍ଲେଖ କରାଯାଇ ନଥିଲା, ଯଦିଓ ତାହା ଜଣେ ଅନ୍ତେବାସୀଙ୍କ ଦ୍ଵାରା ଦାଏର କରାଯାଇଥିଲା - ଅନୁସନ୍ଧାନକାରୀ ଉଚ୍ଚ କର୍ମଚାରୀଙ୍କ ଦ୍ଵାରା କୌଣସି ସ୍ଵର ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରାଯାଇ ନଥିଲା – ଦର୍ଶାଯାଇଥିଲା ଯେ, ନ୍ୟାୟାଳୟରେ ଚିହ୍ନଟ, ଗ୍ରହଣୀୟ ନୁହେଁ – ଓଡିଶା ରାଜ୍ୟ ସରକାର ବନାମ୍ ଗୁରବାରୀ ଓରଫ ଗୁରୀ (୨୦୦୩) ୨୪ ଓସିଆର୍ – ୩୧୨ , ୨୦୦୩ (୧) ଓଏଲ୍ ଆର୍ – ୧୫୬ ।
- ଅପରାଧିର ଗିରଫର ଏକମାସପରେ ଏବଂ ପ୍ରାୟ ଘଟନା ଘଟିବାର ୮ ମାସପରେ ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ପରିଚାଳନା କରାଯାଇଥିଲା - ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରିବାରେ ଏପରି ବିଳମ୍ବତା ନିମନ୍ତେ ମୋକଦ୍ଦମାକାରୀଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇ ନଥିଲା - ଦର୍ଶାଯାଇଥିଲା ଯେ, ଚିହ୍ନଟ ସାକ୍ଷ୍ୟ ଉପରେ ଆସ୍ଥା ସ୍ଥାପନ କରାଯାଇ ପାରିବ ନାହିଁ – ନିର୍ମଳ ପାଢୀ ଏବଂ ଅନ୍ୟ ଜଣେ ବନାମ୍ ବିହାର ରାଜ୍ୟ ସରକାର – (୨୦୦୩) ୨୪ ଓସିଆର୍ (ସୁପ୍ରିମକୋର୍ଟ) – ୪୩୧ ।
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ – କେତେବେଳେ ଆବଶ୍ୟକ ନୁହେଁ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ,ଅପରାଧିକୁ ତାଙ୍କର ଦାଦା ବୋଲି ଜାଣିଥିଲେ - ସେ ଅପରାଧିକୁ ଦେଖିଥିଲେ ଯେତେବେଳେ ସେ ପୂର୍ବଦିନ ତଥା ଘଟଣାଦିନ ତାଙ୍କ ଘରକୁ ଆସିଥିଲେ – ନ୍ୟାୟାଳୟରେ ସେ ସ୍ପଷ୍ଟୀଭାବେ ଅପରାଧିକୁ ଚିହ୍ନଟ କରିଥିଲେ - ଦର୍ଶାଯାଇଥିଲା ଯେ, ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରିବା ଆବଶ୍ୟକ ନଥିଲା – ହିମାଞ୍ଚଳ ପ୍ରଦେଶ ରାଜ୍ୟ ସରକାର ବନାମ୍ ପ୍ରେମଚାନ୍ଦ – (୨୦୦୩) ୨୬ ଓସିଆର୍ (ସୁପ୍ରିମକୋର୍ଟ) – ୨୧୪ ।
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ - ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡରେ ଅପରାଧିର ଚିହ୍ନଟ – ଅପରାଧି ନିଜେ ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲା – ଦର୍ଶାଯାଇଥିଲା ଯେ, ଯେଉଁ ସ୍ଥଳରେ ଅପରାଧି ନିଜେ ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡରେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରିଥିଲା, ସେପରି ସ୍ଥଳେ ଅନ୍ୟାନ୍ୟ କ୍ଷେତ୍ରରେ ସାଧାରଣ ଭାବେ ଅଗ୍ରସର ହୋଇ, ସାକ୍ଷୀଙ୍କର ସାକ୍ଷ୍ୟ ଉପରେ ଆସ୍ଥା ସ୍ଥାପନ କରିବା ବ୍ୟତୀତ, ମୋକଦ୍ଦମାକାରୀଙ୍କ ସମ୍ମୁଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।
ସାଧାରଣ ନିୟମ ହେଉଛି ଯେ , କୌଣସି ସାକ୍ଷୀର ସାକ୍ଷ୍ୟ ଯେ କି ଅପରାଧିକୁ ପୂର୍ବରୁ ଜାଣି ନଥାଏ ଏବଂ ପ୍ରଥମ ଥର ପାଇଁ ତାକୁ ନ୍ୟାୟାଳୟରେ ଚିହ୍ନଟ କରେ ଜଣେ ଏପରି ବ୍ୟକ୍ତି ଭାବେ, ଯେ କି ଅପରାଧ ସଂଗଠନରେ ଅଂଶଗ୍ରହଣ କରିଥିଲା ଏବଂ ସେଥିନିମନ୍ତେ ପୂର୍ବରୁ କୌଣସି ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରାଯାଇ ନଥାଏ, ତାହା ଅଧିକ ଗୁରୁତ୍ଵ ବହନ କରେ ନାହିଁ । କୌଣସି ସାକ୍ଷୀର ଉପାଦେୟ ସାକ୍ଷ୍ୟ ହେଉଛି, ନ୍ୟାୟାଳୟରେ ପ୍ରଦାନ କରାଯାଇଥିବା ବିବରଣୀ, ମାତ୍ର ବିଜ୍ଞତାର ନୀତି ସ୍ୱରୂପ, ପୂର୍ବର ପରୀକ୍ଷାମୂଳକ ଚିହ୍ନଟ କାର୍ଯ୍ୟାନୁଷ୍ଠାନ ଅନୁଷ୍ଠିତ କରାଯିବା ଉଚିତ, ଯାହା ଫଳରେ ଅପରାଧିର ଚିହ୍ନଟ ସଂବନ୍ଧରେ ନ୍ୟାୟାଳୟରେ ପ୍ରଦାନ କରାଯାଇଥିବା ସାକ୍ଷ୍ୟକୁ ସମର୍ଥନ କରାଯାଇପାରିବ, ଯେକି ତାକୁ ପୂର୍ବରୁ ଜଣା ନଥାଏ । ଯା ହେଉନା କାହିଁକି, ଏହି ନୀତିର ସେପରି କ୍ଷେତ୍ରରେ କୌଣସି ପ୍ରୟୋଗ ହୁଏ ନାହିଁ, ଯେଉଁ ସ୍ଥଳରେ ଜଣେ ଅପରାଧି ନିଜେ କୌଣସି ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡରେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରେ । ଏପରି କ୍ଷେତ୍ରରେ ସେ ଯୁକ୍ତି କରିପାରିବ ନାହିଁ ଯେ, ନ୍ୟାୟାଳୟରେ ପ୍ରଥମ ଥର ନିମନ୍ତେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ, ଯେଉଁଥିରେ ସେମାନେ ତାଙ୍କ ପ୍ରତି ନିର୍ଦ୍ଧିଷ୍ଟ ଭାବେ ଏକ ବ୍ୟକ୍ତି ବୋଲି ସୂଚୀତ କରନ୍ତି, ଯେକି ଅପରାଧର ସଂଗଠନରେ ଅଂଶ ଗ୍ରହଣ କରିଥିଲା, ତାହା ଉପରେ ଆସ୍ଥା ସ୍ଥାପନ କରାଯିବା ଉଚିତ ନୁହେଁ । ଏହି ଯୁକ୍ତି ଉପଲବ୍ଧ ଅଟେ, ଯଦି ଉକ୍ତ ବ୍ୟକ୍ତି ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ ନ କରିବା ନିମନ୍ତେ ଦାୟୀ ହୋଇଥାଏ । ଯାହା ହେଉନା କାହିଁକି, କୌଣସି ମୋକଦ୍ଦମାରେ ଯେଉଁ ସ୍ଥଳରେ ଅପରାଧି ନିଜେ କୌଣସି ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରେ, ସେପରିସ୍ଥଳେ ଉକ୍ତ ମୋକଦ୍ଦମାର ବିଚାର ସମୟରେ ନ୍ୟାୟାଳୟରେ ଲିପିବଦ୍ଧ କରାଯାଇଥିବା ସାକ୍ଷୀମାନଙ୍କର ସାକ୍ଷ୍ୟ ଉପରେ ଆସ୍ଥା ସ୍ଥାପନ କରି ଅନ୍ୟାନ୍ୟ ମୋକଦ୍ଦମା ପରି ଅଗ୍ରସର ହେବା ବ୍ୟତୀତ, ମୋକଦ୍ଦମାକାରୀଙ୍କ ପକ୍ଷରେ ଅନ୍ୟ କୌଣସି ବିକଳ୍ପ ନଥାଏ – ମୁନ୍ନା ବନାମ୍ ରାଜ୍ୟ ସରକାର (ଦିଲ୍ଲୀର ଏନ. ସି.ଟି.)- (୨୦୦୩) ୨୬ ଓସିଆର୍ (ସୁପ୍ରିମକୋର୍ଟ) – ୫୬୫ ।
- ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ – ଅପରାଧିର ଚିହ୍ନଟ ପ୍ରମାଣ କରିବା ନିମନ୍ତେ,ପରୀକ୍ଷାମୂଳକ ଚିହ୍ନଟ ପ୍ୟାରେଡ ଅନୁଷ୍ଠିତ କରିବା, ପ୍ରତ୍ୟକ ମୋକଦ୍ଦମାରେ ଏକ ଅନିବାର୍ଯ୍ୟ ନୀତି ଭାବେ ଧରାଯିବ ନାହିଁ, ଯଦି ଅନ୍ୟାନ୍ୟ ପାରିପାର୍ଶ୍ଵିକ ଅବସ୍ଥାରୁ ଏପରି ଦୋଷ ପ୍ରମାଣ କରାଯାଇପାରେ ବିଶ୍ଵେଶ୍ଵରେନ ବନାମ୍ ରାଜ୍ୟ ସରକାର – (୨୦୦୩) ୨୬ ଓସିଆର୍ (ସୁପ୍ରିମକୋର୍ଟ) – ୮୭୮ ।
ସାଧାରଣ ଉଦ୍ଦେଶ୍ୟ ଉଲ୍ଲେଖରେ,ଚକ୍ରାନ୍ତକାରୀଙ୍କ ଦ୍ଵାରା କୁହାଯାଇଥିବା କିମ୍ବା କରାଯାଇଥିବା କାର୍ଯ୍ୟ
ଯେଉଁ ସ୍ଥଳରେ ବିଶ୍ଵାସ କରିବା ନିମନ୍ତେ ଯଥାଯଥ କାରଣ ଥାଏ ଯେ , ଦୁଇ କିମ୍ବା ଅଧିକ ବ୍ୟକ୍ତି କୌଣସି ଅପରାଧ କିମ୍ବା କାର୍ଯ୍ୟ ଗ୍ରହଣୀୟ ତ୍ରୁଟି ସଂଗଠନ କରିବା ନିମନ୍ତେ ଏକତ୍ରିତ ଭାବ ଚକ୍ରାନ୍ତ କରିଛନ୍ତି , ସେପରିସ୍ଥଳେ ସେମାନଙ୍କର ସାଧାରଣ ଉଦ୍ଦେଶ୍ୟ ଉଲ୍ଲେଖରେ , ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ଦ୍ଵାରା ଯାହା କୁହାଯାଏ , କରାଯାଏ କିମ୍ବା ଲେଖାଯାଏ , କେବଳ ସେହି ସମୟ ପରେ ଯେତେବେଳେ ଏପରି ଉଦ୍ଦେଶ୍ୟ ପ୍ରଥମେ ସେମାନଙ୍କ ମଧ୍ୟରୁ ଜଣକ ଦ୍ଵାରା ଗ୍ରହଣୀୟ ହୋଇଥାଏ , ତାହା ଏପରି ଚକ୍ରାନ୍ତ କରୁଥିବା ବୋଲି ବିଶ୍ଵାସ କରାଯାଉଥିବା ପ୍ରତ୍ୟକ ବ୍ୟକ୍ତି ବିରୁଦ୍ଧରେ ଏବଂ ଚକ୍ରାନ୍ତର ସ୍ଥିତିକୁ ପ୍ରମାଣିତ କରିବା ଉଦ୍ଦେଶ୍ୟରେ ଏବଂ ଏହା ଦର୍ଶାଇବା ନିମନ୍ତେ , ଯେ ଏପରି କୌଣସି ବ୍ୟକ୍ତି ଏଥିରେ ଅଂଶୀଦାର ଅଟେ ବା ଏଥିରେ ଅଂଶ ଗ୍ରହଣ କରିଛି, ତାହା ଏକ ଉପାଦେୟ ବିଷୟ ଅଟେ ।
ଉଦାହରଣ
ଏହା ବିଶ୍ଵାସ କରିବା ନିମନ୍ତେ ଯଥାଯଥ କାରଣ ବିଦ୍ୟମାନ ଯେ, [ଭାରତ ସରକାରଙ୍କ] ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ,‘କ’ କୌଣସି ଚକ୍ରାନ୍ତରେ ଯୋଗଦାନ କରିଥିଲା ।
ଏହି ବିଷୟ ଯେ, ଚକ୍ରାନ୍ତ ଉଦ୍ଦେଶ୍ୟରେ ‘ଖ’ ୟୁରୋପରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଥିଲା; ସେହି ଉଦ୍ଦେଶ୍ୟରେ ‘ଗ’ କଲିକତାରେ ଅର୍ଥ ସଂଗ୍ରହ କରିଥିଲା‘ଘ’ ଉକ୍ତ ଚକ୍ରାନ୍ତରେ ଯୋଗଦାନ କରିବା ନିମନ୍ତେ ବମ୍ବେରେ ଲୋକମାନଙ୍କୁ ପ୍ରବର୍ତ୍ତାଉ ଥିଲା,‘ଙ’ ଆଗ୍ରାରେ, ଦୃଷ୍ଟିରେ ଥିବା ଉଦ୍ଦେଶ୍ୟକୁ ପ୍ରଚାର କରିବା ନିମନ୍ତେ ଲେଖା ପ୍ରକାଶନ କରୁଥିଲା ‘ଚ’ ଦିଲ୍ଲୀରୁ, କାବୁଲ୍ ରେ ଥିବା ‘ଛ’ ଙ୍କୁ ‘ଗ’ କଲିକତାରେ କେତେ ଅର୍ଥ ସଂଗ୍ରହ କରିଛି, ତାହାଜଣାଇଥିଲା ଏବଂ ଉକ୍ତ ପତ୍ରର ବିଷୟବସ୍ତୁ ‘ଜ' ଦ୍ଵାରା ଲେଖାଯାଇଥିଲା; ଯେଉଁଥିରେ ଏପରି ଚକ୍ରାନ୍ତର ବିବରଣୀ ପ୍ରଦାନ କରାଯାଇଥିଲା; ଏଥି ମଧ୍ୟରୁ ପ୍ରତ୍ୟକ ଚକ୍ରାନ୍ତର ସ୍ଥିତି ଏବଂ କ’ଣ ଏଥିରେ ସଂପୃକ୍ତିକୁ ପ୍ରମାଣ କରିବା ନିମନ୍ତେ, ଏଥିମଧ୍ୟରୁ ପ୍ରତ୍ୟକ ଉପାଦେୟ ଅଟେ , ଯଦିଓ ସେ,ସେଗୁଡିକ ସଂବନ୍ଧରେ ଅଜ୍ଞ ହୋଇଥାଇପାରେ ଏବଂ ଯଦିଓ ଯେଉଁ ବ୍ୟକ୍ତି ମାନଙ୍କ ଦ୍ଵାରା ତାହା କରାଯାଉଛି, ସେମାନେ ତାଙ୍କର ଅପରିଚିତ ହୋଇଥାଆନ୍ତି ଏବଂ ଯଦିଓ ସେ ଗୁଡିକ ଏପରି ଚକ୍ରାନ୍ତରେ ଯୋଗଦାନ କରିବା ପୂର୍ବରୁ କିମ୍ବା ସେ ଏହା ତ୍ୟାଗ କରିବା ପରେ ଘଟିଥାଏ ।
ଟିପ୍ପଣୀ
- ଉପାଦାନଗୁଡିକୁ ପ୍ରମାଣ କରାଯିବ – ଦଣ୍ଡବିଧି ଆଇନ –ଦଫା ୧୨୦‘ଖ’ – ଉପାଦାନଗୁଡିକୁ ପ୍ରମାଣ କରାଯିବ - କେବଳମାତ୍ର ଏହି କାରଣ ଯୋଗୁ ଯେ, ଜଣେ ଚକ୍ରାନ୍ତକାରୀର ଅପିଲ୍ ଖାରଜ୍ କରାଯାଇଥିଲା; ଚକ୍ରାନ୍ତ ସଂବନ୍ଧରେ ସହ - ଅପରାଧି ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୋଇଛି ବୋଲି ଧରାଯିବ ନାହିଁ - ସେହିପରି ମଧ୍ୟ, ଜଣେ ବିଷୟବସ୍ତୁ ଏବଂ ପରିସ୍ଥିତି ସିଦ୍ଧାନ୍ତନୀୟ ଭାବେ ସୂଚୀତ କରେ ନାହିଁ ଯେ, ଫୌଜଦାରୀ ଚକ୍ରାନ୍ତ ଗଠନ କରାଯାଇଛି – ସାଯୁ ବନାମ୍ କେରାଲା ରାଜ୍ୟ ସରକାର - ୨୦୦୧ (୨) ଓଏଏଆର୍ (ସୁପ୍ରିମକୋର୍ଟ) ୪ ।
- ହତ୍ୟା – ଚକ୍ରାନ୍ତ - ଚକ୍ରାନ୍ତକାରୀଙ୍କ ଦ୍ଵାରା କାର୍ଯ୍ୟ ଏବଂ ବିବରଣୀର ସାକ୍ଷ୍ୟ – ଗ୍ରହଣୀୟତା – ସହ – ଅପରାଧି ଦ୍ଵାରା କରାଯାଇଥିବା କିମ୍ବା ପ୍ରଦାନ କରାଯାଇଥିବା ସ୍ଵୀକାରୋକ୍ତି ବ୍ୟତୀତ ପ୍ରଥମେ ସ୍ପଷ୍ଟ ସାକ୍ଷ୍ୟ ଥିବା ଉଚିତ ଯେ, ଉକ୍ତ ବ୍ୟକ୍ତି ଏପରି ଚକ୍ରାନ୍ତର ଜଣେ ପକ୍ଷ ଥିଲେ - ସହ ଅପରାଧିର ସ୍ଵୀକାରୋକ୍ତିକୁ, ହତ୍ୟାର ବହୁଦିନ ପରେ ଲିପିବଦ୍ଧ କରାଯାଇଥିଲା, ଯେତେବେଳେ ଚକ୍ରାନ୍ତ ସମାପ୍ତ ହୋଇ ସାରିଥିଲା – ଏହି ଦଫାକୁ ବ୍ୟବହାରରେ ବିନିଯୋଗ କରାଯାଇ ପାରିବ ନାହିଁ - ୨୦୦୧ (୭) ଏସସିସି – ୫୯୬ – ଫିରୋଜୁଦ୍ଦିନ ବନାମ୍ କେରାଲା ରାଜ୍ୟ ସରକାର – ୧୧;୨୦୦୨ (୨) ଏସସିସି – ୩୫ ପ୍ରକାଶ ବନାମ୍ ମହାରାଷ୍ଟ୍ର ରାଜ୍ୟ ସରକାର – ୧୧;୨୦୦୨ (୧୦) ଏସସିସି ୬୦୧ :- ହିମାଚଳ ପ୍ରଦେଶ ରାଜ୍ୟ ସରକାର ବନାମ୍ ସତ୍ୟ – ୧୧;୨୦୦୪ (୭) ଏସସିସି – ୫୨୮, କଲ୍ୟାନ ବନାମ୍ ରାଜେଶ୍
ଆଧାର - ଦ ଲ ହାଉସ