অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୩ (ବିଭାଗ – ୨(ଚ))

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୩ (ବିଭାଗ – ୨(ଚ))

ବିଶେଷ ପରିସ୍ଥିତିରେ ପ୍ରଦାନ କରାଯାଇଥିବା ବିବରଣୀ

ହିସାବପୁସ୍ତକରେ  ଅନ୍ତର୍ଭୁକ୍ତିକରଣ, କେତେବେଳେ  ଉପାଦେୟ  ଅଟେ – [ହିସାବ  ପୁସ୍ତିକାରେ  ଅନ୍ତର୍ଭୁକ୍ତିକରଣ , ବୈଦ୍ୟୁତିକ   କୌଶଳ  ବା  ଉପାୟରେ  ପ୍ରସ୍ତୁତ  ଫର୍ମରେ  ସେହି  ସମସ୍ତ  ବିଷୟ  ଯାହାକି  ରକ୍ଷଣାବେକ୍ଷଣ  କରାଯାଏ; ତାହା   ଉପାଦେୟ  ଅଟେ,] ଯେତେବେଳେ  ସେଗୁଡିକ  କୌଣସି  ବିଷୟକୁ  ଉଲ୍ଲେଖ  କରେ, ଯାହାକି  ନ୍ୟାୟାଳୟଙ୍କୁ  ତଦନ୍ତ   କରିବାକୁ  ହୁଏ, ମାତ୍ର  ଏପରି   ବିବରଣୀ, କୌଣସି  ବ୍ୟକ୍ତିଙ୍କୁ   ଦାୟିତ୍ଵ  ସହିତ  ଅଭିଯୁକ୍ତ  କରିବା   ନିମନ୍ତେ  ଯଥେଷ୍ଟ  ସାକ୍ଷ୍ୟ  ହେବ  ନାହିଁ   ।

ଉଦାହରଣ

ଟ ୧୦୦. ୦୦  ନିମନ୍ତେ ‘କ’ ‘ଖ’ ନାମରେ   ମୋକଦ୍ଦମା   କରେ  ଏବଂ  ତାର  ହିସାବ  ପୁସ୍ତିକାରେ  ଅନ୍ତର୍ଭୁକ୍ତିକରଣ  ଦର୍ଶାଯାଇଥାଏ  ଯେ,‘ଖ’ ତା  ଠାରୁ  ଏହି  ପରିମାଣରେ  ବିବରଣୀ  ଅଟେ   । ଏହି  ଅନ୍ତର୍ଭୁକ୍ତିକରଣ  ଉପାଦେୟ  ଅଟେ ;ମାତ୍ର  ଋଣକୁ   ପ୍ରମାଣ  କରିବା   ନିମନ୍ତେ, ଅନ୍ୟ  ସାକ୍ଷ୍ୟ  ବିନା  ତାହା  ଯଥେଷ୍ଟ  ନୁହେଁ   ।

ଟିପ୍ପଣୀ

କେତେବେଳେ  ଅନ୍ତର୍ଭୁକ୍ତିକରଣ , ସାକ୍ଷ୍ୟର  ଗ୍ରହଣୀୟତା  ଅଟେ : ହିସାବ  ପୁସ୍ତିକା – ସେଥିରେ  ଥିବା  ଅନ୍ତର୍ଭୁକ୍ତିକରଣ – କାର୍ଯ୍ୟାଳୟ  ପୁସ୍ତକ, ରେଜିଷ୍ଟର  କିମ୍ବା  [ନଥିପତ୍ର, କିମ୍ବା  ବୈଦ୍ୟୁତିକ  କୌଶଳ ] କିମ୍ବା  ଉପାଦେୟରେ   ପ୍ରସ୍ତୁତ  ନଥିପତ୍ର  ପ୍ରଶ୍ନଗତ  କୌଣସି   ବିଷୟ  କିମ୍ବା  ଉପାଦେୟ   ବିଷୟକୁ   ଉଲ୍ଲେଖକରି  କୌଣସି  ଅନ୍ତର୍ଭୁକ୍ତିକରଣ  ଏବଂ ଯାହାକି  ତାଙ୍କର  କାର୍ଯ୍ୟାଳୟ  କର୍ତ୍ତବ୍ୟ   ସଂପାଦନରେ  କୌଣସି  ସର୍ବସାଧାରଣ  ସେବକଙ୍କ  କିମ୍ବା  ଆଇନ୍  ଦ୍ଵାରା  ବିଶେଷଭାବେ  ନ୍ୟସ୍ତ  କରାଯାଇଥିବା  କୌଣସି  କର୍ତ୍ତବ୍ୟ   ସଂପାଦନରେ   ଅନ୍ୟ  କୌଣସି   ବ୍ୟକ୍ତିଙ୍କ  ଦ୍ଵାରା  କରାଯାଇଥାଏ, ଯେଉଁଠି  ଏପରି  ପୁସ୍ତକ , ରେଜିଷ୍ଟର, କିମ୍ବା  [ନଥି  କିମ୍ବା  ବୈଦ୍ୟୁତିକ କୌଶଳ] କିମ୍ବା  ଏହି  ଉପାୟରେ  ପ୍ରସ୍ତୁତ  ନଥିପତ୍ର  ରଖାଯାଇଥାଏ, ତାହା  ଏକ  ଉପାଦେୟ  ବିଷୟ  ଅଟେ ।

ମ୍ୟାପ ବା ମାନଚିତ୍ର, ଚାର୍ଟ ଏବଂ ନକ୍ସାରେ ଥିବା ବିବରଣୀ  ଗୁଡିକର ଉପାଦେୟତା

ପ୍ରଶ୍ନଗତ  ବିଷୟ  କିମ୍ବା   ଉପାଦେୟ  ବିଷୟ  ସଂବନ୍ଧରେ  ବିବରଣୀ, ଯାହାକି  ପ୍ରକାଶିତ  ମାନଚିତ୍ର  କିମ୍ବା  ଚାର୍ଟ, ଯାହାକି  ସର୍ବସାଧାରଣରେ  ବିକ୍ରି  ନିମନ୍ତେ  ଅର୍ପଣ  କରାଯାଏ, କିମ୍ବା  [କେନ୍ଦ୍ରସରକାର  କିମ୍ବା  କୌଣସି  [ରାଜ୍ୟ  ସରକାରୀଙ୍କ)  କ୍ଷମତାନୁଯାୟୀ, ମାନଚିତ୍ର   କିମ୍ବା  ନକ୍ସାରେ   ପ୍ରକାଶ   କରାଯାଇଥାଏ, ସେଗୁଡିକ  ଉପାଦେୟ  ଅଟେ  ।

ପ୍ରକୃତିର ବିଷୟ ସଂବନ୍ଧରେ ବିବରଣୀରେ  ଉପାଦେୟତା, ଯାହାକି ଲୌନଶୀ ନିର୍ଦ୍ଧିଷ୍ଟ ଆଇନ୍ କିମ୍ବା ବିଜ୍ଞପ୍ତି

ସର୍ବସାଧାରଣ  ପ୍ରକୃତିର  ବିଷୟ  ସଂବନ୍ଧରେ   ବିବରଣୀରେ  ଉପାଦେୟତା, ଯାହାକି  ଲୌନଶୀ  ନିର୍ଦ୍ଧିଷ୍ଟ  ଆଇନ୍  କିମ୍ବା  ବିଜ୍ଞପ୍ତି   ଆଇନ୍  କିମ୍ବା  ବିଜ୍ଞପ୍ତିରେ  ଧାରିତ   ହୋଇଥାଏ  -

ଯେତେବେଳେ   ନ୍ୟାୟାଳୟ, କୌଣସି  ସର୍ବସାଧାରଣ  ପ୍ରକୃତିର   କୌଣସି  ବିଷୟର  ସ୍ଥିତି  ସଂବନ୍ଧରେ  କୌଣସି  ମତ  ଧାରଣ  କରନ୍ତି, ଏହାର  କୌଣସି  ବିବରଣୀ, ପାର୍ଲାମେଣ୍ଟରେ  କୌଣସି  ଆଇନ୍ ରେ  ଧାରିତ  କୌଣସି  ଉକ୍ତି  କିମ୍ବା  କୌଣସି  [କେନ୍ଦ୍ରୀୟ  ଆଇନ୍ ପ୍ରାଦେଶିକ  ଆଇନ୍  କିମ୍ବା  କୌଣସି  [ରାଜ୍ୟ  ଆଇନ୍ କିମ୍ବା  କୌଣସି  ସରକାରୀ  ବିଜ୍ଞପ୍ତି   କିମ୍ବା  କୌଣସି   ମୁଦ୍ରିତ  କାଗଜରେ ଯାହାକି  ଲଣ୍ଡନ   ଗେଜେଟ୍  ଯାହାକି   ରାଜାଙ୍କର  ଦାଖଲରେ  ଥାଏ, ତାହା  ଏକ  ବିଷୟ  ଅଟେ   ।

ଆଇନ୍  ପୁସ୍ତକ  ଗୁଡିକରେ  ଧାରିତ  କୌଣସି  ଆଇନ୍  ସଂବନ୍ଧରେ  ବିବରଣୀର  ଉପାଦେୟତା  - ଯେତେବେଳେ  କୌଣସି  ଦେଶର   କୌଣସି  ଆଇନ୍  ସଂବନ୍ଧୀୟ  ନ୍ୟାୟାଳୟଙ୍କୁ   ଏକ  ମତାମତ  ଧାରଣ   କରିବାକୁ  ପଡିଥାଏ , ଏପରି  ଆଇନ୍ ର  ଯେ  କୌଣସି  ବିବରଣୀ   ଯାହାକି   ଅନୁଯାୟୀ   ମୁଦ୍ରିତ   କିମ୍ବା  ପ୍ରକାଶିତ  ହୋଇଥାଏ ଏବଂ  ଏପରି  ଆଇନ୍  ଧାରଣ   କରିଥାଏ, ଏବଂ ଏପରି   ଦେଶର   ନ୍ୟାୟାଳୟ   ଗୁଡିକର  କୌଣସି  ରାଏ  ଧାରଣ  କରିଥାଏ, ତାହା  ଉପାଦେୟ  ଅଟେ   ।

କୌଣସି  ବିବରଣୀର  କେତେ  ପରିମାଣ  କରାଯିବ

ଯେତେବେଳେ  ବିବରଣୀ, କୌଣସି  କଥୋପକଥନ  ଦଲିଲ୍, ପୁସ୍ତକ   କିମ୍ବା  ଗୁଡିଏ  ପତ୍ର  କିମ୍ବା  କାଗଜର ଅଂଶ  ଗଠନ   କରେ, ସେତେବେଳେ  କେଉଁ  ସାକ୍ଷ୍ୟ  ପ୍ରଦାନ  କରାଯିବ –

ଯେତେବେଳେ  କୌଣସି  ବିବରଣୀ, କୌଣସି  କଥୋପକଥନ, ଦଲିଲ୍  ବୈଦ୍ୟୁତିକ  କୌଣସି  ବା  ଉପାୟରେ  ପ୍ରସ୍ତୁତି  ନଥିପତ୍ର, ପୁସ୍ତକ   କିମ୍ବା  ପତ୍ର  ସମୂହ  କିମ୍ବା  କାଗଜପତ୍ରର  ଅଂଶ  ଗଠନ  କରୁଥାଏ, ସେତେବେଳେ  କେଉଁ  ବା  କିପରି  ସାକ୍ଷ୍ୟ  ପ୍ରଦାନ  କରାଯିବ – ଯେତେବେଳେ   କୌଣସି  ବିବରଣୀ, ଯେଉଁଥି  ନିମନ୍ତେ, ସାକ୍ଷ୍ୟପ୍ରଦାନ   କରାଯାଏ , ତାହା  କୌଣସି  ଦୀର୍ଘ  ବିବରଣୀ, କିମ୍ବା  କୌଣସି   କଥୋପକଥନ  କିମ୍ବା  କୌଣସି  ଏକମାତ୍ର  ଦଲିଲ୍ ର  କୌଣସି  ଅଂଶ , କିମ୍ବା  କୌଣସି  ଦଲିଲ୍ ରେ  ଧାରିତ  ହୋଇଥାଏ, ଯାହାକି  କୌଣସି  ପୁସ୍ତକର  ଅଂଶ  ଗଠନ  କରୁଥାଏ କିମ୍ବା  ଆଂଶିକଭାବେ  କୌଣସି  ବୈଦ୍ୟୁତିକ  କୌଶଳ  ବା  ଉପାୟରେ  ପ୍ରସ୍ତୁତି  ନଥିରେ  କିମ୍ବା  ସଂଯୁକ୍ତ  ପତ୍ର  ସମୂହ  କିମ୍ବା  କାଗଜପତ୍ରଏର  ଧାରିତ  ହୋଇଥାଏ, ସେପରିସ୍ଥଳେ, ଉକ୍ତ  ବିବରଣୀ, କଥୋପକଥନ, ଦଲିଲ୍  ବୈଦ୍ୟୁତିକ  କୌଶଳ  ବା  ଉପାୟରେ  ପ୍ରସ୍ତୁତ  ନଥି, ପୁସ୍ତକସମୂହ  କିମ୍ବା  କାଗଜପତ୍ର  ଉପରେ  ସେତିକି  ମାତ୍ର   ସାକ୍ଷ୍ୟ  ପ୍ରଦାନ  କରାଯିବ  ଏବଂ  ଅଧିକ  ନୁହେଁ , ଯେପରି  ନ୍ୟାୟାଳୟ, ଉକ୍ତ  ନିର୍ଦ୍ଧିଷ୍ଟ  ମୋକଦ୍ଦମାର  ପ୍ରକୃତି  ଏବଂ  ବିବରଣୀ ତଥା  କେଉଁ  ପରିସ୍ଥିତିରେ  ଏପରି  ବିବରଣୀ  ପ୍ରଦାନ  କରାଯାଇଥିଲା  ତାହା  ସମ୍ପୂର୍ଣ୍ଣ ଭାବେ  ହୃଦୟଙ୍ଗମ  କରିବାପରେ, ଆବଶ୍ୟକ  ମନେ  କରିବେ  ।”]

ଟିପ୍ପଣୀ

ପୂର୍ବ  ରାଏ  ଗୁଡିକର  ଉପାଦେୟତା : ବଜାର  ମୂଲ୍ୟ  ନିର୍ଦ୍ଧାରଣ  କରିବାରେ, ପୂର୍ବ  ରାଏଗୁଡିକର  ଉପାଦେୟତା  - ସେହି  ଏକା  ଉଦ୍ଦେଶ୍ୟରେ, ସେହି ଏକା ବିଜ୍ଞପ୍ତି  ଅନୁଯାୟୀ, ସେହି  ଏକାପ୍ରକାର   ଜମିର ଅଧିଗ୍ରହଣ  ସଂବନ୍ଧରେ  କ୍ଷତିପୂରଣ  ପ୍ରଦାନ   କରାଯାଇଥିବାରୁ, ଏହା  ଅନୁସରଣ   କରିବା  ଆବଶ୍ୟକ  ଅଟେ – ଓଡିଶା   ରାଜ୍ୟ  ସରକାର  ବନାମ  ନିଶାକର  ପ୍ରଧାନ – ୨୦୦୦ (୨) ଓଏଲ୍ଆର୍ – ୫୭୧   ।

ନ୍ୟାୟ – ନ୍ୟାୟାଳୟରେ  ରାଏ, କେତେବେଳେ ଉପାଦେୟ

କୌଣସି  ଦ୍ଵିତୀୟ  ମୋକଦ୍ଦମା କିମ୍ବା  ବିଚାରକୁ  ପ୍ରତିବନ୍ଧିତ   କରିବା  ନିମନ୍ତେ  ପୂର୍ବ  ରାଏ  ଉପାଦେୟ  ଅଟେ –

କୌଣସି  ରାଏ, ଆଦେଶ  କିମ୍ବା  ଡିକ୍ରୀର  ସ୍ଥିତି  ବା  ସ୍ଥିତାବସ୍ଥା, ଯାହାକି  ଆଇନ୍  ଦ୍ଵାରା  କୌଣସି  ମୋକଦ୍ଦମା  ଗ୍ରହଣ   କରିବା  କିମ୍ବା  ବିଚାର  ଅନୁଷ୍ଠିତ   କରିବା  ନିମନ୍ତେ  କୌଣସି  ନ୍ୟାୟାଳୟଙ୍କୁ  ପ୍ରତିବନ୍ଧିତ  କରିଥାଏ,ତାହା  ଏକ  ଉପାଦେୟ  ବିଷୟ  ଅଟେ, ଯେତେବେଳେ  ପ୍ରଶ୍ନ   ଥାଏ ଯେ, ଏପରି  ନ୍ୟାୟାଳୟ , ଉକ୍ତ  ମୋକଦ୍ଦମା  ଗ୍ରହଣ  କରି  ପାରିବେ କି  ନାହିଁ  କିମ୍ବା  ବିଚାର   ଅନୁଷ୍ଠିତ  କରିପାରିବେ  କି  ନାହିଁ   ।

ପ୍ରାମାଣିକ ଇଚ୍ଛାପତ୍ର ଇତ୍ୟାଦିରେ ନିର୍ଦ୍ଧିଷ୍ଟ ରାଏର ଉପାଦେୟତା, କର୍ତ୍ତୃତ୍ଵ

ପ୍ରମାଣିତ  ଇଚ୍ଛାପତ୍ର, ବୈବାହିକ  ସଂବନ୍ଧ, ଆଡ – ମିରାଲଟି  କିମ୍ବା  ଦେୱାଳିଆ  କର୍ତ୍ତୃତ୍ଵ  ପରିଚାଳନା  କରିବାରେ , କୌଣସି  ଦକ୍ଷ  ନ୍ୟାୟାଳୟଙ୍କର  କୌଣସି  ଚୁଡାନ୍ତ  ରାଏ, ଆଦେଶ  କିମ୍ବା  ଡିକ୍ରୀ, ଯାହା କି  କୌଣସି  ଆଇନ୍ ର  ପ୍ରକୃତିକୁ  କୌଣସି  ବ୍ୟକ୍ତି  ଉପରେ  ନ୍ୟସ୍ତ  କରେ  କିମ୍ବା  କାଢି  ନିଏ, କିମ୍ବା  ଯାହା   ଏପରି  କୌଣସି  ପ୍ରକୃତି  ନିମନ୍ତେ  ହକ୍ ଦାର  ବୋଲି  କୌଣସି  ବ୍ୟକ୍ତିଙ୍କୁ  ଘୋଷଣାକରେ, କିମ୍ବା  କୌଣସି  ନିର୍ଦ୍ଧିଷ୍ଟ  ବସ୍ତୁ  ନିମନ୍ତେ  ହକ୍ ଦାର, ଏବଂ  ତାହା  କୌଣସି  ବ୍ୟକ୍ତି  ବିରୁଦ୍ଧରେ  ନୁହେଁ  ମାତ୍ର  ସମ୍ପୂର୍ଣ୍ଣଭାବେ, ତାହା  ଉପାଦେୟ  ଅଟେ  ଯେତେବେଳେ  ଏପରି  କୌଣସି  ଆଇନ୍ ଗତ  ପ୍ରକୃତିର  ସ୍ଥିତି   କିମ୍ବା  ଏପରି  ବିଷୟ  ପ୍ରତି   ଏପରି  କୌଣସି  ବ୍ୟକ୍ତିର   ଅଧିକାର ଉପାଦେୟ  ଅଟେ ।

ରାଏ ଆଦେଶ  କିମ୍ବା ଡିକ୍ରୀ  ହେଉଛି ସିଦ୍ଧାନ୍ତନୀୟ  ପ୍ରମାଣ

ଯେ, କୌଣସି  ଆଇନ୍ ଗତ  ପ୍ରକୃତି, ଯାହା  ଏହା  ନ୍ୟସ୍ତକରେ  ତାହା  ଉଦ୍ରେକ ହୋଇଥିଲା  ସେହି  ସମୟରେ, ଯେତେବେଳେ  ଏପରି  ରାଏ [ଆଦେଶ  କିମ୍ବା  ଡିକ୍ରୀ]କାର୍ଯ୍ୟକାରୀ  ହୋଇଥିଲା,

ଯେ, କୌଣସି  ଆଇନ୍ ଗତ  ପ୍ରକୃତି, ଯେଉଁଥି  ପ୍ରତି  ବା  ଯେଉଁଥିକୁ  କୌଣସି  ବ୍ୟକ୍ତି  ହକ୍ ଦାର   ବୋଲି  ଏହା  ଘୋଷଣା   କରେ, ତାହା  ଉକ୍ତ  ବ୍ୟକ୍ତି  ପ୍ରତି  ଉଦ୍ରେକ  ହୁଏ, ସେହି  ସମୟରେ, ଯେତେବେଳେ  ଏପରି  ରାଏ, [ଆଦେଶ  କିମ୍ବା  ଡିକ୍ରୀ ଉକ୍ତ  ବ୍ୟକ୍ତି  ପ୍ରତି  ଏହା  ଉଦ୍ରେକ  ହୋଇଛି  ବୋଲି  ଘୋଷଣା   କରେ,

ଯେ, କୌଣସି ଆଇନ୍ ଗତ   ପ୍ରକୃତି, ଯାହାକି  ଏହାକୁ  ଏପରି  କୌଣସି  ବ୍ୟକ୍ତିଙ୍କ  ଠାରୁ  ନେଇଯାଏ, ତାହା  ସେହି  ସମୟରୁ  ରହିତ  ହୁଏ, ଯେଉଁ  ସମୟରୁ   ଏପରି  ରାଏ, ଆଦେଶ  କିମ୍ବା  ଡିକ୍ରୀ  ଘୋଷଣା  କରେ ଯେ, ଏହା  ରହିତ ହୋଇଛି  କିମ୍ବା  ରହିତ  ହେବା  ଉଚିତ୍  ।

ଏବଂ  ଯେ, କୌଣସି   ବିଷୟ, ଯାହା  ପ୍ରତି  କୌଣସି  ବ୍ୟକ୍ତି  ହକ୍ ଦାର  ବୋଲି  ଏହା  ଘୋଷଣାକରେ, ତାହା  ଏପରି  ରାଏ , ଆଦେଶ  କିମ୍ବା  ଡିକ୍ରୀ  ଘୋଷଣା  କରେ ଯେ, କୌଣସି  ବ୍ୟକ୍ତି  ହକ୍ ଦାର  ଅଟେ, ତାହା  ଉକ୍ତ  ବ୍ୟକ୍ତିର  ସମ୍ପତ୍ତି  ହୋଇଥାଏ   ।

ଦଫା  ୪୧ ରେ   ଉଲ୍ଲେଖିତ  ସେହି  ସମସ୍ତ  ବିଷୟ  ବ୍ୟତୀତ, ରାଏ  ଆଦେଶ  କିମ୍ବା  ଡିକ୍ରୀର  ଉପାଦେୟତା  ଏବଂ  ପ୍ରଭାବ - ଦଫା  ୪୧ରେ  ଉଲ୍ଲେଖିତ  ବିଷୟ  ବ୍ୟତୀତ  ରାଏ, ଆଦେଶ  କିମ୍ବା  ଡିକ୍ରୀ  ଗୁଡିକ  ଉପାଦେୟ  ଅଟେ  ଯଦି  ସେଗୁଡିକ   ତଦନ୍ତ  ନିମନ୍ତେ   ସର୍ବସାଧାରଣ  ପ୍ରକୃତିର  ବିଷୟ  ସହିତ  ସଂପୃକ୍ତ  ହୋଇଥାଏ, ମାତ୍ର  ଏପରି  ରାଏ, ଆଦେଶ  କିମ୍ବା  ଡିକ୍ରୀ  ତାର  ସିଦ୍ଧାନ୍ତନୀୟ   ପ୍ରମାଣ  ନୁହେଁ, ଯାହା, ଉଲ୍ଲେଖ  କରେ ବା  ନିର୍ଣ୍ଣୟ   କରେ  ।

ଉଦାହରଣ

ତାର  ଜମି  ଉପରେ  ଅନୁପ୍ରବେଶ  କରିଥିବାରୁ ‘କ’,‘ଖ’ ବିରୁଦ୍ଧରେ  ମୋକଦ୍ଦମା  କରେ   । ଏକ  ସର୍ବସାଧାରଣ  ରାସ୍ତାରେ  ଅଧିକାର  ଉକ୍ତ ଜମି  ଉପରେ  ସ୍ଥିତି  ବୋଲି ‘ଖ’ ଅଭିଯୋଗ   କରେ; ଯାହାକୁ   ‘କ’ ପ୍ରତ୍ୟାଖ୍ୟାନ  କରେ  ।

ଦଫା  ୪୦ ରୁ  ୪୨ ରେ  ଉଲ୍ଲେଖ  ବିଷୟ  ବ୍ୟତୀତ  ରାଏ  ଇତ୍ୟାଦି  କେତେବେଳେ  ଉପାଦେୟ  ଅଟେ –

ଦଫା  ୪୦,୪୧ ଏବଂ  ୪୨ ରେ  ଉଲ୍ଲେଖିତ  ବିଷୟ  ବ୍ୟତୀତ  ରାଏ, ଆଦେଶ  କିମ୍ବା  ଡିକ୍ରୀ  ଗୁଡିକ  ଅନୁପାଦେୟ  ଅଟେ, ଯଦି  ଏପରି  ରାଏ  ଆଦେଶ  କିମ୍ବା  ଡିକ୍ରୀର   ସ୍ଥିତି  ବିଷୟଗତ  ପ୍ରଶ୍ନ   କିମ୍ବା  ଏହି  ଆଇନ୍ ର  ଅନ୍ୟ  କୌଣସି  ବ୍ୟବସ୍ଥାବଳୀ  ଅନୁଯାୟୀ  ଉପାଦେୟ  ହୋଇନଥାଏ   ।

ଉଦାହରଣ

  • ‘ଖ’ ଯେକି ‘କ’ ର  ସ୍ତ୍ରୀ  ଅଟେ ,ତା ସହିତ  ବ୍ୟଭିଚାର ଅପରାଧ  ନିମନ୍ତେ ‘କ’ ‘ଖ’ ବିରୁଦ୍ଧରେ  ମୋକଦ୍ଦମା କରେ।
  • ‘ଖ’ ଏହା  ପ୍ରତ୍ୟାଖ୍ୟାନ  କରେ  ଯେ, ‘ଖ’ ‘କ’ ର  ସ୍ତ୍ରୀ ଅଟେ, ମାତ୍ର  ନ୍ୟାୟାଳୟ ‘ଖ’ ଙ୍କୁ  ବ୍ୟଭିଚାର  ନିମନ୍ତେ  ଦୋଷୀ  ସାବ୍ୟସ୍ତ  କରେ  ।

    ପରେ ‘କ’ ର  ଜୀବିତାବସ୍ଥାରେ ‘ଖ’ କୁ  ବିବାହ  କରିବାରୁ ‘ଖ’ ବିରୁଦ୍ଧରେ  ଦୈତ ବିବାହ  ନିମନ୍ତେ  ମୋକଦ୍ଦମା  କରାଯାଏ   । ‘ଖ’ କୁହେ ଯେ, ସେ  କେବେହେଲେ  ‘କ’ ର  ସ୍ତ୍ରୀ  ନଥିଲା   ।

    ତେଣୁ ‘ଖ’ ବିରୁଦ୍ଧରେ  ରାଏ  ‘ଗ’ ବିରୁଦ୍ଧରେ  ଉପାଦେୟହୀନ  ଅଟେ  ।

  • ‘କ’ର  ସ୍ତ୍ରୀ  ‘ଗ’ ସହିତ  ବ୍ୟଭିଚାର  କରିବା  ଯୋଗୁ,‘କ’,‘ଖ’ ଉପରେ  ମୋକଦ୍ଦମା  କରେ   ।
  • ‘ଗ’,‘କ’ ର  ସ୍ତ୍ରୀ  ନୁହେଁ  ବୋଲି ‘ଖ’ ପ୍ରତ୍ୟାଖ୍ୟାନ  କରେ, ମାତ୍ର  ନ୍ୟାୟାଳୟ ‘ଖ’କୁ  ବ୍ୟଭିଚାର  ନିମନ୍ତେ  ଦୋଷୀ   ସାବ୍ୟସ୍ତ   କରନ୍ତି   ।

    ପରେ,‘କ’ର  ଜୀବିତାବସ୍ଥାରେ  ‘ଖ’ ସହିତ  ଦୈତ  ବିବାହ  କରିବା  ଯୋଗୁ,‘ଗ’ ଉପରେ  ମୋକଦ୍ଦମା  କରାଯାଏ ,‘ଗ’ କୁହେ  ଯେ, ସେ  କେବେହେଲେ ‘କ’ ର  ସ୍ତ୍ରୀ  ନଥିଲା   ।

    ‘ଖ’ ବିରୁଦ୍ଧରେ  ରାଏ ‘ଗ’ ବିରୁଦ୍ଧରେ  ଅନୁପାଦେୟ  ଅଟେ   ।

  • ତା ଠାରୁ  ଏକ  ଗାଈ  ଚୋରୀ  କରିବା  ନିମନ୍ତେ, ‘କ’,‘ଖ’ ଉପରେ  ମୋକଦ୍ଦମା  କରେ । ‘ଖ’ ଦୋଷୀ  ସାବ୍ୟସ୍ତ ହୁଏ ।
  • ପରେ ‘କ’ , ଗାଈ  ନିମନ୍ତେ ‘ଖ’ ଉପରେ  ମୋକଦ୍ଦମା  କରେ, ଯାହାକୁ  ‘ଖ’ ଦୋଷୀ  ସାବ୍ୟସ୍ତତା  ପୂର୍ବରୁ  ତାକୁ  ବିକ୍ରୀ  କରିଥିଲା  । ‘କ’ ଏବଂ ‘ଖ’ ମଧ୍ୟରେ  'ଖ’ ବିରୁଦ୍ଧରେ  ରାଏ, ଅନୁପାଦେୟ  ଅଟେ   ।

  • ‘ଖ’ ବିରୁଦ୍ଧରେ  ଜମି  ଦଖଲ  ନିମନ୍ତେ  ‘କ’ ଏକ ଡିକ୍ରୀ  ଗ୍ରହଣ  କରିଥିଲା  । ପରିଣତି  ସ୍ୱରୂପ  ‘ଖ’ର  ପୁତ୍ର  ‘ଗ’,‘କ’ କୁ  ହତ୍ୟା  କରେ   ।
  • ଏକ  ଅପରାଧ  ନିମନ୍ତେ  ଉଦ୍ଦେଶ୍ୟ  ଦର୍ଶାଉଥିବା  ଯୋଗୁ, ରାଏର  ସ୍ଥିତି ଉପାଦେୟ  ଅଟେ ।

  • ଚୋରୀ  ଅଭିଯୁକ୍ତ  କରାଯାଇଥିଲା, ଯେକି  ପୂର୍ବରୁ  ଚୋରୀ  ଅଭିଯୋଗରେ  ଅଦୋଷୀ  ସାବ୍ୟସ୍ତ  ହୋଇଥିଲା । ତେଣୁ  ପୂର୍ବ  ଦୋଷୀ  ସାବ୍ୟସ୍ତତା, ବିଷୟଗତ   ପ୍ରଶ୍ନ  ଭାବେ, ଉପାଦେୟ  ଅଟେ  ।
  • ‘ଖ’ ର  ହତ୍ୟା   ନିମନ୍ତେ,‘କ' କୁ  ବିଚାର  କରାଯାଇଥିଲା  । ଏହି  ବିଷୟ  ଯେ, କୁତ୍ସା  ପ୍ରକାଶନ   ନିମନ୍ତେ ‘ଖ’, ‘କ’ ବିରୁଦ୍ଧରେ  ମୋକଦ୍ଦମା   କରିଥିଲା ଏବଂ ‘କ’ ଦୋଷୀ  ସାବ୍ୟସ୍ତ  ଏବଂ  ଦଣ୍ଡିତ   ହୋଇଥିଲା, ତାହା  ଦଫା – ୮ ଅନୁଯାୟୀ  ଉପାଦେୟ  ଅଟେ, ଯାହାକି  ବିଷୟଗତ  ପ୍ରଶ୍ନ, ନିମନ୍ତେ, ଉଦ୍ଦେଶ୍ୟ  ଦର୍ଶାଏ ।

ରାଏ  ଗ୍ରହଣ  କରିବା  ନିମନ୍ତେ ଗୁପ୍ତ  ସାଲିସ୍, କିମ୍ବା  ନ୍ୟାୟାଳୟଙ୍କର  ଅଦକ୍ଷତାକୁ, ପ୍ରମାଣ

ରାଏ  ଗ୍ରହଣ  କରିବା  ନିମନ୍ତେ, ଚଞ୍ଚଳତା  କିମ୍ବା  ଗୁପ୍ତ  ସାଲିସ୍, କିମ୍ବା  ନ୍ୟାୟାଳୟଙ୍କର  ଅଦକ୍ଷତାକୁ, ପ୍ରମାଣ   କରାଯାଇପାରେ  -

କୌଣସି  ମୋକଦ୍ଦମା  କିମ୍ବା  ଅନ୍ୟ  କାର୍ଯ୍ୟାନୁଷ୍ଠାନରେ  କୌଣସି  ପକ୍ଷ  ଏହା  ଦର୍ଶାଇ  ପାରନ୍ତି  ଯେ, କୌଣସି  ରାଏ, ଆଦେଶ  କିମ୍ବା  ଡିକ୍ରୀ, ଯାହାକି  ଦଫା  ୪୦,୪୧ କିମ୍ବା  ୪୨ ଅନୁଯାୟୀ  ଉପାଦେୟ  ଅଟେ  ଏବଂ  ଯାହାକି   ବିପକ୍ଷ   ଦ୍ଵାରା   ପ୍ରମାଣିତ   ହୋଇଛି, ତାହା  କୌଣସି  ନ୍ୟାୟାଳୟ   ଦ୍ଵାରା  ପ୍ରଦଦନ   କରାଯାଇଛି, ଯାହା  ପ୍ରଦାନ   କରିବା  ନିମନ୍ତେ  ସେ  ଦକ୍ଷ  ନୁହଁନ୍ତି ; କିମ୍ବା  ତାହା  ଚଞ୍ଚକତା  କିମ୍ବା  ଗୁପ୍ତ  ସାଲିସ୍  ଦ୍ଵାରା  ଗ୍ରହଣ   କରାଯାଇଛି   ।

ଆଧାର – ଦ ଲ ହାଉସ

Last Modified : 8/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate