অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୩ (ବିଭାଗ – ୨(ଙ))

ଦଫା – ୩୨

ମୃତ୍ୟୁକାଳୀନ  ଜମାନବନ୍ଦୀ – ଘୋଷଣାକାରୀ  ମାନସିକ  ସୁସ୍ଥତା  ସଂବନ୍ଧରେ  ଡାକ୍ତରଙ୍କ   ପ୍ରମାଣପତ୍ରର  ଅନୁପସ୍ଥିତି, ମୃତ୍ୟୁକାଳୀନ   ଜମାନବନ୍ଦୀକୁ  ଅଗ୍ରହଣୀୟ  କରିବ  ନାହିଁ  ନ୍ୟାୟାଳୟ  ନିଶ୍ଚିତଭାବେ  ସନ୍ତୁଷ୍ଟ  ହେବା  ଉଚିତ  ଯେ, ଏପରି  ଘୋଷଣା  କରିବା   ସମୟରେ  ମୃତକ  ମାନସିକ  ଏବଂ  ଶାରୀରିକ  ସୁସ୍ଥ  ଅବସ୍ଥାରେ  ଥିଲେ  ଏବଂ  ଏକ  ବିବରଣୀ  ପ୍ରଦାନ  କରିବା   ନିମନ୍ତେ  ସକ୍ଷମ  ଥିଲେ – ମୋକଦ୍ଦମାକାରୀଙ୍କ  ଦ୍ଵାରା  ଏପରି  ଘୋଷଣାର  ସ୍ଵେଚ୍ଚାକୃତତା  ଏବଂ  ସତ୍ୟତା   ପ୍ରକୃତିକୁ  ନିଶ୍ଚିତଭାବେ  ପ୍ରମାଣ  କରାଯିବ – କେବଳମାତ୍ର  ମୃତ୍ୟୁକାଳୀନ  ଜମାନବନ୍ଦୀ  ଭିତ୍ତିରେ  ଦୋଷୀ  ସାବ୍ୟସ୍ତତା  କରାଯାଇପାରେ  ଏବଂ  ନ୍ୟାୟାଳୟ  ସମର୍ଥନ   ଆବଶ୍ୟକ  କରିପାରିବେ, ଯଦି  ଏହା  କୌଣସି   ତ୍ରୁଟି  ଧାରଣ  କରିଥାଏ – ପୋକାନୀ ଓରଫ  ପ୍ରକାଶିନୀ  ମହାପାତ୍ର  ଏବଂ  ଅନ୍ୟମାନେ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୩) ୨୬ ଓସିଆର୍ – ୪୩୩   ।

ଦଫା – ୩୨

ଅନୁସନ୍ଧାନକାରୀ  ଉଚ୍ଚ  କର୍ମଚାରୀଙ୍କ  ଦ୍ଵାରା  ମୃତ୍ୟୁକାଳୀନ  ଜମାନବନ୍ଦୀ   ଲିପିବଦ୍ଧ  କରାଯାଇଥିଲା  ଏବଂ  ଏପରି  ଘୋଷଣା  ସଂବନ୍ଧରେ  ମୃତକର  ପିତାଙ୍କ  ମୌଖିକ  ସାକ୍ଷ୍ୟ, ସାମଞ୍ଜସ୍ୟ  ରକ୍ଷା  କରୁଥିଲା ଯେ, ଅପିଲକର୍ତ୍ତାମାନେ, ଯେଉଁମାନେ  କି  ଶିଶୁର, ଶାଶୁ  ଏବଂ  ଶାଳିଥିଲେ, ସେମାନେ  ତା  ଉପରେ   କିରୋସିନୀ  ଢାଳି  ନିଆଁ  ଲଗାଇ  ଦେଇଥିଲେ – କୌଣସି  ତ୍ରୁଟି  ଦେଖାଯାଇ  ନଥିଲା – ଦର୍ଶାଯାଇଥିଲା  ଯେ ଯେହେତୁ  ମୃତ୍ୟୁକାଳୀନ  ଜମାନବନ୍ଦୀ   ବିଶ୍ଵସନୀୟ  ଏବଂ  ଗ୍ରହଣୀୟ  ଅଟେ, ବିଚାରକାରୀ   ନ୍ୟାୟାଳୟ ଦ୍ଵାରା ପ୍ରଦାନ   କରାଯାଇଥିବା  ଦୋଷୀ  ସାବ୍ୟସ୍ତତା  ଆଦେଶକୁ  ଦୃଢୀକରଣ, କରାଯାଇଥିଲା ଏବଂ  ଅପିଲକୁ  ଖାରଜ   କରଯାଇଥିଲା – ପୋକାନୀ  ଓରଫ  ପ୍ରକାଶିନୀ  ମହାପାତ୍ର  ଏବଂ  ଅନ୍ୟମାନେ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୩) – ୨୬ ଓସିଆର୍ – ୪୩୩  ।

ଦଫା  - ୩୨ : ଶବ ବ୍ୟବଚ୍ଛେଦ  ବିବରଣୀ

ଗ୍ରହଣୀୟତା  - ଶବ  ବ୍ୟବଚ୍ଛେଦ   ପରିଚାଳନା   କରିଥିବା  ଡାକ୍ତରଙ୍କୁ   ପରୀକ୍ଷା   କରାଯାଇ  ନଥିଲା, ଯେହେତୁ   ତାର  ଉପସ୍ଥିତିକୁ   ଆହରଣ   କରାଯାଇ  ପାରି  ନଥିଲା – ମାନନୀୟ  ନ୍ୟାୟାଳୟ  ଦର୍ଶାଇଥିଲେ  ଯେ, ଉଚ୍ଚତମ  ନ୍ୟାୟାଳୟଙ୍କ  ଦ୍ଵାରା  ଉଲ୍ଲେଖ   କରାଯାଇଥିବା  ଅନୁପାତ  ଦୃଷ୍ଟିରୁ  ଶବ  ବ୍ୟବଚ୍ଛେଦ   ବିବରଣୀ, ଗ୍ରହଣୀୟ  ଅଟେ  - ବାସୁ  ହରିଜନ  ବନାମ୍  ଓଡିଶା  ରାଜ୍ୟ  ସରକାର  - (୨୦୦୩) ୨୪ ଓସିଆର୍ – ୮୫୭;୨୦୦୩  କ୍ରିମିନାଲ ଲ’ ଜର୍ଣ୍ଣାଲ – ୨୨୭୦ (ଓଡିଶା) – ୯୫ ସିଏଲ୍ ଟି – ୪୭୭  ।

ଦଫା – ୩୨ : ମୃତ୍ୟୁକାଳୀନ  ଜମାନବନ୍ଦୀ

ଏତଲାକୁ, ମୃତ୍ୟୁକାଳୀନ  ଜମାନବନ୍ଦୀ  ଭାବେ   ବିବେଚନା  କରାଯାଇଥିଲା – ଏହି  ନୀତି  ଯେ, ମନୁଷ୍ୟ  ତାର  ମୁହଁରେ  ମିଥ୍ୟା  ଧାରଣ  କରି, ତାର  ନିର୍ମାତାଙ୍କୁ  ସାକ୍ଷାତ  କରିପାରିବେ  ନାହିଁ  - କୌଣସି  ମରୁଥିବା  ବ୍ୟକ୍ତିର  ଓଠରେ  ସତ୍ୟ  ବିରାଜମାନ  କରେ  ନଥିରେ  ଥିବା  ବିଷୟବସ୍ତୁକୁ  ପ୍ରମାଣିତ   କରାଯାଇଥିଲା – ଏତଲା  ଦାଏର  କରିବା  ସମୟରେ, ଘୋଷଣାକାରୀ  ମାନସିକ  ସୁସ୍ଥ  ଅବସ୍ଥାରେ   ଥିଲା – ଯେତେବେଳେ  ଏତଲା  ଲିପିବଦ୍ଧ  କରାଗଲା  ସେତେବେଳେ   ମାଆ  ଏବଂ  ଅନ୍ୟାନ୍ୟ  ମୋକଦ୍ଦମାକାରୀ  ସାକ୍ଷୀମାନଙ୍କର  ଉପସ୍ଥିତି  କୌଣସି   ଶିଖାଇବା   ଘଟଣାର  ଉଦ୍ରେକ   ଘଟାଏ  ନାହିଁ  - ଏପରିସ୍ଥଳେ ମୃତ୍ୟୁକାଳୀନ  ଜମାନବନ୍ଦୀ  ପ୍ରତ୍ୟାଖ୍ୟାନ   କରାଯାଇପାରିବ ନାହିଁ – ବାବୁଲାଲ୍  ଏବଂ  ଅନ୍ୟମାନେ  ବନାମ୍  ମଧ୍ୟ  ପ୍ରଦେଶ   ରାଜ୍ୟ  ସରକାର - ୨୦୦୪ (୧) ଓଏଲ୍ ଆର୍  (ସୁପ୍ରିମକୋର୍ଟ) – ୨୩୭ ; ସିଏଲ୍ ଟି  ୨୦୦୪ (ସପ୍ଲିମେଣ୍ଟାରି) କ୍ରାଇମ  - ୫୧୮; ଏଆଇଆର୍  ୨୦୦୪  (ସୁପ୍ରିମକୋର୍ଟ) – ୮୪୬  ।

ମୃତ୍ୟୁକାଳୀନକ  ଜମାନବନ୍ଦୀ – ଅନୁସନ୍ଧାନ  ସମୟରେ

  1. ମୃତ୍ୟୁକାଳୀନକ  ଜମାନବନ୍ଦୀ – ଅନୁସନ୍ଧାନ  ସମୟରେ  ଅନୁସନ୍ଧାନକାରୀ  ଉଚ୍ଚାକର୍ମଚାରୀଙ୍କ  ସମ୍ମୁଖରେ, ମୃତକଙ୍କ  ଦ୍ଵାରା  କୌଣସି  ମୃତ୍ୟୁକାଳୀନ  ଜମାନବନ୍ଦୀ  ସଂବନ୍ଧରେ, ସାକ୍ଷୀମାନେ  କୌଣସି  ବିଷୟ  କହି  ନଥିଲେ  - ମୃତକଙ୍କ  ଦ୍ଵାରା  ଗ୍ରହଣ  କରାଯାଇଥିବା  କ୍ଷତର  ପ୍ରକୃତି  ଏବଂ  ଏହି  ବିଷୟ  ଯେ, ଡାକ୍ତରଖାନାକୁ  ନେବା  ସମୟରେ   ମୃତକ  ଅଚେତ   ହୋଇଥିଲା, ସେଗୁଡିକ  ଉପାଦେୟ  ଅଟେ – ଦର୍ଶାଯାଇଥିଲା  ଯେ, ନ୍ୟାୟାଳୟରେ  ପ୍ରଥମ  ଥର  ପାଇଁ  ପ୍ରଦାନ  କରାଯାଇଥିବା  ମୃତ୍ୟୁକାଳୀନ  ଜମାନବନ୍ଦୀ, ଗ୍ରହଣୀୟ  ନୁହେଁ – ଖଲିଲ ଖାନ  ବନାମ୍  ମଧ୍ୟ ପ୍ରଦେଶ  ରାଜ୍ୟ  ସରକାର  (୨୦୦୪)୨୭ ଓସିଆର୍ (ସୁପ୍ରିମକୋର୍ଟ) – ୬୬; ସିଏଲ୍ ଟି ୨୦୦୪ (ସପ୍ଲିମେଣ୍ଟାରି) କ୍ରାଇମ୍ସ  - ୩୦୮(ସୁପ୍ରିମକୋର୍ଟ)।
  2. ମୃତ୍ୟୁକାଳୀନ  ଜମାନବନ୍ଦୀ – ଯେଉଁ   ଡାକ୍ତର   ତା’ର   ଜୀବନକାଳ   ମଧ୍ୟରେ   ରୋଗୀର  ଚିକିତ୍ସା   କରି  ନଥିଲେ, ସେ  ଉଲ୍ଲେଖ  କରିଥିଲେ ଯେ, ମୃତ୍ୟୁକାଳୀନ  ଜମାନବନ୍ଦୀ  ପ୍ରଦାନ  କରିବା  ନିମନ୍ତେ, ରୋଗୀ  ସୁସ୍ଥ  ଥିଲା, ଯେତେବେଳେ  ଅନ୍ୟ  ଡାକ୍ତରମାନେ  ଯେଉଁମାନେ  ତାକୁ  ଚିକିତ୍ସା  କରୁଥିଲେ, ସେମାନେ  ଉପଲବ୍ଧ  ଥିଲେ – ଶବ  ବ୍ୟବଚ୍ଛେଦ   ଅନୁଯାୟୀ, ମୃତକ , ଯେକି  ୯୫%  ପୋଡିଯାଇଥିଲା  ଏବଂ  ଅମ୍ଳଜାନରେ  ରଖାଯାଇଥିଲା, ସେ  ନିଶ୍ଵାସ  ପ୍ରଶ୍ଵାସ ନେବା  ନିମନ୍ତେ  ସକ୍ଷମ   ନଥିଲା – ଅଭିଯୁକ୍ତ  ମୃତ୍ୟୁକାଳୀନ   ଜମାନବନ୍ଦୀ  ପ୍ରଦାନ   କରିବାର  ଅଧଘଣ୍ଟା  ମଧ୍ୟରେ  ମୃତକ  ମୃତ୍ୟୁବରଣ   କରିଥିଲା – ଦର୍ଶାଯାଉଥିଲା  ଯେ, ଏପରି  ମୃତ୍ୟୁକାଳୀନ  ଜମାନବନ୍ଦୀ  ଗ୍ରହଣୀୟ  ନୁହେଁ – କମଳାକର  ମନ୍ଦରାମ୍  ଭାବସାର୍  ଏବଂ  ଅନ୍ୟମାନେ  ବନାମ୍  ମହାରାଷ୍ଟ୍ର   ରାଜ୍ୟ  ସରକାର – (୨୦୦୪)- ୨୭ ଓସିଆର୍ (ସୁପ୍ରିମକୋର୍ଟ) – ୧୨୮; ସିଏଲ୍ ଟି  ୨୦୦୪  (ସପ୍ଲିମେଣ୍ଟାରି) କ୍ରାଇମ୍ସ  - ୩୧   (ସୁପ୍ରିମକୋର୍ଟ)  ।
  3. ମୃତ୍ୟୁକାଳୀନ  ଜମାନବନ୍ଦୀ – ମାଜିଷ୍ଟ୍ରେଟ  ବିବରଣୀକୁ  ଲିପିବଦ୍ଧ  କରିଥିଲେ, ଯେତେବେଳେ  ଡାକ୍ତର, ମାଜିଷ୍ଟ୍ରେଟଙ୍କ  ଦ୍ଵାରା  ପଚରା   ଯାଇଥିବା  ପ୍ରଶ୍ନକୁ   ହିନ୍ଦୀରେ  ଅନୁବାଦ  କରୁଥିଲେ ଏବଂ  ତାପରେ  ମୃତକ  ଦ୍ଵାରା  ପ୍ରଦାନ  କରାଯାଉଥିବା  ଉତ୍ତରକୁ , ଇଂରାଜୀରେ  ଅନୁବାଦ  କରୁଥିଲେ, ଯେହେତୁ  ମତକ ତେଲୁଗୁ  କିମ୍ବା  ଇଂରାଜୀ  ଜାଣି  ନଥିଲା – ମାଜିଷ୍ଟ୍ରେଟଙ୍କର  ହିନ୍ଦୀରେ  କାମଚଳା  ଜ୍ଞାନଥିଲା  ତାର   ଭାବଭଙ୍ଗୀ  ଲକ୍ଷ  କରି, ସେହି  ଅନୁଯାୟୀ  ଲିପିବଦ୍ଧ  କରିବା  ନିମନ୍ତେ  ତାଙ୍କର  ସୁଯୋଗ  ଥିଲା – ବିଚାରକାରୀ  ନ୍ୟାୟାଳୟଙ୍କର  ରାଏରେ  କୌଣସି  ତ୍ରୁଟି  ନଥିଲା  ଯେ, ମୃତ୍ୟୁକାଳୀନ  ଜମାନବନ୍ଦୀକୁ  ଉପଯୁକ୍ତ  ଭାବେ  ଏବଂ  ସଠିକଭାବେ  ଲିପିବଦ୍ଧ  କରାଯାଇଛି  ଏବଂ  ତାହା  ଗ୍ରହଣୀୟ ଅଟେ – ଗ୍ରହଣୀୟତା  ନିମନ୍ତେ  ମୃତ୍ୟୁକାଳୀନ  ଜମାନବନ୍ଦୀ, ମୃତ୍ୟୁର   ଆଶଂକାରେ  ପ୍ରଦାନ  କରାଯିବା  ଆବଶ୍ୟକ  ନୁହେଁ – ବି. ଶଶିକଳା  ବନାମ୍  ଆନ୍ଧ୍ର ପ୍ରଦେଶ  ରାଜ୍ୟ  ସରକାର – (୨୦୦୪) ୨୭ ଓସିଆର୍ (ସୁପ୍ରିମକୋର୍ଟ) – ୬୩; ୨୦୦୪ (୧) କ୍ରାଇମ୍ସ – ୩୫୬।

ଦୁଇଟି  ମୃତ୍ୟୁକାଳୀନ  ଜମାନବନ୍ଦୀ

  1. ଗୋଟିଏ  ମାଜିଷ୍ଟ୍ରେଟଙ୍କ  ଦ୍ଵାରା  ଲିପିବଦ୍ଧ  କରାଯାଇଥିଲା  ଏବଂ  ଦ୍ଵିତୀୟ  ପୋଲିସ୍  ଦ୍ଵାରା  ଲିପିବଦ୍ଧ  କରାଯାଇଥିଲା – ଦ୍ଵୈତ  ମୃତ୍ୟୁକାଳୀନ  ଜମାନବନ୍ଦୀ  କ୍ଷେତ୍ରରେ, ପ୍ରତ୍ୟକକୁ ଏହାର  ସାକ୍ଷ୍ୟଜନିତ  ମୂଲ୍ୟ  ଅନୁଯାୟୀ, ଏହାର  ଗୁଣ  ଉପରେ, ସ୍ଵାଧିନ  ଭାବେ  ବିଚାର  କରାଯିବ – ଗୋଟିକୁ, ଅନ୍ୟର  ବିଷୟବସ୍ତୁ  କାରଣ  ଉପରେ  ପ୍ରତ୍ୟାଖ୍ୟାନ  କରାଯାଇପାରେ  ନାହିଁ  - ଏହାର  ସଠିକତା  ଦୃଷ୍ଟିରୁ  ପ୍ରତ୍ୟକକୁ   ବିଚାର  କରିବା  ଏବଂ  ତନ୍ମଧ୍ୟରୁ  କେଉଁଠି  ପ୍ରକୃତ  ଘଟଣା  ଉନ୍ମୋଚନ  କରୁଛି  ତାହା  ଉପରେ  ନିଜକୁ  ସନ୍ତୁଷ୍ଟ  କରିବା  ହେଉଛି, ନ୍ୟାୟାଳୟଙ୍କ   କର୍ତ୍ତବ୍ୟ  ନିଲମ୍  ଭିରା  ସତୟାନନ୍ଦମ୍  ଏବଂ  ଅନ୍ୟମାନେ  ବନାମ୍  ଆନ୍ଧ୍ର ପ୍ରଦେଶ   ଉଚ୍ଚ  ନ୍ୟାୟାଳୟର   ମୋକଦ୍ଦମା  ପରିଚାଳନାକାରୀ – (୨୦୦୪) – ୨୭ ଓସିଆର୍ (ସୁପ୍ରିମକୋର୍ଟ); ୨୦୦୪ (୨) କ୍ରାଇମ୍ସ – ୨୭୯ (ସୁପ୍ରିମକୋର୍ଟ)  ।
  2. ଦୁଇଟି  ମୃତ୍ୟୁକାଳୀନ  ଜମାନବନ୍ଦୀ, ତନ୍ମଧ୍ୟରୁ  ଗୋଟିଏ   ପୋଲିସ୍ ହେଡ୍   କନେଷ୍ଟବଳଙ୍କ  ଦ୍ଵାରା  ଲିପିବଦ୍ଧ  କରାଯାଇଥିଲା  ଏବଂ  ଦ୍ଵିତୀୟଟି  ମାଜିଷ୍ଟ୍ରେଟଙ୍କ  ଦ୍ଵାରା  ବିଭିନ୍ନ  ତାରିଖରେ   ଲିପିବଦ୍ଧ   କରାଯାଇଥିଲା  ଯାହାକି  ଅତି  ସ୍ପଷ୍ଟ   ବିରୋଧତା  ସୂଚୀତ  କରୁଥିଲା – ପ୍ରଥମଟିରେ, ତାର ଶରୀର   ଉପରେ  ଅପିଲକର୍ତ୍ତା   କିରୋସିନୀ  ଢାଳୁଥିବାର  ସେ  ଦେଖିଛି  ବୋଲି   ଉଲ୍ଲେଖ   କରିଥିଲା, ମାତ୍ର  ଦ୍ଵିତୀୟଟିରେ  ସେ  ଉଲ୍ଲେଖ   କରିଥିଲା  ଯେ, ତାକୁ  ନିଆଁ   ଲଗାଇବାରେ  ସେ, ଅପିଲକର୍ତ୍ତାଙ୍କୁ  ସନ୍ଦେହ   କରୁଛି – ଦୁଇଟି   ମୃତ୍ୟୁକାଳୀନ   ଜମାନବନ୍ଦୀରେ  ପ୍ରଦାନ  କରାଯାଇଥିବା  ଉଦ୍ଦେଶ୍ୟ  ମଧ୍ୟ  ସଂପୂର୍ଣ୍ଣଭାବେ   ପୃଥକ୍  ଅଟେ – ଡାକ୍ତରଙ୍କ  ସମ୍ମୁଖରେ  ମୃତକ   ଉଲ୍ଲେଖ  କରିଥିଲା ଯେ, ପ୍ରସ୍ତୁତ  ସମୟରେ  ହଠାତ୍  ନିଆଁ  ଲାଗିଯିବାରୁ   ସେ  କ୍ଷତ  ଦର୍ଶାଯାଇଥିଲା  ଯେ, ମୃତ୍ୟୁକାଳୀନ  ଜମାନବନ୍ଦୀ  ଉପରେ  କାର୍ଯ୍ୟାନୁଷ୍ଠାନ  ଗ୍ରହଣ   କରାଯାଇ  ପାରିବ  ନାହିଁ – ଚିନ୍ନାମ୍ମା  ବନାମ୍  କେରାଲା  ରାଜ୍ୟ  ସରକାର  - (୨୦୦୪) – ୨୭ ଓସିଆର୍  (ସୁପ୍ରିମକୋର୍ଟ) – ୯୦୪  ।

ଦଫା – ୩୨ – ନିଆଁରେ  ଜଳି  ମୃତ୍ୟୁ – ତିନୋଟି  ମୃତ୍ୟୁକାଳୀନ  ଜମାନବନ୍ଦୀ  - ଯଦି  ସେଥିମଧ୍ୟରୁ   ଗୋଟିଏ  ମୃତ୍ୟୁକାଳୀନ  ଜମାନବନ୍ଦୀ  ସପକ୍ଷରେ  ସାକ୍ଷୀମାନଙ୍କ  ଦ୍ଵାରା   ଦିଆଯାଇଥିବା   ଅଭିସାକ୍ଷ୍ୟ  ପରସ୍ପର  ମଧ୍ୟରେ  ଅସାମଞ୍ଜସ୍ୟ ଥାଏ  । ତେବେ ତା’ ଉପରେ  ଭରସା   କରିବା  ନିରାପଦ  ନୁହେଁ  । ଭଦ୍ରଗିରି  ଭେଙ୍କଟ  ରବି   ବନାମ୍  ପବ୍ଲିକ  ପ୍ରସ୍ୟୁକ୍ୟୁଟର  ଆନ୍ଧ୍ରପ୍ରଦେଶ  ଉଚ୍ଚନ୍ୟାୟାଳୟ  ହାଇଦ୍ରାବାଦ : (୨୦୧୩) ୫୫ ଓ.ସି.ଆର୍  /ଏସ୍.ସି.) ୯୫୦  ।

ପରବର୍ତ୍ତୀ  କାର୍ଯ୍ୟାନୁଷ୍ଠାନରେ କେତେକ ନିର୍ଦ୍ଧିଷ୍ଟ ସାକ୍ଷ୍ୟର   ଉପାଦେୟତା  ପ୍ରମାଣ

ପରବର୍ତ୍ତୀ  କାର୍ଯ୍ୟାନୁଷ୍ଠାନରେ  କେତେକ  ନିର୍ଦ୍ଧିଷ୍ଟ  ସାକ୍ଷ୍ୟର   ଉପାଦେୟତା   ପ୍ରମାଣ   କରିବା  ନିମନ୍ତ ,ଯେଉଁ  ବିଷୟ  ଗୁଡିକର  ସତ୍ୟତା  ସେଥିରେ  ଉଲ୍ଲେଖ  କରାଯାଇଥାଏ –

କୌଣସି  ବୈଚାରିକ   କାର୍ଯ୍ୟାନୁଷ୍ଠାନରେ  କିମ୍ବା  ଏପରି  ଗ୍ରହଣ   କରିବା  ନିମନ୍ତେ  ଆଇନ୍  ଦ୍ଵାରା  କ୍ଷମତାୟୀତ  କୌଣସି  ବ୍ୟକ୍ତିଙ୍କ   ସମ୍ମୁଖରେ   କୌଣସି  ସାକ୍ଷୀଙ୍କ  ଦ୍ଵାରା   ପ୍ରଦାନ   କରାଯାଇଥିବା  ସାକ୍ଷ୍ୟ, ଏହା  ବର୍ଣ୍ଣନା   କରିଥିବା   ବିଷୟ  ବସ୍ତୁରୁ  ସତ୍ୟତାକୁ, କୌଣସି   ପରବର୍ତ୍ତୀ  ବୈଚାରିକ  କାର୍ଯ୍ୟାନୁଷ୍ଠାନରେ  କିମ୍ବା  ସେହି  ଏକ  ବୈଚାରିକ   କାର୍ଯ୍ୟାନୁଷ୍ଠାନରେ   ପରବର୍ତ୍ତୀ  ସ୍ତରରେ  ପ୍ରମାଣ  କରିବା  ଉଦ୍ଦେଶ୍ୟରେ   ଉପାଦେୟ  ଅଟେ; ଯେତେବେଳେ   ଏପରି  ସାକ୍ଷୀ  ମୃତ  ହୋଇ  ଥାଆନ୍ତି  କିମ୍ବା  ମିଳନ୍ତି  ନାହିଁ  କିମ୍ବା  ସାକ୍ଷ୍ୟ  ପ୍ରଦାନ  କରିବା  ନିମନ୍ତେ   ଅକ୍ଷମ   ହୁଅନ୍ତି  କିମ୍ବା  ବିପରୀତ  ପକ୍ଷ  ଦ୍ଵାରା  ବାହାରେ  ରକ୍ଷାଯାଆନ୍ତି, କିମ୍ବା  ତାଙ୍କର  ଉପସ୍ଥିତିକୁ   ବିଳମ୍ବବିନା  ଏବଂ  ଖର୍ଚ୍ଚ  ବିନା  ଗ୍ରହଣ  କରାଯାଇ  ହୁଏ  ନାହିଁ, ଏବଂ  ଏପରି  ପରିସ୍ଥିତିରେ  ନ୍ୟାୟାଳୟ, ଯେପରି  ଉପଯୁକ୍ତ  ବା  ଯଥାଯଥ  ବିବେଚନା କରନ୍ତି;

ଉଲ୍ଲେଖଥାଉ ଯେ,ଏପରି  କାର୍ଯ୍ୟାନୁଷ୍ଠାନ ସେହି  ଏକା  ପକ୍ଷମାନଙ୍କ   ମଧ୍ୟରେ  କିମ୍ବା  ସ୍ଵାର୍ଥ  ନିହିତ  ସେମାନଙ୍କର  ପ୍ରତିନିଧିମାନଙ୍କ  ମଧ୍ୟରେ  ହୋଇଥାଏ ;

ଯେ, ପ୍ରଥମ  କାର୍ଯ୍ୟାନୁଷ୍ଠାନରେ, ବିପରୀତ  ପକ୍ଷକୁ   ଜେରା  କରିବା  ନିମନ୍ତେ ଅଧିକାର  ଏବଂ  ସୁଯୋଗ  ଥାଏ,

ଯେ  ବିଷୟଗତ  ପ୍ରଶ୍ନଗୁଡିକ, ପ୍ରଥମ  ତଥା  କାର୍ଯ୍ୟାନୁଷ୍ଠାନରେ  ପ୍ରାୟ   ଏକା  ଥାଏ  ।

ସ୍ପଷ୍ଟିକରଣ

କୌଣସି  ଫୌଜଦାରୀ  ବିଚାର   କିମ୍ବା  ତଦନ୍ତକୁ, ଏହି  ଦଫାର  ଅର୍ଥାନୁସାରେ, ମୋକଦ୍ଦମାକାରୀ  ଏବଂ  ଅପରାଧି ମଧ୍ୟରେ  ଏକ  କାର୍ଯ୍ୟାନୁଷ୍ଠାନ  ବୋଲି  ଧରାଯିବ  ।

ଆଧାର – ଦ ଲ ହାଉସ

Last Modified : 6/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate