অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୩ (ବିଭାଗ – ୨(ଗ))

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୩ (ବିଭାଗ – ୨(ଗ))

  1. ପ୍ରଲୋଭନ, ଧମକ  କିମ୍ବା  ପ୍ରତିଶ୍ରୁତି  ଦ୍ଵାରା ସ୍ଵୀକାରୋକ୍ତି, କେତେବେଳେ  ଫୌଜଦାରୀ  କାର୍ଯ୍ୟାନୁଷ୍ଠାନ
  2. ପୋଲିସ ଉଚ୍ଚକର୍ମଚାରୀଙ୍କ ସମ୍ମୁଖରେ ସ୍ଵୀକାରୋକ୍ତିକୁ ପ୍ରମାଣ  କରାଯିବ ନାହିଁ
  3. ପୋଲିସ୍ ଅଟକରେ ଥିବା ଅପରାଧି ସ୍ଵୀକାରୋକ୍ତିକୁ ତାଙ୍କ  ବିରୁଦ୍ଧରେ ପ୍ରମାଣ  କରାଯିବ ନାହିଁ
  4. ଅପରାଧିଠାରୁ ଗୃହୀତ କେତେ ପରିମାଣ ତଥ୍ୟକୁ ପ୍ରମାଣିତ
  5. ଲାଳସା,କିମ୍ବା ପ୍ରତିଶ୍ରୁତି ଦ୍ଵାରା ଘଟାଯାଇଥିବା ଧାରଣାର ସ୍ଵୀକାରୋକ୍ତି ଉପାଦେୟ
  6. ଉପାଦେୟ ହୋଇଥିବା ସ୍ଵୀକାରୋକ୍ତି, ଗୁପ୍ତତା ପ୍ରତିଶ୍ରୁତି  ଇତ୍ୟାଦି କାରଣ ଅନୁପାଦେୟ ହେବ ନାହିଁ
  7. ଅପରାଧରେ ବିଚାରାଧୀନ ବ୍ୟକ୍ତି ଏବଂ ଅନ୍ୟମାନଙ୍କୁ ପ୍ରଭାବିତ  କରୁଥିବା ପ୍ରମାଣିତ ସ୍ଵୀକାରୋକ୍ତିର ବିଚାର
  8. ସ୍ଵୀକାରୋକ୍ତି, ସିଦ୍ଧାନ୍ତନୀୟ ପ୍ରମାଣ ନୁହେଁ,ମାତ୍ର ପ୍ରତିବନ୍ଧକ ସୃଷ୍ଟି କରିପାରେ

ପ୍ରଲୋଭନ, ଧମକ  କିମ୍ବା  ପ୍ରତିଶ୍ରୁତି  ଦ୍ଵାରା ସ୍ଵୀକାରୋକ୍ତି, କେତେବେଳେ  ଫୌଜଦାରୀ  କାର୍ଯ୍ୟାନୁଷ୍ଠାନ

ପ୍ରଲୋଭନ,ଧମକ  କିମ୍ବା  ପ୍ରତିଶ୍ରୁତି  ଦ୍ଵାରା  କରାଯାଇଥିବା  ସ୍ଵୀକାରୋକ୍ତି, କେତେବେଳେ  ତାହା  ଫୌଜଦାରୀ  କାର୍ଯ୍ୟାନୁଷ୍ଠାନ  ନିମନ୍ତେ ଅନାବଶ୍ୟକ  ଅଟେ –

କୌଣସି  ଦଫାଦାରୀ  କାର୍ଯ୍ୟାନୁଷ୍ଠାନରେ, ଅପରାଧିଦ୍ଵାରା  ପ୍ରଧାନ କରାଯାଇଥିବା     କୌଣସି  ସ୍ଵୀକାରୋକ୍ତି  ଉପାଦେୟ  ନୁହେଁ , ଯଦି  ନ୍ୟାୟାଳୟଙ୍କୁ  ଏପରି  ସ୍ଵୀକାରୋକ୍ତିର  ପ୍ରଦାନ , କୌଣସି  ପ୍ରଲୋଭନ, ଧମକ  କିମ୍ବା ପ୍ରତିଶ୍ରୁତି  ଦ୍ଵାରା  ଘଟିଯାଇଛି  ବୋଲି  ମନେହୁଏ, ଯାହାକି  ଅପରାଧିଙ୍କ   ବିରୁଦ୍ଧରେ  ଥିବା  ଅଭିଯୋଗର  ଉଲ୍ଲେଖରେ  ଏବଂ  କ୍ଷମତାରେ  ଥିବା  କୌଣସି  ଅଧିକାରୀଙ୍କ  ଠାରୁ  କରାଯାଇଥାଏ, ଏବଂ  ଯାହାକି , ନ୍ୟାୟାଳୟ  ମତରେ , ଅପରାଧିକୁ  ସୁଯୋଗ  ଦିଏ ଯେ, ଏପରି  ସ୍ଵୀକାରୋକ୍ତି  ଦ୍ଵାରା  ସେ  ସୁବିଧା  ଲାଭକରି  ପାରିବେ  କିମ୍ବା  ତାଙ୍କ  ବିରୁଦ୍ଧରେ  ହେଉଥିବା  କାର୍ଯ୍ୟାନୁଷ୍ଠାନରୁ  ସାମୟିକ  ରିହାତି  ପାଇ  ପାରିବେ   ।

ଟିପ୍ପଣୀ

  1. ସାକ୍ଷ୍ୟଭାବେ ସ୍ଵୀକାରୋକ୍ତି  ବିବରଣୀ : ସ୍ଵୀକାରୋକ୍ତି – ଗ୍ରହଣୀୟତା – ହତ୍ୟା – ମୋକଦ୍ଦମା – ହତ୍ୟା  ସଂଗଠନ  ନିମନ୍ତେ  ଚକ୍ରାନ୍ତ,ସଂବନ୍ଧରେ, ସହ  ଅପରାଧିକୁ  ସନ୍ଦେହର  ସୁଯୋଗ  ପ୍ରଦାନ  କରାଯାଇଥିଲା – ଏହି  ଯୁକ୍ତି ଯେ, ତାର  ସ୍ଵୀକାରୋକ୍ତି  ବିବରଣୀ, ସାକ୍ଷ୍ୟରେ  ଗ୍ରହଣୀୟ  ହେବନାହିଁ, ଯେହେତୁ  ସେ ମୁଖ୍ୟ  ଅପରାଧରେ ଖଲାସ୍ ହୋଇଛି – ଗ୍ରହଣ  ଯୋଗ୍ୟ ନୁହେଁ  ଯେପରି କୁହାଯାଇଛି – ସହ ଅପରାଧିର  ସ୍ଵୀକାରୋକ୍ତି  ବିବରଣୀ ମାଜିଷ୍ଟ୍ରେଟଙ୍କ ଦ୍ଵାରା, ଫୌଜଦାରୀ  କାର୍ଯ୍ୟବିଧି  ଆଇନ୍ ର  ଦଫା ୧୬୪ ଅନୁଯାୟୀ ଲିପିବଦ୍ଧ କରାଯାଇଥିଲା ଏବଂ ଉଭୟ  ଅପରାଧିକୁ  ଯୁଗ୍ମ  ଭାବେ  ବିଚାର   କରାଯାଇଥିଲା – ପ୍ରକାଶ ଧାୱନ  ଖଏନାର ବନାମ୍ ମହାରାଷ୍ଟ୍ର ରାଜ୍ୟ ସରକାର – ଏଆଇଆର୍ ୨୦୦୦ ସୁପ୍ରିମକୋର୍ଟ  - ୩୪୦  ।
  2. ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ଭିତ୍ତିରେ  ଦୋଷୀ  ସାବ୍ୟସ୍ତତା : ଭାରତୀୟ  ଦଣ୍ଡବିଧି  ଆଇନ୍ ର  ଦଫା  ୩୦୨/୨୦୧ ଅନୁଯାୟୀ  ଦୋଷୀ  ସାବ୍ୟସ୍ତତା – ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି – ଅପରାଧିର  ସାକ୍ଷ୍ୟ  ଉପରେ  ଦୋଷୀ  ସାବ୍ୟସ୍ତ  କରାଯାଇପାରେ, ଯଦି  ବିଶ୍ଵସନୀୟ  ହୋଇଥାଏ – ଅପିଲକର୍ତ୍ତା  ଏବଂ  ତାର  ସହଯୋଗୀ  ଦ୍ଵାରା  କୁହାଯାଇଥିବା  ଶବ୍ଦାବଳୀକୁ, ସାକ୍ଷୀମାନେ  ଉଚ୍ଚାରଣ  କରି  ନାହାନ୍ତି, ଯେପରି  ଅଭିଯୋଗ  କରାଯାଇଛି – ଏପରି  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ଉପରେ  କୌଣସି  ଆସ୍ଥା  ସ୍ଥାପନ କରାଯାଇ  ପାରିବ  ନାହିଁ  - ଇନ୍ଦ୍ରମଣି  ସାହୁ  ଓରଫ ଇନ୍ଦ୍ରଜିତ  ବନାମ୍ ରାଜ୍ୟ  ସରକାର – ୨୦୦୧ (୨) ଓଏଲ୍ ଆର୍ – ୪୦୨ (୨୦୦୧) (୪) କ୍ରାଇମ୍ବ  - ୪୧୯  ।
  3. ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  - ଆଇନ୍ ର  ବ୍ୟବସ୍ଥାବଳୀ  ସହ  ସମନ୍ଵୟ  ରକ୍ଷା  ନକରି  ଲିପିବଦ୍ଧ  କରାଯାଇଥିବା  ବୈଚାରିକ  ସ୍ଵୀକାରୋକ୍ତିକୁ, ଅତିରିକ୍ତ  ବୈଚାରିକ   ସ୍ଵୀକାରୋକ୍ତି  ଭାବେ  ବିବେଚନା  କରାଯିବ  ନାହିଁ  - ଧନଞ୍ଜୟ  ରେଡି  ବନାମ୍ କର୍ଣ୍ଣାଟକ  ରାଜ୍ୟ  ସରକାର – ୨୦୦୧ (୧) ଓଏଲ୍ ଆର୍ (ସୁପ୍ରିମକୋର୍ଟ) – ୬୯୯  ।
  4. ସ୍ଵେଚ୍ଛାକୃତଭାବେ  ଅତିରିକ୍ତ   ବୈଚାରିକ ସ୍ଵୀକାରୋକ୍ତି : ସ୍ଵେଚ୍ଚାକୃତ  ଏବଂ  ସତ୍ୟ ହୋଇଥିବା  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି, ଯାହାକି  ସୁସ୍ଥ  ମସ୍ତିସ୍କରେ  ପ୍ରଦାନ  କରାଯାଇଥାଏ, ତା  ଉପରେ  ଆସ୍ଥାସ୍ଥାପନ  କରାଯାଇପାରିବ, ଯାହା  ବଳରେ  ଏକ  ଦୋଷୀସାବ୍ୟସ୍ତ   ଆଦେଶ  ପ୍ରଦାନ  କରାଯାଇପାରେ  - ମଦାଙ୍ଗୀ ରାଜୁ  ବନାମ୍ ଓଡିଶା  ରାଜ୍ୟ  ସରକାର – ୮୯ – (୨୦୦୦) ସିଏଲ୍ ଟି – ୬୪   ।
  5. ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ଲିପିବଦ୍ଧ  କରିବାରେ  ବିଳମ୍ବ : ନ୍ୟାୟାଳୟରେ  ଏକ  ଉପାଦେୟ  ସାକ୍ଷ୍ୟଭାବେ  ଗ୍ରହଣୀୟ  ହେବା  ନିମନ୍ତେ, ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  କିଛି  ସମର୍ଥନକାରୀ  ଉପାଦାନ  ହେବା  ଉଚିତ୍ – କୌଣସି  ବ୍ୟକ୍ତି  ସମ୍ମୁଖରେ  ଅତିରିକ୍ତ  ବୈଚାରିକ   ସ୍ଵୀକାରୋକ୍ତିର  ଲିପିବଦ୍ଧକରଣରେ  ବିଳମ୍ବତା  ଯେ କି  ପୋଲିସ୍  ସହ  ସଂପୃକ୍ତ  ନଥାଆନ୍ତି, ତାହା  ସର୍ବଦା  ସଂଦେହଜନକ  ଅଟେ – ପଞ୍ଜାବ  ରାଜ୍ୟ  ସରକାର ବନାମ୍  ଗୁଲ୍ ଦୀପ  ସିଂହ  - (୧୯୯୯) ୧୭ଓସିଆର୍ (ସୁପ୍ରିମକୋର୍ଟ) – ୫୨ ।
  6. କେତେବେଳେ  ଦୋଷୀ  ସାବ୍ୟସ୍ତତା  ଉପଯୁକ୍ତ  ଅଟେ  : ଦଣ୍ଡବିଧି  ଆଇନ୍,୧୯୬୦ – ଦଫା ୩୦୨ – ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ଭିତ୍ତିରେ  ଦୋଷୀ  ସାବ୍ୟସ୍ତତା – ଘଟନାର  ୨୦ଦିନପରେ  ସ୍ଵୀକାରୋକ୍ତି  ବିବରଣୀ  ପ୍ରଦାନ  କରାଯାଇଥିଲା  ବିଚାରକାରୀ  ନ୍ୟାୟାଳୟ  ଏବଂ  ଉଚ୍ଚନ୍ୟାୟାଳୟ, ସ୍ଵୀକାରୋକ୍ତି  ବିବରଣୀକୁ   ବିଶ୍ଵାସ   କରିଥିଲେ, ଯେହେତୁ  ମୋକଦ୍ଦମାକାରୀ  ସାକ୍ଷୀ – ୫ଙ୍କ  ବିରୁଦ୍ଧରେ  କିଛି  କୁହାଯାଇପାରିବ  ନାହିଁ, ଯାହାଙ୍କୁ  ଏପରି  ସ୍ଵୀକାରୋକ୍ତି  ପ୍ରଦାନ  କରାଯାଇଥିଲା – ଏହି  ଯୁକ୍ତି  ଯେ, ଏପରି   ଅତିରିକ୍ତ  ବୈଚାରିକ   ସ୍ଵୀକାରୋକ୍ତି  ଘଟଣା  ପରେ  ପରେ  କରା ନଯାଇ  ୨୦ ଦିନପରେ  କରାଯାଇଥିବାର  ଅଭିଯୋଗ  ହୋଇଥିଲା  ଏବଂ  ସେଥିପାଇଁ  ତା  ଉପରେ  ଆସ୍ଥାସ୍ଥାପନ  କରାଯାଇ  ପାରିବ  ନାହିଁ  - ଗ୍ରହଣୀୟ  ନୁହେଁ – ନିକଟ  ସମ୍ପର୍କୀୟଙ୍କୁ  ସ୍ଵୀକାରୋକ୍ତି  ପ୍ରଦାନ   କରାଯାଇଥିଲା – ମୋକଦ୍ଦମାକାରୀ  ସାକ୍ଷୀ  ୫ଙ୍କ  ସାକ୍ଷ୍ୟରେ  କୌଣସି  ତ୍ରୁଟିନାହିଁ  - ନିମ୍ନ  ନ୍ୟାୟାଳୟ  ଦ୍ଵାରା  ପ୍ରଦାନ  କରାଯାଇଥିବା  ରାଏରେ  ହସ୍ତକ୍ଷେପ  କରିବାର  କୌଣସି  କାରଣ  ନାହିଁ – ଦୋଷୀ  ସାବ୍ୟସ୍ତତା  ଉପଯୁକ୍ତ  ଅଟେ – ରାମ୍  ଖିଲାରି  ବନାମ୍ ରାଜସ୍ଥାନ  ରାଜ୍ୟ  ସରକାର – (୧୯୯୯) ୧୬ଓସିଆର୍ (ସୁପ୍ରିମକୋର୍ଟ) – ୪୦୬  ।
  7. ଦୋଷୀ  ସାବ୍ୟସ୍ତତାର  ଭିତ୍ତି  : ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି – କସଟି  ପଥରରେ  କଷ୍ଟକର  ପରିକ୍ଷାରେ  ସାକ୍ଷୀମାନଙ୍କର  ସାକ୍ଷ୍ୟକୁ  ନିୟନ୍ତ୍ରଣାଧିନ  କରିବା  ପରେ, ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତିକୁ   ଗ୍ରହଣ  କରାଯାଇତ୍ପାରେ  ଏବଂ  ଦୋଷୀ  ସାବ୍ୟସ୍ତତାର  ଭିତ୍ତି  ହୋଇପାରେ – କାହ୍ନୁମାଝୀ  ବନାମ୍  ରାଜ୍ୟ  ସରକାର – ୮୬ (୧୯୯୮) ସିଏଲ୍ ଟି  - ୨୯୭, (୧୯୯୮) ୧୫ଓସିଆର୍ – ୧୨୧, ୧୯୯୮ (୪) କ୍ରାଇମ୍ସ – ୩୨ (ଓଡିଶା),୧୯୯୮ କ୍ରିମିନାଲ,‘ଲ’ ଜର୍ଣ୍ଣାଲ – ୩୭୨୯   ।
  8. ଭାରତୀୟ  ଦଣ୍ଡବିଧି  ଆଇନ୍ ର   ଦଫା  ୩୦୨/୨୦୧  ଅନୁଯାୟୀ  ଦୋଷୀ  ସାବ୍ୟସ୍ତତା  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି – ଅପରାଧିର  ସାକ୍ଷ୍ୟ  ଉପରେ  ଦୋଷୀ  ସାବ୍ୟସ୍ତତା  ରହିପାରେ, ଯଦି  ତାହା  ବିଶ୍ଵସନୀୟ ହୋଇଥାଏ – ଅପିଲ୍ କର୍ତ୍ତାଙ୍କ  ଦ୍ଵାରା  କୁହାଯାଇଥିବା  ଅଭିଯୁକ୍ତ  ଶବ୍ଦାବଳୀକୁ   ସାକ୍ଷୀମାନେ  ଉଚ୍ଚାରଣ  କରି  ନଥିଲେ – ଏପରି  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ଉପରେ  ଆସ୍ଥା ସ୍ଥାପନ  କରାଯାଇପାରିବ  ନାହିଁ  - ଇନ୍ଦ୍ରମଣି  ବନାମ୍  ରାଜ୍ୟ  ସରକାର – ୨୦୦୦ (୨) ଓଏଲ୍ ଆର୍ – ୪୪୨ ।
  9. ଅତିରିକ୍ତ  ବୈଚାରିକ  ସାକ୍ଷୀ – ଯେତେବେଳେ  ପ୍ରତ୍ୟାହାର  କରାଯାଏ  ସେତେବେଳେ  ସମର୍ଥନ  ନିମନ୍ତେ  ନ୍ୟାୟାଳୟ  ଅନ୍ୟାନ୍ୟ  ଉତ୍ସପ୍ରତି  ଦୃଷ୍ଟିପାତ  କରନ୍ତି – ଫୌଜଦାରୀ  କାର୍ଯ୍ୟବିଧି ଆଇନ୍ ର  ଦଫା  ୩୧ ଅନୁଯାୟୀ, ପରୀକ୍ଷା  ସମୟରେ  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତିକୁ  ପ୍ରତ୍ୟାହାର  କରାଯାଇଥିଲା – ତିନିଜଣ  ସାକ୍ଷୀଙ୍କ  ସହିତ  ୱାର୍ଡ  ସଦସ୍ୟ  ମଧ୍ୟ  ଏପରି  ସ୍ଵୀକାରୋକ୍ତି  ସଂବନ୍ଧରେ  ଉଲ୍ଲେଖ  କରିଥିଲେ  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ସଂବନ୍ଧରେ  ସେମାନଙ୍କ  ସାକ୍ଷ୍ୟରେ  ନଗଣ୍ୟ  ବିରୋଧତା, ସେମାନଙ୍କର  ସାକ୍ଷ୍ୟକୁ  ପ୍ରତ୍ୟାଖ୍ୟାନ  କରିବା  ନିମନ୍ତେ  ଉପାଦେୟ  ନୁହେଁ – ଦୁଇଜଣ  ସାକ୍ଷୀଙ୍କର  ସାକ୍ଷ୍ୟ  ଯେ, ଅଟକରେ  ଥିବା  ସମୟରେ  ଅପରାଧି   ଉଲ୍ଲେଖ   କରିଥିଲା ଯେ, ସେ  ଟାଙ୍ଗିଆ  ଉଦ୍ଧାର  ଘଟାଇବ ଏବଂ  ପୋଲିସ୍ କୁ  ସେହି  ସ୍ଥାନକୁ  ନେଇଥିଲା ଏବଂ  ସାକ୍ଷୀମାନଙ୍କର  ଉପସ୍ଥିତିରେ  ଟାଙ୍ଗିଆ  ଉଦ୍ଧାର  କରିଥିଲା – ଉକ୍ତ  ଟାଙ୍ଗିଆରେ  ରକ୍ତ  ଦାଗ  ଲାଗିଥିଲା, ଯଦିଓ  ରାସାୟନିକ  ପରୀକ୍ଷକଙ୍କ  ଦ୍ଵାରା  ଏ  ସଂବନ୍ଧରେ  କୌଣସି  ମତାମତ  ପ୍ରଦାନ  କରାଯାଇ  ନଥିଲା, ଯେହେତୁ  ଉକ୍ତ  ରକ୍ତଦାଗ  ମଉଳି  ଯାଇଥିଲା  । ଶବ  ବ୍ୟବଚ୍ଛେଦ  କରିଥିବା  ଡାକ୍ତରଙ୍କ  ମତ ଯେ, ଶରୀର  ଉପରେ  କଟା  ଚିହ୍ନ  ଥିଲା, ଯାହାକି   ଉକ୍ତ  ଟାଙ୍ଗିଆ  ଦ୍ଵାରା  ସମ୍ଭବ  ଅଟେ  - ବିନ୍ଦୁ  ବନାମ୍  ରାଜ୍ୟ  ସରକାର – (୨୦୦୧) ୨୧ ଓସିଆର୍ – ୬୫୦।
  10. ଅପିଲକର୍ତ୍ତା  ଦ୍ଵାରା  ଅତିରିକ୍ତ   ବୈଚାରିକ  ସ୍ଵୀକାରୋକ୍ତି  ପ୍ରଦାନ  କରାଯାଇଥିଲା  ବୋଲି  ଅଭିଯୁକ୍ତ  ହୋଇଥିଲା – ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ଏକ  ଦୃଢ  ସାକ୍ଷ୍ୟ  ନୁହେଁ, ମାତ୍ର  ସମର୍ଥନକାରୀ ସାକ୍ଷ୍ୟ  ଭାବେ ବ୍ୟବହୃତ ହୋଇପାରେ – ଦୋଷୀ  ସାବ୍ୟସ୍ତତା  ପର୍ଯ୍ୟବେସିତ  କରିବା  ନିମନ୍ତେ  ସ୍ପଷ୍ଟ, ଯଥାଯଥ  ଏବଂ  ଅଖଣ୍ଡନୀୟ  ସାକ୍ଷ୍ୟର  ଅନୁପସ୍ଥିତ, ସେହି  ଭିତ୍ତିକୁ ପ୍ରମାଣ  କରିବାରେ, ମୋକଦ୍ଦମା ପରିଚାଳନାକାରୀଙ୍କ ଅକୃତ  କାର୍ଯ୍ୟତା, ଯେଉଁଥି  ନିମନ୍ତେ  ଅପରାଧି  ଏପରି ବ୍ୟକ୍ତିଙ୍କ ସମ୍ମୁଖରେ  ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ ପ୍ରଦାନ କରିଥିଲେ – ଦୋଷୀ  ସାବ୍ୟସ୍ତତାକୁ କାଏମ୍ ରଖିବା  ନିମନ୍ତେ  ବ୍ୟବହାର   କରାଇ  ପାରିବ  ନାହିଁ  - ଘାସିଆ  ହରିଜନ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୨) ୨୩ ଓସିଆର୍ – ୧୦   ।
  11. ପଞ୍ଚାୟତ  ସମ୍ମୁଖରେ   ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି – ସାକ୍ଷ୍ୟ  ଦର୍ଶାଏ  ଯେ, ଗ୍ରାମରକ୍ଷୀ  ଉପସ୍ଥିତି  ଥିଲେ  ଏବଂ  ଅପିଲକର୍ତ୍ତାଙ୍କୁ  ଧମକ ଏବଂ ବାଧ୍ୟତାର  ନିୟନ୍ତ୍ରଣାଧିନ  କରାଯାଇଥିଲା – ଦର୍ଶା  ଯାଇଥିଲା ଯେ, ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ସ୍ଵେଚ୍ଚାକୃତ  ନୁହେଁ ଏବଂ  ଏହିପରି  ପ୍ରତ୍ୟାଖ୍ୟାନ  କରାଯାଇଥିଲା – ତିଲକ୍  ଫୁଟିଆ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୨) ୨୩ ଓସିଆର୍ – ୨୯୩  ।
  12. ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି – ନ୍ୟାୟାଳୟ  ଏପରି  ଅନୁମାନରୁ  ଆରମ୍ଭ  କରିବେ  ନାହିଁ  ଯେ, ଏପରି  ସ୍ଵୀକାରୋକ୍ତି  ଏକପ୍ରକାର  ଦୁର୍ବଳ  ସାକ୍ଷ୍ୟ  ଅଟେ – ପରି  ସ୍ଵୀକାରୋକ୍ତି  ସଂବନ୍ଧରେ  ସାକ୍ଷୀଙ୍କର  ସାକ୍ଷ୍ୟ  ବିଶ୍ଵସନୀୟ  ପରି  ପ୍ରତୀୟମାନ  ହୁଏ ଏବଂ  ସାକ୍ଷୀଙ୍କ   ଦ୍ଵାରା  ମିଥ୍ୟା  ବିବରଣୀ  ପ୍ରଦାନ  କରିବା  ସଂବନ୍ଧରେ ,ପ୍ରତିପକ୍ଷ  ଦ୍ଵାରା  କୌଣସି  ଉଦ୍ଦେଶ୍ୟ  ନ୍ୟସ୍ତ  କରାଯାଇ  ନାହିଁ  - ଏପରି  ସ୍ଵୀକାରୋକ୍ତି  ସ୍ଵେଚ୍ଚାକୃତ  ହୋଇଥିବାରୁ, ତା ଉପରେ  କାର୍ଯ୍ୟାନୁଷ୍ଠାନ  ଗ୍ରହଣ   କରାଯାଇପାରେ – ନାଚୀକା  ଦେରୁକୁ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୦) ୨୩ ଓସିଆର୍ – ୩୦୮  ।
  13. ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ – ଅଭିଯୋଗ  ପ୍ରକୃତିର  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ଏକ  ଅତି  ଦୁର୍ବଳ  ଧରଣର  ସାକ୍ଷ୍ୟ  ଅଟେ – ଏହା  ନିଶ୍ଚିତଭାବେ  ସମ୍ଭବପର  ହୋଇଥିବ  ଏବଂ  ନ୍ୟାୟାଳୟଙ୍କ  ବିଶ୍ଵାସ  ଉଦ୍ରେକ୍  କରୁଥିବ – ନାଚୀକା  ଜେରୁକୁ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୨) ୨୩ ଓସିଆର୍ – ୩୦୮  ।
  14. ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ  ଏକ  ଦୁର୍ବଳ  ଧରଣର  ସାକ୍ଷ୍ୟ  ହୋଇପାରେ – ମାତ୍ର  ଏହା  ଦୃଢ  ପାରିପାର୍ଶ୍ଵିକ  ସାକ୍ଷ୍ୟ  ପ୍ରତି  ପ୍ରଦାନ  କରିପାରେ – କୌଣସି  ମୋକଦ୍ଦମାର  ବିଷୟବସ୍ତୁ  ଏବଂ  ପରିସ୍ଥିତି  ଉପରେ, ଅପରାଧି  ବିରୁଦ୍ଧରେ  ଏକ  ଅନୁମାନ  ଆହାରଣ  କରାଯାଇପାରେ  ଯେକି  ମୃତ  ଶରୀର  ହସ୍ତାନ୍ତରଣ  କରିବା  ସମୟରେ  ଧରାଯାଇଥିଲା ଏବଂ  ସାକ୍ଷୀମାନଙ୍କ   ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ପ୍ରଦାନ   କରିଥିଲା  ଏବଂ  ଜେରା  ସମୟରେ  କିମ୍ବା  ଫୌଜଦାରୀ  କାର୍ଯ୍ୟବିଧି  ଆଇନ୍ ର  ଦଫା  ୩୧୩ ଅନୁଯାୟୀ  ଲିପିବଦ୍ଧ  କରାଯାଇଥିଲା  ବିବରଣୀରେ  ସେପରି  କୌଣସି  ନିର୍ଦ୍ଦେଶ  ପ୍ରଦାନ  କରି  ନଥିଲା  ଯେ, କିପରିଭାବେ  ଉକ୍ତ  ଶରୀରର   ଦଖଲରେ  ସେ  ଆସିଥିଲା – କଳ୍ପନା  ମଜୁମଦାର  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୨) ୨୩ ଓସିଆର୍ (ସୁପ୍ରିମକୋର୍ଟ) – ୫୫୭   ।
  15. ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି – ସାଧାରଣତଃ  ଏକ  ଦୁର୍ବଳ  ସାକ୍ଷ୍ୟଭାବେ ଧରାଯାଏ, ଯଦି  ଅନ୍ୟାନ୍ୟ  ସାକ୍ଷ୍ୟ  ଦ୍ଵାରା  ସମର୍ଥିତ  ନ  ହୁଏ  - ବାଇ  ମାଝୀ  ବନାମ୍ ଓଡିଶା  ରାଜ୍ୟ  ସରକାର  - (୨୦୦୨) (୧) କ୍ରାଇମ୍ସ – ୪୬୦; ୨୦୦୦ (୨) ଓଏଲ୍ ଆର୍  - ୫୩୬   ।
  16. ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି – ମୋକଦ୍ଦମା  ପରିଚାଳନାକାରୀ ସେପରି  କୌଣସି  ଉପାଦେୟ  ସାକ୍ଷ୍ୟ  ପ୍ରଦାନ  କରି  ନଥିଲେ  ଯେ,କାହିଁକି  ଅପିଲକର୍ତ୍ତା  ସେହି  ବ୍ୟକ୍ତିମାନଙ୍କ  ଉପରେ  ବିଶ୍ଵାସ  କରେ, ଯାହାଙ୍କ  ସମ୍ମୁଖରେ  ଯେ  ଏପରି  ସ୍ଵୀକାରୋକ୍ତି  ପ୍ରଦାନ  କରିଥିଲେ – କେବଳ  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ଉପରେ  ଅପିଲକର୍ତ୍ତାଙ୍କ  ବିରୁଦ୍ଧରେ  ଦୋଷୀ  ସାବ୍ୟସ୍ତତା  ପର୍ଯ୍ୟବେସିତ  କରିବା  ନିମନ୍ତେ, କୌଣସି  ସ୍ପଷ୍ଟ, ଯଥାଯଥ  ଏବଂ  ଅଖଣ୍ଡନୀୟ  ସାକ୍ଷ୍ୟ  ନଥିଲା – ୯୩ (୨୦୦୨)  ସିଏଲ୍ ଟି – ୮୨୫  ।
  17. ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ – ମୋକଦ୍ଦମାକାରୀ  ସାକ୍ଷୀ ନଂ – ୪,ଦୁଇ ଥର  ଅପିଲକର୍ତ୍ତାଙ୍କୁ   ସାକ୍ଷାତ  କରିଥିଲା  ବୋଲି  କହିଥିଲା, ମାତ୍ର  ପ୍ରତ୍ୟକ  ଥର  ଅପରାଧରେ  ତାର  ଅନ୍ତର୍ଭୁକ୍ତ  ନାହିଁ  ବୋଲି  ଅପିଲକର୍ତ୍ତା   କହିଥିଲା – ତୃତୀୟ  ଥର  ପରିସର  ମଧ୍ୟରେ  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତିର  ପ୍ରଦାନକୁ  ଗ୍ରହଣ   କରାଯାଇପାରିବ  ନାହିଁ, ଯେତେବେଳେ  ଏପରି  କୌଣସି  ସାକ୍ଷ୍ୟ  ନାହିଁ ଯେ, କାହିଁକି  ଅପିଲକର୍ତ୍ତା  ତାଙ୍କ  ଉପରେ  ବିଶ୍ଵାସ  କରିବେ – କେନ୍ଦୁକରିମ୍  ବନାମ୍  ଓଡିଶା  ରାଜ୍ୟ  ସରକାର  - (୨୦୦୨) ୨୩ ଓସିଆର୍ – ୨୮୫  ।
  18. ଅତିରିକ୍ତ  ବୈଚାରିକ  ସାକ୍ଷୀ – ଦୁର୍ବଳ  ପ୍ରକୃତିର  ସାକ୍ଷ୍ୟ  ଅଟେ – ନିଶ୍ଚିତଭାବେ  ନ୍ୟାୟାଳୟର  ବିଶ୍ଵାସ  ଉଦ୍ରେକ୍ କରିବା  ଉଚିତ୍ – ଧୋବୁଲୁ  ସାନ୍ତା  ଏବଂ  ଅନ୍ୟ  ଜଣେ  ବନାମ୍  ଓଡିଶା  ରାଜ୍ୟ  ସରକାର – ୨୦୦୨ (୧) ଓଏଲ୍ ଆର୍ – ୩୨୨   ।
  19. ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ – ଅପିଲକର୍ତ୍ତା  ତାଙ୍କ  ସଂପର୍କୀୟ  ମୋକଦ୍ଦମାକାରୀ  ସଖ୍ୟ  ନଂ – ୩ଙ୍କ  ସମ୍ମୁଖରେ, ଘଟଣା  ପରେ  ପରେ  ସ୍ଵୀକାରୋକ୍ତି  ପ୍ରଦାନ  କରିଥିଲେ – ଏପରି  ସ୍ଵୀକାରୋକ୍ତି  ସତ୍ୟ  ଏବଂ  ସ୍ଵେଚ୍ଚାକୃତ  ବୋଲି  ପ୍ରତୀୟମାନ  ହେଉଥିଲା – ଯଦିଓ  ତାହା  ପ୍ରତ୍ୟାହାର  କରାଯାଇଥାଏ, ତଥାପି  ତା  ଉପରେ  ପର୍ଯ୍ୟବେସିତ  କରି ଦୋଷୀ  ସାବ୍ୟସ୍ତତା  କରାଯାଇପାରେ  - ମାନନୀୟ  ନ୍ୟାୟାଳୟ  ଏହା  ଦେଖି ଯେ,ମୋକଦ୍ଦମାକାରୀ ସାକ୍ଷ୍ୟ  ନଂ -୩ଙ୍କ   ସାକ୍ଷ୍ୟରେ  କୌଣସି  ତ୍ରୁଟି  ନାହିଁ, ଉକ୍ତ  ଅତିରିକ୍ତ  ବୈଚାରିକ  ସାକ୍ଷ୍ୟକୁ  ଗ୍ରହଣ  କରିଥିଲେ  ଏବଂ  ଦୋଷୀ  ସାବ୍ୟସ୍ତତାର  ଆଦେଶ  ଏବଂ  ରାଏକୁ  କାଏମ  ରଖିଥିଲେ  - ଅମ୍ରସ ବରିଆ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୩) ୨୪ ଓସିଆର୍ – ୮୯୪;୯୫ (୨୦୦୩) ସିଏଲ୍ ଟି  - ୪୨୪  ।
  20. ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ, ଯାହାକି  କୌଣସି  ଶତ୍ରୁଭାବାପନ୍ନ  ବ୍ୟକ୍ତି  ସମ୍ମୁଖରେ  ପ୍ରଦାନ  କରାଯାଇଥାଏ, ତାହା  ଅସମ୍ଭବ  ଅଟେ – ବୈଚାରିକ  ସ୍ଵୀକାରୋକ୍ତି ଏବଂ  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତି  ମଧ୍ୟରେ  ପାର୍ଥକ୍ୟ ଦର୍ଶାଯାଇଛି -  ଫୌଜଦାରୀ  କାର୍ଯ୍ୟବିଧି   ଆଇନ୍ ର  ଦଫା – ୧୬୪ – ରାଜସ୍ଥାନ  ରାଜ୍ୟ  ସରକାର  ବନାମ୍  ରାଜା  ରାମ୍ – (୨୦୦୩) ୨୬ ଓସିଆର୍ (ସୁପ୍ରିମକୋର୍ଟ) – ୩୩୨  ।
  21. ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ  - ସ୍ଵେଚ୍ଛାକୃତ  ପ୍ରକୃତିର  କି  ନୁହେଁ – ଅପିଲକର୍ତ୍ତା  ଯେ କି  ଏକ ଗୃହିଣୀ, ତାଙ୍କୁ  ଏକ  ଗ୍ରାମ୍ୟ  ସମିତିକୁ  ଆହ୍ଵାନ  କରାଯାଇଥିଲା, ଯେଉଁଥିରେ  ୩୦ଜଣ  ଗ୍ରାମବାସୀ  ଥିଲେ  ଏବଂ  ତାଙ୍କୁ  ତାଙ୍କର  ସ୍ଵାମୀଙ୍କ  ସ୍ଵାମୀଙ୍କ  ମୃତ୍ୟୁ  ସଂବନ୍ଧରେ  ପଚରା  ଯାଇଥିଲା – ସେ  କହିଥିଲେ ଯେ,ସେ  ତାଙ୍କ  ସ୍ଵାମୀଙ୍କ  ଖାଦ୍ୟରେ  ବିଷ  ମିଶାଇ  ଦେଇଥିଲେ, ଯେଉଁଥି  ନିମନ୍ତେ  ସେ  ମୃତ୍ୟୁବରଣ  କଲେ  ଦର୍ଶାଯାଇଥିଲା  ଯେ, ଏପରି  ଏକ  ପରିସ୍ଥିତିରେ, ଯଦିଓ  ଅପିଲକର୍ତ୍ତାଙ୍କ  ଦ୍ଵାରା  କୌଣସି  ବିବରଣୀ  ପ୍ରଦାନ  କରାଯାଇଥାଏ, ତାହାକୁ  ସ୍ଵେଚ୍ଚାକୃତ  ସ୍ଵୀକାରୋକ୍ତି  ବୋଲି  କୁହାଯାଇ  ପାରିବ  ନାହିଁ  - କାନିକା  ମିସ୍ତ୍ରୀ  ଓରଫ  ମଣ୍ଡଲ୍  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୪) ୨୯ ଓସିଆର୍ – ୯୮୪  ।
  22. ଦଫା  ୨୪ – ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ – ଅଭିଯୁକ୍ତଙ୍କୁ  ‘ଡି’ ଙ୍କ  ଘରକୁ  ଡକାଯାଇଥିଲା – ସମସ୍ତ  ଗ୍ରାମବାସୀ  ଏକତ୍ରୀତ  ହେଲେ – ଅଭିଯୁକ୍ତକୁ  ବାରମ୍ବାର   ପଚରାଗଲା  ଏବଂ  ସେ  କହିଲା  ଯେ  ସେ ‘ପି’ଙ୍କୁ  ନେଇ  ଯାଇଥିଲା – ଦର୍ଶାଗଲା  ସ୍ଵୀକାରୋକ୍ତି  ସ୍ଵେଚ୍ଚାକୃତ  ନୁହେଁ  ଏବଂ  ଏହାକୁ  ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ  ବୋଲି  କୁହାଯାଇପାରିବ  ନାହିଁ   । ମନୋଜ  ଭୋଇ  ବନାମ  ଓଡିଶା  ରାଜ୍ୟ : (୨୦୦୩) ୫୪. ଓ.ସି.ଆର . ୧୫୪:୨୦୧୩ (୧) ଓ.ଏଲ୍.ଟି (୨୦୧୩)
  23. ଅତିରିକ୍ତ  ବୈଚାରିକ  ସାକ୍ଷ୍ୟ – ନଥିଭୁକ୍ତ  ସାକ୍ଷ୍ୟ  ସୂଚୀତ  କରେ ଯେ, ଅପରାଧିକୁ  ଧମକର  ନିୟନ୍ତ୍ରଣାଧିନରେ  ରଖାଯାଇଥିଲା, ଯେଉଁଥି  ନିମନ୍ତେ  ସେ  ତାର  ଦୋଷ  ସ୍ଵୀକାର  କରିଥିଲା – ଦର୍ଶାଯାଇଥିଲା ଯେ  ଅତିରିକ୍ତ  ବୈଚାରିକ  ସାକ୍ଷ୍ୟକୁ  ସ୍ଵେଚ୍ଚାକୃତ  ବୋଲି  କୁହାଯାଇ  ପାରିବ  ନାହିଁ  - ମୋନଗାରା  ହରିଜନ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୪) ୨୭ ଓସିଆର୍ – ୮୬୯; ୨୦୦୪ (୧) ଓଏଏଆର – ୫୦୦; ସିଏଲ୍ ଟି  - ୨୦୦୪ (ସପ୍ଲିମେଣ୍ଟାରୀ) କ୍ରାଇମ – ୪୭୭; ୨୦୦୪ (୨) କ୍ରାଇମ୍ସ – ୩୬୪   ।
  24. ପ୍ରତ୍ୟାହୁତ  ସାକ୍ଷ୍ୟ – ସମର୍ଥନ – ଉକ୍ତି , ‘ଉପାଦେୟ  ବିଷୟବସ୍ତୁର  ସମର୍ଥନ’ – ଏହା  ଅର୍ଥ  ନୁହେଁ ଯେ, ସମୁଦାୟ ତଥ୍ୟକୁ   ତନ୍ନତନ୍ନ  ଭାବେ  ପରୀକ୍ଷା  କରାଯିବା  ଉଚିତ – ଏହା  ଯଥେଷ୍ଟ  ହେବ, ଯଦି  ସ୍ଵୀକାରୋକ୍ତିର  ସାଧାରଣ  ଧାରା  ସହିତ  ସମନ୍ଵିତ  ରକ୍ଷା  କରି  ସମର୍ଥନ  ପ୍ରଦାନ  କରାଯାଇଥାଏ – (୧୯୯୨) ୧ ଏସ୍ ସିସି – ୪୭୩ – ଚନ୍ଦ୍ରକାନ୍ତ  ବନାମ୍ ଗୁଜୁରାଟ  ରାଜ୍ୟ ସରକାର; (୨୦୦୦)୬ ଏସ୍ ସିସି – ୨୬୯ – ମହାରାଷ୍ଟ୍ର  ରାଜ୍ୟ ସରକାର ବନାମ୍  ଦାମୁ  - ୨୨  ।

ପୋଲିସ ଉଚ୍ଚକର୍ମଚାରୀଙ୍କ ସମ୍ମୁଖରେ ସ୍ଵୀକାରୋକ୍ତିକୁ ପ୍ରମାଣ  କରାଯିବ ନାହିଁ

କୌଣସି  ବ୍ୟକ୍ତି  ବିରୁଦ୍ଧରେ  କୌଣସି  ପୋଲିସ୍  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ  ପ୍ରଦାନ  କରାଯାଇଥିବା  ସ୍ଵୀକାରୋକ୍ତିକୁ  ପ୍ରମାଣ  [କରାଯିବ  ନାହିଁ  ।]

ଟିପ୍ପଣୀ

  1. କେତେବେଳେ  ସ୍ଵୀକାରୋକ୍ତି  ବିବରଣୀ, ଦୋଷୀ  ସାବ୍ୟସ୍ତତାର  ଭିତ୍ତି  ହେବ: ବନବିଭାଗ  ଉଚ୍ଚ  କର୍ମଚାରୀଙ୍କ   ସମ୍ମୁଖରେ  ପ୍ରଦାନ  କରାଯାଇଥିବା  ସ୍ଵୀକାରୋକ୍ତି  ବିବରଣୀ, ଦଫା  ୨୫ ଦ୍ଵାରା  ପ୍ରତିଘାତ  ନୁହେଁ – ଯେହେତୁ  ବନ ବିଭାଗ  ଉଚ୍ଚ କର୍ମଚାରୀ  ଜଣେ  ପୋଲିସ୍  ଉଚ୍ଚକର୍ମଚାରୀ  ନୁହେଁ, ଯଦିଓ  ସେମାନେ  ପୋଲିସ୍  ଉଚ୍ଚକର୍ମଚାରୀଙ୍କ  କେତେକ  ନିର୍ଦ୍ଧିଷ୍ଟ  କ୍ଷମତା  ସହ  ନ୍ୟସ୍ତ  ଥାଆନ୍ତି  ବନ  ବିଭାଗ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ,ସହ – ଅପରାଧ ସ୍ଵ - ଆରୋପିତ  ବିବରଣୀ  ପ୍ରଦାନ  କରାଯାଇଥିଲା – ତାହା, ଦୋଷୀ  ସାବ୍ୟସ୍ତତାର  ଭିତ୍ତି  ହୋଇପାରେ – ମାଟିଆ  ପଲେଇ  ଏବଂ  ଅନ୍ୟ  ଜଣେ  ବନାମ୍  ଓଡିଶା  ରାଜ୍ୟ  ସରକାର – ୨୦୦୧ କ୍ରିମିନାଲ ‘ଲ’ ଜର୍ଣ୍ଣାଲ – ୧୮୯୭  ।
  2. ସହ – ଅପରାଧିର  ବିବରଣୀ  ଉପରେ  ପର୍ଯ୍ୟବେସିତ   ଦୋଷୀ  ସାବ୍ୟସ୍ତତା : ‘ ନାର୍ କୋଟିକ୍  ଡ୍ରଗ୍ଵ  ଏବଂ  ସାଇକୋଟ୍ରାପିକ  ସବ୍ସଟାନ୍ସ  ଆକ୍ଟ ’, ୧୯୮୫ – ଅପିଲକର୍ତ୍ତା ସହ – ଅପରାଧି ସହ  ଦେଖାଯାଇଥିଲା, ଯେ କି  ଅଫିମ  ଦଖଲରେ  ଥିଲା  ଏବଂ  ଦୋଷୀସାବ୍ୟସ୍ତ  ହୋଇଥିଲା  - ଅବକାରୀ  ଆରକ୍ଷୀଙ୍କ  ସମ୍ମୁଖରେ  ତାଙ୍କଦ୍ଵାରା  ପ୍ରଦାନ   କରାଯାଇଥିଲା  ସ୍ଵୀକାରୋକ୍ତି  ଭିତ୍ତିରେ  ତଥା  ସହ  ଅପରାଧିର  ବିବରଣୀ  ଉପରେ  ଯେ, ସେ  ଏପରି  ଦ୍ରବ୍ୟର  ମାଲିକ  ଅଟେ, ଦୋଷୀସାବ୍ୟସ୍ତତା  ପର୍ଯ୍ୟବେସିତ  ହୋଇଥିଲା – ଦର୍ଶାଯାଇଥିଲା ଯେ, ଏପରି  ସ୍ଵୀକାରୋକ୍ତି  ଯାହାକି  ଅବକାରୀ  ସୁପରିଟେଣ୍ଡେଟ୍  କିମ୍ବା  ଆରକ୍ଷୀଙ୍କ   ସମ୍ମୁଖରେ  ପ୍ରଦାନ  କରାଯାଇଥିଲା, ତାହା ସାକ୍ଷ୍ୟରେ  ଅଗ୍ରହଣୀୟ, ଅଟେ, ଯେହେତୁ  ଏହା  ପୋଲିସ୍  ସମ୍ମୁଖରେ  ଏକ  ସ୍ଵୀକାରୋକ୍ତି  ଅଟେ – ଅପିଲକର୍ତ୍ତାଙ୍କୁ  ସଂପୃକ୍ତ   କରି  ସହ – ଅପରାଧିର  ବିବରଣୀ  ଉପରେ  କୌଣସି  ଦୋଷୀ  ସାବ୍ୟସ୍ତତା  ଭିତ୍ତି  କିମ୍ବା ପର୍ଯ୍ୟବେସିତ   କରାଯାଇ   ପାରିବ  ନାହିଁ – ଅବଦୁଲ  ରସିଦ  ବନାମ୍  ବିହାର  ରାଜ୍ୟ  ସରକାର – (୨୦୦୧)  ୨୧ ଓସିଆର୍ (ସୁପ୍ରିମକୋର୍ଟ) – ୬୭ ।
  3. ସ୍ଵୀକାରୋକ୍ତିର  ପ୍ରକୃତ  ଶବ୍ଦାବଳୀ  ସଂବନ୍ଧୀୟ  ସାକ୍ଷ୍ୟ : ସ୍ଵୀକାରୋକ୍ତି –ସ୍ଵୀକାରୋକ୍ତି ଏବଂ  ସ୍ଵୀକାରର  ମୂଲ୍ୟ  ଉଲ୍ଲେଖ  କରାଯାଇଛି  - ସ୍ଵୀକାରୋକ୍ତିକୁ, ଅନ୍ୟ  ସାକ୍ଷ୍ୟ  ପରି  ପରୀକ୍ଷା  କରାଯିବ – କେଉଁ  ବ୍ୟକ୍ତିମାନଙ୍କୁ  ସ୍ଵୀକାରୋକ୍ତି  ପ୍ରଦାନ  କରାଗଲା  ଏବଂ  ସେମାନଙ୍କୁ   ସ୍ଵୀକାରୋକ୍ତି  ପ୍ରଦାନ  କରିବାର   କାରଣକୁ  ଦେଖାଯିବା  ଉଚିତ – ସ୍ଵୀକାରୋକ୍ତି  ପ୍ରକୃତ  ଶବ୍ଦାବଳୀ  ସଂବନ୍ଧୀୟ  ସାକ୍ଷ୍ୟ – ସର୍ବଦା  କଡାକଡିଭାବେ  ପରୀକ୍ଷା  କରିବା  ସମ୍ଭବପର  ନୁହେଁ – ପ୍ରଦାନ  କରାଯାଇଥିବା  ସାକ୍ଷ୍ୟରୁ ନ୍ୟାୟାଳୟ  ଦେଖିବେ  ଏବଂ  ନିଶ୍ଚିତ  ହେବେ  ଯେ, ମୃତକ  ପ୍ରକୃତରେ  ସ୍ଵୀକାରୋକ୍ତି  ପ୍ରଦାନ  କରିଥିଲା -  ଆଇନ୍ ର  ସ୍ଥିତି  ଏବଂ  ପ୍ରକୃତ  ସ୍ଥିତିକୁ  ସ୍ପଷ୍ଟ  କରାଯାଇଛି – ଭୀମ  ପ୍ରଧାନ  ବନାମ୍  ରାଜ୍ୟ  ସରକାର  - (୧୯୯୭) ୧୨ ଓସିଆର୍ – ୬୯; ୮୪ (୧୯୯୭) ସିଏଲ୍ ଟି – ୩୪୨  ।
  4. ସର୍ବସାଧାରଣ  ନୀତି  ଉପରେ, ବ୍ୟବସ୍ଥାବଳୀ  ପର୍ଯ୍ୟବେସିତ : କୌଣସି  ପୋଲିସ୍  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ  ସ୍ଵୀକାରୋକ୍ତି  କାର୍ଯ୍ୟବିଧି  ଅପରାଧି  ବିରୁଦ୍ଧରେ  ସାକ୍ଷଭାବେ  ଗ୍ରହଣ  ନୁହେଁ – ଏପରି  ସ୍ଵୀକାରୋକ୍ତି  ମଧ୍ୟ, ଫୌଜଦାରୀ  କାର୍ଯ୍ୟବିଧି  ଆଇନ୍ ର  ଦଫା  ୧୬୨ ଦ୍ଵାରା  ସୁରକ୍ଷିତ  ଅଟେ, ଯଦି  ଏହା  କୌଣସି  ଅନୁସନ୍ଧାନ  ସମୟରେ  ପ୍ରଦାନ  କରାଯାଇଥାଏ  - ପୋଲିସ୍  ଅଟକରେ  ଥିବା  ସମୟରେ  ଅନ୍ୟ  କୌଣସି  ବ୍ୟକ୍ତିକୁ  ପ୍ରଦାନ  କରାଯାଇଥିବା  ଏପରି  ସ୍ଵୀକାରୋକ୍ତି, ଆଇନ୍ ର  ଦଫା  ୨୬ ଦ୍ଵାରା  ସୁରକ୍ଷିତ  ଅଟେ, ଯାଇ  ଏହା  ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ   ପ୍ରଦାନ  କରାଯାଇ ନଥାଏ  - ସର୍ବସାଧାରଣ  ନୀତି  ଉପରେ  ପର୍ଯ୍ୟବେସିତ  ବ୍ୟବସ୍ଥାବଳୀକୁ  ସଂପୂର୍ଣ୍ଣ  ଭାବେ   ପ୍ରଭାବିତ  କରାଯିବା  ଉଚିତ – ବେଟୀ  ସୁକ ବନାମ୍  ରାଜ୍ୟ  ସରକାର – (୧୯୯୭) ୧୩  ଓସିଆର୍ – ୧୨୦; ୮୪ (୧୯୯୭) ସିଏଲ୍ ଟି  - ୩୨୯  ।

ପୋଲିସ୍ ଅଟକରେ ଥିବା ଅପରାଧି ସ୍ଵୀକାରୋକ୍ତିକୁ ତାଙ୍କ  ବିରୁଦ୍ଧରେ ପ୍ରମାଣ  କରାଯିବ ନାହିଁ

ପୋଲିସ୍  ଅଟକରେ  ଥିବା  ସମୟରେ  ଅପରାଧି  ଦ୍ଵାରା  ସ୍ଵୀକାରୋକ୍ତିକୁ, ତାଙ୍କ  ବିରୁଦ୍ଧରେ  ପ୍ରମାଣ  କରାଯିବ  ନାହିଁ – କୌଣସି  ପୋଲିସ୍  କର୍ମଚାରୀଙ୍କର  ଅଟକରେ   ଥିବା   ସମୟରେ  ତାଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  ସ୍ଵୀକାରୋକ୍ତିକୁ  ଯଦି  କୌଣୟସ  ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ  ପ୍ରଦାନ  କରାଯାଇ  ନଥାଏ, ତାହା  ଏପରି  ବ୍ୟକ୍ତି  ବିରୁଦ୍ଧରେ  ପ୍ରମାଣିତ  କରାଯିବ  ନାହିଁ   ।

ସ୍ପଷ୍ଟିକରଣ

ଏହି  ଦଫାରେ  “ ମାଜିଷ୍ଟ୍ରେଟ ” କୌଣସି  ଗ୍ରାମର  ମୁଖିଆଙ୍କୁ  ଅନ୍ତର୍ଭୁକ୍ତ   କରେ  ନାହିଁ, ଯେ  କି  ଦୁର୍ଗ  ସେଣ୍ଟ  ଜର୍ଜ ପ୍ରେସିଡେନ୍ସିରେ  କିମ୍ବା  ଅନ୍ୟତ୍ର  ମାଜିଷ୍ଟ୍ରେଟଙ୍କର  କାର୍ଯ୍ୟ  ସଂପାଦନ  କରନ୍ତି, ଯଦି  ଏପରି  ମୁଖିଆ  କୌଣସି  ମାଜିଷ୍ଟ୍ରେଟ  ଭାବେ, ଫୌଜଦାରୀ  କାର୍ଯ୍ୟବିଧି  ଆଇନ୍, ୧୮୮୨ (୧୦/୧୮୮୨) ଅନୁଯାୟୀ, କୌଣସି  ମାଜିଷ୍ଟ୍ରେଟଙ୍କ  କ୍ଷମତା  ପରିଚାଳନା  ନ କରନ୍ତି   ।

ଅପରାଧିଠାରୁ ଗୃହୀତ କେତେ ପରିମାଣ ତଥ୍ୟକୁ ପ୍ରମାଣିତ

ଉଲ୍ଲେଖ  ଥାଉ ଯେ, ଯେତେବେଳେ, କୌଣସି  ପୋଲିସ୍  ଉଚ୍ଚକର୍ମଚାରୀଙ୍କର  ଅଟକରେ  ଥିବା  ଏବଂ  କୌଣସି  ଅପରାଧରେ  ଅଭିଯୁକ୍ତ କୌଣସି  ବ୍ୟକ୍ତିଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  ତଥ୍ୟାନୁଯାୟୀ  ଆବିଷ୍କାର   ଫଳରେ ,ଏପରି  ତଥ୍ୟର  ସେତିକି  ପରିମାଣ, ତାହା  ସ୍ଵୀକାରୋକ୍ତି  ହୋଇଥାଉ  କି ନାହିଁ, ଆବିଷ୍କାର  ବସ୍ତୁ  ସଂବନ୍ଧରେ  ଯେତିକି  ସଂପୃକ୍ତ, ତାହାକୁ  ହିଁ  ପ୍ରମାଣିତ  କରାଯିବ ।

ଟିପ୍ପଣୀ

  1. ମୌଖିକସାକ୍ଷ୍ୟ  ଏବଂ  ଦଲିଲୀୟ  ସାକ୍ଷ୍ୟ : ଆବିଷ୍କାର – ଅପରାଧି  ଦ୍ଵାରା  ଉନ୍ମୋଚନ – ସାକ୍ଷ୍ୟଜନିତ  ମୂଲ୍ୟ, ସେହି  ସମସ୍ତ  ଆବିଷ୍କାର ର  ଯାହାକି  ଇତ୍ସୁକ  ସାକ୍ଷୀମାନଙ୍କ  ସମ୍ମୁଖରେ  କରାଯାଇଥାଏ – ଉକ୍ତ  ଉଦ୍ଦେଶ୍ୟ  ନିମନ୍ତେ  କୌଣସି  ସ୍ଵାଧୀନ  ସାକ୍ଷୀ  ମିଳନ୍ତି   ନାହିଁ – ଏପରି  ସନ୍ଦେହର  ସୁଯୋଗ  ନିଶ୍ଚିତଭାବେ  ଅପରାଧି  ପ୍ରତି  ଯିବ – ଏହା  ମଧ୍ୟ  ସେହିପରି  ହୋଇଥିଲା,ଯେତେବେଳେ  ବିଦ୍ୟମାନ  ମୋକଦ୍ଦମାରେ, ପରି  ଉଦ୍ଧାର  ପ୍ରତି  ମୌଖିକ  ସାକ୍ଷ୍ୟ ଏବଂ  ଦଲିଲୀୟ  ସାକ୍ଷ୍ୟ  ମଧ୍ୟରେ  ବିଭେଦ  ଭିତ୍ତିରେ, ଜଣେ  ଅପରାଧିକୁ  ଉଚ୍ଚ  ନ୍ୟାୟାଳୟ  ଖଲାସ  କରିଥିଲେ  - ହରିୟାନା  ରାଜ୍ୟ  ସରକାର  ବନାମ୍ ରାମ୍ ସିଂହ – ଏଆଇଆର୍  ୨୦୦୨  ସୁପ୍ରିମକୋର୍ଟ  - ୬୨୦  ।
  2. ଉଦ୍ଧାର  ଉପରେ  ଆସ୍ଥା  ସ୍ଥାପନ  କରିବା : ଅପରାଧ  ସଂଗଠନରେ  ବ୍ୟବହୃତ  ଦ୍ରବ୍ୟଗୁଡିକର  ଉଦ୍ଧାର – ଗୋଟିଏ  ଦ୍ରବ୍ୟ  ବର୍ଦ୍ଧିୟମାନ  ଘାସ  ମଧ୍ୟରୁ  ମିଳିଥିଲା  ଏବଂ  ଅନ୍ୟଗୁଡିକ  ପୋତାଯାଇଥିଲା – ସାଧାରଣ  ପରିସ୍ଥିତିରେ, ସେଗୁଡିକ  ଅନ୍ୟମାନଙ୍କ   ଦ୍ରୁଷ୍ଟି  ବ୍ୟବହାର  ଥିଲା – ଅପରାଧର  ନିର୍ଦ୍ଦେଶରେ  ସେଗୁଡିକୁ  ବାହାର  କରାଯିବା  ପୂର୍ବରୁ,ସେଗୁଡିକର  ଲୁକାୟିତ ଅବସ୍ଥା  ବାଧାପ୍ରାପ୍ତ  ହୋଇ  ନଥିଲା  ଏବଂ  ଅପରାଧି ହିଁ  କେବଳ  ଜାଣି ଥିଲା  ସେଗୁଡିକ  କେଉଁଠାରେ  ଅଛି, ଯେ  ପର୍ଯ୍ୟନ୍ତ  ଅଛି, ସେ  ଏହା  ଉନ୍ମୋଚନ   କରି  ନଥିଲା  । ଏଣୁ  ଏହି  ଯୁକ୍ତି  ଯେ, ଯେହେତୁ  ଉଦ୍ଧାର  କରାଯାଇଥିବା   ଦ୍ରବ୍ୟଗୁଡିକ  ଏକ  ଖୋଲା  ସ୍ଥାନରୁ  ମିଳିଥିଲା, ସେପରି  ସ୍ଥଳେ,ଏପରି  ଉଦ୍ଧାର  ଉପରେ  କୌଣସି  ଆସ୍ଥା  ସ୍ଥାପନ  କରାଯାଇପାରିବ  ନାହିଁ  ଏବଂ  ତାହା  ଗ୍ରହଣୀୟ ହେବନାହିଁ – ମହାରାଷ୍ଟ୍ର  ରାଜ୍ୟ  ସରକାର  ବନାମ୍  ହରତ୍  ଫକିରା  ଧିୱାର୍ – ଏଆଇଆର୍  ୨୦୦୨ ସୁପ୍ରିମକୋର୍ଟ – ୧୬  ।
  3. ଉଦ୍ଧାରର  ବିଷୟ : ଅସ୍ତ୍ରଶସ୍ତ୍ରର  ଉଦ୍ଧାର – ଗ୍ରହଣୀୟତା   ସଂବନ୍ଧରେ  ସାକ୍ଷ୍ୟ – ଏହି  ବିଷୟ  ଯେ, ଜବତ୍  କରାଯାଇଥିବା  ଅସ୍ତ୍ରଶସ୍ତ୍ରକୁ  ପ୍ରେସ୍  ସମ୍ମିଳନୀରେ, ପୋଲିସ୍  ଦ୍ଵାରା   ପ୍ରଦର୍ଶନ  କରାଯାଇଥିଲା – ଦର୍ଶାଯାଇଥିଲା  ଯେ, ଉଦ୍ଧାର  ବିଷୟକୁ  ଅବିଶ୍ଵାସ  କରିବା  ନିମନ୍ତେ  ଏକ  କାରଣ  ନୁହେଁ – ମହାରାଷ୍ଟ୍ର  ରାଜ୍ୟ  ସରକାର  ବନାମ୍ ହରତ୍  ଛଗନ୍ ଲାଲ୍  ରାଘାନୀ  ଏବଂ  ଅନ୍ୟମାନେ  ଏଆଇଆର୍ ୨୦୦୨  ସୁପ୍ରିମକୋର୍ଟ  - ୪୦୯  ।
  4. ଅନୁମାନ  ଆହାରଣ   କରିବା : ଅପରାଧର ଉନ୍ମୋଚନ  ବିବରଣୀ – ସାକ୍ଷ୍ୟରେ  ଗ୍ରହଣୀୟ  ଅଟେ – ଦଫା ୨୭; ଦଫା  ୨୫ ଏବଂ  ୨୬ର  ବ୍ୟତିକ୍ରମ  ପ୍ରକୃତିର  ଅଟେ -  ଉନ୍ମୋଚିତ  ବିବରଣୀକୁ   ପ୍ରତ୍ୟାଖ୍ୟାନ  କରାଯିବ  ନାହିଁ  ଯେ, ଏହା ଅନୁସନ୍ଧାନ   ସମୟରେ  ଅନୁମାନ  ଆହାରଣ  କରିପାରିବେ – ଉଦାହରଣ  (କ) ଏବଂ  ଦଫା  ୧୦୬ – ସଞ୍ଜୟ  ଓରଫ  କା କା ଇତ୍ୟାଦି  ବନାମ୍  ରାଜ୍ୟ  ସରକାର (ଦିଲ୍ଲୀର  ଏନ୍.ସି.ଟି) – (୨୦୦୧) ୨୦ ଓସିଆର୍  (ସୁପ୍ରିମକୋର୍ଟ) – ୪୭୯  ।
  5. ଅସ୍ତ୍ରଶସ୍ତ୍ରର  ଜବତ୍ : ଅପରାଧି  ଦ୍ଵାରା  ପ୍ରଦାନ  କରାଯାଇଥିବା  ବିବରଣୀ  ଭିତ୍ତିରେ, ଭୁଜାଲି ଏବଂ କୁରାଢି  ଉଦ୍ଧାର  କରାଯାଇଥିଲା –‘ ସେରୋଲଜିଷ୍ଟ ’ଙ୍କ  ବିବରଣୀ  ସୂଚୀତ କରୁ  ନଥିଲା ଯେ, ଉକ୍ତ  ଅସ୍ତ୍ରଗୁଡିକରେ  ମାନବ  ରକ୍ତ  ଲାଗିଥିଲା – ସେପରିସ୍ଥଳେ  ଏପରି  ଅସ୍ତ୍ରଶସ୍ତ୍ର  ଜବତ୍ ର  କିଛି  ହେଲେ  ପରିଣତି  ନଥାଏ – ପଉଲସ ଓରାମ  ରାଜ୍ୟ  ସରକାର – ୩ (୧୯୯୯) ସି ସି ଆର୍ – ୬୫୮ (ଓଡିଶା)  ।
  6. ଦଫା ୨୭ – ଦାଆ  ବାସ୍ତବ  ପଦାର୍ଥ – ୨ ଅପରାଧର  ଅସ୍ତ୍ରଭାବେ  ବ୍ୟବହୃତ  ହୋଇଥିଲା  ବୋଲି  କୌଣସି  ସାକ୍ଷ୍ୟ  ନାହିଁ  ଏବଂ  ଅର୍ଜ୍ଜିକାରୀ  ସାକ୍ଷୀ : ୫ ମୃତକର  ଶରୀରରେ  ହୋଇଥିବା  କ୍ଷତଗୁଡିକ  ଏହା  ଦ୍ଵାରା   ହୋଇଛି  ବୋଲି   ଚିହ୍ନଟ  କରିପାରିଲେ  ନାହିଁ  ଯାହା  ତାଙ୍କ  ମତ  ପାଇଁ  ତାଙ୍କ  ନିକଟକୁ  ପଠାଯାଇଥିଲା  । ବାସ୍ତବ  ପଦାର୍ଥ  - ୨ରେ  କୌଣସି  ରକ୍ତ  ଛିଟା  ଦେଖିବାକୁ   ମିଳି  ନଥିଲା – ଜବତ ‘ଦାଆ’ ବାସ୍ତବ  ପଦାର୍ଥ  - ୨ ଅପିଲକାରୀଙ୍କୁ  ଫସେଇ  ପାରିବେ  ନାହିଁ  । ବିପିନ୍  କୁମାର  ଭଞ୍ଜ  ଏବଂ  ଲଳିତ ଭଞ୍ଜ  ବନାମ୍  ଓଡିଶା  ରାଜ୍ୟ  : ୧୧୫ (୨୦୧୩) ସିଏଲ୍ ଟି  ୧୧୫  ।
  7. କେତେବେଳେ  ମୋକଦ୍ଦମାକାରୀଙ୍କ  ବିଚାରକାରୀ  ନ୍ୟାୟାଳୟ  ଦ୍ଵାରା  ସଠିକ  ଭାବେ  ନାକଚ୍  କରାଯାଇଛି ବୋଲି  କୁହାଯାଏ : ସେହି  ବିବରଣୀ, ଯାହାକି  ଆବିଷ୍କାର ଘଟାଇଥିଲା  ପ୍ରକୃତ  ବିବରଣୀ  ସଂବନ୍ଧରେ, ସାକ୍ଷୀମାନଙ୍କର  ସାକ୍ଷ୍ୟରେ  ବିପରିତାର୍ଥୀକତା – ଅପରାଧ  ଅସ୍ତ୍ରର   ଆବିଷ୍କାର   ସ୍ଥାନ  ସଂବନ୍ଧରେ  ସାକ୍ଷ୍ୟ, ବିରୋଧାତ୍ମକ – ପ୍ରକୃତ  ବିବରଣୀ  ଲିପିବଦ୍ଧ   କରାଯାଇ  ନଥିଲା – ମୋକଦ୍ଦମାକାରୀଙ୍କ   ମୋକଦ୍ଦମାର  ଏହି  ଦିଗକୁ, ବିଚାରକାରୀ  ନ୍ୟାୟାଳୟଙ୍କ  ଦ୍ଵାରା  ସଠିକ୍ ଭାବେ  ନାକଚ୍  କରାଯାଇଛି  ବୋଲି  ଦର୍ଶାଯାଇଥିଲା – ମାଦ୍ କାମୀ  କୋସା  ବନାମ୍  ଓଡିଶା  ରାଜ୍ୟ  ସରକାର – (୧୯୯୭) ୧୨ ଓସିଆର୍ – ୫୮୯  ।

ଲାଳସା,କିମ୍ବା ପ୍ରତିଶ୍ରୁତି ଦ୍ଵାରା ଘଟାଯାଇଥିବା ଧାରଣାର ସ୍ଵୀକାରୋକ୍ତି ଉପାଦେୟ

ଲାଳସା, ଧମକ  କିମ୍ବା  ପ୍ରତିଶ୍ରୁତି  ଦ୍ଵାରା  ଘଟାଯାଇଥିବା  ଧାରଣାର  ଅପସାରଣ ପରେ  ପ୍ରଦାନ   କରାଯାଇଥିବା  ସ୍ଵୀକାରୋକ୍ତି  ଉପାଦେୟ  ଅଟେ  -

ଯଦି  ଏପରି  ସ୍ଵୀକାରୋକ୍ତି, ଯେପରି  ଦଫା  ୨୪ରେ  ଉଲ୍ଲେଖିତ, ତାହା  ଏପରି  କୌଣସି  ପ୍ରଲୋଭନ,ଧମକ  କିମ୍ବା  ପ୍ରତିଶ୍ରୁତି  ଦ୍ଵାରା  ଘଟାଯାଇଥିବା  ଧାରଣା, ନ୍ୟାୟାଳୟଙ୍କ  ମତରେ, ଅପସାରିତ  ହେବା  ପରେ, ପ୍ରଦାନ  କରାଯାଇଥାଏ, ତାହା  ଉପାଦେୟ  ଅଟେ   ।

ଉପାଦେୟ ହୋଇଥିବା ସ୍ଵୀକାରୋକ୍ତି, ଗୁପ୍ତତା ପ୍ରତିଶ୍ରୁତି  ଇତ୍ୟାଦି କାରଣ ଅନୁପାଦେୟ ହେବ ନାହିଁ

ଅନ୍ୟଥା  ଉପାଦେୟ  ହୋଇଥିବା  ସ୍ଵୀକାରୋକ୍ତି, ଗୁପ୍ତତା  ପ୍ରତିଶ୍ରୁତି  ଇତ୍ୟାଦି   କାରଣ  ଯୋଗୁଁ  ଅନୁପାଦେୟ  ହେବ  ନାହିଁ  - ଯଦି  ଏପରି  କୌଣସି  ସ୍ଵୀକାରୋକ୍ତି  ଅନ୍ୟଥା  ଉପାଦେୟ  ହୋଇଥାଏ, ଏହା  ଅନୁପାଦେୟ  ହୁଏ  ନାହିଁ  କେବଳମାତ୍ର  ଏହି  କାରଣ  ଯୋଗୁ  ଯେ, ଏହା  କୌଣସି  ଗୁପ୍ତତାର  ପ୍ରତିଶ୍ରୁତି  ଅନୁଯାୟୀ, ପ୍ରଦାନ  କରାଯାଇଥିଲା, କିମ୍ବା  ଏହା  ଗ୍ରହଣ  କରିବା  ଉଦ୍ଦେଶ୍ୟରେ  ଅପରାଧି  ବ୍ୟକ୍ତି  ସହିତ  ପ୍ରବଞ୍ଚନା  କରାଯିବା  ପରିଣତି  ସ୍ୱରୂପ, କିମ୍ବା  ଯେତେବେଳେ  ସେ  ନିଶାଶକ୍ତି   ଥିଲା,କିମ୍ବା  ଏହା  ସେହି  ସମସ୍ତ  ପ୍ରଶ୍ନର  ଉତ୍ତରରେ  ପ୍ରଦାନ  କରାଯାଇଥିଲା, ଯାହାକି  ଯେ  ଉତ୍ତର  ଦେବା  ଆବଶ୍ୟକ  ନଥିଲା, ଉକ୍ତ  ପ୍ରଶ୍ନ  ଯେଉଁ  ପ୍ରକାର  ହୋଇଥାଉନା  କାହିଁକି, କିମ୍ବା  ଏହି  କାରଣ  ଯୋଗୁଁ  ଯେ, ତାକୁ  ସତର୍କ  କରାଯାଇନଥିଲା  ଯେ ସେ  ଏପରି  ସ୍ଵୀକାରୋକ୍ତି  କରିବା  ନିମନ୍ତେ  ବାଧ୍ୟ  ନୁହେଁ ଏବଂ  ଯେ ଏପରି  ସାକ୍ଷ୍ୟ  ତା  ବିରୁଦ୍ଧରେ  ବ୍ୟବହାର  କରାଯାଇପାରେ  ।

ଅପରାଧରେ ବିଚାରାଧୀନ ବ୍ୟକ୍ତି ଏବଂ ଅନ୍ୟମାନଙ୍କୁ ପ୍ରଭାବିତ  କରୁଥିବା ପ୍ରମାଣିତ ସ୍ଵୀକାରୋକ୍ତିର ବିଚାର

ସେହି  ଏକା  ଅପରାଧରେ  ବିଚାରାଧୀନ  ଥିବା  ବ୍ୟକ୍ତି ଏବଂ  ଅନ୍ୟମାନଙ୍କୁ   ପ୍ରଭାବିତ   କରୁଥିବା  ପ୍ରମାଣିତ  ସ୍ଵୀକାରୋକ୍ତିର  ବିଚାର –

ଯେତେବେଳେ  ଜଣକରୁ   ଅଧିକ  ବ୍ୟକ୍ତିଙ୍କୁ  ସେହି  ଏକା  ଅପରାଧ  ନିମନ୍ତେ  ଯୁଗ୍ମଭାବେ  ବିଚାର  କରାଯାଉଥାଏ ଏବଂ ଉକ୍ତ  ବ୍ୟକ୍ତିମାନଙ୍କ  ମଧ୍ୟରୁ  ଜଣକ  ଦ୍ଵାରା  କୌଣସି  ସ୍ଵୀକାରୋକ୍ତି  ପ୍ରଦାନ  କରାଯାଏ । ଯାହାକି  ତାଙ୍କୁ  ଏବଂ  ଏପରି  ଅନ୍ୟ  କେତେକେଙ୍କୁ  ପ୍ରଭାବିତ   କରୁଥାଏ  ଏବଂ  ତାହା  ପ୍ରମାଣିତ  ହୁଏ । ସେପରିସ୍ଥଳେ  ନ୍ୟାୟାଳୟ  ଏପରି  ବ୍ୟକ୍ତି  ମାନଙ୍କ  ବିରୁଦ୍ଧରେ  ତଥା  ଏପରି  ସ୍ଵୀକାରୋକ୍ତି  ପ୍ରଦାନ  କରିଥିବା  ବ୍ୟକ୍ତି  ବିରୁଦ୍ଧରେ  ଏପରି  ସ୍ଵୀକାରୋକ୍ତି  ବିଚାର  ନିମନ୍ତେ  ଗ୍ରହଣ  କରିପାରନ୍ତି   ।

ସ୍ପଷ୍ଟିକରଣ

‘ଅପରାଧ’ଯେପରିଭାବେ  ଏହି  ଦଫାରେ  ବ୍ୟବହୃତ  ହୋଇଛି,ତାହା  ଅପରାଧକୁ  ପ୍ରୋତ୍ସାହିତ  କରିବା  କିମ୍ବା  ଅପରାଧ  ସଂଗଠନ  କରିବାକୁ  ମଧ୍ୟ  ଅନ୍ତର୍ଭୁକ୍ତ  କରେ  ।

  • ‘ଗ’ର  ହତ୍ୟା  ନିମନ୍ତେ  ‘କ’ ଏବଂ ‘ଖ’ ଙ୍କୁ  ଯୁଗ୍ମଭାବେ  ବିଚାର  କରାଯାଇଥିଲା । ଏହା  ପ୍ରମାଣିତ ହୋଇଥିଲା ଯେ,‘କ’ କହିଥିଲା, - ‘ଖ’ ଏବଂ  ମୁଁ ‘ଗ’ କୁ  ହତ୍ୟା  କରିଛୁ   । ନ୍ୟାୟାଳୟ  ଏପରି  ସ୍ଵୀକାରୋକ୍ତିର  ପ୍ରଭାବକୁ  ‘ଖ’ ବିରୁଦ୍ଧରେ  ବିଚାର   କରି  ପାରନ୍ତି   ।
  • ‘ଗ’ ର  ହତ୍ୟାନିମନ୍ତେ ‘କ’ ବିଚାରାଧିନ  ଥିଲା  । ଏହା  ଦର୍ଶାଇବା  ନିମନ୍ତେ  ସାକ୍ଷ୍ୟ  ଥିଲା  ଯେ,‘ଗ’,‘କ’ ଏବଂ  ‘ଖ’ ଙ୍କ  ଦ୍ଵାରା  ହତ୍ୟା  କରାଯାଇଥିଲା  ଏବଂ  ଯେ,‘ଖ’ କହିଥିଲା – ‘କ’ ଏବଂ  ମୁଁ  ‘ଗ’ କୁ  ହତ୍ୟା  କରିଥିଲୁ   ।

ଏହି  ବିବରଣୀକୁ ‘କ’ ବିରୁଦ୍ଧରେ  ବିଚାର  ନିମନ୍ତେ ନ୍ୟାୟାଳୟ  ଗ୍ରହଣ  କରି  ନ ପାରନ୍ତି,ଯେହେତୁ  ‘ଖ’ ଯୁଗ୍ମଭାବେ  ବିଚାରଧିନ  ନଥିଲା   ।

ଟିପ୍ପଣୀ

ନଶ୍ଚିତତା  ପ୍ରଦାନ  କରୁଥିବା  ସମର୍ଥନ : ସ୍ଵୀକାରୋକ୍ତି – ସାକ୍ଷ୍ୟ – ଦଫା  ୩୦ର  ଆବଶ୍ୟକତା – ସହ  ଅପରାଧି  ବିରୁଦ୍ଧରେ  ପରିଚାଳନା  କରାଯିବା  ନିମନ୍ତେ, ଏହାକୁ  କଡାକଡିଭାବେ   ପ୍ରମାଣିତ  କରାଯିବା  ଉଚିତ୍ – ସହ  ଅପରାଧିର  ସାକ୍ଷ୍ୟ – ସାକ୍ଷ୍ୟ  ଆଇନ୍ ର  ଦଫା ୩୦ ଏବଂ  ୩ର  ବିଚାର – ସମ୍ଭବ  ନୁହେଁ – ପରୀକ୍ଷା  ଦୋଷ  ସ୍ଵୀକାର  କରି, ଦୋଷୀ  ସ୍ଵୀକାରରୋକ୍ତ  ପ୍ରଦାନ   କରିଥିଲା – ଯଦି  ବିଶ୍ଵାସ   କରାଯାଏ, ତା  ହେଲେ  ନିରାପଦରେ,ଏହା  ଉପରେ  ଦୋଷୀ  ସାବ୍ୟସ୍ତତା   କରାଯାଇପାରେ – ଅନୁପାଦେୟ  ବ୍ୟବସ୍ଥା – ତାର  ଦୋଷ  ସଂବନ୍ଧରେ, ସହ  ଅପରାଧି  ବିରୁଦ୍ଧରେ,ନ୍ୟାୟାଳୟ  ସାକ୍ଷ୍ୟ  ସିଦ୍ଧାନ୍ତ  କରିବେ ଏବଂ  ତାହା  ପ୍ରମାଣିତ  ହୋଇଛି – ନିଶ୍ଚିତତା  ପ୍ରଦାନ  କରୁଥିବା  ସମର୍ଥନ  ଭାବେ  ବ୍ୟବହାର  କରାଯିବ – ମିର୍ଜା  ଓରଫ  ବସନ୍ତ  କୁମାର  ସାହୁ  ଏବଂ  ଅନ୍ୟ  ଜଣେ  ବନାମ୍  ଓଡିଶା  ରାଜ୍ୟ  ସରକାର – ୧୯୯୬ (୨) ଓଏଲ୍ ଆର୍ – ୫୫୮ ୧(୧୯୯୭) ସି ସି ଆର୍ – ୫୭୬  ।

ଦଫା (୩୦)  ଜଣେ  ଅପରାଧିର  ସ୍ଵୀକାରୋକ୍ତିକୁ  ଅଧିଷ୍ଠାୟୀ  ସାକ୍ଷ୍ୟ  ରୂପେ  ବିଚାର  କରାଯିବ  ନାହିଁ  - କେବଳ  ଯେଉଁଠାରେ  ନ୍ୟାୟାଳୟ  ଅନ୍ୟାନ୍ୟ ସାକ୍ଷ୍ୟ  ଗ୍ରହଣ  କରିବାକୁ  ଇଚ୍ଛୁକ ଥାଏ ,ସେ  କ୍ଷେତ୍ରରେ  ସହ – ଅପରାଧିର  ସ୍ଵୀକାରୋକ୍ତିକୁ  ଭରସା  ଭାବେ  ଲୋଡିବା  ପାଇଁ  ବ୍ୟବହାର  କରାଯାଇପାରେ – ନ୍ୟାୟାଳୟ  ସେପରି  ସ୍ଵୀକାରୋକ୍ତି  ଉପରେ  କାର୍ଯ୍ୟ  ଆରମ୍ଭ  କରିପାରିବ  ନାହିଁ  - ଏହା  ଅଭିଯୋଜନ  ଦ୍ଵାରା  ଉପସ୍ଥାପନ  ହୋଇଥିବା  ଅନ୍ୟାନ୍ୟ  ସାକ୍ଷ୍ୟ  ଉପରେ  କାର୍ଯ୍ୟାନୁଷ୍ଠାନ  ଆରମ୍ଭ  କରିବ  । ଆଦିଗା  କୋଣ୍ଡାଗିରି  ବନାମ୍  ଓଡିଶା ରାଜ୍ୟ  : (୨୦୧୩) ୫୫. ଓ.ସି.ଆର୍ . ୪୧୮ :୨୦୧୩ (ସପ୍ଲି - ୧) ଓ.ଏଲ୍. ଆର. ୧୦୯୭  ।

ସ୍ଵୀକାରୋକ୍ତି, ସିଦ୍ଧାନ୍ତନୀୟ ପ୍ରମାଣ ନୁହେଁ,ମାତ୍ର ପ୍ରତିବନ୍ଧକ ସୃଷ୍ଟି କରିପାରେ

ଗୃହୀତ  ହୋଇଥିବା  ସ୍ଵୀକାରୋକ୍ତି  ଗୁଡିକ  ସେହି  ସମସ୍ତ  ବିଷୟରେ  ସିଦ୍ଧାନ୍ତନୀୟ  ପ୍ରମାଣ  ନୁହେଁ,ମାତ୍ର ଏତତ୍ ପରେ  ଧାରିତ  ବ୍ୟବସ୍ଥାବଳୀ  ଅନୁଯାୟୀ, ପ୍ରତିବନ୍ଧକ  ଭାବେ  କାର୍ଯ୍ୟକାରୀ  ହୋଇପାରେ   ।

ଆଧାର – ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate